କଟକ, କଟକ ସହରରେ ଆଜି ଆଉ 65 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 65 ମଧ୍ୟରେ 59 କ୍ବାରେଣ୍ଟିନ ଓ 6 ଲୋକାଲ କଣ୍ଚାକ୍ଚ କେସ୍ ଅଛନ୍ତି। ଖଟବିନ ସାହିରୁ ଆଜି 28 କରୋାନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି। ସେକ୍ ବଜାରରୁ 8, ଗଣ୍ଡରପୁରରୁ 4, ନେତାଜୀ ନଗରରୁ 4 ଚିହ୍ନଟ ହୋଇଛନ୍ତି। ଖାନ୍ ନଗରରୁ 2, ଦେୱାନ ବଜାରରୁ 2, ସେଲଟର ଛକରୁ ଜଣେ ଚିହ୍ନଟ ହୋଇଛନ୍ତି।
Author: Samikhsya Bureau
ଭୁବନେଶ୍ବର, ଜଣାଶୁଣା ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ। ଚିକିତ୍ସାଧୀନ ଅବସ୍ଥାରେ ଏଠାକାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ଦୀପାଙ୍କ ପରଲୋକ ସମ୍ପର୍କରେ ସ୍ବାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଦୀପା କ୍ୟାନସରରେ ପୀଡ଼ିତ ହୋଇ ଗତ କିଛି ଦିନ ଧରି ଚିକିତ୍ସାଧୀନ ଥିଲେ। ଶତାଧିକ ଆଲବମରେ ଅଭିନୟ କରି ଦୀପା ରାଜ୍ୟରେ ବେଶ ଚର୍ଚ୍ଚାରେ ଥିଲେ। ଗତମାସରେ ପ୍ରଥମେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ତାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେ ଅନେକ ଓଡ଼ିଆ ଆଲବମରେ ଅଭିନୟ କରିବା ସହିତ ବିଭିନ୍ନ ଧାରାବାହିକୀରେ ମଧ୍ୟ ଅଭିନୟ କରିଥିଲେ। ସେ ରାଜ୍ୟରେ ଆଲବମ କୁଇନ୍ ଭାବେ ପରିଚିତ ଥିଲେ।
ମୁମ୍ବାଇ,ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରଧ୍ୟା ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି । ଉଭୟ କୋରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେପଟେ ବଲିଉଡ ଅଭିନେତା ତଥା ବିଗ୍ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷକ ବଚ୍ଚନ ଏବେ ବି ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ବିଗ୍ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷକ ବଚ୍ଚନ କରୋନା ଆକ୍ରାନ୍ତ ହେବା ପରେ ବୋହୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ନାତୁଣଈ ଆରଧ୍ୟା ବଚ୍ଚନ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିଲେ।
ଭୁବନେଶ୍ବର, ଆଜି ଅପରାହ୍ନ ପାଞ୍ଚଟା ବେଳେ କିମ୍ବା ସଂଧ୍ୟାରେ ଓଡିଶାର 5ଟି ବ୍ଲକରେ ପ୍ରବଳ ବଜ୍ରପାତ ହେବ ବୋଲି ସୂଚନା ମିଳିଛି। ମୟୁରଭଂଜ ଜିଲ୍ଲାର ହେଉଛି ଏହି ପାଞ୍ଚୋଟି ବ୍ଲକ। ସେଗୁଡିକର ନାମ ହେଲା କୁସୁମି,ଜାମଡା,ସୁକ୍ରୁଲି,ଯଶିପୁର ଏବଂ ରାରୁନ ବ୍ଲକ। ଏହି ବ୍ଲକଗୁଡିକରେ ବଜ୍ରପାତ ହେବ ବୋଲି ଆର୍ଥ ନେଟର୍ୱେକ ଚିତ୍ରରୁ ସୂଚନା ମିଳିଛି। ସେଥିପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ସବୁ ବ୍ଲକର ଅଧିକାରୀଙ୍କୁ ଅବଗତ କରାଇଛନ୍ତି।
ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 159 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଚିନରୁ 118 ଏବଂ 41 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ତ୍ରିନାଥ ବସ୍ତିରୁ 44 ଜଣ, ଆଇଗଣିଆ ଆଳୁଗଦିରୁ ପୁଣି 20, ୟୁନିଟ-3 ଖାରବେଳ ନଗରରୁ 13, ସହିଦନଗରରୁ 5 ଏବଂ ସାଲିଆସାହିରୁ 7 ଲୋକାଲ କଣ୍ଟାକ୍ଟ କେସ୍, ସଂଗରୋଧରୁ 5 ଜଣ ଚିହ୍ନଟ ହୋଇଛନ୍ତି। ସହିଦନଗରରୁ 5, ପଳାଶୁଣି ପ୍ରାଚୀ ବିହାରରୁ 4, ଗଙ୍ଗନଗରରୁ 3, ଶୈଳଶ୍ରୀବିହାରରୁ 3, ବାଜପେୟୀ ନଗରରୁ 3 ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ଆଜି 102 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଜୟପୁର, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁ କଥା ଜଣାଇବା କଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ପ୍ରକାଶ କରିବାର କିଛି ଘଣ୍ଟା ପରେ ରାଜ୍ୟ ରାଜନୀତି ଆଉ ଏକ ମୋଡ ନେଇଛି। ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କାଲରାଜ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଅଧିବେଶନ ନ ଡାକିବା ନେଇ କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି। ଅଧିବେଶନ ଡାକିବା ନେଇ ରାଜଭବନ ପକ୍ଷରୁ ରାଜ୍ୟ ସରକାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଯଦି ରାଜ୍ୟ ସରକାର 21 ଦିନିଆ ନୋଟିସ ପାଇଁ ରାଜି ହୁଅନ୍ତି ତେବେ ଅଧିବେଶନ ଡକାଯାଇ ପାରିବ। ଗେହଲଟ ସରକାରଙ୍କ ପକ୍ଷରୁ ବିଧାନସଭା ଅଧିବେଶନ ଡକାଇବାର ପ୍ରସ୍ତାବକୁ ମାନି ନେଇଛନ୍ତି ରାଜ୍ୟପାଳ । ପୂର୍ବରୁ ସରକାରଙ୍କୁ ପକ୍ଷରୁ ପଠାଯାଇଥିବା ପ୍ରସ୍ତବକୁ ଫେରାଇ ଦେଇଥିଲେ ରାଜ୍ୟପାଳ । ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ…
ଜୟପୁର, ଶେଷରେ ରାଜସ୍ଥାନ ବିବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ପହଞ୍ଚିଛି। ରାଜ୍ୟପାଳ କାଲରାଜ ମିଶ୍ରଙ୍କ ଆଚରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଗତକାଲି କଥା ହୋଇଛନ୍ତି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କହିଛନ୍ତି। ଫେୟାରମୋଣ୍ଟ ହୋଟେଲ ଛାଡିବା ପୂର୍ବରୁ ଗେହଲଟ କହିଛନ୍ତି, ସାତ ଦିନ ତଳେ ସେ ରାଜ୍ୟପାଳଙ୍କୁ ଯେଉଁ ଚିଠି ଦେଇଥିଲେ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପୂର୍ବରୁ ସୋମବାର ସକାଳେ କଂଗ୍ରେସ ବିଧାୟକମାନେ ହୋଟେଲ ପରିସରରେ “ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ” କାର୍ଯ୍ୟକ୍ରମ କରି ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ, ଯେଉଁଥିରେ ଗେହଲଟ ଏବଂ ଅନ୍ୟ ଦଳୀୟ ନେତାମାନେ ଭାଗ ନେଇଥିଲେ। ରାଜ୍ୟରେ ରାଜନୈତିକ ସଂକଟ ସୃଷ୍ଟି ହେବା ପରେ କଂଗ୍ରେସ ବିଧାୟକମାନେ ପାଖାପାଖି ଦୁଇ ସପ୍ତାହ ହେଲା ଏହି ହୋଟେଲରେ ଅବସ୍ଥାନ କରି ଆସୁଛନ୍ତି।
ଭୁବନେଶ୍ବର : ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ୍ ହାତରେ ତିନି ଲୁଟେରା ଧରାପଡିଛନ୍ତି । ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ୍ ଧରିଛି । ଗିରଫ ତିନି ଲୁଟେରା ହେଉଛନ୍ତି ଜଗତସିଂହପୁର ନାଉଗାଁ ଥାନା କୋରୁଆ ଗ୍ରାମର ବୋଲି ସୂଚନା ରହିଛି । ଏହି ଲୁଟେରାଙ୍କଠାରୁ ସୁନା ଅଳଙ୍କାର, ମୋବାଇଲ୍ ଫୋନ୍, ଗୋଟିଏ ଦେଶୀ ପିସ୍ତଲ ଜବତ ହୋଇଛି । ଏହି ଲୁଟେରାମାନେ ଭୁବନେଶ୍ବରରୁ ଭିଙ୍ଗାରପୁରକୁ ଫେରୁଥିବା ଦମ୍ପତିଙ୍କୁ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲେ। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ଏବେ ଲୁଟେରା ମାନେ ମାତିଛନ୍ତି । ଗତକାଲି ଭିଜିଲାନ୍ସ ବିଭାଗ ମହିଳା ଡିଏସ୍ପିଙ୍କ ବେକରୁ ସୁନା ଚେନ୍ ସହ କାନଫୁଲ ଲୁଟି ନେଇଥିବାବେଳେ ଆଜି ଆଇଆରସି ଭିଲେଜରେ ଏନ୍ 4 କ୍ବାର୍ଟରରେ ପଶି ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ କରିବା ସହ ଚେନ୍ ଲୁଟି ନେଇଛନ୍ତି । ଲଗାତାର ଦୁଇ ଦିନ ଲୁଟ ପରେ ଲୁଟେରାଙ୍କ ଫିଙ୍ଗର ପ୍ରିଣ୍ଟ…
ପୁରୀ, ମହାପ୍ରଭୁଙ୍କ ତିନି ରଥ ଖୋଲାଯିବା ଓ ପୁଣି ଗଢିବା ନେଇ ଏକ କମିଟି ଗଠନ ହୋଇଛି। ଇଂଜିନିୟର, ସେବାୟତ ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ରଥ ଖୋଲିବା ବେଳେ ଯେଉଁ ଅଂଶ ଭାଙ୍ଗିବ, ତାହା ଯୋଡିବା ବେଳେ ନିର୍ମାଣ ହେବ। ଭାଙ୍ଗିଥିବା ଅଂଶ ଶାଳ, ପିଆଶାଳ ଓ ଶାଗୁଆନ କାଠରେ ନିର୍ମାଣ କରାଯିବ। 25ରୁ 30 ଦିନ ମଧ୍ୟରେ ରଥ ଖୋଲା ଓ ନିର୍ମାଣ କାର୍ଯ୍ୟ ଶେଷ ହେବ। ଜଗନ୍ନାଥବଲ୍ଲଭ ପରିସରରେ ମହାପ୍ରଭୂଙ୍କ ତିନି ରଥ ରଖାଯିବ।
ମୁମ୍ବାଇ, ସୁନାର ଦରବୃଦ୍ଧି କମିବାର ନାଁ ନେଉନାହିଁ। ଏହି ଧାରା ଜାରି ରହିବା ସହ ଏବେ ସୁନା ଦର 10 ଗ୍ରାମ ପିଛା ପହଞ୍ଚିଛି 51 ହଜାର 833 ଟଙ୍କାରେ, ଯାହାକି ସର୍ବକାଳୀନ ରେକର୍ଡ। କରୋନା ମହାମାରୀକୁ ବିଶ୍ବ ଅର୍ଥନୀତିରେ ଯେଉଁ ସ୍ଥିତି ଉପୁଜିଛି ତାହାକୁ ନେଇ ଚିନ୍ତା ବଢିଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢିବାରେ ଲାଗିଛି। ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟରେ ଇକ୍ହିଟିଜ ଏବଂ ପ୍ରପର୍ଟିଜ କାରବାର ଭଲ ହେଉନଥିବା ବେଳେ ସୁନାର ଚାହିଦା ବଢି ଚାଲିଛି। ଅର୍ଥନୈତିକ କ୍ଷେତ୍ରରେ ସବୁଠି ଅନିଶ୍ଚିତତା ଦେଖା ଦେଇଥିବା ବେଳେ ନିବେଶକାରୀ ମାନେ ସୁନା ଗଚ୍ଛିତ ରଖିବା ସବୁଠାରୁ ନିରାପଦ ମନେ କରୁଛନ୍ତି। ରୁପା ଦର ମଧ୍ୟ କିଲୋଗ୍ରାମ ପିଛା ସାଢେ 3 ହଜାର ଟଙ୍କା ବୃଦ୍ଧି ପାଇ 64 ହଜାର 740 ଟଙ୍କାରେ ପହଞ୍ଚିଛି।
ଭୁବନେଶ୍ବର : ରାଜ୍ୟରେ କରୋନା ଏବେ ପିକ୍ରେ ରହିଥିବା ନେଇ କହିଛନ୍ତି ଆଇଏଲ୍ଏସ ନିର୍ଦ୍ଦେଶକ ଅଜୟ ପରିଡା । ଆଗକୁ ଏହା ବଢିବ କି କମିବ କହିହେବ ନାହିଁ ବୋଲି କହିଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ । ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ 65 ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ତିନୋଟି ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିଲେ ରାଜ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବ ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ । ଅଗଷ୍ଟ ମାସରୁ ଦୈନିକ 15 ହଜାର କରୋନା ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି କରୋନା ରୋଗୀଙ୍କ ବିଭିନ୍ନ ରୋଗ ଥିବାରୁ ମୃତ୍ୟୁ ହେଉଛି ବୋଲି ସୂଚନା ରହିଛି ।
କୋରାପୁଟ : ଆସନ୍ତା ଜୁଲାଇ 31 ଯାଏ କୋରାପୁଟ ଲକ୍ଡାଉନ୍ । କୋରାପୁଟ ଜିଲ୍ଲାର ତିନି ପୌରାଞ୍ଚଳ, ଗୋଟିଏ ଏନଏସି, ତିନୋଟି ପଞ୍ଚାୟତରେ ଲକ୍ଡାଉନ୍କୁ ବୃଦ୍ଧି କରାଯାଇଛି । କୋରାପୁଟ, ଜୟପୁର, ସୁନାବେଢା ପୌରାଞ୍ଚଳ, କୋଟପାଡ ଏନଏଏସି , ଲକ୍ଷ୍ମୀପୁର, ମାଥାଲପୁଟ ଓ ଚାରଙ୍ଗୁଲ ଆଦି ଅଞ୍ଚଳରେ ଲକ୍ଡାଉନ୍କୁ କରାଯାଇଛି । କରୋନା ସଂକ୍ରମଣକୁ ଦେଖି ଆସନ୍ତା 31 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରାଯାଇଥିବାର ସୂଚନା ରହିଛି । ସୂଚନାଯୋଗ୍ୟ କୋରାପୁଟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 485 ଥିବାବେଳେ ସୁସ୍ଥ ହୋଇଛନ୍ତି 167 । ଏବେ ସୁଦ୍ଧା 318ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବର : ଜୁଲାଇ 29 ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ । ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ବୋର୍ଡର ଦୁଇଟି ଓ୍ବେବ୍ସାଇଟ୍ ଓ ଏସ୍ଏମ୍ଏସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଦିନ ସାଢେ 11ଟାରେ ରେଜଲ୍ଟ ପ୍ରକାଶ ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । 29 ତାରିଖ ସକାଳ 9ଟା ସମୟରେ ଭିଡିଓ କନଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।www.bsodisha.ac.in, www.bseodisha.nic.in ଏହି ଦୁଇ ଓ୍ବେବସ୍ସାଇଟ୍ରେ ରେଜଲ୍ଟ ଉପଲବ୍ଧ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ସେହିପରି 5676750ରେ ଏସଏମଏସ୍ କଲେ ମିଳିପାରିବ ରେଜଲ୍ଟ ବୋଲି ସୂଚନା ରହିଛି। ଚଳିତ ଥର ଫେବୃଆରୀ 19ରୁ ମାର୍ଚ୍ଚ 2 ତାରିଖ ଯାଏଁ ମାଟ୍ରିକ୍…
ଭୁବନେଶ୍ବର : ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟସରକାର। ରାଜ କୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିଶନର । ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗର ସଚିବ ଦାୟିତ୍ବ ମିଳିଥିବାବେଳେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ବ ମଧ୍ୟ ଦିଆଯାଇଛି । ସେହିପରି ଏମଏସ୍ମଏମ୍ଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗ ସଚିବ ଦାୟିତ୍ବ ମିଳିଥିବାବେଳେ ଚିତ୍ରା ଅରୁମଗମ ହେଲେ ଶ୍ରମ ଓ ଇଏସ୍ଆଇ ବିଭାଗ ସଚିବ ।
ପାଟନା : ବିହାରର ରାଜଧାନୀ ପାଟନାଠାରେ ମାନବିକତାକୁ ଲଜ୍ଜିତ କରିଥିବାର ଏକ ଯନ୍ତ୍ରଣାଦାୟକ ଦୃଶ୍ୟ ନଜରକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସଦର ଡାକ୍ତରଖାନାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ନବଜାତ ସନ୍ତାନର ଚିକିତ୍ସା ପାଇଁ ମାଆ-ବାପାଙ୍କୁ ହସ୍ପିଟାଲରେ ଏପଟସେପଟ ଦୌଡ଼ୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ୍ ହେବା ପରେ ଏହି ଘଟଣାଟି ଏବେ ଚର୍ଚ୍ଚାକୁ ଆସିଛି । ଏହି ଫଟୋରେ ନବଜାତ ଶିଶୁକୁ ଏକ ଟ୍ରେରେ ଶିଶୁର ମାତା ଧରିଥିବାବେଳେ ପିତା ଅକ୍ସିଜେନ୍ ସିଲିଣ୍ଡରକୁ କାନ୍ଧରେ ଧରି ହସ୍ପିଟାଲର ଦ୍ବାର ଦ୍ବାର ବୁଲୁଛନ୍ତି । ଏପରି ଏକ ହୃଦୟବିଦାରକ ଦୃଶ୍ୟ ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ବିନୀ କୁମାର ଚୌବେଙ୍କ ସଂସଦୀୟ କ୍ଷେତ୍ରରୁ ନଜର ଆସିଛି । ସଦର ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଦାୟିତ୍ବହୀନତା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ମଧ୍ୟ ହୋଇଯାଇଛି । ସୂଚନାଯୋଗ୍ୟ, ଭାଇରାଲ୍ ହୋଇଥିବା ଏହି ଫଟୋଟି ବକ୍ସରର…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି। ଆସନ୍ତା ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨:୩୦ରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ଭୂମି ପୂଜନର ଶୁଭାରମ୍ଭ କରିବେ। ଭବ୍ୟ ରାମ ମନ୍ଦିରର ଭୂମି ପୂଜା ପାଇଁ ବିଶ୍ବ ହିନ୍ଦୁ ପରିଷଦ ଦେଶର ୧୧ ଟି ଧାର୍ମିକ ସ୍ଥଳରୁ ମୃର୍ତ୍ତିକା ସଂଗ୍ରହ କରିଛି। ଏହି କ୍ରମରେ ଆଜି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଶକ୍ତିପୀଠରୁ ଆଜି ମୃର୍ତ୍ତିକା ସଂଗ୍ରହ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ତରଫରୁ ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଭୂମି ପୂଜନ ପାଇଁ ମା ଭଗବତୀଙ୍କ ଶକ୍ତି ପୀଠରୁ…
ତେଲେଙ୍ଗାନା : ତେଲେଙ୍ଗାନାର କରିମନଗରଠାରେ କରୋନା ଆକ୍ରାନ୍ତଙ୍କ ସହ ହସ୍ପିଟାଲର ଦାୟିତ୍ବହୀନତା ସାମ୍ନାକୁ ଆସିଛି। କରିମନଗରରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଆକ୍ରାନ୍ତଙ୍କର ହସ୍ପିଟାଲ ବେଡରୁ ପଡି ଯିବା ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସରକାରୀ ଜିଲ୍ଲା ହସ୍ପିଟାଲରେ ଜଣେ 70 ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଆକ୍ରାନ୍ତଜଣକ ଜୁଲାଇ 22 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ଗଙ୍ଗାଧାର ମଣ୍ଡଳର ଭେଙ୍କଟେୟାପଲ୍ଲୀର ବାସିନ୍ଦା ବୋଲି ସୂଚନା ରହିଛି । ମୃତକ ଜଣକଙ୍କୁ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ତାଙ୍କୁ ଅକ୍ସିଜେନ୍ ସର୍ପୋଟ୍ରେ ରଖାଯାଇଥିଲା । ରବିବାର ଦିନ ଆକ୍ରାନ୍ତ ଜଣକ ବେଡ୍ରୁ ଖସି ପଡିବା ପରେ ଅକ୍ସିଜେନ୍ ସପ୍ଲାଏ ବନ୍ଦ ହୋଇଯିବା ପରେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ତେବେ ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ଆକ୍ରାନ୍ତ ଅଭିଯୋଗ…
ଭୁବନେଶ୍ବର: ଆଜି ପୁଣି ସାତ ଜଣଙ୍କ ଜୀବନ ନେଇଛି କରୋନା। ସାତ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ତିନିଜଣ ସୁନ୍ଦରଗଡ, ଭୁବନେଶ୍ବର,କଟକ ଓ ମାଲକାନଗିରିରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ଆଜି ତିନି ମୃତକଙ୍କ ମଧ୍ୟରେ ଜଣେ 51 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇଜଣ 55 ଓ 58 ବର୍ଷ ପୁରୁଷ ବୋଲି ସୂଚନା ରହିଛି। ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ପୁରୁଷ ବୋଲି ଜଣାପଡିଛି। ସୁନ୍ଦରଗଡରୁ 63 ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଥିବାବେଳେ କଟକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 66 ବର୍ଷ। ସେହିପରି ମାଲ୍କାନଗିରିରୁ 51 ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଆଜି 7 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 147କୁ ବୃଦ୍ଧି ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ…
ଭୁବନେଶ୍ବର: ଆଜି ରାଜ୍ୟର 28ଟି ଜିଲ୍ଲାରୁ 1503 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 491 ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 223, କଟକରୁ 136, କନ୍ଧମାଳ ଓ ଗଜପତିରୁ 73ଜଣ ଲେଖାଏଁ, ରାୟଗଡାରୁ 68, ସୁନ୍ଦରଗଡରୁ 57, ଯାଜପୁରରୁ 51, କେଉଁଝରରୁ 43, ମାଲକାନଗିରି ଓ କୋରାପୁଟରୁ 34 ଜଣ ଲେଖାଏଁ ରହିଥିବାବେଳେ ଢେଙ୍କାନାଳରୁ 32, ମୟୂରଭଞ୍ଜରୁ 28, ଭଦ୍ରକରୁ 25, ବରଗଡରୁ 23, ବଲାଙ୍ଗିରରୁ 21, ବାଲେଶ୍ବରରୁ 19, ସମ୍ବଲପୁରରୁ 17, ଝାରସୁଗୁଡା ଓ କଳାହାଣ୍ଡିରୁ 10 ଜଣ ଲେଖାଏଁ ରହିଛନ୍ତି। ସେହିପରି କେନ୍ଦ୍ରାପଡାରୁ 9, ନୟାଗଡରୁ 8, ଜଗତସିଂହପୁରରୁ 6, ସୋନପୁର ଓ ପୁରୀରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁରରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ଓ ଅନୁଗୁଳୁର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।
ଭୁବନେଶ୍ବର : ରାଜ୍ୟରେ ଆଜି 1503 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1002ଜଣ ଚିହ୍ନଟ ହୋଇଥିବାବେଳେ 501ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 26ହଜାର 892କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 16ହଜାର 792ଜଣ । ସେହିପରି ସୁସ୍ଥ ହୋଇଛନ୍ତି 9ହଜାର919ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 140ଜଣ । ସେହିପରି 34 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଫୁଲବାଣୀ: ସାମାନ୍ୟ ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଏଠି ତୁଚ୍ଛ ହୋଇଯାଇଛି । ଏଠି ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ଫିକା । ଏପରିକି ନିଜ ଜନ୍ମକଲା ମା’ର ଜୀବନ ନେବାକୁ ପଛାଉନାହିଁ ପୁଅ । ଘରୋଇ କଳିର କରୁଣ ପରିଣତି ସ୍ବରୂପ ମାଆକୁ ହତ୍ୟା କରିଛି ପୁଅ । ପୁଅର ଛୁରାମାଡରେ ମା’ ମୃତ, ଭଉଣୀ ଓ ତିନି ଭଣଜା ଭାଣିଜୀ ଗୁରୁତର ହୋଇଛନ୍ତି । ସଦର ଥାନା ବେହେରାପଦର ଗାଁରେ ବିଳମ୍ବିତ ରାତ୍ରିରେ ଜଣେ ପୁଅ ଏପରି ନୃଂଶସକାଣ୍ଡ ଘଟାଇଛି । ଜମିବାଡି ବିବାଦରୁ ଭଉଣୀର ପରିବାର ଓ ମାଆକୁ ଆକ୍ରମଣ ଅଭିଯୋଗ ହୋଇଛି। ସମସ୍ତ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମେଡ଼ିକାଲ ପକ୍ଷରୁ ଏନେଇ ଥାନାରେ ଏତଲା ଦାୟର ହୋଇଛି ।

