ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ କେନ୍ଦ୍ର ଦ୍ବିତୀୟ ଦଫା ସହାୟତା ରାଶି ପ୍ରଦାନ କରିଛି । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସମେତ 22ଟି ରାଜ୍ୟ ପାଇଁ 890 କୋଟି 32 ଲକ୍ଷର ସହାୟତା ଦେଇଛି କେନ୍ଦ୍ର । ପୂର୍ବରୁ ଏପ୍ରିଲ୍ ମାସରେ କେନ୍ଦ୍ର 3 ହଜାର କୋଟି ଟଙ୍କା ଦେଇଥିଲା । ସହାୟତା ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଜଣାଇଛନ୍ତି ଧର୍ମେନ୍ଦ୍ର । ଟୁଇଟ୍ ଯୋଗେ ଉଭୟଙ୍କୁ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଛତିଶଗଡ, ଝାଡଖଣ୍ଡ, ମଧ୍ୟ ପ୍ରଦେଶ, ଓଡିଶା, ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ପଞ୍ଜାବ, ତାମିଲନାଡୁ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ମିଜୋରାମ ଓ ସିକ୍କିମ ଆଦି ରାଜ୍ୟକୁ ଦ୍ବିତୀୟ କିସ୍ତିରେ ଆର୍ଥିକ ସାହାଯ୍ୟ ଦିଆଯାଇଛି । କରୋନା…
Author: Samikhsya Bureau
ଭୁବନେଶ୍ବର, ମାତ୍ରାଧିକ ବର୍ଷା ଦ୍ୱାରା ମୁମ୍ବାଇ ରେ ରେଳଧାରଣା ଉପରେ ପାଣି ଜମିରହିଥିବା ଯୋଗୁଁ ଗତକାଲି (୦୫.୦୮.୨୦୨୦ ବୁଧବାର) ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ କୁ ବାତିଲ କରାଯାଇଅଛି। ସଂଯୋଗକାରୀ ଟ୍ରେନ ନଆସିବା ଯୋଗୁଁ ଆସନ୍ତା କାଲି (୦୭.୦୮.୨୦୨୦ ଶୁକ୍ରବାର) ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ।
ମୁମ୍ବାଇ : ବଲିଉଡ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବଂ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ସମେତ ଏକାଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ମହିଳା କମିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏକ ଯୌନ ନିର୍ଯାତନା ମାମଲାରେ ସମାଜସେବୀ ୟୋଗିତା ଭାବନାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ ଏହି ନୋଟିସ ଜାରି କରାଯାଇଛି । ମହେଶ ଭଟ୍ଟ ଏବଂ ଉର୍ବଶୀଙ୍କ ସମେତ ଈଶା ଗୁପ୍ତା, ରଣବିଜୟ ସିଂଘା, ମୌନୀ ରୟ ଏବଂ ପ୍ରିନ୍ସ ନରୁଲାଙ୍କୁ ନୋଟିସ୍ ଜାରି କରାଯାଇଛି । ୟୋଗିତା ତାଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ, ମଡେଲିଂରେ କ୍ୟାରିଅର୍ କରିବାର ସୁଯୋଗ ଦେବା ବାହାନରେ ବହୁ ଯୁବତୀଙ୍କୁ ବ୍ଲାକ୍ ମେଲ୍ କରିବା ସହିତ ଯୌନଶୋଷଣ କରାଯାଇଛି । ଏହି ମାମଲାରେ ସମସ୍ତଙ୍କୁ ଅଗଷ୍ଟ 18 ତାରିଖ ଦିନ 11.30 ମିନିଟ୍ରେ ହାଜର ହେବା ପାଇଁ କୁହାଯାଇଛି । ଅନୁପସ୍ଥିତ ରହିଲେ ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣର ଧମକ ଦେଇଛନ୍ତି…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ, ଭେଟେଶ୍ବର ଓ ବୋରିଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଏହି ଗ୍ରାମରୁ କରୋନା ବ୍ୟକ୍ତି ଚିହ୍ନଟ ହେବା ପରେ ପଦକ୍ଷେପ ଗ୍ରହଣ କରାଯାଇ ସଟ୍ଡାଉନ୍ କରାଯାଇଛି । ଆଜି ମଧ୍ୟାହ୍ନ ଅର୍ଥାତ 06.08.2020 ଗୁରୁବାର ଦିବା 12 ଘଟିକାଠାରୁ ଆସନ୍ତା 9 ତାରିଖ ରବିବାର ମଧ୍ୟାହ୍ନ 12 ଘଟିକା ଯାଏଁ ଏହି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଏହି ପଞ୍ଚାୟତରୁ ଆଜି ଚାରି ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣର ଭୟାବହତାକୁ ରୋକିବା ନିମେନ୍ତ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ଭେଟେଶ୍ବର ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ। ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ସରପଞ୍ଚମାନେ କଡା ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରି ସମ୍ପୃକ୍ତ ଲୋକଙ୍କ ସ୍ବାବ୍ ଟେଷ୍ଟ କରିବା…
ଉମରକୋଟ : ତେଲ ନଦୀରେ ତିନିଜଣ ଶିଶୁ ଡୁବି ଯାଇଛନ୍ତି । ନବରଙ୍ଗପୁର ଜିଲ୍ଲା ତୋହରା କୋଟଲଡିହି ଗାଁ ନିକଟରେ ଏକ ଅଭାନବୀୟ ଘଟଣା ଘଟିଛି । ତେଲ ନଦୀରେ ତିନିଜଣ ଶିଶୁ ବୁଡି ଯାଇଛନ୍ତି । ଗାଧୋଇବାକୁ ଯାଇଥିବାବେଳେ ଏହି ତିନି ଶିଶୁ ଡୁବି ଯାଇଥିବାରୁ ସୂଚନା ରହିଛି । ମୃତ ତିନିଶିଶୁଙ୍କ ମଧ୍ୟରେ 2 ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ତିନି ଶିଶୁଙ୍କ ବୟସ 4ରୁ 6 ବର୍ଷ ହେବ ବୋଲି ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।
କାଶ୍ମୀର, ଆଜି ସକାଳେ ଦକ୍ଷିଣ କାଶ୍ମୀର ଭାସୁଠାରେ ଜଣେ ବିଜେପି ସରପଞ୍ଚଙ୍କୁ ସନ୍ତ୍ରସବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାମ ହେଉଛି ସାଜାଦ ଅହମ୍ମଦ ଖାଣ୍ଡି। ତାଙ୍କୁ ସନ୍ତ୍ରସବାଦୀମାନେ ଅତି ପାଖରୁ ଗୁଳି କରି ଫେରାର ହୋଇଯାଇଥିଲେ। ପରବର୍ତ୍ତି ସମୟରେ ତାଙ୍କୁ ହସପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଣଷା କରିଥିଲେ। ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଧାରାବାହିକ ଭାବେ ରାଜନେତାଙ୍କୁ ସନ୍ତ୍ରାସବାଦୀମାନେ ଗୁଳି କରି ହତ୍ୟା କରୁଛନ୍ତି। ଗତମାସରେ ମଧ୍ୟ ସେହିପରି ଜଣେ ବିଜେପି ନେତା ୱାମି ବରିଙ୍କୁ ସନ୍ତ୍ରାସବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ବରି ଉତ୍ତର କାଶ୍ମୀରର ବନ୍ଦିପୁର ଜିଲ୍ଲାର ଜିଲ୍ଲା ସଭାପତି ଥିଲେ।
ବଲାଙ୍ଗିର : ଓଡ଼ିଶାର ଏହି ଜିଲ୍ଲା 4 ଦିନ ପାଇଁ ସଟ୍ଡାଉନ୍ ରହିବ । ବଲାଙ୍ଗିର ଜିଲ୍ଲାକୁ ଆସନ୍ତା 4 ଦିନ ପାଇଁ ସଟ୍ଡାଉନ୍ କରାଯିବ । ଚାରି ଦିନ ସଟ୍ଡାଉନ୍ ହେବା ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆସନ୍ତା 8 ତାରିଖରୁ 11 ତାରିଖ ଯାଏଁ ବଲାଙ୍ଗିର ଜିଲ୍ଲା ସଟ୍ଡାଉନ୍ ରହିବ । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ସଟ୍ଡାଉନ୍ କରିବା ନେଇ ନିଷ୍ପତ୍ତି ନେଇଛି । ସଟ୍ଡାଉନ୍ ବେଳେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ । ଏହି ସମୟରେ ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠା ବନ୍ଦ ରହିବ। ମେଡିକାଲ, ଜଳ ଯୋଗାଣ, ପରିମଳ ପରି ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ସେହିପରି ମାଲବାହୀ ଗାଡି, ନିର୍ମାଣ କାର୍ଯ୍ୟ ଓ ଶିଳ୍ପ ପ୍ରତିଷ୍ଠାନକୁ ଅନୁମତି ରହିଛି ।
ଭୁବନେଶ୍ବର : ରାଜ୍ୟରେ ସମସ୍ତ କୋଭିଡ୍ ହସ୍ପିଟାଲରେ ଅଗ୍ନିନିରାପତ୍ତା ଯାଞ୍ଚ କରାଯିବ । ଯାଞ୍ଚ ନେଇ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତିଙ୍କ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ଏଏଫ୍ଓ ଏବଂ ଡିଏଫ୍ଓମାନଙ୍କୁ କୁହାଯାଇଛି । ସେମାନେ ଯାଞ୍ଚ କରି ଅସୁବିଧା ଥିଲେ ପରାମର୍ଶ ଦେବେ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି । ଆଜି ଅହମ୍ମଦାବାଦର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି 8ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଘଟିବା ପରେ ରାଜ୍ୟ ସରକାର ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଉତ୍ତରପ୍ରଦେଶ : ଦୁନିଆର ସବୁଠୁ ସୁନ୍ଦର ଅନୁଭବ ହେଉଛି ପ୍ରେମ । ପ୍ରେମ ମଣିଷକୁ ବଞ୍ଚିବା ଶିଖାଇଥାଏ । କିନ୍ତୁ ଆଜି ବି କିଛି ମଣିଷ ଅଛନ୍ତି ଯେଉଁମାନେ ପ୍ରେମକୁ କଳଙ୍କିତ କରୁଛନ୍ତି । ପ୍ରେମ ପାଇଁ ଜୀବନ ନେଉଛନ୍ତି । ପ୍ରେମକୁ ଘୃଣା କରି ନିଜ ରକ୍ତର ସମ୍ପର୍କକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଏଠାରେ ଜଣେ ଯୁବକ ଯୁବତୀଙ୍କୁ ପ୍ରେମ କରିବା ମହଙ୍ଗା ପଡିଛି । ମିଛ ସମ୍ମାନ ପାଇଁ ଯୁବତୀଙ୍କ ପରିବାର ଲୋକେ ପ୍ରେମୀ ଯୁଗଳଙ୍କୁ ଜୀଅଁନ୍ତା ଜଳାଇଦେଇଛନ୍ତି । ଉତ୍ତରପ୍ରଦେଶର ବାନ୍ଧା ଅଞ୍ଚଳରୁ ଏକ ଅନର କିଲିଂ ଘଟଣା ସାମ୍ନାକୁ ଆସିଛି । କରଛା ଗ୍ରାମରେ ଏହି ଘଟଣାଟି ଘଟିଛି । ପ୍ରେମୀ ଯୁଗଳଙ୍କ ମୃତ୍ୟୁଘଟିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ…
ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗର 10 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 10 କର୍ମଚାରୀଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଥିବା ବିଭାଗର ସୂଚନା ରହିଛି । ସଂକ୍ରମିତ ସମସ୍ତ 10 କର୍ମଚାରୀଙ୍କୁ ଆଇସୋଲେସନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି । ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ପଜିଟିଭ୍ ପରେ ଅନ୍ୟମାନଙ୍କର ଟେଷ୍ଟ ହୋଇଥିଲା । ଆଜି ଟେଷ୍ଟ ରିପୋର୍ଟ ଆସିବା ପରେ 10 ଜଣ ସଂକ୍ରମିତ ହୋଇଥିବାର ଜଣା ପଡିଥିଲା । ସେହିପରି ଗତକାଲି ଭୀମ୍ସାର୍ର ମେଡିସିନ୍ ବିଭାଗର 9 ଜଣ ଡାକ୍ତର କରୋନା ସଂକ୍ରମିତ ହେବା ପରେ ଭୀମ୍ସାରର 70 ଜଣ ଡାକ୍ତର ଏବେ କ୍ବାରେଣ୍ଟାଇନ୍ରେ ରହିବେ ବୋଲି ସୂଚନା ରହିଛି । (ଏଜେନ୍ସି)
ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରରେ ପୁଣି ଜଣେ ସରପଞ୍ଚକୁ ଆତଙ୍କୀମାନେ ହତ୍ୟା କରିଛନ୍ତି । କୁଲଗାମ ଜିଲ୍ଲା କାଞ୍ଜିଗୁଣ୍ଡ ବ୍ଲକର ଭେସୁ ଗ୍ରାମରେ ଭାରତୀୟ ଜନତା ପାର୍ଟିର ସରପଞ୍ଚଙ୍କୁ ଗୁରୁବାର ଦିନ ଆତଙ୍କୀମାନେ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ବିଜେପି ସରପଞ୍ଚଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ମୃତ ସରପଞ୍ଚ ଜଣକ ହେଉଛନ୍ତି ସଜାଦ ଅହମ୍ମଦ ଖାଣ୍ଡେ । ଗତ 48 ଘଣ୍ଟା ମଧ୍ୟରେ ଦ୍ବିତୀୟ ବିଜେପି ସରପଞ୍ଚ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ପୂର୍ବରୁ ଅଗଷ୍ଟ 4 ତାରିଖ ସନ୍ଧ୍ୟାରେ କାଞ୍ଜିଗୁଡା ଅଖରାନରେ ଆତଙ୍କୀମାନେ ବିଜେପିର ଅନ୍ୟ ଏକ ସରପଞ୍ଚ ଆରିଫ୍ ଅହମ୍ମଦକୁ ଆକ୍ରମଣ କରିଥିଲେ । ସେ ଗୁରୁତର ହୋଇଛନ୍ତି । ଏହା ପୂର୍ବରୁ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଜୁନ୍ 8 ତାରିଖର ଜଣେ କାଶ୍ମୀର ପଣ୍ଡିତ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ । ଲଶ୍କର-ଏ-ତୋଏବା…
ମୁମ୍ବାଇ: କରୋନା ସଂକଟ ସମୟରେ ବଲିଉଡ୍ ଓ ଛୋଟ ପରଦାର ବହୁ କଳାକାର ଅବସ୍ଥା ଏବେ ସଂକଟାପନ୍ନ ହୋଇଛି। ଏପରି ସମୟରେ ବହୁ କଳାକାର ଜୀବନ ହାରିବା ପରି ଚରମ ନିଷ୍ପତ୍ତି ନେଉଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ମାମଲା ଥମି ନଥିବାବେଳେ ଆଉ ଜଣେ ଛୋଟପରଦାର ଲୋକପ୍ରିୟ କଳାକାର ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇଠାରେ ଆତ୍ମହତ୍ୟା କରିଥିବା ଏହି ଅଭିନେତାଙ୍କ ବୟସ 44 ବର୍ଷ। ବୁଧବାର ରାତ୍ରି ପଶ୍ଚିମ ମଲାଡ ସ୍ଥିତ ନେହା ସିଏଚଏସ୍ ବିଲିଡିଂରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ବର୍ଷ ଫେବୃଆରୀରେ ସମୀର୍ ଆପାର୍ଟମେଣ୍ଟକୁ ଭଡାରେ ନେଇଥିଲେ। ସମୀର ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘କ୍ୟୁଁ କି ଶାଶ୍ ଭି କଭୀ ବୋହୂ ଥୀ’, ‘ କାହାନୀ ଘର୍ ଘର୍ କୀ’ରେ ଅଭିନୟ କରିଥିଲେ। ଏହି ଅଭିନେତା ଜଣକ…
ମୁମ୍ବାଇ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଅର୍ଥନୈତିକ ମୁଦ୍ରାନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଶୁକ୍ରବାର ଆରବିଆଇ ପକ୍ଷରୁ ଘୋଷିତ ମୁଦ୍ରାନୀତିରେ ରେପୋରେଟକୁ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ପୂର୍ବବତ ୪ ପ୍ରତିଶତ ରହିଛି । ମାନ୍ଦାବସ୍ଥା ଲାଗିରହିଥିବା ବେଳେ ଉନ୍ନତ ମୌସୁମୀ କାରଣରୁ କୃଷି ବ୍ୟବସ୍ଥାରେ ସୁଧାର ଦେଖା ଦେବା ନେଇ ଆକଳନ କରିଛନ୍ତି ଶକ୍ତିକାନ୍ତ ଦାସ । ତେବେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବାରୁ ରେପୋରେଟ୍ ଅପରିବର୍ତ୍ତିତ ରଖିବାକୁ ଆରବିଆଇ ବାଧ୍ୟ ହୋଇଛି ବୋଲି ଗଭର୍ଣ୍ଣର କହିଛନ୍ତି । ରେପୋ ରେଟ ଅପରିବର୍ତ୍ତିତ ରହିବା ଦ୍ୱାରା ଗ୍ରାହକଙ୍କୁ ଋଣ ହାସଲରେ ସୁବିଧା ହେବ ବୋଲି ମଧ୍ୟ ପ୍ରେସ୍ ମିଟ୍ରେ ଉଲ୍ଲେଖ କରିଛନ୍ତି ଆରବିଆଇ ଗଭର୍ଣ୍ଣର। ସେହିପରି ଚଳିତ ଅଭିବୃଦ୍ଧି ବିଗତ ୬ ଦଶକ ମଧ୍ୟରେ ସର୍ବନିମ୍ନ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ତେବେ ଋଣକିସ୍ତି ଛାଡ (ମୋରାଟାରିୟମ୍ ଲୋନ୍) ବିଷୟରେ ଆରବିଆଇ ଗଭର୍ଣ୍ଣର…
ଜମ୍ମୁ-କାଶ୍ମୀର : ବୈଷ୍ଣୋ ଦେବୀ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏବେ ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଜମ୍ମୁ-କାଶ୍ମୀର ପ୍ରଶାସନ ଦୀର୍ଘ ସମୟ ଧରି ବନ୍ଦ ରଖିଥିବା ଧାର୍ମିକସ୍ଥଳକୁ ଆସନ୍ତା ଅଗଷ୍ଟ 16ରୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କରୋନା ସଂକଟକୁ ଦୃଷ୍ଟିରୁରଖି ମାର୍ଚ୍ଚ 19 ତାରିଖରୁ ବୈଷ୍ଣୋ ଦେବୀ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିଲା । ତେବେ ସରକାରୀ ଆଦେଶରେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ନେଇ ସେପରି କୌଣସି ଉଲ୍ଲେଖ କରିନଥିବାବେଳେ ଧାର୍ମିକ ସ୍ଥଳ ଖୋଲିବା ଓ ଯାତ୍ରା ଆରମ୍ଭ ନେଇ ସବୁଜ ସଂକେତ ଦେଇଛି । ତେବେ ସୀମିତ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯାତ୍ରା କରିପାରିବେ । ଜମ୍ମୁକାଶ୍ମୀରର ପ୍ରମୁଖ ସଚିବ ରୋହିତ୍ କନ୍ସଲ କହିଛନ୍ତି ଯେ, ଆସନ୍ତା ଅଗଷ୍ଟ 16 ତାରିଖରୁ ଜମ୍ମୁ ଓ କାଶ୍ମୀରର ସମସ୍ତ ଧାର୍ମିକ ସ୍ଥଳ ଓ ପୂଜା ସ୍ଥଳ ଖୋଲିବା ନେଇ…
ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍ପି ଅଜେୟ ପ୍ରତାପ ସ୍ବାଇଁଙ୍କୁ କରୋନା। ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସୂଚନା ଦେଇଛନ୍ତି ଏସ୍ପି। ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ଜଣେ ଷ୍ଟାଫ୍ ସଂକ୍ରମିତ ହୋଇଥିଲେ। ସମ୍ପୃକ୍ତ ଷ୍ଟାଫ୍ ସଂକ୍ରମିତ ହେବାରୁ ଅନ୍ୟମାନଙ୍କ ସ୍ବାବ୍ ନିଆଯାଇଥିଲା। ସ୍ବାବ୍ ଟେଷ୍ଟରେ ଏସ୍ପିଙ୍କର ପଜିଟିଭ୍ ଆସିଥିବା ଜଣାପଡିଥିଲା। ତେବେ ତାଙ୍କର କିଛି ଲକ୍ଷଣ ନଥିଲା ବୋଲି ସୂଚନା ଦେଇଛନ୍ତି ଏସ୍ପି। ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧା ଜିଲ୍ଲାରୁ 220 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଚୀନ୍ : ଚୀନ୍ରୁ ଆରମ୍ଭ ହୋଇଥିବା କରୋନା ଭାରଇସ୍ ସାରା ବିଶ୍ବରେ ଚହଳ ପକାଇଥିବାବେଳେ ଏବେ ଚୀନ୍ରେ ଆଉ ଏକ ନୂତନ ଭାଇରସ ବ୍ୟାପୁଥିବାର ସୂଚନା ରହିଛି । ଏହି ଭାଇରସ୍ କାରଣରୁ ଏବେ ସୁଦ୍ଧା 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 60ଜଣ ଅସୁସ୍ଥ ରହିଛନ୍ତି । ଗ୍ଲୋବାଲ୍ ଟାଇମ୍ସର ସୂଚନାନୁସାରେ ପୂର୍ବ ଚୀନ୍ର ଜିୟାଙ୍ଗୁସ୍ ଓ ଅନହୁଇ ପ୍ରାନ୍ତରେ 12ରୁ ଅଧିକ ଲୋକେ ଏହି ଭାଇରସରଶିକାର ହୋଇଛନ୍ତି । ଏହି ଭାରଇସ ଏକ କୀଟ କାମୁଡିବା ଯୋଗୁଁ ବ୍ୟାପୁଥିବାର ସୂଚନା ମିଳିଛି । ଜିୟାଙ୍ଗୁ୍ସରେ 37 ଜଣ ଓ ଅନ୍ହୁଇରେ 23 ଜଣ ଆକ୍ରାନ୍ତ ହୋଇଛନ୍ତି । ଦୁଇ ରାଜ୍ୟରେ ଏପର୍ଯ୍ୟନ୍ତ 7ଜଣଙ୍କ ମୃତ୍ୟୁ ହୋଇଛି । ଏହି ଭାଇରସର ନାମ ହୁଇୟାଙ୍ଗଶାସନ ବନୟାଙ୍ଗଭାଇରସ (Huaiyangshan banyangvirus ) ରଖାଯାଇଛି । ଏହି ଭାଇରସକୁ ଏସଏଫଟିଏସ୍ ମଧ୍ୟ କୁହାଯାଉଛି । ଏକ କୀଟ କାମୁଡିବା ଦ୍ବାରା ଏହି ଭାଇରସ୍ ମଣିଷର ଶରୀରକୁ…
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆଉ 10ଜଣଙ୍କ ଜୀବନ ଯାଇଛି। ଗଞ୍ଜାମରୁ ସର୍ବାଧିକ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ 2 ଜଣ, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡରୁ ଜଣେ ଲେଖାଏଁ ମୃତ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମର ମୃତକ ତିନିଜଣ ପୁରୁଷ ରହିଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 52 ବର୍ଷ, 40 ବର୍ଷ ଓ 55 ବର୍ଷ ବୋଲି ସୂଚନା ରହିଛି । ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 54 ବର୍ଷୀୟ ପୁରୁଷଥିବାବେଳେ ଅନ୍ୟ ଜଣେ 28 ବର୍ଷୀୟା ଯୁବତୀ ରହିଛନ୍ତି । ନବରଙ୍ଗପୁରରେ ପ୍ରଥମ କରୋନା ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ବୟସ 40 ବର୍ଷ ବୋଲି ସୂଚନା ରହିଛି । ଭଦକ୍ରରୁ ଜଣେ 53 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ ଜଣେ 61 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି…
ଭୁବନେଶ୍ବର : ଆଜି 29ଟି ଜିଲ୍ଲାରୁ ମୋଟ୍ 1699 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 268 ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 220 ଜଣ, ସୁନ୍ଦରଗଡରୁ 178, କଟକରୁ 105, ସମ୍ବଲପୁରରୁ 101, ବରଗଡରୁ 81, କନ୍ଧମାଳରୁ 74, ମାଲ୍କାନଗିରିରୁ 72, ପୁରୀରୁ 67, ଭଦ୍ରକରୁ 66, ଗଜପତିରୁ 59, କେଉଁଝରରୁ 56, କୋରାପୁଟ ଓ ଯାଜପୁରରୁ 41 ଜଣ ଲେଖାଏଁ ଚିହ୍ନଟ ହୋଇଥିବାସ୍ଥଳେ କଳାହାଣ୍ଡିରୁ 30, କେନ୍ଦ୍ରାପଡା ଓ ଢେଙ୍କାନାଳରୁ 27 ଜଣ ଲେଖାଏଁ ରହିଛନ୍ତି । ନୟାଗଡରୁ 25, ମୟୂରଭଞ୍ଜରୁ 24, ବଲାଙ୍ଗିରରୁ 21, ରାୟଗଡାରୁ 19, ଅନୁଗୁଳୁ ଓ ବାଲେଶ୍ବରରୁ 17 ଜଣ ଲେଖାଏଁ ରହିଥିବାବେଳେ ଜଗତସିଂହପୁର ଓ ନବରଙ୍ଗପୁରରୁ 16 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସୋନପୁର ଓ ଝାରସୁଗୁଡାରୁ 10ଜଣ ଲେଖାଏଁ ରହିଛନ୍ତି । ବୌଦ୍ଧରୁ 8 ଜଣ ରହିଥିବାବେଳେ ନୂଆପଡାରୁ 3 ଜଣ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1699 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1073ଜଣ ଚିହ୍ନଟ ହୋଇଥିବାବେଳେ 626ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 40 ହଜାର 717କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 14 ହଜାର 700ଜଣ । ସେହିପରି ସୁସ୍ଥ ହୋଇଛନ୍ତି 25 ହଜାର 737 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 225ଜଣ । ସେହିପରି 46 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା 19 ଲକ୍ଷ ଅତିକ୍ରମ କରିଛି, ଗୋଟିଏ ଦିନରେ 56,282 ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ଏବଂ 904 ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ଏହା ସହ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 19 ଲକ୍ଷ 64 ହଜାର 536 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 5 ଲକ୍ଷ 95 ହଜାର ସକ୍ରିୟ ମାମଲା ଥିବାବେଳେ 13 ଲକ୍ଷ 28 ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ 16ହଜାର 476 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ 4 ହଜାର461 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 4 ହଜାର 44, କର୍ଣ୍ଣାଟକରେ 2 ହଜାର 804ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)
କଟକ : ଏଣିକି ପ୍ରତ୍ୟେକ ବୁଧବାର ଦିନ କଟକ ମାଲଗୋଦାମ ବନ୍ଦ ରହିବ ବୋଲଇ ସିଏମ୍ସି ସୂଚନା ଦେଇଛି । ମାଲ୍ଗୋଦାମ ନିକଟରେ ଥିବା ବେହେରା ସାହିରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସିଏମ୍ସି ଏପରି ପଦକ୍ଷେପ ନେଇଛି । ତେବେ 3ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବାକୁ ସିଏମ୍ସି ନିଷ୍ପତ୍ତି ନେଇଛି । ଅଣଅତ୍ୟାବଶ୍ୟକ ଦୋକାନଗୁଡିକ ସକାଳ 7ରୁ 10ଟା ଯାଏ ଖୋଲିବ । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ହୋଲ୍ସୋଲର ମାନେ ସକାଳ 10ଟାରୁ 2ଟା ଯାଏ ଖୋଲିବ । ସେହିପରି ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଖୁଚୁରା ଦୋକାନଗୁଡିକ ଦିନ 2ଟାରୁ ରାତି 8ଟାଏ ଯାଏ ଖୋଲା ରହିବ । କଟକ ଚାମ୍ବର ଅଫ୍ କମର୍ସର ଚିଠି ଆଧାରରେ ସିଏମ୍ସି ଏଭଳି ନିଷ୍ପତ୍ତି ନେଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ମାଲଗୋଦାମ ପ୍ରତି ବୁଧବାର ଦିନ ବନ୍ଦ ରହିବ ବୋଲି ସିଏମ୍ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଗତକାଲି…

