Author: Samikhsya Bureau

ମୁମ୍ବାଇ : ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍‌ ହେଉଛି ପାଞ୍ଚୋଟି ଫିଲ୍ମ । ଏହି ଫିଲ୍ମଗୁଡିକ ମଧ୍ୟରେ ରହିଛି ହଣ୍ଟେଟ୍‌ ହିଲ୍ସ୍‌, ଆହୋ ପୁଷ୍ପା ଆଇ ହେଟ୍‌ ଟିୟର୍ସ, ଗନ୍ସ ଅଫ ବନାରସ୍‌, ଦୂରଦର୍ଶନ ଓ ଥାପ୍ପଡ ସାମିଲ୍‌ ରହିଛି । ତେବେ ସମସ୍ତ ଫିଲ୍ମଗୁଡିକ ମଧ୍ୟରେ ତାପ୍ପସୀ ପନ୍ନୁଙ୍କ ଥାପ୍ପଡକୁ ନେଇ ବେଶ୍‌ ଚର୍ଚ୍ଚା ରହିଛି । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଥାପ୍ପଡ’ରେ ଘରୋଇ ହିଂସାର କାହାଣୀ ଦର୍ଶାଯାଇଛି । ଫିଲ୍ମର ଟ୍ରେଲର୍‌ଟି ବହୁତ ପ୍ରଶଂସା ପାଇଥିବାବେଳେ ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ଜଣାପଡିଛି । ଏହି ଫିଲ୍ମରେ ଦିୟା ମିର୍ଜା, ରାମ କପୁର୍‌ କୁମୁନ୍ଦ ମିଶ୍ରା, ପାଭ୍‌ଲି ଗୁଲାଟ୍ଟି, ଗ୍ରେସି ଗୋସ୍ବାମୀ ପ୍ରମୁଖ ଅଭିନୟ କରିଛନ୍ତି । ସେହିପରି ମାହି ଗିଲ୍‌ଙ୍କ ଅଭିନୀତ ଦୂରଦର୍ଶନ ମଧ୍ୟ ଆଜି ରିଲିଜ୍‌ ହେଉଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୃହ ମନ୍ତ୍ରୀ ଅମିତ୍‌ ଶାହା । ଭୁବନେଶ୍ବର ବିମାନ ବନ୍ଦରଠାରେ ଅମିତ ଶାହାଙ୍କ ସ୍ବାଗତ ଲାଗି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଛନ୍ତି । ରାଜ୍ୟ ଲୋକସେବା ଭବନର କନ୍‌ଭେନ୍‌ଶନ ହଲ୍‌ରେ ଅନୁଷ୍ଠିତ ହେବାକୁ ଥିବା ୨୪ତମ ପୂର୍ବାଞ୍ଚଳ ଜୋନ୍‌ ପରିଷଦ (ଇଜେଡ୍‌ସି) ବୈଠକରେ ଆଜି ଅମିତ୍‌ ଶାହା ଯୋଗଦେବେ। ଏହା ପରେ ଅପରାହ୍ନ ୪ଟାରେ ଭାଜପା ପକ୍ଷରୁ ଜନତା ମଇଦାନଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ।

Read More

ହରିୟାଣା: ଗୋଟିଏ ପଟେ ଦେଶର ରାଜଧାନୀ ଦିଲ୍ଲୀ ଜଳୁଥିବାବେଳେ ଅପରପକ୍ଷରେ ଆମ ଜନ ପ୍ରତିନିଧିମାନେ ନିଜ ଜବାନ୍‌ ଉପରେ ଲଗାମ ଦେଇପାରୁନାହାନ୍ତି। ଉତ୍ତେଜନାମୂଳକ ଭାଷଣ ପାଇଁ ଦିଲ୍ଲୀ ଛାରଖାର ହୋଇଥିବାବେଳେ ପୁଣି ଥରେ ଜଣେ ମନ୍ତ୍ରୀ ଏପରି ଏକ ବିବାଦୀୟ ବୟାନବାଜି ଆରମ୍ଭ କରିଛନ୍ତି। ବିଜେପିର ଏହି ବୟାନବାଜିକୁ ନେଇ ବିରୋଧୀ ଟାର୍ଗେଟ୍‌ କରିବା ସହିତ କୋର୍ଟ ମଧ୍ୟ କଡ୍ଡା ଟିପ୍ପଣୀ କରିସାରିଲେଣି। ତଥାପି ବିଜେପି ନେତା ସୁଧୁରିବାର ନାଁ ଧରୁନାହାନ୍ତି। ଉତ୍ତେଜନାମୂଳକ ଭାଷଣ ଅଭିଯୋଗରେ ଗିରଫ କରିବା ପାଇଁ ଦିଲ୍ଲୀ କୋର୍ଟକୁ ଦିଲ୍ଲୀ ପୋଲିସ୍‌ ଅଧିକ ସମୟ ମାଗିଥିବାବେଳେ ଖଟ୍ଟର ସରକାରଙ୍କ ଜଣେ ମନ୍ତ୍ରୀ ପୁଣି ଥରେ ଏହିପରି ଏକ ବୟାନ ଦେଇଛନ୍ତି। ହରିୟାଣା ଖଟ୍ଟର ସରକାରଙ୍କ ମନ୍ତ୍ରୀ ତଥା ବିଜେପି ବିଧାୟକ ରଣଜିତ୍‌ ଚୌଟ୍ଟାଲ କହିଛନ୍ତି ଯେ, ଦଙ୍ଗା ତ ଏମିତି ହେଉଥାଏ, ଏହା ଜୀବନର ଏକ ଅଂଶବିଶେଷ। ରଣଜିତ୍‌ ଚୌଟ୍ଟାଲାଙ୍କ ଏହି ବୟାନର ଭିଡିଓଟି ବେଶ୍‌ ସୋସିଆଲ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ଅଂଚଳ ଲୋଚାପଡ଼ା ମିଲ୍ ସାହିରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏକ ଘରୁ କେ. ରଂଜିତା ପାତ୍ର (୪୦) ନାମକ ଜଣେ ବିବାହିତ ମହିଳାଙ୍କ ପୋଡ଼ା ମୃତଦେହକୁ ପୋଲିସ୍ ଜବତ କରିଛି । ସୂଚନାଥାଉକି ରଂଜିତା ପାତ୍ର ୧୫ ବର୍ଷ ତଳେ କେ. ବାଲା ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛି । କିନ୍ତୁ ପାରିବାରିକ ଅଶାନ୍ତି ଯୋଗୁଁ ବାଲା ପାତ୍ର ଅନ୍ୟ ଏକ ଝିଅ ସହିତ ଦୀର୍ଘ ଆଠବର୍ଷ ହେଲା ଅନ୍ୟତ୍ର ରହୁଥିବା ଜଣାପଡ଼ିଛି । ଦୀର୍ଘ ଆଠବର୍ଷ ହେଲା ରଂଜିତାଙ୍କ ସହିତ  ତାଙ୍କର ସମ୍ପର୍କ ନଥିବାର ଜଣାପଡିଛି । ଗତକାଲି ରାତ୍ରିରେ କୌଣସି ଏକ ପାରିବାରିକ ଭୋଜିକୁ ରଂଜିତା ଏବଂ ତାର ଦୁଇଛୁଆ ଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଭୋଜିରୁ ଫେରିବା ପରେ ସେ ଦୁଇ ଛୁଆକୁ…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବ୍ଲକ୍ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ ଶିବିରରେ ସରୋଜ ମିଶ୍ର ଭୁଅର୍ଜନ ଅଧିକାରୀ ସମ୍ବଲପୁର ସଭାପତିତ୍ୱ କରିଥିଲେ। ଏଥିରେ ରେଢାଖୋଲ ବିଡିଓ ପରୀକ୍ଷିତ ସାହୁ, ଆର୍ତତ୍ରାଣ ଶତପଥ , ଡିଏସ୍‌ଏ , ସମ୍ବଲପୁର ଗୋପାଲ ପଟେଲ ଏପିଓ ରେଢାଖୋଲ , ବିକ୍ରମ ମୁର୍ମୁ ଏଇଇ,ରେଢାଖୋଲ ତଥା ରେଢାଖୋଲ ବ୍ଲକ୍ ର  ସମସ୍ତ ନିର୍ବାଚିତ ଅଧିକାରୀ , ପିଇଓ , ଜିଆର୍‌ଏସ୍ ଆଦି ଯୋଗଦେଇଥିଲେ । ରେଢାଖୋଲ ବ୍ଲକରେ୧୦୦ ଦିନ ଶ୍ରମଦିବସ ସୃଷ୍ଟିପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୪୩୮୬୧ ଶ୍ରମ ଦିବସ ସୃଷ୍ଟି ହୋଇଥିବା ଜଣା ପଡିଛି । ଖର୍ଚ୍ଚ ହୋଇଛି ୪୧୯.୭୩ ଲକ୍ଷ । ନିଦ୍ଧାରିତ ସମୟରେ ଶ୍ରମ ଦିବସ ପ୍ରଦାନ ହୋଇଛି ଶତକଡା…

Read More

ନୂଆଦିଲ୍ଲୀ : ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ଗତ ଚାରି ଦିନ ହେବ ହିଂସା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଭାଇରାଲ ଭିଡିଓରେ ଉପଦ୍ରବକାରୀଙ୍କ ସହିତ ଦେଖାଯାଇଥିବାର ଆମ ଆଦମୀ ପାର୍ଟିର ନେତା ତାହିର ହୁସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କରାଯାଇଛି। ଆପରୁ ତାଙ୍କୁ ନିଲମ୍ବନ କରାଯାଇଛି । ଘଟଣାର ତଦନ୍ତ ଶେଷ ହେବା ଯାଏଁ ଆପ ତାହିରଙ୍କୁ ନିଲମ୍ବନ କରିଛି । ସେହିଭଳି ତାହିର ହୁସେନଙ୍କ ନାଁରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ ଦିଲ୍ଲୀ ହିଂସାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଅଭିଯୋଗ ହୋଇଥିଲା। ତେବେ ତାହିର କହିଛନ୍ତି, ହିଂସାରେ ତାଙ୍କର…

Read More

କେଦାର ମିଶ୍ର ଦିନ ସାରା ଦିଲ୍ଲୀ ଦଙ୍ଗାର ଶୁଣାଣି ସାରି ଘରକୁ ଫେରିଥିବା ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ମୁରଲୀଧରଙ୍କ ପାଇଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ ବଦଳି ଆଦେଶ ଅପେକ୍ଷା କରି ରହିଥିଲା। ଦିଲ୍ଲୀ ଜଳୁଥିବା ସମୟରେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ପୋଲିସ, ଦିଲ୍ଲୀ ସରକାର ଓ ଭାରତ ସରକାରଙ୍କୁ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିଲେ। ଏହି ଦଙ୍ଗାର ମୂଳ କାରଣ ବୋଲି କୁହାଯାଉଥିବା ବିଭିନ୍ନ ରାଜନେତାଙ୍କ ବିରୋଧରେ ତୁରନ୍ତ ଏତଲା ଦାୟର କରିବାକୁ ଜଷ୍ଟିସ ମୁରଲୀଧରଙ୍କ ନିର୍ଦ୍ଦେଶ ସରକାରୀ ଦଳକୁ ଭଲ ନ ଲାଗିବା ସ୍ଵାଭାବିକ। ଏହି ପୃଷ୍ଠଭୂମିରେ ତୁରନ୍ତ ଜଷ୍ଟିସ ମୁରଲୀଧରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବିଦା କରିବା ସରକାରଙ୍କର ପ୍ରଧାନ ଦାୟିତ୍ଵ ଥିଲା। ତେବେ ମୋଦୀ ସରକାରଙ୍କର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ମାମଲାରେ ସଫେଇ ଦେଇ ବଡ ନିରୀହ ଭାବରେ କହିଚ୍ଚ୍ହାନ୍ତି ଯେ, ଏହା ଏକ ନିୟମିତ ବଦଳି ପ୍ରକ୍ରିୟା। ତେବେ ନିୟମିତ…

Read More

ନୂଆଦିଲ୍ଲୀ, କୋରୋନା ଭାଇରସ ବର୍ତ୍ତମାନ ଦେଶ ବ୍ୟାପି ଏକ ଚିନ୍ତାର କାରଣ ପାଲଟିଛି। ହେଲେ ଏହି ଭାଇରସ ଯେ ବିଅର ବିକ୍ରୀ ହ୍ରାସ କରିପାରିବ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଭାଇରସର ମାରାତ୍ନକ ରୂପ ବିଶ୍ବରେ ପଡୁଥିବାରୁ ଏହି ନାମରେ ଥିବା ମୃଦୁ ପାନୀୟ କୋରୋନା ବିଅର ର ଚାହିଦା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବିଶ୍ବ ମଦ ବଜାରରେ କୋରୋନା ବିଅର ଏକ ଲୋକପ୍ରିୟ ବ୍ରାଣ୍ଡ ଭାବେ ପରିଚିତ। ହେଲେ ବିଶ୍ବ ବାଣିଜ୍ୟ ପତ୍ରିକାର ରିପୋର୍ଟ ଅନୁସାରେ ବର୍ତ୍ତମାନ ଏହି ବ୍ରାଣ୍ଡର ବିଅର ବ୍ୟବହାରକାରୀମାନେ ଆଉ ଗ୍ରହଣ କରୁ ନାହାଁନ୍ତି। କୋରୋନା ଭାଇରସ ସହିତ ଏହି ପାନୀୟର କୌଣସି ସଂପର୍କ ନ ଥିଲେ ମଧ୍ୟ ମାନସିକ ସ୍ତରରେ ବ୍ୟବହାରକାରୀମାନେ ବ୍ୟବହାର କରିବାକୁ ଡରୁଛନ୍ତି। ଏହି କଂପାନୀର କହିବା ଅନୁସାରେ କେବଳ ନ୍ୟୁୟର୍କ ବଜାରରେ ଗତ ସପ୍ତାହରେ ପ୍ରାୟ 8 ପ୍ରତିଶତ ବିକ୍ରୀ ହ୍ରାସ ପାଇଛି। ବିଶ୍ବ ବଜାରରେ…

Read More

ନୂଆଦିଲ୍ଲୀ, ପୁଣିଥରେ କେନ୍ଦ୍ର ସରକାର ଓଡିଶାକୁ ପ୍ରଶଂସା କରିଛନ୍ତି। ସେ ପ୍ରଶଂସା ହେଲା ଜମିଜମା ଡିଜିଟାଇସନ କରିବାରେ ଓଡିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ବୋଲି କେନ୍ଦ୍ରୀୟ ସଂସ୍ଥା କହିଛି। କେନ୍ଦ୍ର ସରକାରଙ୍କ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନିମିକ୍ ରିସର୍ଚ୍ଚ  ବା ଏନସିଏଇଆର ଏହି ରିପୋର୍ଟ ପ୍ରକାଶ କରିଛି।  ସଂସ୍ଥା ତରଫରୁ ପ୍ରକାଶିତ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସର୍ଭିସେସ ଇଣ୍ଡେକ୍ସରେ କୁହାଯାଇଛି ଯେ, ଏହି ଡିଜିଟାଇସନ କରିବାରେ ଦେଶରେ ପ୍ରଥମ ରାଜ୍ୟ ମଧ୍ୟପ୍ରଦେଶ ହୋଇଥିବା ବେଳେ ଦ୍ବିତୀୟରେ ରହିଛି ଓଡିଶା। ଏହି ଦୁଇ ରାଜ୍ୟ ସହିତ ମହାରାଷ୍ଟ୍ର, ଛତିଶଗଡ ଏବଂ ତାମିଲନାଡୁ ଦେଶର ଶ୍ରେଷ୍ଠ ପାଞ୍ଚୋଟି ରାଜ୍ୟ ଭାବେ ତାଲିକାଭୁକ୍ତ ହୋଇଛନ୍ତି। ସଂସ୍ଥାର ରିପୋର୍ଟ ଅନୁସାରେ ଦେଶର ଶ୍ରେଷ୍ଠ 10 ଟି ରାଜ୍ୟ ହେଲା 1-ମଧ୍ୟପ୍ରଦେଶ 2-ଓଡିଶା 3-ମହାରାଷ୍ଟ୍ର 4-ଛତିଶଗଡ 5-ତାମିଲନାଡୁ 6-ପଶ୍ଚିମବଂଗ 7-ଝାଡଖଣ୍ଡ 8-ରାଜସ୍ଥାନ 9-ତେଲଙ୍ଗାନା 10-ଆନ୍ଧ୍ର ପ୍ରଦେଶ ଏନସିଏଇଆର 2019-20 ମସିହାରେ ଦେଶର ସମସ୍ତ ରାଜ୍ୟରୁ ଡାଟା ସଂଗ୍ରହ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ 23 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏଥିରେ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ବିକାଶ କରାଯିବା ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ । ତୀର୍ଥଯାତ୍ରୀଙ୍କୁ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅର୍ଥରାଶି ମଞ୍ଜୁର କରିଛନ୍ତି । ଘୋଷିତ ତାଲିକାରେ 10ଟି ମନ୍ଦିର, 5ଟି ଗୀର୍ଜା, 6ଟି ମସ୍‌ଜିଦ୍‌ ଏବଂ 2ଟି ଗୁରୁଦ୍ବାରକୁ ସାମିଲ କରାଯାଇଛି । ନିମ୍ନ ଲିଖିତ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଏହି ଧାରାରେ ସାମିଲ କରାଯିବା ସହିତ ପ୍ରତ୍ୟେକ ଧାର୍ମିକ ସ୍ଥଳକୁ 1 କୋଟି ଟଙ୍କା ପ୍ରଦାନ କରାଯିବ । ମନ୍ଦିର : ବରଗଡ : ନୃସିଂହନାଥ ମନ୍ଦିର ଭଦ୍ରକ : ମା ଭଦ୍ରକାଳୀ ମନ୍ଦିର ବଲାଙ୍ଗୀର : ହରିଶଙ୍କର ବୌଦ୍ଧ : ଜଗନ୍ନାଥ ମନ୍ଦିର ଢେଙ୍କାନାଳ :…

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ମାର୍ଚ୍ଚ 3 ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ ଏହାର ସୁପରିଚାଳନା ପାଇଁ ଏହି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ସହିତ କପିକୁ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜଗତସିଂହପୁରରେ 34ଟି ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେବ । ଜିଲ୍ଲାର 7ଟି ସେଣ୍ଟରରେ ପ୍ରଶ୍ନପତ୍ର ରହିବ । 7ଟି ସେଣ୍ଟରରେ ସିସିଟିଭି ଲଗାଯିବା ସହିତ ଏହା 24 ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ । ସକାଳ 7ଟାରୁ ହବ୍‌ରୁ ପ୍ରଶ୍ନପତ୍ର ଯାଇ 9ଟାରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବ । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପୋଲିସ୍‌…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପ୍ରବାଦ ପୁରୁଷ ରାଷ୍ଟ୍ରନୀତିଜ୍ଞ ତଥା ଓଡିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀକୁ ଏକ ପକ୍ଷ ବ୍ୟାପୀ ପାଳନ କରିବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାର୍ଚ୍ଚ 5 ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମଦିବସକୁ 15 ଦିନ ବ୍ୟାପି ଶୁଭେଚ୍ଛୁ ଏବଂ ଜନସାଧାରଣଙ୍କ ସହିତ ପାଳନ କରିବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ବିଜୁ ଜୟନ୍ତୀ ଅବସରରେ ବିଜେଡି ରାଜ୍ୟରେ 20 ବର୍ଷ ପୂରଣ କରିବାକୁ ଯାଉଛି । ବିଜୁ ଜୟନ୍ତୀ ଅବସରରେ ଓଡିଶାର ବିକାଶ ଯାତ୍ରା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ । ଏହା ସହିତ ରାଜ୍ୟର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି…

Read More

ଭୁବନେଶ୍ବର, ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜନଜାତି ବର୍ଗର ପଂଚାୟତିରାଜ ସଂସ୍ଥାନଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଏକ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଗୁରୁବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିସହିତ “୧୦୦୦ ଜଳ ଉତ୍ସ କାର୍ଯ୍ୟକ୍ରମ” ଏବଂ ଏକ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହା ହେଉଛି ପ୍ରାକୃତିକ ଝର ତଥା ଜଳଉତ୍ସ ଗୁଡ଼ିକର ଜଳୀୟ ଓ ରାସାୟନିକଗୁଣ ଦର୍ଶାଉଥିବା ଏକ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂସରୁତା ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାରେ ଜଙ୍ଗଲ ଅଧିକାର ଆଇନ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ମାନଚିତ୍ର ମଧ୍ୟ ଉନ୍ମୋଚନ କରାଯାଇଥିଲା।…

Read More

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ଆପ୍‌ ନେତା ତାହିର୍‌ ହୁସେନ୍‌ଙ୍କ ଘର ଛାତ ଉପରୁ ପେଟ୍ରୋଲ୍‌ ବମ୍‌ ଏବଂ ଅନ୍ୟାନ୍ୟ ହତିଆର ଜବତ ହେବା ପରେ ଏହାକୁ ନେଇ ଗମ୍ଭୀର କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି । ଗୁଇନ୍ଦା ବିଭାଗର ଜନୈକ ଅଧିକାରୀ ଅଙ୍କିତଙ୍କ ହତ୍ୟା ପାଇଁ ଆପ୍‌କୁ ଦାୟୀ କରିବା ସହିତ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଥିଲେ । ହୁସେନ୍‌ଙ୍କ 5 ମହଲା କୋଠା ଉପରୁ ପଥର ଏବଂ ପେଟ୍ରୋଲ ବୋମା ଫିଙ୍ଗାଯାଇଥିବା ନେଇ ଅଙ୍କିତଙ୍କ ପଡୋଶୀ ସୂଚନା ପ୍ରଦାନ କରିଥିଲେ । ଅଙ୍କିତ କୁମାରଙ୍କ ହତ୍ୟାରେ ଯଦି ଆପ୍‌ ନେତା ସମ୍ପୃକ୍ତ ଥାନ୍ତି ତେବେ ସାଧାରଣ ଜନତା, ଆଇନ ଏବଂ ଭଗବାନ ତାଙ୍କୁ କେବେବି କ୍ଷମା କରିବେ ନାହିଁ ବୋଲି ଗମ୍ଭୀର ଟ୍ବିଟ୍‌ କରିଥିଲେ । ଏହାପରେ ଅନ୍ୟ ଏକ ଟ୍ବିଟ୍‌ରେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ୍‌…

Read More

ନୂଆଦିଲ୍ଲୀ, ଜାପାନରୁ ୧୧୯ ଜଣ, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁରୁ ଜଣେ ଜଣେ କରି ଏହି ପରି ମୋଟ ୧୨୪ ଜଣ ଭାରତୀୟ ନାଗରିକଙ୍କୁ ଏୟାର ଇଣ୍ଡିଆ ଉଦ୍ଧାର କରିଛି। କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସେମାନଙ୍କୁ ଜାପାନର ୟାକୋହାମ୍ମାଠାରେ ଡାଇମଣ୍ଡ ପ୍ରିନସେନ୍ସ ନାମକ ଯାତ୍ରୀବାହୀ ଜାହାଜରେ ଅଟକ ରଖାଯାଇଥିଲା। ଏହା ବ୍ୟତୀତ କରୋନା ସଂକ୍ରମଣର ଉଦ୍ରେକ ସ୍ଥଳୀ କୁହାଯାଉଥିବା ଚୀନର ଉହାନରୁ ମଧ୍ୟ ଭାରତୀୟ ବାୟୁସେନାର ଏକ ବିମାନ ୧୧୨ ଜଣଙ୍କୁ ଉଦ୍ଧାର କରିଛି। ଏଥିରେ ୭୬ ଜଣ ଭାରତୀୟ ନାଗରିକ ସହ ବାଂଲାଦେଶ, ମିଆଁମାର, ମାଲଦ୍ୱୀପ, ଚୀନ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମାଡାଗାସ୍କରର ୩୬ ଜଣ ଅନ୍ତର୍ଭୁକ୍ତ । ଏମାନେ ଆଜି ଭାରତରେ ପହଂଚିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ଜାପାନରୁ ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ମନସେର ସେନା ଶିବିର…

Read More

ଶ୍ରୀନଗର : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଅପାରଗତା କାରଣରୁ ପୁଲଓ୍ବାମା ଆକ୍ରମଣକାରୀଙ୍କୁ ଜାମିନ ମିଳିଛି । ଚାର୍ଜସିଟ୍‌ ଦାଖଲରେ ଏନ୍‌ଆଇଏ ବିଫଳ ହେବାରୁ ପୁଲଓ୍ବାମା ଆକ୍ରମଣକାରୀ ୟୁସୁଫ୍‌ ଚୋପାନ୍‌ଙ୍କୁ ଗୁରୁବାର ଜାମିନ ମିଳିଛି । ନିୟମ ଅନୁସାରେ ଗିରଫ ହେବାର 180 ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବା ଉଚିତ୍‌ । ମାତ୍ର 6 ମାସର ସମୟ ବିତିଥିଲେ ମଧ୍ୟ ଏନ୍‌ଆଇଏ ପକ୍ଷରୁ କୌଣସି ଚାର୍ଜସିଟ୍‌ ଦାଖଲ କରାଯାଇନଥିଲା, ଯାହା ଫଳରେ ଚୋପାନ୍‌ଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ୟୁସୁଫଙ୍କୁ 50 ହଜାର ଟଙ୍କାର ଦୁଇଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ 14, 2019ରେ ଜୈସ୍‌ ଏ ମହମ୍ମଦର ଆକ୍ରମଣରେ 40 ଜଣ ଯବାନ ପ୍ରାଣ ହରାଇଥିଲେ । (ଏଜେନ୍ସି)

Read More

ଭୁବନେଶ୍ୱର,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳର ନେତାମାନଙ୍କ ସହ ସ୍ଥାନୀୟ ଜନତା ମଇଦାନକୁ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ଜନତା ମଇଦାନ ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଜନତା ମଇଦାନରେ ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସଦସ୍ୟମାନଙ୍କୁ ପ୍ରସ୍ତୁତି କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି।ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଜେପି କର୍ମୀ ଓ ସାଧାରଣ ଜନତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Read More

ଭୁବନେଶ୍ୱର, ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ରହିଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ବାବଦରେ ରାଜ୍ୟ ସରକାର ଏଣିକି ଅନୁଦାନ ରାଶି ବୃଦ୍ଧି କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ର ଅଶୋକ ଚନ୍ଦ୍ର ପଣ୍ଡା ଆଜି ଲୋକସେବା ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏହା ଘୋଷଣା କରିଛନ୍ତି । ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ତଥା ଛାତ୍ରାବାସରେ ରହୁଥିବା ପ୍ରତ୍ୟେକ ଅନ୍ତେବାସୀଙ୍କୁ ପ୍ରତିମାସରେ ପୂର୍ବରୁ ଦିଆଯାଉଥିବା ସହାୟତା ୧୨୦୦ ଟଙ୍କାରୁ ୧୭୬୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିରେ ଖାଦ୍ୟେପୟ, ଶେଯ ଓ ପୋଷାକ ପତ୍ର, ପାଠ ପଢ଼ା ଖର୍ଚ୍ଚ, ଚିକିତ୍ସା ଖର୍ଚ୍ଚ ସମେତ ଆନୁଷଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ । ଅନୁରୂପ ଭାବରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଦିବାଧ୍ୟାୟୀ ବିଦ୍ୟାର୍ଥୀମାନଙ୍କୁ ପ୍ରତିମାସରେ ଏଣିକି ୨୫୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ବାବଦରେ ବାର୍ଷିକ ପ୍ରାୟ ୩ କୋଟି ୬୫ ଲକ୍ଷ ୯୦ ହଜାର ଟଙ୍କା…

Read More

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି20 ମହିଳା ବିଶ୍ବକପ୍‌ରେ ଭାରତୀୟ କ୍ରିକେଟର ଜେମିମା ରଡ୍ରିଗ୍‌ଜଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହୋଇଛି । ଗୁରୁବାର ଭାରତ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଇସିସି ପକ୍ଷରୁ ଜେମିମାଙ୍କ ଡ୍ୟାନ୍ସ ଭିଡିଓ ଟ୍ବିଟ୍‌ କରାଯାଇଛି । ଗୁରୁବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଏହି ମ୍ୟାଚ୍‌ପରେ ପ୍ୟାଭିଲିୟନ୍‌କୁ ଫେରୁଥିବା ସମୟରେ ଡ୍ୟୁଟିରେ ନଥିବା ଜନୈକା ସିକ୍ୟୁରିଟି ଗାର୍ଡଙ୍କ ସହିତ ଜେମିମା ଡ୍ୟାନ୍ସ କରିଥିଲେ । ଲଭ୍‌ ଆଜକଲ୍‌ର ଟ୍ବିଷ୍ଟ ଗୀତରେ ଉଭୟ ନୃତ୍ୟ କରିଥିଲେ । ଏହି ଭିଡିଓକୁ 3 ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ 25 ହଜାରରୁ ଅଧିକ ଲାଇକ୍‌ କରିଛନ୍ତି । (ଏଜେନ୍ସି) https://twitter.com/i/status/1232852999342632960

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଆଉ ପାଦେ ଆଗକୁ ଯାଇଛି । ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ ନାମରେ ଏକ ବିଦେଶ ଭ୍ରମଣର ଏକ ସୁଲଭ ତଥା ସ୍ୱତନ୍ତ୍ର ପ୍ୟାକେଜ ଉପଲବ୍ଧ କରାଇଛି । ଏହି ବିଦେଶ ଭ୍ରମଣ ମଧ୍ୟରେ ଓଡ଼ିଶାର ପର୍ଯ୍ୟଟକ ମାନେ ଥାଇଲାଣ୍ଡ, ମଲେସିୟା, ସିଙ୍ଗାପୁର, ଇଣ୍ଡୋନେସିଆର ବାଲି ଏବଂ ଦୁବାଇ ଇତ୍ୟାଦି ସ୍ଥାନକୁ ବୁଲିବାକୁ ଯାଇପାରିବେ । ଥାଇଲାଣ୍ଡ ଯିବା ପାଇଁ ଦେୟ ୨୪୯୯୦ ଟଙ୍କା ରହିଥିବା ବେଳେ ମାଲେସିୟା ପାଇଁ ୨୯,୯୯୦ ଟଙ୍କା, ସିଙ୍ଗାପୁର ପାଇଁ ୩୯,୯୯୦ ଟଙ୍କା , ଇଣ୍ଡୋନେସିଆର ବାଲି ପାଇଁ୩୪,୯୯୦ ଟଙ୍କା ଏବଂ ଦୁବାଇ ନିମନ୍ତେ ୫୩,୯୯୦ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି । ଏହି ସମସ୍ତ ସ୍ଥାନକୁ ଯିବାଆସିବା ଓ ରହିବା…

Read More