Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଜୁ ଜନତା ଦଳର ପ୍ରମୁଖ ନେତା ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଜିଲ୍ଲାରେ ବହୁ ଆଲୋଚନା ଚାଲିଛି ।  କେଉଁଠି କ୍ଷୋଭ ତ କେଉଁଠି କ୍ୟାରିୟରକୁ ନେଇ ଚର୍ଚ୍ଚା । କେଉଁଠି ଆକ୍ରୋଶର ଶିକାର ହୋଇ କିଛି ଦିନର ନୀରବତା ପରେ ପୁଣି ମନ୍ତ୍ରୀ ପଦ ଫେରି ପାଇବାର ଆଶାରେ ଡ. ପାଣିଗ୍ରାହୀଙ୍କୁ ବିଜେଡ଼ି ଜିଲ୍ଲା ସଭାପତି ପଦରୁ ଦୂରେଇ ନିଆଗଲାକି..ଏହା ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ରାଜ୍ୟସଭା ପାଇଁ  ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ନାମ ଆପତତଃ ଆଉ ନଥିବାର ସ୍ପଷ୍ଟ ସଂକେତ ମିଳିସାରିଛି । ଦେଖିବାକୁ ଗଲେ ଚ୍ୟାଉ ପଟ୍ଟନାୟକଙ୍କ ୨୫ ବର୍ଷ ରାଜନୈତିକ ଅନୁଭୂତି ଶେଷରେ ଆସି ଜିଲ୍ଲା ସଭାପତି ପଦରେ ଝୁଲିବ ଏହାକୁ ତାଙ୍କର…

Read More

ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ମାମଲାରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ ପାଇଁ ପହଞ୍ଚିଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଆନନ୍ଦ ଶର୍ମା, ରଣଦୀପ୍‌ ସୁରେଜଓ୍ବାଲା ସମେତ ବହୁ ନେତା ସାମିଲ୍‌ ରହିଛନ୍ତି। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକ ପତ୍ରରେ ଦିଲ୍ଲୀ ହିଂସାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରାଯିବା ସହିତ ପୀଡିତଙ୍କୁ ସାହାଯ୍ୟ କରିବାର ଦାବି କରାଯାଇଛି। ସେହିପରି ଦିଲ୍ଲୀ ହିଂସାକାଣ୍ଡର ଶୁଣାଣି କରିଥିବା ବିଚାରପତି ଏସ୍‌. ମୂରଲୀଧରଙ୍କ ବଦଳିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ସହିତ ସରକାର ନ୍ୟାୟର ମୁହଁ ବନ୍ଦ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ହିଂସା ଘଟଣାରେ 35 ଜଣଙ୍କର ମୃତ୍ୟୁ ହୋଇଛି। ଗଗନବିହାର ଓ ଜୋହରୀପୁର ଏକ୍ସଟେସନର…

Read More

ସମୀକ୍ଷା ବ୍ୟୁରୋ ବାଙ୍କୀ : ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ପ୍ରଧାନ ଶିକ୍ଷୟିତ୍ରୀ । ଲାଞ୍ଚ ନେବା ଅଭିଯୋଗରେ କଟକ ତୁଳସୀପୁର ରଙ୍ଗଣୀ ସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁରର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।  ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇ ହଜାର ଟଙ୍କାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଗିରଫ କରିଛି ।  ବୟସ ପ୍ରମାଣପତ୍ର ଦେବାକୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିପ୍ରଭା ଶତପଥୀ । ପ୍ରଧାନଶିକ୍ଷୟିତ୍ରୀଙ୍କ ବାଙ୍କୀସହର ସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି ।

Read More

ନୂଆଦିଲ୍ଲୀ :  ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍‌. ମୂରଲୀଧରଙ୍କ ବଦଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ପୂର୍ବତନ ରାହୁଲ୍‌ ଗାନ୍ଧି ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି।  ଦିଲ୍ଲୀ ହିଂସା ମାମଲାରେ ଶୁଣାଣି କରିଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌. ମୂରଲୀଧରଙ୍କ ରାତାରାତି ବଦଳିକୁ ନେଇ ପ୍ରଶ୍ନ ଉଠାଇବା ସହିତ ସରକାର ନ୍ୟାୟକୁ ଅବରୁଦ୍ଧ କରିବାର ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ଏହି ଦୁଇ ନେତା। ରାହୁଲ୍‌ ଗାନ୍ଧି ଏହି ଅବସରରେ ଦିବଙ୍ଗତ ବିଚାରପତି ଲୋୟାଙ୍କ ମାମଲାକୁ ଉଲ୍ଲେଖ କରି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ଶୋହରାବୁଦ୍ଦିନ୍‌ ଶେଖ୍‌ ଏନକାଉଣ୍ଟର ମାମଲାରେ ଶୁଣାଣି କରୁଥିବା ସିବିଆଇ ଜଜ୍‌ ବିଏଚ୍‌ ଲୋୟାଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଗୃହ ମନ୍ତ୍ରୀ ଅମିତ୍‌ ଶାହା ଅଭିଯୁକ୍ତ ରହିଥିଲେ। କିନ୍ତୁ ପରେ ସେ ସମସ୍ତ ଅଭିଯୁକ୍ତରୁ ମୁକ୍ତ ହୋଇଥିଲେ। ସେହିପରି ପ୍ରିୟଙ୍କା ଗାନ୍ଧି ବିଚାରପତି ମୁରଲୀଧରନଙ୍କ ଅଧରାତ୍ରିରେ ବଦଳିକୁ…

Read More

କୋଲକାତା : ପୋଲିସ୍‌ ହିଁ  ମଣିଷର ଜଣେ ଉପକାରୀ ବନ୍ଧୁ। କେବଳ ସୁରକ୍ଷା ନୁହେଁ ବନ୍ଧୁ ଭାବରେ ଆମକୁ ସବୁ ବିପଦରୁ ସାହାଯ୍ୟ କରିଥା’ନ୍ତି ପୋଲିସ୍‌ । ଏହାକୁ ଆଉଥରେ ପ୍ରମାଣିତ କରିଛନ୍ତି କୋଲକାତାର ଜଣେ ଟ୍ରାଫିକ୍‌ ପୁଲିସ୍‌। ଏହି ଟ୍ରାଫିକ୍‌ ପୁଲିସ୍‌ ଜଣକ ମାଧ୍ୟମିକ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ସୂଚନା ଅନୁସାରେ ଛାତ୍ରୀ ଜଣକ ପରୀକ୍ଷା ନିମେନ୍ତ ଆଡମିଟ୍‌ କାର୍ଡ ଭୁଲି ଆସିଥିଲେ । ଟ୍ରାଫିକ୍‌ ଫୁଲିସ୍‌ରେ ନିୟୋଜିତ ଥିବା ଚୈତନ୍ୟ ମଲ୍ଲିକ ନାମକ ଜଣେ ଯବାନ୍‌ ଛାତ୍ରୀଙ୍କ ଆଡମିଟ୍‌ କାର୍ଡ ଆଣିବା ପାଇଁ ପରୀକ୍ଷା ସେଣ୍ଟରଠାରୁ 5.5 କିଲୋମିଟର ଦୂର ଥିବା ଛାତ୍ରୀଙ୍କୁ ଘରୁକୁ ଯାଇ ଆଡମିଟ୍‌ କାର୍ଡ ଆଣିଥିଲେ । ଏହି ଘଟଣାଟି ସୋମବାର ଦିନର । ଜୈସବାଲ୍‌ ବିଦ୍ୟାମନ୍ଦିରର ସୁମନ ନାମ୍ନୀ ଛାତ୍ରୀଜଣକ ପରୀକ୍ଷା ଦେବା ପାଇଁ ପରୀକ୍ଷା ସେଣ୍ଟରରେ ଉପସ୍ଥିତ ହୋଇଥିବାବେଳେ ପରୀକ୍ଷା ଆରମ୍ଭ ହେବାର…

Read More

କନ୍ଦର୍ପ ବେହେରା ରେଢାଖୋଲ : ଦୁଇ ବରଯାତ୍ରୀ ଦଳ ମଧ୍ୟରେ ମାରପିଟ୍‌ ହେବା ସହ ପାଞ୍ଚ ଜଣ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ହସ୍ତଗତ ହୋଇଛି। ଗତକାଲି ରାତି 10ଟା ସମୟରେ ରେଢାଖୋଲରୁ କୁକୁଡାବାହାଳି ଗ୍ରାମକୁ ବରଯାତ୍ରୀ ଦଳ ଯାଉଥିଲେ। ଆଉ ଗୋଟିଏ ବରଯାତ୍ରୀ ଦଳ ରେଢାଖୋଲ ଏନ୍‌ଏସି ପାତୁଲିପାଲିରୁ ବାହାରି ସାନନୂଆଁପଡା ବାହାରିଥିଲେ। ଧୁମଧାମ୍‌ରେ ବାହାଘର ମଜା ନେଇ ନିଜ ନିଜ ଗ୍ରାମକୁ ଫେରୁଥିବାବେଳେ ବାଟରେ ଦୁଇବର ଯାତ୍ରୀ ଦଳ ମଧ୍ୟ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇ ହାତାହାତି ହୋଇଥିଲେ। ଶେଷରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଏଥିରେ 5ଜଣ ଗୁରୁତର ଆହତ ହୋଇଥିବାର ସୂଚନା ରହିଛି। ଆହତମାନେ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ସୂଚନା ରହିଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସଂପର୍କରେ ସଚେତନତା ସୃଷ୍ଟି ଓ ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚାଇବା ଲକ୍ଷ୍ୟରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ରାଜ୍ୟ ସରକାର ଗଠନ କରିଛନ୍ତି ଗାଁ କଲ୍ୟାଣ ସମିତି। ଓଡିଶାର ୩୦ ଟି ଜିଲ୍ଲାରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ୧୧ ବର୍ଷ ହେଲା ଗାଁ କଲ୍ୟାଣ ସମିତି ଗଠନ ହୋଇଛି। ଏଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଦେଉଛନ୍ତି। ହେଲେ ଏହା ବିଶେଷ କରି କାଗଜ କଲମରେ ଚାଲିଛି। ଗ୍ରାମାଂଚଳରେ ଲୋକମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଆସୁଥିବା ଟଙ୍କା ସତ୍ ମାର୍ଗରେ ଖର୍ଚ୍ଚ ନ ହୋଇ ସଂପୃକ୍ତ ବିଭାଗର ତଳିଆ କର୍ମଚାରୀମାନଙ୍କ ଦ୍ୱାରା ଟଙ୍କା ଆତ୍ମସାତ୍ ହେଉଥିବା ଅଭିଯୋଗ ହେଉଛି। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକର ୧୪ଟି ପଂଚାୟତରେ ୧୭୦ଟି ରାଜସ୍ୱ ଗ୍ରାମରେ ଗାଁ କଲ୍ୟାଣ ସମିତି ରହିଛି। ଗାଁ କଲ୍ୟାଣ ସମତି ଆରମ୍ଭ ହେବା ଦିନଠାରୁ ୫ ବର୍ଷ ଭଲ ଭାବରେ…

Read More

ସମୀକ୍ଷା ବ୍ୟୁରୋ ଭବାନୀପାଟଣା : ଭବାନୀପାଟଣାରେ ମ. ରାମପୁର ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ତିନିଜଣଙ୍କର ମୃତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମ. ରାମପୁର ରାସ୍ତାର ଡୁଚୁଙ୍ଗ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଟ୍ରେନ ଯୋଗେ ଦିଲ୍ଲୀକୁ ଗଂଜେଇ ଚାଲାଣ ନେଇ ଅପେକ୍ଷାରତ ଥିବା ଦୁଇଜଣକୁ ବ୍ରହ୍ମପୁର ଆର୍‌ପିଏଫ୍ ପୋଲିସ୍ ଗିରଫ କରିବା ସହ ୨୫ କିଲୋ ଗଂଜେଇକୁ ଜବତ କରିଛି । ଘଟଣାରୁ ପ୍ରକାଶ ଯେ ବ୍ରହ୍ମପୁର ୪ ନମ୍ବର ପ୍ଲାଟ୍‌ଫର୍ମରେ ଆଜି ଆର୍‌ପିଏଫ୍ ଇନିସ୍‌ପେକ୍ଟର ଦିଲିପ କୁମାର, ଇଣ୍ଟିଲିଜେନସ୍ ଅଫିସର ଆର୍‌ଏନ୍ ବେହେରା, କନଷ୍ଟେବଳ ଟିକେ ମହାପାତ୍ର, ସିଟି ଦିଲିପ କୁମାର ପ୍ରଧାନ, ଏନ୍ କେ ଦଳେଇ, ଏଏସ୍‌ଆଇ ଏ.ଏମ୍ ସେଠୀ ସରପ୍ରାଇଜ୍ ଚେକିଂ କରିବା ବେଳେ ଗଜପତି ଜିଲ୍ଲା ଚନ୍ଦ୍ରଗିରିର କେ. ଆଶିଷ ପାତ୍ର (୨୨) ଏବଂ ପୁରୁଷୋତ୍ତମପୁର ପାଲିଆମା ତଥା ବ୍ରହ୍ମପୁର ଶ୍ରୀରାମନଗରରେ ରହୁଥିବା ବିମଳ ବସ୍ତିଆ (୨୦) କିଛି ବ୍ୟାଗ ଧରି ଭୁବନେଶ୍ୱର ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ। ସେମାନଙ୍କ ବ୍ୟାଗଗୁଡ଼ିକ ଚେକିଂ ବେଳେ ଗୋଟିଏ ଟ୍ରଲି ବ୍ୟାଗରେ ୯ ଟି ପ୍ୟାକେଟ ଏବଂ ଗୋଟିଏ ଏୟାର ବ୍ୟାଗରେ ୩ଟି ପ୍ୟାକେଟ୍…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜିଲ୍ଲା ଆଇନସେବା ପ୍ରାଧିକରଣ ଗଂଜାମ ଦ୍ୱାରା ରଙ୍ଗେଇଲୁଣ୍ଡା ବ୍ଲକ୍ କାର୍ଯ୍ୟାଳୟଠାରେ ମୌଳିକ କର୍ତ୍ତବ୍ୟ ଉପରେ ଏକ ଆଇନ ସଚେତନତା  କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ବିଜୟ କୁମାର ଦାସଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଙ୍ଗେଇଲୁଣ୍ଡା କୁମାର ନାଗଭୂଷଣ ଓ ଅନ୍ୟ ୪ ଜଣ ବକ୍ତା ଯଥା ଗୋରାଚାନ୍ଦ ଭଟ୍ଟମିଶ୍ର, ସତୀଶ କୁମାର ପାଣିଗ୍ରାହୀ, ସୁବାସ ଚନ୍ଦ୍ର ପାଳ, ଡ, ମିନାକ୍ଷୀ ଦେବୀ ଓ ବ୍ଲକ୍ ଉପାଧ୍ୟକ୍ଷ ଅଜିତ କୁମାର ଦାସ ପ୍ରମୁଖ ମଂଚାସୀନ ରହିବା ସହ ସମସ୍ତ ପଂଚାୟତର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୌଳିକ କର୍ତ୍ତବ୍ୟ ବିଷୟରେ ଆଲୋଚନା ହୋଇଥିଲା। ମୌଳିକ ଅଧିକାର ଭଳି ମୌଳିକ କର୍ତ୍ତବ୍ୟ ଉପରେ ବିଶେଷ ଧ୍ୟାନ ଦେଇ ବିଭିନ୍ନ ସରକାରୀ ସୁବିଧାଗୁଡ଼ିକ ଜନସାଧାରଣଙ୍କ ପାଖରେ ଅତିଶୀଘ୍ର ପହଞ୍ଚାଇବା ସହ ସମାଜ, ପରିବାର…

Read More

ନୂଆଦିଲ୍ଲୀ :  ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ମୃତକଙ୍କ ସଂଖ୍ୟା 34କୁ ବୃଦ୍ଧି ପାଇଛି । ଆଜି ସକାଳ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା 27 ରହିଥିବାବେଳେ ହିଂସାରେ ଗମ୍ଭୀର ରୂପେ ଆହତ ହୋଇଥିବା ଆଉ ସାତଜଣକଙ୍କ ମୃତ୍ୟୁଘଟିଛି । ଏହି ହିଂସାରେ 50ରୁ ଅଧିକ ପୋଲିସ୍‌ କର୍ମୀଙ୍କ ସମେତ ପ୍ରାୟ 200 ଲୋକ ଆହତ ହୋଇଛନ୍ତି । ମଙ୍ଗଳବାର ଦିନ ଉତ୍ତରପୂର୍ବ ଦିଲ୍ଲୀର ଚାନ୍ଦବାଗ୍‌, ଭଜନାପୁରା, ଗୋକଲପୁରୀ, ମୌଜପୁର, କର୍ଦ୍ଦମପୁରୀ ଓ ଜାଫରବାଦରେ ଭୀଷଣ ହିଂସା ହୋଇଥିଲା । ପୂର୍ବରୁ ରବିବାର ଓ ସୋମବାର ଦିନ ମଧ୍ୟ ଏହି ଅଞ୍ଚଳଗୁଡିକରେ ପ୍ରବଳ ହିଂସା ଅନୁଭୂତ ହୋଇଥିଲା । ପଥର, ଗୁଳି ଓ ଅନ୍ୟ ହତିଆର ଜରିଆରେ  ଲୋକମାନେ ଆହତ ହୋଇଥିବାର ସୂଚନା ରହିଛି । ହିଂସା ମାମଲାରେ ପୋଲିସ୍‌ ଏପର୍ଯ୍ୟନ୍ତ 18ଟି ଏଫଆଇଆର୍‌ ଭିନ୍ନ ଭିନ୍ନ ଥାନାରେ ରୁଜୁ କରିଛି। ହିଂସା ଘଟଣାରେ 106ଜଣକୁ ଗିରଫ କରାଯାଇଛି । ସିସିଟିଭି କ୍ୟାମେରା…

Read More

ନୂଆଦିଲ୍ଲୀ : ଭାରତୀୟ ରେଳବିଭାଗ ତରଫରୁ ଆଜି ରଦ୍ଦ ହେବାକୁ ଥିବା ଟ୍ରେନ୍‌ର ସୂଚୀ ଜାରି କରିଛନ୍ତି । ଆଜି ଅର୍ଥାତ୍‌ ଫେବୃଆରୀ 27 ତାରିଖରେ ପ୍ରାୟ 531ଟି ଟ୍ରେନ୍‌ ରଦ୍ଦ ହୋଇଛି । ଏହି ରଦ୍ଦ ହୋଇଥିବା ଟ୍ରେନ୍‌ଗୁଡିକ ମଧ୍ୟରେ ପ୍ୟାସେଞ୍ଜର, ମେଲ୍‌, ସ୍ପେଶାଲ୍‌ ଟ୍ରେନ୍‌ ସମେତ କିଛି ଏକ୍ସପ୍ରେସ୍‌ ମଧ୍ୟ ସାମିଲ୍‌ ରହିଛନ୍ତି । ଏହି ଟ୍ରେନ୍‌ଗୁଡି ମଧ୍ୟରେ ରହିଛି – ଗୋରଖପୁର ହମସଫର୍‌ ଏକ୍ସପ୍ରେସ୍‌, ସପ୍ତମକ୍ରାନ୍ତି ଏକ୍ସପ୍ରେସ୍‌, ଗରିବ ରଥ ଓ ସ୍ବତନ୍ତ୍ରତା ସେନାନୀ ସମେତ ବିହାରୀ, ୟୁପି, ମୁମ୍ବାଇ ଓ କଲିକତା ସମେତ ଅନ୍ୟ ସହରର ଦିଲ୍ଲୀକୁ ସଂଯୋଗ କରୁଥିବା ଟ୍ରେନ୍‌ଗୁଡିକ ସାମିଲ୍‌ ରହିଛନ୍ତି । ରେଳବାଇର ଓ୍ବେବସାଇଟ୍‌ରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି । ଆଜି 378ଟି ଟ୍ରେନ୍‌କୁପୂର୍ଣ୍ଣ ରୂପେ ରଦ୍ଦ କରାଯାଇଙଥିବାବେଳେ 153ଟି ଟ୍ରେନ୍‌କୁ ଆଂଶିକ ବାତିଲ୍‌ କରାଯାଇଛି । ଏହାବ୍ୟତୀତ 44ଟି ରୁଟ୍‌କୁ ଡାଇଭର୍ଟ କରାଯାଇଥିବାବେଳେ 26ଟି ଟ୍ରେନ୍‌ର ସମୟରେ ପରିବରତ୍ତନ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ମୃତକଙ୍କ ସଂଖ୍ୟା 27ରେ ପହଞ୍ଚିଥିବାବେଳେ  ଦିଲ୍ଲୀ ହିଂସାକୁ ନେଇ ଶୁଣାଣୀ କରୁଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌. ମୂରଲୀଧରଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟ ବଦଳି ହୋଇଛି। ଦିଲ୍ଲୀ ହାଇକୋର୍ଟରେ ବୁଧବାର ଦିନ ଦିଲ୍ଲୀକୁ ନେଇ ଶୁଣାଣି କରିଥିବାବେଳେ ପୁଲିସ୍‌କୁ କଡା ତାଗିଦ୍‌ କରିଥିଲେ ।ବୁଧବାର ଦିଲ୍ଲୀ ହିଂସା ନେଇ ଶୁଣାଣି ସମୟରେ ହାଇକୋର୍ଟ ଶକ୍ତ ଟିପ୍ପଣୀ ଦେଇଥିଲେ । ଦିଲ୍ଲୀରେ ପୁଣି ଥରେ ୧୯୮୪ ଭଳି ଦଙ୍ଗା ହେବାକୁ ଦେବୁ ନାହିଁ । ଦିଲ୍ଲୀ ହିଂସା ନେଇ କଡ଼ା ପଦକ୍ଷେପ ନିଆଯିବା ଦରକାର ବୋଲି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମୁରଲୀଧର କହିଥିଲେ । କେନ୍ଦ୍ର ସରକାର ଜଷ୍ଟିସ ମୁରଲୀଧରଙ୍କ ବଳଦି ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ସୂଚନାଯୋଗ୍ୟ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ମୁରଲିଧରଙ୍କ ବଦଳି ପାଇଁ ୨୦୨୦ ଫେବୃଆରୀ ୧୨ରେ କେନ୍ଦ୍ର ସରକାରଙ୍କୁ ନାମ ସୁପାରିଶ କରିଥିଲେ । ତେବେ ଆଜି ହାଇକୋର୍ଟରେ…

Read More

କେଦାର ମିଶ୍ର ଦେଶର ରାଜଧାନୀ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ଘଟି ୨୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଖୋଦ ରାଜଧାନୀରେ ହିଂସା ଓ ରକ୍ତପାତକୁ ରୋକିବାରେ ଭାରତ ସରକାର ବିଫଳ ହୋଇଛନ୍ତି। ଏହିଭଳି ଏକ ସଙ୍କଟଜନକ ସମୟରେ ରାଜନୈତିକ ଦଳମାନଙ୍କର ଦାୟିତ୍ଵ କଣ ହେବା ଉଚିତ? ଦିଲ୍ଲୀର ସ୍ଥିତି ବିଗାଡିବାରେ ରାଜନୈତିକ ନେତାମାନେ ପ୍ରମୁଖ ଭୂମିକା ନେଇଛନ୍ତି। ଦଙ୍ଗା ଚାଲିଥିବା ସମୟରେ ଜଣେ ବିଜେପି ବିଧାୟକ “ଗୁଳିମାରୋ” ସ୍ଲୋଗାନ ଦେଉଥିବାର ଚିତ୍ର ଆମେ ଦେଖିଛୁ। ସବୁଠୁ ଭୟଙ୍କର ହେଉଛି ସୋସିଆଲ ମିଡିଆରେ ଦଙ୍ଗାକୁ ଅଧିକ ତୀବ୍ର କରିବା ଓ ହିନ୍ଦୁ-ମୁସଲମାନଙ୍କ ଭିତରେ ବିଭେଦକୁ ଅଧିକ ବଢାଇବା ଲାଗି ହଜାର ହଜାର ସଂଖ୍ୟାରେ ଡିଜିଟାଲ ବାର୍ତ୍ତା ପ୍ରସାରିତ କରାଯାଉଛି। ସବୁଠୁ ବିଚିତ୍ର କଥା ହେଉଛି, ଅନ୍ୟ ରାଜ୍ୟ ମାନଙ୍କରେ ଦଙ୍ଗାର ଆଭାସ ପାଇବେ ମାତ୍ରେ ଇଣ୍ଟରନେଟ ବନ୍ଦ ରହୁଥିବା ବେଳେ, ଦିଲ୍ଲୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦିଲ୍ଲୀରେ ଇଣ୍ଟର୍ନେଟ…

Read More

ମେଲବର୍ଣ୍ଣ : ଆଜିର ଇନ୍‌ଷ୍ଟାଣ୍ଟ ମେସେଜିଂ ଯୁଗରେ ଗୋଟିଏ ମେସେଜ୍‌ର ଉତ୍ତର ମିଳିବା ପାଇଁ କେତେ ସମୟ ଲାଗିଥାଏ । କିଛି କ୍ଷଣ ମଧ୍ୟରେ ମେସେଜ୍‌ର ଉତ୍ତର ମିଳିଯାଉଥିବା ବେଳେ ମେସେଜ୍‌ର ଉତ୍ତର ମିଳିବା ପାଇଁ 8 ବର୍ଷ ଲାଗିବା ନିଶ୍ଚୟ ଅବିଶ୍ବସନୀୟ । ଅବିଶ୍ବାସ ହେଲେ ହେଁ ସତ । ଏପରି ଘଟଣା ଘଟିଛି ଅଷ୍ଟ୍ରେଲିଆରେ । 2011 ମସିହାରେ ପଠାଯାଇଥିବା ଏକ ମେସେଜ୍‌ର ଉତ୍ତର 2020ରେ ମିଳିଛି । ସାଲୀ ନାମକ ଏହି ଯୁବତୀ ଜଣକ ଜଣେ ସହପାଠୀଙ୍କୁ ପସନ୍ଦ କରୁଥିଲେ । ଜୁଲାଇ 17, 2011ରେ ଉକ୍ତ ସହପାଠୀଙ୍କୁ ସାଲୀ ଏକ ମେସେଜ୍‌ କରିଥିଲେ । ମାତ୍ର ତିନୋଟି ମେସେଜ୍‌ ପରେ ଉକ୍ତ ବ୍ୟକ୍ତିଙ୍କ ନିକଟରୁ କୌଣସି ଉତ୍ତର ମିଳିନଥିଲା । ମଙ୍ଗଳବାର ଉକ୍ତ ଯୁବକଙ୍କ ଠାରୁ ଉତ୍ତର ମିଳିବା ପରେ ଏହାର ଏକ ସ୍କ୍ରିନ୍‌ସଟ୍‌ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ । ସେୟାର ହେବା ପରଠାରୁ…

Read More

ମୁମ୍ବାଇ : ସଲ୍‌ମାନ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ପୁଣି ଥରେ ଇଦ୍‌ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍‌ର ଭାଇଜାନ୍‌ । ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରାଧେ- ଦ ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’ର ଟିଜର ରିଲିଜ୍‌ ହେବାକୁ ଯାଉଛି । ଆସନ୍ତା ହୋଲିରେ ଏହି ଫିଲ୍ମର ଟିଜର ରିଲିଜ୍‌ ହେବାକୁ ଯାଉଛି । ଓ୍ବାଣ୍ଟେଡ୍‌ ଏବଂ ଦବଙ୍ଗ-3 ପରେ ସଲ୍‌ମାନ ଏବଂ ପ୍ରଭୁ ଦେବାଙ୍କର ଏହା ତୃତୀୟ ଫିଲ୍ମ । ଫିଲ୍ମର ଅନ୍ତିମ ଚରଣର ସୁଟିଂ ବାକି ରହିଛି । ଫିଲ୍ମର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦିଶା ପଟାନୀ, ରଣଦୀପ ହୁଡା ଏବଂ ତେଲୁଗୁ ଅଭିନେତା ଭରତ ନଜର ଆସିବାକୁ ଯାଉଛନ୍ତି । ଇଦ୍‌ ଅବସରରେ ଏହି ଫିଲ୍ମଟି ମେ 22 ତାରିଖରେ ରିଲିଜ୍‌ ହେବାକୁ ଯାଉଛି । ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ବ ସହିତ ଏହି ଫିଲ୍ମଟି ମୁକାବିଲା କରିବ ।

Read More