Author: Samikhsya Bureau

ନୂଆଦିଲ୍ଲୀ, ସମ୍ବାଧାନ ପ୍ରଣେତା ଡକ୍ଟର ବି,ଆର ଆମ୍ବେଦକରଙ୍କ ଜନ୍ମ ଦିବସ ଉପଲକ୍ଷେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏବଂ ତାଙ୍କ ଧର୍ମପତ୍ନ ଉଷାମ୍ମାଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ।

Read More

(ସମୀକ୍ଷା ବ୍ୟୁରୋ) ଗୁଜରାଟ ର ଜଣେ କଂଗ୍ରେସ ବିଧାୟକଙ୍କ ରକ୍ତ ନମୂନାରେ ଆଜି କୋଭିଡ-୧୯ ଭୂତାଣୁ ମିଳିଛି। ଜ୍ଵର ଥିବା ସତ୍ତ୍ୱେ ଉକ୍ତ ବିଧାୟକ ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଦ୍ଵାରା ଡକା ଯାଇଥିବା ଏକ ବୈଠକରେ ଯୋଗ ଦେଇଥିଲେ। ଅନ୍ୟ ବିଧାୟକମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଇତି ମଧ୍ୟରେ ଗୁଜରାଟରୁ ପ୍ରଥମ ରାଜନୈତିକ ବ୍ୟକ୍ତି ଭାବରେ ଏହି ବିଧାୟକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି।

Read More

ନୂଆଦିଲ୍ଲୀ : ଲକଡାଉନ୍‌ ସମୟରେ ମଦ ତସ୍କରୀ ଅପରାଧରେ ଦିଲ୍ଲୀ ପୋଲିସ୍‌ର ଜଣେ କନେଷ୍ଟବଳଙ୍କ ସମେତ ଚାରିଜଣ ଗିରଫ ହୋଇଛନ୍ତି । ରବିନ୍ଦ୍ର ନାମକ ଏହି କନେଷ୍ଟବଳ ଜଣକ ବେଗପୁର ପୋଲିସ୍‌ ଥାନାରେ ନିୟୋଜିତ ଥିଲେ। ସେ ତାଙ୍କ ସାଥୀମାନଙ୍କ ସହିତ ମଦ ଚୋରାଚାଲାଣରେ ସାମିଲ୍‌ ରହିଥିଲେ । ପୋଲିସ୍‌ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ତତକ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ କରିଛି । ମିଳିଥିବା ସୂଚନା ଅନୁସାରେ ପୋଲିସ୍‌କୁ ଜହାଙ୍ଗିରୀପୁରୀଠାରେ ଏକ ହୋଟେଲ୍‌ ସାମ୍ନାରୁ କନେଷ୍ଟବଳଙ୍କ ସମେତ ତାଙ୍କ ସାଥୀଙ୍କୁ ଧରିବାରେ ସଫଳ ହୋଇଥିଲା ।  50 ବୋତଲ ମଦ ଜବତ ହେବା ସହିତ ଏହି ଅପରାଧୀମାନଙ୍କ ବିରୋଧରେ ମାମଲା ଦାଏର କରାଯାଇଛି । କରୋନା ସହ ମୁକାବିଲା କରିବା ପାଇଁ ଦେଶରେ ମାର୍ଚ୍ଚ 24ରୁ ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ସମୟରେ ରାଜ୍ୟର ସମସ୍ତ ମଦଦୋକାନକୁ ବନ୍ଦ କରାଯିବା ସହିତ ମଦ ବିକ୍ରି…

Read More

ଫ୍ଲୋରିଡା : ବିଶ୍ବ ଏବେ ମହାମାରୀ କରୋନା ଗ୍ରସ୍ତ । ବିଶ୍ବବାସୀ ଏଥିରୁ ନିସ୍ତାର ପାଇବାକୁ ବାଟ ଖୋଜିଚାଲିଥିବାବେଳେ କୌଣସି ପ୍ରକାର ଦୃଢ ନିଶ୍ଚିତ ହୋଇପାରୁନାହାନ୍ତି । ଠିକ୍‌ ଏପରି ସମୟରେ ଦୀର୍ଘ ନଅ ମାସ କାଳ ପୃଥିବୀ ବାହାରେ ରହିଥିବା ତିନି ଜଣ ମହାକାଶଚାରୀ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହି ତିନି ମହାକାଶଚାରୀ ଆସନ୍ତା ସପ୍ତାହରେ ପୃଥିବୀ ପୃଷ୍ଠରେ ଅବତରଣ କରିବେ ବୋଲି ସୂଚନା ରହିଛି । ତେବେ ବିଶ୍ବରେ ଚାଲିଥିବା ଏପରି ଏକ ମହାସଂକଟକୁ ସେ କିପରି ସାମ୍ନା କରିବେ ସେନେଇ ସନ୍ଦିହାନ ହୋଇପଡିଛନ୍ତି । ନଅମାସ କାଳ ପୃଥିବୀ ବାହାରେ ରହିଥିବା ଏହି ମହାକାଶଚାରୀ ପୃଥିବୀ ପୃଷ୍ଠରେ ପହଞ୍ଚିବା କ୍ଷଣି ନିଜର ପ୍ରିୟ ଜନଙ୍କ ସହ ଆବେଗପୂର୍ଣ୍ଣ ଆଲିଙ୍ଗନ ମଧ୍ୟ କରିପାରିବେ ନାହିଁ । ଏହି ତିନି ମହକାଶଚାରୀ ହେଲେ ଜେସିକା ମୀର୍‌, ଆଣ୍ଡ ମୋର୍ଗାନ୍‌ ଏବଂ କ୍ରିସ୍‌ କ୍ରାସିଡି । ଏହି ତିନି ମହାକାଶଚାରୀ…

Read More

ଭୁବନେଶ୍ବର: କୋଭିଡ-୧୯ ମହାମାରୀ କାରଣରୁ ଦେଶରେ ଲକଡାଉନ ଜାରି ହୋଇଥିବା ଅଧିକାଂଶ ସଂସ୍ଥାରେ ବର୍ତ୍ତମାନ କାର‌୍ୟ୍ୟ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି କର୍ମଚାରୀ ରାଜ୍ୟ ବୀମା ନିଗମ (ଇସଏଆଇସି) ପକ୍ଷରୁ ଏହାର ଅଂଶୀଦାର ବିଶେଷକରି ନିଯୁକ୍ତିଦାତା ଏବଂ ବୀମାଭୁକ୍ତ ବ୍ୟକ୍ତିଙ୍କ ପାଇଁ କେତେକ ରିହାତି ପଦକ୍ଷେପ ଘୋଷଣା କରାଯାଇଛି। ଏହାଛଡ଼ା ଇଏସଆଇସି ପକ୍ଷରୁ କୋଭିଡ-୧୯ ମୁକାବିଲାରେ ନିଜର ଡାକ୍ତରୀ ସମ୍ବଳକୁ ମଧ୍ୟ ବିନିଯୋଗ କରାଯାଉଛି। ଫେବୃଆରୀ ଏବଂ ମାର୍ଚ୍ଚ ମାସ ପାଇଁ ଇଏସଆଇ ଯୋଗଦାନ ଦାଖଲ କରିବାର ଅବଧି ୧୫ ଏପ୍ରିଲକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ଏବେ ମେ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେହିପରି ନିଯୁକ୍ତିଦାତାଙ୍କ ଅସୁବିଧାକୁ ଆଖି ଆଗରେ ରଖି ଫେବୃଆରୀ ମାସର ଇଏସଆଇ ଯୋଗଦାନ ଦାଖଲ ଅବଧି ୧୫ ଏପ୍ରିଲରୁ ୧୫ ମେ ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି। ଏଥିପାଇଁ କୌଣସି ଜୋରିମାନା କିମ୍ବା ସୁଧ ଅଥବା ଶୁଳ୍କ ଲାଗୁ ହେବ ନାହିଁ।…

Read More

ଭୁବନେଶ୍ବର : 2020-21 ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ବହି ବଦଳିଲା । 8ଟି ବହି ବଦଳିଥିବା ନେଇ ବୋର୍ଡ ସମ୍ପାଦକ ସୂଚନା ଦେଇଛନ୍ତି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। 2020-21ରେ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୂଆ ବହି ପଢ଼ିବେ। ମୋଟ 14ଟି ବିଷୟରୁ 8ଟି ବିଷୟ ବଦଳିଛି। ଲକଡାଉନ ପରେ ଏହି ବହି ବିକ୍ରି ହେବ ବୋଲି ସୂଚନା ଦିଆଯାଇଛି। କରୋନା ଯୋଗୁଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଅନ୍‌ଲାଇନ୍‌ରେ ପାଠ ପଢିବାକୁ ପରାମର୍ଶ ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢିବା ଲାଗି କୁହାଯାଇଛି । ଏ କ୍ଷେତ୍ରରେ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୁହାଯିବ ବୋଲି କହିଥିଲେ ମନ୍ତ୍ରୀ ସମୀର ଦାଶ।  ଲକ୍ ଡାଉନ୍‌ ଯୋଗୁଁ…

Read More

ନୂଆଦିଲ୍ଲୀ : ଲକ୍ ଡାଉନ୍‌ ମଧ୍ୟରେ ଦିଲ୍ଲୀର ଶାହଦରା ଜିଲ୍ଲାର ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ଏହି ହତ୍ୟା ପୁଣି କରିଛି ମୃତ ଯୁବକର ବନ୍ଧୁ । ପାରସ୍ପରିକ ପ୍ରତିଦ୍ବନ୍ଦ୍ବିତା ପାଇଁ  ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜଣାପଡିଛି । ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ ଶାହଦରାର ବିବେକ ବିହାର ଏହି ଘଟଣାଟି ଘଟିଛି । ମୃତକଙ୍କ ନାମ ସୁରଜିତ୍‌ ବୋଲି ଜଣାପଡିଛି । ମୃତକ ସୁରଜିତ୍‌ ଗୁଣ୍ଡା ରୂପେ ପରିଚିତ । ସେ ତାଙ୍କ ସାଙ୍ଗ ସୁରଜିତଙ୍କ ସହ ଗ୍ୟାଙ୍ଗ୍‌ରେ ସାମିଲ୍‌ ରହିଛନ୍ତି । କିଛି ଦିନ ପୂର୍ବରୁ ଦୁହିଁ ବନ୍ଧୁ ଅଲଗା ଅଲଗା ଗ୍ୟାଙ୍ଗ୍‌ କରି ଅବୈଧ ଚାନ୍ଦା ମାଗିବାର ଧନ୍ଦା ଆରମ୍ଭ କରିଥିଲେ । ଏହାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଥିଲା । ସୋମବାର…

Read More

ହାଇଦ୍ରାବାଦ: ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି। ଘଟଣାଟି ଘଟିଛି ହାଇଦ୍ରାବାଦରେ। ନିଜ ପୁଅ କରୋନା ସଙ୍କ୍ରମିତ ବୋଲି ଜାଣିବା ପରେ ହସ୍ପିଟାଲର ଜୁନିୟର ଡାକ୍ତରଙ୍କୁ ଏହି ବ୍ୟକ୍ତି ଜଣକ ଆକ୍ରମଣ କରିଥିଲେ। ଓସ୍‌ମାନିଆ ଜେନେରାଲ୍‌ ହସ୍ପିଟାଲ୍‌ରେ ମଙ୍ଗଳବାର ଏହି ଘଟଣା ଘଟିଛି। ଆକ୍ରାନ୍ତ ଜଣାପଡିବା ପରେ ଉକ୍ତ ଯୁବକଙ୍କୁ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ବ୍ୟକ୍ତି ଜଣକ ନିଜ ପରିବାର ସହିତ କ୍ବାରାଣ୍ଟାଇନ୍‌ରେ ରହିଥିଲେ। ତାଙ୍କ ପୁଅକୁ ଡାକ୍ତର ମାନେ ଜାଣିଶୁଣି ଜଣେ କରୋନା ସଂକ୍ରମିତଙ୍କ ସହିତ ରଖିଥିଲେ। ଏପରି ଅଭିଯୋଗ କରିବା ସହିତ ଉପସ୍ଥିତ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସମସ୍ତ ସ୍ବାସ୍ଥ୍ୟକର୍ମୀ ଧାରଣାରେ ବସିଥିଲେ। ଏହାପରେ ହସ୍ପିଟାଲ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଦାବି କରାଯାଇଥିଲା। (ଏଜେନ୍ସି)

Read More

ମୁମ୍ବାଇ : ମହାରାଷ୍ଟ୍ରର ଭୀମା କୋରେଗାଓଁ ଦଙ୍ଗା ମାମଲାରେ ଦୁଇ ଅଭିଯୁକ୍ତ ଏନ୍‌ଆଇଏ ସମ୍ମୁଖରେ ଆତ୍ମ ସମର୍ପଣ କରିଛନ୍ତି । ଦୁଇ ଦଳିତ ନେତା ଗୌତମ ନଭଲଖା ଏବଂ ଆନନ୍ଦ ତେଲତୁମ୍ବଦେ ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଉଭୟଙ୍କୁ ଏନ୍‌ଆଇଏ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି । 9 ତାରିଖରେ ସୁପ୍ରିମକୋର୍ଟଙ୍କମ ନିର୍ଦ୍ଦେଶ ପରେ ଦୁଇ କଦଳିତ ନେତା ଆଜି ଆତ୍ମସମର୍ପଣ କରିଛନ୍ତି । ଏହାକୁ ନେଇ ବିଭିନ୍ନ ବିରୋଧୀ ଦଳଙ୍କ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି । ବରିଷ୍ଠ କଂଗ୍ରେସ ନେତା କପିଲ୍‌ ଶିବଲ୍‌ ଏହାକୁ କଳାଦିବସ ବୋଲି ଅଭିହିତ କରିଥିଲେ । ଆମ୍ବେଦକରଙ୍କ ଜୟନ୍ତୀରେ ଦଳିତ ନେତାଙ୍କୁ ଗିରଫ କରାଯିବା ଅଣ ସାମ୍ବିଧାନିକ ବୋଲି ଶିବଲ ଟ୍ବିଟ୍‌ କରିଥିଲେ । (ଏଜେନ୍ସି)

Read More

ଭୁବନେଶ୍ବର: କରୋନା ସହ ଦୃଢ ମୁକାବିଲା କରିବାରେ ରାଜ୍ୟ ସରକାର ସବୁ ପ୍ରକାରର ପଦକ୍ଷେପ ନେଉଛନ୍ତି। କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା ଚିହ୍ନଟ ହୋଇଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରି ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜ୍ୟ ସରକାର କରୋନା ଆକ୍ରାନ୍ତ ଯାତ୍ରା ବିବରଣୀର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରୁଛନ୍ତି। ଯେପରିକି କରୋନା ଚେନ୍‌କୁ ଭାଙ୍ଗିବାରେ ଆମେ ସଫଳ ହୋଇପାରିବା। ଆଜି ରାଜ୍ୟ ସରକାର ଚିହ୍ନଟ ହୋଇଥିବା ପାଞ୍ଚ ଜଣ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ପ୍ରଦାନ କରିଛନ୍ତି। ତେବେ ଏହି ଯାତ୍ରା ବିବରଣୀକୁ ନେଇ ଏବେ ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟ ସରକାର 57 ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଥିଲେ। କିନ୍ତୁ ଏବେ ତଥ୍ୟରେ ପରିବର୍ତ୍ତନ ହୋଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟ ପରିବର୍ତ୍ତନ କରାଯାଇଛି। ପ୍ରଥମରୁ ଜାରି ହୋଇଥିବା…

Read More

ମୁମ୍ବାଇ: ସାରା ଦେଶରେ ଜାରି ରହିଛି ଲକ୍‌ ଡାଉନ୍‌। ସାମାଜିକ ଦୂରତ୍ବ ସାହାଯ୍ୟରେ କରୋନା ଚେନ୍‌କୁ ପ୍ରତିହତ କରିବା ପାଇଁ ଚେଷ୍ଟା ଜାରି ରଖାଯାଇଥିବାବେଳେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ହଜାର ହଜାର ଲୋକଙ୍କ ସମାବେଶ ହୋଇଥିବାର ଜଣାପଡିଛି। ଲକ୍ ଡାଉନ୍‌ ସମୟରେ ମୁମ୍ବାଇର ବାନ୍ଦ୍ରାଠାରେ ବହୁ ପ୍ରବାସୀ ଶ୍ରମିକ ରୁଣ୍ଡ ହୋଇଥିବାର ସୂଚନା ମିଳିଛି। ସେମାନଙ୍କ ପାଖରେ ଖାଇବା ପାଇଁ କିଛି ନାହିଁ ସେମାନେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି ବୋଲି ଦାବି କରିଥିଲେ। ଘରକୁ ଯିବା ପାଇଁ ଅନୁମତି ମାଗିଥିଲେ। ବାନ୍ଦ୍ରା ଷ୍ଟେସନ ସାମ୍ନାରେ ଜାମା ମସ୍‌ଜିଦ୍‌ ପାଖରେ ଭିଡ ଜମାଇଥିଲେ। ଏହି ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ବିହାର ଓ ୟୁପିର ପ୍ରବାସୀ ଶ୍ରମିକ ଥିଲେ। ସ୍ଥାନୀୟ ନେତା ଓ ପୋଲିସ୍‌ ହସ୍ତକ୍ଷେପ ପରେ ସେମାନେ ସେଠାରୁ ଯାଇଥିଲେ। ଶ୍ରମିକଙ୍କୁ ସେହି ଜାଗାରୁ ହଟାଇବାକୁ ପୋଲିସ୍‌କୁ ଲାଠି ଚାର୍ଜ କରିବାକୁ ମଧ୍ୟ ପଡିଥିଲା। ବାନ୍ଦ୍ରାଠାରେ ଅଚାନକ ଏପରି ପ୍ରବାସୀ ଶ୍ରମିକଙ୍କ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କ୍ବିକ୍‌ ରେସ୍‌ପନ୍ସ ଟିମ୍‌ ପକ୍ଷରୁ ଘର ଘର ବୁଲି କରୋନା ସର୍ବେକ୍ଷଣ ଏବଂ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷକ/ଶିକ୍ଷୟିତ୍ରୀ, ସ୍ବାସ୍ଥ୍ୟ କର୍ମୀ, ସ୍ବଚ୍ଛସାଥୀ ଏବଂ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ। ଦୁଇ ଦିନ ବ୍ୟାପୀ ଏହି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ଆଜିଠାରୁ ଏହି କାର୍ଯ୍ୟକମ ଆରମ୍ଭ କରାଯାଇଛି। 11 ଏବଂ 12 ତାରିଖରେ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଆସନ୍ତା 17 ତାରିଖରେ ଏହି କାର୍ଯ୍ୟକ୍ରମ ସମାପ୍ତ ହେବ। 15ଟି ଓ୍ବାର୍ଡରେ 21ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ପ୍ରତି କେନ୍ଦ୍ରରେ ଗୋଟିଏ ଲେଖାଏଁ ୟୁନିଟ୍‌ ସ୍ଥାପନ କରାଯାଇଛି। ପ୍ରତି ୟୁନିଟ୍‌ରେ ଜଣେ ଲେଖାଏଁ /ଶିକ୍ଷୟିତ୍ରୀ, ସ୍ବାସ୍ଥ୍ୟ କର୍ମୀ, ସ୍ବଚ୍ଛସାଥୀ ଏବଂ ଅଙ୍ଗନବାଡି କର୍ମୀ ରହିଛନ୍ତି। ଏହି ଟିମ୍‌…

Read More

ଭୁବନେଶ୍ବର : କରୋନାକୁ ନେଇ କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ସୂଚନା ଦେଇ କହିଛନ୍ତି। କରୋନା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରାଯାଉଛି ।  ଓଡ଼ିଶାର ଆଗୁଆ ପଦକ୍ଷେପକୁ ଦେଶ ବିଦେଶରେ ପ୍ରଶଂସା କରାଯାଉଛି ବୋଲି କହିଛନ୍ତି ସୁବ୍ରତ ବାଗ୍‌ଚୀ। ଦେଶରେ ଲକ୍ ଡାଉନ୍‌ ଅବଧି ବୃଦ୍ଧି ହେବା ପୂର୍ବରୁ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲକ୍‌ ଡାଉନ୍‌ର ଅବଧିକୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। କରୋନା ସହ ଲଢେଇ କରିବାରେ ଲକ୍‌ ଡାଉନ୍‌ ଜରିଆରେ କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ନେଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋଭିଡ୍‌-19 ମୁକାବିଲା ନେଇ ସମୀକ୍ଷା କରିଛନ୍ତି। କୋଭିଡ୍‌ ହସ୍ପିଟାଲ୍‌, କରୋନା ନିୟନ୍ତ୍ରଣ ଆଦି ସମସ୍ତ ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ପ୍ରଥମେ 7ଟି କୋଭିଡ୍‌ ହସ୍ପିଟାଲ କରାଯାଇଥିବାବେଳେ ଏବେ ଏହାକୁ ପ୍ରତ୍ୟେକ ଜିଲ୍ଲାରେ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ କୋଭିଡ୍‌ ହସ୍ପିଟାଲଗୁଡିକୁ …

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । ପୂର୍ବରୁ ଯାଜପୁରର ସଙ୍କ୍ରମିତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିବା ବେଳେ ଅପରାହ୍ନରେ ଅନ୍ୟ 4 ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଝାରପଡାର ଆକ୍ରାନ୍ତ ବା ଆକ୍ରାନ୍ତ ନମ୍ବର 60 ଜଣକ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ବୁଲିଛନ୍ତି । ପଳାଶୁଣି ଓ ରସୁଲଗଡ ହାଟ ବୁଲିଥିବା ସମ୍ପର୍କରେ ସରକାର ସୂଚନା ଦେଇଛନ୍ତି । ସେହିପରି ମାର୍ଚ୍ଚ 22ରୁ ଏପ୍ରିଲ୍‌ 13 ପର୍ଯ୍ୟନ୍ତ ନିଜର ନୀଳାଦ୍ରିନଗର ସ୍ଥିତ ଘରେ ରହିଥିବା ଜଣା ପଡିଛି । ଏହା ମଧ୍ୟରେ ସଉଦା ପାଇଁ ହାଟ ବଜାର ବୁଲିଥିବା ଜଣାପଡିଛି । ସାମ୍ପଲ ପଜିଟିଭ୍‌ ଆସିବା ପରେ ତାଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ବମିଖାଲର ତିନି ଆକ୍ରାନ୍ତ 57, 58 ଏବଂ 59 ରିଲାଏନ୍ସ ଫ୍ରେଶ୍‌ ଯାଇଥିଲେ । ମାର୍ଚ୍ଚ…

Read More

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ୍ ଥିବା ବେଳେ କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି ଓଡ଼ିଶା ସରକାର । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ‘ଆମ କୃଷି’ ନାମରେ ଏକ ନିଶୁଳ୍କ ଟେଲିଫୋନ୍ ସେବା ଆରମ୍ଭ କରିଛନ୍ତି । 18001025166 ଏହି ନମ୍ବରରେ ଫୋନ୍ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବୈଷୟିକ ସମସ୍ୟାର ସମାଧାନ ସମ୍ପର୍କରେ ପ୍ରତ୍ୟେକ କୃଷି ଭାଇ ଭଉଣୀମାନେ ଜାଣିପାରିବେ। ପ୍ରତି ସୋମବାରରୁ ଶନିବାର ଦିନ 12ଟାରୁ ରାତି 8ଟା ଯାଏଁ ଏହି ନମ୍ବର ଖୋଲା ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ରାତି 8ଟା ପରେ  ଯଦି କେହି ଫୋନ୍ ନଉଠାନ୍ତି, ତେବେ ଏହି ଫୋନ୍‌ରେ ପଚାରାଯାଇଥିବା ପ୍ରଶ୍ନ ରେକର୍ଡ ହୋଇଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ସେହିପରି କୃଷିଜାତ ଦ୍ରବ୍ୟ ପରିବହନ ମଧ୍ୟ…

Read More

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ 5 କରୋନା ଆକ୍ରାନ୍ତ । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟରେ ସୁମଦାୟ ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । 5 ଜଣଙ୍କ ମଧ୍ୟରେ 4 ଜଣ ଭୁବନେଶ୍ବରର ରହିଥିବା ବେଳେ ଜଣେ ବ୍ୟକ୍ତି ଯାଜପୁରର ରହିଛନ୍ତି । ଭୁବନେଶ୍ବରର ବମିଖାଲ ଅଞ୍ଚଳରୁ 3 ଜଣ ଏବଂ ଝାରପଡାରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡିଛି । ଝାରପଡା ଅଞ୍ଚଳର ଆକ୍ରାନ୍ତଙ୍କ ବୟସ 50 ବର୍ଷ ବୋଲି ଜଣାପଡିଛି । ସେ 42 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସେହିପରି ବମିଖାଲର ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ରହିଥିବା ଜଣାପଡିଛି । ରାଜ୍ୟରେ ସମୁଦାୟ 564 ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ 5 ଜଣ ପଜିଟିଭ୍‌ ବାହାରିଥିବା ଜଣାପଡିଛି ।

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ ମିଟ୍‌ କରାଯାଇଛି । ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଅତିକ୍ରମ କରିଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 10363 ରହିଥିବା ବେଳେ ଗତକାଲି 1211 ଜଣ ନୂତନ ସଂକ୍ରମିତ ଚିହ୍ନଟ କରାଯାଇଛନ୍ତି । ସମୁଦାୟ 1036 ଜଣ ସୁସ୍ଥ ହୋଇଥିବା ବେଳେ ଗତକାଲି 117 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 31 ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 339ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 2334 ଆକ୍ରାନ୍ତ ରହିଥିବା ବେଳେ 160 ଜଣଙ୍କର ମୃତ୍ୟୁ ଘଟିଛି । କରୋନା ପରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ନିୟମକୁ ନେଇ ମଧ୍ୟ ଅଗ୍ରଓ୍ବାଲ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ…

Read More

ନୂଆଦିଲ୍ଲୀ : ଲକ୍‌ଡାଉନ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । କରୋନା ହଟସ୍ପଟ୍‌ ସ୍ଥାନ ଗୁଡିକରେ ଲକ୍‌ଡାଉନ୍‌କୁ ଜାରି କରାଯିବାର ପ୍ରସ୍ତାବ ଦେଇଛନ୍ତି ରାହୁଲ୍ । ଲକ୍‌ଡାଉନ୍‌ କାରଣରୁ ଗରିବ ଏବଂ ଖଟିଖିଆ ଳୋକେ ସର୍ବାଧିକ ପ୍ରଭାବିତ । ଏପରିକି ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ମଧ୍ୟ ଏହା ଦ୍ବାରା ଗଭୀର ଭାବରେ ପ୍ରଭାବିତ । ତେଣୁ ଏପରି ଶ୍ରେଣୀର ଲୋକଙ୍କୁ ଅସୁବିଧାରୁ ବାହାର କରିବା ପାଇଁ ସରକାରଙ୍କୁ ସାମୂହିକ ଲକ୍‌ଡାଉନ୍‌ ପରିବର୍ତ୍ତେ ଅନ୍ୟ ପଦକ୍ଷେପ ନେବା ଉଚିତ୍‌ । କରୋନା ହଟସ୍ପଟ ଗୁଡିକୁ ଚିହ୍ନଟ କରିବା ସହିତ ଉକ୍ତ ଅଞ୍ଚଳକୁ ଲକ୍‌ଡାଉନ୍‌ କରିବା ସହିତ ଅନ୍ୟାନ୍ୟ ଅଞ୍ଚଳରେ ବନ୍ଦ ପଡିଥିବା ବ୍ୟବସାୟକୁ ଆରମ୍ଭ କରାଯିବା ଉଚିତ୍‌ ବୋଲି ରାହୁଲ୍‌ ଏକାଧିକ ଟ୍ବିଟରେ ପ୍ରକାଶ କରିଛନ୍ତି । ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ରାହୁଲ…

Read More

ହାଇଦ୍ରାବାଦ : ତେଲେଙ୍ଗାନା ସରକାରଙ୍କ ପକ୍ଷରୁ 74 ଲକ୍ଷ ବ୍ୟାଙ୍କ ଆକାଉଣ୍ଟକୁ 15 ଶହ ଟଙ୍କା ପ୍ରଦାନ କରାଯାଇଛି । ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବିଭିନ୍ନ ପରିବାରକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ 1112 କୋଟି ଟଙ୍କା ମଞ୍ଜୁର କରାଯାଇଛି । କରୋନା ମୁକାବିଲା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିବା ନେଇ କ୍ୟାବିନେଟ ମନ୍ତ୍ରୀ କେଟି ରାମାରାଓ ପ୍ରକାଶ କରିଛନ୍ତି । ଏହା ସହିତ ରାସନ କାର୍ଡଧାରୀ ପ୍ରତ୍ୟେକ ପରିବାରକୁ 12 କିଗ୍ରା ଚାଉଳ ପ୍ରଦାନ କରିବା ପାଇଁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର 76 ଲକ୍ଷ ରାସନ କାର୍ଡଧାରୀଙ୍କ ମଧ୍ୟରୁ ପ୍ରାୟ 87 ପ୍ରତିଶତ ଲୋକଙ୍କୁ ଚାଉଳ ଦିଆସରିଛି । ଚାଉଳ ବଣ୍ଟନ ପାଇଁ 25 ଶହ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ 3ଲକ୍ଷ ଟନ୍‌ ଚାଉଳ ବଣ୍ଟା…

Read More

କୋଏମ୍ବାଟୁର : ତାମିଲନାଡୁରେ ଏକ ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । ତାମିଲନାଡୁର କୋଏମ୍ବାଟୁରରେ ପୁଣି ଏକ ନିର୍ଭୟା କାଣ୍ଡ ସାମ୍ନାକୁ ଆସିଛି । ଜଣେ ନବମ ଶ୍ରେଣୀ ଛାତ୍ରୀକୁ 9 ଜଣ ଯୁବକ ଗଣ ଦୁଷ୍କର୍ମ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ, ଏହି ଛାତ୍ରୀଙ୍କର ଚାରି ସହପାଠୀ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଚାରି ସହପାଠୀଙ୍କ ମଧ୍ୟରୁ ଜଣେ ଉକ୍ତ ଯୁବତୀଙ୍କୁ ଭଲ ପାଉଥିଲେ । 4 ସହପାଠୀଙ୍କ ସମେତ ଯୁବତୀଙ୍କ ପଡିଶା ଭାବରେ ରହୁଥିବା 6 ଜଣ ଯୁବକ ମଧ୍ୟ ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ । ଯୁବତୀ ଜଣକ ଗର୍ଭବତୀ ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଥିଲା । ଯୁବତୀଙ୍କ ପିତା ମାତା ଦିନ ମଜୁରିଆ ଥିବା ବେଳେ ଲୋକଲଜ୍ଜା ଭୟରେ ଘଟଣାକୁ ଚପାଇ ଦେବାପାଇଁ ଗର୍ଭପାତ କରିବାକୁ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ ।…

Read More