Author: Samikhsya Bureau

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ଆତଙ୍କକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାତ୍ର ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ସତର୍କ ସୂଚନାକୂ ନାପସନ୍ଦ କରିଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ଲୁଚାଇବା ପାଇଁ ଦେଶରେ କୋରୋନା ଭାଇରସ୍‌ର ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ମମତା ଅଭିଯୋଗ କରିଛନ୍ତି । ଦେଶର କିଛି ତଥାକଥିତ ଗଣମାଧ୍ୟମ ଏବଂ କେନ୍ଦ୍ର ସରକାର ଏପରି ମିଥ୍ୟା ପ୍ରଚାର କରୁଛନ୍ତି । ଦିଲ୍ଲୀ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତି କୋରୋନାରେ ନୁହେଁ ବରଂ ବିଜେପି କର୍ମୀଙ୍କ ଦ୍ବାରା ପ୍ରାଣ ହରାଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ସଦ୍ୟ ପ୍ରକାଶିତ ଟି 20 ରାଙ୍କିଙ୍ଗରେ ଏକନମ୍ବର ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି ଶେଫାଳି ବର୍ମା । ବୁଧବାର ଆଇସିସି ପକ୍ଷରୁ ପ୍ରକାଶକିତ ଟି 20 ରାଙ୍କିଙ୍ଗରେ ଶେଫାଳି ପ୍ରଥମ ସ୍ଥାନରେ ରହିଛନ୍ତି । ଚଳିତ ଟି 20 ବିଶ୍ବକପ୍‌ରେ ନିଜର ଚମତ୍କାର ପ୍ରଦର୍ଶନ କାରଣରୁ ଶେଫାଳିଙ୍କୁ ଏକ ନମ୍ବର ସ୍ଥାନ ମିଳିଛି । 16 ବର୍ଷୀୟ ଶେଫାଳି 18ଟି ଟି 20 ମ୍ୟାଚ୍‌ ଖେଳିଥିବା ବେଳେ 485 ରନ୍‌ ସଂଗ୍ରହ କରିଥିବା ବେଳେ 19ଟି ସ୍ଥାନ ଲମ୍ଫ ପ୍ରଦାନ କରିଛନ୍ତି । ଶେଫାଳି ଚଳିତ ଟି 20 ବିଶ୍ବକପ୍‌ରେ 4ଟି ମ୍ୟାଚ୍‌ରୁ 161 ଷ୍ଟ୍ରାଇକ୍‌ ରେଟ୍‌ରେ 161 ରନ୍‌ ସଂଗ୍ରହ କରିଛନ୍ତି । ଶେଫାଳିଙ୍କ ବ୍ୟତିତ ସ୍ମୃତି ମାନ୍ଧନା 4ର୍ଥରୁ ଷଷ୍ଠ ଏବଂ ଜେମିମା ରଡ୍ରିଗ୍‌ଜ ଷଷ୍ଠ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଖସିଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ ପୁନମ ଯାଦବ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି ।…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବିଗତ ଦୁଇ ଦିନ ହେବ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଯାଇଛି। ଗତକାଲି ବିଜ୍ଞାନ ବିଭାଗ ର ପରୀକ୍ଷା  ଆରମ୍ଭ ହୋଇଥିବାସ୍ଥଳେ ଆଜି କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହି ସମୟରେ ବାଣପୁର-ବାଲୁଗାଁ ଅଞ୍ଚଳର ପ୍ରତ୍ୟେକ କଲେଜ ସମ୍ମୁଖରେ ଗତ ଦୁଇଦିନ ହେଲା ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ଦ୍ୱାରା ଏହା ଅଧୀନରେ ଥିବା ସମସ୍ତ ୭ ଗୋଟି ଯୁକ୍ତ ଦୁଇ ଜୁନିଅର ମହାବିଦ୍ୟାଳୟ ଯଥା ଗୋଦାବରୀଶ ଜୁନିଅର ମହାବିଦ୍ୟାଳୟ,  ବାଣପୁର, ବାଲୁଗାଁ ଜୁନିଅର କଲେଜ, ବାଲୁଗାଁ, ନାଚୁଣୀ ଜୁନିଅର ମହାବିଦ୍ୟାଳୟ, ନାଚୁଣୀ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ, ବାଣପୁର, ପର୍ଶୁରାମ ଜୁନିଅର କଲେଜ, ଗମ୍ଭାରୀମୁଣ୍ଡା, ପି.ବି.ବି ଜୁନିଅର କଲେଜ, ଆଙ୍କୁଲା ଓ କାଳିଜାଇ ଜୁନିଅର କଲେଜ, ବାଲୁଗାଁ ରେ ପରୀକ୍ଷାର୍ଥୀ ମାନଙ୍କୁ ଅଭିନବ ଉପାୟରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶାର ଜିଏସ୍‌ଟି ଆୟରେ ଅଭିବୃଦ୍ଧି ଘଟିଛି । ମଙ୍ଗଳବାର ଓଡିଶା ଅର୍ଥବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍‌ଟି ଆୟରେ 11 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏପ୍ରିଲ୍‌ 2019ରୁ ଫେବୃୟାରୀ 2020 ମଧ୍ୟରେ ଏହି ଅର୍ଥ ଆଦାୟ କରାଯାଇଥିବା ଜଣାପଡିଛି । ପୂର୍ବବର୍ଷର ଜିଏସ୍‌ଟି ଆୟ 24325.79 କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷର ଆୟ 27044.79 କୋଟି ଟଙ୍କା ରହିଛି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଜିଏସ୍‌ଟି ଆୟରେ 11.18 ପ୍ରତିଶତର ଅଭିବୃଦ୍ଧି ଘଟିଛି ।

Read More

ମହାରାଷ୍ଟ୍ର : ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀ-ଏନ୍‌ସିଆରରେ ଏହି ମାମଲା ଆସିବା ପରେ କେନ୍ଦ୍ର ଓ ଦିଲ୍ଲୀ ସରକାର ଏବେ ପୂରା ଆକ୍ସନମୋଡକୁ ଆସିଛନ୍ତି। ଏହି ଭାଇରସ୍‌କୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ ବେଶ୍‌ ଭୟ କରୁଛନ୍ତି। କରୋନା ଭାଇରସ୍‌ କାରଣରୁ ଚଳିତ ହୋଲି ମିଳନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଥିବାବେଳେ ସାଂସଦମାନେ ମଧ୍ୟ ଏହାକୁ ନେଇ ବେଶ୍‌ ସତର୍କ ରହୁଥିବାର ଦେଖାଯାଇଛି। ମହାରାଷ୍ଟ୍ରର ଅମରାବତୀ ଆସନରୁ ନିର୍ବାଚିତ ହୋଇଥିବା ଏମ୍‌ପି ନବନୀତ ରାଣା ସଂସଦକୁ ମାସ୍କ୍‌ ପିନ୍ଧି ଆସିଛନ୍ତି। ସୂଚନାଯୋଗ୍ୟ, ଇତିମଧ୍ୟରେ ଦେଶରେ ୧୮ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ଇଟାଲୀରୁ ଆସିଥିବା ଲୋକ ରହିଛନ୍ତି। ସରକାରଙ୍କ ପକ୍ଷରୁ କରୋନା ନେଇ ସତର୍କତା ସୂଚନା ଜାରି ହୋଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର ସୂଚନା ଦେଇଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସହରରେ ବର୍ତ୍ତମାନ ମାଳ ମାଳ ଘରୋଇ କ୍ଳିନିକ୍ ଖୋଲୁଛି । ଡ଼ାକ୍ତରମାନଙ୍କ ବେପାରୁଆ ମନୋଭାବ ଏବଂ ଭିତ୍ତିଭୂମି ନଥିବା କ୍ଲିନିକ୍ ଯୋଗୁଁ ନିରୀହ ରୋଗୀମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଫେବୃୟାରୀ ୧୭ରେ ଲାଞ୍ଜିପଲ୍ଲି ଅଂଚଳର ଏଶ୍ୱର୍ଯ୍ୟ ସିଂଦେଓଙ୍କ ଗୁରୁଦେବ ହସ୍‌ପିଟାଲ୍‌ରେ ମୃତ୍ୟୁର ସଠିକ୍ ତଦନ୍ତ ସହ ସଂପୃକ୍ତ ଡ଼ାକ୍ତର ଏବଂ କ୍ଲିନିକ୍ ମାଲିକଙ୍କୁ ଗିରଫ ଦାବିରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଲାଞ୍ଜିପଲ୍ଲି ଅଂଚଳବାସୀ ଏବଂ ମୃତକଙ୍କ ପରିବାର ଲୋକ ପକ୍ଷରୁ ଡ଼ିଆଇଜି ଅଫିସରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ପୂର୍ବରୁ ଏନେଇ ଏକ ବିକ୍ଷୋଭ ପ୍ରଦର୍ଶନ କମାପଲ୍ଲୀ ଓଭରବ୍ରିଜ୍ ନିକଟରୁ ବାହାରି ଡ଼ିଆଇଜି କାର୍ଯ୍ୟାଳୟ ନିକଟକୁ ଯାଇଥିଲା। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କ ଆଦେଶନାମା ପ୍ରକାରେ ଜିଲ୍ଲା ଟାସ୍କ ଫୋର୍ସ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନେଇ ଗଠନ କରାଯାଇଛି । ଉକ୍ତ…

Read More

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ର ମାମଲା ସାମ୍ନାକୁ ଆସିବା ପରେ ସତର୍କତା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ଚଳିତ ହୋଲି ମିଳନ ସମାରୋହରେ ସାମିଲ୍‌ ହେବେ ନାହିଁ। କରେନା ଭାଇରସ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରିଛନ୍ତି । ‘ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ବହୁ ଲୋକ ଏକତ୍ରିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ମୋଦି। ଭିଡ ଜରିଆରେ ଏହି ଭାଇରସ୍‌ ବ୍ୟାପିବାର ପ୍ରବଳ ଆଶଙ୍କା ଥାଏ। କରୋନା ଭାଇରସ୍‌ରେ ଆତଙ୍କରେ ଚୀନ୍‌ ସମେତ 18ଟି ଦେଶରେ ସ୍ବାସ୍ଥ୍ୟ ସଂକଟ ବଢି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ହୋଲି ମିଳନ ସମାରୋହରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ପ୍ରତ୍ୟେକ ବର୍ଷ ହୋଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥା’ନ୍ତି। ଏହି ଅବସରରେ ସାଧାରଣ…

Read More

ପ୍ରୟାଗରାଜ : ପ୍ରୟାଗରାଜଠାରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି । ଜଣେ ଯୁବକ ଗୋଟିଏ ଝିଅ ନୁହେଁ ବରଂ ଦୁଇଟି ଝିଅଙ୍କୁ ବିବାହ କରିଛନ୍ତି । ଏହି ଅନନ୍ୟ ବିବାହର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ବେଶ୍‌ ଚର୍ଚ୍ଚାରେ ରହିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀ ଜଣକ ଯୁବକଙ୍କୁ ବିବାହ ନ କଲେ ବିଷ ଖାଇ ଦେବେ ବୋଲି ଧମକ ଦେଉଥିଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ଯୁବକ ଜଣକ ଯୁବତୀଙ୍କୁ ଚାପୁଡା ମାରିଥିଲେ । ଏହାପରେ ଯୁବତୀ ଜଣକ ଏହି କଥାକୁ ନେଇ ପୋଲିସ୍‌ରେ ଅଭିଯୋଗ କଲେ । ପୋଲିସ୍‌ ଯୁବକ ଜଣକୁ ଚାପୁଡା ମାରିବା ଅଭିଯୋଗରେ ଗିରଫ ମଧ୍ୟ କରିଥିଲା । ଯୁବକ ଜଣକ ନିଜ ଅଞ୍ଚଳରେ ଆଉ ଜଣେ ଯୁବତୀଙ୍କୁ ପୂର୍ବରୁ ପ୍ରେମ କରୁଥିଲେ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ କାଳିଆପଟଠାରେ ଗତକାଲି ଦ୍ୱିତୀୟ ବାର୍ଷିକ ମୁକ୍ତ ମଂଚ ନାଟକ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆୟୋଜକ ହାପିକ୍ଳବର ସଭାପତି ବାବସ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ବକ୍ତବ୍ୟ ପ୍ରଦାନ କରି କଳିଆପାଟ ଅଂଚଳ ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ହେଉଥିବା ଲବଣାସତ୍ୟାଗ୍ରହ ଆନ୍ଦୋଳନରେ ଅଂଚଳର ନେତୃତ୍ୱ ଗ୍ରହଣ କରିଥିବା ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ରାଜସ୍ୱ ବିଭାଗର ଅଧିକାରୀ ତ୍ରିଭୁବନ ଜୟସିଂହ ବକ୍ତବ୍ୟ ପ୍ରଦାନ କରି ସାହିତ୍ୟ, ସଂସ୍କୃତି, ଭାଇଚାର, ଏକତା ତଥା ପାରସ୍ପରିକ ସହଯୋଗର ପ୍ରାଣକେନ୍ଦ୍ର ଗାଁ ହୋଇଥିବାରୁ ସମସ୍ତେ ପୁଣି ଗାଁକୁ ଫେରିଯିବାକୁ ଆହ୍ୱାନ ଜଣାଇଥିଲେ। ସମ୍ପାଦକ ସବୀର କୁମାର ସାମଲ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ନନ୍ଦିନୀ ପଣ୍ଡା, ସମିତିସଭ୍ୟା ପୁଷ୍ପଲତା ବେହେରା, ଜିଲ୍ଲାପରିଷଦ ସଭ୍ୟା ସୁଶ୍ରୀ ପ୍ରିୟଦର୍ଶିନୀ, କଳ୍ପନା…

Read More

ଉତ୍ତରପ୍ରଦେଶ : ଦୁଷ୍କର୍ମ ପରି ଘଟଣା ଆମ ଦେଶରୁ ଥମିବାର ନାଁ ନେଉନାହିଁ । ଆଇନ କଡାକଡି ହେଲେ ମଧ୍ୟ ଅପରାଧୀମାନେ ଏଭଳି ପାପ କାର୍ଯ୍ୟରୁ ନିବୃତ୍ତ ରହୁନାହାନ୍ତି । ଆଜିର ସମୟରେ ନିଜ ପରିଚିତ ଲୋକଙ୍କ ପାଖରେ ମଧ୍ୟ ଝିଅଟିଏ ସୁରକ୍ଷିତ ରହୁଥିବାର ମନେ ହେଉନାହିଁ। ଉତ୍ତରପ୍ରଦେଶରେ ନିଜ ସମ୍ପର୍କୀୟମାନଙ୍କ ଦ୍ବାରା ଦୁଇ ନାବାଳିକା ଗଣଦୁଷ୍କର୍ମ ହୋଇଥିବାର ଖବର ମିଳିଛି । ଉତ୍ତରପ୍ରଦେଶର ମଉ ଜିଲ୍‌ଲାରେ ଦୁଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ନାବାଳିକାଙ୍କ ବୟସ ଯଥାକ୍ରମେ 9 ଓ 10 ବର୍ଷ । 22 ବର୍ଷୀୟ ଅଭିଯୁକ୍ତ ମଣ୍ଟୁ ଓ ତାଙ୍କ ସାଙ୍ଗ ଅମିତ୍‌ ଦୁହେଁ ନାବାଳିକାଙ୍କ ଏଭଳି ହୀନ କାମ କରୁଥିବାର ପୀଡ଼ିତାଙ୍କ ପରିବାର କହିଛନ୍ତି । ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ପୁଲୀସ୍‌ ଅଧୀକ୍ଷକ ଦୁଇ ପୀଡ଼ିତାଙ୍କ ମେଡ଼ିକାଲ୍‌ ଚେକ୍‌…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥନୀୟ କୋଚିଳାମଠଠାରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଳକ ସଂଯୋଜକ ବିଷ୍ଣୁଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମାବେଶରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ବକ୍ତବ୍ୟ ପ୍ରଦାନକରି ସଙ୍ଗଠନର ନେତୃତ୍ୱ ନେବାକୁ ହେଲେ ବିଭିନ୍ନ ଗୁଣାବଳୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ଜଗତସିଂହପୁରଠାରେ ଏବଂ ଅପ୍ରେଲ ମାସ ୨୬ ତାରିଖରେ ଭୂବନେଶ୍ୱରରେ ବୁଲବୁଲ, ଫନୀ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ କାଳିଆ ଯୋଜନାରେ ଚାଷୀ ମାନଙ୍କୁ ତୁରନ୍ତ ସାମିଲ କରିବା ସହିତ ପ୍ରୋତ୍ସାହନ ଦେବା ଦାବୀରେ ଚାଷୀମାନଙ୍କର ଧରଣା ଏବଂ ସତ୍ୟାଗ୍ରହ ଆନ୍ଦୋଳନ ଅନୁଷ୍ଠିତ ହେବ ବୋଲି ସଭାରେ ଘୋଷଣା କରାଯାଇଥିଲା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତ, ଜଗତସିଂହପୁର ଜିଲ୍ଲା ସଞ୍ଜୋଜକ ଦୂର୍ଗାପ୍ରସାଦ ସ୍ୱାଇଁ , ଚାଷୀ ସଙ୍ଗଠକ ବାବୁରାମ…

Read More

ଝାଡଖଣ୍ଡ: ଜଣେ ମହିଳା ପ୍ରାୟ ଚାଳିଶ ବର୍ଷ ଧରି ପେନ୍‌ସେନ୍‌ ପାଇଁ ଆବେଦନ କରି ଆସୁଥିଲେ, କିନ୍ତୁ ପାଇପାରୁନଥିଲେ । ବହୁ ଦହଗଞ୍ଜ ହେବା ପରେ ସେ ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ପଚାଶ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ମହିଳାଙ୍କୁ ଦଶ ପ୍ରତିଶତ ସୁଧ ସହିତ ପେନସେନ୍‌ ପ୍ରଦାନ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଡକ୍ଟର ଏସ.ଏନ୍ ପାଥକଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପେନ୍‌ସେନ ଦେବା ରାଜ୍ୟସରକାରଙ୍କ କାମ । ସରକାରୀ କର୍ମଚାରୀଙ୍କ ଯୋଗୁଁ ଏତେ ଦିନ ପର୍ଯ୍ୟନ୍ତ ପେନସନ୍‌ ବିଚାରାଧୀନ ଥିଲା। ଦଶ ପ୍ରତିଶତ ସୁଧ ସହିତ ଆବେଦନକାରୀଙ୍କୁ ପେନ୍‌ସନ୍‌ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଯାଚିକା କର୍ତ୍ତା ଜସୁମତି ପିଙ୍ଗୁଆଙ୍କ ସ୍ବାମୀ ସିଂହଭୂମ୍‌ ଜିଲ୍ଲାର ଟକ୍କର ବାପ୍ପା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ରାଜ୍ୟର ବାରଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟରେ ୭ ତାରିଖ ଯାଏ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।  ଏହା ସହ ଘଡ଼ଘଡ଼ି ମାରିବ। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଅନୁଗୋଳ, ଢେଙ୍କାନାଳ, କଟକ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି।” ରାଜ୍ୟରେ ବର୍ଷା ପରେ ତାପମାତ୍ରା ବଢ଼ିବ। ସ୍ବାଭାବିକଠାରୁ ଚଳିତ ବର୍ଷ ଅଧିକ ଗରମ ଅନୂଭୂତ ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ।

Read More

ସମୀକ୍ଷା ବ୍ୟୁରୋ ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ଏକ କାର୍ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। କାର୍‌ ଯୋଗେ ଚାରି ଜଣ ଭଦ୍ରକରୁ ବାସୁଦେବପୁର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

Read More

କେଦାର ମିଶ୍ର ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ସବୁକୁ ଆସନ୍ତା ରବିବାର ଦିନ ବନ୍ଦ କରିଦେବାର ଇଚ୍ଛା ପ୍ରକଟ କଲେ, ସ୍ଵାଭାବିକ ଭାବରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା। ମୋଦୀଙ୍କ ଭକ୍ତମାନେ ତାଙ୍କୁ ବ୍ୟାକୁଳ ହୋଇ “ଏମିତି କରନ୍ତୁ ନାହିଁ ସାର”  ବୋଲି ଅନୁରୋଧ କରିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ଆଶଙ୍କା ପ୍ରକଟ କଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କେବଳ ଏକ ହାଲୁକା ଟୁଇଟ ବୋଲି ଆମେ ଗ୍ରହଣ କରି ଭୁଲିଯିବା ଉଚିତ ହେବ କି? ଏହି ଟୁଇଟର ଅଳ୍ପ କେଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ କହିଲେ ଯେ, ରବିବାର ଆନ୍ତର୍ଜାତିକ ମହିଳା ଦିବସ ପଡୁଥିବାରୁ ସେଦିନ ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ସବୁ ଉଲ୍ଲେଖନୀୟ ମହିଳାମାନଙ୍କ ପାଇଁ ନିବେଦିତ ରହିବ। ଏହି ଦୁଇଟି ଯାକ ଟୁଇଟରେ କେବଳ ଲୋକଙ୍କୁ ଭୁଲାଇବାର ଓ ଆତ୍ମ ପ୍ରଚାରର ଉଦ୍ଦେଶ୍ୟ ବାରି ହୋଇପଡୁଥିଲା।…

Read More

ହାଇଦ୍ରାବାଦ : ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ଅପ୍‌କମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । କିଶୋର ତିରୁମାଲାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଇ ପଲ୍ଲବୀ ଏବଂ ସର୍ବାନନ୍ଦ ଏକତ୍ର ନଜର ଆସିବେ । ଉଭୟ ପୂର୍ବରୁ ଏକତ୍ର ‘ପଡି ପଡି ଲେଚି ମନସୁ’ରେ ନଜର ଆସିଥିଲେ । ଏହି ଅପ୍‌କମିଙ୍ଗ ଫିଲ୍ମର ଟାଇଟଲ୍‌ ଘୋଷଣା ହୋଇନଥିବା ବେଳେ ଫିଲ୍ମଟି ରୋମାଣ୍ଟିକ୍‌ କମେଡି ରହିବ । ଦ୍ବିତୀୟ ଥର ପାଇଁ ଏହି ଯୋଡିକୁ ନେଇ ଫ୍ୟାନ୍‌ ମାନେ ଉତ୍ସାହିତ ଅଛନ୍ତି । ସାଇ ପଲ୍ଲବୀ ଶେଷଥର ପାଇଁ ଧନୁଷଙ୍କ ସହିତ ମାରୀ-2ରେ ନଜର ଆସିଥିବା ବେଳେ ସର୍ବାନନ୍ଦ ଶେଷଥର ପାଇଁ ସାମନ୍ଥାଙ୍କ ସହିତ ଜାନୁରେ ନଜର ଆସିଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଅଜୟ ଭୂଷଣ ପାଣ୍ଡେଙ୍କୁ ଅର୍ଥ ସଚିବ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ମଙ୍ଗଳବାର କ୍ୟାବିନେଟ୍‌ କମିଟି ପକ୍ଷରୁ ପାଣ୍ଡେଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ବର୍ତ୍ତମାନର ସଚିବ ରହିଥିବା ରାଜୀବ କୁମାରଙ୍କ ସ୍ଥାନରେ ଅଜୟ ଭୂଷଣ ପାଣ୍ଡେ ଦାୟିତ୍ବ ଗ୍ରହଣ କରିବେ । ମହାରାଷ୍ଟ୍ର କ୍ୟାଡରର 1984 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପାଣ୍ଡେ ପୂର୍ବରୁ ଆଧାର (ୟୁଆଇଡିଏଆଇ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟିଏନ୍‌) ବିଭାଗର ସଚିବ ଭାବରେ କାର୍ଯ୍ୟ କରିଥିଲେ । 2018ରେ ପାଣ୍ଡେ ରାଜସ୍ବ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । (ଏଜେନ୍ସି)

Read More

କୋଲକାତା : ରଣଜୀ ଟ୍ରଫି ସେମିଫାଇନାଲ୍‌ରେ କର୍ଣ୍ଣାଟକକୁ ପରାସ୍ତ କରି ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ବେଙ୍ଗଲ । କର୍ଣ୍ଣାଟକକୁ 174 ରନ୍‌ରେ ପରାସ୍ତ କରି ବେଙ୍ଗଲ ଫାଇନାଲ୍‌ରେ ପ୍ରବେଶ କରିବା ସହିତ ନିଜର ତୃତୀୟ ଟାଇଟଲ୍‌ ଲକ୍ଷ୍ୟରେ ରହିଛି । ବେଙ୍ଗଲ ପକ୍ଷରୁ ଅନୁସ୍ତୂପ ମଜୁମଦାର ଶତକ ହାସଲ କରିଥିବା ବେଳେ ଇଶାନ ପୋରେଲ 7 ଏବଂ ମୁକେଶ କୁମାର 8 ଓ୍ବିକେଟ ନେଇ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ । ପ୍ରଥମ ଇନିଂସରେ ବେଙ୍ଗଲ ଅନୁସ୍ତୂପ ମଜୁମଦାରଙ୍କ ଅପରାଜିତ 149 ରନ୍‌ ସହାୟତାରେ 312 ରନ୍‌ ସଂଗ୍ରହ କରିଥିବା ବେଳେ କର୍ଣ୍ଣାଟକ ମାତ୍ର 122 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଇଶାନ ପୋରେଲ 5 ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଦ୍ବିତୀୟ ଇନିଂସରେ ବେଙ୍ଗଲ 161 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ପୁନର୍ବାର ମଜୁମଦାର 41 ରନ୍‌ ସଂଗ୍ରହ କରିଥିଲେ । କର୍ଣ୍ଣାଟକ ସମ୍ମୁଖରେ 352 ରନ୍‌ର ବିଜୟ…

Read More

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ବିଶ୍ବକପ୍‌ର ସେମି ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡାନ୍ତ ହୋଇଛି । ପୂର୍ବରୁ ସେମି ଫାଇନାଲରେ ପହଞ୍ଚି ସାରିଥିବା ଭାରତୀୟ ଦଳ ଇଂଲଣ୍ଡର ମୁକାବିଲା କରିବାକୁ ଯାଉଛି । ସେହିପରି ଦ୍ବିତୀୟ ସେମି ଫାଇନାଲ୍‌ରେ ଘରୋଇ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି । ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମୁକାବିଲାରେ 50 ଓଭର ବିଶ୍ବକପ୍‌ ପ୍ରତିଶୋଧ ନେବାର ସୁଯୋଗ ଭାରତ ନିକଟରେ ରହିଛି । ସକାଳ 9.30 ମିନିଟ୍‌ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ଅପରାହ୍ନ 1.30 ମିନିଟ୍‌ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ରିଜର୍ଭ ଡେର ଖେଳ ରଖାଯାଇନଥିବାରୁ ଯଦି ମ୍ୟାଚ୍‌ ବର୍ଷାରେ ଧୋଇ ଯାଏ ତେବେ ଅଧିକ ମ୍ୟାଚ୍‌ ଜିତିଥିବା ଦଳ ଫାଇନାଲ୍‌ ଖେଳିବ । ଫାଇନାଲ୍‌ ମ୍ୟାଚ୍‌ ରବିବାର ଦିନ…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଡ୍ରାମାକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ବିଟ୍ଟର ଆକାଉଣ୍ଟକୁ ନେଇ ଡ୍ରାମା କରୁଛନ୍ତି ବୋଲି ରାହୁଲ ପ୍ରକାଶ କରିଛନ୍ତି । କୋରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲୁଥିବା ବେଳେ ପ୍ରଧାନମନ୍ତ୍ରୀ ଏପରି ଡ୍ରାମା କରି ସମୟ ଅପଚୟ କରୁଛନ୍ତି । ଏପରି କହିବା ସହିତ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ କ୍ଲିପ୍‌ ସେୟାର କରିଛନ୍ତି ରାହୁଲ । ଏହି ଭିଡିଓରେ କୋରୋନା ମୁକାବିଲା ପାଇଁ ସିଙ୍ଗାପୁର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । (ଏଜେନ୍ସି)

Read More