Author: Samikhsya Bureau

ଭୁବନେଶ୍ବର : ଆଜି ରାଜ୍ୟରେ ଜଣେ ନୂତନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ବାଲେଶ୍ବର ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯାଇନାହିଁ । ବାଲେଶ୍ବର ଜିଲ୍ଲାର ଏହି ପ୍ରଥମ କରୋନା ଆକ୍ରାନ୍ତ ଜଣକ 58 ବର୍ଷ ବୟସର ପୁରୁଷ ବୋଲି ଜଣାପଡିଛି । ତେବେ ଏହି ବ୍ୟକ୍ତିଙ୍କ ଯାତ୍ରା ଇତିହାସ ଏବଂ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ନୂତନ ଆକ୍ରାନ୍ତକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା 61 ପହଞ୍ଚିଛି । 61 ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ଘଟିଛି ।

Read More

ଭୁବନେଶ୍ବର: ରାଜ୍ୟରେ କରୋନାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ନୂତନ ଅପଡେଟ୍‌ ପ୍ରକାଶ ପାଇଛି। ଶନିବାର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ପହଞ୍ଚିଛି। ସେହିପରି ତିନି ଜଣ ସୁସ୍ଥ ବ୍ୟକ୍ତି ଭୁବନେଶ୍ବରର ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ଘଟିଛି। ତେବେ ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ।

Read More

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି । ରାଜସ୍ଥାନର କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଆଦିତ୍ୟନାଥ 100ଟି ବସ୍‌ ପଠାଇଥିଲେ । ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆଦିତ୍ୟନାଥ ଏପରି ନିୟମ ଭଙ୍ଗ କରିବା ଆଦୌ ସମିଚୀନ ନୁହେଁ ବୋଲି ନୀତିଶ କୁମାର ପ୍ରକାଶ କରିଛନ୍ତି । ଯଦି ଦିନ ମଜୁରିଆଙ୍କୁ ଘରକୁ ପଠାଇବା କ୍ଷେତ୍ରରେ ସରକାର ଲକ୍‌ଡାଉନ୍‌ ନିୟମକୁ କଡାକଡି ପାଳନ କରୁଛନ୍ତି ତେବେ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି । ଯୋଗୀଙ୍କ ଏହି ପଦକ୍ଷେପ ଦେଶବ୍ୟାପୀ କରୋନା ଭାଇରସ୍‌ ବ୍ୟାପିବାର କାରଣ ହୋଇପାରେ ବୋଲି ନୀତିଶ କହିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : କରୋନା ମୁକାବିଲା ପାଇଁ ଫ୍ଲିପ୍‌କାର୍ଟ ଏବଂ ଓ୍ବାଲମାର୍ଟ ସହାୟତାର ହାତ ବଢାଇଛନ୍ତି । ଉଭୟ କମ୍ପାନୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ 46 କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଉଭୟ କମ୍ପାନୀ ପକ୍ଷରୁ 38.3 କୋଟି ଟଙ୍କା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପାଇଁ ମଞ୍ଜୁର କରାଯାଇଥିବା ବେଳେ ବଳକା ଅର୍ଥ ଏନ୍‌ଜିଓକୁ ପ୍ରଦାନ କରାଯିବ । ବିଭିନ୍ନ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଉପକରଣ ପାଇଁ 38.3 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ଗୁଞ୍ଜ ଏବଂ ଶ୍ରୀଜନ ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓକୁ ବଳକା 7.7 କୋଟି ଟଙ୍କା ପ୍ରଦାନ କରାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମଞ୍ଜୁର ଅର୍ଥରେ 3 ଲକ୍ଷ ଏନ୍‌ 95 ମାସ୍କ ଏବଂ 1 ଲକ୍ଷ ମେଡିକାଲ୍‌ ଗାଉନ୍‌ ପ୍ରଦାନ କରାଯିବ । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଭାରତବର୍ଷ ସହିତ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । କରୋନା ଦାଉରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ଓଡ଼ିଶା ସରକାର ରାଜ୍ୟରେ ଏପ୍ରିଲ୍ ୩୦ତାରିଖ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟସୀମା ବୃଦ୍ଧି କରିଥିବା ବେଳେ ଦେଶରେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଲକଡାଉନ୍ ଘୋଷଣା କରିଛନ୍ତି। କିନ୍ତୁ ଲକଡାଉନକୁ ମାନୁନାହାନ୍ତି ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀ। ଲକଡାଉନରେ ସମସ୍ତ ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ଏହାର ଫାଇଦା ଉଠାଇ ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ କୋଲର ପଞ୍ଚାୟତର ତାର୍ତ୍ତୋଲ ଛକ, ପିପ୍ପଳମାଧବ ପଞ୍ଚାୟତର ଅରିଲୋ ଗ୍ରାମରେ, କନକପୁର…

Read More

କନ୍ଦର୍ପ ବେହେରା ରେଢାଖୋଲ: ସରକାର କରୋନା ମହାମାରୀରେ  ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରୁଛନ୍ତି। ହେଲେ ଲୋକମାନଙ୍କ ପାଖରେ ଏହି ଯୋଜନା ଠିକ୍ ଭାବରେ ପହଂଚି ପାରୁ ନଥିବା ଅଭିଯୋଗ ହେଉଛି। ପ୍ରକାଶଯେ, ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ କରୋନା ସହାୟତା ବାବଦରେ ପ୍ରତ୍ୟେକ ଶ୍ରମିକ ମାନଙ୍କ ପାଇଁ ୧୫୦୦ ଟଙ୍କାର ଆର୍ଥିକ ସହଯୋଗ ରାଜ୍ୟରେ ପ୍ରଦାନ କରୁଛନ୍ତି। ହେଲେ ନିର୍ମାଣ ଶ୍ରମିକ ମାନଙ୍କର ନାମ , ଗ୍ରାମ , ପଂଚାୟତ, ବ୍ଲକ୍ ନାମ ଆଦି ସଂପୃକ୍ତ ବିଭାଗ ଭୁଲ ଭାବରେ ପଂଚାୟତକୁ ପଠାଇଥିବାରୁ ନିର୍ମାଣ ଶ୍ରମିକ ମାନେ ଏ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାକ୍ଟିଦେଉଳ ବ୍ଲକର ନିର୍ମାଣ ଶ୍ରମିକ ମାନଙ୍କର ନାମ ଓ ପଂଚାୟତର ନାମ ରେଢାଖୋଲ ବ୍ଲକର ଅନ୍ୟ ପଂଚାୟତ ମାନଙ୍କରେ ଥିବାରୁ ଟଙ୍କା ବଂଟନ କରୁଥିବା ପଂଚାୟତ ଅଧିକାରୀମାନେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ନାକ୍ଟିଦେଉଳ ବ୍ଲକ୍‌ର…

Read More

ଦେବାଶିଷ ପାଢୀ ଯାଜପୁର: ମାସ୍କ ପିନ୍ଧି ନଥିବାରୁ ଯାଜପୁରରେ ଏକ ତୁମୁଳ କାଣ୍ଡ ଘଟିଛି। ରସୁଲପୁର ବ୍ଲକର ଗୋପୀନାଥପୁର ବଡକଇଁଚି ଗ୍ରାମର ତିନି ଯୁବକ ବିନା ମାସ୍କରେ ବୁଲୁଥିବା ବେଳେ ବିଡିଓ ଉମାକାନ୍ତ ପରିଡା ଏବଂ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ସେମାନଙ୍କର ପିଛା କରିଥିଲେ। ମାତ୍ର ଗ୍ରାମବାସୀମାନେ ସଙ୍ଘବଦ୍ଧ ଭାବରେ ବିଡିଓ ଏବଂ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ବିଡିଓ ଏବଂ ତହସିଲଦାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଜିଲ୍ଲାପାଳ ରଞ୍ଜନ ଦାସଙ୍କ ନେତୃତ୍ବରେ ପୋଲିସ୍‌ ପହଞ୍ଚିବା ପରେ ଉତ୍ତେଜନା ହ୍ରାସ ପାଇଥିଲା। ପୋଲିସ୍‌ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

Read More

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ। ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ଅସମୟରେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ସୋଆର ଜାଗୋ ଏବଂ ଏନଏସଏସ ଶାଖା। ସ୍ବେଚ୍ଛାସେବୀ ମାନେ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି। ଖଣ୍ଡଗିରି ଓ ଘଟିକିଆ ଅଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର 22 ର ହନୁମନ୍ତ ପ୍ରସାଦ ଓ ମା ତାରିଣୀ ବସ୍ତି, ୱାର୍ଡ ନମ୍ବର 23 ର ଚାଳସାହି, ଉଦୟଗିରି ବସଷ୍ଟାଣ୍ଡ, ଶାରଦାପଲି ବସ୍ତି, ଦୁର୍ଗାମାଧବ ବସ୍ତି ଓ ଶଙ୍କରେଶ୍ୱର ବସ୍ତି ଏବଂ ୱାର୍ଡ ନମ୍ବର 49 ର ଫୁଲେଶ୍ଵରୀ ଓ ଆଇଗିଣିଆ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ସୋଆ ନିର୍ଦେଶକ…

Read More

ଚେନ୍ନାଇ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହାକୁ ସମସ୍ତେ ସମର୍ଥନ କରୁଛନ୍ତି । ତେବେ ଅନେକ ବ୍ୟକ୍ତି ଲକ୍‌ଡାଉନ୍‌ର ଉଲ୍ଲଂଘନ କରୁଥିବା ବେଳେ ଏଥିପାଇଁ ଆର୍ଥିକ ଦଣ୍ଡ ପ୍ରଦାନ କରାଯାଉଛି । ତେବେ ତାମିଲନାଡୁରେ ଲକ୍‌ଡାଉନ୍‌ ସମୟରେ 1 କୋଟି ଟଙ୍କାର ଫାଇନ୍‌ ଆଦାୟ କରାଯାଇଛି । ଏହି ସମୟରେ 1.06 କୋଟି ଟଙ୍କାର ଫାଇନ୍‌ ଆଦାୟ କରାଯାଇଥିବା ବେଳେ 1 ଲକ୍ଷ 94 ହଜାର ଗାଡିକୁ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନାର ପ୍ରଭାବ କାରଣରୁ ଲକ୍‌ଡାଉନ୍‌କୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଗତକାଲି ଜମାତୀଙ୍କ ବିପକ୍ଷରେ ଏକ ଟ୍ବିଟ୍ କରିବା ପରେ ଆଜି ପୁଣି ଏକ ବିବାଦୀୟ ଭିଡିଓ ଟ୍ବିଟ୍‌ କରିଛନ୍ତି । ଏହି ଭିଡିଓରେ ବଲିଉଡ୍‌ର ସିକ୍ରେଟ୍‌ ସୁପରଷ୍ଟାର ଜାଇରା ଓ୍ବାସିମ୍‌ଙ୍କୁ ଇଙ୍ଗିତ କରିଥିଲେ ବବିତା । ଏହାପରେ ଏହି ଭିଡିଓର ଜବାବରେ ଜାଇରା ଏକ ଟ୍ବିଟ୍‌ କରିଥିଲେ । କରୋନା ଭାଇରସ ନୁହେଁ ମୁସଲିମ୍‌ ମାନେ ଦେଶର ବଡ ସମସ୍ୟା ବୋଲି ବବିତା ଟ୍ବିଟ୍‌ କରିଥିଲେ । ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ଗାଳି ଏବଂ ଧମକ ମିଳିଥିଲା । ଏହାପରେ ଭିଡିଓ ପୋଷ୍ଟ କରି ସେ ଜାଇରା ଓ୍ବାସିମ୍‌ ନୁହନ୍ତି ଯିଏକି ଧମକରେ ନିଜର ମତ ପରିବର୍ତ୍ତନ କରିଦେବେ । ଦେଶରେ ଜମାତୀଙ୍କ କାରଣରୁ କରୋନା ଅଧିକ ବ୍ୟାପିବାରେ ଲାଗିଛି । ଗତବର୍ଷ ଅଭିନୟ ଛାଡିଥିବା ଜାଇରାଙ୍କୁ ଟାର୍ଗେଟ କରିବାରୁ ଜାଇରା ଏହାର ଜବାବ ଦେଇ ଟ୍ବିଟ୍‌ କରିଥିଲେ । https://twitter.com/i/status/1251029745191448576 ବବିତାଙ୍କ ନାଁ ନନେଇ ପରୋକ୍ଷ…

Read More

କୋଲକାତା, ବର୍ତ୍ତମାନ ସାରା ଦେଶରେ ଲକଡାଉନ ଚାଲିଥିବା ସହିତ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟ। ଏପରି ପରିସ୍ଥିତିରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବିଭିନ୍ନ ସ୍ଥାନ ଗସ୍ତ କରିବା ବେଳେ ମାସ୍କ ନ ପିନ୍ଧିଥିବା ଲୋକଙ୍କୁ ମାସ୍କ ପ୍ରଦାନ କରୁଛନ୍ତି। ଏପରିକି ମାସ୍କ ପିନ୍ଧି ଘରୁ ବାହାରନ୍ତୁ ବୋଲି ସଚାତନତା ମଧ୍ୟ କରୁଛନ୍ତି।

Read More

ଭୁବନେଶ୍ବର : ଭୁବନେଶ୍ବରରେ ପୁଲ ଟେଷ୍ଟିଂ ନିଷ୍ପତ୍ତି ନିଆଯିବା ପରେ ଦ୍ବିତୀୟ ସହର ଭାବରେ ସମ୍ବଲପୁରରେ ପୁଲ ଟେଷ୍ଟିଂର ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁରସ୍ଥିତ ଭୀମସାରରେ ପୁଲ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ରାଉରକେଲା ସ୍ଥିତ ଏନ୍‌ଆଇଟି ନିକଟରୁ ଦୁଇଟି ମେସିନ୍‌ ଅଣାଯିବ । ଗୋଟିଏ ସିଫ୍ଟରେ 45 ଜଣଙ୍କ ସାମ୍ପଲ ପରୀକ୍ଷଣ ହେବା ସହିତ ଦୁଇଟି ସିଫ୍ଟରେ 90 ଜଣଙ୍କ ପରୀକ୍ଷଣ ହୋଇପାରିବ ବୋଲି ଜଣାପଡିଛି । ଭୀମ୍‌ସାରରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ନବ ଦାସ ଏହି ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ବର : ଭାରତୀୟ ପ୍ରସାର ଭାରତୀ ଦୂରଦର୍ଶନରେ ଏଣିକି ପାଠ ପଢିବେ ଛାତ୍ରଛାତ୍ରୀ।ଲକ୍‌ଡାଉନ୍‌ କାରଣରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିବା କାରଣରୁ ଦୂରଦର୍ଶନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ।ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ଦୈନିକ ଦୁଇ ଥର ଏହି ଭିଡିଓ ପ୍ରସାରଣ କରାଯିବ। ଦିନ 11ଟାରୁ 12ଟା ଏବଂ ଅପରାହ୍ନ 3.30ରୁ 4.30 ପର୍ଯ୍ୟନ୍ତ ଏହି ଭିଡିଓ ପ୍ରସାରିତ ହେବ। ଏଜୁସାଟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା 34ଟି ଭିଡିଓକୁ ଏପ୍ରିଲ୍‌ 20ରୁ ମେ 12 ତାରିଖ ପର୍ଯ୍ୟନ୍ତ ପୁନଃପ୍ରସାରଣ କରାଯିବ। ଏହି ପାଠ୍ୟକ୍ରମରେ ଗଣିତ, ଭୂଗୋଳ, ଇଂରାଜୀ ଏବଂ ବିଜ୍ଞାନକୁ ସାମିଲ କରାଯାଇଛି।

Read More

ନୂଆଦିଲ୍ଲୀ : ପୁନର୍ବାର ଟୋଲ୍‌ ଗେଟ୍‌ ମାନଙ୍କରେ ଆଦାୟ ହେବ ଦେୟ । ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ସମସ୍ତ ଟୋଲ୍‌ ଗେଟ୍‌ ଗୁଡିକୁ ଦେୟମୁକ୍ତ କରାଯାଇଥିଲା । ମାତ୍ର ଶନିବାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ ନେଇ ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ ଆସନ୍ତା ଏପ୍ରିଲ୍ 20 ତାରିଖରୁ ବିଭିନ୍ନ ଟୋଲରେ ଦେୟ ଆଦାୟ କରାଯିବ । ମାର୍ଚ୍ଚ 25 ତାରିଖରୁ ଟୋଲ୍‌ ଆଦାୟ ବନ୍ଦ ରଖାଯାଇଥିବା ବେଳେ ରାଜସ୍ବ ହାସଲ ଲକ୍ଷ୍ୟରେ ପୁନର୍ବାର ଟୋଲ୍‌ ଆଦାୟର ନିଷ୍ପତ୍ତି ନିଆଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର 6 ଦିନ ପରେ ଟୋଲ୍‌ ଗେଟ୍‌ ଉପରୁ କଟକଣା ହଟାଇବାର ନିଷ୍ପତ୍ତି ନିଆଯାଇଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରିଯାନ ଚାଳକଙ୍କ ପକ୍ଷରୁ ବିରୋଧ କରାଯାଇଛି । (ଏଜେନ୍ସି)

Read More

ନାଇଜେରିଆ : ଦୁନିଆରେ କରୋନା ଭାଇରସ୍‌ ଯୋଗୁଁ ଲକ୍‌ ଡାଉନ୍‌ ଲାଗୁ କରାଯାଇଛି । ବହୁ ସ୍ଥାନରେ ଲକ୍‌ ଡାଉନ୍ ଭାଙ୍ଗିବାର ଖବର ସାମ୍ନାକୁ ଆସୁଛି । ଆମେରିକାର କିଛି ସହରରେ ଲୋକେ ସଡକ ଉପରକୁ ଆସି ଲକ୍ ଡାଉନ୍‌ର ବିରୋଧ କରୁଛନ୍ତି । କିନ୍ତୁ ନାଇଜେରିଆରେ ଲକ୍ ଡାଉନ୍‌ ଯୋଗୁଁ 18 ଜଣଙ୍କ ଜୀବନ ଚାଲିଯାଇଛି । କରୋନା ଯୋଗୁଁ ନାଇଜେରିଆରେ 12 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଲକ୍ ଡାଉନ୍‌ ନିୟମ ପାଳନ କରିବାକୁ ନେଇ ନାଇଜେରିଆର ପୁଲିସ୍‌ ଓ ଅନ୍ୟ ସୁରକ୍ଷା ବଳ 18 ଜଣଙ୍କୁ ହତ୍ୟା କରାଯାଇଛି । ତେବେ ଶନିବାର ଦିନ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି । ତେବେ ଏହି ଘଟଣାର ଖୁଲାସା ସେତେବେଳେ ହେଲା ଯେତେବଳେ ସ୍ଥାନୀୟ ଲୋକ ଏନେଇ ଏକ ଭିଡିଓ ଜାତୀୟ ମାନବିକ ଅଧିକାରୀ କମିଶନଙ୍କ ନିକଟକୁ ପଠେଇଥିଲେ । କମିଶନଙ୍କ କହିବାନୁସାରେ ମାର୍ଚ୍ଚ 30କୁ…

Read More

ଇରାନ୍‌ : ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଦେଖାଯିବା ପାଇଁ ବହୁ ସର୍ଜରୀ କରିଥିବା ଇରାନର ଇନ୍‌ଷ୍ଟାଗ୍ରାମ ଷ୍ଟାର୍‌ ସହର ତବର୍‌ ଏବେ କରୋନା ପଜିଟିଭ୍‌  । ତାଙ୍କୁ ତେହେରାନର ଏକ ହସ୍ପିଟାଲରେ ଭେଣ୍ଟିଲେଣ୍ଟରରେ ରଖାଯାଇଛି । ଜୋମ୍ବୀ ପରି ଦେଖାଯାଉଥିବା ଏହି ମହିଳା ଜଣକ ଇନ୍‌ଷ୍ଟାଗ୍ରାମର ଜଣେ ଚର୍ଚ୍ଚିତ ଚେହେରା । କିନ୍ତୁ ଗତ ବର୍ଷ ଅକ୍ଟୋବର ମାସରେ ହିଂସା ଉସୁକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଜେଲ୍‌ ହୋଇଥିଲା । ସହରଙ୍କ ବୟସ ହେଉଛନ୍ତି 22 ବର୍ଷ । ସହର ତବରଙ୍କ ଅସଲି ନାମ ହେଉଛି ଫତୋମିହ ଖିସଓ୍ବନ୍ଦ । ଇରାନର ରାଜଧାନୀ ତେହେରାନ୍‌ର ରହୁଥିଲେ । ନିଜକୁ ହିରୋଇନ ପରି ଚେହେରା ପରି ଦେଖାଇବା ପାଇଁ ଅନେକ ଥର ସର୍ଜରୀ କରିଛନ୍ତି । କରୋନା ଭାଇରସ୍‌କୁ ଦେଖି ସହର ତବରଙ୍କ ଓକିଲ ତାଙ୍କୁ ଖଲାସ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ଅସଫଳ…

Read More

ନୂଆଦିଲ୍ଲୀ: କରୋନା ସହ ମୁକାବିଲା କରିବା ପାଇଁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି। ଏପ୍ରିଲ୍‌ 15 ତାରିଖରୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ରହିଛି। ଲକ୍‌ ଡାଉନ୍‌ ସମୟରେ ସମସ୍ତଙ୍କୁ ଘରେ ରହିବାକୁ ଉପଦେଶ ଦିଆଯାଇଛି। ବାହାର ନ ବୁଲି ଘରେ ରହି ସତର୍କ ରହିବା ସହ ସଚେତନତ ରହିବାକୁ ସରକାର ଅପିଲ୍‌ କରିଛନ୍ତି। କିନ୍ତୁ କିଛି ଲୋକେ ଘରକୁ ଜେଲ୍‌ ବୋଲି ଭାବି ବିଭିନ୍ନ ଫନ୍ଦି ଫିକର କରି ବାହାରକୁ ଯାଉଛନ୍ତି। ପୋଲିସ୍‌ ମଧ୍ୟ ଏପରି ଲୋକଙ୍କୁ ପ୍ରତି ବେଶ୍‌ ଶକ୍ତ ହୋଇଛି। ଭିନ୍ନ ଭିନ୍ନ ବାହାନା କରି ଘରୁ ବାହାରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରୁଛି। ଶୁକ୍ରବାର ଦିନ ଦିଲ୍ଲୀ ପୋଲି୍ସ୍‌ ଏମିତି କିଛି ଲୋକଙ୍କଠାରୁ ଜରିମାନା ଆଦାୟ କରିଛି। ମିଳିଥିବା ସୂଚନା ଅନୁସାରେ ହରିପର୍ବତ ଚୌରାହା ନିକଟରେ ପୋଲିସ୍‌ ଚେକିଂ ଅଭିଯାନ ଚଳାଇଥିଲା। ଏହି ଅବସରେ ବହୁ ଗାଡିକୁ ଅଟକ ରଖିବା ସହିତ…

Read More

ମୁମ୍ବାଇ : ଦେଶର ପ୍ରଥମଥର ପାଇଁ ନେଭି ବେସ୍‌ରେ କରୋନା ଚିହ୍ନଟ କରାଯାଇଛି । ଗତ ସାତ ତାରିଖରେ ଆଇଏନ୍‌ଏସ୍‌ ଆଙ୍ଗ୍ରେର ଜଣେ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିବା ପରେ ଅନ୍ୟମାନେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଛି। ଭାରତୀୟ ନୌସେନାରେ 25ରୁ ଅଧିକ କର୍ମୀଙ୍କ ନିକଟରେ କରୋନା ଟେଷ୍ଟ କରାଯାଇଥିବାବେଳେ 21 ଜଣଙ୍କ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପରେ ସମସ୍ତଙ୍କୁ ମୁମ୍ୱାଇର କୋଲାବାସ୍ଥିତ ଆଇଏନ୍‌ଏଚ୍‌ଏସ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଜାହାଜ ଏବଂ ବୁଡ଼ାଜାହାଜରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଏହି ସଂକ୍ରମଣ ବିସ୍ତାର କରିନଥିବା ସୂଚନା ରହିଛି। ସେହିପରି କୋଭିଡ୍‌ ଗାଇଡ୍‌ ଲାଇନ ଅନୁସାରେ ନୌସେନା ଅଧିକାରୀଙ୍କ ଯାତ୍ରା ବିବରଣୀ ଓ ସେ କାହା କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ତନା ଘନା ଚାଲିଛି । ଭାରତରେ କରୋନା ସଂକ୍ରମଣର ସଂଖ୍ୟା ପ୍ରାୟ ଚଉଦହଜାର ଟପିଥିବାବେଳେ ଦେଶରେ କରୋନା କାରଣରୁ…

Read More

ଭୁବନେଶ୍ବର : ଭୁବନେଶ୍ବର କରୋନା ହଟସ୍ପଟ୍‌ ହୋଇଥିବାରୁ ଭୁବନେଶ୍ବରରେ ବ୍ୟାପକ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଇଛି । ଗତକାଲି ମୁଖ୍ୟ ଶାସନ ସଚିବ ଏହା ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କରିଥିଲେ । ଆଗାମୀ ସାତ ଦିନ ଭିତରେ ଭୁବନେଶ୍ବରରେ 5000 ଟେଷ୍ଟ ହେବ ବୋଲି ସୂଚନା ଦେଇଥିଲେ । ଏହି କ୍ରମରେ ଭୁବନେଶ୍ବରରେ ସାମ୍ପଲ୍‌ ସଂଗ୍ରହ ପାଇଁ ଟିମ୍‌ ଗଠନ କରିଛି ବିଏମ୍‌ସି । ଆଜି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ 13ଟି ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ରେ ଡାକ୍ତର, ଶିକ୍ଷକ ଓ ପରିମଳ କର୍ମଚାରୀ ସାମିଲ୍‌ ରହିଛନ୍ତି । 13ଟି ଟିମ୍‌ 2ଟି ସିପ୍ଟରେ ସାମ୍ପଲ୍‌ ସଂଗ୍ରହ କରିବେ । ଗୋଟିଏ ସିପ୍ଟ ସକାଳ 8ଟାରୁ ଦିନ 11ଟାଏଁ କାମ କରିବେ । ସେହିପରି ଦ୍ବିତୀୟ ସିପ୍ଟ ଅପରାହ୍ନ 4ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ କାମ କରିବେ । ଏହି…

Read More

କେଦାର ମିଶ୍ର ପଲା ରିଡ, ଏ ନାଁ ସହିତ ଆମର ହୁଏତ ବିଶେଷ ପରିଚୟ ନାହିଁ। ତେବେ ଯେଉଁମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ଏପ୍ରିଲ ୧୪ ତାରିଖର ସାମ୍ବାଦିକ ସମ୍ମିଳନୀ ଦେଖିଥିବେ, ସେଦିନ ରାଷ୍ଟ୍ରପତିଙ୍କୁ ଯେଉଁ ସାମ୍ବାଦିକ ଜଣକ ଅତ୍ୟନ୍ତ ସ୍ପଷ୍ଟ ପ୍ରଶ୍ନ ପଚାରି ଘାଏଲା କରୁଥିଲେ, ତାଙ୍କ ନାମ ପଲା ରିଡ। ଫେବୃଆରି ମାସ ସାରା ରାଷ୍ଟ୍ରପତି ଟ୍ରମ୍ଫ ଆମେରିକାରେ କରୋନା ମୁକାବିଲା ଲାଗି କଣ କରୁଥିଲେ ବୋଲି ଅତି ତୀବ୍ର ଭାଷାରେ ପଲା ଜାଣିବାକୁ ଚାହିଁଥିଲେ। ଏ କଥାକୁ ନେଇ ରାଷ୍ଟ୍ରପତି ଓ ପଲା ରିଡଙ୍କ ମଧ୍ୟରେ ଉଚ୍ଚବାଚ ମଧ୍ୟ ହୋଇଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ଫ ଏହି କଥାକୁ ନେଇ ସାମ୍ବାଦିକଙ୍କୁ ବାହାରି ଯିବାକୁ କହିନଥିଲେ ବା ତା ପରଦିନର ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିନଥିଲେ। କରୋନା ସଂକ୍ରମଣରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିଦିନ ରାଷ୍ଟ୍ରପତି ଓ ସାମ୍ବାଦିକଙ୍କ ଭିତରେ କଥାବାର୍ତ୍ତା ଚାଲିଛି। ସାମ୍ବାଦିକମାନେ…

Read More

ନୂଆଦିଲ୍ଲୀ : ଦେଶରେ ଭୟାନକ କରୋନା ଯୋଗୁଁ ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି କରୋନା ମାହାମାରୀ ଯୋଗୁଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 14 ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 480 ବୃଦ୍ଧି ହୋଇଛି । ସେହିପରି 1992 ଜଣ ସୁସ୍ଥ ହୋଇଛନ୍ତି । କେଉଁ ରାଜ୍ୟରେ କେତେ ଜଣଙ୍କର ହୋଇଛି ମୃତ୍ୟୁ ମହାରାଷ୍ଟ୍ରରେ 201 ଜଣ, ମଧ୍ୟପ୍ରଦେଶରେ 69ଜଣ, ଗୁଜୁରାଟରେ 41ଜଣ, ପଞ୍ଜାବରେ 13 ଜଣ, ଦିଲ୍ଲୀରେ 42 ଜଣ, ତାମିଲନାଡୁରେ 15 ଜଣ, ତେଲେଙ୍ଗାନାରେ 18, ଆନ୍ଧ୍ରପ୍ରଦେଶରେ 14, କର୍ଣ୍ଣାଟକରେ 13, ପଶ୍ଚିମବଙ୍ଗରେ 10, ଜମ୍ମୁକାଶ୍ମୀରରେ 5, ଉତ୍ତରପ୍ରଦେଶରେ 14, ହରିୟାଣାରେ 3, ରାଜସ୍ଥାନରେ 11, କେରଳରେ ତିନି, ଝାରଖଣ୍ଡ ଓ ବିହାରରେ 2 ଜଣ ଲେଖାଏଁ, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଜଣେ ଲେଖାଲଁ ମୃତ୍ୟୁ ବରଣ କରିଛନ୍ତି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ…

Read More