ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 4213 ଟି ନୂଆ ମାମଲା ରୁଜୁ ହୋଇଛି ଏବଂ 97 ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା ସଂକ୍ରମିତ ସଂଖ୍ୟା 67,152 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 44,029 ସକ୍ରିୟ ମାମଲା ଥିବାବେଳେ, 20,917 ଜଣ ସୁସ୍ଥ ଅଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା 2206 ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଏଠାରେ 22 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 868ରେ ପହଞ୍ଚିଛି। ସେହିଭଳି ଗୁଜରାଟରେ 8 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ 493 ଜଣ ପ୍ରାଣ ହରାଇଛନ୍ତି। ତାମିଲ୍ନାଡୁରେ ମଧ୍ୟ ସଂକ୍ରମିତଙ୍କ 8 ହଜାର ପାର୍ କରିଥିବାବେଳେ ମୃତ୍ୟୁ ସଂଖ୍ୟା 53ରେ ପହଞ୍ଚିଛି…
Author: Samikhsya Bureau
କର୍ଣ୍ଣାଟକ : କରୋନା ଭାଇରସ୍ ମୁକାବିଲା ପାଇଁ ନୂତନ ପଦକ୍ଷେପ ସ୍ବରୂପ କର୍ଣ୍ଣାଟକ ସରକାର ମୋବାଇଲ୍ ଫିଭର୍ କ୍ଲିନିକ୍ର ଆରମ୍ଭ କରିଛନ୍ତି । କର୍ଣ୍ଣାଟକ ସରକାର ବସ୍ଗୁଡିକୁରେ ମୋବାଇଲ୍ ଫିଭର୍ କ୍ଲିନିକ୍ ବନାଇଛନ୍ତି। ଏହି ବସ୍ରେ କୋଭିଡ୍ 19 ପାଇଁ ସ୍ବାବ ସଂଗ୍ରହ ହେବା ସହିତ ସିବିସି, ସିଆରପି ଓ ଇଏସଆରର ମଧ୍ୟ ସୁବିଧା ରହିବ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଆଜି ଏହି ବସ୍ର ଉଦ୍ଘାଟନ କରିଥିବାବେଳେ ଆଗାମୀ ସମୟରେ ଆଉ ତିନୋଟି ମୋବାଇଲ ଫିଭର୍ କ୍ଲିନିକର ଆରମ୍ଭ କରାଯିବ । ପୂର୍ବରୁ କର୍ଣ୍ଣାଟକ ସରକାର ଏକ ଅଭିନବ ଉପାୟ ଜରିଆରେ ବେଙ୍ଗାଲୁରୁରେ 96ଟି ଫିଭର କ୍ଲିନିକ୍ ଖୋଲିଥିଲେ ଯାହା ଫର୍ଷ୍ଟ ଲାଇନ୍ ଅଫ୍ ଡିଫେନ୍ସ ରୂପେ କାର୍ଯ୍ୟ କରୁଛି । ଥଣ୍ଡା, କାଶ, ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଲୋକଙ୍କୁ ଏହି ମୋବାଇଲ୍ ଫିଭର୍ କ୍ଲିନିକ୍ରେ ଯାଞ୍ଚ କରିବା ପାଇଁ ଅପିଲ୍ କରିଛନ୍ତି । ଏହି ବସ୍ ଗୁଡିକ…
କୋଭିଡ୍ ହସ୍ପିଟାଲ୍ ଏବଂ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍ ଡି୍ରଲ୍ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍ ମେଡିକାଲ୍ କଲେଜସ୍ଥିତ ଜିଲ୍ଲା କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍ପିଟାଲ୍ଠାରେ ୨ଟି ମକ୍ ଡି୍ରଲ୍ ଅନୁଷ୍ଠିତ ହୋଇଛି। ଏହି ଡ୍ରିଲ୍ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗକୁ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଏହିଭଳି ମକ୍ ଡ୍ରିଲ୍ କରିବା ନିମନ୍ତେ ଯୋଜନା କରାଯାଉଛି। ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ସଂକ୍ରମଣ ପ୍ରତିରୋଧ ପାଇଁ ଅଭ୍ୟାସ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ର ବ୍ୟବହାର, ହସ୍ ପିଟାଲ୍ ବର୍ଜ୍ୟବସ୍ତୁର ପରିଚାଳନା ସଂପର୍କରେ ବିଶେଷ ତାଲିମ ଦିଆଯାଇଥିଲା । ପାରାମେଡିକ୍ସ, ଆଞ୍ଚୁଲାନ୍ସ ଚାଳକ, ରୋଗୀମାନଙ୍କୁ…
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା 1-କୋଭିଡ୍ ହସ୍ପିଟାଲ୍ ଏବଂ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍ ଡି୍ରଲ୍ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍ ମେଡିକାଲ୍ କଲେଜସ୍ଥିତ ଜିଲ୍ଲା କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍ପିଟାଲ୍ଠାରେ ୨ଟି ମକ୍ ଡି୍ରଲ୍ ଅନୁଷ୍ଠିତ ହୋଇଛି। ଏହି ଡି୍ରଲ୍ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ…
ଭୁବନେଶ୍ବର : ଭୁବନେଶ୍ବର-ଦିଲ୍ଲୀ ଟ୍ରେନ୍ ଟିକେଟ ଘଣ୍ଟାଏରେ ଶେଷ ହୋଇଥିବାର ସୂଚନା ରହିଛି । 13 ତାରିଖରେ ଦିଲ୍ଲୀ ଯିବାକୁ ଥିବା ଟ୍ରେନ୍ ଟିକେଟ୍ ବୁକିଂ ଶେଷ ହୋଇଯାଇଛି । ଘଣ୍ଟାକ ମଧ୍ୟରେ ଟିକେଟ ସରିଯାଇଥିବା କହିଛନ୍ତି ରେଲ୍ଓ୍ବେ । ସେହିପରି 14 ତାରିଖ ପାଇଁ ମଧ୍ୟ 90 ପ୍ରତିଶତ ଟିକେଟ ବିକ୍ରି ସାରିଥିବା ସୂଚନା ରହିଛି । କେବଳ ଏସି ବଗିରେ 56ଟି ଟିକେଟ ବାକି ରହିଛି ବୋଲି ସୂଚନା ରହିଛି । 17ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ ଆଉ ନାହିଁ ବୋଲି ସୂଚନା ଦେଇଛି ପୂର୍ବତଟ ରେଲଓ୍ବେ ।
ଭୁବନେଶ୍ୱର: ଆସନ୍ତା 13 ତାରିଖ ସକାଳ 10ଟାରେ ଭୁବନେଶ୍ବର ଛାଡିବ ସ୍ପେଶାଲ୍ ଟ୍ରେନ୍। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଏହି ଟ୍ରେନ୍ଟି 13 ତାରିଖ ସକାଳ 10ଟାରେ ଭୁବନେଶ୍ୱରରୁ ରେଲୱେ ଷ୍ଟେସନରୁ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନରେ 17ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ୍ ରହିବ। ସେହିପରି 14 ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ବର ଦୈନିକ ଟ୍ରେନ୍ ଯାତ୍ରା କରିବ । ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନଗୁଡ଼ିକ 7ଟି ଜାଗାରେ ଷ୍ଟପେଜ କରିବ। ସେହି ଷ୍ଟେସନ୍ ଗୁଡ଼ିକ ହେଲା- ବାଲେଶ୍ୱର, ଖଡ଼ଗପୁର, ଟାଟା, ବୋକାରୋ, ଗୟା, ଡିଡିୟୁ ଜଙ୍କସନ, କାନପୁର। ଟ୍ରେନରେ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ଆଇଆରସିଟିସିରେ ବୁକିଂ କରିବାକୁ ପଡିବ । ଆରଏସି କି ଓ୍ବେଟିଂରେ ଥିବା ଯାତ୍ରୀଙ୍କୁ ଅନୁମତି ନାହିଁ । କନ୍ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନକୁ ଯିବାକୁ ଅନୁମତି ମିଳିବ। ଟ୍ରେନ୍ ଛାଡିବାର 24 ଘଣ୍ଟା…
ତାମିଲନାଡୁ : ତାମିଲନାଡୁରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ମଦ ସହ ଚାଖଣା ନଥିବାରୁ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗର ହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ତାମିଲନାଡୁରେ ଚେଙ୍ଗଲପୁରା ଜିଲ୍ଲାର ଗୁଡୁବନଚେରୀ ସହରରେ ଜଣେ 38 ବର୍ଷୀୟ ବ୍ୟକ୍ତି 43 ବର୍ଷୀୟ ସାଙ୍ଗକୁ ଛୁରୀ ଦ୍ବାରା ହତ୍ୟା କରିଛି। ସାଙ୍ଗ ଜଣକ ମଦ ପିଇବା ପାଇଁ ଚାଖଣା ବ୍ୟବସ୍ଥା କରିନଥିବାରୁ ରାଗରେ ସାଙ୍ଗର ହତ୍ୟା କରିଛି ଆଉ ଜଣେ ସାଙ୍ଗ । ଦୁହେଁ ରିୟଲ୍ଇଷ୍ଟେଟ୍ରେ ବ୍ରୋକର୍ ରୂପେ କାର୍ଯ୍ୟ କରୁଥିଲେ । ଏତଦ୍ବ୍ୟତୀତ ସେମାନେ କ୍ୟାବ୍ ଡ୍ରାଇଭିଂ ଓ ଫୁଲ୍ ବିକ୍ରି ମଧ୍ୟ କରୁଥିଲେ । ମୃତକଙ୍କ ନାମ ବିନୟଗାମ ହୋଇଥିବାବେଳ ଅଭିଯୁକ୍ତ ଜଣକ ହେଉଛନ୍ତି ବାସୁ । ଲକ୍ଡାଉନ୍ ସମୟରେ ତାମିଲନାଡୁରେ ମଦ ଦୋକାନ ଖୋଲାଯିବା ପରେ ଦୁହେଁ ମଦ ପିଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା…
ଦିଲ୍ଲୀ : ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବାବେଳେ କରୋନା ଆକ୍ରାନ୍ତଙ୍କୁ ନେଇ ଏକ ରୋଚକ ଖବର ରହିଛି । ଦିଲ୍ଲୀର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି। ଦୁଷ୍କର୍ମ ଅଭିଯୁକ୍ତ ଜଣ ତିହାର ଜେଲ୍ରେ ବନ୍ଦୀ ରହିଥିବାବେଳେ ଏବେ ଅଭିଯୁକ୍ତ ସମେତ ଦୁଇ କଏଦୀଙ୍କ କରୋନା ଟେଷ୍ଟ ପାଇଁ ନମୁନା ନିଆଯାଇଛି। ଅଭିଯୁକ୍ତଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ଅଭିଯୁକ୍ତଙ୍କୁ କିଛି ଦିନ ପୂର୍ବରୁ ତିହାର୍ ଜେଲ୍କୁ ଅଣାଯାଇଥିଲା । ତାଙ୍କୁ ଜେଲ ନମ୍ବର 2ରେ ରଖାଯାଇଥିଲା। ଗତ 9 ତାରିଖରେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କୁ କରୋନାରେ ପଜିଟିଭ୍ ହୋଇଥିବାର ସୂଚନା ପାଇଥିଲେ। ଏହା ପରେ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କ ସହ ରହିଥିବା ଦୁଇ ଅନ୍ୟ କଏଦୀଙ୍କୁ ପୃଥକବାସରେ ରଖାଯାଇ କରୋନା ଟେଷ୍ଟ କରାଯାଇଛି । ଏବେ ଜେଲ୍ରେ ମଧ୍ୟ କରୋନା…
ଭୁବନେଶ୍ବର : କରୋନା ମହାମାରୀ ସହ ଲଢେଇ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଚାଲିଥିବାବେଳେ ଆଜି ପୁଣି ଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ମାର୍ଚ୍ଚ 24ରୁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ପରେ ମଧ୍ୟ ଦେଶରେ କରୋନା ସ୍ଥିତି ଜଟିଳ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଆସନ୍ତା 17 ତାରିଖରେ ଶେଷ ହେବାକୁ ଥିବାବେଳେ ଆଗାମୀ ରଣନୀତି ନେଇ ଏହି ଆଲୋଚନା କରାଯାଇଛି । ଏହି ଆଲୋଚନା ସମୟର ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ…
ଭୁବନେଶ୍ବର : ଓଡ଼ିଶାରୁ ଚିହ୍ନଟ ହେଲେ ଆଉ 20 ଜଣ ପଜିଟିଭ୍ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 17, ସୁନ୍ଦରଗଡରୁ ଦୁଇ, ବୌଦ୍ଧରୁ ଜଣେ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 400 ଟପିଛି । ଆଜି ଗୋଟିଏ ଦିନରେ 37 ଜଣ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖା 414ରେ ପହଞ୍ଚିଛି । ସେହିପରି ଗଞ୍ଜାମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 154ରେ ପହଞ୍ଚିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 16କୁ ବୃଦ୍ଧି ହୋଇଥିବାବେଳେ ବୌଦ୍ଧରେ ଆକ୍ରାନ୍ତଙ୍କ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆଜି 17 ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ୍ 85 ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ଆଜି 7ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ…
ରାୟପୁର : ଛତିଶଗଡରେ ଏକ ଏନ୍କାଉଣ୍ଟର ଘଟି ଜଣେ ସଶସ୍ତ୍ର ସୁରକ୍ଷା ବଳ ଅଧିକାରୀ ଶହୀଦ ହୋଇଛନ୍ତି । ସୋମବାର ମାଓବାଦୀଙ୍କ ସହିତ ଏନ୍କାଉଣ୍ଟର ସମୟରେ ଯବାନ ଜଣକ ପ୍ରାଣ ହରାଇଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲାର ଉରିପାଲ ଜଙ୍ଗଲରେ ଏନ୍କାଉଣ୍ଟର ସମୟରେ 32 ବର୍ଷୀୟ ଏହି ଯବାନଙ୍କ ଦେହରେ ଗୁଳି ବାଜିବା ସହିତ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଶହୀଦ ଯବାନ ଜଣଙ୍କ ହେଉଛନ୍ତି ମାନ୍ନା କୁମାର ଏବଂ ସେ ଝାରଖଣ୍ଡର ସାହିବଗଞ୍ଜର ବାସିନ୍ଦା । ସୋମବାର ଅପରାହ୍ନ 2.11 ମିନିଟ୍ ସମୟରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ଚିଲିକା: ଚିଲିକା ବ୍ଲକ୍ ଅନ୍ତର୍ଗତ ଛୋଟରାୟପୁର ଶାସନ ଗ୍ରାମରେ ଏକ କରୋନା ସଚେତନତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କରୋନା ଯୋଦ୍ଧା ତଥା ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ସହକାରୀ ଅଧିକାରୀ ହାଡିବନ୍ଧୁ ନାୟକ ଏବଂ ଥାନାର ସମସ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁରେଶ କୁମାର ଦାଶ ଓ ବିଜୟ କୁମାର ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛୋଟରାୟପୁର ଗ୍ରାମର କୁଳମଣି ମାର୍ଥା, ଗୋଲଖ ବେହେରା, ରବୀନ୍ଦ୍ରନାଥ ଦାଶ, ପଣ୍ଡିତ ନୀଳକଣ୍ଠ ଆଚାର୍ଯ୍ୟ, କେଦାରନାଥ ଶତପଥୀ ଏବଂ ନିରଞ୍ଜନ ଶତପଥିଙ୍କ ସମେତ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଥିଲା। ରମେଶ ଚନ୍ଦ୍ର ଦାଶ ଏବଂ ଅମ୍ବିକା ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଭୁବନେଶ୍ବର : ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରେ 40 ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି । ଆହୁରି ମଧ୍ୟ ଆସିବେ । ସେମାନଙ୍କର ସଂପୂର୍ଣ୍ଣ ବ୍ୟବସ୍ଥା ଖାଲି 3 ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦେଇଦେଲେ ହେବନାହିଁ । ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକ୍ରମ ସେଠାରେ ଆରମ୍ଭ କରିବାର ଆବଶ୍ୟକତା ରହିଛି । ବାଚସ୍ପତି ମହାଶୟ ନିଜେ କାଲି ଗଣମାଧ୍ୟମ ଜରିଆରେ କହିଥିଲେ ଯେ ଗାଁ ମଝିରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି । ରାତିରେ କେହି ରହୁନାହାନ୍ତି, ଘରକୁ ପଳାଉଛନ୍ତି । ତେଣୁ ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ସୂଚାରୁ ରୂପେ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ ଆହୁରି କହିଛନ୍ତି ଯେ ଆମେ ଯାହା ସରକାରଙ୍କୁ ପ୍ରସ୍ତାବ ଦେଲୁ ସରକାର ଆମ କଥା…
ଭୁବନେଶ୍ବର : କରୋନା ଆକକ୍ରାନ୍ତଙ୍କୁ ନେଇ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ଲକ୍ଷଣ ନଥିବା ରୋଗୀ ମାନେ ଘରେ ରହି ନିଜର ଚିକିତ୍ସା କରି ପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପଜିଟିଭି୍ ଆସିଥିବା ବ୍ୟକ୍ତିଙ୍କର ଯଦି କୌଣସି ଲକ୍ଷଣ ନଥାଏ ତେବେ ସେ ଘରେ ରହି ଚିକିତ୍ସିତ ହୋଇ ପାରିବେ । ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ମଧ୍ୟ ସମାନ ନିୟମ ପ୍ରଯୁଜ୍ୟ । ଘରେ ରହି ଚିକିତ୍ସିତ ହେବାକୁ ହେଲେ ଉକ୍ତ ଆକ୍ରାନ୍ତଙ୍କ ପାଇଁ ଅଲଗା ଘର ଏବଂ ଅଲଗା ପାଇଖାନା ଜରୁରୀ ବୋଲି ମହାପାତ୍ର ସ୍ପଷ୍ଟ କରିଛନ୍ତି । ଆକ୍ରାନ୍ତଙ୍କ ହାତରେ ଷ୍ଟାମ୍ପ ଓ ବ୍ୟାଣ୍ଡ ଲଗାଯିବା ସହିତ ଘର ସାମ୍ନାରେ ଷ୍ଟିକର ଲଗାଯିବ । ଆକ୍ରାନ୍ତଙ୍କ ଦାୟିତ୍ବ ନେବାଲାଗି ସ୍ବତନ୍ତ୍ର ଭାବରେ ଘରର ଜଣେ ଲୋକ ରହିବ…
ଭୁବନେଶ୍ବର : ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନି ଜଣ ଆକ୍ରାନ୍ତ ଯାଜପୁର, ମୟୁରଭଞ୍ଜ ଏବଂ କଟକର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 394ରେ ପହଞ୍ଚିଛି । 394 ଆକ୍ରାନ୍ତଙ୍କ ମଧ୍ୟରୁ 85 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 306ରେ ପହଞ୍ଚିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 61ରେ ପହଞ୍ଚିଥିବା ବେଳେ ମୟୁରଭଞ୍ଜରେ 9 ଏବଂ କଟକରେ 3ରେ ପହଞ୍ଚିଛି ।
ଗୁରୁପଦ ବେରା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପରିସରରେ ସୂଚନା ଅଧିକାର କର୍ମୀ ଗଣଧାରଣାରେ ବସିଛନ୍ତି । କରୋନା ମହାମାରୀ ସମୟରେ ରାସନ ସାମଗ୍ରୀ ହେରଫେର ଅଭିଯୋଗରେ ଏହି ଗଣଧାରଣା କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କିଲୋ ଚାଉଳ ଓ କାର୍ଡ ପିଛା ୩ କିଲୋ ଡାଲି ଦେବାର ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଅନେକ ଡିଲର ଏହି ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରୁଛନ୍ତି । କିଛି ଡିଲର କେବଳ ଚାଉଳ ଦେଇ ଖସିଯିବାକୁ ବସିଥିବା ବେଳେ ଅନେକ ସ୍ଥାନରେ ଚାଉଳ ଗଣ୍ଡିଏ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ନାହିଁ । ଏଭଳି ଅନିୟମିତତାର ପ୍ରତିବାଦରେ ତଥା ସାଧାରଣ ଲୋକଙ୍କମ ହକ୍ ସେମାନଙ୍କ ନିକଟରେ ପହଞ୍ଚାଇବା ଦାବିରେ ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଗଣଧାରଣାରେ ବସିଛନ୍ତି ଏକାଧିକ ସୂଚନାଧିକାର କର୍ମୀ ।
ଗୁରୁପଦ ବେରା କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ବେଳେ ପୋଖରୀରେ ବୁଡି ପ୍ରାଣ ହରାଇଛି ଦୁଇ ବର୍ଷର ନିଷ୍ପାପ ଶିଶୁ। ଜମ୍ବୁ ପଞ୍ଚାୟତରେ ଘଟିଛି ଏହି ଅଭାବନୀୟ ଘଟଣା। ୮ ନମ୍ବର ଓ୍ବାର୍ଡର ନାରାୟଣ ରାୟଙ୍କ ୨ ବର୍ଷ ୧୦ ମାସର ଶିଶୁ ପୁତ୍ର ସମୀର ବାରି ପଟେ ଖେଳୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମା ସୁପ୍ରିୟା ରାୟ ପୁଅକୁ ଖୋଜି ନପାଇବା ପରେ ମୃତ ବାଳକର ପିତା ପୋଖରୀରେ ପସି ଖୋଜାଖୋଜି କରିଥିଲେ। ଏହାପରେ ସମୀରଙ୍କୁ ଉଦ୍ଧାର କରି ମୋଟର ସାଇକେଲ ଯୋଗେ ବାବର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।
ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି 17 କରୋନା ଆକ୍ରାନ୍ତ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏକା ସାଙ୍ଗରେ ଏତେ ରୋଗୀ ସୁସ୍ଥ ହେବା ଉତ୍ସାହଜନକ ରହିଛି । ସୋମବାର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 85 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 7 ଜଣ ବ୍ୟକ୍ତି ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ତିନି ଜଣ ଏବଂ ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସମୁଦାୟ 391 ଜଣ ଆକ୍ରାନ୍ତ ରହିଥିବା ବେଳେ ତନ୍ମଧ୍ୟରୁ 85 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି ।
ତେହେରାନ୍ : ଇରାନ୍ ନୌସେନାର ସମରାଭ୍ୟାସ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ସମରାଭ୍ୟାସ ସମୟରେ ଏକ ମିସାଇଲ୍ ମାଡରେ ଏକ ଜାହାଜ ଧ୍ବଂସ ପାଇଯିବା ସହିତ 19 ଜଣ ନାବିକ ପ୍ରାଣ ହରାଇଛନ୍ତି । ସୋମବାର ଏହି ଭୟାନକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ ଚଳପ୍ରଚଳ କରୁଥିବା ଜାହଜକୁ ଲକ୍ଷ୍ୟଭେଦ କରିବାର ଥିବା ବେଳେ ଭୁଲ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ କାରଣରୁ 19 ଜଣ ନାବିକଙ୍କ ଦେହାନ୍ତ ଘଟିଥିଲା । ଏହି ଜାହାଜଟି କେଉଁ ଦେଶର ଏବଂ ନାବିକ ମାନଙ୍କର ପରିଚୟ ମିଳିନଥିବା ବେଳେ ଆମେରିକା ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ।
ଭୁବନେଶ୍ବର : କ୍ବାରେଣ୍ଟାଇନ୍ରେ ରହିବେ ଭୁବନେଶ୍ବର ଏମ୍ସର 4 ଡାକ୍ତର । ବାଧ୍ୟତାମୂଳକ ଭାବରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ 4 ଡାକ୍ତର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କର ଚିକିତ୍ସା କରିଥିଲେ । ଉକ୍ତ ଡ୍ରାଇଭର ଜଣକ କରୋନା ପଜିଟିଭ୍ ସାବ୍ୟସ୍ତ ହେବା ପରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍ରେ ପଠାଯାଇଛି । ଏହା ବ୍ୟତିତ ଦୁଇ ଜଣ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି ।