Author: Samikhsya Bureau

ପୁରୀ, ମହାପ୍ରଭୁଙ୍କ ତିନି ରଥ ଖୋଲାଯିବା ଓ ପୁଣି ଗଢିବା ନେଇ ଏକ କମିଟି ଗଠନ ହୋଇଛି। ଇଂଜିନିୟର, ସେବାୟତ ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ରଥ ଖୋଲିବା ବେଳେ ଯେଉଁ ଅଂଶ ଭାଙ୍ଗିବ, ତାହା ଯୋଡିବା ବେଳେ ନିର୍ମାଣ ହେବ। ଭାଙ୍ଗିଥିବା ଅଂଶ ଶାଳ, ପିଆଶାଳ ଓ ଶାଗୁଆନ କାଠରେ ନିର୍ମାଣ କରାଯିବ। 25ରୁ 30 ଦିନ ମଧ୍ୟରେ ରଥ ଖୋଲା ଓ ନିର୍ମାଣ କାର୍ଯ୍ୟ ଶେଷ ହେବ। ଜଗନ୍ନାଥବଲ୍ଲଭ ପରିସରରେ ମହାପ୍ରଭୂଙ୍କ ତିନି ରଥ ରଖାଯିବ।

Read More

ମୁମ୍ବାଇ, ସୁନାର ଦରବୃଦ୍ଧି କମିବାର ନାଁ ନେଉନାହିଁ। ଏହି ଧାରା ଜାରି ରହିବା ସହ ଏବେ ସୁନା ଦର 10 ଗ୍ରାମ ପିଛା ପହଞ୍ଚିଛି 51 ହଜାର 833 ଟଙ୍କାରେ, ଯାହାକି ସର୍ବକାଳୀନ ରେକର୍ଡ। କରୋନା ମହାମାରୀକୁ ବିଶ୍ବ ଅର୍ଥନୀତିରେ ଯେଉଁ ସ୍ଥିତି ଉପୁଜିଛି ତାହାକୁ ନେଇ ଚିନ୍ତା ବଢିଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢିବାରେ ଲାଗିଛି। ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟରେ ଇକ୍ହିଟିଜ ଏବଂ ପ୍ରପର୍ଟିଜ କାରବାର ଭଲ ହେଉନଥିବା ବେଳେ ସୁନାର ଚାହିଦା ବଢି ଚାଲିଛି। ଅର୍ଥନୈତିକ କ୍ଷେତ୍ରରେ ସବୁଠି ଅନିଶ୍ଚିତତା ଦେଖା ଦେଇଥିବା ବେଳେ ନିବେଶକାରୀ ମାନେ ସୁନା ଗଚ୍ଛିତ ରଖିବା ସବୁଠାରୁ ନିରାପଦ ମନେ କରୁଛନ୍ତି। ରୁପା ଦର ମଧ୍ୟ କିଲୋଗ୍ରାମ ପିଛା ସାଢେ 3 ହଜାର ଟଙ୍କା ବୃଦ୍ଧି ପାଇ 64 ହଜାର 740 ଟଙ୍କାରେ ପହଞ୍ଚିଛି।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଏବେ ପିକ୍‌ରେ ରହିଥିବା ନେଇ କହିଛନ୍ତି ଆଇଏଲ୍‌ଏସ ନିର୍ଦ୍ଦେଶକ ଅଜୟ ପରିଡା । ଆଗକୁ ଏହା ବଢିବ କି କମିବ କହିହେବ ନାହିଁ ବୋଲି କହିଛନ୍ତି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ । ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ 65 ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ତିନୋଟି ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିଲେ ରାଜ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବ ବୋଲି କହିଛନ୍ତି ଆଇଏଲଏସ୍‌ ନିର୍ଦ୍ଦେଶକ । ଅଗଷ୍ଟ ମାସରୁ ଦୈନିକ 15 ହଜାର କରୋନା ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି କରୋନା ରୋଗୀଙ୍କ ବିଭିନ୍ନ ରୋଗ ଥିବାରୁ ମୃତ୍ୟୁ ହେଉଛି ବୋଲି ସୂଚନା ରହିଛି ।

Read More

କୋରାପୁଟ : ଆସନ୍ତା ଜୁଲାଇ 31 ଯାଏ କୋରାପୁଟ ଲକ୍‌ଡାଉନ୍‌ । କୋରାପୁଟ ଜିଲ୍ଲାର ତିନି ପୌରାଞ୍ଚଳ, ଗୋଟିଏ ଏନଏସି, ତିନୋଟି ପଞ୍ଚାୟତରେ ଲକ୍‌ଡାଉନ୍‌କୁ ବୃଦ୍ଧି କରାଯାଇଛି । କୋରାପୁଟ, ଜୟପୁର, ସୁନାବେଢା ପୌରାଞ୍ଚଳ, କୋଟପାଡ ଏନଏଏସି , ଲକ୍ଷ୍ମୀପୁର, ମାଥାଲପୁଟ ଓ ଚାରଙ୍ଗୁଲ ଆଦି ଅଞ୍ଚଳରେ ଲକ୍‌ଡାଉନ୍‌କୁ କରାଯାଇଛି । କରୋନା ସଂକ୍ରମଣକୁ ଦେଖି ଆସନ୍ତା 31 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଥିବାର ସୂଚନା ରହିଛି । ସୂଚନାଯୋଗ୍ୟ କୋରାପୁଟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 485 ଥିବାବେଳେ ସୁସ୍ଥ ହୋଇଛନ୍ତି 167 । ଏବେ ସୁଦ୍ଧା  318ଟି ସକ୍ରିୟ ମାମଲା ରହିଛି ।

Read More

ଭୁବନେଶ୍ବର : ଜୁଲାଇ 29 ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ରେଜଲ୍ଟ । ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ବୋର୍ଡର ଦୁଇଟି ଓ୍ବେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଦିନ ସାଢେ 11ଟାରେ ରେଜଲ୍ଟ ପ୍ରକାଶ ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । 29 ତାରିଖ ସକାଳ 9ଟା ସମୟରେ ଭିଡିଓ କନଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି  ।www.bsodisha.ac.in, www.bseodisha.nic.in ଏହି ଦୁଇ ଓ୍ବେବସ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ସେହିପରି  5676750ରେ ଏସଏମଏସ୍‌ କଲେ ମିଳିପାରିବ ରେଜଲ୍ଟ  ବୋଲି ସୂଚନା ରହିଛି। ଚଳିତ ଥର ଫେବୃଆରୀ  19ରୁ ମାର୍ଚ୍ଚ 2 ତାରିଖ ଯାଏଁ ମାଟ୍ରିକ୍‌…

Read More

ଭୁବନେଶ୍ବର : ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟସରକାର। ରାଜ କୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିଶନର । ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗର ସଚିବ ଦାୟିତ୍ବ ମିଳିଥିବାବେଳେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ବ  ମଧ୍ୟ ଦିଆଯାଇଛି । ସେହିପରି ଏମଏସ୍‌ମଏମ୍‌ଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ସୁରେନ୍ଦ୍ର କୁମାରଙ୍କୁ  ଖଣି ଓ ଇସ୍ପାତ ବିଭାଗ ସଚିବ ଦାୟିତ୍ବ ମିଳିଥିବାବେଳେ ଚିତ୍ରା ଅରୁମଗମ ହେଲେ ଶ୍ରମ ଓ ଇଏସ୍‌ଆଇ ବିଭାଗ  ସଚିବ ।

Read More

ପାଟନା : ବିହାରର ରାଜଧାନୀ ପାଟନାଠାରେ ମାନବିକତାକୁ ଲଜ୍ଜିତ କରିଥିବାର ଏକ ଯନ୍ତ୍ରଣାଦାୟକ ଦୃଶ୍ୟ ନଜରକୁ ଆସିଛି।  ଏହି ଘଟଣା ସାମ୍ନାକୁ ଆସିବା ପରେ ସଦର ଡାକ୍ତରଖାନାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ନବଜାତ ସନ୍ତାନର ଚିକିତ୍ସା ପାଇଁ ମାଆ-ବାପାଙ୍କୁ ହସ୍ପିଟାଲରେ ଏପଟସେପଟ ଦୌଡ଼ୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବା ପରେ ଏହି ଘଟଣାଟି ଏବେ ଚର୍ଚ୍ଚାକୁ ଆସିଛି । ଏହି ଫଟୋରେ ନବଜାତ ଶିଶୁକୁ ଏକ ଟ୍ରେରେ ଶିଶୁର ମାତା ଧରିଥିବାବେଳେ ପିତା ଅକ୍ସିଜେନ୍‌ ସିଲିଣ୍ଡରକୁ କାନ୍ଧରେ ଧରି ହସ୍ପିଟାଲର ଦ୍ବାର ଦ୍ବାର ବୁଲୁଛନ୍ତି । ଏପରି ଏକ ହୃଦୟବିଦାରକ ଦୃଶ୍ୟ ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ବିନୀ କୁମାର ଚୌବେଙ୍କ ସଂସଦୀୟ କ୍ଷେତ୍ରରୁ ନଜର ଆସିଛି ।  ସଦର ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଦାୟିତ୍ବହୀନତା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ମଧ୍ୟ ହୋଇଯାଇଛି । ସୂଚନାଯୋଗ୍ୟ, ଭାଇରାଲ୍‌ ହୋଇଥିବା ଏହି ଫଟୋଟି ବକ୍ସରର…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି। ଆସନ୍ତା ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨:୩୦ରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ଭୂମି ପୂଜନର ଶୁଭାରମ୍ଭ କରିବେ। ଭବ୍ୟ ରାମ ମନ୍ଦିରର ଭୂମି ପୂଜା ପାଇଁ ବିଶ୍ବ ହିନ୍ଦୁ ପରିଷଦ ଦେଶର ୧୧ ଟି ଧାର୍ମିକ ସ୍ଥଳରୁ ମୃର୍ତ୍ତିକା ସଂଗ୍ରହ କରିଛି। ଏହି କ୍ରମରେ ଆଜି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଶକ୍ତିପୀଠରୁ ଆଜି ମୃର୍ତ୍ତିକା ସଂଗ୍ରହ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ତରଫରୁ ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଭୂମି ପୂଜନ ପାଇଁ ମା ଭଗବତୀଙ୍କ ଶକ୍ତି ପୀଠରୁ…

Read More

ତେଲେଙ୍ଗାନା : ତେଲେଙ୍ଗାନାର କରିମନଗରଠାରେ କରୋନା ଆକ୍ରାନ୍ତଙ୍କ ସହ ହସ୍ପିଟାଲର ଦାୟିତ୍ବହୀନତା ସାମ୍ନାକୁ ଆସିଛି। କରିମନଗରରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଆକ୍ରାନ୍ତଙ୍କର ହସ୍ପିଟାଲ ବେଡରୁ ପଡି ଯିବା ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସରକାରୀ ଜିଲ୍ଲା ହସ୍ପିଟାଲରେ ଜଣେ 70 ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଆକ୍ରାନ୍ତଜଣକ ଜୁଲାଇ 22 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ଗଙ୍ଗାଧାର ମଣ୍ଡଳର ଭେଙ୍କଟେୟାପଲ୍ଲୀର ବାସିନ୍ଦା ବୋଲି ସୂଚନା ରହିଛି । ମୃତକ ଜଣକଙ୍କୁ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ତାଙ୍କୁ ଅକ୍ସିଜେନ୍‌ ସର୍ପୋଟ୍‌ରେ ରଖାଯାଇଥିଲା । ରବିବାର ଦିନ ଆକ୍ରାନ୍ତ ଜଣକ ବେଡ୍‌ରୁ ଖସି ପଡିବା ପରେ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ ହୋଇଯିବା ପରେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ତେବେ ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ଆକ୍ରାନ୍ତ ଅଭିଯୋଗ…

Read More

ଭୁବନେଶ୍ବର: ଆଜି ପୁଣି ସାତ ଜଣଙ୍କ ଜୀବନ ନେଇଛି କରୋନା। ସାତ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ତିନିଜଣ ସୁନ୍ଦରଗଡ, ଭୁବନେଶ୍ବର,କଟକ ଓ ମାଲକାନଗିରିରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ଆଜି ତିନି ମୃତକଙ୍କ ମଧ୍ୟରେ ଜଣେ 51 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇଜଣ 55 ଓ 58 ବର୍ଷ ପୁରୁଷ ବୋଲି ସୂଚନା ରହିଛି। ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ପୁରୁଷ ବୋଲି ଜଣାପଡିଛି। ସୁନ୍ଦରଗଡରୁ 63 ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଥିବାବେଳେ କଟକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 66 ବର୍ଷ।  ସେହିପରି ମାଲ୍‌କାନଗିରିରୁ 51 ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଆଜି 7 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 147କୁ ବୃଦ୍ଧି ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ…

Read More

ଭୁବନେଶ୍ବର: ଆଜି ରାଜ୍ୟର 28ଟି ଜିଲ୍ଲାରୁ 1503 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 491 ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 223, କଟକରୁ 136, କନ୍ଧମାଳ ଓ ଗଜପତିରୁ 73ଜଣ ଲେଖାଏଁ,  ରାୟଗଡାରୁ 68, ସୁନ୍ଦରଗଡରୁ 57, ଯାଜପୁରରୁ 51,  କେଉଁଝରରୁ 43, ମାଲକାନଗିରି ଓ କୋରାପୁଟରୁ 34 ଜଣ ଲେଖାଏଁ ରହିଥିବାବେଳେ ଢେଙ୍କାନାଳରୁ 32, ମୟୂରଭଞ୍ଜରୁ 28, ଭଦ୍ରକରୁ 25, ବରଗଡରୁ 23, ବଲାଙ୍ଗିରରୁ 21, ବାଲେଶ୍ବରରୁ 19, ସମ୍ବଲପୁରରୁ 17, ଝାରସୁଗୁଡା ଓ କଳାହାଣ୍ଡିରୁ 10 ଜଣ ଲେଖାଏଁ ରହିଛନ୍ତି। ସେହିପରି କେନ୍ଦ୍ରାପଡାରୁ 9, ନୟାଗଡରୁ 8, ଜଗତସିଂହପୁରରୁ 6, ସୋନପୁର ଓ ପୁରୀରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁରରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ଓ ଅନୁଗୁଳୁର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1503 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1002ଜଣ ଚିହ୍ନଟ ହୋଇଥିବାବେଳେ 501ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 26ହଜାର 892କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 16ହଜାର 792ଜଣ । ସେହିପରି ସୁସ୍ଥ ହୋଇଛନ୍ତି 9ହଜାର919ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 140ଜଣ । ସେହିପରି 34 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଫୁଲବାଣୀ: ସାମାନ୍ୟ ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଏଠି ତୁଚ୍ଛ ହୋଇଯାଇଛି । ଏଠି ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ଫିକା । ଏପରିକି ନିଜ ଜନ୍ମକଲା ମା’ର ଜୀବନ ନେବାକୁ ପଛାଉନାହିଁ ପୁଅ । ଘରୋଇ କଳିର କରୁଣ ପରିଣତି ସ୍ବରୂପ ମାଆକୁ ହତ୍ୟା କରିଛି ପୁଅ । ପୁଅର ଛୁରାମାଡରେ ମା’ ମୃତ, ଭଉଣୀ ଓ ତିନି ଭଣଜା ଭାଣିଜୀ ଗୁରୁତର ହୋଇଛନ୍ତି । ସଦର ଥାନା ବେହେରାପଦର ଗାଁରେ ବିଳମ୍ବିତ ରାତ୍ରିରେ ଜଣେ ପୁଅ ଏପରି ନୃଂଶସକାଣ୍ଡ ଘଟାଇଛି । ଜମିବାଡି ବିବାଦରୁ ଭଉଣୀର ପରିବାର ଓ ମାଆକୁ ଆକ୍ରମଣ ଅଭିଯୋଗ ହୋଇଛି। ସମସ୍ତ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମେଡ଼ିକାଲ ପକ୍ଷରୁ ଏନେଇ ଥାନାରେ ଏତଲା ଦାୟର ହୋଇଛି ।

Read More

ଜଳେଶ୍ବର : କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଅବ୍ୟବସ୍ଥାମାନ ସାମ୍ନାକୁ ଆସୁଥିବାବେଳେ ମହିଳାଙ୍କୁ ଆକ୍ରମଣ କରାଯାଇଥିବାର ସୂଚନା ମିଳିଛି ।  କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ପ୍ରବାସୀ ମହିଳାଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ବାଲିଆପାଳ ବ୍ଲକ ଜାଲିକୁଟି ପଞ୍ଚାୟତ ମହାବଳା ଟିଏମ୍‌ସିରେ ଏହି ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି।  ନିଶାସକ୍ତ ସଫେଇ କର୍ମଚାରୀଙ୍କ ଆକ୍ରମଣରେ ମହିଳାଙ୍କ ମୁଣ୍ଡ ଫାଟିଥିବାର ସୂଚନା ରହିଛି । ତେବେ ଅଭିଯୁକ୍ତକୁ ଗ୍ରାମବାସୀମାନେ ଅଟକ ରଖିଥିବାବେଳ ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।

Read More

New Delhi: Defence Minister Rajnath Singh, Union MoS Defence Shripad Yesso Naik, Chief of Defence Staff & Secretary Department of Military Affairs General Bipin Rawat, Chief of the Army Staff General M.M. Naravane, Chief of Naval Staff Admiral Karambir Singh and Chief of the Air Staff Air Chief Marshal R.K.S. Bhadauria lay wreath at the National War Memorial on the occasion of the 21st anniversary of Kargil Vijay Diwas, in New Delhi on July 26, 2020. (Photo: IANS/PIB)

Read More

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ 49 ହଜାର 931 ଜଣ ଆକ୍ରାନ୍ତ ହୋଇଥିବାବେଳେ 708ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14 ଲକ୍ଷ 35 ହଜାର 453ରେ ପହଞ୍ଚିଥିବାବେଳେ ଦେଶରେ କରୋନା ମୃତ୍ୟୁସଂଖ୍ୟା 32 ହଜାର 771କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ଆକ୍ଟିଭ୍‌ କେସ୍‌ 4 ଲକ୍ଷ 85 ହଜାର 114 ଜଣ ରହିଛନ୍ତି । ସୁସ୍ଥ ହୋଇଛନ୍ତି 9 ଲକ୍ଷ 17 ହଜାର 567 ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 75 ହଜାର 3799 ଆକ୍ରାନ୍ତ ରହିଥିବାବେଳେ 13 ହଜାର 656ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରୁ ମୃତ୍ୟୁ ସଂଖ୍ୟା 3 ହଜାର 827କୁ ବୃଦ୍ଧି ହୋଇଛି । ତାମିଲନାଡୁରେ 3 ଲକ୍ଷ 494 ଓ ଗୁଜୁରାଟରେ 2 ହଜାର 326ଜଣଙ୍କ ମୃତ୍ୟୁ ହୋଇଛି…

Read More

ଗଞ୍ଜାମ :  ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ମାମଲା ବୃଦ୍ଧି ଘଟୁଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାପାଳ କଡାକଡି ନିୟମ କରିଛନ୍ତି । ତାସ୍‌ , କ୍ରିକେଟ୍‌, ଭଲିବଲ୍‌ ଖେଳିଲେ ଏତଲା ଦିଆଯିବା ସହ 14 ଦିନିଆ କ୍ବାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ରହିଛି । ସେହିପରି ଦୋକାନୀମାନଙ୍କ ପାଇଁ ମଧ୍ୟ 5ଟି ନିୟମ ଜାରି କରାଯାଇଛି । ଦୋକାନୀମାନେ ଏହି ନିୟମ ନ ମାନିଲେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଏତଲା ଦିଆଯିବା ସହିତ ଆବଶ୍ୟକ ସ୍ଥଳେ ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ କରାଯିବ ବୋଲି ସୂଚନା ରହିଛି । ଲକ୍‌ଡାଉନ୍‌ ସମୟରେ ବହୁ ସ୍ଥାନରେ ଲୋକେ ଏକାଠି ହୋଇ ତାସ, ଲୁଡୁ, କ୍ରିକେଟ୍‌, ଭଲିବଲ୍‌ ଆଦି ଖେଳୁଥିବାର ନଜର ଆସୁଛି । ଦୋକାନୀମାନଙ୍କ ପାଇଁ ଜାରି କରାଯାଇଥିବା ପାଞ୍ଚଗୋଟି ନିୟମ ଗୁଡିକ ମଧ୍ୟରେ ରହିଛି – ଦୋକାନୀ ସାମ୍ନାରେ ଡବଲ ବ୍ୟାରିକେଡ୍‌ କରାଯିବାକୁ ପରାମର୍ଶ ଦିଆଯାଇଛି । ନୋ-ମାସ୍କ ନୋ ଗୁଡ୍ସ ସାଇନ୍‌…

Read More

ଚିଲିକା : ଚିଲିକାରେ ଯା‘ ଆସ ପାଇଁ ଭସାପୋଲ ଆସନ୍ତା 7 ଦିନ ପାଇଁ ବନ୍ଦ ରହିବ ବୋଲି ସୂଚନା ରହିଛି । ଦୁଇ ଦିନରେ 39 ଜଣ ପଜିଟିଭ୍‌ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଭସାପୋଲ 7 ଦିନ ବନ୍ଦ ରହିବା ନେଇ କୃ୍ଷ୍ଣପ୍ରସାଦ ବିଡିଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଚିଲିକାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Read More

କେଦାର ମିଶ୍ର କଂଗ୍ରେସ ରାଜନୀତି ବିଷୟରେ ଆଜି ଆଲୋଚନା କଲେ, ପ୍ରଥମ ପ୍ରଶ୍ନ ଉଠିବ- ରାଜସ୍ଥାନରେ ଅଶୋକ ଗେହେଲୋଟ ସରକାର ତିଷ୍ଠିବ ନା ନାହିଁ। ପୂରା ଜୁଲାଇ ମାସ ରାଜସ୍ଥାନରେ ଅସ୍ଥିରତାର ବାତାବରଣ ରହିଛି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ଗେହେଲୋଟ ସରକାରର ଉପ ମୁଖ୍ୟମନ୍ତ୍ରୀ ନିଜ ଦଳର ସରକାର ଭାଙ୍ଗିବା ଲାଗି ଦଳର ପରମ ଶତ୍ରୁ ବିଜେପି ସହିତ ହାତ ମିଳାଇ ପ୍ରତିଦିନ ନୂଆ ଷଡଯନ୍ତ୍ର ରଚନା କରୁଛନ୍ତି। ତେଣୁ ରାଜସ୍ଥାନ ସରକାରର ଭବିଷ୍ୟତ ହିଁ ବର୍ତ୍ତମାନ ସମୟରେ କଂଗ୍ରେସ ଅସ୍ତିତ୍ଵର କେନ୍ଦ୍ର ପାଲଟି ଯାଇଛି। ତେବେ ରାଜସ୍ଥାନ, କଂଗ୍ରେସ ରାଜନୀତିର ଏକ ବିନ୍ଦୁ ମାତ୍ର। କଂଗ୍ରେସ ରାଜନୀତିରେ ନିଜ ଦଳକୁ ମାଟିରେ ମିଶାଇ ଦେବା ଲାଗି ଦଳର କର୍ମୀ ଓ ନେତାମାନେ ଦୀର୍ଘ ଦିନରୁ ଆତ୍ମହତ୍ୟା ଯୋଜନାରେ ଲାଗି ପଡିଛନ୍ତି!! କଂଗ୍ରେସର ଚେହେରା ଓ ଚରିତ୍ରରେ “ଗୋଷ୍ଠୀବାଦ” ଏକ ସ୍ଵାଭାବିକ ଅଙ୍ଗ । ମୋଟାମୋଟି କଂଗ୍ରେସ କହିଲେ ପରଷ୍ପରକୁ…

Read More