ଛତିଶଗଡ : ପଡୋଶୀ ଛତିଶଗଡ ରାଜ୍ୟରେ ପ୍ରବେଶ କଲେ ପଙ୍ଗପାଳ ପଲ। ଛତିଶଗଡ କୋରିଆ ଜିଲ୍ଲାର ଭରତପରୁ ଜଙ୍ଗଲରେ ପଙ୍ଗପାଳ ପହଞ୍ଚିଥିବାର ସୂଚନା ରହିଛି। ମଧ୍ୟପ୍ରଦେଶରୁ ଆସି କୋରିଆଁ ଜିଲ୍ଲାରେ ପହଞ୍ଚିଛନ୍ତି ପଙ୍ଗପାଳ। ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ଛନ୍କା ପଶିଛି। ପଙ୍ଗପାଳ ଦଳକୁ ଘଉଡାଇବା ପାଇଁ ଗାଁ ଲୋକ ମାନେ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି। ବାଣଫୁଟାଇ, ଟିଣ ବାଡେଇ ପଙ୍ଗପାଳଙ୍କୁ ଘଉଡାଉଥିବା ସୂଚନା ରହିଛି। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ କୀଟନାଶକ ସ୍ପ୍ରେ କରୁଥିବାର ସୂଚନା ରହିଛି। ଛତିଶଗଡକୁ ଆସିଥିବା ପଙ୍ଗପାଳ ଦଳ ପ୍ରାୟ ତିନି କିମି ପର୍ଯ୍ୟନ୍ତ ଲମ୍ବିଛି । ଏହି ତିନି କିମି ଲମ୍ବିଥିବା ଦଳରେ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଅଛନ୍ତି ବୋଲି ସୂଚନା ରହିଛି। ସେହିପରି ଛତିଶଗଡରେ ପଙ୍ଗପାଳ ଆସିବା ପରେ ଓଡ଼ିଶାକୁ ମଧ୍ୟ ପଙ୍ଗପାଳ ଭୟ ବଢିଛି। ଚାଷୀଙ୍କ ପାଇଁ ରାଜ୍ୟ କୃଷି ବିଭାଗ ଗାଇଡଲାଇନ୍ସ ଜାରି କରିଛି ।
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ-ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚାରମାଳ ପୋଲିସ୍ ୩୫ କେଜି ଗଞେଇ ଓ ୨ଟି ବାଇକ ଜବତ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧରୁ ଗଞ୍ଜେଇ ଧରି ଆସୁଥିବା ଦୁଇଟି ବାଇକକୁ ଚାରମାଳ ଥାନା ତେଲିପଣା ଛକ ନିକଟରେ ଗତକାଲି ସକାଳେ ଧରିବାରେ ସଫଳ ହୋଇଛି। ବେପାରୀମାନେ ମୂଖ୍ୟ ରାସ୍ତାରେ ନ ଆସି ଜଙ୍ଗଲି ରାସ୍ତାରେ ଆସୁଥିବାର ଚାରମାଳ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ଆସିଥିଲା । ଗଞ୍ଜେଇ ବେପାରୀମାନେ ବାଇକ ନଂ (ଓଡି ୧୫ ଏଫ୍ ୧୦୦୪) ଓ (ଓଆର୍ ୧୪ ଏମ୍ ୦୪୪୭) ରେ ୩୫ କେଜି ଗଞ୍ଜେଇ ଧରି ଆସୁଥିଲେ। ବେପାରୀମାନେ ପୋଲିସକୁ ଦେଖି ଗଞ୍ଜୋଇ ଓ ବାଇକ ଦୁଇଟି ଛାଡି ଫେରାର ହେବାରେ ସକ୍ଷମ ହୋଇଥିଲେ । ପୋଲିସ୍ ସେମାନଙ୍କୁ ଧରି ପାରି ନ ଥିଲା। ଏମିତି ଚାରମାଳ ଅଂଚଳରେ…
ରୋମାନିଆ : ବିଶ୍ବରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କରୋନା କବଳରୁ ବର୍ତ୍ତିବା ପାଇଁ ଚେଷ୍ଟା ଜାରି ରହିଛି। ସାମାଜିକ ଦୂରତ୍ବ ରକ୍ଷା ପାଇଁ ବିଶ୍ବର ପ୍ରାୟ ସବୁ ଦେଶ କଠୋର କଟକଣା ଲଗାଇଛନ୍ତି । ତେବେ ଏବେ ସାମାଜିକ ଦୂରତ୍ବ ରକ୍ଷା କରିବା ଜୋତା । ରୋମାନିଆରେ ଏବେ ଏପରି ଏକ ଜୋତା ବିକ୍ରି ହେଉଛି ଯାହା ସାମାଜିକ ଦୂରତ୍ବ ରକ୍ଷା କରିବାରେ ବିଶେଷ ସହାୟକ ହୋଇପାରୁଛି । ମିଳିଥିବା ସୂଚନା ଅନୁସାରେ ରୋମାନିଆରେ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଥିଲା । ଏହା ପରେ କଟକଣା କୋହଳ କରାଯାଇଥିଲା । କିନ୍ତୁ କଟକଣା କୋହଳ ପରେ ଲୋକେ ସାମାଜିକ ଦୂରତ୍ବକୁ ମାନୁନଥିବାର ଦେଖାଯାଇଥିଲା । ଏହା ପରେ ଜଣେ ଯୋତା ବିକାଳୀ ଏପରି ଏକ ଜୋତା ପ୍ରସ୍ତୁତ କରିଛନ୍ତି, ଯାହା ସାମାଜିକ ଦୂରତ୍ବକୁ ରକ୍ଷା କରିବାରେ ସାହାଯ୍ୟ କରୁଛି । କ୍ଲୁଜ୍ ଟ୍ରାନ୍ସିଲବିଅନ୍…
ଭୁବନେଶ୍ବର : ଆଜି 19ଟି ଜିଲ୍ଲାରୁ 156 ଜଣ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ 50ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 20 ଜଣ, ଗଞ୍ଜାମରୁ 17, ଜଗତସିଂହପୁରରୁ 14, ଯାଜପୁରରୁ 11, କନ୍ଧମାଳରୁ 9, ଭଦ୍ରକ ଜିଲ୍ଲାରୁ 7 ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା, ନୟାଗଡ, ସୁନ୍ଦରଗଡ ଓ ନୂଆପଡା, ମୟୂରଭଞ୍ଜ, ବରଗଡ, ସୋନପୁରରୁ ତିନିଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିର ଓ ସମ୍ବଲପୁରରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 431 334 94 3 0 ଯାଜପୁର 280 179 101 0 0 ବାଲେଶ୍ବର 152 124 27 0 1 ଖୋର୍ଦ୍ଧା…
ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 156 କରୋନା ଆକ୍ରାନ୍ତ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2ହଜାର 104କୁ ବୃଦ୍ଧି ହୋଇଛି । ନୂତନ 156ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 153ଜଣ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 3ଟି ଲୋକାଲ୍ କେସ୍ ରହିଛି । ଆଜି 19 ଜିଲ୍ଲାରୁ 156 ଜଣଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି ବୋଲି ସୂଚନା ରହିଛନ୍ତି ।ଏବେ ସୁଦ୍ଧା ରାଜ୍ୟରେ ଆକ୍ଟିଭ୍ କେସ୍ 969 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1126। କରୋନା ଯୋଗୁଁ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ସାତଜଣ । ସେହିପରି ଦୁଇଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କେଦାର ମିଶ୍ର ଜୁନ ମାସ ତିରିଶ ତାରିଖ ଯାଏ ଆପାତତଃ ତାଲାବନ୍ଦ ବା ଲକ ଡାଉନ ଅବ୍ଯାହତ ରହିଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏହାକୁ ତାଲା ଖୋଲିବାର ପ୍ରଥମ ସୋପାନ ବା “ଲକ ଆଉଟ-୧” ବୋଲି କହିଛନ୍ତି। କ୍ରମେ କ୍ରମେ ଜୁଲାଇ ମାସରେ ଦେଶର ଆର୍ଥିକ ଗତିବିଧି ସ୍ଵାଭାବିକ ହେବାର ପ୍ରକ୍ରିୟା ଚାଲିବ ବୋଲି ସରକାର କହିଛନ୍ତି। ତେବେ ଦେଶରେ ଯେହେତୁ ଏବେ ମଧ୍ୟ ଜାତୀୟ ବିପର୍ୟୟ ପରିଚାଳନା ଆଇନ ଏବଂ ମହାମାରୀ ଆଇନ ଲାଗୁ ହୋଇଛି, ତେଣୁ ଲକ ଆଉଟ ବୋଲି ଏହାକୁ କେମିତି କହିବା। ତେବେ ସବୁଠୁ ବିଚିତ୍ର କଥାଟି ହେଉଛି, ଯେଉଁ ଦିନ ସରକାର ଲକ ଆଉଟ ଘୋଷଣା କରୁଛନ୍ତି, ସେଦିନ ଦେଶରେ ସର୍ବାଧିକ ୮୩୮୦ ସଂକ୍ରମିତ ଏବଂ ୨୦୫ ଜଣ ମୃତ ବୋଲି ସୂଚନା ମିଳୁଛି।ଲକ ଡାଉନ ଆରମ୍ଭର ପ୍ରଥମ ତିନି ସପ୍ତାହ ସରିବା ବେଳକୁ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୧,୪୮୫…
ନରସିଂହପୁର : କ୍ବାରେଣ୍ଟିନ୍ କେନ୍ଦ୍ର ବାହାରୁ ପ୍ରବାସୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । କଟକ ବଡମ୍ବା ନୋଡାଲ ହାଇସ୍କୁଲ କ୍ବାରେଣ୍ଟିନ୍ କେନ୍ଦ୍ର ବାହାରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ପ୍ରବାସ ଫେରନ୍ତା ହୋଇଥିବାବେଳେ ସେ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିଲେ । ମୃତକ ଜଣକ କୃଷ୍ଣଚନ୍ଦ୍ରପୁର ଗ୍ରାମର ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ପ୍ରବାସୀ ଜଣକ ଗତ 26 ତାରିରୁ ମୁମ୍ବାଇର ଆସିଥିବାବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । କିନ୍ତୁ ଆଜି ସକାଳୁ କ୍ବାରେଣ୍ଟାଇନ୍ ସେଣ୍ଟରର ପାଚେରୀ ବାହାରେ ଏକ ବିଲରେ ତାଙ୍କ ମୃତଦେହ ଠାବ କରାଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ବ୍ୟକ୍ତିଙ୍କର ମଧୁମେହ ଓ ହାର୍ଟ ସମସ୍ୟା ଥିଲା ବୋଲି ନରସିଂହପୁର ତହସିଲଦାର ଜଣାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ରୂପେ ଜଣାପଡିବ…
ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ଲକଡାଉନ୍ 5.0ର ଆରମ୍ଭ ହୋଇଛି । ଏହା ସହିତ ଆଜିଠାରୁ ଦେଶରେ ଅନଲକ୍- 1.0 ମଧ୍ୟ ଆରମ୍ଭ ହୋଇଛି । କରୋନା ମୁକାବିଲା ପାଇଁ ଦେଶରେ ଚାରୋଟି ପର୍ଯ୍ୟାୟ ଲକଡାଉନ୍ ପରେ ଆଜିଠାରୁ ଦେଶରେ ଅନଲକ୍ ନିୟମ ଲାଗୁ ହୋଇଛି । ଏସବୁ ମଧ୍ୟରେ ଦେଶରେ କରୋନା ବିପର୍ଯ୍ୟୟ ଜାରି ରହିଛି । ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 1.90 ଲକ୍ଷ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା 5,394ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ 1 ଲକ୍ଷ 90 ହଜାର 535 ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଥିବାବେଳେ 5,394 ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦେଶର 91,819 ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ଦେଶରେ 92,322 ସକ୍ରିୟ ମାମଲା ରହିଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ 8,392 ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 230…
ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ବେକାବୁ ସ୍ଥିତିରେ ରହିଛି । 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା 3 ଲକ୍ଷ 73 ହଜାର 855କୁ ବୃଦ୍ଧି ହୋଇଛି । ସେହିପରି ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 62ଲକ୍ଷ 62 ହଜାର 805ରେ ପହଞ୍ଚିଛି । କରୋନାରୁ ଆରୋଗ୍ୟ ହୋଇଛନ୍ତି 28 ଲକ୍ଷ 46 ହଜାର 523ଜଣ । ବିଶ୍ବର 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବ ଆକ୍ରାନ୍ତ ତାଲିକାରେ ସପ୍ତମ ସ୍ଥାନରେ ଭାରତ ରହିଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 5,394କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ନବେ ହଜାର 609 ରହିଛି । 12ଟି ଦେଶରେ ଏକ ଲକ୍ଷରୁ ଅଧିକ କରୋନା ମାମଲା ରହିଛି । ରୁଷ୍, ବ୍ରାଜିଲ୍ ସ୍ପେନ୍, ୟୁକେ, ଇଟାଲୀରେ କରୋନା ମାମଲା ସଂଖ୍ୟା ଦୁଇ ଲକ୍ଷ ପାର୍…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ମହାମାରୀ କରୋନା ଯୋଗୁଁ ବାଣପୁର ବ୍ଲକର ଆଉ ଦୁଇଟି ପଞ୍ଚାୟତ ସଟ୍ଡାଉନ୍ କରାଯାଇଛି। ଆଜିଠାରୁ ଆଗାମୀ ୪୮ ଘଣ୍ଟା ପାଇଁ ଦୁଇଟି ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ନାଚୁଣୀ ଓ ମୋରାମୋରି ପଞ୍ଚାୟତରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ପଞ୍ଚାୟତକୁ ସରପଞ୍ଚ ସଟ୍ଡାଉନ୍ ଘୋଷଣା କରିଛନ୍ତି। ମୋରାମୋରି ପଞ୍ଚାୟତରେ ଜଣେ ଗୁଜୁରାଟ ଫେରନ୍ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ଥାନୀୟ ସରପଞ୍ଚ ସବିତା ନାୟକ ଉକ୍ତ ପଞ୍ଚାୟତକୁ ଆସନ୍ତା ୨ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ଗହୀର ମୋରାମୋରି ଗ୍ରାମକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି। ସେହିପରି ଗତକାଲି ନାଚୁଣୀ ପଞ୍ଚାୟତର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଗ୍ରାମର ସରପଞ୍ଚ କାବୁଲ୍ ପ୍ରଧାନ ଉକ୍ତ ପଞ୍ଚାୟତକୁ ଆସନ୍ତା ତିନି ତାରିଖ ଯାଏ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ଆକ୍ରାନ୍ତମାନେ ଗୁଜୁରାଟ ଓ ମହାରାଷ୍ଟ୍ର…
ଆମେରିକା : କରୋନା ସଂକଟ କାଳରେ ଆମେରିକାରେ ଗୃହ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଦୀର୍ଘଦିନ ପରେ ଆମେରିକାରେ ପୁଣିଥରେ କୃଷ୍ଣକାୟ ଓ ଶ୍ବେତାଙ୍ଗ ପ୍ରସଙ୍ଗ ଉଠିଛି । ପୋଲିସ୍ ହେପାଜତରେ ଥିବା ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆମେରିକାରେ ହିଂସା ଉଗ୍ରରୂପ ଧାରଣ କରିଛି । ଏହି ନିଆଁ ଏବେ ହ୍ବାଇଟ୍ ହାଉସ୍ ପାଖରେ ପହଞ୍ଚିଲାଣି । ରବିବାର ଦିନ ପଥରମାଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁରକ୍ଷିତ ବଙ୍କରରେ ନିଆଯାଇଛି । ହ୍ବାଇଟ୍ ହ୍ବାଉସ୍ ନିକଟରେ ପ୍ରବଳ ପ୍ରତିବାଦ କରାଯାଉଛି । ଦେଶରେ ଏହି ହିଂସା ସ୍ଥିତି ଯୋଗୁଁ ଆମେରିକାର ରାଜଧାନୀ ଓ୍ବାଶିଂଟନ୍ ଡିସି ସମେତ ନ୍ୟୁୟର୍କ, ନ୍ୟୁଜର୍ସି ସମେତ ଆମେରିକାର 40ଟି ସହରରେ କର୍ଫ୍ୟୁ ଜାରି ହୋଇଛି । 15ଟି ପ୍ରୋଭିନ୍ସ ଓ ଓ୍ବାଶିଂଟନ୍ ଡିସିରେ 5 ହଜାର ନ୍ୟାସନାଲ୍ ଗାର୍ଡ ମୂତୟନ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମିନ୍ନିଆପଲିସ୍ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ…
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଓ୍ବାଜିଦ୍ ଖାନ୍ଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସୂଚନା ରହିଛି । ମୃତ୍ୟୁ ବେଳକୁ ତାଙ୍କୁ 42 ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। କୀଡିନ୍ ସଂକ୍ରମଣ ସହ ଏକାଧିକ ରୋଗରେ ପୀଡ଼ିତ ଥିଲେ ଓ୍ବାଜିଦ୍ । କିଛି ଦିନ ପୂର୍ବରୁ ଓ୍ବାଜିଦ୍ କରୋନାରେ ସଂକ୍ରମିତ ହୋଇଥିଲେ ବୋଲି ସୂଚନା ରହିଥିଲା । ତେବେ କରୋନା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଓ୍ବାଜିଦ୍ଙ୍କ ବିୟୋଗରେ ବଲିଉଡ୍ରେ ଶୋକର ଛାୟା ଖେଳି ଯାଇଛି। ସାଜିଦ୍-ଓ୍ବାଜିଦ୍ ଯୋଡ଼ି ୧୯୯୮ରେ ବଲିଉଡ୍ ଅଭିନେତା ସଲ୍ମାନ୍ ଖାନ୍ଙ୍କ ଅଭିନୀତ ଫିଲ୍ମ ‘ପ୍ୟାର୍ କିୟା ତୋ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବେଆଇନ ମଦ ଚାଲାଣ ଅଭିଯୋଗରେ ଆଜି ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଚିକିଟିର ଶ୍ରୀକାନ୍ତ ବେହେରା, ବ୍ରହ୍ମପୁରର ରବୀନ୍ଦ୍ର କୁମାର ନାୟକ ଏବଂ ସୁରଜ ହାତୀ । ଘଟଣାରୁ ପ୍ରକାଶ ଯେ ଏହି ତିନିଜଣ ଦୁଇଟି ମୋଟର ସାଇକେଲ୍ରେ ଦିଗପହଣ୍ଡି ଅଂଚଳରେ ବେଆଇନ ଦେଶୀ ମଦ ଧରି ଯାଉଥିବାବେଳେ ଅବକାରୀ ବିଭାଗ ଅଟକାଇଥିଲା । ଏମାନଙ୍କ ନିକଟରୁ ତିନୋଟି ବ୍ୟାରେଲ୍ରେ ଥିବା ୩୭ ଲିଟର ଦେଶୀମଦ ଜବତ ହୋଇଛି । ଏହା ସହ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରାଯାଇଛି ।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋଭିଡ-୧୯ ସ୍ୱତନ୍ତ୍ର ହସପିଟାଲ ରେ ଚିକିତ୍ସିତ ହେଉଥିବା କରୋନା ପଜିଟିଭ ମାନଙ୍କ ମଧ୍ୟରୁ ୧୧ ଜଣ ଆରୋଗ୍ୟ ହେବାପରେ ସେମାନଙ୍କୁ ହସ୍ପିଟାଲରୁ ରିଲିଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । ଏହି କୋଭିଡ ହସପିଟାଲରେ କଳାହାଣ୍ଡିର ୧୮ ଜଣ ଓ ନୂଆପଡାର ୨ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ୧୧ ଜଣ ଆରୋଗ୍ୟ ହେବା ପରେ ବଳକା ୯ ଜଣ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ବ୍ୟତୀତ ୪୧ ଜଣ ସନ୍ଦିଗ୍ଧ ସ୍ୱତନ୍ତ୍ର ନୀରିକ୍ଷଣରେ ରହିଥିଲେ । ଚିକିତ୍ସିତ ହେବା ପରେ ସେମାନଙ୍କ ମଧ୍ୟରୁ ୨୦ ଜଣ ଆରୋଗ୍ୟ ହୋଇ ରିଲିଭ ହୋଇଥିବା ଜଣାପଡିଛି । ଏହି କୋଭିଡ ହସ୍ପିଟାଲରେ ୨୦୦ ଶଯ୍ୟା ଥିବା ବେଳେ ୬ଟି ଆଇସିୟୁ ଶଯ୍ୟା ରହିଥିବା ଜଣାପଡିଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର/ବେଗୁନିଆପଡା : ଖଲିକୋଟ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବେଲଝରୀଠାରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ବେଆଇନ ସ’ ମିଲ୍କୁ ଆଜି ବନବିଭାଗ ପକ୍ଷରୁ ଚଢ଼ାଉ କରି ସିଲ୍ କରାଯାଇଛି । ଏହା ସହ ସ’ ମିଲ୍ରୁ ଲକ୍ଷାଧିକ ଟଙ୍କାର କାଠ ଓ କାଠକଟା ମେସିନ୍ ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ ଏହି ସ’ ମିଲ୍ରେ ବହୁଦିନ ହେଲା ବେଆଇନ ଭାବେ କାଠକଟା ଯାଉଥିବା ନେଇ ଅଭିଯୋଗ ହେବା ସହ ବିଭିନ୍ନ ଖବରକାଗଜରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା । ଯାହାଫଳରେ ବ୍ରହ୍ମପୁର ଡ଼ିଏଫ୍ଓ ଅମ୍ଳାନ ନାୟକ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚଢ଼ାଉରେ ବ୍ରହ୍ମପୁର ମୋବାଇଲ୍ ଷ୍ଟାଫ୍ ବ୍ରହ୍ମପୁର ଏସିଏଫ୍ ଅଶୋକ ବେହେରା, ଏସିଏଫ୍ ମାଧବୀଲତା, ପୋଲିସ୍ ଫୋର୍ସ ରେଞ୍ଜର ଦିଲିପ ମାର୍ଥାଙ୍କ ସହ ଦିଗପହଣ୍ଡି ଏବଂ ପୋଲସରା ରେଞ୍ଜ ଅଫିସର ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । କରତ…
ମୁମ୍ବାଇ : ନିକଟରେ ସାମୁଦ୍ରିକ ବାତ୍ୟା ଆମ୍ପାନ କାରଣରୁ ପଶ୍ଚିମବଙ୍ଗ ଓ ଓଡିଶା ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆରବ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ଆସନ୍ତା 3 ତାରିଖ ସୁଦ୍ଧା ଏହି ସାମୁଦ୍ରିକ ବାତ୍ୟା ଗୁଜରାଟ ଏବଂ ମହାରାଷ୍ଟ୍ର ଛୁଇଁବାର ସମ୍ଭାବନା ରହିଛି । ଆସନ୍ତା କାଲି ଠାରୁ ଏହାର ପ୍ରଭାବରେ ଝଡ ବର୍ଷା ହେବା ସହିତ 3 ତାରିଖରେ ଏହା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ: କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ୍)କୁ 40 ହଜାର ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଛି। ଏହା ସହିତ 170ଟି ଅସ୍ତ୍ରଶସ୍ତ୍ର ଥିବା ଗାଡି ମଧ୍ୟ ପ୍ରଦାନ କରାଯାଇଛି। ରବିବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟାକାରେ ଏବଂ ବିଭିନ୍ନ ନକ୍ସଲ୍ ଉପଦ୍ରୁତ ଅଞ୍ଚଳରେ ଏହି ଗାଡି ଏବଂ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ବ୍ୟବହୃତ ହେବ। 170ଟି ଗାଡି ମଧ୍ୟରୁ 80ଟି ମାରୁତି ଜିପ୍ସୀ ରହିଛି। ଏହି ଗାଡି ଗୁଡିକ ପୁନର୍ବାର ଡିଜାଇନ୍ କରାଯାଇ ଆର୍ମର୍ଡ ଗାଡିକୁ ରୂପାନ୍ତରିତ କରାଯାଇଛି। ଏହି ଗାଡି ଗୁଡିକ ସୁରକ୍ଷା ବଳ ଅଧିକାରୀଙ୍କୁ ଗୁଳି ଏବଂ ପଥର ମାଡରୁ ରକ୍ଷା କରିବ। ଏହା ସହିତ ଭବିଷ୍ୟତରେ ଆହୁରି 176ଟି ଅସ୍ତ୍ରଶସ୍ତ୍ର ଥିବା ଗାଡି ଏବଂ 42 ହଜାର ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। (ଏଜେନ୍ସି)
ହାଇଦ୍ରାବାଦ : ନିଜର ଅପ୍କମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ତେଲୁଗୁ ସୁପରଷ୍ଟାର ମହେଶ ବାବୁ । ନିଜ ପିତା କ୍ରିଷ୍ଣାଙ୍କ 77 ତମ ଜନ୍ମଦିବସରେ ମହେଶ ବାବୁ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିବା ସହିତ ଫିଲ୍ମର ପୋଷ୍ଟର ରିଲିଜ୍ କରିଛନ୍ତି । ମହେଶ ବାବୁଙ୍କ ଏହି ନୂତନ ଫିଲ୍ମର ନାମ ସରକାରୁ ଭାରି ପାଟା ରହିଛି । ପର୍ଶୁରାମ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଗୀତାଗୋବିନ୍ଦମ୍ ପରେ ପର୍ଶୁରାମଙ୍କର ଏହା ଦ୍ବିତୀୟ ଫିଲ୍ମ । ଫିଲ୍ମର ପୋଷ୍ଟରରେ ମହେଶ ବାବୁଙ୍କ ମୁହଁର ଗୋଟିଏ ସାଇଡ୍ ଦେଖିବାକୁ ମିଳିଛି । ମହେଶଙ୍କ ଶେଷ 3ଫିଲ୍ମ 150 କୋଟି ଟଙ୍କା ଆୟ କରିଥିବାରୁ ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ସଫଳ ହେବ ବୋଲି ସିନେ ସମୀକ୍ଷକ ମାନେ ଆଶା କରିଛନ୍ତି । ତେବେ ମହେଶଙ୍କ ଶେଷ ଫିଲ୍ମ ସରେଲିରୁ ନିକେଏଭରୁ 206 କୋଟି ଟଙ୍କା ଆୟ କରିଥିଲେ ମଧ୍ୟ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକ୍ଡାଉନ୍ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଗାଡି ଚୋରି ହୋଇଛି। ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ସମ୍ମୁଖରୁ ଏକ ଗାଡି ଚୋରି ହୋଇଛି। ଘଟଣାରୁ ପ୍ରକାଶ ଯେ, ଗାଡିର ମାଲିକ ୯ ନମ୍ବର ଓ୍ବାର୍ଡର ରମେଶ ଚନ୍ଦ୍ର ନାୟକ କେନ୍ଦ୍ରାପଡାରୁ ଫେରିବା ପରେ ଦକ୍ଷପ୍ରଜାପତି ମନ୍ଦିର ସାମ୍ନାରେ ଗାଡି ପାର୍କ କରିଥିଲେ। ପିକ୍ଅପ୍ ଭ୍ୟାନଟିକୁ ରାତି ୧୧ ଟା ସମୟରେ ଶେଷ ଥର ଦେଖିଥିବା ବେଳେ ସକାଳ 8ଟା ବେଳକୁ ଗାଡି ଉକ୍ତ ସ୍ଥାନରେ ନଥିଲା। ଗାଡିର କିଛି ଭଙ୍ଗା କାଚ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ଗାଡି ମାଲିକ ବାଣପୁର ଥାନାରେ ଗାଡି ଚୋରି ନେଇ ଅଭିଯୋଗ କରିଥିଲେ। ସେହିପରି ଅଲାଇଡିହ ନିକଟସ୍ଥ ସୁଜିତ କୁମାର ପାଢୀଙ୍କ ପିକ୍ଅପ୍ ଭ୍ୟାନ୍କୁ ଚୋରି କରିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ। ତେବେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ଗାଡିଟିକୁ ବ୍ରାହ୍ମଣୀଦେବୀ ମିଷ୍ଟାନ୍ନ ଭଣ୍ଡାର ସାମ୍ନା…
ଫ୍ଲୋରିଡା : ଆମେରିକାର ଜନ୍ ଏଫ୍ କେନେଡି ମହାକାଶ ବିଜ୍ଞାନ କେନ୍ଦ୍ରରୁ ଲଞ୍ଚ ହୋଇଛି ଏଲନ୍ ମସ୍କଙ୍କ ବହୁ ପ୍ରତୀକ୍ଷିତ ସ୍ପେସ୍ ଏକ୍ସ । ସଫଳତାର ସହିତ ଏହି ଲଞ୍ଚ ସମ୍ପନ୍ନ ହେବା ପରେ ଏଲନ୍ ମସ୍କ ଭାବବିହ୍ବଳ ହୋଇପଡିଥିଲେ । ପ୍ରଥମ ଘରୋଇ କମ୍ପାନୀ ଭାବରେ ନାସାରୁ ଲଞ୍ଚ ହୋଇଛି ଏହି ସ୍ପେଶ୍ ମିଶନ । ସର୍ବଦା ଶାନ୍ତ ରହୁଥିବା ମସ୍କ ଏହି ମିଶନର ସଫଳ ଲଞ୍ଚ ପରେ ଖୁସିରେ ଉତ୍ଫୁଲ୍ଲିତ ହୋଇଥିବା ଦେଖାଯାଇଥିଲା । ଫାଲ୍କନ୍ 9 ରକେଟ୍ରେ ସ୍ପେସ୍ ଏକ୍ସ ସଫଳତାର ସହିତ ଲଞ୍ଚ କରାଯାଇଥିଲା । ଏହି ପଦକ୍ଷେପ ଦ୍ବାରା ବିନା ସିମ୍ରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବ ଏଲନ୍ ମସ୍କଙ୍କ ଟେସ୍ଲା । ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଏଲନ୍ ମସ୍କ । ଏହା କେବଳ ମୋ ପାଇଁ ନୁହେଁ ବରଂ ସମଗ୍ର ମାନବ ସମାଜ ପାଇଁ ଏକ ଅଦ୍ଭୁତ ପଦକ୍ଷେପ…
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରେଢାଖୋଲ ବ୍ଲକ୍ ଲୁହାପଙ୍କ ହାଇସ୍କୁଲରେ ଥିବା କ୍ବାରେଣ୍ଟିନ୍ ସେଣ୍ଟରର ଜନୈକ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଥିବା ଜଣା ପଡିଛି । ଆକ୍ରାନ୍ତଙ୍କୁ ତାଳଚେର କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିବା ପରେ ଅଂଚଳରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ଗତ 17 ତାରିଖରେ ଲୁହାପଙ୍କର ତ୍ରିବଣପୁର ଗ୍ରାମପଂଚାୟତ ଖଣ୍ଡାମ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ବାହାରିଥିଲା । ଆଜି ଆଉ ଜଣଙ୍କ ଠାରୁ କରୋନାପଜିଟିଭ୍ ବାହାରିଲା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

