Author: Samikhsya Bureau

ନୂଆଦିଲ୍ଲୀ : କରୋନାକୁ ନେଇ ସାରା ବିଶ୍ବ ଏବେ ସଂକଟରେ । ଭାରତରେ ମଧ୍ୟ ଏହାର ସ୍ଥିତି ବେକାବୁ । ଦିନକୁ ଦିନ କରୋନା ମାମଲା ବଢିବାରେ ଲାଗିଛି । କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟରେ ଏବେ କରୋନା ମାମଲା ଦେଖିବାକୁ ମିଳିଛି । ଶ୍ରମ ଶକ୍ତି ଭବନ ସ୍ଥିତ ମନ୍ତ୍ରାଳୟରେ 11 ଅଧିକାରୀଙ୍କଠାରେ କରୋନା ପଜିଟିଭ୍‌ ମିଳିଛି । ଦିଲ୍ଲୀରେ ବହୁ କେନ୍ଦ୍ରୀୟ ମନ୍ତ୍ରାଳୟ ଅଧିକାରୀ କରୋନା କବଳରେ ଆସିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟ, ରକ୍ଷା ମନ୍ତ୍ରାଳୟର ଅଧିକାରୀଙ୍କଠାରେ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଏବେ ଶ୍ରମ ମନ୍ତ୍ରାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦିଲ୍ଲୀ ମେଟ୍ରୋ, ଏଲ୍‌ଜି ଅଫିସ କାର୍ଯ୍ୟାଳୟର କିଛି ଅଫିସରମାନେ କରୋନା କବଳରେ ଆସିଥିଲେ । ଶ୍ରମ ମନ୍ତ୍ରାଳୟ ସମେତ ନିର୍ବାଚନ ଆୟୋଗରେ ମଧ୍ୟ ଏବେ କରୋନା ମାମଲା ଦେଖିବାକୁ ମିଳିଛି । ଏଠାରେ ଇଭିଏମ୍‌ ଡିଭିଜନ୍‌ରେ କାମ କରୁଥିବା ଜଣେ ଅଧିକାରୀଙ୍କ କରୋନା ପଜିଟିଭ୍‌…

Read More

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫଲାଇନ୍ ଖାତା ଦେଖା । ରାଜ୍ୟର ମୋଟ୍ 66ଟି ମୂଲ୍ୟାୟନ କେନ୍ଦ୍ରରେ ହେବ  ଖାତା ଦେଖା।  କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ଉପରେ ଖାତା ଦେଖା ଆରମ୍ଭ ହେବ।  ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ ବୋଲି ଜଣାପଡ଼ିଛି । ସକାଳ ସାଢ଼େ 7ଟାରୁ ମଧ୍ୟାହ୍ନ ସାଢ଼େ 12ଟାରେ ପ୍ରଥମ ସିଫ୍ଟ ଓ ଦିନ ସାଢେ ଗୋଟାଏରୁ ସଂଧ୍ୟା 6ଟା 30 ଯାଏ ଦ୍ୱିତୀୟ ସିଫ୍ଟରେ ଖାତା ଦେଖା ହେବ। କରୋନା ମହାମାରୀ ନେଇ ଖାତା ଦେଖା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ହୋଇଛି।  ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନେଇ ବିଶେଷ ଧ୍ୟାନ ଦିଆଯାଇଛି ।

Read More

ନୂଆଦିଲ୍ଲୀ : ବିଶ୍ବରେ କରୋନା ସ୍ଥିତି ବେଶ୍‌ ଜଟିଳ ଥିବାବେଳେ । ଭାରତରେ ମଧ୍ୟ ସ୍ଥିତି ଅନିୟନ୍ତ୍ରିତ ହେଉଛି । ଦେଶରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ  56 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 7 ହଜାର ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ଗତ 24 ଘଣ୍ଟାରେ 983 ନୂଆ ମାମଲା ସାମନାକୁ ଆସିଥିବାବେଳେ 206ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 56 ହଜାର 611 ରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ ଭାରତରେ 7 ହଜାର 135 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ 1,24 ହଜାର 095ଜଣ ସୁସ୍ଥ ହୋଇଛନ୍ତି । ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 25 ହଜାର 381ଜଣ ସକ୍ରିୟ ଅଛନ୍ତି । ସ୍ୱାସ୍ଥ୍ୟ…

Read More

ଭୁବନେଶ୍ବର : ରାଜ୍ୟର 18ଟି ଜିଲ୍ଲାରୁ 138 ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।  ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 33 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 15, ଖୋର୍ଦ୍ଧାରୁ 13 ଜଣ, ସୁନ୍ଦରଗଡରୁ 12, ଭଦ୍ରକ, 11, କେନ୍ଦୁଝର ଓ କନ୍ଧମାଳରୁ 10 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 7, ମୟୂରଭଞ୍ଜ ଓ ଯାଜପୁରରୁ 6 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୟାଗଡ ଓ ଢେଙ୍କାନାଳରୁ ତିନି ଜଣ ଲେଖାଏଁ ରହିଥିବାବେଳେ କଳାହାଣ୍ଡିରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା, ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2,994ରେ ପହଞ୍ଚିଛି । ସେହିପରି 1089 ଟି ଆକ୍ଟିଭ୍‌ ମାମଲା ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1894ଜଣ । ରାଜ୍ୟରେ କରୋନା…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 138 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ 138 ଆକ୍ରାନ୍ତଙ୍କ ମଧ୍ୟରୁ 125 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ 13ଟି ଲୋକାଲ୍‌ କେସ୍‌ ରହିଛି । ରାଜ୍ୟର 18ଟି ଜିଲ୍ଲାରୁ 138 ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2,994ରେ ପହଞ୍ଚିଛି। ସେହିପରି 1089 ଟି ଆକ୍ଟିଭ୍‌ ମାମଲା ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1894ଜଣ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଥିବାବେଳେ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Read More

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଗରାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରୋଇ କଳିରୁ ବିଭତ୍ସ ହତ୍ୟାକାଣ୍ଡ ହୋଇଥିବାର ସୂଚନା ରହିଛି । ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ସ୍ବାମୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବିଷ ପିଇଛି ସ୍ବାମୀ । ଗୁରୁତର ଅବସ୍ଥାରେ ସ୍ବାମୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More

ମାଲ୍‌କାନଗିରି : ମାଲ୍‌କାନଗିରି ଜିଲ୍ଲା କରୋନା ମୁକ୍ତ ହୋଇଥିବାର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ 21 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟୁଇଟ୍‌ କରିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କରୋନା ବ୍ୟାପିସାରିଥିବାବେଳେ ମାଲ୍‌କାନଗିରି ଜିଲ୍ଲା କରୋନା ମୁକ୍ତ ହୋଇଛି । ପୂର୍ବରୁ ମଧ୍ୟ ଜଗତସିଂହପୁର ଓ ଭୁବନେଶ୍ବର କରୋନାମୁକ୍ତ ହୋଇଥିବାବେଳେ  ପ୍ରବାସୀଙ୍କ ଆଗମନ ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ୍‌ ସଂକ୍ରମିତ ମାମଲା 2856 ଥିବାବେଳେ ସକ୍ରିୟ ମାମଲା 951 ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 1894 ଜଣ ।  ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଥିବାବେଳେ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାଇଲଟ୍ ଟ୍ରେନିଂ ନେଉଥିବାବେଳେ ଏୟାରଷ୍ଟ୍ରିପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟଙ୍କ ମୃତ୍ୟୁ ହୋଇଛି।  ମୃତ ପୁରୁଷ ପାଇଲଟ ଜଣଙ୍କ ପ୍ରଶିକ୍ଷକ ଥିବାବେଳେ ମହିଳା ଜଣକ ଟ୍ରେନି ପାଇଲଟ୍ ଥିଲେ। ଆଜି ସକାଳେ ଏହି 2 ଟ୍ରେନି ପାଇଲଟ ଏୟାରଷ୍ଟ୍ରିପ ଉପରେ ଉଡ଼ୁଥିବା ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଉଡାଣ ସମୟରେ ବିମାନଟି ଖସିପଡ଼ିଥଲା ବୋଲି ସୂଚନା ମିଳିଛି। ଉଭୟଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ।

Read More

କେଦାର ମିଶ୍ର ଭାରତରେ ଯେତେବେଳେ ଭ୍ରଷ୍ଟାଚାରର ଇତିହାସ ଲେଖାହେବ, ସେତେବେଳେ ୨୦୧୪ ମସିହାକୁ ଏକ ଲକ୍ଷ୍ମଣରେଖା ଭାବରେ ବିବେଚନା କରାଯିବ। ୨୦୧୪ ପୂର୍ବରୁ ଭ୍ରଷ୍ଟାଚାରର ଅଭିଯୋଗ ଆସିଲା ମାତ୍ରେ ସମ୍ପୃକ୍ତ ସରକାରଙ୍କୁ ଏଥିଲାଗି ଦାୟୀ କରା ଯାଉଥିଲା। ଅନେକ ସମୟରେ ଅଭିଯୋଗ ଆସିବା କ୍ଷଣି ମନ୍ତ୍ରୀମାନେ ଇସ୍ତଫା ଦେଉଥିଲେ। ଅନେକ ମୁଖ୍ୟମନ୍ତ୍ରୀ ମଧ୍ୟ ଅଭିଯୋଗ ଆଧାରରେ ଇସ୍ତଫା ଦେଇଛନ୍ତି କିମ୍ବା ସେମାନଙ୍କୁ ଦଳର ହାଇକମାଣ୍ଡ ବିଦା କରିଛନ୍ତି। ୯୯% ଅଭିଯୋଗ ଅଦାଲତରେ ପ୍ରମାଣିତ ହୋଇପାରି ନାହିଁ। ଅଭିଯୁକ୍ତମାନେ ଛାଡ ପାଇଛନ୍ତି, ହେଲେ ଭ୍ରଷ୍ଟାଚାରକୁ ନେଇ ଲୋକଙ୍କ ମନରେ ଯେଉଁ ଛାପ ତିଆରି ହୋଇଛି, ତାହା ଦୂର ହୋଇନାହିଁ। ଏ ପ୍ରସଙ୍ଗରେ ଦୁଇଟି ବଡ ଉଦାହରଣ ହେଉଛି ଅଶି ଦଶକର ବୋଫୋର୍ସ ଏବଂ ଏହି ଦଶକର ୨-ଜି ଘୋଟାଲା। ଏହି ଦୁଇଟି ଯାକ ମାମଲାରେ କଂଗ୍ରେସ ସରକାର ଅପଦସ୍ତ ହୋଇଥିଲେ। ଏହି ଅଭିଯୋଗ ଆଧାରରେ ସରକାର ଲୋକପ୍ରିୟତା ହରାଇଥିଲେ। ହେଲେ ଅଦାଲତରେ ଏହି…

Read More

Amritsar: A municipal worker sprays disinfectant at Gufa Wala Mandir in Delhi’s Preet Vihar as it gears up to reopen for devotees from tomorrow as part of Unlock 1.0 or phased relaxation during the fifth phase of the nationwide lockdown imposed to mitigate the spread of coronavirus, on June 7, 2020. (Photo: IANS)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଆଇନଜୀବୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର ନେଇ ଥାନାରେ ମାମଲା ରୁଜୁ କରାଯାଇଛି । ଆଇନଜୀବୀ ଲଳିତ ମଙ୍ଗରାଜ ନିର୍ମାଣ ଶ୍ରମିକଙ୍କ ପାଇଁ ଖାଇବା ନେଇ ଯାଉଥିବା ବେଳେ ତହସିଲଦାର ସିପକ ପାତ୍ର ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଶ୍ରୀ ମଙ୍ଗରାଜ ଏବଂ ତାଙ୍କର କିଛି ଆଇନଜୀବୀ ବନ୍ଧୁ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଆଇନଜୀବୀଙ୍କ ଅଭିଯୋଗମ ଅନୁଯାୟୀ ସେ, ହେଲମେଟ ଏବଂ ମାସ୍କ ପିନ୍ଧି ନିର୍ମାଣ ଶ୍ରମିକଙ୍କ ପାଇଁ ଖାଦ୍ୟ ନେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ତହସିଲଦାରଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ରହିଥିବା ସତ୍ତ୍ବେ ତହସିଲ୍‌ଦାର ତାଙ୍କ ନିକଟରୁ 500 ଟଙ୍କାର ଜରିମାନା ଆଦାୟ କରିଥିଲେ । ଏହି କାଗଜ ପତ୍ର ଆପଣ କୋର୍ଟରେ ଦେଖାଇବେ ବୋଲି ତହସିଲଦାର କହିଥିଲେ । ଏହି ଘଟଣା ପରେ ଓକିଲଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନକୁ ଦିନ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେତେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଭୟ ମଧ୍ୟ ଦେଖିବାକୁ ମିଳିଲାଣି । ଫଳରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉକ୍ତ ଅଂଚଳଗୁଡ଼ିକୁ ନିଜ ଅକ୍ତିଆରରେ ନେଇଛି । ଗୋଷ୍ଠୀ ସଂକ୍ରମଣର ଭୟ ଥିବା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ବାଦପଲ୍ଲୀ ଓ ଆଇତିପୁର ପଞ୍ଚାୟତର ୧୦ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଓ ୨୨ ଟି ଗ୍ରାମକୁ ବଫର ଜୋନ୍ ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଛନ୍ତି । ବାଦପଲ୍ଲୀ ପଂଚାୟତରୁ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଘୋଡ଼ାପଡ଼ା, ସିଆଳିଆପାଟ, କୁରିମପୁର, ଗୁଣ୍ଡୁରିପଲ୍ଲୀ, ବାଦପଲ୍ଲୀ, ସାନବଳ, ନୂଆପଲ୍ଲୀ, ଛକାସିଂ, ଦେବୀଝର ପ୍ରଭୃତି ୯ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି ଏହି ପଞ୍ଚାୟତର ମରେଇ ନୂଆଗାଁ, ନଲସିଙ୍ଗ, ଖାସୁଲା, ସୋରିଷପାଟଗଞ୍ଜର,…

Read More

ମୁମ୍ବାଇ : ଜିଓରେ 5600 କୋଟି ଟଙ୍କା ନିବେଶ କରିବାକୁ ଯାଉଛି ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟୀ (ଏଡିଆଇଏ) । ଏଡିଆଇଏ ଜିଓରେ 5683.50 କୋଟି ଟଙ୍କା ନିବେଶ କରିବାକୁ ଯାଉଛି । ଏହି ନିବେଶ ନେଇ ରବିବାର ଜିଓ ପକ୍ଷରୁ ଘୋଷଣା କରାଯାଇଛି । ଏହି ନିବେଶ ସହିତ ଏଡିଆଇଏ ଜିଓରେ 1.16 ପ୍ରତିଶତର ଅଂଶଧନ ଅଧିଗ୍ରହଣ କରିଛି । ଏହି ନିବେଶ ସହିତ ଜିଓର ସମୁଦାୟ ନିବେଶ 97,885.65 କୋଟି ଟଙ୍କାରେ ପହଞ୍ଚିଛି । ଜିଓରେ ନିବେଶ କରିଥିବା କମ୍ପାନୀ ଗୁଡିକ ମଧ୍ୟରେ ଫେସ୍‌ବୁକ୍‌, ସିଲ୍ଭର୍‌ ଲେକ୍‌, ଭିଷ୍ଟା ଇକ୍ବିଟି ଏବଂ ଜେନେରାଲ୍‌ ଆଟଲାଣ୍ଟିକ୍‌, କେକେଆର ଏବଂ ମୁବାଦଲା ଅନ୍ତର୍ଭୁକ୍ତ । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନାକୁ ନେଇ ଏବେବି ରହିଛି ସାମାଜିକ କଟକଣା। ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ ଅନେକ ସାମଜିକ କଟକଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏପରି କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି କୋଟବିଦ୍ୟାଧରପୁର ଗ୍ରାମ। କରୋନାରୁ ସୁସ୍ଥ ହୋଇଥିବା ଦୁଇ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ୍‌ଏସିର କୋଟବିଦ୍ୟାଧରପୁର ଗ୍ରାମରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ଦୁଇ ସ୍ବାସ୍ଥ୍ୟ କର୍ମୀ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସମର୍ଥନ ପ୍ରଦାନ କରାଯାଇଛି। ଗ୍ରାମବାସୀଙ୍କ ଏହି ପଦକ୍ଷେପ ଉକ୍ତ ଅଞ୍ଚଳରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ବାଣପୁର ସରକାରୀ ଡାକ୍ତରଖାନାର ଦୁଇ ଜଣ ସ୍ବାସ୍ଥ୍ୟକର୍ମୀ ଗତ ୨୯ ମେରେ କୋଭିଡ ପଜ଼ିଟିଭ ହେବା ପରେ ସେମାନଙ୍କୁ ଭୁବନେଶ୍ଵରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ ସଂପୂର୍ଣ କୋଟବିଦ୍ୟାଧରପୁର ଗ୍ରାମ ଓ କଲେଜ…

Read More

କୃଷ୍ଣଚନ୍ଦ୍ର ସୁଆଁସିଆ ହିଞ୍ଜିଳିକାଟୁ : ସାରା ବିଶ୍ବରେ କରୋନା ମହାମାରୀ ସଂପୂର୍ଣ୍ଣ ଜୀବନଜୀବିକାକୁ ପ୍ରଭାବିତ କରିଦେଇଛି । ଯାହା ଫଳରେ ମଣିଷର ଦୈନନ୍ଦିନ କାର୍ଯ୍ୟ ଶୈଳୀରେ ବେଶ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାକି ନୃତ୍ୟମ ଅନୁଷ୍ଠାନର ପରିଚାଳକ କୃଷ୍ଣ କୁମାର ସାହୁଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚିତ୍ର ଅଭିଳାଷ ଜାତୀୟ ସ୍ତରର ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଛି । ଏହି ଚଳଚିତ୍ରଟି ପଶ୍ଚିମବଙ୍ଗର ଲକଡାଉନ ଅନଲାଇନ ଫିଲ୍ମ ଫେଷ୍ଟିଭଲ କମିଟି ଦ୍ୱାରା ମନୋନୀତ ହୋଇ ଜାତୀୟସ୍ତର ଚଳଚିତ୍ର ମହୋତ୍ସବକୁ ମନୋନୀତ ହୋଇଛି । ନୃତ୍ୟମ ଅନୁଷ୍ଠାନର ଛାତ୍ର ଟି. ଶିବାଜୀ ଦାସ ଏହି ଡକ୍ୟୁମେଣ୍ଟାରୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । କ୍ୟାମେରାମେନ ଟି. ଶ୍ରୀନିବାସ ଦାସ,ରବି ସାହୁ ଓ ଗୋପାଳ ମହାନ୍ତି ଏହି ଚଳଚିତ୍ରକୁ ଖୁବ ନିଖୁଣ ଭାବରେ ଚିତ୍ରତ୍ତୋଳନ କରି ବିଚାରକ ମଣ୍ଡଳୀକୁ ଆକୃଷ୍ଟ କରିଛନ୍ତି । ଏହି ଚଳଚିତ୍ରର ନିର୍ମାଣରେ ରଂଜନ କୁମାର ସାହୁ ସହ ନିର୍ଦ୍ଦେଶନା…

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷା ବଳଙ୍କ ସହିତ ଏନ୍‌କାଉଣ୍ଟରରେ 5 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ଆଇଜି ବିଜୟ କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ 5 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀରର ସୋପିଆଁରେ ଏହି ଏନ୍‌କାଉଣ୍ଟର ଘଟିଥିଲା । ସୋପିଆଁର ରେବାନ୍‌ରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା । ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଥିବା ବେଳେ 5 ଜଣ ଆତଙ୍କୀ ନିପାତ ହୋଇଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ସାମସଙ୍ଗ ପକ୍ଷରୁ ଏକ ନୂତନ ଫୋନ୍‌ ଲଞ୍ଚ କରିବା ନେଇ ଘୋଷଣା କରାଯାଇଛି । ରବିବାର କୋରିଆନ କମ୍ପାନୀ ସାମସଙ୍ଗ ଭାରତୀୟ ବଜାରରେ ନୂତନ ଫୋନ୍‌ ଲଞ୍ଚ ନେଇ ଘୋଷଣା କରିଛି । ଆସନ୍ତା କାଲି କମ୍ପାନୀ ପକ୍ଷରୁ ଗାଲାକ୍ସି ସିରିଜ୍‌ର ଟାବ୍‌ ଏସ୍‌6 ଲାଇଟ୍‌ର ଲଞ୍ଚ ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବରୁ ଚୀନ୍‌ରେ ଏହି ମଡେଲ ଲଞ୍ଚ ହୋଇ ସାରିଥିବା ବେଳେ ଭାରତୀୟ ବଜାରରେ ଏହି ଫୋନ୍‌ର ମୂଲ୍ୟ 30 ହଜାର ଟଙ୍କା ମଧ୍ୟରେ ରହିବ । ଏହି ଟାବ୍ଲେଟ୍‌ରେ ଓ୍ବିଣ୍ଡୋଜ୍‌ 10 ରହିଥିବା ବେଳେ ସ୍କ୍ରିନ୍‌ ସାଇଜ୍‌ 10.4 ଇଞ୍ଚ ରହିଛି । 4 ଜିବି ରାମ୍‌ ଏବଂ 64/128 ଜିବି ରମ୍‌ ରହିଥିବା ଏହି ଫୋନ୍‌ରେ 7040 ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି । ପ୍ରଥମ ଥର ପାଇଁ ଏହି ଫୋନ୍‌ରେ 1 ଟେରାବାଇଟ୍‌(1024 ଜିବି)ର ମେମୋରୀ କାର୍ଡ ପଡିବାର ସୁବିଧା ରହିଛି ।…

Read More

ବେଙ୍ଗାଲୁରୁ : ମାତ୍ର 39 ବର୍ଷ ବୟସରେ କନ୍ନଡ ଅଭିନେତା ଚିରଞ୍ଜିବୀ ସାରଜାଙ୍କ ପରଲୋକ ହୋଇଛି । କନ୍ନଡ ସିନେମା ଜଗତର ପ୍ରତିଭାବନ ଅଭିନେତା ସାରଜା ରବିବାର ହୃଦଘାତରେ ପରଲୋକ ହୋଇଛି । ଶ୍ବାସକ୍ରୀୟାରେ ସମସ୍ୟା କାରଣରୁ ବେଙ୍ଗାଲୁରୁର ଜୟନଗରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ପାଖାପାଖି 25ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ସାରଜାଙ୍କ ମୃତ୍ୟୁରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ଘଟଣା ପରେ ଏକାଧିକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି । ଅଭିନେତ୍ରୀ ପ୍ରିୟାମଣି, ରଶ୍ମିକା ମନ୍ଦାନା, ବିଳାଶ ନାୟକ ଏବଂ କ୍ରିକେଟର ଅନୀଲ କୁମ୍ବଲେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସାରଜାଙ୍କ ଅଭିନୀତ ଶିବାର୍ଜୁନ ମାର୍ଚ୍ଚ 12 ତାରିଖରେ ରିଲିଜ୍‌ ହୋଇଥିଲା । ଚିରଞ୍ଜିବୀଙ୍କ ବ୍ୟତିତ ତାଙ୍କ ଦାଦା ଅର୍ଜୁନ୍‌ ସାରଜା ଏବଂ ଭାଇ ଧ୍ରୁବ ସାରଜା ମଧ୍ୟ ସିନେମା ଜଗତ ସହିତ…

Read More