Author: Samikhsya Bureau

ମୁମ୍ବାଇ : ଦେଶରେ କରୋନା ସଙ୍କଟ ସମୟରେ ଦେଶବାସୀଙ୍କୁ କ୍ରିକେଟର ଏବଂ ଫିଲ୍ମତାରକାଙ୍କ ପକ୍ଷରୁ ସହାୟତାର ହାତ ବଢାଯାଇଥିଲା । ଏହି ତାଲିକାରେ ଦୁଇ ଯୁବ କ୍ରିକେଟର ସାମିଲ ହେବା ସହିତ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଦୁଇ କ୍ରିକେଟର ହେଉଛନ୍ତି ସର୍ଫରାଜ ଖାନ୍‌ ଏବଂ ଯଶସ୍ବୀ ଜୟସ୍ବାଲ । ସର୍ଫରାଜ୍‌ ଚଳିତ ବର୍ଷ ଇଦ୍‌ ପାଳନ ନକରି ପ୍ରବାସୀଙ୍କୁ ସହାୟତା କରିବାର ନିଷ୍ପତ୍ତି ନେଇଥିବା ବେଳେ ଜୟସ୍ବାଲ ମଧ୍ୟ ସମାନ ଭାବରେ ପ୍ରବାସୀଙ୍କ ସହାୟତା ପାଇଁ ହାତ ବଢାଇଛନ୍ତି । ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ ଖାଦ୍ୟ ଏବଂ ପାଣି ବୋତଲର ବ୍ୟବସ୍ଥା କରୁଛନ୍ତି ସର୍ଫରାଜ୍‌ । ଇଦ୍‌ରେ କପଡା ଏବଂ ଭୋଜନରେ ଅଯଥାରେ ଖର୍ଚ୍ଚ ହୋଇଥାଏ । ଏହି ଅଯଥା ଖର୍ଚ୍ଚ ନକରି ଅସହାୟ ପ୍ରବାସୀଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି କିଙ୍ଗସ୍‌ ଇଲେଭେନ୍‌ କ୍ରିକେଟର ସର୍ଫରାଜ । ସର୍ଫରାଜ ଏବଂ ଯଶସ୍ବୀଙ୍କ ଏହି ବଦାନ୍ୟତାକୁ ସୋସିଆଲ…

Read More

ଭୁବନେଶ୍ବର : ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କରୋନାକୁ ନେଇ ସଚେତନତା ବୈଠକ କରାଯାଇଛି । ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ ହୋଇଥିଲା । 29 ଏବଂ 30ରେ ଗରାବଡୁ ନିଯୋଗର ସମସ୍ତ ସେବକଙ୍କ କୋଭିଡ଼ ପରୀକ୍ଷା କରାଯିବ ବୋଲି ବୈଠକ ପରେ ଜଣାପଡିଛି । ଏହାସହ ଅନ୍ୟ 10ଟି ନିଯୋଗର ଟେଷ୍ଟ ପାଇଁ ପ୍ରସ୍ତାବ ରହିଛି । ପୂର୍ବରୁ ରଥ ଖଳା ସେବକଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସ୍ନାନ ପୂର୍ଣ୍ଣିମା ନୀତି ପାଇଁ ସେବାୟତଙ୍କ ତାଲିକା ଦେବାକୁ ମଧ୍ୟ କୁହାଯାଇଛି । ମେ 25 ସୁଦ୍ଧା ସେବାୟତଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଟେଷ୍ଟ ପରେ ଅନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର :ଆଜି ବ୍ରହ୍ମପୁର କିନ୍ନର ମହାସଂଘ ତଥା ସାକ୍ଷୀ ତରଫରୁ ଓଡିଶା ବାହାରେ ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଛି । କରୋନା ପାଇଁ ରାଜ୍ୟ ବାହାରେ ଥିବା ଶ୍ରମିକ ମାନେ ନିରୁପାୟ ହୋଇ ଚାଲି ଚାଲି ନିଜ ରାଜ୍ୟ କୁ ଫେରୁଛନ୍ତି ଏହାକୁ ଆଖି ଆଗରେ ରଖି ବ୍ରହ୍ମପୁରର ଅନେକ ସଙ୍ଘଠନ ସାହାଯ୍ୟ କରିବାକୁ ଆଗକୁ ଆସିଛି । ଏହି ପ୍ରବାସୀ ମାନଙ୍କୁ ଆଜି ବ୍ରହ୍ମପୁର କିନ୍ନର ମହାସଂଘ ସାକ୍ଷୀ ତରଫରୁ ଜାତୀୟ ରାଜପଥରେ  ପ୍ରାୟ 300 ଜଣଙ୍କୁ ରନ୍ଧା ଖାଦ୍ୟ ଓ ପାଣି ବୋତଲ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବୀଟି ସାହୁଙ୍କ ସମେତ ଶାନ୍ତି, ବର୍ଷା, ଆରତୀ, ବାସନ୍ତୀ, ପ୍ରୀତି, ରଞ୍ଜିତା, ବାବୁଲା, ଲଭ୍‌ଲି, ଭୂମିକା କିନ୍ନର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରବାସୀ ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ସହ ମାକ୍ସ ଓ ସାନିଟାଇସନ…

Read More

ଆନ୍ଧ୍ରପ୍ରଦେଶ : କରୋନା ଭାଇରସ୍‌ କାରଣରୁ ପୂରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏବେ ଦେଶରେ ଲକ୍‌ଡାଉନର ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି। ଏହା ମଧ୍ୟରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଲକ୍‌ ଡାଉନ୍‌ରୁ ନିରାଶ ହୋଇ ଜଣେ ଯୁବକ ବେଙ୍ଗାଲୁରୁ ଯିବା ପାଇଁ ଯାଉଥିଲେ। ଏଥିପାଇଁ ସେ ସରକାରୀ ବସ୍‌ ଚୋରି କରି ବେଙ୍ଗାଲୁରୁ ଯିବାକୁ ବାହାରିଥିଲେ। କିନ୍ତୁ ରାସ୍ତାରେ ସେ ଧରାପଡି ଯାଇଥିଲେ। ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକ ଜଣେ ଯୁବକ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଧର୍ମାବରମ୍‌ ଆରଟିସି ବସ୍‌ ଡିପୋରୁ ସରକାରୀ ବସ୍‌ ଚୋରାଇ ଗୁଟୁରୁ ହୋଇ ବେଙ୍ଗାଲୁରୁ ଆଡକୁ ଯାଉଥିଲେ। ଠିକ୍‌ ସେଠାରେ ଦୁଇ ରାଜ୍ୟର ସୀମା ଉପରେ ସେ ଧରାପଡିଯାଇଥିଲେ। ରାଜ୍ୟ ସଡକ ପରିବହନ ନିଗମର ବସ୍‌ (ଏପି 02 ଜେଡ୍‌ 0552) ଧର୍ମାବରମ୍‌ ଆରଟିସି ବସ୍‌ ଡିପୋଠାରେ ରହିଥିଲା। କିନ୍ତୁ ପରିବହନ କର୍ମଚାରୀମାନେ ଯୁବକଙ୍କୁ ବସ୍‌ଟି ନେଇଯାଉଥିବାର ଦେଖି ଦେଇଥିଲେ।…

Read More

କେନ୍ଦୁଝର ପାଟଣା : ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ପୁଲିସ୍‌ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କର ବେଆଇନ୍‌ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କିଛିଦିନ ତଳେ ଆଇଆଇସି ସନ୍ଧ୍ୟାରାଣୀ ଯୁବକଙ୍କୁ ବାଡ଼ିରେ ପିଟିବା ସହ ଗୋଇଠା ପରେ ଗୋଇଠା ମାରିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏସ୍‌ଡିପିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ଏହାକୁ ନେଇ ରାଜ୍ୟ ମାନବାଧିକାର କମିଶନ ବି ଜବାବ ମାଗିଥିଲେ । ଏସ୍‌ପିଙ୍କଠାରୁ ଏହାର ଜବାବ ମାଗିବା ସହ କ୍ଷତିପୂରଣ ଦେବାକୁ କହିଥିଲେ । କ୍ଷତିପୂରଣ ବାବଦକୁ 10 ହଜାର ଟଙ୍କା ଆଇଆଇସିଙ୍କ ଦରମାରୁ କାଟିବାକୁ କହିଥିଲେ ।

Read More

ଉତ୍ତରପ୍ରଦେଶ : କରୋନା ଭାଇରସ୍‌ ପାଇଁ ଜାରି ହୋଇଥିବା ଲକ୍‌ ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତ୍ତରପ୍ରଦେଶର ବାନ୍ଧା ଜିଲ୍ଲାର କମାସିନ ଥାନା ଅନ୍ତର୍ଗତ ମୁସିଓ୍ବା ଗ୍ରାମରେ ଜଣେ ପ୍ରବାସୀ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ଶ୍ରମିକ ଜଣକ ମୁମ୍ବାଇରୁ ଫେରିଥିବାବେଳେ ଆଇସୋଲେସନ୍‌ରେ ରହିଥିବାବେ ସମୟରେ ଫାଶୀ ଲଗାଇଛନ୍ତି। ଶ୍ରମିକ ଜଣକ ପାଞ୍ଚ ଦିନ ପୂର୍ବରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ମୁମ୍ବାଇରୁ ଫେରିଥିବାବେଳେ ଘରେ ଆଇସୋଲେସନ୍‌ରେ ରହିଥିଲେ । ଯୁବକ ଜଣକ  ମୁମ୍ବାଇରେ ଏକ ଷ୍ଟିଲ୍‌ କାରଖାନାରେ କାମ କରୁଥିଲେ। କିନ୍ତୁ ଲକ୍‌ ଡାଉନ୍‌ ଯୋଗୁଁ କାରଖାନା ବନ୍ଦ ହୋଇଯିବା ପରେ ସେ ଘରକୁ ଫେରିଥିଲେ। ତାଙ୍କ ପିତା ମଧ୍ୟ ଗୁଜୁରାଟରେ ଏ ପର୍ଯ୍ୟନ୍ତ ଫସି ରହିଛନ୍ତି। ତେବେ ଯୁବକ ଜଣକ କେଉଁ କାରଣର ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ। (ଏଜେନ୍ସି)

Read More

ଯାଜପୁର : ପାଣିକୋଇଲି ନିକଟ ବୈତରଣୀ ନଦୀରେ ଭାସିଗଲା 5ଟି ଟ୍ରକ୍‌ । ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଅଧୀନ ଲିଙ୍ଗେଶ୍ବର ଘାଟରେ ଆଜି 5ଟି ହାଇଓ୍ବ ଗାଡି ବୁଡି ଯାଇଛି । ଏହି ଗାଡିଗୁଡିକ ବାଲି ନେବା ପାଇଁ ଘାଟ ମଧ୍ୟରେ ପଶିଥିବାବେଳେ ହଠାତ୍‌ ଚେକ୍‌ ପୋଷ୍ଟରୁ ପାଣି ଛାଡି ଦିଆଯାଇଥିଲା । ଫଳରେ ଗାଡିଗୁଡିକ ସମ୍ପୂର୍ଣ୍ଣ ବୁଡି ଯାଇଥିଲେ । ତେବେ ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ତେବେ ଲକ୍‌ ଡାଉନ୍‌ ସମୟରେ ନିଷିଦ୍ଧାଞ୍ଚଳରେ କାହା ଅନୁମତିରେ ବାଲି ଉଠାଣ ଯାଉଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Read More

ଭୁବନେଶ୍ବର : ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ । ଆହୁରି 2ରୁ3 ଡିଗ୍ରୀ ବଢିବ ତାପମାତ୍ରା । 40ଡିଗ୍ରୀରୁ ଅଧିକ ତାତି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଗରମ ହେବ । ବଲାଙ୍ଗିର, ସୋନପୁର, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ବରଗଡ, କଳାହାଣ୍ଡି, ସୁନ୍ଦରଗଡ, ବୌଦ୍ଧରେ ବି ପାରଦ 40 ଡିଗ୍ରୀ ଡେଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ 3 ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ରହିବା ସହିତ ତାତି ଓ ଅସହ୍ୟ ଗୁଳୁଗୁଳି ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ବାସ ସୂଚନା ଦେଇଛନ୍ତି । ଗତକାଲି ରାଜ୍ୟର 12ଟି ସହରର ତାପମାତ୍ରା 41 ଡିଗ୍ରୀ ଉଫରେ ରହିଥିଲା ।  ସବୁଠୁ ଉତ୍ତପ୍ତ ସହର ଟିଟିଲାଗଡରେ 45 ଡିଗ୍ରୀ ଟପିଥିଲା ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 80 ପଜିଟିଭ୍‌ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1269କୁ ବୃଦ୍ଧି ହୋଇଛି ।ଗଞ୍ଜାମରୁ 19,  ଯାଜପୁରରୁ 14, ବାଲେଶ୍ବରୁ 3, ପୁରୀରୁ 17, କଟକରୁ ଜଣେ, ସୁନ୍ଦରଗଡ ରୁ 5, ନୟାଗଡ ରୁ 5, ବଲାଙ୍ଗିରରୁ 1, ମାଲକାନଗିରିରୁ 5, କନ୍ଧମାଳରୁ 2, ଝାରସୁଗୁଡାରୁ 3, ଗଜପତିରୁ 4 ଓ ନବରଙ୍ଗପୁରରୁ ଜଣେ ରହିଛନ୍ତି । ନୂତନ 80 ଆକ୍ରାନ୍ତଙ୍କ ମଧ୍ୟରୁ   କ୍ଵାରେଣ୍ଟିନରୁ 71 ଜଣ ଚିହ୍ନଟ ହୋଇଥିବାବେକେ 2 ଜଣ ହୋମ କ୍ଵାରେଣ୍ଟିନ ଓ 7 ଜଣ ଲୋକାଲ କେସ ରହିଛି। ସେହିପରି ଆଜି 2ଟି ଜିଲ୍ଲାକୁ କୋରନା ବ୍ୟାପିଛି। ଗଜପତି ଓ  ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତିରୁ 4 ଜଣ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରୁ ଜଣେ…

Read More

ନୂଆଦିଲ୍ଲୀ : ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ସତ୍ତ୍ବେ ସଂକ୍ରମିତ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ ନୂତନ 6654ଟି ମାମଲା ଆସିଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 137 ଜଣ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଦେଶରେ ଏ ପର୍ଯ୍ୟନ୍ତ ଏକ ଲକ୍ଷ 25 ହଜାର 101 ଜଣ ସଂକ୍ରମିତ ହୋଇଥିବାବେଳେ 3720 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 51 ହଜାର 784 ଜଣ ସୁସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 1517ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 802, ମଧ୍ୟପ୍ରଦେଶରେ 272, ପଶ୍ଚିମବଙ୍ଗରେ 265, ରାଜସ୍ଥାନରେ 153, ଦିଲ୍ଲୀରେ 208, ଉତ୍ତରପ୍ରଦେଶରେ 152, ଆନ୍ଧ୍ରପ୍ରଦେଶରେ 55, ତାମିଲନାଡୁରେ 98, ତେଲେଙ୍ଗାନାରେ 45, କର୍ଣ୍ଣାଟକରେ 41, ପଞ୍ଜାବରେ 39, ଜମ୍ମୁକାଶ୍ମରୀରରେ 20, ହରିୟାଣାରେ 16, ବିହାରରେ 11,…

Read More

ମୁମ୍ବାଇ : ଭାରତରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ମହାରାଷ୍ଟ୍ରରେ ଏହା ଅଧିକ କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ 25 ହଜାରରୁ ଅଧିକ ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଲକ୍‌ ଡାଉନ୍‌ 4.0ରେ କଟକଣା କୋହଳ ହେବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଅନ୍ୟାନ୍ୟ ଦୋକାନକୁ ଖୋଲିବାକୁ ଅନୁମତି ମିଳିଛି । ସେହିପରି ଅନ୍‌ଲାଇନ୍‌ ଖାଦ୍ୟ ମଗାଇ ଯାଉଥିବାବେଳେ ଏବେ ମଦର ହୋମ୍‌ ଡେଲିଭରୀ କରିବାକୁ ନି୍ଷ୍ପତ୍ତି ନେଇଛି ବିଏମ୍‌ସି। ମୁମ୍ବାଇ ସହରରେ ମଦର ହୋମ ଡେଲିଭରୀ କରିବାକୁ ବମ୍ବେ ମ୍ୟୁନିସିପାଲ କର୍ପୋରେସନ୍‌ ଏପରି ନିଷ୍ପତ୍ତି ନେଇଛି । ବିଏମ୍‌ସିର ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ମୁମ୍ବାଇରେ ମଦର ହୋମ୍‌ ଡେଲିଭରୀ ଆରମ୍ଭ ହେବ । ଲୋକମାନେ ଘରେ ବସି ମଦର ଅର୍ଡର ଦେଇପାରିବେ। କିନ୍ତୁ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ପ୍ରକାରର ସେବା ମିଳିପାରିବ ନାହିଁ । ଯେଉଁ ଦୋକାନୀମାନେ ଅନୁମତି ପାଇଛନ୍ତି, ସେମାନେ ହିଁ…

Read More

ମୋହନା : ଅଣ୍ଡରଗ୍ରାଉଣ୍ଡରୁ ବାହାରି ନ ପାରି ତିନି ଭାଇଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ଗାଁରେ ଘଟିଛି । ଘର ଭିତରେ ଥିବା 6 ଫୁଟ ତଳକୁ ଅଣ୍ଡଗ୍ରାଉଣ୍ଡରେ ଫଶି ତିନି ଭାଇଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି ବିପ୍ର ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ । ସେମାନଙ୍କ ବୟସ ଯଥାକ୍ରମେ 24, 27, 30 ବର୍ଷ । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତ୍ରିରେ ମଝିଆ ପୁଅ କିଛି ଜିନିଷ ପତ୍ର ରଖିବା ପାଇଁ ଅଣ୍ଡରଗ୍ରାଉଣ୍ଡକୁ ଯାଇଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରି ନପାରିବାକୁ ତାଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଦୁଇଭାଇ ମଧ୍ୟ ଯାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଅଣ୍ଡରଗ୍ରାଉଣ୍ଡରୁ ବାହାର କରିଥିଲେ । ଏହା ପରେ ତାଙ୍କୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ମାତ୍ର ଡାକ୍ତର…

Read More

ପ୍ରୟାଗରାଜ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ସୂଚନା ରହିଛି। ଏହି ଦୁର୍ଘଟଣାରେ 35 ଜଣ ଆହତ ହୋଇଥିବାବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ମିଳିଥିବା ସୂଚନା ଅନୁସାରେ ବସ୍‌ର ଟାୟାର ଫାଟିବା କାରଣରୁ ବସଟି ଓଲଟି ପଡିଥିଲା। ବସ୍‌ ଟି ଜୟପୁରରୁ ପଶ୍ଚିମବଙ୍ଗ ଯାଉଥିବା ବାଟରେ ପ୍ରୟାଗରାଜର  ନଓ୍ବାବଗଞ୍ଜ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ସଂକଟକୁ ଦେଖି ମାର୍ଚ୍ଚ 24 ତାରିଖରେ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏବେ ଦେଶରେ ଲକ୍‌ ଡାଉନ୍‌ 4.0 ଜାରି ହୋଇଛି । ଲକ୍‌ ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତିକୁ ଦେଖି ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି । ଏହି ପଳାୟନ ମଧ୍ୟରେ ଦେଶରେ ବିଭିନ୍ନ ଅଞ୍ଚଳରେ ବସ୍‌ ଦୁର୍ଘଟଣା, ଟ୍ରେନ୍‌…

Read More

କେଦାର ମିଶ୍ର ଓଡିଶାର ପ୍ରଥମ କ୍ଷୁଦ୍ରଗଳ୍ପ “ରେବତୀ” ଯେଉଁମାନେ ପଢିଥିବେ, ସେ ଗପର ପୃଷ୍ଠଭୂମିରେ ସେ ସମୟର ମହାମାରୀ ହଇଜାର ଭୀଷଣ ଚେହେରାକୁ ମଧ୍ୟ ଦେଖିଥିବେ। ଓଡ଼ିଆ କଥାସାହିତ୍ୟର ମହାନାୟକ ଫକୀର ମୋହନ ସେନାପତିଙ୍କ କଲମରେ ୧୫୦ ବର୍ଷ ତଳର ଓଡିଶାର ଜୀବନ ଚିତ୍ର ଓ ସେଥିରେ ମହାମାରୀର ଏକ ଅର୍ଥନୈତିକ ଚରିତ୍ର ଆମେ ଦେଖିଥିଲୁ। ହଇଜାରେ ପଡି ପାଟପୁର ଗାଁର କରଣ ଶ୍ୟାମବନ୍ଧୁ ମହାନ୍ତି ଯେତେବେଳେ ପ୍ରାଣ ହରାନ୍ତି, ତାର ତିନିମାସ ଭିତରେ ତାଙ୍କ ପରିବାରର ଅର୍ଥନୀତି ଭୁଷୁଡି ପଡେ। ଶ୍ୟାମବନ୍ଧୁଙ୍କ ଘର ଉଜୁଡିଯିବାର କାରଣ ହଇଜା ଯେତିକି ନୁହଁ, ତାଠୁ ଅଧିକ ଜମିଦାରଙ୍କର ଶୋଷଣ। ହଇଜା ପରେ ପରେ ଜମିଦାରଙ୍କର ଶୋଷଣ ଉତ୍କଟ ହୋଇଛି। ଖଜଣା ବାକି ରହିଛି ବୋଲି କହି ଶ୍ୟାମବନ୍ଧୁଙ୍କର ଦୁଇ ଦୁଧିଆଳୀ ଗାଈଙ୍କୁ ଜମିଦାର ଘର ପିଆଦା ବାନ୍ଧି ନେଇଛି। ଜମି କୋରଖ ହୋଇଛି। ମହାମାରୀ ଓ ଶାସକ ବର୍ଗର ଶୋଷଣ  କେମିତି ସମତାଳରେ…

Read More

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି‌ ଜିଲ୍ଲାପାଳ ସରୋଜ କୁମାର ସାମଲ । ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବାବେଳେ ଅନ୍ୟ ଜଣେ 40 ବର୍ଷୀୟ ବ୍ୟକ୍ତି ଅଛନ୍ତି। ମଙ୍ଗଳ ବଜାରରେ ଥିବା ଏକ ପରିବାରର ବର୍ଷକର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଉକ୍ତ ପରିବାରରୁ ଜଣେ 5 ବର୍ଷର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ସୂଚନାଥାଉ କି, ସମ୍ପୃକ୍ତ ପରିବାରର ସଦସ୍ୟମାନେ ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟିନ୍‌ରେ ଥିଲେ। ସେହିପରି ଚିହ୍ନଟ 40 ବର୍ଷୀୟ ବ୍ୟକ୍ତିଙ୍କ ଘର ବ୍ରଜରାଜନଗରରେ। ସେ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟିନ୍‌ରେ ରହିିଥିଲେ ।

Read More

ନ୍ୟୁୟର୍କ : ଜୁମ୍‌ ଭିଡିଓ କଲ୍‌ ସମୟରେ ବାପାକୁ ହତ୍ୟା କରିଛି ପୁଅ । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ ଏଭଳି ଘଟଣା ଘଟିଛି । ଏହି ଆକ୍ରମଣରେ ନିହତ ବ୍ୟକ୍ତିଙ୍କ ନାମ ହେଉଛି ଡ୍ବାଇଟ୍‌ ପାଓ୍ବାର୍ସ୍‌ । ଗୁରୁବାର ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାର କାରଣ ଜଣାପଡିନାହିଁ । 72 ବର୍ଷ ବୟସ୍କ ପାଓ୍ବାର୍ସ ଅନ୍ୟ 20 ଜଣ ବ୍ୟକ୍ତିଙ୍କ ସହିତ ଗ୍ରୁପ୍‌ ଭିଡିଓ କଲ୍‌ କରୁଥିବା ସମୟରେ ତାଙ୍କର 32 ବର୍ଷୀୟ ପୁଅ ଉଲଗ୍ନ ଅବସ୍ଥାରେ ଆସି ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା । ଏହି ଘଟଣା ପରେ ଭିଡିଓ କଲ୍‌ରେ ମହଜୁଦ ଥିବା ଅନ୍ୟ ବ୍ୟକ୍ତି ମାନେ 911ରେ କଲ୍‌ କରିଥିଲେ । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି 32 ବର୍ଷୀୟ ଅଭିଯୁକ୍ତ ଥୋମାସ୍‌ ସ୍କଲିକୁ ଗିରଫ କରିଛି । (ଏଜେନ୍ସି)

Read More

ଭୁବନେଶ୍ବର : ସୁନ୍ଦରଗଡରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ନିଖିଲ୍‌ ପଓ୍ବନ୍‌ କଲ୍ୟାଣ ଏହି ସୂଚନା ପ୍ରଦାନ କରିଛନ୍ତି । ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ତିନି ଜଣ ମହିଳା ରହିଛନ୍ତି । ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଏବଂ କ୍ବାରେଣ୍ଟିନ୍‌ରେ ରହିଥିଲେ । ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା ସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Read More

ଦୁବାଇ : ବିଭିନ୍ନ କ୍ରିକେଟ ଖେଳୁଥିବା ଦେଶ ପକ୍ଷରୁ ଲକ୍‌ଡାଉନ୍‌ ନିୟମକୁ କୋହଳ କରାଯାଉଥିବା ବେଳେ ଆଇସିସି ପକ୍ଷରୁ ବ୍ୟାକ୍‌ ଟୁ କ୍ରିକେଟ୍‌ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଶୁକ୍ରବାର ଆଇସିସିର ମେଡିକାଲ ଟିମ୍‌ ପକ୍ଷରୁ ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କ୍ରିକେଟ୍‌ ସିଜିନ୍‌ ଆରମ୍ଭ ହେବା ପୂର୍ବରୁ ସମସ୍ତ ଖେଳାଳିଙ୍କ ପାଇଁ ଏକ 14 ଦିନିଆ କ୍ବାରେଣ୍ଟାଇନ୍‌ କ୍ୟାମ୍ପ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅଭ୍ୟାସ ତଥା ଯାତ୍ରା ସମୟରେ ଖେଳାଳି କିପରି ନିଜକୁ ସୁରକ୍ଷିତ ରଖିବେ ତାହା ଏହି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ସେଫ୍‌ଟି ଫାଷ୍ଟ : 1. ଖେଳାଳି ତଥା ସମୁଦାୟ କ୍ରୀଡାବିତ ଗୋଷ୍ଠୀଙ୍କ ସୁରକ୍ଷା ଆଇସିସିର ପ୍ରଥମ ଲକ୍ଷ୍ୟ। 2. କରୋନା ସଂକ୍ରମଣ କିମ୍ବା ସଂକ୍ରମଣରେ ବୃଦ୍ଧି ହେବାର କୌଣସି ସମ୍ଭାବନା ନଥିଲେ ହିଁ କ୍ରିକେଟ୍‌ ପୁନର୍ବାର ଆରମ୍ଭ ହେବ। 3. କ୍ରିକେଟ୍‌ ଜଗତ ସହିତ ଜଡିତ ବିଭିନ୍ନ ଜିନିଷରୁ ଯେମିତି ସଂକ୍ରମଣ ନ ବ୍ୟାପେ ତାହାର…

Read More

ଲଣ୍ଡନ : କରୋନା ମୁକାବିଲା ପାଇଁ ଏକ ନୂତନ ଆଶା ସଞ୍ଚାର ହୋଇଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କରୋନା ଟୀକା ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ତିମ ପର୍ଯ୍ୟାୟରେ ଏହି ଟୀକାର ମାନବ ପରୀକ୍ଷଣ କରାଯିବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷଣ ପାଇଁ 10260 ସ୍ବେଚ୍ଛାସେବୀ ସମ୍ମୁଖକୁ ଆସିଛନ୍ତି । ଏପ୍ରିଲ୍‌ ମାସରେ ବିଶ୍ବ ବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ମାନବ ପରୀକ୍ଷଣ କରାଯାଇଥିବା ବେଳେ ଏହାର ପରବର୍ତ୍ତୀ ପରୀକ୍ଷଣ ପାଇଁ ଏହି ସ୍ବେଚ୍ଛାସେବୀ ମାନେ ସାମିଲ ହୋଇଛନ୍ତି । ଏପ୍ରିଲ୍‌ରେ କରାଯାଇଥିବା ପରୀକ୍ଷଣରେ 1000 ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 10260 ଜଣ ନିଜକୁ ପଞ୍ଜୀକୃତ କରାଇଛନ୍ତି । ବିଭିନ୍ନ ବୟସ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏହି ପରୀକ୍ଷଣରେ ସାମିଲ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ 5-12, 56-69 ଏବଂ…

Read More

ବବୁ‌ଲୁ ସାହୁ ଜୁନାଗଡ଼: କଳହାଣ୍ଡି ଜିଲ୍ଲା ଜୁନାଗଡ଼ ଜାରିଙ୍ଗ ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଜଙ୍ଗଳ ମଧ୍ୟରୁ ଏକ ଦୁଇ ବର୍ଷୀୟ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଏକ ବ୍ୟାଗ୍ ଭିତରୁ ଠାବ ହୋଇଛି ଏକ ଦୁଇ ବର୍ଷର କୋମଳମତି ଶିଶୁ ପୁତ୍ରର ମୃତ ଦେହ। ଜାରିଙ୍ଗ ଜଙ୍ଗଲ ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥ ଜାରିଙ୍ଗ ଛକ ନିକଟରେ ଉକ୍ତ ଶିଶୁପୁତ୍ରର ମୃତ ଦେହ ଠାବ କରାଯାଇଛି। କିଏ କାହିଁକି ଏକ ନିଷ୍ପାପ କୋମଲମତି ଶିଶୁକୁ ହତ୍ୟା କରି ବ୍ୟାଗ୍ ଭିତରେ ଭର୍ତ୍ତି କରି ରାସ୍ତା କଡକୁ ଫିଙ୍ଗିଛି ବର୍ତ୍ତମାନ ତାହା ଅସ୍ପଷ୍ଟ। ଘଟଣା ସ୍ଥଳରେ ଜୁନାଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁ ପହଞ୍ଚି ମୃତ ଶିଶୁପୁତ୍ରର ଶବକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଶିଶୁଙ୍କ ଗ୍ରାମ ସଦର ଥାନା ଅନ୍ତର୍ଗତ ବରଝୋଲ ତିଳଯୋଡି ବୋଲି ଜଣାପଡିଛି।

Read More

ନ୍ୟୁୟର୍କ : ପ୍ରଖ୍ୟାତ ଲେଖିକା ଏବଂ କବି ଏମିଲି ବ୍ଲଣ୍ଟଙ୍କ ବାୟୋପିକ୍‌ରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ଏମ୍ମା ମ୍ୟାକ୍କେ । ଏମ୍ମା ପୂର୍ବରୁ ନେଟ୍‌ଫ୍ଲିକ୍ସର ଓ୍ବେବ୍‌ ସିରିଜ୍‌ ‘ସେକ୍ସ ଏଜୁକେସନ୍‌’ରେ ମେଭ୍‌ ଚରିତ୍ରରେ ନଜର ଆସିଥିଲେ । ଅଭିନେତ୍ରୀ ଫ୍ରାନ୍ସେସ୍‌ ଓ କନ୍ନର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମରେ ବ୍ଲଣ୍ଟଙ୍କ ଉପନ୍ୟାସ ଏବଂ ଏହାକୁ ନେଇ ଦେଖା ଦେଇଥିବା ବିବାଦକୁ ଦେଖିବାକୁ ମିଳିବ ବୋଲି କନ୍ନର ସ୍ପଷ୍ଟ କରିଛନ୍ତି । ଏହା ସହିତ ଏହି ଫିଲ୍ମରେ ଜୋ ଅଲଓ୍ବିନ୍‌, ଫିଓନ୍‌ ହ୍ବାଇଟ୍‌ହେଡ୍‌ ଏବଂ ଏମିଲି ବିଚାମ୍‌ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । 2021ରେ ବ୍ରିଟେନ୍‌ର ୟୋର୍କସାୟାରରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । (ଏଜେନ୍ସି)

Read More