Author: Samikhsya Bureau

ଭୁବନେଶ୍ବର : ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ 58 ବର୍ଷୀୟ ପୁରୁଷ ଥିବାବେଳେ ସେ କୋଲକତା ଫେରନ୍ତା ବୋଲି ଜଣାପଡିଛି। ସେ କୋଲକତାରୁ ଫେରି କ୍ବାରେଣ୍ଟିନ୍‌ରେ ରହିଛନ୍ତି। ନୂତନ ଆକ୍ରାନ୍ତଙ୍କ ମିଶାଇଲେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 53ରେ ପହଞ୍ଚିଛି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 176କୁ ବୃଦ୍ଧି ହୋଇଛି । ଆଜି ଗୋଟିଏ ଦିନରେ ସାତ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ଗଞ୍ଜାମରୁ ଜଣେ ଚିହ୍ନଟ ହୋଇଥିବାବେଳେ ଅପରାହ୍ନରେ ବାଲେଶ୍ବରରୁ ଦୁଇ ଓ କଟକରୁ ଜଣେ ପୁନର୍ବାର ଅପରାହ୍ନରେ ବାଲେଶ୍ବରରୁ ଜଣେ ଓ ସୁନ୍ଦରଗଡରୁ ଜଣେ ଚିହ୍ନଟ ହୋଇଛନ୍ତି ।

Read More

ହେମାଙ୍ଗ ରାଉଳ ବ୍ରହ୍ମପୁର : ଆଜି ଅପରାହ୍ନରେ ହୋଇଥିବା ବଜ୍ରାଘାତରେ ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀରେ ଜନୈକ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତଜଣକ ହେଲେ ଟାଟା କଲୋନୀ ନିବାସୀ 68 ବର୍ଷୀୟ ସୁବାସ ସାହୁ। ସେ ଜଣେ ବ୍ରହ୍ମପୁର ସରକାରୀ ଆଇଟିଆଇର ଅବସରପ୍ରପ୍ତ  ଶିକ୍ଷକ। ଆଜି ଅପରାହ୍ନରେ ପ୍ରବଳ ମେଘ ବର୍ଷା ଆସିବା ଯୋଗୁଁ ଛାତ ଉପରେ ଶୁଖୁଥିବା ଲୁଗା ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ଘଡଘଡି ମାରିବା ଯୋଗୁଁ ସେ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁରବଡମେଡିକାଲକୁ ଆଣିଥିଲେ। ଡାକ୍ତର ସୁବାସ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବଜ୍ରାଘାତ ସମୟରେ ଟାଟା କଲୋନୀର ଜନୈକ ମହିଳା ଏନ. କୁନିଆଁ ମା ରେଡି ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଥାଉକି ମୃତ ସାହୁଙ୍କ ଦୁଇ…

Read More

ଭୁବନେଶ୍ବର : ବାଲେଶ୍ବରରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 24କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ 7ଜଣ ନୂତନ ମାମଲା ସାମ୍ନାକୁ ଆସିଛି। ଆଜି ସକାଳେ ଗଞ୍ଜାମରୁ ଜଣେ, ଅପରାହ୍ଣରେ ବାଲେଶ୍ୱରରୁ 2ଜଣ, କଟକରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା 175 ପହଞ୍ଚିଥିବାବେଳେ 60 ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏବେବି ରାଜ୍ୟରେ 114 ଆକ୍ଟିଭ କେସ୍‌ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: ପିପିଏଲ ପକ୍ଷରୁ କୁଜଙ୍ଗ ବ୍ଳକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ପ୍ରଦାନ କରାଯାଇଛି । ସରକାରୀ ସ୍ତରରେ ଗ୍ରାମର ଲୋକମାଙ୍କର ପାନୀୟ ଜଳର ଆବଶ୍ୟକତା ପୂରଣ କରାଯାଇ ପାରୁନଥିବା ବେଳେ ପିପିଏଲର ଏହି ଉଦ୍ୟମ ପାଇଁ ସ୍ଥାନୀୟ ଲୋକ ସନ୍ତୋଷ ପ୍ରକାଶ କରିଛନ୍ତି । କୁଜଙ୍ଗବ୍ଳକ ଅନ୍ତର୍ଗତ କୋଠୀ, ବିଶ୍ୱାଳୀ, ଭୂତମୁଣ୍ଡାଇ ଆଦି ପଞ୍ଚାୟତରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ବର୍ଷବର୍ଷ ଧରି ଆରମ୍ଭ କରାଯାଇ ଅଧାପନ୍ତରି ଆଭାବେ ପଡ଼ି ରହିଛି । ଏହା ଲୋକମାନଙ୍କର କାର୍ଯ୍ୟରେ ଆସି ପାରୁନାହିଁ । ଏହାକୁ ହୃଦୟଙ୍ଗମ କରି ପିପିଏଲ ପକ୍ଷରୁ ବଗଦିଆ ପଂଚାୟତର ଡ଼ାଳିମ୍ବପୁର, ରଇତସାହି, ନୂଆସାହୀ, କୋଠୀ ପଞ୍ଚାୟତର କୋଠୀ, ଲୁଣକୁଆ ଏବଂ ଭୂତମୁଣ୍ଡାଇ ପଞ୍ଚାୟତର ବରେଇ ଗ୍ରାମରେ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଇଛି । ପିପିଏଲର ପାନୀୟ ଜଳ…

Read More

ତେଲେଙ୍ଗାନା : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ପ୍ରବାସୀ ଶ୍ରମିକ । କିଛି ଶ୍ରମିକ ଚାଲି ଚାଲି ନିଜ ରାଜ୍ୟକୁ ପଳାଉଥିବା ବେଳେ କେହି କେହି ସାଇକେଲ ବା ଅନ୍ୟାନ୍ୟ ମାଧ୍ୟମରେ ଘରେ ପହଞ୍ଚୁଛନ୍ତି । ମଙ୍ଗଳବାର ସେହିପରି ଏକ ଅଭାବନୀୟ ଘଟଣା ଘଟିଛି । ତେଲେଙ୍ଗାନାରୁ ଚାଲି ଚାଲି ଛତିଶଗଡ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକ ରାସ୍ତାରେ ସନ୍ତାନ ପ୍ରସବ କରିଛନ୍ତି । ମଙ୍ଗଳବାର ଭୋର 5ଟା ସମୟର ମେଡକର 44 ନମ୍ବର ଜାତୀୟ ରାଜପଥ ନିକଟରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଗାଡି ମୋଟରର ସୁବିଧା ନଥିବାରୁ ଉକ୍ତ ମହିଳାଙ୍କ ସହକର୍ମୀ ମାନେ ରାସ୍ତା ଦାଢରେ ପ୍ରସବ କରାଇଥିଲେ । ଏହାପରେ ସ୍ଥାନୀୟ ସବ୍‌ ଇନ୍ସପେକ୍ଟର ନରସିଂହ ରାଜେଶ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି…

Read More

ଭୁବନେଶ୍ବର : ରାଉରକେଲାରୁ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 174ରେ ପହଞ୍ଚିଛି । ଏହି ଆକ୍ରାନ୍ତ ଜଣକ 49 ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ଫେରନ୍ତା ଏହି ବ୍ୟକ୍ତି ଜଣଙ୍କ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ମଙ୍ଗଳବାର ନମୂନା ପଜିଟିଭ୍‌ ଆସିଛି ।

Read More

ଭୁବନେଶ୍ବର, ବିଜେଡି ନେତା ସୁବାସ ଚୌହାନ ଗରୁରୁତର ଅସୁସ୍ଥ ହୋଇ ପଡିଛନ୍ତି। ଫଳରେ ତାଙ୍କୁ ରାଜଧାନୀରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଦିନକୁ ଦିନ ଗୁରୁତର ହୋଇପଡୁଥିବାର ଜଣାପଡିଛି। ପୂର୍ବରୁ କିଛି ମାସ ତଳେ ସୁବାସ ଗୁରୁତର ଅସୁସ୍ଥ ହୋଇପଡି ମୁମ୍ବାଇସ୍ଥିତ କ୍ୟାନସର ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ କିଛିଦିନ ଚିକିତ୍ସା ହେବା ପରେ ଭୁବନେଶ୍ବର ଫେରିଥିଲେ। ହେଲେ ପୁଣି ଥରେ ସେ ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି। ସୁବାସ ଗତ ବିଧାନସଭା ନିର୍ବାଚନ ସମୟରେ ବିଜେପି ପ୍ରତି ଅସନ୍ତୁଷ୍ଠ ହୋଇ ସେଠାରୁ ଇସ୍ତଫା ଦେଇ ପରବର୍ତ୍ତି ସମୟରେ ବିଜେଡିରେ ସାମିଲ ହୋଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ ଦାୟିତ୍ବ ଦେଇଥିଲା। ସେହିପରି ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ ସୁବାସଙ୍କ ଭୂମିକା ମଧ୍ୟ ଗୁରୁତ୍ବ ପୂର୍ଣ୍ଣ ଥିଲା।

Read More

ମସ୍କୋ : ସମଗ୍ର ବିଶ୍ବରେ ନିଜର ଆତଙ୍କ ସୃଷ୍ଟି କରିଛି କରୋନା । କୋଭିଡ୍‌-19 ପ୍ରଭାବରେ ବିଗତ 24 ଘଣ୍ଟା ମଧ୍ୟରେ ଋଷରେ 10 ହଜାରରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 10102ଟି ନୂତନ ମାମଲା ସମ୍ମୁଖକୁ ଆସିବା ସହିତ ଋଷରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 55 ହଜାର 370ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 1770 ଜଣ ଆରୋଗ୍ୟ ହୋଇଥିବା ବେଳେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 19865ରେ ପହଞ୍ଚିଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 95ଟି ନୂତନ ମୃତ୍ୟୁ ସହିତ ସମୁଦାୟ ମୃତକଙ୍କ ସଂଖ୍ୟା 1451ରେ ପହଞ୍ଚିଛି । ଋଷର ରାଜଧାନୀ ମସ୍କୋରେ ବିଗତ 24 ଘଣ୍ଟା ମଧ୍ୟରେ 5714 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 80115ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଋଷରେ ବର୍ତ୍ତମାନ ସୁଦ୍ଧା…

Read More

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ 93ରୁ 98ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ସୋଆ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଯେଭଳି କୌଣସି ଅସୁବିଧା ନହୁଏ ସେ ଦିଗରେ ଅଧିକ ଯତ୍ନବାନ ହୋଇଛି ବିଶ୍ୱବିଦ୍ୟାଳୟ । ୟୁ.ଜି.ସି ଓ ଏ.ଆଇ.ସି.ଟି.ଇର ଗାଇଡ ଲାଇନ ଅନୁଯାୟୀ ବିଗତ 1 ମାସ ହେବ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ କ୍ଲାସ ଯୋଗେ ପାଠ ପଢ଼ାଯାଉଛି । ଗୁଗୁଲ ମିଟ୍ ଏବଂ ୱେବେକ୍ସ ପ୍ଲାଟଫର୍ମର ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ପାଠ ପଢ଼ାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଧିକ ସୁବିଧା ନିମନ୍ତେ ଭିଡିଓ ଲେକ୍‌ଚର ଗୁଡିକୁ ମଧ୍ୟ ୱେବସାଇଟ୍‌ରେ ଅପଲୋଡ କରାଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ 93ରୁ 98 ପ୍ରତିଶତ ଛାତ୍ରଛାତ୍ରୀ ଏହି ଅନଲାଇନ କ୍ଲାସରେ ଯୋଗ ଦେଉଛନ୍ତି ବୋଲି…

Read More

ଭୁବନେଶ୍ବର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ପୋଲିସ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ପ୍ରବାସୀ ମାନଙ୍କ ଫେରିବା ଉପରେ ଏକ ବଡ ବୟାନ ଦେଇଛନ୍ତି । ପ୍ରବାସୀ ଶ୍ରମିକ ମାନେ ବସ୍‌ରେ ଫେରୁଥିବା ବେଳେ ଏକାଧିକ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ଏଣିକି ସୁରଟରୁ ପ୍ରବାସୀ ଓଡିଆ ମାନେ କେବଳ ଟ୍ରେନ୍‌ ଜରିଆରେ ଫେରି ପାରିବେ । ଫେରିବା ସମୟରେ ଖାଦ୍ୟପେୟରେ ଅସୁବିଧା ହେବା ସହିତ, ଅଂଶୁଘାତ ଏବଂ ଦୁର୍ଘଟଣା ଘଟୁଥିବା ବେଳେ ମହିଳା ଏବଂ ଶିଶୁ ମାନେ ହଇରାଣ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର କରୋନା ପରୀକ୍ଷଣ କ୍ଷମତା ଦୈନିକ 3500ରୁ 15000କୁ ବୃଦ୍ଧି କରାଯିବ ବୋଲି ମଧ୍ୟ ନବୀନ ଘୋଷଣା କରିଛନ୍ତି । ଗ୍ରୀନ୍‌ ଜୋନ୍‌ରେ କୃଷି,…

Read More

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନାର ଭୟାବହତା ବଢିବାରେ ଲାଗିଛି। ବିଗତ 24 ଘଣ୍ଟା ମଧ୍ୟରେ ନୂତନ ଭାବରେ 3900 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 46 ହଜାର ଅତିକ୍ରମ କରିଛି। ଦେଶରେ ସୁମଦାୟ ଆକ୍ରାନ୍ତଙ୍କ ସଂଖ୍ୟା 46433ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନ ମଧ୍ୟରେ ସର୍ବାଧିକ 195ଟି ମୃତ୍ୟୁ ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 1568ରେ ପହଞ୍ଚିଛି। ସେହିପରି ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ସନ୍ତୋଷଜନକ ରଖାଯାଇଛି। ବିଗତ 24 ଘଣ୍ଟା ମଧ୍ୟରେ 1020 ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ଆରୋଗ୍ୟ ହାର 27.41 ପ୍ରତିଶତ ରହିଛି।

Read More

କନ୍ଦର୍ପ ବେହେରା ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଡଇଁଚା ପଂଚାୟତର ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଆଜି ବିଷୋଧନ କରାଯାଇଛି । ଏହି ସେଣ୍ଟରରେ ୧୭ ଜଣ ପ୍ରବାସୀ ଓଡିଆ ରହୁଥିବା ବେଳେ କ୍ୱାରେଣ୍ଟାଇନ ସେଣ୍ଟରର ବାହ୍ୟ ପରିସରକୁ ଡଇଁଚା ସରପଂଚ ପ୍ରବୀଣ କୁମାର ପ୍ରଧାନ, ସାମ୍ବାଦିକ କନ୍ଦର୍ପ ବେହେରା, ରିଙ୍କୁ ସାହୁ ପ୍ରମୁଖ ସାନିଟାଇଜ୍‌ କରିଛନ୍ତି । ଅଂଚଳକୁ ସଂପୂର୍ଣ ବିଶୋଧନ କରାଗଲେ କୌଣସି ପ୍ରକାର କରୋନା ଭୂତାଣୁ ପ୍ରବେଶ କରି ପାରିବେ ନାହିଁ ବୋଲି ସରପଂଚ ପ୍ରବୀଣ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଆବଶ୍ୟକ ହେଲେ ଗ୍ରାମରେ ମଧ୍ୟ ବିଷୋଧନ କରାଯିବ ବୋଲି ସ୍ୱେଚ୍ଛାସେବୀମାନେ ପ୍ରକାଶ କରିଛନ୍ତି । ସାମ୍ବାଦିକ, ସରପଞ୍ଚ ଏବଂ ସ୍ୱେଚ୍ଛାସେବୀଙ୍କ ଏହି ବିଶୋଧନ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକର ତିଗିରିଆରୁ ଆଉ ଜଣେ ଯୁବକ କରୋନା ପଜିଟିଭ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 173ରେ ପହଞ୍ଚିଛି । ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ବରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 23ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ମହିଳା ଏବଂ ଜଣେ 26 ବର୍ଷୀୟ ଯୁବକ ରହିଥିବା ବେଳେ ଉଭୟଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି । କଟକରେ ଚିହ୍ନିତ ଆକ୍ରାନ୍ତ ଜଣକ 34 ବର୍ଷୀୟ ଯୁବକ ଏବଂ ସେ ସୁରତ ଫେରନ୍ତା ବୋଲି ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜଣାପଡିଛି ।

Read More

ଗୁରୁପଦ ବେରା କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ବୋଲି ଅଭିହିତ କରାଯାଇଥିଲେ ମଧ୍ୟ ଜଣେ ବିଡିଓଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ। ଏହି ଘଟଣାକୁ ନେଇ ପୋଲିସ୍‌ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସର ଉଦାସୀନ ମନୋଭାବ ଘଟଣାର ନିରପେକ୍ଷ ତଦନ୍ତ ଆଡକୁ ଆଙ୍ଗୁଳି ଉଠାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫାଣ୍ଡିକୁ ଜଣେ ମହିଳାଙ୍କ ଦାନ ସମ୍ପର୍କିତ ଏକ ଖବରକୁ ନେଇ ବିଡିଓ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ବେଳେ ଏହାକୁ ନେଇ ଧାରଣାରେ ବସିଛନ୍ତି ଜିଲ୍ଲାର ୫୦ରୁ ଅଧିକ ସାମ୍ବାଦିକ। ଏପରିକି ପୋଲିସ୍‌ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ବିଡିଓଙ୍କ ସହିତ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପୋଲିସ୍‌ ଅଧିକାରୀ ପ୍ରକାଶ କରିଛନ୍ତି। ସାମ୍ବାଦିକଙ୍କ ଆନ୍ଦୋଳନ ପରେ ବି ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ। ନିକଟରେ ପୁରୀର ଜନୈକ ବନବିଭାଗ କର୍ମଚାରୀ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରିଥିବା ବେଳେ ରାଜକନିକା…

Read More

ଭୁବନେଶ୍ବର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ପୋଲିସ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ପ୍ରବାସୀ ମାନଙ୍କ ଫେରିବା ଉପରେ ଏକ ବଡ ବୟାନ ଦେଇଛନ୍ତି । ପ୍ରବାସୀ ଶ୍ରମିକ ମାନେ ବସ୍‌ରେ ଫେରୁଥିବା ବେଳେ ଏକାଧିକ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ଏଣିକି ସୁରଟରୁ ପ୍ରବାସୀ ଓଡିଆ ମାନେ କେବଳ ଟ୍ରେନ୍‌ ଜରିଆରେ ଫେରି ପାରିବେ । ଫେରିବା ସମୟରେ ଖାଦ୍ୟପେୟରେ ଅସୁବିଧା ହେବା ସହିତ, ଅଂଶୁଘାତ ଏବଂ ଦୁର୍ଘଟଣା ଘଟୁଥିବା ବେଳେ ମହିଳା ଏବଂ ଶିଶୁ ମାନେ ହଇରାଣ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର କରୋନା ପରୀକ୍ଷଣ କ୍ଷମତା ଦୈନିକ 3500ରୁ 15000କୁ ବୃଦ୍ଧି କରାଯିବ ବୋଲି ମଧ୍ୟ ନବୀନ ଘୋଷଣା କରିଛନ୍ତି । ଗ୍ରୀନ୍‌ ଜୋନ୍‌ରେ କୃଷି,…

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ଆତଙ୍କବାଦୀ ଲିଙ୍କ ରହିଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନା ପକ୍ଷରୁ ମିଳିତ ଭାବରେ କରାଯାଇଥିବା ସର୍ଚ୍ଚ ଅପରେସନ୍‌ରେ ଏହି ଯୁବକଙ୍କୁ ଗିରଫ କରାଯାଇଛି । ଡୋଡାରୁ ମଙ୍ଗଳବାର ଗିରଫ ହୋଇଥିବା ଏହି ଯୁବକଙ୍କ ନାମ ତନ୍‌ଭୀର ଅହମ୍ମଦ ମଲିକ୍‌ । ଗିରଫ ଯୁବକଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହିଜବୁଲ୍‌ ମୁଜାହିଦ୍ଦିନିର କମାଣ୍ଡର ହାରୁନ୍‌ ଆବ୍ବାସ ସହିତ ଏହି ଯୁବକଙ୍କ ସମ୍ପର୍କ ରହିଥିଲା । ଜାନୁୟାରୀ 15ରେ ଆବ୍ବାସର ଏନ୍‌କାଉଣ୍ଟର ପରଠାରୁ ଏହି ଯୁବକ ଜଣକ ନିଖୋଜ ରହିଥିଲା । (ଏଜେନ୍ସି)

Read More

ଲକ୍ଷ୍ନୌ : ଲକ୍‌ଡାଉନ୍‌ ପ୍ରଭାବରୁ ଘରୋଇ ହିଂସା ବଢୁଥିବାର ଏକ ଖବର ନିକଟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଜୋନ୍‌ପୁର୍‌ରେ । ମଦ ପିଇବାକୁ ପଇସା ନଦେବାରୁ ନିଜର ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛି ଯୁବକ । ଗତକାଲି ଠାରୁ ମଦ ବିକ୍ରି ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତ ଦୀପକ ସିଂ ନିଜ ଗର୍ଭବତୀ ପତ୍ନୀ ନେହାଙ୍କୁ ମଦ ପିଇବା ପାଇଁ ପଇସା ମାଗିଥିଲେ । ମାତ୍ର ନେହା ପଇସା ନଦେବାରୁ ଉତ୍‌କ୍ଷିପ୍ତ ଦୀପକ ନିଜ 4 ବର୍ଷର ପୁଅ ସମ୍ମୁଖରେ ଗର୍ଭବତୀ ପତ୍ନୀଙ୍କୁ ଗୁଳି କରିଥିଲେ । ଗୁଳି ଶବ୍ଦ ଶୁଣି ପଡୋଶୀ ମାନେ ଆସି ନେହାଙ୍କୁ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ହତ୍ୟା କରିବା ପରେ ଦୀପକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୋଲିସ୍‌…

Read More

ଅମରାବତୀ : ଗତକାଲି ଠାରୁ ବିଭିନ୍ନ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହୋଇଥିବା ବେଳେ ମଦ କିଣିବା ପାଇଁ ଲୋକଙ୍କର ଅହେତୁକ ଭିଡ ପରିଲକ୍ଷିତ ହେଉଛି । ସାଧାରଣ ଲୋକ କରୋନା ଡରକୁ ଖାତିର ନକରି ମଦ କିଣିବା ପାଇଁ ଲମ୍ବା ଲାଇନରେ ଛିଡା ହେବା ସହିତ ସାମାଜିକ ଦୂରତ୍ବକୁ ମଧ୍ୟ ଅବମାନନା କରୁଛନ୍ତି । ଏହାକୁ ଦୂର କରିବା ପାଇଁ ପ୍ରଥମେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମଦ ଉପରେ 70 ପ୍ରତିଶତର ସ୍ବତନ୍ତ୍ର କରୋନା ଫି ଲଗାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ରାଜ୍ୟ ଭାବରେ ସମାନ ପଦକ୍ଷେପ ଗ୍ରହଣ କରିଛି । ଆନ୍ଧ୍ରପ୍ରଦେଶ ସରକାର ମଦ ମୂଲ୍ୟକୁ ପ୍ରାୟ ଦୁଇ ଗୁଣ କରି ଦେଇଛନ୍ତି । ଗତକାଲି ସରକାରଙ୍କ ପକ୍ଷରୁ ଏହାକୁ 25 ପ୍ରତିଶତ ବଢାଯାଇଥିଲା । ମାତ୍ର ଭିଡ ଅତ୍ୟଧିକ ହେବାରୁ ମଙ୍ଗଳବାର ଦିନ ଏହାକୁ 25ରୁ 50 ପ୍ରତିଶତକୁ ବଢାଇ ଦିଆଯାଇଛି । ଆନ୍ଧ୍ର ପ୍ରଦେଶରେ ଦିନ…

Read More

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଜେଇଇ ଏବଂ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି । ଜେଇଇର ମେନ୍‌ସ ପରୀକ୍ଷା ଜୁଲାଇ18-23 ମଧ୍ୟରେ ହେବାକୁ ଥିବା ବେଳେ ଜେଇଇର ଆଡଭାନ୍ସଡ୍‌ ପ୍ରବେଶିକା ପରୀକ୍ଷା ଅଗଷ୍ଟ ମାସରେ ଅନୁଷ୍ଠିତ ହେବ । ସେହିପରି ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌କୁ ଜୁଲାଇ 26କୁ ଘୁଞ୍ଚାଇ ଦିଆଯାଇଛି । ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଙ୍ଗଳବାର ଏହି ସୂଚନା ପ୍ରଦାନ କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଦେଶର ପ୍ରାୟ 15 ଲକ୍ଷ ଛାତ୍ରଛାତ୍ରୀ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ଏବଂ 9 ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍‌ସ ପରୀକ୍ଷାରେ ଅବତୀର୍ଣ୍ଣ ହେବେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ମଦ ଉପରେ ସ୍ବତନ୍ତ୍ର କରୋନା ଫି ଲାଗୁ କରିବା ପରେ ଦିଲ୍ଲୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରିଛନ୍ତି । ସୋମବାର ମଧ୍ୟରାତ୍ରରୁ ପେଟ୍ରୋଲ ଏବଂ ଡିଜେଲ ଉପରେ 30 ପ୍ରତିଶତର ଭ୍ୟାଟ୍‌ ଲାଗୁ କରାଯାଇଛି । ମଦ ଉପରେ 70 ପ୍ରତିଶତର କରୋନା ଫି ଲାଗୁ କରିବା ପରେ ଆଜିଠାରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରାଯାଇଛି । ଏହି ଅତିରିକ୍ତ ଟିକସ୍‌ ଲାଗୁ କରାଯିବା ପରେ ପେଟ୍ରୋଲର ମୂଲ୍ୟ 71.26 ଟଙ୍କା ରହିଥିବା ବେଳେ ଡିଜେଲ୍‌ର ମୂଲ୍ୟ 69.39 ପଇସା ରହିଛି । କରୋନା ପ୍ରଭାବରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର ମୁକାବିଲା ପାଇଁ କେଜ୍ରିଓ୍ବାଲ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । (ଏଜେନ୍ସି)

Read More