Author: Samikhsya Bureau

କେଦାର ମିଶ୍ର ଗତ ସୋମବାର ଦିନ ହଠାତ ଦିନ ଦୁଇଟା ବେଳେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ର ଚତୁର୍ଥ ମହଲାରୁ ତଳକୁ ଡେଇଁ ପଡି ଜଣେ ୩୭ ବର୍ଷର ଯୁବକ ଆତ୍ମହତ୍ୟା କଲେ। ତାଙ୍କ ନାମ ତରୁଣ ଶିଶୋଦିଆ ଓ ସେ ହିନ୍ଦୀ ଖବର କାଗଜ “ଦୈନିକ ଭାସ୍କର” ର ସାମ୍ବାଦିକ ଥିଲେ।କିଛି ଦିନ ଆଗରୁ ତରୁଣ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ବୋଲି ଜଣା ପଡିଥିଲା ଓ ତାଙ୍କର ଚିକିତ୍ସା ଚାଲିଥିଲା। କରୋନା ଆକ୍ରାନ୍ତ ହେବାପରେ ତାଙ୍କର ମାନସିକ ବିଚଳନ ଆରମ୍ଭ ହୋଇଥିଲା ଓ ତାଙ୍କର ଚାକିରି ଚାଲିଯାଇଥିବାର ଭୟ ତାଙ୍କୁ ବିବ୍ରତ କରୁଥିଲା ବୋଲି ଏବେ ସୂଚନ୍ନ ମିଳିଛି। ଏହା କେବଳ ତରୁଣ ଶିଶୋଦିଆଙ୍କର ବ୍ୟକ୍ତିଗତ କାହାଣୀ ନୁହେଁ, ଆପାତତଃ ଏହାକୁ କୋଭିଡ଼-୧୯ ପରବର୍ତ୍ତୀ ଭାରତୀୟ ସାମ୍ବାଦିକତାର କାହାଣୀ ବୋଲି କୁହାଯାଇପାରିବା। ପ୍ରତିଦିନ ଦେଶରେ ଶହ ଶହ ଗରିବ, ସଂକ୍ରମିତ ଏବଂ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକ ସାନହନ୍ତୁଆଡର ଜଣେ ଯୁବକ ଏକ ମୋଟର ସାଇକେଲ୍‌ରେ ମେଘାମ୍ବରୀ ପଛପଟ କେନାଲ ରୋଡରେ ବାଲୁଗାଁ ଆଡକୁ ଯାଉଥିବାବେଳେ ସାମ୍‌ନା ପଟୁ ଏକ ଅଟୋ ଗାଡି ଧକ୍କା ଦେଇଥିଲା। ଅଟୋଟି ଦ୍ରୁତଗତିରେ ଥିବାବେଳେ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୋଟର ଚାଳକଙ୍କ ଗୋଡ ମୁହଁ ଓ ଅନ୍ୟ ଜାଗାରେ ମାଡ ହୋଇ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ କିଛି ଭଦ୍ର ବ୍ୟକ୍ତିମାନେ ଉକ୍ତ ଯୁବକ ଉଦ୍ଧାର କରିବା ସହିତ ଅଟୋ ଗାଡି ଓ ଡ୍ରାଇଭରକୁ ଅଟକାଇଥିଲେ। ଗୁରୁତରଙ୍କୁ ବାଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଡ୍ରାଇଭର ଜଣକ ନିଜ ଦୋଷ ସ୍ବୀକାର କରି କ୍ଷତିପୂରଣ ଦେବା ପାଇଁ ରାଜି ହୋଇଥିଲେ। ଏଥିପାଇଁ ଅଟୋ ଡ୍ରାଇଭର ଜଣକ ନିଜ ଗାଡିଟିକୁ ସମ୍ପୃକ୍ତ ଗୁରୁତର ଆହତଙ୍କ ଘରେ ରଖି ଫେରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଏହି ସମସ୍ୟାର ସମାଧାନ କରିନାହାନ୍ତି।…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 6ଟି ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ଜଣେ, ରାୟଗଡାରୁ ଜଣେ ଓ କେନ୍ଦ୍ରାପଡାରୁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ଗଞ୍ଜାମରୁ ଆଜି କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ମଧ୍ୟରେ ଜଣେ 50 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ 56 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 64 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି ।  ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 55 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ରାୟଗଡା ଅଞ୍ଚଳରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 80 ବର୍ଷ ବୋଲି ସୂଚନା ରହିଛି । ସେହିପରି କେନ୍ଦ୍ରାପଡାରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 49 ବୋଲି ସୂଚନା…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 527ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 26ଟି ଜିଲ୍ଲାରୁ ମୋଟ୍‌ 527 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 215ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ 78, ଖୋର୍ଦ୍ଧାରୁ 50, ବାଲେଶ୍ବରରୁ 27, ଯାଜପୁରରୁ 25 ବଲାଙ୍ଗିରରୁ 21, ନୟାଗଡରୁ 18, କଟକରୁ 17, ପୁରୀରୁ 16, ମୟୂରଭଞ୍ଜ 10, କେଉଁଝରରୁ 7, କୋରାପୁଟରୁ 6, କେନ୍ଦ୍ରାପଡା ଓ ସୋନପୁରରୁ 5 ଜଣ ଲେଖାଏଁ ରହିଛନ୍ତି ।, ନୂଆପଡା, ଝାରସଗୁଡା ଓ ଜଗତସିଂହପୁର 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମାଲ୍‌କାନଗିରି, ନବରଙ୍ଗପୁର ଓ ଗଜପତିରୁ 3, ଭଦ୍ରକରୁ2, ରାୟଗଡା, ସମ୍ବଲପୁର. ଅନୁଗୁଳ,ଢେଙ୍କାନାଳ, ବରଗଡରୁ ଜଣେ ଲେଖାଏଁ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 527 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 338 ଜଣ ଚିହ୍ନଟ ହୋଇଥିବାବେଳେ 189ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 10ହଜାର 624ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3ହଜାର 860ଜଣ । ସେହିପରି ସୁସ୍ଥ ହୋଇଛନ୍ତି 6ହଜାର703 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 42ଜଣ । ସେହିପରି12ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଥିବା ପାଠ୍ୟକ୍ରମରେ ଚଳିତ ବର୍ଷ ପାଇଁ 30 ପ୍ରତିଶତ ହ୍ରାସ କରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଳ ନିଶଙ୍କ ଏହା କହିଛନ୍ତି। କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ, ଶିକ୍ଷକ, ବୋର୍ଡ ସହିତ ବ୍ୟାପକ ବିଚାରବିମର୍ଷ କରି ଏହି ନିଷ୍ପତ୍ତି ନିଆଯାଇଥିବା ପୋଖରିଆଲ କହିଛନ୍ତି । ତେବେ ପରିବର୍ତ୍ତିତ ପାଠ୍ୟକ୍ରମରେ କଣ ରହିଛି ତାହା ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଜାଣିବା ଉଚିତ। 9th ଏବଂ 10th class ଛାତ୍ରଛାତ୍ରୀଙ୍କ ପାଇଁ ପରିବର୍ତ୍ତିତ ସିଲାବସ ଜାଣିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ। http://cbseacademic.nic.in/revisedcurriculum_2021.html 11th ଏବଂ 12th Class ଛାତ୍ରଛାତ୍ରୀଙ୍କ ପାଇଁ ପରିବର୍ତ୍ତିତ ସିଲାବସ ଜାଣିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ http://cbseacademic.nic.in/revisedcurriculum_2021.html

Read More

ଗଞ୍ଜାମ: ସିଲ୍‌ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର। ଏହାସହ କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଟ୍ୱିଟ୍‌ କରି ଗଞ୍ଜାମ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ଦିନକୁ ଦିନ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ , ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10ହଜାର ଟପି ଥିବାବେଳେ ମୃତ୍ୟୁ ସଂଖ୍ୟା 42ରେ ପହଞ୍ଚିଛି। ରାଜ୍ୟରେ ସର୍ବାଧିକ ମୃତ୍ୟୁ ଗଞ୍ଜାମରେ ହିଁ ହୋଇଛି।

Read More

ଭୁବନେଶ୍ୱର:  ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଚାର୍ଯ୍ୟ ବିହାର ସ୍ଥିତ ଆରଟିଓ  କାର୍ଯ୍ୟାଳୟକୁ ବିଏମ୍‌ସି ପକ୍ଷରୁ ବନ୍ଦ କରାଯାଇଛି। ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ଆରଟିଓ  କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଇସିଆଇସିଆଇ ବ୍ୟାଙ୍କର ଦୁଇଟି ଶାଖାକୁ ମଧ୍ୟ ବିଏମ୍‌ସି ପକ୍ଷରୁ ବନ୍ଦ କରି ଦିଆଯାଇଛି। କଟକ ରୋଡ୍ ଶାଖା ଓ ଶ୍ରୀୟା ଟକିଜ୍ ନିକଟସ୍ଥ ମୁଖ୍ୟାଳୟର ସେଲ୍‌ସ୍‌ ସେକ୍ସନକୁ ବନ୍ଦ କରାଯାଇଛି। ଆଇସିଆଇସିଆଇରୁ 15 ଜଣ କରୋନା ପଜିଟିଭ୍‌ ଚିହ୍ନଟ ପରେ ଭୁବନେଶ୍ୱର ବିଏମସି ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି।

Read More

ଭୁବନେଶ୍ୱର, ୫ମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ପଂଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳଗୁଡିକୁ ୨୩,୮୪୮ କୋଟି ଟଙ୍କା ହସ୍ତାନ୍ତର ନିମନ୍ତେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକରେ ଏହା ଚୁଡାନ୍ତ ହୋଇଛି । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନାଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ପାଣ୍ଠି ହସ୍ତାନ୍ତର ସମ୍ବନ୍ଧିତ ବିଷୟ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ପାଣ୍ଠି ବିନିଯୋଗ ତ୍ଵରାନ୍ୱିତ କରିବା ସହ ଏହାର ସର୍ବାଧିକ ଉନ୍ନୟନମୂଳକ ଫଳାଫଳ ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ପଂଚାୟତ ଓ ସହରାଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ୱ ସୃଷ୍ଟି ସମ୍ଭାବନା ଥିବା କମ୍ୟୁନିଟି ଆବଶ୍ୟକତା ଭିତ୍ତିକ ପ୍ରକଳ୍ପମାନ ହାତକୁ ନେବା ପାଇଁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜର ରାଜସ୍ୱ ଆଧାର ସଂପ୍ରସାରିତ କରିବା…

Read More

ଭୁବନେଶ୍ବର : କରୋନା କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ପଦକ୍ଷେପ ନେଇଛନ୍ତି। କରୋନା ସଂକଟ ଦୃଷ୍ଚିରୁ ଦୁଇ ବର୍ଷ ଯାଏଁ ନୂଆ ପଦବୀ ସୃଷ୍ଟି ହେବ ନାହିଁ। କେବଳ ସ୍ବାସ୍ଥ୍ୟ ଓ ପରିବାର ବିଭାଗରେ ନୂଆ ପଦବୀ ବାହାରି ନିଯୁକ୍ତି ଦିଆଯାଇପାରିବ। ଆସନ୍ତା ଦୁଇ ବର୍ଷ ଭିତରେ କୌଣସି ବିଭାଗ ନୂଆ ଗାଡ଼ି କିଣି ପାରିବେ ନାହିଁ। ସରକାରୀ ଖର୍ଚ୍ଚରେ ଅଫିସରମାନେ ବିଦେଶ ଗସ୍ତ କରିପାରିବେନି। ସରକାରୀ ଖର୍ଚ୍ଚରେ ବିଜିନେସ କ୍ଲାସରେ ବିମାନ ଯାତ୍ରା ଉପରେ କଟକଣା ଲଗାଯାଇଛି। ସରକାରୀ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ ଏସି ଟ୍ରେନରେ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ସେହିପରି ସରକାରୀ ଖର୍ଚ୍ଚରେ ବଡ଼ ହୋଟେଲରେ ମିଟିଂ, ସେମିନାର ଓ କର୍ମଶାଳା ମନା କରାଯାଇଛି। ପ୍ରମୁଖ ସଚିବ ସରକାରଙ୍କ ନିଷ୍ପତ୍ତି ନେଇ ସବୁ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ଭିଡିଓ କନଫରେନ୍ସିଂକୁ ବେଶି ପ୍ରାଧାନ୍ୟ ଦେବାକୁ ଚିଠିରେ…

Read More

ଭୁବନେଶ୍ବର, ରାଜ୍ୟରେ ମୋଟର ଗାଡ଼ି ଟ୍ୟାକ୍ସ/ଅତିରିକ୍ତ ଟ୍ୟାକ୍ସ ପୈଠ ଅବଧିକୁ ଆସନ୍ତା 31 ତାରିଖ ଯାଏଁ ବଢାଇ ଦିଆ ଯାଇଛି। ଅତିରିକ୍ତ ଟ୍ୟାକ୍ସ ପୈଠର ଅବଧି ମଧ୍ୟ ସରକାର ବଢାଇଛନ୍ତି। ଏପ୍ରିଲ-ଜୁନର ମାଲବାହୀ ଗାଡ଼ି ଟ୍ୟାକ୍ସ ପୈଠ ଅବଧି 15 ଯାଏଁ ବଢିଛି। ପୂର୍ବରୁ ‘ବାହନ’ ସର୍ଭର କାର୍ଯ୍ୟ ଧିମା ଥିବାରୁ ଅଧିକ ସମୟ ଦିଆଯାଇଥିଲା। ଏହା ଫଳରେ ଲକ୍ ଡାଉନ୍ ପାଇଁ ଗାଡ଼ି ଟିକସ ପୈଠ କରିପାରିନଥିବା ମାଲିକଙ୍କୁ ଆଶ୍ବସ୍ତି ମିଳିଛି।

Read More

ନୂଆଦିଲ୍ଲୀ: ଘୋଷଣା ହେଲା ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ବିବାଦୀୟ ସ୍ଥଳରୁ ଚୀନ୍ ସେନା ଅପସାରଣ କରିବ। ଭାରତ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ସୀମା ବୀବାଦର ସମାଧାନ କରାଯିବ। କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପୂର୍ବ ଲଦାଖର ପଂଗଙ୍ଗ ହ୍ରଦ ଓ ଦେପସାଙ୍ଗରୁ ଚୀନର ପିପୁଲସ ଲିବରେସନ ଆର୍ମି ଆଜି ସୁଦ୍ଧା ବିବାଦୀୟ ଅଞ୍ଚଳରୁ ହଟିବା ଆରମ୍ଭ କରିନାହିଁ। ଭାରତୀୟ ଓ ଚୀନ ସେନା ଗତକାଲି ଗଲୱାନ ଭ୍ୟାଲି, ହଟ ସ୍ପ୍ରିଙ୍ଗସ ଓ ଗୋଗ୍ରା ପୋଷ୍ଟରୁ ଦୁଇ କିଲୋମିଟର ପଛକୁ ହଟିଥିବା ଖବର ଆସିଥିଲା। ତେବେ ଗ୍ରାଉଣ୍ଡ ଜିରୋରେ ଏହା କେତେଦୂର ସତ ତାହା ଯାଞ୍ଚ କରାଯାଇନ ନାହିଁ। ଦୁଇ ମାସ ଧରି ସାମରିକ ଉତ୍ତେଜନା ରହିବା ପରେ ଉଭୟ ପକ୍ଷ କମାଣ୍ଡରସ୍ତରୀୟ ଆଲୋଚନା ପରେ ସେନା ଅପସାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗଲୱାନ ଭ୍ୟାଲିର ପଏଣ୍ଟ 14ରେ ଚୀନ ସେନା ଟେଣ୍ଟ ହଟାଉଥିବା ଦେଖା ଯାଇଛି।…

Read More

ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଥିବା ପାଠ୍ୟକ୍ରମରେ ଚଳିତ ବର୍ଷ ପାଇଁ 30 ପ୍ରତିଶତ ହ୍ରାସ କରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଳ ନିଶଙ୍କ ଏହା କହିଛନ୍ତି। କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ, ଶିକ୍ଷକ, ବୋର୍ଡ ସହିତ ବ୍ୟାପକ ବିଚାରବିମର୍ଷ କରି ଏହି ନିଷ୍ପତ୍ତି ନିଆଯାଇଥିବା ପୋଖରିଆଲ କହିଛନ୍ତି । କରୋନା କାରଣରୁ ମାର୍ଚ୍ଚ 25ରୁ ଦେଶବ୍ୟାପୀ ଲକ୍ ଡାଉନ୍ ହୋଇଥିବାରୁ ଚଳିତ ବର୍ଷ ପାଠପଢା ବ୍ୟାହତ ହୋଇଛି। ଅନଲାଇନ କ୍ଲାସକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଚିନ୍ତାରେ ଥିବାରୁ ସେମାନଙ୍କୁ ଚାପମୁକ୍ତ କରିବା ପାଇଁ ସରକାର ପାଠ୍ୟକ୍ରମ ବା ସିଲାବସ 30 ପ୍ରତିଶତ କମାଯାଇଛି। ଏହା ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଆଶ୍ବସ୍ତ ହେବେ। (ଏଜେନସି)

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ ୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଗଂଜାମ ଜିଲ୍ଲାରୁ ସର୍ବାଧିକ ୯୭ ଜଣ । ଅନ୍ୟ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ୧୮, ବାଲେଶ୍ବର ୧୬, ମୟୂରଭଂଜ ୧୫,ବରଗଡ଼ ୧୩, କେନ୍ଦୁଝର ୧୨, ଝାରସୁଗୁଡ଼ା 8, ମାଲକାନଗିରି 7 , ଯାଜପୁର 6, ଅନୁଗୁଳ ଓ କଟକରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳ ଓ ପୁରୀରୁ 4 ଲେଖାଏଁ, ଜଗତସିଂହପୁରରୁ ୩, କେନ୍ଦ୍ରାପଡ଼ା ଓ ସୋନପୁରରୁ ୨ ଲେଖାଏଁ ଏବଂ ବଲାଙ୍ଗିର ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 6703କୁ ବୃଦ୍ଧି ପାଇଛି।

Read More

କାନପୁର, କେବଳ ଗ୍ୟାଙ୍ଗଷ୍ଟର ବିକାଶ ନୁହେଁ, ତାର ପତ୍ନୀ ରିଚା ଦୁବେକୁ ଖୋଜୁଛି ପୋଲିସ। 8 ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ରିଚା ବି ଜଣେ ‘ମୋଷ୍ଟ ୱାଣ୍ଡେଡ’। ଗତ ଶୁକ୍ରବାର ଦିନ ପୋଲିସ ସହ ରକ୍ତାକ୍ତ ସଂଘର୍ଷ ଘଟଣା ପରେ ପରେ ପୁଅକୁ ସାଙ୍ଗରେ ଧରି ଘର ଛାଡ଼ି ଫେରାର ହୋଇ ଯାଇଛି ରିଚା ଦୁବେ। ବିକାଶର ଘର ତଲାସୀ ବେଳେ ପୋଲିସ ଚିଚାର ମୋବଇଲ ଫୋନ ପାଇଥିଲା। ଦୁବେର ଘରେ ଲାଗିଥିବା ସିସିଟିଭି ସହ ଏହି ଫୋନକୁ ସଂଯୋଗ କରା ଯାଇଥିଲା। ଏହି ଫୋନ୍ ଦ୍ବାରା ଗାଁରେ ନଥିବା ବେଳେ ମଧ୍ୟ ସେ ତା ଘରେ କଣ ହେଉଥିଲା ତାହା ରିଚା ଜାଣି ପାରୁଥିଲା। ରିଚାକୁ ଖୋଜିବାକୁ ଯାଇ ପୋଲିସ ତାର ସମସ୍ତ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲା, କିନ୍ତୁ କେଉଁଠି ବି ରିଚାର ଖୋଜ ଖବର ପାଇନାହିଁ। ସବୁଠାରୁ ବଡ଼ କଥା ହେଲେ ବିକାଶର ସ୍ତ୍ରୀ ରିଚା…

Read More

ଗଞ୍ଜାମ : କରୋନା ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲା ସୋରଡା ଏନଏସିକୁ ସଟ୍‌ଡାଉନ୍‌ କରାଯାଇଛି । କାଲିଠାରୁ 13 ତାରିଖ ଯାଏ ସୋରଡା ଏନଏସି ସଟଡାଉନ୍‌ ହେବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ । ସୂଚନାଯୋଗ୍ୟ, ଗଞ୍ଜାମରେ କରୋନା ସ୍ଥିତି ବେକାବୁ ରହିଥିବାରୁ ଗଞ୍ଜାମ ଜିଲ୍‌ଲା ସହରାଞ୍ଚଳରେ ଗତକାଲିଠାରୁ ଘରକୁ ଘର ବୁଲି ସର୍ଭେ କରାଯିବ । ଏଥିପାଇଁ 200 ଟିମ୍‌ ଗଠନ କରାଯାଇଛି । କରୋନା ଲକ୍ଷଣ ନେଇ ସ୍କ୍ରିନିଂ କରାଯିବ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 24  ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2000ରୁ ଉର୍ଦ୍ଧ୍ବ ସଂକ୍ରମିତ ମାମଲା ରହିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର :ବରିଷ୍ଠ ବିଜେଡି ନେତା ପୁର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ଵିଷ୍ଣୁ ଦାସଙ୍କ ପାର୍ଥିବ ଶରୀରକୁ ଅନ୍ତିମ ବିଦାୟ ଦେଇଛନ୍ତି ଆତ୍ମୀୟ ସ୍ୱଜନ।ବିଷ୍ଣୁ ଦାସଙ୍କ ଗାଁ ମୁକୁନ୍ଦିପୁରରେ ମରଶରୀର ପହଞ୍ଚିଲା ପରେ ଆତ୍ମୀୟ ସ୍ୱଜନଙ୍କ କାନ୍ଦବୋବାଳିରେ ଫାଟି ପଡିଥିଲା ଗାଁଦାଣ୍ଡ।ପତ୍ନୀ ଓ ଭଉଣୀ ମିନତୀ ଦାସଙ୍କ ସମେତ ଆତ୍ମୀୟମାନେ ଆତ୍ମହରା ହୋଇପଡିଥିଲେ। ପରମ୍ପରା ଅନୁଯାୟୀ କର୍ମାଦି କରାଯିବା ପରେ କୋକେଇରେ ମରଶରୀରକୁ ପୈତୃକ ଜନ୍ମମାଟି ଅର୍ପଣ କରିଥିଲେ ଆତ୍ମୀୟସ୍ୱଜନ । ରାମନାମ ସତ୍ୟହେ,ହରିନାମ ସତ୍ୟହେ ଧ୍ୱନି ସାଙ୍ଗକୁ ଏକମାତ୍ର ପୁତ୍ର ବିଜୟ ଶଙ୍କର ଦାସ ଖଇ କଉଡି ଓ ପଇସା ବିଞ୍ଚି ଗ୍ରାମ ପରିକ୍ରମା କରାଇବା ପରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବିଷ୍ଣୁ ଦାସଙ୍କୁ ଅନ୍ତିମ ସତ୍କାର ପାଇଁ ନିଆଯାଇଥିଲା। ଗତକାଲି ଭୂବନେଶ୍ୱର ର ଏକ ଘରୋଇ ହସପିଟାଲରେ ବିଷ୍ଣୁ ଦାସ ପରଲୋକ ଗମନ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶାସକ ବିଜେଡି…

Read More

କାନପୁର, ଗତ ଶୁକ୍ରବାର ଦିନ କାନପୁର ଜିଲ୍ଲାର ବିକୃ ଗାଁରେ ପୋଲିସ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରି 8 ଜଣଙ୍କୁ ହତ୍ୟା କରିଥିବା ଘଟଣାରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ସାହାଯ୍ୟ କରିଥିବା ତାର ସହଯୋଗୀଙ୍କୁ ଧରିବା ଲାଗି ପୋଲିସ ଫଟୋ ଜାରି କରିଛି। ଇତିମଧ୍ୟରେ ପୋଲିସ ବିଭିନ୍ନ ଦଳରେ ବିଭକ୍ତ ହୋଇ ଦୁବେ ଓ ତାର ସହଯୋଗୀଙ୍କୁ ଧରିବା ଲାଗି ରାଜ୍ୟ ସାରା ତନାଘନା ଚଳାଇଛି। ସମସ୍ତ ଅପରାଧୀ ଏବେ ଫେରାର ଅଛନ୍ତି। ଆକ୍ରମଣକାରୀ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଦୟା ଶଙ୍କର ଅଗ୍ନିହୋତ୍ରୀ ଗତ ରବିବାର ଦିନ ପୋଲିସ ସହିତ ଏକ ଏନକାଉଣ୍ଟର ବେଳେ ଧରା ପଡିଥିଲା। ସାଧାରଣ ଲୋକେ ଅପରାଧୀମାନଙ୍କ ସମ୍ପର୍କରେ ଲୋକଙ୍କଠାରୁ ଖବର ଜାଣିବା ସକାଳେ ପୋଲିସ ସେମାନଙ୍କ ଫଟୋ ଜାରି କରିଛି। ଏବେ ସୋସିଆଲ ମିଡିଆରେ ବିକାଶ ଦୁବେ ଓ ତାର ସହଯୋଗୀଙ୍କ ଫଟୋ ଘୁରି ବୁଲୁଛି। ବିକାଶ ଦୁବେକୁ ତତ୍କାଳୀନ ଏସଏସପି ଅନନ୍ତ ଦେଓ…

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁରରୁ 17 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । 17 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲା ପ୍ରଶାସନ । ଏହି ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବାର ସୂଚନା ରହିିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ 11 ଜଣ ଚିହ୍ନଟ ହୋଇଛନ୍ତି । ଏରସମା ବ୍ଲକରୁ 3 ଜଣ, ରଘୁନାଥପୁର ବ୍ଲକରୁ ଜଣେ, ଜଗତସିଂହପୁର ମ୍ୟୁନିସପାଲିଟିରୁ 2ଜଣ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ  ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରୁ ଜଣେ, କର୍ଣ୍ଣାଟକରୁ 3 ଜଣ, ମହାରାଷ୍ଟ୍ରରୁ ଜଣେ, ପଶ୍ଚମବଙ୍ଗରୁ 2ଜଣ, ତେଲେଙ୍ଗାନାରୁ 7ଜଣ, ତାମିଲନାଡରୁ ତିନିଜଣ ଫେରିଥିବାର ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 357ରେ ପହଞ୍ଚିଥିବାବେଳେ  ସୁଦ୍ଧା ସୁସ୍ଥ ହୋଇଛନ୍ତି 266ଜଣ । ଜିଲ୍ଲାରେ ଏବେ ସୁଦ୍ଧା 91ଟି…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 29 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ନୂତନଆକ୍ରାନ୍ତଙ୍କ ମଧ୍ୟରେ 14ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଥିବାବେଳେ 14 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଓ ଜଣେ କୋଭିଡ୍‌ ଯୋଦ୍ଧା ରହିଛନ୍ତି ବୋଲି ବିଏମ୍‌ସି ସୂଚନା ଦେଇଛି । ଲୋକାଲ 14 କେସ୍‌ ମଧ୍ୟରୁ ଡୁମୁଡୁମା ସୁବାସ ନଗର ବସ୍ତିରୁ ଜଣେ 45ବର୍ଷୀୟ ପୁରୁଷ ରହିଥିବାବେଳେ ଖଣ୍ଡଗିରିରୁ ଜଣେ 37ବର୍ଷୀୟା ମହିଳା ରହିଛନ୍ତି । ଘରୋଇ ଡାକ୍ତରଖାନାରୁ ତିନିଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଏହି କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ମହିଳା କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଦୁହିଁଙ୍କ ବୟସ ଯଥାକ୍ରମେ 25 ଓ 24 ବର୍ଷ ବୋଲି ସୂଚନା ରହିଛି । ଭରତରପୁର ଜିଏ କଲୋନୀରୁ ଜଣେ 26 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ପାଞ୍ଚ ନମ୍ବର କେଶରୀନଗରର ବସ୍ତିରୁ 33 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ୟୁନିଟ୍‌-1 ବାଳକ ଉଚ୍ଚ…

Read More