Author: Samikhsya Bureau

ଏଟା : ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ନଗର କୋତବଲୀ କ୍ଷେତ୍ରର ଏକ ଘରୁ ପାଞ୍ଚ ଜଣଙ୍କର ମୃତଦେହ ମିଳିଛି । ମିଳିଥିବା ସୂଚନା ଅନୁସାରେ ଏକ କଲୋନୀର ବନ୍ଦ ଘରୁ ଦୁଇ ଛୁଆଙ୍କ ସମେତ ପାଞ୍ଚ ଜଣଙ୍କର ମୃତଦେହକୁ ପୋଲିସ୍‌ ଜବତ କରିଛି । ଏଟାର ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ମୃତଦେହ ମଧ୍ୟରେ ଦୁଇ ଶିଶୁଙ୍କ ସମେତ ଦୁଇ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଗେଟ୍‌ ଭାଙ୍ଗି ଘରେ ଭିତରେ ପଶି ଶବ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସାରା ଦେଶରେ ଲକ୍ ଡାଉନ୍‌ ଜାରି ହୋଇଥିବାବେଳେ ସମେସ୍ତ ପ୍ରାୟ ଘରେ ଗୃହ ବନ୍ଦୀ ହୋଇ ରହିଛନ୍ତି…

Read More

ଭୁବନେଶ୍ୱର:  ଆଜିଠୁ ସାରା ଦେଶରେ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ  ଦୋକାନ ଖୋଲିବା ନେଇ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ଆବାସିକ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। ତେବେ ଓଡ଼ିଶାରେ ଦୋକାନ ଖୋଲିବାକୁ ନେଇ ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକତାକୁ ଦେଖିବା ପରେ ଦୋକାନ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଟୁଇଟ୍‌ କରିଛନ୍ତି। ରାଜ୍ୟସରକାରଙ୍କ ନିଷ୍ପତ୍ତି ନ ଆସିବା ଯାଏଁ ଦୋକାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର । ସୂଚନାଯୋଗ୍ୟ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ପଂଜୀକୃତ ଦେକାନଗୁଡ଼ିକ  ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ଖୋଲିବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ସପ୍‌ ଆଣ୍ଡ୍‌…

Read More

ଓ୍ବାସିଂଟନ୍‌ : ସାରା ବିଶ୍ବରେ କରୋନା ତା’ର କରାଳ ପ୍ରଭାବ ଜାରି ରଖିଥିବାବେଳେ ଆମେରିକାକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ 24 ଘଣ୍ଟାରେ ବିଗତ ତିନି ସପ୍ତାହର କରୋନା ଜନିତ ମୃତ୍ୟୁ ରେକର୍ଡର ଦୈନିକ ହାର ତୁଳନାରେ ସବୁଠାରୁ କମ ଲୋକ ଜୀବନ ହାରିଛନ୍ତି। ଶୁକ୍ରବାର ଆମେରିକାରେ 1 ହଜାର 258 ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ମୋଟ୍‌ ମୃତ୍ୟୁ ସଂଖ୍ୟା 52 ହଜାର 185 ରହିଛି।  ତେବେ ଆମେରିକାରେ କରୋନାର ସ୍ଥିତି ଉଦବେଗଜନକ ରହିଛି। ଏଠାରେ 9 ଲକ୍ଷ 25 ହଜାର 38 ଜଣ ସଂକ୍ରମିତ ଥିବା ବେଳେ 1 ଲକ୍ଷ 10 ହଜାର 432 ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି 15 ହଜାର 97 ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେହିପରି ବିଶ୍ୱରେ ମହାମାରୀ କରୋନା ଭାଇରସ ମୃତ୍ୟୁ ସଂଖ୍ୟା 1 ଲକ୍ଷ 97 ହଜାର 263 ଥିବା ବେଳେ  ସଂକ୍ରମିତଙ୍କ ସଂଖ୍ୟା 2,830,289 ରହିଛି ।…

Read More

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି। ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ଏକ ଆଦେଶ ଜାରି କରିଛନ୍ତି, ଯାହା ଦୋକାନୀମାନଙ୍କ ପାଇଁ ଖୁସି ଆଣିଦେଇଛି। ଜାରି ହୋଇଥିବା ଏହି ଆଦେଶରେ ସହ ଶନିବାର ସକାଳୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ପଂଜୀକୃତ ଦେକାନଗୁଡ଼ିକ  ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ଖୋଲିବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୃହମନ୍ତ୍ରାଳୟର ଏହି ଆଦେଶ ରମଜାନ ମାସ ଆରମ୍ଭ ହେବାକୁ ଦୃଷ୍ଟିରେ ଜାରି କରାଯାଇଛି। ଏହି ଆଦେଶ ସହିତ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି। ନିୟମ ଅନୁସାରେ ଖୋଲିବାକୁ ଆଦେଶ ମିଳିଥିବା ଦୋକାନଗୁଡିକ ସମ୍ବନ୍ଧିତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ପ୍ରତିଷ୍ଠା ନିୟମ ଅନୁଯାୟୀ ପଞ୍ଜିକୃତ ପ୍ରାପ୍ତ ହୋଇଥିବାର ଆବଶ୍ୟକ ।  ଅପରପକ୍ଷରେ ଏହି ସମସ୍ତ ଦୋକାନରେ ୫୦ ପ୍ରତିଶତ କର୍ମଚାରୀ ରହିବାକୁ ନିୟମ…

Read More

ପୁଲଓ୍ବାମା : ଜମ୍ମୁ କଶ୍ମୀରରେ ଆଜି ସକାଳୁ ଫୁଲଓ୍ବାମା ଅବନ୍ତୀପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେନାର ଯବାନଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସୁରକ୍ଷାବାହିନୀଙ୍କୁ ଦେଖି ପ୍ରଥମେ ଆତଙ୍କବାଦୀମାନେ ଗୁଳିକରିଥିଲେ। ଏହାର କଡ଼ା ଜବାବ ଦେଇଥିଲେ ଯବାନମାନେ। ଏହି ଗୁଳି ବିନିମୟରେ 2 ଜଣ ଆତଙ୍କବାସୀଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି।ତେବେ ମୃତ ଆତଙ୍କବାଦୀମାନଙ୍କ ପରିଚୟ ମିଳିପାରି ନାହିଁ।

Read More

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ 19ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଏହି ସମସ୍ତ ଜିଲ୍ଲାଗୁଡିକୁ ସକାଳ 10ଟା 30 ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Read More

ବ୍ରହ୍ମପୁର : ଦୁଇ ପୁଅଝିଅଙ୍କ ଝୁଲନ୍ତା ମୃତଦେହ ଗଛରୁ ଉଦ୍ଧାର କରାଯାଇଛି। ପାଟପୁର ଥାନା ପୋଡାମାରି ନିକଟ ପଦ୍ମପୁର ଗ୍ରାମର ଏହି ମୃତଦେହ ଉଦ୍ଧାର କରାଯାଇଛି। ଉଭୟେ ପଦ୍ମପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ତେବେ ଝିଅଟି ନାବାଳିକା ହୋଇଥିବାବେଳେ ପୁଅଟି ସାବାଳକ ହୋଇଥିବାର ସୂଚନା ରହିଛି। ଉଭୟେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ତେବେ ଦୁହେଁ ସତରେ ଆତ୍ମହତ୍ୟା କରିଛନ୍ତି କି ଏହା ପଛରେ କିଛି କାରଣ ଅଛି, ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ପୋଲିସ୍‌ ଏନେଇ ତଦନ୍ତ କରୁଛି।

Read More

କେଦାର ମିଶ୍ର ମନେ ପକାନ୍ତୁ, ଯେତେବେଳେ ମାର୍ଚ୍ଚ ୨୨ତାରିଖରେ ଜନତା କର୍ଫ୍ୟୁ କଥା ଉଠିଲା, ସେତେବେଳେ ଆମକୁ କୁହାଗଲା, ଗୋଟିଏ ଦିନରେ କରୋନା ସଂକ୍ରମଣର ଯେଉଁ ଶ୍ରୁଙ୍ଖଳା ତାହା ଭାଙ୍ଗିଯିବ।  ତାର ବିଭିନ୍ନ ଭୌତିକ, ଆଧ୍ୟାତ୍ମିକ ଓ (ଅ)ବୈଜ୍ଞାନିକ କାରଣ ଦର୍ଶାଇ ଆମକୁ ପ୍ରବଚନ ଦିଆଗଲା। ତାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ କହିଲେ ଯେ, ମହାଭାରତ ଯୁଦ୍ଧ ଅଠର ଦିନରେ ସମାପ୍ତ ହୋଇଥିଲା, ହେଲେ କରୋନା ବିରୋଧୀ ଯୁଦ୍ଧ ୨୧ ଦିନରେ ସରିବ ଓ ଆମେ ନିଶ୍ଚୟ କରୋନା ବିରୋଧୀ ଯୁଦ୍ଧରେ ବିଜୟୀ ହେବା। ୨୧ ଦିନ ସରିବା ପରେ ଯୁଦ୍ଧର ସମୟସୀମାକୁ ୪୦ ଦିନକୁ ବଢାଇ ଦିଆଯାଇଛି। ଏବେ ସ୍ପଷ୍ଟ ହୋଇ ଯାଇଛି, ଦିନେ, ହେଉ ବା ୨୧ ଦିନ ବା ୪୦ ଦିନ, ଏହି ଯୁଦ୍ଧ ଜିତିବା ଲାଗି କୌଣସି ସମୟସୀମା କାମ କରିବ ନାହିଁ। କାରଣ ଏହା ଯୁଦ୍ଧ ନୁହେଁ, ବରଂ ପ୍ରକୃତି ସହିତ…

Read More

କୋଲକାତା, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କରୋନା ସଚେତନତା ପାଇଁ ନିଜେ ଅଣ୍ଟାଭିଡି ବାହାରକୁ ବାହାରିଛନ୍ତି। ମମତା ନିଜ ଗାଡିରେ ମାଇକ ଲଗାଇ ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି। କେହି ଘରୁ ବାହାରକୁ ବାହରନ୍ତୁ ନାହିଁ, ହାତ ଧୂଅନ୍ତୁ ଏହିପରି ବିଭିନ୍ନ କଥା କହି କହି ମମତା ନିଜେ ବାହାରେ ବୁଲୁଛନ୍ତି।

Read More

ପାକିସ୍ତାନ :  ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଭାରତ, ପାକିସ୍ତାନ ସମେତ ସାରା ଦୁନିଆରେ ପ୍ରଭାବ ବିସ୍ତାର କରିଛି । କରୋନା ଯୋଗୁଁ ପାକିସ୍ତାନରେ ସ୍ଥିତି ମଧ୍ୟ ବେଶ୍‌ ଜଟିଳ ରହିଛି । ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା 11 ହଜାର 510ଜଣ ରହିଥିବାବେଳେ ମୃତକଙ୍କ ସଂଖ୍ୟା 240ରୁ ଉର୍ଦ୍ଧ୍ବ ରହିଛି । ଭାରତ ପରି ପାକିସ୍ତାନରେ ମଧ୍ୟ କରୋନା ସହ ଲଢେଇ ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଛି । ତେବେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଦେଖି ଇମ୍ରାନ ଖାନ୍‌ ଦେଶରେ ଲକ୍‌ ଡାଉନ୍‌କୁ 15 ଦିନ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ପାକିସ୍ତାନର ପ୍ଲାନିଂ ମିନିଷ୍ଟର୍‌ ଅସଦ୍‌ ଅମର୍‌ ଲକ୍ ଡାଉନ୍‌ ଅବଧିର ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏବେ ପାକିସ୍ତାନରେ ମଇ 9 ପର୍ଯ୍ୟନ୍ତ ଲକ୍ ଡାଉନ୍‌ ଜାରି ରହିବ।…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ତାଣ୍ଡବ ଭିତରେ ସାରା ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌। ଏହା ମଧ୍ୟରେ ଆରମ୍ଭ ହୋଇଛି ମୁସଲମାନଙ୍କ ପବିତ୍ର ରାମଜାନ ମାସ। ଆଜି ଶୁକ୍ରବାର ଦିନ ଚାନ୍ଦ ଦେଖାଯାଇଛି। କାଲିଠାରୁ ପବିତ୍ର ରାମଜାନ୍‌ ମାସ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି। ରାମଜାନ ମାସର ଆରମ୍ଭକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ସମେତ କିଛି ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଜାନ ମାସର ଆରମ୍ଭକୁ ନେଇ ଶୁଭେଚ୍ଛା ଜଣାଇ ଟୁଇଟ୍‌ କରିଛନ୍ତି । ରାମଜାନର ମୁବାରକ ଜଣାଇବା ସହିତ ରାମଜାନ ସମସ୍ତଙ୍କ ପାଇଁ ସୁରକ୍ଷା, କଲ୍ୟାଣ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ଏହି ପବିତ୍ର ରାମଜାନ ମାସ ନିଜ ସହିତ ଦୟା, ସଦ୍‌ଭାବ ଓ କରୁଣାକୁ ନେଇ ଆସୁ ବୋଲି ପ୍ରାର୍ଥନା କରିଛନ୍ତି। ଲକଡାଉନ୍‌ ସମୟରେ ରାମଜାନ ଏପରି ସମୟରେ ପାଳିତ ହେଉଛି। ଏବେ ଦେଶରେ…

Read More

ପୁରୀ : ଶ୍ରୀମନ୍ଦିର ପରିସରରେ ହେବ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ନୀତି। ସେହିପରି ଚନ୍ଦନ ଯାତ୍ରାର ସବୁ ରୀତିନୀତି ମଧ୍ୟ ମନ୍ଦିର ପରିସରରେ ହେବ। ଏନେଇ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ମେଘନାଦ ପାଚେରୀ ଭିତରେ ହିଁ ହେବ ନୀତିକାନ୍ତି। ଶ୍ରୀଜୀଉଙ୍କ ବିଧି ରକ୍ଷା ହେଉ ବୋଲି କହିଲେ ଶଙ୍କରାଚାର୍ଯ୍ୟ। ଶଙ୍କରାଚାର୍ଯ୍ୟଙ୍କ ସହ ପରାମର୍ଶ ପରେ ସୂଚନା ଦେଲେ ଗଜପତି। ଶ୍ରୀମନ୍ଦିରର କେଉଁଠି, କିପରି ନୀତି ହେବ କାଲି ସକାଳେ ଆଲୋଚନା କରାଯିବ। ସରକାରଙ୍କ କୋଭିଡ୍‌ -19 ଗାଇଡ୍‌ ଲାଇନ୍‌ ମାନି ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି କହିଛନ୍ତି ଗଜପତି ମହାରାଜା। ଲକ୍ ଡାଉନ୍‌ ନିୟମ ମାନି କିପରି ରଥଯାତ୍ରା ହେବ ସେନେଇ ଯୋଜନା ପ୍ରସ୍ତୁତ କରାଯିବ। ରଥଯାତ୍ରା ପାଇଁ ସରକାରଙ୍କୁ ନିବେଦନ କରିବେ ବୋଲି କହିଛନ୍ତି ପୁରୀ ମହାରାଜା। ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ, ଆମେ ମାନିବୁ। ଆମେ ଚାହୁଁ ରଥ ଗଢା ହେଉ, ରଥଯାତ୍ରା…

Read More

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ସେହିପରି ମଇ ତିନି ପରେ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବାହାର ରାଜ୍ୟରୁ ଫେରିବାକୁ ଇଚ୍ଛୁକ ଥିବା ଓଡ଼ିଆମାନଙ୍କୁ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନରେ ଏହି ପଞ୍ଜିକରଣ କରାଯାଇପାରିବ। ଏଥିପାଇଁ ରାଜ୍ୟ ସରକାର ଆଜି ଏକ ସ୍ବତନ୍ତ୍ର ଓ୍ବେବ ପୋର୍ଟାଲ୍‌କୁ କାର୍ଯ୍ୟକ୍ଷମ କରିଛନ୍ତି।  ଆଜି ଅପରାହ୍ନରେ ଏହି ପୋଟାର୍ଲକୁ କାର୍ଯ୍ୟକ୍ଷମ କରାଯାଇଛି। ଯେଉଁ ଓଡ଼ିଆମାନେ ଓଡ଼ିଶାକୁ ଫେରିବାକୁ ଚାହୁଁଛନ୍ତି ସେମାନେ covid19.odisha.gov.in ଓ୍ବେବପୋର୍ଟାଲ୍‌ ଜରିଆରେ ପଞ୍ଜିକରଣ କରିପାରିବେ। ପ୍ରାୟ ପାଞ୍ଚ ଲକ୍ଷ ଲୋକ ଲକ୍‌ ଡାଉନ୍‌ ପରେ ଓଡ଼ିଶା ଫେରିବେ ବୋଲି ସରକାର ଆକାଳନ କରିଛନ୍ତି। ଏହି ଓଡ଼ିଆ ଫେରନ୍ତାଙ୍କୁ ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କାରଣରୁ…

Read More

ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ସାରା ଦେଶରେ ଲକ୍ ଡାଉନ୍‌ ଜାରି ହୋଇଛି । ଲକ୍‌ ଡାଉନ ସମୟରେ ବି ଅପରାଧ ଘଟଣା ଦେଖିବାକୁ ମିଳିଛି । ଦେଶର ରାଜଧାନୀ ଦିଲ୍ଲୀରେ ଡବଲ୍‌ ମର୍ଡର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଛାବଲା ଅଞ୍ଚଳରେ ଦୁର୍ଗାବିହାରରେ ଏପରି ଏକ ଅଘଟଣ ଘଟିଛି । ଏଠାରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିବାର ଖବର ମିଳିଛି । ଏହି ବୃଦ୍ଧ  ଦମ୍ପତି ହେଉଛନ୍ତି 61 ବର୍ଷୀୟ ରାଜସିଂହ ଓ 58 ବର୍ଷୀୟା ଓମ୍‌ବତୀ । ରାଜସିଂହ ଏମସିଡିରୁ ଅବସର ଗ୍ରହଣ କରି ନିଜ ପରିବାର ସହିତ ରହୁଥିଲେ । କିନ୍ତୁ ହଠାତ୍‌ ତାଙ୍କର ହତ୍ୟା ହୋଇଥିବା ସୂଚନା ମିଳିଛି । ଏହି ବୃଦ୍ଧ ଦମ୍ପତି ତାଙ୍କ ଘରେ ରହୁଥିବାବେଳେ ତାଙ୍କ ସମ୍ପର୍କୀୟ ତାଙ୍କୁ ଫୋନ୍‌ କରିଥିଲେ । ଫୋନ୍‌ ନ ଉଠାଇବାରୁ ତାଙ୍କ ସମ୍ପର୍କୀୟ ଘରେ ପହଞ୍ଚି ତାଙ୍କ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା 723କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା 23 ହଜାର 452ରେ ପହଞ୍ଚିଛି । ସେହିପରି 17 ହଜାର 915ଜଣ ଚିକିତ୍ସାଧୀନ ରହିଛନ୍ତି । ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି 4814ଜଣ । ଗତ 24 ଘଣ୍ଟାରେ 1752ଟି ନୂତନ ମାମଲା ଆସିଥିବାବେଳେ 37ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ 283ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 112, ମଧ୍ୟପ୍ରଦେଶରେ 83, ଦିଲ୍ଲୀରେ 50, ଆନ୍ଧ୍ରରେ 29, ତେଲେଙ୍ଗାନାରେ 26, ଉତ୍ତରପ୍ରଦେଶରେ 24, ତାମିଲନାଡୁରେ 20, କର୍ଣ୍ଣାଟକରେ 18, ପଞ୍ଜାବରେ 16ଜଣଙ୍କର ମୃତ୍ୟୁ ହୋଇଛି । ଗତ 28 ଦିନ ମଧ୍ୟରେ 15ଟି ଜିଲ୍ଲାର କୌଣସି ନୂତନ ମାମଲା ସାମ୍ନାକୁ ଆସିନାହିଁ। ସେହିପରି ଦେଶରେ 80ଟି ଜିଲ୍ଲାରେ ଗତ 14 ଦିନ ଧରି କୌଣସି ନୂତନ ମାମଲା ମଧ୍ୟ ଆସିନାହିଁ। ସେହିପରି କରୋନା ସଂକ୍ରମିତ ଦ୍ବିଗୁଣ ହାର ଏବେ…

Read More

ଭୁବନେଶ୍ବର : ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଛଅ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଉଦଳା ଖୁଣ୍ଟା ଥାନା ବଡପଥରା ଗ୍ରାମରେ ତିନି ଯୁବକଙ୍କ ଜୀବନ ଚାଲିଯାଇଛି । ଏହି ଯୁବକମାନେ ଗାଁ ପୋଖରୀରେ ମାଛ ଧରିବା ବେଳେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ସେହିପରି କେନ୍ଦୁଝର ଝୁମ୍ପୁରା ବ୍ଲକରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଆହତ ହୋଇଛନ୍ତି । ସରୁପତଳା ସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ବଳଭଦ୍ରପୁରରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଆହତ ହୋଇଛନ୍ତି । ବାଲେଶ୍ବର ସଦର ବ୍ଲକ କୁଶୁଡିହା ଗ୍ରାମରେ ବ୍ରଜପାତ ଯୋଗୁଁ ଜଣକର ମୃତ୍ୟୁ ହୋଇଛି ।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା/ଏରସମା ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଗରିବ ଅସହାୟ ମାନଙ୍କୁ ମାସ୍କ, ସାବୁନ୍, ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରି ନିଜେ ନିଜକୁ ସ୍ୱଚ୍ଛ ରଖିବା ପାଇଁ ଲୋକମାନଙ୍କୁ ସଚେତନ କରାଇଛନ୍ତି ଜାତୀୟ ମାନବାଧିକାର କମିସନ ଓଡିଶା ଶାଖା ଏଆଇସିସି ର ରାଜ୍ୟ ସଂଯୋଜକ ତଥା ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଡକ୍ଟର ଶୁସାନ୍ତ କୁମାର କାନୁନଗୋ। ସାରା ବିଶ୍ୱକୁ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସଚେତନତା ବାର୍ତ୍ତା ପ୍ରସାରିତ କରି ଲୋକମାନଙ୍କୁ ସଚେତନତା କରାଯାଉଛି। ଏପରିକି ପେଟ ଚାଖଣ୍ଡକ ପାଇଁ କେତେକ ଲୋକ ନିଜ ଅଞ୍ଚଳ ଛାଡି ବାହାର ରାଜ୍ୟରେ ଦାଦନ ଖଟି ନିଜେ ବଞ୍ଚିବା ସହିତ ଉପାର୍ଜିତ ଅର୍ଥରୁ କିଛି ନିଜ ପରିବାର ପରିଜନଙ୍କ ଭରଣ ପୋଷଣ ନିମନ୍ତେ କିଛି ଅର୍ଥ ନିଜ ଘରକୁ ପଠାଉଥିଲେ କିନ୍ତୁ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: ମହାମାରୀ କରୋନା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ  ଲକ ଡାଉନ ଘୋଷଣା କରାଯାଇଛି। ଏଥି ସହିତ ପୋଲିସ ପ୍ରଶାସନ ତରଫରୁ ବାରମ୍ବାର ଡାକ ବାଜୀ ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ହେଲେ ସୁଧା ମାନୁନାହାଁନ୍ତି କେତେକ ଅମାନିଆ ଦୋକାନୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତରେ ଥିବା ବାଲିତୁଠ ବଜାରରେ। ସୂଚନା ମୁତାବକ ଲକ ଡାଉନକୁ ଅବମାନନା କରି ଆଜି ସକାଳ ସମୟରେ ବାଲିତୁଠ ବଜାରରେ ଚା, ଜଳଖିଆ, ମିଠା ଦୋକାନ, ପାନ ଦୋକାନ ଏବଂ ସେଲୁନ ମାନଙ୍କରେ ଭିଡ଼ ଲାଗି ରହିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ କୁଜଙ୍ଗ ପୋଲିସ ସେଠାରେ ପହଞ୍ଚି ସମସ୍ତ ଏଗାର ଜଣ ଦୋକାନୀଙ୍କୁ ଉଠାଇ ଥାନାକୁ ଆଣିଥଲା। ଅନ୍ୟ ପଟେ ସେମାନେ ଲକ ଡାଉନକୁ ଅବମାନନା କରି ଦୋକାନ ବଜାର ଖୋଲା ରଖିଥିବାରୁ ସେମାନଙ୍କ…

Read More

ଯାଜପୁର, କରୋନା ପାଇଁ ବର୍ତ୍ତମାନ ତିନୋଟି ଜିଲ୍ଲା ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରାଯାଇଛି। ସେହି ତିନୋଟି ଜିଲ୍ଲା ହେଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର। ସର୍ଟଡାଉନ ଘୋଷଣା ପରେ ଏହା ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳାର ଦୃଶ୍ୟ।

Read More