Author: Samikhsya Bureau

କରାଚୀ : କରୋନା କବଳରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ । ଦାଉଦ ଏବଂ ତା’ସ୍ତ୍ରୀ କରୋନା ପଜିଟିଭ୍ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଘଟଣା ପରେ ଦାଉଦର ସମସ୍ତ ଗାର୍ଡ ଓ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି । ସେହିପରି କରାଚୀର ଆର୍ମି ହସ୍ପିଟାଲରେ ଦାଉଦକୁ ଭର୍ତ୍ତି କରାଯାଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି । ଦାଉଦ୍‌ ପାକିସ୍ତାନରେ ଲୁଚି ରହିଥିବା ନେଇ ନିୟମିତ ଖବର ପ୍ରକାଶ ପାଉଥିବା ବେଳେ ପାକିସ୍ତାନ ପକ୍ଷରୁ ସର୍ବଦା ଏହାକୁ ଖଣ୍ଡନ କରାଯାଇଛି । ତେବେ ଏହି ଘଟଣାକୁ ନେଇ ପାକିସ୍ତାନର ପ୍ରତିକ୍ରିୟା ମିଳିନଥିବା ବେଳେ ଦାଉଦ୍‌ର ଭାଇ ଅନୀସ୍‌ ଇବ୍ରାହିମ୍‌ ଏହାକୁ ଖଣ୍ଡନ କରିଛି । (ଏଜେନ୍ସି)

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : ଜୁନାଗଡ ତହସିଲରେ ଲଘୁ ଖଣିଜ ଲିଜ୍‌ ପ୍ରଦାନରେ ବ୍ୟାପକ ଘୋଟାଲା ହୋଇଥିବାର ଅଭିଯୋଗ ଆସିଛି । ଜୁନାଗଡ ଅନ୍ତର୍ଗତ ଏକାଧିକ ପଥର ଖାଦାନ ଏବଂ ବାଲିଘାଟ ନିଲାମର ଲିଜ୍‌ ପ୍ରଦାନରେ ଅନିୟମିତତାର ଅଭିଯୋଗ କରାଯାଇଛି । ଦାୟିତ୍ବରେ ରହିଥିବା ଅଧିକାରୀ ଏବଂ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ମଧୁଚନ୍ଦ୍ରିକା କାରଣରୁ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି । କୌଣସି ନିଲାମୀ ପାଇଁ ବିଜ୍ଞାପନର ବହୁଳ ପ୍ରସାରଣ କରାଯାଏ ଯାହା ଫଳରେ ଏକାଧିକ ଲୋକ ବିଡିଂରେ ଅଂଶଗ୍ରହଣ କରିଥାନ୍ତି । ତେବେ ବାଲିଘାଟ ନିଲାମ ପାଇଁ ପ୍ରକାଶ କରାଯାଇଥିବା ବିଜ୍ଞାପନରେ କୌଣସି ନମ୍ବର ଅଥବା ତାରିଖ ନଥିଲା । ଲକ୍‌ଡାଉନ୍‌ କାରଣରୁ ଖବରକାଗଜ ଆସୁନଥିବାରୁ ଅନ୍‌ଲାଇନ୍‌ରେ ଏହି ବିଜ୍ଞାପନକୁ ସ୍ପଷ୍ଟ ଭାବରେ ପ୍ରକାଶନ କରାଯାଇନଥିଲା । ଏପରିକି ସ୍ଥାନୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ରଚାର ପ୍ରସାର ପାଇଁ ପଠାଯିବାର ଉଲ୍ଲେଖ ଥିବା ବେଳେ…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖପାତ୍ର ରହିଥିବା ସୁବ୍ରତ ବାଗ୍‌ଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଗତ କିଛି ଦିନ ହେବ କୋଭିଡ୍‌ ଅପ୍‌ଡେଟ୍‌ରେ ବାଗ୍‌ଚୀଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶୁକ୍ରବାର ବାଗ୍‌ଚୀ ଏହି ଅର୍ଥ ପ୍ରଦାନ କରିଛନ୍ତି। ନିଜ ପତ୍ନୀ ସୁସ୍ମିତା ବାଗଚୀଙ୍କ ସହିତ ବାଗ୍‌ଚୀ ମୁଖ୍ୟ ଶାସନ ସଚିବଙ୍କୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ଏହି ଅର୍ଥରାଶି ବଲାଙ୍ଗୀର ଜିଲ୍ଲାରେ କୋଭିଡ୍‌ ମୁକାବିଲାରେ ଖର୍ଚ୍ଚ କରାଯିବ।

Read More

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ଏବଂ କ୍ରିକେଟ୍‌ ପାଇଁ ପ୍ରସ୍ତୁତ ବୋଲି ପୂର୍ବତନ ଚୟନକର୍ତ୍ତା କିରଣ ମୋରେ ମତ ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍‌କୁ ପ୍ରତ୍ୟାବର୍ତ୍ତନ ପାଇଁ ଧୋନୀ ବର୍ତ୍ତମାନ ପ୍ରସ୍ତୁତ ବୋଲି ମୋରେ ପ୍ରକାଶ କରିଛନ୍ତି । ଏହା ସହିତ ଖୁବ୍‌ ଶୀଘ୍ର ଧୋନୀ ବ୍ଲୁ ଜର୍ସି ସହିତ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମୋରେ ଭବିଷ୍ୟବାଣୀ କରିଛନ୍ତି । ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା । ଧୋନୀଙ୍କ ନିକଟରେ ଆହୁରି 2-3 ବର୍ଷର କ୍ରିକେଟ ବାକି ରହିଛି ଏବଂ ସେ ନିଶ୍ଚିତ ଭାବରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମୋରେ କହିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ମଲ୍ଲାପୁରମରେ ଘଟିଥିବା ହାତୀ ମୃତ୍ୟୁକୁ ନେଇ ବିଜେପି ସାଂସଦ ମାନେକା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଯୁବ କଂଗ୍ରେସ , 4ଟି ସ୍ବେଚ୍ଛାସେବୀ ସଙ୍ଗଠନ ଏବଂ ଗୋଟିଏ ବ୍ୟକ୍ତିଗତ ଅଭିଯୋଗକୁ ନେଇ ସମୁଦାୟ 6ଟି ମାମଲା ରୁଜୁ କରାଯାଇଛି । ମଲ୍ଲାପୁରମ୍‌ର ନାମକୁ ମାନେକା ଖରାପ କରୁଛନ୍ତି ବୋଲି ଅଭିଯୋଗ କରି ଏହି 6ଟି ଅଭିଯୋଗ କରାଯାଇଛି । ଗୋଟିଏ ନୀରିହ ପଶୁର ମୃତ୍ୟୁକୁ ନେଇ ମାନେକା ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପରେ ମାନେକାଙ୍କ ଅଫିସିଆଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରାଯାଇଥିବା ନେଇ ମାନେକା ସୂଚନା ଦେଇଛନ୍ତି । ମାନେକାଙ୍କ ଓ୍ବେବ୍‌ସାଇଟ୍‌ରେ କଫିନ୍‌ ଡ୍ୟାନ୍ସର ଗୀତ ବାଜୁଥିବା ଜଣାପଡିଛି । (ଏଜେନ୍ସି)

Read More

କର୍ଣ୍ଣାଲ : ହରିୟାଣାରେ ବିଜେପି ନେତ୍ରୀଙ୍କ ଅଶାଳୀନ ବ୍ୟବହାର ସମ୍ମୁଖକୁ ଆସିଛି । ହରିୟାଣାର ବିଜେପି ବିଧାୟକ ପ୍ରାର୍ଥୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗତ ଜଣେ ବଜାର କମିଟି ସମ୍ପାଦକଙ୍କୁ ଚପଲରେ ମାଡ ମାରିଛନ୍ତି । ହିସାରର ବଲସାମଣ୍ଡ ମଣ୍ଡିରେ ବଜାର କମିଟି ସମ୍ପାଦକ ସୁଲତାନ ସିଂଙ୍କୁ ଚପଲରେ ମାଡ ମାରିଥିଲେ । ତେବେ ଉକ୍ତ ଘଟଣା ଘଟିବା ସମୟରେ ପୋଲିସ୍‌ କର୍ମୀ ଉପସ୍ଥିତ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳିନଥିବା ବେଳେ ପୋଲିସକୁ ସୁଲତାନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ସୋନାଲି । ଏହା ସହିତ ତୁମେ ବଞ୍ଚିବା ଅନୁଚିତ ବୋଲି ମଧ୍ୟ ସୋନାଲି କହୁଥିବାର ନଜର ଆସିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋନାଲୀ ଫୋଗତ 2019 ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ମଣ୍ଡି ଆଦମପୁରରୁ ନିର୍ବାଚନ ଲଢିଥିବା…

Read More

କନ୍ଦର୍ପ ବେହେରା ରେଢାଖୋଲ : ମହାମାରୀ କରୋନା ସାରାବିଶ୍ୱ ଅର୍ଥନିତିକୁ ଦୋହଲାଇ ଦେଇଥିବା ବେଳେ ଏକ ଅନନ୍ୟ ଉପାୟରେ ସଚେତନତା ସୃଷ୍ଟି କରିଛନ୍ତି ରେଢାଖୋଲର ଯୁବ ଚିତ୍ରଶିଳ୍ପୀ ସୁଧିର ସ୍ୱାଇଁ । ପୂର୍ବରୁ ଅନେକ ସମୟରେ ନୂତନ ଶୈଳୀରେ ରାସ୍ତା ପାଶ୍ୱର୍ରେ ଜନସଚେତନତା ସୃଷ୍ଟି ପାଇଁ ଚିତ୍ର ଆଙ୍କି ଜନସାଧାରଣଙ୍କୁ ସଚେତନ କରାଇଥାନ୍ତି । ସାରା ବିଶ୍ୱ ଏବେ ଲକଡାଉନରେ ଥିବା ବେଳେ କାନ୍‌ ଭାସରେ କରୋନା ଠାରୁ ଜନସାଧାରଣ କିପରି ଦୂରେଇ ରହିବେ ସେ ସଂପର୍କରେ ଏକ ଚିତ୍ର ଆଙ୍କିଛନ୍ତି ଚିତ୍ରଶିଳ୍ପୀ ସୁଧୀର । ରେଢାଖୋଲ ମାଟିର କବି ସନ୍ଥକବିଙ୍କ ପ୍ରତିଛବି ମାଧ୍ୟମରେ ମାକ୍ସ ଏବଂ ସାନିଟାଇଜର ବ୍ୟବହାର ସଂପର୍କରେ ସଚେତନତା ସୃଷ୍ଟି ପାଇଁ ସେ ଚିତ୍ର ମାଧ୍ୟମରେ ଏ ପ୍ରୟାସ ଜାରି ରଖିଛନ୍ତି । ଭୀମଭୋଇଙ୍କ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ବାଣୀକୁ ମଧ୍ୟ ଭିନ୍ନ ଶୈଳୀରେ କାନ୍‌ଭାସରେ ପ୍ରଦର୍ଶିତ କରିଛନ୍ତି ।…

Read More

ରମେଶ କୁମାର ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡବିଶୁନପୁର ପଞ୍ଚାୟତ ବଉଳପୁର ଗ୍ରାମରେ ଜଣେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ବୁଧବାର ଦିନ ୧:୩୦ବେଳେ ନାବାଳିକା ଜଣଙ୍କ ଘରର ଅନତି ଦୂରରେ ଥିବା ଚିଙ୍ଗୁଡ଼ି ଘେରି ବନ୍ଧରେ ଏକୁଟିଆ ଶୌଚ ପାଇଁ ଯାଇଥିବା ବେଳେ ନିକଟସ୍ଥ ଦୁର୍ଗାପୁର ଗ୍ରାମର ଜନୈକ କାମାନ୍ଧ ଯୁବକ ଏହି କାଣ୍ଡ ଘଟାଇଥିଲା। ଚିଙ୍ଗୁଡ଼ି ଘେରି ଘରେ ପୂର୍ବରୁ ଉପସ୍ଥିତ ଥିବା ୧୬ ବର୍ଷୀୟ କାମାନ୍ଧ ଯୁବକ ଜଣକ ନାବାଳିକାକୁ ଏକୁଟିଆ ପାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲା। ଉକ୍ତ ଯୁବକ କବଳରୁ ଖସିଆସି ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏସଂପର୍କରେ ପରିବାର ପକ୍ଷରୁ ଏରସମା ଥାନାରେ ଏତଲା ଦିଆଯିବା ସହ ନାବାଳିକାକୁ ଚିକିତ୍ସା କରାଯାଇଥିଲା। ଘଟଣାକୁ ନେଇ ସଂପୃକ୍ତ ଗ୍ରାମରେ ଉତ୍ତେଜନା ଦେଖାଯାଇଥିବା…

Read More

ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥର କୁହୁଡି ଫାଣ୍ଡି ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ନୟାଗଡ ଜିଲ୍ଲା ଇଟାମାଟି ଗ୍ରାମର ମଦନମୋହନ ସେଠୀ(୪୫) ବୋଲି ଜଣାପଡିଛି। ମାଛ ବ୍ୟବସାୟ କରିବା ପାଇଁ ବାଲୁଗାଁରୁ ଇଟାମାଟିକୁ ଫେରୁଥିବା ବେଳେ ଏକ ଅଜଣା କାର୍ ଫାଣ୍ଡି ସମ୍ମୁଖରେ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ସେଠାରେ ସେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଫାଣ୍ଡି ପୋଲିସ ଖବର ପାଇ ଗୁରୁତର ଆହତ ମଦନମୋହଙ୍କୁ ନିଜ ଭ୍ୟାନରେ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିବା କାରର କୌଣସି ପତ୍ତା ମିଳିନାହିଁ। ପୋଲିସ୍‌ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

Read More

ଭୁବନେଶ୍ବର : ବସ୍ ଯାତ୍ରୀଙ୍କ ପାଇଁ ଦୁଃସମ୍ବାଦ । ଶନି ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହି ସମୟରେ ମୋ ବସ୍‌ ଚଳାଚଳ ବନ୍ଦ ରହିବ । ଜୁନ୍‌ ମାସର ସମସ୍ତ ଶନିବାର ଏବଂ ରବିବାର ବସ୍‌ ଚଳାଚଳ ବନ୍ଦ ରହିବା ନେଇ ସିଆରୟୁଟି ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଓଲା, ଉବର ଏବଂ ଅଟୋ ସ୍ବତନ୍ତ୍ର ଅନୁମତିରେ ଚାଲିବା ନେଇ ଘୋଷଣା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ ମାସରେ 11ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 123 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 35 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ 22, ନୂଆପଡା ଓ ବଲାଙ୍ଗୀରରୁ 14 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ 10, କନ୍ଧମାଳରୁ 7, କୋରାପୁଟରୁ 5, କେନ୍ଦ୍ରାପଡାରୁ 4 ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ବର, ଢେଙ୍କାନାଳ ଓ ନୟାଗଡରୁ 3 ଜଣ ଲେଖାଏଁ, ଅନୁଗୁଳ, ମୟୁରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 1604ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2608ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 994ରେ ପହଞ୍ଚିଛି ।

Read More

ଭୁବନେଶ୍ବର : ଓଡିଶା ଆସୁଥିବା ଏକ ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ରେ ଆଉ ଜଣେ ମହିଳା ପ୍ରସବ କରିଛନ୍ତି । ଶୁକ୍ରବାର ସକାଳୁ ଟିଟଲାଗଡ ରେଳ ଷ୍ଟେସନ୍‌ରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଉକ୍ତ ମହିଳା ଜଣକ ହେଉଛନ୍ତି ବଲାଙ୍ଗୀରର ଥୋଡିବାହାଲ ଗ୍ରାମର ମୀନା କୁମ୍ଭାର (19) । ମୀନା ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ଲିଙ୍ଗମପଲ୍ଲୀରୁ ବଲାଙ୍ଗୀର ଫେରୁଥିବା ବେଳେ ଟିଟିଲାଗଡରେ ଭୋର୍‌ 5.40ରେ ପ୍ରସବ ହୋଇଥିଲା । ଟିଟିଲାଗଡ ଷ୍ଟେସନ୍‌ରେ ନବଜାତକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ଜନନୀ ଆମ୍ବୁଲାନ୍ସରେ ମହିଳା ଏବଂ ନବଜାତ ଶିଶୁଙ୍କୁ ଡାକ୍ତରଖାନା ନିଆଯାଇଥିଲା । ନବଜାତର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବତଟ ରେଳବାଇରେ ଏହା ତୃତୀୟ ଘଟଣା ହୋଇଥିବା ବେଳେ ଭାରତ ବର୍ଷରେ ଏହା 37 ତମ ଘଟଣା ।

Read More

ଭୁବନେଶ୍ବର : ଖୋର୍ଦ୍ଧା ପୋଲିସକୁ ବଡ ସଫଳତା । ଖେର୍ଦ୍ଧାର 16 ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପିଆଜ ଟ୍ରକରୁ ଜବତ ହୋଇଛି 5 କ୍ବିଣ୍ଟାଲ ଗଞ୍ଜେଇ। ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏବଂ ପୋଲିସ୍‌ ପକ୍ଷରୁ ମିଳିତ ଭାବରେ ଏହି ଚଢାଉ କରାଯାଇଥିଲା । 5 କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍‌ । ଆନ୍ଧ୍ରରୁ ଆସିଥିବା ଏକ ପିଆଜ ଟ୍ରକରେ ଗଞ୍ଜେଇ ଚାଲଣ ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଏନ୍‌ସିବି ଏବଂ ପୋଲିସ୍‌ ପକ୍ଷରୁ ଖୋର୍ଦ୍ଧା ନିକଟସ୍ଥ ରାଜପଥରେ ଟ୍ରକ୍‌କୁ ଜବତ କରାଯାଇଥିଲା ।

Read More

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ବହୁତ ଶୀଘ୍ର ମୌସୁମୀ ଓଡ଼ିଶା ଛୁଇଁବା ନେଇ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ସେହିପରି ଆଜି 7ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଗଜପତି ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ 15 ଦିନ ମଧ୍ୟରେ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ମେ 28ରେ ନିଜ ନିଷ୍ପତ୍ତିର ଏକ ସପ୍ତାହ ମଧ୍ୟରେ ଦ୍ବତିୟ ନିଷ୍ପତ୍ତି ଶୁଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ନିଷ୍ପତ୍ତିରେ ସମସ୍ତ ପ୍ରବାସୀଙ୍କୁ ମାଗଣାରେ ନିଜ ବାସସ୍ଥାନରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରାର ଭଡା ସହିତ ଖାଦ୍ୟ ଏବଂ ପାନୀୟ ମାଗଣା ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ କରୋନାର କରାଳ ଛାୟା । ଭାରତରେ ମଧ୍ୟ କରୋନା ତା’ର କାୟା ବିସ୍ତାର କରି ଚାଲିଛି।  କରୋନା ମୁକାବିଲା ଭାରତରେ ଜାରି ରହିଛି ଲକ୍‌ଡାଉନ୍‌। ଯଦିଓ ଏବେ ଭାରତରେ ଅନ୍‌ଲକ୍‌ 1.0 ଜାରି ହୋଇଛି, ତଥାପି ଭାରତରେ ଏବେ ସୁଦ୍ଧା ସବୁ ସହଜ ହୋଇନାହିଁ । କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଥିବାବେଳେ ସ୍କୁଲ,କଲେଜ ଆଦି ବନ୍ଦ ରହିଛି । ଦୀର୍ଘ ତିନି ମାସ ଧରି ଭାରତରେ ଧାର୍ମିକ ଅନୁଷ୍ଠାନଗୁଡିକ ବନ୍ଦ ରହିଥିବାବେଳେ ଜୁନ୍‌ 8 ତାରିଖରେ ଏହି ସମସ୍ତ ଅନୁଷ୍ଠାନକୁ ଖୋଲିବା ପାଇଁ ଅନୁମତି ମିଳିଛି । କିନ୍ତୁ ଲକ୍‌ ଡାଉନ୍‌ ଯୋଗୁଁ ଅନେକ କିଛି ପରିବର୍ତ୍ତନ ହୋଇଥିବାସ୍ଥଳେ ଆମର ପୂଜାବିଧି ଓ ତଥା ଆସ୍ଥା ନିୟମରେ ମଧ୍ୟ ପରିବର୍ତ୍ତନ ହେଉଛି । କରୋନା ପାଇଁ ବିଶ୍ବଦେବତା ଶ୍ରୀଜୀଉଙ୍କ ରୀତିନୀତିରେ ମଧ୍ୟ ବହୁ ପରିବର୍ତ୍ତନ ହୋଇଛି । ପ୍ରଥମଥର ପାଇଁ ଜଗନ୍ନାଥ ମହାପ୍ରଭୁ…

Read More

ଭୁବନେଶ୍ବର : ଶନି ଓ ରବି ସଟ୍‌ ଡାଉନ୍‌ ନେଇ କମିଶନରେଟ୍‌ ପୋଲିସର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଏହି ସମୟରେ କେଉଁମାନେ ଆଇଡି କାର୍ଡ ଦେଖାଇ ଯାଇପାରିବେ ସେନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ମେଡିକାଲ୍‌, ନର୍ସିଂହୋମ୍‌ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ। ପୋଲିସ୍‌ ଦେଇଥିବା ପୁରୁଣା ପାସ୍‌ ଦେଖାଇପାରିବେ ମେଡିସିନ୍‌ ଷ୍ଟୋର ଷ୍ଟାଫ୍‌।  ସେହିପରି କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ। ଟେଲିକମ୍‌, ମିଡିଆ, ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀ ଆଇଡି କାର୍ଡ ଦେଖାଇବେ ବୋଲି ସୂଚନା ରହିଛି । ହୋମ୍‌ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ କର୍ମଚାରୀ ମଧ୍ୟ ଆଇଡି କାର୍ଡ ଦେଖାଇ ଯାଇପାରିବେ ବୋଲି ସୂଚନା ରହିଛି। ସେହିପରି କଳ କାରଖାନା, ହୋଟେଲ୍‌ କର୍ମଚାରୀ ମଧ୍ୟ ଆଇଡି କାର୍ଡ ଦେଖାଇ ଯାଇପାରିବେ। ଷ୍ଟେସନ୍‌,…

Read More

ଭୁବନେଶ୍ୱର : ରାଜ୍ୟସରକାରଙ୍କ ଘୋଷଣାନୁଯାୟୀ ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନିଆ ସଟ ଡାଉନ ନିୟମ ଲାଗୁ ହେବାକୁ ଯାଉଛି । ଆସନ୍ତାକାଲି ଶନିବାର ରହିଥିବାରୁ ସଟଡାଉନ ନିୟମ କାଲିଠାରୁ ଲାଗୁ କରାଯିବ । ତେବେ ଏହି ସଟ୍‌ଡାଉନ୍‌କୁ ନେଇ ଏସ୍‌ଆରସିଙ୍କ ପକ୍ଷରୁ ଆଜି ଗାଇଡ୍‌ ଲାଇନ ଜାରି କରାଯାଇଛି । ଗାଇଡଲାଇନ ଅନୁସାରେ ସଟ ଡାଉନ ସମୟରେ ମେଡିକାଲ୍ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେ କୌଣସି ଲୋକ ଯାତାୟତ କରିପାରିବେ । ଆରବିଆଇ, କ୍ଲିୟରିଂ ହାଉସ, ଏଟିଏମ ସହ ଜଡିତ କର୍ମଚାରୀ ମଧ୍ୟ ସଟ ଡାଉନ ସମୟରେ ଯାଇପାରିବେ । ଏୟାରପୋର୍ଟ, ଷ୍ଟେସନ, ବସ୍ ଟର୍ମିନାଲ ସହ ଜଡିତ କର୍ମଚାରୀଙ୍କୁ ମଧ୍ୟ ଯିବା ଆସିବା ପାଇଁ ଅନୁମତି ରହିଥିବାବେଳେ ସ୍ୱିଗି, ଜୋମାଟୋ ଡେଲିଭରି ବଏଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି ସୂଚନା ରହିଛି । ସେହିପରି ଖବର କାଗଜ ହକରଙ୍କୁ ସକାଳ 5ଟାରୁ 8ଟା ଯାଏଁ ବିକ୍ରି…

Read More

ସମୀକ୍ଷା ବ୍ୟୁରୋ କରୋନାର ପ୍ରକୋପ ସାରା ବିଶ୍ବରେ ଜାରି ରହିଛି । ଭାରତରେ ମଧ୍ୟ ଏହାର ସ୍ଥିତି ବେଶ୍‌ ସଂକଟଜନକ ଅବସ୍ଥାରେ ରହିଛି । କରୋନା ମୁକାବିଲା ପାଇଁ ଭାରତରେ 4ଟି ପର୍ଯ୍ୟାୟରେ ଲକ୍‌ ଡାଉନ୍‌ କରାଯାଇଥିବାବେଳେ ଏବେ ଅନଲକ୍ କରାଯାଉଛି । ଲକ୍‌ଡାଉନ୍‌ ଯୋଗୁଁ ଭାରତର ସିନେମା ଜଗତ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ଫିଲ୍ମଗୁଡିକୁ ରିଲିଜ୍‌ ନ ହୋଇ ପଡି ରହିଥିବାବେଳେ ଅନେକ ବଡ ବଡ ଷ୍ଟାର୍‌ଙ୍କ ଫିଲ୍ମ ଅଧା ଶୁଟିଂ ହୋଇ ପଡି ରହିଛି । ପୁଣି କିଛି ଫିଲ୍ମ ଶୁଟିଂ ହେବାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି । ଯଦିଓ ଅନଲକ୍‌ 1.0ରେ ଫିଲ୍ମ ଓ ଧାରାବାହିକ ଶୁଟିଂକୁ ଅନୁମତି ଦିଆଯାଇଛି କିନ୍ତୁ ଏବେ ଫିଲ୍ମ ଶୁଟିଂରେ ବହୁତ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି । ସମୟ ସହ ତାଳ ଦେଇ ବଲିଉଡ୍‌ ବେଶ୍‌ ଆଗରେ ରହିଥିବାବେଳେ କରୋନା ପାଇଁ ବଲିଉଡ୍‌କୁ ଏବେ ଦୁଇରୁ…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରେ 13 ପଜିଟିଭ୍‌  ଚିହ୍ନଟ ହୋଇଛନ୍ତି । ଏହି 13 ଆକ୍ରାନ୍ତଙ୍କ ମଧ୍ୟରୁ 7 ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିବାବେଳେ 6ଟି ଲୋକାଲ୍‌ କେସ୍‌ ରହିଛି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରେ ୟୁନିଟ୍‌ 4 ଅଞ୍ଚଳରୁ 2ଟି ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବାବେଳେ ଡୁମୁଡୁମା,ସାଲିଆସାହିରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛି । ସେହିପରି ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବାର ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 81କୁ ବୃଦ୍ଧି ହୋଇଛି । ଏହି 81 ଆକ୍ରାନ୍ତଙ୍କ ମଧ୍ୟରୁ 51 ଜଣ ସୁସ୍ଥ ହୋଇଥିବାବେଳେ ତିନିଜଣ ମୃତ୍ୟୁବରଣ କରିଛନ୍ତି, 27ଟି ଆକ୍ଟିଭ୍‌ କେସ ରହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ । ସୂଚନାଯୋଗ୍ୟ, ଆଜି ରାଜ୍ୟରେ 130ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା 2608କୁ…

Read More

ଗୁଜୁରାଟ : ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦେବା ପର୍ବ ଜାରି ରହିଛି । ଏପର୍ଯ୍ୟନ୍ତ 8 ଜଣ ବିଧାୟକ କଂଗ୍ରେସ ହାତ ଛାଡି ସାରିଲେଣି । ଏହି ଦୁଇ ଦିନ ଭିତରେ ତିନି ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଏହି ବିଧାୟକଙ୍କ ମଧ୍ୟରେ କର୍ଜନରୁ ଅକ୍ଷୟ ପଟେଲ୍‌ ରହିଥିବାବେଳେ କପରଡାରୁ ଜୀତି ଚୌଧୁରୀ ଓ ମୋରବୀରୁ ବ୍ରିଜେଶ୍‌ ମେରଜା ରହିଛନ୍ତି । ବ୍ରିଜେଶ୍‌ ଆଜି ନିଜ ଇସ୍ତଫା ପତ୍ର ଦେଇଥିବାର ସୂଚନା ରହିଛି । ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସର ପାଞ୍ଚ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଗଡ୍‌ଢାରୁ ପ୍ରବୀଣ ମାରୁ, ଲିମ୍ପଡିରୁ ସୋମା ପଟେଲ୍‌, ଅବ୍‌ଡାସାରୁ ପ୍ରଦ୍ୟୁମ୍ନ ସିଂ ଜାଡେଜା, ଧାରୀରୁ ଜେବୀ କାକଡିଆ ଓ ଡାଙ୍ଗରୁ ମଙ୍ଗଲ୍‌ ଗାବିତ ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ…

Read More