Author: Samikhsya Bureau

ତାମିଲନାଡୁ : ଦେଶରେ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି । ଦେଶରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଗଲାଣି । ସେହିପରି 10 ଜଣ ଏହି ରୋଗରେ ମୃତ୍ୟୁବରଣ କରିସାରିଲେଣି । ସାରା ଦେଶରେ ଏବେ ଲକଡାଉନ୍‌ । କିଛି କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । ଲକ୍‌ ଡାଉନ୍‌ ପାଇଁ ଆବଶ୍ୟକୀୟ ସାମଗ୍ରୀ ପାଇଁ ବହୁତ କଷ୍ଟ କରିବାକୁ ପଡୁଛି । ଏପରି ସଂକଟ ମଧ୍ୟରେ ତାମିଲନାଡୁ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟରେ ରାସନ କାର୍ଡ ଧାରୀଙ୍କୁ ସରକାରଙ୍କ ତରଫରୁ 1000 ଟଙ୍କାର ସହାୟତା ରାଶି ମିଳିବ  ବୋଲି ଘୋଷଣା କରାଯାଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ବାମୀ ମଙ୍ଗଳବାର ଦିନ ଏହା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ରାସନକାର୍ଡ ଧାରୀଙ୍କୁ ମାଗଣାରେ ଚାଉଳ ଓ ଚୀନ ଦିଆଯିବା ସହ 1000 ଟଙ୍କାର ସହାୟତା ରାଶି ମଧ୍ୟ ଦିଆଯିବ…

Read More

ନୂଆଦିଲ୍ଲୀ : ଲଣ୍ଡନରୁ ଚିକୋଗା, ରୋମରୁ ନାଇଜେରିଆ ପର୍ଯ୍ୟନ୍ତ ଦୁନିଆର ପ୍ରାୟ ସମସ୍ତ ଅଂଶରେ ଲାଗୁ ହୋଇଛି ଲକ୍‌ ଡାଉନ୍‌ । ଦୁନିଆର ଅର୍ଦ୍ଧାଧିକ ଦେଶ ଏବେ ଲକ୍‌ ଡାଉନ୍‌ରେ ରହିଛନ୍ତି । ଆମେରିକା, ଚୀନ୍‌, ଇଟାଲୀ, ଫ୍ୟାନ୍ସ ପରି ଦେଶ ଗୁଡିକ ପୂର୍ବରୁ ଲକ୍‌ ଡାଉନ୍‌ କରାଯାଇଥିବାବେଳେ ଏବେ ବ୍ରିଟେନ୍‌ ମଧ୍ୟ ଲକ୍‌ ଡାଉନ୍‌ର ଘୋଷଣା କରିଛି । ଲଣ୍ଡନ, ପ୍ୟାରିସ୍‌, ଚିକାଗୋ, କାଲିଫର୍ଣ୍ଣିଆ ଓ ରୋମ ଏବେ ଲକ୍‌ଡାଉନ୍‌ରେ । ସେହିପରି ଭାରତରେ 32ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଏବେ  ଲକ୍‌ ଡାଉନ୍‌ରେ ରହିଛି । ଲକ୍‌ ଡାଉନ୍‌ରେ ରହିଥିବା ଦେଶଗୁଡିକ ମଧ୍ୟରେ ରହିଛି – ଚୀନ୍‌, ଇଟାଲୀ, ଫ୍ରାନ୍ସ, ଇରାନ୍‌, ସ୍ପେନ୍‌, ଆମେରିକା, ବ୍ରିଟେନ୍‌, ୟୁରୋପ, ଦକ୍ଷିଣ ଆଫ୍ରିକା, କଲୋମ୍ବିଆ, ବାହାରିନ୍‌, ଜୋର୍ଡାନ୍‌, ଇସ୍ରାଏଲ୍‌, ବେଲିଜିୟମ୍‌, ଶ୍ରୀଲଙ୍କା, ନେପାଳ,କାଙ୍ଗୋ, ନାଇଜେରିଆ, ଟ୍ୟୁନୋସିଆ ପ୍ରମୁଖ । ସେହିପରି ଫିନଲାଣ୍ଡ ମଧ୍ୟ ଲକ୍‌ ଡାଉନ୍‌ କରିବାର ପ୍ରସ୍ତୁତି…

Read More

ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ବରେ ପ୍ରକୋପ ଜାରି ରଖିଛି । ଦୁନିଆର 195ଟି ଦେଶରେ ଏହି କରୋନା ବ୍ୟାପି ସାରିଛି । ୟୁରୋପରେ କରୋନା ସ୍ଥିତି ଜଟିଳ ରହିଛି। ବିଶେଷ କରି ଇଟାଲିରେ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ସୋମବାର ଦିନ 601 ଜଣଙ୍କ ମୃତ୍ୟୁ ଘଟିଛି।  କରୋନା ଯୋଗୁଁ ସାରା ବିଶ୍ବରେ 381,744ଲୋକ ଆକ୍ରାନ୍ତ ହୋଇଥିବାବେଳେ ଏଥିରେ ମୃତ୍ୟୁବରଣ କରିଛନ୍ତି 16,558 । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 102,429 ଜଣ । ଚାଇନାରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗଟି ଏବେ ଇଟାଲୀରେ ତାଣ୍ଡବ କରୁଛି । ଇଟାଲୀରେ ସର୍ବାଧିକ ମୃତ୍ୟୁ 6,077ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ଆକ୍ରାନ୍ତ ହୋଇଛନ୍ତି 63, 927 ଜଣ । ଇଟାଲୀ ପରେ ସ୍ପେନ, ଇରାନ୍‌, ଜର୍ମାନୀ, ଆମେରିକା ଆଦି ଦେଶଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍‌ ଦ୍ରୁତଗତିରେ ବୃଦ୍ଧି ପାଉଛି । ସ୍ପେନ୍‌ରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍‌ ଡାଉନ୍‌ର ଘୋଷଣା କଲେ ରାଜ୍ୟ ସରକାର । ସମସ୍ତ 30 ଜିଲ୍ଲା ଲକ୍‌ ଡାଉନ୍‌ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟ ରାତ୍ରିରୁ ମାର୍ଚ୍ଚ 29 ମଧ୍ୟରାତ୍ରି ଯାଏଁ ଅବଶିଷ୍ଟ 16 ଜିଲ୍ଲାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ପ୍ରଥମେ 5ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଗତକାଲି 9ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ ଘୋଷଣା ହୋଇଥିଲା । ତେବେ ଏବେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । କରୋନା ମୁକାବିଲା ନେଇ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏନେଇ ସୂଚନା ଦେଇଛନ୍ତି ।

Read More

ଜମ୍ମୁ : କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ଏହି ଲକ୍‌ ଡାଉନ୍‌ ସମୟଟି ଦିନମଜୁରିଆଙ୍କ ପାଇଁ ବେଶ୍‌ ସଂକଟ ସାବ୍ୟସ୍ତ ହୋଇଛି । ଜମ୍ମୁରେ ରହିଥିବା ଦିନ ମଜୁରିଆଙ୍କ ପାଇଁ ଏବେ କିଛି ସାମାଜିକ ସଂସ୍ଥା ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଜମ୍ମୁ ପ୍ରଶାସନ ତରଫରୁ ରାଜ୍ୟରେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ସହରର ବସ୍ତି ଅଞ୍ଚଳରେ ରହୁଥିବା ଦିନ ମଜୁରିଆ ତଥା ବିକାଳୀମାନଙ୍କ ପାଖରେ ଖାଇବା ପିଇବାର ଅସୁବିଧା ଦେଖିବାକୁ ମିଳୁଛି । ଦେଶରେ ଏପରି ସଂକଟ ସମୟରେ ଏପରି ଲୋକମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଛି । ଦୁଇ ଓଳି ପାଇଁ ମୁଠାଏ ଖାଦ୍ୟ ଯୋଗାଡ କରିବା ଏମାନଙ୍କ ପାଇଁ ଏବେ କଷ୍ଟକର ପାଠ ହୋଇପଡିଛି । ଏପରି ସମୟରେ କିଛି ଲୋକେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ଜମ୍ମୁଠାରେ ଏକ  କୋଚିଂ ସେଣ୍ଟର ଚଳାଉଥିବା ଜଣେ…

Read More

ଶ୍ରୀନଗର : କରୋନା ଭାଇରସ୍‌କୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେଶ୍‌ ଶକ୍ତ ହୋଇଛନ୍ତି । ବିଦେଶରୁ ଦୁଇ ଛାତ୍ର ଫେରି ଏ ଯାତ୍ରା ସମ୍ପର୍କରେ ସୂଚନା ନ ଦେଇ ଗୁପ୍ତ ରଖିବାରୁ ପୋଲିସ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଦେଶ ଯାତ୍ରା ସମ୍ପର୍କରେ ସୂଚନା ଲୁଚାଇବା ଅପରାଧରେ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଦୁଇ ଛାତ୍ର ବିଦେଶରୁ ଭାରତକୁ ଆସିଥିଲେ  । ଫୁଲଓ୍ବାମା ପୋଲିସ୍‌ ଏହି ଦୁଇ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଘଟଣାଟି ଫୁଲଓ୍ବାମା ଅବନ୍ତୀପୁରାର । ଏଠାରେ ଦୁଇ ଛାତ୍ର ବାଙ୍ଗ୍‌ଲାଦେଶ ଓ ପାକିସ୍ତାନରେ ଡାକ୍ତରୀ ପାଠ୍ୟ  ପଢୁଥିବାବେଳେ ଭାରତକୁ ଫେରିଥିଲେ । ଡବ୍ଲ୍ୟୁଏଚ୍‌ଓ ଗାଇଡଲାଇନ୍‌ ଅନୁସାରେ ବିଦେଶୀ ଫେରନ୍ତାଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନ୍‌ ରଖାଯିବା ଦରକାର । କିନ୍ତୁ ଏହି ଦୁହେଁ ସେମାନଙ୍କ ବିଦେଶ ଯାତ୍ରା ସମ୍ପର୍କରେ ପ୍ରଶାସନକୁ କିଛି…

Read More

ସମୀକ୍ଷା ବ୍ୟୁରୋ ଅନୁଗୁଳ : ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଓ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଏନଏଚ୍‌-55 ଜରପଡା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତ୍ରିରେ ବାଇକ୍‌ରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ନୀଳମଣି ବେହେରା। ତାଙ୍କ ସ୍ତ୍ରୀ ଓ ଦୁଇ  ଶିଶୁଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ତ୍ରୀ ଓ ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । ରାତି ପ୍ରାୟ ୩ଟା ବେଳେ ଏ ଦୁର୍ଘଟଣା ଘଟିଥିବାର ଜଣାଯାଇଛି ।

Read More

ନୂଆଦିଲ୍ଲୀ : ଗତ 101 ଦିନ ଧରି ଦିଲ୍ଲୀର ଶାହିନ୍‌ବାଗ୍‌ଠାରେ ସିଏଏ  ଓ ଏନ୍‌ଆରସି ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ପରିଶେଷରେ ହଟାଇ ଦିଆଯାଇଛି । ମଙ୍ଗଳବାର ଶାହିନ୍‌ବାଗ ପ୍ରଦର୍ଶନକାରୀଙ୍କୁ ଏଠାରୁ ଉଠାଇ ଦିଆଯାଇଛି । ବହୁମାତ୍ରାରେ ପୋଲିସ୍‌ ଏଠାରେ ନିୟୋଜିତ ରହି ପ୍ରଦର୍ଶନକାରୀଙ୍କ ସହ ଟେଣ୍ଟ୍‌ ସବୁକୁ ହଟାଇଛନ୍ତି । ଏହା ସହିତ ନୋଏଡା-କାଳିନ୍ଦୀକୁଞ୍ଜ ସଡକକୁ ମଧ୍ୟ ଖାଲି କରାଯାଇଛି । ଉଚ୍ଛେଦ କାର୍ଯ୍ୟ ପୂର୍ବରୁ ଦିଲ୍ଲୀ ପୁଲିସ୍‌ ଘଟଣାସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହ ୧୪୪ ଧାରା ଜାରି କରିଥିଲା।  ଧାରଣାସ୍ଥଳ ଖାଲି କରିବା ସମୟରେ ଦିଲ୍ଲୀ ପୋଲିସ୍‌ 6 ମହିଳା ଓ ତିନି ପୁରୁଷଙ୍କୁ ଅଟକ ମଧ୍ୟ ରଖିଛି । ଦିଲ୍ଲୀ ସରକାର ସୋମବାର ସକାଳ୬ରୁ ଆସନ୍ତା ମାର୍ଚ୍ଚ ୩୧ ଯାଏ ଲକ୍‌ଡାଉନ୍‌ ଲାଗୁ କରିଥିବାରୁ ଶେଷରେ ଏମାନଙ୍କୁ ହଟିବାକୁ ପଡ଼ିଛି।

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ:  କୁଜଙ୍ଗ ବ୍ଲକ୍ ଜିଲାନାସୀ ପଂଚାୟତ ଜୟସଂଖପୁର ଗ୍ରାମରେ ଜମି ବାଡିକୁ ନେଇ ଦୁଇ ଭାଇଙ୍କ ଭିତରେ ଗଣ୍ଡଗୋଳ ଘଟି ଗୁରୁତର ଆହତ ହୋଇ ତଳେ ପଡିଥିବା ଦିଅର ଉପରେ ରାଗତମ ତମ ଭାଉଜ ଗରମ ପେଜରେ ଆକ୍ରମଣ କରିବା ପରି ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡିକୁ ନେଇ ଚାଲିଥିବା ବିବାଦରେ ଶେଷରେ ଉଗ୍ର ରୂପ ନେବା ସହ ନେଇ ଗରମ ପେଜରେ ଦିଅର ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ଘଟଣାର ପ୍ରକାଶ ଯେ, ଜିଲାନୀସୀ ପଂଚାୟତ ଜୟସଂଖପୁର ଗ୍ରାମରେ ଜଗମୋହନ ବେହେରା ଓ ବଳରାମ ବେହେରାଙ୍କ ମଧ୍ୟରେ ଜମି ଜମା ବିବାଦକୁ ନେଇ ବିବାଦ ଲାଗିରହିଥିଲା। ଗତକାଲି ଦୁଇ ଭାଇଙ୍କ ମଧ୍ୟରେ ଝଗଡା ଆରମ୍ଭ  ହୋଇଥିଲା । ଜଗମୋହନର ପତ୍ନୀ ସଂଗୀତା ବେହେରାକୁ ଦେଢସୁର ବଳରାମ ଗାଳି ଗୁଲଜ ସହ ଅସଦ୍ ବ୍ୟବହାର ପ୍ରଦର୍ଶନ କରୁଥିବା ବେଳେ  ସମୟରେ ସାନ…

Read More

କେଦାର ମିଶ୍ର କିଛି ଦିନ ତଳେ ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ ଆମେ କହୁଥିଲୁ, ଭାରତ ଏକ ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଭାରତ ସରକାର କହୁଥିଲେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ଠିକ ରହିଛି, ତେଣୁ ସାମୟିକ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ବିଶେଷ କିଛି ପଡିବାର ନାହିଁ। ମାସେ ଭିତରେ ପୂରା ବିଶ୍ଵ ଅର୍ଥନୀତିର ଚିତ୍ର ବଦଳି ଯାଇଛି। ଆଜି ଆଉ ମାନ୍ଦାବସ୍ଥା ନୁହେଁ, ବରଂ ଅର୍ଥନୀତି ଭୁଷୁଡି ପଡିବ କି ନାଇଁ, ତାହା ଆଜି ସବୁଠୁ ବଡ ଚିନ୍ତା। ଆମେରିକା, ୟୁରୋପୀୟ ରାଷ୍ଟ୍ର ସମୂହ ଓ ଚୀନ ଭଳି ଅର୍ଥନୀତିର ବଡ ଖେଳାଳୀମାନେ ଆଣ୍ଠେଇ ପଡିଲେଣି। ସେଥିରେ ଭାରତ ଭଳି ବିକାଶଶୀଳ ଓ ଆଫ୍ରିକାରର ଗରିବ ଦେଶମାନଙ୍କ ଅବସ୍ଥା କଣ ହେବ? ଆସନ୍ତା ୬ ରୁ ୧୨ ମାସ ସମଗ୍ର ପୃଥିବୀର ଅର୍ଥନୈତିକ ଗତିବିଧି ସ୍ଥାଣୁ ହୋଇ ରହିବ। ବିଶ୍ଵ ଅର୍ଥନୀତିରେ ମୋଟ ଅଭିବୃଦ୍ଧି…

Read More

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆରଆଇଏଲ୍‌) ପକ୍ଷରୁ କୋଭିଡ୧୯ ବିରୁଦ୍ଧରେ ଭାରତର ସାମଗ୍ରିକ ସଂଗ୍ରାମରେ ସହଯୋଗ ସ୍ୱରୂପ ଅନେକ ପଦକ୍ଷେପର ଘୋଷଣା କରାଯାଇଛି । ରାଷ୍ଟ୍ର ସେବାରେ ଅବିରତ ୨୪ ଘଣ୍ଟା ନିଜ ଦାୟିତ୍ୱ ନିର୍ବାହ କରିବାକୁ ସଂକଳ୍ପ ନେଇ ରିଲାଏନ୍ସ ପକ୍ଷରୁ ଆରମ୍ଭରୁ ହିଁ ବହୁମୁଖୀ ପ୍ରତିକାର ଓ ଦୀର୍ଘସ୍ଥାୟୀ ଉପାୟମାନ ନିଆଯାଉଛି ଯାହାକୁ ଦେଶର ଆବଶ୍ୟକତା ଅନୁସାରେ ବହୁଗୁଣିତ କରାଯାଇପାରିବ । ଆରଆଇଏଲ୍ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ରିଲାଏନ୍ସ ରିଟେଲ୍‌, ଜିଓ, ରିଲାଏନ୍ସ ଲାଇଫସାଇନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ରିଲାଏନ୍ସ ପରିବାରର ସମସ୍ତ ୬ ଲକ୍ଷ ସଦସ୍ୟଙ୍କୁ କୋଭିଡ୧୯ ବିରୁଦ୍ଧରେ ହୋଇଥିବା କାର୍ଯ୍ୟ ଯୋଜନା ବା ଆକ୍ସନ୍ ପ୍ଲାନ୍‌ରେ ସାମିଲ କରାଯାଇଛି। ଏହି ଆକ୍ସନ ପ୍ଲାନର ପ୍ରମୁଖ ଅଂଶଗୁଡିକ ହେଉଛି- ୧. 100 ଶଯ୍ୟା ବିଶିଷ୍ଠ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ: ମାତ୍ର ଦୁଇ ସପ୍ତାହର ସ୍ୱଳ୍ପ ସମୟ ମଧ୍ୟରେ ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ…

Read More

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣ ପରିେ ପ୍ରକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛଅଟି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେଗୁଡିକ ହେଲା 1- ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍‌ ଡାଉନ୍‌ ବା ତାଲାବନ୍ଦ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ପାଇଁ ଏକ ପ୍ରକାର କାର୍ଯ୍ୟ ନିର୍ଘଣ୍ଟ ଅର୍ଥାତ୍‌ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ ସମୟ ଲାଗୁ ହୋଇଛି। 2- କୌଣସି ପରିସ୍ଥିତିରେ ମଧ୍ୟ ୨ଟା ପୂର୍ବରୁ ବ୍ୟାଙ୍କ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ବ୍ୟାଙ୍କଗୁଡ଼ିକ ନିଜର ସୁବିଧା ଅନୁଯାୟୀ ଅର୍ଥାତ୍‌ ୨ ଜଣରୁ କମ୍‌ ବା ୭ ଜଣରୁ ଅଧିକ ଷ୍ଟାଫ୍‌ ନିୟୋଜିତ କରିବେ ନାହିଁ। 3- ଏଟିଏମ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନଗଦ ଟଙ୍କା ମହଜୁଦ୍‌ ରହିବ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନଗଦ ଅର୍ଥ ପଠାଗଲା ବେଳେ ପୋଲିସ୍‌ ସୁରକ୍ଷା ଦିଆଯିବା ସହିତ…

Read More

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଭିଡ-୧୯’ ସଂକ୍ରମଣ କାରଣରୁ ଉତ୍ପନ୍ନ ହୋଇଥିବା ଜଟିଳ ସମସ୍ୟା ଉପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଇଲକଟ୍ରୋନିକ୍ ଗଣମାଧ୍ୟମର ପ୍ରମୁଖ ଅଂଶୀଦାରମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ଏହି ମହାମାରୀର ଗମ୍ଭୀର ବିପଦକୁ ବ୍ୟାପକ ଭାବେ ବୁଝିବା ଲାଗି ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ। ଏ ଦିଗରେ ସଚେତନତା ସୃଷ୍ଟି କରିବାରେ ଚ୍ୟାନେଲଗୁଡ଼ିକ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ। ସେ ସାମ୍ବାଦିକ, କ୍ୟାମେରାମ୍ୟାନ ଓ ଟେକ୍ନନିସିଆନମାନଙ୍କ ସମର୍ପଣ ଭାବନା ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଯେଉଁମାନେ ଦେଶର ବିଭିନ୍ନ କ୍ଷେତ୍ରକୁ ଯାଇ ତଥା ନ୍ୟୁଜ ରୁମରେ ରହି କଠିନ ପରିଶ୍ରମ କରୁଛନ୍ତି, ସେମାନଙ୍କର ଏହି କଠିନ ପରିଶ୍ରମକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରସେବାର ଆଖ୍ୟା ଦେଇଥିଲେ। ସେ କେତେକ ଚ୍ୟାନେଲର ଅଭିନବ ଉପାୟ ଯେପରିକି ଘରେ ଥାଇ ସମ୍ବାଦ ପରିବେଷଣ କରିବାର ବ୍ୟବସ୍ଥା କରାଯିବାକୁ ମଧ୍ୟ ପ୍ରଶଂସା କରିଥିଲେ।…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଶିଳ୍ପପତିମାନେ କର୍ମଚାରୀଙ୍କୁ କରୋନା ପ୍ରଭାବରୁ ଦୂରେଇ ରଖିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଥମେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ଅର୍ଥନୈତିକ ଏକୀକରଣ ଦିଗରେ ଏକ ନୂଆ ଯୁଗର ଆରମ୍ଭ ବୋଲି କହିଥିଲେ। ଟେକନୋଲୋଜିର ବ୍ୟବହାର କରି ଘରୁ ଥାଇ କାମ କରିବା ନିମନ୍ତେ କର୍ମଚାରୀମାନଙ୍କୁ ଅନୁମତି ଦେବା ଲାଗି ସେ ଶିଳ୍ପ ପ୍ରତିନିଧିଙ୍କୁ ନିବେଦନ କରିଥିଲେ। ବ୍ୟବସାୟ ଉପରେ ନକାରାତ୍ମକ ପ୍ରଭାବ ସତ୍ୱେ ମାନବୀୟ ଭାବନା ନେଇ କର୍ମଚାରୀଙ୍କ ଦରମା ନ କାଟିବାକୁ ମଧ୍ୟ  ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ଦିଗରେ ସରକାର କାର୍ଯ୍ୟ କରୁଥିବା ସମୟରେ ଅର୍ଥବ୍ୟବସ୍ଥା ସମ୍ମୁଖରେ କୋଭିଡ-୧୯ ଭଳି ଏକ ଅପ୍ରତ୍ୟାଶିତ ବାଧା ଉତ୍ପନ୍ନ ହୋଇଛି। ସେ କହିଥିଲେ ଯେ ଏହି ମହାମାରୀ ଯୋଗୁ ଦେଖାଇଥିବା ବିପଦ…

Read More

ନୂଆଦିଲ୍ଲୀ : ଭାରତୀୟ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରିଛନ୍ତି ପେସର୍‌ ଇଶାନ୍ତ ଶର୍ମା । ରବିବାର ଜନତା କର୍ଫ୍ୟୁ ସମୟରେ ତାଳି ବଜାଇବାକୁ ପତ୍ନୀ ହାଜେଲ୍‌ କିଚ୍‌ଙ୍କ ସହିତ ଛାତକୁ ଯାଇଥିବା ସମୟରେ ଏହାର ଭିଡିଓ ସୁଟିଂ କରି ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ । ଏହାକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଇଶାନ୍ତ ଯୁବିଙ୍କୁ ଟ୍ରୋଲ୍‌ କରିଛନ୍ତି । https://www.instagram.com/p/B-CNQSrA7FR/?utm_source=ig_embed&utm_campaign=embed_video_watch_again ଯୁବରାଜ ଏକ କ୍ରିକେଟ୍‌ ଓ୍ବିକେଟ ସାହାଯ୍ୟରେ ଛାତର ରେଲିଂକୁ ବାଡେଇ ଶବ୍ଦ ସୃଷ୍ଟି କରୁଥିଲେ । ଏହା ଉପରେ ଇଶାନ୍ତ ଲେଖିଥିଲେ ‘ପାଜୀ ବନ୍ଦେ ନେହିଁ କୁଟନେ, ତାଲି ମାରନା ହେଁ’ । କୌଣସି ମଣିଷକୁ ନୁହେଁ ଘଣ୍ଟା ବଜେଇବା ପାଇଁ ଏତେବଡ ଓ୍ବିକେଟ୍‌ର ଆବଶ୍ୟକତା ନାହିଁ ବୋଲି ଲେଖି ଇଶାନ୍ତ ଯୁବିଙ୍କୁ ଟ୍ରୋଲ୍‌ କରିଥିଲେ । ପୂର୍ବରୁ ଯୁବରାଜ ସୋସିଆଲ ମିଡିଆରେ ୟୁଜବେନ୍ଦ୍ର ଚହଲ ଏବଂ ରୋହିତ ଶର୍ମାଙ୍କୁ ଟ୍ରୋଲ୍‌ କରିଥିବା ବେଳେ ଆଜି ନିଜେ…

Read More

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଶିବରାଜ ସିଂ ଚୌହାନ। ଚତୁର୍ଥ ଥର ପାଇଁ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଭୋପାଳ ସ୍ଥିତ ରାଜଭବନରେ ଶିବରାଜଙ୍କୁ ରାଜ୍ୟପାଳ ଲାଲଜୀ ଟଣ୍ଡନ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିବା ବେଳେ କୌଣସି କ୍ୟାବିନେଟ୍‌ ସଦସ୍ୟ ଶପଥ ଗ୍ରହଣ କରିନାହାନ୍ତି। ପରବର୍ତ୍ତୀ ସମୟରେ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ 22 ଜଣ କଂଗ୍ରେସ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ କମଳନାଥ ସରକାରଙ୍କ ପତନ ଘଟିବା ସହିତ ବିଜେପି ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର 22 ବିଦ୍ରୋହୀ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। (ଏଜେନ୍ସି)

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ବିଦେଶରେ ତିନି ଭାରତୀୟ ପ୍ରାଣ ହରାଇଛନ୍ତି । 25 ଶହରୁ ଅଧିକ ଭାରତୀୟଙ୍କୁ କେନ୍ଦ୍ର ସରକାର ଦେଶକୁ ଆଣିଥିବା ବେଳେ ତିନି ଭାରତୀୟ ବିଦେଶରେ ପ୍ରାଣ ହରାଇଛନ୍ତି । ଉହାନ୍‌ ପ୍ରଦେଶରୁ ସୃଷ୍ଟ ଏହି ଭାଇରସ୍‌ ପ୍ରଭାବରେ ସମଗ୍ର ବିଶ୍ବରେ 15 ହଜାର 300 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତିନି ମୃତକଙ୍କ ମଧ୍ୟରୁ ଜଣେ ସ୍ବିଡେନ୍‌ରେ, ଜଣେ ଇରାନ୍‌ରେ ଏବଂ ଜଣେ ଇଜିପ୍ଟରେ ପ୍ରାଣ ହରାଇଛନ୍ତି । ସ୍ବିଡେନ୍‌ରେ କରୋନା ଆକ୍ରାନ୍ତ ତାମିଲନାଡୁ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଇରାନ୍‌ରେ 61 ବର୍ଷୀୟ ଜଣେ ଲଦାଖ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେହିପରି ଇଜିପ୍ଟରେ ଜଣେ 45 ବର୍ଷୀୟ ଭାରତୀୟ ଯୁବକ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଭାରତ ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ କରାଯାଇଥିବା ବେଳେ 255 ଜଣ ଭାରତୀୟ ବିଦେଶରେ ରହିଛନ୍ତି ।…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସୋମବାର ତିନି ଜଣଙ୍କର ପ୍ରାଣହାନି ଘଟିଛି । ତିନି ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ହିମାଚଳ ପ୍ରଦେଶରେ ପ୍ରଥମ ମୃତ୍ୟୁ ହେବା ସହିତ ମୃତକଙ୍କ ସଂଖ୍ୟା 10ରେ ପହଞ୍ଚିଛି । ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା 490 ଛୁଇଁଛି । ମୃତକ ଜଣକ ଟାଣ୍ଡା ସ୍ଥିତ ଟାଟା ମେମୋରିଆଲ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି । ମୃତକ ଜଣକ 69 ବର୍ଷୀୟ ତିବ୍ବତ ରିଫ୍ୟୁଜି ବୋଲି ଜଣା ପଡିଛି । ମାର୍ଚ୍ଚ 15 ତାରିଖରେ ଆମେରିକାରୁ ଫେରିଥିବା ବେଳେ 23 ତାରିଖରେ ତାଙ୍କଠାରେ କୋରୋନା ସଂକ୍ରମଣ ଚିହ୍ନଟ କରାଯାଇଥିଲା । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗୋପାଳପୁର ବେଳାଭୂମିରେ ରବିବାର ପୂର୍ବାହ୍ନରେ ଏକ ମୃତ ତିମି ଠାବ କରାଯାଇଛି । 2ଟନ୍‌ ଓଜନର ଏହି ତିମିଟି 16 ଫୁଟ୍‌ 4 ଇଞ୍ଚ ବୋଲି ଜଣାପଡିଛି । ଗୋପାଳପୁରର ନୂଆବକ୍ସିପଲ୍ଲୀରେ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀ ମାନେ ଏହି ବିଶାଳକାୟ ତିମିଟିକୁ ଉଦ୍ଧାର କରିଥିଲେ । ପେଟ ପାଖ ଧଳା, ଉପର ପାଶ୍ୱର୍ ଇଷତ୍‌ ନୀଳ ଓ ଧଳା ଛିଟା ରହିଥିବା ଏହି ତିମି ହ୍ୱେଲ୍‌ ଶାର୍କ ପ୍ରଜାତିର ବୋଲି ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ତେବେ ଏହି ପୁରଷ ତିମିର ସ୍ବାଭାବିକ ମୃତ୍ୟୁ ହୋଇଥିବା ପ୍ରକାଶ କରାଯାଇଛି ।

Read More

ଭୋପାଳ : ମଧ୍ୟପ୍ରଦେଶ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କମଲନାଥ ସରକାର ଭାଙ୍ଗିବା ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଆଶଙ୍କା ରହିଥିଲା । ତେବେ ସୋମବାର ଦିନ ସନ୍ଧ୍ୟାରେ ଶିବରାଜ ସିଂ ଚୌହାନଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଆଜି ଶିବରାଜ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଆଜି କେରଳରେ ଗୋଟିଏ ଦିନରେ 28 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସୋମବାର ଆଉ ଦୁଇ ଜଣଙ୍କର ପ୍ରାଣହାନି ଘଟିବା ସହିତ ସମୁଦାୟ ମୃତକଙ୍କ ସଂଖ୍ୟା 9ରେ ପହଞ୍ଚିଛି । ସେହିପରି ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 490ରେ ପହଞ୍ଚିଥିବା ବେଳେ କେରଳରେ ସର୍ବାଧିକ 91 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସୋମବାର ନୂତନ ଭାବରେ 28 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା କାରଣରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 500 ଛୁଇଁବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପଷ୍ଟ କରିଛନ୍ତି । 28 ଆକ୍ରାନ୍ତଙ୍କ ମଧ୍ୟରୁ 19 ଜଣ କସାରଗଡର ରହିଥିବା ବେଳେ 5 ଜଣ କନ୍ନୁର, ଏର୍ଣ୍ଣାକୁଲମରୁ 2 ଜଣ ଏବଂ ଥ୍ରିସୁର ଓ ପଥନମଥିଟ୍ଟାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି…

Read More