ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କବିସୂର୍ଯ୍ୟନଗରରେ ଜଣେ ବ୍ୟକ୍ତିଙ୍କୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବକ ଜଣକ ହେଲେ କୋଦଳା ଅଂଚଳର ଉପେନ୍ଦ୍ର ମହାରଣା । ୪୨ ବର୍ଷୀୟ ଉପେନ୍ଦ୍ର ଆସିକାରୁ କୋଦଳା ଯାଉଥିବାବେଳେ କବିସୂର୍ଯ୍ୟନଗର ବଜାର ଛକରେ ନିଜ ବାଇକ୍ଟିକୁ ସାଇଡ଼୍ କରି ଠିଆ ହୋଇଥିଲେ। ହଠାତ୍ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । କବିସୂର୍ଯ୍ୟନଗର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ଼୍ରାଇଭରକୁ ଅଟକ ରଖିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଫେବୃୟାରୀ ୨୯ ତାରିଖରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ବିହାରରେ ହେବାକୁ ଥିବା ପୂର୍ବାଞ୍ଚଳ ପୁରୁଷ ଓ ମହିଳା ଦଳରେ ଭାଗ ନେବା ପାଇଁ ଗଂଜାମର ଦୁଇ ଖେଳାଳୀ ଓଡ଼ିଶା ପୁରୁଷ ଓ ମହିଳା ଦଳରେ ସ୍ଥାନ ପାଇ ଯାତ୍ରା କରିଛନ୍ତି। ଏହି ଦୁଇ ଖେଳାଳୀ ହେଲେ ରଜତ କୁମାର ପାତ୍ର ଓ ଜିତେନ୍ଦ୍ରିୟ ନାୟକ। ଏହି ଦୁଇଖେଳାଳୀ ଗତ ଡ଼ିସେମ୍ବର ମାସରେ ଜଗତସିଂହପୁରଠାରେ ଆୟୋଜିତ ହୋଇଥିବା ଆନ୍ତଃଜିଲ୍ଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ୍ ଦଳରେ ଅଂଶଗ୍ରହଣ କରି ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ । ସେଥିପାଇଁ ଏହି ଦୁଇଖେଳାଳୀଙ୍କୁ ପୂର୍ବାଞ୍ଚଳର ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି। ରଜତ କୁମାର ପାତ୍ର ପୂର୍ବରୁ ଖଲିକୋଟ ବିଶ୍ୱବିଦ୍ୟାଳୟ ତରଫରୁ ଆନ୍ତଃବିଶ୍ୱବିଦ୍ୟାଳୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ଦୁଇ ଖେଳାଳୀ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି । ଏମାନଙ୍କ ସଫଳତା…
ଜ୍ୟୋତି ନନ୍ଦ ଗୋଟିଏ ସରଳ ଓ ସଂକ୍ଷିପ୍ତ ପ୍ରଶ୍ନ ପ୍ରଶ୍ନଟି ଅତି ସରଳ ଓ ସାଧାରଣ। ସିଏଏ ବା ନାଗରିକତା ସଂଶୋଧନ ଆଇନର ସପକ୍ଷରେ କୌଣସି ଜନସମର୍ଥନ ରାଲି କରିବାର ଆବଶ୍ୟକତା ଅଛି କି? କହିବା କଥା ହେଉଛି ଆମର ନିର୍ବାଚିତ ଓ ଲୋକପ୍ରିୟ ସରକାର ଆମର ଶାସନ ବ୍ୟବସ୍ଥାର ବିଧେୟକ-ପ୍ରଣୟନ ଓ ଏହାର କାର୍ଯ୍ୟାନ୍ୱୟନ କରିବାର ଅଂଗ ହିସାବରେ ସାଧାରଣତଃ ଜନହିତରେ ସମସ୍ତ ବିଧେୟକ ପ୍ରଣୟନ କରିଥାନ୍ତି ଏବଂ ଏହି ବିଧେୟକମାନ ବିସ୍ତୃତ ଚର୍ଚ୍ଚା ପରେ ଆମର ନିର୍ବାଚିତ ପ୍ରତିନିଧି ମାନଙ୍କର ବହୁଳ ସମର୍ଥନରେ ସଂସଦରେ ପାରିତ ହୋଇ ବିଧେୟକ ହେବାର ଅନୁମୋଦନ ପ୍ରାପ୍ତ ହୋଇଥାଏ। ବିଧେୟକ ହେଲା ପରେ ସେହି ସମସ୍ତ ବିଧେୟକକୁ କାର୍ଯ୍ୟନିର୍ବାହୀ ବା ଏକଜିକ୍ୟୁଟିଭ୍ ହିସାବରେ ଆମର ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ।ସେହି ସାମ୍ବିଧାନିକ ପରିଧିରେ ଆମର ସମସ୍ତ ବିଧେୟକ ପ୍ରଣୟନ ହୋଇ କାର୍ଯ୍ୟକ୍ଷମ ହୋଇଥାଏ।ଅବଶ୍ୟ ଯେଉଁ ବିଧେୟକ ଦ୍ୱାରା ସଂସଦ ବାହାରେ ବୃହତ୍ତର…
କର୍ଣ୍ଣାଟକ : କର୍ଣ୍ଣାଟକ ଜିଲ୍ଲାର ଦକ୍ଷିଣ କନ୍ନଡଠାରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ, ତା’ଠୁ ଅଧିକ ଲାଗିବ ହସ । ଏଠାରେ ଜଣେ ଚୋର ଘରକୁ ଚୋରି କରିବାକୁ ଆସିଥିଲା । କିନ୍ତୁ ଚୋରି ନ କରି ଏମିତି କିଛି କରି ଧରାପଡିଗଲା । ଉପ୍ପିନୀଗଣ୍ଡୀ ଥାନା ସୀମାରେ ରହିଥିବା ଉଲ୍ଲାସ ଜଙ୍କସନ୍ରେ ଏମିତି ଏକ ଚୋରିର ଘଟଣା ସାମ୍ନାକୁ ଆସିଛି । ଜଣେ ଚୋର ମଦ ପିଇ ଜଣକ ଘରେ ଚୋରି କରିବାକୁ ପଶିଥିଲା । ଘରେ ପଶି ଚାବି ଖୋଜିଥିଲା । ଚାବି ପାଇବା ପରେ ଚୋର ଚୋରି ନ କରି ହାତରେ ଚାବି ଧରି ଘରେ ପଡିଥିବା ସୋଫା ଉପରେ ଶୋଇ ପଡିଲା। ଘରର ମାଲିକ କହିବାନୁଯାୟୀ ଯେତେବେଳେ ସେ ସକାଳୁ ଉଠିଲେ ସେତେବେଳେ ଦେଖିଲେ ତାଙ୍କ ଛାତର ଟାଇଲ୍ ଭାଙ୍ଗିଯାଇଛି । ଜଣେ ଅଜଣା ଲୋକ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଲୋକସେବା ଭବନରେ 24ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହେଉଛି । ଜାତୀୟ ସଂହତି ଓ କେନ୍ଦ୍ର-ରାଜ୍ୟ ସମ୍ପର୍କ ବୃଦ୍ଧି ବୈଠକର ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ଯୁଝୁଥିବାର ଓଡ଼ିଶାକୁ ସ୍ପେଶାଲ୍ ଫୋକସ୍ ଷ୍ଟେଟ୍ ମାନ୍ୟତା ପାଇଁ ଦାବି ଜଣାଇଛନ୍ତି ନବୀନ। ଏହି ଅବସରରେ ଫୋନି ସହାୟତା ପାଇଁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ବ୍ୟାକିଂକ, ଟେଲି ଘନତ୍ବ, କୋଇଲା ରୟାଲଟି ବୃଦ୍ଧି, ରେଳ ଓ ସଡକକୁ ନେଇ ଦାବି ଜଣାଇଛନ୍ତି । ଟେଲି, ବ୍ୟାଙ୍କ, ରେଳ ଓ ସଡକରେ ପୂର୍ବାଞ୍ଚଳ ନିମ୍ନରେ ରହିଥିବାରୁ ଏସବୁ କ୍ଷେତ୍ରରେ ଅନୁଦାନ ଦୁଇ…
ଗାଜିଆବାଦ୍ :ଦେଶରେ ନାରୀ ସୁରକ୍ଷା ଏବେ ଏକ ପ୍ରଶ୍ନବାଚୀ ପାଲଟି ଯାଇଛି । ପ୍ରତି ମୁହୂର୍ତ୍ତରେ ଏଠି ଦୁଷ୍କର୍ମ ଓ ନିର୍ଯାତନା ପରି ଘଟଣା ଦେଖିବାକୁ ମିଳିଛି। ଗାଜିଆବାଦ୍ ଥାନା ଅଞ୍ଚଳରେ ମୋଦିନଗର କ୍ଷେତ୍ରରେ ଏକ ନାବାଳିକା ଛାତ୍ରୀଙ୍କ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ତୃତୀୟ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଦୁଇ ନାବାଳକ ଛାତ୍ର ଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତ ଛାତ୍ରମାନେ ଯଥାକ୍ରମେ ନବମ ଓ ଦଶମ ଶ୍ରେଣୀର ପଢୁଥିବାର ସୂଚନା ରହିଛି । ଦୁହିଁଙ୍କ ବୟସ 13ରୁ 14 ବର୍ଷ ଜଣାପଡିଥିବାବେଳେ ପୀଡ଼ିତାଙ୍କ ବୟସ 12 ବର୍ଷ ବୋଲି ଜଣାପଡିଛି । ଘଟଣାଟି ସାମ୍ନାକୁ ଆସିବା ପରେ ମୋଦିନଗର ପୋଲିସ୍ ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିବା ସହିତ ପେକ୍ସୋ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରିଛି । ପୀଡ଼ିତାଙ୍କ ମା’ଙ୍କ କହିବାନୁସାରେ ପୀଡିତା ଜଣକ ଏକୁଟିଆ ଘରେ ଥିବାବେଳେ ପଡିଶାରେ ରହୁଥିବା ଦୁଇ ଅଭିଯୁକ୍ତ…
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ପରେ ଦିଲ୍ଲୀ ପୋଲିସ୍ କମିଶନର ବଦଳିଛନ୍ତି । ଦିଲ୍ଲୀ ପୋଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଦିଲ୍ଲୀର ସ୍ପେଶାଲ୍ କମିଶନର (ଲ ଆଣ୍ଡ ଅର୍ଡର) ଦାୟିତ୍ବରେ ରହିଥିବା ଏସ୍ଏନ୍ ଶ୍ରୀବାସ୍ତବଙ୍କୁ ଦାୟିତ୍ବ ଦିଆଯାଇଛି। ଆସନ୍ତା ମାର୍ଚ୍ଚ ପହିଲାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ। ଦିଲ୍ଲୀ ବିଧାନସଭା ନିର୍ବାଚନ ଯୋଗୁଁ ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା। ଅମୂଲ୍ୟ ପଟ୍ଟନାୟକ ଫେବୃଆରୀ 29 ତାରିଖରେ ଅବସର ଗ୍ରହଣ କରିବେ। ସୂଚନାଯୋଗ୍ୟ ଏଜିଏମ୍ୟୁ 1985 ବ୍ୟାଚ୍ର ଅଧିକାରୀ ଡିଜି ଏସ୍ଏନ୍ ଶ୍ରୀବାସ୍ତବ ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ହୋଇଥିବାବେଳେ ଦିଲ୍ଲୀ ହିଂସାକାଣ୍ଡକୁ ଦେଖି ଏସ୍ଏନ୍ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ସ୍ପେଶାଲ୍ କମିଶନର ରୂପେ ନିଯୁକ୍ତ କରାଯାଇଥିଲା। ଏସଏନ୍ ଶ୍ରୀବାସ୍ତବ ଦିଲ୍ଲୀରେ ହୋଇଥିବା ଆଇପିଏଲ୍ ମ୍ୟାଚ୍ ଫିକ୍ସିଂର ପର୍ଦ୍ଦାଫାସ ମଧ୍ୟ କରିଥିଲେ। (ଏଜେନ୍ସି)
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମର ନିଜର ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ଜନୈକା ମହିଳାଙ୍କୁ ସେହିଗ୍ରାମର ଜନୈକ ଯୁବକ ଦୁଷ୍କର୍ମ କରିଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଆଜି ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କ ଗିରଫ କରିବା ସହିତ ତାଙ୍କୁ ବିଚାରବିଭାଗୀୟ ଅଦାଲତରେ ଉପସ୍ଥିତ କରାଯାଇଥିଲେ। ମାତ୍ର ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ସ୍ଥାନୀୟ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶଯେ,କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ସାନଗାଁ ଗ୍ରାମର ଜନୈକା ଯୁବତୀଙ୍କର ବିବାହ ବରଗଡ଼ ଜିଲ୍ଲାରେ ହୋଇଥିଲା। ତାଙ୍କର ମଧ୍ୟ ଏକ ସନ୍ତାନ ରହିଛି। ମାତ୍ର ସମ୍ପୃକ୍ତ ଯୁବତୀ କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମକୁ ତାଙ୍କର ପିଉସୀ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ପୂର୍ବାହ୍ନ ସମୟରେ ନିକଟସ୍ଥ ମହାନଦୀକୁ ଗାଧୋଇବାକୁ ଯାଉଥିବାବେଳେ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ସରକାରଙ୍କର ବିଭିନ୍ନ ଯୋଜନାରେ ସ୍ୱଚ୍ଛତା ଆଣିବା ସହିତ ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ କରିବାପାଇଁ କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ମୋ ସରକାରେ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ଏହି ଅବସରରେ ତହସିଲଦାର ପ୍ରଭାଷ କୁମାର ବେହୁରା ଉପସ୍ଥିତ ରହି ଏହି ଯୋଜନା ସମ୍ପର୍କରେ ଉପସ୍ଥିତ କର୍ମଚାରୀ ଏବଂ ଜନସାଧାରଣ ମାନଙ୍କୁ ସଚେତନ କରାଇଥିଲେ । ତହସିଲ କାର୍ଯ୍ୟାଳୟକୁ କାର୍ଯ୍ୟପାଇଁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଫୋନ ନମ୍ବରକୁ ପଞ୍ଜୀକୃତ କରାଯିବ । ଫଳରେ ସେମାନଙ୍କୁ ଫୋନକୁ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ପାରିବ । ସେହିପରିଭାବେ ଯେଉଁ ମାନଙ୍କର ନମ୍ବର ପଞ୍ଜିକୃତ ହୋଇ ନାହିଁ ସେମାନେ ୧୪୫୪୫ ଦେୟମୁକ୍ତ ନମ୍ବରରେ ମିସ କଲ କରି ଯୋଜନାରେ ସାମିଲ ହୋଇ ପାରିବେ ବୋଲି ତହସିଳଦାର ଉପସ୍ଥିତ କର୍ମଚାରୀ ଏବଂ ଜନସାଧାରଣ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଜଣେ କର୍ମଚାରୀଙ୍କୁ ନେଇ ଏକ ଡ଼େସ୍କ ଗଠନ…
ମୁମ୍ବାଇ : ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହେଉଛି ପାଞ୍ଚୋଟି ଫିଲ୍ମ । ଏହି ଫିଲ୍ମଗୁଡିକ ମଧ୍ୟରେ ରହିଛି ହଣ୍ଟେଟ୍ ହିଲ୍ସ୍, ଆହୋ ପୁଷ୍ପା ଆଇ ହେଟ୍ ଟିୟର୍ସ, ଗନ୍ସ ଅଫ ବନାରସ୍, ଦୂରଦର୍ଶନ ଓ ଥାପ୍ପଡ ସାମିଲ୍ ରହିଛି । ତେବେ ସମସ୍ତ ଫିଲ୍ମଗୁଡିକ ମଧ୍ୟରେ ତାପ୍ପସୀ ପନ୍ନୁଙ୍କ ଥାପ୍ପଡକୁ ନେଇ ବେଶ୍ ଚର୍ଚ୍ଚା ରହିଛି । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଥାପ୍ପଡ’ରେ ଘରୋଇ ହିଂସାର କାହାଣୀ ଦର୍ଶାଯାଇଛି । ଫିଲ୍ମର ଟ୍ରେଲର୍ଟି ବହୁତ ପ୍ରଶଂସା ପାଇଥିବାବେଳେ ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଜଣାପଡିଛି । ଏହି ଫିଲ୍ମରେ ଦିୟା ମିର୍ଜା, ରାମ କପୁର୍ କୁମୁନ୍ଦ ମିଶ୍ରା, ପାଭ୍ଲି ଗୁଲାଟ୍ଟି, ଗ୍ରେସି ଗୋସ୍ବାମୀ ପ୍ରମୁଖ ଅଭିନୟ କରିଛନ୍ତି । ସେହିପରି ମାହି ଗିଲ୍ଙ୍କ ଅଭିନୀତ ଦୂରଦର୍ଶନ ମଧ୍ୟ ଆଜି ରିଲିଜ୍ ହେଉଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୃହ ମନ୍ତ୍ରୀ ଅମିତ୍ ଶାହା । ଭୁବନେଶ୍ବର ବିମାନ ବନ୍ଦରଠାରେ ଅମିତ ଶାହାଙ୍କ ସ୍ବାଗତ ଲାଗି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଛନ୍ତି । ରାଜ୍ୟ ଲୋକସେବା ଭବନର କନ୍ଭେନ୍ଶନ ହଲ୍ରେ ଅନୁଷ୍ଠିତ ହେବାକୁ ଥିବା ୨୪ତମ ପୂର୍ବାଞ୍ଚଳ ଜୋନ୍ ପରିଷଦ (ଇଜେଡ୍ସି) ବୈଠକରେ ଆଜି ଅମିତ୍ ଶାହା ଯୋଗଦେବେ। ଏହା ପରେ ଅପରାହ୍ନ ୪ଟାରେ ଭାଜପା ପକ୍ଷରୁ ଜନତା ମଇଦାନଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ।
ହରିୟାଣା: ଗୋଟିଏ ପଟେ ଦେଶର ରାଜଧାନୀ ଦିଲ୍ଲୀ ଜଳୁଥିବାବେଳେ ଅପରପକ୍ଷରେ ଆମ ଜନ ପ୍ରତିନିଧିମାନେ ନିଜ ଜବାନ୍ ଉପରେ ଲଗାମ ଦେଇପାରୁନାହାନ୍ତି। ଉତ୍ତେଜନାମୂଳକ ଭାଷଣ ପାଇଁ ଦିଲ୍ଲୀ ଛାରଖାର ହୋଇଥିବାବେଳେ ପୁଣି ଥରେ ଜଣେ ମନ୍ତ୍ରୀ ଏପରି ଏକ ବିବାଦୀୟ ବୟାନବାଜି ଆରମ୍ଭ କରିଛନ୍ତି। ବିଜେପିର ଏହି ବୟାନବାଜିକୁ ନେଇ ବିରୋଧୀ ଟାର୍ଗେଟ୍ କରିବା ସହିତ କୋର୍ଟ ମଧ୍ୟ କଡ୍ଡା ଟିପ୍ପଣୀ କରିସାରିଲେଣି। ତଥାପି ବିଜେପି ନେତା ସୁଧୁରିବାର ନାଁ ଧରୁନାହାନ୍ତି। ଉତ୍ତେଜନାମୂଳକ ଭାଷଣ ଅଭିଯୋଗରେ ଗିରଫ କରିବା ପାଇଁ ଦିଲ୍ଲୀ କୋର୍ଟକୁ ଦିଲ୍ଲୀ ପୋଲିସ୍ ଅଧିକ ସମୟ ମାଗିଥିବାବେଳେ ଖଟ୍ଟର ସରକାରଙ୍କ ଜଣେ ମନ୍ତ୍ରୀ ପୁଣି ଥରେ ଏହିପରି ଏକ ବୟାନ ଦେଇଛନ୍ତି। ହରିୟାଣା ଖଟ୍ଟର ସରକାରଙ୍କ ମନ୍ତ୍ରୀ ତଥା ବିଜେପି ବିଧାୟକ ରଣଜିତ୍ ଚୌଟ୍ଟାଲ କହିଛନ୍ତି ଯେ, ଦଙ୍ଗା ତ ଏମିତି ହେଉଥାଏ, ଏହା ଜୀବନର ଏକ ଅଂଶବିଶେଷ। ରଣଜିତ୍ ଚୌଟ୍ଟାଲାଙ୍କ ଏହି ବୟାନର ଭିଡିଓଟି ବେଶ୍ ସୋସିଆଲ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ଅଂଚଳ ଲୋଚାପଡ଼ା ମିଲ୍ ସାହିରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏକ ଘରୁ କେ. ରଂଜିତା ପାତ୍ର (୪୦) ନାମକ ଜଣେ ବିବାହିତ ମହିଳାଙ୍କ ପୋଡ଼ା ମୃତଦେହକୁ ପୋଲିସ୍ ଜବତ କରିଛି । ସୂଚନାଥାଉକି ରଂଜିତା ପାତ୍ର ୧୫ ବର୍ଷ ତଳେ କେ. ବାଲା ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛି । କିନ୍ତୁ ପାରିବାରିକ ଅଶାନ୍ତି ଯୋଗୁଁ ବାଲା ପାତ୍ର ଅନ୍ୟ ଏକ ଝିଅ ସହିତ ଦୀର୍ଘ ଆଠବର୍ଷ ହେଲା ଅନ୍ୟତ୍ର ରହୁଥିବା ଜଣାପଡ଼ିଛି । ଦୀର୍ଘ ଆଠବର୍ଷ ହେଲା ରଂଜିତାଙ୍କ ସହିତ ତାଙ୍କର ସମ୍ପର୍କ ନଥିବାର ଜଣାପଡିଛି । ଗତକାଲି ରାତ୍ରିରେ କୌଣସି ଏକ ପାରିବାରିକ ଭୋଜିକୁ ରଂଜିତା ଏବଂ ତାର ଦୁଇଛୁଆ ଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଭୋଜିରୁ ଫେରିବା ପରେ ସେ ଦୁଇ ଛୁଆକୁ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବ୍ଲକ୍ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ ଶିବିରରେ ସରୋଜ ମିଶ୍ର ଭୁଅର୍ଜନ ଅଧିକାରୀ ସମ୍ବଲପୁର ସଭାପତିତ୍ୱ କରିଥିଲେ। ଏଥିରେ ରେଢାଖୋଲ ବିଡିଓ ପରୀକ୍ଷିତ ସାହୁ, ଆର୍ତତ୍ରାଣ ଶତପଥ , ଡିଏସ୍ଏ , ସମ୍ବଲପୁର ଗୋପାଲ ପଟେଲ ଏପିଓ ରେଢାଖୋଲ , ବିକ୍ରମ ମୁର୍ମୁ ଏଇଇ,ରେଢାଖୋଲ ତଥା ରେଢାଖୋଲ ବ୍ଲକ୍ ର ସମସ୍ତ ନିର୍ବାଚିତ ଅଧିକାରୀ , ପିଇଓ , ଜିଆର୍ଏସ୍ ଆଦି ଯୋଗଦେଇଥିଲେ । ରେଢାଖୋଲ ବ୍ଲକରେ୧୦୦ ଦିନ ଶ୍ରମଦିବସ ସୃଷ୍ଟିପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୪୩୮୬୧ ଶ୍ରମ ଦିବସ ସୃଷ୍ଟି ହୋଇଥିବା ଜଣା ପଡିଛି । ଖର୍ଚ୍ଚ ହୋଇଛି ୪୧୯.୭୩ ଲକ୍ଷ । ନିଦ୍ଧାରିତ ସମୟରେ ଶ୍ରମ ଦିବସ ପ୍ରଦାନ ହୋଇଛି ଶତକଡା…
ନୂଆଦିଲ୍ଲୀ : ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ଗତ ଚାରି ଦିନ ହେବ ହିଂସା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଭାଇରାଲ ଭିଡିଓରେ ଉପଦ୍ରବକାରୀଙ୍କ ସହିତ ଦେଖାଯାଇଥିବାର ଆମ ଆଦମୀ ପାର୍ଟିର ନେତା ତାହିର ହୁସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କରାଯାଇଛି। ଆପରୁ ତାଙ୍କୁ ନିଲମ୍ବନ କରାଯାଇଛି । ଘଟଣାର ତଦନ୍ତ ଶେଷ ହେବା ଯାଏଁ ଆପ ତାହିରଙ୍କୁ ନିଲମ୍ବନ କରିଛି । ସେହିଭଳି ତାହିର ହୁସେନଙ୍କ ନାଁରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ ଦିଲ୍ଲୀ ହିଂସାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ଆହତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଅଭିଯୋଗ ହୋଇଥିଲା। ତେବେ ତାହିର କହିଛନ୍ତି, ହିଂସାରେ ତାଙ୍କର…
କେଦାର ମିଶ୍ର ଦିନ ସାରା ଦିଲ୍ଲୀ ଦଙ୍ଗାର ଶୁଣାଣି ସାରି ଘରକୁ ଫେରିଥିବା ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ମୁରଲୀଧରଙ୍କ ପାଇଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ ବଦଳି ଆଦେଶ ଅପେକ୍ଷା କରି ରହିଥିଲା। ଦିଲ୍ଲୀ ଜଳୁଥିବା ସମୟରେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ପୋଲିସ, ଦିଲ୍ଲୀ ସରକାର ଓ ଭାରତ ସରକାରଙ୍କୁ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିଲେ। ଏହି ଦଙ୍ଗାର ମୂଳ କାରଣ ବୋଲି କୁହାଯାଉଥିବା ବିଭିନ୍ନ ରାଜନେତାଙ୍କ ବିରୋଧରେ ତୁରନ୍ତ ଏତଲା ଦାୟର କରିବାକୁ ଜଷ୍ଟିସ ମୁରଲୀଧରଙ୍କ ନିର୍ଦ୍ଦେଶ ସରକାରୀ ଦଳକୁ ଭଲ ନ ଲାଗିବା ସ୍ଵାଭାବିକ। ଏହି ପୃଷ୍ଠଭୂମିରେ ତୁରନ୍ତ ଜଷ୍ଟିସ ମୁରଲୀଧରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବିଦା କରିବା ସରକାରଙ୍କର ପ୍ରଧାନ ଦାୟିତ୍ଵ ଥିଲା। ତେବେ ମୋଦୀ ସରକାରଙ୍କର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ମାମଲାରେ ସଫେଇ ଦେଇ ବଡ ନିରୀହ ଭାବରେ କହିଚ୍ଚ୍ହାନ୍ତି ଯେ, ଏହା ଏକ ନିୟମିତ ବଦଳି ପ୍ରକ୍ରିୟା। ତେବେ ନିୟମିତ…
ମୁମ୍ବାଇର ଜୁହୁ ବଜାରରେ ସପିଂ ପାଇଁ ଘରୁ ବାହରି ଯାଉଛନ୍ତି ଅଭିନେତ୍ରୀ ଜାହ୍ନବୀ କାପୁର
ନୂଆଦିଲ୍ଲୀ, କୋରୋନା ଭାଇରସ ବର୍ତ୍ତମାନ ଦେଶ ବ୍ୟାପି ଏକ ଚିନ୍ତାର କାରଣ ପାଲଟିଛି। ହେଲେ ଏହି ଭାଇରସ ଯେ ବିଅର ବିକ୍ରୀ ହ୍ରାସ କରିପାରିବ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଭାଇରସର ମାରାତ୍ନକ ରୂପ ବିଶ୍ବରେ ପଡୁଥିବାରୁ ଏହି ନାମରେ ଥିବା ମୃଦୁ ପାନୀୟ କୋରୋନା ବିଅର ର ଚାହିଦା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବିଶ୍ବ ମଦ ବଜାରରେ କୋରୋନା ବିଅର ଏକ ଲୋକପ୍ରିୟ ବ୍ରାଣ୍ଡ ଭାବେ ପରିଚିତ। ହେଲେ ବିଶ୍ବ ବାଣିଜ୍ୟ ପତ୍ରିକାର ରିପୋର୍ଟ ଅନୁସାରେ ବର୍ତ୍ତମାନ ଏହି ବ୍ରାଣ୍ଡର ବିଅର ବ୍ୟବହାରକାରୀମାନେ ଆଉ ଗ୍ରହଣ କରୁ ନାହାଁନ୍ତି। କୋରୋନା ଭାଇରସ ସହିତ ଏହି ପାନୀୟର କୌଣସି ସଂପର୍କ ନ ଥିଲେ ମଧ୍ୟ ମାନସିକ ସ୍ତରରେ ବ୍ୟବହାରକାରୀମାନେ ବ୍ୟବହାର କରିବାକୁ ଡରୁଛନ୍ତି। ଏହି କଂପାନୀର କହିବା ଅନୁସାରେ କେବଳ ନ୍ୟୁୟର୍କ ବଜାରରେ ଗତ ସପ୍ତାହରେ ପ୍ରାୟ 8 ପ୍ରତିଶତ ବିକ୍ରୀ ହ୍ରାସ ପାଇଛି। ବିଶ୍ବ ବଜାରରେ…
ନୂଆଦିଲ୍ଲୀ, ପୁଣିଥରେ କେନ୍ଦ୍ର ସରକାର ଓଡିଶାକୁ ପ୍ରଶଂସା କରିଛନ୍ତି। ସେ ପ୍ରଶଂସା ହେଲା ଜମିଜମା ଡିଜିଟାଇସନ କରିବାରେ ଓଡିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ବୋଲି କେନ୍ଦ୍ରୀୟ ସଂସ୍ଥା କହିଛି। କେନ୍ଦ୍ର ସରକାରଙ୍କ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନିମିକ୍ ରିସର୍ଚ୍ଚ ବା ଏନସିଏଇଆର ଏହି ରିପୋର୍ଟ ପ୍ରକାଶ କରିଛି। ସଂସ୍ଥା ତରଫରୁ ପ୍ରକାଶିତ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସର୍ଭିସେସ ଇଣ୍ଡେକ୍ସରେ କୁହାଯାଇଛି ଯେ, ଏହି ଡିଜିଟାଇସନ କରିବାରେ ଦେଶରେ ପ୍ରଥମ ରାଜ୍ୟ ମଧ୍ୟପ୍ରଦେଶ ହୋଇଥିବା ବେଳେ ଦ୍ବିତୀୟରେ ରହିଛି ଓଡିଶା। ଏହି ଦୁଇ ରାଜ୍ୟ ସହିତ ମହାରାଷ୍ଟ୍ର, ଛତିଶଗଡ ଏବଂ ତାମିଲନାଡୁ ଦେଶର ଶ୍ରେଷ୍ଠ ପାଞ୍ଚୋଟି ରାଜ୍ୟ ଭାବେ ତାଲିକାଭୁକ୍ତ ହୋଇଛନ୍ତି। ସଂସ୍ଥାର ରିପୋର୍ଟ ଅନୁସାରେ ଦେଶର ଶ୍ରେଷ୍ଠ 10 ଟି ରାଜ୍ୟ ହେଲା 1-ମଧ୍ୟପ୍ରଦେଶ 2-ଓଡିଶା 3-ମହାରାଷ୍ଟ୍ର 4-ଛତିଶଗଡ 5-ତାମିଲନାଡୁ 6-ପଶ୍ଚିମବଂଗ 7-ଝାଡଖଣ୍ଡ 8-ରାଜସ୍ଥାନ 9-ତେଲଙ୍ଗାନା 10-ଆନ୍ଧ୍ର ପ୍ରଦେଶ ଏନସିଏଇଆର 2019-20 ମସିହାରେ ଦେଶର ସମସ୍ତ ରାଜ୍ୟରୁ ଡାଟା ସଂଗ୍ରହ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ରହିଥିବା ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପାଇଁ 23 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏଥିରେ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ବିକାଶ କରାଯିବା ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ । ତୀର୍ଥଯାତ୍ରୀଙ୍କୁ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅର୍ଥରାଶି ମଞ୍ଜୁର କରିଛନ୍ତି । ଘୋଷିତ ତାଲିକାରେ 10ଟି ମନ୍ଦିର, 5ଟି ଗୀର୍ଜା, 6ଟି ମସ୍ଜିଦ୍ ଏବଂ 2ଟି ଗୁରୁଦ୍ବାରକୁ ସାମିଲ କରାଯାଇଛି । ନିମ୍ନ ଲିଖିତ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଏହି ଧାରାରେ ସାମିଲ କରାଯିବା ସହିତ ପ୍ରତ୍ୟେକ ଧାର୍ମିକ ସ୍ଥଳକୁ 1 କୋଟି ଟଙ୍କା ପ୍ରଦାନ କରାଯିବ । ମନ୍ଦିର : ବରଗଡ : ନୃସିଂହନାଥ ମନ୍ଦିର ଭଦ୍ରକ : ମା ଭଦ୍ରକାଳୀ ମନ୍ଦିର ବଲାଙ୍ଗୀର : ହରିଶଙ୍କର ବୌଦ୍ଧ : ଜଗନ୍ନାଥ ମନ୍ଦିର ଢେଙ୍କାନାଳ :…
ରମେଶ ମହାନ୍ତି ଜଗତସିଂହପୁର : ଜଗତସିହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ଗୃହରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ମାର୍ଚ୍ଚ 3 ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ ଏହାର ସୁପରିଚାଳନା ପାଇଁ ଏହି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ସହିତ କପିକୁ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜଗତସିଂହପୁରରେ 34ଟି ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେବ । ଜିଲ୍ଲାର 7ଟି ସେଣ୍ଟରରେ ପ୍ରଶ୍ନପତ୍ର ରହିବ । 7ଟି ସେଣ୍ଟରରେ ସିସିଟିଭି ଲଗାଯିବା ସହିତ ଏହା 24 ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ । ସକାଳ 7ଟାରୁ ହବ୍ରୁ ପ୍ରଶ୍ନପତ୍ର ଯାଇ 9ଟାରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବ । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପୋଲିସ୍…

