Author: Samikhsya Bureau

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଚ୍ଚସ୍ତରୀୟ ବୈଠକରେ ଦେଶର କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବ୍ୟକ୍ତିଗତ ଭାବେ ସଫାସୁତୁରା ରହିବା ସହ କରୋନା ନିୟମ ମାନିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସାଧାରଣ ସ୍ଥାନରେ ସାମାଜିକ ଦୂରତ୍ବ ରଖିବା ସହ ମାସ୍କ ପିନ୍ଧିବା ଅତି ଜରୁରୀ ବୋଲି ସେ କହିଛନ୍ତି। କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅଫିସରମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂକ୍ରମିତ ରାଜ୍ୟର ଦୁଇ ବିଧାୟକ ସହ ଟେଲିଫୋନ୍‌ ଯୋଗେ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏଥିସହ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିବା କୋଭିଡ୍‌‌ ଯୋଦ୍ଧାଙ୍କ ସହ ମଧ୍ୟ କଥା ହୋଇଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହେବା ସହ ମୁଖ୍ୟମନ୍ତ୍ରୀ ସୁସ୍ଥତା କାମନା କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ବିପନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ମିଳୁଥିବା ସେବା ସଂପର୍କରେ ପଚାରି ବୁଝିଥିଲେ। ଡାକ୍ତରଖାନାଗୁଡ଼ିକରେ ଠିକ ଭାବେ ସ୍ବାସ୍ଥ୍ୟ ସେବା ମିଳୁଛି କି ନାହିଁ ତାହା ପଚାରି ବୁଝିଥିଲେ।

Read More

ନୂଆଦିଲ୍ଲୀ : ଛିଡୁନି ମହାନଦୀ ଜଳ ବିବାଦ। ଆପୋସ ଆଲୋଚନାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କରିଛନ୍ତି ଟ୍ରିବ୍ୟୁନାଲ। ସବୁ ପକ୍ଷରୁ ଦାବି ଶୁଣିବା ପରେ 40ରୁ 45ଟି ଇସ୍ୟୁ ଫ୍ରେମ୍ କରାଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡଖଣ୍ଡ ଓ ମହାରାଷ୍ଚ୍ର ଏ ନେଇ ଟ୍ରିବ୍ୟୁନାଲରେ ଆଜି ନିଜ ନିଜର ପକ୍ଷ ରଖିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ଆଉ କିଛି ଅତିରିକ୍ତ ଦସ୍ତାବିଜ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି। ଛତିଶଗଡ଼ କେନ୍ଦ୍ରଠାରୁ କିଛି ଡକ୍ୟୁମେଣ୍ଟ ଚାହିଁବାରୁ କେନ୍ଦ୍ର ସରକାରଙ୍କୁ ଟ୍ରିବ୍ୟୁନାଲ ନୋଟିସ ଜାରି କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣୀ ବେଳେ ଯଦି କିଛି ଇସ୍ୟୁ ଆସିବ ତାହା ମଧ୍ୟ ଫ୍ରେମ୍ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଅଗଷ୍ଟ 8 ତାରିଖ ଧାର୍ଯ୍ୟ ହୋଇଛି। ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼…

Read More

ରମେଶ ମହାନ୍ତି : ଜଗତସିଂହପୁର : ଶୁକ୍ରବାର ଭୁବନେଶ୍ବର ଠାରେ ରାଜ୍ୟର ଦଶଗୋଟି ପ୍ରମୁଖ ସାମ୍ବାଦିକ ସଙ୍ଗଠନକୁ ନେଇ ଏକ ମିଳିତ ସାମ୍ବାଦିକ ସଙ୍ଘ ମହାମଞ୍ଚ ରେ ସମ୍ମିଳିତ ହୋଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଯାଇଛି । ଏଥିରେ ରାଜ୍ୟର ଦଶଟି ରାଜ୍ୟସ୍ତର ସଙ୍ଗଠନର ୧୯ ଜଣ ସକ୍ରିୟ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଓ.ଜେ.ୟୁ. ତରଫରୁ ରାଜ୍ୟ ସଙ୍ଗଠନ ସମ୍ପାଦକ ସଞ୍ଜିବ କୁମାର ନାୟକ ଯୋଗଦାନ କରିଥିଲେ। ଉକ୍ତ ବୈଠକରେ ଓ.ଜେ.ୟୁ ର ରାଜ୍ୟ ସାଧାରଣ ସମ୍ପାଦକ ଶଶୀଭୁଷଣ ପ୍ରହରାଜଙ୍କ ଦ୍ବାରା ପ୍ରେରିତ ସାତ ଦଫା ସମ୍ମିଳିତ ଦାବି ପତ୍ର ଉପସ୍ଥାପନ କରାଯାଇଥିଲା। କେବଳ ଓ.ଜେ.ୟୁ ଦ୍ବାରା ଉକ୍ତ ବୈଠକରେ ଦାବିପତ୍ର ସଦସ୍ୟ ମାନଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିବା ବେଳେ ଅନ୍ୟ ସନସ୍ୟଙ୍କ ଦ୍ବାରା ମୌଖିକ ଦାବି ଉପସ୍ଥାପିତ ହୋଇଥିଲା। ବିଭିନ୍ନ ପ୍ରସ୍ତାବମାନ ଆଲୋଚନା ହୋଇ ଆଗାମୀ ଦିନରେ ମହାମଞ୍ଚରେ ସମ୍ମିଳିତ ସଙ୍ଗଠନ ମାନଙ୍କର ଜଣେ ଲେଖାଏଁ…

Read More

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେବେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ପଞ୍ଚାୟତରେ 4 ଜଣ କରୋନା ପଜେଟିଭ ଥିବା ରିପୋର୍ଟ ଆସିବା ପରେ ଏସ. ଛଚିନା ସରପଞ୍ଚ ବିନୋଦିନୀ ନାୟକ ବିଡ଼ିଓ,ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ପ୍ରଦାନ କରିଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏସ.ଛଚିନା ପଞ୍ଚାୟତକୁ 7 ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ପଞ୍ଚାୟତରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ କି ସୋମବାର ଠାରୁ ଏହି ସଟ ଡାଉନ ଜାରି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ସରକାରଙ୍କ ନିୟମ ମାନି ଦ୍ୱାର ଦ୍ଵାର ବୁଲି ବିକ୍ରି କରିପାରିବେ।ଅନ୍ୟତ୍ର କୌଣସି ଦୋକାନ ବଜାର,ସାମାଜିକ କାର୍ଯ୍ୟ, ଗାଡି…

Read More

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ କାର୍ଯ୍ୟରତ କୋଭିଡ-19 ଗାଡ଼ି ଦୁର୍ଘଟଣା ଗସ୍ତ ହୋଇଛି । ଘଟଣାରୁ ପ୍ରକାଶ ପ୍ରବାସୀ ଓ କୋଭିଡ ପଜିଟିଭି ବ୍ୟକ୍ତି ମାନଙ୍କୁ ନେବାଆଣିବା କରିବା ପାଇଁ ଟାଟା ମ୍ୟାଜିକ ଗାଡ଼ି ନିଯୁକ୍ତି ହୋଇଥିଲା। ଆଜି କୌଣସି କାମରେ ଯିବା ବେଳେ ବ୍ଲକ ନିକଟସ୍ଥ ପଟାଝରି ପୋଲ ନିକଟରେ ଥିବା ଏକ ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ।ଫଳରେ ଡ୍ରାଇଭର ଗଣେଶ ଶତପଥୀ ଅନାମ ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ108 ଆମ୍ବୁଲାନ୍ସ ରେ କୋଦଳା ମେଡିକାଲକୁ ପଠାଇଥିଲେ। ତେବେ ଚାଳକ ଜଣକ ଅତ୍ୟଧିକ ମଦ୍ୟପାନ କରି ଦୁର୍ଘଟଣା ଘଟାଇ ଥିବା ଆଲୋଚନା ହେଉଛି।

Read More

କଟକ : କଟକ ମହାନଗର ଅଞ୍ଚଳରୁ ଆଉ 10 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ 10 ମଧ୍ୟରୁ ସରକାରୀ କ୍ବାରେଣ୍ଟାଇନ୍‌ରୁ 4 ଜଣ ରହିଥିବାବେଳେ 5ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ଓ ଲୋକାଲ୍‌ କେସ୍‌ ଜଣେ ରହିଛି ବୋଲି ସିଏମସି ସୂଚନା ଦେଇଛି । ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ କରୋନା ଯୋଦ୍ଧା ଥିବାବେଳେ ସମେସ୍ତ ଏସ୍‌ସିବି ଆଇସୋଲେସନରେ ରହିଥିବାବେଳେ ଲୋକଲ୍‌ ଆକ୍ରାନ୍ତ ଜଣକ ଦିଓ୍ବାନ ବଜାରର ବୋଲି ସୂଚନା ରହିଛି । ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 5 ଜଣଙ୍କ ମଧ୍ୟରେ ବେହେରା କଲୋନୀ, ମଙ୍ଗଳବାଗରୁ ଜଣେ 40 ବର୍ଷୀୟ ପୁରୁଷ ରହିଥିବାବେଳେ ମାଣିକଘୋଷ ବଜାରରୁ ଜଣେ 50 ବର୍ଷୀୟା ମହିଳା ରହିଛନ୍ତି । ଖ୍ରୀଷ୍ଟିଆନ୍‌ ସାହିରୁ ଜଣେ 40 ବର୍ଷୀୟ ପୁରୁଷ ରହିଥିବାବେଳେ ପୁରୀଘାଟ ଅଞ୍ଚଳରୁ 45 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଦୋଳମୁଣ୍ଡାଇ ଅଞ୍ଚଳରୁ ଜଣେ 26 ବର୍ଷୀୟା ଯୁବତୀ ରହିଛନ୍ତି । ନୂତନ 10…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରର 38 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୋଟ୍‌ 38 ପଜିଟିଭ୍‌ଙ୍କ ମଧ୍ୟରୁ 26ଜଣ କ୍ବାରେଣ୍ଟାଇନ୍‌ କେସ୍‌ ଥିବାବେଳେ 12 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ଦେଇଛି ବିଏମ୍‌ସି । ଆଜି ଚିହ୍ନଟ ହୋଇଥିବା 12 ଲୋକାଲ୍‌ଙ୍କ ମଧ୍ୟରୁ  କଳିଙ୍ଗନଗର କୋଳଥିଆରୁ ଜଣେ ରହିଥିବାବେଳେ ପୋଖରୀପୁଟ କାର୍ଗିଲ୍‌ ବସ୍ତିରୁ ଜଣେ 40 ବର୍ଷୀୟ ପୁରୁଷ ରହିଛନ୍ତି । ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀରୁ ଜଣେ 57 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗଙ୍ଗନଗରରୁ ତିନି ଜଣ ଚିହ୍ନଟ ହୋଇଛନ୍ତି ।  ନୀଳାଦ୍ରିବିହାର ଅଞ୍ଚଳର ମଧ୍ୟ ତିନିଜଣ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ରୁ ରହିଥିବା 26 ଜଣଙ୍କ ମଧ୍ୟରୁ ବରମୁଣ୍ଡାରୁ ଜଣେ 66 ବର୍ଷୀୟ ବ୍ୟକ୍ତି ଥିବାବେଳେ ଶାସ୍ତ୍ରୀନଗରରୁ  50 ବର୍ଷୀୟ…

Read More

ଜଗତସିଂହପୁର : ଜଗତସିଂହପୁରବାସୀଙ୍କୁ ବାହାର ଜିଲ୍ଲାକୁ ଯିବା ମନା। ବିଶେଷକରି କଟକ ଓ ଭୁବନେଶ୍ବର ଯିବାଆସିବା ନ କରିବାକୁ ଜିଲ୍ଲାବାସୀଙ୍କୁ ଅପିଲ୍‌ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଦୁଇ ସହରରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ବାରଣ କରିଛନ୍ତି ଜିଲ୍ଲାପାଳ। ଜରୁରୀ କାମ ଥିଲେ ପ୍ରଶାସନର ଅନୁମତି ନେବାକୁ କହିଲେ ଜିଲ୍ଲାପାଳ। ଜିଲ୍ଲାବାସୀଙ୍କୁ ଜିଲ୍ଲାର ସରକାରୀ ଅଫିସ୍‌ ଯିବାକୁ ମଧ୍ୟ ବାରଣ କରିଛନ୍ତି ଜିଲ୍ଲାପାଳ। ଜରୁରୀ କାମ ନଥିଲେ ସରକାରୀ ଅଫିସ୍‌ ଆସିବାକୁ ବାରଣ କରାଯାଇଛି। ସେହିପରି ନିର୍ଦ୍ଦିଷ୍ଟ ପୋର୍ଟାଲ୍‌ରେ ଲୋକେ ଆପତ୍ତି ଅଭିଯୋଗ ଜଣାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ କଟକରେ ମଧ୍ୟ ସ୍ଥିତି ଅଣାୟତ ହେଉଛି। ଏହାକୁ ଦୃଷ୍ଟିରେ ରଖି କଡା ଆଭିମୁଖ୍ୟ ଗ୍ରହଣ କରିଛି କଟକ ମହାନଗର ନିଗମ। କୌଣସି ହଟ୍‌ସ୍ପଟ୍‌ ଜିଲ୍ଲାରୁ ଯଦି କୌଣସି ବ୍ୟକ୍ତି କଟକ ସହରକୁ ଆସିବେ ତେବେ ସେମାନେ 14 ଦିନିଆ କ୍ୱାରେଣ୍ଟିନ୍‌ରେ ରହିବା…

Read More

Capt. Dibya Sankar Mishra, Hon’ble Minister, Industries, MSME, Energy & Home (MoS), Shri Hemant Sharma, Principal Secretary, Industries & Shri Nitin Jawale, MD, IPICOL took part in Invest India Exclusive Investment Forum for Textiles & Apparel Sector

Read More

ମାଲ୍‌କାନଗିରି : କରୋନା ସଂକ୍ରମଣ ବୃଦ୍ଧି ଦେଖି ଜିଲ୍ଲା ପ୍ରଶାସନ ତରଫରୁ କଡା ପଦକ୍ଷେପମାନ ଗ୍ରହଣ କରାଯାଉଛି । ଅଧିକ ସଂକ୍ରମିତ ଅଞ୍ଚଳଗୁଡିକରୁ ଜିଲ୍ଲାବାସୀଙ୍କୁ ବାରଣ କରାଯାଉଛି । ପୂର୍ବରୁ ରାଉରକେଲା, ଅନୁଗୁଳ, କୋରାପୁଟ ଜିଲ୍ଳା ତରଫରୁ ଏନେଇ ସୂଚନା ଜାରି କରାଯାଇଥିବାବେଳେ ଏବେ ମାଲ୍‌କାନଗିରି ଜିଲ୍ଲା ତରଫରୁ ମଧ୍ୟ 13ଟି ଜିଲ୍ଲାବାସୀଙ୍କୁ ବାରଣ କରାଯାଇଛି । 13 ଜିଲ୍ଲାର ଲୋକଙ୍କୁ ମାଲ୍‌କାନଗିରି ଜିଲ୍ଲା ଆସିବାକୁ ମନା । ଗଞ୍ଜାମ, କଟକ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ  ବାରଣ କରାଯାଇଛି । ଜରୁରୀ କାମରେ ଏସବୁ ଜିଲ୍ଲାରୁ ଆସିଲେ 14 ଦିନିଆ କ୍ବାରେଣ୍ଟିନ୍‌ରେ ରହିବେ ବୋଲି ସୂଚନା ରହିଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ।

Read More

ଭୁବନେଶ୍ବର : ଭୁବନେଶ୍ବରରେ ଆରମ୍ଭ ହେଲା ସେରୋ ସର୍ଭିଲାନ୍ସ ସର୍ଭେ । ଆରଏମ୍‌ଆରସି ଓ ବିଏମ୍‌ସିର ମିଳିତ ସହଯୋଗରେ ଚାଲିଛି ସର୍ଭେ । ରାଜଧାନୀରେ ଦୁଇଟି ପର୍ଯ୍ୟାୟରେ ସର୍ଭିଲାନ୍ସ ସର୍ଭେ କରାଯିବ।ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ଓ 2ୟ ପର୍ଯ୍ୟାୟେର ହାଇରିସ୍କ ଜୋନ୍‌ରେ ହେବ ସର୍ଭେ । ବିଭିନ୍ନ ଓ୍ବାର୍ଡରେ ବୁଲି ବୁଲି ନମୁନା ସଂଗ୍ରହ କରୁଛନ୍ତି ଲ୍ୟାବ୍‌ ଅଧିକାରୀ । ପ୍ରଥମ ପର୍ଯ୍ୟାୟରେ 2500 ଲୋକଙ୍କ ଟେଷ୍ଟ କରିବାକୁ ଲକ୍ଷ୍ୟ । 4 ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ 2500 ଲୋକଙ୍କ ହେବ ଟେଷ୍ଟ । 5ଟି କ୍ଲଷ୍ଟରରେ ଆରମ୍ଭ ହୋଇଛି ସେରୋ ସର୍ଭିଲାନ୍ସ। ଏନେଇ ସୂଚନା ଦେଇଛନ୍ତି ଆରଏମ୍‌ଆରସିର ନିର୍ଦ୍ଦେଶିକା ସଂଘମିତ୍ରା ପତି ।

Read More

ଭୁବନେଶ୍ବର, ଦିନକୁ ଦିନ ଗଂଜାମ ଜିଲ୍ଲାରେ କୋଭିଡ19 ପଜେଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗଂଜାମ ଜିଲ୍ଲାର ସୀମା ସିଲ କରାଯାଇଛି। ଏହାପରେ ସ୍ଥିତି କିପରି ରହିଛି ତାହାର ତଦାରଖ କରୁଛନ୍ତି ଜିଲ୍ଲା ଏସପି ବ୍ରିଜେଶ ରାଏ ।

Read More

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ତିରାପ ଏନ୍‌ଗିନୁ ଗାଁରେ ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୬ ଜଣ ଉଗ୍ରବାଦୀ  ନିହତ ହୋଇଛନ୍ତି। ଆସାମ ରାଇଫଲ୍ସ ଓ ଅରୁଣାଚଳ ପ୍ରଦେଶ ପୋଲିସର ମିଳିତ ଏନ୍‌କାଉଣ୍ଟରରେ ଏହି ସଫଳତା ମିଳିଛି। ଅରୁଣାଚଳ ପୋଲିସର ଏହି ମିଳିତ ଅପରେସନରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ତିନ୍‌ସୁକିଆଠାରୁ ୫୦ କିମି ଦୂର ଏନ୍‌ଗିନୁ ଗାଁରେ କିଛି ଉଗ୍ରବାଦୀ ଲୁଚି ରହିଥିବାର ସୂଚନା ଆଧାରରେ  ଆସାମ ରାଇଫଲ୍ସ ଦୁଇଟି ଦଳ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଉଭୟ ଦଳ ସକାଳ ପ୍ରାୟ  ସାଢେ ଚାରିଟାରେ ମାଓବାଦୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଉଗ୍ରବାଦୀ NSCN-IMର ବୋଲି ସୂଚନା ରହିଛି। (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ: ଭୂବନେଶ୍ୱର ଲଳିତ କଳା ଏକାଡେମୀ ତରଫରୁ କୋଭିଡ୍ -୧୯ କୁ ନେଇ ଏକ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପୁରସ୍କାର ପାଇବା ପାଇଁ ରେଢାଖୋଲ ମାଟିର ଯୁବ ଚିତ୍ରଶିଳ୍ପୀ ସୁଧୀର ସ୍ୱାଇଁ ମନୋନୀତ ହୋଇଛନ୍ତି। ବର୍ତ୍ତମାନ ସାରା ବିଶ୍ୱରେ ମହାମାରୀ କରୋନା ନରସଂହାର ଚଳାଇଛି। ଏହାକୁ ନେଇ ଲଳିତ କଳା ଏକାଡେମୀ ଅନ୍‌ଲାଇନ୍ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ସୁଧୀରଙ୍କ କରୋନା ସଚେତନତା ସଂପର୍କିତ ଏକ ପେଂଟିଙ୍ଗ ଲଳିତ କଳା ଏକାଡେମୀ ତରଫରୁ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଜଣା ପଡିଛି। ସୁଧୀର ଜଣେ ଚିତ୍ରଶିଳ୍ପୀ ଭାବରେ ସାରା ଓଡିଶାରେ ବେଶ୍ ପରିଚିତ। ବିଭିନ୍ନ ସ୍ଥାନରେ ତାଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଖଲ୍ଲୀକୋଟ ସ୍ଥିତ ଚାରୁ ଓ କାରୁ କଳା ମହାବିଦ୍ୟାଳରେ ସେ ଚିତ୍ରକଳାରେ ପାଠପଢିଛନ୍ତି। ସେ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଯୋଡାରେ ଥିବା ଟାଟା ଡିଏଭି…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 5ଜଣଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବର, ପୁରୀ ଓ କଟକରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମରୁ ସର୍ବାଧିକ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।  ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ବୟସ ଯଥାକ୍ରମେ 55 ଓ 72 ବର୍ଷ ବୋଲି ଜଣାପଡିଛି । ସେହିପରି ପୁରୀ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 70 ବର୍ଷ ଥିବାବେଳେ  ସେ ଡାଇବେଟିସ୍‌ ଓ ହାଇପର୍ଟେନସନ୍‌ ପୀଡ଼ିତ ଥିଲେ । ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ 56 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସେ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ । କଟକରୁ ମୃତ୍ୟୁ ବରଣ କରିଥିବା ଆକାନ୍ତଙ୍କ ବୟସ 46 ବର୍ଷ ବୋଲି ଜଣାପଡିଛି । ଏବେ…

Read More

ଭୁବନେଶ୍ବର : ଆଜି  ରାଜ୍ୟରେ 570ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 19ଟି ଜିଲ୍ଲାରୁ 570ଜଣ ଚିହ୍ନଟ ହୋଇଛି । ଗଞ୍ଜାମରୁ ସର୍ବାଧିକ 218 ଚିହ୍ନଟ ହୋଇଥିବାବେଳେ କଟକରୁ 46,  ସୁନ୍ଦରଗଡରୁ 44, ଯାଜପୁରରୁ 40, ଖୋର୍ଦ୍ଧା ଓ ନୟାଗଡରୁ 37 ଜଣ ଲେଖାଏଁ ରହିଥିବାବେଳେ,ଝାରସୁଗୁଡାରୁ 31, ଗଜପତିରୁ 25, ପୁରୀରୁ 15, ଜଗତସିଂହପୁରରୁ 16, କେଉଁଝରରୁ 14, କେରାପୁଟ ଓ ଅନୁଗଳୁର 11ଜଣ ଲେଖାଏଁ ରହିଛନ୍ତି । ସେହିପରି, ମୟୂରଭଞ୍ଜରୁ 10,କେନ୍ଦ୍ରାପଡାରୁ 6, ବୌଦ୍ଧ ଓ ବାଲେଶ୍ବରରୁ 3ଜଣ ଲେଖାଏଁ ରହିଛନ୍ତି । ଭଦ୍ରକରୁ 2 ଜଣ ରହିଥିବାବେଳେ ସମ୍ବଲପୁରରୁ ଜଣେ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରୁ ଆଜି  ରେକର୍ଡ ସଂଖ୍ୟକ  570 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 384 ଜଣ ଚିହ୍ନଟ ହୋଇଥିବାବେଳେ 186ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 12ହଜାର 526ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 475ଜଣ । ସେହିପରି ସୁସ୍ଥ ହୋଇଛନ୍ତି 7ହଜାର972ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 52ଜଣ । ସେହିପରି17ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 27,114 ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ 519 ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8,20,916 ହୋଇଛି।ଗତ ୩ ଦିନରେ ପାଖାପାଖି ଲକ୍ଷେ ସଂକ୍ରମିତ ହୋଇଛନ୍ତି। ସକ୍ରିୟ ମାମଲା 2,83,407 ରହିଥିବାବେଳେ 5,15,386 ଜଣ ସୁସ୍ଥ ହେଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆରୋଗ୍ୟ ହାର ୬୨.୪୨ ପ୍ରତିଶତ ରହିଛି। ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା 22ହଜାର 123କୁ ବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ସୁ୍ଦ୍ଧା 5 ଲକ୍ଷ 15 ହଜାର 385ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ଅଛନ୍ତି 2 ଲକ୍ଷ 83 ହଜାର 407ଜଣ । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ 2 ଲକ୍ଷ 38 ହଜାର 461 ଆକ୍ରାନ୍ତ ହୋଇଥିବାବେଳ 9ହଜାର 893ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ 3…

Read More

ଭୁବନେଶ୍ବର, ବର୍ତ୍ତମାନ ସାରା ଗଂଜାମ ଜିଲ୍ଲାରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି ସ୍ଥାନୀୟ ଲୋକଙ୍କ ସହିତ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ଏହି ଭୂତାଣୁ ଆକ୍ରାନ୍ତ କରିବାରେ ଲାଗିଛି। ଏପରି ପରିସ୍ଥିତିରେ କୋଭିଡ ମୁକାବିଲା କରିବା ପାଇଁ କୋଭିଡ ଯୋଦ୍ଧାଙ୍କ ଆଦର୍ଶ ପାଲଟିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ନିଜେ ଘରୁ ବାହାରି ବିଭିନ୍ନ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହିତ ସେଠାରେ କିପରି ଖାଦ୍ୟ ପ୍ରଦାନ କରାଯାଉଛି ତାହା ମଧ୍ୟ ପରୀକ୍ଷା କରୁଛନ୍ତି। ଜିଲ୍ଲାପାଳ ଗତକାଲି ଗଂଜାମ ଜିଲ୍ଲାର ସୀତାପାଲ୍ଲୀରେ ଥିବା କୋଭିଡ କେୟାର କେନ୍ଦ୍ରକୁ ପରିଦର୍ଶରେ ଯାଇଥିଲେ। ସେଠାରେ ନିଆଯାଇଥିବା ପଦକ୍ଷେପ ଉପରେ ତଦାରଖ କରିଥିଲେ। ଏପରିକି କେନ୍ଦ୍ରରେ ଥିବା ଲୋକମାନଙ୍କୁ କିପରି ଖାଦ୍ୟ ଦିଆଯାଉଛି ତାହା ମଧ୍ୟ ପରୀକ୍ଷା କରିଥିଲେ। ସନ୍ଦିଗ୍ଧ ରୋଗୀଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଖୋଦ୍ ଜିଲ୍ଲାପାଳ ଖାଇବେ ବୋଲି କାହାର ବିଶ୍ବାସ ନ ଥିଲା। କାରଣ ଏହି ଭୂତାଣୁ…

Read More