କଟକ : କଟକ ସହରରେ ଆଉ 87 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 87 ଜଣଙ୍କ ମଧ୍ୟରୁ 79ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 8ଟି ଲୋକାଲ୍ କେସ୍ ରହିଥିବାର ସିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ 87ଜଣଙ୍କ ମଧ୍ୟରୁ 76ଜଣ ହୋମ୍ କ୍ବାରେଣ୍ଟାିଇନ୍ରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ମାଲ୍ଗୋଦାମ ବେହେରା ସାହିରୁ 57 ଚିହ୍ନଟ ହୋଇଛନ୍ତି । ପୁରୁଣା ରାଉସରାପାଟଣା କଣ୍ଟେନମେଣ୍ଟ ଜୋନ୍ରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ମାଛ ବଜାରରୁ 10 ଜଣ ରହିଛନ୍ତି । ସେହିପରି ସରକାରୀ କ୍ବାରେଣ୍ଟାଇନ୍ରୁ ଜଣେ ଚିହ୍ନଟ ହୋଇଥିବାବେଳେ ଦୁଇ ଜଣ ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି । ଆଠ ଲୋକାଲ୍ କେସ୍ ମଧ୍ୟରୁ କାଳି ଗଳିରୁ 72 ବର୍ଷୀୟ ପୁରୁଷ ଥିବାବେଳେ ଚୌଧୁରୀବଜାର ନୟାସଡକରୁ 21 ବର୍ଷୀୟ ଯୁବକ ରହିଛନ୍ତି । ସାନ୍ତା ସାହିରୁ 35 ବର୍ଷୀୟ ପୁରୁଷ ଥିବାବେଳେ…
Author: Samikhsya Bureau
ନୂଆଦିଲ୍ଲୀ : ଜିମ୍ନାସିୟମ୍ ଓ ଯୋଗକେନ୍ଦ୍ର ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଖୋଲିବାକୁ ଅନୁମତି ମିଳିଛି । ସେହିପରି ଏହି ଜିମ୍ ଓ ଯୋଗ କେନ୍ଦ୍ରକୁ 65 ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ 10 ବର୍ଷରୁ କମ୍ ଶିଶୁଙ୍କୁ ବାରଣ କରାଯାଇଛି । ଯୋଗାଭ୍ୟାସ ଓ ବ୍ୟାୟାମ ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।ଅତିକମ୍ରେ 6 ଫୁଟ୍ ଦୂରତା ବଜାୟ ରଖିବାକୁ ପରାମର୍ଶ । ଜିମ୍ନାସିୟମ୍ ଓ ଯୋଗକେନ୍ଦ୍ର ପରିସରରେ ଛେପ ପକାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସେହିପରି ବ୍ୟାୟମ ଉପକରଣ ବ୍ୟବହାର କରିବା ପୂର୍ବରୁ ହାତକୁ ସାନିଟାଇଜ୍ କରାଯିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଅନଲକ୍ 3.0ରେ କେନ୍ଦ୍ର ସରକାର ଅଗଷ୍ଟ 5 ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । (ଏଜେନ୍ସି)
ଖୋର୍ଦ୍ଧା: ଆଜି ଆଇଏଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁର ଅତିରିକ୍ତ ଚକବନ୍ଦୀ କମିଶନର ଭାବେ ସୀତାଂଶୁ କୁମାର ରାଉତଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କ ବଦଳରେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଛନ୍ତି ସନତ କୁମାର ମହାନ୍ତି। ସେହିପରି ଆଇଏଏସ୍ କୀର୍ତ୍ତି ଭାସାନା ଗଞ୍ଜାମ କୋଭିଡ୍ ମ୍ୟାନଜେମେଣ୍ଟର ଓଏସ୍ଡିର ଦାୟିତ୍ବ ଦିଆଯାଇଛି। ଆଇଏଏସ୍ ଶୁଭଙ୍କର ମହାପାତ୍ର ହେଲା ବାଲିଗୁଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବାବେଳେ ସେହିପରି ଆଇଏଏସ୍ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁର ଉପଜିଲ୍ଲାପାଳର ଦାୟିତ୍ବ ମିଳିଛି। ଆଇଏଏସ୍ ସୋନାଲ୍ ଙ୍କୁ ଗଜପତି କୋଭିଡ୍ ମ୍ୟାନେଜମେଣ୍ଟର ଓଏସ୍ଡି ଭାବେ ଦାୟିତ୍ବ ଦିଆଯାଇଛି।
Let’s celebrate this #RakshaBandhan2020 with our #FrontLineHeroes, who are protecting us and our family from #COVID19 . Sand art by Sudarshan Patnaik
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଯାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ବବିଦ୍ୟାଳୟର ଆଡ଼ମିସନ ଟେଷ୍ଟ (ସାଟ-୨୦୨୦)। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପରିଚାଳନା କରାଯାଉଛି। ଦୁଇଟି ପର୍ଯ୍ୟାୟରେ ଏହି ଅନଲାଇନ ପରୀକ୍ଷା କରା ଯାଉଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୩ ରୁ ୭ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୧୦ ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ଦିଆ ଯାଇଛି। ସୋଆରେ ନାମ ଲେଖାଇବା ନିମନ୍ତେ ଇଛୁକ ଛାତ୍ରଛାତ୍ରୀ ମାନେ ସାଟ ଆଡ଼ମିସନ ଫର୍ମ ପୂରଣ କରି ଏହି ଜାତୀୟସ୍ତରୀୟ ପରୀକ୍ଷା ଦେଇପାରିବେ। ଫର୍ମ ପୂରଣର ଶେଷ ତାରିଖ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ରହି ଥିଲା। ମାତ୍ର ଏହାକୁ ଅଗଷ୍ଟ…
Kolkata : Raksha Bandhan-themed sweets on sale at a sweetmeat shop ahead of the festival in Kolkata on Aug 2, 2020. (Photo: IANS)
ତ୍ରିପୁରା : କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ ପାର କରି ସାରିଛି । ତ୍ରିପୁରାରେ କରୋନା ଯୋଗୁଁ ଏକ ନବଜାତର ମୃତ୍ୟୁ ହୋଇଛି । ଏହି ଶିଶୁଟି ସବୁଠୁ କମ ବୟସ୍କ ଭାବେ ମୃତ୍ୟୁ ବରଣ କରିଛି । ଦୁଇ ଦିନ ପୂର୍ବେ ଜନ୍ମ ହୋଇଥିବା ଏହି ଶିଶୁଟିର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଶିଶୁଟିର ମା’ ସଂକ୍ରମିତ ହୋଇଥିବାବେଳେ ଜନ୍ମିତ ଶିଶୁଟି ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଭିଡିଓ କନଫେରେନ୍ସରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ପ୍ରତିନିଧିଙ୍କ ସହ ଆଲୋଚନା କରି ନିର୍ଦିଷ୍ଟ ସମୟ ଯାଏଁ ସର୍ତ୍ତମୂଳକ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ନିୟମ ଗୁଡିକରେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଥିବାସ୍ଥଳେ ଦୋକାନ ଓ ଗ୍ରାହକ ମଧ୍ୟରେ ୬ଫୁଟ ଦୂରତ୍ଵ ରକ୍ଷା କରିବା ସହ ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ ମଧ୍ୟ ବାଧ୍ୟତାମୂଳକ କରାଯାଇଅଛି। ଯଦି କୌଣସି ଦୋକାନରେ ଏହାର ବ୍ୟତିକ୍ରମ ଘଟେ ତାହାଲେ ସମ୍ପୃକ୍ତ ଦୋକାନ ଉପରେ ଜରିମାନା ଏବଂ ଦରକାର ପଡିଲେ ସିଲ କରିବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଆଜି ତତ୍ପର ହୋଇଉଠିଛି ବାଣପୁର ପ୍ରଶାସନ। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଣପୁର ବଜାରରେ ସମ୍ଭାବ୍ୟ ଭିଡ଼କୁ ପରିଲକ୍ଷିତ କରି ସକାଳେ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ବଜାରରେ ପାଟ୍ରୋଲିଂକୁ କଡ଼ାକଡ଼ି…
ନୂଆଦିଲ୍ଲୀ : କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କରୋନାରେ ଆକ୍ରାନ୍ତ । ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ଙ୍କୁ ପୁଅ କାର୍ତ୍ତି କରୋନ ପଜିଟିଭ୍ ହୋଇଛନ୍ତି । ସାମାନ୍ୟ ଲକ୍ଷଣ ଥିବାରୁ ହୋମ୍ କ୍ବାରେଣ୍ଟିନ୍ରେ ରହିଛନ୍ତି କାର୍ତ୍ତି । କାର୍ତ୍ତି କରୋନା ପଜିଟିଭ୍ ହୋଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେବା ସହିତ ନିକଟ ଦିନଗୁଡିକରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରାଇବା ସହିତ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି । ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦ୍ୟୁରପ୍ପା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଗତକାଲି ୟୁପିର ଜଣେ କ୍ୟାବିନେଟ୍ ମନ୍ତ୍ରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି…
Kolkata : A specially-abled person ties rakhi to a plant on the eve of Raksha Bandhan in Kolkata on Aug 2, 2020. (Photo: IANS)
ଭୋପାଳ: ରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ଅନ୍ୟତମ ସାରଥି ତଥା ବରିଷ୍ଠ ବିଜେପି ନେତା ଉମା ଭାରତୀ ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଭୂମିପୂଜା ସମାରୋହରେ ଯୋଗଦେବନାହିଁ ବୋଲି ଟୁଇଟ୍ କରି ଜଣାଇଛନ୍ତି। କରୋନା ସଂକ୍ରମଣ ଜନିତ ସମ୍ଭାବନାକୁ ଏଡ଼ାଇବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଯେଉଁମାନେ ଏହି ଉତ୍ସବରେ ଯୋଗଦେଉଛନ୍ତି ସେମାନଙ୍କ ଲାଗି ସେ ଚିନ୍ତିତ ବୋଲି ଉମା ଭାରତୀ କହିଛନ୍ତି। ନିମନ୍ତ୍ରଣ ଅତିଥୀଙ୍କ ସୂଚୀରୁ ତାଙ୍କ ନାମ କାଟି ଦେବାକୁ ଉମା ଭାରତୀ ରାମ ଜନ୍ମଭୂମି ନ୍ୟାସର ବରିଷ୍ଠ ଅଧିକାରୀଙ୍କୁ ନିବେଦନ କରିଛନ୍ତ । ତେବେ ସେ ଶିଳାନ୍ୟାସ କାର୍ଯ୍ୟକ୍ରମ ମୁହୂର୍ତ୍ତରେ ଅଯୋଧ୍ୟାର ସରୟୁ ତଟରେ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଶିଳାନ୍ୟାସ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ…
ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ସଂକ୍ରମଣରେ ଆଉ 10 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ରାୟଗଡା ଜିଲ୍ଲାରୁ ସର୍ବାଧିକ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଗଜପତିରୁ 2ଜଣ ଓ କଳାହାଣ୍ଡି ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 207କୁବୃଦ୍ଧି ପାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 106କୁ ବୃଦ୍ଧି ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟସଂଖ୍ୟା 29କୁ ବୃଦ୍ଧି ହୋଇଥିବାବେଳେ ଗଜପତିରେ 13, କଳାହାଣ୍ଡିରେ ମୃତ୍ୟୁ ସଂଖ୍ୟା2କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର : ରାଜ୍ୟରୁ ଆଜି 1384 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ 26ଟି ଜିଲ୍ଲାରୁ ଆଜି 1384 ଜଣ ଆକ୍ରାନ୍ତ ହୋଇଥିବାବେଳେ ଗଞ୍ଜାମରୁ ସର୍ବାଧିକ 331 ଜଣ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 211 ଜଣ ରହିଛନ୍ତି । କୋରାପୁଟରୁ 97, ସମ୍ବଲପୁରରୁ 93, କଟକରୁ 89, ବାଲେଶ୍ବରରୁ 79,ଗଜପତିରୁ 61, ବଲାଙ୍ଗିରରୁ 51, ସୁନ୍ଦରଗଡରୁ 46, ମାଲ୍କାନଗିରିରୁ 39, ରାୟଗଡାରୁ 38, ବରଗଡରୁ 33, ମୟୂରଭଞ୍ଜରୁ 29, ନବଙ୍ଗରଙ୍ଗପୁରରୁ 26, ଭଦ୍ରକରୁ 25, ଜଗତସିଂହପୁର ଓ ନୟାଗଡରୁ 22 ଜଣ ଲେଖାଏଁ ରହିଥିବାବେଳେ ଯାଜପୁରରୁ 18, ପୁରୀରୁ 17, ଅନୁଗୁଳୁରୁ 13, ଢେଙ୍କାନାଳ ଓ କେନ୍ଦ୍ରାପଡାରୁ 11 ଜଣ ଲେଖାଏଁ ରହିଛନ୍ତି । ଝାରସୁଗୁଡାରୁ 7, ସୋନପୁରରୁ 6, ନୂଆପଡାରୁ 5, କଳାହାଣ୍ଡିରୁ 4 ଜଣ ରହିଛନ୍ତି । ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 11323 7524 3686 106 7…
ଭୁବନେଶ୍ବର : ରାଜ୍ୟରେ ଆଜି 1384 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 873ଜଣ ଚିହ୍ନଟ ହୋଇଥିବାବେଳେ 511ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 36ହଜାର 297କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 14 ହଜାର 095ଜଣ । ସେହିପରି ସୁସ୍ଥ ହୋଇଛନ୍ତି 21 ହଜାର 297ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 207ଜଣ । ସେହିପରି 41 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଗୋଟିଏ ଦିନରେ 52 ହଜାର 972 ଜଣ ଆକ୍ରାନ୍ତ ହୋଇଥିବାବେଳେ 771ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ 3 ହଜାର 696ରେ ପହଞ୍ଚିଥିବାବେଳେ ଏବେ ସୁଦ୍ଧା ଆକ୍ଟିଭ୍ କେସ୍ 5 ଲକ୍ଷ 79 ହଜାର 357ରେ ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 11 ଲକ୍ଷ 86 ହଜାର 203 ଜଣ । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 38 ହଜାର 135କୁ ବୃଦ୍ଧି ହୋଇଛି ।
କେଦାର ମିଶ୍ର ଗତକାଲିର ଦୁଇଟି ପ୍ରମୁଖ ଖବର ଭିତରୁ ପ୍ରଥମଟି ହେଉଛି ଗୃହମନ୍ତ୍ରୀ ଅମିତ ଶାହ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଦିଲ୍ଲୀର ପ୍ରସିଦ୍ଧ ଘରୋଇ ଡାକ୍ତରଖାନା ମେଦାନ୍ତରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଦ୍ଵିତୀୟ ଖବର ଅନୁଯାୟୀ ତାମିଲନାଡୁ ରାଜ୍ୟପାଳ, ଉତ୍ତର ପ୍ରଦେଶ ବିଜେପି ସଭାପତି ଓ ଆହୁରି ଅନେକ ରାଜନେତା ବିଭିନ୍ନ ରାଜ୍ୟରେ ଆକ୍ରାନ୍ତ ବୋଲି ଜଣା ପଡ଼ୁଛନ୍ତି। ଆଜିର ସମୟରେ ଏ ଖବର ଅତ୍ୟନ୍ତ ସହଜ ଓ ସ୍ଵାଭାବିକ। କରୋନା ଭୂତାଣୁର ସଙ୍କଟ କୌଣସି ଲୋକର ପରିଚୟ ପଚାରି ଆସେନାହିଁ। ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଓ ବ୍ରାଜିଲ ରାଷ୍ଟ୍ରପତି ମଧ୍ୟ କରୋନା ଆକ୍ରାନ୍ତ ବୋଲି ଜଣା ପଡିଥିଲା।କରୋନା ଦ୍ଵାରା ଆକ୍ରାନ୍ତ ହେବା ଓ ସୁସ୍ଥ ହେବାର ଏକ ସାଧାରଣ ପ୍ରକ୍ରିୟା ଏବେ ସାରା ଦେଶରେ ଜାରି ରହିଛି। ହଜାର ହଜାର ଲୋକ ଦୈନିକ ଆକ୍ରାନ୍ତ ହେଉଛନ୍ତି ଓ ସମାନ ପରିମାଣରେ ଲୋକେ ସୁସ୍ଥ ମଧ୍ୟ ହେଉଛନ୍ତି।…
ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ରବିବାର ବିଳମ୍ବିତ ରାତ୍ରିରେ ଏ ସମ୍ପର୍କରେ ଜଣାପଡିବା ପରେ ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୟେଦ୍ୟୁରପ୍ପ କହିଛନ୍ତି ଯେ, କରୋନା ପରୀକ୍ଷାରେ ପଜିଟିଭ୍ ରିପୋର୍ଟ ଆସିଛି । ସେ ସୁସ୍ଥ ଅଛନ୍ତି । ତେବେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବା ସହିତ ଏକାନ୍ତବାସରେ ରହିବା ପାଇଁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କରୋନାରେ ପଜିଟିଭ୍ ହେବା ଜଣାପଡିଥିଲା । ସେହିପରି ତାମିଲନାଡୁର ରାଜ୍ୟପାଳ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ପ୍ରମୁଖ କରୋନାରେ ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)
ଭୁବନେଶ୍ୱର : ଓଡିଶା ଜନଜୀବନ ଭିତରେ ଜଗତର ନାଥ ଜଗନ୍ନାଥ ମଧ୍ୟ ଜଡିତ। ସେଥିପାଇଁ ଓଡିଆ ପରଂପରାରେ ଯାହା ପ୍ରଚଳିତ ତାହା ଶ୍ରୀମନ୍ଦିରରେ ପରିଲକ୍ଷିତ ହୋଇଥାଏ। ସେହିପରି ଆଜିର ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ରହିଛି ପରଂପରା ଓ ସ୍ବତନ୍ତ୍ର ପୂଜାନିତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା। ଏଥିପାଇଁ ପାଟରା ବିଶୋଇ ସେବାୟତ ଶ୍ରୀମନ୍ଦିରକୁ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି। ପ୍ରାଚୀନ ସମୟରୁ ଶ୍ରୀମନ୍ଦିରକୁ ପାଟରା ବିଶୋୟୀ ସେବାୟତମାନେ ରାକ୍ଷୀ ପ୍ରସ୍ତୁତ କରି ପଠାଇଥାନ୍ତି। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜିଉଙ୍କ ଚିତାଲାଗି, ରାକ୍ଷୀ ପୂର୍ଣ୍ଣିମା, ଓ ରେଖା ପଞ୍ଚମୀ ସମୟରେ ସାମଗ୍ରୀ ତିଆରି କରିବାକୁ ୧୫ କେଜି ବାସୁଙ୍ଗା ପାଟ ଦିଆଯାଇଥାଏ। ମୁଖତଃ ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ ପ୍ରସ୍ତୁତ ହୋଇଥାଏ। ମହାପ୍ରଭୁଙ୍କ ପାଇଁ ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆ ଦେଇ ୪ଟି…
ଭୁବନେଶ୍ବର, ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତଥା ପ୍ରଭୁ ବଳରାମଙ୍କ ଜନ୍ମଦିନ। ପରଂପରା ରହିଛି ଆଜିର ଦିନରେ ଭଉଣୀର ରକ୍ଷା କବଚ ଭାବେ ଭାଇଙ୍କୁ ମନେ ପକାଇବାର ଦିନ। ସେଥିପାଇଁ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ତାହାକୁ ମନେ ପକାଇଥାନ୍ତି। ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ଅନେକ ଦୂରଦୂରାନ୍ତରେ ଥିବା ଭଉଣୀମାନେ ଭାଇମାନଙ୍କ ପାଖକୁ ନ ଆସି ଡିଜିଟାଲ ରାକ୍ଷୀ ବାନ୍ଧିଛନ୍ତି। ତେବେ ଯେଉଁ ଭଉଣୀମାନେ ଭାଇଙ୍କ ନିକଟରେ ଅଛନ୍ତି ସେମାନେ କଟକଣାକୁ ନଜରରେ ରଖି ରାକ୍ଷୀ ବାନ୍ଧିଛନ୍ତି। ସେହିପରି କରୋନା ପାଇଁ ଚଳିତ ବର୍ଷ ରାକ୍ଷୀ ବଜାର ମଧ୍ୟ ମାନ୍ଦା ରହିଛି। କାରଣ ଲକଡାଉନ ଭିତରେ ରାକ୍ଷୀ ଦୋକାନ ଖୋଲିବାର ଅନୁମତି ମିଳିବା କଷ୍ଟକର ହୋଇପଡିଛି। ଫଳରେ ପୂର୍ବ ବର୍ଷଗୁଡିକରେ ଯେପରି ଦୋକାନ ଖୋଲାଯାଇଥାଏ ତାହା ଏଥର ପରିଲକ୍ଷିତ ହୋଇ ନାହିଁ।
ଭୁବନେଶ୍ବର, ଆଜି ୮୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶ୍ବଭୂଷଣ । ଓଡିଶା ରାଜନୈତିକ ଇତିହାସରେ ସେ ହେଉଛନ୍ତି ଜଣେ ବେଶ୍ ପରିଚିତ ବ୍ୟକ୍ତିତ୍ବ। ଭାରତୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ହେବା କିଛି ସହଜ କଥା ନୁହେଁ। ବିଶ୍ବଭୂଷଣଙ୍କ ରାଜନୈତିକ ଜୀବନ ବେଶ ଲମ୍ବା। ସେ ପ୍ରଥମେ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ।୧୯୭୭ ମସିହାରେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ୮ ବର୍ଷ ଧରି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହ୍ଲାଦ ନଗର ତୃତୀୟ ଗଳିରେ ଥିବା ଏକ ଜୁଆଆଡ୍ଡା ଉପରେ ବଡ଼ବଜାର ଥାନା ପୋଲିସ୍ ଚଢ଼ାଉ କରି ୧୭ ଜଣ ଜୁଆଡ଼ିକୁ ଗିରଫ କରିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ପ୍ରହ୍ଲାଦ ନଗର ତୃତୀୟ ଗଳିରେ ରହୁଥିବା ୱାଇ. ଯୋଗେଶ୍ୱର ରାଓ ଓରଫ୍ କାଣ୍ଟି ନାମକ ଯୁବକ ନିଜ ଘରେ ଏଭଳି ଜୁଆଆଡ୍ଡା ଚଳାଇଥିଲେ । ବହୁ ଅଂଚଳରୁ ଜୁଆଡ଼ିମାନେ ଆସି ଏଠାରେ ସୁରକ୍ଷିତ ଭାବେ ଜୁଆ ଖେଳି ଯାଉଥିଲେ । ଆଜି ବଡ଼ବଜାର ଥାନା ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଘର ଉପରେ ଅତର୍କିତ ଚଢ଼ାଉ କରିଥିବାବେଳେ ୧୭ ଜୁଆଡ଼ିକୁ ଗିରଫ କରାଯାଇଛି । ଜୁଆଆଡ୍ଡାରୁ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ସୂଚନାଥାଉକି କରୋନା ସମୟରେ ଲକ୍ଡ଼ାଉନ୍ ଓ ସଟ୍ଡ଼ାଉନ୍କୁ ଆଖି ଆଗରେ ରଖି…

