ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 203 ଜଣ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 60 ଜଣ ସୁସ୍ଥ ହୋଇଥିବାବେଳେ ଗଜପତି 20ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 19, କଟକରୁ 18, ଭଦ୍ରକରୁ 14, କେଉଁଝରରୁ 13, ନୟାଗଡରୁ 12, ମୟୂରଭଞ୍ଜରୁ 10, ଯାଜପୁରରୁ 9 ଜଣ, ବାଲେଶ୍ବରରୁ 8 ଜଣ, କେନ୍ଦ୍ରାପଡାରୁ 7ଜଣ, ଅନୁଗୁଳରୁ 4ଜଣ, ଢେଙ୍କାନାଳରୁ 3 ଜଣ, ବଲାଙ୍ଗିର ଓ ଜଗତସିଂହପୁରର 2 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଦେବଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4ହଜାର946ରେ ପହଞ୍ଚିଛି ।
Author: Samikhsya Bureau
ମୁମ୍ବାଇ : ମହାରାଷ୍ଟ୍ର ସରକାର ଲକ୍ ଡାଉନ୍ର ଅବଧିକୁ ବୃଦ୍ଧି କରାଇଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଜୁଲାଇ 31 ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । ସେହିପରି ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଉଦ୍ଧବ ସରକାର ରାଜ୍ୟରେ ଏବେ ଲକଡାଉନ୍ ଶେଷ ହେବ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏବେ ଲକଡାଉନ୍ ଜାରି ରହିବ। ସ୍ଥିତିରେ ପରିବର୍ତ୍ତନ ହେଲେ ନିୟମ ମଧ୍ୟ ବଦଳିବ ବୋଲି କହିଛନ୍ତି ଉଦ୍ଧବ ଠାକ୍ରେ । ସୂଚନାଯୋଗ୍ୟ, ଦେଶରେ ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ଦେଢଲକ୍ଷରୁ ଉର୍ଦ୍ଧ୍ବ କରୋନାରେ ସଂକ୍ରମିତ ହୋଇଥିବାବେଳେ 7 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି ।
ହାଇଦ୍ରାବାଦ : ହାଇଦ୍ରାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ 26 ବର୍ଷୀୟ ଯୁବକ କରୋନାରେ ମୃତ୍ୟୁ ବରଣ କରିବା ପୂର୍ବରୁ ନିଜ ପିତାଙ୍କୁ ଶେଷ ଭିଡିଓ ବାର୍ତ୍ତା ପଠାଇଛନ୍ତି । ଯାହାକୁ ଦେଖି ସମେସ୍ତ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ରୋଗୀ ଜଣକ ଭିଡିଓରେ ତାଙ୍କ ବାପାଙ୍କୁ ଶେଷ ବିଦାୟ ଜଣାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଘଟିଛି । ମୃତ୍ୟର କିଛି ସମୟ ପୂର୍ବରୁ ଯୁବକ ଜଣକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ଯୁବକ ଜଣକ କହିଛନ୍ତି ଯେ, ‘ମୁଁ ନିଃଶ୍ୱାସ ନେଇ ପାରୁନାହିଁ,.ଏନେଇ ମୁଁ ତାଙ୍କୁ କେତେ ଅନୁରୋଧ କଲି, ତଥାପି ମତେ ତିନି ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ୍ ଦିଆଗଲା ନାହିଁ। ମୁଁ ଆଉ ନିଃଶ୍ୱାସ ନେଇପାରୁ ନି ଡାଡି। ମୋତେ ଏମିତି ଲାଗୁଛି…
ଯାଜପୁର : ଯାଜପୁର ଜିଲ୍ଲାରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରାଯାଇଛି । 8 ତାରିଖ ମଧ୍ୟରାତ୍ର ଯାଏ ଅଫିସ୍ ଯିବାକୁ ବାରଣ କଲେ ଜିଲ୍ଲାପାଳ । 48 ଘଣ୍ଟା ମଧ୍ୟରେ ଜିଲ୍ଲାରେ 81 ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ । 81 ଜଣଙ୍କ ମଧ୍ୟରେ ଜଣେ ବରିଷ୍ଠ ସରକାରୀ ଅଫିସ୍ର ରହିଥିବାର ସୂଚନା ରହିଛି । ସୂଚନାଯୋଗ୍ୟ, ପୂର୍ବରୁ ଗଞ୍ଜାମରେ ମଧ୍ୟ ସରକାରୀ ଅଫିସ୍କୁ ସର୍ବସାଧାରଣଙ୍କୁ ବାରଣ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଥିବା ସବୁ ସରକାରୀ ଅଫିସ୍କୁ ସର୍ବସାଧାରଣଙ୍କ ଯିବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।
ନୂଆଦିଲ୍ଲୀ:ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରବିବାର ବିଳମ୍ୱିତ ରାତିରେ ରାଷ୍ଟ୍ରପତି ଏହି ଦାୟିତ୍ୱ ଦେଇଛନ୍ତି। ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଆନନ୍ଦୀ ପଟେଲଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲାଜୀ ଟଣ୍ଡନ୍ ଏବେ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏବେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ମଧ୍ୟପ୍ରଦେଶ ରାଜଭବନ ପକ୍ଷରୁ କୁହାଯାଇଛି। (ଏଜେନ୍ସି)
ଭୁବନେଶ୍ବର : ଚିନ୍ତା ବଢାଇଲାଣି ରାଜଧାନୀ । ରାଜଧାନୀରେ ଲୋକାଲ୍ କେସ୍ ବଢି ଚାଲିଛି ।ଆଜି ଭୁବନେଶ୍ବରରୁ 25 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 23 ଜଣ ଲୋକାଲ୍ କେସ୍ ହୋଇଥିବାବେଳେ 2 ଜଣ ହୋମ୍ କ୍ବାରେଣ୍ଟିନ୍ ବୋଲି ସୂଚନା ଦେଇଛି ବିଏମ୍ସି। ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ 28 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 44 ବର୍ଷୀୟ ରେଲ୍ଓ୍ବେ କର୍ମଚାରୀ ରହିଛନ୍ତି । ଯୁବତୀ ଜଣକ ନିକଟରେ କୋଲକତାରୁ ଫେରିଥିବାବେଳେ ରେଲ୍ଓ୍ବେ କର୍ମଚାରୀ ଜଣକ ଦିଲ୍ଲୀରୁ ଫେରିଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ 23 ଲୋକାଲ୍ କେସ୍ ମଧ୍ୟରୁ ମଞ୍ଚେଶ୍ବରରୁ 5 ଜଣ ରହିଛନ୍ତି । ସେହିପରି ସାମନ୍ତରାପୁରରୁ ଦୁଇଜଣ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଜଣେ କ୍ବାରେଣ୍ଟାଇନ୍ ସେଣ୍ଟରରେ କାର୍ଯ୍ୟ କରନ୍ତି ବୋଲି ଜଣାପଡିଛନ୍ତି । ସେହିପରି ଚକେଇସିଆଣୀ ମଞ୍ଚନାଥ ହାଇସ୍କୁଲ…
ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ଆଜି ରାଜ୍ୟରୁ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ସେଠାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମୃତକ ଦ୍ବୟ ଗଞ୍ଜାମରୁ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା 23ରେ ପହଞ୍ଚିଛି । ଦୁହିଁଙ୍କ ମଧ୍ୟରେ ଜଣେ 48 ବର୍ଷୀୟ ବ୍ୟକ୍ତିଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟରେ ମୋଟ୍ 245 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ 6ହଜାର 859 ପହଞ୍ଚିଛି । ସେହିପରି ଆଉ 7 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର…
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ଏନଏସିକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ। ଆସନ୍ତାକାଲିଠାରୁ ଆଗାମୀ ୭ ଦିନ ପାଇଁ ଛତ୍ରପୁର ଏନଏସିକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଜୁନ ୩୦ ତାରିଖ ଠାରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଏହି ସମୟରେ ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନେଇଥିବା ଜିଲ୍ଲାପାଳ କୁଲାଙ୍ଗେ କହିଛନ୍ତି।
ହାଇଦ୍ରାବାଦ: ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲିଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ରବିବାର ରାତିରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ଅବସ୍ଥା ସ୍ଥିର ବୋଲି ବର୍ଣ୍ଣନା କରିଛନ୍ତି। ଅଲି ଜୁନ୍ ୨୫ ରେ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ହରିଥା ହରାମ ନାମକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କରୋନାଭାଇରସ୍ ଦ୍ଵାରା ସଂକ୍ରମିତ ହୋଇଥିବା ସେ ହେଉଛନ୍ତି ପ୍ରଥମ ମନ୍ତ୍ରୀ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାର ତିନିଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। (ଏଜେନ୍ସି)
କରାଚି: କରାଚିରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ବନ୍ଧୁକ ଓ ଗ୍ରେନେଡ୍ ଆକ୍ରମଣରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି ଏବଂ ତିନି ଜଣ ଆହତ ହୋଇଛନ୍ତି। ଚାରିଜଣ ମାଓବାଦୀ ପିଏସଏକ୍ସ ବିଲଡିଂ ଉପରେ ଆକ୍ରମଣ କରି ଗୁଳି ଚଳାଇଛନ୍ତି। ସମସ୍ତ ଚାରି ଆତଙ୍କିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମାଓବାଦୀମାନେ ବିଲ୍ଡିଂର ମୁଖ୍ୟ ଫାଟକରେ ଗ୍ରେନେଡ ଆକ୍ରମଣ କରି ଅନ୍ଧାଧୁନ ଗୁଳି ଚଳାଇବା ପରେ ବିଲ୍ଡିଂ ଉପରେ ଆକ୍ରମଣ କରିଥିଲେ। ଆହତମାନଙ୍କ ମଧ୍ୟରେ ପିଏସେକ୍ସ ବିଲଡିଂ ବାହାରେ ଅବସ୍ଥାପିତ ଜଣେ ପୋଲିସ ଅଧିକାରୀ ଏବଂ ସୁରକ୍ଷା କର୍ମୀ ମଧ୍ୟ ଅଛନ୍ତି। ପୋଲିସ ଏବଂ ରେଞ୍ଜର୍ସ କର୍ମଚାରୀଙ୍କ ଦ୍ୱାରା ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ପିଏସେକ୍ସ ବିଲଡିଂ ଭିତରେ ଥିବା ଲୋକଙ୍କୁ ପଛପଟରୁ ସ୍ଥାନାନ୍ତର କରାଯାଉଥିଲା। ପିଏସଏକ୍ସର ନିର୍ଦ୍ଦେଶକ ଅବିଦ୍ ଅଲି ହବିବ କହିଛନ୍ତି ଯେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ସେମାନେ ଆମର ପାର୍କିଂ ଅଞ୍ଚଳରୁ ଯାଇ…
କନ୍ଦର୍ପ ବେହେରା ରେଢାଖୋଲ: ପଣସ ଖାଇବାକୁ ଯାଇ ଶେଷରେ ଭାଲୁର ଜୀବନ ଯିବା ଭଳି ଘଟଣା ଘଟିଛି ନାକଟିଦେଉଳ ରେଞ୍ଜ ଅଧିନସ୍ଥ ବିନ୍ଧପୁର ଗ୍ରାମରେ। ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ଜାମୁଯୋରୀ ପଂଚାୟତର ବିନ୍ଧପୁର ଗ୍ରାମର ଢିପସାହିରେ ଥିବା ଏକ ପଣସ ଗଛକୁ ରାତିରେ ଏକ ଭାଲୁ ପଣସ ଖାଇବାକୁ ଆସିଥିଲା। ପଣସ ଖାଇବା ଲୋଭରେ ସେ ବିଦ୍ୟୁତ ତାରଟିକୁ ଦାନ୍ତରେ କାମୁଡି ଦେବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗଛ ତଳକୁ ପଡି ମୃତ୍ୟୁବରଣ କରିଥିଲା। ସକାଳୁ ବିନ୍ଧପୁର ଗ୍ରାମବାସୀ ଦେଖି ଜଙ୍ଗଲ ବିଭାଗକୁ ଖବର ଦେବାରୁ ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗ ଯାଇଥିଲା। ଭାଲୁର ମୃତ ଦେହକୁ ଜଙ୍ଗଲ ବିଭାଗ ଜବତ କରିଛି। ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସଂଭବ ହୋଇପାରି ନ ଥିଲା। ନାକଟିଦେଉଳ ରେଞ୍ଜ ଅଧିନରେ ବହୁଗ୍ରାମରେ ବିଦ୍ୟୁତ୍ ତାର ବହୁତ ପାଖରେ ଥିବାରୁ ବହୁଧନ…
ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୧୪ ଜଣ ଚିହ୍ନଟ ହୋଇଥିବାବେଳେ ୩୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦୮୬ ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୪ହଜାର ୭୪୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୨୧ ଜଣ। ସେହିପରି ୭ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି କରୋନା। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସମକ୍ରମିତ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ପାର କରିସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୧୯ ହଜାର ୪୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮୦ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୧୦ ହଜାର ୧୨୦ଆକ୍ଟିଭ ମାମଲା ରହିଥିବାବେଳେ ମୋଟ୍ ୩ ଲକ୍ଷ ୨୧ ହଜାର ୭୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬,୪୭୫କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୬୪ ହଜାର ୬୨୬ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୭ ହଜାର ୪୨୯କୁ ବୃଦ୍ଧି ହୋଇଛି।
ଭୁବନେଶ୍ୱର : ଚାକିରିରେ ଯୋଗ ଦେବା ପୂର୍ବଦିନ ଆତ୍ମହତ୍ୟା କରିଛନ୍ତି ଓଏଫ୍ଏସ ଅଧିକାରୀ। ଏପରି ଅଭାବନୀୟ ଘଟଣା ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ 4ରେ ଘଟିଛି। ମୃତକ ହେଲେ ଅଭିଳାଶ ସ୍ୱରୂପ ମହାପାତ୍ର। ମିଳିଥିବା ସୂଚନା ଅନୁଯାୟୀ , ଅଭିଳାଷ ଆଜି ଭୁବନେଶ୍ୱରସ୍ଥିତ ଟ୍ରେଜେରି ଅଫିସ୍ରେ ଓଏଫଏସ୍ ଅଧିକାରୀ ଭାବେ ଆଜି ଯୋଗ ଦେଇଥାନ୍ତେ। ହେଲେ ଗତକାଲି ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି। ଅଭିଳାଷଙ୍କ ପ୍ରକୃତ ଘର ଟିଟିଲାଗଡରେ । କିନ୍ତୁ ସେ ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ରେ ପତ୍ନୀଙ୍କ ସହ ରହୁଥିଲେ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଖଣ୍ଡିଗିରି ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ…
ଶ୍ରୀନଗର : ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ଖୁଲଚୋହର ଅଂଚଳରେ ୩ ଜଣ ଆତଙ୍କବାଦୀକୁ ନିହତ କରାଯାଇଛି । ସୁରକ୍ଷା ବାହିନୀର ଯବାନମାନେ ଏହି ଅଜଣା ଆତଙ୍କବାଦୀମାନଙ୍କୁ ନିହତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ନିଦ୍ଦିଷ୍ଟସ୍ଥାନରେ ଏନକାଉଣ୍ଟର କରିଥିଲେ । ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିବା ସହ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ମୃତ ଆତଙ୍କବାଦୀଙ୍କ ପାଖରୁ ଏକ-47 ବନ୍ଧୁକ ଦୁଇଟି ପିସ୍ତଲ ଜବତ କରାଯାଇଥିବା ସ୍ଥଳ ସେନା ପକ୍ଷରୁ ସୂଚନା ମିଳିଛି। ତେବେ ମୃତ ଆତଙ୍କବାଦୀଙ୍କର ଚିହ୍ନଟ ହୋଇନାହିଁ। ସୂଚନା ଯୋଗ୍ୟ, ଗତ ଶୁକ୍ରବାର ତ୍ରାଲରେ ସୁରକ୍ଷା ବାହିନୀର ଯବାନମାନେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ନିହତ କରିଥିଲେ ।
କେଦାର ମିଶ୍ର ଇତିହାସ ଅନେକ ସମୟରେ ବର୍ତ୍ତମାନ ସମୟର ଦର୍ପଣ ଭଳି ହଠାତ ଠିଆ ହୋଇପଡେ। ଲାଗେ, ସମୟ ସହିତ ଘଟନା ଓ ଚରିତ୍ରମାନେ ନିଜକୁ ପୁଣି ଥରେ ସମାନ ଭାବରେ ସାବ୍ୟସ୍ତ କରୁଛନ୍ତି। ଶହ ଶହ ବର୍ଷ ଧରି ସମାନ ଘଟନା ଯେମିତି ନିରନ୍ତର ଘଟି ଚାଲିଛି। ୨୦୨୦ ମସିହା ପୃଥିବୀର ଇତିହାସରେ ଗୋଟେ ଭୟଙ୍କର ବିପଦ ଧରି ଠିଆ ହୋଇଛି। ଏହି ବିପଦ ସମୟରେ ଶହେ ବର୍ଷ ତଳର ଗୋଟେ ଘଟନା କୁ ନେଇ ଆମେ ଚିନ୍ତା କରିବା। ଚଳିତ ବର୍ଷ କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ଓଡିଶାର ପ୍ରସିଦ୍ଧ ପର୍ବ ରଥଯାତ୍ରା ପାଳିତ ହେବ କି ନାହିଁ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଭକ୍ତଙ୍କ ବିନା ଉପସ୍ଥିତିରେ, ଖାଁ ଖାଁ ବଡ ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନଯାତ୍ରା ସମାପ୍ତ ହୋଇଛି। ଆଗକୁ ରଥଯାତ୍ରା ହେବ କି ନାହିଁ, ଯାତ୍ରା ହେଲେ ଭକ୍ତମାନେ ପୁରୀ ସହରକୁ ଆସିବେ…
ପୁରୀ, ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ବିଭିନ୍ନ ନୀତିକାନ୍ତି ତଥା ଯାନିଯାତ୍ରାରେ ଶ୍ରୀବିଗ୍ରହମାନେ ଲୋକକଲ୍ୟାଣ ନିମିତ୍ତ ତଥା ବିଭିନ୍ନ କାର୍ଯ୍ୟର ପ୍ରାରମ୍ଭ ନିମିତ୍ତ ଆଜ୍ଞା ବା ଆଦେଶ ପ୍ରଦାନ ପୂର୍ବକ ପ୍ରତିନିଧିମାନଙ୍କୁ ଶ୍ରୀଅଙ୍ଗରୁ ଯେଉଁ ମାଳ ଦେଇଥାନ୍ତି, ତାହାର ନାମ ହେଉଛି ଆଜ୍ଞାମାଳ।
ପୁରୀ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ହୋଇ ଶରଧାବାଲିରେ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତ କରି ରଖାଯାଇଛି। ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯାଇଥିଲା । ପରେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୋଡ଼ କରି ରଖାଯାଇଛି। ରଥଯାତ୍ରା ପାଇଁ ପୁରା ପୁରୀ ଜିଲ୍ଲାରେ ର୍କଫ୍ୟୁ ଲାଗୁ କରାଯିବ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଘୋଷଣା କରାଯାଇଛି। ଆସନ୍ତା 1 ତାରିଖ ବୁଧବାର ଦିନ ବାହୁଡା ଯାତ୍ରା ଅନୁଷ୍ଠିତ ହେବ। ସେଦିନ ସକାଳ ଆଠଟାରେ ବାହୁଡା ପହଁଣ୍ଡି କରାଯିବ। ସେହିପରି ଛେରାପହଁରା ଦିନ 10ଟା 30 ରେ କରାଯିବ ବୋଲି ନିଷ୍ପତି କରାଯାଇଛି।
ନୂଆଦିଲ୍ଲୀ/ଭୁବନେଶ୍ବର, ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ୱାନ କରିଛନ୍ତି। ଏହି ମର୍ମରେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟମାନେ ନିଜ ଗାଁର ପାଞ୍ଚ ଜଣଙ୍କୁ ପୁରୀ ଶ୍ରୀମନ୍ଦିର ଦର୍ଶନରେ ନିଅନ୍ତୁ। ମନ୍ଦିର ଖୋଲିବା ପରେ ନିଜ ଖର୍ଚ୍ଚରେ ସଦସ୍ୟମାନେ ଏହି କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଯୁବ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗ ଦେଇ ଏହା ଆହ୍ୱାନ କରିବା ସହ ଯୁବ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ସଂଗଠନ, ସମ୍ପର୍କ, ସର୍ବୋପରି ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଁଚାଇବା ପାଇଁ କାମ କରିବାକୁ କହିଛନ୍ତି ପ୍ରଧାନ। ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ଟଙ୍କା…
କନ୍ଦର୍ପ ବେହେରା ରେଢାଖୋଲ: ସରକାର କମ୍ ବୟସରୁ ବାହାଘର ନ ହେବା ପାଇଁ ଗଣ ମାଧ୍ୟମରେ ବାରମ୍ବାର ସଚେତନ କଲେ ମଧ୍ୟ ଗ୍ରାମାଂଚଳର ଲୋକମାନେ ମାନୁ ନାହାନ୍ତି। ବରପାତ୍ର ମିଳିଗଲା ପରେ ଅତି କମ୍ ବୟସରୁ ବାହାଘର କରି ନିଜ ମୁଣ୍ଡରୁ ବୋଝ ଗଲା ବୋଲି ଭାବୁଛନ୍ତି। ଏମିତି ଏକ ଘଟଣା ଘଟିଛି ଯାହାକି କମ୍ ବୟସର ବାଳିକାକୁ ବାପଘର ବାହାଘର କରିଦେବା ସମୟରେ ଚାଇଲଡ୍ ଲାଇନ୍ ଦ୍ୱାରା ଧରା ପଡି ଶେଷରେ ବାହାଘର ବନ୍ଦ ହେବା ଭଳି ଘଟଣା ଘଟିଛି ଚାରମାଳ ଥାନା ଅଂଚଳରେ। ପ୍ରକାଶ ଯେ, ରେଢାଖୋଲ ସବ୍ଡିଭିଜନ୍ ଚାରମାଳ ଥାନା ବଂଶାଜାଲ ପଂଚାୟତର କୋଇଲିପଦର ଗ୍ରାମର ଜନୈକ ନାବାଳିକାର ବାହାଘର ବୀରମହାରାଜପୁର ଥାନା ଚୁମକାଦାଦର ଗ୍ରାମର ସୁମନ୍ତ ପ୍ରଧାନଙ୍କ ସହ ହେବାର ଥିଲା। ବରପକ୍ଷ ମଧ୍ୟ ପହଂଚି ସାରିଥିଲେ। ଏ ସଂପର୍କରେ ଚାରମାଳ ଚାଇଲଡ୍ ଲାଇନ୍ ଖବର ପାଇ ରେଢାଖୋଲ ସିଡିପିଓ(ବାଲ୍ୟବିବାହ ନିରୋଧ ଅଧିକାରୀ), ଚାରମାଳ ପୋଲିସ୍…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବଲିଉଡର ଲୋକପ୍ରିୟ କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କୁ ପୋଲିସ ଜେରା କରିଛି। ୟଶ ରାଜ ଫିଲ୍ମସ୍ ସହିତ ଜଡିତ ଶାନୁ ଶର୍ମାଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନରେ ଜେରା କରାଯାଇଥିବା ଟାଇମ୍ସଫିଣ୍ଡିଆ ଡଟ୍ କମ୍ ରିପୋର୍ଟରରୁ ଜଣାପଡିଛି। ଡେପୁଟି କମିଶନର ଅଭିଷେକ ତ୍ରିମୁଖେ କହିଛନ୍ତି ଯେ ୟଶ ରାଜ ଫିଲ୍ମ ସହ କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନରେ ଜେରା କରାଯାଇଥିଲା। ଅନ୍ୟ କିଛି ଅଧିକାରୀ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ଅଧିକ ପ୍ରଡ଼କ୍ସନ ହାଉସର ପ୍ରତିନିଧୀଙ୍କୁ ପୋଲିସ ପଚରାଉଚରା କରିବ। ଆଦିତ୍ୟ ଚୋପ୍ରା ପ୍ରଡ଼କ୍ସନ ବ୍ୟାନର ଦ୍ୱାରା ସମର୍ଥିତ “ଶୁଦ୍ଧ ଦେଶୀ ରୋମାନ୍ସ” ଏବଂ “ଡିଟେକ୍ଟିଭ୍ ବ୍ୱମକେଶ ବକ୍ସି!” ରେ ସେ ସୁଶାନ୍ତଙ୍କ ସହ କାମ କରିଥିଲେ। ପୂର୍ବରୁ ୟଶ ରାଜ ଫିଲ୍ମସ୍ ର ଦୁଇଜଣ ପୂର୍ବତନ ବରିଷ୍ଠ ଅଧିକାରୀ ଆଶିଷ ସିଂ ଏବଂ ଆଶିଷ…

