Author: Samikhsya Bureau

ପୁରୀ : ଭକ୍ତ ବତ୍ସଳ ମହାପ୍ରଭୁ କାଳିଆ ଠାକୁର ଏଥର ବିନା ଭକ୍ତରେ କରିବେ ତାଙ୍କର ଯାତ୍ରା। ଭକ୍ତ ପ୍ରିୟ କଳା ରସିକ କଳାଠାକୁର ଏଥର ବିନା ଭକ୍ତରେ ଆସିବେ ସ୍ନାନମଣ୍ଡପକୁ ପୁଣି ଆସିବେ ବଡଦାଣ୍ଡକୁ । କରୋନା କଟକଣା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାକୁ ଅନୁମତି ମିଳିଛି । ମାତ୍ର ଚଳିତ ଥର ସ୍ନାନ ଯାତ୍ରାରେ ଭକ୍ତଙ୍କ ଗହଣରେ ପ୍ରଭୁ ଆସିବେନି ବରଂ ଆସିବେ ସେହି ପଣ୍ଡାମାନଙ୍କ ଗହଣରେ । ଗ୍ରହଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ସୂଚନା ଦେଇଛନ୍ତି । ସ୍ନାନ ଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇପାରିବ ନାହିଁ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବାକୁ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 73 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳୁ 96 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 73 ଜଣ ସୁସ୍ଥ ହୋଇଛନ୍ତି । 73 ଆକ୍ରାନ୍ତଙ୍କ ମଧ୍ୟରୁ 28 ଜଣ ବୌଦ୍ଧ ଜିଲ୍ଲାରୁ ରହିଛନ୍ତି । ପୁରୀରୁ 11, କେନ୍ଦ୍ରାପଡାରୁ 10, କଟକରୁ 9 ଜଣ, ଖୋର୍ଦ୍ଧାରୁ 7 ଜଣ, ମାଲକାନଗିରି ଏବଂ ଅନୁଗୁଳରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 1050 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 760 ରହିଛି ।

Read More

ପୁରୀ : ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ରେଲଓ୍ବେର ନିଷ୍ପତ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ରହିଛି । ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଏପରି ନିଷ୍ପତ୍ତି ନେଇଛି ରେଲଓ୍ବେ । ତେବେ ପୁରୀକୁ ଯାଉଥିବା ବା ଆସୁଥିବା ଟ୍ରେନ୍‌ ଭୁବନେଶ୍ବର ଯାଏ ଯିବ । ଜୁନ୍‌ 1ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌  ଭୁବନେଶ୍ବରରୁ ଯିବ ବୋଲି ସୂଚନା ରହିଛି । ସେହିପରି ସିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ୍‌ କ୍ଷେତ୍ରରେ ବି ସମାନ ବ୍ୟବସ୍ଥା ଲାଗୁ କରାଯାଇଛି । ତେବେ କାହିଁକି ପୁରୀକୁ ଟ୍ରେନ୍‌ କଟକଣା କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ସମ୍ଭବତଃ ସ୍ନାନ ପୂର୍ଣ୍ଣିମାକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବାର ଅନୁମାନ କରାଯାଉଛି ।

Read More

ନୂଆଦିଲ୍ଲୀ : ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରୟାସରେ ଭାରତୀୟ ରେଳବାଇ ପକ୍ଷରୁ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରୁଛି । ହେଲେ ଆରପିଏଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ 80ଜଣଙ୍କ ମୃତ୍ୟୁ ହୋଇଛି । ମେ 9 ତାରିଖରୁ ଶ୍ରମିକଙ୍କ ପାଇଁ ଏହି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି । ଲକଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ନିଜନିଜ ରାଜ୍ୟରେ ପହଂଚାଇବା ପାଇଁ ଦେଶରେ ଏଯାବତ୍‌ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚାଲିଛି । ଏହା ପୂର୍ବରୁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଶ୍ରମିକ ଟ୍ରେନ୍‌ରେ ଶ୍ରମିକଙ୍କୁ ହେଉଥିବା ଅନ୍ୟାନ୍ୟ ଅସୁବିଧା ପାଇଁ ରେଳବିଭାଗକୁ ନୋଟିସ୍‌ ଜାରି କରିଛନ୍ତି । ସେହିପରି ଗୁଜୁରାଟ , ବିହାରର ମୁଖ୍ୟ ସମ୍ପାଦକଙ୍କୁ ମଧ୍ୟ ନୋଟିସ୍‌…

Read More

ଭୁବନେଶ୍ବର :ଆଜି  96 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 1819ରେ ପହଞ୍ଚିଛି । ଆଜି ଚିହ୍ନଟ 96 ଜଣ ଆକ୍ରାନ୍ତ 18ଟି ଜିଲ୍ଲାରୁ ରହିଛନ୍ତି । ସମସ୍ତ ଆକ୍ରାନ୍ତ  କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏଯାବତ୍‌ ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 977 ଜଣ ସୁସ୍ଥ ହୋଇଥିବାବେଳେ 833 ଜଣ ଚିକିତ୍ସାଧୀନ ଅଛନ୍ତି। 7 ଜଣଙ୍କର ମୃତ୍ୟୁ ଘଟିଛି।  ତେବେ ବାଲେଶ୍ବରରୁ 72 ବର୍ଷୀୟ ଜଣେ ବୃଦ୍ଧ ଓ ଖୋର୍ଦ୍ଧାର 42 ବର୍ଷୀୟ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ତେବେ କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି : ଜିଲ୍ଲା ଆକ୍ରାନ୍ତ ସୁସ୍ଥ ସକ୍ରିୟ ମୃତ ଗଞ୍ଜାମ 404 317 84 3 ଯାଜପୁର 259 173…

Read More

ଖୋର୍ଦ୍ଧା : ଭାଇ ଭଉଣୀ ସ୍କୁଟିରେ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଭଉଣୀର ମୃତ୍ୟୁ ହୋଇଛି।ଭାଇ ଭଉଣୀ ସ୍କୁଟିରେ ଯାଉଥିବାବେଳେ ଭଉଣୀଟି ଖସିପଡିଥିବାବେଳେ ପଛରେ ଯାଉଥିବା ମିନି ଟ୍ରକ୍‌ ଚଢିଯିବାରୁ ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ହୋଇଥିବାବେଳେ ଭାଇ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଏହି ଦୁର୍ଘଟଣା ଘଟିଛି ।

Read More

କଟକ : ଡ୍ରେନ୍‌ ସଫା ବେଳେ ଘର ଭୁଶୁଡି ପଡ଼ିଥିବାର ସୂଚନା ମିଳିଛି । ଜାଇକା ପକ୍ଷରୁ କଟକରେ ଡ୍ରେନ୍‌ ସଫା ବେଳେଏଭଳି ଏକ ଅଘଟଣ ଘଟିଛି ।ମିଳିଥିବା ସୂଚନା ଅନୁସାରେ ବଜ୍ରକବାଟି ଛତ୍ରବାଜର ମୁଖ୍ୟ ଡ୍ରେନ୍‌ରେ କାମ ବେଳେ ଏହି ଅଘଟଣ ଘଟିଛି ।  ଡ୍ରେନ୍‌ ସଫା କଲାବେଳେ ଏକ ଘରର ଆଗପଟ ଭୁଶୁଡି ପଡିଛି ।  ତେବେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ କେହି ମୃତାହତ ହୋଇନଥିବାର ସୂଚନା ରହିଛି  ।

Read More

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ଅଞ୍ଚଳଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ମୋବାଇଲ ଫୋନ୍‌ ପାଇଁ ଜଣେ ମହିଳା ଜୀବନ ଦେଇଛନ୍ତି । ନୂଆ ମୋବାଇଲ ଫୋନ୍‌ ପାଇଁ ସ୍ବାମୀଙ୍କୁ ବହୁ ବାର ଅନୁରୋଧ କରି ଆସୁଥିଲେ ମହିଳା ଜଣକ । ହେଲେ ସ୍ବାମୀ ମୋବାଇଲ୍‌ ଫୋନ୍‌ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ କହିଲେ । କିନ୍ତୁ ଏହାକୁ ମହିଳା ଜଣକ ଠିକ୍‌ରେ ଗ୍ରହଣ ନ କରି ଆତ୍ମହତ୍ୟା ପରି ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ପିଲାଙ୍କ ଅନ୍‌ ଲାଇନ୍‌ କ୍ଲାସ୍‌ ପାଇଁ ଏକ ନୂତନ ମୋବାଇଲ୍‌ ଫୋନ୍‌ ପାଇଁ ତାଙ୍କ ସ୍ବାମୀଙ୍କଠାରେ ଦାବି କରି ଆସୁଥିଲେ । ତାଙ୍କ ସ୍ବାମୀ ଯେତେବେଳେ ତାଙ୍କୁ ଫୋନ୍‌ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ କହିଲେ, ସେତେବେଳେ ସେ ନିଜ ଉପରେ କିରୋସିନି ତେଲ ଢାଳି…

Read More

ନୂଆଦିଲ୍ଲୀ :   ଦିନକୁ ଦିନ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ  ଭାଙ୍ଗୁଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 73 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା4 ହଜାର 9 ଶହ ଟପିଲାଣି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ 7964ଟି ନୂଆ କରୋନା ମାମଲା ସାମନାକୁ ଆସିଛି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 73  ହଜାର 763 ରେ ପହଂଚିଛି। …

Read More

ଭୁବନେଶ୍ବର : ରାଜ୍ୟରେ ଆଉ 96 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1819କୁ ବୃଦ୍ଧି ହୋଇଛି । ଆଜି 18ଟି ଜିଲ୍ଳାରୁ 96 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ ଗଜପତିରେ ସର୍ବାଧିକ 10 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ 9ଜଣ ଚିହ୍ନଟ ହୋଇଛନ୍ତି ।  ଭଦ୍ରକ, ବଲାଙ୍ଗିର ଓ ସୁନ୍ଦରଗଡରୁ 7 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପୁରରୁ 6 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ 5, ବାଲେଶ୍ବର, ଦେବଗଡ ଓ ନୂଆପଡାରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳରୁ 2, ପୁରୀ, ନୟାଗଡ ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି ।…

Read More

ଭଦ୍ରକ : ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ଆମ୍ବ ତୋଳିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଜଙ୍ଗଲୀ ହାତୀ ଅଚାନକ ଆସି ଆକ୍ରମଣ କରିଥିଲା । ସମ୍ପୃକ୍ତ ଅଞ୍ଚଳକୁ ଦୁଇଟି ଜଙ୍ଗଲୀ ହାତୀ ପଶି ଆସିଛନ୍ତି । ସୂଚନାଯୋଗ୍ୟ,  ଗତକାଲି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଂଚଳରେ ହାତୀ ଜଣେ ମହିଳାଙ୍କର ଜୀବନ ନେଇଥିଲା । ସେହିପରି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଛନ୍ତି । ହାତୀପଲ ଘରେ ପଶି ଧାନ ଓ ଚାଉଳ ଖାଇବା ସହ ଅନ୍ୟାନ୍ୟ ଜିନିଷ ନଷ୍ଟ କରିଛନ୍ତି । କୋଇଡା ରେଞ୍ଜ ଅନ୍ତର୍ଗତ ବଣୁଆ ନିକଟ ଗିରେଇ ଗାଁରେ ହାତୀମାନେ ଏଭଳି ଉତ୍ପାତ କରିଛନ୍ତି । ରାଜ୍ୟରେ ହାତୀ ଉପଦ୍ରମ କମ ହେଉନାହିଁ ।

Read More

କେଦାର ମିଶ୍ର କୋଭିଡ-୧୯ଏକ ମାନବୀୟ ସଙ୍କଟ ଓ ଏହି ସଙ୍କଟ ସମୟରେ କ୍ଷମତା ରାଜନୀତିର ଖେଳ ଅନ୍ତତଃ ବନ୍ଦ ରହିବା ଉଚିତ ବୋଲି ଆମେ ସମସ୍ତେ ଆଶା କରୁଛୁ। ହେଲେ ରାଜନୀତି ସହିତ ପଶାପାଲି ବିଛେଇ ବସିଥିବା ଆମର ରାଜନେତାମାନେ ଏହି ମାନବୀୟ ସଙ୍କଟକୁ ମୁକାବିଲା କରିବାରେ ରାଜନୈତିକ ସ୍ଵାର୍ଥକୁ ପଛରେ ପକାଇ କାମ କରୁଛନ୍ତି କି? ଏହାର ସ୍ପଷ୍ଟ ଉତ୍ତର ହେବ ନା। କୋଭିଡ-୧୯ ଏକ ମହାମାରୀ ଓ ଏହାର ମୁକାବିଲା ପାଇଁ ସବୁ ସରକାରୀ ନିଷ୍ପତ୍ତିକୁ ମାନିବାକୁ  ଆମେ ଆମର ନାଗରିକ ଦାୟିତ୍ଵ ବୋଲି ମାନି ନେଇଛୁ। ତେବେ ନାଗରିକ ଭାବେ ଆମେ ଆମର ଦାୟିତ୍ଵ ତୁଲାଉଥିବା ବେଳେ ଆମ ସରକାର ନିଜର ରାଜନୈତିକ ଦାୟିତ୍ଵ ନିର୍ବାହ ବେଳେ ନିରପେକ୍ଷ ରହି ଆସିଛନ୍ତି କି? କୋଭିଡ-୧୯ ର ସଂକ୍ରମଣ ଓ ତଜ୍ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଅନେକ ପ୍ରଶ୍ନବାଚୀ ଏବେ ଉଠିବା ଆରମ୍ଭ ହୋଇଛି। ଖୋଦ ରାଜଧାନୀ ଦିଲ୍ଲୀରେ…

Read More

ଭୁବନେଶ୍ବର : କରୋନାରେ ସଂକ୍ରମିତଙ୍କ ପରିଚୟ ପ୍ରଘଟ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରିଚୟ ଯେଭଳି ପ୍ରଘଟ ନ ହେବ ସୁନିଶ୍ଚିତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାରେ ଆକ୍ରାନ୍ତ ହୋଇ ଯଦି କୌଣସି ବ୍ୟକ୍ତି ସରକାରୀ ହେଉ କି ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି, କିମ୍ବା କୌଣସି କ୍ୱାରେଣ୍ଟିନ୍‌ ସେଣ୍ଚରେ ରହୁଥିଲେ ତାଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ। ଏପରିକି ସରକାରୀ ବିଭାଗରେ ତଥ୍ୟ ଆଦାନ ପ୍ରଦାନରେ ବି କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରାଯିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ବି କରୋନା ସଂକ୍ରମିତଙ୍କ ପରିଚୟ ଦିଆଯାଇପାରିବ ନାହିଁ ବୋଲି ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Read More

ବରଗଡ : ବରଗଡ ଜିଲ୍ଲାରେ ନୂଆ 6 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭେଡେନ ବ୍ଲକର ଚାରି ଜଣ ରହିଥିବାବେଳେ ଭଟଲି ବ୍ଲକର 2 ଜଣ ଆକ୍ରାନ୍ତ ଚିହ୍ନଟ ରହିଛନ୍ତି। ଛଅଜଣଙ୍କ ମଧ୍ୟରୁ 5 ଜଣ ବାହାର ରାଜ୍ୟ ଫେରନ୍ତା ରହିଥିବାବେଳେ ଗୋଟିଏ ଲୋକାଲ୍‌ କେସ୍‌ ରହିଛି। ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଥିବାର ସୂଚନା ରହିଛି।

Read More

ବାଲେଶ୍ବର : ପୁଣି ପ୍ରବାସୀଙ୍କ ବସ୍‌ ଓଲଟିଛି। ପ୍ରବାସୀଙ୍କୁ ଧରି ଯାଉଥିବା ବସ୍‌ ରାସ୍ତାରେ ଓଲଟିଯିବା ଫଳରେ ସାତ ଜଣ ଆହତ ହୋଇଛନ୍ତି। ଏନ୍‌ଏଚ୍‌-16 ମଙ୍ଗଳପୁର ନିକଟରେ ପ୍ରବାସୀଙ୍କ ବସ୍‌ ଦୁର୍ଘଟଣା ହୋଇଛି। ବସ୍‌ଟି କେରଳରୁ ପ୍ରବାସୀଙ୍କୁ ଧରି ପଶ୍ଚିମବଙ୍ଗ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ପ୍ରାୟ 30ରୁ ଅଧିକ ରହିଥିବାର ସୂଚନା ରହିଛି। ଏହି ଯାତ୍ରୀମାନେ ଆଉ କିଛି ଘଣ୍ଟା ପରେ ପଶ୍ଚିମବଙ୍ଗରେ ପହଞ୍ଚି ଥାଆନ୍ତେ । କିନ୍ତୁ ନିଜ ଅଂଚଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବାସୀମାନଙ୍କର ବସ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି। 16 ନମ୍ବର ଜାତୀୟ ରାଜପଥରେ ମଧ୍ୟ ପୂର୍ବରୁ ପ୍ରବାସୀମାନଙ୍କର ବସ ଦୁ୍‌ର୍ଘଟଣାଗ୍ରସ୍ତ ହୋଇଛି। ସେହିଭଳି କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ବସ ଦୁଇଥର ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଗଂଜାମ ଜିଲ୍ଲାର ସୋରଡ଼ାରେ ମଧ୍ୟ ପ୍ରବାସୀମାନଙ୍କର ବସ ଦୁର୍ଘଟଣାଗ୍ରସ୍ତ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ନିମ୍ନଲିଖିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି। ସେଗୁଡିକ ହେଲା- କଲେଜ୍ ଛକର ମୁଖ୍ଯରାସ୍ତାର ଦୁଇ ପାର୍ଶ୍ଵ ରୁ ରଞ୍ଜନ ଦାସଙ୍କ ଘର ପର୍ଯ୍ୟନ୍ତ। ପୂର୍ବ ଦିଗରେ ସତ୍ୟ ନାରାୟଣ ମୁଦୁଲିଙ୍କ ଘର ଠାରୁ ପଶ୍ଚିମ ଦିଗରେ କୋଟ ବିଦ୍ୟାଧରପୁର ୟୁପି ସ୍କୁଲ୍ ପର୍ଯ୍ୟନ୍ତ। ଉତ୍ତରରେ ସୁଶାନ୍ତ ରଥଙ୍କ ଘର ଠାରୁ ଦକ୍ଷିଣରେ ତ୍ରିନାଥ ସାହୁ ଙ୍କ ଘର ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ଏହିପରି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଠାରୁ ଏନ୍ଏସି ଅଫିସ୍ ରାସ୍ତା ସହ ପ୍ରକାଶ ମେଡିକାଲ୍ ଷ୍ଟୋର ଓ ସେଠାରେ ଥିବା ନିକଟସ୍ଥ ମାର୍କେଟ କମ୍ପଲେକ୍ସ ଗୁଡ଼ିକୁ ମଧ୍ୟ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ପରିଚିହ୍ନିତ କରଯାଇଛି। ପରିଚିହ୍ନିତ ହୋଇ ଥିବା…

Read More

ଭୁବନେଶ୍ବର: ରାଜ୍ୟରେ ଆଉ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ନୂଆପଡା ଜିଲ୍ଲାରେ ବୋଲି ଜଣାପଡିଛି। ତେବେ ସମସ୍ତ ଆକ୍ରାନ୍ତ କ୍ଵାରେଣ୍ଟିନ ସେଣ୍ଟରରେ ରହିଥିଲେ ବୋଲି ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି। ଖଡିଆଳରୁ ୪, ସିନାପାଲିରୁ ୩, ବୋଡେନରୁ ୩, ନିମାପଡାରୁ ୨ ଜଣ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତ ପୁରୁଷ ଏବଂ ସେମାନେ ସମସ୍ତେ ବାହାର ରାଜ୍ୟରୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୧ଜଣ ମୁମ୍ବାଇ ଏବଂ ଜଣେ ହାଇଦ୍ରାବାଦ ଫେରନ୍ତା।

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟର ଘୋଷଣା ଅନୁସାରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଗତକାଲି ଆନୁଷ୍ଠାନିକ ଭାବେ ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର ପ୍ରଦାନ ପ୍ରକ୍ରିୟାରେ ଇ-ପାନ୍ ନମ୍ବର ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ତତ୍କାଳ ପାନ୍ ପାଇଁ ଆବେଦନ ପ୍ରକ୍ରିୟା ଖୁବ ସରଳ କରାଯାଇଛି। ତତ୍କାଳ ପାନ୍ ପାଇବାକୁ ଇଚ୍ଛୁକ ବ୍ୟକ୍ତି ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟକୁ ଯାଇ ତାଙ୍କର ବୈଧ ଆଧାର ନମ୍ବର ଓ ପରେ ପରେ ତାଙ୍କର ଆଧାର ପଞ୍ଜୀକୃତ ମୋବାଇଲରେ ଆସିଥିବା ଓଟିପିକୁ ଦେବେ। ଏହି ପଦ୍ଧତି ସଫଳତାର ସହିତ କରିସାରିବା ପରେ ଏକ 15 ଅଙ୍କ ବିଶିଷ୍ଟ ସ୍ଵୀକାରୋକ୍ତି ନମ୍ବର ସୃଷ୍ଟି ହେବ। ଯଦି ଆବଶ୍ୟକ ହୁଏ, ଆବେଦନକାରୀ ଯେକୌଣସି ସମୟରେ ତାଙ୍କ ବୈଧ…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ ଡଇଁଚା ଗ୍ରାମରେ ଥିବା ସେବା ସମବାୟ ସମିତି ତରଫରୁ ମାକ୍ସ ବଂଟନ କରାଯାଇଛି। ସମିତିର ସଂପାଦକ ଆର୍ତ୍ତତ୍ରାଣ ରାଉଳ ୫ ଟି ପଂଚାୟତର ସହସ୍ରାଧିକ ଚାଷୀଭାଇମାନଙ୍କୁ ମାକ୍ସବଂଟନ କରିଥିଲେ। ସାରା ଦେଶରୁ କରୋନା ମହାମାରୀକୁ କିପରି ବିନାଶ କରିବା ସେ ସଂପର୍କରେ ଚାଷୀମାନଙ୍କୁ ସଂପାଦକ ଆର୍ତ୍ତତ୍ରାଣ ରାଉଳ ସଚେତନତାର ବାର୍ତ୍ତା ଦେଇଥିଲେ। ସମସ୍ତେ ବାହାରକୁ ବାହାରିଲେ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ପ୍ରବାସୀ ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ସଂପାଦକ ଆହ୍ୱାନ ଦେଇଥିଲେ। ଅଯଥା ପ୍ରବାସୀ ମାନଙ୍କୁ ଗ୍ରାମାଂଚଳର ଲୋକମାନେ ହଇରାଣ ନ କରି ସେମାନେ ଆମର ଭାଇ ଟିଏ ବୋଲି ଆଦର କରିବା ସହ ସେମାନେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବାକୁ ଆମେ ସମସ୍ତେ ସେମାନଙ୍କୁ ସଚେତନତାର ବାର୍ତ୍ତା ଦେବା ବୋଲି ପ୍ରକାଶ କରିଥିଲେ। ସମିତିର ସମସ୍ତ କର୍ମକର୍ତ୍ତା, ଚାଷୀମାନେ ଉପସ୍ଥିତ ଥିଲେ।

Read More

ଭୁବନେଶ୍ଵର: ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ତିନି ମାସର ରୋଡ ଟାକ୍ସ ଛାଡ ପାଇଁ ଘୋଷଣା କରାଯାଇଛି। ସମସ୍ତ ଯାତ୍ରୀବାହି ଗାଡିଗୁଡିକ ଲାଗି ରୋଡ ଟାକ୍ସ ଛାଡ ନେଇ ଘୋଷଣା କରାଯାଇଛି। ଲକ ଡାଉନ କାରଣରୁ ଗାଡି ମାଲିକ ମାନେ କ୍ଷତି ସହୁଥିବାରୁ ସରକାରଙ୍କ ନିକଟରେ ଟାକ୍ସ ଛାଡ ପାଇଁ ଦାବି କରାଯାଉଥିଲା। ତେବେ ଏହି ବିଷୟକୁ ସରକାର ବିଚାରକରି ଆଜି ରୋଡ ଟାକ୍ସ ଛାଡ କରିଛନ୍ତି। ଏପ୍ରିଲ, ମେ, ଜୁନ ମାସ ପାଇଁ ରୋଡ ଟାକ୍ସ ଛାଡ ହୋଇଥିବାର ସୂଚନା ମିଳିଛି।

Read More

ଭୁବନେଶ୍ୱର: କରୋନା ସଂକ୍ରମଣ ବିରୋଧରେ ଭାରତର ଲଢେଇରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଥିବା ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଚୀନ୍‌ଠାରୁ ତିନି ଗୁଣ ଶସ୍ତା ଓ ଉତ୍ତମ ଗୁଣ ବତ୍ତା ବିଶିଷ୍ଟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପୋଷାକ) ବା ପିପିଇ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛି। ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଏହି କିଟ୍‌ଗୁଡିକର ଉତ୍ତମ ଗୁଣବତ୍ତା ରହିଛି। କମ୍ପାନୀର ସିଲଭାସା ସ୍ଥିତ କାରଖାନାରେ ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରାଯାଉଛି। ଚୀନରୁ ଆମଦାନୀ କରାଯାଉଥିବା ପ୍ରତି ପିପିଇ କିଟ୍‌ର ମୂଲ୍ୟ ଦୁଇ ହଜାର ଟଙ୍କାରୁ ଅଧିକ ରହୁଥିବା ବେଳେ ରିଲାଏନ୍ସର ସହଯୋଗୀ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରୀଜ ଦ୍ୱାରା ମାତ୍ର ୬୫୦ ଟଙ୍କାରେ ପିପିଇ ପ୍ରସ୍ତୁତ କରାଯାଉଛି। ପିପିଇ କିଟ୍ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ପୋଲିସ ଓ ସଫେଇ କର୍ମଚାରୀଙ୍କ ଭଳି ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିଥାଏ।…

Read More