ଆନ୍ଧ୍ରପ୍ରଦେଶ : ଦେଶରେ କରୋନା ଭାଇରସ୍ ମହାମାରୀ ବ୍ୟାପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଚାଲିଛି । ଦେଶରେ ଆସିଥିବା ଏହି ସଂକଟକୁ ମୁକାବିଲା କରିବା ପାଇଁ ବହୁରାଜ୍ୟ ନିଜ ବଜେଟ୍ରେ ପରିବର୍ତ୍ତନ କରୁଛନ୍ତି । ଏହି କ୍ରମରେ ସରକାରୀ କର୍ମଚାରୀ ତଥା ନିର୍ବାଚିତ ପ୍ରତିନିଧିଙ୍କ ଦରମାକୁ ହ୍ରାସ କରାଯାଉଛି । ତେଲେଙ୍ଗାନା, ମହାରାଷ୍ଟ୍ର ସରକାରଙ୍କ ପରେ ଏବେ ଦରମା ହ୍ରାସ ନେଇ ଆନ୍ଧ୍ରପ୍ରଦେଶରେ ସରକାର ଘୋଷଣା କରିଛନ୍ତି। ତେବେ ଆନ୍ଧ୍ରପ୍ରଦେଶର ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସମ୍ପୂର୍ଣ୍ଣ ଦରମା କାଟକୁ ନେଇ ପ୍ରସ୍ତାବ ରଖିଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ବ୍ୟତୀତ ନିର୍ବାଚିତ ପ୍ରତିନିଧିଙ୍କ ଦରମାରୁ ଶହ ପ୍ରତିଶତ ହ୍ରାସ କରାଯିବା ନେଇ ସୂଚନା ରହିଛି । ଏତଦ୍ବ୍ୟତୀତ ରାଜ୍ୟରେ କାର୍ଯ୍ୟରତ ସମସ୍ତ ବ୍ୟୁରୋକ୍ରାଟ୍ସ (ଆଇଏଏସ୍-ଆଇପିଏସ୍-ଆଇଏଫ୍ଏସ୍)ଙ୍କ ଦରମାର 60 ପ୍ରତିଶତ ଦରମା ହ୍ରାସ କରାଯାଇଛି । ସେହିପରି ଅନ୍ୟ ସରକାରୀ…
Author: Samikhsya Bureau
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ବେଶ୍ ଭୟଙ୍କର ଭାବରେ ତାଣ୍ଡବ ରଚୁଥିବାବେଳେ ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଗତ 24 ଘଣ୍ଟରା ମଧ୍ୟରେ 272ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ 1613 ରହିଥିବାବେଳେ 35 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 148 ଜଣ ଠିକ୍ ହୋଇଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର ଓ ତାମିଲନାଡୁରେ ସଂକ୍ରମିତଙ୍କ ଲୋକଙ୍କ ସଂଖ୍ୟା ବେଶ ବଢିବାରେ ଲାଗିଛି । ଗତକାଲି ମହାରାଷ୍ଟ୍ରରେ 72ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ 300ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେହିପରି ମହାରାଷ୍ଟ୍ର ପରକୁ କେରଳ ରହିଛି । କେରଳରେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 241ରେ ପହଞ୍ଚିଛି । ସେହପରି ତାମିଲନାଡୁରେ 50ରୁ ଉର୍ଦ୍ଧ୍ବ ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 124ରେ ପହଞ୍ଚିଛି । ଗତ 24 ତାରିଖରେ…
ମୁମ୍ବାଇ : କରୋନା ଭାଇରସ୍ର ବ୍ୟାପକ ପ୍ରସାର ଦେଖି ମୁମ୍ବାଇର ପାଞ୍ଚଟି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରାଯାଇଛି । ଏହି ଅଞ୍ଚଳଗୁଡିକ ମଧ୍ୟରେ ରହିଛି ରାଜାଜୀ ପଥ, ବାଲାଜୀ ଗାର୍ଡେନ୍, ଅରେ ଭିଲେଜ୍, ମହାତ୍ରେ ନଗର, ସହକାର ନଗର ପ୍ରମୁଖ ସାମିଳ୍ ରହିଛି । କରୋନାକୁ ଦୃଷ୍ଟିରେ ରଖି ମଧ୍ୟ କିଛି ବସ୍ତି ଅଞ୍ଚଳରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । କେଡିଏମ୍ସି ନଗର ନିଗମର ଆୟୁକ୍ତ ବିଜୟ ସୂର୍ଯ୍ୟବଂଶୀ ବୁଧବାର ଦିନ ଫେସ୍ବୁକ୍ ପେଜ୍ରେ ଏକ ଭିଡିସ ଅପଲୋଡ୍ କରି ଏହା ସମ୍ପର୍କରେ ଘୋଷଣା କରିଛନ୍ତି । ଡୋମ୍ବିମ୍ବଲୀର ପୂର୍ବ ଅଞ୍ଚଳରେ ପାଞ୍ଚ ଜଣ କରୋନା ପଜିଟିଭିଙ୍କ ସୂଚନା ମିଳିବା ପରେ ଏହି ଅଞ୍ଚଳକୁ ସିଲ୍ କରିବାର ନିଷ୍ପତ୍ତି ନିଆଯାଇଛି । ସେହିପରି ଯିଏ ଏହି ନିୟମକୁ ଉଲ୍ଲଂଘନ କରିବା ତା’ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି । ସୂର୍ଯ୍ୟବଂଶୀ ସେଠାକାର ସାଧାରଣ ଜନତାଙ୍କୁ…
କେଦାର ମିଶ୍ର ଆଜି ଓଡିଶା ଦିବସ। ସେ ପୁଣି ୮୫ତମ ଓଡିଶା ଦିବସ। ତେବେ ଆଜି ଆମ ଜୀବନରେ ସବୁଠୁ ନୀରସ ଉତ୍ସବର ଦିନ। ଗତ ୮୪ ବର୍ଷ ଭିତରେ ଏମିତି କୌଣସି ଦିନ ନଥିବ ଯେଉଁ ଦିନ ଓଡିଶା ଦିବସକୁ ଏତେ ନିରୁତ୍ସାହଜନକ ଭାବରେ ଆମେ ପାଳିଥିବା। ଏକ ଭୟଙ୍କର ସଙ୍କଟ ସମୟରେ ଆଜି ହୁଏତ ଆମେ ଓଡିଶା ଦିବସ ପାଳନ କରୁନାହୁଁ, ହେଲେ ଓଡ଼ିଶାକୁ ନେଇ ଆମକୁ ଆତ୍ମସମୀକ୍ଷା କରିବା ଆଜି ଏକାନ୍ତ ଜରୁରୀ। ୧, ଏପ୍ରିଲ ୧୯୩୬ ରୁ ୧, ଏପ୍ରିଲ, ୨୦୨୦- ଦୀର୍ଘ ୭୫ ବର୍ଷର ଜୀବନରେ ଓଡିଶାର ରାଜନୀତି, ଅର୍ଥନୀତି, ସଂସ୍କୃତି, ଜୀବନବୋଧ ଏବଂ ଅସ୍ମିତା ଅନେକ ବଦଳିଛି। ଆଜି ହୁଏତ ଆମକୁ ଆଶ୍ଚର୍ୟ ଲାଗିପାରେ ଯେ ୧୯୩୬ ପୂର୍ବରୁ ଆମର ରାଜନୈତିକ ପରିଚୟ ହଜି ଯାଇଥିଲା। ପୁରାଣ ଓ ଇତିହାସରେ ଯେଉଁ ଓଡ୍ର, କଳିଙ୍ଗ, ଉତ୍କଳ, କୋଶଳ, କୋଙ୍ଗଦ, ଉଡ୍ର ମଣ୍ଡଳ ଇତ୍ୟାଦିର…
ନୂଆଦିଲ୍ଲୀ : ଚୀନର ବୁହାନରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରିଛି। ଭାରତ ସମେତ ବିଶ୍ୱର 200ଟି ରାଷ୍ଟ୍ର କରୋନା ପଞ୍ଝାରେ ପଡ଼ିଛନ୍ତି। ଆମେରିକା ରୁଷ ଭଳି ଶକ୍ତିଶାଳୀ ରାଷ୍ଟ୍ର ସହିତ ନରୱେ ଓ ରୋମାନିଆ ସମସ୍ତେ ଏବେ କୋରନା ପଞ୍ଝାରେ ଅଣନିଃଶ୍ବାସୀ ହୋଇପଡିଛନ୍ତି । ଚୀନଠାରେ ପ୍ରଥମେ କରୋନା ସୃଷ୍ଟି ହୋଇଥିଲେ ହେଁ ବର୍ତ୍ତମାନ ସେଠାରେ ସ୍ଥିତିରେ ସୁଧାର ଆସିଥିବାବେଳେ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡିକରେ ଏହା ବେଶ୍ ଦ୍ରୁତ ବ୍ୟାପରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନାରେ 8,58, 669 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା 42,151ରେ ପହଞ୍ଚି ଯାଇଛି। ସେହିପରି 1,78, 099 ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। 32 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଆମେରିକାରେ ଏବେ ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 1,88,530…
ଭୁବନେଶ୍ବର, ଭଦ୍ରକରୁ ଚିହ୍ନଟ ହୋଇଥିବା କରୋନା ଆକ୍ରନ୍ତ ସପଂର୍କରେ ସ୍ବାସ୍ଥ୍ୟ ବିଭାଗ ଯେଉଁ ରିପୋର୍ଟ ଦେଇଛି ତାହା ଆଶ୍ଚର୍ଯ୍ୟ କରିଦେଇଛି। ବିଭାଗର ରିପୋର୍ଟ ଅନୁସାରେ ଚତୁର୍ଥ ଆକ୍ରାନ୍ତଙ୍କ ଦେହରେ କୌଣସି ଥଣ୍ଡାକାସ ପରି ଲକ୍ଷଣ ନ ଥିଲା। ହେଲେ ସେ ବିଦେଶରୁ ଆସିଥିବାଏବଂ ତାଙ୍କ ଶରୀରକୁ ନିରୀକ୍ଷଣ କରିବା ପରେ ତାଙ୍କ ପ୍ରତି ଡାକ୍ତରଙ୍କ ସନ୍ଦେହ ବୃଦ୍ଧି ପାଇଥିଲା। ଫଳରେ ତାଙ୍କର ନମୂନା ପରୀକ୍ଷା ପାଇଁ ଅଣାଯାଇଥିଲା। ଏମସରେ ଏହାର ପରୀକ୍ଷା କରିବା ପରେ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଥିଲା। ଫଳରେ ବର୍ତ୍ତମାନ ବିଦେଶରୁ ଆସିଥିବା ବ୍ୟକ୍ତି ନିହାତି ସଂଗରୋଧ ବା ଏକାନ୍ତବାସରେ ରହିବା ଆବଶ୍ୟକ। ଏଥିସହିତ ଘର ଭିତରେ ରହିବା ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ବାହାରେ କୌଣସି ବ୍ୟକ୍ତି ଭଲ ଦେଖାଯାଉଥିଲେ ମଧ୍ୟ ସେ ଯେ ଆକ୍ରନ୍ତ ହୋଇ ନ ଥିବେ ତାହା କହିବା ମୁସ୍କିଲ।
ଭୁବନେଶ୍ବର, ପୁଣି ଆଉ ଏକ କରୋନା ଆକ୍ରାନ୍ତ ମିଳିବା ପରେ ବର୍ତ୍ତମାନ ଓଡିଶାରେ ଏହାର ସଂଖ୍ୟା 4କୁ ବୃଦ୍ଧି ପାଇଛି। 29 ବର୍ଷ ବୟସ୍କ ଭଦ୍ରକର ଏହି ବ୍ୟକ୍ତି ଜଣଙ୍କ ଦୁବାଇରୁ ଆସିଥିଲେ। ବର୍ତ୍ତମାନ ଓଡିଶାରୁ ଚିହ୍ନଟ ହୋଇଥିବା 4 ରୋଗୀଙ୍କ ମଧ୍ୟରୁ 3 ଜଣ ବିଦେଶରୁ ଆସିଥିବା ବେଳେ କେବଳ 3ୟ ପଜେଟିଭ ଜଣଙ୍କ ନୂଆଦିଲ୍ଲୀରୁ ଆସିଥିଲେ। ଓଡିଶା ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଓଡିଶାରେ ବର୍ତ୍ତମାନ ସୁଦ୍ଧା 610 ଜଣଙ୍କ ସାମ୍ପୁଲ ପରୀକ୍ଷା କରାଯାଇଥିବା ବେଳେ ମାତ୍ର 4 ଜଣଙ୍କର ପଜେଟିଭ ମିଳିଛି। ଆଜି 137 ଜଣଙ୍କର ସାମ୍ପୁଲ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରେ ଆରଏମଆରସି ରେ 119 ଟି, ଏମସରେ 15ଟି ଏବଂ ଏସସିବିରେ 3 ଜଣଙ୍କ ସାମ୍ପୁଲ ପରୀକ୍ଷା କରାଯାଇଥିଲା। କେବଳ ଏମସରେ ପରୀକ୍ଷା କରାଯାଇଥିବା ଜଣଙ୍କର ପଜେଟିଭି ଛାଡି ଦେଲେ ଆଉ ସବୁ ନେଗେଟିଭ ରିପୋର୍ଟ ଆସିଛି।
ଭୁବନେଶ୍ବର, ଓଡିଶାରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛି। ଏହି ଆକ୍ରାନ୍ତ ହେଉଛନ୍ତି ଭଦ୍ରକର ବାସିନ୍ଦା ଏବଂ ତାଙ୍କ ବୟସ ହେଉଛି 29 ବର୍ଷ। ସେ କିଛି ଦିନ ତଳେ ଦୁବାଇରୁ ଓଡିଶା ଆସିଥିଲେ। ଏହାପରେ ତାଙ୍କୁ କାଶ ଓ ଜ୍ବର ହୋଇଥିଲା। ହେଲେ ତାହା ଭଲ ନ ହେବାରୁ ତାଙ୍କର ସାମ୍ପୁଲ ପରୀକ୍ଷା ପାଇଁ ଦିଆଯାଇଥିଲା। ପରୀକ୍ଷା ପରେ ପଜେଟିଭ ଆସିଲା। ବର୍ତ୍ତମାନ ଏହି ରୋଗୀ କେଉଁମାନଙ୍କ ସଂପ୍ସର୍ଶରେ ଆସିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଓଡିଶାରେ ଏହି କରୋନା ରୋଗୀ ସଂଖ୍ୟା 4 ରେ ପହଁଚିଲା।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ନୂତନ ଅଫର୍ ପ୍ରଦାନ କରାଯାଇଛି। ଆସନ୍ତା ଏପ୍ରିଲ ୧୭ ଯାଏଁ ଜିଓ ଫୋନ୍ ଗ୍ରାହକଙ୍କୁ ୧୦୦ ମିନିଟ୍ର ମାଗଣା ଟକ୍ଟାଇମ୍ ଏବଂ ୧୦୦ ମାଗଣା ଏସ୍ଏମ୍ଏସ୍ ଦେବାନେଇ ଘୋଷଣା କରାଯାଇଛି। ଲକ୍ଡାଉନ୍ ସମୟରେ ପ୍ରତିଯୋଗୀ କମ୍ପାନୀମାନଙ୍କ ପକ୍ଷରୁ ଦିଅ।ଯାଉଥିବା ସୁବିଧାଠାରୁ ଏହା ୧୦ ଗୁଣ ଅଧିକ ବୋଲି ଜିଓ ପକ୍ଷରୁ ପ୍ରକାଶ କରାଯାଇଛି। ଏଥିସହିତ ଲକ୍ଡାଉନ୍ ସମୟରେ ଦୋକାନ ଗୁଡିକରେ ରିଚାର୍ଜ ସମ୍ଭବ ନଥିବାରୁ ଜିଓ ପକ୍ଷରୁ ପ୍ରିପେଡ୍ ଜିଓଫୋନ୍ ବ୍ୟବହାରକାରୀମାନଙ୍କ ପାଇଁ ପ୍ଲାନ୍ ବୈଧତା ସରିବା ପରେ ମଧ୍ୟ ଇନ୍-କମିଙ୍ଗ୍ କଲ୍ ଜାରି ରହିବ ବୋଲି ଘୋଷଣା କର।ଯାଇଛି। କମ୍ପାନୀ ପକ୍ଷରୁ ଏକ ଟୁଇଟ୍ରେ ମଧ୍ୟ ଏଥିନେଇ ସୂଚନା ଦିଅ।ଯାଇଛି। ସେହିଭଳି ଜିଓର ସର୍ବାଧିକ ସଂଖ୍ୟକ ଗ୍ରାହକ ଅନ୍-ଲାଇନ୍ ରିଚାର୍ଜ କରୁଥିବାରୁ ରିଚାର୍ଜ…
ନୂଆଦିଲ୍ଲୀ: ନୂଆଦିଲ୍ଲୀର ନିଜାମୁଦ୍ଦିନ ମକରଜରେ ଅନୁଷ୍ଠିତ ତବଲିଗି ଜମାତରେ ଶତାଧିକ ବିଦେଶୀ ପ୍ରବଚକ ଯୋଗ ଦେଇଥିବା ବେଳେ ଏହାଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ତେବେ ବୈଦେଶିକ ବିଭାଗର ଗୁଇନ୍ଦା ବିଭାଗ ପକ୍ଷରୁ ଏକ ରୋଚକ ତଥ୍ୟ ପ୍ରକାଶ ପାଇଛି । ଏହି ସୂଚନା ଅନୁାୟୀ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୯୦୦ ବ୍ୟକ୍ତି ଭିସା ଆଇନର ଉଲ୍ଲଂଘନ କରିଛନ୍ତି । ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁାୟୀ ଏହି ଅନ୍ରୁବେଶକାରୀ ମାନେ ପର୍ଯ୍ୟଟକ ଭିସାରେ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଆବଦେନ କରିଥିଲେ । ଏହା ସହିତ ଏହି ମୁସଲିମ ଧର୍ମଗୁରୁ ମାନଙ୍କୁ ଭବିଷ୍ୟତରେ ଭାରତ ପ୍ରବେଶ ଉରେ କଟକଣା ଜାରି କରାଯାଇଛି ।
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ: ଆଜି ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୫୦୦ ଟପି ଯାଇଛି। ରାତି ନଅଟା ସୁଦ୍ଧା ଦେଶରେ ୧୫୬୮ଜଣଙ୍କର ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଆଜି ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଛି। ଦେଶରେ ମୋଟ ୧୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୧ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି “ଇଣ୍ଡିଆ ଟୁଡେ” ସୂତ୍ରରୁ ଜଣା ପଡିଛି। ସେହିପରି ପୃଥିବୀରେ ୮ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୯,୦୩୩ ଲୋକ ପ୍ରାଣ ହରାଇଛନ୍ତି।
ରଞ୍ଜିତ ପଣ୍ଡା କୁଜଙ୍ଗ : ଜ୍ୟୋତି ଫେଡେରେସନ୍ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କେନ୍ଦ୍ରର ଉଦ୍ଘାଟନ କରାଯାଇଛି । ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ବିତରଣ କେନ୍ଦ୍ର ଖୋଲାଯାଇଛି । ଏହି ବିତରଣ କେନ୍ଦ୍ରରେ ଚୁଡ. ବିସ୍କୁଟ୍, ପାଣି ବଟଲ୍, ସାବୁନ୍, ଡାଲି, ଚିନି, ଛତୁଆ ପ୍ରଭୃତି ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରୟ ପାଇଁ ଏହି ଦୋକାନ ଖୋଲାଯାଇଛି । ଶସ୍ତା ଦରରେ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇବା ପାଇଁ ଏହି କେନ୍ଦ୍ର ଖୋଲାଯାଇଛି । କୁଜଙ୍ଗ ବ୍ଲକ୍ ଅଧିକାରୀ ସନ୍ତୋଷ କୁମାର ଶତପଥୀ, ବ୍ଲକ୍ ଅଧ୍ୟକ୍ଷା ସ୍ମୃତି ରଞ୍ଜନ ବେହେରା, ମହିଳା ଓ ଶିଶୁ ବିକାଶ ଅଧିକାରୀ ତନୁପ୍ରଭା ବେଉରା ଓ ଜ୍ୟୋତି ଫେଡେରେସନ୍ର ସଭାନେତ୍ରୀ ମନୋରମା ମହାପାତ୍ର ଏବଂ ପିଓ ପ୍ରିୟଦର୍ଶିନୀ ମହାପାତ୍ର ପ୍ରମୁଖ ଶୁଭାରମ୍ଭ କରିଥିଲେ । ଏହା ସହିତ ସାମାଜିକ ଦୂରତ୍ୱ ଅନୁଯାୟୀ ଲୋକ ଜିନିଷ କିଣୁଥିବାର…
କେରଳ : କେରଳର ବୃଦ୍ଧ ଦମ୍ପତି ମହାମାରୀ କରୋନାକୁ ମାତ୍ ଦେଇଛନ୍ତି । 93 ବର୍ଷୀୟ ବୃଦ୍ଧ ଏବଂ ତାଙ୍କ 80 ବର୍ଷୀୟା ବୃଦ୍ଧା ସ୍ତ୍ରୀ ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସେ ଦୁହେଁ ଏବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଛନ୍ତି । କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ବୃଦ୍ଧ ଦମ୍ପତି ଇଟାଲୀ ଯାତ୍ରା କରି ଫେରିଥିବାବେଳେ କରୋନା ସଂକ୍ରମିତ ହୋଇଥିଲେ । ଏହି ଦମ୍ପତିଙ୍କ ପୂରା ପରିବାର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ବୃଦ୍ଧ ଦମ୍ପତିଙ୍କ ସମେତ ପରିବାରର ଲୋକେ ମଧ୍ୟ ଏହି ରୋଗରୁ ମୁକ୍ତି ପାଇପାରିଛନ୍ତି । ଏହି ବୃଦ୍ଧ ଦମ୍ପତି ଡାଇବେଟିସ୍,ହାଇପରଟେନସନ୍, ବୟସାଧିକ୍ୟଜନିତ ରୋଗରେ ପୀଡ଼ିତ ରହିଥିଲେ ମଧ୍ୟ ଦୁହେଁ କରୋନାରୁ ବର୍ତ୍ତି ଯାଇଛନ୍ତି । ଏହି କରୋନା ମହାମାରୀ ବୃଦ୍ଧଙ୍କ ପାଇଁ ବିଶେଷ କ୍ଷତିକାରକ ହେଉଥିବାବେଳେ ଏହି ବୃଦ୍ଧ ଦମ୍ପତି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ମହାମାରୀ ସମୟରେ ଗୁଜରାଟରେ ଅନେକ ଓଡିଆ ଶ୍ରମିକ ଫସି ରହଥିିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ମଙ୍ଗଳବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଫୋନରେ କଥା ହେବା ପରେ ଧର୍ମେନ୍ଦ୍ର ଏହି ସୂଚନା ପ୍ରଦାନ କରିଛନ୍ତି। ଏହା ସହିତ ଅଟକ ରହିଥିବା ଶ୍ରମିକଙ୍କର ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ଗୁଜରାଟ ସରକାରଙ୍କ ପକ୍ଷରୁ କରାଯାଇଛି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ମନରେଗା ଶ୍ରମିକଙ୍କ ମଜୁରୀରେ ୨୦ ଟଙ୍କା ବୃଦ୍ଧି ଘଟାଇଛନ୍ତି ସରକାର । ଏହି ଶ୍ରମିକ ମାନଙ୍କୁ କରୋନା ବିରୋଧୀ ଲଢେଇରେ ସାମିଲ କରାଯିବ । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୪୪୩୧ ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ଏହି ଯୋଜନା ଅନୁଯାୟୀ ଏପ୍ରିଲ୍ ମାସଠାରୁ ଶ୍ରମିକଙ୍କୁ ବର୍ଦ୍ଧିତ ହାରରେ ମଜୁରୀ ପ୍ରଦାନ କରାଯିବ । ସମସ୍ତ ରାଜ୍ୟ ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏହି ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଲକ୍ଡାଉନ୍ ସମୟରେ ଏହି ନିୟମ କାର୍ଯ୍ୟକାରୀ କରାଯିବା ସହିତ କିଭଳି ସାମାଜିକ ସଙ୍ଗରୋଧ ରକ୍ଷା କରାଯିବ ତା ଉପରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି: କୋଭିଡ ୧୯ ନିୟମାବଳୀ ଏବଂ ସରକାରଙ୍କ ଲକଡାଉନ ବ୍ୟବସ୍ଥାକୁ ବେଖାତିର କରି ଅତ୍ୟନ୍ତ ଲଜ୍ଜାହୀନ ଭାବେ ଭବାନୀପାଟଣା ସହରସ୍ଥିତ କେସିଙ୍ଗା ରାସ୍ତା ଏନଏଚ-୨୬ ପାଶ୍ୱର୍ରେ ଥିବା ହିନ୍ଦ ପ୍ଲାଜାରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରୀ ହେଉଥିବା ଖବର ମିଳିବା ପରେ ଟାଉନ ଥାନା ପକ୍ଷରୁ ଚଢାଉ କରାଯାଇଥିଲା। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଆଇଆଇସି ସତ୍ୟକୁମାର ନନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇ ୧୨ ଗୋଟି ବିଦେଶୀ ମଦ ବୋତଲରେ ୯ ଲିଟର ମଦ ଜବତ କରି ଟାଉନ ଥାନା କେଶ ନଂ.୧୧୬ ଧାରା ୨୬୯/୨୭୦/୨୭୧/୧୮୮/୩୪ ଆଇପିସି ତଥା ୫୪ ବ୍ୟାପକ କ୍ଷୟକ୍ଷତି ପରିଚାଳନା ଆଇନ ଏବଂ ୫୨(ଏ)/୬୯ ଓଡିଶା ଅବକାରୀ ଆଇନ ଅନୁସାରେ ଏକ କେଶ ରୁଜ୍ଜୁ କରି ହିନ୍ଦ ପ୍ଲାଜା ର ମାଲିକ ବିକ୍ରମ ଜିତ ସିଂ ଙ୍କ ସମେତ ବିହାର ରାଜ୍ୟରୁ ଆସି ହୋଟେଲରେ କାମ କରୁଥିବା ହୋଟେଲ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କଟକ ଏସ୍ସିବି ମେଡିକାଲ୍ କଲେଜ୍ରେ କୋଭିଡ୍-୧୯ ପରୀକ୍ଷା ଆରମ୍ଭ କର ଯାଇଛି । ଏହା ସହିତ ରାଜ୍ୟରେ ୨ ଲକ୍ଷ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ପଦକ୍ଷେପ : ୧. କଟକ ଏସ୍ସିବି ମେଡିକାଲ୍ କଲେଜ୍ରେ କୋଭିଡ୍ ପରୀକ୍ଷା ଆରମ୍ଭ ହୋଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ତିନୋଟି ସ୍ଥାନରେ କୋଭିଡ୍ ପରୀକ୍ଷା ହୋଇପାରୁଛି । ସେଗୁଡ଼ିକ ହେଉଛି ଆର୍ଏମ୍ଆର୍ସି, ଏମସ୍ ଓ ଏସ୍ସିବି ମେଡିକାଲ୍ କଲେଜ୍ । ଅନ୍ୟ ଦୁଇଟି ମେଡିକାଲ୍ କଲେଜ୍ରେ କୋଭିଡ୍ ପରୀକ୍ଷା ଆରମ୍ଭ କରିବା ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ।…
ମୁମ୍ବାଇ : ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହି ପ୍ରସିଦ୍ଧ କମ୍ପାନୀର ଫୋନ୍ ଲଞ୍ଚ ବିଳମ୍ବିତ ହୋଇଛି । ମୋଟୋର ଫ୍ଲାଗ୍ସିପ୍ ଫୋନ୍ ରେଜେଡ୍ଆର୍ ଲଞ୍ଚ ହେବାକୁ ଥିବା ବେଳେ କମ୍ପାନୀ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ନିମନ୍ତେ ଏହାକୁ ବନ୍ଦ ରଖାଯାଇଛି । ଏହି ଫୋନ୍ର ଲଞ୍ଚ ନେଇ ମାର୍ଚ୍ଚ ୧୬ ତାରିଖରେ ଘୋଷଣା କରାଯାଇଥିଲା । ୬ ଜିବି ରାମ୍ ଏବଂ ୧୨୮ ଜିବି ରମ୍ ବିଶିଷ୍ଟ ଏହି ଫୋନ୍ର ମୂଲ୍ୟ ଭାରତୀୟ ବଜାରରେ ୧ ଲକ୍ଷ ୨୪ ହଜାର ୯୯୯ ଟଙ୍କା ରହିଛି । ଲକ୍ଡାଉନ୍ କାରଣରୁ ଇକମର୍ସ ସାଇଟ୍ ବନ୍ଦ ରହିଥିବା କାରଣରୁ ମୋଟୋ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲକ୍ଡାଉନ୍ ସମାପ୍ତ ହେବା ପରେ ମୋଟୋ ପକ୍ଷରୁ ନୂତନ ରିଲିଜ୍ ତାରିଖ ଘୋଷଣା କରାଯିବ ।
ଭୁବନେଶ୍ବର, ଚୈତ୍ରମାସ ମଙ୍ଗଳବାର ହେଉଛି ମା ମଙ୍ଗଳା ବ୍ରତଧାରୀଙ୍କ ବଡ ପର୍ବ। ଏହି ଦିନ ଗଂଜାମ ଜିଲ୍ଲାରେ ମାତାରାତାରିଣୀଙ୍କ ପିଠରେ ପ୍ରବଳ ଭିଡ ହୁଏ। ହେଲେ କରୋନା କଟକଣା ପାଇଁ ଏକାଠି ପୂଜା କରିବା ବିଧି ବନ୍ଦ କରି ଦିଆଯାଇଛି। ଫଳରେ ବ୍ରତଧାରୀମାନେ ଘରେ ମାଙ୍କ ପୂଜା କରୁଛନ୍ତି।
ମୁମ୍ବାଇ : ବଲିଉଡ୍ର ର୍ଭସାଟାଇଲ୍ ଅଭିନେତା ରଣଦୀପ୍ ହୁଡା ନିଜର ହଲିଉଡ୍ ପଦାର୍ପଣକୁ ନେଇ ଉତ୍ସାହିତ ଅଛନ୍ତି । ଥର୍ ଅଭିନେତା କ୍ରିସ୍ ହେମ୍ସଓର୍ଥଙ୍କ ସହିତ ନେଟ୍ଫ୍ଲିକ୍ସର ଫିଲ୍ମ ଏକ୍ସଟ୍ରାକ୍ସନ୍ରେ ରଣଦୀପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅନ୍ୟ ଦୁଇ ଭାରତୀୟ ହସ୍ତୀ ମନୋଜ ବାଜପେୟୀ ଏବଂ ପଙ୍କଜ ତ୍ରୀପାଠୀ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଦୀର୍ଘ ୨୦ ବର୍ଷ ପରେ ମୋର ହଲିଉଡ୍ ଯାତ୍ରାର ସ୍ୱପ୍ନ ସଫଳ ହୋଇଥିବାରୁ ଦର୍ଶକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ହୁଡା । ଏହି ନେଟ୍ଫ୍ଲିକ୍ସ ଫିଲ୍ମଟିରେ ହେମସଓର୍ଥ ଜଣେ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆସନ୍ତା ଏପ୍ରିଲ ୨୪ ତାରିଖରେ ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ । ଏହି ଫିଲ୍ମ ବ୍ୟତିତ ସଲ୍ମାନ୍ ଖାନ୍ଙ୍କ ଅପକମିଙ୍ଗ ଫିଲ୍ମ ରାଧେରେ ନଜର ଆସିବାକୁ ଯାଉଛନ୍ତି ।
ସମୀକ୍ଷା ବ୍ୟୁରୋ ଏବେ ସାରା ଦେଶରେ କରୋନାର ପ୍ରକୋପ। ମୃତ୍ୟୁ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଯାଇ ସରକାର ଦେଶ ବ୍ୟାପୀ ଲକ ଡାଉନ ବା ତାଲା ବନ୍ଦର ଘୋଷଣା କରିଛନ୍ତି। ସଙ୍ଗରୋଧ କୁ ପାଳନ କରିବାକୁ ଜାରି କରିଛନ୍ତି ଅଘୋଷିତ କର୍ଫ୍ୟୁ। ଏବେ ସମସ୍ତେ ଗୃହ ବନ୍ଦୀ। ଘରେ ବସି ବସି ବିରକ୍ତି ଭାବକୁ ଦୂରେଇବାକୁ ଏକଦା ସମସ୍ତଙ୍କ ପ୍ରିୟ ଥିବା ଦୂରଦର୍ଶନ ପ୍ରୟାସ ଆରମ୍ଭ କରିଛି। ଘରେ ସମସ୍ତଙ୍କୁ ବାନ୍ଧି ରଖିବାର ଏକ ନିଆରା ପ୍ରଚେଷ୍ଟା କରିଛି ଦୂରଦର୍ଶନ। ପୁଣି ଥରେ ଫେରିଛି ଦୂରଦର୍ଶନର ସୁବର୍ଣ୍ଣ ଯୁଗ। ରହସ୍ୟ,ରୋମାନ୍ସ, ଉପନ୍ୟାସ , ଇତିହାସ ଆଉ ପୁରାଣ ସବୁକୁ ଏକାଠି କରି ଆଉ ଥରେ ଫେରିଛି ଦର୍ଶକଙ୍କ ନିକଟକୁ। ଦର୍ଶକ ମାନଙ୍କୁ ଭେଟି ଦେଉଛି ଶକ୍ତିମାନ,ଚାଣକ୍ୟ ,ରାମାୟଣ ବ୍ୟୋମକେଶ ବକ୍ସି ଭଳି ଲୋକପ୍ରିୟ ଧାରାବାହିକ। ଏହାକୁ ଆଉଥରେ ଉପଭୋଗ କରିବାର ସୁଯୋଗ ଦେଇ…