Author: Samikhsya Bureau

ଭୁବନେଶ୍ବର, କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କ ପାଇଁ ଖାଦ୍ୟ ଖର୍ଚ୍ଚ ସରକାର ନିର୍ଦ୍ଧାରଣ କରିଛନ୍ତି। କୋଭିଡ କେୟାର ସେଣ୍ଟର, କୋଭିଡ ହେଲଥ ସେଣ୍ଟର ଓ କୋଭିଡ ହସ୍ପିଟାଲ ପାଇଁ ଡାକ୍ତର ଏବଂ ପାରା ମେଡିକାଲ କର୍ମଚାରୀଙ୍କ ପାଇଁ ଖାଦ୍ୟ ଖର୍ଚ୍ଚ ନିର୍ଦ୍ଧାରଣ ହୋଇଛି। ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ବାବଦରେ 240 ଟଙ୍କା ଧାର୍ଯ୍ୟ କରାଯାଇଛି। ଖାଦ୍ୟ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଆଜି ବାଣପୁରରେ ଆଉ ଏକ ଜଟିଳ ପରିସ୍ଥିତି ଦେଖାଦେଇଛି। ବାଣପୁର ସବ ଜେଲକୁ ମଧ୍ୟ କରୋନା ଭୂତାଣୁ ଛୁଇଁଛି। ଜଣେ ବିଚାରାଧୀନ କଏଦୀଙ୍କୁ କରୋନା ହୋଇଥିବାର ସୂଚନା ରହିଛି। ହେଲେ କଏଦୀ ଜଣକ ଜାମିନୀ ପାଇ ଘରକୁ ଗଲାପରେ ତାଙ୍କ ରିପୋର୍ଟ ପୋଜିଟିଭ ଆସିଥିବାରୁ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଚାରାଧୀନ କଏଦୀ ଜଣକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ବୋଲି ଜେଲ ସୁପରିଟେଣ୍ଡେଣ୍ଟ କୋଶଳପଦ୍ମିନୀ ଦଳବେହେରା କହିଛନ୍ତି। ସୂଚନା ନେବାରୁ ଜଣାପଡିଛି ଯେ ବାଣପୁର ସବ ଜେଲରେ ବର୍ତ୍ତମାନ ସମୁଦାୟ ୧୬୬ ଜଣ କଏଦୀ ଅଛନ୍ତି ଯେଉଁଥିରେ ଦୋଷୀ ସାବ୍ୟସ୍ତ କଏଦୀ ୩0 ଜଣ ଥିବା ବେଳେ ବିଚାରାଧୀନ କଏଦୀ ଅଛନ୍ତି ୧୩୬ ଜଣ। କିଛି ଦିନ ତଳେ ଜେଲ କର୍ତ୍ତୃପକ୍ଷ ସମସ୍ତ…

Read More

ନୂଆଦିଲ୍ଲୀ, ବର୍ତ୍ତମାନ ସାରା ପୃଥିବୀରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ହିସାବ ଅନୁସାରେ ସାରା ବିଶ୍ବରେ ଏହି ସଂଖ୍ୟା ଏକ କୋଟି 30 ଲକ୍ଷ ଟପିଯାଇଛି।

Read More

ଜଗତସିଂହପୁର, ଜିଲ୍ଲାର ସୀମା ଶିଖରଘାଟ ଠାରେ ଥିବା ଚେକିଂ ପୋଷ୍ଟରେ ଓଡିଶାକୁ ପ୍ରବେଶ କରୁଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରି ପ୍ରବେଶ ଅନୁମତି ଦିଆଯାଉଛି।

Read More

କଟକ, କୋଭିଡି19 ଯୁଦ୍ଧରେ ଯୋଦ୍ଧା ସାଜିଥିବା କଟକ ପୋଲିସର ମନୋବଳ ବଢାଇବା ପାଇଁ ଭୁବନେଶ୍ବର @roundtable53 ଏବଂ କଟକ @round137 ତରଫରୁ 45 ହଜାରଟି ଶକ୍ତି ପାନୀୟ ପ୍ରଦାନ କରିଛନ୍ତି।

Read More

ଭୁବନେଶ୍ବର, ବିଜୁ ଜନତା ଦଳ ବର୍ତ୍ତମାନ ନିଜର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ନିକଟରେ ଦୁଇ ଥର ବିଭିନ୍ନ ପଦପଦବୀ ସଂପର୍କରେ ଘୋଷଣା କରାଯାଇଛି। ସେହିପରି ଆଜି ଦଳର 31ଟି ସାଂଗଠନିକ ଜିଲ୍ଲା ପାଇଁ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ବ ବଣ୍ଟା ଯାଇଛି। ଏ ନେଇ ଦଳର ସାଧାରଣ ସଂପାଦକ ମିଡିଆ ସେଲ ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଇଛନ୍ତି। ସେହି ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ତାହା ହେଲା

Read More

ବ୍ରହ୍ମପୁର, କରୋନା ସଂକ୍ରମଣକୁ ରୋକିବା ସକାଶେ ବ୍ରହ୍ମପୁର ସହର ସୀମାକୁ ସିଲ୍ କରି ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ବିଏମସି କମିଶନର ଏହି ଘୋଷଣା କରିଛନ୍ତି। ବ୍ରହ୍ପପୁର ସହରକୁ ଚାରି ଦିଗରେ ବନ୍ଦ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସବୁ ଦିଗରୁ ବନ୍ଦ ରହିବ ବୋଲି କମିଶନର ଆଜି ଏକ ପ୍ରେସ ମିଟରେ କହିଛନ୍ତି। କୌଣସି ଲୋକ ବ୍ରହ୍ମପୁରକୁ ଆସି ପାରିବେନି କି ସହର ବାହାରକୁ ଯାଇ ପାରିବେନି। କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ କଟକଣାରୁ ମୁକ୍ତ ରହିବେ। ମାଲ ପରିବହନକାରୀ ଚାଡିକୁ ଯାତାୟତ ପାଇଁ କେବଳ ଅନୁମତି ମିଳିବ। ରେଳ କିମ୍ବା ବିମାନ ଟିକେଟ ଥିବା ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ଦିଆଯିବ ବୋଲି କମିଶନର କହିଛନ୍ତି।

Read More

ଜୟପୁର, ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ବଞ୍ଚାଇବା ଉଦ୍ୟମରେ ଦଳ ପକ୍ଷରୁ ଭରପୂର ଉଦ୍ୟମ ହୋଇଥିଲେ ହେଁ ତାହା ବିଶେଷ ସଫଳ ହୋଇନାହିଁ। ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ରାଜ୍ୟରେ କଂଗ୍ରେସ ପ୍ରତି ଦେଖା ଦେଇଥିବା ବିପଦ ଏବେ ବି ଦୂର ହୋଇନାହିଁ। ଦଳର ବରିଷ୍ଠ ନେତା ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରଣଦୀପ ସୂର୍ଯ୍ୟେୱାଲା ଜୟପୁରରେ ରହି ସ୍ଥିତି ପ୍ରତି ନଜର ରଖିଛନ୍ତି। କିନ୍ତୁ ପାଇଲଟଙ୍କ ସହ ତାଙ୍କର ଯୋଗାଯୋଗ ହୋଇ ପାରିନାହିଁ। ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ବୁଝାମଣା ନେଇ କୌଣସି ସୂତ୍ର ବାହାରି ପାରିନାହିଁ। କିନ୍ତୁ ବଡ଼ ଘଚଣାକ୍ରମରେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଆଜି ଶହେରୁ ଅଧିକ ବିଧାୟକଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ତାଙ୍କ ସରକାରୀ ବାସଭବନରେ ଡାକିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ୧୩୦ରୁ ୧୦୭ ବିଧାୟକ ଯୋଗ ଦେଇଥିଲେ। ସଚିନ୍‌ ପାଇଲଟଙ୍କ ସମେତ 23 ଜଣ ବିଧାୟକ ବୈଠକରେ ନଥିଲେ।…

Read More

ନୂଆଦିଲ୍ଲୀ, ପ୍ରକୃତ ନିୟନ୍ତ୍ରଣ ରେଖା ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ ମଧ୍ୟରେ ଆସନ୍ତାକାଲି ସାମରିକସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଏଲଏସିର ଭାରତ ପଟେ ପୂର୍ବ ଲଦାଖର ଚୁସୁଲଠାରେ ହେବାକୁ ଥିବା ଏହି ବୈଠକରେ ୨ୟ ପର୍ଯ୍ୟାୟ ସେନା ଅପସାରଣ ନେଇ ଆଲୋଚନା ହେବ। ୪ର୍ଥ ଥର ପାଇଁ ହେଉଥିବା କର୍ପସ କମାଣ୍ଡରସ୍ତରୀୟ ଏହି ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ ମେଜର ଜେନେରାଲ ଲିଉ ଲିନ ଯୋଗ ଦେବେ। ବିଶେଷକରି ପେଙ୍ଗୟାଂ ସୋ ହ୍ରଦ ଅଞ୍ଚଳରୁ ଏବେ ବି ହଟିନଥିବା ଚୀନ ସେନା ଅପସାରଣ ନେଇ ବୈଠକରେ ଆଲୋଚନା ହୋଇପାରେ। ଗତ ଜୁନ ୩୦ ତାରିଖରେ ଚୁସୁଲଠାରେ ଅନୁଷ୍ଠିତ ଆଲୋଚନା ବେଳେ ୩ଟି କ୍ଷେତ୍ରରୁ ସେନା ଅପସାରଣ ଲାଗି ସହମତି ହୋଇଥିଲା । ଏହା ପରେ ହଟ ସ୍ପ୍ରିଙ୍ଗ, ଗୋଗ୍ରା ଓ ଗଲଓ୍ଵାନରୁ ଚୀନସେନା ପଛକୁ ହଟିଥିଲେ…

Read More

ଭୁବନେଶ୍ୱର: ବରିଷ୍ଠ ଓଏଏସ୍‌ ଅଫିସର୍‌ ତଥା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ଜାମିନ ମିଳିଛି। ମହିଳା ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ସେ ଗତ ଜୁଲାଇ ୧୦ ତାରିଖରେ ଗିରଫ ହୋଇଥିଲେ । ପୋଲିସ୍‌ ତାଙ୍କ ବିରୋଧରେ ଲଗାଇଥିବା ମାମଲାରେ ତାଙ୍କୁ ଜାମିନ୍‌ ନ ମିଳିବାରୁ ଷଡ଼ଙ୍ଗୀଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ୩ ଦିନ ଜେଲରେ ରହିବା ପରେ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି | ପୀଡ଼ିତାଙ୍କୁ ନ ଧମକାଇବା, ପ୍ରମାଣ ନଷ୍ଟ ନ କରିବା ଓ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ଆଦି ଆଦି ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି। ସୂଚନାଯୋଗ୍ୟ ଯେ ଶ୍ରୀ ଷଡ଼ଙ୍ଗୀ ନିଜ କ୍ଷମତାର ଅପବ୍ୟବହାର କରି ଜାତୀୟ ଆୟୁଷ ମିସନ୍‌ର ଜଣେ ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ଗତ ୬ ତାରିଖରେ ଅଭିଯୋଗ ହୋଇଥିଲା। ଯୁବତୀଜଣଙ୍କ ସମସ୍ତ ତଥ୍ୟ ପ୍ରମାଣ ସହ ଏ ସଂପର୍କ‌ରେ…

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 505 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ଦିନକରେ ସର୍ବାଧିକ 248 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ 71, ଖୋର୍ଦ୍ଧାରୁ 52, କଟକରୁ 45, ପୁରୀରୁ 11, ଗଜପତିରୁ 10, ନବରଙ୍ଗପୁରରେ 9, ଯାଜପୁର ଓ ନୟାଗଡରୁ 8, ଜଗତସିଂହପୁରର 7, ଭଦ୍ରକ ଓ ଢେଙ୍କାନାଳରୁ 6 ଲେଖାଏଁ, ଅନୁଗୁଳରୁ 5 କନ୍ଧମାଳ, କେନ୍ଦ୍ରାପଡ଼ା ଓ କୋରାପୁଟରୁ 4 ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼ 3, କେନ୍ଦୁଝର 2, ରାୟଗଡ଼ା ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି।

Read More

ଭୁବନେଶ୍ବର, ଯେ କୌଣସି ସଂସ୍ଥା ଚାହିଁଲେ ଖୋଲି ପାରିବେ କୋଭିଡ୍ କେୟାର ହୋମ୍ । ଘରୋଇ ଅନୁଷ୍ଠାନ, ଘରୋଇ କମ୍ପାନି କିମ୍ବା ଯେକୌଣସି ସଂସ୍ଥା ଚାହିଁଲେ କୋଭିଡ୍ କେୟାର ହୋମ୍ ଖୋଲି ପାରିବେ। ତେବେ ନିଜ ସଂସ୍ଥାର କର୍ମଚାରୀଙ୍କ ସୁବିଧା ଏବଂ ସୁସ୍ଥ ମାନସିକ ସ୍ଥିରତା ପାଇଁ ଛୋଟ, ବଡ ସଂସ୍ଥାମାନେ ନିଜେ ଏମିତି ଆଇସୋଲେସନ ସେଣ୍ଟର ଖୋଲି ସେମାନଙ୍କ କର୍ମଚାରୀଙ୍କୁ ରଖି ଚିକିତ୍ସା କରାଇପାରିବେ। ଓଡ଼ିଶାର ସବୁ ପୌରାଞ୍ଚଳ, ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦର, ଇଷ୍ଟ କୋଷ୍ଟ ରେଲୱର ସବୁ ସେଣ୍ଟରରେ, ପାରାଦୀପ, ଧାମରା, ଗୋପାଳପୁର ବନ୍ଦରରେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧାର୍ମିକ ସଂସ୍ଥା ଓ ଆପାର୍ଟମେଣ୍ଟ ସୋସାଇଟି ଯଦି ଚାହିଁବେ ନିଜ ସୁବିଧାରେ କୋଭିଡ୍ କେୟାର ସେଣ୍ଟର ଖୋଲିପାରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି। ତେବେ ସରକାରଙ୍କ ଠାରୁ ସେମାନଙ୍କୁ ଆବଶ୍ୟକ ଅନୁମତି ନେବାକୁ ପଡିବ। ଅନୁମତି ନେବାକୁ ହେଲେ ସରକାରଙ୍କ କିଛି ସର୍ତ୍ତ…

Read More

ଭୁବନେଶ୍ବର : ବଡ଼ ବାବୁମାନେ ଯଦି ଠିକ୍ ସମୟରେ ଅଫିସ ନ ପହଞ୍ଚିବେ ତେବେ ତଳିଆ କର୍ମଚାରୀଙ୍କୁ କଥା କିଏ ପଚାରେ। ଏ ଘଟଣା ଆମ ସରକାରଙ୍କ ବଡ଼ ବଡିଆଙ୍କ ପାଇଁ କିଛି ନୂଆ କଥା ନୁହେଁ। ହେଲେ ବେଳେ ବେଳେ ତାଗିଦ୍ ଆସିଲେ ସବୁ କିଛି ଠିକ୍ ହୋଇଯାଏ। ତାପରେ ପୁଣି ସେଇ କଥା। ବାବୁମାନେ ସରକାରୀ ଗାଡି ପାଇ ବି ଅଫିସ ଠିକ୍ ସମୟରେ ପହଞ୍ଚି ପାରୁନାହାଁନ୍ତି। ଯାହାହେଉ ବିଳମ୍ବରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବାବୁ ମାନଙ୍କୁ ଏ ନେଇ ତାଗିଦ୍ କରିଛନ୍ତି ବିଭାଗୀୟ ସଚିବ। ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡି ପ୍ରତ୍ୟାହାର ହେବ। ବିଭାଗୀୟ ଅଧିକାରୀଙ୍କୁ ସରକାରୀ ଗାଡି ଯୋଗାଇ ଦିଆଯାଉଛି। ଏହାସତ୍ୱେ ଅଧିକାରୀମାନେ ସକାଳ ୧୦ଟାରେ ପହଂଚି ପାରୁ ନାହାନ୍ତି. ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଛନ୍ତି । ତେଣୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବିଭାଗୀୟ ଅଧିକାରୀଙ୍କୁ ଠିକ ସମୟରେ ଅଫିସ…

Read More

କନ୍ଦର୍ପ ବେହେରା ରେଢାଖୋଲ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କୁ୍ଞ୍ଜାମୁରା ଗାଁରେ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ବୃଦ୍ଧ ଜଣଙ୍କର ମୃତ୍ୟୁକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଦେଖା ଦେବା ସହ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କୁ୍ଞ୍ଜାମୁରା ବକ୍ସିବଜାର ସାହିର ସଦା ନାଏକ ନାମରେ ଜଣେ ବୃଦ୍ଧ ବାଟଗାଁ ଗ୍ରାମକୁ କୌଣସି କାମରେ ଯାଇ ସେଠାରୁ ଫେରୁଥିଲେ । ବକ୍ସିବଜାର ସାହି ନିକଟରେ ପଛପଟୁ ଦୃତ ଗତିରେ ଦେବଗଡ ଜିଲ୍ଲା ରିଆମାଳ ଅଂଚଳର ଦୁଇଜଣ ବ୍ୟକ୍ତି ବାଟଗାଁ ପଟୁ ଓଡି -୧୫ ପି ୬୫୪୬ ନମ୍ବର ଥିବା ଏକ ମୋଟର ସାଇକେଲରେ ଫେରୁଥିଲେ । ବକ୍ସିବଜାର ଛକ ନିକଟରେ ବୃଦ୍ଧ ଜଣଙ୍କୁ ବାଇକ ଆରୋହୀ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲ । ବାଇକ୍ ଆରୋହୀ ଦୁଇ ଜଣଙ୍କୁ ଗ୍ରାମବାସୀ ଅଟକ ରଖିବା ସହ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ଝିଅ ଅନୀଶା ଏବେ  ଜୀ ସାଥର୍କ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ’ଅଞ୍ଜଳି’ରେ ଅଭିନୟ କରୁଛନ୍ତି। ପିତା ଦିଲ୍ଲୀପ କୁମାର ପଟ୍ଟନାୟକ ଓ ମାତା ସଂଯୁକ୍ତା ଦାସଙ୍କ କନ୍ୟା ଅନୀଶା ଅଧୁନା ବିଜେବି ସ୍ବୟଂଶାସିତ କଲେଜର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରୀ।  ପାଠ ପଢା ସାଙ୍ଗକୁ ଅଭିନୟ ମଧ୍ୟ କରୁଛନ୍ତି ଅନୀଶା। ଅନିଶାଙ୍କ ହାଇସ୍କୁଲ ପଢାପଢି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ରେ ସମାପ୍ତ ହୋଇଥିବାବେଳେ ଯୁକ୍ତ ଦୁଇ(ବିଜ୍ଞାନ) ଏବଂ ଯୁକ୍ତ ତିନି(ପ୍ରାଣୀ ବିଜ୍ଞାନ ସମ୍ମାନ) ଗୋଦାବରୀଶ ମହାବିଦ୍ୟାଳୟରେ ସମାପ୍ତ ହୋଇଛି। ପିଲାଟିବେଳୁ ଅନୀଶା ବହୁ ପ୍ରତିଭାର ଅଧିକାରୀ ଅଟନ୍ତି ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବହୁ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଏକାଧିକ ପୁରସ୍କାର ପାଇଛନ୍ତି। ଅନୀଶା ଜୀ ସାର୍ଥକ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ  ମେଗା ଧାରାବାହିକ ’ଅଞ୍ଜଳି’ରେ ଅମ୍ରିତା ଚରିତ୍ରରେ…

Read More

ଭୁବନେଶ୍ବର, କୋଭିଡ-19 ପରିଚାଳନା ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନରେ ରଖିବା ପାଇଁ ଅନୁମତି ଦିଆଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରିବର୍ତ୍ତିତ ନିୟମ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ କହିଛନ୍ତି ସହରାଞ୍ଚଳରେ ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନଥାଇ ପଜିଟିଭ ଚିହ୍ନଟ ହେଲେ ଘରେ ରହି ରୋଗୀ ଚିକିତ୍ସିତ ହୋଇପାରିବେ। ହେଲେ ଘରେ ରହି ଚିକିତ୍ସିତ ହେବାକୁ ହେଲେ କିଛିଟା ସର୍ତ୍ତ ପୂରଣ କରିବାକୁ ପଡିବ। ସମସ୍ତ 114 ପୌରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟରେ ହୋମ୍ ଆଇସୋଲେସନକୁ ଅନୁମତି ମିଳିବ। ଏଥସହିତ ସମସ୍ତ ଉପଖଣ୍ଡ ଓ ବ୍ଲକ ମୁଖ୍ୟାଳୟ ରୋଗୀଙ୍କୁ ମଧ୍ୟ ହୋମ୍ ଆଇସୋଲେସନର ସୁବିଧା ମିଳିବ। ହେଲେ ହୋମ୍ ଆଇସୋଲେସନ ସୁବିଧା ଥିଲେ ହିଁ ଘରେ ରହି…

Read More

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ମଧ୍ୟମରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଟ୍ରପ୍ ଲାଇନ୍‌ ପ୍ରଭାବରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ଅର୍ଥାତ୍‌ ମଙ୍ଗଳବାର ଅପରାହ୍ନ ସୁଦ୍ଧା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଓ ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟ ମଧ୍ୟରେ ଉପକୂଳ ଓଡିଶା ସମେତ କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।

Read More

ନୂଆଦିଲ୍ଲୀ: ଦିଲ୍ଲୀରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ। ଆଜି ଏହା ଘୋଷଣା କରିଛନ୍ତି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ଲୋକନାୟକ ଡାକ୍ତରଖାନାରେ ପ୍ରସ୍ତାବିତ ଏହି ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ ବୋଲି ସିସୋଦିଆ କହିଛନ୍ତି। ଏହି ପ୍ଲାଜମା ବ୍ୟାଙ୍କର କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତର ପ୍ରଥମ ପ୍ଲାଜମା ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ଦିଲ୍ଲୀରେ ଖୋଲା ଯାଇଥିଲା ଏବଂ ପ୍ରତିଦିନ ହାରାହାରି ୨୦ ଜଣ ଦାତାଙ୍କ ଠାରୁ କରୋନା ଚିକିତ୍ସା ନିମନ୍ତେ ପ୍ଲାଜ୍‌ମା ସଂଗ୍ରହ କରାଯାଉଛି। କରୋନା ବା କୋଭିଡ୍‌-୧୯ ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଚିକିତ୍ସା ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଥିବା କାରଣରୁ ଦିଲ୍ଲୀ ସରକାର ଏବେ ଏହି ଦ୍ୱିତୀୟ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିବା…

Read More

ଭୁବନେଶ୍ବର, ଭୁବନେଶ୍ବର ମହାନଗର ଅଞ୍ଚଳରେ ଆଉ 14 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 14 ଜଣଙ୍କ ମଧ୍ୟରୁ 10 ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ବେଳେ 4 ଡଣ କ୍ବାରେଣ୍ଟାଇନରୁ ଚିହ୍ଟଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ କନ୍ୟା ଏବଂ ଜଣେ ୭ବର୍ଷର ବାଳକ ରହିଛନ୍ତି | ବର୍ଷକର ଶିଶୁକନ୍ୟାଟି ରାଧାକ୍ରିଷ୍ଣ ତଳ ବସ୍ତିର ହୋଇଥିବା ବେଳେ ୭ବର୍ଷର ବାଳକ ଜଣକ ୟୁନିଟ-୫ର କେଶରୀନଗର ବସ୍ତିର ବୋଲି ଜଣାପଡିଛି | ଏ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। | ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୦ଜଣଙ୍କ ମଧ୍ୟରେ କାନନ ବିହାରର ଫେଜ-୨ରୁ ଜଣେ, ବମିଖାଲର ଜୟଦୁର୍ଗା ନଗରରୁ ଜଣେ, ନୟାପଲ୍ଲୀ ନିକଟସ୍ଥ ମହିମା ଢ଼ାବା ନିକଟରୁ ଜଣେ, ଆଇଆରସି ଭିଲେଜର ଏନ-୧ରୁ ଜଣେ, ଗଙ୍ଗନଗରରୁ ଜଣେ, ୟୁନିଟ-୮ର ଡିଏଭି ପବ୍ଲିକ ସ୍କୁଲ ନିକଟରୁ ଜଣେ, ୟୁନିଟ-୬ରେ ରାଧାକ୍ରିଷ୍ଣ ତଳ ବସ୍ତିରୁ…

Read More

କଟକ, କଟକ ମହାନଗର ଅଞ୍ଚଳରେ ଆଜି ଆଉ 16 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା 16 ଜଣଙ୍କ ମଧ୍ୟରୁ 8 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଥିବା କଟକ ମହାନଗର ନିଗମ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ରାଉସପାଟଣାରେ 5 ଜଣ ଲୋକାଲ କଣ୍ଟାକଟ୍ରୁ ସଂକ୍ରମିତ ହୋଇଥିବା ଜଣାଯାଇଛି। ଲୋକାଲ କଣ୍ଚାକ୍ଚଙ୍କ ମଧ୍ୟରେ 20,25 ଓ 48 ବର୍ଷର ପୁରୁଷ ଥିବା ବେଳେ 37 ଓ 48 ବର୍ଷର ଦୁଇଜଣ ମହିଳା ଅଛନ୍ତି। ସିଡିଏ ସେକ୍ଟର 10ରୁ ଜଣେ 53 ବର୍ଷୀୟ ପୁରୁଷ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି। ବାଦାମବାଡ଼ି ରକ୍ସି ଲେନର ଜଣେ 33 ବର୍ଷୀୟ ଯୁବକ ଓ ଓଡ଼ିଆ ବଜାରର 45 ବର୍ଷୀୟ ପୁରୁଷ ମଧ୍ୟ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି। ଡଗରପଡ଼ାର ଯୁବକ, ଶାନ୍ତି ବିହାରର ଜଣେ ମହିଳା ହୋମ୍ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

Read More

ନୂଆଦିଲ୍ଲୀ: ବିଶ୍ବରେ ପ୍ରଥମ ଥର ପାଇଁ କରୋନାଭାଇରସ୍ ବିରୋଧୀ ଟିକାର ସଫଳ ଡାକ୍ତରୀ ପରୀକ୍ଷା କରାଯାଇଛି। ରୁଷ୍ ଏହି ପରୀକ୍ଷା କରିଥିବା ଦାବି କରିଛି। ମାନବ ଶରୀରରେ ଏହାର ପରୀକ୍ଷଣ କରାଯାଇଛି। ‘ଲାଇପୋଫିଲିସ୍‌ଡ୍’ ବା ପାଉଡର୍ ଭାବେ ଥିବା ଏହି ଟିକାରୁ ଦ୍ରବଣ ପ୍ରସ୍ତୁତ କରାଯାଇ ସ୍ବେଚ୍ଛାସେବୀ‌ମାନଙ୍କ ମାଂସପେଶୀରେ ଇଂଜେକସନ ଆକାରରେ ଦିଆ ଯାଇଥିଲା। ଇଂଜେକସନ ନେବା ପରେ ଅନ୍ୟାନ୍ୟ ଟିକା ଭଳି ସେମାନଙ୍କର ମୁଣ୍ଡବିନ୍ଧା ଓ ଜ୍ବର ହୋଇଥିବା ସେମାନେ କହିଥିଲେ। କିନ୍ତୁ ଏହାକୁ ପ୍ରସ୍ତୁତ କରୁଥିବା ସଂସ୍ଥାର ଦାବି ଥିଲା ଯେ, ଟିକା ନେବାର ୨୪ ଘଣ୍ଟା ମଧ୍ୟରେ ଏହା କମିଯିବ। ଯେଉଁମାନଙ୍କ ଶରୀରରେ ଟିକା ପ୍ରୟୋଗ କରାଯାଇଥିଲା ସେମାନଙ୍କୁ ସେଚେନୋଭ୍ ବିଶ୍ବବିଦ୍ୟାଳୟର ଗୋଟିକିଆ ଓ ଦି’ଟିକିଆ ୱାର୍ଡରେ ରଖାଯାଇଥିଲା। ଅନ୍ୟାନ୍ୟ ସଂକ୍ରମଣରୁ ନିରପଦ ରହିବାକୁ ସମ୍ପୃକ୍ତ ସ୍ବେଚ୍ଛାସେବୀ‌ମାନଙ୍କୁ ୨୮ ଦିନିଆ ଏକାନ୍ତବାସରେ ରଖାଯାଇଛି। ବିଶ୍ବବିଦ୍ୟାଳୟରୁ ଯିବା ପରେ ଛଅ ମାସଯାଏଁ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖାଯିବ।…

Read More