କଟକ: ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ। କଟକ ଏସ୍ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ ଏସ୍ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ। କଟକ ଓ ଏହି ସହରର ୩ଟି ପ୍ରମୁଖ ହସ୍ପିଟାଲ ଏସ୍ସିବି, ଆଚାର୍ଯ୍ୟ ହରିହର କ୍ୟାନସଲ ହସ୍ପିଟାଲ ଓ ଶିଶୁ ଭବନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ରବିବାର ଏହି ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟରେ 5 ହଜାର ଆଣ୍ଟିଜେନ କିଟ୍ ମଧ୍ୟ ପହଞ୍ଚି ଯାଇଛି। ଆଣ୍ଟିଜେନ କିଟ୍ ଜରିଆରେ କରୋନା ସଂକ୍ରମଣ ହୋଇଛି କି ନାହିଁ, ତାହା ଶୀଘ୍ର ଜଣାପଡ଼ିବ । ଅଳ୍ପ ଦିନ ଭିତରେ ଆଉ ୨୦ ହଜାର ଆଣ୍ଟିଜେନ କିଟ୍…
Author: Samikhsya Bureau
ନୂଆଦିଲ୍ଲୀ, ଭାରତୀୟ ରେଳବାଇ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ଏକ ନୂଆ ଯୁଗରେ ପଦାର୍ପଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଥିପାଇଁ ରେଳବାଇ ମନ୍ତ୍ରଣାଳୟ ମିଶନ ମୋଡରେ କାମ କରୁଛି। ସବୁ ରେଳ ଷ୍ଟେସନକୁ ସୌରଶକ୍ତିରେ ଆତ୍ମନିର୍ଭରଶୀଳ କରିବା ଏବଂ ଏଥିପାଇଁ ଖାଲି ପଡିଥିବା ନିଜସ୍ୱ ଜମିରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ କାଯ୍ୟକାରୀ ହେଉଛି। ରେଳବାଇ ଏହାର ଟ୍ରାକ୍ସନ ପାୱାର ବାବଦ ଆବଶ୍ୟକତା ପୂରଣ କରିବା ସହିତ ସଂପୂର୍ଣ୍ଣଭାବେ ପ୍ରଦୂଷଣମୁକ୍ତ ପରିବହନ ବ୍ୟବସ୍ଥାରେ ପରିଣତ ହେବାକୁ ଅଙ୍ଗୀକାରବଦ୍ଧ। ରେଳ ମନ୍ତ୍ରଣାଳୟ ନିଜର ଖାଲି ସ୍ଥାନଗୁଡିକରେ ସୌରଶକ୍ତି କେନ୍ଦ୍ରମାନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ବୃହତ୍ ପ୍ରକଳ୍ପମାନ ସ୍ଥାପନ କରାଯିବ । ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ରେଳବାଇକୁ ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ଏବଂ ଅଙ୍ଗାରକ ନିରୋଧ ବ୍ୟବସ୍ଥାରେ ପରିଣତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ ତାହାକୁ ଏହି ସୌରଶକ୍ତି ଅଭିଯାନ ସାକାର…
ନୂଆଦିଲ୍ଲୀ, କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦେଶରେ ଥିବା ରାଜପଥଗୁଡିକର ପ୍ରଦର୍ଶନ ଆକଳନ କରି ସେଗୁଡିକର ବର୍ଗ ନିର୍ଣ୍ଣୟ କରିବ। ଯେଉଁ ରାଜପଥ ଯେତେ ଉନ୍ନତ ମାନର ସେବା ଓ ସୁବିଧା ପ୍ରଦାନ କରୁଥିବ ତଦନୁସାରେ ତାହାର ବର୍ଗ ବା ରାଙ୍କ ନିର୍ଦ୍ଧାରିତ ହେବ। ଏହାଦ୍ୱାରା ସଡ଼କଗୁଡିକର ମାନ ବଢିବା ଘେନି ପ୍ରାଧିକରଣ ଆଶା ରଖିଛି। ଆହୁରି ମଧ୍ୟ ସଡ଼କର ଉତ୍ତମ ମାନ ରକ୍ଷା ପାଇଁ ଆବଶ୍ୟକସ୍ଥଳେ ସଂଶୋଧନ ବ୍ୟବସ୍ଥା ଓ ଉନ୍ନୟନ କାର୍ୟ୍ୟ କରିବାର ସୁଯୋଗ ସୃଷ୍ଟି ହେବ। ବ୍ୟବହାରକାରୀଙ୍କୁ ସର୍ବଶ୍ରେଷ୍ଠ ସଡକ ବ୍ୟବସ୍ଥା ଯୋଗାଇବା ଏହି କାର୍ୟ୍ୟକ୍ରମର ଲକ୍ଷ୍ୟ। ବିଭିନ୍ନ ଆନ୍ତର୍ଜାତିକ ବ୍ୟବସ୍ଥା ଓ ମାନକ ଆଦିକୁ ବିଚାରକୁ ନେଇ ତଦନୁସାରେ ଦେଶର ଜାତୀୟ ରାଜପଥଗୁଡିକର ବର୍ଗ ଓ ମାନ ଆଦିର ରାଙ୍କ ନିର୍ଦ୍ଧାରଣ କରାଯିବ। ଏଥିପାଇଁ ୩ଟି ପ୍ରମୁଖ ବିଭାଗ କରାଯାଇଛି। ସେଥିରେ ରାଜପଥର…
ନୂଆଦିଲ୍ଲୀ, ବର୍ତ୍ତମାନ ଭାରତର କୋଭିଡ ପରୀକ୍ଷଣ ସଂଖ୍ୟା ୧୦ ମିଲିୟନ ବା ୧ କୋଟି ଅତିକ୍ରମ କରିଛି। ବ୍ୟାପକ ପରୀକ୍ଷଣ ତଥା କେନ୍ଦ୍ର ଓ ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ସହିତ “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ସଫଳତାକୁ ଏହା ଦର୍ଶାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩,୪୬,୪୫୯ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷିତ ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୦୧,୩୫,୫୨୫। ସମଗ୍ର ଦେଶରେ ନମୁନା ପରୀକ୍ଷାଗାର କ୍ରମାଗତ ଭାବରେ ବୃଦ୍ଧି ପାଇବା ଦ୍ଵାରା ଏହି ସଫଳତା ସମ୍ଭବ ହୋଇଛି। ଆଜି ପଯ୍ୟନ୍ତ, ୧୧୦୫ରୁ ଅଧିକ ପରୀକ୍ଷାଗାର ଲୋକଙ୍କୁ କରୋନା ପରୀକ୍ଷା କରିବାରେ ସକ୍ଷମ ହୋଇଛି। ସରକାରୀ ଭାବେ ୭୮୮ଟି ପରୀକ୍ଷାଗାର ଥିବା ବେଳେ ବେସରକାରୀ ଭାବେ ୩୧୭ଟି ରହିଛି। ଭାରତ ସରକାରଙ୍କ ଦ୍ଵାରା କୋଭିଡ-୧୯ର ଧାରଣ ଏବଂ ପରିଚାଳନା ତଥା କ୍ରମାଗତ ପ୍ରୟାସ ଯୋଗୁଁ କରୋନା ରୋଗୀଙ୍କ ମଧ୍ୟରେ ଆରୋଗ୍ୟ ଲାଭ…
କନ୍ଦର୍ପ ବେହେରା ରେଢାଖୋଲ: ପହିଲି ଆଷାଢରେ ବର୍ଷା ହେଉଥିଲା ଜୋରଜାର। ପ୍ରଥମ ବର୍ଷାରେ ମାଛ ମାରିବାର ଯେଉଁ ଆନନ୍ଦଥାଏ ତାକୁ ଉପଭୋଗ କରିବା ପାଇଁ କଦଳିଗଡ ପଂଚାୟତର ସମାସିଙ୍ଗା ଗ୍ରାମର ଭୀମସେନ ପ୍ରଧାନ(୬୦) ହାତରେ ଜାଲ ଧରି ବାହାରି ପଡିଲେ ମାଛ ମାରିବା ପାଇଁ କେରାଣ୍ଡି ଜୋରକୁ। ଆନନ୍ଦ ମନରେ ମାଛ ମାରୁଥିବା ସମୟରେ ନିଜର ଅଜାଣତରେ କେରାଣ୍ଡି ଜୋରର ପ୍ରଖର ସ୍ରୋତରେ ଭାସିଗଲେ ଯେ, ଆଜିଯାଏ ତାଙ୍କର ମୃତ ଦେହ ମିଳିପାରିଲା ନାହିଁ। ଏ ଘଟଣା ଟି ଘଟିଛି ଗତ ଜୁନ୍ ମାସ ୨୧ ତାରିଖରେ। ଘଟଣାର ପାଂଚ ଦିନ ପରେ ଧରିଥିବା ମାଛ ଜାଲ କୁ କେବଳ ଜୋରର କୈାଣସି ଏକ ଗଛର ଚେରରେ ଲାଗିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାକୁ ଆଧାର କରି ଗ୍ରାମବାସୀ ସେ ମରିଯାଇଥିବା ସନ୍ଦେହରେ ତାଙ୍କ ପରିବାରକୁ ଶୁଦ୍ଧିକ୍ରିୟା କରିବାକୁ ପଡିଛି। ସ୍ୱାମୀର ମୃତ ଦେହ ମିଳି ନ ଥିଲେ ମଧ୍ୟ ସ୍ତ୍ରୀର…
ଭୁବନେଶ୍ବର, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଆଜି ପରଲୋକ ହୋଇଯାଇଛି। ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 66 ବର୍ଷ ବୟସରେ ତାଙ୍କର ପରୋକ ହୋଇଛି। 6 ଥର ବିଧାୟକ, ଥରେ ସାଂସଦ ହୋଇଥିବା ବିଷ୍ଣୁ ଦାସ ଥରେ ମନ୍ତ୍ରୀ ହୋଇଥିଲେ। ସେ ଜଗତସିଂହପୁରରୁ 5ଥର, ତିର୍ତ୍ତୋଳରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ନିର୍ବାଚିତ ହୋଇଥିଲେ। ସ୍ବଳ୍ପକାଳ ପାଇଁ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବିଷ୍ଣୁଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଚଣ୍ଡିଗଡ଼, ପୁଣି ଚର୍ଚ୍ଚାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ। ଶିଖ ଧର୍ମଗ୍ରନ୍ଥ ଚୋରି ନେଇ ଏକ ପାଞ୍ଚ ବର୍ଷ ତଳର ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଏସଆଇଟି ଗୁରୁମିତଙ୍କୁ ଅଭିଯୁକ୍ତ କରିଛି। ଜଣେ ସାମ୍ବାଦିକଙ୍କୁ ହତ୍ୟା ଓ ଧର୍ଷଣ ମାମଲାରେ ଗୁରୁମିତ 20 ବର୍ଷ ପାଇଁ ଜେଲଦଣ୍ଡ ଭୋଗୁଛନ୍ତି। . 2015 ଜୁନ୍ ରେ ପଂଜାବର ବୁର୍ଜ ଜବାହାର ସିଂହ ୱାଲା ଗାଁରୁ ଗୁରୁ ଗ୍ରନ୍ଥ ସାହିବ ଚୋରି କରିବା ଅଭିଯୋଗରେ ଏସଆଇଟି ଡେରା ସଚ୍ଚା ସୌଦାର 7 ଜଣ ସମର୍ଥକଙ୍କୁ ଗିରଫ କରିବା ପରେ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ ଗୁରୁମିତ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଗିରଫଙ୍କ ମଧ୍ୟରୁ 5 ଜଣଙ୍କୁ ଜେଲ ପଠାଇ ଦିଆଯାଇଛି। ଏହି ଚୋରି ଘଟଣା ନେଇ 2015ରେ ପଂଜାବର ବିଭିନ୍ନ ସ୍ଥାନରେ ପ୍ରବଳ ହିଂସା ଓ ପୋଡାଜଳା ଘଟିଥିଲା। ପୋଲିସ ଗୁଳିରେ 2 ଜଣଙ୍କ ମୃତ୍ୟୁ…
ଭୁବନେଶ୍ବର, ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୁଦ୍ଧ ଜିତିବାକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମନ୍ତ୍ର ଦେଇଛନ୍ତି। କୋଭିଡ ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସେ ପରାମର୍ଶ ଦେଇ କହିଛନ୍ତି, କରୋନାର ମୁକାବିଲା କରିବା ପାଇଁ ଗହଳି କରନ୍ତୁନି, ଗହଳିକୁ ଯାଆନ୍ତୁନି, ବାହାରକୁ ଗଲା ବେଳେ ସର୍ବଦା ମାସ୍କ ପିନ୍ଧନ୍ତୁ। ଆପଣ ସଂକ୍ରମିତ ହେଲେ ଆପଣଙ୍କ ପରିବାର ସଂକ୍ରମିତ ହେବେ। ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ସାରା ବିଶ୍ବପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ନବୀନ କହିଛନ୍ତି। ପୁରୀବାସୀଙ୍କ ସଂଯମ, ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି।
ନୂଆଦିଲ୍ଲୀ, ଏବେ ବିଶ୍ବରେ ଆମେରିକା ଓ ବ୍ରାଜିଲ ପଛକୁ ତୃତୀୟ ସ୍ଥାନରେ ଥିବା ଭାରତରେ ସୋମବାର ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ ପାଖାପାଖି ପହଞ୍ଚିଛି। ସରକାର କହିଛନ୍ତି ଜାତୀୟ ସ୍ତରରେ କୋଭିଡ-19 ପଜିଟିଭ ରୋଗୀଙ୍କ ହାର 6 ଦଶମିକ 73 ପ୍ରତିଶତରେ ପହଞ୍ଚିଛି। ପଂଜାବରେ ସଂକ୍ରମିତ ରୋଗୀଙ୍କ ହାର ସର୍ବନିମ୍ନ 1ଦଶମିକ 92 ପ୍ରତିଶତ ରହିଛି। ପ୍ରତି 10 ଲକ୍ଷ ଲୋକଙ୍କ ସ୍ବାବ ନମୁନା ପରୀକ୍ଷା ଆଧାରରେ ପଜିଟିଭ ହାର ପ୍ରସ୍ତୁତ ହୋଇଛି । ପୁରା ଦେଶରେ ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ 6 ହଜାର 859 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟରେ ଏହା ଦର୍ଶାଯାଇଛି। କୋଭିଡ-19 ପରିଚାଳନା ପାଇଁ ଅଧିକ ସଂଖ୍ୟାରେ ନମୁନା ସଂଗ୍ରହ ଓ ପରୀକ୍ଷା, ତୁରନ୍ତ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ଚିହ୍ନଟ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେବା ସହିତ ମିଳିତ…
ଭୁବନେଶ୍ବର, ଆଜି ସୋମବାର ରାଜ୍ୟରେ ଆଉ 262 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 73, ଗଜପତିରୁ 49, ଜଗତସିଂହପୁରରୁ 25, ରାୟଗଡ଼ାରୁ 16, କଟକରୁ 15, ବରଗଡ଼ରୁ 14, ଖୋର୍ଦ୍ଧାରୁ 13, ଭଦ୍ରକରୁ 12 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ 12, କେନ୍ଦ୍ରାପଡ଼ାରୁ 8, ଯାଜପୁର ଓ ସୁନ୍ଦରଗଡ଼ରୁ 4 ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନୁଗୁଳ, ବାଲେଶ୍ବର,ନୟାଗଡ଼ ଓ ନବରଙ୍ଗପୁରରୁ 3 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବୌଦ୍ଧ,ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ମୟୂରଭଂଜରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାବତ କରୋନା ଆରୋଗ୍ୟଙ୍କ ସଂଖ୍ୟା 6486କୁ ବୃଦ୍ଧି ପାଇଛି।
ମୁମ୍ବାଇ, ସବୁ କ୍ଷେତ୍ର ପରି ହୋଟେଲ ଶିଳ୍ପ ମଧ୍ୟ କରୋନା ମାଡ଼ରେ ବିଶେଷ ପ୍ରଭାବିତ ହୋଇଛି। ପ୍ରାୟ ଚାରି ମାସ ହେଲା ଦେଶର ବାଣିଜ୍ୟିକ ନଗରୀ ମୁମ୍ବାଇରେ ହୋଟେଲ ଶିଳ୍ପ ପୂରାପୁରି ଠପ୍ ହୋଇଯାଇଛି। ଯଦିଓ କେନ୍ଦ୍ର ସରକାର ହୋଟେଲ ଗୁଡିକୁ ଖୋଲିବା ଲାଗି ଜୁଲାଇ 8 ତାରିଖ ଧାର୍ଯ୍ୟ କରିଥିଲେ, କିନ୍ତୁ ଏଯାବତ୍ କୋଣସି ପ୍ରକାର ନୂଆ ସୂଚନା ସରକାର ଜାରି କରି ନାହାଁନ୍ତି। ଫଳରେ ମୁମ୍ବାଇ ମହାନଗରୀରେ ଥିବା ହୋଟେଲର ପ୍ରାୟ ପଚାଶ ପ୍ରତିଶତ ସେମାନଙ୍କ ବ୍ୟବସାୟ ସୂପୂର୍ଣ୍ଣ ବନ୍ଦ କରିଦେବାକୁ ବସିଲେଣି। ଦିନକୁ ଦିନ ସ୍ଥିତି ଅଧିକ ବିଗିଡି ବାକୁ ବସିଲାଣି। ଜୁନ୍ 30 ସୁଦ୍ଧା ହୋଟେଲ ଶିଳ୍ପରେ ପାଖାପାଖି 1ଲକ୍ଷ 25 ହଜାର କୋଟି ଟଙ୍କା କ୍ଷତି ହେଲାଣି। ଅନେକ ବଡ ବଡ ହୋଟେଲ ମାଲିକଙ୍କ କହିବା କଥା, ସ୍ଥିତି ଏପରି ଅଧିକ ଦିନ ଜାରି ରହିଲେ ହୋଟେଲ ଚଳାଇବା ମୁସ୍କିଲ ହୋଇ ପଡିବ। ଇଣ୍ଡିଆନ…
ପୁଣେ, ଏ ହେଉଛନ୍ତି ପୁଣେର ଜଣେ ବ୍ୟବସାୟୀ। ସୁନା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା। କୋଭିଡ-19 ସାରା ମହାରାଷ୍ଟ୍ରକୁ ସଂକ୍ରମିତ କରି ରଖିଥିବା ବେଳେ ଏ ବାବୁଙ୍କ ସଉକ ସମ୍ପୂର୍ଣ୍ଣ ନିଆରା। ପିମ୍ପ୍ରି-ଚିଞ୍ଚୱାଡା ସହରରେ ରହୁଥିବା ଶଙ୍କର କୁରାଡେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ତ ପିନ୍ଧିଛନ୍ତି। ହେଲେ ଜାଣନ୍ତି ଏ ମାସ୍କଟି ଏମିତି ସେମିତି ପାଞ୍ଚ ଦଶ ଟଙ୍କାର ନୁହେଁ। ସେ ତିଆରି କରି ମୁହଁରେ ପିନ୍ଧିଛନ୍ତି ସୁନାରେ ତିଆରି ଏକ ମାସ୍କ। ଏଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡିଛି 2 ଲକ୍ଷ 90 ହଜାର ଟଙ୍କା। ସୋସିଆଲ ମିଡିଆରେ ତାଙ୍କର ସୁନା ମାସ୍କ ପିନ୍ଧା ଫଟୋ ଭାଇରାଲ ବି ହୋଇଛି। ଭୂତାଣୁ ଅଟକାଇବାରେ ମାସ୍କ କେତେ କାମ କରିବ ତାହା ସେ ଜାଣନ୍ତି ନାହିଁ। କିନ୍ତୁ ତାଙ୍କୁ ପିନ୍ଧିବାକୁ କିଛି ଖରାପ ଲାଗୁ ନଥିବା ସେ କହିଛନ୍ତି। ନିଶ୍ବାସ ନେବା ପାଇଁ ମାସ୍କରେ ଏକ…
ଢାକ୍କା, ସାରା ବିଶ୍ବକୁ ଗ୍ରାସ କରିଥିବା କରୋନା ସଂକ୍ରମଣରୁ ରକ୍ଷା ପାଇଁ ସବୁଠି ଚାଲିଛି ଟୀକା ଓ ଔଷଧ ପାଇଁ ପରୀକ୍ଷା ନିରୀକ୍ଷା। ଢାକ୍କାର ଗ୍ଲୋବ ବାୟୋଟେକ୍ ବାଂଲାଦେଶର ପ୍ରଥମ କମ୍ପାନି ଭାବେ କୋଭିଡ-19 ପ୍ରତିଷେଧକ ଟୀକା ପ୍ରସ୍ତୁତ କରୁଥିବା ଦାବି କରିଛି। ପଶୁ ଶରୀରରେ ଏହାର ପ୍ରାରମ୍ଭିକ ପରୀକ୍ଷା ସଫଳ ହୋଇଥିବା ଦର୍ଶାଇ ଏହି କମ୍ପାନି ଆସନ୍ତା ଡିସେମ୍ବର 2020 ସୁଦ୍ଧା କୋଭିଡ ଟୀକା ବଜାରକୁ ଛାଡିବ ବୋଲି ଆଶା ରଖିଛି। ଜୁନ୍ 10ରୁ ଜୁନ୍ 28 ତାରିଖ ମଧ୍ୟରେ ପାଞ୍ଚଟି ଠେକୁଆ ଶରୀରରେ ଟୀକାର ପରୀକ୍ଷା କରାଯାଇଥିବା କମ୍ପାନିର ଗବେଷଣା ଓ ବିକାଶ ବିଭାଗ ଦାୟିତ୍ବରେ ଥିବା ଅଧିକାରୀ ଡକ୍ଟର ଅସୀଫ୍ ମେହମୁଦ କହିଛନ୍ତି। ଗ୍ଲୋବ ବାୟୋଟେକ୍ ଲିମିଟେଡ 2015ରୁ ଔଷଧ ପ୍ରସ୍ତୁତକାରୀ ଏକ କମ୍ପାନି ଭାବେ ବାଂଲାଦେଶରେ କାମ କରି ଆସୁଛି। ଏହି ସଂସ୍ଥା ଏକ ସ୍ବତନ୍ତ୍ର ସଂସ୍ଥା ଭାବେ ଗବେଷଣା କରି ଆସୁଛି। (ଏଜେନସି)
ସମ୍ବଲପୁର : ଆସନ୍ତା 13 ତାରିଖ ଯାଏ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ । କାଲିଠାରୁ 13 ତାରିଖ ଯାଏ ବିଶ୍ବବିଦ୍ୟାଳୟକୁ ବନ୍ଦ ରଖିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି । ସମ୍ବଲପୁର ଓ ବୁର୍ଲାରେ କରୋନା ରୋଗୀ ବଢୁଥିବାରୁ ପ୍ରତିଷେଧକ ବ୍ୟବସ୍ଥା ନିଆଯାଇଛି । ବିଶ୍ବବିଦ୍ୟାଳୟ ଓ ପିଜି ଡିପାର୍ଟେମେଣ୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ଦେଇଛନ୍ତି କୁଳପତି ।
କାନପୁର, ଉତ୍ତର ପ୍ରଦେଶର କାନପୁର ଚୌବେପୁର ବିକୃ ଗାଁରେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିରେ 8 ଜଣ ପୋଲିସ କର୍ମଚାରୀ ସହିଦ ହେବା ଘଟଣା ନେଇ ଏବେ ଯୋଗୀ ସରକାରକୁ ହରଡଘଣାରେ ପକାଇଛନ୍ତି ବିରୋଧୀ। ଘଟଣାକୁ 75 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅପରାଧୀ ଗ୍ୟାଙ୍ଗର ସର୍ଦ୍ଦାର ବିକାଶ ଦୁବେକୁ ଧରିବାରେ ପୋଲିସ ବିଫଳ ହୋଇଛି। ଏପରିକି ପୋଲିସକୁ ବିକାଶର ଟେର୍ ବି ମିଳୁନାହିଁ। ପୋଲିସଠାରୁ ଅଧିକ ବଳବାନ ସାଜିଛି ଅପରାଧୀ ବିକାଶ। ପୋଲିସକୁ ଚକମା ପରେ ଚକମା ଦେଇ ଘୁରି ବୁଲୁଛି ଦୁବେ, ନା ଖୋଦ୍ ପୋଲିସ ଆଶ୍ରୟରେ ରହିଛି କ୍ରାଇମ ମାଷ୍ଟର ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇତିମଧ୍ୟରେ କାନପୁର ପୋଲିସର ଆଉ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ କ୍ରାଇମ ନେଟୱର୍କରେ ସଂପୃକ୍ତ ଥିବା ଅଭିଯୋଗରେ ଚାକିରିରୁ ସସପେଣ୍ଡ କରାଯାଇଛି। ବିକାଶ ଦୁବେକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସର ବିଭିନ୍ନ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବଙ୍କ ପାଇଁ ଅନେକ ଗୁଡିଏ କଲ୍ୟାଣମୂଳକ ଯୋଜନା କରିଛନ୍ତି । ଏହି ଯୋଜନା ଜରିଆରେ ପ୍ରକୃତ ହିତାଧିକାରୀ ଉପକୃତ ହେବାର ଲକ୍ଷ୍ୟ ରଖାଯାଇଛି । କିନ୍ତୁ ସରକାରଙ୍କ ଏହି ସବୁ ଯୋଜନା କ’ଣ ସତରେ ଯୋଗ୍ୟହିତାଧିକାରୀ ପାଖରେ ପହଞ୍ଚିପାରୁଛି, ତାହା ଏବେ ଏକ ବିରାଟ ପ୍ରଶ୍ନ । ରାଜ୍ୟ ସରକାର ଗରିବ ଖଟିଖିଆଙ୍କ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରିଥିବାବେଳେ ଅସଲ ହିତାଧିକାରୀ ପାଖରେ ଏହା ଅପହଞ୍ଚ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଅଞ୍ଚଳର ଜଣେ ଗରିବ ତଥା ଅସହାୟ ପକ୍ଷଘାତ ରୋଗୀ ସୁରେନ୍ଦ୍ରନାଥ ରୋଗରେ ପଡି ସରକାରୀ ସାହାଯ୍ୟ ପାଇଁ ବିକଳ ଅନୁରୋଧ କରୁଥିଲେ ମଧ୍ୟ ତାଙ୍କ ପାଖରେ ପହଞ୍ଚି ପାରୁନି ପ୍ରଶାସନ । ସୁରେନ୍ଦ୍ରନାଥ ବେହେରା, ବୟସ 46, …
ଲିଙ୍ଗରାଜ ମିଶ୍ର ଶେଷରେ ପଦାରେ ପଡିଲା ଚୀନର ପୁରୁଣା ଅଭ୍ୟାସ। ଜିତିଲା ଭାରତ, ବଢିଲା ଦେଶର ସମ୍ମାନ ଓ ଭାରତୀୟ ଯବାନଙ୍କ ମନୋବଳ। ଯେଉଁ ଗଲୱାନ ଘାଟୀରେ ରକ୍ତାକ୍ତ ସଂଘର୍ଷ ନେଇ ଦୁଇ ଦେଶ ମଧ୍ୟରେ ବଢିଥିଲା ସାମରିକ ଉତ୍ତେଜନା, ତାହାର ସାମୟିକ ଅବସାନ ବୋଲି କହିପାରିବା। କାରଣ ପୂର୍ବ ଲଦାଖରେ ଥିବା ଗଲୱାନ ଉପତ୍ୟକାରୁ ଚୀନ ସେନା ପ୍ରାୟ ଦେଢରୁ ଦୁଇ କିଲୋମିଟର ପଛକୁ ହଟିଛନ୍ତି। ଏଥିସହିତ ପ୍ରକୃତ ନିଯନ୍ତ୍ରଣ ରେଖା LACରେ ଥିବା ହଟ୍ ସ୍ପ୍ରିଙ୍ଗସ ଏବଂ ଗୋଗ୍ରା ଏରିଆରୁ ମଧ୍ୟ ଚୀନ ତାର ସେନା ହଟାଇବା ସହ ବିବାଦୀୟ ଅଞ୍ଚଳରେ ପକାଇଥିବା ଟେଣ୍ଟ ସବୁ ମଧ୍ୟ ଅପସାରଣ କରି ନେଇଛି। ଭାରତ ମଧ୍ୟ ତା ସ୍ଥାନରୁ ପଛକୁ ହଟିଥିବାର ସୂଚନା ରହିଛି। ତେବେ ସେ ଯାହା ହେଉ ନା କାହିଁକି, ସେନା ଅପସାରଣ ପ୍ରକ୍ରିୟା ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦ ଜନିତ ସମସ୍ୟାର ସମାଧାନ…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 17 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 10 ଜଣ ଲୋକାଲ୍ କେସ୍ ଥିବାବେଳେ 5 ଜଣ ହୋମ୍ କ୍ବାରେଣ୍ଟାଇନ୍ ଓ ଦୁଇ ଜଣ କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ବିଏମ୍ସି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ କୋଭିଡ୍ ଯୋଦ୍ଧା ରହିଛନ୍ତି । ଦୁହେଁ ଏକ ଘରୋଇ କୋଭିଡ୍ ହସ୍ପିଟାଲର ପୁରୁଷ କର୍ମଚାରୀ ବୋଲି ସୂଚନା ରହିଛି । ଦୁହିଁଙ୍କ ବୟସ ଯଥାକ୍ରମେ 26 ଓ 35 ବର୍ଷ ବୋଲି ସୂଚନା ରହିଛି । 10 ଲୋକାଲ୍ କେସ୍ ମଧ୍ୟରୁ ଡୁମୁଡୁମା ରଘୁନାଥ ନଗର ବସ୍ତିରୁ ଦୁଇଜଣ ଚିହ୍ନଟ ହୋଇଛନ୍ତ । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ 40 ବର୍ଷୀୟା ମହିଳାଥିବାବେଳେ ଅନ୍ୟ ଜଣେ 30 ବର୍ଷୀୟ ପୁରୁଷ । ସେହିପରି ପଟିଆ ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ 63 ବର୍ଷୀୟ ପୁରୁଷ ଚିହ୍ନଟ…
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 23 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଲା ପ୍ରଶାସନ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 22 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଜଣେ ଏସ୍ସିବି ମେଡିକାଲ୍ କଟକରୁ ଚିକିତ୍ସିତ ହେଉଥିବାର ଜଣାପଡିଛି । ଚିହ୍ନଟ ହୋଇଥିବା 22 ଜଣ ଯାକ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ଜଣେ, ଦିଲ୍ଲୀରୁ ଦୁଇଜଣ, କର୍ଣ୍ଣାଟକରୁ 5 ଜଣ, ମହାରାଷ୍ଟ୍ରରୁ ଜଣେ, ପଶ୍ଚିମବଙ୍ଗରୁ ତିନି ଜଣ, ତେଲେଙ୍ଗାନାରୁ 6 ଜଣ, ତାମିଲନାଡୁରୁ 3ଜଣ, କୁଏତ୍ରୁ ଜଣେ ରହିଛନ୍ତି । ସେହିପରି ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦା ବ୍ଲକରୁ 8 ଜଣ ରହିଥିବାବେଳେ ଜଗତସିଂହପୁର ବ୍ଲକରୁ 5 ଜଣ, ବିରିଡି ବ୍ଲକରୁ ଜଣେ, ତିର୍ତ୍ତୋଲ ବ୍ଲକରୁ 9ଜଣ ରହିଛନ୍ତି । ନୂତନ 23ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ…
କଟକ: କଟକ ସହରରୁ ଆଉ 3 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଲୋକାଲ୍ କେସ୍ ଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିବାବେଳେ ଅନ୍ୟ ଜଣେ ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଲୋକାଲ୍ କଣ୍ଟାକ୍ଟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 58 ବର୍ଷୀୟ କୋଭିଡ ଯୋଦ୍ଧା ବୋଲି ସୂଚନା ରହିଛି । ସେ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସେହିପରି ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ବୟସ 59 ବର୍ଷ । ସେ ମାଣିକଘୋଷ ବଜାରରୁ ଚିହ୍ନଟ ହୋଇଛନ୍ତି । ସେ ପୂର୍ବ ସଂକ୍ରମିତଙ୍କଠାରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 62 ବର୍ଷୀୟ ପୁରୁଷ । ସେ…
ବାଲେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଥିବା ନେଇ ସଂପୃକ୍ତ ବିଧାୟକ ଜଣକ କହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଜି ରାଜ୍ୟରେ 24ଟି ଜିଲ୍ଲାରୁ ଆଉ 456 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9ହଜାର 526କୁ ବୃଦ୍ଧି ହୋଇଛି । ସେହିପରି ଆଜି ରାଜ୍ୟରୁ ଦୁଇଟି ମୁଣ୍ଡ ନେଇଛି କରୋନା । ଏବେ ସୁଦ୍ଧା ରାଜ୍ୟରୁ 38ଜଣଙ୍କର ମୁଣ୍ଡ ନେଲାଣି କରୋନା ।

