Author: Samikhsya Bureau

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନକୁ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଭୁବନେଶ୍ବରରୁ 126 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦୁଇଜଣଙ୍କ ଜୀବନ ଯାଇଛି ।  ଆଜି କରୋନାକୁ ବିଏମ୍‌ସି କମିଶନର ଏକ ବୈଠକ କରିବା ସହ ଭିଡକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଦୈନିକ ପରିବା କିଣିବାକୁ ନ ଯାଇ 4/5 ଦିନରେ ଥରେ ଯାଆନ୍ତୁ। ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି, ଜୀବନ ବଞ୍ଚିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର । ଆଳୁ ଗଦିର ଜଣେ ସଂକ୍ରମିତଙ୍କ ପାଇଁ 41 ଜଣ ସଂକ୍ରମିତ ହୋଇଛନ୍ତି । ମାଛ ମାର୍କେଟ୍‌ ବି ବନ୍ଦ କରି ଟେଷ୍ଟ କଲୁ 21ଜଣ ପଜିଟିଭ୍‌ ବାହାରିଛନ୍ତି।  ସେହିପରି ବଜାରକୁ ଗଲାବେଳେ ପୂରା ସୁରକ୍ଷାକୁ ଦୃଷ୍ଟିରେ ରଖି ସପିଂ କରନ୍ତୁ । ଥରେ ଯେଉଁଠି ସଂକ୍ରମିତ ହୋଇଛି, ଆଉ ଯେ ହେବନି, କହି ହେବନି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି। କିନ୍ତୁ ଯେପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନ ବାହାରିଛି ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ବ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ କରିବା ଏବେ ନିତାନ୍ତ ଅପରିହାର୍ଯ୍ଯ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ। ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ…

Read More

ମନାଲି : ଆଜିର ସମୟରେ ପୁଅ ଓ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଲିଙ୍ଗଗତ ବୈଷମ୍ୟତା ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ବେଟୀ ବଚାଓ, ବେଟୀ ପଢାଓ ଅଭିଯାନ କରାଯାଉଥିବା ବେଳେ ଝିଅମାନଙ୍କ ପାଇଁ ବହୁ କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନମାନ ପ୍ରଣୟନ କରିଛନ୍ତି । କିନ୍ତୁ ଆଜିର ସମାଜରେ ବି ଝିଅମାନଙ୍କୁ ନେଇ ଏକ ଘୃଣ୍ୟ ମାନସିକତା ରହି ଆସିଛି । ସରକାରଙ୍କ ସମସ୍ତ ଯୋଜନା ସତ୍ତ୍ବେ ବି ଝିଅଙ୍କୁ ନେଇ ସମାଜରେ ଏବେବି ରୂଢୀବାଦୀ ଚିନ୍ତାଧାରା ରହି ଆସିଛି । ଆଜି ବି ଝିଅ ଜନ୍ମ ହେଲେ କେହି କେହି ବୋଝ ଭାବି ନାକ ଟେକୁଥିବାବେଳେ କେହି କେହି ହତ୍ୟା କରିବାକୁ ବି ପଛାଉ ନାହାନ୍ତି । ଏପରି ଏକ କୁତ୍ସିତ ଘଟଣା ମନାଲି ଅଞ୍ଚଳରେ ଘଟିଥିବାର ଜଣାଯାଇଛି । ପୁଅ ବଦଳରେ  ଝିଅ ଜନ୍ମ ହେବାରୁ ନବଜାତ କନ୍ୟା ହତ୍ୟା କରିଛି ପିଶାଚ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ 126 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂତନ 126ଜଣଙ୍କ ମଧ୍ୟରୁ 77 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 49 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ବୋଲି ବିଏମ୍ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ୟୁନିଟ୍‌ 1 ତାରିଣୀ ବସ୍ତିରୁ 10 ଜଣ, ୟୁନିଟ୍‌-9 ବାୟାବାବା ବସ୍ତିରୁ 9 ଜଣ ଚିହ୍ନଟ ହୋଇଥିବାବେଳେ 8 ଜଣ ପୋଲିସ୍‌ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରି ତପୋବନ ବସ୍ତିରୁ 6ଜଣ ଚିହ୍ନଟ ହୋଇଥିବାବେଳେ ବଡଗଡ ବ୍ରିଟ୍‌ କଲୋନୀରୁ 4 ଜଣ ଚିହ୍ନଟ ହୋଇଛନ୍ତି। ଆଇଗିଣିଆରୁ 3 ଜଣ ରହିଥିବାବେଳେ ନୟାପଲ୍ଲୀ ନୂଆସାହିରୁ 3 ଜଣ ରହିଛନ୍ତି । ସେହିପରି 49 ଲୋକାଲ୍‌ କଣ୍ଟାକ୍ଟ କେସ୍‌ରୁ  ଭରତପୁର ଦୁର୍ଗା ମଣ୍ଡପ ନିକଟରୁ 3 ଜଣ, ଡୁମୁଡୁମାରୁ 4 ଜଣ, ଘରୋଇ ହସ୍ପିଟାଲରୁ ଜଣେ କର୍ମଚାରୀ ରହିଥିବାବେଳେ ଭୋଇନଗରରୁ ଜଣେ, ଜୟଦେବ ବିହାରରୁ 2 ଜଣ,…

Read More

ଭୁବନେଶ୍ବର: ଅନଲକ୍‌ -3 କଟକଣା ନେଇ ପୋଲିସ୍‌ କମିଶନର ଚେତାବନୀ ଦେଇଛନ୍ତି। କମିଶନରେଟ ଅଞ୍ଚଳ ଭିତରେ କଟକଣା କଡାକଡି ପାଳନ ହେବ। ରାତି 9ରୁ ସକାଳ 5ଟା ଭିତରେ ଅଣଅତ୍ୟାବଶ୍ୟକ କାର୍ଯ୍ୟକୁ ବାରଣ କରାଯାଇଛି। ଏହି ସମୟ ମଧ୍ୟରେ ବିନା କାରଣରେ ଯା‘ଆାସ କରିବାକୁ ବାରଣ କରାଯାଇଛି। କଟକଣା ମାନିବାକୁ ପରାମର୍ଶ, ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସର୍ବସାଧାରଣଙ୍କ ପାଇଁ ହ୍ବାଟସ୍‌ଆପ୍‌ ନମ୍ବର ଜାରି କଲେ ଡିସିପି। କେହି କଟକଣା ଉଲ୍ଲଂଘନ କରୁଥିଲେ ହ୍ବାଟସ୍‌ଆପ୍‌ରେ ଜଣାଇପାରିବେ। ହ୍ବାଟସ୍‌ଆପ୍‌ ନମ୍ବର 7440006709 ଜରିଆରେ ଜଣାଇହେବ। ଉଲ୍ଲଂଘନକାରୀଙ୍କ ଭିଡିସ, ଟେକ୍ସଟ୍‌, ଫଟୋ ପଠାଇ ହେବ ବୋଲି ସୂଚନା ରହିଛି।

Read More

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂହଙ୍କ ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ରହିଥିବାବେଳେ  64 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସିଙ୍ଗାପୁରରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିଲେ । କିଛି ଦିନ ପୂର୍ବେ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଦୀର୍ଘ ଦିନ ଧରି ସେ ସିଙ୍ଗାପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । 1996 ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ମନୋନୀତ ହୋଇଥିବା ଅମର ସିଂ ଶେଷ ଥର ପାଇଁ 2016ରେ ଶେଷ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନିଜ ରାଜନୈତିକ କ୍ୟାରିୟରରେ ଅମର 4 ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ 5 ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଛି ବୋଲି ସୂଚନା ଦେଇଛନ୍ତି ଆଇଏଏଲଏସ୍‌ ନିର୍ଦ୍ଦେଶକ ଅଜୟ ପରିଡା । 19A, 19B, 20A, 20A ଓ 20 C ଭାଇରସ୍‌ ଚିହ୍ନଟ ହୋଇଥିବାବେଳେ ସବୁଠାରୁ ଅଧିକ 20 ଏ ଓ 20 ବି ପ୍ରକାର ଭାଇରସ୍‌ ଠାବ ହୋଇଛି । 20 ସି ଭାଇରସ୍‌ କେବଳ ଓଡ଼ିଶାରୁ ଠାବ ହୋଇଛି, ଅନ୍ୟଠାରେ ନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ୍‌ ନିର୍ଦ୍ଦେଶକ । 19 ଏ ଭାଇରସ ସହ ୟୁହାନ୍‌ ଭାଇରସର ବହୁତ ସାମଞ୍ଜସ୍ୟ ରହିଛି । ଓଡ଼ିଶାରେ 225 ସାମ୍ପଲ ସଂଗ୍ରହ କରାଯାଇ ଗବେଷଣା ହୋଇଛି । 13ଟି ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ନେଇ ଗବେଷଣା ହୋଇଥିଲା । ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ ଆଦି 13ଟି ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କୁ ନେଇ ପରୀକ୍ଷା କରାଯାଇଛି । 13ଟି ରାଜ୍ୟରୁ 18ଟି ଜିଲ୍ଲାରୁ ଫେରିଥିବା 225 ଲୋକଙ୍କୁ ନେଇ…

Read More

କଟକ : କଟକ ସହରରୁ ଆଜି ଆଉ 43 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 43 ଜଣଙ୍କ ମଧ୍ୟରୁ 32 ଜଣ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ 11 ଜଣ ରହିଛନ୍ତି ବୋଲି ସିଏମ୍‌ସି ଟୁଇଟ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 32 ଜଣ ଆକ୍ରାନ୍ତଙ୍କ ମଧ୍ୟରେ  5 ଜଣ ସରକାରୀ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି ଅନ୍ୟ 27 ଜଣ ହୋମ୍‌ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି । ମାଲଗୋଦାମ ବେହେରାସାହିରୁ 14 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁରୁଣା ରାଉସାପାଟଣାରୁ 8 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 11 ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ 2 ଜଣ କୋଭିଡ୍‌ ଯୋଦ୍ଧା ରହିଥିବାର ସୂଚନା ରହିଛି । ସେହିପରି 11 ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ 2 ଜଣ କୋଭିଡ୍‌ ଯୋଦ୍ଧା ରହିଥିବାର ସୂଚନା ରହିଛି । ସୂତାହାଟ…

Read More

ଭାଇଜାଗ୍ :  ବିଶାଖାପାଟଣା ସ୍ଥିତ ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍ରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ କ୍ରେନ୍ ଭୁଷୁଡି ପଡିବାରୁ 10 ଜଣଙ୍କର ମୃତ୍ୟୁ ଘଟିଛି । ଶନିବାର ଅପରାହ୍ନରେ ବିଶାଖାପାଟଣା ସ୍ଥିତ ସିପ୍ୟାର୍ଡରେ କାର୍ଯ୍ୟରତ କ୍ରେନ୍ଟି ଭୁଷୁଡି ପଡିଥିଲା । କ୍ରେନ୍ ଭୁଷୁଡିବା ସହିତ ଡ୍ରାଇଭର ସମେତ ତଳେ ରହିଥିବା ସମସ୍ତ ଲୋକଙ୍କ ପ୍ରାଣହାନି ଘଟିଥିଲା । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । କ୍ରେନ୍‌ ଭୁଶୁଡି ପଡିବା ପରେ  ସୋରେ ଲହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।  ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ ବିଶାଖାପଟ୍ଟନାମ୍‌ ଜିଲ୍ଲା କଲେକ୍ଟର ଓ ସହରର ପୋଲିସ୍‌ ଆୟୁକ୍ତଙ୍କୁ ଏହି କ୍ରେନ୍‌ ଦୁର୍ଘଟଣାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Read More

ଅମରାବତୀ , ବର୍ତ୍ତମାନ ଗୋଟିଏ ନୁହେଁ ଏକାଥରେ ଆନ୍ଧ୍ର ପ୍ରଦେଶରେ ହେବ ତିନୋଟି ରାଜଧାନୀ। ଭାରତରେ ଏପରି ନିଷ୍ପତି ପ୍ରଥମ। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ସରକାର ଗତ ଜାନୁୟାରୀ ମାସରେ ବିଧାନସଭାରେ ଦୁଇଟି ବିଲ୍ ଆଣିଥିଲେ। ଗୋଟିଏ ବିଲ୍ ଅନୁସାରେ ନୂଆ ଆନ୍ଧ୍ର ପ୍ରଦେଶରେ କ୍ଷମତା ବିକେନ୍ଦ୍ରୀକରଣ ପାଇଁ ତିନୋଟି ରାଜଧାନୀ କରାଯିବ। ବିଧାନସଭାରେ ଏହି ବିଲ୍ ଗୃହିତ ହେବା ପରେ ବର୍ତ୍ତମାନ ରାଜ୍ୟପାଳଙ୍କ ସ୍ବୀକୃତି ମଧ୍ୟ ହାସଲ କରିଛି। ଏହି ନିୟମ ଅନୁସାରେ ଆନ୍ଧ୍ର ପ୍ରଦେଶରେ ଯେଉଁ ତିନୋଟି ରାଜଧାନୀ ହେବ ତାହା ହେଲା ଅମରାବତୀ, ବିଶାଖାପାଟନାମ ଏବଂ କୁର୍ଣ୍ଣୁଲୁ। ଅମରାବତୀରେ ହେବ ରାଜନୈତିକ ରାଜଧାନୀ ଯେଉଁଠାରେ ବିଧାନସଭା ରହିବ। ସେହିପରି ବିଶାଖାପାଟନାମ ହେବ ପ୍ରଶାସନ ରାଜଧାନୀ, ଯେଉଁଠାରେ ସଚିବାଳୟ ରହିବ। ସେହିପରି କୁର୍ଣ୍ଣୁଲୁ ହେବ ନ୍ୟାୟିକ ରାଜଧାନୀ। ଏହିଠାରେ ରାଜ୍ୟର ଉଚ୍ଚ ନ୍ୟାୟାଳୟ କାର୍ଯ୍ୟ କରିବ। ତେବେ ଏହି ବିଲ୍ ପାଶ କରିବାରେ ଓଡିଶାର ଜଣଙ୍କର…

Read More

ନୂଆଦିଲ୍ଲୀ, ରେଳ ଧାରଣା ଉପରେ ଟ୍ରେନ ନୁହେଁ ସାଇକେଲ ମଧ୍ୟ ଚାଲିବ। କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ଏହା ସତ ଯେ, ରେଳ ବିଭାଗ ଏପରି ଏକ ନିଷ୍ପତି ନେଉଛି। ତେବେ ସାଇକେଲ ସାଧାରଣ ଲୋକଙ୍କ ପାଇଁ ନୁହେଁ। କେବଳ ରେଳ କର୍ମଚାରୀଙ୍କ ପାଇଁ ଏହି ସାଇକେଲ ଚାଲିବ। ସେଥିପାଇଁ ବିଭାଗର ବୈଷୟିକ କମିଟ ଏକ ସ୍ବତନ୍ତ୍ର ଧରଣର ସାଇକେଲ ତିଆରି କରିଛନ୍ତି। ଏହା ସାଧାରଣ ସାଇକେଲର ଆଗପଛରେ ସ୍ବତନ୍ତ୍ର ଚକା ଯୋଡା ଯିବା ସହିତ ଅନ୍ୟ ରେଳ ଧାରଣାକୁ ସଂଯୋଗ କରିବା ପାଇଁ ଏକ ଲୁହା ପାଇପ ସଂଯୋଗ କରାଯାଇଛି। ସେହି ପାଇପର ଶେଷରେ ଆଉ ଏକ ଚକ ଲଗାଯାଇଛି। ଫଳରେ ଏହା ରେଳ ଧାରଣର ଦୁଇ ପଇରେ ଭାରସାମ୍ୟ ରଖି ସହଜରେ ଗଡିପାରିବ। ଏହି ସାଇକେଲକୁ ସାଧାରଣ ସାଇକେଲ ପରି ଟେକି ଟେକି ନେଇ ହେବ। ମୁଖ୍ୟତଃ ରେଳ ଧାରଣ ଚେକ୍ କରୁଥିବା ଲାଇନ କର୍ମଚାରୀଙ୍କ ପାଇଁ ଏହି…

Read More

ନିରାକାରପୁର: ୧୬ ନମ୍ବର ଜାତୀୟ ରାଜପଥରୁ ଏକ ଟ୍ରକ୍‌ ଲୁଟ୍‌ ଘଟଣାରେ ପୋଲିସ୍‌ ତିନି ଅପରାଧୀଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଗତ ୨୨ ତାରିଖରେ  ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ଏକ କୁରୁକୁରୀ ବୋଝେଇ ଟ୍ରକକୁ ଲୁଟେରା ମାନେ ବଳପୂର୍ବକ ଲୁଟକରି ନେଇ ପଳାଇ ଯାଇଥିଲେ। ଲୁଟେରା ମାନେ ଏକ ବୋଲେରୋ ଗାଡିରେ ଆସି ଡ୍ରାଇଭର ଓ ହେଲପରକୁ କାବୁକରି ଟ୍ରକକୁ ନେଇ ପଳାଇଥିଲେ ନୟାଗଡ଼ ପାଖ ଏକ ଜଂଗଲରେ ଡ୍ରାଇଭର ଓ ହେଲପରକୁ ଛାଡିଦେଇଥିଲେ। ଟ୍ରକ ଡ୍ରାଇଭର ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ତିନି ଜଣ ଲୁଟେରାକୁ ଜଗତପୁରରୁ ଗିରଫ କରି ଡକାୟତି ଘଟଣାରେ ବ୍ୟବହୃତ ବୋଲେରୋକୁ ଜବତ କରିବାରେ ସଫଳ ହୋଇଛି। ଡକାୟତ ମାନେ ଟ୍ରକରୁ କୁରୁକୁରୀ ଗୁଡିକ ଜଗତପୁରରେ ବିକ୍ରୀ କରି ଟ୍ରକଟିକୁ ଜଟଣୀ ଥାନା ଗଗଂପଡା ଟୋଲଗେଟ…

Read More

ଲଣ୍ଡନ : ଏଣିକି ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପରେ କେବଳ ଅଧାବିଲ୍‌ ଦେବାକୁ ପଡିବ । ଆଉ ଅଧା ବିଲ୍‌ ସରକାର ଦେବେ। ଆଜ୍ଞ ହଁ, ଏପରି ଏକ ନିୟମ ବ୍ରିଟେନ୍‌ରେ କାର୍ଯ୍ୟକାରୀ କରାଯାଇଛି । ଆପଣମାନେ ହୋଟେଲ୍, ରେଷ୍ଟୁରାଣ୍ଟ କି କାଫେର ଯାହା ଖାଇବେ, ତା’ର ଅଧା ବିଲ୍‌ ଆପଣ ଦେବେ ଆଉ ବାକି ଅଧା ବିଲ୍‌ ସରକାର ବହନ କରିବେ ।   ଅର୍ଥନୀତିର ଅଧୋଗତି ପାଇଁ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଚାନ୍‌ସାଲ୍‌ ଋଷି ସୁନ୍କ୍‌ ଏନେଇ ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ନାମ ’ଇଟ୍‌ ଆଉଟ୍‌ ଟୁ ହେଲପ୍‌ ଆଉଟ୍‌’ ରହିଛି । ଅର୍ଥାତ୍‌ ବାହାରେ ଖାଇବା, କାରଣ ଏହା ଦ୍ବାରା ଲୋକଙ୍କୁ ସାହାଯ୍ୟ ମିଳିବ । ଏହି ଯୋଜନା ପାଇଁ 53,000ରୁ ଅଧିକ ରେଷ୍ଟୁରାଣ୍ଟ, କାଫେ  ଅନ୍ୟ ଆଉଟଲେଟ୍‌ ନିଜର ସହମତି ଜଣାଇଛନ୍ତି । ହୋଟେଲ ଶିଳ୍ପକୁ ସାହାଯ୍ୟ ପାଇଁ…

Read More

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ହନିମୁନ୍‌ରେ କୁଲୁ ମନାଲି ଯିବାକୁ ଚାହୁଁଥିଲେ, କିନ୍ତୁ ପହଞ୍ଚିଲେ ତିହାର ଜେଲ୍‌ରେ । ପୋଲିସ୍‌ ଏକ ବାହାନ ଚୋରି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ହନିମୁନ୍‌ ପାଇଁ ଏକ ଲକ୍‌ଜ୍ୟୁରି କାର୍‌ ଚୋରି କରିଥିବାର ସୂଚନା ରହିଛି । ଅଭିଯୁକ୍ତ ଜଣକ ଏକ ହୋଣ୍ଡା ସିଟି କାର୍‌ ଚୋରି କରିଥିବାବେଳେ ତାକୁ ବିକ୍ରି କରି କୁଲୁ ମନାଲି ଯାଇ ହନିମୁନ୍‌ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ତାହା ପୂର୍ବରୁ ସେ ପୋଲିସ୍‌ ହାତରେ ଧରାପଡି ଯାଇଥିଲେ । ଅଭିଯୁକ୍ତ ଜଣକ 15 ଦିନ ପୂର୍ବରୁ ବିବାହ କରିଥିଲେ । ଅଭିଯୁକ୍ତଙ୍କ ସହ ପୋଲିସ୍‌ ଜଣେ ନାବାଳକ ମଧ୍ୟ ଗିରଫ କରିଛି । ଅଭିଯୁକ୍ତଙ୍କ ପାଖରୁ ହୋଣ୍ଡା ସିଟ୍‌ କାର୍‌ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ ଖାୟାଲା ଥାନା…

Read More

ରାୟଗଡା : ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ 72 ଘଣ୍ଟା ସଟ୍‌ଡାଉନ୍‌ ରହିବ ରାୟଗଡା ଜିଲ୍ଲା । ଏନେଇ ସୂଚନା ଦେଇଛନ୍ତି ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । କରୋନା ସଂକ୍ରମଣରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉଟ୍‌ଡୋର୍‌ ମଧ୍ୟ 48 ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ସୂଚନା ରହିଛି ।

Read More

ବିଜନ କୁମାର ମହାପାତ୍ର ଆମ ଦେଶରେ ଭଣ୍ଡ ବାବା ଓ ନକଲି ଆଧ୍ୟାତ୍ମିକ ଗୁରୁଙ୍କ ପ୍ରାଦୁର୍ଭାବ କାହିଁକି କେଜାଣି ଦୂର ହୋଇପାରୁ ନାହିଁ। ନିକଟ ଅତୀତରେ କିଛି ବାବାଙ୍କ ଅସଲି ତେହେରା ପଦାରେ ପଡିଯାଇଛି। ସେମାନଙ୍କ ତଥାକଥିତ ଆଶ୍ରମ ଓ ଧର୍ମାନୁଷ୍ଠାନରେ ଚାଲିଥିବା ବିଭିନ୍ନ ଅନୈତିକ ଓ ଘୃଣ୍ୟ କାର୍ଯ୍ୟକଳାପର ପର୍ଦାଫାଶ ହୋଇଛି। ସେମାନଙ୍କ ବିରୋଧରେ ଜନ ଆକ୍ରୋଶର ସ୍ୱର ତୀବ୍ର ହୋଇଛି। ନିଜ ନିଜର କଳା କାରନାମା ପଦାରେ ପଡିଲା ପରେ କିଛି ଭଣ୍ଡ ବାବା କୁଆଡେ ଫେରାର ହୋଇ ଆତ୍ମଗୋପନ କରୁଛନ୍ତି ତ, ଆଉ କିଛି ଧରାପଡି ଜେଲ୍ ଯାଆନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଭଣ୍ଡ ବାବାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେମାନେ ଜେଲ୍ ତ ଯାଆନ୍ତି। କିନ୍ତୁ ବେଲ୍ ପାଇବାରେ ବି ସେମାନେ ସଫଳ ହୁଅନ୍ତି। କିଛି ଦିନ ତଳେ ୟୁପିର ମୁଜାଫରନଗରରେ ଥିବା ଏକ ଆଶ୍ରମ ଉପରେ ଚଢାଉ କରି ୧୦…

Read More

ଗଞ୍ଜାମ : ଗଞ୍ଜାମରେ କରୋନା କଟକଣା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ବ୍ରହ୍ମପୁରରେ ବି ସବୁ ପ୍ରବେଶ / ପ୍ରସ୍ଥାନ ପଥ ଉପରେ କଟକଣା ଲାଗିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ସକାଳ 5ଟାରୁ ଅପରାହ୍ନ 4ଟା ଯାଏଁ ଖୋଲା ରହିବ ଦୋକାନ ବଜାର।  5 ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବା ଅନୁମତ । ଦୋକାନୀମାନେ ସାମାଜିକ ଦୂରତ୍ବ ମାନିବେ,  ମାସ୍କ ପିନ୍ଧିବେ। ଦୋକାନୀକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ୍‌ ଦୋକାନୀ ରଖିବେ। ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ୍‌ କରିବେ ଦୋକାନୀ । ରାଜ୍ୟ ସରକାରଙ୍କ ନିୟମାନୁସାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ମୁହଁରେ ମାସ୍କ ଠିକ୍‌ରେ ନ ପିନ୍ଧିଲେ ଜରିମାନା ଆଦାୟ ହେବ । ଗଞ୍ଜାମରେ ଏବେ ଡୋଟ୍‌ ଟୁ ଡୋର୍‌…

Read More

ଭୁବନେଶ୍ବର, ଆଉ ଗୋଟିଏ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ଏହିଦିନ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ । ବର୍ତ୍ତମାନ ଡିଜିଟାଲ ଯୁଗରେ ମଧ୍ୟ ରାକ୍ଷୀର ଚାହିଦା ବଜାଇ ରହିଛି। ତେବେ କରୋନା କଟକଣା ପାଇଁ ବର୍ତ୍ତମାନ ରାକ୍ଷୀ ଦୋକାନରେ ସେପରି ଭିଡ ନାହିଁ। ହେଲେ ଏହି ପରିସ୍ଥିତିରେ ଭଉଣୀମାନେ ରାକ୍ଷୀ କିଣିବାରେ ଅବହେଳା ମଧ୍ୟ କରି ନାହିଁନ୍ତି। କାଁ ଭାଁ ଖୋଲିଥିବା ରାକ୍ଷୀ ଦୋକାନରେ ବର୍ତ୍ତମାନ ଭିଡ ଜମିବାରେ ଲାଗିଛି। ତେବେ ଚଳିତ ବର୍ଷ ପ୍ରାକୃତିକ ରାକ୍ଷୀ କିଣିବାରେ ଭଉଣୀମାନଙ୍କର ଆଗ୍ରହ ବେଶୀ ରହିଛି। ସେହି ହିସାବରେ ରାକ୍ଷୀ ନିର୍ମାତାମାନେ ମଧ୍ୟ ବଜାରକୁ ପ୍ରାକୃତିକ ଭାବେ ତିଆରି ରାକ୍ଷୀ ବଜାରକୁ ଆଣିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ସବାଇ ଘାସ ଦ୍ବାରା ପ୍ରସ୍ତୁତ ରାକ୍ଷୀ। ଘାସକୁ ବିଭିନ୍ନ ଡିଜାଇନରେ ବୁଣାଯାଇ ପ୍ରସ୍ତୁତ କରାଯାଇଛି ଏହି ରାକ୍ଷୀ। ସେହିପରି ଧାନରେ ମଧ୍ୟ ସୁନ୍ଦର ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରାଯାଇଛି। ଆସନ୍ତା ସୋମବାର ହେଉଛି…

Read More

ନୂଆଦିଲ୍ଲୀ :  କିଛି ଫିଲ୍ମ ଓ ଓ୍ବେବ୍‌ସିରିଜ୍‌ରେ ଭାରତୀୟ ସେନାର ଯବାନ ଏବଂ ସାମରିକ ପୋଷାକର ଦୂରୁପଯୋଗ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ  ଏହି ଘଟଣାକୁ ବେଶ୍‌ ଗମ୍ଭୀର ଭାବରେ ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ  । ଏହି ଅଭିଯୋଗ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି), ମେଟିଟି) ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଭାରତୀୟ ସେନା ଉପରେ ଏଣିକି ଚଳଚ୍ଚିତ୍ର / ଡକ୍ୟୁମେଣ୍ଟାରୀ / ୱେବ୍ ସିରିଜ୍ ପ୍ରସାରଣ କରିବା ପୂର୍ବରୁ ପ୍ରଡକ୍ସନ୍ ହାଉସ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଏନ୍‌ଓସି ନେବା ପାଇଁ କୁହାଯାଇଛି | ଏନ୍‌ଓସି ବିନା ଭାରତୀୟ ସେନା ଉପରେ ନିର୍ମିତ କୌଣସି ଚଳଚ୍ଚିତ୍ର କିମ୍ୱା ଦୃଶ୍ୟ ପ୍ରସାରିତ ହୋଇପାରିବ ନାହିଁ | ପ୍ରତିରକ୍ଷା ମନ୍ତ୍ରଣାଳୟକୁ ମିଳିଥିବା ଅଭିଯୋଗରେ ସଶସ୍ତ୍ର ବାହିନୀର ଭାବମୂର୍ତ୍ତିକୁ ଖରାପ ପ୍ରଦର୍ଶନ କରିଥିବା କୁହାଯାଇଛି ଯେ ଏଏଲ୍‌ଟି ବାଲାଜୀରେ ପ୍ରସାରିତ ୱେବ୍ ସିରିଜ୍…

Read More

ଭୁବନେଶ୍ବର :  ଆଜି ରାଜ୍ୟରେ ମୋଟ୍‌ 10 ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଗଞ୍ଜାମରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 3 ଜଣ ରହିଥିବାବେଳେ ସୁନ୍ଦରଗଡ ଓ ଗଜପତିରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 187କୁ ବୃଦ୍ଧି ପାଇଛି । ସେହିପରି ଗଞ୍ଜାମରେ ସର୍ବାଧିକ 99 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରେ 12, ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟର 29ଟି ଜିଲ୍ଲାରୁ ମୋଟ୍‌ 1602 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 308 ଜଣ ଚିହ୍ନଟ ହୋଇଥିବାସ୍ଥଳେ ଖୋର୍ଦ୍ଧାରୁ 285, ରାୟଗଡାରୁ 164,  ଗଜପତିରୁ 108, ସୁ୍ନ୍ଦରଗଡରୁ 62, କଟକରୁ 54, ପୁରୀରୁ 50, ଢେଙ୍କାନାଳରୁ 49, କୋରାପୁଟରୁ 46, କନ୍ଧମାଳରୁ 45, ଯାଜପୁରରୁ 44, ମୟୂରଭଞ୍ଜ ଓ ସମ୍ବଲପୁରୁର 39 ଜଣ ଲେଖାଏଁ ରହିଛନ୍ତି । ବଲାଙ୍ଗିରରୁ 38 ଜଣ ରହିଥିବାବେଳେ ନୟାଗଡରୁ 33 କେଉଁଝରରୁ 31, କଳାହାଣ୍ଡି ଓ ମାଲ୍‌କାନଗିରିରୁ 30 ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ବରରୁ 29, ଭଦ୍ରକରୁ 20, ଜଗତସିଂହପୁରରୁ 19, କେନ୍ଦ୍ରାପଡା ଓ ଅନୁଗୁଳରୁ 15  ଜଣ ଲେଖାଏଁ ରହିଥିବାବେଳେ ବରଗଡରୁ 13, ବୌଦ୍ଧ ଓ ନବରଙ୍ଗପୁରରୁ 9 ଜଣ ଲେଖାଏଁ ରହିଥିବାବେଳେ ଝାରସୁଗୁଡାରୁ 7, ସୋନପୁରରୁ 6, ନୂଆପଡାରୁ 5 ଜଣ ରହିଛନ୍ତି ।

Read More