Author: Samikhsya Bureau

ଭୁବନେଶ୍ବର : ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବାରଣ କରାଯାଇଛି। ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇନଥିଲେ ପ୍ରବେଶ ଅନୁମତି ମିଳିବନି ବୋଲି ସୂଚନା ରହିଛି। ପ୍ରଥମେ କରୋନା ଟେଷ୍ଟ ହେବ, ନେଗେଟିଭ୍‌ ଆସିଲେ ହିଁ ଅନୁମତି ମିଳିବ। କରୋନା ନେଗେଟିଭ୍‌ ସାର୍ଟିଫିକେଟ୍‌ ଥିବା ବ୍ୟକ୍ତିଙ୍କୁ ରହିବାକୁ ଅନୁମତି ମିଳିବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଟାଞ୍ଜିଟ୍‌ ହାଉସ୍‌ରେ ରଖାଯିବ ବୋଲି ସୂଚନା ରହିଛି । କୋଭିଡ୍‌ କେୟାର ହୋମ୍‌ରେ ମଧ୍ୟ ରହିବା ବ୍ୟବସ୍ଥା କରିବେ ପ୍ରଶାସନ । ଏନେଇ  ସବୁ ଜିଲ୍ଲାପାଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଚିଠି ଦେଇଛି ।

Read More

ନୂଆଦିଲ୍ଲୀ, ବହୁ ବାଦବିବାଦ ପରେ ଶେଷରେ ଫ୍ରାନସରୁ ଭାରତକୁ ଆସୁଛି ରାଫେଲ ଯୁଦ୍ଧ ବିମାନ। ପ୍ରଥମ ପର୍ଯ୍ୟାୟରେ 5ଟି ରାଫେଲ ଲଢୁଆ ବିମାନ ଭାରତକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ପାଇଁ ଉଦ୍ଦିଷ୍ଟ ଏହି ବିମାନ ମଧ୍ୟରୁ ସକାଳୁ 5ଟି ଫ୍ରାନ୍ସର ମେରିୟାଙ୍କ ସ୍ଥିତ ଡାସଲ୍‌ଟ ବିମାନ ତିଆରି କାରଖାନାରୁ ଯାତ୍ରା ଆରମ୍ଭ କରିଛି। ଏହି ବିମାନ ମଧ୍ୟରେ 3ଟି ସିଙ୍ଗଲ୍‌ ସିଟ୍‌ର ଓ ଦୁଇଟି ଟ୍ଵିଇନ୍‌ ସିଟ୍‌ର ରହିଛି। ଏହି ବିମାନ ଆଣିବା କାର୍ଯ୍ୟ ଦୁଇ ପର୍ଯ୍ୟାୟରେ ସଂପନ୍ନ ହେବାକୁ ଯୋଜନା ପ୍ରସ୍ତୁତ କରଯାଇଛି। ଭାରତୀୟ ବିମାନ ବାହିନୀର ପାଇଲଟମାନେ ଏଗୁଡିକୁ ଭାରତ ଆଣିବେ। ଏଥିପାଇଁ ଭାରତୀୟ ବାୟୁସେନାର ପାଇଲଟମାନଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ବିମାନ ଆସୁଛି ସେଥିରେ ଆକାଶ ମାର୍ଗରେ ଇନ୍ଧନ ଭରିବା ବ୍ୟବସ୍ଥା ହୋଇଛି। ଉଡନ୍ତା ଅବସ୍ଥାରେ ଇନ୍ଧନ ବୋଝେଇ ବିମାନରୁ ଏହି ଲଢୁଆ ବିମାନକୁ ଇନ୍ଧନ ଯୋଗାଇ…

Read More

ଗଜପତି : ଗଜପତି ଜିଲ୍ଲାରେ ସପ୍ତାହକୁ 4 ଦିନ ସଟ୍‌ଡାଉନ୍‌, ତିନି ଲକ୍‌ଡାଉନ୍‌ ଜାରି କରାଯାଇଛି । ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଯଥାପୂର୍ବ ରହିବ। ସମସ୍ତ ବ୍ଲକ ମୁଖ୍ୟାଳୟ ଚାରି ଦିନ ପାଇଁ ସଟ୍‌ଡାଉନ୍‌ ରହିବ । ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର ଏନଏସି ମଧ୍ୟ ସଟ୍‌ଡାଉନ୍‌ ରହିବ । ଜିଲ୍ଲାର 3ଟି ବ୍ଲକର 4ଟି ପଞ୍ଚାୟତରେ ମଧ୍ୟ କଟକଣା ବଳବତ୍ତର ରହିବ । ଏନେଇ ସମସ୍ତ ବ୍ଳକ, ପୌରାଞ୍ଚଳ, ଏନଏସି କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ 4 ଦିନିଆ ସଟ୍‌ହାଉନ୍‌ ବଳବତ୍ତର ରହିବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ କ୍ରମାଗତ ବୃଦ୍ଧି ଯୋଗୁଁ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ।

Read More

ନୂଆଦିଲ୍ଲୀ, କୋଭିଡ୍ ମହାମାରୀ ସମୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନଙ୍କୁ ଅନ୍‌ଲାଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଚଳିତବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ୭୩.୫୮ ଲକ୍ଷ ସଦସ୍ୟଙ୍କ ନୋ ୟୋର କଷ୍ଟମର୍ସ ବା କେୱାଇସି ଡେଟାକୁ ଅପ୍‌ଡେଟ କରିଛି। ଏଥିମଧ୍ୟରେ ୫୨.୧୨ ଲକ୍ଷ ସଦସ୍ୟଙ୍କ ଖାତାକୁ ଆଧାର ସହ ସିଡିଂ କରାଯାଇଛି । ଏହାଛଡା ୧୭.୪୮ ଲକ୍ଷ ସଦସ୍ୟଙ୍କ ମୋବାଇଲ ସିଡିଂ (ୟୁଏଏନ୍‌ଆର) ଆକ୍ଟିଭେସନ କରାଯାଇଥିବାବେଳେ ୧୭.୮୭ ଲକ୍ଷ ସଦସ୍ୟଙ୍କର ବ୍ୟାଙ୍କ ଖାତାକୁ ସିଡିଂ କରାଯାଇଛି । କେୱାଇସି ଏକ ଏକକାଳୀନ ପ୍ରକ୍ରିୟା ଯାହାଦ୍ୱାରା ସଦସ୍ୟମାନଙ୍କର ପରିଚୟ ତଦାରଖ ସହଜ ହୋଇଥାଏ ଏବଂ ଏହା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସହ ସଂଯୁକ୍ତ ହୋଇଥାଏ । ଆହୁରି ମଧ୍ୟ କେୱାଇସି ସିଡିଂକୁ ବ୍ୟାପକ କରିବା ପାଇଁ ଇପିଏଫ୍‌ଓ ବଡ ଧରଣର କସରତ ଆରମ୍ଭ କରିଛି । ଲକ୍‌ଡାଉନ ସମୟରେ ମଧ୍ୟ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କ ଜନସାଂକ୍ଷିକ ବିବରଣୀକୁ ସଂଶୋଧନ କରିଛି । ଏହାଫଳରେ…

Read More

ଭୁବନେଶ୍ବର : ରାଜ୍ୟରୁ ଆଜି 1215 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 28ହଜାର 107କୁ ବୃଦ୍ଧି ହୋଇଛି । ସେହିପରି ମୃତ୍ୟୁସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 150ରୁ ଉର୍ଦ୍ଧ୍ବ ରହିଛି ।  ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 17ହଜାର 373ଜଣ । ସେହିପରି ସୁସ୍ଥ ହୋଇଛନ୍ତି 10ହଜାର545ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 154ଜଣ । ସେହିପରି 35 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଗଞ୍ଜାମ ପରେ ଏବେ ଖୋର୍ଦ୍ଧାରେ ଅଧିକ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ସେହିପରି  କଟକ, ଯାଜପୁର, ସୁନ୍ଦରଗଡ, ରାୟଗଡା ଆଦି ଜିଲ୍ଲାରେ କରୋନା ସ୍ଥିତି ମଧ୍ୟ ବେଶ୍‌ ଗମ୍ଭୀର ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କରୋନା…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ପୁଣି କରୋନା ଯୋଗୁଁ 7ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କଟକ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଥିବାବେଳେ ରାୟଗଡାରୁ 2ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 154କୁ ବୃଦ୍ଧି ହୋଇଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ବୟସ ଯଥାକ୍ରମେ 55,56, 39 ବର୍ଷ ବୋଲି ସୂଚନା ରହିଛି । ସେହିପରି ରାୟଗଡାରୁ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ବୟସ ଯଥାକ୍ରମେ 72 ବର୍ଷ ଓ 31 ବର୍ଷ ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ ମାତ୍ର 5 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ବୋଲି ସୂଚନା ରହିିଛି । ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 85କୁ…

Read More

ଭୁବନେଶ୍ବର :  ଆଜି ରାଜ୍ୟର ମୋଟ୍‌ 28ଟି ଜିଲ୍ଲାରୁ 1215 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 332 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 312, ଗଜପତିରୁ 89, କେଉଁଝରରୁ 77, କୋରାପୁଟର 73, କଟକରୁ 60, ଜଗତସିଂହପୁରରୁ 47,ବାଲେଶ୍ବରରୁ 29, ରାୟଗଡାରୁ 24, ମୟୂରଭଞ୍ଜରୁ 22, ବଲାଙ୍ଗିରରୁ 21, ଯାଜପୁରରୁ 20, କନ୍ଧମାଳ, ମାଲ୍‌କାନଗିରି ଓ କେନ୍ଦ୍ରାପଡାରୁ 14 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ପୁରୀ ଓ ଅନୁଗୁଳୁରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ 10, ନୂଆପଡା ଓ କଳାହାଣ୍ଡିରୁ 8 ଜଣ ଲେଖାଏଁ ରହିଥିବାବେଳେ, ନୟାଗଡରୁ 7,   ଭଦ୍ରକ, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା ଓ ବୌଦ୍ଧରୁ 2 ଜଣ ଲେଖାଏଁ ରହିଥିବାବେଳେ ଦେବଗଡ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1215 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 753ଜଣ ଚିହ୍ନଟ ହୋଇଥିବାବେଳେ 462ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 28ହଜାର 107କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 17ହଜାର 373ଜଣ । ସେହିପରି ସୁସ୍ଥ ହୋଇଛନ୍ତି 10ହଜାର545ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 147ଜଣ । ସେହିପରି 34 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଗତ 24 ଘଣ୍ଟାରେ 47 ହଜାର 704 ଜଣ ଆକ୍ରାନ୍ତ ହୋଇଥିବାବେଳେ  654 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । 4 ଲକ୍ଷ 96ହଜାର 988ଟି ଆକ୍ଟିଭ୍‌ କେସ୍‌ ଥିବାବେଳେ ସୁସ୍ଥ ହୋଇଛନ୍ତି 9 ଲକ୍ଷ 52 ହଜାର 743 ଜଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14 ଲକ୍ଷ 83 ହଜାର 157କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 33 ହଜାର 425କୁ ବୃଦ୍ଧି ହୋଇଛି ।  ମହାରାଷ୍ଟ୍ରରେ 24 ଘଣ୍ଟାରେ 227 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13 ହଜାର 883ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ମୃତ୍ୟୁସଂଖ୍ୟା 3 ହଜାର 853କୁ ବୃଦ୍ଧି ହୋଇଥିବାବେଳେ ତାମିଲନାଡୁରେ 3 ହଜାର 571 ଓ ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 2 ହଜାର 348ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି…

Read More

ନୂଆଦିଲ୍ଲୀ, କେନ୍ଦ୍ର ସରକାର ନିକଟରେ କେବଳ ମାର୍ଚ୍ଚ ମାସ ପାଇଁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ 13,806 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ମିଶାଇ 2019-20 ଆର୍ଥିକ ବର୍ଷରେ ରାଜ୍ୟଗୁଡିକୁ କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ପଇଠ କରାଯାଇଛି । ଏହି ଅବଧି ମଧ୍ୟରେ ମୋଟ କ୍ଷତିପୂରଣ ବାବଦକୁ 1,65,302 କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ 95,444 କୋଟି ଟଙ୍କା ସଂଗୃହିତ ହୋଇଛି । 2019-20 ଆର୍ଥିକ ବର୍ଷର କ୍ଷତିପୂରଣ ପଇଠ କରିବା ବେଳେ 2017-18 ଏବଂ 2018-19 ଆର୍ଥିକ ବର୍ଷର ବଳକା ଥିବା ଅର୍ଥକୁ ମଧ୍ୟ ହିସାବକୁ ନିଆଯାଇଛି । ଏହାଛଡା କେନ୍ଦ୍ର 33,412 କୋଟି ଟଙ୍କା ଦେଶର ଅନାବଦ୍ଧ ପାଣ୍ଠିରୁ ମଧ୍ୟ ପ୍ରଦାନ କରିଛି । ନିମ୍ନରେ ରାଜ୍ୟୱାରୀ ପ୍ରଦାନ କରାଯାଇଥିବା ବସ୍ତୁ ଓ ସେବା କର ବାବଦ କ୍ଷତିପୂରଣ ଅର୍ଥ ହିସାବ ଦିଆଯାଇଛି । କ୍ର.ସଂ…

Read More

ରାଜସ୍ଥାନ : ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଦେଖି ରାଜସ୍ଥାନର ସରକାର କରୋନା ସମ୍ବନ୍ଧୀୟ କିଛି ନିୟମକୁ କଡାକଡି କରିଛନ୍ତି ।  ସାର୍ବଜନିକ ସ୍ଥଳରେ ମାସ୍କ ନ ଲଗାଇଲେ 200 ଟଙ୍କାର ଜରିମାନା ଆଦାୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ରାଜ୍ୟସରକାରଙ୍କ ଗୃହ ବିଭାଗ ତରଫରୁ କରୋନାକୁ ନେଇ ସୋମବାର ଦିନ ଅଲଗା ଅଲଗା ଅଧିସୂଚନା ଜାରି କରାଯାଇଛି । ଏହ ଅଧିନିୟମ ଅନୁସାରେ ସମସ୍ତ କାର୍ଯ୍ୟସ୍ଥଳରେ କାର୍ଯ୍ୟ ଅବଧି ସମୟରେ ନିୟମିତ ରୂପେ ସାନିଟାଇଜେସନ୍‌ ହେବ । ଏବଂ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଦ୍ବାରା ସାମାଜିକ ଦୂରତ୍ବ ଠିକ୍‌ ଭାବେ ପାଳନ ହେବ । ଯଦି କାର୍ଯ୍ୟସ୍ଥଳଗୁଡିକରେ ଏହି ଦୁଇ ନିୟମ ଉଲ୍ଲଂଘନ ହେବ, ଏଥିପାଇଁ 10 ହଜାର ଟଙ୍କାର ଜରିମାନା ଲାଗିବ ବୋଲି ନିୟମ ପ୍ରଣୟନ କରାଯାଇଛି । ସେହିପରି ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାସ୍କ ଦ୍ବାରା ମୁହଁ…

Read More

କେଦାର ମିଶ୍ର ଆଗାମୀ ସ୍ଵାଧୀନତା ଦିବସରେ କରୋନା ଭୂତାଣୁଠାରୁ ମୁକ୍ତ ହେବାକୁ ପ୍ରତ୍ଯେକ ଭାରତୀୟ ସଂକଳ୍ପ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗତ ଚାରି ମାସ ଭିତରେ ପ୍ରଧାନମନ୍ତ୍ରୀ କରୋନା ମୁକ୍ତିର ବହୁ ଉପାୟ ଆମକୁ ବତାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବିଶେଷ ଭଲ ପାଉଥିବା ଆମର ଜନ ସାଧାରଣ ତାଙ୍କର ସବୁ କଥାକୁ ବିଶ୍ଵାସ କରିଛନ୍ତି ଓ ମାନିଛନ୍ତି। ମାର୍ଚ୍ଚ ତୃତୀୟ ସପ୍ତାହର ଜନତା କର୍ଫ୍ଯୁଠାରୁ ଆରମ୍ଭ କରି ଆଜି ଯାଏଁ ପ୍ରଧାନମନ୍ତ୍ରୀଙ୍କ ସବୁ କଥା ମାନି ଆସିଥିବା ଲୋକେ ତାଙ୍କୁ ପ୍ରଶ୍ନ ପଚାରି ନାହାନ୍ତି। ଗୋଟେ ଗଣତନ୍ତ୍ରରେ ତାହା ହିଁ ବିଡମ୍ବନା। କରୋନା ମୁକାବିଲା ଲାଗି ଯେଉଁ ତ୍ୟାଗ ଓ ବଳିଦାନ ଏ ଦେଶର ସାଧାରଣ ଜନତା କରୁଛି, ତାର ମୂଲ୍ୟ କେବଳ ସ୍ଲୋଗାନ ନୁହେଁ। ମାସ ମାସ ଧରି ଆମେ କେବଳ ସ୍ଲୋଗାନ ଓ ଭାଷଣ ଶୁଣୁଛୁ, ହେଲେ କରୋନା ସଂକ୍ରମଣ ରୋକିବାରେ ଭାରତ ସରକାର ସଫଳ…

Read More

ଭୁବନେଶ୍ବର : ମଧ୍ୟାହ୍ନ ଭୋଜନ ରାସନ ସହ ପିଲାଙ୍କୁ ଦିଆଯିବ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌ । ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବେଲଟ୍‌ ବାଣ୍ଟିବା ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଦେଇଛନ୍ତି ମଧ୍ୟାହ୍ନ ଭୋଜନର ରାଜ୍ୟ ନୋଡାଲ୍‌ ଅଫିସର ଗଙ୍ଗାଧାର ସାହୁ । ପିଲାଙ୍କୁ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌ ବାଣ୍ଟିବେ ଶିକ୍ଷକ। ଜୁଲାଇ ଓ ଅଗଷ୍ଟ ମାସ ଲାଗି ପ୍ରତି ପିଲା ପିଛା 10ଟି ଟାବଲେଟ୍‌ ଦିଆଯିବ । ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ ବନ୍ଦ ଥିଲେ ବି ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ 57 ଦିନର ମଧ୍ୟାହ୍ନ ଭୋଜନ ମିଳିବ । ଜୁନ୍ 14ରୁ ଅଗଷ୍ଟ 31 ଯାଏ 57 ଦିନର ମଧ୍ୟାହ୍ନ ଭୋଜନ ଭତ୍ତା ପାଇବେ ଛାତ୍ରଛାତ୍ରୀ। ସ୍କୁଲରେ ଗଚ୍ଛିତ ଥିବା ଚାଉଳ ସେମାନଙ୍କୁ ମିଳିବ। ସେହିପରି ରନ୍ଧା ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ପଠାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏହି ଚାଉଳ ପ୍ରଦାନ କରିବେ । ଯେଉଁଠି ଚାଉଳ ସରି ଯାଇଥିବ…

Read More

ଛତିଶଗଡ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡରେ ଅଗଷ୍ଟ 6 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ଏହି ଅବସରରେ ଅଗଷ୍ଟ ମାସରେ ପଡୁଥିବା ବ୍ରକି ଇଦ୍‌ ଓ ରକ୍ଷା ବନ୍ଧନ ପର୍ବରେ ମଧ୍ୟ କୌଣସି କୋହଳ ଦିଆଯିବ ନାହିଁ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍‌ ବୈଠକ ପରେ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ହେଉଛି । ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ସୁସ୍ଥଙ୍କ ସଂଖ୍ୟା କମ୍‌ ହେଉଛି । ରାଜ୍ୟର କରୋନା ସ୍ଥିତିକୁ ଦେଖି ଜୁଲାଇ 22ରୁ ଜାରି ହୋଇଥିବା ଲକ୍‌ଡାଉନ୍‌ ଆଉ 7 ଦିନ ପାଇଁ ବୃଦ୍ଧି କରାଯାଇଛି । ତେବେ ଜିଲ୍ଲା କଲେକ୍ଟର ନିଜ ନିଜ ଜିଲ୍ଲାର ସ୍ଥିତି ଦେଖି ଲକ୍‌ଡାଉନ୍‌ ସମ୍ପ୍ରସାରଣ ବା କୋହଳ କରିବାର ନିଷ୍ପତ୍ତି…

Read More

ଉତ୍ତରପ୍ରଦେଶ : ଦେଶ କରୋନା ମହାମାରୀ ସହ ଯୁଝୁଥିବାବେଳେ ହସ୍ପିଟାଲଗୁଡିକରୁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶର ସହାରନାପୁର ଜିଲ୍ଲା ହସ୍ପିଟାଲରୁ ପୁଣି ଏକ ଲଜ୍ଜ୍ୟାଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ବୃଦ୍ଧଙ୍କ ମୃତଦେହ ବର୍ଷାରେ ହସ୍ପିଟାଲ ବାହାରେ ପଡି ଘଣ୍ଟା ଘଣ୍ଟା ଧରି ଭିଜୁଥିବାବେଳେ ଉଠାଇବାକୁ କେହି ନଥିଲେ । ଶବ ସହିତ ଜଣେ ବୃଦ୍ଧା ମହିଳା ସମସ୍ତଙ୍କୁ ଅନୁନୟ ହୋଇ ସାହାଯ୍ୟ ଭିକ୍ଷା କରିବା ସତ୍ତ୍ବେ କେହି ତାଙ୍କର ସହାୟତ୍ତା କରିନଥିବାର ଦେଖାଯାଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ଏହି ଭିଡିଓରେ ହସ୍ପିଟାଲ କର୍ମଚାରୀଙ୍କ ଦାୟିତ୍ବହୀନତା ସଫା ସଫା ଦେଖାଯାଉଛି । ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସତ୍ତ୍ବେ ଏହି ଅସହାୟ ବୃଦ୍ଧା ମହିଳାଙ୍କୁ କେହି ସାହାଯ୍ୟ କରିବାକୁ ଆସିନଥିଲେ । ଘଟଣାଟି ସମ୍ପର୍କରେ ସହାରନପୁର ଜିଲ୍ଲା ହସ୍ପିଟାଲର ସିଏମ୍‌ଏସଙ୍କୁ ପଚାରାଯିବାରୁ ସେ…

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍‌ ତଦନ୍ତ କରି ବୟାନ ରେକର୍ଡ କରୁଛି । ଏହାର ଭିତରେ ସୋମବାର ସୁଶାନ୍ତଙ୍କ ଫୋରେନସିକ୍‌ ଭସେରା ରିପୋର୍ଟ ଆସିଛି । ଯେଉଁଥିରେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷକ୍ରିୟା ହୋଇନଥିବାର ଜଣାପଡିଛି । ତେବେ ତାଙ୍କର ନଖର ନମୁନା ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ନଖର ରିପୋର୍ଟ ପରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ କୌଣସି ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା କି ନାହିଁ ତାହା ଜଣାପଡିବ । ସୂଚନାଯୋଗ୍ୟ, ଜୁନ୍‌ 14 ତାରିଖରେ ସୁଶାନ୍ତ ବାନ୍ଦ୍ରାସ୍ଥିତ ନିଜ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପୋଲିସ୍‌ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ତାଙ୍କ ପରିବାର ଲୋକେ ଓ ପ୍ରଶଂସକମାନେ ଏହାକୁ ହତ୍ୟା ବୋଲି ଦାବି କରିଛନ୍ତି । ଅପରପକ୍ଷରେ ସୁଶାନ୍ତଙ୍କ ମାନବିକ ଅବସାଦ ତଥା ଆତ୍ମହତ୍ୟା ପାଇଁ ଉସୁକାଇବା ବା ହତ୍ୟା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନାରେ ପ୍ରତ୍ୟେକ ଗାଁକୁ କଂକ୍ରିଟ ରୋଡ଼ କରିବା ସକାଶେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିରୁ କିନ୍ତୁ ବାଦ ପଡିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରମୋରୀ ପଂଚାୟତର ଟାଙ୍ଗିସାହି ଗାଁ। ଏହି ଗାଁର ହାରାହାରି ୩00 ଲୋକ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓ ତଥା ବିଧାୟକଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଟାଙ୍ଗିସାହି ରାସ୍ତାକୁ ଏପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରାଯାଇ ପାରିଲା ନାହିଁ। ଲୋକେ ନିଜ ଉଦ୍ୟମରେ ଟଂକା ଖର୍ଚ୍ଚ କରି ମାଟି କିଣି ଗାଁ ଦାଣ୍ଡରେ ପକାଇଥିଲେ ମଧ୍ୟ ଝିପି ଝିପି ବର୍ଷାରେ ବି ଆଣ୍ଠୁଏ ପାଣି ଜମା ହୋଇ ରହୁଛି। ଯିବା ଆସିବା କରିବା ପାଇଁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ବାଣପୁର ବିଡ଼ିଓଙ୍କ ପ୍ରତିକ୍ରିୟା ନେବାକୁ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର, କରୋନା ସମୟରେ  ରୋଗୀକୁ ହସ୍ପିଟାଲ ନେବା ଲାଗି ଆମ୍ବୁଲାନସ ମନା କରିଦେବାରୁ ମୃତ୍ୟୁ। ଏଭଳି ଅମାନବିକତା ଘଟଣା ଘଟିଯାଇଛି ବ୍ରହ୍ମପୁର ସହରରେ। ଆମ୍ବୁଲାନସ ରୋଗୀକୁ ନେବାକୁ ଆସିଲା, କିନ୍ତୁ ନେଲା ନାହିଁ। ପୁଅ ବାପାର ଗୁରୁତର ଅବସ୍ଥାକୁ ଦେଖି ନପାରି ଆମ୍ବୁଲାନସ ଡ଼୍ରାଇଭର ନିକଟରେ କେତେ କାକୁତିମିନତି ହୋଇଥିଲେ ମଧ୍ୟ ନିୟମର ଦ୍ୱାହି ଦେଇ ଆମ୍ବୁଲାନସ ଡ଼୍ରାଇଭର ରୋଗୀକୁ ନନେବାରୁ ଘର ଦ୍ୱାର ମୁହଁରେ ରୋଗୀର ଜୀବନ ଚାଲିଯାଇଥିଲା। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସହରର ପ୍ରହ୍ଲାଦ ନଗର ଦ୍ୱିତୀୟ ଗଳିରେ। ପ୍ରଥମେ ପୁଅର ଆମ୍ବୁଲାନସ ଡ଼୍ରାଇଭରଙ୍କ ନିକଟରେ ନେହୁରା ହେଉଥିôବା ଭିଡ଼ିଓ ଭାଇରାଲ୍ ହେବା ହେବା ପରେ ମଧ୍ୟ ପ୍ରଶାସନ କିମ୍ବା କୌଣସି ତଥାକଥିକ ବୁଦ୍ଧିଜୀବୀ କିମ୍ବା ସାମ୍ବାଦିକ ତତ୍ପରତା ଦେଖାଇନଥିଲେ। ଘୁରି ବୁଲିଥିଲା ଉକ୍ତ ହୃଦୟ ବିଦାରକ ଛୁଆଟିର କାନ୍ଦିବାର ଭିଡ଼ିଓ। ଯଦି ସେହି ସମୟରେ କୌଣସି ସାମ୍ବାଦିକ କିମ୍ବା ପ୍ରଶାସନିକ…

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 581 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 160 ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଖୋର୍ଦ୍ଧାରୁ 77, ଗଜପତିରୁ 43, କଟକରୁ 34, ମାଲକାନଗିରିରୁ 32, ବରଗଡ଼ରୁ 25, ଭଦ୍ରକରୁ 23, କେନ୍ଦୁଝରରୁ 19, ଅନୁଗୁଳରୁ 17 ସୁସ୍ଥ, କନ୍ଧମାଳରୁ 17, ଜଗତସିଂହପୁର ଓ ସମ୍ବଲପୁରରୁ 14 ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଂଜ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ 12 ଲେଖାଏଁ, ବାଲେଶ୍ବର 10, କେନ୍ଦ୍ରାପଡ଼ା, ପୁରୀ ଓ ଝାରସୁଗୁଡ଼ାରୁ 9 ଲେଖାଏଁ, ଢେଙ୍କାନାଳ 8, ଯାଜପୁର 7, ବଲାଙ୍ଗିର 6, ବୌଦ୍ଧରୁ 5, ଦେବଗଡ଼, ନବରଙ୍ଗପୁରରୁ 3 ଲେଖାଏଁ, କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଓ ମୁମ୍ବାଇରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR)ର 3ଟି ନୂଆ ଲ୍ୟାବ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ସେ ଏହି ଲ୍ୟାବଗୁଡିକର ଉଦଘାଟନ କରିଛନ୍ତି। ଆଗକୁ ଦେଶରେ ଦୈନିକ 10 ଲକ୍ଷ କରୋନା ଟେଷ୍ଟ ହେବ ବୋଲି ମୋଦି ଏହି ଅବସରରେ କହିଛନ୍ତି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିଥିଲେ । ଲ୍ୟାବ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଆଗାମୀ ଦିନରେ ଅନେକ ପର୍ବପର୍ବାଣୀ ଆସୁଛି । ଏହି ସମୟରେ ଆମକୁ ସତର୍କ ରହିବାକୁ ପଡିବ । ଏହାସହ ଦରିଦ୍ରଙ୍କୁ ରାସନ ଯୋଗାଇବା ମଧ୍ୟ ନିହାତି ଆବଶ୍ୟକ ।

Read More

ଭୁବନେଶ୍ବର, ଓଡ଼ିଶାରେ କୋଭାକ୍ସିନର ମାନବ ପରୀକ୍ଷଣ କରାଯାଇଛି। ଭୁବନେଶ୍ବରର ସମ୍ ହସ୍ପିଟାଲ ସହ ଦେଶର 12ଟି ସ୍ଥାନରେ କୋଭାକ୍ସିନ ପରୀକ୍ଷଣ ହୋଇଛି। ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ପ୍ରସ୍ତୁତ କରାଯାଇଛି। ପରୀକ୍ଷଣ ପାଇଁ ରାଜି ହୋଇଥିବା ସ୍ବେଚ୍ଛାସେବୀଙ୍କଠାରେ ମାନବ ପରୀକ୍ଷା କରାଯାଇଛି। ପରୀକ୍ଷଣର ପ୍ରମୁଖ ପର୍ଯ୍ୟବେକ୍ଷକ ଡାକ୍ତର ଇ. ଭେଙ୍କଟରାଓ ଏହି ସୂଚନା ଦେଇଛନ୍ତି। କରୋନା ପ୍ରତିଷେଧକ ପାଇଁ ଏହି ଟୀକା ପ୍ରସ୍ତୁତ କରାଯାଇଛି।

Read More