ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର। ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ମହାଦୁର୍ନୀତି ସମ୍ବନ୍ଧରେ ତଥ୍ୟଗତ ପ୍ରମାଣ ଓ ସରକାରୀ ତଦନ୍ତ ସତ୍ଵେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । କୌଣସି ଅଦୃଶ୍ୟ ଶକ୍ତି ଚାପରେ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦିଆଯାଉଥିବା କୁହାଯାଉଛି। ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକଙ୍କ ନାମରେ ଗୋଟିଏ ବର୍ଷ ମଧ୍ୟରେ ଅନେକ ଅଭିଯୋଗ ତିର୍ତୋଲ ବିଡିଓ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜଗତସିଂହପୁରଙ୍କ ନିକଟରେ ହୋଇଥିବା ଜାଣିବାକୁ ମିଳିଛି । ସୂଚନାନୁଯାୟୀ ମନେରେଗା ଯୋଜନାରେ ବ୍ୟାପକ ହରିଲୁଟ ଓ ମିଥ୍ୟା ବିଲକୁ ନେଇ ଅଭିଯୋଗ ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ମଧ୍ୟ କେଳେଙ୍କାରି ନେଇ ଅଭିଯୋଗ ରହିଥିଲା। ୨ମହଲା ଘରଥିବା ବ୍ୟକ୍ତିଙ୍କୁ ମଧ୍ୟ ଆବାସ କାର୍ଯ୍ୟାଦେଶ ପ୍ରଦାନ ନେଇ ଅଭିଯୋଗ ହୋଇଥିଲା। ଫନି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…
Author: Samikhsya Bureau
ଭଦ୍ରକ : ଗ୍ୟାସ୍ ଏଜେନ୍ସି କର୍ମଚାରୀଙ୍କୁ ହାଣି ଲୁଟ୍ ହୋଇଥିବାର ସୂଚନା ମିଳିଛି । ଭୁଜାଲିରେ ହାଣି ଲୁଟି ନେଲେ 10 ଲକ୍ଷ 80 ହଜାର ଟଙ୍କା । ତିହିଡିର ଗ୍ୟାସ୍ ଏଜେନ୍ସି କର୍ମଚାରୀ ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ସମୟରେ ଜିଝାରପୁର ନିକଟରେ ଟଙ୍କା ବ୍ୟାଗ୍ ଝାମ୍ପିନେଲେ ତିନି ଦୁର୍ବୃତ୍ତ । କର୍ମଚାରୀଙ୍କୁ ଭୁଜାଲିରେ ହାଣି ଟଙ୍କା ଛଡାଇ ଚମ୍ପଟ୍ କରିଥିବାର ଅଭିଯୋଗ ହୋଇଛି । ଆହତ କର୍ମଚାରୀ ତିହିଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଏତଲା କରାଯାଇଛି ।
ଗୁନା : ଗୁନା ଜିଲ୍ଲାର ଦେବୀପୁରା ଗ୍ରାମର ସହରିଆ ଆଦିବାସୀ ପରିବାରଙ୍କୁ ଏକ ବିଦ୍ୟାଳୟର ଟୟଲେଟ୍ରେ କ୍ବାରେଣ୍ଟିନରେ ରଖାଯିବାର ଅଭିଯୋଗ ହୋଇଛି। ମିଳିଥିବା ଅଭିଯୋଗ ଅନୁସାରେ ରାଜଗଢ ଜିଲ୍ଲାରୁ ଫେରିଥିବା ଜଣେ ପରିବାରଙ୍କ ସହ ଏପରି ବ୍ୟବହାର ପ୍ରଦର୍ଶନ କରାଯାଇଛି। ଶୌଚାଳୟ ଭିତରେ ଖାଇବା ଥାଳି ସହିତ ପରିବାର ଓ ଗ୍ରାମ ମୁଖିଆଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ବିରୋଧୀ କଂଗ୍ରେସ ଦଳ ଏହି ଘଟଣାକୁ ନେଇ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଏହାକୁ ବିରୋଧ କରି ଟୁଇଟ୍ କରି କହିଛନ୍ତି -ଏହା ହେଉଛି ଗୁଣାର ଏକ ଫଟୋ। ଯେଉଁଠାରେ ଏକ ପରିବାରକୁ ଶୌଚାଳୟରେ କ୍ବାରେଣ୍ଟିନ୍ରେ ରଖାଯାଇଛି। ଯିଏ ଯେଉଁ କୌଣସି ପ୍ରସଙ୍ଗକୁ ନେଇ ରାସ୍ତା ଓହ୍ଲାଇବାର ଧମକ ଦେଉଥିଲେ ସେ ଆଜି ଲୋକଙ୍କ ନଜରରୁ ତଳକୁ ଚାଲିଯାଇଛନ୍ତି। ସିନ୍ଧିଆ ଚଳି ବର୍ଷ ମାର୍ଚ୍ଚମାସରେ କଂଗ୍ରେସ ଛାଡି ବିଜେପିର ହାତ ଧରିଥିଲେ। ଏହା ପରେ ମଧ୍ୟପ୍ରଦେଶରେ…
ଭୁବନେଶ୍ବର :ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି। କ୍ବାରେଣ୍ଟିନ୍ ନିୟମ ମାନିବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ । ନିଜ ଓ ପରିବାରର ଜୀବନ ସୁରକ୍ଷା ପାଇଁ କ୍ବାରେଣ୍ଟିନ୍ରେ ରହି ନିୟମ ମାନନ୍ତୁ ବୋଲି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ପ୍ରଶାସନକୁ ଅବଗତ କରିବେ । ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଶା ଭଲ ସ୍ଥିତିରେ ଅଛି, ଲକ୍ଷ ଲକ୍ଷ ଲୋକ ଦିନରାତି କାମ କରୁଛନ୍ତି । ଯେଉଁମାନେ ଫେରୁଛନ୍ତି ସେମାନେ ମଧ୍ୟ ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ ବୋଲି ନବୀନ କହିଛନ୍ତି ।
ନୂଆଦିଲ୍ଲୀ : କରୋନା ପାଇଁ ଦେଶରେ ଜାରି ରହିଛି ଲକ୍ ଡାଉନ୍ । ଆଜିଠାରୁ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିବ। ଏହା ମେ’ 17 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ତେବେ ପ୍ରଥମ ଦୁଇ ପର୍ଯ୍ୟାୟ ତୁଳନାରେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ରେ କେନ୍ଦ୍ର ସରକାର କିଛି କୋହଳ ନୀତି ଆପଣାଇଛନ୍ତି। ଆଜିଠାରୁ ଗ୍ରୀନ୍, ଅରେଞ୍ଜ ଓ ରେଡ୍ ଜୋନରେ ସର୍ତ୍ତମୂଳକ ଭାବେ ମଦ ଦୋକାନ ଖୋଲିବାକୁ କୁହାଯାଇଛି । କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ମଦ ଦୋକାନ ଖୋଲିପାରିବ ନାହିଁ। ମାର୍କେଟ ଓ ମଲ୍ ମଧ୍ୟରେ ଥିବା ଦୋକାନ ବ୍ୟତୀତ ବିଭିନ୍ନ ସ୍ଥାନରେ ଥିବା ଗୋଟିକିଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଲକ୍ଡାଉନ୍ 3.0ରେ କଟକଣା କୋହଳ କରାଯାଇ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ଏବେ ମଦ ଆଗରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଦୋକାନ ଖୋଲିବା ପୂର୍ବରୁ ଲୋକେ ଲମ୍ବା ଧାଡ଼ିରେ ମଦ…
ମୁମ୍ବାଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ମାସ୍କକୁ ନେଇ ଆପତ୍ତି କରିବା ଜଣେ ବ୍ୟକ୍ତିଙ୍କୁ ବହୁମୂଲ୍ୟ ଦେବାକୁ କରିଛି। ଖଣ୍ଡା ଓ ଛୁରୀ ଦ୍ବାରା ତାଙ୍କ ଆକ୍ରମଣ କରାଯାଇଛି। ବ୍ୟକ୍ତି ଦ୍ବୟଙ୍କୁ ଗୁରୁତର ଅବସ୍ଥାରେ ରାଜଓ୍ବାଡି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ୍ ଅଭିଯୁକ୍ତଙ୍କ ତଲାସ ଆରମ୍ଭ କରିଛି। ମୁମ୍ବାଇର ତିଲକ ନଗରରେ ଏହି ଘଟଣା ଘଟିଛି। ପୋଲିସ୍ ସୂତ୍ରରୁ ମିଳିଥିବା ରବିବାର ସକାଳେ କିଛି ଲୋକେ ବିନା ମାସ୍କ ଓ ସାମାଜିକ ଦୂରତ୍ବ ପାଳନ ନ କରି ପରିବାପତ୍ର କିଣୁଥିଲେ। ଏହାକୁ ନେଇ ନବନୀତ ରାଣା ନାମରେ ଜଣେ ବ୍ୟକ୍ତି ଆପତ୍ତି ଉଠାଇଥିଲେ। ଏହାପରେ କରୋନା ନେଇ ଜାରି ହୋଇଥିବା ସମସ୍ତ ନିୟମକୁ ଭାଙ୍ଗି ମାର୍ପିଟ୍ ଆରମ୍ଭ ହୋଇଯାଇଥିଲା। ଏହା ପରେ ରବିବାର ସନ୍ଧ୍ୟା 8ଟା ସମୟରେ କିଛି ଲୋକେ ହାତରେ ଖଣ୍ଡା ଓ ଛୁରୀ ଧରି ନବନୀତ ରାଣାଙ୍କ ଘରେ ପହଞ୍ଚି ଥିଲେ। ସେ ଘରେ ନଥିଲେ। କିନ୍ତୁ ତାଙ୍କ…
ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆକ୍ରାନ୍ତ ଜଣକ ରାଉରକେଲା ନାଲାରୋଡ୍ର 29 ବର୍ଷୀୟା ମହିଳା। କଣ୍ଟେନେମଣ୍ଟ ଜୋନ୍ରେ ପୂର୍ବରୁ ଆକ୍ରାନ୍ତ ପଡୋଶୀଙ୍କ ସଂସ୍ପର୍ଶରେ ଆସିଥିଲେ। ସୁନ୍ଦରଗଡରୁ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ଆକ୍ରାନ୍ତ ରାଉରକେଲା ନାଲାରୋଡ୍ର 29 ବର୍ଷୀୟା ମହିଳା । କଣ୍ଟେନମେଣ୍ଟ ଜୋନ୍ରେ ପୂର୍ବରୁ ଆକ୍ରାନ୍ତ ପଡୋଶୀଙ୍କ ସଂସ୍ପର୍ଶରେ ଆସିଥିଲେ । ସୁନ୍ଦରଗଡରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 11ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 163କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ 102ଟି ଆକ୍ଟିଭ୍ କେସ୍ ରହିଛି। ସୁସ୍ଥ ହୋଇ ଘରକୁ 60 ଜଣ ଫେରିଥିବାବେଳେ ଜଣକର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : କରୋନା ଭାଇରସ୍ ମହାମାରୀ ବିରୋଧରେ ଲଢେଇ ପାଇଁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ପାଇଁ ବହୁ ସମୟ ଧରି ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି । ପ୍ରାୟ ଏକ ମାସ ପରେ ଏହି ଶ୍ରମିକମାନଙ୍କୁ ନିଜ ଘରକୁ ଯିବାକୁ ଅନୁମତି ମିଳିଛି । ଏମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚାଲୁ କରାଯାଇଛି । କିନ୍ତୁ ଏହି ଟ୍ରେନ୍ର ଖର୍ଚ୍ଚ ଏହି ଶ୍ରମିକମାନଙ୍କଠାରୁ ଆଦାୟ କରାଯାଉଛି । ତେବେ ଶ୍ରମିକଙ୍କଠାରୁ ଟ୍ରେନ୍ ଖର୍ଚ୍ଚ ନିଆଯାଉଥିବାକୁ ବିରୋଧ କରିଛି କଂଗ୍ରେସ । ଏନେଇ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧି ବଡ ଘୋଷଣା କରିଛନ୍ତି । କଂଗ୍ରେସ ଦଳ ସମସ୍ତ ଗରିବ ଶ୍ରମିକଙ୍କ ରେଳ ଟିକେଟର ଖର୍ଚ୍ଚ ଉଠାଇବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟି ଯେଉଁ ଗରିବ ଶ୍ରମିକମାନେ ଟ୍ରେନ୍ ଯୋଗେ ଘରକୁ ଫେରୁଛନ୍ତି…
ତ୍ରିପୁରା : କରୋନା ମୁକ୍ତ ହୋଇଥିବା ତ୍ରିପୁରା ରାଜ୍ୟରେ ପୁଣି କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ତ୍ରିପୁରାର ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ)ର 12 ଯବାନ କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଯବାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏହି ସମସ୍ତ ଯବାନ୍ 138ତମ ୟୁନିଟ୍ର । ଅମ୍ବାସାରେ ଏହି ୟୁନିଟ୍ ନିୟୋଜିତ ରହିଥିଲେ । ଦୁଇଦିନ ପୂର୍ବରୁ ଦୁଇ ଯବାନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏପର୍ଯ୍ୟନ୍ତ 14 ଜଣ କରୋନା ଭାଇରସରେ ସଂକ୍ରମିତ ହେଲେଣି । ସଂକ୍ରମିତ 14 ଯବାନ୍ଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଇଛି । ତ୍ରିପୁରାର ପ୍ରଥମ କରୋନା ମାମଲା ଅପ୍ରେଲ୍ 6 ତାରିଖକୁ ଆସିଥିଲା । ସେହିପରି ଦ୍ବିତୀୟ କରୋନା ପଜିଟିଭ୍ ଅପ୍ରେଲ୍ 16ରେ ମିଳିଥିଲା । ତ୍ରିପୁରାର ଷ୍ଟେଟ୍ ରାଇଫଲ୍ସର ଜଣେ ଯବାନଙ୍କ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ତେବେ ଯବାନ୍…
କେଦାର ମିଶ୍ର ଯାଜପୁର, ଭଦ୍ରଖ ଓ ବାଲେଶ୍ବରରେ ଯେତେବେଳେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ସେତେବେଳେ ତୁରନ୍ତ ଗୋଟେ ପ୍ରଚାର ଆରମ୍ଭ ହୋଇଗଲା ଯେ ଏଥିପାଇଁ ପଶ୍ଚିମ ବଙ୍ଗ ଦାୟୀ। କିଛି ଲୋକ ତ ଏମିତି କହିଲେ, ସତେକି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ସଙ୍କ୍ରମିତଙ୍କୁ ଜାଣି ଶୁଣି ଓଡିଶା ପଠେଇ ଦେଉଛନ୍ତି। କଲିକତାରୁ ବା ଅନ୍ୟାନ୍ୟ ପଶ୍ଚିମ ବଙ୍ଗ କ୍ଷେତ୍ରରୁ ଲୁଚି ଛପି ଯେଉଁ ଓଡିଆମାନେ ଆସିଥିଲେ, ସେମାନେ ଏହି ତିନୋଟି ଜିଲାରେ ସଂକ୍ରମଣ ବ୍ୟାପକ ହେବାରେ ପ୍ରମୁଖ ଭୂମିକା ନେଇଛନ୍ତି। ତେବେ କରୋନା ଭୂତାଣୁ ଯେତେବେଳେ ଗୋଷ୍ଠୀ ସଂକ୍ରମଣର ସ୍ତରକୁ ଆସିଲାଣି, ସେତେବେଳେ ଏହାକୁ ଆଉ ଭୌଗୋଳିକ ସୀମାରେ ବନ୍ଧା ଯାଇପାରିବ କି? ପଶ୍ଚିମ ବଙ୍ଗରେ ଆଜି ସୁଦ୍ଧା ୯୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୮ ଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ସଂଖ୍ୟା ସନ୍ଦେହଜନକ ବୋଲି ବିଜେପି ତରଫରୁ…
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତ ଜଣକ ସୁନ୍ଦରଗଡ ଜିଲ୍ଲାର ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସୁନ୍ଦରଗଡରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 11ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 163କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ 102ଟି ଆକ୍ଟିଭ୍ କେସ୍ ରହିଛି । ସୁସ୍ଥ ହୋଇ ଘରକୁ 60 ଜଣ ଫେରିଥିବାବେଳେ ଜଣକର ମୃତ୍ୟୁ ହୋଇଛି । 24 ଘଣ୍ଟାରେ ରାଜ୍ୟରେ ମୋଟ୍ 2470 ସାମ୍ପଲ୍ ଟେଷ୍ଟ ହୋଇଛି। ଏଯାବତ୍ 41 ହଜାର 128ଟି ନମୁନା ପରୀକ୍ଷା ହୋଇଛି ।
ନୂଆଦିଲ୍ଲୀ : ଲକଡାଉନ କାଳରେ ଜିନିଷପତ୍ର ସଂଗ୍ରହ ଓ ବିକ୍ରିବଟାରେ ସମସ୍ୟା ସତ୍ୱେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ସମୂହ ( ପିଏମବିଜେଏକେ) ଏପ୍ରିଲ ମାସରେ ରେକର୍ଡ 52 କୋଟି ଟଙ୍କାର ଔଷଧପତ୍ର ବିକ୍ରି କରିବାରେ ସଫଳ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ବିକ୍ରି ପରିମାଣ ଥିଲା 42 କୋଟି ଟଙ୍କା । 2019 ଏପ୍ରିଲରେ ଏହା ମାତ୍ର 17 କୋଟି ଟଙ୍କା ଥିଲା । ଲକଡାଉନ କାଳରେ ସାରାଦେଶରେ କରୋନା ସମସ୍ୟାର ମୁକାବିଲା ପାଇଁ ଗୁରୁତ୍ୱର ଆହ୍ୱାନ ରହିଛି । ଏହି ସମୟରେ ଲୋକଙ୍କ ମଧ୍ୟରେ ଔଷଧପତ୍ର ଓ ଡାକ୍ତରୀ ସାମଗ୍ରୀର ଚାହିଦା ଯଥେଷ୍ଟ ବଢିଛି । ସେହି ଆବଶ୍ୟକତା ପୂରଣ କରିବା ପାଇଁ ଜନୌଷଧି କେନ୍ଦ୍ରଗୁଡକ ପକ୍ଷରୁ ସତପରୋନାସ୍ତି ଚେଷ୍ଟା କରାଯାଉଛି । ଏହି ସମୟରେ କେବଳ ଏପ୍ରିଲ ମାସରେ ଏସବୁ କେନ୍ଦ୍ର ଦ୍ୱାରା 52 କୋଟି ଟଙ୍କାର ଔଷଧ ଓ ଅନ୍ୟାନ୍ୟ ଡାକ୍ତରୀ…
ନୂଆଦିଲ୍ଲୀ : ଦିଲ୍ଲୀ-ଗୁରୁଗ୍ରାମ ବର୍ଡର ସ୍ଥିତ କାପସହେଡାର ଗୋଟେ ବିଲିଡିଂରେ ଆଜି ପୁଣି 17 ଜଣଙ୍କଠାରେ କରୋନା ଚିହ୍ନଟ ହୋଇଛି । ଶନିବାର ଦିନ ଏହି ବିଲିଡ୍ଡିଂରୁ 41 ଜଣ ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା। ଏବେ ଏହି କୋଠାରୁ ମୋଟ୍ 58 ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଆଗକୁ ଏହି ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁସାରେ ଅପ୍ରେଲ 18 ତାରିଖରେ ଏହି ବିଲ୍ଡିଂୁରେ ରହୁଥିବା ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହା ପରେ ଏହି ବିଲ୍ଡିଂକୁ ସିଲ୍ କରିଦିଆଯାଇଥିଲା । ଅପ୍ରେଲ 20 ଓ 21ରେ ଏହି ବିଲ୍ଡିଂରେ ରହୁଥିବା 175ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲା । ପ୍ରାୟ 10 ଦିନରେ 67 ଜଣଙ୍କ ଯାଞ୍ଚ ରିପୋର୍ଟ ଆସିଥିଲା । ଏଥିରୁ 41 ଜଣଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲା ।…
ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପିଏମ କେୟାର୍ସ ପାଣ୍ଠିକୁ ସ୍ଵେଚ୍ଛାକୃତ ଭାବେ ଗୋଟିଏ ଦିନର ଦରମା ପ୍ରାୟ 2.5 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଇପିଏଫଓ ବିଶ୍ଵର ସର୍ବବୃହତ ସାମାଜିକ ସୁରକ୍ଷା ସଂସ୍ଥା । କୋଭିଡ-19 ମହାମାରୀର ମୁକାବିଲାରେ ଏହା ସରକାରଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇଦେଉଛି । ଇପିଏଫଓର ଅଧିକାରୀ ଓ କର୍ମଚାରୀମାନେ ଇପିଏଫ ଉଠାଣ ଦାବି ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଭିଡ-19 ଦାବିର ପ୍ରୋସେସିଂକୁ ତ୍ୱରାନ୍ୱିତ କରିବା ଲାଗି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । (ଏଜେନ୍ସି)
କନ୍ଦର୍ପ ବେହେରା ରେଢାଖୋଲ: ସୁରତରେ ଫସିଥିବା ୨୧ ଜଣ ଶ୍ରମିକ ନିଜ ଜନ୍ମମାଟିକୁ ଫେରିଆସିଥିବା ଖବର ଆମର ହସ୍ତଗତ ହୋଇଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ନାକଟିଦେଉଳ ବ୍ଲକର ୨୧ ଜଣ ଶ୍ରମିକ ଗୁଜୁରାଟର ସୁରତରେ ଶ୍ରମିକ ଭାବରେ କାମ କରୁଥିଲେ । ହେଲେ ଦେଶରେ କୋରନା ମହାମାରୀ ବୃଦ୍ଧିପାଇବାରୁ ସରକାର ଲକ୍ ଡାଉନ୍ ଘୋଷଣା କରିବାରୁ ସେମାନେ ନିଜ ରାଜ୍ୟକୁ ଫେରିପାରି ନ ଥିଲେ । ଯା ଫଳରେ ଶ୍ରମିକ ମାନେ ସରକାରଙ୍କୁ ନିଜ ଜନ୍ମ ମାଟିକୁ ଫେରିଯିବାକୁ ଅପିଲ କରିଥିଲେ । ଆଜି ସକାଳେ ରେଢାଖୋଲ ବ୍ଲକର ୪ ଜଣ ଶ୍ରମିକ ବସ୍ ମାଧ୍ୟମରେ ରେଢାଖୋଲ କୁ ଫେରି ଆସିଛନ୍ତି । ରେଢାଖୋଲ ବ୍ଲକର ବଡବାହାଳ ଅସ୍ଥାୟୀ ସ୍ୱାସ୍ଥ୍ୟ ଗୃହରେ ସେମାନେ ରହିବା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଥିବା ରେଢାଖୋଲ ବିଡିଓ ପରୀକ୍ଷିତ ସାହୁ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି…
ରଞ୍ଜିତ ପଣ୍ଡା କୁଜଙ୍ଗ: ଇଣ୍ଡିଆନ କୋଷ୍ଟଗାର୍ଡ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ଦୁଇ ଘଣ୍ଟା ପର୍ଯ୍ୟନ୍ତ କୋଷ୍ଟଗାର୍ଡର ସମସ୍ତ ଜାହାଜକୁ ଆଲୋକିତ କରାଯିବା ସହିତ ରଙ୍ଗୀନ ଲାଇଟ ଫାୟାର କରାଯାଇଛି। ଓଡିଶା ସମୁଦ୍ରରେ ନିୟୋଜିତ ଥିବା କୋଷ୍ଟଗାର୍ଡର ତିନୋଟି ଜାହାଜ ଆଇଏନଏସ ସୁଜୟା, ଆଇଏନଏସ ବିଜୟା ଓ ଆଇଏନଏସ ବରୋଦା ଏହି ତୋପ ସଲାମୀରେ ସାମିଲ ହୋଇଛନ୍ତି। ଆଇଏନଏସ ସୁଜୟା ପାରାଦ୍ବୀପ ବେଳାଭୂମି ନିକଟ ସମୁଦ୍ରରେ ରଙ୍ଗୀନ ତୋପ ସଲାମୀ ଦେଇଥିବା ବେଳେ ଆଇଏନଏସ ବିଜୟା ପୁରୀ ସମୁଦ୍ର ଓ ଆଇଏନଏସ ବରୋଦା ହଳଦିଆ ବନ୍ଦର ନିକଟରେ ଥାଇ ତୋପ ସଲାମୀରେ ସାମିଲ ହୋଇଛନ୍ତି। ତୋପ ସଲାମୀ ସମୟରେ କୋଷ୍ଟର୍ଗାଡର ଅଫିସର ମାନେ ତାଳି ମାରି କରୋନା ଭାଇରସ୍ ବିପକ୍ଷରେ ଲଢୁଥିବା ସମସ୍ତ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଥିଲେ।
ଭୁବନେଶ୍ବର : ରାଜ୍ୟ ପାଇଁ ଅଶ୍ବସ୍ତିକର ଖବର ଆସିଛି । ରାଜ୍ୟରେ ଆଉ ଚାରି କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭଦ୍ରକରୁ ତିନି ଜଣ ସୁସ୍ଥ ହୋଇଥିବାବେଳେ ବାଲେଶ୍ବରରୁ ଜଣେ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା 60କୁ ବୃଦ୍ଧି ହୋଇଛି। ରାଜ୍ୟରେ ସର୍ବମୋଟ 162 କେସ୍ ରହିଥିବାବେଳେ ଏବେ 101ଟି ଆକ୍ଟିଭ୍ କେଶ୍ ରହିଛି । ରାଜ୍ୟରେ କରୋନା ଜନିତ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭଦ୍ରକରେ ମୋଟ୍ 19 ଜଣ ସଂକ୍ରମିତ ରହିଥିବାବେଳେ ସୁସ୍ଥ ସଂଖ୍ୟା 12ରେ ପହଞ୍ଚିଛି । ସେହିପରି ବାଲେଶ୍ବରରୁ 21 ଜଣ ସଂକ୍ରମିତ ଥିବାବେଳେ ସୁସ୍ଥଙ୍କ ସଂଖ୍ୟା 4ରେ ପହଞ୍ଚିଛି । ଭଦ୍ରକ ଓ ବାଲେଶ୍ବର ରେଡ୍ ଜୋନରେ ଥିବାବେଳେ ଏହି ଦୁଇ ଜିଲ୍ଲାରୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସହ ଯୁଦ୍ଧ କରୁଥିବା ଡାକ୍ତରମାନେ ଲଗାତାର ଭାବରେ ସଂକ୍ରମିତ ହେବାର ଖବର ସାମ୍ନାକୁ ଆସୁଛି । ହିନ୍ଦୁ ରାଓ୍ବ ହସ୍ପିଟାଲର ଆଉ ତିନି ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି କସ୍ତୁରବା ଗାନ୍ଧି ହସ୍ପିଟାଲରେ ମଧ୍ୟ ତିନି ଜଣ ଡାକ୍ତର କରୋନା ପଜିଟିଭ୍ ରହିଥିବାର ସୂଚନା ରହିଛି । ଡାକ୍ତରଙ୍କ ସମେତ ଜଣେ ମିଡିଆ କର୍ମୀ, ଜଣେ ଓପିଡିର ରୋଗ ଓ ଆଉ ଜଣେ ବ୍ୟକ୍ତିଠାରେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ପୂର୍ବରୁ ହିନ୍ଦୁ ରାଓ୍ବ ହସ୍ପିଟାଲର ଜଣେ ନର୍ସଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ନର୍ସଙ୍କ ସମ୍ପର୍କରେ 78 ଜଣ ଆସିଥିଲେ । ଏଥିରୁ 67 ଜଣଙ୍କ ସାମ୍ପଲ୍ ପରୀକ୍ଷା କରାଯାଇଥିଲା। ଏଥିରୁ 65ଟି ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ଦୁଇଟି ପଜିଟିଭ୍ ଆସିଥିଲା । ଏହି ଦୁଇ ପଜିଟିଭଙ୍କ ମଧ୍ୟରେ ଜଣେ ନର୍ସ…
ଭୁବନେଶ୍ବର : ଲକ୍ ଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡ୍ ଲାଇନ ଜାରି କରିଛନ୍ତି । ରେଡ୍ ଜୋନ୍ରେ ମଲ୍, ମାର୍କେଟ୍, କମ୍ପ୍ଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ । ସାଇକେଲ୍ ରିକ୍ସା ଓ ଅଟୋ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । କିଛି କଟକଣା ସହ ଟ୍ୟାକ୍ସି ଓ କ୍ୟାବ୍ ଚାଲିପାରିବ। ତେବେ ଗ୍ରାମାଞ୍ଚଳ ହୋଇଥିଲେ ସମସ୍ତ ପ୍ରକାର ଶିଳ୍ପ କାର୍ଯ୍ୟ ଚାଲିପାରିବ। ସହରାଞ୍ଚଳରେ ଯେଉଁଠାରେ ଶ୍ରମିକ ଉପଲବ୍ଧ ଥିବା ସେଠାରେ ନିର୍ମାଣ କାମ ଲାଗି ଅନୁମତି ଦିଆଯାଇଛି। ତେବେ ଗ୍ରାମାଞ୍ଚଳରେ ନିର୍ମାଣ କାମ ଚାଲିପାରିବ ମାର୍କେଟ କପ୍ଲେକ୍ସ ଥିବା ଅତ୍ୟାବଶକୀୟ ଜିନିଷ ବିକ୍ରେତା ଦୋକାନ ଖୋଲିପାରିବେ। ସେହିପରି ଗୋଟି ଗୋଟିକା ଦୋକାନଗୁଡିକ ବି ଖୋଲାଯାଇପାରିବ। ଗ୍ରାମାଞ୍ଚଳରେ ମଲକୁ ଛାଡି ଅନ୍ୟ ଦେକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀର ଇ-କମର୍ସକୁ ଅନୁମତି ଦିଆଯାଇଛି। ଘରୋଇ ସଂସ୍ଥାଗୁଡିକରେ 33 ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ…
ଭୁବନେଶ୍ବର : ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବା ସହିତ ବିଭିନ୍ନ ଜୋନ୍ରେ ଜିଲ୍ଲାଗୁଡିକୁ ବର୍ଗୀକରଣ କରିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ବର ରେଡ୍ ଜୋନରେ ରହିଛି । ସେହିପରି ରେଡ୍ ଜୋନ୍ରେ ରହିଛି ଭଦ୍ରକ, ବାଲେଶ୍ବର, ଯାଜପୁର ଓ ଭୁବନେଶ୍ବର ପୌର ନିଗମ । ଭୁବନେଶ୍ବର ପୌର ନିଗମକୁ ଛାଡି ସମଗ୍ର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍ରେ ରହିଛି । ସେହିପରି ଅରେଞ୍ଜ ଜୋନ୍ରେ ରହିଛି ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ । ଅବଶିଷ୍ଟ 16ଟି ଜିଲ୍ଲା ଗ୍ରୀନ୍ ଜୋନ୍ରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଗ୍ରୀନ୍ ଜୋନରେ ରହିଛି – ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ, ପୁରୀ ।
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି 40 ବିଏସ୍ଏଫ୍ ଯବାନ । ରବିବାର 40 ଜଣ ବିଏସ୍ଏଫ୍ ଯବାନ ପଜିଟିଭ୍ ସାବ୍ୟସ୍ତ ହେବା ସହିତ ସମୁଦାୟ ଆକ୍ରାନ୍ତ ବିଏସ୍ଏଫ୍ ଯବାନଙ୍କ ସଂଖ୍ୟା 42ରେ ପହଞ୍ଚିଛି । ବିଏସ୍ଏଫ୍ର 126 ବାଟାଲିୟନ୍ର ଏହି ଯବାନ ମାନେ ଜାମା ମସ୍ଜିଦ୍ ଅଞ୍ଚଳରେ ନିୟୋଜିତ ଥିଲେ । ସମୁଦାୟ 94 ଜଣଙ୍କ ମଧ୍ୟରୁ 31 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି । 126 ବାଟାଲିୟନ୍ ବ୍ୟତିତ 178 ବାଟାଲିୟନ୍ର କିଛି ଯବାନ ମଧ୍ୟ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଜଣେ ସିଆରପିଏଫ୍ ଡ୍ରାଇଭର୍ ପଜିଟିଭ୍ ସାବ୍ୟସ୍ତ ହେବା ପରେ ଦିଲ୍ଲୀ ସ୍ଥିତ ସିଆରପିଏଫ୍ ମୁଖ୍ୟାଳୟକୁ ସିଲ୍ କରିଦିଆଯାଇଛି ।