ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଜଣେ ସାମ୍ବାଦିକା ଆତ୍ମହତ୍ୟା କରିବା ପରେ ଜନୈକ ସମାଜବାଦୀ ପାର୍ଟି ନେତାଙ୍କୁ ଗିରଫ କରାଯାଇଛି । 28 ବର୍ଷୀୟ ସାମ୍ବାଦିକ ରିଜଓ୍ବାନା ତବାସୁମ୍ ଆତ୍ମହତ୍ୟା କରିବା କାରଣରୁ ସମାଜବାଦୀ ପାର୍ଟି ନେତା ସାମିମ୍ ନୋମାନିଙ୍କୁ ଗିରଫ କରାଯାଇଛି । ବାରଣାସୀର ହରପାଲପୁରର ଏହି ସାମ୍ବାଦିକା ଜଣକ ନିଜ ବାସଭବନରେ ଆତ୍ମହତ୍ୟା କରିବା ସହିତ ସୁଇସାଇଡ୍ ନୋଟ୍ରେ ଉକ୍ତ ନେତାଙ୍କ ନାମ ଉଲ୍ଲେଖ କରିଥିଲେ । ତବାସୁମଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ଆଇପିସିର ଧାରା 306 ଅନୁସାରେ ନୋମାନିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଉଭୟ ନୋମାନି ଏବଂ ତବାସୁମ୍ ଦୀର୍ଘଦିନ ଧରି ପରସ୍ପରକୁ ଜାଣିଥିବା ବେଳେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । (ଏଜେନ୍ସି)
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ସାଲେଭଟାରେ ଜନୈକ ଯୁବକକୁ ସଂଘବଦ୍ଧ ଭାବରେ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି । ନାକଟିଦେଉଳ ଥାନା ସାଲେଭଟା ଗ୍ରାମରେ ସୋମବାର ରାତି ୮ ଘଟିକା ସମୟରେ ଗ୍ରାମର ୪ ଜଣ ବ୍ୟକ୍ତି ଦୁଃଶାସନ ଦେହୁରୀ ନାମକ ଯୁବକକୁ ଗୋଡାଇ ଗୋଡାଇ ହତ୍ୟା କରିଥିବା ଜଣା ପଡିଛି। ଆଜି ଘଟଣା ସ୍ଥଳରେ ନାକଟିଦେଉଳ ଥାନାଧୀକାରୀ ସମେତ ରେଢାଖୋଲ ଏସ୍ଡିପିଓ ହାଡିବନ୍ଧୁ ସ୍ୱାଇଁ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଥିବା ଜଣା ପଡିଛି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରିନାହିଁ ।
ଭୁବନେଶ୍ବର : କେସ ନମ୍ବର 160, 161,162, ଓ 163 ଆକ୍ରାନ୍ତ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । 160 ନମ୍ବର ଆକ୍ରାନ୍ତ 40 ବର୍ଷୀୟା ମହିଳା ଥିବାବେଳେ ତାଙ୍କ ଘର ଝାରସୁଗୁଡା ଡହଲେଡେରା । ଲକ୍ ଡାଉନ୍ ବେଳେ 22ମାର୍ଚ୍ଚରୁ 20 ଏପ୍ରିଲ୍ ଯାଏଁ ଘରେ ଥିଲେ । 21ରୁ 24 ଏପ୍ରିଲ୍ ଯାଏଁ ସୁନ୍ଦରଗଡ ବନ୍ଧାପାଲି ଓ ଡିଏଚଏଚ୍ ଯାଇଥିଲେ । ସୁନ୍ଦରଗଡ଼ ବନ୍ଧାପାଲିରେ ସମ୍ପର୍କୀୟଙ୍କ ଘରେ 24ରୁ 26 ଏପ୍ରିଲ୍ ଥିଲେ । 27 ଏପ୍ରିଲ୍ରୁ ମେ’ 3 ଯାଏଁ ହୋମ୍ କ୍ବାରେଣ୍ଟିନରେ ଥିଲେ ମହିଳା । ମେ ତିନିରେ ପଜିଟିଭ୍ ବାହାରିବା ପରେ ତାଙ୍କୁ ଝାରସୁଗୁଡା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 161 ନମ୍ବର ଆକ୍ରାନ୍ତ 34 ବର୍ଷୀୟ ଯୁବକ । ବାଲେଶ୍ବର ଖଇରାର ଏହି ଯୁବକ ଜଣକ ଏପ୍ରିଲ୍ 20ରେ କୋଲକତାରୁ ଆସିଥିଲେ । ସୋରରୁ ବାଇକରେ ଘରକୁ ଯାଇଥିଲେ । ଏପ୍ରିଲ୍…
ଚନ୍ଦ୍ରାକନ୍ତି ବୌଦ୍ଧ ନରସିଂହପୁର: କଟକ ଜିଲ୍ଲା ନରସିଂହପୁରଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ନାଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନିଜିଗଡ଼ ଗ୍ରାମ ପଞ୍ଚାୟତର ମାଧେଇପଦା ଗ୍ରାମର ଜଣେ ଯୁବକ ଗ୍ରାମ ନିକଟରେ ଥିବା ଚତରା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ପାଦ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ। 45 ବର୍ଷୀୟ ଏହି ମୃତ ଯୁବକଙ୍କ ନାମ ପ୍ରକାଶ ଜେନା। ଗ୍ରାମର ଅନ୍ୟମାନେ ଯେତେବେଳେ ଗାଧୋଇବାକୁ ଆସିଲେ ସେମାନେ କେହି ଭାସୁଥିବାର ଦେଖିବା ପରେ ନରସିଂହପୁର ଦମକଳ ବାହିନୀ କୁ ଖବର ଦେଇଥିଲେ। ଦମକଳ ବାହିନୀ ପହଂଚିବା ପୂର୍ବରୁ ଗ୍ରାମବାସୀ ପାଣିରେ ଭାସୁଥିବା ଯୁବକଙ୍କୁ ଉଦ୍ଧାର କରି କୁଳକୁ ଆଣିଥିଲେ। ସେଠାରୁ ଦମକଳ ଗାଡି ଯୋଗେ ନରସିଂହପୁର ଡାକ୍ତରଖାନା କୁ ନିଆଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନରସିଂହପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ…
ନୂଆଦିଲ୍ଲୀ : ଲକ୍ ଡାଉନ୍ 3.0ର କେନ୍ଦ୍ର ଗାଇଡ୍ ଲାଇନ୍ ଅନୁସାରେ ମଦ ବିକ୍ରି ପାଇଁ ଅନୁମତି ମିଳିବା ପରେ ଏହି କାରବାର ବେଶ୍ ଜମିଛି । କେବଳ ଉତ୍ତରପ୍ରଦେଶରେ ଗତକାଲି 300 କୋଟିର ମଦ ବ୍ୟବସାୟ ହୋଇଥିବାବେଳେ ରାଜସ୍ଥାନରେ କେବଳ ଦୁଇ ଘଣ୍ଟାରେ 59 କୋଟିର ବ୍ୟବସାୟ ହୋଇଛି । ଛତିଶଗଡରେ 35 କୋଟିର ମଦ ବିକ୍ରି ହୋରଇଛି । ଆଜି ବି ମଦ ଦୋକାନ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । କେଉଁ ରାଜ୍ୟରେ କେତେ ଟଙ୍କାର ମଦ ବିକ୍ରି ହୋଇଛି ଉତ୍ତରପ୍ରଦେଶ : 300 କୋଟି ରାଜସ୍ଥାନ – 59 କୋଟି (ମାତ୍ର ଦୁଇ ଘଣ୍ଟାରେ) କର୍ଣ୍ଣାଟକ – 45 କୋଟି ଛତିଶଗଡ – 35 କୋଟି ୟୁପିର ଲକ୍ଷ୍ନୌରେ 6 କୋଟିର ମଦ ବିକ୍ରି ହୋଇଛି । ଆଜି ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର…
ଭୁବନେଶ୍ବର : ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ସରକାର। ଗଞ୍ଜାମରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ହେଉଛି 18 ବର୍ଷ। ସେ ସୁରତ ଫେରନ୍ତା ବୋଲି ଜଣାପଡିଛନ୍ତି। ସରକାରୀ କ୍ବାରେଣ୍ଟିନ୍ରେ ଥିଲେ। ନମୁନା ପରୀକ୍ଷା ପରେ ପଜିଟିଭ୍ ଜଣାପଡିଥିଲା। ଯୁବକ କାହା ସଂସ୍ପର୍ଶରେ ଆସିଥିଲେ, କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।
ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1500 ଡେଇଁଲା । ସେହିପରି ଦେଶରେ କରୋନା ସଂକ୍ରମିତଙ୍କସଂଖ୍ୟା 46,433ରେ ପହଞ୍ଚିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା 1568ରେ ପହଞ୍ଚିଛି । ସେହିପରି 12726ଜଣ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ 195ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3900 ନୂତନ କେସ୍ ସାମ୍ନକୁ ଆସିଥିଲା । କେଉଁ ରାଜ୍ୟରେ କେତେ ଜଣଙ୍କର ହୋଇଛି ମୃତ୍ୟୁ : ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ କରୋନା ଜନିତ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ମହାରାଷ୍ଟ୍ରରେ 583 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 319, ମଧ୍ୟପ୍ରଦେଶରେ 165, ରାଜସ୍ଥାନରେ 77, ଦିଲ୍ଲୀରେ 64, ଉତ୍ତରପ୍ରଦେଶରେ 50, ଆନ୍ଧ୍ରପଦେଶ 36, ପଶ୍ଚିମବଙ୍ଗରେ 133, ତାମିଲନାଡୁରେ 31, ତେଲେଙ୍ଗାନାରେ 29, କର୍ଣ୍ଣାଟକରେ 27, ପଞ୍ଜାବରେ 23, ଜମ୍ମୁକାଶ୍ମରୀରେ 8, ହରିୟାଣାରେ 6, କେରଳରେ 4, ଝାଡଖଣ୍ଡରେ…
ନୂଆଦିଲ୍ଲୀ : ଦିଲ୍ଲୀରେ ମଙ୍ଗଳବାରଠାରୁ ମଦ ମହଙ୍ଗା ହୋଇଯିବ । କେଜରୀଓ୍ବାଲ ସରକାର ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମଦ ବିକ୍ରି ଉପରେ ଅଧିକ 70 ପ୍ରତିଶତ ଟ୍ୟାକ୍ସ ଦିଲ୍ଲୀରେ ଆଦାୟ କରାଯିବ । ଦିଲ୍ଲୀରେ ମଦ ବିକ୍ରି ଉପରେ ସ୍ବତନ୍ତ୍ର କରୋନା ଫି’ ଲାଗୁ ହୋଇଛି । ସୋମବାର ଦିନ ଦେଶରେ ଲକ୍ଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଲକ୍ ଡାଉନରେ କିଛି କଟକଣାକୁ କୋହଳ କରାଯାଇଛି । ମଦ ବିକ୍ରି କୁ ଏହି ପର୍ଯ୍ୟାୟରେ ଅନୁମତି ଦିଆଯାଇଛି । ସେମବାର ଦେଶର ବହୁ ସହରରେ ମଦ ଦୋକାନ ଖୋଲା ଯାଇଥିଲା । ଦୋକାନ ବାହାରେ ଲମ୍ବା ଲମ୍ବା ଲାଇନ ମାନ ଦେଖିବାକୁ ମିଳିଥିଲା । ଦିଲ୍ଲୀର କେତେ ଅଞ୍ଚଳରେ ମଦ ପାଇଁ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା । ମଦ ପାଇଁ ଲୋକମାନେ ସାମାଜିକ ଦୂରତ୍ବ ତଥା…
କେଦାର ମିଶ୍ର ଆଗରୁ ସବୁ କଥାରେ ଓଡିଶାର ଗରିବୀକୁ ନେଇ ଚର୍ଚ୍ଚା କରୁଥିବା ଆମର ଜାତୀୟ ଗଣମାଧ୍ୟମ ପ୍ରାକୃତିକ ବିପର୍ୟୟ ତଥା କରୋନା ଭଳି ବିଶ୍ଵର ଏକ ଭୟଙ୍କର ସଙ୍କଟକୁ ମୁକାବିଲା କରିବାରେ ଓଡିଶାର ଦକ୍ଷତାକୁ ଦେଖିବା ଉଚିତ। କରୋନା ମୁକାବିଲା ଲାଗି ଯେତେବେଳେ ଭାରତ ସରକାର ଚିନ୍ତା କରିବା ଆରମ୍ଭ କରିନଥିଲେ, ସେତେବେଳେ ଏହାକୁ ଗୁରୁତ୍ଵର ସହିତ ନେବା ଆରମ୍ଭ କରି ବିଦେଶରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରିବା ଆରମ୍ଭ କରିଥିଲେ। ସେମାନଙ୍କର ରହଣି ତଥା ଗତାଗତ ଉପରେ ଓଡିଶା ସରକାର ତୀବ୍ର ନଜର ରଖିବା ଆରମ୍ଭ କରିଥିଲେ। ୧୪ ଦିନିଆ କ୍ଵାରେଣ୍ଟାଇନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହିତ ଏହା ଉପରେ କଡା ନଜର ରଖା ଯାଇଥିଲା । ପ୍ରତିଦିନ କରୋନା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ଓ ଗଣମାଧ୍ୟମରେ ସବୁ ତଥ୍ୟକୁ ତୁରନ୍ତ ପହଞ୍ଚାଇବାର ସବୁ ବ୍ୟବସ୍ଥା କରା ଯାଇଥିଲା। ଦେଶରେ କରୋନା ସଂକ୍ରମଣ ବଢି…
ସୀତାରାମ ଅଗ୍ରୱାଲ ଚିଲିକା: ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସିଥିବା ଆଉ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ କୁହୁଡି ଛକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ ଡ୍ରାଇଭର ଏମ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଆଜି ଭୋର ୪ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର କୁହୁଡି ଛକରେ ବସ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ହସପିଟାଲ ପହଞ୍ଚାଇଥିଲେ। ତେବେ ହସ୍ପିଟାଲରେ ଡାକ୍ତର ଡ୍ରାଇଭର ଏମ ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ପ୍ରବାସୀ ଯାତ୍ରୀମାନଙ୍କୁ ଅନ୍ୟ ଗାଡିରେ ନିଜ ନିଜ ଗନ୍ତବ୍ୟସ୍ତଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବସ୍ଟିରେ ପ୍ରାୟ ୪୦ ଜଣ ଯାତ୍ରୀ ରହିଥିବାର ସୂଚନା ରହିଛି। ଦୁର୍ଘଟଣାରେ ବସ୍ର ସମ୍ମୁଖଭାଗଟି କ୍ଷତିଗ୍ରସ୍ତ ହୋଇଛି। ଏହି ବସଟି…
ନୂଆଦିଲ୍ଲୀ : ଦିଲ୍ଲୀ ଗୋବିନ୍ଦପୁର ଅଞ୍ଚଳରେ ମାସ୍କକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ ମାସ୍କ ପାଇଁ ଜଣେ ବ୍ୟକ୍ତି କାରଖାନା ମାଲିକର 18ବର୍ଷୀୟ ପୁଅକୁ କଇଁଛିରେ ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ହେଉଛନ୍ତି 18 ବର୍ଷୀୟ ସଲମାନ୍ । ତାଙ୍କ ପିତା ମାସ୍କ ତିଆରି କରୁଥିବାର ଏକ କାରଖାନା ଚଳାଉଥିଲେ । ଦିଲ୍ଲୀରେ କରୋନା ସଂକ୍ରମଣ କାରଣରୁ ମାସ୍କର ଚାହିଦା ବେଶ୍ ରହିଛି । ବ୍ୟକ୍ତି ଜଣକ ଠିକାରେ ମାସ୍କ ସପ୍ଲାଇ ମଧ୍ୟ କରନ୍ତି । ଅଫସର ନାମକ ଜଣେ ବ୍ୟକ୍ତି କମ୍ ଦାମ୍ରେ ମାସ୍କ ତିଆରି କରି ସପ୍ଲାଇ କରି ସଲମାନଙ୍କ ପିତାଙ୍କଠାରୁ ସମସ୍ତ କାମ ନେଇ ଯାଇଥିଲା । ଏହି ମାମଲାକୁ ନେଇ ସଲମାନଙ୍କ ପିତା ଓ ଅଫସରଙ୍କ ଭିତରେ ଝଗଡା ଆରମ୍ଭ ହୋଇଥିଲା । ଝଗଡା ଏତେ ତୀବ୍ର ରୂପ ଧାରଣ କଲା ଯେ, ଅଫସର କଇଁଚି…
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ପୂର୍ବରୁ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 170 ବୃଦ୍ଧି ପାଇଛି। ସୂଚନାଥାଉ କି, ଗତକାଲି ଯାଜପୁରରୁ 4 ଜଣ, ଭଦ୍ରକରୁ 2 ଜଣ ଓ ସୁନ୍ଦରଗଡ଼ରୁ ଜଣେ ଆକ୍ରନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ସର୍ବାଧିକ 3,535 ସାମ୍ପଲ୍ ପରୀକ୍ଷା ହୋଇଥିବାର ସୂଚନା ମିଳିଛି । ଏବେ ସୁଦ୍ଧା ରାଜ୍ୟରେ 44 ହଜାର 663 ସାମ୍ପଲ ଟେଷ୍ଟ ହୋଇଛି । ଏବେ ରାଜ୍ୟରେ 109ଟି ଆକ୍ଟିଭ୍ କେସ୍ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 60 ଜଣ । ଜଣକର ମୃତ୍ୟୁ…
ଅମୃତସର, ପଂଜାବ ପୋଲିସ କୋଭିଡ19 ଯୁଦ୍ଧରେ ସାମିଲ ହୋଇଥିବାରେ ସେମାନଙ୍କୁ ଜାତୀୟ ମାନବିକ ଅଧିକାର କଲ୍ୟାଣ ସମାଜ ତରଫରୁ ଦିଆଯାଉଛି ସମ୍ବର୍ଦ୍ଧନା।
ନୂଆଦିଲ୍ଲୀ/ଭୁବନେଶ୍ୱର, ମେ ୦୪ – ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କ୍ରମେ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ସାମାଜିକ ଗଣମାଧ୍ୟମରେ ବୈଦେଶିକ ମନ୍ତ୍ରୀ ଡା. ଏସ୍. ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସଠିକ୍ ସମୟରେ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଡା. ଏସ୍. ଜୟଶଙ୍କରଙ୍କୁ ଧନ୍ୟବାଦ । ଭାରତ ସରକାରଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଗତକାଲି ସେ ଉପସାଗରୀୟ ଦେଶ ଗୁଡିକରେ ରହୁଥିବା ଓଡିଆ ସମୁଦାୟଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ସେମାନଙ୍କ ଅନୁରୋଧକ୍ରମେ ବିଦେଶରେ ରହୁଥିବା ଓଡିଆଙ୍କୁ ଫେରାଇ ଆଣାଯିବା…
ବାଙ୍ଗାଲୁରୁ, ଲକଡାଇନ କଟକଣା ସତ୍ବେ କେଉଁଠି କେଉଁଠି ମଦ ଦୋକାନ ଖୋଲିବା ପାଇଁ ଦିଆଯାଇଛି ଅନୁମତି। ଏହି ଅନୁମତି ମିଳିବା ପରେ ବାଙ୍ଗାଲୁରୁ ନିୟୁ ବିଇଏଲ ରୋଡ ରେ ଥିବା ଏକ ହୋଲସେଲ୍ ମଦ ଦୋକାନ ଆଗରେ ପ୍ରବଳ ଭିଡ।
ନୂଆଦିଲ୍ଲୀ : ମେ’ 7ରୁ ପର୍ଯ୍ୟାୟ କ୍ରମେ ଫେରିବେ ପ୍ରବାସୀ ଭାରତୀୟ । ପ୍ରବାସୀ ଫେରାଇ ଆଣିବା ଲାଗି ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ପ୍ରବାସୀଙ୍କ ଚିଠା ପ୍ରସ୍ତୁତ କରିଛନ୍ତି ଭାରତୀୟ ଦୂତାବାସ ଓ ହାଇକମିଶନର । ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ ବିମାନ ଓ ନୌସେନାର ଜାହାଜକୁ ବ୍ୟବହାର କରାଯିବ। ଫେରିବା ଲାଗି ନିଜର ସମସ୍ତ ଖର୍ଚ୍ଚ ବହନ କରିବେ ସମ୍ପୃକ୍ତ ପ୍ରବାସୀ । କେବଳ କରୋନା ଲକ୍ଷଣ ନଥିବା ପ୍ରବାସୀ ହିଁ ଭାରତ ଫେରିବେ। ପହଞ୍ଚିବା ପରେ ସମେସ୍ତ ଆରୋଗ୍ୟ ସେତୁ ଆପ୍ ଡାଉନ୍ ଲୋଡ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପହଞ୍ଚିବା ପରେ ସମସ୍ତଙ୍କୁ 14 ଦିନିଆ କ୍ବାରେଣ୍ଟିନ୍ରେ ରଖାଯିବ । କ୍ବାରେଣ୍ଟିନ୍ ସରିବା ପରେ ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯିବ ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି ହୋଇଛି । ଟ୍ରାଭେଲ୍ ହିଷ୍ଟ୍ରିରୁ 146 ନମ୍ବର ଆକ୍ରାନ୍ତଙ୍କ ହିଷ୍ଟ୍ରି ଚିନ୍ତା ବଢାଇଛି । 146 ନମ୍ବର ଆକ୍ରାନ୍ତ ଟ୍ରେନ୍ରେ କୋଲକାତାରୁ ଫେରିଥିଲେ । ଜେକେ ରୋଡ୍ ଷ୍ଟେସନରେ ଓହ୍ଲାଇ ଭଡା ଗାଡ଼ିରେ ଆସିଥିଲେ । ଆଉ 11 ଜଣଙ୍କ ସହ ଯାଜପୁର ଟାଉନ୍ ଆସିଥିଲେ । ଯାଜପୁର ଟାଉନ୍ରୁ ଚାଲି ଚାଲି ଦଶରଥପୁର ନିଜ ଘରକୁ ଯାଇଥିଲେ । ମାର୍ଚ୍ଚ 22ରେ ଘରେ ପହଞ୍ଚି ଲକ୍ ଡାଉନ୍ ଯାଏଁ ଘରେ ଥିଲେ । ଘରେ ରହିବା ସମୟ ମଧ୍ୟରେ ବିଭିନ୍ନ ଦୋକାନ ଯାଇଥିଲେ । ମାର୍ଚ୍ଚ 25ରୁ ଏପ୍ରିଲ୍ 5 ଯାଲଁ ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ । ଟ୍ରାଭେଲ୍ ହିଷ୍ଟ୍ରିକୁ ଦେଖି ସାମ୍ପଲ୍ ସଂଗ୍ରହ ହୋଇଥିଲା । ମେ 1ରେ ସାମ୍ପଲ ଟେଷ୍ଟ ପଜିଟିଭ୍ ଆସିବା ପରେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । 155 ନମ୍ବର…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ବାର୍ଦ୍ଧକ୍ୟରେ ସାହା ହେଲେନି ପରିବାର ଓ ଆତ୍ମୀୟ। ଜୀବନ କଟୁଛି ବୃଦ୍ଧାଶ୍ରମରେ। ବୟସାଧିକ୍ୟ ଯୋଗୁ ବିଭିନ୍ନ ସମୟରେ ଶାରିରୀକ ଅସୁସ୍ଥତା ସେମାନଙ୍କ ପାଇଁ ସୃଷ୍ଟି କରୁଛି ସମସ୍ୟା। ଏଭଳି ସ୍ଥିତିରେ ସହାୟତାର ହାତ ବଢାଇଛନ୍ତି ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସ୍ନେହସୁଧାକର ମଲ୍ଲ। ପାରାଦ୍ବୀପ ବାଲିଝରା ବସ୍ତିରେ ଥିବା ମା’ ସନ୍ତୋଷୀ ଜରାଶ୍ରମ ଓ ପାରାଦ୍ବୀପ ଗଡ ନିକଟରେ ଥିବା ବାବା ଲୋକନାଥ ସେବାଶ୍ରମରେ ରହୁଥିବା ୧୫୦ ଶହରୁ ଊର୍ଦ୍ଧ୍ବ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତର ମଲ୍ଲ। ଏହିକ୍ରମରେ ରବିବାର ବାଲିଝରା ମା’ ସନ୍ତୋଷୀ ଜରାଶ୍ରମରେ ପହଞ୍ଚି ଏଠାରେ ରହୁଥିବା ୪୦ ରୁ ଊର୍ଦ୍ଧ୍ବ ବୃଦ୍ଧ ଓ ବୃଦ୍ଧାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରିଥିଲେ। ମାସର ପ୍ରତ୍ୟେକ ରବିବାର ଦିନ ଉଭୟ ଜରାଶ୍ରମ ଓ ସେବାଶ୍ରମରେ ପହଞ୍ଚିଛି ସେମାନଙ୍କ ସ୍ବାସ୍ଥ୍ୟ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମୁକାବିଲା ଲାଗି ଦେଶରେ ଜାରି ରହିଛି ଲକ୍ ଡାଉନ୍। ଏବେ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଛି। ଏହା ମେ ୧୭ ପର୍ଯ୍ୟନ୍ତ ଜାରି ରହିବ। ଏହି ଲକ୍ ଡାଉନରେ ବେଶି ପ୍ରଭାବିତ ହେଉଛନ୍ତି ଛୋଟ ମୋଟ ବ୍ୟବସାୟୀ ଓ ପ୍ରବାସୀ ଶ୍ରମିକ। ଛୋଟ ଦୋକାନୀ ହୁଅନ୍ତୁ ଅବା ରାସ୍ତା କଡରେ ବିକ୍ରି କରୁଥିବା ଫୁଲ ବିକାଳୀମାନେ ହୁଅନ୍ତୁ। ଏମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି। ବିଭିନ୍ନ ରାଜ୍ୟରୁ ଆସି ସହରରେ ବିକ୍ରି ବଟା କରି ପେଟ ପୋଷୁଥିବାବେଳେ ଏହି ଲକ୍ ଡାଉନ୍ ଯୋଗୁଁ ତାଙ୍କ ବ୍ୟବସାୟ ଠପ୍ ହେବା ସହିତ ଏମାନେ ଏବେ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ ଚାଲିଥିବା ମହାମାରୀ ସଂକଟ ସମୟରେ ନିଜ ଭିଟାମାଟିକୁ ଫେରିଯିବାକୁ ଆକୁଳ ପ୍ରାର୍ଥନା କରୁଛନ୍ତି ଏହି ଲୋକମାନେ। ନିଜ ଭିଟାମାଟିକୁ ଫେରିଯିବାକୁ ଅନୁନୟ ହୋଇ ସାହାଯ୍ୟ ଭିକ୍ଷା କରିଛନ୍ତି ବାଣପୁରରେ ରହିଥିବା ଆନ୍ଧ୍ରପ୍ରଦେଶର…
ନୂଆଦିଲ୍ଲୀ :ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମାପ୍ତ ହେବା ପରେ ଆଜି କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲା। ତୃତୀୟ ପର୍ଯ୍ୟାୟ ଲକଡାଉନକୁ ଦୃଷ୍ଟିରେ ରଖି ଉଭୟ ପରୀକ୍ଷା ଓ ସାକ୍ଷାତକାରର ଆୟୋଜନ ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା। ସେଥିପାଇଁ ମେ 31, 2020ରେ ହେବାକୁ ଥିବା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଯେହେତୁ ଏହି ପରୀକ୍ଷା ଇଣ୍ଡିଆନ ଫରେଷ୍ଟ ସିର୍ଭିସ ପରୀକ୍ଷା ପାଇଁ ମଧ୍ୟ ଏକ ସ୍କ୍ରିନିଂ ପରୀକ୍ଷା ସେଥିପାଇଁ ତାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ମେ 20, 2020 ପରେ ପରିସ୍ଥିତିକୁ ପୁନଃ ସମୀକ୍ଷା କରାଯିବ ଏବଂ ଏହି ପରୀକ୍ଷାର ତାରିଖ ନିର୍ଦ୍ଧାରିତ ହେବ। ଆୟୋଗ ପୂର୍ବରୁ ସିଭିଲ ସର୍ଭିସ ପରୀକ୍ଷା – 2019ର ବଳକା ଛାତ୍ରଙ୍କ ସାକ୍ଷାତକାର, ଇଣ୍ଡିଆନ ଇକୋନମିକ୍ସ ସର୍ଭିସ ଏବଂ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସ – 2020ର ବିଜ୍ଞପ୍ତି, କମ୍ବାଇନ ମେଡିକାଲ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ଲକ୍ ଡାଉନ କୋହଳ ହେବା ପରେ ସମୁଦ୍ର କୂଳରେ ମଜା କରିବାକୁ ଆସି ଫସିଲେ ଯୁବକ। ସମୁଦ୍ରରେ ଗାଡି ଫସିଗଲା । ଶେଷରେ ଅଗ୍ନିଶମ ବିଭାଗ ଓ ପୋଲିସ୍ କର୍ମଚାରୀ ପହଞ୍ଚି ଉଦ୍ଧାର କଲେ ଗାଡିକୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବନ୍ଦର ନଗରୀ ପାରାଦ୍ବୀପର ସମୁଦ୍ର ବେଳାଭୂମିରେ। ଦୀର୍ଘ ଦିନର ଲକ୍ ଡାଉନ ପରେ ଗ୍ରୀନ ଜୋନରେ ଥିବା ପାରାଦ୍ୱୀପରେ ଆଜି ଘଟିଛି ଏମିତି ଅଘଟଣ । କାର ଧରି ସମୁଦ୍ର କୂଳରେ ମଜା କରିବାକୁ ଆସି ଥିଲେ ଦୁଇଜଣ ଯୁବକ।ସମୁଦ୍ର ବେଳାଭୂମିରେ ପହଞ୍ଚି ଏତେ ମାତ୍ରାରେ ଉଲ୍ଲସିତ ହୋଇଗଲେ ଯେ ସମୁଦ୍ର ଲହଡିରେ କାର ଚଳାଇ ମଜା ମସ୍ତି ଆରମ୍ଭ କରିଦେଲେ। କିନ୍ତୁ ଏହି ମସ୍ତି ତାଙ୍କର ବେଶି ସମୟ ଗଲାନାହିଁ। କାର ଚକା ଫସିଗଲା ସମୁଦ୍ର ବାଲିରେ। ଲହଡି ଯୋଗୁଁ ଚକା ପୋତି ହୋଇ ହୋଇ ଚାଲିଲା। ସମସ୍ତ ଚେଷ୍ଟା ବିଫଳ…

