ନୂଆଦିଲ୍ଲୀ : କରୋନା ସଂକଟ ସହ ଲଢିବା ପାଇଁ ଦେଶର ଲକ୍ଡାଉନ୍ ଜାରି ରହିଛି । ଏବେ ଲକ୍ଡାଉନର ଅବଧିକୁ ଦୁଇ ସପ୍ତାହକୁ ବୃଦ୍ଧି କରାଯାଇଛି । ଏହା ଏବେ ମେ 17ପର୍ଯ୍ୟନ୍ତ ଲାଗୁ ହେବ । ତେବେ ଏହି ଲକ୍ ଡାଉନ୍ରେ କିଛି କଟକଣାକୁ କୋହଳ କରାଯାଇଛି । ଲକ୍ଡାଉନ୍ 3.0ରେ ମଦ ବିକ୍ରିକୁ ଅନୁମତି ଦିଆଯାଇଛି । ଏହା ସହିତ ପାନ ମସଲା, ଗୁଟ୍ଖା ଓ ତମାଖୁ ଆଦି ବିକ୍ରିକୁ ଅନୁମତି ଦିଆଯାଇଛି । ଗ୍ରୀନ୍ ଜୋନ୍ରେ ଏହି ମଦ ଦୋକାନ ଖୋଲା ଯାଇପାରିବ । ତେବେ କଣ୍ଟନମେଣ୍ଟ ଜୋନ୍ରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିପରି କେବଳ ଏକକ ଦୋକାନରେ ମଦ ବିକ୍ରି କରାଯାଇ ପାରିବ ବୋଲି ସୂଚନା ରହିଛି। ମଲ୍ କିମ୍ବା ମାର୍କେଟିଂ କମ୍ପ୍ଲେକ୍ସରେ ମଦ ବିକ୍ରି କରାଯାଇପାରିବ ନାହିଁ । ସେହିପରି ସାର୍ବଜନିକ ସ୍ଥାନରେ ଏହାର ସେବନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।…
Author: Samikhsya Bureau
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦେଖି ଲକ୍ ଡାଉନ୍ର ଅବଧିକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଲକ୍ଡାନ୍ 3.0ରେ ସରକାର କିଛି ରିହାତି ପ୍ରଦାନ କରିଛନ୍ତି । କରୋନାର ସ୍ଥିତିକୁ ଦେଖି ଦେଶକୁ ତିନୋଟି ଜୋନ୍ରେ ବିଭକ୍ତ କରାଯାଇଛି । ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଆଦି ଜୋନ୍ରେ ଭାଗ କରାଯାଇ ଏହି ଜୋନ୍ରେ କିଛି କିଛି ରିହାତି ମିଳିଛି। ତେବେ ରେଡ୍ ଜୋନ୍ରେ କୌଣସି ପ୍ରକାରର କଟକଣାରୁ ମୁକ୍ତ କରାଯାଇନାହିଁ । ଗ୍ରୀନ୍ ଓ ଅରେଞ୍ଜ ଜୋନ୍ରେ କିଛି କଟକଣାକୁ ହ୍ରାସ କରାଯାଇଛି । ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ 733ଟି ଜିଲ୍ଲାକୁ କରୋନାର ସ୍ଥିତିକୁ ଦେଖି ଜୋନ୍ରେ ଭାଗ କରିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଧାରରେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ରେ ଆଦି ବଣ୍ଟାଯାଇଛି । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ପରି ମହାନଗର…
ସଞ୍ଜୟ କର ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟରେ କାଳବୈଶାଖୀ ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ବେବୁନିଆ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁରର ସୁଦର୍ଶନ ମୁଦୁଲି(୭୨)ଙ୍କ ପ୍ରାଣହାନି ଘଟିଛି। ସୁଦର୍ଶନ ନିଜ ଦାଣ୍ଡ ପିଣ୍ଡାରେ ବସିଥିବା ବେଳେ ହଠାତ ବଜ୍ରପାତ କାରଣରୁ ତାଙ୍କର ପରଲୋକ ଘଟିଥିଲା। ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସମିତି ସଭ୍ୟ ବିପିନ ମହାପାତ୍ରଙ୍କ ନେତୃତ୍ବରେ ଗ୍ରାମବାସୀ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର, ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକମାନେ ନିଜ ନିଜ ରାଜ୍ୟକୁ ଫେରିବା ନିମନ୍ତେ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ଆଧାରରେ ଓଡ଼ିଶାକୁ ବିଭିନ୍ନ ପ୍ରଦେଶରୁ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, ଶ୍ରମଜୀବୀ, ବୃତ୍ତିଜୀବୀ, ତୀର୍ଥଯାତ୍ରୀ ଏବଂ ସାଧାରଣ ଲୋକଙ୍କ ପାଇଁ ରାଜ୍ୟ ସରକାର ଏକ ଗାଇଡ଼ଲାଇନ୍ ପ୍ରସ୍ତୁତ କରିଛନ୍ତି ।ସେଗୁଡିକ ହେଲା 1-ଓଡ଼ିଶାକୁ ଫେରିବା ନିମନ୍ତେ www.covid19.odisha.gov.in ପୋର୍ଟାଲ୍ରେ ପଂଜୀକରଣ କରିବା ବାଧ୍ୟତାମୂଳକ । ଇତି ମଧ୍ୟରେ ବହୁସଂଖ୍ୟକ ଲୋକ ଓଡ଼ିଶା ଫେରିବା ନିମନ୍ତେ ପଂଜୀକରଣ କରିଛନ୍ତି ଏବଂ ସରକାରଙ୍କ ଦ୍ୱାରା ଏହି ଆବେଦନଗୁଡ଼ିକ ଯାଞ୍ଚ କରାଯାଉଛି। 2-ମୁଖ୍ୟତଃ ଲୋକମାନେ ସଡ଼କ ଏବଂ ରେଳପଥ ଏହି ଦୁଇଟି ମାଧ୍ୟମରେ ଓଡ଼ିଶାକୁ ଫେରିପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶନାମା ଅନୁଯାୟୀ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କର ସଂପୃକ୍ତ ରାଜ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଉଭୟ ସଡ଼କ ଓ ରେଳପଥରେ ଆସୁଥିବା ଲୋକମାନଙ୍କ ପାଇଁ ଏହା ବାଧ୍ୟତାମୂଳକ।…
ତୁର୍କୀ: ଦୁନିଆର ସବୁଠୁ ବଡ ଯୋଦ୍ଧା ହେଉଛି ମା’। ନିଜ ସନ୍ତାନ ପାଇଁ ସବୁ ବିପଦକୁ ଆଡେଇ ଦେଇପାରେ। ସେ ମଣିଷ ହେଉ ବା ଜନ୍ତୁ। ସବୁମା’ଙ୍କ ହୃଦୟ ଏକପ୍ରକାରର। ଏମିତି ଏକ ବିଲେଇର ମାତୃତ୍ବ ଦେଖିବାକୁ ମିଳିଛି। ତୁର୍କୀର ଇସ୍ତାନବୁଲ୍ର ଏକ ବିଲେଇ ନିଜ ଛୁଆକୁ ରକ୍ଷା କରିବା ପାଇଁ ପାଟିରେ ଧରି ଡାକ୍ତରଙ୍କ ପାଖରେ ଆସି ପହଞ୍ଚିଥିଲା। ବିଲେଇକୁ ଏମିତି ହସ୍ପିଟାଲରେ ଦେଖି ତାହାର ଫଟୋ ଉଠାଇ ଟୁଇଟ୍ର ସେୟାର କରିଛନ୍ତି ଜଣେ ଟୁଇଟର ୟୁଜର୍। ବିଲେଇ ହସ୍ପିଟାଲରେ ପହଞ୍ଚିଲା ପରେ ହସ୍ପିଟାଲରେ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଲେଇକୁ ଦେଖି ହସ୍ପିଟାଲର କର୍ମଚାରୀମାନେ ଖାଦ୍ୟ ଓ ପିଇବା ପାଇଁ କ୍ଷୀର ଦେବା ସହିତ ଛୁଆ ବିଲେଇର ଚିକିତ୍ସା କରିଛନ୍ତି। ତେବେ ବିଲେଇର ଏହି ବିରଳ ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ସାରା ଦେଶରେ କରୋନା ପାଇଁ ଆଶା ଆଶଙ୍କା ଲାଗି ରହିଥିବାବେଳେ…
ଭୁବନେଶ୍ବର, ଆଜି ସଂଧ୍ୟାରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁରଠାରେ ଥିବା ରେଳ ସଦନ ନିକଟରେ ନିଆଁ ଲାଗିଛି। ଏହି ସଦନ ନିକଟରେ ଥିବା ଗେଷ୍ଟ ହାଉସ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ନିଆଁ ଲାଗିବାର କାରଣ କଣ ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ହୋଇଥିବାର ଅନୁମାନ କରାଯାଇଛି। ହେଲେ ନିଆଁ ଜୋରରେ ବ୍ୟାପିବା ଆରମ୍ଭ କରିଥିଲା। ଖବର ପାଇବା ପରେ ଅଗ୍ନିଶମ ବିଭାଗର ଦମକଳ ଆସି ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଥିଲା। ହେଲେ ନିଆଁର ତିବ୍ରତା ଦେଖିବା ପରେ ପୁଣି ଏକ ଦମକଳ ଆସି ଏହି ନିଆଁ ଲିଭା କାମରେ ଲାଗିଥିଲା। କିଛି ସମୟ ପରେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇପାରିଛି। ବର୍ତ୍ତମାନ ଲକ ଡାଉନ ଚାଲିଥିବା ବେଳେ ନିଆଁ କିପରି ଲାଗିଲା ତାହା ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ କୌଣସି ସ୍ଥାନରେ ହୋଟେଲ କିମ୍ବା ଚା ଦୋକାନ ମଧ୍ୟ ଖୋଲି ନାହିଁ। ତେବେ କେଉଁ କାରଣରୁ ନିଆଁ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ସମଗ୍ର ଦେଶବ୍ୟାପୀ ଲକ୍ଡାଉନ୍ କାରଣରୁ ପ୍ରବାସୀ ଶ୍ରମିକ ମାନେ ଦୁସ୍ଥ ସ୍ଥିତିରେ ଜୀବନଯାପନ କରୁଛନ୍ତି। ଏପରିକି କିଛି ଶ୍ରମିକ ସାଇକେଲରେ ୧୭ ଶହ କିମି ଆସିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେହିପରି ଭାବରେ ବାଣପୁର ବ୍ଲକ୍ର ଦୁଇ ଯୁବକ ଚେନ୍ନାଇରୁ ଓଡିଶା ପର୍ଯ୍ୟନ୍ତ ରାସ୍ତାକୁ ଚାଲଚାଲି ଅତିକ୍ରାନ୍ତ କରିଛନ୍ତି। ଦୁଇ ଯୁବକ ହେଉଛନ୍ତି ବଡସିରେଇପୁରର କପିଳାଶ ପରିଡା ଏବଂ ନାଚୁଣୀର ବାବୁଲା ଜେନା। ଉଭୟ ବିଗତ ସାତ ମାସ ହେବ ଚେନ୍ନାଇର ସମଲକୋଟରେ କାମ କରୁଥିଲେ। ଏପ୍ରିଲ୍ ମାସ ୨୨ ତାରିଖରୁ ଦୁଇ ଯୁବକ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ସନ୍ଧ୍ୟା ସମୟରେ ବାଣପୁରରେ ପହଞ୍ଚିଛନ୍ତି। ପାଖାପାଖି ୧୩୦୦କିମି ରାସ୍ତାକୁ ଉଭୟ ପାଦରେ ଚାଲି ଚାଲି ଅତିକ୍ରାନ୍ତ କରିଥିବା ବେଳେ ଅଳ୍ପ କିଛି ସ୍ଥାନରେ କିଛି ଗାଡିବାଲାଙ୍କ ପକ୍ଷରୁ ଲିଫ୍ଟ ପ୍ରଦାନ କରାଯାଇଥିଲା। ଦୁଇ ଯୁବକ ପହଞ୍ଚିବା ପରେ ବାବୁଲା ନାଚୁଣୀ ଚାଲିଯାଇଥିଲେ ଏବଂ…
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଅବଧିକୁ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି । ଶୁକ୍ରବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ମେ 3ରେ ଶେଷ ହେବାକୁ ଯାଉଥିବା ବେଳେ 4 ତାରିଖରୁ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଲାଗୁ ହେବାକୁ ଯାଉଛି । 4 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଏହି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିବ । ତେବେ ଏହି ଲକ୍ଡାଉନ୍ ସମୟରେ କେଉଁ କେଉଁ ସ୍ଥାନରେ କଟକଣା କୋହଳ କରାଯିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇନାହିଁ । ଗ୍ରୀନ୍ ଏବଂ ଅରେଞ୍ଜ ଜୋନ୍ରେ କଟକଣାକୁ ସାମାନ୍ୟ କୋହଳ କରାଯିବ ବୋଲି କୁହାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଶ୍ରମିକ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କୁ ଉପହାର ପ୍ରଦାନ କରାଯାଇଛି । ଏହି ଅବସରରେ 5ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍ ଚଳାଚଳ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ଏହି ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି । ଏହି ଟ୍ରେନ୍ରେ ପଠାଯିବା ପୂର୍ବରୁ ସମସ୍ତ ଶ୍ରମିକଙ୍କର ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ ଘରକୁ ପଠାଯିବ । ନିଜ ରାଜ୍ୟରେ ପହଞ୍ଚିବା ପରେ ସାନିଟାଇଜ୍ କରାଯାଇଥିବା ବସ୍ରେ ସମସ୍ତଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟର ପଠାଯିବ । ମେ 1 ତାରିଖ ବା ଶ୍ରମିକ ଦିବସ ଅବସରରେ 6ଟି ଟ୍ରେନ୍ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍ ଗୁଡିକର ତାଲିକା : 1. ଲିଙ୍ଗମପଲ୍ଲୀରୁ ହାଟିଆ 2. ଆଲୁଭାରୁ ଭୁବନେଶ୍ବର 3. ନାସିକରୁ…
ବାଲୁଗାଁ: ବର୍ତ୍ତମାନ ଲକଡାଉନ ସମୟରେ ବିଭିନ୍ନ ଅଞ୍ଚଳରେ ଗରୀବ ତଥା ଅଭାବୀମାନଙ୍କ ପାଇଁ ଖାଦ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏହିପରି ସମୟରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ମାନସ ମଙ୍ଗରାଜ ବାଲୁଗାଁ ନିକଟସ୍ଥା ସୁନାଖେଳା ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି। ସେ ଏବଂ ତାଙ୍କ ଧର୍ମପତ୍ନୀ ତଥା ସାହିତ୍ୟିକା ଗାୟତ୍ରୀବାଳା ପଣ୍ଡା ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି।
ମୁମ୍ବାଇ : କରୋନା ଚିକିତ୍ସାରେ ନୂତନ ସମ୍ଭାବନା ସୃଷ୍ଟି କରିଥିବା ପ୍ଲାଜ୍ମା ଥେରାପୀ ବିଫଳ ହୋଇଛି । ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଗତକାଲି ପ୍ଲାଜ୍ମା ଥେରାପୀ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଶୁକ୍ରବାର ପ୍ଲାଜ୍ମା ଥେରାପୀ ବିଫଳ ହୋଇଥିବା ନେଇ ଖବର ଆସିଛି । ଲୀଲାବତୀ ହସ୍ପିଟାଲର ଚେୟାରମ୍ୟାନ୍ ଡ. ରବିଶଙ୍କର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା 53 ବର୍ଷୀୟ ବ୍ୟକ୍ତିଙ୍କମର ପ୍ଲାଜ୍ମା ଥେରାପୀରେ ଚିକିତ୍ସା କରାଯାଉଥିବା ବେଳେ ସେ ଶୁକ୍ରବାର ଦିନ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ସମସ୍ତ ରାଜ୍ୟ ମାନଙ୍କୁ ପ୍ଲାଜ୍ମା ଥେରାପୀରେ ଚିକିତ୍ସା ନକରିବା ପାଇଁ ଆଇସିଏମ୍ଆର ପକ୍ଷରୁ ଚେତାବନୀ ଦିଆଯାଇଥିଲା । (ଏଜେନ୍ସି)
ଚଣ୍ଡୀଗଡ : ପଞ୍ଜାବର ଏକ ତୀର୍ଥଯାତ୍ରୀ ଦଳରୁ 173 ଜଣ କରୋନା ପଜିଟିଭ୍ ବାହାରିବା ପରେ ଏହା ବର୍ତ୍ତମାନ ପଞ୍ଜାବ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମହାରାଷ୍ଟ୍ରର ନାନ୍ଦେଡ୍ରୁ ଫେରିଥିବା 4 ହଜାର ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଏକା ଥରକେ 173 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନାନ୍ଦେଡ୍ର ହଜୁର ସାହିବ୍ ଗୁରୁଦ୍ବାରରୁ ଏହି ତୀର୍ଥଯାତ୍ରୀ ମାନେ ଫେରିଥିଲେ । ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲ୍ବୀର ସିଂ ସିଦ୍ଧୁ ଏହି ସୂଚନା ଦେଇଛନ୍ତି । ଏପ୍ରିଲ୍ 22 ତାରିଖରୁ ଏହି ତୀର୍ଥଯାତ୍ରୀ ଦଳ ପଞ୍ଜାବ ଫେରିଥିବା ବେଳେ 5 ଦିନ ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍ କରାଯାଇଥିଲା । କ୍ବାରେଣ୍ଟାଇନ୍ରେ ବିଳମ୍ବ କାରଣରୁ ବର୍ତ୍ତମାନ ଏହି ସଂକ୍ରମଣ ବୃଦ୍ଧି ପାଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଅକାଳୀ ଦଳ । ତେବେ ମହାରାଷ୍ଟ୍ର ସରକାରଙ୍କୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି ପଞ୍ଜାବ ସ୍ବାସ୍ଥ୍ୟ ମନ୍ତ୍ରୀ । ମହାରାଷ୍ଟ୍ର…
ଭୁବନେଶ୍ବର, ଆଜି ରାଜ୍ୟର ଦୁଇଟି ଜିଲ୍ଲାର 12 ବ୍ଲକରେ ଘଡଘଡ ଚଡଚଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ତଥ୍ୟ ଦେଇଛି ଆର୍ଥ ନେଟୱେର୍କ। ଏହି ନେଟୱେର୍କ ତରଫରୁ ପ୍ରକାଶିତ ମାନଚିତ୍ରରେ ଏହି ସ୍ପଷ୍ଟ ସୂଚନା ମିଳିଛି। ଏହି ଦୁଇଟି ଜିଲ୍ଲା ହେଲା ଖୋର୍ଦ୍ଧା ଏବଂ କଟକ ଜିଲ୍ଲା। ଏହି ଦୁଇଜିଲ୍ଲାର ଯେଉଁ 12ଟି ବ୍ଲକରେ ଏହି କାଳ ବୈଶାଖୀ ଦେଖାଦେବ ସେଗୁଡିକ ହେଲା ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର, ବେଗୁନିଆ,ବାଲିଅନ୍ତା ଏବଂ ଜଟଣୀ ବ୍ଲକ। ସେହିପରି କଟକ ଜିଲ୍ଲାର କଟକ, ବାଙ୍କି,ବଡମ୍ବା,ତିଗିରିଆ, ଡମପଡା, ଆଠଗଡ, ବାରଙ୍ଗ ଏବଂ କଟକ ସଦର ବ୍ଲକରେ ଏହି ବର୍ଷା ହେବ।
ନୂଆଦିଲ୍ଲୀ : ସମଗ୍ର ଦେଶ କରୋନା କବଳରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ସିଡିଏସ୍ ବିପିନ୍ ରାଓ୍ବତ୍ ଦେଶବାସୀଙ୍କୁ ସମ୍ବୋଧି୍ତ କରିବାକୁ ଯାଉଛନ୍ତି । ସିଡିଏସ୍ ବିପିନ୍ ରାଓ୍ବତ୍ଙ୍କ ସମେତ ତିନି ସେନାର ମୁ୍ଖ୍ୟ ମଧ୍ୟ ଗଣମାଧ୍ୟମ ସହିତ ଆଲୋଚନା କରିବେ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ସେନା ପ୍ରମୁଖ କଣ ଘୋଷଣା କରିବେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ଦେଖାଦେଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି 14 ଜଣ ସୁସ୍ଥ ହେବା ସହିତ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 55ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରାପଡାର ଜଣେ, ଭୁବନେଶ୍ବରର 3 ଜଣ, ବାଲେଶ୍ବରର ତିନି ଜଣ ଏବଂ ଭଦ୍ରକର 7 ଜଣ ବ୍ୟକ୍ତି ରହିଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 55 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ପ୍ରାଣହାନି ଘଟିଛି । ଏହା ସହିତ କେନ୍ଦ୍ରାପଡା ଜିଲ୍ଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି ।
ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଭାରତୀୟ ଦଳକୁ ଗାଦିଚ୍ୟୁତ କରି ଟେଷ୍ଟ ମାନ୍ୟତାର ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଭାରତ ଏକ ନମ୍ବର ସ୍ଥାନରୁ ତିନି ନମ୍ବର ସ୍ଥାନକୁ ଖସିଥିବା ବେଳେ ପ୍ରଥମ ଦୁଇ ସ୍ଥାନ ଅଧିକାର କରି ନେଇଛନ୍ତି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ । ବର୍ତ୍ତମାନ ସମସ୍ତ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିବା ବେଳେ 2016-17ର ପ୍ରଦର୍ଶନକୁ ଚଳିତ ରାଙ୍କିଂରୁ ବାଦ ଦିଆଯାଇଛି । ଅଷ୍ଟ୍ରେଲିଆ 116 ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ 115 ପଏଣ୍ଟ ଏବଂ ଭାରତ 114 ପଏଣ୍ଟରେ ରହିଛି । ଦିନିକିଆରେ ବିଶ୍ବ ଚାମ୍ପିୟନ୍ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ 127 ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ 119 ପଏଣ୍ଟରେ ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ବିପକ୍ଷ ଦିନିକିଆ ସିରିଜ୍ ବିଜୟ ପରେ…
ଭୁବନେଶ୍ବର : ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଏହି ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଛି । ଯାଜପୁରର ବେହେରାପାଟଣାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ଜଣଙ୍କ 30 ବର୍ଷର ପୁରୁଷ ବୋଲି ଜଣାପଡିଛି । ଯାଜପୁରରେ କରୋନା ସଂକ୍ରମଣ ଦିନକୁ ଦିନ ଭୟାନକ ପରସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଏହାକୁ ମିଶାଇ ଯାଜପୁରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । ଏହି ଯୁବକ ଜଣକ କଲିକତାରୁ ଫେରିଥିବା ଜଣାପଡିଛି ।
ଭୁବନେଶ୍ବର/ଥିରୁଅନନ୍ତପୁରମ୍ : କେରଳରୁ ଓଡିଶା ଅଭିମୁଖେ ଏକ ସ୍ବତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିବ । ପ୍ରାୟ 1000 ପ୍ରବାସୀ ଶ୍ରମିକଙ୍କୁ ନେଇ ଏହି ଟ୍ରେନ୍ଟି ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିବ । କୋଚିର ଆଲୁଭାରୁ ଯାତ୍ରା ଆରମ୍ଭ କରି ଟ୍ରେନ୍ଟି ଭୁବନେଶ୍ବରରେ ପହଞ୍ଚିବ । କେରଳରେ ଫସି ରହିଥିବା ଏହି ଓଡିଆ ଶ୍ରମିକ ମାନେ ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯିବ । ଶୁକ୍ରବାର ସନ୍ଧ୍ୟା 6ଟାରେ ଏହି ଟ୍ରେନ୍ଟି ଯାତ୍ରା ଆରମ୍ଭ କରିବ । ଟ୍ରେନ୍ରେ ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ସମୟରେ ସୋସିଆଲ ଡିଷ୍ଟାନ୍ସିଂ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି ।
ଭୁବନେଶ୍ବର : ରାଜ୍ୟରୁ ଆହୁରି ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଦୁଇ ନୂତନ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ପୁରୁଷ ଏବଂ ଜଣେ 75 ବର୍ଷୀୟ ମହିଳା ରହିଛନ୍ତି । ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍ରୁ ବାହାରିଥିବା ବେଳେ ଉଭୟଙ୍କର କୋଲକାତା ଲିଙ୍କ ରହିଛି । ପୁରୁଷ ଜଣକ କୋଲକାତା ଫେରନ୍ତା ହୋଇଥିବା ବେଳେ ମହିଳା ଜଣଙ୍କ କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ ।
ହାଇଦ୍ରାବାଦ/ନୂଆଦିଲ୍ଲୀ : ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରିଛି ଏକ ସ୍ବତନ୍ତ୍ର ଟ୍ରେନ୍ । ପ୍ରାୟ 12 ଶହ ଶ୍ରମିକଙ୍କୁ ନେଇ ଏହି ସ୍ବତନ୍ତ୍ର ଟ୍ରେନ୍ଟି ଝାରଖଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶୁକ୍ରବାର ଯାତ୍ରା ଆରମ୍ଭ କରିଥିବା ଏହି ଟ୍ରେନ୍ଟି ରାଞ୍ଚିର ହାଟିଆ ପର୍ଯ୍ୟନ୍ତ ଯାତ୍ରା କରିବ । ଲିଙ୍ଗମପଲ୍ଲୀ ଷ୍ଟେସନ୍ରୁ ଭୋର 5ଟା ସମୟରେ ଟ୍ରେନ୍ଟି ଯାତ୍ରା ଆରମ୍ଭ କରିଥିବା ବେଳେ ରାତି 11ଟାରେ ଏହା ହାଟିଆରେ ପହଞ୍ଚିବ । ଏହି ନନ୍ଷ୍ଟପ୍ ଟ୍ରେନ୍ଟିରେ ସୋସିଆଲ୍ ଡିଷ୍ଟାନ୍ସିଂକୁ ଧ୍ୟାନ ଦିଆଯାଇଛି । ଟ୍ରେନ୍ର ପ୍ରତ୍ୟେକ ବଗିରେ 72 ଜଣଙ୍କ ପରିବର୍ତ୍ତେ 54 ଜଣ ଲେଖାଏଁ ଯାତ୍ରୀ ଯାତ୍ରା କରିବେ ।(ଏଜେନ୍ସି)

