Author: Samikhsya Bureau

ଭୁବନେଶ୍ବର, ରାଜଧାନୀ ଭୁବନେଶ୍ବରରେ କରୋନା କମିବା ନାଁ ନେଉନାହିଁ। ଆଜି ପୁଣି ଥରେ ଭୁବନେଶ୍ବର ସହରରୁ ଆଉ 126 ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକଡାଉନ ସତ୍ତ୍ବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି। ଆକ୍ରାନ୍ତ 126 ଜଣଙ୍କ ମଧ୍ୟରୁ 93 ଜଣ କ୍ବାରେଣ୍ଟିନ ଏବଂ 33 ଲୋକାଲ କଣ୍ଟାକ୍ଟ କେସ୍ ରହିଛନ୍ତି। ମଞ୍ଚେଶ୍ବରରେ ଥିବା ଏକ ଅଟାକଳର ଆଉ 35 କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏହି ଅଟାକଳରୁ 26 କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଦୁଇଦିନରେ ଏହି ନିର୍ଦ୍ଦିଷ୍ଟ ଅଟାକଳରୁ 61 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସମ୍ପୃକ୍ତ ଅଟାକଳକୁ ସିଲ୍ କି ଦିଆଯାଇଛି।ଚନ୍ଦ୍ରଶେଖରପୁରରୁ 9, ୟୁନିଟ-2 ଅଞ୍ଚଳରୁ 7 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରସୁଲଗଡରୁ 4, ଏକ ଘରୋଇ ହସ୍ପିଟାଲର 4 କର୍ମଚାରୀ, ରିଜର୍ଭ ପୋଲିସ କଲୋନିରୁ 3, ନୟାପଲ୍ଲୀ ଅଞ୍ଚଳରୁ 2 ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ନୂଆସାହିରୁ ଜଣେ ୫୦ ବର୍ଷୀୟ…

Read More

ନୂଆଦିଲ୍ଲୀ, ବଲିଉଡ୍ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇରୁ ନିଜକୁ ଦୂରେଇ ରଖୁ ବୋଲି ବିଜେପି କହିଛି। ସୋସିଆଲ ମିଡିଆ ଏବଂ ଦେଶ ବାହାରେ ଭାରତ ବିରୋଧୀ କିଛି ବ୍ୟକ୍ତିଙ୍କ ସହ ବଲିଉଡର କିଛି କଳାକାର ଫଟୋ ପ୍ରଦର୍ଶିତ ହେଉଥିବାରୁ ବିଜେପି ଏହା କହିଛି। କାଲିଫର୍ଣ୍ଣିଆରେ ରହୁଥିବା କାଶ୍ମୀର ବିଚ୍ଛିନ୍ନତାବାଦୀ ଟୋନି ଆସାଇଙ୍କ ସହ ଶାହାରୁଖ ଖାଁ ଏବଂ ତାଙ୍କ ପତ୍ନୀ ଗୌରୀ ଖାଁଙ୍କ ଫଟୋକୁ ନେଇ ବିବାଦ ପରେ ବିଜେପି ଏଭଳି ମତ ରଖିଛି। ଭାରତ ବିରୁଦ୍ଧରେ ଲଢେଇ ପାଇଁ ଟୋନା ଆସାଇ କାଶ୍ମୀର ଯୁବକମାନଙ୍କୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ ରହିଛି। ଆହୁରି ବି ଅନେକ ବଲିଉଡ କଳାକାରଙ୍କର ପାକିସ୍ତାନୀ ଓ ଭାରତ ବିରୋଧୀ ତତ୍ତ୍ବଙ୍କ ସହିତ ବ୍ୟାବସାୟିକ ସମ୍ପର୍କ ରହୁଥିବା ନେଇ ଅନେକ ଅଭିଯୋଗ ରହିବା ସହ ଏ ନେଇ ନାନା ପ୍ରଚାର ମଧ୍ୟ ହେଉଛି। ଏସବୁକୁ ଲକ୍ଷ୍ୟ କରି ବିଜେପି ଉପସଭାପତି ଏକ ପ୍ରତିକ୍ରିୟରେ ବଲିଉଡ ଜଗତକୁ ଭାରତ…

Read More

କଟକ, କଟକ ସହରରୁ ଆଜି 34 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 34 ଆକ୍ରାନ୍ତଙ୍କ ମଧ୍ୟରେ 8 ଲୋକାଲ କେସ୍ ଥିବା ଜଣାଯାଇଛି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦେୱାନ ବଜାରରୁ 5 ସଂକ୍ରମିତ ହୋଇଛନ୍ତି। ରାଉସପାଟଣାରୁ 3 ମହିଳାଙ୍କ ସମେତ 4 ପଜିଟିଭ ଚିହ୍ନଟ ହୋଇଛନ୍ତି। ଗମାଡିଆ ଓ ଦେୱାନ ବଜାରରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସସିବି ମେଡିକାଲରୁ ଆଜି ଆଉ ଜଣେ କରୋନା ଯୋଦ୍ଧା ନିଜେ କୋଭିଡ ସଂକ୍ରମିତ ହୋଇଥିବା କଟକ ମହାନଗର ନିଗମ ସୂତ୍ରରୁ ଜଣାପଡିଛି।

Read More

ନୂଆଦିଲ୍ଲୀ: ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ହାଇକୋର୍ଟର ରାୟ ଆସିବା ପରେ ଆସନ୍ତା ସୋମବାର ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି। ସେହିପରି ବିଧାୟକମାନେ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି । ତେଣୁ ସେମାନଙ୍କ ଅସନ୍ତୋଷର କଣ୍ଠରୋଧ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ରାଜସ୍ଥାନ ବାଚସ୍ପତିଙ୍କ ଏସଏଲପି ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି । ଏହାସହ ହାଇକୋର୍ଟର ରାୟ ଆସିବାକୁ ମାତ୍ର ଗୋଟିଏ ଦିନ ହିଁ ରହିଛି ଆପଣ କାହିଁକି ଅପେକ୍ଷା କରୁନାହାଁନ୍ତି ବୋଲି ମଧ୍ୟ ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ କପିଲ ସିବଲଙ୍କୁ ପ୍ରଶ୍ନ କରିଛନ୍ତି । ସୂଚନାଥାଉକି, ମଙ୍ଗଳବାର ବିଦ୍ରୋହୀ ବିଧାୟକଙ୍କ ଉପରେ 24 ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତି ସିପି ଜୋଶୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ଥାନ ହାଇକୋର୍ଟ । ତେବେ ବାଚସ୍ପତିଙ୍କ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଶାଳଜଙ୍ଗ ପଞ୍ଚାୟତର ମାଳିତୋଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ନିଶାସକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ଏକ କାଠ ଫାଳିଆ ରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ ମାଳିତୋଟା ଗ୍ରାମର ଶାରଦା ଆଚାର୍ଯ୍ୟ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ପିଙ୍କି ଆଚାର୍ଯ୍ୟଙ୍କୁ ଚାହା କରିବାକୁ କହିଥିଲେ। କିନ୍ତୁ ପିଙ୍କି ଚାହା ନ କରିବାରୁ ଶାରଦା ଉତକ୍ଷିପ୍ତ ହୋଇ ଏକ କାଠଫଳିଆ ସାହାଯ୍ୟରେ ପିଙ୍କିକୁ ବାଡେଇ ମାରିଦେଇଥିବା ତାର କୁନିପିଲା ଦୁଇଟି ପ୍ରକାଶ କରିଥିବା ଜଣାପଡିଛି। ଶାରଦାର କିଛି ରୋଜଗାର ନଥିବା ବେଳେ ସେ ପ୍ରଚୁର ମାତ୍ରାରେ ନିଶାଦ୍ରବ୍ୟ ସେବନ କରୁଥିବା ଓ ନିଶାସକ୍ତ ଅବସ୍ଥାରେ ସେ ବାରମ୍ବାର ସ୍ତ୍ରୀ ଉପରେ ଅତ୍ୟାଚାର କରୁଥିଲା ବୋଲି ସ୍ଥାନିୟ ଅଞ୍ଚଳରୁ ଶୁଣିବାକୁ ମିଳୁଛି। ତାଙ୍କର ଦୁଇଟି ଛୋଟ ପିଲା ଗୋଟିଏ ୫ବର୍ଷର ପୁଅ ଓ ଅନ୍ୟଜଣେ ୩ବର୍ଷର ଝିଅ ଥିବା…

Read More

ରମେଶ ମହାନ୍ତି ଜଗତସିଂହପୁର: ଖରିଫ୍ ଋତୁ ପାଇଁ କୃଷକ ମାନଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ କୃଷକମାନଙ୍କର ଅନ୍ ଲାଇନ୍‌ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଚାଲିବ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ କୃଷକମାନଙ୍କର ଅନ୍‌ଲାଇନ ପଞ୍ଜିକରଣ କରାଯିବା ପାଇଁ କ୍ଷେତ୍ରୀୟ କର୍ମଚାରୀଙ୍କ ମଧ୍ୟରେ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଶିବିର ଜଗତସିଂହପୁର ଆର.ଏମ୍‌.ସି ଏବଂ ରାହାମା ଆର.ଏମ୍‌.ସି ସମ୍ମିଳନୀ କକ୍ଷରେ ତା ୨୭.୭.୨୦ ରିଖ ଠାରୁ ତା ୩୧.୭.୨୦ ରିଖ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରାପ୍ତ ସୂଚନା ଅନୁଯାୟୀ ଜଗତସିଂହପୁର ଆର.ଏମ୍‌.ସି ସମ୍ମିଳନୀ କକ୍ଷରେ ୨୭ ତାରିଖ ଦିବା ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଜଗତସିଂହପୁର ବ୍ଲକର ୧୬ ଗୋଟି ସମବାୟ ସମିତି ଏବଂ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିରିଡି ବ୍ଲକର ୬…

Read More

ପାଲମପୁର : କରୋନା ପାଇଁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିବାବେଳେ ଅନ୍‌ଲାଇନ୍‌ରେ କ୍ଳାସ୍‌ କରାଯାଉଛି । ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ସ୍ମାର୍ଟଫୋନ୍‌ର ଆବଶ୍ୟକତା ରହିଛି । ତେବେ ଗରିବ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍‌ କେଉଁଠୁ ଆସିବ । ସ୍ମାର୍ଟଫୋନ୍‌ ପାଇଁ ଗାଈ ବିକ୍ରି କରିଥିବାର ଘଟଣା ସାମ୍ନାକୁ ଆସିଛି ।  ଅସହାୟ ପିତା ଜଣକ ଘରର ଏକମାତ୍ର ରୋଜଗାର ମାଧ୍ୟମ ଥିବା ଗାଈକୁ ପିଲାର ପାଠ ପଢିବା ଲାଗି ଏକ ସ୍ମାର୍ଟ ଫୋନ୍‌ କିଣିବା ପାଇଁ ବିକ୍ରି  କରିଛନ୍ତି । ମାତ 6 ହଜାର ଟଙ୍କାରେ ଗାଈକୁ ବିକ୍ରି କରି ଏକ ଫୋନ୍‌ ନେଇଛନ୍ତି । ତେବେ ଏହି ପରିବାରର ଏକମାତ୍ର ସମ୍ବଳ ଗାଈଥିବାବେଳେ ଏବେ ସେହି ପରିବାର କିପରି ଚଳିବେ ସେନେଇ ଚିନ୍ତା ଘାରିଛି । ହିମାଚଳ ପ୍ରଦେଶର ପାଲମପୁର ଜିଲ୍ଲାର ଜ୍ବାଲାମୁଖୀସ୍ଥିତ ଗୁମେର ଗ୍ରାମରେ କୁଲଦୀପ କୁମାରଙ୍କର ଏହା ହେଉଛି କାହାଣୀ । ମାର୍ଚ୍ଚରେ ଲକ୍‌ଡାଉନ୍‌ ଜାରି ହେବା ପରେ…

Read More

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି 2 ଦିନ ପାଇଁ ସ୍‌ଟଡାଉନ୍‌ ରହିବ। ଆଜିଠାରୁ ଏହି କଟକଣା ଲାଗୁ ହୋଇଥିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଗତ 20 ତାରିଖରେ ଭୁବନ ଅଞ୍ଚଳରେ 3 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 2 ଜଣ ପଜିଟିଭ୍‌ ବିଭିନ୍ନ ଦୋକାନରେ କିଣାକିଣି କରିବା ସହ ବ୍ୟାଙ୍କ ଓ ପେଟ୍ରୋଲ୍‌ ପମ୍ପ ଯାଇଥିଲେ । ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ 7ଟି  ଦୋକାନ, ଗୋଟିଏ ବ୍ୟାଙ୍କ ଓ ପେଟ୍ରୋଲ୍‌ ପମ୍ପକୁ ସିଲ୍‌ କରାଯାଇଛି । ଭୁବନ ଏନଏସିକୁ ଦୁଇଦିନ ପାଇଁ ଶଟ୍‌ଡାଉନ୍‌ କରାଯାଇଥିବାବେଳେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ । ଫଳରେ ଭୁବନ ଏନଏସିରେ ଲଗାତାର 4 ଦିନ ପାଇଁ ଭୁବନ ଏନଏସିରେ ଶଟ୍‌ଡାଉନ୍‌ କଟକଣା ଜାରି ରହିବ । ଢେଙ୍କାନାଳ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 150ରେ ପହଞ୍ଚିଥିବାବେଳେ 59 ସୁସ୍ଥ ହୋଇଛନ୍ତି । 91…

Read More

ଆସାମ :  ଜଣେ ପିଲା ଜନ୍ମ ହେବା ପରେ ମାତା-ପିତା, ପରିବାର ତଥା ସମୁଦାୟ ତରଫରୁ ତାଙ୍କୁ ସର୍‌ନେମ୍‌ ବା ସାଜ୍ଞିଆ ମିଳିଥାଏ । ନିଜ ଜନ୍ମ ତଥା ଜାତିର ଏକ ପ୍ରମାଣ ରୂପେ ସର୍‌ନେମ ସର୍ବଦା ନିଜ ନାମର ଶେଷରେ ରହିଥାଏ । କିନ୍ତୁ ଆସାମର ଜଣେ ମହିଳାଙ୍କୁ ସରନେମ୍‌ ତାଙ୍କ ପାଇଁ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି। ସେ ଯେଉଁଠିକି ବି ଚାକିରି ପାଇଁ ଆବେଦନ କରୁଛନ୍ତି, ତାଙ୍କ ନାମକୁ ଦେଖି ତାଙ୍କ ଆବେଦନ ପତ୍ରକୁ ପ୍ରତ୍ୟାଖାନ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଗୌହ୍ବାଟୀର ପ୍ରିୟଙ୍କା ନାମ୍ନୀ ଜଣେ ମହିଳା ସରକାରୀ କମ୍ପାନୀ ଏନ୍‌ଏସଏଲ୍‌ରେ ଚାକିରି ପାଇଁ ଅନ୍‌ଲାଇନ୍‌ ଆବେଦନ କରୁଥିଲେ । କିନ୍ତୁ ତାଙ୍କ ସରନେମ୍‌ ପାଇଁ ଓ୍ବେବସାଇଟ୍‌ ଓ ସପ୍ଟଓ୍ବୟାର ଏହି ଆବେଦନକୁ ଗ୍ରହଣ ନ କରି ରିଜେକ୍ଟ କରିଦେଉଛି । ଏହି ମହିଳାଙ୍କ ସରନେମ୍‌ ଚୁତିଆ ଥିବାରୁ ଓ୍ବେବସାଇଟ୍‌ରେ ଏହି…

Read More

ରମେଶ ମହାନ୍ତି ଜଗତସିଂହପୁର : କଲେଜରେ ପାଠପଢିବାକୁ ଆସୁଥିବା ଯୁବପିଢିଙ୍କୁ ଉଚିତ୍ ଶିକ୍ଷାଦାନ କରି ଗଢିତୋଳିବା ଭଳି ଗୁରୁଦାୟିତ୍ୱରେ ଥିବା ଅଧ୍ୟାପକ ନିଜେ ଯଦି ନିଶାସକ୍ତ ଅବସ୍ଥାରେ ମଦ ଦୋକାନରେ ହଙ୍ଗାମା କରନ୍ତି ତେବେ ତାଙ୍କଠାରୁ ଶିକ୍ଷାପ୍ରାପ୍ତ ପାଇଁ ଆସୁଥିବା ଯୁବପିଢିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହିପରି ଏକ ଅଧ୍ୟାପକଙ୍କ କାରନାମା ଏବେ ତିର୍ତ୍ତୋଲ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଭାଇରାଲ୍ ହେଉଥିବା ଉକ୍ତ ଭିଡିଓରେ ହଙ୍ଗାମା କରୁଥିବା ଏହି ବ୍ୟକ୍ତି ଜଣକ ତିର୍ତ୍ତୋଲ କଲେଜର ଇଂରାଜୀ ଅଧ୍ୟାପକ ବୋଲି କୁହାଯାଉଛି। ମଣିଜଙ୍ଗା ସ୍ଥିତ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନରେ ତିର୍ତ୍ତୋଲ କଲେଜର ଏହି ଅଧ୍ୟାପକ ଜଣକ ହଙ୍ଗାମା କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନାନୁଯାୟୀ ତିର୍ତ୍ତୋଲ କଲେଜର ଏହି ଅଧ୍ୟାପକ ଜଣକ ନିଶାସକ୍ତ ଅବସ୍ଥାରେ କିଛି ଯୁବକଙ୍କୁ ସାଥିରେ ନେଇ ମଣିଜଙ୍ଗା ସ୍ଥିତ ଏକ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନରେ…

Read More

ଭୁବନେଶ୍ବର : ଆଜି ପୁଣି 6ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ପାଞ୍ଚଜଣ କରୋନାରେ ଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ମୃତକଙ୍କ ମଧ୍ୟରେ 3 ଜଣ ପୁରୁଷ ଓ 2 ଜଣ ମହିଳା ରହିଛନ୍ତି । ଗଞ୍ଜାମରେ ମୃତ୍ୟୁବରଣ କରିଥିବା ପାଞ୍ଚଜଣଙ୍କ ମଧ୍ୟରେ 4 ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଗଞ୍ଜାମ ଜିଲ୍ଲାର 41 ବର୍ଷୀୟ ଜଣେ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ସେ ହାଇପର୍ଟେସନରେ ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ ମୃତକଙ୍କ ବୟସ 63 ବର୍ଷ ହୋଇଥିବାବେଳେ ସେ ମଧ୍ୟ ହାଇପରର୍ଟେନସନ୍‌ରେ ପୀଡ଼ିତ ଥିଲ । 51 ବର୍ଷୀୟା ମହିଳାଙ୍କର ମୃତ୍ୟୃୁ ହୋଇଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତଙ୍କ ବୟସ 69 ବର୍ଷ ବୋଲି ସୂଚନା ରହିଛି । ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରୁ…

Read More

ଭୁବନେଶ୍ବର : ଆଜି 27ଟି ଜିଲ୍ଲାରୁ ମୋଟ୍‌ 1264 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ 540 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 137, ରାୟଗଡାରୁ 84, ଗଜପତିରୁ 74,ନୟାଗଡରୁ 61, ସୁନ୍ଦରଗଡରୁ 60, କଟକରୁ 47, ଭଦ୍ରକରୁ 30, କନ୍ଧମାଳରୁ 29, କୋରାପୁଟୁର 27, କେଉଝରରୁ 25,  ବରଗଡରୁ 24, ପୁରୀରୁ 22, ସମ୍ବଲପୁର 20, ଯାଜପୁରରୁ 17, ମୟୂରଭଞ୍ଜରୁ15, ବାଲେଶ୍ବରରୁ 9 ଜଣ, କେନ୍ଦ୍ରାପଡାରୁ 8, କଳାହାଣ୍ଡି ଓ ଅନୁଗୁଳରୁ 7ଜଣ ଲେଖାଏଁ ରହିଥିବାବେଳେ ଢେଙ୍କାନାଳରୁ 6, ଜଗତସିଂହପୁର ଓ ନବରଙ୍ଗପୁରରୁ 4, ଜଣ ଲେଖାଏଁ ରହିଛନ୍ତି । ସେହିପରି ଝାରସୁଗୁଡାରୁ 3, ବୌଦ୍ଧରୁ 2ଜଣ ରହିଛନ୍ତି । ନୂଆପଡା,ବଲାଙ୍ଗିର ଜଣେ ଲେଖାଏଁ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1264 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 847ଜଣ ଚିହ୍ନଟ ହୋଇଥିବାବେଳେ 417ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 21ହଜାର 099କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 7ହଜାର 205ଜଣ । ସେହିପରି ସୁସ୍ଥ ହୋଇଛନ୍ତି 13 ହଜାର749ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 108ଜଣ । ସେହିପରି 31 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଜି. ଉଦୟଗିରି: କରୋନା ଯୋଦ୍ଧାରେ କୋଭିଡ୍‌ ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଦେଉଥିବାବେଳେ କୋଭିଡ୍‌ ଯୋଦ୍ଧାଙ୍କୁ ଅସମ୍ମାନ କରାଯାଉଛି। ଏପରିକି ତାଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ମଶାନରେ ଜାଗା ଦେଲେ ନାହିଁ ଲୋକେ। କରୋନାରେ ମୃତ୍ୟୁ ହୋଇଥିବା ଆଶଙ୍କା କରି ଜଣେ ଡାକ୍ତରଙ୍କ ଶେଷକୃତ୍ୟ ନିଜ ଗାଁ ମଶାଣିରେ କରିବାକୁ ଅନୁମତି ମିଳିଲାନି। କରୋନା ଯୁଦ୍ଧରେ ଆଗ ଧାଡିରେ ଯୋଦ୍ଧା ସାଜିଥିବା ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ଏପରି ଅସମ୍ମାନ ପ୍ରଦର୍ଶନ ସତରେ ଲଜ୍ଜ୍ୟାଜନକ। ଏପରି ଏକ ଅଭାବନୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ। କରୋନାରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି  ଗାଁ ଲୋକେ କାନ୍ଧ ଦେବାକୁ ତ ଆସିଲେ ନାହିଁ, ଗାଁ ମଶାଣିରେ ଶେଷକୃତ୍ୟ କରିବା ପାଇଁ ଅନୁମତି ମଧ୍ୟ ଦେଲେ ନାହିଁ।  ଗାଁ ଦାଣ୍ଡରେ 12 ଘଣ୍ଟା ଧରି ଶବ ପଡିବା ପରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ମୃତ ଡାକ୍ତରଙ୍କୁ ଅନ୍ୟ…

Read More

ବ୍ରହ୍ମପୁର : କରୋନା ଆଗରେ ଆମର ମାନବିକତା ବଳି ପଡିଯାଉଛି । ଏହି ମହମାରୀ ଯୋଗୁଁ  ଲୋକଙ୍କ ମଧ୍ୟରେ ଘୃଣା ଓ ତିକ୍ତତା  ବୃଦ୍ଧି ପାଉଛି । ମୃତଦେହ ଘଣ୍ଟା ଘଣ୍ଟା ଧରି ପଡିରହିଥିଲେ ବି କରୋନା ଡରରେ କେହି କାନ୍ଧ ଦେଉନାହାନ୍ତି । ଗଞ୍ଜାମ ଜିଲ୍ଲାର ଶେରଗଡ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିରହିଥିବାବେଳେ କେହି ସାହାଯ୍ୟ କରିନଥିଲେ । ଏହି ସମୟରେ ଚାରି ଜଣ ସାମ୍ବାଦିକ ଶବକୁ କାନ୍ଧେଇ ସତ୍କାର ପାଇଁ  ଆଗେଇ ଆସିଥିଲେ । ମିଳିଥିବା ସୂଚନା ଅନୁସାରେ ଶେରଗଡ ଗ୍ରାମର ବଡଦାଣ୍ଡ ସାହି ବାସିନ୍ଦା ତଥା ପୂର୍ବତନ ପ୍ରଧାନ ଶିକ୍ଷକ 10/15 ଦିନ ଧରି ଜ୍ବର କାଶରେ ପୀଡ଼ିତ ଥିଲେ । ମଙ୍ଗଳବାର ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଓ ତାଙ୍କ ପତ୍ନୀ ରହୁଥିବାବେଳେ ତାଙ୍କର ଦୁଇ ପୁଅ ଅନ୍ୟ ରାଜ୍ୟରେ ଚାକିରି କରିଛନ୍ତି । କରୋନା କଟକଣା ଯୋଗୁଁ ଦୁଇ ପୁଅ…

Read More

ଚୌଦ୍ବାର : ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ ଜେଲ୍‌ଗୁଡିକରେ କରୋନା ମାମଲା ସାମ୍ନାକୁ ଆସୁଛି । ନିକଟରେ ବାଣପୁର ଜେଲ୍‌ର କଏଦୀମାନେ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ  ଆଜି ଚୌଦ୍ବାର ଜେଲ୍‌ର ଜଣେ ଅଭିଯୁକ୍ତଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି । ସେହିପରି ବ୍ରହ୍ମପୁର ମଣ୍ଡଳ କାରାଗାରରୁ 33 ଜଣ କଏଦୀ ଓ 10ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚୌଦ୍ବାର ଜେଲ୍‌କୁ ପଠାଯାଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ। ଦୁଇ ଦିନ ତଳେ ବାରଙ୍ଗ ଅଞ୍ଚଳରୁ ଗିରଫ ହୋଇଥିଲା ଅଭିଯୁକ୍ତ । ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ବାହାରିଛି, ବାରଙ୍ଗ ଥାନାକୁ ସାନିଟାଇଜ୍‌ କରାଯିବ । ବାରଙ୍ଗ ଥାନା ଓ ଫାଣ୍ଡିର ସମସ୍ତ ପୋଲିସ୍‌ କର୍ମଚାରୀଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି । ସମସ୍ତ ଷ୍ଟାଫ୍‌ ହୋମ୍‌ ଆଇସୋଲେସନ୍‌ରେ ଥିବା ନେଇ  କଟକ ଡିସିପି ସୂଚନା ଦେଇଛନ୍ତି ।

Read More

ବିନିକା : ବିନିକାରେ ଟ୍ରିପଲ୍‌ ମର୍ଡର ହୋଇଛି । ବାପା ମାଆ ସହ 25 ବର୍ଷର ପୁଅକୁ ନିର୍ମମ ହତ୍ୟା । ଘର ଭିତରେ ପଡିଛି ବାପା ମାଆଙ୍କ ମୃତଦେହ । ଘର ବାହାରେ ପଡିଛି ପୁଅର ରକ୍ତାକ୍ତ ମୃତଦେହ । ତିନିଜଣଙ୍କ ଶରୀରରେ ଏକାଧିକ କ୍ଷତଚିହ୍ନ ରହିଥିବାର ସୂଚନା ରହିଛି । ଟ୍ରିପଲ୍‌ ମର୍ଡର ନେଇ ସିଲାଟି ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୋଲିସ୍‌ ତନାଘନା କରିଛି । ଘରେ ପଶି କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବାର ସନ୍ଦେହ  ସୃଷ୍ଟି ହୋଇଛି ।

Read More

ନୂଆଦିଲ୍ଲୀ :  ଗତ 24 ଘଣ୍ଟାରେ 1129ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 29 ହଜାର 861କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 38 ହଜାର 635ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ 45 ହଜାର 720 ଆକ୍ରାନ୍ତ ରହିଥିବାବେଳେ 1129 ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତ 4 ଲକ୍ଷ 26 ହଜାର 167 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 7 ଲକ୍ଷ 82 ହଜାର 606ଜଣ । ମହାରାଷ୍ଟ୍ରରେ ସର୍ବାଧିକ 3 ଲକ୍ଷ 37 ହଜାର 607 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 12 ହଜାର 556କୁ ବୃଦ୍ଧି ହୋଇଛି । ଦିଲ୍ଲୀରେ ସେହିପରି 3 ହଜାର 619ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 3 ହଜାର 144 ଜଣଙ୍କର ମୃତ୍ୟୁ ହୋଇଛି…

Read More

ବରଗଡ : ବରଗଡ ଜିଲ୍ଲାରେ ଦିନକୁ ଦିନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଅଧା ଜିଲ୍ଲାକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଆଜି ରାତି 9ରୁ 28 ତାରିଖ ରାତି 9ଟା ଯାଏ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜିଲ୍ଲାରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 299କୁ ବୃଦ୍ଧି ପାଇଛି । ବରଗଡ ସବ୍‌ଡିଭିଜନର 6ଟି ବ୍ଲକ – ଅତାବିରା, ଭେଡେନ, ଭଟଲି, ବରଗଡ, ଅମ୍ବାଭୋନା, ବରପାଲି, ବରଗଡ ମ୍ୟୁନିସିପାଲଟି, ଅତାବିରା ଏନ୍‌ଏସି, ବରପାଲି ଏନଏସି ଶଟ୍‌ଡାଉନ୍‌ ରହିବ ।  ପଦ୍ମପୁର ଉପଖଣ୍ଡର ପୂରା ସୋହେଲା ବ୍ଲକ, ବିଜେପୁର ବ୍ଲକ ବିଜେପୁର ଏନ୍‌ଏସି ପଦ୍ମପୁର ଏନ୍‌ଏସିରେ ଏହି କଟକଣା ଲାଗୁ ହେବ । ଏହି ସମୟରେ ଡାକ୍ତରଖାନା, ନର୍ସିଂହୋମ୍‌, ପେଟ୍ରୋଲ୍‌ ପମ୍ପ, କ୍ଷୀର ଦୋକାନ, ଔଷଧ ଦୋକାନ, ଫଳ ଦୋକାନ, ପନିପରିବା ଓ ଗ୍ରୋସେରୀ ଦୋକାନ ଖୋଲା ରହିବ । ଏହି ସବୁ ଦୋକାନ…

Read More

କେଦାର ମିଶ୍ର ଟିକେ ପଛକୁ ଫେରି ଚାହିଁଲେ, ଆମକୁ ଆଶ୍ଚର୍ଯ୍ୟ ଲାଗିବ। ମାର୍ଚ୍ଚ- ଏପ୍ରିଲ ବେଳକୁ ଯେତେବେଳେ ମହାରାଷ୍ଟ୍ର କିମ୍ବା ରାଜସ୍ଥାନରେ ୫୦୦/୧୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ତାକୁ ଦେଖି ଆମେ ଆଶ୍ଵସ୍ତ ହେଉଥିଲୁ। କାରଣ ଓଡିଶାରେ ସେତେବେଳେ ୪୦/୫୦ ବହୁତ ବଡ ସଂଖ୍ୟା ଥିଲା। ଯେଉଁ ଦିନ ଭୁବନେଶ୍ବରରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେଦିନ ପୂରା ଗୋଟେ କୋକୁଆ ଭୟର ବାତାବରଣ ଭୁବନେଶ୍ବରରେ ରହିଥିଲା। ମାତ୍ର ଦୁଇ ମାସ ଭିତରେ ସ୍ଥିତି ପୂରା ବଦଳି ଯାଇଛି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବିଚଳିତ କରୁନି। ଲୋକେ ଭାବିନେଲେଣି ଯେ କାରୋନା ସହିତ ଆମକୁ ବଞ୍ଚିବାକୁ ପଡିବ। ସରକାର ଯେତେ ଲୋକଙ୍କୁ ଡରାଇବାକୁ ଚାହୁଁଛନ୍ତି ଲୋକ ସେତେ ଅଧିକ ନିର୍ଭୀକ ହେବା ଆରମ୍ଭ କଲେଣି। ସରକାର ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ କରୋନା ସଂକ୍ରମଣ ରୋକିବାରେ ଯେ ବିଫଳ ହୋଇଛନ୍ତି, ଏକଥା ଆଜି ଆଉ ପ୍ରମାଣ ଦେଇ…

Read More

ଭୁବନେଶ୍ବର,ଏବେ ଭୁବନେଶ୍ବରର ଜନଗହଳି ଅଞ୍ଚଳରେ ବୁଲିଲେ ଦେଖିବାକୁ ପାଇବେ ବିଭିନ୍ନ ସ୍ଥାପତ୍ୟ ଓ କାନ୍ଥଚିତ୍ର। ତେବେ ଏହା ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ନୁହେଁ ବରଂ କରୋନା ସଚେତନତା ପାଇଁ ଏପରି କରାଯାଇଛି। କରୋନାର ଭୟବହତାକୁ ନଜରରେ ରଖି ବିଏମସି ତରଫରୁ ନିଆଯାଇଛି ଏହି ଅଭିନବ ପଦକ୍ଷେପ। ରାଜଧାନୀର ବିଭିନ୍ନ ଜନଗହଳି ସ୍ଥାନ ଏବଂ ବଜାର ଅଞ୍ଚଳଗୁଡିକରେ ଶୋଭାପାଉଛି ଏହି ସଚେତନତା ସ୍ଥାପତ୍ୟ। କେତେକ ସ୍ଥାନରେ କରୋନା ଭାଇରସର ଯେଉଁ ରୂପ ତାହାକୁ ସ୍ଥାପତ୍ୟ ଭାବେ ନିର୍ମାଣ କରି ରାସ୍ତା କଡରେ ରଖାଯାଇଛି। ଫଳରେ ଯେ କେହି ସେହି ରାସ୍ତାରେ ଗଲେ ତାହା ଦେଖି ସଚେତନ ହୋଇପାରିବ। ସେହିପରି ବିଭିନ୍ନ ପାଚେରୀରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବା, ହାତ ଧୋଇବା ପରି ବିଭିନ୍ନ କାନ୍ଥଚିତ୍ର କରାଯାଇଛି।

Read More