Author: Samikhsya Bureau

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ୍‌ ଶିବଲ୍‌ । ଭାରତର ବାହୁବଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍‌ ମୁକାବିଲାରେ ବିଫଳ ହୋଇଛନ୍ତି । ମୋଦିଙ୍କ ଅଜ୍ଞତା କାରଣରୁ ଦେଶର ଆର୍ଥିକ ବ୍ୟବସ୍ଥା ରସାତଳଗାମୀ ହୋଇଛି ଏବଂ ଏହି ପରସ୍ଥିତିରୁ ବାହାରିବା ଭାରତ ପାଇଁ କଷ୍ଟସାଧ୍ୟ ହେବ ବୋଲି ଶିବଲ୍‌ କହିଛନ୍ତି । ଏହା ସହିତ ଏହି ଭାଇରସ୍‌ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ଶ୍ରମିକ ମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବା ପାଇଁ ଶିବଲ୍‌ ଦାବି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତିକୁ ମଧ୍ୟ ଶିବଲ୍‌ ସମାଲୋଚନା କରିଛନ୍ତି । ସର୍ବଦା ଭାରତର ବନ୍ଧୁରାଷ୍ଟ୍ର ରହିଥିବା ନେପାଳ ସହିତ ସୀମା ବିବାଦ ଆରମ୍ଭ ହୋଇଛି । ଚୀନ୍‌ ସହିତ ମଧ୍ୟ ବିବାଦ ପୂର୍ବବତ ଜାରି ରହିଛି । ପ୍ରଧାନମନ୍ତ୍ରୀ ପଡୋଶୀ ନେତୃତ୍ବଙ୍କ ସହିତ ଆଖି ମିଶାଇ ଆଲୋଚନା କରିବାର ସତ୍‌ସାହସ…

Read More

ଭୁବନେଶ୍ବର : ଲକ୍‌ଡାଉନ୍‌ କାରଣରୁ ନିଶାଦ୍ରବ୍ୟ ଚାଲାଣର ନୂଆ ରାସ୍ତା ବାହାର କରୁଛନ୍ତି ଚୋରାଚାଲାଣ କାରୀ । କିଛି ଦିନ ପୂର୍ବରୁ ପରିବା ଟ୍ରକ୍‌ରୁ ମଦ ଜବତ କରାଯାଇଥିବା ବେଳେ ଆଜି ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳର ଖରିଆର ଅଞ୍ଚଳରେ ଏହି ଘଟଣା ଘଟିଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ୍‌ ଚଢାଉ କରିବା ସହିତ 73 କିଗ୍ରା ଗଞ୍ଜେଇ ଏବଂ ଗାଡି ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 76 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ 129 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ 76 ଜଣ ଆରୋଗ୍ୟ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ସର୍ବାଧିକ 17 ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତିତ ଗଞ୍ଜାମରୁ 16, ନୟାଗଡ ଏବଂ କଳାହାଣ୍ଡିରୁ 11 ଜଣ ଲେଖାଏଁ, ଯାଜପୁରରୁ 5, ବାଲେଶ୍ବର ଏବଂ ମୟୁରଭଞ୍ଜରୁ 3 ଜଣ ଲେଖାଏଁ, ଅନୁଗୁଳ ଓ ଜଗତସିଂହପୁରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ, ଢେଙ୍କାନାଳ,ପୁରୀ, ସମ୍ବଲପୁର, ସୁନ୍ଦରଗଡ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1948ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ 1126 ଜଣ ସୁସ୍ଥ ହୋଇଛନ୍ତି ଏବଂ 813 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ନୂଆଦିଲ୍ଲୀ : ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ଶ୍ରମିକଙ୍କ ଦୂରାବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଦେଶରେ ଚାଲୁଥିବା ବିଭିନ୍ନ ଶ୍ରମିକ ଟ୍ରେନ୍‌ ମଧ୍ୟରୁ 40 ପ୍ରତିଶତ ଟ୍ରେନ୍‌ ବିଳମ୍ବରେ ଚାଲୁଛି । ଏପରି ଅବ୍ୟବସ୍ଥା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ 80 ଜଣ ଶ୍ରମିକ ପ୍ରାଣ ହରାଇଲେଣି । ଅସୁସ୍ଥ ଲୋକ ଯାତ୍ର ନକରିବା ପାଇଁ ସରକାରଙ୍କ ତରଫରୁ କୁହାଯାଉଛି ଯାହାକି ନିତାନ୍ତ ହାସ୍ୟାସ୍ପଦ ବୋଲି ପ୍ରିୟଙ୍କା କହିଛନ୍ତି । ଯେତେବେଳେ ଶ୍ରମିକଙ୍କ ପାଇଁ ସରକାର ଏବଂ ଭାରତୀୟ ରେଳବାଇ ସମ୍ବେଦନଶୀଳ ହେବା ଉଚିତ୍‌ ସେ ସମୟରେ ଏଭଳି ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି । ତେବେ ପ୍ରିୟଙ୍କାଙ୍କ ଏଭଳି ମନ୍ତବ୍ୟକୁ ରେଳବାଇ ପକ୍ଷରୁ ଖଣ୍ଡନ କରାଯାଇଛି । ରେଳବାଇ ବୋର୍ଡ ଚେୟାରମ୍ୟାନ୍‌ ଭିକେ ଯାଦବ କହିଛନ୍ତି, ବର୍ତ୍ତମାନର ଘଡିସନ୍ଧି ମୂହୂର୍ତ୍ତରେ ଉତ୍ତମ ସେବା ଯୋଗାଇବା ପାଇଁ…

Read More

ଭୁବନେଶ୍ବର : ରାଜ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟର 16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ 40ରୁ 50 କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଝାରଖଣ୍ଡରେ ସୃଷ୍ଟ ଘୂର୍ଣ୍ଣି ବଳୟ ପ୍ରଭାବରୁ ମୟୁରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ବ୍ୟତିତ ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ସମ୍ବଲପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, କଟକ ଏବଂ ଖୋର୍ଦ୍ଧାରେ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି ।

Read More

ନୂଆଦିଲ୍ଲୀ : ଦିଲ୍ଲୀ ସରକାର କରୋନା ମୁକାବିଲା ସମୟରେ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ନିକଟରେ କର୍ମଚାରୀଙ୍କ ବେତନ ପାଇଁ ଅର୍ଥ ନଥିବାରୁ କେନ୍ଦ ସରକାରଙ୍କୁ 5 ହଜାର କୋଟିର ଅର୍ଥରାଶି ସହାୟତା ମାଗିଛନ୍ତି । ବିଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀ ସରକାର ଜିଏସ୍‌ଟି ଏବଂ ଅନ୍ୟାନ୍ୟ ପନ୍ଥାରୁ 1375 କୋଟି ଟଙ୍କାର ଅର୍ଥ ସଂଗ୍ରହ କରିଛି । ତେବେ କର୍ମଚାରୀଙ୍କ ବେତନ ପାଇଁ ମାସିକ 3500 କୋଟି ଆବଶ୍ୟକ । ତେଣୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କ ନିକଟରୁ 5 ହଜାର କୋଟିର ଆର୍ଥିକ ସହାୟତା ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କରୋନା କାରଣରୁ ଦିଲ୍ଲୀ ସରକାରଙ୍କ ଟିକସ ସଂଗ୍ରହ 85 ପ୍ରତିଶତ କମ୍‌ ରହିଛି । (ଏଜେନ୍ସି)

Read More

ବୌଦ୍ଧ : ମହାନଦୀରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ହରଭଙ୍ଗା ଥାନା ଅରଖପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମହାନଦୀରେ ଗାଧେଇବା ବେଳେ ବୁଡିଯାଇ ଦୁଇ ଭାଇ ମୃତ୍ୟୁବରଣ କରିଛନ୍ତି। ବଡଭାଇ ବୁଡିଯାଉଥିବାବେଳେ ବଡଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମୃତ୍ୟୁବରଣ କରିଛନ୍ତି। ଉଭୟ ଭାଇଙ୍କବୟସ 17ରୁ 18ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି ।

Read More

ଭୁବନେଶ୍ୱର: ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଯଦି ଏମାନେ ଓଡ଼ିଶାକୁ ଆସନ୍ତି, ତେବେ ସ୍ଥିତି ମୁକାବିଲା ପାଇଁ କ’ଣ ସବୁ ପଦକ୍ଷପ ଗ୍ରହଣ କରାଯିବ, ସେ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ‘ଯଦି ଓଡ଼ିଶାକୁ ପଙ୍ଗପାଳ ଆସନ୍ତି ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଥମେ ଆସିବେ। ତେବେ ବର୍ଷା ଆରମ୍ଭ ହେଲେ ପଳାଇବେ। ରାଜ୍ୟରେ ପଙ୍ଗପାଳ ମୁକାବିଲା ପାଇଁ ଟିମ୍ ଗଠନ ସହ ଏସ୍‌ଓପି ଜାରି ହେବ।  ଜିଲ୍ଲା ଓ ବ୍ଲକ୍ ସ୍ତରରୁ ଦୈନିକ ରିପୋର୍ଟ ସଂଗ୍ରହ କରାଯିବ। ଚାଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି ହେବ। ସବୁ ଝିଣ୍ଟିକା ପଙ୍ଗପାଳ ନୁହଁନ୍ତି ବୋଲି ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ କହିଛନ୍ତି। ପାକିସ୍ତାନ ପଟୁ ଦେଶକୁ ପଶି ଆସିଥିବା ପଙ୍ଗପାଳଙ୍କୁ ନେଇ ବିଭିନ୍ନ ରାଜ୍ୟର ଚାଷୀଙ୍କ ମଧ୍ୟରେ ଆତଙ୍କ…

Read More

ଭୀଷ୍ମ ସାହୁ ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଳକ ଅଇଁଲାପାଲି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭରଜଣକ ଗୁରୁତର ହୋଇଛନ୍ତି। ମ. ରାମପୁରରୁ କେସିଙ୍ଗାକୁ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜରାସ୍ତାରେଏହି   ସଡକ ଦୁଘର୍ଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର୍ ଜଣକ ମଦ୍ୟପାନ କରି ଗାଡିଚଳାଇବା ବେଳେ ଭାରସାମ୍ୟ ହରାଇ ଏକ ପୁଲିଆରେ ଧକ୍କା ଦେଇଥିଲେ। ଗାଡି ମାଲିକଙ୍କ ନାମ ହେଉଛି ଗୋବର୍ଦ୍ଧନ ବେହେରା। ବଲ୍‌ରୋ ଗାଡିଟି ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଡ୍ରାଇଭର ଜଣକ ଗୁରୁତର ରହିଛନ୍ତି।

Read More

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତପାଲ୍‌ ମହାରାଜଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ଅମୃତା ରାଓ୍ବତଙ୍କ ରିପୋର୍ଟ ପିଜିଟିଭ୍‌ ଆସିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ମନ୍ତ୍ରୀଙ୍କ ପତ୍ନୀଙ୍କୁ କରୋନା ସଂକ୍ରମିତ ହେବା ଖବର ଜଣାପଡିବା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ହଇଚଇ ସୃଷ୍ଟି ହୋଇଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସତପାଲ୍‌ ମହାରାଜ ଓ ତାଙ୍କ ପରିବାର ଲୋକେ ଏବେ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହିଛନ୍ତି । ସତପାଲ୍‌ ଶୁକ୍ରବାର ଦିନ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ କରୋନା କରୋନା ସଂକ୍ରମିତଙ୍କ ସଂଖ୍ୟା 749ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ : ବାପାର ଗାଳି ସହ୍ୟ କରି ନ ପାରି ନାବାଳକ ପୁଅ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ମିଳିଥିବା ସୂଚନା ଅନୁସାରେ ରେଢାଖୋଲ ଥାନା ଛତ୍ରପୁର ଗ୍ରାମର ସଂଜୟ ରାଉଳଙ୍କ ବଡ ପୁଅ ଉତ୍ତମ ରାଉଳ (୧୭) ୪ ଦିନ ତଳେ ନିଖୋଜ ହୋଇଯାଇଥିଲା। କୌଣସି ଦୁଷ୍ଟ କାମ ପାଇଁ ବାପା ସଂଜୟ ରାଉଳ ଉତ୍ତମକୁ ଗାଳିଗୁଲଜ କରିଥିଲେ ବୋଲି ଗ୍ରାମବାସୀଙ୍କଠାରୁ ପ୍ରକାଶ। ବାପାଙ୍କର ଗାଳିକୁ ସହ୍ୟ କରି ନ ପାରି ଉତ୍ତମ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଏକ ମହୁଲ ଗଛର ଏକ ଶାଖାରେ ବେକରେ ନିଜର ଗାମୁଛା ଦେଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି। ଆଜି ସକାଳୁ ଗ୍ରାମର ମହିଳାମାନେ ଜଙ୍ଗଲକୁ ଶାଳମଞ୍ଜି ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ମହୁଲ ଗଛରେ କାହାର ଏକ ଶବ ଝୁଲୁଥିବାର ଦେଖୀ ଗ୍ରାମବାସୀଙ୍କୁ ଆସି କହିଥିଲେ। ଗ୍ରାମବାସୀ ଆସି ଦେଖନ୍ତି…

Read More

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିଲ୍ଲୀରେ କରୋନା ଯୋଗୁଁ ଆଉ ଜଣେ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁହୋଇଥିବାର ସୂଚନା ରହିଛି । ମୃତକ ଜଣକ ହେଉଛନ୍ତି 54 ବର୍ଷୀୟ ଶେଷମଣି ପାଣ୍ଡେୟ।ସେ କ୍ରାଇମ୍‌ ବ୍ରାଞ୍ଚ ଅଫିସର ରହିଥିବାବେଳେ ସେ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ରହିଥିଲେ । କରୋନା ସଂକଟ କାଳରେ ତାଙ୍କୁ ଅସ୍ଥାୟୀ ଭାବେ ସେଣ୍ଟ୍ରାଲ୍‌ ଦିଲ୍ଲୀରେ ମୋବାଇଲ୍‌  କ୍ରାଇମ୍‌ ଟିମ୍‌ରେ ମୂତୟନ କରାଯାଇଥିଲା । 2014 ବ୍ୟାଚ୍‌ର ଏଏସ୍‌ଆଇ ଶେଷମଣି ପାଣ୍ଡେଙ୍କ ମେ 26 ତାରିଖରେ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିବାବେଳେ ତାଙ୍କୁ ଆର୍ମି ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 500ରୁ ଉର୍ଦ୍ଧ୍ବ ପୋଲିସ୍‌ କର୍ମୀ କରୋନା ପଜିଟିଭ୍‌ ରହିଥିବାବେଳେ ପୂର୍ବରୁ ଜଣେ କନେଷ୍ଟବଳଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ପୂର୍ବରୁ ଦିଲ୍ଲୀରେ ଜଣେ କନେଷ୍ଟବଳ ଅମିତ୍‌ ରାଣାଙ୍କ…

Read More

ମୁମ୍ବାଇ : କରୋନା ଯୋଦ୍ଧା ରୂପେ କାର୍ଯ୍ୟ କରୁଥିବା ମୁମ୍ବାଇ ପୋଲିସ୍‌ କର୍ମଚାରୀ ମାନେ କରୋନାରେ ଶିକାର ହେଉଛନ୍ତି। କରୋନା କାଳରେ ସେମାନେ ସାଧାରଣ ଜନତାଙ୍କ ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି । କିନ୍ତୁ ସେମାନଙ୍କ ସୁରକ୍ଷାରେ ଏବେ ପ୍ରଶ୍ନ ଉଠିଛି । ମୁମ୍ବାଇଠାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ପୋଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବାର ମାତ୍ର ଚାରିଘଣ୍ଟା ପରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ମିଳିଥିବା ସୂଚନା ଅନୁସାରେ 53 ବର୍ଷୀୟ ଜଣେ ପୋଲିସ୍‌ କନେଷ୍ଟବଳ ଦୀପକ ହୋତେ କରୋନାକୁ ମାତ୍‌ ଦେଇ ଘରେ ପହଞ୍ଚିଥିବାବେଳେ ମାତ୍ର ଚାରି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଦୀପକ ମୁମ୍ବାଇର ବାନ୍ଦ୍ରା ପୋଲିସ୍‌ ଥାନାରେ କାର୍ଯ୍ୟରତ ଥିଲେ । କରୋନା ପଜିଟିଭ୍‌…

Read More

କେନ୍ଦ୍ରପଡା : କେନ୍ଦ୍ରାପଡାର 18 ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । କେନ୍ଦ୍ରାପଡାରୁ ଆଜି ସର୍ବାଧିକ 18 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାର 18 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 12 ଜଣ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ଏହି ପ୍ରବାସ ଫେରନ୍ତାଙ୍କ ମଧ୍ୟରେ ଗୁଜୁରାଟ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । ବାକି ଆକ୍ରାନ୍ତଙ୍କ ମଧ୍ୟରେ ଅଙ୍ଗନଓ୍ବାଡି କର୍ମୀ, ଆଶା ଦିଦି ଓ ସଫେଇ କର୍ମଚାରୀ ରହିଛନ୍ତି ବୋଲି ସୂଚନା ରହିଛି । ଏହି କର୍ମଚାରୀମାନେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ନିୟୋଜିତ ଥିଲେ । କରୋନା ରିପୋର୍ଟ ଆସିବା ପରେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । 48 ଘଣ୍ଟା ପାଇଁ ଏହି ଦୁଇ…

Read More

ଭୁବନେଶ୍ବର : ରାଜ୍ୟରେ ଜୁନ୍‌ 17 ତାରିଖରୁ ସ୍କୁଲ ଖୋଲିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗତକାଲି କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌ ଆସିଛି । ସ୍କୁଲ, କଲେଜ ଖୋଲିବା ନେଇ କାଲି କେନ୍ଦ୍ରର ନୂଆ ଗାଇଡଲାଇନ୍‌ ଆସିଛି । ଗାଇଡ୍‌ଲାଇନ୍‌ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି । ତେଣୁ ସେହି ଅନୁସାରେ ଜୁନ୍‌ 17ରୁ ସ୍କୁଲ ଖୋଲିବନି । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କୁ ଆଲୋଚନା ପାଇଁ କୁହାଯାଇଛି । ତେଣୁ ସେହି ଦୃଷ୍ଟିକୋଣରୁ ଜୁନ୍‌ 17ରେ ସ୍କୁଲ ଖୋଲିବନି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ପରବର୍ତ୍ତୀ କଥା ପରେ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Read More

ପୁରୀ : ରଥଯାତ୍ରା ପାଇଁ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସ୍ନାନମଣ୍ଡପ ଯାଞ୍ଚ ହୋଇଛି । ଟିମ୍‌ ସହ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ସ୍ନାନମଣ୍ଡପ ଯାଞ୍ଚ କରାଯାଇଛି । ସ୍ନାନମଣ୍ଡପରେ ପରିବର୍ତ୍ତନ କରାଯାଇଥିବା ପଥରର ଅନୁଧ୍ୟାନ କରିଛନ୍ତି । ନାଟମଣ୍ଡପ, ଜଗମୋହନ ମଧ୍ୟ ଯାଞ୍ଚ କରିବ ଏଏସ୍‌ଆଇ । ଜଗମୋହନର ସ୍ଥିତି ଠିକ୍‌ ଥିବାର କହିଛନ୍ତି ସୁପରିଣ୍ଟେଣ୍ଡେଣ୍ଟ୍‌ ଅରୁଣ ମଲ୍ଲିକ । ରଥଯାତ୍ରା ସମୟରେ ରୁଟିନ୍‌ ଯାଞ୍ଚ କରାଯାଇ ଅନ୍ୟ କାର୍ଯ୍ୟ ହେବ କହିଲେ ।

Read More

ନୂଆଦିଲ୍ଲୀ : ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି। ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 82 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 5 ହଜାର ପାର ହେଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁଯାୟୀ,  ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 82 ହଜାର 143ରେ ପହଂଚିଛି। ଏପର୍ଯ୍ୟନ୍ତ ଭାରତରେ 5 ହଜାର 164 ଜଣଙ୍କ ମୃତ୍ୟୁ ଘଟିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 86,984 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 89,995 ସକ୍ରିୟ ଅଛନ୍ତି। ଏବେ 89 ହଜାର 995 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ 24 ଘଣ୍ଟାରେ…

Read More

ଭୁବନେଶ୍ବର :ଆଜି ରାଜ୍ୟରେ ସର୍ବାଧିକ 129 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ସର୍ବାଧିକ 18ଜଣ ଆକ୍ରାନ୍ତ ହୋଇଥିବାବେଳେ ଗଜପତିରୁ 16, ନୂଆପଡାରୁ 12  ଓ ବଲାଙ୍ଗିରରୁ 11 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ଗଞ୍ଜାମ ଓ ଯାଜପୁରରୁ 10 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 7 ଜଣ ଚିହ୍ନଟ ହୋଇଛନ୍ତି ।  ବାଲେଶ୍ବର,ସୁନ୍ଦରଗଡ, ମୟୂରଭଞ୍ଜ ଓ ବରଗଡରୁ 6 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ 5, ଦେବଗଡରୁ 4, କେନ୍ଦୁଝରରୁ 3, ଜଗତସିଂହପୁରରୁ 2 ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରି, ସମ୍ବଲପୁର, ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 119 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ଓ 10 ଜଣ ଲୋକାଲ୍‌ କେସ ରହିଛି ବୋଲି ଜଣାପଡିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : Positive…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 129 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି । ଏନେଇ ସୂଚନାଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ।   19ଟି ଜିଲ୍ଲାରୁ 129 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି ।  ଏହି ନୂତନ 129 ଜଣଙ୍କ ମଧ୍ୟରେ 119 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ଓ 10 ଜଣ ଲୋକାଲ୍‌ କେସ ରହିଛି ବୋଲି ଜଣାପଡିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1948କୁ ବୃଦ୍ଧି ହୋଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 889 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1050ଜଣ। ସେହିପରି କରୋନା ଯୋଗୁଁ  ରାଜ୍ୟରେ 7 ଜଣ ମୃତ୍ୟୁବରଣ କରିଥିବାବେଳେ କରୋନା ଆକ୍ରାନ୍ତ ଥିବା ଦୁଇଜଣ ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।

Read More

ବାଣପୁର: ସାଧରଣ ଜନତାଙ୍କ ଆଇନ ସହାୟତା ପାଇଁ ଆଂଚଳିକ ସମସ୍ତ ନ୍ୟାୟାଳୟରେ ସିନିୟର ଜଜଙ୍କ ତତ୍ତ୍ବାବଧାନରେ ତାଲୁକ ଲିଗାଲ କମିଟି ଗଠନ କରାଯାଇଛି। ସେହି କମିଟିରେ ଆଇନଜୀବି ଓ ପାରା ଲିଗାଲ ଭଲିଣ୍ଟିୟର(PLV)ରେଜିଷ୍ଟ୍ରୀଭୁକ୍ତ ସଭ୍ୟଙ୍କ ସହାୟତାରେ ଜାତୀୟ ସର୍ଭିସ ଅଥୋରିଟ୍ ଆକ୍ଟ୧୮୮୭ର ଧାରା୧୨ ଅନୁସାରେ ବିଭିନ୍ନ ବର୍ଗର ଜନ ସାଧାରଣଙ୍କୁ ବିନା ଖର୍ଚ୍ଚରେ ଆଇନ ସହାୟତା ପ୍ରଦାନ କରାଯାଇଛି। ଏହି ଆଇନ ସେବା ବିଶେଷଭାବେ ଅନୁସୂଚୀତ ଜାତି, ଜନଜାତି, ମହିଳା, ଶିଶୁ, ଭିକ୍ଷୁକ, ଶାରୀରିକ ବିକଳାଙ୍ଗ, ମାନସିକ ରୋଗୀ, ଘରୋଇ ହିଂସା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ଶିଳ୍ପ ଶ୍ରମିକ, ଦୁର୍ଘଟଣା ଗ୍ରସ୍ତ ଶିଳ୍ପ ଶ୍ରମିକ, ଜେଲରେ ଥିବା କଏଦୀ, ଗ୍ରାମ ବିବାଦ, ଫୌଜିଦାର ଓ ଦେଓ୍ବାନୀ ମକଦ୍ଦମା ସମାଧାନ ଓ ନ୍ୟାୟ ଦେବାର ପ୍ରଧାନ୍ୟ ଏହି କେନ୍ଦ୍ର ମାନଙ୍କରେ ସମାଧାନ କରିବାର ସମସ୍ତ  ବନ୍ଦୋବସ୍ତ ସହ ବିନା ଖର୍ଚ୍ଚରେ ଶୃଙ୍ଖଳତାର ସହ ସମାଧାନ କରାଯିବ। ଏହି କାର୍ଯ୍ୟକ୍ରମ ଆଗାମୀ ମାସ ଠାରୁ ଆରମ୍ଭ କରାଯିବ।…

Read More

କେଦାର ମିଶ୍ର ବିପଦ ମଣିଷକୁ ଏକତା ଶିଖାଏ, ହେଲେ ଆମ ଭାରତୀୟଙ୍କ କ୍ଷେତ୍ରରେ ଏହା ପୂରା ଓଲଟା। ବିପଦକୁ ଏକାଠି ସାମ୍ନା କରିବା ପରିବର୍ତ୍ତେ ଆମେ ବିପଦ ସମୟରେ ବିଭାଜିତ ହେବାକୁ ବେଶୀ ପସନ୍ଦ କରୁଛୁ। କରୋନା ବିପଦ ଆମକୁ ପ୍ରତିଦିନ ନୂଆ ନୂଆ ବାଗରେ ବିଭାଜିତ କରିଚାଲିଛି। ଭୂତାଣୁ ସଂକ୍ରମଣ ତୁଳନାରେ ବିଦ୍ଵେଷ ଓ ବିଭାଜନର ଭୂତାଣୁ ଏବେ ଅଧିକ ବିପଜ୍ଜନକ। ପ୍ରଥମରୁ ଧର୍ମ ଓ ସମ୍ପ୍ରଦାୟ ଆଧାରରେ ଆମେ ବିଦ୍ଵେଷ ବଢାଇ ଚାଲିଲୁ। ମାନବିକତା ଆଗରେ ଧର୍ମ ବଡ ହୋଇ ଦିଶିଲା। ଯାହା ଫଳରେ ପ୍ରଥମ କିଛିଦିନ ଆମେ ଧର୍ମ ଆଧାରରେ କରୋନା ଆକ୍ରାନ୍ତଙ୍କୁ ବାଣ୍ଟିଲୁ। ସମୟକ୍ରମେ ତାକୁ ନେଇ ଯେତେବେଳେ ଦେଶର ବଦନାମ ହେଲା, ତାକୁ ନେଇ ଆରବ ରାଷ୍ଟ୍ରଗୁଡିକ ଯେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ, ତାପରେ ଯାଇ ଭାରତ ସରକାରଙ୍କର ଚେତା ପଶିଲା।  ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ବିଭାଜନ ଓ ବିଦ୍ଵେଷ ସୃଷ୍ଟି…

Read More