ସମୀକ୍ଷା ବ୍ୟୁରୋ ଢେଙ୍କାନାଳ : ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଯାଇଛି । ଆଜି ତୃତୀୟ ଭାଷା ପରୀକ୍ଷା ଥିବାବେଳେ ବୋର୍ଡ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କପି ରୋକିବାକୁ ଜାରି ହୋଇଛି 144 ଧାରା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ 144 ଧାରା ଜାରି ହୋଇଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ସୂଚନାଯୋଗ୍ୟ, ଶନିବାର ଇଂରାଜୀ ପରୀକ୍ଷା ବେଳେ ଅଭିଭାବକମାନେ ଖୁଲମଖୁଲା ସ୍କୁଲ କାନ୍ଥ ଡେଇଁ ପରୀକ୍ଷାର୍ଥୀଙ୍କୁ କପି ଦେଇଥିଲେ। କେବଳ କଙ୍କଡ଼ାହାଡ଼ ନୁହେଁ ଜିଲ୍ଲାର ୮୩ଟି ପରୀକ୍ଷା ସେଣ୍ଟରରେ କଡାକଡ଼ି ଭାବେ ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ କଟକ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ କଟକ ଡିସିପି ଓ ଗ୍ରାମାଞ୍ଚଳ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ।
Author: Samikhsya Bureau
କେଦାର ମିଶ୍ର ଗଣତନ୍ତ୍ରରେ ଗୋଟେ ଗୋଟେ ଫଟୋଗ୍ରାଫ ଇତିହାସ ପାଲଟିଯାଏ। ସେମିତି ଗୋଟେ ଫଟୋଗ୍ରାଫ ଆମେ ୟା ଭିତରେ ଦେଖିଛୁ। ଗତ ୨୨ ଫେବୃଆରୀରେ ସୁପ୍ରିମକୋର୍ଟର ମହାମାନ୍ୟ ବିଚାରପତିମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଫଟୋଗ୍ରାଫ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର କରି ଅନୌପଚାରିକ ଭାବରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାପତିମାନେ ଓ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଛିଡା ହୋଇଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତର ମାନ୍ୟବର ବିଚାରପତିମାନେ ଏମିତି ଏକ ଫଟୋ ଉଠାଇବା ଏକ ସୌଜନ୍ୟମୂଳକ ଘଟନା ବୋଲି କେହି କେହି କହିପାରନ୍ତି। ହେଲେ ଅଦାଲତ ପାଇଁ ସରକାର ହେଉଛନ୍ତି ସବୁଠୁ ବଡ ମୁଦାଲା। ସରକାରଙ୍କ ବିରୋଧରେ ସବୁବେଳେ ବିଚାରପତିମାନଙ୍କୁ ଶୁଣିବାକୁ ପଡେ ଓ ଆବଶ୍ୟକସ୍ଥଳେ ସରକାରଙ୍କୁ ଦଣ୍ଡିତ କରିବାର ଅଧିକାର ମଧ୍ୟ ଅଦାଲତଙ୍କର ରହିଛି। ସେହି ପୃଷ୍ଠଭୂମିରେ ସରକାରର ମୁଖିଆଙ୍କ ସହିତ ବିଚାରପତିମାନଙ୍କର ଏ ରକମ ଭାବପ୍ରୀତି ସାଧାରଣ ଜନତା ମନରେ ସନ୍ଦେହ ଜାଗ୍ରତ କରିବ ନାହିଁ…
ନୂଆଦିଲ୍ଲୀ, ବହୁ ପ୍ରତିକ୍ଷିତ ଭାରତ ଦର୍ଶନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ତାଙ୍କ ପରିବାର ରବିରାର ସକାଳେ ଆମେରିକା ଛାଡିଛନ୍ତି। ଆମେରିକ ସମୟ ଅନୁସାରେ ଟ୍ରମ୍ପ ସକାଳ 10ଟାରେ ଏବଂ ଭାରତୀୟ ସମୟ ଅନୁସାରେ ରାତ୍ରୀ 8ଟା 30 ମିନିଟରେ ଆମେରିକା ଛାଡିଛନ୍ତି। ଟ୍ରମ୍ପ ଏୟାରଫୋର୍ସ ୱାନ ଏୟାର ବେସରୁ ବୋର୍ଡିଂ କରିଛନ୍ତି। ଏହାପରେ ସେ ସେଠାରୁ ସିଧା ଜର୍ମାନୀ ଏୟାର ବେସକୁ ଆସିବେ। ସେଠାରେ ସେ ପ୍ରାୟ 90 ମିନିଟ ରହଣି ପରେ ସିଧା ଅହମଦାବାଦ ଆସିବେ। ସେ ଅହମଦାବାଦରେ ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ 12 ଟା 30 ମିନିଟରେ ପହଁଚିବାର କାର୍ଯ୍ୟକ୍ରମ ରହିଛି। ଡୋନାଲଡ ଟ୍ରମ୍ପଙ୍କ ସହିତ ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମିଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଏବଂ ଜ୍ବାଇଁ ଜାରିଦ୍ କୁଶାନଭ ମଧ୍ୟ ଆସୁଛନ୍ତି। ଜାରିଦ ବର୍ତ୍ତମାନ ଟ୍ରମ୍ପ ସରକାରରେ ରାଷ୍ଟ୍ରପତିଙ୍କ ବରିଷ୍ଠ ଉପଦେଷ୍ଠା ଭାବେ କାର୍ଯ୍ୟ…
Mumbai: Actress Raveena Tandon spotted at Bandra in Mumbai on Feb 23, 2020. (Photo: IANS)
Mumbai: Actress Nupur Sanon spotted at Juhu in Mumbai on Feb 23, 2020. (Photo: IANS)
Mumbai: Actor Gurmeet Choudhary with his wife Debina Bonnerjee during his birthday celebrations in Mumbai on Feb 22, 2020. (Photo: IANS)
ଲକ୍ଷ୍ନୌ : ଆଲିଗଡରେ ସିଏଏ ବିରୋଧୀ ହିଂସାକାଣ୍ଡ କାରଣରୁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ପୋଲିସ୍ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ରବିବାର ସନ୍ଧ୍ୟାରେ ବିକ୍ଷୋଭକାରୀଙ୍କ ପକ୍ଷରୁ ପଥର ଫିଙ୍ଗାଯିବା କାରଣରୁ ପୋଲିସ୍ ପକ୍ଷରୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ଏହି ଘଟଣା ପରେ ହିଂସାକାଣ୍ଡ ବ୍ୟାପିବା ଆଶଙ୍କା କରି ଆଲିଗଡର ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଚନ୍ଦ୍ରଭୂଷଣ ସିଂ ନିର୍ଦ୍ଦେଶ ଦେଇଥିଲେ । ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ସେବା ବନ୍ଦ ରଖାଯିବ । (ଏଜେନ୍ସି)
ମୁମ୍ବାଇ : ଭାରତୀୟ ପେସର ଇଶାନ୍ତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆ ସ୍ପିଡଷ୍ଟର ଜାସନ୍ ଗିଲେସ୍ପୀ । ଅଧିକ ଶିଖିବାର ଇଚ୍ଛା ଏହି ଭାରତୀୟ ପେସରଙ୍କ ଭଲ ପ୍ରଦର୍ଶନର କାରଣକ ବୋଲି ଗିଲେସ୍ପୀ ପ୍ରକାଶ କରିଛନ୍ତି । ଇଶାନ୍ତ ଆହତ ସମସ୍ୟା ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ର ପ୍ରଥମ ଇନିଂସରେ 5 ଓ୍ବିକେଟ୍ ଅକ୍ତିଆର କରିଥିଲେ । ଜଣେ ଦ୍ରୁତ ବୋଲରଙ୍କୁ ଭଲ ପ୍ରଦର୍ଶନ କରିବାର ଦେଖିଲେ ସର୍ବଦା ଖୁସି ଲାଗିଥାଏ । ଇଶାନ୍ତଙ୍କ ପ୍ରଦର୍ଶନକୁ ନେଇ ଗିଲେସ୍ପୀ ସନ୍ତୋଷ ପ୍ରକାଶ କରିବା ସହିତ ବିସିସିଆଇକୁ ଧନ୍ୟବାଦ ଜ୍ଞାପନ କରିଥିଲେ । (ଏଜେନ୍ସି)
କୃଷ୍ଣଚନ୍ଦ୍ର ସୁଆଁସିଆ ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ବାଦିଆମ୍ବଗାଁରେ ମା ରାଉତରାୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । 11 ଦିନ ବ୍ୟାପୀ ଏହି ଟୁର୍ଣ୍ଣାମେଣ୍ଟରେ ପାଓ୍ବାର ଇଲେଭେନ୍ ଦଳ ଚାମ୍ପିୟନ୍ ହୋଇଛି । 16ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ । ଫାଇନାଲ୍ ମ୍ୟାଚ୍ଟି ବୁଡୁଡାପୋଲିର ପାଓ୍ବାର ଇଲେଭେନ୍ ଏବଂ ରେଗିଡିର ମା କାଳୀ ଫିଫ୍ଟୀଟୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଓ୍ବାର ଇଲେଭେନ୍ ପ୍ରଥମେ ବ୍ୟାଟିଂ କରି 14.5 ଓଭରରେ 93 ରନ୍ କରି ସମସ୍ତ ଓ୍ବିକେଟ୍ ହରାଇଥିଲା । ଜବାବରେ ମା କାଳୀ ଫିଫ୍ଟୀଟୁ 11.5 ଓଭରରେ 73 ରନ୍ରେ ସମସ୍ତ ଓ୍ବିକେଟ୍ ହରାଇଥିଲା । ପରାଜିତ ଦଳ ପକ୍ଷରୁ ସାଗର 35 ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦଳ ପରାଜୟ ବରଣ କରିଥିଲା । ପାଓ୍ବାର ଇଲେଭେନ୍ର ସୁନୀଲ୍ଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା ।
ସାଲେମ୍ : ନିଶା ସେବନ ପାଇଁ 4 ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି ଜଣେ ଛାତ୍ର । ଡ୍ରଗ୍ସ ସେବନ ପାଇଁ ଜଣେ ସିକ୍ୟୁରିଟି ଗାର୍ଡ ଏବଂ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଏହି 20 ବର୍ଷୀୟ ଯୁବକ । ଡିସେମ୍ବରରେ ପ୍ରଥମ ହତ୍ୟା ହୋଇଥିବା ବେଳେ ଫେବୃୟାରୀ ପ୍ରଥମ ସପ୍ତାହରେ ଅନ୍ୟ ତିନି ହତ୍ୟା ହୋଇଥିଲା । ପଇସା ନଥିବାରୁ ଗଞ୍ଜେଇ ଟାଣିବା ପାଇଁ ଏହି 20 ବର୍ଷୀୟ ଯୁବକ ପ୍ରଥମେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରିଥିଲା । ପରେ ଫେବୃୟାରୀ ମାସର ପ୍ରଥମ ସପ୍ତାହରେ ଅନ୍ୟ ତିନି ଜଣ ଭିକାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ଗଞ୍ଜେଇ ଟାଣିବା ପାଇଁ ପଇସା ନଥିବାରୁ ଏହି 4 ଜଣଙ୍କୁ ହତ୍ୟା କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତର ନାମ ଏମ୍ ଅନ୍ଦିସାମି ଦଶମରେ ନିଜ ସ୍କୁଲର ଟପ୍ପର ରହିଥିଲେ । ମାତ୍ର…
ପାଣାଜୀ : ରବିବାର ଏକ ମିଗ୍ 29କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଆରେ ରବିବାର ସକାଳୁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ପାଇଲଟ୍ ଜଣକ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲେଇଯାଇଥିବା ବେଳେ ଭାରତୀୟ ନୌସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଢେଇ ସହିତ ପିଟିହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଗୋଆ ବିଧାନସଭାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୋଆ ବିମାନବନ୍ଦରରେ ଅବତରଣ କରୁଥିବା 10ଟି ବିମାନ ମଧ୍ୟରୁ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥାଏ ।
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲରେ ଜମିବାଡି ବିବାଦକୁ କେନ୍ଦ୍ରକରି କକା ଓ ପୁତୁରାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି 3 ଜଣ ଆହତ ହୋଇଛନ୍ତି । ଜମିବାଡି ବିବାଦକୁ ନେଇ ରେଢାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ରବିବାର ସକାଳ 9ଟା ସମୟରେ ଏହି ଘଟଣା ଘଟିଛି । ଉଲ୍ଳେଖଯୋଗ୍ୟ ଯେ, ପୋଡାବଲଣ୍ଡା ଗ୍ରାମର ମୁରଲୀ ବେହେରା (48) ଏବଂ ତାଙ୍କ ପୁଅ ହରେଶ ବେହେରା (18) ନିଜ ଘର ବାହାରେ ସିମେଣ୍ଟ କାନ୍ଥ ଦେବା ପାଇଁ ଡିହ ଖୋଳୁଥିବା ସମୟରେ ପଡୋଶୀ ବିକାଶ ଚନ୍ଦ୍ର ବେହେରାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ପରସ୍ପର ଉପରକୁ ଆକ୍ରମଣ କରିଥିଲେ । ଉଭୟ ପକ୍ଷ ପରସ୍ପରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଆହତ ମୁରଲୀ ବେହେରାଙ୍କୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବିକାଶ ବେହେରାଙ୍କୁ ବୁର୍ଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଆକ୍ରମଣ ଘଟଣାକୁ…
ନୂଆଦିଲ୍ଲୀ : ବ୍ରହ୍ମାଣ୍ଡ ସୁନ୍ଦରୀ 2020ରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ଆଡଲିନେ କାସେଲିନୋ । ମିସ୍ ଡିଭା ୟୁନିଭର୍ସ 2020ରେ ବିଜୟୀ ହେବା ସହିତ କାସେଲିନୋ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ଶନିବାର ଅନୁଷ୍ଠିତ ପ୍ରତିଯୋଗିତାରେ ଉଡୁପୀର କସେଲିନୋ ବିଜୟୀ ହୋଇଥିବା ବେଳେ ବର୍ତ୍ତିକା ସିଂ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ଜବଲପୁରର ଅବ୍ରିତି ଚୌଧୁରୀ ମିସ୍ ୟୁନିଭର୍ସ ସୁପର ନ୍ୟାଚୁରାଲ୍ ଘୋଷଣା କରାଯାଇଥିବା ବେଳେ ପୁନେର ନେହା ଜୟସ୍ବାଲ ଦ୍ବିତୀୟ ରନର୍ ଅପ୍ ହୋଇଥିଲେ । ଉଭୟଙ୍କୁ ଯଥାକ୍ରମେ ଶେଫାଳୀ ସୁଦ୍ ଏବଂ ରୋଶନୀ ସିଓରାନ୍ ମୁକୁଟ ପିନ୍ଧାଇଥିଲେ । ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବା କାସେଲିନୋଙ୍କୁ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତ ଶୁଭେଚ୍ଛା ଜଣାଇଛନ୍ତି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭୋଜିଭାତ ଋତୁରେ ବ୍ରହ୍ମପୁର ମହାନଗରରେ କଲ୍ୟାଣ ମଣ୍ଡପଗୁଡ଼ିକର ବ୍ୟବସାୟିକ ଋତୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ସହରର ପ୍ରତି ଗଳିକନ୍ଦିରେ ଛତୁ ଫୁଟିଲା ପରି ଖୋଲା ହୋଇଛି ବିବାହ ମଣ୍ଡପ କଲ୍ୟାଣ ମଣ୍ଡପ। ମାତ୍ରାଧିକ କଲ୍ୟାଣ ମଣ୍ଡପର ସାଜସଜ୍ଜା ଅତି ଚମତ୍କାର ଓ ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ ନେଇ ବେପାରୀମାନେ ଖୁସୀ । କିନ୍ତୁ ଏଇ ଅନୁଷ୍ଠାନ ଗୁଡ଼ିକ ଅନୁଶାସନ ସହ କେତେଦୂର ନିଜକୁ ଯୋଡ଼ିଛନ୍ତି ଏହାକୁ ନେଇ ଉଠିଛି ପ୍ରଶ୍ନ । କାରଣ ଏହି ଅନୁଷ୍ଠାନ ଗୁଡ଼ିକରେ ସରକାରୀ ବ୍ୟବସ୍ଥାକୁ ପାଳନ କରିବା ନେଇ କୌଣସି ସ୍ପଷ୍ଟ ସୂଚନା ଫଳକ କେଉଁଠି ଝୁଲିବାର ଦୃଷ୍ଟାନ୍ତ ନାହିଁ । ସହରର ମାଳମାଳ କଲ୍ୟାଣ ମଣ୍ଡପର ପରିବେଶକୁ ନେଇ ବିଡ଼ିଏର ତନଖି କରିବାର ଦୃଷ୍ଟାନ୍ତ ନାହିଁ । ବିଭିନ୍ନ ଦିଗରୁ ବିଚାର କରିଲେ କଲ୍ୟାଣ ମଣ୍ଡପଗୁଡ଼ିକର ସମସ୍ତ ନିୟମକାନୁନ୍କୁ ଜଳାଞ୍ଜଳି ଦେଇ ବାର୍ଷିକ ଲକ୍ଷଲକ୍ଷ ଟଙ୍କାର…
ନୂଆଦିଲ୍ଲୀ : ଏସିଆନ୍ ରେସ୍ଲିଂ ଚାମ୍ପିୟନ୍ସିପ୍ରେ ଭାରତୀୟ ରେସ୍ଲର୍ ରବି ଦାହିୟା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 57 କିଗ୍ରା ବର୍ଗରେ ଦାହିୟା ତାଜାକିସ୍ତାନର ହିକମାତୁଲ୍ଲୋ ବୋହିଦୋଭଙ୍କୁ 10-0ରେ ପରାସ୍ତ କରି ବିଜୟୀ ହୋଇଥିଲେ । ରବିବାର ଅନୁଷ୍ଠିତ ଫାଇନାଲରେ ଉଭୟ ଖେଳାଳି ସମାନ ପଏଣ୍ଟ ହାସଲ କରିଥିବା ବେଳେ ଟେକ୍ନିକାଲ ସୁପିରିଅରିଟୀରେ ଦାହିୟା ବିଜୟୀ ହୋଇଥିଲେ । ଦାହିୟାଙ୍କ ବ୍ୟତିତ ଅନ୍ୟ 4 ଜଣ ଭାରତୀୟ ଖେଳାଳି ରୌପ୍ୟ ପଦକ ହାସଲ କରିଛନ୍ତି । ବଜରଙ୍ଗ ପୁନିଆ (65 କିଗ୍ରା), ଗୌରବ ବଲିୟାଁ (79 କିଗ୍ରା) ଏବଂ ସତ୍ୟବ୍ରତ କାଡିୟାନ୍(90 କିଗ୍ରା) ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ କଡା ପରାଜୟ ପରେ ଅଧ୍ୟକ୍ଷ ପଦରୁ ରାହୁଲ୍ ଗାନ୍ଧି ଇସ୍ତଫା ଦେଇଥିଲେ। ଏହା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବ ନେଇଛନ୍ତି ସୋନିଆ ଗାନ୍ଧି। ତେବେ ଦଳର ଅଧ୍ୟକ୍ଷ ନେଇ ଏବେବି ଦଳ ଭିତରେ ଚାଲିଛି ସଂଶୟ। କଂଗ୍ରେସ ଦଳ ପାଇଁ ନୂତନ ଅଧ୍ୟକ୍ଷକୁ ନେଇ ରହିଥିବା ଅନିଶ୍ଚିତତା ପରିସ୍ଥିତି ଯେତିକି ଜଟିଳ ନାହିଁ, ତାଠୁ ଅଧିକ ହେଉଛି ଦଳର ବିଭିନ୍ନ ବିଭାଗ ତଥା ପ୍ରକୋଷ୍ଠରେ ଥିବା ଦୀର୍ଘ ସମୟ ଧରି ମୁଖ୍ୟଙ୍କୁ ଅପେକ୍ଷା କରିବା । ଏହା ସହିତ କିଛି ବିଭାଗ ଓ ସେଲର ନିଷ୍କ୍ରିୟିତାକୁ ନେଇ ଏବେ ଦଳ ଦୋଦୁଲ୍ୟମାନ ସ୍ଥିତିରେ। ତେବେ ଦଳ ତରଫରୁ ସଙ୍ଗଠନରେ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲୁ ରହିଥିବାବେଳେ ଆଗାମୀ ସମୟରେ ଦଳର ବିଭିନ୍ନ ବିଭାଗ ଓ ସେଲରେ ରହିଥିବା ଖାଲି ପଦବୀଗୁଡ଼ିକ ପୂରଣ କରାଯିବ ବୋଲି କୁହାଯାଉଛି । ଦଳ ତରଫରୁ 20ଟି…
ଓ୍ବେଲିଂଟନ୍ : ଓ୍ବେଲିଙ୍ଗଟନ୍ର ବେସିନ୍ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଇନିଂସ ପରି ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବାରୁ ଦଳ 39 ରନ୍ ପଛରେ ରହିଛି । ଭାରତ ମାତ୍ର 165 ରନ୍ରେ ଅଲ୍ଆଉଟ୍ ହେବା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ 348 ରନ୍ ସଂଗ୍ରହ କରିଥିଲା । କେନ୍ ଓ୍ବିଲିୟମ୍ସନ୍ଙ୍କ 89ଙ୍କ ବ୍ୟତିତ ନିମ୍ନକ୍ରମରେ କାଇଲ୍ ଜାମିସାନେ (44) ଏବଂ ଟ୍ରେଣ୍ଟ ବୋଲ୍ଟ (38) ରନ୍ ସଂଗ୍ରହ କରିବାରୁ ନ୍ୟୁଜିଲ୍ୟାଣ୍ଡ 183 ରନ୍ର ଅଗ୍ରଣୀ ହାସଲ କରିଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ 5ଟି ଓ୍ବିକେଟ ଅକ୍ତିଆର କରିଥିଲେ । 183 ରନ୍ରେ ପଛୁଆ ରହିଥିବା ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା 144/4ରେ ପହଞ୍ଚିଛି । ଭାରତ ପକ୍ଷରୁ ଓପ୍ନର ପୃଥ୍ବୀ ଶ(14) ପୁନର୍ବାର ବିଫଳ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ (58)…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବ୍ରହ୍ମପୁରର ପୋଲସରାରେ ଘଟିଥିବା ଶିଶୁ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ପ୍ରତ୍ୟେକ ଶିଶୁଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ପୋଲସରା ଥାନା ଖରିଛଟା ଗାଁରେ ଏକ ପାଳଗଦାରେ ନିଆଁ ଲାଗି 4 ଶିଶୁ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତିନି ଜଣ ଶିଶୁଙ୍କ ପ୍ରାଣହାନି ଘଟିଥିଲା । ତିନି ମୃତକଙ୍କ ନାମ ସାଇରାମ ଜାନି, ଦୀପକ ଗୌଡ଼ ଓ ଇତିଶ୍ରୀ ଜାନି ।
ମଧ୍ୟପ୍ରଦେଶ : ଏବେ ଅନ୍ଲାଇନ୍ରେ ପାଇପାରିବେ ବିଦେଶୀ ମଦ। ମଧ୍ୟପ୍ରଦେଶ ସରକାର ଚଳିତ ଅବକାରୀ ନୀତିକୁ ନବୀକରଣ କରିଛନ୍ତି। ଏହି ଆଧାରରେ ରାଜ୍ୟରେ ନୂତନ ମଦ ଦୋକାନ ଖୋଲା ଯାଇପାରିବ ନାହିଁ କିନ୍ତୁ ବିଦେଶୀ ମଦକୁ ଅନଲାଇନ୍ କ୍ରୟ କରାଯାଇପାରିବ। ଏହି ନୀତିରେ ଭାରତୀୟ ମଦ ସାମିଲ୍ ହୋଇନାହିଁ। ଏହା ବ୍ୟତୀତ ମଦର ଅବୈଧ ବିକ୍ରି ପାଇଁ ପ୍ରତ୍ୟେକ ମଦ ବୋତଲ ଉପରେ ବାର୍ କୋଡ୍ ଲଗାଯିବାର ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଅଙ୍ଗୁରରୁ ପ୍ରସ୍ତୁତ ଓ୍ବାଇନ୍ର ପ୍ରସାର ପାଇଁ ପର୍ଯ୍ୟଟନ ସ୍ଥଳଗୁଡିକରେ 15ଟି ନୂତନ ଓ୍ବାଇନ୍ ଶାଖା ଖୋଲା ହେବ। ଶନିବାର ଦିନ ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ, ରାଜ୍ୟର ରାଜସ୍ବ ବଢାଇବା ପାଇଁ ସମସ୍ତ 2,544 ଦେଶ ମଦ ଦୋକାନ ଓ ରାଜ୍ୟରେ ସଞ୍ଚାଳିତ 1,061 ବିଦେଶୀ ମଦ ଦୋକାନକୁ ପିଛିଲା ବର୍ଷରୁ ବାର୍ଷିକ ଶୁଳ୍କରେ 25 ପ୍ରତିଶତ ବୃଦ୍ଧି ସହିତ ଚଲାଇବାର ଯୋଜନା କରାଯାଇଛି । ପୂର୍ବରୁ…
ଚେନ୍ନାଇ : ବିଜେପିରେ ଯୋଗ ଦେଇଛନ୍ତି ଚନ୍ଦନ ଦସ୍ୟୁ ବୀରାପ୍ପାନଙ୍କ ଝିଅ । ଚନ୍ଦନ ଦସ୍ୟୁ ବୀରାପ୍ପାନଙ୍କ ଝିଅ ବିଦ୍ୟା ରାଣୀ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ତାମିଲନାଡୁର କ୍ରିଷ୍ଣାଗିରିରେ ବିଜେପିର ବରିଷ୍ଠ ନେତା ମୁରଲୀଧର ରାଓ ଏବଂ ପନ୍ ରାଧାକ୍ରିଷ୍ଣନ୍ଙ୍କ ଉପସ୍ଥିତିରେ ବିଦ୍ୟା ବିଜେପିରେ ଯୋଗ ଦେଇଛନ୍ତି । ବିଦ୍ୟାଙ୍କ ସମେତ ଏକ ହଜାରରୁ ଅଧିକ ବ୍ୟକ୍ତି ଦଳରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରକୀ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାରାଣୀ ପ୍ରକାଶ କରିଛନ୍ତି । ବିଗତ ଏକ ବର୍ଷ ଧରି ବିଦ୍ୟାରାଣୀ ଟ୍ୟୁସନ୍ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ପନ୍ ରାଧାକ୍ରିଷ୍ଣାଙ୍କଙ୍କ ଅନୁରୋଧରେ ବିଦ୍ୟା ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ବିଦ୍ୟାଙ୍କୁ ଦଳରେ କୌଣସି ପଦବୀ ପ୍ରଦାନ କରାଯାଇ ନାହିଁ ବୋଲି ବିଜେପି…
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଏବେ ବିଜେପି ବିଧାୟକ ଦଳ ନେତା ଚୟନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପି ବିଧାୟକ ଦଳର ନେତା କିଏ ହେବ ନେଇ ଏବେ ଚାଲିଛି ବିଚାର ବିମର୍ଶ। ସେହିପରି ବିଧାନସଭାରେ ବିରୋଧୀ ନେତା ଚୟନ ନେଇ ମଧ୍ୟ ବିଚାର ଚାଲିଛି। ମଙ୍ଗଳବାର ଦିନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ସରୋଜ ପାଣ୍ଡେଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରି ବିଧାୟକ ଦଳ ନେତା ଚୟନର ଦାୟିତ୍ବ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର 8ଟି ଆସନ ମିଳିଛି। ଏବେ ଏହି ଆଠଟି ଆସନରୁ ଜଣକୁ ବିଧାୟକ ନେତା ଚୟନ କରିବାକୁ ପଡିବ। ତେବେ ମିଳିଥିବା ସୂଚନା ଅନୁସାରେ ବିଜେପି ବିଧାୟକ ନେତା ନେଇ ତିନୋଟି ନାମକୁ ନେଇ ଏବେ ବେଶ୍ ଚର୍ଚ୍ଚା ରହିଛି । ତିନିଜଣଙ୍କ ମଧ୍ୟରେ ରହିଛନ୍ତି ବିଜେନ୍ଦ୍ର ଗୁପ୍ତା, ରାମବୀର ସିଂହ ବିଧୁଡି ଓ ମୋହନ…