ଭୁବନେଶ୍ୱର: ରାଜ୍ୟରୁ ଆଜି 19ଟି ଜିଲ୍ଲାରୁ 687ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 307 ଜଣ ସୁସ୍ଥ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାରୁ 59 ଜଣ, ଭଦ୍ରକ ଜିଲ୍ଲାରୁ 52ଜଣ, ନୟାଗଡ଼ ଜିଲ୍ଲାରୁ 35ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 30ଜଣ, ଯାଜପୁର ଜିଲ୍ଲାରୁ 25ଜଣ, କଟକ ଜିଲ୍ଲାରୁ 24ଜଣ, ଗଜପତି ଜିଲ୍ଲାରୁ 23ଜଣ, ମାଲକାନଗିରି ଜିଲ୍ଲାରୁ 18ଜଣ, କୋରାପୁଟ ଜିଲ୍ଲାରୁ 17ଜଣ, କନ୍ଧମାଳ ଜିଲ୍ଲାରୁ 16ଜଣ, କେନ୍ଦୁଝର ଜିଲ୍ଲାରୁ 14ଜଣ, ବରଗଡ଼ ଜିଲ୍ଲାରୁ 12ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ 11ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲାରୁ 10ଜଣ, ଅନୁଗୁଳ ଜିଲ୍ଲାରୁ 5ଜଣ, ନବରଙ୍ଗପୁର ଜିଲ୍ଲାରୁ 3ଜଣ, କଳାହାଣ୍ଡି ଜିଲ୍ଲାରୁ 2ଜଣ ଓ ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରରେ ଗତକାଲି ଆମ୍ବୁଲାନସ ରୋଗୀ ନନେବାରୁ ଜଣକ ମୃତ୍ୟୁ ଘଟଣା ମନରୁ ନ ଲିଭିଲା ବେଳେ ଆଜି ଡ଼ାକ୍ତରଙ୍କ ଅବହେଳାରୁ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଏକ ହୃଦୟ ବିଦାରକ ତଥା ମାନବିକତାହୀନ ଘଟଣା ଆଜି ଘଟିଯାଇଛି। ଏମ୍କେସିଜି ମେଡ଼ିକାଲ୍ରେ କାଜୁଆଲ୍ଟିରେ ଜନୈକ ବ୍ୟକ୍ତି ଚିକିତ୍ସା ସୁବିଧା ନ ପାଇ ଛଟପଟ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଦୁଃଖଦାୟକ ତଥା ମାନବିକହୀନ ଘଟଣା ଆଜି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯେତେ ମାଠିବୁ ମାଠ ନୀତିରେ ଚାଲିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା। ଘଟଣାରୁ ପ୍ରକାଶ ଯେ ତିନିଦିନ ତଳେ ଆମ୍ବପୁଆ ନିକଟସ୍ଥ ପ୍ରମୋଦ ଚନ୍ଦ୍ର ବେହେରା (୫୦)ଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। କିନ୍ତୁ ତା’ ପୂର୍ବରୁ ସେ ମଧୁମେହ ରୋଗ ଏବଂ ଉଚ୍ଚରକ୍ତଚାପରେ ପୀଡ଼ିତ ଥିଲେ। କରୋନା ଭୟରେ ସେ ଗତକାଲି ସ୍ଥାନୀୟ ସିଟି ହସ୍ପିଟାଲ୍କୁ ଯାଇ କୋଭିଡ଼୍ ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିରିଡ଼ି ବ୍ଲକରୁ ୨୦ଜଣ, ରଘୁନାଥପୁର ବ୍ଲକରୁ ୧୩ଜଣ, ପାରାଦ୍ଵୀପରୁ ୪ଜଣ, କୁଜଙ୍ଗ ବ୍ଲକରୁ ୩ଜଣ, ତିର୍ତ୍ତୋଲ ବ୍ଳକରୁ ୨ଜଣ, ଏରସମା ଓ ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ବାହାରିଥିବା ବେଳେ ଜଗତସିଂହପୁର ବ୍ଲକରୁ ୨ଜଣ ଓ ଜଗତସିଂହପୁର ସବଜେଲ୍ ରୁ ଜଣେ ଚିହ୍ନଟ ହୋଇଛନ୍ତି। ଆଜି ବିରିଡ଼ି ବ୍ଲକରୁ ସର୍ବାଧିକ ୨୦ଜଣ ଚିହ୍ନଟଙ୍କ ମଧ୍ୟରୁ ୧୭ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ୩ଜଣ କ୍ଲଷ୍ଟର ଲେବଲ୍ ଟି.ଏମ୍.ସି ରୁ ବାହାରିଛନ୍ତି। ସେହିପରି ରଘୁନାଥପୁର ବ୍ଲକରୁ ବାହାରିଥିବା ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଜଣେ କ୍ଲଷ୍ଟର ଲେବଲ୍ ଟିଏମସିରେ ଥିଲେ। ନୂତନ ୪୭ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏବେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮୧କୁ ବୃଦ୍ଧି ହୋଇଛି । ସେହିପରି ୪୭୩ ଜଣ ସୁସ୍ଥ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ରାଜ୍ୟ ସରକାର ଓଏଏସ୍ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଆଜି ୧୩ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରାଯିବା ସହ ନୂତନ ନିଯୁକ୍ତି ଦିଆଯାଇଛି। ଏହିକ୍ରମରେ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ଥିବା ବିଶ୍ବଜିତ୍ ରାୟଙ୍କୁ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକର ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି। ସୁନ୍ଦରଗଡ କଲେକ୍ଟରେଟ୍ରେ ଥିବା ଜନ୍ମଜେୟ ବେହେରାଙ୍କୁ ନବରଙ୍ଗପୁରର ବିଡିଓ ଭାବେ ଦାୟିତ୍ବ ମିଳିଛି। ସୁନ୍ଦରଗଡ କଲକ୍ଟେରେଟ୍ର ଅବସ୍ଥାପିତ ଥିବା ଶରତ କୁମାର ସେଠୀଙ୍କୁ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ବିଡିଓ ଭାବେ ଦାୟିତ୍ବ ମିଳିଛି। ବୋଲଗଡ ବିଡିଓ ଥିବା ଡ. ଶୁଭଶ୍ରୀଙ୍କୁ ତ୍ରିପାଠୀଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବିଡିଓ ଭାବେ ଦାୟିତ୍ବ ମିଳିଛି। ଢେଙ୍କାନାଳରେ ଅନୁଗୁଳୁ-ଡୁବୁରୀ-ସୁକିନ୍ଦାର ରୋଡ୍ ଲିଙ୍କ୍ ପ୍ରୋଜେକ୍ଟର ଏଲ୍ଓଠ ଥିବା ଧୋବେଇ ନାଏକଙ୍କୁ ଖୋର୍ଦ୍ଧା ବୋଲଗଡର ବିଡିଓ ଭାବେ ଦାୟିତ୍ବ ମିଳିଛି। ବୋଲଗଡ ତହସିଲଦାର ଭାବେ ଅବସ୍ଥାପିତ ଥିବା ମୋନାଲିସା ପଣ୍ଡାଙ୍କୁ ଭୁବନେଶ୍ବର ଆଦର୍ଶ…
ନୂଆଦିଲ୍ଲୀ: ଗତ ସପ୍ତାହ ସାରା ଦେଶରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ରାଜ୍ୟ ସରକାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଆଜି ଦେଶରେ ସଂକ୍ରମଣ ସଂଖ୍ୟା ୧୫ ଲକ୍ଷ ଟପିଛି। ମହାରାଷ୍ଟ୍ର ପରେ ଏବେ ଆନ୍ଧ୍ର ପ୍ରଦେଶରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଆନ୍ଧ୍ର ପ୍ରଦେଶ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୭୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାତି ୮.୩୦ ସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆଜି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଛି।ସେହିପରି କରୋନାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୩୪ ହଜାର ବୋଲି ସୂଚନା ମିଳୁଛି।
ଭୁବନେଶ୍ୱର: ୨୦୧୯ ରେ ଭୋଟ ନେବା ପାଇଁ ବାହାନା କରି କାଳିଆ ଯୋଜନା ମାଧ୍ୟମରେ ଦିଆଯାଇଥିବା ଟଙ୍କା କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହି କାଳିଆ ଯୋଜନା ଟଙ୍କା ଦେବାପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଭୁଲ ତଥ୍ୟ ଦେବାଯୋଗୁଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଲେ। ଏଣୁ ଭୁଲ ତଥ୍ୟ ଦେଇଥିବା ଅଧିକାରୀଙ୍କ ଠାରୁ ସରକାର ଏହି ଟଙ୍କା ଅସୁଲ କରିବା ଆବଶ୍ୟକ। ସରକାରଙ୍କର କୋଭିଡ ପରିଚାଳନାକୁ ରାଜ୍ୟ କଂଗ୍ରେସ ତରଫରୁ ସହଯୋଗ କରାଯାଇ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସରକାର ସେ ସବୁ ପ୍ରସ୍ତାବ କୁ ଗୁରୁତ୍ଵ ଦେଲେ ନାହିଁ। ଫଳରେ ଆଜି ସାରା ରାଜ୍ୟରେ କରୋନାର ବିଭୀଷିକା ମାଡିଗଲାଣି। ତଥାପି ସରକାର ଚେତୁ ନାହାନ୍ତି। ଭୁବନେଶ୍ୱରରେ ଯାହା ନିଷ୍ପତ୍ତି ହେଉଛି ତାହା…
ରମେଶ ମହାନ୍ତି ଜଗତସିଂହପୁର: ବର୍ତ୍ତମାନ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଆଖି ଆଗରେ ରଖି, “ଗ୍ରୀନ ଭିଲେଜ କ୍ଳିନ ଭିଲେଜ” ବିଷୟବସ୍ତୁକୁ ଆଧାର କରି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ନାଉଗାଁ ବ୍ଲକର ତିରୁଣା ପଞ୍ଚାୟତରେ ଏକତା ସ୍ପୋଟିଙ୍ଗ କ୍ଲବ୍ ତିରୁଣା ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ଦୁଇଟି ସରକାରୀ ବିଦ୍ୟାଳୟର ଖେଳ ପଡିଆ ଏବଂ ସ୍ୱେବେନେଶ୍ୱର ମନ୍ଦିର ପାର୍ଶ୍ୱରେ ଆକାଶିଆ, ରାଧା ଚୁଡା, ଅଁଳା, ପିଜୁଳି, ବାହାଡା ଏବଂ ଶିଶୁ ଆଦି ବୃକ୍ଷରୋପଣ କରାଯାଇଛି। ନେହୁରୁ ଯୁବକେନ୍ଦ୍ର ଜଗତସିଂହପୁର ଜିଲ୍ଲା ସଂଯୋଜକ ନିଖିଳ କୋକୋଲା ସହ ସଂଯୋଜକ ପବିତ୍ର ମୋହନ ସୁବୁଧି, ବ୍ଲକ ସଂଯାଜକ ନୃସିଂହ ମହାରଣା, ତିରୁଣା ପଂଚାୟତର ସରପଞ୍ଚ ନିରୁପମା ଦାସ, ନାୟବ ସରପଞ୍ଚ ଦିଜବର ପରିଡା, ସମାଜସେବି ବିଚିତ୍ରାନନ୍ଦ ପଣ୍ଡା ଓ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ…
କନ୍ଧମାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାକୁ 10 ଦିନ ଲକ୍ଡାଉନ୍ ପାଇଁ ଘୋଷଣା କରିଛନ୍ତି ଜିଲ୍ଲାପାଳ । 29 ତାରିଖ ସକାଳ 5ରୁ 7 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକ୍ଡାଉନ୍ ରହିବ ଏହି ଜିଲ୍ଲା । ତେବେ ଏହି ଲକ୍ଡାଉନ୍ ସମୟରେ ସକାଳ 7ରୁ ଦିନ 1ଟା ଯାଏ ରାସନ୍, କ୍ଷୀର, ପରିବା ଦୋକାନ ଖୋଲା ରହିବ । କନ୍ଧମାଳ ଜିଲ୍ଲାରେ ଏବେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 452ରେ ପହଞ୍ଚିଥିବାବେଳେ 245 ଜଣ ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 206ଜଣ ଏବେବି ଚିକିତ୍ସାଧୀନ ରହିଛନ୍ତି ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 215 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 150 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 65 ଜଣ ଲୋକାଲ୍ କେସ ବୋଲି ସୂଚନା ଦେଇଛି ବିଏମ୍ସି । ଆଇଗିଣିଆ ଆଳୁଗଦିରୁ ଆଉ 10 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏକ ଘରୋଇ ହସ୍ପିଟାଲରୁ 11 ଜଣ, ରସୁଲଗଡ ଜିଡିପି କଲୋନୀରୁ ଆଉ 6ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ୍ 9 ବାୟାବାବା ମଠ ବସ୍ତିରୁ 19 ଜଣ ଚିହ୍ନଟ ହୋଇଥିବାବେଳେ ସାଲିଆସାହିରୁ 11 ଜଣ ଚିହ୍ନଟ ହୋଇଛନ୍ତି । ଚାରି ନମ୍ବର ଏମଏଲ୍ କଲୋନୀରୁ 9 ଜଣ ରହିଛନ୍ତି । ଫାୟାର ଷ୍ଟେସନ ବସ୍ତିରୁ 3 ଜଣ ଥିବାବେଳେ ଗଣପତି ନଗର ବସ୍ତିରୁ ମଧ୍ୟ 3ଜଣ ରହିଛନ୍ତି । ସେହିପରି ଲୋକାଲ୍ କେସ 65ଜଣଙ୍କ ମଧ୍ୟରୁ ଏକ ଘରୋଇ ହସ୍ପିଟାଲ 6 ଜଣ କର୍ମଚାରୀ ଥିବାେବଳେ…
ପୁରୀ : ଲକ୍ଡାଉନ୍ ଯୋଗୁଁ ଶିକ୍ଷାନୁଷ୍ଠାନ ସବୁ ବନ୍ଦ କରାଯାଇଛି । ଏହି ସମୟରେ ଅନଲାଇନ୍ ଜରିଆରେ ପିଲାମାନେ ପାଠ ପଢୁଛନ୍ତି । ସରକାରୀ ହେଉ କି ବେସରକାରୀ ବିଦ୍ୟାଳୟ ଏବେ ସମେସ୍ତ ଅନଲାଇନ୍ରେ ପିଲାମାନଙ୍କୁ ପାଠ ପଢାଉଛନ୍ତି । ଜୁମ୍ ଆପ୍ ଓ ଅନ୍ୟାନ୍ୟ ଆପ୍ ଦ୍ବାରା ପିଲାମାନଙ୍କୁ ଅନଲାଇନ୍ କୋଚିଂ ଦିଆଯାଉଥିବାବେଳେ ହ୍ବାଟସ୍ଆପ୍ ଗ୍ରୁପ୍ ଜରିଆରେ ପିଲାମାନଙ୍କୁ ପରୀକ୍ଷା କରାଯାଇ ପଢାଯାଉଛି । ଏହି ଅନଲାଇନ୍ ପାଠ ପଢିବାବେଳେ ମୋବାଇଲ୍ ଫାଟିଛି । ମୋବାଇଲ୍ ଫାଟିବାରୁ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି । ସୂଚନା ଅନୁସାରେ ପୁରୀ ବାଲିଘାଇ ଅଞ୍ଚ ଆଦର୍ଶ ନଗରରେ ଏହି ଘଟଣା ଘଟିଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଏହି ଝିଅଟି ଅନ୍ଲାଇନ୍ରେ ପାଠ ପଢୁଥିବାବେଳେ ହଠାତ୍ ମୋବାଇଲ୍ ଫୋନ୍ଟି ଫାଟି ଯାଇଥିଲା । ମୋବାଇଲ ଫାଟିବା ପରେ ଫୋନ୍ଟ ଖଣ୍ଡବିଖଣ୍ଡ ହୋଇଯାଇଥିଲା । ବ୍ଲାଷ୍ଟ ପରେ ମୋବାଇଲ୍…
ପଶ୍ଚିମବଙ୍ଗ : ଦେଶରେ କରୋନା ସ୍ଥିତି ଗମ୍ଭୀର ରହିଥିବାବେଳେ ବହୁ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ଦେଖି ଲକ୍ଡାଉନ ଓ ସଟ୍ଡାଉନ୍ ନିଷ୍ପତ୍ତି ନେଉଛନ୍ତି । ଏହି କ୍ରମରେ ପଶ୍ଚିମବଙ୍ଗରେ ଲକ୍ଡାଉନ୍ ଅବଧିକୁ ଆଉ ମାସେ ବଢାଇ ଦିଆଯାଇଛି । ପଶ୍ଚିମବଙ୍ଗରେ ସପ୍ତାହକୁ ଦୁଇ ଦିନ ଲକ୍ ଡାଉନ ଚାଲିଛି । ରାଜ୍ୟରେ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରାଯିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ତେବେ ଅଗଷ୍ଟ 1 ତାରିଖରେ ବକ୍ରିଇଦ୍ ଥିବାରୁ ଲକ୍ଡାଉନ୍ ହେବନି ବୋଲି କହିଛନ୍ତି ମମତା ବାନାର୍ଜୀ ।
କଟକ : କଟକ ସହରର ଆଜି ଆଉ 41 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 41ଜଣଙ୍କ ମଧ୍ୟରୁ 39 ଜଣ କ୍ବାରେଣ୍ଟାଇନ୍ ଓ 2 ଜଣ ଲୋକାଲ କେସ ରହିଛି ବୋଲି କଟକ ମହାନଗର ନିଗମ ସୂଚନା ଦେଇଛି । ଦିଓ୍ବାନା ବଜାରରୁ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଶଙ୍କରପୁରୁର 3, ଶେଖ୍ ବଜାରରୁ 2, ସିଡିଏ ସେକ୍ଟର -9ରୁ 2 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମଠ ସାହିରୁ ଜଣେ ଓ ପୋଲିସ୍ କଲୋନୀର ଜଣେ ଲୋକାଲ କେସ ରହିଛନ୍ତି । ଆଜିର ନୂତନ 41 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା 777କୁ ବୃଦ୍ଧି ହୋଇଛି । ସେହିପରି 314 ଜଣ ସୁସ୍ଥ ହୋଇଥିବାବେଳେ କଟକ ସହରରେ 10 ଜଣଙ୍କ ମୃତ୍ୟୁ ଘଟିଛି । ଏବେ ସୁଦ୍ଧା 453 ଜଣ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି ।
ରମେଶ ମହାନ୍ତି ଜଗତସିଂହପୁର: କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଓ ସଟଡାଉନ ଯୋଗୁଁ ଲୋକ ପଦାକୁ ବାହାରୁ ନଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଗୋରୁଚୋର ମାତିଥିବା ଅଭିଯୋଗ ହେଉଛି। ଅଭିନବ ଉପାୟରେ ବୁଲାଗୋରୁ, ଷଣ୍ଢ ଗୁଡିକୁ ଚୋରିକରି ଚାଲାଣ କରୁଥିବା ଏକ ରାକେଟକୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡମାରି ଅଟକ ରଖିବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କରୋନା କଟକଣା ପାଇଁ ଲୋକେ ପଦାକୁ ବାହାରୁନଥିବା ବେଳେ ଏହାର ଫାଇଦା ନେଉଛନ୍ତି ଗୋରୁ ଚୋର। ସୂଚନା ମୁତାବକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀପଠା ଗୋପିଆକୂଦର ଆଖପାଖ ଅଞ୍ଚଳର ଶତାଧିକ ବୁଲା ଗୋରୁଗାଈ ଓ ଷଣ୍ଢ ଚରାବୁଲା କରିଥାନ୍ତି। କରୋନା ସଟଡାଉନ ପାଇଁ ଲୋକେ ପଦାକୁ ବାହାରୁନଥିବା ବେଳେ ନିର୍ଜନତାର ସୁଯୋଗ ନେଇ ଗୋରୁଚୋର ଦୈନିକ ଏକାଧିକ ଗୋରୁ ଓ ଷଣ୍ଢ ଚୋରିକରୀ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ସୂଚନାନୁଯାୟୀ ରବିବାର…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ସମଗ୍ର ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କରୋନାକୁ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଜିଲ୍ଲା ଗୁଡିକୁ ସିଲ୍ କରାଯାଉଛି । ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଞ୍ଜାମ- ଖୋର୍ଦ୍ଧା ସୀମାକୁ ସିଲ୍ କରାଯାଉଛି । ଗଂଜାମ ଖୋର୍ଦ୍ଧା ସୀମା ସିଲ କରାଯାଇଥିଲେ ମଧ୍ୟ ଅବାଧରେ ସହ ସହ ଗଂଜାମ ଶ୍ରମିକ ଖୋର୍ଦ୍ଧା ଜିଲ୍ଲାକୁ ଆସୁଥିବାର ସୂଚନା ମିଳିଛି । ପ୍ରାପ୍ତ ସୂଚନା ମୁତାବକ କରୋନା ସଂକ୍ରମଣଙ୍କୁ ପ୍ରତିହତ କରିବା ପାଇଁ ଖୋର୍ଦ୍ଧା – ଗଂଜାମ ସୀମା ସିଲ କରାଯାଇଛି।ମାତ୍ର ପ୍ରତେକ ଦିନ ଶହ ଶହ ଶ୍ରମିକ ଟ୍ରକ ମାଧ୍ୟମରେ…
ଭୁବନେଶ୍ବର : କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଡିଜିପି ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଅଭିଯୋଗ ବୁଝିହେବ ସେନେଇ ଗାଇଡଲାଇନ୍ ଦେଇଛନ୍ତି ପୋଲିସ୍ ଡିଜି। ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍ ରହିବ। ସେହିପରି ଜିଲ୍ଲା ପୋଲିସ୍ କଣ୍ଟ୍ରୋଲ୍ ରୁମ୍ ନମ୍ବର ଟୁଇଟର, ଫେସବୁକ୍ରେ ଦିଆଯିବ। ପ୍ରତିଥାନାର ଲ୍ୟାଣ୍ଡଲାଇନ ନମ୍ବର ବି ସୋସିଆଲ ମିଡିଆରେ ଦିଆଯିବ। ଥାନାକୁ ଫୋନ୍ରେ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସ୍ପି, ଡିଏସ୍ପି। ଲୋକଙ୍କ ଆପତ୍ତି ଶୁଣିବୁ ସବୁ ଥାନାରେ ରିସେପସନ୍ କାଉଣ୍ଟର ରହିବ। ଥାନା ମୁଖ୍ୟ କୋଠାଠାରୁ ଛାଡି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ। ରିସେପସନ୍ ଏରିଆ ନିୟମିତ ବିଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ। ଡିଆଇଜି, ଏସ୍ପି ଓ ଡଏସ୍ପିଙ୍କ ଅଫିସ୍ ମେନ ଗେଟ୍ରେ ଫୋନ୍ ନମ୍ବର…
ଭୁବନେଶ୍ବର : ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବାରଣ କରାଯାଇଛି। ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇନଥିଲେ ପ୍ରବେଶ ଅନୁମତି ମିଳିବନି ବୋଲି ସୂଚନା ରହିଛି। ପ୍ରଥମେ କରୋନା ଟେଷ୍ଟ ହେବ, ନେଗେଟିଭ୍ ଆସିଲେ ହିଁ ଅନୁମତି ମିଳିବ। କରୋନା ନେଗେଟିଭ୍ ସାର୍ଟିଫିକେଟ୍ ଥିବା ବ୍ୟକ୍ତିଙ୍କୁ ରହିବାକୁ ଅନୁମତି ମିଳିବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଟାଞ୍ଜିଟ୍ ହାଉସ୍ରେ ରଖାଯିବ ବୋଲି ସୂଚନା ରହିଛି । କୋଭିଡ୍ କେୟାର ହୋମ୍ରେ ମଧ୍ୟ ରହିବା ବ୍ୟବସ୍ଥା କରିବେ ପ୍ରଶାସନ । ଏନେଇ ସବୁ ଜିଲ୍ଲାପାଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଚିଠି ଦେଇଛି ।
ନୂଆଦିଲ୍ଲୀ, ବହୁ ବାଦବିବାଦ ପରେ ଶେଷରେ ଫ୍ରାନସରୁ ଭାରତକୁ ଆସୁଛି ରାଫେଲ ଯୁଦ୍ଧ ବିମାନ। ପ୍ରଥମ ପର୍ଯ୍ୟାୟରେ 5ଟି ରାଫେଲ ଲଢୁଆ ବିମାନ ଭାରତକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ପାଇଁ ଉଦ୍ଦିଷ୍ଟ ଏହି ବିମାନ ମଧ୍ୟରୁ ସକାଳୁ 5ଟି ଫ୍ରାନ୍ସର ମେରିୟାଙ୍କ ସ୍ଥିତ ଡାସଲ୍ଟ ବିମାନ ତିଆରି କାରଖାନାରୁ ଯାତ୍ରା ଆରମ୍ଭ କରିଛି। ଏହି ବିମାନ ମଧ୍ୟରେ 3ଟି ସିଙ୍ଗଲ୍ ସିଟ୍ର ଓ ଦୁଇଟି ଟ୍ଵିଇନ୍ ସିଟ୍ର ରହିଛି। ଏହି ବିମାନ ଆଣିବା କାର୍ଯ୍ୟ ଦୁଇ ପର୍ଯ୍ୟାୟରେ ସଂପନ୍ନ ହେବାକୁ ଯୋଜନା ପ୍ରସ୍ତୁତ କରଯାଇଛି। ଭାରତୀୟ ବିମାନ ବାହିନୀର ପାଇଲଟମାନେ ଏଗୁଡିକୁ ଭାରତ ଆଣିବେ। ଏଥିପାଇଁ ଭାରତୀୟ ବାୟୁସେନାର ପାଇଲଟମାନଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ବିମାନ ଆସୁଛି ସେଥିରେ ଆକାଶ ମାର୍ଗରେ ଇନ୍ଧନ ଭରିବା ବ୍ୟବସ୍ଥା ହୋଇଛି। ଉଡନ୍ତା ଅବସ୍ଥାରେ ଇନ୍ଧନ ବୋଝେଇ ବିମାନରୁ ଏହି ଲଢୁଆ ବିମାନକୁ ଇନ୍ଧନ ଯୋଗାଇ…
ଗଜପତି : ଗଜପତି ଜିଲ୍ଲାରେ ସପ୍ତାହକୁ 4 ଦିନ ସଟ୍ଡାଉନ୍, ତିନି ଲକ୍ଡାଉନ୍ ଜାରି କରାଯାଇଛି । ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସଟ୍ଡାଉନ୍ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ଯଥାପୂର୍ବ ରହିବ। ସମସ୍ତ ବ୍ଲକ ମୁଖ୍ୟାଳୟ ଚାରି ଦିନ ପାଇଁ ସଟ୍ଡାଉନ୍ ରହିବ । ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର ଏନଏସି ମଧ୍ୟ ସଟ୍ଡାଉନ୍ ରହିବ । ଜିଲ୍ଲାର 3ଟି ବ୍ଲକର 4ଟି ପଞ୍ଚାୟତରେ ମଧ୍ୟ କଟକଣା ବଳବତ୍ତର ରହିବ । ଏନେଇ ସମସ୍ତ ବ୍ଳକ, ପୌରାଞ୍ଚଳ, ଏନଏସି କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ 4 ଦିନିଆ ସଟ୍ହାଉନ୍ ବଳବତ୍ତର ରହିବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ କ୍ରମାଗତ ବୃଦ୍ଧି ଯୋଗୁଁ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ।
ନୂଆଦିଲ୍ଲୀ, କୋଭିଡ୍ ମହାମାରୀ ସମୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ର ସଦସ୍ୟମାନଙ୍କୁ ଅନ୍ଲାଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଚଳିତବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ୭୩.୫୮ ଲକ୍ଷ ସଦସ୍ୟଙ୍କ ନୋ ୟୋର କଷ୍ଟମର୍ସ ବା କେୱାଇସି ଡେଟାକୁ ଅପ୍ଡେଟ କରିଛି। ଏଥିମଧ୍ୟରେ ୫୨.୧୨ ଲକ୍ଷ ସଦସ୍ୟଙ୍କ ଖାତାକୁ ଆଧାର ସହ ସିଡିଂ କରାଯାଇଛି । ଏହାଛଡା ୧୭.୪୮ ଲକ୍ଷ ସଦସ୍ୟଙ୍କ ମୋବାଇଲ ସିଡିଂ (ୟୁଏଏନ୍ଆର) ଆକ୍ଟିଭେସନ କରାଯାଇଥିବାବେଳେ ୧୭.୮୭ ଲକ୍ଷ ସଦସ୍ୟଙ୍କର ବ୍ୟାଙ୍କ ଖାତାକୁ ସିଡିଂ କରାଯାଇଛି । କେୱାଇସି ଏକ ଏକକାଳୀନ ପ୍ରକ୍ରିୟା ଯାହାଦ୍ୱାରା ସଦସ୍ୟମାନଙ୍କର ପରିଚୟ ତଦାରଖ ସହଜ ହୋଇଥାଏ ଏବଂ ଏହା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସହ ସଂଯୁକ୍ତ ହୋଇଥାଏ । ଆହୁରି ମଧ୍ୟ କେୱାଇସି ସିଡିଂକୁ ବ୍ୟାପକ କରିବା ପାଇଁ ଇପିଏଫ୍ଓ ବଡ ଧରଣର କସରତ ଆରମ୍ଭ କରିଛି । ଲକ୍ଡାଉନ ସମୟରେ ମଧ୍ୟ ଇପିଏଫ୍ଓ ଏହାର ସଦସ୍ୟମାନଙ୍କ ଜନସାଂକ୍ଷିକ ବିବରଣୀକୁ ସଂଶୋଧନ କରିଛି । ଏହାଫଳରେ…
ଭୁବନେଶ୍ବର : ରାଜ୍ୟରୁ ଆଜି 1215 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 28ହଜାର 107କୁ ବୃଦ୍ଧି ହୋଇଛି । ସେହିପରି ମୃତ୍ୟୁସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 150ରୁ ଉର୍ଦ୍ଧ୍ବ ରହିଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 17ହଜାର 373ଜଣ । ସେହିପରି ସୁସ୍ଥ ହୋଇଛନ୍ତି 10ହଜାର545ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 154ଜଣ । ସେହିପରି 35 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଗଞ୍ଜାମ ପରେ ଏବେ ଖୋର୍ଦ୍ଧାରେ ଅଧିକ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସେହିପରି କଟକ, ଯାଜପୁର, ସୁନ୍ଦରଗଡ, ରାୟଗଡା ଆଦି ଜିଲ୍ଲାରେ କରୋନା ସ୍ଥିତି ମଧ୍ୟ ବେଶ୍ ଗମ୍ଭୀର ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କରୋନା…
ଭୁବନେଶ୍ବର : ରାଜ୍ୟରେ ଆଜି ପୁଣି କରୋନା ଯୋଗୁଁ 7ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କଟକ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଥିବାବେଳେ ରାୟଗଡାରୁ 2ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 154କୁ ବୃଦ୍ଧି ହୋଇଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ବୟସ ଯଥାକ୍ରମେ 55,56, 39 ବର୍ଷ ବୋଲି ସୂଚନା ରହିଛି । ସେହିପରି ରାୟଗଡାରୁ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ବୟସ ଯଥାକ୍ରମେ 72 ବର୍ଷ ଓ 31 ବର୍ଷ ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ ମାତ୍ର 5 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ବୋଲି ସୂଚନା ରହିିଛି । ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 85କୁ…

