Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ତିନି ଜଣ  କ୍ବାରେଣ୍ଟିନ୍‌ ସେଣ୍ଟରରୁ  ଚିହ୍ନଟ ହୋଇଥିବାସ୍ଥଳେ ଜଣେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିବାର ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଏହି ସମସ୍ତ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା । ଏହି ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ଜଣେ, ଦିଲ୍ଲୀରୁ ଦୁଇଜଣ ଓ ଗୁଜୁରାଟରୁ ଜଣେ ଫେରିଥିବାର ସୂଚନା ରହିଛି । ଏହି ଚାରି ଆକ୍ରାନ୍ତ ଏରସମା ବ୍ଲକରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି । ନୂତନ 4 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 179ରେ ପହଞ୍ଚିଛି। ସେହିପରି ଆଜି ଜିଲ୍ଲାରୁ 20 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 130ରେ ପହଞ୍ଚିଛି । ଏବେ ରାଜ୍ୟରେ 49ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାର ସୂଚନା ରହିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ  ପକ୍ଷରୁ ଆଗଧାଡିର କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଥିବା  ପ୍ରବାସୀମାନଙ୍କୁ  ବସ୍‌, ଟ୍ରାଭେଲର ,ବୋଲେରୋ ଓ ଅନ୍ୟାନ୍ୟ ଗାଡିରେ ପରିବହନ କରି ଜିଲ୍ଲାର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଚାଂଇବା ଥିବା ଗାଡିଚାଳକ ଓ ହେଲପର୍‌ଙ୍କୁ  ସମ୍ମାନିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ  ଜଗତସିଂହପୁର ବିଧାୟକ ତଥା-ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି । ଏହି ଅବସରରେ ସେ କରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି । କୋଭିଡ୍ ପରିଚାଳନାରେ ୨ଜଣ ଓ.ଏସ୍‌.ଡି ଡଃ ଶଶାଙ୍କ ଶେଖର ଲେଙ୍କା,ସ୍ମୁତିରଂଜନ ମିଶ୍ର ଓ ୩ଜଣ…

Read More

ପଶ୍ଚିମବଙ୍ଗ : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା ଆକ୍ରାନ୍ତ ହୋଇନଥିବାର ସୂଚନା ରହିଛି । ସେ ସମ୍ପୂର୍ଣ୍ଣ ରୂପେ ଠିକ୍‌ ଅଛନ୍ତି। ବେଙ୍ଗଲ କ୍ରିକେଟ ଆସୋସିଏସନର ସମ୍ପାଦକ ରୂପେ ଅବସ୍ଥାପିତ ଥିବା ସ୍ନେହାଶିଷ ଏବେ ଅଫିସ୍‌ରେ କାର୍ଯ୍ୟରତ ଅଛନ୍ତି ବୋଲି କହିଛନ୍ତି । ତେବେ ସେ କରୋନା ପଜିଟିଭ୍‌ ହୋଇଥିବାର ଭ୍ରମ ଖବରକୁ ସେ ଖଣ୍ଡନ କରିଛନ୍ତି । ସୂଚନାଯୋଗ୍ୟ, ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହା ଶିଷ ଓ  ଭାଉଜଙ୍କ ସମେତ ଚାରି ଜଣ ଆକ୍ରାନ୍ତ ହୋଇଥିବାର ଖବର ପ୍ରସାରିତ ହୋଇଥିଲା । ସ୍ନେହାଶିଷ୍‌ ରଣ୍‌ଜୀ ଖେଳାଳୀ ରହିଥିଲେ ।  ତେବେ ଗାଙ୍ଗୁଲିଙ୍କ ପରିବାର କିଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି ତାହା ସମ୍ପର୍କରେ କିଛି ଜଣାପଡିନାହିଁ ।  (ଏଜେନ୍ସି)

Read More

ଭୀଷ୍ମ ସାହୁ ମ. ରାମପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଇଁଲାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଘର ଉପରେ ଟ୍ରକ୍‌ ମାଡିଯିବା କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ହେଉଛି ତୁଳସୀ ପଶାୟତ। ମିଳିଥିବା ସୂଚନା ଅନୁସାରେ ଗୋପାଳପୁରରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜରାସ୍ତରେ ଟ୍ରକ୍‌ ଓଭରଟେକ୍‌ କରୁଥିବା ସମୟରେ ଭାରସାମ୍ୟ ହରାଇ ଘର ଉପରେ ମାଡି ଯାଇଥିଲା। ଘର ଭିତରେ ଥିବା ମହିଳା ଜଣକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ନିରୀହ ଗରିବ ମହିଳାଙ୍କ ମୃତ୍ୟୁ ଯୋଗୁଁ ଅଇଁଲାପାଲି ଗ୍ରାମବାସୀମାନେ କ୍ଷତିପୂରଣ ପାଇଁ  ରାସ୍ତାରୋକ କରିଥିବାର ସୂଚନା ରହିଛି। ତେବେ ଘଟଣାସ୍ଥଳରେ ମ. ରାମପୁର ପୋଲିସ୍‌ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ଟ୍ରକ ଡ୍ରାଇଭର ଓ ଟ୍ରକ୍‌କୁ ଅଟକ ରଖିଛି।

Read More

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ସମାପ୍ତ ହୋଇସାରିଛି । ଏହାର ପରିଣାମ ମଧ୍ୟ ଆସିଛି । ମଧ୍ୟପ୍ରଦେଶରେ ତିନୋଟି ଆସନରୁ ଦୁଇଟି ଆସନରେ ବିଜେପି ବାଜିମାତ୍‌ କରିଥିବାବେଳେ ଗୋଟିଏ ଆସନରେ କଂଗ୍ରେସ ବାଜିମାତ୍‌ କରିଛନ୍ତି । କଂଗ୍ରେସ ତରଫରୁ ଦିଗ୍‌ବିଜୟ ସିଂହ ନିର୍ବାଚିତ ହୋଇଥିବାବେଳେ ବିଜେପି ତରଫରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିନ୍ଦ ସୋଲଙ୍କୀ ଜିତିଛନ୍ତି । ତେବେ ଏହି ନିର୍ବାଚନ ପରେ ରାଜ୍ୟର ସମସ୍ତ 206 ଜଣ ବିଧାୟକଙ୍କ ଉପରେ ଅନ୍ୟ ଏକ ବିପଦ ଆସିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ସାଂସଦ ନିର୍ବାଚନରେ ମତଦାନ ଦେଇଥିବା ଜଣେ ବିଧାୟକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ବିଧାୟକଙ୍କ ସ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏହି ସୂଚନା ଆସିବା ପରେ ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ମନ୍ଦସୌର…

Read More

ମୁମ୍ବାଇ: କରୋନା ମହାମାରୀ ଯୋଗୁଁ ଭାରତର ସ୍ଥିତି ବେଶ୍‌ ଜଟିଳ ରହିଛି । କରୋନା କବଳରେ ସାଧାରଣ ଜନତା ଠାରୁ ଆରମ୍ଭ କରି ବହୁ ତୁଙ୍ଗ ନେତୃବୃନ୍ଦମାନେ ମଧ୍ୟ ଏହି ସଂକ୍ରମଣର ଶିକାର ହୋଇଛନ୍ତି ।  ବର୍ତ୍ତମାନ ଏହି ମହାମାରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାରରେ ପହଞ୍ଚିଛି । ତାଙ୍କ ବଡ଼ ଭାଇ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଶ୍‌ ଗାଙ୍ଗୁଲି କୋଭିଡ୍‌-19 ପଜିଟିଭ୍‌ ବୋଲି ଜଣାପଡିଛି । ସୌରଭ ଗାଙ୍ଗୁଲିଙ୍କ ଭାଉଜ ମଧ୍ୟ ଏହି କରୋନାର ଶିକାର ହୋଇଛନ୍ତି । ଗତ ସପ୍ତାହରେ ସ୍ନେହାଶିଷଙ୍କ ଶାଶୁ ଓ ଶ୍ବଶୁର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ରିପୋର୍ଟ ପଜିଟିଭ୍‌ ଆସିବା ପରେ ଚାରିଜଣଙ୍କୁ ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଛି । ସ୍ନେହାଶିଷ୍‌  ଏବେ  ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ୍‌ର ସେକ୍ରେଟରୀ ରୂପେ କାର୍ଯ୍ୟ କରୁଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ 237 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି କଟକରୁ ସର୍ବାଧିକ 70 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ 54, ଜଗତସିଂହପୁରରୁ 20, କନ୍ଧମାଳରୁ 19 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ 17, ଭଦ୍ରକ  ଓ ମୟୂରଭଞ୍ଜରୁ 9 ଲେଖାଏଁ ସୁସ୍ଥ ହୋଇଛନ୍ତି । କେନ୍ଦୁଝରରୁ 8, ଢେଙ୍କାନାଳର ଓ ପୁରୀରୁ ସାତ ଜଣ ଲେଖାଏଁ ରହିଛନ୍ତି । କେନ୍ଦ୍ରାପଡା ଓ ନୟାଗଡରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । କଳାହାଣ୍ଡି, ମାଲକାନଗିରି, ସମ୍ବଲପୁରରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବୌଦ୍ଧ, ଝାରସୁଗୁଡା,ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 3534କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ୱର : ଆସନ୍ତା ଜୁନ୍‌ 21 ରେ ଅର୍ଥାତ୍ ଆସନ୍ତାକାଲି ସୂର୍ଯ୍ୟୋପରାଗ। ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟ ହେବ । ଆଷାଢ଼ ମାସ ବିଜୟ ଅମାବାସ୍ୟାରେ ରାହୁଗ୍ରସ୍ତ କଙ୍କଣାକୃତି ଆଂଶିକ ଚୂଡ଼ାମଣି ସୂର୍ଯ୍ୟୋପରାଗ ସଂଘଟିତ ହେବ ।  ଭାରତର ହରିଆଣା, ରାଜସ୍ଥାନ, ଉତ୍ତରାଖଣ୍ଡର କିଛି ଅଞ୍ଚଳରେ କଙ୍କଣାକୃତି ଦୃଶ୍ୟ ହେବ। ଭାରତର ଅନ୍ୟାନ୍ୟ ଅଞ୍ଚଳରେ ବଳୟ ସୂର୍ଯ୍ୟ ପରାଗ ଦେଖିହେବ ତେବେ ଓଡ଼ିଶାରେ ଆଂଶିକ ପରାଗ ଦୃଶ୍ୟମାନ ହେବ । ପରାଗ ସ୍ପର୍ଶ ଦିବା 10ଟା 38ମିନିଟ୍‌ 8 ସେକେଣ୍ଡରେ ହେବ । ପରାଗ ମଧ୍ୟ ଦିବା 12ଟା 26 ମିନିଟ୍‌ 9 ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା 2ଟା 9 ମିନିଟ୍‌ 51ସେକେଣ୍ଡରେ ହେବ।   ଓଡ଼ିଶାରେ 3 ଘଣ୍ଟା 31 ମିନିଟ୍‌ଠାରୁ 3 ଘଣ୍ଟା 33 ମିନିଟ୍‌ ରହିବ । ସେହିପରି ଆଜି ରାତି 10ଟା 38 ମିନିଟ୍‌ରୁ ପାକତ୍ୟାଗ କରାଯିବ ବୋଲି ସୂଚନା ରହିଛି । ସେହିପରି ଦେବନୀତି…

Read More

ରମେଶ ମହାନ୍ତି ଜଗତସିଂହପୁର :ଏରସମା ବ୍ଲକ ଢ଼ିଙ୍କିଆ ପଂଚାୟତ ଅଧିନସ୍ଥ ଗୋବିନ୍ଦପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରତିବର୍ଷ ଭଳି ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଓସଡ଼ମା ତରଫରୁ ବାତ୍ୟା ଆଶ୍ରୟସ୍ତଳୀ ସ୍ତରୀୟ ସାମୁହିକ ଅବିକଳ ନକଲ (ମକଡ୍ରିଲ) ଅନୁଷ୍ଠିତ ହୋଇଯାଇଛି।ଏରସମା ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା।ଏହା ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ବାତ୍ୟା ଆଶ୍ରୟ ସ୍ଥଳୀ ମରାମତି ଓ ରକ୍ଷଣା ବେକ୍ଷଣ କମିଟି,ଗୋବିନ୍ଦପୁରର ମିଳିତ ସଂଯୋଜନା ରେ ଆୟୋଜନ ହୋଇଥିଲା।ପ୍ରଥମକରି ସରପଞ୍ଚ କିଶୋର କୁମାର ପରିଡା ଯୋଗ ଦେଇ ସଭାପତିତ୍ବ କରିଥିଲେ। କମିଟିର ସ୍ଥାୟୀ ସମ୍ପାଦକ ରଂଜନ ବର୍ଦ୍ଧନ ପ୍ରାରମ୍ଭରେ ସମ୍ପାଦକୀୟ ବିବରଣୀ ସହ ଶିବିରର ମହତ ଉଦେଶ୍ୟ ସମ୍ପର୍କରେ ଗ୍ରାମବାସୀ ଙ୍କୁ ଅବଗତ କରାଇଥିଲେ।ସରକାରୀ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶାନ୍ତନୁ ସାହୁ ଯୋଗ ଦେଇଥିବା ବେଳେ ଓସଡମା ର ନୋଡାଲ ଏନଜିଓ…

Read More

ଭୁବନେଶ୍ବର : ଚଳିତବର୍ଷ ରାଜ୍ୟରେ ୟୁଜି ଆଉ ପିଜି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଗୁ ହେବ 25% ସେଲ୍ଫ ଷ୍ଟଡି କୋର୍ସ । ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ୟୁଜିସି ସୁପାରିଶ ଅଛି 25 ପ୍ରତିଶତ ଶିକ୍ଷାଦାନ ଅନଲାଇନ ମାଧ୍ୟମରେ କରାଯିବାକୁ ଥିବାବେଳେ ଓ 75 ପ୍ରତିଶତ ଶିକ୍ଷାଦାନ କଲେଜରେ କ୍ଲାସ କରାଯିବ ବୋଲି ସୂଚନା ରହିଛି । ଏହା ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ । ଏ ନେଇ ଷ୍ଟଡି ମ୍ୟାଟେରିଆଲ ଗୁଡ଼ିକର ରେଫେରେନ୍ସ ଦିଆଯିବ । ତେବେ ଯଦି କୌଣସି ଅସୁବିଧା ବା ଡାଉଟ ରହିଲେ କଲେଜ ଆସି ଡାଉଟ୍‌ କ୍ଲିଅର କରିପାରିବେ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବିଶେଷଜ୍ଞ ଟିମକୁ ଷ୍ଟଡି ମ୍ୟାଟେରିଆଲ ପ୍ରସ୍ତୁତ କରିବାର ଦାୟିତ୍ୱ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 19 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 19 ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ ହୋମ୍‌ କ୍ବାରେଣ୍ଟିନ୍‌ ଥିବାବେଳେ 15 ଜଣ ଲୋକାଲ୍‌ କେସ୍‌ ରହିଛି । ହୋମ୍‌ କ୍ବାରେଣ୍ଟିନ୍‌ରେ ଥିବା  ଚାରି ଆକ୍ରାନ୍ତମାନେ ରେଲଓ୍ବେ କର୍ମଚାରୀ ବୋଲି ସୂଚନା ରହିଛି । ଦିଲ୍ଲୀରୁ ଫେରିଥିବା ଏହି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 43, 55, 44 ଓ 32 ବର୍ଷ ବୋଲି ଜଣାପଡିଛି । ସେହିପରି ଅନ୍ୟ 15 ଆକ୍ରାନ୍ତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲର 6 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ତିନି ମହିଳା  ଓ ତିନି ପୁରୁଷ କର୍ମଚାରୀ ରହିଛନ୍ତି । ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲର ମଧ୍ୟ ଦୁଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 45 ବର୍ଷୀୟ ମହିଳା ଥିବାବେଳେ ଆଉ ଜଣେ…

Read More

ଭୁବନେଶ୍ବର : ଭୁବନେଶ୍ବରର ଡୁମୁଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଏରିଆ ଘୋଷଣା କରିଛି ବିଏମ୍‌ସି କିଶନଗର । ସୁବାସ ନଗର ବସ୍ତି ଅଞ୍‌ଚଳରୁ ଏକାଧିକ ପଜିଟିଭ୍‌ ମିଳିବା ପରେ ବିଏମ୍‌ସି ଡୁମଡୁମାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି । ଏହି ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବାରୁ ଏହା ଚିନ୍ତା ବଢାଇଛି । ଡୁମୁଡୁମା ହନୁମାନ ମନ୍ଦିରଠାରୁ  ପ୍ଲଟନମ୍ବର 323 ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ପ୍ଲଟ ନମ୍ବର 323ରୁ ପ୍ଲଟ ନମ୍ବର 261 ଓ 258 ଯାଏ କଣ୍ଟେନେମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ଜାରି ପାଇଁ ସମସ୍ତ କଟକଣା ଲାଗୁ ହେବ । ଏହି ଅଞ୍ଚଳରେ ରହିଥିବା ସମସ୍ତ ଅଫିସ୍‌ ବନ୍ଦ ରହିବ  ବୋଲି ସୂଚନା ରହିଛି । ସେହିପରି ଏହି ଅଞ୍ଚଳରେ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁବାସ ନଗର ବସ୍ତି ଅଞ୍ଚଳରୁ 6 ଜଣ ପଜିଟିଭ୍‌ ଚିହ୍ନଟ…

Read More

ନୂଆଦିଲ୍ଲୀ : କରୋନା ଓ ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ଏହି ଶ୍ରମିକମାନେ ଏବେ ନିଜ ନିଜ ଘରକୁ ବାହୁଡିଛନ୍ତି । ଏପରି ସମୟରେ ସେମାନଙ୍କ ପାଖରେ ରୋଜଗାର ଏବେ ବିକଟ ସମସ୍ୟା ଭାବେ ଉଭା ହୋଇଛି । ପ୍ରବାସୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୋଦି। ବିହାର ଖଗଡ଼ିଆ ଜିଲ୍ଲା ଡେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରାଯାଉଛି। ଏହି ଅଭିଯାନର ଶୁଭାରମ୍ଭ ସମୟରେ ଅନ୍ୟ ପାଞ୍ଚୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି କେନ୍ଦ୍ରୀୟ ମନ୍ତ୍ରୀମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି । ପ୍ରବାସୀମାନଙ୍କ ରୋଜଗାର ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାଟି 6ଟି ରାଜ୍ୟର 116ଟି ଜିଲ୍‌ଲାରେ କାର୍ଯ୍ୟକାରୀ କରାଯିବ ।  ଏଥିପାଇଁ…

Read More

ଭୁବନେଶ୍ବର : ରାଜ୍ୟରୁ କରୋନା ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ମୃତକ ଜଣକ ପୁରୀ ଜିଲ୍ଲାର ଓ ତାଙ୍କ ବୟସ ୬୦ ବର୍ଷ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରୁ ସର୍ବାଧିକ ୬ ଜଣ ଓ କଟକରୁ ଜଣେ କରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।  ସେହିପରି ଅନ୍ୟ ତିନି ଜଣ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବାର ସୂଚନା ରହିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ପ୍ରେମ ବିବାହ କରିଥିବା ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ତେବେ ମହିଳା ଜଣଙ୍କୁ ଝୁଲନ୍ତା ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଥିଲା। ସମ୍ପ୍ରତି ମହିଳାଙ୍କ ହତ୍ୟା ନା ଆତ୍ମହତ୍ୟା ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ମିଳିଥିବା ସୂଚନା ଅନୁସାରେ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ବାଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ବ୍ୟବସାୟୀ ନନ୍ଦକିଶୋର ମିଶ୍ରଙ୍କ ସାନପୁଅ ରଜତ୍‌ ପୁରୀ ସହରର ସତ୍ୟନାରାୟଣ ମହାପାତ୍ରଙ୍କ ସାନଝିଅ ଅନୀତାଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘର ସମୟରେ ଯୌତୁକ ଆଣିନଥିବାରୁ ଅନୀତାଙ୍କୁ ତାଙ୍କ ଶାଶୁ ଘର ଲୋକେ ଗ୍ରହଣ ନକରୁଥିବାର ଅଭିଯୋଗ କରିଛନ୍ତି ଅନୀତାଙ୍କ ପରିବାର। ଯୌତୁକ ବାବଦକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ ରଜତଙ୍କ ପରିବାର। ଦାବି ମୁତାବକ ଟଙ୍କା ଆଣିଲେ ଅନୀତାଙ୍କୁ ଘରେ ରଖାଯିବ ବୋଲି ତାଙ୍କ ଶଶ୍ବରୁ କହିଥିଲେ। ଏହା ପରେ ରଜତ ଓ ଅନୀତା ଶାଶୁ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 179 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଆଜି ଚିହ୍ନଟ 179ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନଡିଆରଏଫ୍‌ ଓ ଅଗ୍ନିଶମ ବିଭାଗର 18 ଜଣ ଯବାନ ରହିଛନ୍ତି ।ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ 27, କେଉଁଝରରୁ 18, କଟକରୁ 15, ମୟୂରଭଞ୍ଜରୁ 10, ଅନୁଗୁଳରୁ 6, କେନ୍ଦ୍ରାପଡା, ରାୟଗଡା ଓ ଭଦ୍ରକରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ 4 ଜଣ, ଯାଜପୁରରୁ ତିନି ଜଣ ବରଗଡ, ମାଲକାନଗିରିରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର, ଦେବଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି 179 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 150ଜଣ ଚିହ୍ନଟ ହୋଇଥିବାବେଳେ 29ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  4856କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1543 ଜଣ । ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି 3297 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 10ଜଣ । ସେହିପରି3 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଗଂଜାମ : ଗଂଜାମ ଜିଲ୍ଲାରୁ ଆଜି ପୁଣି 57 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ନୂଆ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମରୁ 3 ଜଣ, ସାନଖେମୁଣ୍ଡି ଓ ଶେରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି । କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି 31 ଜଣ ସଂକ୍ରମିତ ହୋଇଛନ୍ତି । ଏମାନେ ବେଲଗୁଣ୍ଠାରୁ 2 ଜଣ, ବିଏମସିରୁ 2 ଜଣ, ଭଂଜନଗରରୁ 3 ଜଣ, ଚିକିଟିରୁ ଜଣେ, ଧରାକୋଟରୁ ଜଣେ, କବିସୂର୍ଯ୍ୟନଗରରୁ 6 ଜଣ, ଖଲିକୋଟରୁ ଜଣେ, କୁକୁଡାଖଣ୍ଡିରୁ ଜଣେ, ପାତ୍ରପୁରରୁ 6 ଜଣ, ପୁରୁଷୋତ୍ତମପୁରରୁ 5 ଜଣ, ଶେରଗଡ଼ରୁ 2 ଜଣ ଓ ସୋରଡାରୁ ଜଣେ ରହିଛନ୍ତି । ଅପରପକ୍ଷରେ ଆଜି ଚିହ୍ନଟ 57 ଜଣଙ୍କ ମଧ୍ୟରେ 20…

Read More

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ପ୍ରଭାବ ବଢୁଥିବା ସହ ସାରା ବିଶ୍ବରେ ସଙ୍କଟ ବଢିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ସଂଘାତିକ ହେଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 95 ହଜାର 48 ଜଣ ସଂକ୍ରମିତ ହୋଇଥିବାବେଳେ 12,948ଜଣଙ୍କର ମୃତ୍ୟୁହୋଇଛି । ସେହିପରି ଦୁଇ ଲକ୍ଷ 13 ହଜାର 830 ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 14 ହଜାର 516ଟି ନୂତନ ମାମଲା ଆସିଥିବାବେଳେ 375ଜଣଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ଦେଶଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଆମେରିକାରେ ସର୍ବାଧିକ ମାମଲା ରହିଥିବାବେଳେ ଏହା ପଛକୁ ରହିଛି ବ୍ରାଜିଲ୍‌, ରୁଷ୍‌ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।…

Read More

କେଦାର ମିଶ୍ର ଗଲାୱାନ ଉପତ୍ୟକାରେ ଚୀନ ଓ ଆମ ଦେଶର ସୈନିକଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଜଣ ସୈନିକ ସହିଦ ହେବା, ୫୦ ରୁ ଅଧିକ ଆହତ ହେବା ଏବଂ ୧୦ ଜଣ ସୈନିକଙ୍କୁ ବାନ୍ଧିବା ଭଳି ଖବର ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟଥିତ ତଥା କ୍ରୁଦ୍ଧ କରିଛି। ଆମ ମନରେ ଚୀନ ପ୍ରତି କ୍ରୋଧ ସ୍ଵାଭାବିକ। ଖାଲି ଆମେ ଯେ ଚୀନକୁ ନେଇ କ୍ଷୁବ୍ଧ ତା ନୁହେଁ, ପୃଥିବୀର ବହୁ ବଡ ବଡ ଦେଶ ଚୀନର ରାଜନୈତିକ ଏବଂ ଅର୍ଥନୈତିକ ପଦକ୍ଷେପକୁ ନେଇ ଅତ୍ୟନ୍ତ କ୍ଷୁବ୍ଧ। ପୃଥିବୀର ଏକ ଆର୍ଥିକ ମହାଶକ୍ତି ଭାବରେ ଚୀନର ଅଭ୍ୟୁଦୟ ପୃଥିବୀର ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି। ଶୀତଳ ଯୁଦ୍ଧ ସମୟରେ ଆମେରିକା ବନାମ ସୋଭିଏତ ଋଷିଆର ଯେଉଁ ପ୍ରତିଯୋଗିତା ଆମେ ଅତୀତରେ ଦେଖିଥିଲୁ, ତାହା ଏବେ ପରିବର୍ତ୍ତିତ ହୋଇ ଆମେରିକା ବନାମ ଚୀନର ରୂପ ନେଉଛି। ଏବେ ପୃଥିବୀର ସବୁ ବିକଶିତ…

Read More

ଭୁବନେଶ୍ବର, ସର୍ବଭାରତୀୟ ଏମ୍ସ ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଭୁବନେଶ୍ବର ଏମ୍ସର ଛାତ୍ରୀ ଭିନିତା କେ ଟପ୍ପର ହୋଇଛନ୍ତି।ସର୍ବଭାରତୀୟ ସ୍ତରରେ ହୋଇଥିବା ଏହି ପରୀକ୍ଷାରେ ପ୍ରଥମ ଶହେ ଜଣ ମଧ୍ୟରୁ ଭୁବନେଶ୍ବରର 6 ଜଣ ଅଛନ୍ତି। ଏଥିରେ ମୋଟ 74 ଜଣଙ୍କୁ ରାଙ୍କ୍ ମିଳିଛି। ପ୍ରଥମ ଶହେ ଜଣଙ୍କ ମଧ୍ୟରୁ ମୋଟ 29 ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଏମବିବିଏସ ପରେ ପିଜି  କରିବା ପାଇଁ ସର୍ବ ଭାରତୀ ସ୍ତରରେ ଗତ ଜୁନ 11 ତାରିଖରେ ଏକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା ଅନ ଲାଇନରେ କରାଯାଇଥିଲା। ଭୁବନେଶ୍ବର ଏମ୍ସ ର ଏପରି ସଫଳତା ପାଇଁ ଏହାର ନିର୍ଦ୍ଦେଶିକା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Read More