ଭୁବନେଶ୍ବର: ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୦୬ ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ କଟକରୁ ୭୧, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜରୁ ୩୮, ଯାଜପୁରରୁ ୨୫, ନବରଙ୍ଗପୁରରୁ ୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୨୨ ଜଣ, ଖୋର୍ଦ୍ଧାରୁ ୧୫, ବାଲେଶ୍ବରରୁ ୯, ବରଗଡ଼ରୁ ୬ ଜଣ, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ କଳାହାଣ୍ଡିରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଜଗତସିଂହପୁର ଏବଂ କୋରାପୁଟରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଭଦ୍ରକ, କେନ୍ଦୁଝର, ବୌଦ୍ଧରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀ ଏବଂ ନୟାଗଡରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ୫୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାରେ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସ୍ଥିିତି…
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ନୂଆପଡ଼ା ଠାରେ ତାଳଦଣ୍ଡା କେନାଲରୁ ବାହାରିଥିବା ଶାଖା ୧୨ନଂ କେନାଲ ଭିତର ସଫେଇ ନାଁରେ ଠିକାଦାର ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଏହି କେନାଲ ସଫେଇ କାର୍ଯ୍ୟ ଠିକ୍ ଭାବେ ହେଉନଥିବା ଯୋଗୁଁ କେନାଲରେ ପାଣି ତଳମୁଣ୍ଡକୁ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଯାହାଫଳରେ ପାଣି ଅଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ସୂଚନାନୁଯାୟୀ ମଣିଜଙ୍ଗା ଜଳସେଚନ କାର୍ଯ୍ୟାଳୟ ଅଧିନରେ ଥିବା ଏହି ଶାଖା କେନାଲରେ ପାଣି ଛଡାଯିବା ପୂର୍ବରୁ ପାଣିପଞ୍ଚାୟତ ମାଧ୍ୟମରେ ପ୍ରତିବର୍ଷ କେନାଲ ସଫା କରାଯାଇଥାଏ ବୋଲି ଜଣାପଡିଛି। କିନ୍ତୁ ଚଳିତବର୍ଷ ଏହି କେନାଲ ସଫେଇ କାର୍ଯ୍ୟ ଟେଣ୍ଡର ହୋଇଛି। ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ନେଇଥିବା ଠିକାଦାର କେନାଲ ଭିତର ସଫେଇ କରିବା ପରିବର୍ତ୍ତେ କେନାଲ ଭିତର କେତେକ ସ୍ଥାନରେ ଜେସିବି ମେସିନ୍ ଦ୍ୱାରା…
ସୀତାରାମ ଅଗ୍ରୱାଲ ଟାଙ୍ଗି: କରୋନା ମହାମାରୀ ଦେଶରେ ଏବେ ଭୟଙ୍କର ରୂପ ନେଉଛି। ଓଡିଶାରେ ଏହାର ପ୍ରଭାବ ବେଳକୁ ବେଳ ବଢିବାରେ ଲାଗିଛି। କେବେ ଏହି ମହାମାରୀର ଅନ୍ତ ଘଟିବ କେହି ଜାଣିନାହାନ୍ତି। ତେବେ ଏନେଇ ରାଜ୍ୟରେ କରୋନାଜନୀତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଅନ୍ୟପକ୍ଷରେ ଅନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କ ପାଇଁ ରକ୍ତ ଅଭାବର ସମ୍ଭାବନା ଦେଖାଯାଉଛି। ତେଣୁ ଏପରି ଦୁର୍ଦ୍ଦିନରେ ବିଜୁ ଜନତା ଦଳ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରୁଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ବଘେଇପୁଟ ଠାରେ ଯୁବ ନେତା ସୁକାନ୍ତ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ବିଜୁ ଜନତା ଦଳର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତ ଅଭାବରୁ କାହାରିକୁ ଜୀବନ ହରେଇବାକୁ ପଡ଼ିବ ନାହିଁ ସେନେଇ ଆଜି ଏହି ଶିବିରରେ ବହୁ ଯୁବକ ସ୍ବେଛାକୃତ ଭାବରେ ରକ୍ତଦାନ…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଶେଷରେ ସମସ୍ତ ଅପେକ୍ଷାରେ ଅନ୍ତ ଘଟିଛି । ପ୍ରାୟ ଦେଢ ମାସ ପରେ ସୁଦୂର ସାଉଦିରୁ ଗାଁରେ ପହଞ୍ଚିଲା ବାବୁଲାଙ୍କ ମରଶରୀର । ବୁକୁଥରା ଚିତ୍କାରରେ ଫାଟିଲା ହରିକୁଣ୍ଡ ବରଡି ଗାଁ ଦାଣ୍ଡ । ଲକ ଡାଉନ ଫଳରେ ଶେଷଦର୍ଶନ ଲାଗି ବ୍ୟାକୁଳ ପରିବାରର ମଉଳି ଯାଇଥିବା ଆଶା ପୁଣି ସତ ହେଲା । କୋଭିଡ କଟକଣା ମଧ୍ୟରେ ଶେଷରେ ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ହେଲା ବାବୁଲାଙ୍କ ମରଶରୀର । ମିିଳିଥିବା ସୂଚନା ଅନୁସାରେ, ଚିଲିକା ବ୍ଳକ କୁମାଣ୍ଡୋଳପାଟଣା ପଞ୍ଚାୟତର ହରିକୁଣ୍ଡବରଡି ଗ୍ରାମର ବାବୁଲା ଜେନା ଗତ ନଅ ବର୍ଷ ହେଲା ସାଉଦି ଆରବସ୍ଥିତ ନାସିର ଅଲ ହାଜରି କମ୍ପାନୀରେ କାର୍ଯ୍ୟରତ ଥିଲେ । ହଠାତ ଗତ ମେ ମାସ ୨୪ତାରିଖରେ ସେଠାରେ କାମ କରୁଥିବା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ତାଙ୍କର ମୃତ ଖବର ପରିବାରକୁ ଜଣେଇଥିଲେ । କମ୍ପାନୀ ତରଫରୁ ଏବିଷୟରେ କିଛି…
ମୁମ୍ବାଇ : ବଲିଉଡ୍ର ମିଲେନିୟମ ଷ୍ଟାର ଅମିତାଭ ଓ ଅଭିଷେକ କରୋନାରେ ପୀଡ଼ିତ ହେବା ପରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ବେବି ଆରାଧ୍ୟା ବଚ୍ଚନ ଏବେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍ ନେଇ ବିଏମ୍ସି ସହକାରୀ କମିଶନର ସୂଚନା ଦେଇଛନ୍ତି ।ତେବେ ଜୟା ବଚ୍ଚନ ଓ ତାଙ୍କ ଝିଅ ନୀତୁଙ୍କ ରିପୋର୍ଟ କିନ୍ତୁ ନେଗେଟିଭ୍ ଆସିଛି । ଗତକାଲି ଅମିତାଭ ବଚ୍ଚନ ପଜିଟିଭ୍ ହୋଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଥିଲେ । ଅମିତାଭ ଓ ଅଭିଷେକ ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଦୁହିଁଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି । ବିଏମ୍ସି ତରଫରୁ ଅମିତାଭ ବଚ୍ଚନଙ୍କ ବଙ୍ଗଳା ’ଜଲ୍ସା’କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବଙ୍ଗଳା ବାହାରେ କଣ୍ଟେନମେଣ୍ଟ ଜୋନ୍ ନୋଟିସ୍ ଲଗାଯାଇ ସାନିଟାଇଜ୍ କରାଯାଇଛି ।
Mumbai: Municipal workers sanitise actor Amitabh Bachchan’s Janak bungalow in Mumbai on July 12, 2020. Hours after Amitabh Bachchan and Abhishek Bachchan were admitted for COVID-19 treatment in hospital, civic teams rushed to the three bungalows of the Bachchan family in Vile Parle-Juhu. The teams, sporting full protection gear, started carrying out a full fumigation and sanitisation of the premises, inside and outside. (Photo: IANS)
କଟକ : କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟ୍ଡାଉନ୍ । ଏନେଇ ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଟ୍ଡାଉନ୍ ହଟିବା ପରେ ଦୋକାନ ବଜାର ଖୋଲିବା ନେଇ ସିଏମ୍ସି ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । କାଲିଠାରୁ ସକାଳ 5ଟାରୁ ସନ୍ଧ୍ୟା 6ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସୂଚନା ଦେଇଛି ସିଏମ୍ସି । ସେହିପରି ସନ୍ଧ୍ୟା 7ଟାରୁ ସକାଳ 5ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ସରକାରୀ ଅଫିସ୍ଗୁଡିକ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲା ରହିବ ବୋଲି ସୂଚନା ରହିଛି । କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ ବୋଲି ସୂଚନା ରହିଛି । ତେବେ ସହରରେ ସପ୍ତାହାନ୍ତ ସଟ୍ଡାଉନ୍ ବଳବତ୍ତର ରହିବ ବୋଲି ସିଏମ୍ସି ତରଫରୁ ସୂଚନା ରହିଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ 4 ତାରିଖରୁ କଟକ…
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଂଜିଗଡ ବ୍ଲକରେ କାର୍ଯ୍ୟରତ ଜିପିଟିଏ ସୁବ୍ରତ କୁମାର ମଲ୍ଲିକ ବିଲ୍ କରିଦେବାକୁ ୩୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଲାଂଜିଗଡ ବ୍ଲକ ଅନ୍ତର୍ଗତ କୁମଖାଲ ଗ୍ରାମପଂଚାୟତ ଅଧିନସ୍ଥ ସୋରିଶପଦର ଗ୍ରାମର ଏକ ପୋଖରୀର ୨ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳରେ ପଙ୍କୋଦ୍ଧାର କାମ କରିସାରିବା ପରେ କାମ ତଦାରଖ କରୁଥିବା ଗୌତମ ନାଗ ନାମକ ବ୍ୟକ୍ତି ବିଲ କରିଦେବାକୁ ସଂପୃକ୍ତ ଗ୍ରାମ ପଂଚାୟତ ବୈଷୟିକ ସହାୟକ (ଜିପିଟିଏ) ସୁବ୍ରତ କୁମାର ମଲ୍ଲିକଙ୍କୁ ଅନୁରୋଧ କରିଥିଲେ। ଉକ୍ତ ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ସେନାପତି ମଙ୍ଗରାଜଙ୍କ ସୁପାରିଶରେ ଗୌତମ ନାଗ ଉକ୍ତ କାର୍ଯ୍ୟ ତଦାରଖ କରୁଥିବା ବେଳେ ଏବଂ କାମ ସରିବା ପରେ ବିଲ କରିବାକୁ ସମସ୍ତ କାଗଜାତ କରିଥିବା ବେଳେ ଜିପିଟିଏ ଏଭଳି ଭାବେ ୩୩ ହଜାର ଟଙ୍କା ଦାବୀ କରିବାରୁ ଏବଂ…
ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ବିଚାରାଧୀନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଉପକାରାଗାରରେ ଥିବା ବିଚାରାଧୀନ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କଏଦୀ ଜଣକ ଅଣ ଓଡିଆ ହୋଇଥିବାବେଳେ ପତ୍ନୀକୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କଏଦୀଙ୍କ ସ୍ୱାବ୍ ସଂଗ୍ରହ ହୋଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆକ୍ରାନ୍ତ ଜଣଙ୍କୁ କୋଭିଡ଼ କେୟାରକୁ ପଠାଯାଇଛି। ଏହି ଘଟଣା ପରେ ବିଂଝାରପୁର ଥାନାର 22 ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଥିବାବେଳେ ସବ୍ ଜେଲ୍ ଓ ଥାନାକୁ ସାନିଟାଇଜ କରାଯାଇଛି। ଅତି ଜରୁରୀ କାମ ନ ଥିଲେ ଥାନାକୁ ନ ଆସିବାକୁ କୁହାଯାଇଛି।
ତେଲେଙ୍ଗାନା : ଦେଶରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ମଧ୍ୟରେ କରୋନା ରୋଗୀଙ୍କୁ ନେଇ ଅନେକ ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି । କରୋନାକୁ ନେଇ ପ୍ରଶାସନର ଦାୟିତ୍ବହୀନତାର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଭାଇରାଲ୍ ହୋଇଥିବା ଫଟୋଟି ତେଲେଙ୍ଗାନାର ବୋଲି ଜଣାପଡିଛି । ତେଲେଙ୍ଗାନା ନିଜାମାବାଦ ସହରରେ କରୋନା ସଂକ୍ରମିତ ଶବକୁ ଅଟୋ ରିକ୍ସା ସାହାଯ୍ୟରେ କବ୍ରସ୍ଥାନକୁ ନିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲରେ ଜଣେ 50 ବର୍ଷୀୟ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ସିଧାସଳଖ ତାଙ୍କ ଶବକୁ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ହସ୍ପିଟାଲ ତରଫରୁ ଆମ୍ବୁଲାନ୍ସର ସୁବିଧା ମଧ୍ୟ ଦିଆଯାଇନଥିଲା । ତେବେ ହସ୍ପିଟାଲର ସୁପରିଟେଣ୍ଡେଣ୍ଡ କହିଛନ୍ତି ଯେ, ମୃତକଙ୍କ ପରିଜନ ହସ୍ପିଟାଲରେ କାମ କରୁଥିବାରୁ ତାଙ୍କ ଅନୁରୋଧରେ ଶବକୁ ପରିବାକୁ ହସ୍ତାନ୍ତର କରାଯାଇଛି…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ବୁଲା ପ୍ରଧାନ ବାଣପୁର ଥାନାରେ ଆତ୍ମସମର୍ପଣ କରିଛି। ମୃତ ସ୍ତ୍ରୀଜଣକ ହେଉଛନ୍ତି ରୋଜାଲିନ୍ ପ୍ରଧାନ। ମିିଳିଥିବା ସୂଚନା ଅନୁସାରେ, ନରେନ୍ଦ୍ରପୁର ଗ୍ରାମର ଚିତ୍ତରଞ୍ଜନ ପ୍ରଧାନଙ୍କ ପୁଅ ବୁଲା ପ୍ରଧାନଙ୍କୁ ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ରୋଜାଲିନ୍। ରୋଜାଲିନ୍ଙ୍କ ବାପ ଘର ଭୀମପୁର ସ୍ଥିତ ବାଘୁଆପଦର। ପୂର୍ବରୁ ରୋଜାଲିନ୍ ତାଙ୍କ ସ୍ୱାମୀଙ୍କ ସହ ସୁଦୂର ହାଇଦ୍ରାବାଦରେ ଅବସ୍ଥାପନ କରୁଥିଲେ। ତେବେ କିଛି ଦିନ ପୂର୍ବେ ଉଭୟେ ନିଜ ଗ୍ରାମକୁ ଫେରି ସରକାରଙ୍କ ନିୟମ ଅନୁଯାୟୀ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ନିକଟରେ ନିଜ ଘରକୁ ଫେରିଥିଲେ। ଘରକୁ ଫେରିବା ଦିନଠାରୁ ବୁଲା ପ୍ରଧାନ ତାଙ୍କ ପତ୍ନୀଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ଜୀବନରୁ ମାରିଦେବା ପାଇଁ…
ଭୁବନେଶ୍ବର , ଗଜପତି ଜିଲ୍ଲା ପୋଲିସର ଏକ ବଡ ସଫଳତା ହାସଲ କରିଛି। ଏକାଥରକେ 468 କେଜି ଗଂଜେଇ ଜବତ କରିବାରେ ସଫଳତା ପାଇପାରିଛି। ଗଂଜେଇ ଚାଲଣ ଖବର ପାଇବା ପରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ଏଥିରେ ଆର ଉଦୟଗିରିର ଏସଡିପିଓ, ମୋହନା ଆଇଆଇସିଙ୍କ ସହିତ ଅନ୍ୟ ପୋଲିସ ଥିଲେ। ଏହି ଟିମ ସ୍ମଗଲରଙ୍କୁ ଅପେକ୍ଷା କରିବା ପରେ 14ଟି ପ୍ଲାଷ୍ଟିକ ବ୍ୟାଗରେ 468 କେଜି 5ଶହ ଗ୍ରାମର ଗଂଜେଇ ଜବତ କରିଛନ୍ତି। ଏକ ବଲେରୋ ଗାଡିରେ ସ୍ମଗଲରମାନେ ଏହି ଗଂଜେଇ ପଶ୍ଚିମ ବଂଗକୁ ଚାଲଣ କରୁଥିଲେ।
ଆଠଗଡ : ଆଠଗଡଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ପୁଅର ଛୁରାମାଡରେ ବାପାର ମୃତ୍ୟୁ ହୋଇଥିବାବେଳେ. ସାନଭାଇ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଖୁଣ୍ଟୁଣି ଥାନା ମୁଷୁଳିଆ ଗାଁରେ ଏକ ପୁତ୍ର ଏଭଳି ନୃଶଂସ କାଣ୍ଡ ଘଟାଇଛି । ତେବେ ଘରୋଇ କଳିରୁ ଏପରି ଏକ କାଣ୍ଡ ଘଟିଥିବାର ସୂଚନା ରହିଛି। ମୃତଦେହ ଜବତ କରି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କଲା ପୋଲିସ୍। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଥିବାବେଳେ ଅଭିଯୁକ୍ତ ଥାନାରେ ଅଟକ ରହିଛି ।
ନୂଆଦିଲ୍ଲୀ : କରୋନା ଭାରତରେ ବେଶ୍ ଭୟଙ୍କର ହେଉଛି । ପ୍ରତିଦିନ 27, 28 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସହ ଅନେକ ମୁଣ୍ଡ ଯାଉଛି । ଦେଶରେ କରୋନା ସ୍ଥିତି ଜଟିଳ ହେଉଛି । ଆଜି ଦିନକରେ ପୁଣି 28 ହଜାର 500ରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 50 ହଜାର ନିକଟତର ହେବା ବେଳେ ମୃତ୍ୟୁ ସଂଖ୍ୟା 22 ହଜାର ପାର ହେଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 28 ହଜାର 637 ନୂଆ ମାମଲା ସାମନାକୁ ଆସିଥିବାବେଳେ 551 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 49 ହଜାର 553 ରେ ପହଂଚିଛି । ସେହିପରି ଭାରତରେ ମୃତ୍ୟୁ ସଂଖ୍ୟା 22 ହଜାର 674…
ନବରଙ୍ଗପୁର : ନବରଙ୍ଗପୁର ପଲିଟେକ୍ନିକ୍ ଟିଏମ୍ସିରୁ ବିଏସ୍ଏଫ୍ ଯବାନ ଫେରାର୍ ହୋଇଥିବାର ସୂଚନା ମିଳିଛି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି। ଗତ 24ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଯବାନ୍ । ଗତ 30ରେ ସୁସ୍ଥ ପରେ ଯବାନଙ୍କୁ ଟିଏମ୍ସିରେ ରଖାଯାଇଥିଲା । ଯବାନ୍ ଜଣଙ୍କ 10ରୁ ଫେରାର୍ ହୋଇଥିବାର ସୂଚନା ରହିଛି । ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି ।
ମୁମ୍ବାଇ : ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁତ୍ର ଅଭିଷେକ ବଚ୍ଚନ କରୋନାରେ ପଜିଟିଭ୍ ହେବା ପରେ ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଘରେ କରୋନା ପହଞ୍ଚିଛି । ବଲିଉଡ୍ ଅଭିନେତା ଅନୁପମ ଖେର୍ଙ୍କ ମାଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ତାଙ୍କ ଭାଇ, ଭାଉଜ ଓ ଝିଆରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜ ଟ୍ୱିଟ୍ର ପେଜ୍ରେ ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଛି। ତେବେ ଅନୁପମଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏନେଇ ମଧ୍ୟ ବିଏମ୍ସି ମଧ୍ୟ ସୂଚନା ଦେଇଥିବାବେଳେ ସେ ଘରକୁ ସାନିଟାଇଜ୍ କରାଯାଇଛି ।
ଭୁବନେଶ୍ବର: “ଓଡିଶା ଶାସନ”ର ସରକାରୀ ଚିଠାରେ ବିଜୁ ଜନତା ଦଳର ଦଳୀୟ ନିଯୁକ୍ତି। ଶୁଣିଲେ ଟିକେ ଅପ୍ରାସଙ୍ଗିକ ଲାଗୁଛି, କିନ୍ତୁ ଏଭଳି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି ବାଣପୁର ଏନଏସି ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତିକୁ ନେଇ। ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ ସରକାରୀ ଲେଟର ହେଡରେ ଦଳୀୟ ନିଯୁକ୍ତି ଲାଗି ଦେଇଥିବା ନିର୍ଦ୍ଦେଶନାମାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଲେଟର ହେଡ୍ ଘୂରି ବୁଲିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି। ଗତ ଦୁଇ ତାରିଖରେ ବିଧାୟକଙ୍କ ସରକାରୀ ସିଲ ଥାଇ ବିଜେଡି କର୍ମୀ ଉମାକାନ୍ତ ଲାଠିଙ୍କୁ ଦଳର ବାଣପୁର ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ଖୋଦ ବିଧାୟକ ମହୋଦୟ। ମୁଖ୍ୟତଃ ସେ ହେଉଛନ୍ତି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ। ଏହି ଦୁଇଟି ପଦବୀ ହେଉଛି…
ନୂଆଦିଲ୍ଲୀ, ସର୍ବଭାରତୀୟ ବ୍ୟାଘ୍ର ଗଣନା 2018ର ଫଳାଫଳ ଗତବର୍ଷ ବିଶ୍ଵ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ହୋଇଥିଲା। ବିଶ୍ଵର ସର୍ବବୃହତ କ୍ୟାମେରା ଉତ୍ତୋଳିତ ବନ୍ୟପ୍ରାଣୀ ସର୍ଭେ ହିସାବରେ ଏହା ଗିନିଜ ୱାର୍ଲ୍ଡ ଅଫ ରେକର୍ଡରେ ସ୍ଥାନ ପାଇଛି । ଏହା ଉପରେ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ଧାର୍ଯ୍ୟ ସମୟର 4 ବର୍ଷ ପୂର୍ବରୁ ବାଘଙ୍କ ସଂଖ୍ୟା ଦ୍ଵିଗୁଣିତ କରିବାର ସଂକଳ୍ପକୁ ପୂରଣ କରିସାରିଛି। ସର୍ବଶେଷ ଗଣନା ଅନୁସାରେ ଦେଶରେ ବର୍ତ୍ତମାନ 2,967ଟି ବାଘ ଥିବା ଗଣନାରୁ ଜଣାଯାଇଛି । ଏସହିତ ଭାରତରେ ବିଶ୍ଵର 75 ପ୍ରତିଶତ ବାଘ ଅଛନ୍ତି। ସେଦୃଷ୍ଟିରୁ ବାଘ ସଂଖ୍ୟା ଦ୍ଵିଗୁଣିତ କରିବା ନେଇ 2010ରେ ସେଣ୍ଟପିଟର୍ସବର୍ଗଠାରେ ହୋଇଥିବା ସଂକଳ୍ପକୁ ଭାରତ ଧାର୍ଯ୍ୟ ସମୟ 2022 ପୂର୍ବରୁ ହାସଲ କରିସାରିଛି । ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ଵାରା ପ୍ରଦତ୍ତ ମାନପତ୍ରରେ…
ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନଏସି ସମ୍ପୂର୍ଣ୍ଣ ଲକ୍ଡାଉନ୍ କରାଯାଇଛି । କାଲି ମଧ୍ୟରାତ୍ରରୁ 19 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ଡାଉନ୍ କରାଯାଇଛି । ଆଜି ଜିଲ୍ଲାରୁ 36 ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି। ଆଜି ଚିହ୍ନଟ 36ଜଣଙ୍କ ମଧ୍ୟରୁ ମାଲ୍କାନଗିରି ମ୍ୟୁନିସିପାଲିଟିରୁ 20ଜଣ ଚିହ୍ନଟ ହୋଇଛନ୍ତି । ବାଲିମେଳା ଏନ୍ଏସିରୁ 15 ଏବଂ ଖଇରପୁଟ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରୁ ଆଉ ତିନିଜଣଙ୍କ ଜୀବନ ନେଇଛି କରୋନା । ମୃତକ ସମସ୍ତ 3 ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରେ ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା 39କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 64କୁ ବୃଦ୍ଧି ହୋଇଛି । ସେହିପରି କରୋନା ଆକ୍ରାନ୍ତ ହୋଇ ସୁଦ୍ଧା 20 ଜଣ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଚି । କେଉଁ ଜିଲ୍ଲାରେ କିପରି ରହିଛି ସ୍ଥିତି : ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 3864 2079 1745 39 1 ଖୋର୍ଦ୍ଧା 1307 868 425 9 5 କଟକ 998 670 319 6 3 ଯାଜପୁର 896 528 367 1 0 ସୁନ୍ଦରଗଡ 668 209 457 1…
ମୁମ୍ବାଇ: ମହାରାଷ୍ଟ୍ର ରାଜଭବନରେ କରୋନା। ରାଜଭବନର 16 ଜଣ ଷ୍ଟାଫଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଆଇସୋଲେସନ୍କୁ ପଠାଯାଇଛି। ମହାରାଷ୍ଟ୍ର ରାଜଭବନର 100 ଜଣଙ୍କର ସ୍ୱାବ୍ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ 55 ଜଣଙ୍କର ରିପୋର୍ଟ ଆସିଥିବା ବେଳେ 16 ଜଣଙ୍କର ପଜିଟିଭ୍ ଆସିଛି। ରାଜଭବନକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ବୈଠକକୁ ବାତିଲ୍ କରିଦିଆଯାଇଛି । ସାରା ଦେଶରେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ଏଠାରେ 2 ଲକ୍ଷ 46 ହଜାର 600 ଜଣ ଆକ୍ରାନ୍ତ ହୋଇଥିବାବେଳେ 10 ହଜାର 116ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

