ନୂଆଦିଲ୍ଲୀ : ଆଜି ସାଧାରଣ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ବଜେଟ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏକ ଟୁଇଟ୍ କରିଛନ୍ତି । ଏହି ଟୁଇଟ୍ ଜରିଆରେ ଗୋଟିଏ ପକ୍ଷରେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଥିବାବେଳେ ଅନ୍ୟ ପକ୍ଷରେ କହିଛନ୍ତି ଯେ, ଦିଲ୍ଲୀ ହିତ ରକ୍ଷା କରିବା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଆଶା କରୁଛି । ଅରବିନ୍ଦ କେଜ୍ରୀଓ୍ବାଲ ଟୁଇଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାର ବଜେଟ୍ରେ ଦିଲ୍ଲୀର ହିତ ଉଦ୍ଦେଶ୍ୟରେ ବଜେଟ୍ରେ କିଛି ବିଶେଷ କରିବେ ବୋଲି ଦିଲ୍ଲୀବାସୀ ଆଶା କରିଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ଚଳିତ ବଜେଟ୍ରେ ଦିଲ୍ଲୀକୁ ଅଧିକ କିଛି ମିଳିବ ବୋଲି ଆଶା କରାଯାଇଛି। ବଜେଟ୍ରୁ ଜଣାପଡିବ ଯେ ବିଜେପି ଦିଲ୍ଲୀବାସୀଙ୍କ ପାଇଁ ସତରେ କେତେ ଯତ୍ନଶୀଳ । ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଦିଲ୍ଲୀ…
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର : ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା କାର୍ଯ୍ୟାଳୟରେ ଇ-ଅଫିସର ଶୁଭଉଦ୍ଘାଟନ କରିଥିଲେ । ଇ-ଅଫିସ ଶୁଭାରମ୍ଭ କରି ଏଣିକି ସମସ୍ତ ସରକାରୀ କାର୍ଯ୍ୟ ଇ-ଅଫିସ୍ ମାଧ୍ୟମରେ କରାଯିବ ବୋଲି କହିଥିଲେ। ଏହା ଫଳରେ ସରକାରୀ କାର୍ଯ୍ୟରେ ସ୍ୱଛତା ରହିବା ସହିତ ବିନା କାଗଜରେ ଫାଇଲ କାର୍ଯ୍ୟ ସମ୍ପନ୍ନ ହୋଇପାରିବ । ଏହା ଦ୍ୱାରା ସମୟ ଅପଚୟ ହେବ ନାହିଁ। ସାରା ରାଜ୍ୟରେ ତୃତୀୟ ଜିଲ୍ଲା ଭାବେ ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି ଏହାକୁ 5ଟି କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଏନ୍ଆଇସି ବିଭୁ ପ୍ରସାଦ ମିଶ୍ର, ଜ୍ୟୋତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହି ଏହା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ ଶିବ ପ୍ରସାଦ ନାୟକ,…
ନୂଆଦିଲ୍ଲୀ, ଆଜି ସଂସଦରେ ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଘରେ ପୂଜା ଅର୍ଚ୍ଚନା କରିଛନ୍ତି। ସେ ପ୍ରଥମେ ଘରେ ପୂଜା କରିବା ପରେ ନିକଟରେ ଥିବା ହନୁମାନ ମନ୍ଦିରକୁ ମଧ୍ୟ ଯାଇଥିଲେ। ସେଠାରେ ସେ ଏକାକୀ ହନୁମାନଙ୍କ ସମ୍ମୁଖରେ ବସି ହନୁମାନ ଚାଳିସା ପାଠ କରିଥିଲେ। ଏହାପରେ ସେ କହିଛନ୍ତି ଯେ, ମୋଦୀ ସରକାର ହେଉଛନ୍ତି ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ବାସ। ସେହି ଅନୁସାରେ କାମ କରିବାର ହେଉଛି ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ସାଧନ ପାଇଁ ଭଗବାନଙ୍କ ଆଶୀର୍ବାଦ ଆବଶ୍ୟକ। ଏହାପରେ ଅନୁରାଗ ଅର୍ଥମନ୍ତ୍ରଳାୟ ଯାଇ ବଜେଟ ପ୍ରସ୍ତୁତି ଉପରେ କାମ ଆରମ୍ଭ କରିଥିଲେ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ମାଘ ସପ୍ତମୀ । ଆଜି ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତ ବୁଡ ପକାଇଛନ୍ତି । ସେହିପରି ଆଜିଠାରୁ ଖଣ୍ଡଗିରିଠାରେ ଆରମ୍ଭ ହେଉଛି କୁମ୍ଭମେଳା । ଏଥିପାଇଁ ଖଣ୍ଡଗିରି ପୀଠ ଚଳଚଞ୍ଚଳ ହୋଇଛି। କୁମ୍ଭମେଳା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏଥିସହ ଯଜ୍ଞକୁଣ୍ଡ ବି ପ୍ରସ୍ତୁତ ହୋଇ ସାରିଛି। ଚନ୍ଦ୍ରଭାଗାରେ ବୁଡ଼ ପକାଇ ବିଶ୍ୱ ଶାନ୍ତି ପାଇଁ ଯଜ୍ଞ କୁଣ୍ଡରେ ସାଧୁସନ୍ଥ ଆହୁତି ଦେବେ। ତେବେ ଖଣ୍ଡଗିରି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ଏଥର ୬ଟି ପେଣ୍ଡାଲରେ ୧୨ ଟି ଯାତ୍ରା ପାର୍ଟି ଦର୍ଶକଙ୍କୁ ମନୋରଞ୍ଜନ କରାଇବେ। ତେବେ ଚଳିତଥର ଯାତ୍ରା ପେଣ୍ଡାଲ୍ରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଗତ ଥର ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା । ସେହିପରି କୁମ୍ଭମେଳାକୁ ଆଖିଆଗରେ ରଖି ଭିଡ…
ନୂଆଦିଲ୍ଲୀ- ଆଉ ଅଳ୍ପ ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ଉପସ୍ଥାପନା କରିବେ। ତେବେ ତା ପୂର୍ବରୁ ନିର୍ମଳା ସକାଳୁ ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କର ବଜେଟ ବହିଖାତା ସହିତ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସଂସଦରେ ବଜେଟ ଉପସ୍ଥାପନା କରିବେ ବୋଲି ଜଣାଇଛନ୍ତି। ତାଙ୍କ ସହିତ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସହିତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ନିର୍ମଳା ଅର୍ଥ ମନ୍ତ୍ରଣାଳୟ ଆସି ବିଭାଗୀୟ ଅଧିକାରୀଙ୍କ ସହିତ ପୁଣି ଥରେ ଆଲୋଚନା କରି ସଂସଦ ଅଭିମୁଖେ ଯାତ୍ରା କରିଛନ୍ତି।
ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଭାରତୀୟ ଅର୍ଥନୀତିର ଅବସ୍ଥା ଶୋଚନୀୟ ଥିବାବେଳେ ଆଜିର ବଜେଟ୍ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜି ଦିନ 11ଟାରେ ସଂସଦରେ ବଜେଟ୍ ଉପସ୍ଥାପନ ହେବ । ସମ୍ପ୍ରତି ଦେଶର ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା ସମୟରେ ଦେଶର ମଧ୍ୟବିତ୍ତ ମାନେ ବେଶ୍ ପ୍ରଭାବିତ ହୋଇଥିବା ବେଳେ ବଜେଟ ପରେ ସେମାନଙ୍କ ପର୍ସରୁ ଟଙ୍କା ଖାଲି ହେବ ନା ନିୟନ୍ତ୍ରଣ ହେବ ନେଇ ମଧ୍ୟ ଅନେକଙ୍କ ଚିନ୍ତା ରହିଛି । ତେବେ ବଜେଟ୍ ପୂର୍ବରୁ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷ 2020-2021ରେ ଜିଡିପି ବିକାଶ ଦର 6ରୁ 6.5 ପ୍ରତିଶତ ରହିବା ନେଇ ସମ୍ଭାବନା ରହିଛି । ତେବେ ଚଳିତ ବଜେଟ୍ଟି ବିକାଶ କେନ୍ଦ୍ରିକ ହେବା ନେଇ ସମ୍ଭାବନା ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…
ନୂଆଦିଲ୍ଲୀ- ଆଉ ମାତ୍ର କିଛି ସମୟର ଅପେକ୍ଷା, ଅଳ୍ପ ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିବେ ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ। ତେବେ ଏଥରର ବଜେଟରେ କଣ ରହିଛି ତାହାକୁ ନେଇ ସାରା ଭାରତର ଲୋକ ଅପେକ୍ଷା କରି ରହିଛନ୍ତି। ମୁଖ୍ୟତଃ ଇନକମ ଟାକ୍ସ ସ୍ଲାବ କେତେ ରହୁଛି, ଏଥିରେ କିଛି ପରବର୍ତ୍ତନ ହେଉଛି କି ନାହିଁ ସେ ନେଇ ଅନେକ ଅପେକ୍ଷା କରି ରହିଛନ୍ତି। ସେହିପରି ସାଧାରଣ ସାମଗ୍ରୀର ମୂଲ୍ୟରେ କଣ ପରିବର୍ତ୍ତନ ହେବ ସେ ନେଇ ମଧ୍ୟ ସମସ୍ତଙ୍କର ଅପେକ୍ଷା ରହିଛି। ଆଜି ସକାଳୁ ଅର୍ଥମନ୍ତ୍ରୀ ସୀତାରମଣ ଏବଂ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଉଭୟ ଅର୍ଥମନ୍ତ୍ରଣାଳୟକୁ ଆସି ବର୍ତ୍ତମାନ ବଜେଟ ପାଇଁ ପ୍ରସ୍ତୁତି କରିଛନ୍ତି। ଆଉ କିଛି ସମୟ ପରେ ଉଭୟ ସଂସଦରେ ପହଁଚି ସାଧାରଣ ବଜେଟ ଉପସ୍ଥାପତି କରିବେ।
ସମୀକ୍ଷା ବ୍ୟୁରୋ ବାରିପଦା : ଜଣେ ମହିଳା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ ଶିଶୁ ପୁତ୍ର ଜନ୍ମ କରିଛନ୍ତି । ଏହି ଘଟଣାକୁ ନେଇ ଶନିବାର ସକାଳୁ ରଘୁନାଥ ମୁର୍ମୁ ମେଡିକାଲ ପରିସରରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କ ସଂପର୍କୀୟମାନେ ଡାକ୍ତରଖାନା ତରଫରୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପାଇକବସା ଗାଁର ବଜ୍ରତୁଣ୍ଡି ଗାଁର ସୁରେଖା ବେହେରା (୨୭) ନାମରେ ଜଣେ ମହିଳା ୪ ଦିନ ପୂର୍ବରୁ ରଘୁନାଥ ମୁର୍ମୁ ହସ୍ପିଟାଲକୁ ପ୍ରସୂତି ପାଇଁ ଆସିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ସେ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହା ପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ଉତ୍ତେଜନା…
କେଦାର ମିଶ୍ର ଦିଲ୍ଲୀ ନିର୍ବାଚନରେ “ଦେଶ କି ଗଦ୍ଦାରୋ କୋ, ଗୋଲି ମାରୋ ଶାଲୋ କୋ” ଭଳି ଜଘନ୍ୟ ସ୍ଲୋଗାନକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ବିଜେପି ପାଇଁ ଜାନୁଆରୀ ୩୦ ତାରିଖ ଐତିହାସିକ ଦିବସ ନିଶ୍ଚୟ। ୧୯୪୮ ଜାନୁଆରୀ ୩୦ ତାରିଖରେ ଏମିତି ଗୁଳି ମାରିବାର ଭାବନା ନେଇ ନାଥୁରାମ ଗଡସେ ନାମକ ଜଣେ ଯୁବକ ଭାରତର ଭାରତର ସର୍ବଶ୍ରେଷ୍ଠ ଜନନାୟକ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲା। ନାଥୁରାମ ଥିଲା ବୈଚାରିକ ଭାବରେ ଅନ୍ଧ ଓ ତା ମନ ଭିତରେ କେବଳ ଘୃଣାର ଭାବନା ଭାରି ରହିଥିଲା। ସେମିତି ୨୦୨୦ ଜାନୁଆରୀ ୩୦ ତାରିଖ ଦିନ ଆଉ ଜଣେ ଉନ୍ମାଦ ଯୁବକ କିଛି ପ୍ରତିବାଦକାରୀ ଯୁବକଙ୍କ ଉପରେ ଗୁଳି ଚଳାଇଥିଲା। ଦିଲ୍ଲୀ ପୁଲିସର ଉପସ୍ଥିତିରେ, ସୋସିଆଲ ମିଡିଆରେ ଖୋଲାଖୋଲି ଘୋଷଣା କରି ରାମଭକ୍ତ ନାମକ ଜଣେ ୧୭ ବର୍ଷର ଯୁବକ ପ୍ରତିବାଦକାରୀ ଜାମିଆ ମିଲିଆର ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ମାତ୍ର…
ଭୁବନେଶ୍ବର, ଆସନ୍ତାକାଲିଠାରୁ ଭୁବନେଶ୍ବରର ସୋଆ ଡିମଡ୍ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଉଛି ସୋଆ ଲିଟେରଚର ଫେଷ୍ଟିଭାଲ। ସୋଆ ଡିମଡ ବିଶ୍ବବିଦ୍ୟାଳୟରେ ଏହି ଉତ୍ସବ ଦୁଇଦିନ ଧରି ଚାଲିବ। ପ୍ରଥମ ଥର ପାଇଁ ଓଡିଆ ତଥା ଭାରତୀୟ ସାହିତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ସୋଆ ତରଫରୁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଏହି ଉତ୍ସବରେ ଓଡିଶା ତଥା ରାଜ୍ୟ ବାହାର ପ୍ରାୟ ଶହେ ସାହିତ୍ୟିକ ଯୋଗ ଦେଉଛନ୍ତି। ଏଥିରେ ଭାରତୀୟ ସାହିତ୍ୟ, ଓଡିଆ ସାହିତ୍ୟ, ଚଳଚିତ୍ରରେ ସାହିତ୍ୟ ଏବଂ କବିତା ପାଠ ଉତ୍ସବ ଆୟୋଜିତ ହେବ। ଏହି ଦୁଇଦିନ ମଧ୍ୟରେ ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ 26ଟି ଆଲୋଚନା ଚକ୍ର ଏବଂ ସାକ୍ଷାତକାର କାର୍ଯ୍ୟକ୍ରମ ରଖାଯାଇଛି। ଉଦଘାଟନ ଉତ୍ସବରେ ଡ. ସୀତାଶୁଂ ୟାଶଚନ୍ଦ୍ରା, ଡ ପ୍ରତିଭା ରାୟ, ଡ ବାସଦେବ ମୋହୀ, ଡ. ଧନେଶ୍ବର ମୁଲାୟ, ପ୍ରଫେସର ଆର.କେ ଚୌହାନ ଏବଂ ଗାୟତ୍ରୀବାଳା ପଣ୍ଡା। ଏହି କାର୍ଯ୍ୟକ୍ରମର ସୋଆର ପ୍ରତିଷ୍ଠାତା ମନୋରଂଜନ ନାୟକ…
ମୁମ୍ବାଇ : ଭାରତରେ ଓଟିଟିଚ ପ୍ଲାଟଫର୍ମର ବର୍ଦ୍ଧିତ ଲୋକପ୍ରିୟତା କାରଣରୁ ବିଭିନ୍ନ ବଲିଉଡ କଳାକାର ଓ୍ବେବ୍ ସିରିଜ୍ରେ ନଜର ଆସୁଥିବା ବେଳେ ସୋନାକ୍ଷୀ ସିହ୍ନା ମଧ୍ୟ ଓ୍ବେବ୍ ସିରିଜ୍ ପଦାର୍ପଣ କରିବାକୁ ଯାଉଛନ୍ତି । ଏହା ସହିତ ନିର୍ଦ୍ଦେଶିକା ରୀମା କାଗତି ମଧ୍ୟ ନିଜର ଓଟିଟି ପଦାର୍ପଣ କରିବାକୁ ଯାଉଛନ୍ତି । ରୀମା ଏହି ଓ୍ବେବ୍ ସିରିଜ୍ର ନିର୍ଦ୍ଦେଶନା ଦେବା ସହିତ କାହାଣୀ ମଧ୍ୟ ଲେଖିଛନ୍ତି । ଫଲେନ୍ ନାମକ ଏହି ଓ୍ବେବ୍ ସିରିଜ୍ 1972ର ଭାରତ ପାକିସ୍ତାନ ଯୁଦ୍ଧ ଉପରେ ପର୍ଯ୍ୟବେସିତ । ଏହି ସିରିଜ୍ରେ ବିଜୟ ବର୍ମା ଏବଂ ଗୁଲଶନ ଦେବୈୟା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଓ୍ବେବ୍ ସିରିଜ୍ ବ୍ୟତିତ ସୋନାକ୍ଷୀ ଭୁଜ୍ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ନଜର ଆସିବାକୁ ଯାଉଛନ୍ତି ।
ନୂଆଦିଲ୍ଲୀ : ଜାମିଆ ଗୁଳିଚାଳନାକାରୀ ଅଭିଯୁକ୍ତକୁ 14 ଦିନିଆ ପୋଲିସ୍ ରିମାଣ୍ଡରେ ପଠାଯାଇଛି । 14 ଦିନିଆ ରିମାଣ୍ଡରେ ପଠାଯାଇଥିବା ବେଳେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତର ଅସ୍ଥିମଜ୍ଜା ପରୀକ୍ଷଣ ପାଇଁ ଆବେଦନ କରାଯାଇଛି । ଉତ୍ତର ପଦେଶର ଜେଓ୍ବାରରେ ଅଭିଯୁକ୍ତଙ୍କ ସ୍କୁଲ ପକ୍ଷରୁ ସେ ନାବାଳକ ଥିବା ନେଇ ସୂଚନା ଦିଆଯାଇଛି । ନାବାଳକର ସ୍କୁଲ ପକ୍ଷରୁ ତାଙ୍କର ଜନ୍ମତାରିଖ 8 ଏପ୍ରିଲ 2002 ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲେ ।
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ଉପଖଣ୍ଡରେ ରହିଥିବା ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରିବାକୁ ପଡିଛି । ଏହା ସହିତ ସ୍ଥାୟୀ ଶିକ୍ଷକ ନଥିବାରୁ ଅଭିଭାବକଙ୍କ ପକ୍ଷରୁ ବିଦ୍ୟାଳୟକୁ ତାଲା ମାରି ବନ୍ଦ କରି ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମାସର ଜାନୁୟାରୀ 27 ତାରିଖ ଦିନ ଅଭିଭାବକଙ୍କ ଧାରଣା ଏବଂ ବିଦ୍ୟାଳୟରେ ତାଲା ପରେ ବ୍ଲକ୍ ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ତିନି ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଘୋଷରାମାଳ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ସୁଦର୍ଶନ ରାଉଳଙ୍କୁ ତିନି ଦିନ ପଢାଇବା ପାଇଁ ନିଯୁକ୍ତ କରିଥିଲେ । ମାତ୍ର ଅଭିଭାବକଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇ ବିଦ୍ୟାଳୟରେ ତାଲା ପକାଯିବାରୁ ଶିକ୍ଷକ ଫେରିଯିବା ସହିତ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି ।
ସମୀକ୍ଷା ବ୍ୟୁରୋ ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ଗ୍ରାମପଞ୍ଚାୟତର ଭାପୁର(ବୃନ୍ଦାବନପୁର) ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ନାବାଳକଙ୍କ ଘର ସମ୍ମୁଖରେ ରହିଥିବା ନନ୍ଦ ପୋଖରୀରେ ଏହି ଅଘଟଣ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ସମୀର ରାଉତଙ୍କ ୧୦ ବର୍ଷର ନାବାଳକ ପୁତ୍ର ପୋଖରୀକୁ ହାତ ଧୋଇବାକୁ ଯାଇଥିବା ସମୟରେ ଅଚାନକ ଗୋଡ ଖସିଯିବାରୁ ବାଳକ ଜଣକ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ବାଳକଙ୍କୁ ଉଦ୍ଧାର କରିଥିଲେ । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପୀ ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ ଓଡିଶା ସରକାରଙ୍କ ପକ୍ଷରୁ ଷୋଡଶ ଧଉଳି-କଳିଙ୍ଗ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି । ପ୍ରତି ବର୍ଷ ଫେବ୍ରୁୟାରୀ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ଫେବୃୟାରୀ 7 ତାରିଖରୁ ଅନୁଷ୍ଠିତ ହେବ । ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବେ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରା ଯିବ । ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର…
ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀର ଜାମିଆ ମାଲିଆ ବିଶ୍ବ ବିଦ୍ୟାଳୟରେ ଘଟି ଯାଇଥିବା ଗୁଳିକାଣ୍ଡ ପାଇଁ ବିଜେପିକୁ ଦାୟୀ କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଗତକାଲି ଘଟିଥିବା ଗୁଳିକାଣ୍ଡରେ ଜଣେ ଛାତ୍ର ଆହତ ହୋଇଥିବା ବେଳେ ଏହି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛନ୍ତି ଥରୁର୍ । ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇ କିଛି ବ୍ୟକ୍ତି ନିଜକୁ ଶକ୍ତିଶାଳୀ ବୋଲି ବିବେଚନା କରୁଛନ୍ତି ବୋଲି ଥିରୁଅନନ୍ତପୁରମ୍ ସାଂସଦ ପ୍ରକାଶ କରିଛନ୍ତି । ସରକାର ହିଂସା ଏବଂ ଘୃଣାର ରାଜନୀତି କରୁଛନ୍ତି ଏବଂ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥରୁର୍ ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣିଥରେ ନ୍ୟାୟ ବିଳମ୍ବିତ ହୋଇଛି । ଆସନ୍ତା କାଲି ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କୋର୍ଟ ଏହା ଉପରେ ରୋକ୍ ଲଗାଇଛନ୍ତି । ମାମଲାର ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆସନ୍ତା କାଲି ଫାଶୀ ନହେବା ସମ୍ଭାବନା ସ୍ପଷ୍ଟ ହୋଇଛି । ଦୁଇ ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ବାକି ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ରାଜକ୍ଷମା ପାଇଁ ଆବେଦନ କରିଛନ୍ତି । ତେଣୁ ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାର୍ଯ୍ୟ । ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ 3ଟି ଟିମ୍ ଅଚାନକ ପାଟକୁରା ଗସ୍ତ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍ ଯୋଗାଣ ଆଦିର ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି.ଏସ୍.କୁଟ୍ଟେ, ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ । ଏହି ବରିଷ୍ଠ ଅଧିକାରୀମାନେ ପ୍ରତି ପଞ୍ଚାୟତର ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିବାବେଳେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ସିଧାସଳଖ ଭେଟିଥିଲେ । ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହିତ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟଜଳ, ସଡକ ଯୋଗାଯୋଗ ଓ ବିଦ୍ୟୁତ୍ସେବା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପାଟକୁରା ନିର୍ବାଚନମଣ୍ଡଳୀର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପାଟକୁରାର ସାନ ଅଢଙ୍ଗରେ ରହିଥିବା ଏକ ବେଆଇନ୍ ମଦ ଦୋକାନକୁ ସିଲ୍ କରାଯାଇଛି । ସାନ ଅଢଙ୍ଗ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯିବା ପରେ ଆଇପିଏସ୍ ଅଫିସର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟୀଙ୍କ ଦ୍ବାରା ମଦ ଦୋକାନକୁ ସିଲ୍ କରାଯାଇଥିଲା । ସ୍କୁଲ ନିକଟରେ ବେଆଇନ ଭାବରେ ଏହି ମଦ ଦୋକାନ ଖେଲାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା ।
ସମୀକ୍ଷା ବ୍ୟୁରୋ ଅର୍ଥନୈତିକ ସର୍ବେକ୍ଷଣରେ ଅନେକ କଥା ଥାଏ ଯାହାକି ସହଜରେ ସାଧାରଣ ଲୋକ ବୁଝି ପାରନ୍ତି ନାହିଁ। ଗତ କିଛି ବର୍ଷର ଅନୁଭବରୁ ଆମେ ଜାଣିଛୁ ଯେ ଅର୍ଥନୈତିକ ସର୍ବେକ୍ଷଣ କରୁଥିବା ଭବିଷ୍ୟବାଣୀ କେବେ ହେଲେ ଠିକ ହେଉନାହିଁ। ଗତବର୍ଷ ଅର୍ଥନୈତିକ ସର୍ବେକ୍ଷଣରେ ଦେଶର ଅଭିବୃଦ୍ଧି ହାର ୭% ରହିବ ବୋଲି ଆକଳନ କରାଯାଇଥିଲା। ତେବେ ବର୍ଷ ପୂରିଲା ବେଳକୁ ଏହା ୫% ଭିତରେ ହିଁ ରହିବ ବୋଲି ଜଣା ପଡୁଛି। ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣରୁ ଗୋଟିଏ ତଥ୍ୟର ଆଲୋଚନା ଆମେ କରୁଛୁ। ଚଳିତ ବର୍ଷ ବିଭିନ୍ନ ଜାତୀୟ ବ୍ୟାଙ୍କରେ ସାଧାରଣ କରଦାତାଙ୍କର ଅର୍ଥକୁ ସରକାର ପୁଞ୍ଜି ଭାବରେ ଖଟାଇଥିଲେ। ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ସାଧାରଣ କରଦାତାଙ୍କର ୪ ଲକ୍ଷ ୩୦ ହଜାର କୋଟି ଟଙ୍କା ବିଭିନ୍ନ ଜାତୀୟ ବ୍ୟାଙ୍କରେ ରହିଛି। ସରକାରୀ ସୂତ୍ର କହୁଛି ସରକାରୀ ବ୍ୟାଙ୍କରେ ରହିଥିବା ଟଙ୍କା ପିଛା ୨୩ ପଇସା କ୍ଷତି…