Author: Samikhsya Bureau

ଭୁବନେଶ୍ବର : ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ 84ରୁ 90 ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି । ଏହି ଯାତ୍ରା ବିବରଣୀରୁ ଦେଖିବାକୁ ମିଳିଛି ଯେ, ଏମାନେ ସମସ୍ତେ ପୂର୍ବ ସଂକ୍ରମିତଙ୍କଠାରୁ ସଂକ୍ରମିତ ହୋଇଛନ୍ତି । 73 ନମ୍ବର ଆକ୍ରାନ୍ତଙ୍କଠାରୁ ତିନି ଜଣ ସଂକ୍ରମିତ ହୋଇଥିବାବେଳେ 61 ନମ୍ବର ଆକ୍ରାନ୍ତଙ୍କଠାରୁ ଦୁଇ ଜଣ ସଂକ୍ରମିତ ହୋଇଛନ୍ତି । ଯାଜପୁରର ଚାରି ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟସରକାର । ଆକ୍ରାନ୍ତ ନଂ 84, 85,86,87ଙ୍କ ଯାତ୍ରା ବିବରଣୀ ଜାରି କରାଯାଇଛି । ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ପୂର୍ବରୁ ଚିହ୍ନଟ ହୋଇଥିବା 73 ନମ୍ବର ସଂକ୍ରମିତଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଆକ୍ରାନ୍ତ ନଂ 85, 86 ଏବଂ 87 ଆକ୍ରାନ୍ତ ନମ୍ବର 73ଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି । 84 ନମ୍ବର ଆକ୍ରାନ୍ତ ଜଣକ ଯାଜପୁରର କୋଦେଇବାଟିର 70…

Read More

ଭୁବନେଶ୍ବର: କୋଭିଡ୍‌-19 ସଂଗ୍ରାମୀଙ୍କ ପାଇଁ ସ୍ବତନ୍ତ୍ର ଓ୍ବେବସାଇଟ୍‌ ଖୋଲିଲେ ସରକାର। ଓ୍ବେବ୍‌ ସାଇଟ୍‌: https://covidsangramee.odisha.gov.in. ଓ୍ବେବସାଇଟ୍‌କୁ ଯାଇ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ପଞ୍ଜିକରଣ କରିପାରିବେ। ସେମାନେ କେଉଁ ଅଞ୍ଚଳରେ ଲୋକଙ୍କ ସେବା କରିବେ ଉଲ୍ଲେଖ କରିବେ। ଘରେ ରହି ମଧ୍ୟ ବିଭିନ୍ନ ସ୍ବେଚ୍ଛାସେବୀ ଲୋକଙ୍କ ପାଇଁ କାମ କରିପାରିବେ। ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତି ବିଭିନ୍ନ ରିଲିଫ୍‌ କ୍ୟାମ୍ପ୍‌ରେ ବି ସେବା ଯୋଗାଇପାରିବେ। କରୋନା ସମ୍ପର୍କିତ ସୂଚନା ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଲୋକଙ୍କୁ ଦେଇପାରିବେ।

Read More

ଭୁବନେଶ୍ବର: ବାହାରେ ରହିଯାଇଥିବା ଲୋକଙ୍କ ସମ୍ପର୍କରେ ପଞ୍ଚାୟତିରାଜ ସଚିବଙ୍କ ସୂଚନା ଦେଇଛନ୍ତି। ସେମାନଙ୍କ ସମ୍ପର୍କରେ ରାଜ୍ୟ ସରକାର ସଚେତନ ଅଛନ୍ତି ବୋଲି କହିଛନ୍ତି ସଚିବ। ଓଡ଼ିଶା ବାହାରେ ରହିଯାଇଥିବା ଲୋକଙ୍କୁ ପ୍ରଥେମ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ବୋଲି ସୂଚନା ଦେଇଛି ସଚିବ। ରେଜିଷ୍ଟ୍ରେସନରେ ସାହାଯ୍ୟ କରିବାକୁ ଓ୍ବାର୍ଡରେ ନୋଡାଲ୍‌ ଅଫିସର ନିଯୁକ୍ତ କରାଯାଇଛି। ଗତକାଲିଠାରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ସଚିବ। ଓଡ଼ିଶା ବାହାରୁ ଯେଉଁମାନେ ଆସିବେ, ସେମାନଙ୍କୁ ୧୪ ଦିନ କ୍ବାରେଣ୍ଟିନରେ ରହିବେ ବୋଲି ନିଷ୍ପତ୍ତି ଦିଆଯାଇଛି। ୧୪ ଦିନ କ୍ବାରେଣ୍ଟିନ୍‌ରେ ରହିବା ପରେ ସୁସ୍ଥ ଥିଲେ ଘରକୁ ଫେରିବ ବୋଲି ସୂଚନା ଦିଆଯାଇଛି। ସେହିପରି ଓଡ଼ିଶା ଫେରନ୍ତାଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଥିବାବେଳେ ରେଜିଷ୍ଟ୍ରେସନ ପାଇଁ ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ଜରୁରୀ। କେହି ସମ୍ପର୍କୀୟ ରେଜିଷ୍ଟ୍ରେସନ କରୁଥିଲେ ତାଙ୍କ ମୋବାଇଲ ନମ୍ବର ଦେବେ। ବାହାରେ ରହୁଥିବା ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ, ସମେସ୍ତ…

Read More

ମୁମ୍ବାଇ: ମୁମ୍ବାଇର ଏକ ଅଟୋ ଡ୍ରାଇଭର ନିଜ ଅଟୋ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ବୋଲି ଶନିବାର ପୋଲିସ କହିଛି। ଦିଣ୍ଡୋସି ପୋଲିସ୍ ଷ୍ଟେସନର ସିନିୟର ପୋଲିସ୍ ଇନ୍ସପେକ୍ଟର ଡି.କାମ୍ବଲେଙ୍କ ଅନୁଯାୟୀ, ଗୋରେଗାଓଁର ବିଏମସି କଲୋନୀ ନିକଟରେ ଦୟାଶଙ୍କର ଏ ସୋନି ନାମକ ଅଟୋ ଡ୍ରାଇଭରଙ୍କ ମୃତଦେହ ଶୁକ୍ରବାର ଦିନ ମିଳିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗାଡି ଛାତ ଉପରେ ଥିବା ବାଡ଼ି ଦ୍ୱାରା ବେକରେ ଫାଶୀ ଲଗାଇଥିଲା ମୃତ ଯୁବକ। ବେକରେ ରଶି ଲାଗିବା ସହିତ ଗାଡିରେ ବସିଥିବା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ତାଙ୍କ ପତ୍ନୀଙ୍କ ବିବୃତ୍ତି ଅନୁଯାୟୀ ସୋନି ଜଣେ ମଦ୍ୟପ ଥିଲେ ଏବଂ ସେ ପିଠି ଏବଂ ଆଣ୍ଠୁ ଜନିତ ସମସ୍ୟାରେ ପୀଡିତ ଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଆତ୍ମହତ୍ୟା ପାଇଁ ସେ କାହାକୁ ସନ୍ଦେହ କରନ୍ତି ନାହିଁ କିମ୍ବା ଦାୟୀ କରନ୍ତି ନାହିଁ। କାମ୍ବଲେ…

Read More

ଭୁବନେଶ୍ବର : ଲକ୍ ଡାଉନରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରବାସୀ ଶ୍ରମିକମାନେ। କାମ ହରାଇ ବିପନ୍ନ ଜୀବନ କାଟୁଥିବାବେଳେ ସେମାନଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି। ଲକ୍ ଡାଉନ୍‌ ପରେ ଓଡ଼ିଶାରେ ଫସିଥିବା ଶ୍ରମିକଙ୍କ ମାନେ କାମ କରିପାରିବେ। ଫସିଥିବା ଶ୍ରମିକମାନେ ଚାହିଁଲେ ଏବେ ରାଜ୍ୟ ଭିତରେ କାମ କରିପାରିବେ। ସେମାନେ କାମ କରୁଥିବା ସଂସ୍ଥା ବା ଠିକାଦାରଙ୍କ ଜରିଆରେ କାମ କରିପାରିବେ। ସଂସ୍ଥା ବା ଠିକାଦାରମାନେ ସେମାନଙ୍କ ଶ୍ରମିକକୁ ନେବା ଆଣିବା କରିପାରିବେ। ଶ୍ରମିକଙ୍କୁ ନେବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନେ ଯା’ ଆସ ପାସ୍‌ ଦେବେ। ଶ୍ରମିକମାନେ ଯିବା ଆସିବା କରିବା ପାଇଁ ଠିକାଦାରମାନେ ବସ୍‌ ନେଇପାରିବେ। ଶ୍ରମିକମାନଙ୍କ ପରିବହନରେ ନିୟୋଜିତ ବସ୍‌କୁ ମାସିକ ଟିକସରୁ ଛାଡ ମିଳିବ। ଅଟକିଥିବା ଶ୍ରମିକମାନେ 14 ଦିନ କ୍ବାରେଣ୍ଟାଇନ୍‌ ପୂରଣ କରିସାରିଛନ୍ତି। ସେମାନଙ୍କୁ ଆଉ କ୍ବାରେଣ୍ଟାଇନ୍‌ରେ ରହିବାକୁ ସରପଞ୍ଚମାନେ ବାଧ୍ୟ କରିବେନି। ଶ୍ରମିକଙ୍କ ଦୈନିକ ଆତଯାତ ନେଇ ଡିଏଲ୍‌ଓ ବିସ୍ତୃତ ତଥ୍ୟ…

Read More

ନୂଆଦିଲ୍ଲୀ : ଦୋକାନ ଖୋଲିବା ନେଇ ପୁଣିଥିର ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । ଚୁଟିକଟା ସେଲୁନ୍‌ ଖୋଲିବାକୁ ଅନୁମତି ଦିଆଯାଇନାହିଁ ବୋଲି କହିଛନ୍ତି ଗୃହ ବିଭାଗର ଯୁଗ୍ମ ସଚିବ । କେବଳ ଜିନିଷ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଅନୁମତି ମିଳିବ ବୋଲି ସୂଚନା ରହିଛି । ସ୍ପଷ୍ଟୀକରଣ ଅନୁସାରେ, ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ। ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ ଅଞ୍ଚଳ ବା କଲୋନୀ ପାଖରେ ଥିବା ଦୋକାନ ଖୋଲା ହୋଇପାରିବ। ତେବେ ସହରାଞ୍ଚଳରେ କୌଣସି ମାର୍କେଟ କଂପ୍ଲେକ୍ସ ଏବଂ ସପିଂ ମଲ୍ ଖୋଲା ରହିବ ନାହିଁ। ସେହିପରି ଇ-କମର୍ସ କମ୍ପାନୀଗୁଡିକ ପୂର୍ବଭଳି କେବଳ ଜରୁରୀ ସାମଗ୍ରୀ ଯୋଗାଇବେ ବୋଲି ସ୍ପଷ୍ଟ ସୂଚନା ରହିଛି । ଅନ୍ୟପକ୍ଷରେ ମଦ ଦୋକାନ ଖୋଲିବା ଉପରେ କଟକଣାକୁ ବଳବତ୍ତର ରଖାଯାଇଛି।…

Read More

ଭୁବନେଶ୍ବର :  ମାଟ୍ରିକ ଖାତା ମୂଲ୍ୟାୟନ ସମ୍ପର୍କରେ ମନ୍ତ୍ରୀ ସୀମର ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ର ବଢିବ।  ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ସାମାଜିକ ଦୂରତ୍ବ ପାଇଁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ମଧ୍ୟ ବଢାଯିବ। ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ମଧ୍ୟ ବଢାଯିବ। ଓ୍ବେଟିଂ ଲିଷ୍ଟ୍‌ରେ ଥିବା ପରୀକ୍ଷକଙ୍କୁ ଖାତା ଦେଖା ଲାଗି ଡକାଯିବ। ଖାତା ଦେଖା ଆରମ୍ଭର 45 ଦିନ ଭିତରେ ରେଜଲ୍ଟ ବାହାରିବ  ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ସୂଚନାଯୋଗ୍ୟ ଖାତା ମୂଲ୍ୟାୟନ ପାଇଁ ଚଳିତ ବର୍ଷ ମାର୍ଚ୍ଚ 19 ତାରିଖରେ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖାଯାଉଥିଲା। ମାତ୍ର କରୋନା ପାଇଁ ରାଜ୍ୟରେ ଲକ୍ ଡାଉନ ଜାରି ହେବା ପରେ ଖାତା ଦେଖାକୁ ସ୍ଥଗିତ ରଖାଯାଇଛି। ମେ’ 3 ତାରିଖ ପରେ ଲକ୍ ଡାଉନ୍‌ ଉଠାଯିବା ପରେ ଖାତା ଦେଖା ହେବା ନେଇ ତାରିଖ ଜାରି କରାଯିବ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାଂପ୍ରତିକ ସ୍ଥିତିରେ ସମଗ୍ର ଦେଶ କୋଭିଡ-୧୯ ସହ ସଂଗ୍ରାମ ଜାରି ରଖିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ପାଣ୍ଠିରୁ ଅନେକ ଯୋଜନା ପ୍ରଣୟନ କରୁଥିବା ଜଣାପଡିଛି। ଏହି ଅବସରରେ ବିଭିନ୍ନ ସାମାଜିକ ସଂସ୍ଥା ତଥା ବ୍ୟକ୍ତି ବିଶେଷ ପିଏମ କେଆରସ ପାଣ୍ଠିକୁ ଏବଂ ସିଏମଆରଏଫ ପାଣ୍ଠିକୁ ଅକୁଣ୍ଠିତ ଭାବରେ ସହଯୋଗ ରାଶି ଦାଖଲ କରୁଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାରେ ଜୟପାଟଣା ଅଂଚଳର ପ୍ରତ୍ୟେକ ବ୍ରାହ୍ମଣ ପରିବାରରୁ ଯଥା ସମ୍ଭବ ସହଯୋଗ ରାଶି ସଂଗ୍ରହ କରାଯାଇ ଜୟପାଟଣା ଆଂଚଳିକ ବ୍ରାହ୍ମଣ ସମାଜ ପକ୍ଷରୁ ୨୨ ହଜାର ଟଙ୍କା ସିଏମଆରଏଫକୁ ସହଯୋଗ ରାଶି ଦାଖଲ କରାଯାଇଛି। ସେହିପରି କଳାହାଣ୍ଡି କୁଲତା ସମାଜ ପକ୍ଷରୁ ସବାପତି ହୁକୁମ ଭୋଇ, ସମ୍ପାଦକ ଯତୀନ୍ଦ୍ର ଭୋଇ ପ୍ରମୂଖ କେସିଙ୍ଗା ବିଡିଓଙ୍କ ମାଧ୍ୟମରେ ସିଏମଆରଏଫ କୁ ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ପିଏମ କେଆର ପାଣ୍ଠିକୁ ୫୧ ହଜାର…

Read More

ଦୋକାନ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଦୋକାନ ଖୋଲିବା ନେଇ କିଛି ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଦ୍ବାରା ପଂଜୀକୃତ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ପଚାଶ ପ୍ରତିଶତ କର୍ମଚାରୀରେ ଦୋକାନ ଖୋଲାଯିବ ବୋଲି ସୂଚନା ରହିଛି । ସେହିପରି  ଗ୍ରାମାଞ୍ଚଳରେ ରେସଡେନ୍‌ସିଆଲ କମ୍ପ୍ଲେକସ୍ସ ଖୋଲା ଯାଇପାରିବ । ଗ୍ରାମାଞ୍ଚଳରେ ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟ ଖୋଲା ଯାଇପାରିବ। କେନ୍ଦ୍ର ସରକାରଙ୍କ ତରଫରୁ ଦୋକାନ ଖୋଲିବା ନେଇ ଅନୁମତି ମିଳିବା ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା । ତେବେ ମଲ୍‌, ସପିଂ ମଲ୍‌, ସହରାଞ୍ଚଳରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସ, ମଦ ଦୋକାନ, ଜିମ୍‌, ପାଲର୍ର, ସେଲୁନ୍‌, ସ୍ପା ଆଦିକୁ ଖୋଲା ଯାଇପାରିନାହିଁ । ମଲ୍‌ଟି ବ୍ରାଣ୍ଡ କିମ୍ବା ସିଙ୍ଗଲ୍‌ ବ୍ରାଣ୍ଡ୍‌ ମଲ୍‌ ଆଦି ଖୋଲା ଯାଇପାରିବ ନାହିଁ ବୋଲି ସୂଚନା ରହିଛି । କେଉଁ ଦୋକାନ ଖୋଲିବ,…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଏବଂ ପୂର୍ବ ବର୍ଷ ମାନଙ୍କରେ ଚନ୍ଦନ ଯାତ୍ରା ପର୍ବରେ ହୋଇଥିବା ଜନସମାଗମକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ଚନ୍ଦନ ଯାତ୍ରା ପର୍ବ ନିମନ୍ତେ ୧୪୪ ଧାରା ଜାରୀ କରିଛନ୍ତି। ଏହି ୧୪୪ ଧାରା ଚଳିତ ମାସ ୨୬.୦୪.୨୦୨୦ରିଖରୁ ୦୩.୦୫.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସଂପୃକ୍ତ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳ ସମେତ ଚନ୍ଦନ ଯାତ୍ରା ପୋଖରୀ ନିକଟରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କନକପୁର ମା’ଶାରଳାଙ୍କ ମନ୍ଦିର, ତିର୍ତ୍ତୋଲ ଅରିଲୋ ଶିଶୁ ଅନନ୍ତ ଆଶ୍ରମ, ପାରାଦ୍ୱୀପ ମ୍ୟୁନିସିପାଲିଟିର ମଧୁବନ ଜଗନ୍ନାଥ ମନ୍ଦିର, ଏରସମା ତହସିଲ୍ ଅଞ୍ଚଳର ଗଡକୁଜଙ୍ଗ ଜଗନ୍ନାଥ ମନ୍ଦିର, ପଞ୍ଚପଲ୍ଲୀ ଗ୍ରାମେଶ୍ୱର ମନ୍ଦିର , ସରବନ୍ତ ଜଗନ୍ନାଥ ମନ୍ଦିର, ଗୋଡା ର ସାହାଡାବେଦୀ ଶ୍ରୀ ବୃନ୍ଦାବନ ବିହାରୀଜୀୟୁ ମନ୍ଦିର ଏବଂ ନାଉଗାଁ ତହସିଲ୍…

Read More

ନୂଆଦିଲ୍ଲୀ : 2018 ମସିହାରେ ଆସିଥିବା ଫିଲ୍ମ ‘ଜିରୋ’ ପରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବଡ ପରଦାରେ ଦେଖିବାକୁ ମିଳିନାହିଁ । ଦୀର୍ଘ ସମୟ ପରେ ଅନୁଷ୍କା ଏବେ ନିଜ ପ୍ରଡକ୍ସନ ହାଉସ୍‌  କ୍ଲିନ୍‌ ସ୍ଲେଟ୍‌ ପ୍ରଡକ୍ସନ ହାଉସ୍‌ ଦ୍ବାରା ଓ୍ବେବସିରିଜ୍‌ ‘ପାତାଲ ଲୋକ୍‌’ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି । ଏହି ଓ୍ବେବ୍‌ ସିରିଜ୍‌ର ଟିଜର୍‌ ରିଲିଜ୍‌ ହୋଇଯାଇଛି । ଏହି ଓ୍ବେବ୍‌ସିରିଜ୍‌ ଟି ମଇ 15 ତାରିଖରେ ଆମାଜନ୍‌ ପ୍ରାଇମ୍‌ରେ ଷ୍ଟ୍ରିମିଂ ହେବ ବୋଲି ଜଣାପଡିଛି । ଅନୁଷ୍କା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ପାତାଲ ଲୋକ୍‌’ର ଟିଜର୍‌କୁ ସେୟାର କରିଛନ୍ତି । ଏହି ସିରିଜ୍‌ର ଟିଜରରେ ଉତ୍କୃଷ୍ଟ ଧରଣ ଗ୍ରାଫିକ୍ସର ବ୍ୟବହାର କରାଯାଇଛି । ଏହି ଓ୍ବେବ୍‌ ସିରିଜ୍‌ଟି କ୍ରାଇମ୍‌, ଡାର୍କସାଇଡ୍‌ ଓ ଭ୍ରଷ୍ଟାଚାର ଉପରେ ଆଧାରିତ ହୋଇଛି ବୋଲି ଜଣାପଡିଛି। ଏହି ଓ୍ବେବ୍‌ ସିରିଜ୍‌ରେ ଗୁଲ୍‌ ପନାଗ୍‌, ନୀରଜ୍‌ କୋବି ଓ ଜୟ ଅହଲାବତ ମୁଖ୍ୟ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା। ଭବାନୀପାଟଣା-ଜୁନାଗଡ ରାସ୍ତା ଏନଏଚ-୨୬ ରାଜପଥ ଉପରେ ବାନ୍ଦୋପଲା ଠାରେ ଥିବା କଳାହାଣ୍ଡି ଇଂଜିନିୟରିଂ କଲେଜ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ କଳାହାଣ୍ଡି କୋଭିଦ-୧୯ ଡାକ୍ତରଖାନା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଯାଇଛି। ଏହି ଡାକ୍ତରଖାନାରେ ୬ଟି ଆଇସିୟୁ ଭେଂଟିଲେଟର ସୁବିଧା ସହିତ ସନ୍ଦିଗ୍ଧ କରୋନା ରୋଗୀଙ୍କ ପାଇଁ ୭୦ ଟି ପୃଥକ ଆଇସୋଲେସନ କକ୍ଷ ରହିଛି। ଏଥିସହ ଏହି ଡାକ୍ତରଖାନାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ରହିବା ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସିଡିଏମଓ ଙ୍କ ସୂତ୍ରରୁ ପ୍ରକାଶ। କଳାହାଣ୍ଡି କୋଭିଦ-୧୯ ଡାକ୍ତରଖାନା ନିମନ୍ତେ ଓଡିଶା ଖଣି ନିଗମ ଆର୍ଥୀକ ସହାୟତା ଯୋଗାଇ ଦେଉଥିବା ବେଳେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାର ପରିଚାଳନା ଦାୟୀତ୍ୱ ନେଇଥିବା ଜଣାପଡିଛି। ଏହି ଡାକ୍ତରଖାନାରେ ଆଇସିୟୁ ମାନେଜମେଂଟ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ୫ଜଣ ଡାକ୍ତରଙ୍କ…

Read More

ଖଣ୍ଡଓ୍ବା : କରୋନା ମହାମାରୀ କାରଣରୁ ଦେଶରେ ଲକ୍‌ଡାଉନ୍‌ ଲାଗୁ ହୋଇଛି । ଲକ୍ ଡାଉନ୍‌ ଯୋଗୁଁ ଦେଶରେ ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚାଲିଯାଇଛି । ନିଜ ଭିଟାମାଟିଠାରୁ ପେଟ ପାଟଣା ପାଇଁ ହଜାର ହଜାର କିଲୋମିଟର ଦୂରରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଏହି ସମୟରେ ବିପନ୍ନ ହୋଇପଡିଛନ୍ତି । ରୋଜଗାର ଚାଲି ଯାଇଥିବାବେଳେ ନିଜ ମୁଣ୍ଡରୁ ଛାତ ମଧ୍ୟ ଚାଲି ଯାଇଛି । ଏପରି ସମୟରେ ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି । ଯାନବାହନ ଚାଲୁ ନଥିବାବେଳେ କିଏ ସାଇକେଲ୍‌ରେ ତ କିଏ ଚାଲି ଚାଲି ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ ଜାରି ରଖିଛନ୍ତି । କରୋନା ପ୍ରକୋପରୁ ଜନ୍ମ ହୋଇନଥିବା ଶିଶୁ ମଧ୍ୟ ରକ୍ଷା ପାରଇପାରୁନାହାନ୍ତି । ମିଳିଥିବା ସୂଚନା ଅନୁସାରେ ସତନାରେ ରହୁଥିବା 28 ବର୍ଷୀୟା ଜଣେ ମହିଳା ନିଜ ପେଟରେ ବଢୁଥିବା ଆଠ ମାସ ସନ୍ତାନକୁ ନେଇ ମହାରାଷ୍ଟ୍ରର ଔରଙ୍ଗାବାଦରୁ ଚାଲି…

Read More

ଭୁବନେଶ୍ବର : ରାଜ୍ୟରେ ଗତ 24 ଘଣ୍ଟାରେ 2141 ନମୁନା ପରୀକ୍ଷା ହୋଇଛି । ଏଯାବତ୍‌ ମୋଟ୍‌ 20 ହଜାର 599 ନମୁନା ପରୀକ୍ଷା ହୋଇଛି । ଗତ 23 ତାରିଖରେ 2474ଟି ସାମ୍ପଲ୍‌ ଟେଷ୍ଟ ହୋଇଥିଲା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରୁ ସୂଚନା ମିଳିଛି । ସୂଚନାଯୋଗ୍ୟ ରାଜ୍ୟରେ ଏଯାବତ୍‌ ମୋଟ୍‌ 94 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 33 ଜଣ ସୁସ୍ଥ ହୋଇଥିବାବେଳେ 60 ଜଣ ଚିକିତ୍ସିତ ରହିଛନ୍ତି ।  ରାଜ୍ୟର ମୋଟ୍‌ 30ଟି ଜିଲ୍ଲା ମଧ୍ୟରୁ ଏବେ ସୁଦ୍ଧା ମାତ୍ର 10ଟି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିରୁ 4ଟି ଜିଲ୍ଲାର ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 46ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ 22 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି…

Read More

ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ଦେଶରେ 1429 ଜଣ ଆକ୍ରାନ୍ତ ହୋଇଥିବାବେଳେ 57 ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 24 ହଜାର 506ଜଣ ଥିବାବେଳେ ସର୍ବମୋଟ ମୃତ୍ୟୁ ସଂଖ୍ୟା 775କୁ ବୃଦ୍ଧି ହୋଇଛି । ସେହିପରି ଚିକିତ୍ସାଧୀନ ରହିଛନ୍ତି 18 ହଜାର 668ଜଣ । ସୁସ୍ଥ ହୋଇଛନ୍ତି 5 ହାଜର 63ଜଣ । ମହାରାଷ୍ଟ୍ରରେ ସର୍ବାଧିକ 301ଜଣ ମୃତ୍ୟୁବରଣ କରିଥିବାବେଳେ ଆକ୍ରାନ୍ତ ହୋଇଛନ୍ତି 6816ଜଣ । ଗୁଜୁରାଟରେ ଦ୍ବିତୀୟ ସର୍ବାଧିକ 127ଜଣ ମୃତ୍ୟୁବରଣ କରିଥିବାବେଳେ ମଧ୍ୟପ୍ରଦେଶରେ 92, ଦିଲ୍ଲୀରେ 53ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜସ୍ଥାନରେ 32, ତାମିଲନାଡୁରେ 22, ଉତ୍ତରପ୍ରଦେଶରେ 25, ତେଲେଙ୍ଗାନାରେ 25, ଆନ୍ଧ୍ରପ୍ରଦେଶରେ 29, ପଶ୍ଚିମବଙ୍ଗରେ 18, କର୍ଣ୍ଣାଟକରେ 18,ଜମ୍ମୁକାଶ୍ମୀରରେ 5, କେରଳରେ ତିନି, ପଞ୍ଜାବରେ 17, ହରିୟାଣାରେ 3, ବିହାର, 2 ଓ ଓଡ଼ିଶା,…

Read More

ଏଟା : ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ନଗର କୋତବଲୀ କ୍ଷେତ୍ରର ଏକ ଘରୁ ପାଞ୍ଚ ଜଣଙ୍କର ମୃତଦେହ ମିଳିଛି । ମିଳିଥିବା ସୂଚନା ଅନୁସାରେ ଏକ କଲୋନୀର ବନ୍ଦ ଘରୁ ଦୁଇ ଛୁଆଙ୍କ ସମେତ ପାଞ୍ଚ ଜଣଙ୍କର ମୃତଦେହକୁ ପୋଲିସ୍‌ ଜବତ କରିଛି । ଏଟାର ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ମୃତଦେହ ମଧ୍ୟରେ ଦୁଇ ଶିଶୁଙ୍କ ସମେତ ଦୁଇ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଗେଟ୍‌ ଭାଙ୍ଗି ଘରେ ଭିତରେ ପଶି ଶବ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସାରା ଦେଶରେ ଲକ୍ ଡାଉନ୍‌ ଜାରି ହୋଇଥିବାବେଳେ ସମେସ୍ତ ପ୍ରାୟ ଘରେ ଗୃହ ବନ୍ଦୀ ହୋଇ ରହିଛନ୍ତି…

Read More

ଭୁବନେଶ୍ୱର:  ଆଜିଠୁ ସାରା ଦେଶରେ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ  ଦୋକାନ ଖୋଲିବା ନେଇ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ଆବାସିକ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। ତେବେ ଓଡ଼ିଶାରେ ଦୋକାନ ଖୋଲିବାକୁ ନେଇ ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକତାକୁ ଦେଖିବା ପରେ ଦୋକାନ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଟୁଇଟ୍‌ କରିଛନ୍ତି। ରାଜ୍ୟସରକାରଙ୍କ ନିଷ୍ପତ୍ତି ନ ଆସିବା ଯାଏଁ ଦୋକାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର । ସୂଚନାଯୋଗ୍ୟ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ପଂଜୀକୃତ ଦେକାନଗୁଡ଼ିକ  ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ଖୋଲିବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ସପ୍‌ ଆଣ୍ଡ୍‌…

Read More

ଓ୍ବାସିଂଟନ୍‌ : ସାରା ବିଶ୍ବରେ କରୋନା ତା’ର କରାଳ ପ୍ରଭାବ ଜାରି ରଖିଥିବାବେଳେ ଆମେରିକାକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ 24 ଘଣ୍ଟାରେ ବିଗତ ତିନି ସପ୍ତାହର କରୋନା ଜନିତ ମୃତ୍ୟୁ ରେକର୍ଡର ଦୈନିକ ହାର ତୁଳନାରେ ସବୁଠାରୁ କମ ଲୋକ ଜୀବନ ହାରିଛନ୍ତି। ଶୁକ୍ରବାର ଆମେରିକାରେ 1 ହଜାର 258 ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ମୋଟ୍‌ ମୃତ୍ୟୁ ସଂଖ୍ୟା 52 ହଜାର 185 ରହିଛି।  ତେବେ ଆମେରିକାରେ କରୋନାର ସ୍ଥିତି ଉଦବେଗଜନକ ରହିଛି। ଏଠାରେ 9 ଲକ୍ଷ 25 ହଜାର 38 ଜଣ ସଂକ୍ରମିତ ଥିବା ବେଳେ 1 ଲକ୍ଷ 10 ହଜାର 432 ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି 15 ହଜାର 97 ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେହିପରି ବିଶ୍ୱରେ ମହାମାରୀ କରୋନା ଭାଇରସ ମୃତ୍ୟୁ ସଂଖ୍ୟା 1 ଲକ୍ଷ 97 ହଜାର 263 ଥିବା ବେଳେ  ସଂକ୍ରମିତଙ୍କ ସଂଖ୍ୟା 2,830,289 ରହିଛି ।…

Read More

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି। ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ଏକ ଆଦେଶ ଜାରି କରିଛନ୍ତି, ଯାହା ଦୋକାନୀମାନଙ୍କ ପାଇଁ ଖୁସି ଆଣିଦେଇଛି। ଜାରି ହୋଇଥିବା ଏହି ଆଦେଶରେ ସହ ଶନିବାର ସକାଳୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ପଂଜୀକୃତ ଦେକାନଗୁଡ଼ିକ  ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ଖୋଲିବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୃହମନ୍ତ୍ରାଳୟର ଏହି ଆଦେଶ ରମଜାନ ମାସ ଆରମ୍ଭ ହେବାକୁ ଦୃଷ୍ଟିରେ ଜାରି କରାଯାଇଛି। ଏହି ଆଦେଶ ସହିତ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି। ନିୟମ ଅନୁସାରେ ଖୋଲିବାକୁ ଆଦେଶ ମିଳିଥିବା ଦୋକାନଗୁଡିକ ସମ୍ବନ୍ଧିତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ପ୍ରତିଷ୍ଠା ନିୟମ ଅନୁଯାୟୀ ପଞ୍ଜିକୃତ ପ୍ରାପ୍ତ ହୋଇଥିବାର ଆବଶ୍ୟକ ।  ଅପରପକ୍ଷରେ ଏହି ସମସ୍ତ ଦୋକାନରେ ୫୦ ପ୍ରତିଶତ କର୍ମଚାରୀ ରହିବାକୁ ନିୟମ…

Read More

ପୁଲଓ୍ବାମା : ଜମ୍ମୁ କଶ୍ମୀରରେ ଆଜି ସକାଳୁ ଫୁଲଓ୍ବାମା ଅବନ୍ତୀପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେନାର ଯବାନଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସୁରକ୍ଷାବାହିନୀଙ୍କୁ ଦେଖି ପ୍ରଥମେ ଆତଙ୍କବାଦୀମାନେ ଗୁଳିକରିଥିଲେ। ଏହାର କଡ଼ା ଜବାବ ଦେଇଥିଲେ ଯବାନମାନେ। ଏହି ଗୁଳି ବିନିମୟରେ 2 ଜଣ ଆତଙ୍କବାସୀଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି।ତେବେ ମୃତ ଆତଙ୍କବାଦୀମାନଙ୍କ ପରିଚୟ ମିଳିପାରି ନାହିଁ।

Read More

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ 19ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଏହି ସମସ୍ତ ଜିଲ୍ଲାଗୁଡିକୁ ସକାଳ 10ଟା 30 ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Read More