ଭୁବନେଶ୍ୱର : ଆଜି ସରକାରଙ୍କ ତରଫରୁ ଅନଲକ୍ 3.0ର ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନ୍ ଅନୁସାରେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି ଓ ରାଉରକେଲାରେ ଲକ୍ଡାଉନ୍କୁ ହଟାଯାଇଥିବାବେଳେ ପୂର୍ବବତ୍ ସାପ୍ତାହିକ୍ ସଟ୍ଡାଉନ୍ ଜାରି କରାଯାଇଛି । ଏହି ଗାଇଡଲାଇନ୍ରେ ରାଜ୍ୟର ସରକାରୀ ଅଫିସ ଓ କର୍ମଚାରୀଙ୍କ ପାଇଁ ଅଗଷ୍ଟ ମାସ ନିମନ୍ତେ ନୂତନ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ବନ୍ଦ ରହିବ ବୋଲି ସୂଚନା ରହିଛି । ଏହାସହିତ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ, ଅଗଷ୍ଟ ମାସରେ ସରକାରୀ ବିଭାଗର ସମସ୍ତ ବିଭାଗ ଓ ଅଧସ୍ତନ ଦପ୍ତରରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ମିଶାଇ ସର୍ବାଧିକ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ କରିବାକୁ କୁହାଯାଇଛି। ସମସ୍ତ ସରକାରୀ…
Author: Samikhsya Bureau
ହଂକକଂଗ: ହଂକକଂଗରେ କରୋନା ଲାଗି ନିର୍ବାଚନକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏକ ବର୍ଷ ପାଇଁ ବିଧାନ ପରିଷଦକୁ ସ୍ଥଗିତ କରାଯାଇଛି। ଶୁକ୍ରବାର ଦିନ ହଂକକଂଗର ନେତା କେରୀ ଲାମ ଘୋଷଣା କରିଛନ୍ତି ଯେ, ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବହୁ ପ୍ରତୀକ୍ଷିତ ବିଧାନ ପରିଷଦ ନିର୍ବାଚନକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି। ହଂକକଂଗ ସରକାର ନିର୍ବାଚନ ସ୍ଥଗିତ କରିବା ପାଇଁ ଜରୁରୀକାଳୀନ ଅଧ୍ୟାଦେଶ ଲାଗୁ କରିଛନ୍ତି। ଲାମ୍ କହିଛନ୍ତି ଯେ, ଚୀନ୍ ସରକାରଙ୍କ ସମର୍ଥନରେ ଏହି ନିର୍ଣ୍ଣୟ ନିଆଯାଇଛି। ଲାମ୍ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ତଥା ନିର୍ବାଚନ ନିଷ୍ପକ୍ଷତା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି। ନିର୍ବାଚନ ସ୍ଥଗିତ ରଖିବାର ନିଷ୍ପତ୍ତି ଲୋକତନ୍ତ୍ର ସମର୍ଥକ ଓ ବିପକ୍ଷଙ୍କ ପାଇଁ ବଡ ଝଟ୍କା ହୋଇଛି। ବିରୋଧୀ ଦଳ ଏହି ନିର୍ବାଚନରେ ଚୀନ୍ ସ ମର୍ଥକଙ୍କଠାରୁ ଜନତାଙ୍କ ମୋହଭଙ୍ଗର ଲାଭ ଉଠାଇବା…
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଭୟାବହ ସ୍ଥିତିକୁ ଯାଉଛି। ଏହାକୁ ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନିଆ ନଗଲେ, ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର ଯଥେଷ୍ଟ ଆଶଙ୍କା ଅଛି ବୋଲି କହିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପିସିସି ସଭାପତି ଆଗାମୀ ଦିନରେ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ପାଇଁ କଂଗ୍ରେସ ଦଳ ତରଫରୁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସରକାରର ମୁଖ୍ୟ ଭାବରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଦୁର୍ବିପାକ ସହ ଲଢିବାର ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ଚର୍ଚ୍ଚା ଆଲୋଚନା କରି ଏହି ଅଭିଯାନକୁ ଏକ ସଫଳତାର ଦିଗରେ ଆଗକୁ ନେବାକୁ ଉଦ୍ୟମ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ ନିର୍ଦ୍ଦିଷ୍ଟ ଭାବରେ ସରକାରଙ୍କୁ ଚାରୋଟି ପ୍ରସ୍ତାବ ଦେଇଛନ୍ତି- ୧. ଜଣେ ବ୍ୟକ୍ତି ଯିଏ ସରକାରୀ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଚାହୁଁ ନାହିଁ,…
ଭୁବନେଶ୍ବର: ଆଜି ରାଜ୍ୟସରକାର ଅନଲକ୍ 3.0ର ଗାଇଡ ଲାଇନ ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାରେଟି ଜିଲ୍ଲା ଓ ଦୁଇଟି ମହାନଗର ନିଗମକୁ ଜୁଲାଇ 31 ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଥିଲେ। ତେବେ ଏହି ଅନ୍ଲକ୍ 3.0ରେ ଲକ୍ଡାଉନ୍କୁ ଖୋଲି ଦେଇଥିବାବେଳେ ପୁଣି ଥରେ ସଟ୍ଡାଉନକୁ ଲାଗୁ କରିଛନ୍ତି। ଗଞ୍ଜାମ, ଖୋର୍ଦ୍ଧା,କଟକ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟ୍ଡାଉନ୍ ପୂର୍ବବତ୍ ଲାଗୁ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସଟ୍ଡାଉନ୍ରେ ପୂର୍ବରୁ ଥିବା ସମସ୍ତ କଟକଣା ଲାଗୁ ହେବ ବୋଲି ସୂଚନା ରହିଛି। ସେହିପରି କେନ୍ଦ୍ର ସରକାର ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କରିଥିବାବେଳେ ରାଜ୍ୟ ସରକାର ଏହାକୁ ବଳବତ୍ତର ରଖିଛନ୍ତି। ରାତ୍ରି 9ଟାରୁ ସକାଳ 5ଟା ଯାଏ ସାଧାରଣ ଆତଯାତ ବନ୍ଦ ରହିବ। ତେବେ ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ। ଅପରପକ୍ଷରେ ରାଜ୍ୟ ସରକାର କୋଭିଡ୍ କଟକଣା ଓ ଜରିମାନାକୁ…
ଭୁବନେଶ୍ବର: ଆଜି ଅଗଷ୍ଟ ମାସ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। -କଣ୍ଟେନମେଣ୍ଟ ଜୋନ୍ରେ ଲକ୍ଡାଉନ୍ ସମ୍ପୂର୍ଣ୍ଣ ଭାବେ ଲାଗୁ ରହିବ। ଏଠାରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି । -ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଯଥା ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ ଆଦି ଜନସାଧାରଣଙ୍କ ପାଇଁ ବନ୍ଦ ରହିବ। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ। -ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। -ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ସିନେମା ହଲ୍, ଅଡିଟୋରିୟମ୍, ସୁଇମିଂ ପୁଲ୍, ଆସେମ୍ଲି ହଲ୍ ବନ୍ଦ ରହିବ। -ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶଗୁଡିକୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। -ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଅଙ୍ଗନଓ୍ବାଡିଗୁଡିକ ମଧ୍ୟ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ପରୀକ୍ଷା ହୋଇପାରିବ। -କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ୍ ମୁତାବକ ଅଗଷ୍ଟ 5ରୁ ଯୋଗ ସେଣ୍ଟର…
ଭୁବନେଶ୍ବର: କରୋନା କଟକଣାକୁ ଆଖିଆଗରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଆଜି ପ୍ରେସ୍ ମିଟ୍ କରାଯାଇଛି। ଗତକାଲି କେନ୍ଦ୍ର ସରକାରଙ୍କ ତରଫରୁ ଅନଲକ୍ 3.0ର ଗାଇଡଲାଇନ୍ ଜାରି କରାଯାଇଥିବାବେଳେ ଆଜି ରାଜ୍ୟସରକାର ଅନ୍ଲକ 3.0ର ଗାଇଡଲାଇନ୍ ଜାରି କରିଛନ୍ତି। ତେବେ ଏହି ଗାଇଡ ଲାଇନ୍ରେ କଟକଣା ଓ ଜରିମାନାକୁ କଡାକଡି କରିଛନ୍ତି। ମାସ୍କ ନ ପିନ୍ଧିଲେ ପ୍ରଥମ ଦୁଇ ଥର ନିୟମ ଉଲ୍ଲଂଘନ ଅଭିଯୋଗ ପାଇଁ 1000 ଟଙ୍କାର ଜରିମାନା ଆଦାୟ ହେବ। ସେହିପରି ପରବର୍ତ୍ତୀ ସମୟରେ ବିନା ମାସ୍କରେ ଧରାପଡିଲେ ଏହା 5000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କୋଭିଡ୍ ନିୟମ ନ ମାନି ବାହାଘର କଲେ 10 ହଜାର ଟଙ୍କାର ଜରିମାନା ଦେବାର ପ୍ରାବଧାନ ରହିଛି। ତେବେ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି ହେଲେ 10 ହଜାରରୁ ଅଧିକ ଜରିମାନା ଆଦାୟ ହେବା ନେଇ ନିଷ୍ପତ୍ତି ନିଆଯିବ। ସେହିପରି…
କଟକ : କଟକ ଶିଶୁଭବନରେ ଜଣେ କରୋନା ପଜିଟିଭ୍ ଶିଶୁର ମୃତ୍ୟୁ ହୋଇଛି । ତେବେ ଶିଶୁ ପୁତ୍ରର ମୃତ୍ୟୁ ହେବା ପରେ କ ଶିଶୁ ପୁତ୍ରର ବାପା ମା’ ଶିଶୁ ପୁତ୍ରକୁ ଧରି ହସ୍ପିଟାଲରୁ ଚମ୍ପଟ ମାରିଛନ୍ତି । ଏନେଇ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଏତଲା ଦିଆଯାଇଛି । ଆଜି ସକାଳେ ଧଉଳି ଅଞ୍ଚଳରୁ ୬ ବର୍ଷର ପୁଅକୁ ଧରି ବାପା ଓ ମା ମେଡିକାଲ ଆସିଥିଲେ। ନିୟମାନୁସାରେ ଆଡମିଶନ ପୂର୍ବରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା। ଆଣ୍ଟିଜେନ ଟେଷ୍ଟରେ ଛୁଆ ଓ ମାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଆଇସୋଲେସନ ୱାର୍ଡରେ ଥିବା ଛୁଆଟିର ମୃତ୍ୟୁ ହୋଇସାରିଥିଲା। ମା’ ଛୁଆଙ୍କର ପଜିଟିଭ୍ ଆସିବାରୁ ଶିଶୁ ଭବନ ସିଏମ୍ସିକୁ ଜଣାଇଥିଲା । ସିଏମ୍ସି ଷ୍ଟାଫ୍ ଆସିବା ବେଳକୁ ମୃତ ଶିଶୁକୁ ଧରି ବାପା ମା’ ପଳାଇ ସାରିଥିଲେ…
ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ନୌ-ବାଣିଜ୍ୟ ଐତିହ୍ୟ ଗ୍ୟାଲେରୀର ଶୁଭ ଉନ୍ମୋଚନ କରାଯାଇଛି । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ଲାଇନ୍ରେ ଏହାର ଭର୍ଚୁଆଲ ଉନ୍ମୋଚନ କରିଥିଲେ । ଉନ୍ମୋଚନ ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି ଗ୍ୟାଲେରୀ ଆଗାମୀ ପିଢ଼ି ପାଇଁ ବହୁ ଉ ପାଦେୟ ହେବା ସହ ଏ କ୍ଷେତ୍ରରେ କାର୍ଯ୍ୟରତ ଗବେଷକ, ଜିଜ୍ଞାସୁ ଓ ଇତିହାସେ ପ୍ରମୀମାନଙ୍କୁ ଏହା ବହୁ ମୂଲ୍ୟବାନ ତଥ୍ୟ ଯୋଗାଇ ପାରିବ ବୋଲି କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଆମାନେ ନୌବାଣିଜ୍ୟରେ କି ପରି ନି ପୁଣ ଥିଲେ ସେ ଉ ପରେ ଆଲୋପାତ କରିଥିଲେ। ସେମାନେ ଦରିଆ ପାରି ଦେଶମାନଙ୍କରେ ବାଣିଜ୍ୟ କରି କେବଳ ଧନ ଅର୍ଜନ କରୁ ନଥିଲେ ବରଂ ସେଠାରେ…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 128 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍ରୁ 85 ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ କଣ୍ଟାକ୍ଟ 43 ଜଣ ରହିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏକ କ୍ବାରେଣ୍ଟାଇନ୍ ସେଣ୍ଟରରୁ18 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାଲିଆ ସାହିରୁ 6ଜଣ, ସତ୍ୟନଗରରୁ 6ଜଣ, ଭରତପୁରରୁ 6 ଜଣ ଚିହ୍ନଟ ରହିଥିବାବେଳେ 5 ପୋଲିସ୍ କର୍ମଚାରୀ ରହିଥିବାବେଳେ ଘରୋଇ ହସ୍ପିଟାଲର 4 ଜଣ କର୍ମଚାରୀ ରହିଛନ୍ତି । ଅଶୋକ ନଗରରୁ 3 ଜଣ ରହିଥିବାବେଳେ ନିଉ ଫରେଷ୍ଟ ପାର୍କରୁ 3 ଜଣ, ବରମୁଣ୍ଡାରୁ ତିନି ଜଣ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରୁ 4 କର୍ମଚାରୀ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ତିନିଜଣ ରହିଥିବାବେଳେ ଏକ ମିଡିଆ ହାଉସର ତିନିଜଣ ସଂକ୍ରମିତ ହୋଇଥିବାର ସୂଚନା…
ଭୁବନେଶ୍ବର, ୦୨୮୬୧/୦୨୮୬୨ ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସେବାକୁ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କାଯିବାକୁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଅଗଷ୍ଟ ମାସ ୩ ତାରିଖ ରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲା ଠାରୁ ପ୍ରତିଦିନ ଭୋର ୫ଘ.୧୦ମି.ରେ ଛାଡିବାକୁ ଥିବା ବେଳେ ଭୁବନେଶ୍ୱର ଠାରୁ ଏହା ଅପରାହ୍ନ ୨ଘ.୧୦ମି.ରେ ଛାଡିବ। ଏହି ଟ୍ରେନ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ ଏବଂ ନାରାଜ ମାର୍ଥାପୁର ଷ୍ଟେସନ ମାନଙ୍କରେ ରହଣି କରିବ। ଏହା ବ୍ୟତୀତ, ଅନ୍ୟ ଦୁଇଟି ଅନ୍ତଃ ରାଜ୍ୟ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ନିମ୍ନ ଅନୁଯାୟୀ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି। ସେଗୁଡିକ ହେଲା ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୩/୦୮୪୯୪) ଅଗଷ୍ଟ ମାସ ପହିଲା ଠାରୁ ୧୨…
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ଆଜି ପାଞ୍ଚଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଅଛି । ମାହୁଡାର ମାହୁଡା ସର୍ଭିସ କୋ-ଅପରେଟିଭ୍ ସୋସିଆଇଟି ବ୍ୟାଙ୍କର ଲୁଟ୍ ଯୋଜନା କରୁଥିବାବେଳେ ଧରା ପଡିଛନ୍ତି । ଧରାପଡିଥିବା ପାଞ୍ଚ ଦୁଦ୍ଦାନ୍ତ ଅପରାଧୀ ହେଉଛନ୍ତି ଲାଞ୍ଚିପଲ୍ଲୀରୁ 21 ବର୍ଷୀୟ କେ ଅମିତ ପାତ୍ର, ଲାଠି ଗ୍ରାମର 24 ବର୍ଷୀୟ ଶ୍ୟାମସୁନ୍ଦର ଗୌଡ ଓରଫ ଚେରୁ, ଲାଞ୍ଚିପଲ୍ଲୀର 23 ବର୍ଷୀୟ ରବି ପଣ୍ଡା, ଲାଠି ଗାମର 26 ବର୍ଷୀୟ ପିଣ୍ଟୁ ଗୌଡ ଓରଫ ପଣ୍ଡା, ଅଯୋଧ୍ୟାନଗରର ସଞ୍ଜୟ ନାୟକ ପ୍ରମୁଖ ରହିଛନ୍ତି । ଏହି ଅପରାଧୀମାନଙ୍କଠାରୁ ଦୁଇଟି ଖଣ୍ଡା, ଦୁଇଟି ବୋମା ଏବଂ ଟର୍ଚ୍ଚ ଲାଇଟ୍ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଏହି ଅପରାଧୀମାନଙ୍କୁ ଦିଗ୍ପହଣ୍ଡି ପୋଲିସ୍ ଗିରଫ କରି ସେମାନଙ୍କ ବିରୋଧରେ କେସ୍ ନମ୍ବର 159 ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।
କଟକ : ଆଜି କଟକ ସହରରୁ 22 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 22 ଜଣ ସଂକ୍ରମିତଙ୍କ ମଧ୍ୟରୁ 15 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 7ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ବୋଲି ସିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। କ୍ୱାରେଣ୍ଟାଇନରେ ଥିବା 15 ଜଣ ସଂକ୍ରମିତଙ୍କ ମଧ୍ୟରୁ 9ଜଣ ସରକାରୀ କ୍ବାରେଣ୍ଟାଇନ୍ରେ ଥିବାବେଳେ 2 ଜଣ ପେଡ୍ କ୍ବାରେଣ୍ଟାଇନ୍ ଓ ଅନ୍ୟ 4 ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ସୂଚନା ରହିଛି । ସେହିପରି ସ୍ଥାନୀୟ 7 ଜଣ ସଂକ୍ରମିତଙ୍କ ମଧ୍ୟରେ ଜଣେ 46 ବର୍ଷୀ ସିଏମ୍ସି କର୍ମଚାରୀ ରହିଥିବାବେଳେ ବାଦାମବାଡି ରକ୍ସି ଲେନରୁ 25 ବର୍ଷୀୟ ଯୁବକ ରହିଛନ୍ତି । ଚାଉଳିଆଗଞ୍ଜ ପୋଲିସ ଷ୍ଚେସନ ନିକଟରୁ ଜଣେ 34 ବର୍ଷୀୟ ଯୁବକ, ନାୟକ ସାହିରୁ ଜଣେ 53ବର୍ଷୀୟ ବ୍ୟକ୍ତି, ମହାନଦୀ ବିହାରରୁ 40 ବର୍ଷୀୟା ମହିଳା, ଏସସିବିର ଜଣେ 31 ବର୍ଷୀୟ କରୋନା ଯୋଦ୍ଧା ଏବଂ କ୍ୟାଣ୍ଟନମେଣ୍ଟ୍…
ପଞ୍ଜାବ : ପଞ୍ଜାବରେ ବିଷାକ୍ତ ମଦ ପିଇ 26ଜଣଙ୍କ ମୃତ୍ୟୁ ହୋଇଛି । ପଞ୍ଜାବର ଅମୃତସର, ବାଟଲା ଓ ତରନତାରନ ଆଦି ଅଞ୍ଚଳରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ଏବେ 26ରେ ପହଞ୍ଚିଛି । ପୋଲିସ ବିଷାକ୍ତ ମଦ ପ୍ରସ୍ତୁତ କରୁଥିବା କିଛି ଲୋକଙ୍କୁ ଗିରଫ ମଧ୍ୟ କରିଛି । ଏହା ସହିତ ଏହି ଘଟଣାରେ ଥାନାର ଏସଏଚଓଙ୍କୁ ନିଲମ୍ବିତ ମଧ୍ୟ କରିଛି । ଏହି ମାମଲା ପାଇଁ ଏସଆଇଟି ପ୍ରସ୍ତୁତ ହୋଇ ଏହା ତଦନ୍ତ ଆରମ୍ଭ ହୋଇଛି । ବିଷାକ୍ତ ମଦ ପିଇ ପଞ୍ଜାବର ତିନି ସହରରୁ 26ଜଣଙ୍କର ମୃତ୍ୟୁ ହୋଇଛି । ଅମୃତସର ଓ ତରନତାରନ୍ରୁ 10 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳ ବାଟଲାରୁ 6ଜଣ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ ତରନତାରନ୍ରୁ 10 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ଶନିବାର ଦିନ ଏହି ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଜଣଙ୍କର ଆଖି…
ଚେନ୍ନାଇ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଗିରଫ କରିବା ଦାବିରେ ଏକ ଯାଚିକା ଦାୟର କରାଯାଇଛି । କେବଳ ବିରାଟ କୋହଲି ନୁହନ୍ତି ଅଭିନେତ୍ରୀ ତମନ୍ନାଙ୍କ ବିରୋଧରେ ମଧ୍ୟ ସମାନ ମାମଲା ରୁଜୁ କରାଯାଇଛି । ଅନ୍ଲାଇନ୍ ଗ୍ୟାମ୍ବଲିଂକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ମାଦ୍ରାସା ହାଇକୋର୍ଟରେ ଏହି ଯାଚିକା ଦାଖଲ କରାଯାଇଛି । ବିରାଟ ଏବଂ ତମନ୍ନାଙ୍କୁ କୋଟି କୋଟି ଯୁବପିଢି ଅନୁସରଣ କରନ୍ତି ତେଣୁ ଏପରି ପଦକ୍ଷେପ ସମାଜ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଅଭିଯୋଗକାରୀ ଆଇନଜୀବୀ ନିଜ ପିଟିସନ୍ରେ ଉଲ୍ଲେଖ କରିଛନ୍ତି । ଏହି ଯାଚିକାରେ ଗ୍ୟାମ୍ବଲିଂରେ ଜଣେ ଯୁବକ ସମସ୍ତ ପଇସା ହାରି ନ ଶୁଝିପାରି ପରେ ଆତ୍ମହତ୍ୟା କରିଥିବାର ଉଲ୍ଲେଖ ରହିଛି । ସେହିପରି ସମସ୍ତ ଅନ୍ଲାଇନ୍ ଗ୍ୟାମ୍ବଲିଂ ଆପ୍କୁ ତୁରନ୍ତ ବ୍ୟାନ୍ କରିବା ପାଇଁ ଆବେଦନକାରୀ ଦାବି କରିଛନ୍ତି । ଆସନ୍ତା ମଙ୍ଗଳବାର ଦିନ ଏହି ମାମଲାର ବିଚାର କରାଯିବ…
ତିରଅନନ୍ତପୁରମ୍ : ସର୍ବଦା ଭିନ୍ନ ଭିନ୍ନ ଉପାୟ ବାହାର କରି ଚର୍ଚ୍ଚାରେ ରହୁଥିବା କେରଳ ରାଜ୍ୟ ଏବେ କଏଦୀଙ୍କ ପାଇଁ ଏକ ଅଭିନବ ଉପାୟ ବାହାର କରିଛି । ଜେଲ୍ରେ ରହୁଥିବା କଏଦୀଙ୍କ ଜୀବନକୁ ସୁନିୟନ୍ତ୍ରିତ ତଥା ସାବଲୀଳ କରିବା ପାଇଁ ଏକ ଉପାୟ ବାହାର କରାଯାଇଛି । କେରଳରେ ଏବେ ପେଟ୍ରୋଲ୍ ପମ୍ପରେ ଜେଲ୍ର କଏଦୀ ମାନେ କର୍ମଚାରୀ ରୂପେ କାର୍ଯ୍ୟ କରିବେ । କଏଦୀଙ୍କ ସମସ୍ତ ଦରମାକୁ ତାଙ୍କ ଘରକୁ ପଠାଯିବ । କେରଳ ସରକାରୀ ଇଣ୍ଡିଆନ ଅଏଲ୍ କର୍ପୋରସେନ୍ ସହ ଜେଲ୍ ପରିସରରେ ଏବେ ପେଟ୍ରୋଲ୍ ପମ୍ପ ଚାଲୁ କରିଛନ୍ତି । ଜେଲ୍ ଡିଜିପି ଋଷିରାଜ ସିଂହ କହିଛନ୍ତି ଯେ, ପେଟ୍ରୋଲ ପମ୍ପ ଯୋଗୁ ଜେଲ୍ର କଏଦୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ତେବେ କେରଳରେ କଏଦୀମାନଙ୍କ ପାଇଁ ବହୁ ପ୍ରକାରର ପରିଯୋଜନା ମାନ ପ୍ରସ୍ତୁତ କରାଯାଇଛି । ଗୋଟିଏ ପେଟ୍ରୋଲ୍ ପମ୍ପ୍ରେ 15 ଜଣ କଏଦୀଙ୍କୁ ନିଯୁକ୍ତି…
ପ୍ରକାଶମ: ମଦ ନ ମିଳିବାରୁ ହ୍ୟାଣ୍ଡ ସାନିଟାଇଜର୍ ପିଇ 9ଜଣ ମୃତ୍ୟବରଣ କରିଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପିଇ ଅତି କମରେ 9 ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ଦେଇଛି ପୁଲିସ। କୁରିଚେଡୁ ସହରରେ ଏହି ଦଃଖଦ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ରାତିରେ ଅନ୍ୟ ଦୁଇଜଣ ଏବଂ ଶୁକ୍ରବାର ସକାଳେ ଅନ୍ୟ 6ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ତିନିଜଣ ଭିକାରୀ ଏବଂ ବାକି ଲୋକ ହେଉଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା। ଗତ ଦୁଇ ଦିନ ମଧ୍ୟରେ 20ଜଣ ଲୋକ ସାନିଟାଇଜର ପିଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ନଅଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତ ବ୍ୟକ୍ତିମାନେ ହେଲେ 25 ବର୍ଷୀୟ ଅନୁଗୁଣ୍ଡା ଶ୍ରୀନୁ, 35 ବର୍ଷୀର୍ ଭୋଗେମ୍ ତିରୁପତାୟା, 60 ବର୍ଷୀୟ ଗୁଣ୍ଟାକା ରାମି ରେଡ୍ଡୀ 28…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସମ୍ପ୍ରତି କରୋନା ମହାମାରୀ ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ଦିନକୁ ଦିନ ବିଗିଡିବାରେ ଲାଗିଛି। ଯେତେ ସବୁ ସରକାରଙ୍କ ରିପୋର୍ଟ ଆସୁଛି ପ୍ରାୟ ଲୋକ କୋଭିଡ ପରିବର୍ତ୍ତେ ଅନ୍ୟାନ୍ୟ ରୋଗରେ ଅଧିକା ଆକ୍ରାନ୍ତ କିମ୍ବା ପୁରୁଣା ରୋଗରେ ମୃତ୍ୟୁବରଣ କରୁଛନ୍ତି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ଠାରେ ସମ ସ୍ଥିତି ଉପୁଜିଛି। ତା’ର ମୁଖ୍ୟ କାରଣ ବ୍ରହ୍ମପୁରଠାରେ ଅବସ୍ଥିତ ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫେରାଲ ଚିକିତ୍ସାଳୟ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲ। ଯେଉଁଠାରେ କି କାଜୁଆଲ୍ଟି ଓ ଓପିଡି ସହ ଇଣ୍ଡୋର ଚିକିତ୍ସା ବ୍ୟବସ୍ଥା ବନ୍ଦ ହୋଇ ରହିଛି। ରୋଗ ଅନୁଯାୟୀ ଅଭିଜ୍ଞ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଷ୍ଟାଫମାନଙ୍କୁ ଅନ୍ୟ ସ୍ଥାନରେ ନିୟୋଜିତ କରିଦେଇଛନ୍ତି। ଯା ଦ୍ବାରା ବହୁ ରୋଗୀ ଉପଯୁକ୍ତ ଚିକିତ୍ସା ତୁରନ୍ତ ଓ ଠିକ୍ ସମୟରେ ନ ପାଇ ମୃତ୍ୟୁର ଶିକାର ହେଉଛନ୍ତି। ଯାହା ନିକଟ ଅତୀତରେ…
ମଧ୍ୟପ୍ରଦେଶ : ସ୍ବାମୀକୁ ପ୍ରତାରଣା ଦେବା ଅଭିଯୋଗରେ ଜଣେ ସ୍ତ୍ରୀକୁ ମିଳିଛି କଠୋର ଦଣ୍ଡ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ଆସିଛି । ଏଠାରେ ଏକ ବିବାହିତା ମହିଳାଙ୍କର ବିବାହ ପରେ ଅନ୍ୟ ଏକ ପୁରୁଷ ସହ ପ୍ରେମ ସମ୍ପର୍କ ରହିଥିବା ସନ୍ଦେହରେ ସ୍ତ୍ରୀକୁ କଠୋର ଦଣ୍ଡ ମିଳିଛି । ସ୍ବାମୀଙ୍କୁ ପ୍ରତାରଣା ଦେବା ଅଭିଯୋଗରେ ସ୍ତ୍ରୀ ଜଣକୁ ନିଜ ସ୍ବାମୀକୁ କାନ୍ଧରେ ବସାଇ ଗାଁ ସାରା ବୁଲିବାକୁ ପଡିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ସର୍ବସାଧାରଣରେ ଜଣେ ସ୍ତ୍ରୀଲୋକ ସହିତ ଏପରି ବ୍ୟବହାର ପ୍ରଦର୍ଶନ ହେଉଥିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ଏହି ଦଣ୍ଡକୁ ଉପଭୋଗ କରୁଥିଲେ ଏବଂ ଭିଡିଓ ସୁଟିଂ କରୁଥିଲେ । କେହି ମଧ୍ୟ ମହିଳାଙ୍କୁ ସାହାଯ୍ୟ କରିନଥିଲେ । ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରବିବାର ଦିନ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର-ବାଲୁଗାଁରେ ଚୋରା ଦେଶୀ ମଦବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ପୋଲିସ ଏବଂ ଅବକାରୀ ହାତରେ ଧରା ପଡ଼ି ଗିରଫ ହେଲେ ସୁଦ୍ଧା ଏମାନଙ୍କ ଚେତା ପଶୁନି। ଲକ ଡ଼ାଉନରେ ଘରେ ଘରେ ସମସ୍ତେ ନିଜକୁ ବଡ଼ ଦେଶୀ ମଦ ବେପାରୀ ଭାବୁଛନ୍ତି ଏବଂ ଚୋରାରେ ମଦ ବିକ୍ରି କରି ସମାଜକୁ ନଷ୍ଟ କରୁଛନ୍ତି। ଗତକାଲି ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ଏବଂ ଜିଲ୍ଲା ଭ୍ରାମ୍ୟମାଣ, ଭୁବନେଶ୍ୱର ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ହୃଦୟ ଚନ୍ଦ୍ର ସାମନ୍ତ ନିଜ ଟିମ ସହ କୌଣସି ସୂତ୍ରରୁ ଖବର ପାଇ ଅପରାହ୍ନ ୪ ଘଟିକାରୁ ବାଣପୁର ଥାନା ଅନ୍ତର୍ଗତ ଘଣ୍ଟଶିଳା ପର୍ବତ ହନୁମାନ ମନ୍ଦିର ପାଖ କୁମ୍ଭାର ସାହି ରୋଡ଼ ନିକଟରେ ଛକି ରହିଥିଲେ। ପାଖାପାଖି ସନ୍ଧ୍ୟା ୬ ଘଟିକାରେ ୪ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୧୩ଲିଟର…
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 8ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାରୁ 4ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ନୟାଗଡ, ସୁନ୍ଦରଗଡ ଓ ଗଜପତିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ସମସ୍ତ ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 81, 49, 45 ଓ 73 । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 79 । ସେହିପରି ନୟାଗଡ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ ହେଉଛନ୍ତି 82 ବର୍ଷୀୟା ମହିଳା । ସେହିପରି ଗଜପତିରୁ 58 ବର୍ଷୀୟ ମହିଳା ମୃତ୍ୟୁବରଣ କରିଥିବାବେଳେ ସୁନ୍ଦରଗଡର ଆକ୍ରାନ୍ତଙ୍କ ବୟସ 52 ବର୍ଷ ବୋଲି ଜଣାପଡିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 177କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ସର୍ବାଧିକ 94ଜଣଙ୍କର…
ଭୁବନେଶ୍ବର : ଆଜି 29 ଜିଲ୍ଲାରୁ ମୋଟ୍ 1499 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 368 ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 214 ଜଣ, ଗଜପତିରୁ 97, ଢେଙ୍କାନାଳରୁ 92, କୋରାପୁଟରୁ 81, ସୁନ୍ଦରଗଡରୁ 75, ନୟାଗଡରୁ 67, ସମ୍ବଲପୁରରୁ 56, କନ୍ଧମାଳରୁ 50, କଳାହାଣ୍ଡିରୁ 44, ରାୟଗଡାରୁ 40, ବାଲେଶ୍ବରରୁ 37, ପୁରୀରୁ 36, ନବରଙ୍ଗପୁରରୁ 33, କଟକରୁ 28, ମାଲ୍କାନଗିରିରୁ 26, ଅନୁଗୁଳୁରୁ 25, ଯାଜପୁର ଓ ବଲାଙ୍ଗିରରୁ 19 ଜଣ ଲେଖାଏ ରହିଥିବାବେଳେ କେଉଁଝରରୁ 16, ଜଗତସିଂହପୁରର 15, କେନ୍ଦ୍ରାପଡାରୁ 14, ମୟୂରଭଞ୍ଜରୁ 13, ବରଗଡରୁ 10, ନୂଆପଡାରୁ 9, ଝାରସୁଗୁଡାରୁ 7, ସୋନପୁରରୁ 5, ଦେବଗଡରୁ 2 ଓ ଭଦ୍ରକରୁ ଜଣେ ରହିଛନ୍ତି ।

