ଭୁବନେଶ୍ବର, ମଞ୍ଚେଶ୍ବରରେ ଥିବା ଏକ ପ୍ରସିଦ୍ଧ ଅଟା କଳର ସମସ୍ତ 61 ଜଣ କର୍ମଚାରୀ ଏବଂ ମାଲିକଙ୍କୁ କରୋନା19 ପଜେଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ବିଏମସି ତରଫରୁ ଅଟା କଳକୁ ସିଲ କରି ଦିଆଯାଇଛି।
Author: Samikhsya Bureau
ପିଣ୍ଟୁ ବିଷୋୟୀ କୋଦଳା: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କୋଦଳା ଏନ୍ଏସିରେ ମଧ୍ୟ ବୃଦ୍ଧି ପାଇଛି ପଜେଟିଭ୍ ସଂଖ୍ୟା। ପୂର୍ବରୁ ୱାର୍ଡ ୭ ଓ ୧୦ ରେଡ଼ ଜୋନ୍ ଭାବେ ଘୋଷଣା ହୋଇଥିବା ବେଳେ ଆଜି ୱାର୍ଡ଼ ନମ୍ବର ୨ କୁ ରେଡ଼୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିସହ ଗୌଡ଼ ସାହିର ଉଭୟ ପଟେ ବ୍ୟାରିକେଡ୍ କରାଯାଇଛି। ଏହାକୁ ପ୍ରତିହତ କରିବା ପାଈଁ ପ୍ରଶାସନ ସ୍ତରରେ ତତ୍ପରତା ବୃଦ୍ଧି ପାଇଛି। ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଛି କୋଦଳା ପ୍ରଶାସନ। କରୋନା ପଜେଟିଭ ଚି଼ହ୍ନଟ ହେଲେ ସେମାନଙ୍କୁ ଅନ୍ୟତ୍ର ସ୍ତାନାନ୍ତର ନ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କୋଦଳା କଲ୍ୟାଣ ମଣ୍ଡପ ପରିସର ରେ ଖୋଲିଛି “କୋଭିଡ୍ କେୟାର ହୋମ୍। ଏଠାରେ ଆଣ୍ଟିଜେନ ଟେଷ୍ଟ ସହିତ ସ୍ବାବ ଟେଷ୍ଟ ସମେତ ୨୦…
ପିଣ୍ଟୁ ବିଷୋୟୀ କୋଦଳା -ଗଞ୍ଜାମ ଜିଲ୍ଲା କୋଦଳା ସବ୍ ଜେଲରେ ଡାକ୍ତରୀ ଟିମ ସମସ୍ତ ୧୩ ଜଣ କର୍ମକର୍ତ୍ତା ସମେତ ୬୦ ଜଣ ବିଚାରାଧୀନ କଏଦୀଙ୍କ ଆଣ୍ଟିଜେନ ଟେଷ୍ଟ କରିଥିବା ଜଣାପଡ଼ିଛି । କୋଦଳା ସବ୍ ଜେଲରେ ୧୧୬ ଜଣ କଏଦୀଙ୍କ ରହିବା ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ୮ ଜଣ ମହିଳା କଏଦୀ ଙ୍କୁ ମିଶାଇ ୨୫୪ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ବିଭିନ୍ନ ରୋଗ ଲକ୍ଷଣ ଥିବା ୬୦ ଜଣ କଏଦୀ ଙ୍କ ଡାକ୍ତରୀ ଟିମ୍ ଦ୍ଵାରା ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ଜେଲ୍ ସୁପରିଟେଣ୍ଡେଣ୍ଟ ବିଭେନ୍ଦୁ ଭୂୟାଁ କହିଥିବା ବେଳେ ସେମାନଙ୍କ ରିପୋର୍ଟ ସରକାରୀ ଭାବେ ମିଳିନଥିବା ପ୍ରକାଶ କରିଛନ୍ତି । ଜେଲର ଶ୍ରୀ ଭୂୟାଁ ଙ୍କ କହିବା ମୁତାବକ ସେମାନଙ୍କ ରିପୋର୍ଟ ପାଇବା ପରେ ଉଚ୍ଚ ପଦସ୍ଥ ଅଫିସରଙ୍କ ନିର୍ଦ୍ଦେଶ ଅନୁଯାଇ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ।ବେସରକାରୀ ସୂତ୍ରରୁ ସୂଚନା ମୁତାବକ ୬୦ଜଣ ଙ୍କ…
ଭୁବନେଶ୍ବର : ରାଜ୍ୟର ସବୁ ଶ୍ରେଣୀର ଶ୍ରମିକଙ୍କ ଦୈନିକ ମଜୁରୀ 5ଟଙ୍କା 40 ପଇସାକୁ ବୃଦ୍ଧି କରାଯାଇଛି । ଏନେଇ ଶ୍ରମ କମିଶନଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହିକ୍ରମରେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ 303 ଟଙ୍କା 40 ପଇସା ହୋଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 343ଟଙ୍କା 40 ପଇସାକୁ ବୃଦ୍ଧି ହୋଇଛି । ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ 393ଟଙ୍କା 40 ପଇସାକୁ ବଢା ଯାଇଛି । ଅତି କୁଶଳୀ ଶ୍ରମିକଙ୍କ ମଜୁରୀ ବଢି 453ଟଙ୍କା 40 ପଇସା ହୋଇଛି ।
ଭୁବନେଶ୍ବର : ସରକାରୀ କାର୍ଯ୍ୟାଳୟ ଲାଗି କୋଭିଡ୍ ସତର୍କତା ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହେଲେ ତୁରନ୍ତ କଣ୍ଟ୍ରୋଲ୍ ରୁମ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି । ଚିହ୍ନଟ ହୋଇଥିବା ଅଫିସ୍କୁ ସାନିଟାଇଜ୍ କରାଯିବ । ସାନିଟାଇଜ୍ ସହ ଅଫିସ୍କୁ ଅତି କମ୍ରେ 24 ଘଣ୍ଟା ବନ୍ଦ ରଖାଯିବ । ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ ଅଫିସ୍ର ପୂରା କୋଠାକୁ ସିଲ୍ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ସିଲ୍ ସମୟରେ କର୍ମଚାରୀ ଘରୁ ରହି କାମ କରିବେ । ନିୟମର ଅନୁପାଳନ ନହେଲେ ସମ୍ପୃକ୍ତ ଅଫିସ୍ର ମୁଖ୍ୟ ଦାୟୀ ରହିବେ ।
ଚେନ୍ନାଇ: ପାଗଳାମିର ବି ଏକ ସୀମା ଥାଏ। ହେଲେ ଏମିତି ବି ଲୋକ ଥାଆନ୍ତି ଯାହାର ପାଗଳାମି ବି ଆଶ୍ଚର୍ଯ୍ୟ କଲା ଭଳି। ତାମିଲନାଡୁ ଥିରୁପୁର ଜିଲ୍ଲାର ୩୭ ବର୍ଷୀୟ ଜଣେ ଡ୍ରାଇଭର ରାମକୁମାର ଏକ ଘରୋଇ କମ୍ପାନିରେ କାମ କରନ୍ତି। କାହିଁକି କେଜାଣି ସେ ଆତ୍ମହତ୍ୟା କରିଛନ୍ତି, ହେଲେ ଫେସବୁକରେ ଏହାର ଲାଇଭ୍ କରିଛନ୍ତି। ବୁଧବାର ଦିନ ସେ ତାଙ୍କ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀ କହନ୍ତି, ରାମକୁମାର ଜଣେ ନିଶାଖୋର, ଆଗରୁ ବହୁବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ, କିନ୍ତୁ ବଞ୍ଚିଯାଇଥିଲେ। ପୋଲିସ କହିଛି, ରାମକୁମାର ନିଶାଗ୍ରସ୍ତ ହୋଇ ଘରକୁ ଫେରିଥିଲେ ଏବଂ ଫେସବୁକରେ ଲାଇଭ ଅପସନ ଖୋଲି ସିଲିଂ ଫ୍ୟାନରୁ ଝୁଲି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଏହି ନିଷ୍ପତ୍ତି ତାର ବାପାଙ୍କୁ ଜଣାଇ ଦେଇଥିଲା ଏବଂ ତା’ର ପୁଅର ଦେଖାଶୁଣା କରିବାକୁ ଅନୁରୋଧ କରିଥିଲା।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ସାରା ଦେଶ ଏବେ କୋଭିଡ-୧୯ ବିରୋଧରେ ନିରନ୍ତର ଲଢେଇ ଜାରି ରଖିଥିବାବେଳେ ପୂର୍ବ ଏବଂ ଉତ୍ତରପୂର୍ବ ଭାରତ ଦ୍ୱୈତ ଆହ୍ୱାନର ସମ୍ମୁଖୀନ ହୋଇଛି । କରୋନା ସହିତ ଏବେ ଏ ଅଞ୍ଚଳରେ ବର୍ଷା ଓ ବନ୍ୟା ବିତ୍ପାତ ଦେଖାଦେଇଛି । ବନ୍ୟା ଓ ବର୍ଷା ଫଳରେ ଅନେକ ଲୋକ ବାସହୀନ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଜୀବନହାନୀ ମଧ୍ୟ ଘଟୁଛି । ଜଳଯୋଗାଣ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୩ ହଜାର କୋଟି ଟଙ୍କା ବ୍ୟୟରେ କାଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଜଳସଂକଟ ଦୂର ହେବ । ଏହାଦ୍ୱାରା ମହିଳାମାନେ ବିଶେଷଭାବେ ଉପକୃତ ହେବେ ଏବଂ ସେମାନଙ୍କୁ ଜଳ ଚିନ୍ତାରୁ ବଡ ଆଶ୍ୱସ୍ତି…
ସୀତାରାମ ଅଗ୍ରଓ୍ବାଲ ଚିଲିକା: କରୋନା ମହାମାରୀକୁ ନେଇ ରାଜ୍ୟର ସ୍ଥିତି ସଂକଟ ଥିବାବେଳେ ଏହି ମହାମାରୀ ସମୟରେ ରାଜ୍ୟସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ଗତ ଦୁଇଦିନ ତଳେ ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଅଞ୍ଚଳରୁ ସରକାରୀ କରୋନା ରିପୋର୍ଟକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଶୁଣିବାକୁ ମିଳିଥିଲା। ସରକାରୀ ଟେଷ୍ଟ ରିପୋର୍ଟରେ ପଜିଟିଭ୍ ଆସିଥିବାବେଳେ ଘରୋଇ ମେଡ଼ିକାଲରେ ନେଗେଟିଭ୍ ଆସିଥିଲା। ତେବେ ସରକାରୀ ଟେଷ୍ଟିଂ ରିପୋର୍ଟରେ ଥିବା ଏହି ଗଡବଡ ପାଇଁ ସାଧାରଣ ମଣିଷ ନାହିଁ ନଥିବାର ହଇରାଣ ହେଉଛି। ଏପରି ଏକ ଘଟଣା ଚିଲିକା ନିର୍ବାଚନ ମଣ୍ଡଳୀରୁ ସାମ୍ନାକୁ ଆସିଛି। ଏହି ନିର୍ବାଚନ ମଣ୍ଡଳୀରେ କରୋନା ମହାମାରୀକୁ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ଜନସାଧାରଣ ପ୍ରଶ୍ନ କରିଛନ୍ତି। କରୋନା ମହାମାରୀକୁ ନେଇ କିଛି ସୁବିଧାବାଦୀ ତଥା ଅସାମାଜିକ ନେତାମାନେ ନିଜର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। କରୋନା ମହାମାରୀର ରାଜନୀତି ତଥା ବ୍ୟବସାୟୀ କରଣ କରି…
Finance Minister @nsitharaman holds 2nd review meeting on Capital Expenditure of seven Central Public Sector Enterprises (CPSEs)
ପିଣ୍ଟୁ ବିଷୋୟୀ ବେଗୁନିଆପଡ଼ା: ସ୍ୱାମୀଙ୍କ ମୃତ୍ୟୁର ୫ ଦିନ ପୂରଣ ଦିନ ପତ୍ନୀ ଆଖି ବୁଜିଲେ। ଏପରି ଦୁଃଖଦ ଘଟଣା ଘଟିଛି ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ। ଗତ ୧୮ ତାରିଖ ଦିନ ଉକ୍ତ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା(୭୩) ଙ୍କର ସ୍ୱାଭାବିକ ଭାବରେ ମୃତ୍ୟୁ ହେବା ପରେ ଆଜି ତାଙ୍କ ଧର୍ମ ପତ୍ନୀ କମା ଜେନା(୬୫) ନିଜ ବାସଭବନରେ ଆଖି ବୁଝିଛନ୍ତି। ଏପରି ଦୁଃଖଦ ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଉଭୟ ସ୍ଵାମୀ ଓ ସ୍ତ୍ରୀ ଅତି ମିଷ୍ଟଭାଷୀ ଥିବା ବେଳେ ପରୋପକାରୀ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଏକମାତ୍ର ପୁତ୍ର, ପୁତ୍ର ବଧୁ, ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସାମାଜିକ ଦୂରତ୍ୱ ରଖି ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(ପିସି) ପ୍ରଦାନ ପୂର୍ବକ ସରକାରୀ ମଞ୍ଜୁରି ପତ୍ର ଜାରି କରିଛନ୍ତି । ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବୃହତ ଭୂମିକା ଗ୍ରହଣ କରିପାରିବେ। ଏହି ଆଦେଶରେ ସର୍ଟ ସର୍ଭିସ କମିଶନ(ଏସଏସସି)ରେ ଥିବା ଭାରତୀୟ ସେନାର ବାୟୁ ପ୍ରତିରକ୍ଷା(ଏଏଡି) ସିଗନାଲ, ଇଞ୍ଜିନିୟର୍ସ, ଆର୍ମୀ ଆଭିଏସନ, ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଞ୍ଜିନିୟର(ଇଏମଇ), ଆର୍ମୀ ସର୍ଭିସ କୋର(ଏଏସସି), ଆର୍ମୀ ଆର୍ଡିନାନ୍ସ କୋର(ଏଓସି) ଏବଂ ଇଣ୍ଟେଲିଜେନ୍ସ କୋର ଇତ୍ୟାଦିର ମହିଳା ଅଧିକାରୀମାନଙ୍କୁ ପରମାନେଣ୍ଟ କମିଶନ ଦିଆଯାଇଛି। ଏହାଛଡା ଆର୍ମୀ ଏଜୁକେସନ କୋର(ଏଇସି), ବିଚାରପତି ବା ମହାଅଧିବକ୍ତାରେ ଥିବା ମହିଳା ଅଧିକାରୀମାନେ ମଧ୍ୟ ପରମାନେଣ୍ଟ କମିଶନ ପାଇବେ । ସେନାମୁଖ୍ୟାଳୟ ଏଥିପାଇଁ ଏକ ପରମାନେଣ୍ଟ କମିଶନ ସିଲେକ୍ସନ ବୋର୍ଡ ଗଠନ କରିଛି । ଏଥିରେ ମହିଳା ଅଧିକାରୀମାନଙ୍କର ଆନୁସଙ୍ଗିକ କାଗଜପତ୍ର କାର୍ଯ୍ୟ ସମାପିତ ହେବ । ଭାରତୀୟ…
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ: ଅଙ୍କୁଶପୁର ଗ୍ରାମରେ ଗତ ଜୁଲାଇ ମାସର ୧୩ ତାରିଖ ଦିନ ଗାଁରେ ମାଙ୍କଡ଼ ଆତଙ୍କ ଦେଖା ଦେଇଥିଲା ତେବେ ସେହି ଘଟଣାରେ ଗାଁର ୬ ଜଣ ଲୋକଙ୍କୁ ମାଙ୍କଡ଼ କାମୁଡି ଥିଲା। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ମାଙ୍କଡ଼ ପାଞ୍ଚ ଜାଗାକୁ କାମୁଡି କ୍ଷତ ବିକ୍ଷତ କରିଥିଲା। ସେ ପରିବାରର ଅତି ଗରିବ ଶ୍ରେଣୀର ଘରର ମୁରବି ଏଭଳି ଆହାତ ହୋଇ ଘରେ ହାତକୁ ବାନ୍ଧି ବସିବା ତା ସହ ଲାକଡାଉନ ଯୋଗୁଁ ସେ ପରିବାରର ଚଳିବାରେ ଅନେକ ଅସୁବିଧା ଦେଖା ଦେଇଥିଲା। ଏହି ଖବର କାହ୍ନା ଚାରିଟେବଲ ଟ୍ରଷ୍ଟର ସଭାନେତ୍ରୀ ରଂଜନା ମିଶ୍ରଙ୍କ ନଜର ଆସିବା ପରେ ସେ ତାଙ୍କର ସଂଗଠନ ତରଫରୁ ସେ ପରିବାରର ବିଷୟ ବସ୍ତୁ ସ୍ଥାନୀୟ ଯୁବଙ୍କର ଦ୍ୱାରା ଖବର ପାଇ ସହଯୋଗ ପାଇଁ ଆଗକୁ ଆସିଥିଲେ। ଆଜି ଆଙ୍କୁଶପୁରର ଆହତ ହୋଇଥିବା ପରିବାର ନିକଟକୁ କିଛି ଆନୁସଙ୍ଗିକ ଶୁଖିଲା…
ନୂଆଦିଲ୍ଲୀ, କ୍ରମାଗତ ଭାବେ ଦେଶରେ ସୁସ୍ଥତା ହାରରେ ବୃଦ୍ଧି ଘଟିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨୯,୫୫୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହାକି ଏ ପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ୭,୮୨,୬୦୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା ୬୩.୧୮ରେ ପହଞ୍ଚିଛି। ଏହାଫଳରେ ସକ୍ରିୟ ଓ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ପାର୍ଥକ୍ୟ ସଂଖ୍ୟାରେ ବୃଦ୍ଧି ପାଇଁ ବର୍ତ୍ତମାନ ଏହା ୩,୫୬,୪୩୯ ପହଞ୍ଚିଛି। କୋଭିଡ-୧୯ ପରିଚାଳନା ଦିଗରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶିତା ଯୋଗୁଁ ଏହା ସମ୍ଭବ ହୋଇଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମିଶି ବ୍ୟାପକ ପରୀକ୍ଷା କରିବା, ପ୍ରଭାବଶାଳୀ ଆବଦ୍ଧାଞ୍ଚଳର ବ୍ୟବସ୍ଥା ଓ ଦକ୍ଷ ଉପଚାର ଯୋଗୁଁ ଏହା ସମ୍ଭବ ହୋଇଛି। ଏହାଛଡା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଶେଷଜ୍ଞମାନଙ୍କ ପରାମର୍ଶ, ଯୁଗ୍ମ ତଦାରଖ ଦଳ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସର ବିଷାରଦ,…
ସୀତାରାମ ଅଗ୍ରୱାଲ ଚିଲିକା: ସମୀକ୍ଷା ନ୍ୟୁଜରେ ଜଣେ ଅସହାୟଙ୍କ ସମ୍ପର୍କରେ ଖବର ପ୍ରକାଶ ପରେ ‘ଇୟୋରସ ହୋପ’ ଫାଉଣ୍ଡେସନ ନାମରେ ଏକ ସ୍ବେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢାଇଛି। ଏହି ସଂସ୍ଥାର ସହାୟତାରେ ପକ୍ଷାଘାତରେ ପୀଡିତ ରୋଗୀ ଜଣଙ୍କ ଏବେ କ୍ରମଶଃ ସୁସ୍ଥ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ପରବଳ ଗ୍ରାମର ବାସିନ୍ଦା ଶ୍ରୀ ସୁରେନ୍ଦ୍ର ନାଥ ବେହେରା ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ। ତାଙ୍କ ସମ୍ପର୍କରେ ଗତ ୬ ତାରିଖରେ ଏକ ଖବର ସମୀକ୍ଷା ନ୍ୟୁଜରେ ପ୍ରକାଶିତ ହୋଇଥିଲା। ଏହା ପରେ ବହୁ ଗଣମାଧ୍ୟମର ପ୍ରତିନିଧି ତାଙ୍କ ଘରେ ପହଞ୍ଚିଥିଲେ। ଏବଂ ସେଠାରେ ସୁରେନ୍ଦ୍ର ବିକଳ ହୋଇ କୋହଭରା କଣ୍ଠରେ ସରକାରୀ ସାହାଯ୍ୟ ତଥା କିଛି ବଦାନ୍ୟ ବ୍ୟକ୍ତିଙ୍କଠୁ ସାହାଯ୍ୟ ପାଇଁ ଗଣମାଧ୍ୟମର ପ୍ରତିନିଧିଙ୍କୁ ହାତଯୋଡ଼ି ନିବେଦନ କରିଥିଲେ। ଏହାକୁ ଦେଖି ଓଡ଼ିଶାର ଏକ ସ୍ଵେଚ୍ଛାସେବୀ ସଂଗଠନ ‘ଇୟୋରସ ହୋପ’ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ…
ଭୁବନେଶ୍ୱର, ଗତ ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲାର ବିଜେପି ନେତ୍ରୀ ସୁରଭି ପାଣି ଓ ଅଂଜଳୀ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧୀ ଦଳ ମୃତା ନାବାଳିକାଙ୍କ ପରିବାର ସଦସ୍ୟକୁ ଭେଟିବା ସହ ଘଟଣାସ୍ଥଳକୁଯାଇ ସରଜମିନ ତଦନ୍ତ କରିଛନ୍ତି। ପ୍ରତିନିଧୀ ଦଳ ପ୍ରଥମେ ମୃତା ନାବାଳିକାଙ୍କ ଗାଁ ବାଗଚୁଆଁ ଠାରେ ପହଂଚି ପରିବାର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଘଟଣା ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ। ପରିବାର ଲୋକ ମୃତା ନାବାଳିକା ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବା କଥା ଜଣାଇଛନ୍ତି। ପରେ କୋଟପାଡ ଥାନା ଆଇଆଇସିଙ୍କ ସହ ପ୍ରତିନିଧୀ ଦଳ ଆଲୋଚନା କରି ଦୋଷୀଙ୍କ ବିରୁଦ୍ଧରେ…
ଭୁବନେଶ୍ବର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାନ କାମକୁ ସମାନ ଦରମା ନୀତି ରାଜ୍ୟର ଠିକା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରିବା ପାଇଁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଦାବି କରିଛି। ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ରାଜ୍ୟରେ ଲାଗୁ ହେବାକୁ ଥିବା ସପ୍ତମ ବେତନ କମିଶନକୁ ନେଇ ଯଥେଷ୍ଟ ଆଶାବାଦୀ ଥିଲେ। କିନ୍ତୁ ୨୦୧୭ରେ ଲାଗୁ ହେଇଥିବା ସପ୍ତମ ବେତନ କମିଶନରେ ସରକାର ସମସ୍ତ ନିୟମିତ କର୍ମଚାରୀଙ୍କ ମୂଳ ଦରମାରେ ବୃଦ୍ଧି କରାଇଥିଲେ। କିନ୍ତୁ ଠିକା କର୍ମଚାରୀ ଏଥିରୁ ବାଦ୍ ପଡିଥିଲେ। ଏହା ବିରୋଧରେ ବହୁ ଥର ଠିକା କର୍ମଚାରୀମାନେ ଅନେକ ଥର ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିଛନ୍ତି। ପୂର୍ବତନ ଅର୍ଥସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପୂର୍ବରୁ ଠିକା କର୍ମଚାରୀଙ୍କ ଦାବିର ବିଚାର କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହା ହୋଇନଥିଲା। ପୁନଶ୍ଚ ନିର୍ବାଚନ ପୂର୍ବରୁ ଯେଉଁ ତିନିଜଣିଆ କମିଟି ଗଠନ କରାଯାଇଥିଲା ସେ…
ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହଠାତ ରାଜ୍ୟପାଳ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ରାଜ୍ୟପାଳ ମେଡ଼ିକାଲରେ ଭର୍ତ୍ତି ହେବା ପରେ ଏହା ଏକ ନିୟମିତ ଚେକ ଅପ୍ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି। ରାଜଭବନ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ ଏନେଇ ସୂଚନା ଦେଇଛନ୍ତି। ସେପଟେ ରାଜ୍ୟପାଳ ରାତିରେ ମେଡ଼ିକାଲରେ ରହି କାଲି (ଶୁକ୍ରବାର) ଫେରି ଆସିବେ ବୋଲି ସେ କହିଛନ୍ତି।
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 643 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 407 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ 44, ବାଲେଶ୍ବରରୁ 31, ମୟୂରଭଂଜରୁ 28, କଟକରୁ 27, ଜଗତସିଂହପୁରରୁ 15, ବରଗଡ଼ ଓ କନ୍ଧମାଳରୁ 14 ଲେଖାଏଁ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ ଓ କେନ୍ଦୁଝରରୁ 11 ଲେଖାଏଁ, ଭଦ୍ରକରୁ 8 ସୁସ୍ଥ, ଗଜପତିରୁ 6, ବଲାଙ୍ଗିର ଓ ଝାରସୁଗୁଡ଼ାରୁ 5 ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର ଓ ସୁନ୍ଦରଗଡରୁ 4, କେନ୍ଦ୍ରାପଡ଼ା ଓ କୋରାପୁଟରୁ 3 ଲେଖାଏଁ, ସମ୍ବଲପୁରରୁ 2 ଏବଂ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ ମୋଟ ଆରୋଗ୍ୟ ସଂଖ୍ୟା 14 ହଜାର 392ରେ ପହଞ୍ଚିଛି।
ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ମାସ୍କ ନ ପିନ୍ଧିଲେ ଲକ୍ଷେ ଟଙ୍କାର ଜରିମାନା ଏବଂ ଆବଶ୍ୟକ ସ୍ଥଳେ ୨ ବର୍ଷ ଯାଏଁ ଜେଲଦଣ୍ଡର ବ୍ୟବସ୍ଥା ଘୋଷଣା କରାଯାଇଛି। ଶୁଣିଲେ ଏହା ଆଶ୍ଚର୍ଯ୍ୟ ଲାଗୁଛି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। କେତେକ ରାଜ୍ୟରେ ଏଥିପାଇଁ ଜରିମାନା ବ୍ୟବସ୍ଥା ରହିଛି। ଓଡ଼ିଶାରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା ଆଦାୟ କରାଯାଉଛି। କିନ୍ତୁ ପଡ଼ୋଶୀ ଝାଡ଼ଖଣ୍ଡରେ ରାଜ୍ୟ ସରକାର ମାସ୍କ ପିନ୍ଧୁନଥିବା ଲୋକମାନଙ୍କ ପାଇଁ ଏପରି ଦଣ୍ଡର ବ୍ୟବସ୍ଥା କରିଛନ୍ତି, ଯେ ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଝାଡ଼ଖଣ୍ଡ କ୍ୟାବିନେଟ ବୁଧବାର ଦିନ ସଂକ୍ରାମକ ରୋଗ ଅଧ୍ୟାଦେଶ ୨୦୨୦ ଜାରି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ସର୍ବସାଧାରଣ ସ୍ଥାନରେ…
ଓଡିଶାର ଜଣେ ଜଣାଶୁଣା ଗୀତିକବି, ଶିଶୁ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ଦିଲୀପ ବେହୁରାଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି ବୋଲି ପରିବାର ସୂତ୍ରରୁ ପ୍ରକାଶ। ଶ୍ରୀ ବେହୁରା ରାଜଧାନୀର ବିଭିନ୍ନ ସାହିତ୍ୟ ସଂଗଠନ ଓ ପାତ୍ର ପତ୍ରିକା ସହିତ ଜଡିତ ରହିଥିଲେ। ୨୪, ଜାନୁଆରୀ ୧୯୬୫ ରେ ଭୁବନେଶ୍ଵରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ବେହୁରା ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଥିଲେ। ବହୁ ପ୍ରମୁଖ ସାହିତ୍ୟ ସଂଗଠନର କର୍ମକର୍ତ୍ତା ଓ ସାହିତ୍ୟ ଉତ୍ସବର ଆୟୋଜକ ଭାବରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା। ରାଜଧାନୀର ସର୍ବ ପୁରାତନ ସାହିତ୍ୟ ଖଟି ଭାବେ ପରିଚିତ ପୁରୁଣା ବସଷ୍ଟାଣ୍ଡ ସାହିତ୍ୟିକ ଖଟିର ସେ ଥିଲେ ଜଣେ ସକ୍ରିୟ ସଦସ୍ୟ। ତାଙ୍କ ଅକାଳ ବିୟୋଗରେ ବହୁ ଲେଖକ ଓ ସାହିତ୍ୟିକ ଶୋକ ପ୍ରକାଶ କରିଛନ୍ତି।
ଭୁବନେଶ୍ବର, ରାଜ୍ୟରେ କରୋନା ସ୍ଥିତି ନେଇ ଚିନ୍ତା ନ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ ବୋଲି ସେ କହିଛନ୍ତି। କରୋନା ସଂକ୍ରମଣକୁ ଠାବ କରାଯାଉଛି, ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ଗୋଟିଏ ବି କେସ୍ ଯେପରି ରହି ନଯାଉ, ସେ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେସିଂ ବଢୁଥିବାରୁ ରୋଗୀଙ୍କ ସଂଖ୍ୟା ବଢୁଛି। ସବୁ ଲକ୍ଷଣଯୁକ୍ତ କେସ୍ ଧରିପାରିଲେ ନିଶ୍ଚିତ ଭାବେ କରୋନା ନିୟନ୍ତ୍ରଣ କରାଯାଇ ପାରିବ। ଓଡ଼ିଶାରେ ଆରୋଗ୍ୟ ହାର 65 ପ୍ରତିଶତ ଓ ମୃତ୍ୟୁହାର ଦଶମିକ 54 ପ୍ରତିଶତ ରହିଥିବା ସେ କହିଛନ୍ତି। ସର୍ଭେ କରୁଥିବା କର୍ମଚାରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପାଇଁ ପ୍ରୋତ୍ସାହିତ ପାଇ ବ୍ୟବସ୍ଥା ହୋଇଛି।…

