କେଦାର ମିଶ୍ର ଗତକାଲି ଲାଗୁଥିଲା, ମଧ୍ୟପ୍ରଦେଶର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବେ ବୋଲି ସ୍ପଷ୍ଟ ହେବା ପରେ ମଧ୍ୟପ୍ରଦେଶର କମଳନାଥ ସରକାର ଭାଙ୍ଗିପଡିବ। ହେଲେ ଆଜି ଖେଳର ନିୟମ ଅଲଗା ଲାଗୁଛି। ଆରମ୍ଭରୁ କମଳନାଥ ସରକାର ଭାଙ୍ଗିବା ଯେତେ ସହଜ ଜଣାପଡୁଥିଲା, ତାହା ଏବେ ଲୁହା ଚଣା ଚୋବାଇବା ଭଳି ଅବସ୍ଥାକୁ ଆସିଯାଇଛି। ଜ୍ୟୋତିରାଦିତ୍ୟଙ୍କ ସହିତ ୨୧ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ଇସ୍ତଫା ଦେବା ମାମଲାରେ ବାଚସ୍ପତିଙ୍କ ପାଖରେ ହାଜର ହେବା ଜରୁରୀ ବୋଲି ଆମେ କର୍ଣ୍ଣାଟକ ସଙ୍କଟ ସମୟରେ ଜାଣିଛୁ। ତେଣୁ ଫାକ୍ସ ମାଧ୍ୟମରେ ବିଧାୟକମାନେ ଦେଇଥିବା ଇସ୍ତଫାପତ୍ରର ବୈଧାନିକ ମୂଲ୍ୟ ବିଶେଷ ନାହିଁ। ଆଜି ଜ୍ୟୋତିରାଦିତ୍ୟ ବିଜେପିରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିବା ବେଳେ ତାଙ୍କ ସହିତ ଅନ୍ୟ କୌଣସି ବିଧାୟକ ଯୋଗ ଦେଇନାହାନ୍ତି। ଯେଉଁ ୨୧ ଜଣ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗ ଉଠୁଛି, ସେମାନେ…
Author: Samikhsya Bureau
ମୁମ୍ବାଇ : 70 ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ କଂଗ୍ରେସରୁ ବାଦ ଦିଆଯିବା ଉଚିତ୍ ବୋଲି ସଞ୍ଜୟ ନିରୂପମ ମତ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି ଭାବରେ ପୁନଃ ଅବସ୍ଥାପିତ କରାଯିବା ଉଚିତ୍ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନିରୂପମ ମତ ଦେଇଛନ୍ତି । ବରିଷ୍ଠ ନେତୃବୃନ୍ଦଙ୍କ ନେତୃତ୍ବରେ ଦଳ ଆଗକୁ ଯାଉନାହିଁ ତେଣୁ ବରିଷ୍ଠଙ୍କୁ ବାଦ ଦେଇ ରାହୁଲ ଏବଂ ଅନ୍ୟାନ୍ୟ ଯୁବ ନେତୃତ୍ବଙ୍କ ହାତରେ ଦଳର କମାଣ ଦେବାର ସମୟ ଆସିଯାଇଛି ବୋଲି ନିରୂପମ ମତ ଦେଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଘଟିଥିବା ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ନିଲମ୍ବିତ ଆପ୍ ବିଧାୟକ ତାହିର ହୁସେନ୍ ଏବଂ ପିଏଫ୍ଆଇ ବିରୋଧରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ଅଭିଯୋଗରେ ପୂର୍ବତନ ଆପ୍ କାଉନ୍ସିଲର ତାହିର ହୁସେନ୍ ଜେଲ୍ରେ ରହିଥିବା ବେଳେ ପିଏଫ୍ଆଇ ବିରୋଧରେ ସିଏଏ ହିଂସାକାଣ୍ଡକୁ ନେଇ ଏକ ମାମଲା ଦାୟର କରାଯାଇଛି । ଦିଲ୍ଲୀ ହିଂସାକାଣ୍ଡ ସହିତ ଅର୍ଥ ହେରଫେର (ପିଏମ୍ଏଲ୍ଏ) ଧାରା ଅନୁଯାୟୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ବୁଧବାର ଇଡି ପକ୍ଷରୁ ଉଭୟ ହୁସେନ୍ ଏବଂ ପିଏଫ୍ଆଇ ବିରୋଧରେ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡରେ 52 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବାର ଗୋଟିଏ ଦିନ ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ନଡ୍ଡା ବିଜେପି ମୁଖ୍ୟାଳୟରେ ଫୁଲତୋଡା ଦେଇ ସିନ୍ଧିଆଙ୍କୁ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜେପି ନଡ୍ଡାଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅନୀଲ ଜୈନ, ବିନୟ ସହସ୍ରବୁଦ୍ଧେ ଏବଂ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : କଂଗ୍ରେସର ବଡ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ଦିନ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେଉଛନ୍ତି। ସିନ୍ଧିଆ ବିଜେପିରେ ସାମିଲ୍ ହେବା ନେଇ କଂଗ୍ରେସରେ ହଲଚଲ୍ ହେବା ସହିତ ବିଜେପି ଶିବିରରେ ମଧ୍ୟ ଟିକେ ମତଭେଦ ସୃଷ୍ଟି ହୋଇଥିବାର ଖବର ଶୁଣିବାକୁ ମିଳିଛି। ମିଳିଥିବା ଖବର ଅନୁସାରେ ମଧ୍ୟପ୍ରଦେଶର ବିଜେପିର ବଡ ନେତା ପ୍ରଭାତ ଝା ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ରହିଛନ୍ତି। ଏହା ବିଷୟରେ ସେ ବିଜେପି ହାଇକମାଣ୍ଡଙ୍କୁ ମଧ୍ୟ ଜଣାଇଛନ୍ତି। ପ୍ରଭାତ ଝା ଭାରତୀୟ ଜନତା ପାର୍ଟିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଥିଲେ । କିନ୍ତୁ ଗତ କିଛି ଦିନ ଧରି ସେ ଦଳରେ ଅଣଦେଖା ରହିଛନ୍ତି। ଏହି କାରଣରୁ ଗତ କିଛି ଦିନ ଧରି ଏହି ସମ୍ପର୍କିତ ଖବର ଶୁଣିବାକୁ ମିଳିଥିଲା। ଗତ ଲୋକସଭା ନିର୍ବାଚନରେ ପ୍ରଭାତ ଝା ଦଳଠୁ ଅଲଗା ରାସ୍ତାରେ ପ୍ରଚାର ପ୍ରସାର କରୁଥିଲେ । ନିର୍ବାଚନ ପରେ ପ୍ରଭାତ ଝା ଟୁଇଟ୍…
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରାଜନୀତିରେ ନାଟକ ଥମିବାର ନାଁ ନେଉନାହିଁ । ଇସ୍ତଫା ଦେଇଥିବା 22 ବିଧାୟକଙ୍କ ମଧ୍ୟରୁ 13 ଜଣ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଜ୍ୟତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ଗତକାଲି 22 ଜଣ କଂଗ୍ରେସ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ । ଗୋଟିଏ ପଟେ ସିନ୍ଧିଆ ବିଜେପିରେ ଯୋଗ ଦେବାକୁ ଯାଉଥିବା ବେଳେ ଅନ୍ୟ ପଟରେ ଦିଗ୍ବିଜୟଙ୍କ ଏପରି ବୟାନକୁ ନେଇ ଅନିଶ୍ଚିତତା ଜାରି ରହିଛି । 22 ଜଣ ବିଧାୟକ ଇସ୍ତଫା ଦେଲେ କଂଗ୍ରେସ ସଂଖ୍ୟାଲଘୁରେ ପରିଣତ ହେବ । ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ ମଧ୍ୟପ୍ରଦେଶ ରାଜନୀତିରେ ଲାଗି ରହିଥିବା ଟ୍ବିଷ୍ଟ ଉପରୁ ପରଦା ଉଠିବ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନାକୁ ନେଇ ସବୁଠି ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ବିଧାନସଭାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ଏପରିକି କରୋନାକୁ କିଭଳି ପ୍ରତିହତ କରିହେବ ସେଥିପାଇଁ ଆଡଭାଇଜରି ମଧ୍ୟ ଜାରି କରାଯାଉଛି। ଏଭଳି ସ୍ଥିତିରେ ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଉପଦେଶାବଳୀ ଜାରି କରାଯାଇଛି । କରୋନା ପ୍ରତିଷେଧକ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବାୟୋମେଟ୍ରିକ୍ ଉପସ୍ଥାନ ବଦଳରେ ରେଜିଷ୍ଟର୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କୌଣସି ଅବ୍ୟବହୃତ ଜିନିଷକୁ ଏଣେତେଣେ ନ ଫୋପାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟାଳୟ ପରିଷ୍କାର ରଖିବା ସହ ଟେବୁଲ, କମ୍ପ୍ୟୁଟର, ଫୋନ୍ ଓ ଅନ୍ୟାନ୍ୟ ଉପକରଣକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କର୍ମଚାରୀମାନେ ନିୟମିତ ହାତକୁ ସାବୁନ୍ କିମ୍ବା ହ୍ୟାଣ୍ଡ ଓ୍ବାସ୍ରେ ସଫା କରିବାକୁ କୁହାଯାଇଛି। କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ…
ଇସଲାମାବାଦ : ପାକିସ୍ତାନରେ ଏକ ଲଢୁଆ ଏଫ୍ 16 ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଜଣେ ପାଇଲଟ୍ ପ୍ରାଣ ହରାଇଛନ୍ତି । ବୁଧବାର ପାକିସ୍ତାନର 23 ତମ ମାର୍ଚ୍ଚ ପରେଡ୍ ଅବସରରେ ଏହି ଦୁର୍ଘଟଣା ଘଟିଛି । ପାକିସ୍ତାନ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ନୋମାନ ଆକ୍ରମ ଏହି ଯୁଦ୍ଧ ବିମାନର ପାଇଲଟ୍ ରହିଥିଲେ । ଇସଲାମାବାଦରେ ଘଟିଥିବା ଦୁର୍ଘଟଣାରେ ପାଇଲଟ୍ ଜଣକ ଶହୀଦ ହୋଇଛନ୍ତି । ଓ୍ବିଙ୍ଗ କମାଣ୍ଡର ଆକ୍ରମ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ବିମାନ ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ଏକ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ବିଜେଡି ସଂସଦୀୟ ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଆଜି ବିଜେଡି ସାଂସଦ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କର 545 କୋଟି ଟଙ୍କା ଫସି ରହିଥିବା ନେଇ ଆଲୋଚନା କରିଛନ୍ତି। ଦେବାଳିଆ ସ୍ଥିତିରେ ୟେସ ବ୍ୟାଙ୍କ ଆସିବା ପରେ ମହାପ୍ରୁଭ ଜଗନ୍ନାଥଙ୍କ ଜମା ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାର ଏହାକୁ ନେଇ ତନାଘନା କରୁଥିବାବେଳେ ବିରୋଧୀ ସରକାରଙ୍କ ଉପରେ ବର୍ଷୁଛନ୍ତି। ଏହି ଅବସରରେ ରହିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅଚ୍ୟୁତ ସାମନ୍ତ ଓ ଅମର ପଟ୍ଟନାୟକ ଉପସ୍ଥିତ ରହିଥିଲେ।
କନ୍ଦର୍ପ ବେହେରା ରେଢାଖୋଲ: ଏକ ଅଜଣା ଗାଡ଼ି ଧକ୍କାରେ ଜନୈକ ଯୁବକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ରେଢାଖୋଲ ଥାନା ଲୁହାପଙ୍କ ଗ୍ରାମପଞ୍ଚାୟତର କୁସୁମେଖାଳ ଗ୍ରାମର ପଚିଶ ବର୍ଷୀୟ କଳ୍ପତରୁ ବେହେରା (କାଳିଆ) କୌଣସି ଏକ କାମରେ କିଶୋର ନଗର ଯାଇଥିଲେ। ସେଠାରୁ କାମ ସାରି ସନ୍ଧ୍ୟା 7ଟାରେ ଘରକୁ ଫେରୁଥିବାବେଳେ ଲୁହାପଙ୍କ ନିକଟସ୍ଥ ଜାତୀୟ ରାଜପଥ 55ର କୁଟାସିଂଙ୍ଗା ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଛି। ଘଟଣାସ୍ଥଳରେ କଳ୍ପତରୁଙ୍କ ମୃତ୍ୟୁ ହୋଇଯାଇଛି। ଗାଡି ଧକ୍କାରେ ଅନ୍ତଃବୁଜୁଳା ବାହାରି ପଡିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇ ତାଙ୍କର ମୃତ୍ୟୁ ଘଟିଛି। କୁଟାସିଙ୍ଗାର ମାହେଶ୍ବର ହୋଟେଲ ପାଖରେ ଏହି ଘଟଣାଟି ଘଟିଛି। ତେବେ କେଉଁଭଳି ସ୍ଥିତିରେ ଗାଡି ଧକ୍କା କରିଛି ସେ ସମ୍ପର୍କରେ ଜଣାପଡିନାହିଁ। ସେହିପରି ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଧକ୍କା ଦେଇଥିବା ଗାଡିକୁ ପୋଲିସ୍ ଧରିବାରେ ସକ୍ଷମ ହୋଇପାରିନାହିଁ।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଐତିହାସିକ ବାଣପୁର ପଞ୍ଚୁଦୋଳ ପାଇଁ ଠାକୁରଙ୍କ ପିଣ୍ଡି ପୂଜା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ନବନିର୍ବାଚିତ ପଞ୍ଚୁଦୋଳ କମିଟି ସଭାପତି ତଥା ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ଅନ୍ୟ ସଭ୍ୟ ସଭ୍ୟା ଓ ଭକ୍ତମାନେ ମା ଭଗବତୀଙ୍କ ଆଜ୍ଞାମାଳ ନେଇ ଢୋଲ, ବାଜା, ବାଣ, ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରରେ ମା ଭଗବତୀ ମନ୍ଦିରରୁ ବାହାରି ପଲଟନ ପଡିଆ ନିକଟସ୍ଥ ଶ୍ରୀ ଚରଣ ଚକାଦେବଙ୍କ ମନ୍ଦିରରେ ପହଂଚି ସେଠାରୁ ଆଜ୍ଞା ମାଳ ନେଇ ଛାୟା ମଣ୍ଡପରେ ପହଞ୍ଚିଥିଲେ। ଏହା ପରେ ପଞ୍ଚୁଦୋଳରେ ସାମିଲ ହେଉଥିବା ୮୨ ଠାକୁରଙ୍କ ଆଜ୍ଞାମାଳ ପହଞ୍ଚିଥିଲା ଛାୟାମଣ୍ଡପରେ। ରୀତିନୀତି ଅନୁଯାୟୀ ପୁରୋହିତ ମାନଙ୍କ ଦ୍ୱାରା ହୋମ ଯଜ୍ଞ କରାଯାଇ ହୋମ ବେଦୀ ଓ ଠାକୁର ବେଦୀ ପ୍ରତିଷ୍ଠା କରାଯାଇଥିଲା ଓ ୮୨ ପିଣ୍ଡି ପୂଜା କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ରହିଥିଲେ ପଞ୍ଚୁଦୋଳ କମିଟି ସଭାପତିଙ୍କ ସହ ଯୁଗ୍ମ…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ 22 ଜଣ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ଏବେ ଘୋର ସଂକଟରେ । ତେବେ କଂଗ୍ରେସ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ନେଇ ଦାବି ରଖିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତ୍ର ତଥା ଛିନ୍ଦଓ୍ବାଡ ସାଂସଦ ନକୁଲନାଥ କହିଛନ୍ତି ଯେ, ତାଙ୍କୁ ପୂରା ଭରସା ରହିଛି ମଧ୍ୟପ୍ରଦେଶ ସରକାର ସୁରକ୍ଷିତ ରହିଛି ଓ ରହିବ । ବିଧାୟକଙ୍କୁ ଧୋକ୍କା ଦେଇ ବେଙ୍ଗାଲୁରୁ ନିଆଯାଇଛି । ବିଧାୟକଙ୍କ ଇସ୍ତଫା ଏପର୍ଯ୍ୟନ୍ତ ମଞ୍ଜୁର ହୋଇନାହିଁ । ନକୁଲନାଥ କହିଛନ୍ତି ଯେ, ବିଧାନସଭାର ବାଚସ୍ପତି କହିଛନ୍ତି ଯେ, ଯେଉଁ ବିଧାୟକମାନେ ଇସ୍ତଫା ଦେବାକୁ ଚାହୁଁଛନ୍ତି ସେମାନେ ବ୍ୟକ୍ତିଗତ ଭାବେ ବିଧାନସଭାରେ ଇସ୍ତଫା ଦେବେ । କାଲି ବିଜେପି ନେତା ଆମ ବିଧାୟକଙ୍କ ଇସ୍ତଫା ପତ୍ର ନେଇ ବାଚସ୍ପତିଙ୍କ ପାଖରେ ପହଞ୍ଚିଥିଲେ । ଏହାତ ଏପରି ଲାଗୁଛି ଯେ, ପିଏମ୍ ନରେନ୍ଦ୍ର ମୋଦି ଓ…
ସମୀକ୍ଷା ବ୍ୟୁରୋ ବାଲେଶ୍ଵର : ବାଲେଶ୍ୱର ଜିଲ୍ଲା ଭୋଗରାଇ ସ୍ଥିତ ରଣସିଂହ ଗ୍ରାମରେ ବିଷାକ୍ତ ଚା’ ପିଇ 15 ଜଣ ଗୁରୁତର ହୋଇଛନ୍ତି। ରଣସିଂହପୁର ଗାଁରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ଏକ ବିବାହ କାର୍ଯ୍ୟକ୍ରମ ହେଉଥିଲା। ଗ୍ରାମବାସୀମାନେ ଭୋଜି ପ୍ରସ୍ତୁତିରେ ଯାଇଥିବାବେଳେ ସେମାନଙ୍କୁ ଚା’ ପ୍ରସ୍ତୁତ କରି ଦିଆଯାଇଥିଲା। ସେହି ଚା’ ପିଇବା ପରେ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ 7 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତରଙ୍କୁ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଚା’ ତିଆରି ବେଳେ ସେଥିରେ କୀଟନାଶକ ପଡିଥିବା ସନ୍ଦେହ କରାଯାଉଛି।
ଛତିଶଗଡ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ସଂକଟ ଘନେଇଥିବାବେଳେ ସରକାରକୁ କିଛି ବିପଦ ନାହିଁ ଓ ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କଂଗ୍ରେସ ନେତା। ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ, ଏବେ ଫ୍ଲୋର୍ ଟେଷ୍ଟ ହେବା ବାକି ଅଛି। ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆକୁ ନେଇ ବଘେଲ କହିଛନ୍ତି ଯେ, କିଛି ଲୋକ ଅଛନ୍ତି ଯେଉଁମାନେ ଲାଞ୍ଜ ଦବେଇ ଗର୍ଜନ କରି ଫେରିଯାଆନ୍ତି। ତେବେ କିଛି ତ ବାଧ୍ୟବାଧ୍ୟକତା ରହିଥିବ, ନହେଲେ ଏମିତି କିଏ ବି ଧୋକ୍କାବାଜ ହୁଅନ୍ତି ନାହିଁ। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି ଭୂପେଶ ବଘେଲ। ଏବେ କମଲନାଥଙ୍କ ଚାଲ୍ ବାକି ଅଛି। ବୁଧବାର ଦିନ ଭୂପେଶ ବଘେଲ ଛତିଶଗଡରୁ ଦିଲ୍ଲୀ ଯାଉଛନ୍ତି। ଏଠାରେ କଂଗ୍ରେସ ହାଇକମାଣ୍ଡଙ୍କ ସହିତ ସାକ୍ଷାତ କରିବେ। ରାଜ୍ୟସଭା ଟିକେଟ ପାଇଁ ମଧ୍ୟ ମନ୍ଥନ କରିବେ ବୋଲି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟସଭା ପାଇଁ ବିଜେଡିର ଚାରି ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ନାମାଙ୍କନ ଦାଖଲ କରୁଛନ୍ତି। ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ ନାମାଙ୍କନ କରୁଛନ୍ତି। 17ଟି ରାଜ୍ୟର 55ଟି ଆସନ ପାଇଁ ହେବ ନିର୍ବାଚନ। ଖାଲି ହେଉଥିବା 55ଟି ଆସନ ମଧ୍ୟରୁ ଓଡ଼ିଶାର 4ଟି ରାଜ୍ୟସଭା ଆସନ ରହିଛି। ମାର୍ଚ୍ଚ 13 ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ 26ରେ ନିର୍ବାଚନ ଓ ଫଳ ପ୍ରକାଶ ପାଇବ। 16 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମାର୍ଚ୍ଚ 18। ଏହାପରେ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ। ସକାଳ ୯ଟାରୁ ଅପରାହ୍ନଣ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ ହେବା। ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ। 17ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜିଠାରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭରୁ ଗୃହ ମୁଲତବୀ ହୋଇଛି । ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିଶୋକ ପ୍ରସ୍ତାବ ଆଗତ ପରେ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ । ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନେଇ ହୋହଲ୍ଲା ହୋଇଥିଲା । ଏହାପରେ ବାଚରସ୍ପତି 12ଟା 30 ଯାଏଁ ଗୃହ ଗୃହକୁ ମୁଲତବୀ କରିଛନ୍ତି ।
ବ୍ରିଟେନ୍ :ଚୀନ୍ରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଭୟଙ୍କର ଭାବରେ ଦୁନିଆର ଅନ୍ୟ ସମସ୍ତ ଦେଶକୁ କବଳିତ କରି ଚାଲିଛି। ଅନ୍ୟ ଦେଶଗୁଡିକରେ ମଧ୍ୟ କରୋନା ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଦୁନିଆର 100ରୁ ଉର୍ଦ୍ଧ୍ବ ଦେଶ ଏହି କରୋନା କବଳରେ କବଳିତ ହୋଇସାରିଲାଣି। ସାରା ବିଶ୍ବରେ ଏହି ଭୟଙ୍କର ରୋଗରେ 4000ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବ୍ରିଟେନ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ନଦୀନ୍ ଡାରିସ୍ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ବ୍ରିଟେନ୍ ସାଂସଦ ନଦୀନ୍ ଡରିସ୍ ଏହି ରୋଗରେ ସଂକ୍ରମିତ ହେବା ପରେ ନିଜକୁ ଅଲଗା ରଖିଛନ୍ତି। ବ୍ରିଟେନ୍ରେ ଏ ପର୍ଯ୍ୟନ୍ତ ଏହି ରୋଗରେ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 373ଜଣ ସଂକ୍ରମିତ ହୋଇଛନ୍ତି। (ଏଜେନ୍ସି)
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ 4ହଜାର 295 ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ 1ଲକ୍ଷ 19 ହଜାର 179 ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ରିପୋର୍ଟ ଅନୁସାରେ ଭାରତରେ 50ରୁ ଅଧିକ ଲୋକ କରୋନା ଶିକାର ହୋଇଛନ୍ତି। କରୋନା ପାଇଁ ଭାରତ ଭିସା କଟକଣା ଜାରି କରିଛି । ପୁଣି ତିନି ଦେଶର ନାଗରିକଙ୍କ ପାଇଁ ଭିସା ବାତିଲ୍ କରାଯାଇଛି । ଫ୍ରେଞ୍ଚ, ଜର୍ମାନ, ସ୍ପାନିଶ୍ ନାଗରିକଙ୍କ ଭିସା ବାତିଲ୍ କରିଛନ୍ତି ସରକାର । ମିଜୋରାମ ଓ ମଣିପୁରକୁ ଲାଗିଥିବା ମିଆଁମାର ଓ ବାଂଲାଦେଶ ସୀମା ସିଲ୍ କରାଯାଇଛି । କରୋନାର ସ୍ଥିତିକୁ ଦେଖି ବିଦେଶକୁ ଅନାବଶ୍ୟକ ଯାତ୍ରାରୁ ନିବୃତ୍ତ ରହିବାକୁ କୁହାଯାଇଛି । ଏଥି ସହ ଦକ୍ଷିଣ କୋରିଆ ଓ ଇଟାଲୀର ନାଗରିକଙ୍କ ପାଇଁ ଭାରତ ପ୍ରବେଶ ଲାଗି କୋଭିଡ-୧୯ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରି ଦିଆଯାଇଛି ।…
କେରଳ : ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଥିପାଇଁ ବେଶ୍ ସତର୍କତା ଅବଲମ୍ବନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେରଳରେକରୋନା ମୁକାବିଲା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ କଡା ନିର୍ଦ୍ଦେଶ ଦେଇଛନ୍ତି । କେରଳରେ ବିବାହ ଉତ୍ସବ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ମାର୍ଚ୍ଚ 31 ପର୍ଯ୍ୟନ୍ତ କେରଳରେ ସମସ୍ତ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଧର୍ମାନୁଷ୍ଠାନରେ ଉତ୍ସବ ପାଳନ ବେଳେ ଏକତ୍ରିତ ନ ହେବାକୁ ପରାମର୍ଶ ଦିଆଯାଇଛି । ସେହିପରି ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସିନେମା ହଲ୍ ବନ୍ଦ ରହିବ ବୋଲି କହିଛନ୍ତି କେରଳ ସରକାର । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପ୍ରଥମରୁ ସପ୍ତମ ଯାଏଁ ସବୁ ପରୀକ୍ଷା ବାତିଲ୍ କରାଯାଇଛି । କରୋନା ଆକ୍ରାନ୍ତ ତଥ୍ୟ ଲୁଚାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦିଆଯାଇଛି । କରୋନା ଆକ୍ରାନ୍ତ ନିଜର ଟ୍ରାଭେଲ୍ ନେଇ ତଥ୍ୟ ଲୁଚାଇଲେ ମାମଲା…
କେଦାର ମିଶ୍ର ବିଜେପିର ପ୍ରଚଣ୍ଡ କ୍ଷମତା ଓ ଧନବଳ ଆଗରେ କଂଗ୍ରେସ କୁଟାଖିଅ ପରି ଭାସି ଯାଉଛି। କୌଣସି ଆଦର୍ଶ ଓ କ୍ୟାଡର ଭିତ୍ତିକ ଭିତ୍ତିଭୂମି ନଥିବାରୁ କଂଗ୍ରେସ ନେତା ତଥା କର୍ମୀମାନେ ଯେତେବେଳେ ଯେଉଁଠି ସୁଯୋଗ ମିଳିଲା ସେ ଦଳରେ ଯୋଗ ଦେବାକୁ ପଛାଉନାହାନ୍ତି। ଏ କଥା ବିଜେପିରେ ସମ୍ଭବ ହେଉନି, କାରଣ ବିଜେପି ପଛରେ ସଂଘ ପରିବାରର ବିଚାର ରହିଛି। ସେ ବିଚାର ଯେତେ ବିଭାଜନକାରୀ ଓ ବିଷାକ୍ତ ହେଲେ ମଧ୍ୟ, କ୍ୟାଡର ନିର୍ମାଣରେ ସେ ସେଇ ବିଚାର ହିଁ ପ୍ରମୁଖ ଭୂମିକା ନେଉଛି। ଗୋଟେ ପଟେ ସଂଘର ଉଗ୍ର ହିନ୍ଦୁତ୍ଵ ଓ ଅପର ପକ୍ଷରେ କ୍ଷମତା ତଥା ଟଙ୍କା ବଳ, ଏହାର ମିଶ୍ରଣ ବିଜେପିକୁ ଅଜେୟ ଅବସ୍ଥାକୁ ନେଇ ଆସିଛି। ମୋଦୀ ସରକାର ବିରୋଧରେ ଯେତେ ଉଗ୍ର ଜନମତ ରହିଥିଲେ ମଧ୍ୟ ନିଜର କ୍ଷମତା ଓ ଅର୍ଥ ବଳରେ ଏହା ଗୋଟିଏ ପରେ ଗୋଟିଏ ନିର୍ବାଚିତ ବିରୋଧୀ…
ଗଂଜାମ, ଓଡିଶାର ପ୍ରସିଦ୍ଧ ଶକ୍ତି ପିଠ ମା ତାରାରାରେଣୀଙ୍କ ଚଇତି ପର୍ବ ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲାରେ ଅବସ୍ଥିତ ଏହି ପିଠରେ ଚୈତ୍ରମାସର ପ୍ରତି ମଙ୍ଗଳବାରରେ ଏହି ପର୍ବ ପାଳିତ ହୁଏ। ହଜାରହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ମଙ୍ଗଳବାର ଦିନ ବେଶ ଭିଡ କରିଥାନ୍ତି। ବିଶ୍ବାସ ରହିଛି ଛୁଆ ଜନ୍ମ ହେବା ପରେ ଏହି ଚୈତ୍ର ମାସ ମଙ୍ଗଳବାର ଦିନ ମାଙ୍କୁ ଦର୍ଶନ କରାଇଲେ ତାହାର ମଙ୍ଗଳ ହୁଏ। ସେଥିପାଇଁ ଭକ୍ତମାନେ ଛୁଆମାନଙ୍କୁ ଏହି ଦିନ ଆଣି ଦର୍ଶନ କରାଇଥାନ୍ତି। ତେବେ ଚଳିତ ବର୍ଷ ତାରାତାରେଣୀ ପିଠର ବିଶେଶତ୍ବ ହେଉଛି ଯେ, ଏଥର ମନ୍ଦିରକୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ମନ୍ଦିର ସାରା ଫୁଲରେ ମଣ୍ଡିତ କରାଯାଇଛି। ପୂର୍ବରୁ ଯେପରି ପୁରୀ ଶ୍ରୀମନ୍ଦିର ଏବଂ ଜାଗର ଦିନ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସଜାଯାଇଥିଲା ଠିକ୍ ସେହିପରି କରାଯାଇଛି। ଏଥିସହିତ ରଂଗୀନ ଆଲୋକମାଳାରେ ଏଥରର ମନ୍ଦିର ବେଶ୍ ଝଲସି ଉଠିଛି। ଭକ୍ତମାନେ…

