Author: Samikhsya Bureau

ଭୁବନେଶ୍ବର : ସମାଜେସବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଏବେ ନୂଆ ମୋଡ ଆସିଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ହତ୍ୟା ମାମଲା ରୁଜୁ କରାଯାଇଛି । 302 ଦଫାରେ ହତ୍ୟା ମାମଲା ରୁଜୁ କରି ଜିଆରପି ତଦନ୍ତ ଆରମ୍ଭ କରିଛି । ଆଦିତ୍ୟଙ୍କ ସଙ୍ଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ଆଦିତ୍ୟଙ୍କ ପୋଷ୍ଟ ମର୍ଟମ୍‌ ରିପୋର୍ଟ ଜିଆର୍‌ପି ହସ୍ତଗତ କରିଛି । ମୁଣ୍ଡରେ ଶକ୍ତ ଆଘାତରୁ ମୃତ୍ୟୁ ଘଟିଥିବା ରିପୋର୍ଟରୁ ସୂଚନା ମିଳିଛି । ଅପରପକ୍ଷରେ ଆଦିତ୍ୟଙ୍କ ଡାଏରୀ ଜବତ ହେବା ପରେ ଜୋରଦାର ଖୋଳତାଡ କରାଯାଉଛି । ବିଭିନ୍ନ ଦିଗକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଆଦିତ୍ୟଙ୍କ ବନ୍ଧୁ । ପ୍ରକାଶଥାଉକି ମଙ୍ଗଳବାର ସକାଳେ ସନ୍ଦେହଜନକ ଭାବେ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ରେଳ ଲାଇନ୍‌ରୁ ଉଦ୍ଧାର ହୋଇଥିଲା। ଏହାପରେ ତଦନ୍ତ ଆରମ୍ଭ କରିଥିଲା ଜିଆରପି ପୋଲିସ୍। ଗତ ଜୁନ୍‌ 9ରେ ଆଦିତ୍ୟ ବିବାହ କରିଥିବାବେଳେ…

Read More

କେନ୍ଦୁ୍‌ଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସିଲ୍‌ ହୋଇଛି। ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ପରେ ସମ୍ପୃକ୍ତ ବିଭାଗ ସିଲ୍‌ କରାଯାଇଛି। ହସ୍ପିଟାଲର ପରିସର ମୁଖ୍ୟ କୋଠାକୁ ସ୍ଥାନାନ୍ତର ହୋଇଛି ସ୍ତ୍ରୀ ଓ ପ୍ରସୂତି ବିଭାଗ । ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବା 40 ଜଣଙ୍କୁ କ୍ବାରେଣ୍ଟିନ୍‌ ନିର୍ଦ୍ଦେଶ ଦିଆଯାଇଛି । ଆଜି ମୋଟ୍‌ 2 ଜଣ କରୋନା ଯୋଦ୍ଧା ପଜିଟିଭ୍‌ ହୋଇଥିବାର ସୂଚନା ରହିଛି । ଆଜି କେନ୍ଦୁଝରରୁ ମୋଟ୍‌ 48 ଆକ୍ରାନ୍ତଙ୍କୁ ମଧ୍ୟରୁ ବଡବିଲର 34 ଜଣ ରହିଥିବାବେଳେ ଅନ୍ୟ ସବୁ ଲୋକାଲ୍‌ କେସ୍‌ ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ ।

Read More

ପୁଣେ : ମହାରାଷ୍ଟ୍ରର ପୁଣେ ନିକଟ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୋଭିଡ-19 କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହେବା କାରଣରୁ ଗ୍ରାମରେ ପ୍ରବେଶ କରିବାକୁ ମନା କରିବାରୁ ଦମ୍ପତି ଦୁହେଁ ବିଷ ଖାଇଦେଇଛନ୍ତି । ଏହି ଘଟଣାରେ 40 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗ୍ରାମରେ କରୋନା ଭାଇରସ୍‌ ମାମଲା ସାମ୍ନାକୁ ଆସିବା ପରେ ପ୍ରବେଶ ଉପରେ କଟକଣା ଲଗାଇଥିଲା । ମିଳିଥିବା ସୂଚନା ଅନୁସାରେ ପୁଣେ ଜିଲ୍ଲାର ଜୁନାର ତହସିଲ୍‌ ଅନ୍ତର୍ଗତ ଉମ୍ବରାଜ ଗ୍ରାମରେ ଥିବା  ନିଜକୁ ଘରକୁ ଯିବା ପାଇଁ  ଦମ୍ପତି ଦୁହେଁ ଚାହୁଁଥିବାବେଳେ  କଣ୍ଟେନମେଣ୍ଟ ଜୋନ୍‌ରେ ପ୍ରବେଶକୁ ନେଇ ଦୁହିଁଙ୍କର ପୋଲିସ କର୍ମୀଙ୍କ ସହ ଝଗଡା ହୋଇଥିବାର ସୂଚନା ରହିଛି । ଦମ୍ପତି ଦୁହେଁ ପୋଲିସ୍‌କର୍ମୀଙ୍କୁ ବ୍ୟାରିକେଡ୍‌ ହଟାଇବାକୁ କହିଥିଲେ । କିନ୍ତୁ ପୋଲିସ୍‌ କର୍ମୀ ଓ ସ୍ଥାନୀୟ ଗ୍ରାମ…

Read More

ଭୁବନେଶ୍ବର : ସିବିଏସ୍‌ଇ ନବମରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମ 30 ପ୍ରତିଶତ ହ୍ରାସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସିବିଏସ୍‌ଇ ନିଷ୍ପତ୍ତି ଉପରେ ବିଚାର କରାଯିବ କହିଲେ ସମୀର। ଅଗଷ୍ଟରେ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବ। ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ  ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି। ଖାଲି 30% ନୁହେଁ ତା’ଠାରୁ ଅଧିକ ପାଠ୍ୟକ୍ରମ ବି ହ୍ରାସ ହୋଇପାରେ। ସ୍କୁଲ ଖୋଲିନି ତେଣୁ ଏ ବାବଦରେ କହିବା ଠିକ୍‌ ହେବନି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Read More

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର 83 ଆକ୍ରାନ୍ତଙ୍କ ମଧ୍ୟରୁ 7 କରୋନା ଯୋଦ୍ଧା ରହିଥିବାର ସୂଚନା ରହିଛି । ଏହି 7 କରୋନା ଯୋଦ୍ଧା ମଧ୍ୟରୁ ବିପିୟୁଟିରୁ 4 ଆକ୍ରାନ୍ତ ଚିହ୍ନଟ ହାେଇଥିବାବେଳେ ଅନ୍ୟ ତିନିଜଣ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ।  ସେହିପରି ବାହାର ରାଜ୍ୟ ଫେରନ୍ତା ରାଉରକେଲାର 23 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କସଂସ୍ପର୍ଶରେ ଆସି 22 ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।  ସେହିପରି ସୁନ୍ଦରଗଡ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 14 ପଜିଟିଭ୍‌ ଚିହ୍ନଟ ହୋଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ଗର୍ଭବତୀ ମହିଳା ରହିଛନ୍ତି । ସେହିପରି 2 ଜଣ ଲୋକାଲ୍‌ କେସ୍‌ ରହିଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ଚାରୋଟି ମୁଣ୍ଡ ନେଇଛି କରୋନା ।  ଆଜି ରାଜ୍ୟରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି ।  ମୃତକଙ୍କ ମଧ୍ୟରୁ ଗଞ୍ଜାରୁ ତିନିଜଣ ରହିଥିବାବଳେ ଭଦ୍ରକରୁ ଜଣେ ରହିଛନ୍ତି । ଗଞ୍ଜାମରୁ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଥିବାବେଳେ ସେ ଡାଇବେଟିସ୍‌ ଓ ହାଇପର୍ଟେନସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ମୃତକ ଗଞ୍ଜାମର 58 ବର୍ଷୀୟ ବୋଲି ସୂଚନା ରହିଛି । ଅନ୍ୟ ଜଣେ ଆକାନ୍ତଙ୍କ ଜଣକ 64 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଥିବାବେଳେ ସେ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଭଦ୍ରକ ଜିଲ୍ଲାରୁ କରୋନାରେ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ସୂଚନା ରହିଛି । ସେ ମଧ୍ୟ ଡାଇବେଟିସ୍‌ ଓ କିଡ୍‌ନୀ…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 22ଟି ଜିଲ୍ଲାରୁ 577 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 260 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ 83, ଖୋର୍ଦ୍ଧାରୁ 56, କେଉଁଝରରୁ 48, ବାଲେଶ୍ବରରୁ 30, ଗଜପତିରୁ 17, ମୟୂରଭଞ୍ଜ ଓ କଟକରୁ 14 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ 9, ଜଗତସିଂହପୁର ଓ ଅନୁଗୁଳୁରୁ 7 ଜଣ ଲେଖାଏଁ ରହିଥିବାବେଳେ କୋରାପୁଟରୁ 6, ପୁରୀ ଓ ବୌଦ୍ଧରୁ 5 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ 4,  ସମ୍ବଲପୁର ଓ କେନ୍ଦ୍ରାପଡାରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଦୁଇ ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା, କନ୍ଧମାଳ, ମାଲ୍‌କାନଗିରି, ନୟାଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ) ଗଞ୍ଜାମ 3096 1607…

Read More

ଭୁବନେଶ୍ବର: ରାଜ୍ୟରେ ଆଜି 577 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 416 ଜଣ ଚିହ୍ନଟ ହୋଇଥିବାବେଳେ 161ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 11ହଜାର 201ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 128ଜଣ। ସେହିପରି ସୁସ୍ଥ ହୋଇଛନ୍ତି 7ହଜାର6ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 48ଜଣ। ସେହିପରି13ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Read More

ଉଜ୍ଜୈନ୍‌ : ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେ ଗିରଫ ।ମଧ୍ୟପ୍ରଦେଶ ଉଜୈନରୁ ବିକାଶ ଦୁବେ ଗିରଫ ହୋଇଥିବା ଜଣାପଡ଼ିଛି। ବିକାଶ ଦୁବେ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ  ପୋଲିସ ତାଙ୍କୁ ଗିରଫ କରିଥିଲା। ମିଳିଥିବା ସୂଚନା ଅନୁସାରେ ବିକାଶ ମହାକାଳ ମନ୍ଦିର ଥାନାରେ ପହଞ୍ଚି ନିଜକୁ ‘ସରେଣ୍ଡର କରିଥିଲା ବୋଲି ସୂଚନା ରହିଛି । ପୋଲିସ୍‌ ବିକାଶ ଦୁବେକୁ ଗିରଫ କରି ତାଙ୍କୁ ମହାକାଳ ଥାନା ନେଇ ଆସିଛନ୍ତି ।  ବିକାଶ ଦୁବେଙ୍କ ସରେଣ୍ଡର ଖବର ମିଳିବା ପରେ ଏସ୍‌ଟିଏଫ୍‌ ଟିମ୍‌ ଛାନ୍‌ଭିନ୍‌ ପାଇଁ ଉଜ୍ଜୈନ ଯାଇଥିବାର ସୂଚନା ରହିଛି। ସୂଚନାଯୋଗ୍ୟ, ଶୁକ୍ରବାର ଦିନ କାନପୁରରେ 8 ଜଣ ପୁଲିସ୍‌ କର୍ମୀଙ୍କୁ ବିକାଶ ହତ୍ୟା କରିବା ପରେ ଫେରାର ଥିଲା।  ଗୁରୁବାର ସକାଳେ ପୋଲିସ ଏନକାଉଣ୍ଟରରେ  ବିକାଶ ଦୁବେଙ୍କ ଦୁଇ ସହକର୍ମୀ ନିହତ ହୋଇଛନ୍ତି। (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଆଜି ପୁଣି 24 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 67 ହଜାର ରୁ ଅଧିକ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 21 ହଜାର ପାର ହେଲାଣି  । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 24 ହଜାର 879 ନୂଆ ମାମଲା ସାମନାକୁ ଆସିଛି।  ସେହିପରି 487 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 67 ହଜାର 297 ରେ ପହଂଚିଛି ।  ଭାରତରେ 21 ହଜାର 129 କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ 4 ଲକ୍ଷ 76 ହଜାର 378 ଜଣ ସୁସ୍ଥ ହୋଇଛନ୍ତି।…

Read More

ନୂଆଦିଲ୍ଲୀ : ତଥ୍ୟ ଚୋରି ସନ୍ଦେହରେ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ 89ଟି ଆପ୍‍ ଡିଲିଟ୍‍ କରିବାକୁ ନିର୍ଦ୍ଦେଶ ଦେଇଛି। କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଚୋରି ନ ହେବ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି 89ଟି ଆପକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ 15 ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍‌ କରିବେ, ସେନେଇ ସେନା ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ଆପ୍‌ଗୁଡ଼ିକ ଦ୍ୱାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସେନା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦିଆଯାଇଛି। ଏହି ଆପ୍‍ଗୁଡ଼ିକ ମଧ୍ୟରେ…

Read More

ବ୍ରହ୍ମପୁର: ଗଞ୍ଜାମରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ଜୁଲାଇ 13 ଯାଏ ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି, ଜିଲ୍ଲାର ସମସ୍ତ ଏନଏସି,, ଜିଲ୍ଲାର 5ଟି ବ୍ଲକ୍ ହେଡ୍‌କ୍ୱାର୍ଟର- ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦକୁ ସମ୍ପୂର୍ଣ୍ଣ ଭାବେ ସଟ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି 7ଲକ୍ଷରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ। ଏହି ସମୟରେ ସବୁ ଲୋକ ଘରେ ରହିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଯାଉଛି, ଏହାକୁ ନ ଲୁଚାଇବା ପାଇଁ ଲୋକମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ଅପିଲ୍‌ କରିଛନ୍ତି। ସର୍ଭେ ନିମନ୍ତେ 200 ଟିମ୍ ଗଠନ କରାଯାଇଛି।

Read More

କେଦାର ମିଶ୍ର ଓଡିଶା ସରକାର କୋଭିଡ ପରବର୍ତ୍ତୀ ସମୟରେ ରାଜ୍ୟର ଆର୍ଥିକ ପରିଚାଳନା ଲାଗି ଏକ ସ୍ପଷ୍ଟ ନୀତି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କଘୋଷଣାନାମା ଦେଖିଲେ ଆମକୁ ୨୦୦୦-୨୦୦୪ ସମୟର ଓଡିଶା କଥା ମନେ ପଡୁଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବା ବେଳେ ରାଜ୍ୟର ଆର୍ଥିକ ସ୍ଥିତି ଠିକ ଆଜି ଭଳି ରହିଥିଲା। ସେତେବେଳେ ଆର୍ଥିକ ପ୍ରଶାସନରେ ସବୁଠୁ ପ୍ରସିଦ୍ଧ ଶବ୍ଦ ଥିଲା “ଖର୍ଚ୍ଚକାଟ” । ନୂଆ ନିଯୁକ୍ତି ହେବନାହିଁ, ସଭା ଓ ସେମିନାର ହୋଇପାରିବ ନାହିଁ, ଅଧିକାରୀମାନେ ବିଦେଶ ଗସ୍ତରେ ଯିବେ ନାହିଁ, ନୂଆ ଯୋଜନା କିଛି ଘୋଷଣା ହୋଇ ପାରିବ ନାହିଁ ଇତ୍ୟାଦି ଇତ୍ୟାଦି। ସେତେବେଳେ ରାଜ୍ୟ ସରକାର ବିଶ୍ଵ ବ୍ୟାଙ୍କ ଏବଂ ଡିଏଫଆଇଡିର ନିର୍ଦ୍ଧାରିତ ନିୟମ ଅନୁସାରେ ଆର୍ଥିକ ନୀତି ଘୋଷଣା କରୁଥିଲେ। କାରଣ ସେତେବେଳେ ରାଜ୍ୟର ଅର୍ଥନୀତି ସୁଧାରିବାକୁ ଏହି ସବୁ ସଂଗଠନର ସାହାଯ୍ୟ ଦରକାର ପଡୁଥିଲା।୧୫ ବର୍ଷ ପରେ ଆମେ ଠିକ ସେହି…

Read More

କାନପୁର: ଗ୍ୟାଙ୍ଗଷ୍ଟର୍‌ ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ପୋଲିସ୍‌ ଏନକାଉଣ୍ଟର କରିଛି । ମୃତକ ଦ୍ୱୟ ହେଲେ ବାଓ୍ବଆ ଦୁବେ ଓ ପ୍ରଭାତ ମିଶ୍ରା। ଉତ୍ତର ପ୍ରଦେଶ କାନପୁର ଶୁଟଆଉଟର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀ ପୁଲିସ୍‌ ଗୁଳିରେ ନିହତ ହୋଇଛନ୍ତି। ନିହତ ହୋଇଥିବା ପ୍ରଭାତ ମିଶ୍ରାକୁ ପୁଲିସ୍‌ ଫରିଦାବାଦ ସ୍ଥିତ ଗୋଟିଏ ହୋଟେଲରୁ ଗିରଫ କରିଥିଲା।  ପୁଲିସ୍‌ ପ୍ରଭାତକୁ ଗିରଫ କରିଥିଲେ ହେଁ ସେ ଖସି ଯିବାକୁ ଉଦ୍ୟମ କରିଥିଲା। ଫଳରେ ପୁଲିସ୍‌ ତା’କୁ ଗୁଳି କରିଦେଇଛି। ସେହିପରି ବିକାଶର ଅନ୍ୟତମ ସହଯୋଗୀ ବାଉଓ୍ବା ଦୁବେକୁ ଇଟାଓ୍ବାଠାରେ ଗୁଳି କରିଛି । ପୋଲିସ ସୂଚନା ଅନୁସାରେ ବାଓ୍ବଆ ବିଳମ୍ବିତ ରାତ୍ରିରେ ମହେବା ନିକଟରେ ହାଇଓ୍ବେଠାରେ ଏକ ସ୍ବିପ୍ଟ ଡିଜାୟାର୍‌ କାର୍‌ ଚୋରି କରୁଥିଲା । ବାଓ୍ବଆ ସହ ତିନିଜଣ ଅପରାଧୀ ରହିଥିଲେ । ପୋଲିସ୍‌କୁ ଏହି ଲୁଟ୍‌ର ଖବର ମିଳିଥିଲା । ବାଓ୍ବଆ…

Read More

ନୂଆଦିଲ୍ଲୀ, ବନ୍ୟପ୍ରାଣୀ ଜଗତରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏକ ହାତୀ ଏକାଥରେ ଜାଆଁଳା ଛୁଆ ଜନ୍ମ କରିଛି। ଏହି ଘଟଣାଟି ଶ୍ରୀଲଙ୍କାର ମିନିରିୟା ଜାତୀୟ ଉଦ୍ୟାନରେ ଘଟିଛି। ବର୍ତ୍ତମାନ ମା ଓ ଦୁଇ ଛୁଆ ବେଶ ଭଲ ଅଛନ୍ତି ବୋଲି ବନ୍ୟପ୍ରାଣୀ ବିଭାଗ ତରଫରୁ କୁହାଯାଇଛି। ଏହା ଶ୍ରୀଲଙ୍କାର ପ୍ରଥମ ଘଟଣା ବୋଲି ପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ପ୍ରକୃତରେ ବନ୍ୟପ୍ରାଣୀ ଇତିହାସ ଦେଖାଯାଏ ତେବେ ହାତୀ ଜାଆଁଳା ଛୁଆ ଜନ୍ମ କରିବା ଏକ ବିରଳ ଘଟଣା। ବିଶ୍ବରେ ଏହି ଜନ୍ମହାର ଏକ ପ୍ରତିଶତରୁ କମ ବୋଲି ଜଣାପଡିଛି। ଏପରିକି ଦୁଇଟି ଛୁଆ ଜନ୍ମ ହେଲେ ସେମାନେ ବଞ୍ଚିବା ମଧ୍ୟ ବହୁତ କମ ବୋଲି କୁହାଯାଉଛି। ହେଲେ ଶ୍ରୀଲଙ୍କାର ଏହି ଦୁଇଛୁଆ ଭଲ ଥିବାର ଜଣାପଡିଛି।

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସହରାଞ୍ଚଳର ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ସୁଲଭ ଭଡାଘର କମ୍ପ୍ଲେକ୍ସ (ଏଆରଏଚ୍‌ସିଏସ୍‌) ନିର୍ମାଣ କରିବାକୁ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳର ଏକ ଉପଯୋଜନା ଭାବେ ଏହା କାର୍ଯ୍ୟକାରୀ ହେବ ଏବଂ  ଏହାର ନାମ ରଖାଯିବ ପିଏମ୍‌ଏୱାଇ-ୟୁ। ଏହା ନିମ୍ନଲିଖିତ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ। ବର୍ତ୍ତମାନ ଖାଲି ପଡିଥିବା ସମସ୍ତ ସରକାରୀ ଆବାସିକ କମ୍ପ୍ଲେକ୍ସକୁ ଏଆରଏଚସିଏସ୍‌ରେ ପରିଣତ କରାଯିବ। ଏଥିପାଇଁ 25 ବର୍ଷିଆ ରିହାତି ଚୁକ୍ତିରେ ବ୍ୟବସ୍ଥା ରହିବ। ଚୁକ୍ତି ସ୍ୱାକ୍ଷରକାରୀ ଏସବୁ କମ୍ପ୍ଲେକ୍ସକୁ ମରାମତି ଓ ବାସପୋଯୋଗୀ କରିବେ ତଥା କୋଠରୀଗୁଡିକର ରକ୍ଷାଣାବେକ୍ଷଣ ଦାୟିତ୍ୱ ତୁଲାଇବେ। ଜଳଯୋଗାଣ, ସ୍ୱେରେଜ, ସେପ୍ଟେଜ, ପରିମଳ, ରାସ୍ତା ନିର୍ମାଣ ଆଦି କାମ ସଂପୃକ୍ତ କନ୍‌ସେସନାୟରକୁ ବୁଝିବାକୁ ପଡିବ। ଏ କ୍ଷେତ୍ରରେ କନ୍‌ସେସନାୟାର କିଏ ହେବ ରାଜ୍ୟ ସରକାର ନିଲାମ ବ୍ୟବସ୍ଥାରେ ତାହା ଚୂଡାନ୍ତ କରିବେ।…

Read More

କଟକ, ଆଜି କଟକ ତ୍ରିଶୁଳିଆ ବ୍ରିଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅପରାହ୍ନ ଠିକ୍ 5ଟା 30 ବେଳେ ଦୁଇଜଣ ଝିଅ ଆସି ବ୍ରଜ୍ ନିକଟରେ ସ୍କୁଟି ଥୋଇଲେ। ସେଠାରେ ଯିବାଆସିବା କରୁଥିବା ଲୋକେ ଭାବିଲେ ଝିଅ ଦୁଇଟି ସ୍କୁଟି ଥୋଇ ନଦୀ ଦେଖିବେ। ହେଲେ କଣ ହେଲା କେଜାଣି ଦୁଇଜଣ ହଠାତ ବ୍ରିଜ ଉପରୁ ନଦୀ ଭିତରକୁ ଡେଇଁ ପଡିଲେ। ଲୋକେ ପାଟିକରି ସେଠାରେ ଜମା ହେବା ବେଳକୁ କଥା ଶେଷ। ଭାଗ୍ୟଭଲ ସେଠାରେ ମୁତୟନ ହୋଇଥିବା ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତ ମୋଟର ବୋଟ ମାଧ୍ୟମରେ ନଦୀ ଭିତରକୁ ଗଲେ। ଖୋଜାଖୋଜି କରି ଉଭୟଙ୍କୁ ଉଦ୍ଧାର କଲେ। ଏହାପରେ ଉଭୟଙ୍କୁ ମେଡିକାଲ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନେ କଣ ପାଇଁ ଏପରି କାମ କଲେ ତାହା ଜଣାପଡି ନାହିଁ।

Read More

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ତଥା ବରିଷ୍ଠ ହାସ୍ୟକଳାକାର ଜଗଦୀପଙ୍କ 81 ବର୍ଷ ବୟସରେ ମୃତ୍ୟୁ ହୋଇଛି । ବୟସାଧିକ୍ୟ ରୋଗ କାରଣରୁ ଏହି ଅଭିନେତାଙ୍କ ନିଧନ ହୋଇଛି । ଆଜି ରାତ୍ରି ପ୍ରାୟ 8.40 ମିନିଟ୍‌ରେ ମୁମ୍ବାଇ ସ୍ଥିତ ନିଜ ଘରେ ସେ ପ୍ରାଣ ହରାଇଥିବାର ସୂଚନା ରହିଛି । ଜଗଦୀପଙ୍କ ଅସଲ ନାମ ହେଉଛି ସୈୟଦ୍‌ ଇଶ୍‌ତିଆକ୍‌ ଅହମ୍ମଦ ଜାଫ୍‌ରୀ । 1939 ମସିହା ମାର୍ଚ୍ଚ 29ରେ ଜନ୍ମ ଗହଣ କରିଥିବା ଜଗଦୀପ୍‌ 400ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । 1975 ମସିହାରେ ଆସିଥିବା ଲୋକପ୍ରିୟ ବଲିଉଡ୍‌ ଫିଲ୍ମ ‘ଶୋଲେ’ରେ ଭୋପାଲୀ ଚରିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଜଗଦୀପ୍‌ ।  ଏହା ବ୍ୟତୀତ ଜଗଦୀପ୍‌ ‘ପୁରାନା ମନ୍ଦିରରେ ’ ମଚ୍ଛର ଭୂମିକା ନିଭାଇଥିବାବେଳେ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ରେ ସେ ସଲମାନ ଖାନ୍‌ଙ୍କ ପିତାଙ୍କ ଚରିତ୍ରରେ ନଜର ଆସିଥିଲେ । ଜଗଦୀପ୍‌ ସୁରମା ଭୋପାଲୀ…

Read More

ଶ୍ରୀନଗର: ଜମ୍ମୁକାଶ୍ମୀରର ବାନ୍ଦିପୋରାଠାରେ ଆତଙ୍କବାଦୀମାନେ ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କୁ ହତ୍ୟା କରିଛନ୍ତି ।ଶେଖ୍‌ ୱାସୀମ ବରୀ ବାନ୍ଦିପୋରାର ଜିଲ୍ଲା ବିଜେପି ଅଧ୍ୟକ୍ଷ ଥିଲେ ।  ବିଜେପି ନେତା ଶେଖ୍‌  ଓ୍ବାସିମ ବରୀ, ତାଙ୍କ ବାପା ଏବଂ ଭାଇଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ବିଜେପି ନେତା ତାଙ୍କ ଭାଇ ଓ ପିତାଙ୍କ ସହ ଦୋକାନରେ ଥିବାବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ।  ରାତି ପ୍ରାୟ 9ଟା ସମୟରେ ସେ ତାଙ୍କ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଆତଙ୍କବାଦୀମାନେ ସିଧାସଳଖ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ସୂଚନା ରହିଛି । ଏହି ଆକ୍ରମଣରେ ବରିଙ୍କ ଭାଇ ଉମର ଏବଂ ବାପା ବଶୀର ଅହମଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବାନ୍ଦିପୋରା ଜିଲ୍ଲା ହସ୍‌ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ବୁଧବାର ରାତି ପ୍ରାୟ ୯ଟାରେ ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଡିଜିପି ଦିଲ୍‌ବାଗ…

Read More

ନୂଆଦିଲ୍ଲୀ, ଭାରତ ଗ୍ଲୋବାଲ ସପ୍ତାହ 2020ର ଉଦଘାଟନୀ ସମାରୋହକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ । ତିନି ଦିନିଆ ଭର୍ଚୁଆଲ ସମ୍ମିଳନୀର ଶୀର୍ଷକ ‘Be The Revival : India and a Better New World’, ଭାରତ ଗ୍ଲୋବାଲ ସପ୍ତାହ 2020ରେ 30ଟି ଦେଶରୁ 5000 ବିଶ୍ୱସ୍ତରୀୟ ଅଂଶଗ୍ରହଣକାରୀ ଯୋଗଦେବା ସହିତ 75ଟି ଅଧିବେଶନକୁ 250 ବିଶ୍ୱସ୍ତରୀୟ ବକ୍ତାମାନେ ସମ୍ବୋଧିତ କରିବେ । ଉଚ୍ଚ ଖ୍ୟାତି ସମ୍ପନ୍ନ ବକ୍ତାମାନଙ୍କ ମଧ୍ୟରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, କେନ୍ଦ୍ର ରେଳ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ଜମ୍ମୁ କଶ୍ମୀର ରାଜ୍ୟପାଳ ଜି.ସି.ମୁର୍ମୁ, ଇଶା ଫାଉଣ୍ଡେସନ ପ୍ରତିଷ୍ଠାତା ସଦଗୁରୁ, ଆଧ୍ୟାତ୍ମିକ ନେତା ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ସହ ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାବ ଏବଂ ଗୃହ ସଚିବ ପ୍ରୀତି ପଟେଲ, ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନ…

Read More

ନୂଆଦିଲ୍ଲୀ, ଦେଶର ତିନୋଟି ସାଧାରଣ ରାଷ୍ଟ୍ରାୟତ ବୀମା କମ୍ପାନୀକୁ ମୋଟ ୧୨୪୫୦ କୋଟି ଟଙ୍କା ସହାୟତା ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ତିନୋଟି କଂପାନୀ ହେଲା  ଓରିଏଣ୍ଟାଲ ଇନ୍ୟୁସୁରାନ୍ସ କମ୍ପାନୀ ଲିମିଟେଡ, ନ୍ୟାସନାଲ ଇନ୍ୟୁସୁରାନ୍ସ କମ୍ପାନୀ ଲିମିଟେଡ ଓ ୟୁନାଇଟେଡ ଇଣ୍ଡିଆ ଇନ୍ୟୁସୁରାନ୍ସ କମ୍ପାନୀ ଲିମିଟେଡକୁ  ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ୨୫୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ମଧ୍ୟ ଉପଲବ୍ଧ ରହିଛି। ଏଥିମଧ୍ୟରୁ ୩,୪୭୫ କୋଟି ଟଙ୍କାର ତତ୍କାଳ ସହାୟତା ରାଶି ଜାରି କରି ଦିଆଯିବ। ବାକି ୬,୪୭୫ କୋଟି ଟଙ୍କା ପରେ ଜାରି କରାଯିବ। କ୍ୟାବିନେଟ ଏହି ପୁଞ୍ଜି ଉପଲବ୍ଧତାକୁ ଲାଗୁ କରିବା ନିମନ୍ତେ ଏନଆଇସିଏଲ ପାଇଁ ୭୫୦୦ କୋଟି ଟଙ୍କା ଏବଂ ୟୁଆଇଆଇସିଏଲ ତଥା ଓଆଇସିଏଲ ପାଇଁ ୫୦୦୦ କୋଟି ଟଙ୍କା ପର‌୍ୟ୍ୟନ୍ତ ଅଧିକୃତ ଶେୟାର ପୁଞ୍ଜିରେ…

Read More