ନୂଆଦିଲ୍ଲୀ: କରୋନା ସଂକଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ଦାଖଳ ସମୟସୀମା ନଭେମ୍ବର 30 ଯାଏଁ ବୃଦ୍ଧି କରିଛନ୍ତି । ଆୟକର ବିଭାଗ ଟ୍ବିଟ୍ କରି ଏହା ଜଣାଇଛି । ବର୍ତ୍ତମାନ ଅବସ୍ଥାରେ ଟିକସଦାତା ଅସୁବିଧାରେ ଥିବାରୁ ଏହାକୁ ହୃଦୟଙ୍ଗମ କରି ଆୟକର ବିଭାଗ 2019-20 ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମାକୁ ପୁଣି ବୃଦ୍ଧି କରି ନଭେମ୍ବର 30, 2020 ଧାର୍ଯ୍ୟ କରିଛନ୍ତି । ଆୟକର ବିଭାଗର ଏହି ନିଷ୍ପତ୍ତିରେ ଟିକସଦାତା ନିଶ୍ଚିତ ଭାବେ ଉପକୃତ ହେବେ । (ସମୀକ୍ଷା ବ୍ୟୁରୋ)
Author: Samikhsya Bureau
କାନପୁର : କାନପୁର ଗୁଳିମାଡ଼ ଘଟଣାରେ ପୋଲିସ ଚୌବେପୁର ଥାନା ଅଧିକାରୀ ବିନୟ ତିୱାରୀଙ୍କୁ ନିଲମ୍ବିତ କରିଛି । ଅପରାଧୀ ବିକାଶ ଦୁବେର କିଛି ସହଯୋଗୀଙ୍କ ଉପରେ ହୋଇଥିବା ଚଢଉ ନେଇ କିଛି ପୋଲିସ ଅଧିକାରୀ ପୂର୍ବରୁ ଦୁବେକୁ ଜଣାଇଥିବା ପୋଲିସ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି । ଏ ନେଇ କାନପୁର ଆଇଜି ମୋହିତ ଅଗ୍ରୱାଲ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଘଟଣାର ଯାଞ୍ଚ କରୁଛନ୍ତି। ବିକାଶ ଦୁବେ ଘର ଉପରେ ପୋଲିସ ଚଢଉ ନେଇ ତିୱାରି ତାଙ୍କୁ ପୂର୍ବରୁ ସୂଚନା ଦେଇଥିଲେ । ଆଜି କାନପୁର ବିଥୁରସ୍ଥିତ ଦୁବେ ଘରକୁ ପୋଲିସ ଜେସିବି ଲଗାଇ ଭାଙ୍ଗି ଦେଇଛି । ଗତକାଲି ପୋଲିସ ଚଢଉ କରିବାକୁ ଯାଉଥିବା ବେଳେ ଅପରାଧୀଙ୍କ ଆକ୍ରମଣରେ 8 ଜଣ ପୋଲିସ କର୍ମୀ ସହିଦ ହୋଇଥିଲେ । (ଏଜେନ୍ସି)
ଜଗତସିଂହପୁର : ଆଜି ଜଗତସିଂହପୁର ଅଞ୍ଚଳରୁ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଥିବାବେଳେ 8 ଜଣ ପ୍ରବାସ ଫେରନ୍ତା ଥିବାବେଳେ ଆଉ 4 ଜଣ ପୂର୍ବ ପଜିଟିଭ୍ଙ୍କ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । 8ଜଣ ପ୍ରବାସ ଫେରାନ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ 2 ଜଣ, ଦିଲ୍ଲୀରୁ ଜଣେ, ପଶ୍ଚିମବଙ୍ଗରୁ ଜଣେ ତେଲେଙ୍ଗାନାରୁ 2 ଜଣ ତାମିଲନାଡରୁ 2 ଜଣ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଏରସମାରୁ 6ଜଣ ରହିଥିବାବେଳେ ଏମାନେ ସମେସ୍ତ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁର ବ୍ଲକରୁ ଜଣେ ରହିଥିବାବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ରହିଛି । ବିରିଡି ବ୍ଲକରୁ ଚିହ୍ନଟ ଜଣେ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ହୋଇଥିବାର ସୂଚନା ରହିଛି । ତିର୍ତ୍ତୋଲର ଦୁଇଜଣ ଆକ୍ରାନ୍ତ କିମ୍ସ ହସ୍ପିଟାଲର ପୂର୍ବ ସଂକ୍ରମିତଙ୍କ…
ରମେଶ ମହାନ୍ତି ଜଗତସିଂହପୁର :ଦୃତ ଗତିରେ ବ୍ୟାପୁଥିବା କରୋନା ମହାମାରୀ ପ୍ରଭାବରେ ସାରା ଦେଶରେ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ପଣ୍ୟ କାରବାର କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ବୃହତ୍ତ ବନ୍ଦର ଗୁଡ଼ିକ ମଧ୍ୟରେ ପାରାଦ୍ୱୀପ ପ୍ରଥମ ସ୍ଥାନ ଅଧିକାର କରିଛି। ପ୍ରତିକୂଳ ପରିସ୍ଥିତିରେ ୨୫.୭୩ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଏକ ବିରଳ କୃତିତ୍ବ ହାସଲ କରି ଦେଶର ବୃହତ୍ତ ବନ୍ଦର ଇତିହାସରେ ପାରାଦ୍ବୀପ ବନ୍ଦର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଏବଂ ଉପାଧ୍ୟକ୍ଷ ଏ.କେ.ବୋଷ,କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଏବଂ ସଚିବ ସଂଜୀବ ରଞ୍ଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ମାର୍ଗଦର୍ଶନ ଯୋଗୁଁ ସମ୍ଭବପର ହୋଇପାରିଥିବା ପ୍ରକାଶ କରିବା ସହ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେହିପରି ଏହି ସଫଳତା ପ୍ରତ୍ୟକ୍ଷ ଭାବେ ଜଡ଼ିତ ପ୍ରତ୍ୟେକ କର୍ମଚାରୀ, ଶ୍ରମିକ ସଂଘ,…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 45 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 45 ଜଣ ଆକ୍ରାନ୍ତଙ୍କମଧ୍ୟରୁ 37 ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ 8ଟି ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ 50 ଜଣ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରରୁ 45ଟି କେସ୍ ରହିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 8ଟି ଲୋକାଲ୍ କେସ୍ ରହିଛି । 8 ଲୋକାଲ୍ ମଧ୍ୟରୁ ବରମୁଣ୍ଡା ଶକ୍ତି ଗେଟ୍ ହାଉସ୍ ଲିଙ୍କରୁ ଜଣେ 48 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବାବେଳେ କେଦାରଗୌରୀ ଅଞ୍ଚଳରୁ ଜଣେ 56 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ସେହିପରି ସାଲିଆ ସାହି ଶନି ମନ୍ଦିର ନିକଟରୁ ଜଣେ 27 ବର୍ଷୀୟା ଯୁବତୀ ଚିହ୍ନଟ ହୋଇଛନ୍ତି । ଖଣ୍ଡଗିରି ଆମ୍ରି ହସ୍ପିଟାଲ ନିକଟରୁ 29 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିବାବେଳେ ଡୁମୁଡୁମା ସୁବାସ…
ବ୍ରହ୍ମପୁର : ବ୍ରହ୍ମପୁରରେ ଆୟୋଜିତ ଏକ ବାହାଘର ଭୋଜିକୁ 50 ହଜାର ଜରିମାନା ହୋଇଛି । କନ୍ୟା ଓ ବରପକ୍ଷଙ୍କଠାରୁ 50 ହଜାର ଜରିମାନା ଆଦାୟ କରିଛି ପ୍ରଶାସନ । ବାହାଘର ଶୋଭାଯାତ୍ରାରେ କରୋନା କଟକଣା ଉଲ୍ଲଂଘନ କରିଥିବାରୁ ଏହି ଜରିମାନା ଆଦାୟ କରାଯାଇଛି । ବର ଏବଂ କନ୍ୟା ପକ୍ଷଠାରୁ ଏହି ଜରିମାନା ଆଦାୟ କରାଯାଇଛି । ଜରିମାନା ଆଦାୟ ସହ ଉଭୟ ପକ୍ଷ ନାଁରେ ମାମଲା ରୁଜୁ ହୋଇଛି । ଉଭୟ ପକ୍ଷର 2ଟି ଗାଡି ଜବତ ହେବା ସହିତ ତଦନ୍ତ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୋପାଳପୁରର ଏକ ହୋଟେଲ୍ରେ ବାହାଘର କାର୍ଯ୍ୟକ୍ରମ ଚାଲିଥିଲା । ରାସ୍ତାରେ ନାଚି ନାଚି ବରଯାତ୍ରୀ ଯିବା ଦୃଶ୍ୟ ଭାଇରାଲ୍ ହୋଇଥିଲା । ବିବାହ ଶୋଭାଯାତ୍ରାରେ କୋଭିଡ୍ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଉଲ୍ଲଂଘନ କରାଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…
ଭୁବନେଶ୍ବର, ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଜୁଲାଇ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ରେ ମାଷ୍ଟର ଡିଗ୍ରି ପରେ ବୈଶାଳୀ ୟୁନାଇଟେଡ୍ ନେସନ୍ସର ଇଣ୍ଟରନାସନାଲ ସିଭିଲ୍ ସର୍ଭିସରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ସେ ୟୁଏନ୍ ମିସନ୍ରେ ଓଆଇଏମ୍ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରୁଥିଲେ। ପୂର୍ବତନ ମୁଖ୍ୟଯନ୍ତ୍ରୀ ରାଧାବିନୋଦ ମହାନ୍ତି ଓ ମହିଳା ସାମାଜିକ କର୍ମୀ ତଥା ଲେଖିକା ମାନସୀ ପ୍ରଧାନଙ୍କ ଝିଅ ବୈଶାଳୀଙ୍କ ଜନ୍ମ ପୁରୀରେ। ପୁରୀର ବ୍ଲେସ୍ଡ ସେକ୍ରାମେଣ୍ଟ ହାଇସ୍କୁଲ୍ ଓ ଭୁବନେଶ୍ବରର କିଟ୍ ଇଣ୍ଟରନାସନାଲ ସ୍କୁଲ୍ରୁ ସ୍କୁଲ୍ଶିକ୍ଷା ଶେଷ କରି ସେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ୍ରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ‘ନ୍ୟୁକ୍ଲିୟର ଡିପ୍ଲୋମାସି’ ଉପରେ ନିବନ୍ଧ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏଥିସହ ବୈଶାଳୀ କେତେକ ଅନ୍ତର୍ଜାତୀୟ…
କାଠମାଣ୍ଡୁ : ନେପାଳରେ ସୃଷ୍ଚି ହୋଇଥିବା ରାଜନୈତିକ ସଂକଟ ଅଧିକ ଘନିଭୂତ ହେବାରେ ଲାଗିଛି। ଆଜି ହେବାକୁ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟି ବୈଠକକୁ ସ୍ଥଗିତ ରଖାଯାଇଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଭେଟିବାକୁ ଆସିନଥିଲେ। ଆଜିର ଏହି ଘଟଣା ପରେ ଦଳ ଏବେ ବିଭାଜନ ଆଡକୁ ମୁହାଁଇଥିବା ସ୍ପଷ୍ଚ ହୋଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି ।ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଓ ଓଲିଙ୍କ ମଧ୍ୟରେ ଦୀର୍ଘ ତିନି ଘଣ୍ଟା କାଳ ଆଲୋଚନା ହୋଇଥିଲା । କିନ୍ତୁ ଦୁଇ ନେତାଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇ ପାରିନାହିଁ । ନେପାଳ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟି ବୈଠକ ଆସନ୍ତା ସୋମବାର ଦିନ ବସିବ। ପ୍ରଚଣ୍ଡଙ୍କ ସମର୍ଥକମାନେ ଓଲି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା…
ଭୁବନେଶ୍ବର : ଚଳିତ ବର୍ଷ ବୋଲବମ୍ ଯାତ୍ରାକୁ ବନ୍ଦ କଲେ ରାଜ୍ୟ ସରକାର । କରୋନା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରା ବନ୍ଦ । ବୋଲବମ୍ ଯାତ୍ରା ବନ୍ଦ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଆୟୋଜିତ ଏକ ପ୍ରେସ୍ମିଟ୍ରେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି । ଭିଡ ହେବା ଦୃଷ୍ଟିରୁ ଓ ମନ୍ଦିର ବନ୍ଦ ଥିବାରୁ ବୋଲବମ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । କୌଣସି ଭକ୍ତଙ୍କୁ ବୋଲବମ୍ ଯାତ୍ରାରେ ନଯିବାକୁ ସରକାର ତାଗିଦ୍ କରିଛନ୍ତି । ଆସନ୍ତା କାଲିଠାରୁ ବୋଲବମ୍ ଯାତ୍ରା ଆରମ୍ଭ ହୋଇଥାନ୍ତା । ଶ୍ରାବଣ ମାସରେ ଶ୍ରଦ୍ଧାଳୁମାନେ ଖାଲି ପାଦରେ ଚାଲି ଚାଲି ଶୈବ ପୀଠଗୁଡିକରେ ଜଳଲାଗି କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜୁଲାଇ 31 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିବାବେଳେ ଭିଡ ନିୟନ୍ତ୍ରଣ…
କଟକ : କଟକ ସହରକୁ ସଟ୍ଡାଉନ୍ ଘୋଷଣା କଲା ସିଏମ୍ସି । ଆସନ୍ତା 8 ତାରିଖ ଯାଏ କଟକ ସହରକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । 8 ତାରିଖ ମଧ୍ୟରାତ୍ର ଯାଏ କଟକ ସହର ସଟ୍ଡାଉନ ହେବ ବୋଲି ସୂଚନା ରହିଛି । ଘୋଷଣା ତତ୍କାଳ ଲାଗୁ ନେଇ ସିଏମ୍ସି ପକ୍ଷରୁ ସୂଚନା ରହିଛି । ଏହି ସମୟରେ କୌଣସି ଅଣଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି ବୋଲି ସୂଚନା ଦେଇଛି ସିଏମ୍ସି। ସେହିପରି ଏହି ସମୟରେ ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଗ୍ରୋସରୀ, କ୍ଷୀର, ପରିବା ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ରହିଛି । ଏହି ସବୁ ଦୋକାନ ସକାଳ 5ରୁ ସନ୍ଧ୍ୟା 6 ଯାଏ ଖୋଲିବ । ତେବେ ଔଷଧ ଦୋକାନ ଖୋଲାରହିବାକୁ ଅନୁମତି ଥିବାବେଳେ ଅନଲାଇନ୍ ଡେଲିଭରି ଚାଲୁ ରହିବ ବୋଲି ସୂଚନା ରହିଛି । ତେବେ ଏହି ସମୟରେ ବିଦ୍ୟୁତ ଓ…
ଲିଙ୍ଗରାଜ ମିଶ୍ର ବିଶ୍ବ ଦରବାରର କ୍ରମଶଃ ଖୋଲିବାରେ ଲାଗିଛି ଚୀନର ଅସଲ ଚେହେରା।କରୋନା ଭୂତାଣୁଠାରୁ ଆରମ୍ଭ କରି ବିସ୍ତାରବାଦୀ ନୀତି ସବୁ କଥା ଆସ୍ତେ ଆସ୍ତେ ପଦାକୁ ଆସୁଛି। ଗୋଟିଏ ପଟେ ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ, ଜାପାନ ଆଦି ରାଷ୍ଟ୍ର ଚୀନର ଦାଦାଗିରିକୁ ଜୋରଦାର ବିରୋଧ କରି ଏକାଠି ହେଉଛନ୍ତି । ଅନ୍ୟ ପଟେ ସୀମା ବିବାଦ ନେଇ ଭାରତ-ଚୀନ ସାମରିକ ଉତ୍ତେଜନା ବଢୁଥିବା ବେଳେ ମୋଦି ଡିପ୍ଲୋମାସୀ ସାରା ବିଶ୍ବର ଦୃଷ୍ଚି ଆକର୍ଷଣ କରିଛି। ଯାହାକି ଚୀନର ମୁଣ୍ଡବ୍ୟଥା ବଢାଇ ଦେଇଛି। ଲଦାଖର ଆଗୁଆ ଘାଟୀ ଗସ୍ତ କରି ସେଠାରୁ ଚୀନକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ଅନେକ ବିଶ୍ବ ନେତାଙ୍କୁ ଚକିତ କରି ଦେଇଛି । ଚୀନ ସହିତ ଭାରତର ସୀମା ବିବାଦ ଏବେକାର ନୁହେଁ, ଏହା ବହୁ ବର୍ଷ ଧରି ରହି ଆସିଛି । ବ୍ରିଟିଶ ଶାସନ କାଳରୁ…
ଭୁବନେଶ୍ବର : କରୋନା ପାଇଁ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛି ଏଏସ୍ଆଇ । ଆସନ୍ତା 6 ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଖଣ୍ଡଗିରି, ଉଦୟଗିରି ଗୁମ୍ଫା, ଧଉଳି ଶାନ୍ତି ସ୍ତୂପ, ରାଜାରାଣୀ ମନ୍ଦିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ ଦୁର୍ଗ ଖୋଲିବା ନେଇ ସୂଚନା ରହିଛି । ସେହିପରି କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବ ନାହିଁ ବୋଲି ଏଏସ୍ଆଇ ସୂଚନା ଦେଇଛି । ପୁରୀ ଜିଲ୍ଲା ପ୍ରଶାସନର କଟକଣା ଥିବାରୁ କୋଣାର୍କ ଖୋଲାଯିବ ନାହିଁ ବୋଲି ସୂଚନା ଦେଇଛି ଏଏସ୍ଆଇ ।
ନୋଏଡା : ହାଇଟେକ ସିଟି କୁହାଯାଉଥିବା ନୋଏଡାର ସେକ୍ଟର 58ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମାତ୍ର ପାଞ୍ଚଟଙ୍କା ପାଇଁ ଜଣେ ସିକ୍ୟୁରିଟି ଗାର୍ଡ ଜଣେ ଫଳ ବିକ୍ରେତାଙ୍କୁ ଗୁଳି ମାରି ଦେଇଛନ୍ତି। ଫଳ ବିକ୍ରେତା ଜଣକ ଗୁରୁତର ରୂପେ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଫଳ ବିକ୍ରେତା ଓ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ମାତ୍ର 5 ଟଙ୍କା ପାଇଁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିବାଦର ପରିଣତି ସ୍ବରୂପ ସିକ୍ୟୁରିଟି ଗାର୍ଡ ନିଜ ଲାଇସେନ୍ସ ବନ୍ଧୁକରୁ ଫଳ ବିକାଳୀ ଉପରକୁ ଗୁଳି ଚଳାଇଥିଲେ । ମିଳିଥିବା ସୂଚନା ଅନୁସାରେ ସେକ୍ଟର 56ରେ ଜଣେ ଫଳ ବିକାଳୀ ଠେଲା ସାହାଯ୍ୟର ଫଳ ବିକ୍ରି କରୁଥିଲେ । ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ସତ୍ୟେନ୍ଦ୍ର ଓ ଫଳ ବିକାଳୀଙ୍କ ମଧ୍ୟରେ ପଇସାକୁ ନେଇ ବିବାଦ ସୃଷ୍ଟି…
ମୁମ୍ବାଇ : ଲକ୍ ଡାଉନ୍ ସମୟରେ ଟେଲି ଅଭିନେତା ତଥା ବିଗବସ୍ର ପୂର୍ବତନ ପ୍ରତିଯୋଗୀ ଗୌତମ ଗୁଲାଟ୍ଟିଙ୍କୁ ବିବାହ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା । ଦୁୂହିଁଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଅଭିନେତା ଗୌତମ ଉର୍ବଶୀଙ୍କ ସହ ବିବାହ କରୁଥିବାର ଫଟୋକୁ ସେୟାର କରିଛନ୍ତି । ଏହି ଫଟୋର ଦୁହେଁ ସାତ ଫେରା ନେଉଥିବାର ଦେଖାଯାଇଛି । ସେହିପରି ଆଉ ଏକ ଫଟୋରେ ଦୁହେଁ ବେଶ୍ ରୋମାଣ୍ଟିକ୍ ଅନ୍ଦାଜ୍ରେ ନଜର ଆସିଥିଲେ । ଏହି ଫଟୋକୁ ସେୟାର କରି ଗୌତମ ଲେଖିଛନ୍ତି ଯେ, ‘ବିବାହର ଶୁଭକାମନା ଜଣାଇବେ ନାହିଁକି ?’ ଗୌତମ ଓ ଉର୍ବଶୀଙ୍କ ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଫଟୋକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏହି ଫଟୋ ଉପରୁ ଏବେ ରହସ୍ୟ ଉଠିଛି । ସତ କହିବାକୁ ଗଲେ ଏହି ବିବାହ ରିଅଲ୍…
କଟକ : ଆଜି କଟକ ସହରରୁ ନୂତନ 11ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ 5ଜଣ ସରକାରୀ କ୍ବାରେଣ୍ଟିନ୍ର ଚିହ୍ନଟ ହୋଇଥିବାବେଳେ 6 ଜଣ ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭଙ୍କ ମଧ୍ୟରେକ୍ୟାନସର ହସ୍ପିଟାଲରୁ ପାଞ୍ଚ ଜଣ ରୋଗୀ ଏବଂ ସମ୍ପର୍କୀୟ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ୍ ଯୋଦ୍ଧା ଥିବାବେଳେ 5 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ସୂଚନା ରହିଛି । ନୂତନ 11ଜଣ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍ ପଜିଟିଭ୍ଙ୍କ ସଂଖ୍ୟା 116ରେ ପହଞ୍ଚିଛି । ସେହିପରି କଟକ ସହରରେ 2 ଜଣଙ୍କର ମୃତ୍ୟୁ ଘଟିଥବାବେଳେ ସୁସ୍ଥ ହୋଇଛନ୍ତି 22 ଜଣ । ଏବେ ସୁଦ୍ଧା 92 ଜଣ ସକ୍ରିୟ ରହିଛନ୍ତି ।
ଗଞ୍ଜାମ : କରୋନା ପରିଚାଳନା ପାଇଁ ଗଞ୍ଜାମ ଯିବେ ଦୁଇ ଆଇଏଏସ୍ । ଗଞ୍ଜାମ ଜିଲ୍ଲା ପାଇଁ 2 ସ୍ପେଶାଲ୍ ଏଡିଏମ୍ ନିଯୁକ୍ତି କରିଛନ୍ତି ସରକାର । ଆଇଏଏସ୍ ପାରୁଲ୍ ପଟାଓ୍ବାରୀ ଓ ବିଶାଲ୍ ସିଂହ ହେଲେ ସ୍ପେଶାଲ୍ ଏଡିଏମ୍ । ପାରୁଲ୍ ପଟାଓ୍ବାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ବ ଦିଆଯାଇଥିବାବେଳେ ବିଶାଲ୍ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ବ ଦିଆଯାଇଛି । 2 ଆଇଏଏସ୍ଙ୍କ ଭଳି ଗଞ୍ଜାମ ପାଇଁ 6 ଓଏଏସ୍ ନିଯୁକ୍ତ ହୋଇଛନ୍ତି । ଓଏଏସ୍ମାନେ କରୋନା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ । ଗଞ୍ଜାମ ଯାଇଥିବା 6 ଓଏଏସ୍ଙ୍କ ମଧ୍ୟରେ ରହିଛନ୍ତି ଓଏଏସ୍ ସୁଧାକର ନାୟକ, ଲୋକନାଥ ଦଳବେହେରା, ଓଏଏସ୍ ପଦ୍ମନାଭ ବେହେରା, ଶକ୍ତକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ, ଶୁଭେନ୍ଦ୍ର କୁମାର ସାମଲ୍ ପ୍ରମୁଖ । ସୂଚନାଯୋଗ୍ୟ, ଗଞ୍ଜାମରେ କରୋନା ସ୍ଥିତି ଏବେ ସରକାରଙ୍କ ପାଇଁ ମୁଣ୍ଡ ବ୍ୟାଥାର କାରଣ…
କଟକ : ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ସିଏମ୍ସି । କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ମହାନଗର ନିଗମ ଏନେଇ ପଦକ୍ଷେପ ନେଇଛି । କଣ୍ଟେନମେଣ୍ଟ ଜୋନ୍ରେ ଗାଡି ଆତଯାତ ମନା । ସେହିପରି ଏହି ଅଞ୍ଚଳରୁ ଘରୁ କେହି ବାହାରିବେନି ବୋଲି ସୂଚନା ରହିଛି । କଟକ ସହରରୁ 100ରୁ ଉର୍ଦ୍ଧ୍ବ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱର ଉପକଣ୍ଠ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହାକୁ କଣ୍ଟେନମେଣ୍ଟ କରାଯାଇଛି। ଗୋଟିଏ ପରିବାରରୁ5 ଜଣ ଆକ୍ରାନ୍ତ ଚିହ୍ନଟ ପରେ ବିଏମ୍ସି ଏହି ପଦକ୍ଷେପ ନେଇଛି।
ସମ୍ବଲପୁର : ସମ୍ବଲପୁର ଭିସୁଟ୍ର 4 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ବାମୀଙ୍କ କରୋନାରେ ମୃତ୍ୟୁ ଘଟିଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ଅଧ୍ୟାପିକାଙ୍କ ନମୁନା ବି ପଜିଟିଭ୍ ଆସିଥିଲା । ଅଧ୍ୟାପିକା ପଜିଟିଭ୍ ଆସିବାରୁ ଭିସୁଯ୍ କର୍ମଚାରୀଙ୍କ ସ୍ବାବ୍ ନିଆଯାଇଥିଲା । ସଂଗୃହୀତ 60 ସ୍ବାବ୍ରୁ 4 ଜଣଙ୍କ ନମୁନା ପଜିଟିଭ୍ ଆସିଥିବା ସୂଚନା ରହିଛି । ଭିସୁଟ୍ର 4 କର୍ମଚାରୀ ସଂକ୍ରମିତ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସୂଚନାଯୋଗ୍ୟ, ଭିସୁଟ୍ରେ କରୋନା ସଂକ୍ରମିତ ମାମଲା ଆସିବା ପରେ ଭିସୁଟ୍କୁ ଆସନ୍ତା 11 ତାରିଖ ଯାଏଁ ବନ୍ଦ କରାଯିବା ନେଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ସେହିପରି ସମସ୍ତ କର୍ମଚାରୀଙ୍କୁ ହେଡ୍ କ୍ବାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ…
ରାଉରେକଲା : କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଉରକେଲାରେ କଟକଣା ଜାରି କରାଯାଇଛି ।13 ଜିଲ୍ଲାରୁ ଆସିଥିବା ବ୍ୟକ୍ତିଙ୍କୁ ସରକାରୀ କ୍ବାରେଣ୍ଟିନ୍ ବାଧ୍ୟତାମୂଳକ କରାଯାଇଛି । ଏହି 13ଟିଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ବଲାଙ୍ଗିର, ନୟାଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ । ରାଉରକେଲା ପୌରାଞ୍ଚଳ ପକ୍ଷରୁ କଟକଣା ନେଇ ଏଡିଏମ୍ ସୂଚନା ଦେଇଛନ୍ତି ।
ଭୁବନେଶ୍ବର : ଆଜି ରାଜ୍ୟରୁ 5 ଜଣଙ୍କର ମୁଣ୍ଡ ନେଇଛି କରୋନା । 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଜିଲ୍ଲାରୁ 3 ଓ ଖୋର୍ଦ୍ଧାରୁ 2 ଜଣ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ରହିଛି । ଆଜି ମୃତ୍ୟୁବରଣ କରିଥିବା ସମସ୍ତ ମୃତକ ପୁରୁଷ ବୋଲି ସୂଚନା ରହିଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନିଜଣଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ରହିଥିବାବେଳେ ତାଙ୍କର ଡାଇବେଟିସ୍ ସହ ହାଇପର୍ଟେନସନ୍ ରହିଥିଲା । ସେହିପରି ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 27 ଓ 35 ବର୍ଷ ବୋଲି ସୂଚନା ରହିଛି । ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତମାନେ ଭୁବନେଶ୍ବରର ବୋଲି ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ 64 ବର୍ଷୀୟ ଥିବାବେଳେ ସେ ଡାଇବେଟିସ୍ରେ…
ଭୁବନେଶ୍ବର : ଆଜି ରାଜ୍ୟରୁ ନୂତନ 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 24ଟି ଜିଲ୍ଲାରୁ 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରୁ ସର୍ବାଧିକ 216 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 50, ସୁନ୍ଦରଗଡରୁ 36, ମୟୂରଭଞ୍ଜରୁ 28, ଅନୁଗୁଳରୁ 24, ପୁରୀରୁ 18ଜଣ ଚିହ୍ନଟ ହୋଇଛନ୍ତି । କଟକ ଓ ବାଲେଶ୍ବରରୁ 13 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁର ଓ ଭଦ୍ରକରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଓ କେନ୍ଦ୍ରାପଡାରୁ 11 ଜଣ ଲେଖାଏଁ ଅକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡା, କନ୍ଧମାଳରୁ 8 ଜଣ ଲେଖାଏଁ ରହିଛନ୍ତି । ଗଜପତିରୁ 7ଜଣ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁରରୁ 6, କେଉଁଝର, କୋରାପୁଟ, ମାଲ୍କାନଗିରିରୁ 5 ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡଓ ସୋନପୁର 2 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡ, ଯାଜପୁର, ଢେଙ୍କାନାଳରୁ ଜଣେ…

