Author: Samikhsya Bureau

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଗଡ଼ିବ ୧୫୧ଟି ଘରୋଇ ଟ୍ରେନ୍ । ତେଜସ ଏକ୍ସପ୍ରେସ ଭଳି ଏସବୁ ଟ୍ରେନ ଚଳ।ଇବ।କୁ ଭ।ରତୀୟ ରେଳବ।ଇ ଯୋଜନ। ଆରମ୍ଭ କରିଛି । ୧୦୯ଟି ରୁଟରେ ଏହିସବୁ ଟ୍ରେନ ଚଳ।ଇବ।କୁ ରେଳବ।ଇ ପକ୍ଷରୁ ଟେଣ୍ଡର ମଗ।ଯ।ଇଛି । ଏଥିପ।ଇଁ ଘରୋଇ ଉଦ୍ୟୋଗ ପକ୍ଷରୁ ପ।ଖ।ପ।ଖି ୩୦ ହଜ।ର କୋଟି ଟଙ୍କ।ର ପୁଞ୍ଜି ବିନିଯୋଗ କର।ଯିବ । ଭ।ରତୀୟ ରେଳରେ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ଏହ। ହେବ ପ୍ରଥମ ପଦକ୍ଷେପ । ଗତବର୍ଷ IRTC ପକ୍ଷରୁ ଲକ୍ଷ୍ନୌ-ଦିଲ୍ଲୀ ମଧ୍ୟରେ ତେଜସ ଏକ୍ସପ୍ରେସ ଚଳ।ଚଳ କରିଥିଲ। । ବର୍ତ୍ତମ।ନ IRTC ପକ୍ଷରୁ ତିନିଟି ରୁଟରେ କ।ଶୀ-ମହ।କ।ଳ ଏକ୍ପପ୍ରେସ, ଲକ୍ଷ୍ନୌ-ଦିଲ୍ଲୀ ତେଜସ ଏକ୍ସପ୍ରେସ, ଅହମ୍ମଦ।ବ।ଦ-ମୁମ୍ବ।ଇ ତେଜସ ଏକ୍ସପ୍ରେସ ଟ୍ରେନ ଚଳ।ଚଳ କରୁଛି । ଅତ୍ୟ।ଧୁନିକ ଜ୍ଞ।ନକୌଶଳର ପ୍ରୟୋଗ, ସମୟ।ନୁବର୍ତ୍ତିତ।,ଯୁବବର୍ଗଙ୍କ ପ।ଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏହ।ର ମୂଳ ଲକ୍ଷ୍ୟ ବୋଲି ରେଳବ।ଇ ପକ୍ଷରୁ କୁହ।ଯ।ଇଛି । (ଏଜେନ୍ସି)

Read More

ଭୁବନେଶ୍ବର : ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲ ସିଲ୍‌ କଲା ବିଏମ୍‌ସି । ବରମୁଣ୍ଡା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ସିଲ୍‌ କରିଛି ବିଏମ୍‌ସି । କରୋନା କଟକଣା ଠିକ୍‌ ଭାବେ ପାଳନ ନ ହେବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମ୍‌ସି । ଅନଲକ୍‌ 2,.0ରେ ରାଜ୍ୟସରକାର ଘରୋଇ ହସ୍ପିଟାଲ ପାଇଁ ନୂତନ ଏସ୍‌ଓପି ଜାରି କରିଛନ୍ତି । ନିକଟରେ ଘରୋଇ ହସ୍ପିଟାଲଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏନେଇ କଡା କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରାଯାଉଛି। ନିକଟରେ ମଞ୍ଚେଶ୍ବର ବ୍ଲୁ ହ୍ବିଲ୍‌ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଥିଲା । ଗତକାଲି ମଧ୍ୟ  ସାମାଜିକ ଦୂରତ୍ବ ତଥା କରୋନା କଟକଣା ଠିକ୍‌ ରୂପେ ପାଳନ ନ ହେଇଥିବା ନେଇ ଜିମ୍‌ ସମେତ ତିନୋଟି ବଡ ବଡ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଏମ୍‌ସି । ସୂଚନାଯୋଗ୍ୟ, ଭୁବନେଶ୍ବର ସହରରେ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ପୁଣି 13 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 13 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ୍‌ କ୍ବାରେଣ୍ଟଇନ୍‌ରୁ 8 ଜଣ ଥିବାବେଳେ ଲୋକାଲ୍‌ କେସ୍‌ 5ଟି ରହିଛି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ହୋମ୍‌କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଟଙ୍କପାଣି ରୋଡ୍‌, ରାଜାରାଣୀ ମନ୍ଦିର ପୂର୍ବ ସଂକ୍ରମିତଙ୍କଠାରୁ ତିନି ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଏହି ତିନିଜଣଙ୍କ ମଧ୍ୟରେ 24 ବର୍ଷୀୟ ଯୁବକ ଥିବାବେଳେ ଜଣେ 28 ବର୍ଷୀୟା ଯୁବତୀ ରହିଛନ୍ତି, ସେହିପରି 32 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଟଙ୍କପାଣି ରୋଡ୍‌ରୁ ଅନ୍ୟ ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 44 ବର୍ଷୀୟ ପୁରୁଷ ଥିବାବେଳେ 30 ବର୍ଷୀୟ ମହିଳା ଥିଲେ । ନୂଆଗାଁଠାରୁ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁହେଁ ପୁରୁଷ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 30 ଓ 32 ବର୍ଷ । ସେହିପରି…

Read More

ଲିଙ୍ଗରାଜ ମିଶ୍ର ମନ୍ଦିର ମାଳିନୀ ଭୁବନେଶ୍ବର । କିଛି ବର୍ଷ ହେଲା ଏହା ଦେଶର ଅନ୍ୟତମ ଏଡୁକେସନାଲ ହବ୍ ବା ଶିକ୍ଷା ନଗରୀ ଭାବେ ସୃଷ୍ଟି କରି ପାରିଛି ତାର ନୂଆ  ପରିଚୟ। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ଆଗ୍ରହ ଯୋଗୁଁ ଆଇଆଇଟି, ଟ୍ରିପଲ ଆଇଟି, ଏମସ ଆଦି ସର୍ବଭାରତୀୟ ସଂସ୍ଥା ପ୍ରତିଷ୍ଠା ହୋଇଛି । ଏସବୁ ସଂସ୍ଥାର ଖ୍ୟାତି ମଧ୍ୟ ଜାତୀୟସ୍ତରରେ ଦିନକୁ ଦିନ ବଢିବାରେ ଲାଗିଛି । ଏଥିସହିତ ବୈଷୟିକ ଶିକ୍ଷା କ୍ଷେତ୍ରରେ ଘରୋଇ ଉଦ୍ୟମରେ ପରିଚାଳିତ ଦୁଇ ଦୁଇଟି ୟୁନିଭର୍ସିଟିର ସୁନାମ ମଧ୍ୟ ରହିଛି । ରାଜସ୍ଥାନର କୋଟା ଭଳି ଭୁବନେଶ୍ବର ମଧ୍ୟ ମେଡିକାଲ ଓ ଇଂଜିନିୟରିଂ କୋଚିଂ ପ୍ରଦାନରେ ପୂର୍ବ ଭାରତର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ଉଚ୍ଚଶିକ୍ଷା ଓ ଉନ୍ନତ ମାନର କୋଚିଂ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ଛାତ୍ରଛାତ୍ରୀ ଭୁବନେଶ୍ବର ଉପରେ ନିର୍ଭର କରିଥାନ୍ତି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ବ୍ଲକ୍‌ ଭବାନୀପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲେଡ଼ିହ ଗ୍ରାମରେ ସରକାରଙ୍କ ତରଫରୁ ଏକ ଖେଳପଡିଆ ପାଇଁ ପ୍ରକଳ୍ପ ମଂଜୁର ହୋଇଛି  । ବର୍ତ୍ତମାନ ଉକ୍ତ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଗ୍ରାମର ଏକ ଘରୋଇ ବିଦ୍ୟାଳୟର ପରିସର ମଧ୍ୟରେ ଚାଲୁଥିବାର ଅଭିଯୋଗ ହେଉଛି  । ଏହାକୁ ନେଇ ଵାଲେଡ଼ିହ ଗ୍ରାମର କିଛି ଯୁବକ ଓ ଗ୍ରାମବାସୀ ମାନେ ବାଣପୁର ବି.ଡ଼ି.ଓ, ବ୍ଲକ ଅଧ୍ୟକ୍ଷା, ତେର ନମ୍ବର ଜୋନ ଜିଲ୍ଲା ପରିଷଦ, ଭବାନୀପୁର ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ  ଦୃଷ୍ଟି ଆକର୍ଷଣ କରିବା ସହ ଏବଂ ଲିଖିତ ଆକାରରେ ଅଭିଯୋଗ ମଧ୍ୟ କରିଛନ୍ତି । ଦୁଇଦିନ ପୂର୍ବରୁ ଏହାକୁ ନେଇ ବିଭିନ୍ନ ବାଦ ବିବାଦ ସୃଷ୍ଟି ହେବାରୁ ବାଧ୍ୟହୋଇ ଗ୍ରାମବାସୀ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଏବଂ ବେସରକାରୀ ଜମିରେ କିପରି ସରକାରୀ ଖେଳ ପଡିଆ ନିର୍ମାଣ ହେଉଛି ବୋଲି ପ୍ରଶାସନକୁ ପ୍ରଶ୍ନ କରିଥିଲେ…

Read More

ବଣାଇ : ବଣାଇଠାରେ ଏକ ସଡକ ଦୁର୍ଘଟଣା ହୋଇଛି । ଏଠାରେ ଏକ ଟ୍ରାକ୍ଟର ଓଲଟି ଜଣକର ମୃତ୍ୟୁ ହୋଇଥିବାବେଳେ 7 ଜଣ ଗୁରୁତର ହୋଇଛନ୍ତି। ଗୁରୁଣ୍ଡିଆ ଥାନା କେଲଗ୍ରାମ ନିକଟରେ ଏକ ଚାଉଳ ବୋଝେଇ ଟ୍ରାକ୍ଟର ଓଲଟି ପଡିଥିବାର ସୂଚନା ମିଳିଛି । ଭାରସାମ୍ୟ ହରାଇ ଟ୍ରାକ୍ଟରଟଇ ଓଲଟି ପଡିବାରୁ ଜଣକର ମୃତ୍ୟୁ ହୋଇଛି । ପିଡିଏସ୍‌ ଚାଉଳ ନେଇ କେଲଗାମରୁ ଜଟା ପଞ୍ଚାୟତ ଯିବାବେଳେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ରହିଛି । ସେହିପରି ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା 7 ଜଣଙ୍କୁ ବଣାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Read More

 ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ମହାମାରୀ କରୋନା। ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 15ରେ ପହଞ୍ଚିଲାଣି ।  ଜିଲ୍ଲାରେ କରୋନା ସ୍ଥିତିକୁ ନଜରରେ ରଖି ଜୁଲାଇ 31 ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ,ସ୍ୱାସ୍ଥ୍ୟ ଓ କୃଷି ଉଦ୍ଦେଶ୍ୟରେ ଯାନବାହାନ ଚଳାଚଳକୁ ଅନୁମତି ଦିଆଯିବ। କେବଳ ଉପଯୁକ୍ତ  ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକଙ୍କୁ ଅନୁମତି ଦିଆଯିବ ବୋଲି ଜଣାଯାଇଛି। ଏ ନେଇ ଜିଲ୍ଲାପାଳ ଆଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ବରିଷ୍ଠ ନାଗରିକମାନେ ଘରେ ରହିବା ଜରୁରୀ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

Read More

ନୂଆଦିଲ୍ଲୀ: ଦେଶରେ ବେକାବୁ ସ୍ଥିତିରେ ପହଞ୍ଚିଲାଣି କରୋନା। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  6 ଲକ୍ଷ ଟପିଲା । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗତ 24 ଘଣ୍ଟାରେ19 ହଜାର 148 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 434 ଜଣଙ୍କ ମୃତ୍ୟୁ ହୋଇଛି ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 4 ହଜାର 641କୁ ବୃଦ୍ଧି ପାଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 17 ହଜାର 834ରେ ପହଞ୍ଚିଛି । 2ଲକ୍ଷ 26 ହଜାର 947ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ 3ଲକ୍ଷ 59 ହଜାର 860ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ 1ଲକ୍ଷ 80 ହଜାର 298 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 8 ହଜାର 53 ମୃତ୍ୟୁ ହୋଇଛି । କ୍ରମାଙ୍କ ରାଜ୍ୟର ନାମ ପଜିଟିଭ୍‌ ସୁସ୍ଥ ମୃତ 1 ଆଣ୍ଡାମାନ ନିକୋବର 100…

Read More

କେଦାର ମିଶ୍ର କରୋନା ଭୂତାଣୁର ଯେତେବେଳେ ନାମକରଣ ବି ହୋଇ ନଥିଲା ଓ ଏହା ଚୀନର ହୁୱେଇ ପ୍ରଦେଶରେ ସୀମିତ ରହିଥିଲା, ସେହି ସମୟରୁ ଏହି ଭୂତାଣୁକୁ ନେଇ ଆମେରିକାରେ ରାଜନୀତି ଆରମ୍ଭ ହୋଇ ସାରିଥିଲା। ଜାନୁଆରୀ-ଫେବୃଆରୀ ମାସରେ ଆମେରିକା ପାଇଁ କରୋନା ଥିଲା ଚୀନକୁ ବୁଡେଇ ଦେଉଥିବା ଏକ ଭୂତାଣୁ। ଚୀନର କର୍ପୋରେଟ ରାଜଧାନୀ ଭାବେ ପରିଚିତ ୱୁହାନ ସହର ଯେତେବେଳେ ଭୁତ ସହର ପାଲଟି ଗଲା ସେତେବେଳେ ତାକୁ ଦେଖି ଆମେରିକା ବେଶ ଆନନ୍ଦ ଅନୁଭବ କରୁଥିଲା। ଚୀନ ପରେ ଇରାନରେ ମଧ୍ୟ କରୋନା ସଂକ୍ରମଣ ଆରମ୍ଭ ହେଲା। ସେତେବେଳେ ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କ ଅତି ତିକ୍ତ ଅବସ୍ଥାରେ ପହଞ୍ଚି ସାରିଥିଲା। ଇରାନର ଜଣେ ପ୍ରଭାବଶାଳୀ ସେନାପତିଙ୍କୁ ଆମେରିକା ହତ୍ୟା କରିବାର ପରିଣତି ସ୍ୱରୂପ ପୂରା ଇରାନରେ ଆମେରିକା ବିରୋଧୀ ବାତାବରଣ ତିଆରି ହୋଇଥିଲା। ଏହି ସମୟରେ କରୋନା ଦ୍ଵାରା ସର୍ବାଧିକ ଆକ୍ରାନ୍ତ ଚୀନ ଓ…

Read More

ମୁମ୍ବାଇ :  ଅର୍ଥ ତୋଷରପାତ ଅଭିଯୋଗରେ ଜିଭିକେ ଗ୍ରୁପ୍‌ ଅଫ କମ୍ପାନିଜର ଅଧ୍ୟକ୍ଷ ଜି.ଭି.କ୍ରିଷ୍ଣା ରେଡ୍ଡି ଓ ତାଙ୍କ ପୁଅଙ୍କ ନାଁରେ ସିବିଆଇର ମାମଲା ରୁଜୁ ।  ବିମାନବନ୍ଦର ପରିଚାଳନାରେ 705 କୋଟି ଟଙ୍କାର ଆର୍ଥିକ ହେରଫେର କରିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲା ରୁଜୁ କରିଛି । ଜି.ଭି.କ୍ରିଷ୍ଣା ରେଡ୍ଡି ଜିଭିକେ ଗୃପ ଅଫ କମ୍ପାନିଜର ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପୁଅ ଜି.ଭି.ସଂଜୟ ରେଡ୍ଡି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ନିର୍ଦେଶକ ରହିଛନ୍ତି । (ଏଜେନ୍ସି)

Read More

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଘରେ ପଣସ , କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନରେ ପଣସ, ମନ୍ତ୍ରୀ ସକାଳୁ ସକାଳୁ ଦେଖି ବେଶ ଖୁସ

Read More

ରମେଶ ମହାନ୍ତି ଜଗତସିଂହପୁର : କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତର ଦୁଆଡ଼ିଆ ଗ୍ରାମରେ ବୁଧବାର ସଂଧ୍ୟାରେ ଦୁଇଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ସ୍କୁଲ୍ ପଛପଟେ ଥିବା ଏକ ଡିମିରିବଣ ମଧ୍ୟରେ ଏହି ଘଟଣା ଘଟିଥିବା ବେଳେ ଡିମିରି ଗଛରେ ଝିଅର ମୃତଦେହ ଝୁଲୁଥିବା ବେଳେ ପୁଅର ମୃତଦେହ ତଳେ ପଡିଥିବାର ଜଣାପଡିଛି। ମୃତ୍ୟୁର ଦିନକ ପୁର୍ବରୁ ସେମାନେ ଫେରାର୍ ଥିଲେ ବୋଲି କୁଜଙ୍ଗ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।ସୂଚନାନୁଯାୟୀ ପୁର୍ବରୁ ଉକ୍ତ ଦୁଇ ମୃତ ପୁଅଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ବୁଧବାର ଦିନ ଝିଅର ଅନ୍ୟତ୍ର ନିର୍ବନ୍ଧ ହେବାନେଇ ସ୍ଥିର ହୋଇଥିବାରୁ ଏପରି ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି।ଯେଉଁଦିନ ଝିଅର ଅନ୍ୟତ୍ର ନିର୍ବନ୍ଧ ହୋଇଥାନ୍ତା ସେହିଦିନ ମିଳିଲା ଝିଅର ଝୁଲନ୍ତା ମୃତଦେହ ବୋଲି ଶୁଣିବାକୁ ମିଳୁଛି। ସୂଚନାନୁଯାୟୀ ଦୁଇ ମୃତ ଯୁବକ ଯୁବତୀ ହେଲେ ଦୁଆଡ଼ିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବି ଦାସ (୨୬)…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଲକ ଡାଉନ ସମୟରେ ବେଧଡକ ଚାଲୁଛି ଦେଶୀ ମଦ ବେପାର । ଏହା ବେଆଇନ ହୋଇଥିଲେ ମଧ୍ୟ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାକୁ ବେଖାତିର କରି ସକ୍ରିୟ ଭାବେ ଦେଶୀ ମଦକୁ ଚୋରାରେ ବିକ୍ରି କରୁଛନ୍ତି ବେପାରୀ । ବାରମ୍ବାର ପୋଲିସ ଏବଂ ଅବକାରୀ ବିଭାଗ ଦ୍ୱାରା ଧରା ପଡ଼ି ଗିରଫ ହେଲେ ମଧ୍ୟ ଏମାନେ ସୁଧୁରିବାର ନାଁ ନେଉନାହାନ୍ତି । ଲକ ଡ଼ାଉନ ସମୟରେ ବିଦେଶୀ ମଦର ଦାମ ଅହେତୁକ ବୃଦ୍ଧି ପାଇଥିବାସ୍ଥଳେ ଦେଶୀ ମଦକୁ ଏହାର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି ଚୋରା ବେପାରୀ । ଏହି ପରିପ୍ରେକ୍ଷୀରେ ଆଜି ସକାଳ ୮ ଘଟିକା ସମୟରେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ବାଲୁଗାଁ ଥାନା ଅନ୍ତର୍ଗତ ବଡକୁଳ ବଜାର ନିକଟରୁ ୫୧ ଲିଟର ଦେଶୀ ମଦ ସହ ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛନ୍ତି ।…

Read More

ଭୁବନେଶ୍ବର : ଆଜି ପୁଣି ରାଜ୍ୟରୁ ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ମୃତକଦ୍ବୟଙ୍କ ମଧ୍ୟରୁଜଣେ ଗଞ୍ଜାମର ହୋଇଥିବାବେଳେ ଆଉ ଜଣେ ଅନୁଗୁଳ ଜିଲ୍ଲାର ବୋଲି ସୂଚନା ରହିଛି । ଗଞ୍ଜାମର ମୃତକ ଜଣକ 49 ବର୍ଷୀୟ ପୁରୁଷ ହୋଇଥିବାବେଳେ ଅନୁଗୁଳର ମୃତକଙ୍କ ବୟସ 57 ବର୍ଷ ବୋଲି ଜଣାପଡିଛି। ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ରହିଛି । ଏବେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି ହୋଇଛି । ସେହିପରି 8 ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ନୂତନ 229 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 19ଟି ଜିଲ୍ଲାରୁ 229 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗଞ୍ଜାମରୁ ସର୍ବାଧିକ 95 ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବରରୁ 24, ଯାଜପୁରରୁ 22,  ଖୋର୍ଦ୍ଧାରୁ 21,  ସୁନ୍ଦରଗଡରୁ 17, କଟକରୁ 12, ଝାରସୁଗୁଡାରୁ 10,ବଲାଙ୍ଗିରରୁ 7, ନୟାଗଡରୁ 5, ପୁରୀ4, ବୌଦ୍ଧରୁ 3, ମୟୂରଭଞ୍ଜରୁ 2 ଜଣ ରହିଛନ୍ତି । ସେହିପରି ଅନୁଗୁଳ, ବରଗଡ, କେଉଁଝର, ଦେବଗଡ, ଗଜପତି, ଜଗତସିଂହପୁର, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 229 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 193ଜଣ ଚିହ୍ନଟ ହୋଇଥିବାବେଳେ 36ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 545କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 2 ହଜାର 157ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 353 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 25ଜଣ । ସେହିପରି 8 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ପୁରୀ  : ପୁରୀରେ ଆଜି ସନ୍ଧ୍ୟା 6ଟାରୁ ରାତ୍ରି 9ଟା ପର୍ଯ୍ୟନ୍ତ କ୍ଫ୍ୟୁ କୋହଳ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍‌ଲାପାଳ ବଲଓ୍ବନ୍ତ ସିଂହ । ତେବେ ରାତି 9ଟାରୁ ସକାଳ 5ଟ ଯାଏଁ କର୍ଫ୍ୟୁ ଜାରି ରହିବ । କାଲି ସକାଳ 5ଟାରୁ ଅପରାହ୍ନ 3ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । କାଲି ଅପରାହ୍ନ 3ଟାରୁ ରାତି 10ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତିନି ରଥ ଥିବାରୁ କାଲି ଦିନ ତମାମ ସିଂହଦ୍ବାର ଆଗରେ କର୍ଫ୍ୟୁଜାରି ରହିବ । ଦିନ ତମାମ ମାର୍କେଟ୍‌ ଛକରୁ ସିଂହଦ୍ବାର ଯାଏଁ କର୍ଫ୍ୟୁ ଲାଗୁ ରହିବ । କରୋନା ପାଇଁ ଚଳିତ ଥର ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା କରାଯାଇଛି । ନେଗେଟିଭ୍‌ ଆସିଥିବା ସେବାୟତଙ୍କ ଦ୍ବାରା ରଥ ଟଣା ହୋଇଛି । ବାହୁଡା ପାଇଁ ମଧ୍ୟ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ବିନା ଭକ୍ତରେ…

Read More

ଅନୁଗୁଳ : ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ । ଆନନ୍ଦ ମାଝୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟିମ୍‌ । ଆନନ୍ଦ ମାଝୀଙ୍କୁ ଗିରଫ କରାଯିବା ନେଇ ପୋଲିସ୍‌ ଡିଜିଙ୍କ ସୂଚନା । ଅନୁଗୁଳ ହଣ୍ଡପା ଅଞ୍ଚଳରୁ ଗିରଫ କରାଯାଇଥିବାର ସୂଚନା ଦେଇଛନ୍ତି ଡିଜିପି । ହଣ୍ଡପା ଥାନାର ଏକ ଜଙ୍ଗଲିଆ ଅଞ୍ଚଳରୁ କ୍ରାଇମବାଞ୍ଚ ଧରିଥିବାର ସୂଚନା ରହିଛି । ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ଦୁଷ୍କର୍ମ ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । କିଛି ଦିନ ତଳେ ତାଙ୍କୁ ନିଲମ୍ୱନ କରାଯାଇଥିବା ବେଳେ ଆଜି ସକାଳେ ଚାକିରିରୁ…

Read More

କର୍ଣ୍ଣାଟକ : ଦେଶରେ  କରୋନାର ପ୍ରକୋପ ବଢି ଚାଲିଛି । ଏହା ମଧ୍ୟରେ କର୍ଣ୍ଣାଟକରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଗ୍ରାମରେ ଜଣେ ଗାଈଚରାଳି (ମେଷପାଳକ) କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ 50 ଛେଳି ଓ ମେଣ୍ଢାକୁ କ୍ବାରେଣ୍ଟାଇନ୍‌ କରାଯାଇଛି । କର୍ଣ୍ଣାଟକର କର୍ଣ୍ଣାଟର ତୁମୁକୁରୁ ଗ୍ରାମରେ ଜଣେ ଗାଈ ଚରାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ପରେ ତାଙ୍କର 50ଟି ଛେଳି ଓ ମେଣ୍ଢାକୁ କ୍ବାରେଣ୍ଟାଇନ୍‌ କରାଯାଇଛି । ଏହି ପଶୁଜନ୍ତୁଗୁଡିକୁ ଗତ କିଛି ଦିନ ହେବ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାର ସୂଚନା ରହିଥିଲା । ଏହା ପରେ ଏହି ଛେଳି ଓ ମେଣ୍ଢାଗୁଡିକର କରୋନା ଟେଷ୍ଟ କରାଯାଉଛି । ଏହି ଖବର ସାମ୍ନାକୁ ଆସିବା ପରେ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପଶୁପାଳନ ବିଭାଗର ଅଧିକାରୀ ମାନେ ପିପିଇ ପିନ୍ଧି ଏହି ଛେଳି ଓ ମେଣ୍ଢାର ସାମ୍ପଲ୍‌…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ 164 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 48 ଜଣ ରହିଥିବାବେଳେ ଜଗତସିଂହପୁରରୁ 31, ବାଲେଶ୍ବରରୁ 26, କଟକରୁ 25, ଯାଜପୁର ଓ ଖୋର୍ଦ୍ଧାରୁ 12 ଜଣ ଲେଖାଏଁ ରହିଛନ୍ତି । ସେହିପରି କେନ୍ଦ୍ରାପଡା ଓ ସୁନ୍ଦରଗଡରୁ 3 ଜଣ ଲେଖାଏଁ ରହିଥିବାବେଳେ କେଉଁଝରର 2 ଜଣ ରହିଛନ୍ତି । ସେହିପରି ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 5 ହଜାର 353କୁ ବୃଦ୍ଧି ହୋଇଛି । ସୂଚନାଯୋଗ୍ୟ, ରାଜ୍ୟରେ ଆଜି ନୂତନ 251ଟି ପଜିଟିଭ୍‌ ମାମଲା ଆସିଥିବାବେଳେ ରାଜ୍ୟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 316 ରହିଛି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛ । ଏବେ ସୁଦ୍ଧା ରାଜ୍ୟରେ 25ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ 8ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା…

Read More

ପିଣ୍ଟୁ ବିଷାେୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିଚାଲିଛି ତେବେ ବେଗୁନିଆପଡା ବ୍ଲକର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବେଗୁନିଆପଡ଼ା ବଜାର। ଏହି ବଜାରରେ ଦୈନଦିନ ହଜାର ହଜାର ଲୋକ ଭିଡ ଜମାଉ ଥିଲେ। ବଜାରରେ ଅନେକ ଲୋକ ବିନା ମାସ୍କ ଓ ସାମାଜିକ ଦୂରତ୍ୱ ଅବମାନନା କରୁଥିଲେ । ଯାହାକି ପ୍ରଶାସନ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟି ଥିଲା। କରୋନା ସଂକ୍ରମଣ ନ ବ୍ୟାପିବା ଏବଂ ବଜାରରେ ଭିଡ କମାଇବା ଆଦିକୁ ନଜରରେ ରଖି ନୁଆଁ ସାହି ନିକଟବର୍ତ୍ତୀ ହନୁମାନ ମନ୍ଦିର ଠାରୁ ଶୌଚାଳୟ ପଯ୍ୟନ୍ତ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଆଗାମୀ 7 ଦିନ ପାଇଁ ବନ୍ଦ କଲେ ସରପଞ୍ଚ ଅରୁଣ କୁମାର ମାଝୀ । ତେବେ ବ୍ୟବସାୟୀ ମାନେ ଯଦି ଆବଶ୍ୟକ ମନେ କରନ୍ତି ତେବେ ଠେଲା ଗାଡି ବା ଟ୍ରଲି ଗାଡି ମାଧ୍ୟମରେ…

Read More