ମୁମ୍ବାଇ : ଦେଶରେ କରୋନା ସଂକ୍ରମଣର ମାମଲା ବଢିବାରେ ଲାଗିଛି । ମହାରାଷ୍ଟ୍ର ସର୍ବାଧିକ କରୋନା ଯୋଗୁଁ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ କରୋନା କହର ଥମିବାର ନାଁ ନେଉନାହିଁ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 19 ହଜାର ପାର୍ କରିଛି । ସେହିପରି ଜେଜେ ପୋଲିସ୍ ଷ୍ଟେସନର ଆଉ 6 ଜଣ ପୋଲିସ୍ଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ଏକ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 1089 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 24 ଘଣ୍ଟାରେ 37 ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଏବେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 19063ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 731ରେ ପହଞ୍ଚିଛି । ସେହିପରି 3470ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରର ମୁମ୍ବାଇ ସହର…
Author: Samikhsya Bureau
ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ କାରଣରୁ ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ ଜାରି କରାଯାଇଛି । ଏହି ସମୟରେ କାମଧନ୍ଦା ନପାଇ ବେସାହାରା ହୋଇପଡ଼ିଥିବା ଶ୍ରମିକଙ୍କୁ ସାହାରା ଦେଇଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଇଜିଏସ) । ଲକଡାଉନ କାରଣରୁ ଦେଶର ଶ୍ରମିକ ଶ୍ରେଣୀର ଲୋକଙ୍କୁ ଅଧିକ ଆର୍ଥିକ ଲାଭ ସହିତ କର୍ମସଂସ୍ଥାନ ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନାରେ ଦୈନିକ ମଜୁରି ୨୦ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ବୃଦ୍ଧି କରାଯାଇଥିଲା । ଏ ସଂକ୍ରାନ୍ତରେ ଏପ୍ରିଲ ମାସରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଯାବତ ସାରା ଦେଶରେ ଏହି ଯୋଜନାରେ ମୋଟ ୫.୯୭ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇସାରିଲାଣି । ମଜୁରି ଓ ବିଭିନ୍ନ ସାମଗ୍ରୀ ବାବଦ ବକେୟା ଅର୍ଥ ଶ୍ରମିକଙ୍କୁ ପ୍ରଦାନ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକ୍ଡାଉନ୍ ପାଇଁ ବାଣପୁରରେ ଫସି ରହିଥିବା ଆନ୍ଧ୍ର ପ୍ରଦେଶରେ ଦୁଇ ଫୁଲ ବିକାଳୀଙ୍କ ପରିବାର ଆଜି ନିଜ ରାଜ୍ୟକୁ ଫେରିଛନ୍ତି। ଏହି ପରିବାରରେ ଶିଶୁଙ୍କ ସମେତ ୨୭ ଜଣ ସଦସ୍ୟ ରହିଥିଲେ। ସ୍ଥାନୀୟ ସାମ୍ବାଦିକ ସଂଘ ଚିଲିକା ରିପୋଟର୍ସ ଆସୋସିଏସନ୍ ଏବଂ ପ୍ରଶାସନର ସହଯୋଗ ଯୋଗୁଁ ଏହି ପରିବାର ନିଜ ରାଜ୍ୟକୁ ଫେରି ପାରିଛନ୍ତି। ଅପରପକ୍ଷରେ ନିକଟସ୍ଥ ନଚ୍ଛିପୁର ଇଟାଭାଟିରେ କାର୍ଯ୍ୟରତ ଥିବା ଝାଡଖଣ୍ଡ ରାଞ୍ଚିର ୭ ଜଣ ଶ୍ରମିକ ମଧ୍ୟ ପ୍ରଶାସନ ସହଯୋଗରେ ନିଜ ରାଜ୍ୟକୁ ଫେରିଛନ୍ତି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲା ଟେକିଲିମଣ୍ଡଳମ ଥାନା ଅନ୍ତର୍ଗତ ମୋପୁର କ୍ରସ ରୋଡ ଅଞ୍ଚଳର ପ୍ଲାଷ୍ଟିକ ଫୁଲ ବିକାଳୀମାନେ ପଞ୍ଚୁଦୋଳ ଓ ଲୋକମହୋତ୍ସବରେ ବ୍ୟବସାୟ କରିବାକୁ ବାଣପୁରକୁ ଆସିଥିଲେ। ମାତ୍ର କରୋନା ମୁକାବିଲା ପାଇଁ ଭାରତ ସରକାର ଲକ୍ ଡାଉନ୍ ଜାରି କରିବା ପରେ ଆନ୍ଧ୍ର ପ୍ରଦେଶରୁ ବାଣପୁର ଆସିଥିବା ପାଖାପାଖି ୨୭ ଜଣ ବାଣପୁର ଫସି…
ରମେଶ ମହାନ୍ତି ଜଗତସିଂହପୁର : ଗତକାଲି ଜଗତସିଂହପୁର ଜିଲ୍ଲାକୁ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ୫୯ଜଣ ପ୍ରବାସୀ ଶ୍ରମିକ ତଥା ଅନ୍ୟାନ୍ୟ ବ୍ୟକ୍ତି ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାରୁ ୩୬ଜଣ, ରାଜସ୍ଥାନରୁ ୧ଜଣ, କଲିକତାରୁ ୫ଜଣ, ଆନ୍ଧ୍ରପ୍ରଦେଶରୁ ୪ଜଣ, ମହାରାଷ୍ଟ୍ରରୁ ୮ଜଣ, ଝାଡଖଣ୍ଡରୁ ୧ଜଣ, ତାମିଲନାଡୁରୁ ୧ଜଣ, ପୁଡୁଚେରୀରୁ ୨ଜଣ ଏବଂ ଅନୁଗୁଳରୁ ୧ଜଣ ଅଛନ୍ତି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମେଡିକାଲ ଟିମ୍ ଦ୍ୱାରା ମ୍ୟୁନିସିପାଲିଟିର ସରଳାଦେବୀ କଲ୍ୟାଣ ମଣ୍ଡପଠାରେ ସେମାନଙ୍କଠାରୁ ସ୍ୱାବ ସଂଗ୍ରହ କରାଯାଇ ସେମାନଙ୍କୁ ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟି କ୍ୱାରେଣ୍ଟାଇନ୍ ସେଣ୍ଟରଠାରେ ସଂଗରୋଧରେ ପଠାଯାଇଛି। ସେମାନଙ୍କ ମଧ୍ୟରେ ଜଗତସିଂହପୁର ବ୍ଲକର ୧୧ଜଣ, ରଘୁନାଥପୁର ବ୍ଲକର ୮ଜଣ, ବିରିଡ଼ି ବ୍ଲକର ୧ଜଣ, କୁଜଙ୍ଗ ବ୍ଲକର ୨ଜଣ, ବାଲିକୁଦା ବ୍ଲକର ୮ଜଣ, ଏରସମା ବ୍ଲକର ୭ଜଣ, ନାଉଗାଁ ବ୍ଲକର ୨ଜଣ, ତିର୍ତ୍ତୋଲ ବ୍ଲକର ୧୬ଜଣ, ପାରାଦ୍ଵୀପ ମ୍ୟୁନିସିପାଲିଟିର ୧ଜଣ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକ ଏବଂ ଥାନା ଅଂଚଳରେ ରହିଥିବା ସମସ୍ତ ସରକାରୀ ମଦ ଦୋକାନକୁ ସରକାର ସିଲ କରିଛନ୍ତି । ମାତ୍ର ଏହା ସତ୍ୱେ କୁଜଙ୍ଗ ବ୍ଳକ ଏବଂ ଥାନା ଅଂଚଳରେ ବ୍ୟାପକ ମଦର କାରବାର ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ ଧାର୍ଯ୍ୟ ମୂଲ୍ୟଠାରୁ ୪ ଗୁଣା ମୂଲ୍ୟରେ ଏହା ବିକ୍ରୟ କରାଯାଉଥିବା ଜଣାପଡ଼ିଛି । ସରକାରୀ ମଦ ଦୋକାନ ସିଲ ସତ୍ୱେ କୁଜଙ୍ଗ, ବାଲିତୁଠ, ରାହାମା ଏବଂ ଭୂତମୁଣ୍ଡାଇ ଅଂଚଳରେ ଉପଲବ୍ଧ ହେଉଥିବା ଏହି ମଦ କେଉଁଠୁ ଆସୁଛି ଏବେ ଏହା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ଏହା ସାଧାରଣତଃ ହାତ ତିଆରୀ ଚୋରାମଦ ନା ସିଲ ଖୋଲାଯାଇ ସରକାରୀ ମଦ ଦୋକାନରୁ କଢାଯାଇ କଳାବଜାରୀ କରାଯାଉଛି ତାହାଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଯାହା ଏବେ କୁଜଙ୍ଗରେ ମଦମୃତ୍ୟୁ ଆଶଙ୍କାକୁ ବଢାଇ ଦେଇଛି । ତେବେ …
ଭୁବନେଶ୍ବର : ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଆରମ୍ଭ କରାଯାଉଛି । ସବୁ ସରକାରୀ / ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶକ ଚିଠି ଦେଇଛନ୍ତି। ଡିଜିଟାଲ ଶିକ୍ଷା ଉପାଦାନ ତଥା ଭିଡିଓ ଯୋଗାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅଧ୍ୟାପକଙ୍କଠାରୁ ଆଦାୟ କରି ମେ 20 ସୁଦ୍ଧା ଇ-ମେଲ୍ରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକ୍ସପର୍ଟ କମିଟି ଏହାର ଯାଞ୍ଚ କରି ଚୂଡ଼ାନ୍ତ କରିବା ନେଇ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ବର : କ୍ବାରେଣ୍ଟିନ୍ରେ ରହୁଥିବା ଲୋକ ଚାହିଁଲେ କାମ କରିପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର । କ୍ବାରେଣ୍ଟିନ୍ ସେଣ୍ଟରରେ ବିଭିନ୍ନ କାମ କରିପାରିବେ ଅନ୍ତେବାସୀ । ଏହି ସମୟରେ ବଗିଚା କାମ, ରଙ୍ଗ ଲଗାଇବା କାମ କରିପାରିବେ ବୋଲି ସୂଚନା ରହିଛି । 21 ଦିନରୁ ପ୍ରତି ଲୋକଙ୍କୁ 10 ଦିନ କାମ ଯୋଗାଇ ଦିଆଯିବ । 10 ଦିନ କାମକୁ ଦୈନିକ 150ଟଙ୍କା ପାରିଶ୍ରମିକ ମିଳିବ ବୋଲି ସୂଚନା ରହିଛି ।
ଭୁବନେଶ୍ୱର, ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ବିରି, ମୁଗ, ଚିନାବାଦାମ, ସୂର୍ଯ୍ୟମୂଖୀ ସଂଗ୍ରହ କାର୍ଯ୍ୟ ମେ ୭ ତାରିଖରୁ ଆରମ୍ଭ କରାଯାଇଥିବାବେଳେ ବିରି, ମୁଗ ଓ ଚିନାବାଦାମ (ଚୋପା ସହିତ) ବିକ୍ରି ଉପରେ ନିୟନ୍ତ୍ରଣ ବଜାର କମିଟି (ଆର୍.ଏମ.ସି)ମାନଙ୍କ ଦ୍ୱାରା ବଜାର ଅଞ୍ଚଳରେ ଆଦାୟ କରାଯାଉଥିବା ମାର୍କେଟ ଫିସ୍କୁ ଛାଡ କରାଯାଇଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଓଡ଼ିଶା କୃଷିଜାତ ଦ୍ରବ୍ୟ ବଜାର ଅଧିନିୟମ ୧୯୫୬ (୧୯୫୭ ର ଓଡ଼ିଶା ଅଧିନିୟମ ୩)ର ଧାରା ୪ର ଉପଧାରା (୭) ଦ୍ୱାରା ଅର୍ପିତ କ୍ଷମତା ଦ୍ୱାରା ରାଜ୍ୟ ସରକାର ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ଏହି ଛାଡ କରିଛନ୍ତି । ଏହି ଛାଡ ମଇ ୭ ତାରିଖରୁ ଅଗଷ୍ଟ ୫ ତାରିଖ, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ଏକ ଅଧିସୂଚନା ଜାରି…
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ଏଣିକି କାରଖାନାରେ ଶ୍ରମିକମାନେ 8ଘଣ୍ଟା ନୁହେଁ 12 ଘଣ୍ଟା କାମ କରିବେ। ଏଥିପାଇଁ ତାଙ୍କୁ 4 ଘଣ୍ଟାର ଓଭର ଟାଇମ ପାରିଶ୍ରମିକ ମିଳିବ। ଏ ନେଇ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଏହି ସୂଚନା ଦେଇଛନ୍ତି। ଶ୍ରମିକମାନଙ୍କ ଗାଇଡ ଲାଇନ ସହିତ ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲା ନେଇ ଯେଉଁ ପଦକ୍ଷେପ ନେଇଛନ୍ତି ସେଗୁଡିକ ହେଲା 1-କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍ ୨୦୨୦ରୁ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି…
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଦଳିଛି । ଖୋର୍ଦ୍ଧା ଜିଲ୍ଲାରେ 51 ଜଣ ଆକ୍ରାନ୍ତ ବୋଲି ଜଣାପଡିଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ପରବର୍ତ୍ତୀ ଅବସ୍ଥାରେ ବଦଳିଛି । ଜଣେ ମହାରାଷ୍ଟ୍ର ଆକ୍ରାନ୍ତଙ୍କୁ ଓଡ଼ିଶାର ବୋଲି ଦର୍ଶାଯାଇଥିଲା । ମହାରାଷ୍ଟ୍ର ଆକ୍ରାନ୍ତ ଜଣକ ମୁମ୍ବାଇଣ ଜଣେ ଟ୍ରକ୍ ଡ୍ରାଇଭର ବୋଲି ସ୍ପଷ୍ଟ ହୋଇଛି । ଦୁର୍ଘଟଣାରେ ଆହତ ହୋଇ କିମ୍ସରେ ଭର୍ତ୍ତି ହୋଇଥିଲେ । ରିପୋର୍ଟ ପଜିଟିଭ୍ ମିଳିଥିଲା । ପୂର୍ବ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା 51 ଦର୍ଶାଯାଇଥିଲା । ପରିବର୍ତ୍ତିତ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା 50କୁ କମିଛି । ଆଜି ସନ୍ଧ୍ୟା ସମୟରେ 25 ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ଦିଆଯାଇଥିଲା । ଏଥିରୁ 24 ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ରହିଥିଲା । ତେବେ ପରିବର୍ତ୍ତିତ ତଥ୍ୟ ଅନୁସାରେ ରାଜ୍ୟର ମୋଟ ଆକ୍ରାନ୍ତସଂଖ୍ୟା…
ଭୁବନେଶ୍ବର : ଓଡ଼ିଶାର ନୂଆ କରୋନା ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟସରକାର ନୂତନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରତି ସ୍ବତନ୍ତ୍ର ଫୋକସ୍ କରିଛନ୍ତି ରାଜ୍ୟସରକାର। କରୋନା ମୁକାବିଲା ସହାୟତା ପାଇଁ ଗଞ୍ଜାମ ଯାଇଛନ୍ତି ତିନିଜଣ ଆଇଏଏସ୍ । ଆଇଏଏସ ପି. ଅନ୍ବେଷା ରେଡ୍ଡି, ପାଟିଲ୍ ଆଶିଷ ଈଶ୍ବର ଓ ହେମକାନ୍ତ ସାଏଙ୍କୁ ମାସକ ପାଇଁ ନିଯୁକ୍ତ କରାଯାଇଛି । ଏହି ତିନି ଆଇଏଏସ୍ ଜିଲ୍ଲା ପଶ ପ୍ରଶାସନକୁ ସହଯୋଗ କରିବେ । ସମ୍ପ୍ରତି ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଏବେ ସର୍ବମୋଟ 71ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକାଂଶ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି ।
ଭୁବନେଶ୍ବର, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଶହ ଶହ ଲୋକଙ୍କୁ କ୍ବାରଣ୍ଟିଇନ୍ ରେ ରଖାଯାଇଛି। ବିଶେଷ କରି ଗଂଜାମ ଜିଲ୍ଲାରେ ବହୁ ସୁରତ ଫେରନ୍ତାଙ୍କୁ କ୍ବାରଣ୍ଟାଇନରେ ରଖାଯାଇଛି। ଏହି ସମୟରେ ଲୋକମାନେ ଯେପରି ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ୍ୟ ରହିବେ ସେଥିପାଇଁ ଯୋଗ କ୍ଲାସ କରାଯାଉଛି। ପ୍ରଶିକ୍ଷିତ ଯୋଗ ଶିକ୍ଷକଙ୍କ ଦ୍ବାରା ଏହି ଯୋଗ ଶିବିର ବିଭିନ୍ନ କ୍ବାରଣ୍ଟାଇନ କେନ୍ଦ୍ରରେ କରାଯାଉଛି।
ନୂଆଦିଲ୍ଲୀ : ମହାମାରୀ କରୋନା ଭାରଇସ୍ ସହ ଲଢେଇ କରୁଥିବା ରାଜଧାନୀ ଦିଲ୍ଲୀରେ ଲକ୍ ଡାଉନ୍ ଚାଲିଥିବା ବେଳେ ବି ଅପରାଧ ମଧ୍ୟ କମିବାରେ ଦେଖାଯାଉନାହିଁ । ଦିଲ୍ଲୀରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀଙ୍କର ହତ୍ୟା କରିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଏହିଘଟଣାଟି ଅଶୋକ ବିହାର ଅଞ୍ଚଳରେ ଘଟିଛି । ଏହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ସ୍ତ୍ରୀ ଏହି ମୃତ୍ୟକୁ କରୋନା ଜନିତ ମୃତ୍ୟୁ ବୋଲି କହିଥିଲେ । ଏହାପରେ ଏହା କାନରୁ କାନକୁ ହୋଇ ପୋଲିସ୍ ନିକଟରେ ପହଞ୍ଚିଥିଲା । ଏହାପରେ ପୋଲିସ୍ ଶ୍ମଶାନ ଘାଟରେ ପହଞ୍ଚି ଶବକୁ ଜବତ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରିଶେଷରେ ଏହି ମୃତ୍ୟ ରହସ୍ୟର ପର୍ଦ୍ଦାଫାସ କରି ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି । ମହିଳା ଜଣକ ସ୍ବାମୀଙ୍କ କରୋନା…
ଭୁବନେଶ୍ବର, ବାହାର ରାଜ୍ୟରେ ଫସିଥିବା ଓଡିଆ ଶ୍ରମିକଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଚେଷ୍ଠା କରୁଛନ୍ତି। ଠିକ୍ ସେହିପରି ଓଡିଶାରେ ଫସି ରହିଥିବା ବାହାର ଶ୍ରମିକଙ୍କୁ ମଧ୍ୟ ରାଜ୍ୟ ସରକାର ପଠାଇବାର ବନ୍ଦୋବସ୍ତ କରୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି ଓଡିଶାରୁ 3 ହଜାର ଫସିରହିଥିବା ଶ୍ରମିକଙ୍କୁ ପଠାଇବାର ବନ୍ଦୋବସ୍ତ କରିଛନ୍ତି। ରାଜ୍ୟ ଶ୍ରମ ବିଭାଗର ଉଦ୍ୟମ ଯୋଗୁ ବସ୍ ଯୋଗେ ଏହି ଶ୍ରମିକଙ୍କୁ ପଠାଇଯାଇଛି। ଏହି ତିନି ହଜାର ଶ୍ରମିକଙ୍କ ମଧ୍ୟରୁ 9 ଶହ ଶ୍ରମିକ ଝାଡଖଣ୍ଡର ହୋଇଥିବା ବେଳେ 6ଶହ ରାଜସ୍ଥାନ ରାଜ୍ୟର ଅଛନ୍ତି। ସେହିପରି ପଶ୍ଚିମ ବଂଗର 5 ଶହ ଶ୍ରମିକଙ୍କୁ ତିନୋଟି ଭିନ୍ନ ଭିନ୍ନ ବସରେ ଏମାନଙ୍କୁ ପଠାଯାଇଛି।
ଭୁବନେଶ୍ବର : ବିଦ୍ୟାଳୟ ବନ୍ଦ ରହିପାରେ ମାତ୍ର ଶିକ୍ଷା ନୁହେଁ ବୋଲି ମତ ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାଶ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୧୪ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନଙ୍କ ସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅଲୋଚନା ସମୟରେ ଶିକ୍ଷା ମନ୍ତ୍ରୀ ଏହି ବୟାନ ଦେଇଛନ୍ତି । ସମ୍ପ୍ରତି କରୋନା ମହାମାରୀ କାରଣରୁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରଖାଯାଇଥିବା ବେଳେ ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ ପାଠ ପଢାଯାଉଛି । ବିଦ୍ୟାର୍ଥୀ ମାନଙ୍କୁ ଅନ୍ଲାଇନ୍ରେ ପାଠ ପଢାଇ ଆଦର୍ଶ ବିଦ୍ୟାଳୟ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବିଦ୍ୟାଳୟର 60ରୁ 70 ପ୍ରତିଶତ ଛାତ୍ରଛାତ୍ରୀ ଏହାଦ୍ବାରା ଉପକୃତ ହେଉଛନ୍ତି । ଗୁଗୁଲ୍ ମିଟ୍ ଆପ୍ ଏବଂ ହ୍ବାଟ୍ସଆପ୍ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବା ସହିତ ପରୀକ୍ଷା ମଧ୍ୟ କରାଯାଉଛି । ଓଡିଶାରେ ଆଦର୍ଶ ବିଦ୍ୟାଳୟକୁ ତିନୋଟି ଜୋନ୍ରେ ବିଭକ୍ତ କରାଯାଇଛି । ନଦର୍ଣ୍ଣ, ସଦର୍ଣ୍ଣ…
ରଞ୍ଜିତ ପଣ୍ଡା କୁଜଙ୍ଗ : କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏବେ ନୀରବ । ବିଭିନ୍ନ ପୂଜା ପର୍ବାଣୀ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ନିଜ ପୁଅର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାରେ ରହିଛନ୍ତି କୁଜଙ୍ଗର ଶ୍ରୀବତ୍ସ ନାଥ । ପ୍ରତି ବର୍ଷ ପୁଅର ଜନ୍ମଦିନକୁ ଅତି ଧୁମଧାମରେ ପାଳନ କରି ଆସୁଥିବା ଶ୍ରୀବତ୍ସ ଏ ବର୍ଷ କରୋନା କଟକଣା କାରଣରୁ ପୁଅର ଜନ୍ମଦିନରେ ମା ସନ୍ତୋଷୀ ଜରାଶ୍ରମ, ଲୋକନାଥ ଅନାଥ ଆଶ୍ରମ ଯାଇ ଆର୍ଥିକ ସହାୟତା କରିଥିଲେ । ଏହା ସହିତ ପାରାଦ୍ୱୀପ ଠାରୁ ପାରାଦ୍ୱୀପଗଡ଼ ପର୍ଯ୍ୟନ୍ତ ରାସ୍ତା କଡରେ, କଲୋନୀ ଓ ବସ୍ତି ମାନଙ୍କରେ ଏଣେ ତେଣେ ବୁଲୁଥିବା ମାନସିକ ବିକାର ଗ୍ରସ୍ତ, ଅସହାୟ, ନିରାଶ୍ରୟ ମାନଙ୍କୁ ଖାଦ୍ୟ ପାନୀୟ ବଣ୍ଟନ ମଧ୍ୟ କରିଥିଲେ । କରୋନା ଲକ ଡାଉନ କଟକଣାରୁ ଦୋକାନ ବଜାର ବନ୍ଦ ଯୋଗୁଁ ନିହାତି ଖାଦ୍ୟ ଆବଶ୍ୟକ କରୁଥିବା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାରା ବିଶ୍ୱ ମହାମାରୀ କରୋନା କବଳିତ। ବଡ଼ବଡ଼ ସମୃଦ୍ଧଶାଳୀ ଆମେରିକା, ଇଟାଲୀ, ଫ୍ରାନସ, ବ୍ରିଟେନ, ଜାପାନ, ଚୀନ ଦେଶରେ ଭୟାବହତା ଆମର ଭାରତଠାରୁ ବହୁ ଆଗରେ। ଏଇ ସପ୍ତାହ ଭିତରେ କରୋନାର ଭୟଙ୍କର ରୂପ ଦେଶରୁ ଦେଶ, ବିଦେଶରେ କାୟା ବିସ୍ତାର କରିଛି। ଭାରତର ମହାରାଷ୍ଟ୍ର, ଗୁଜରାଟ ଓ ପଶ୍ଚିମବଙ୍ଗରେ, ଦିଲ୍ଲୀରେ ଏଇ କରୋନାର ରୂପ ବଡ଼ ଭୟଙ୍କର। ଏପରି ପରିସ୍ଥିତି ଲକ୍ଡ଼ାଉନ୍ ଓ ସଟ୍ଡ଼ାଉନ୍ର ଅନୁଶାସନରେ ଦେଶର ୧୩୦ କୋଟି ଚରମ ଦୁର୍ଦ୍ଦଶା ଭୋଗୁଥିବା ସମୟରେ ବିଭିନ୍ନ ରାଜ୍ୟରୁ ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ଓଡ଼ିଶାର ଲକ୍ଷଲକ୍ଷ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବସ ଓ ଟ୍ରେନର ବ୍ୟବସ୍ଥା କରିଛନ୍ତି। ଗୁଜରାଟର ସୁରତରୁ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଆସିଥିବାବେଳେ ଲକ୍ଷାଧିକ ଓଡ଼ିଆ ଆସିବା ପାଇଁ ଅପେକ୍ଷାରେ…
ଭୁବନେଶ୍ବର : ରାଜ୍ୟରେ ଆଉ 25 ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି 25 ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଏହି 24 ଜଣଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା 71ରେ ପହଞ୍ଚିଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 271ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 271 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସ୍ଇ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ଆଜି ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 1 ତାରିଖରୁ 15 ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସ୍ଇ ପକ୍ଷରୁ ପରୀକ୍ଷା ସୂଚୀ ବାହାରି ନଥିଲେ ମଧ୍ୟ ଏହି ତାରିଖ ମଧ୍ୟରେ ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଏହା ସହିତ ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ପ୍ରମୁଖ ଘରୋଇ ଇକ୍ୱିଟି ସଂସ୍ଥା ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (ଭିଷ୍ଟା) ପକ୍ଷରୁ ଜିଓ ପ୍ଲାଟଫର୍ମସ୍ରେ ୧୧,୩୬୭ କୋଟି ଟଙ୍କା ନିବେଶ କରାଯିବାକୁ ଥିବା ଘୋଷଣା କରାଯାଇଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ସଂସ୍ଥାଗତ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା । ଭିଷ୍ଟା ଏହି ନିବେଶ ଫଳରେ ଜିଓର ୨.୩୨ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ । ଏହି ନିବେଶ ଦ୍ୱାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଫେସବୁକ୍ ପରେ ଜିଓ ପ୍ଲାଟଫର୍ମସ୍ର ତୃତୀୟ ବୃହତ୍ତମ ନିବେଶକ ହୋଇଛି ଭିଷ୍ଟା ଇକ୍ୱିଟି ପାର୍ଟନର୍ସ । ତିନି ସପ୍ତାହରୁ କମ୍ ସମୟ ଭିତରେ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତି କ୍ଷେତ୍ର ନିବେଶକଙ୍କ ଠାରୁ ଜିଓ ପ୍ଲାଟଫର୍ମସ୍ ଏବେ ୬୦,୫୯୬.୩୭ କୋଟି ଟଙ୍କାର ପୁଞ୍ଜି…