ନୂଆଦିଲ୍ଲୀ : ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ରାହୁଲ ଗାନ୍ଧୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ରାହୁଲ ବିଜେପିକୁ ସମାଲୋଚନା କରିଛନ୍ତି । ବିଜେପିକୁ ସମାଲୋଚନା କରିବା ସହିତ ରାହୁଲ ତିନୋଟି ପ୍ରଶ୍ନ ପଚାରିଛନ୍ତି । ପୁଲଓ୍ବାମା ଆକ୍ରମଣରୁ କେଉଁ ଦଳ ସର୍ବାଧିକ ଫାଇଦା ପାଇଥିଲା ବୋଲି ରାହୁଲ ଟ୍ବିଟ୍ଟର ଜରିଆରେ ପ୍ରଶ୍ନ କରିଛନ୍ତି । ଆକ୍ରମଣର ତଦନ୍ତ କରାଯାଇଥିବା ବେଳେ ତଦନ୍ତ ରିପୋର୍ଟ କଣ ଆସିଲା ଏବଂ ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ଆକ୍ରମଣ ଘଟିଥିବା ବେଳେ ବିଜେପି ସରକାରର କେଉଁ ନେତା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ବୋଲି ରାହୁଲ ପ୍ରଶ୍ନ କରିଥିଲେ । ଟ୍ବିଟ୍ଟରରେ ରାହୁଲଙ୍କ ଏହି ପ୍ରଶ୍ନକୁ ଅନେକ ବ୍ୟବହାର କାରୀ ସମାଲୋଚନା କରିଥିଲେ । (ଏଜେନ୍ସି)
Author: Samikhsya Bureau
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜାତିଗତ ହିଂସାରେ 6 ଜଣ ଆହତ ହୋଇଛନ୍ତି । ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାରେ ଏହି ଘଟଣା ଘଟିଛି । ଗୁରୁବାର ମାଙ୍ଗଟା ଗ୍ରାମରେ ଉଚ୍ଚଜାତି ଏବଂ ଦଳିତଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଥିବା ବେଳେ 6 ଜଣ ଆହତ ହେବା ସହିତ ଗୋଟିଏ ଘରକୁ ନିଆଁ ଲଗାଇ ଦିଆଯାଇଛି । ଫେବୃୟାରୀ 8ରୁ ଅନୁଷ୍ଠିତ ଭୀମ କଥାର ସମାପ୍ତି ପରେ ଭୀମ ଶୋଭାଯାତ୍ରା ସମୟରେ ଏହି ଘଟଣା ଘଟିଥିଲା । ଜଣେ ବାଳକ ଆମ୍ବେଦକରଙ୍କ ପୋଷ୍ଟରକୁ ବାଡିରେ ମାରିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଉଭୟ ପକ୍ଷ ପରସ୍ପର ଉପରକୁ ପଥର ମାଡ କରିଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ତୁରନ୍ତ ଘଟଣାସ୍ଥଳରେ ପୋଲିସ୍ ମୁତୟନ ହୋଇଥିବା ବେଳେ ଆହତ ମାନଙ୍କୁ ଆକବରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)
ମୁମ୍ବାଇ : ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନ୍ପ୍ରୀତ୍ କୌର୍ଙ୍କୁ ସମାଲୋଚନା କରିଛନ୍ତି ଡାଏନା ଏଡୁଜୀ । ହରମନପ୍ରୀତ୍ ଅଧିନାୟକତ୍ବ ଛାଡିବା ଉଚିତ୍ ବୋଲି ଏଡୁଜୀ ପ୍ରକାଶ କରିଛନ୍ତି । ବୁଧବାର ଭାରତୀୟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହେବା ପରେ ଡାଏନା ଏହି ମତ ଦେଇଛନ୍ତି । ଭାରତ ମାତ୍ର 156 ରନ୍ର ପିଛା କରୁଥିବା ବେଳେ ସ୍ମୃତି ମାନ୍ଧନାଙ୍କ 37 ବଲ୍ 66 ରନ୍ ସତ୍ତ୍ବେ ଭାରତ ପରାଜୟ ବରଣ କରିଥିଲା । ଭାରତୀୟ ଦଳର ମଧ୍ୟକ୍ରମ ଏବଂ ନିମ୍ନ ମଧ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଭାରତୀୟ ଅଧିନାୟିକା ହରମନ୍ପ୍ରୀତ୍ ଏହି ସିରିଜ୍ରେ ବିଫଳ ହୋଇଥିଲେ । ଭାରତୀୟ ଦଳ କିଛି ମ୍ୟାଚ୍ରେ ସହଜ ବିଜୟ ହାସଲ କରୁଥିବା ବେଳେ ସମାନ ସ୍ଥିତିରୁ ପରାଜୟ ମଧ୍ୟ ବରଣ କରିଥିଲା । ଭାରତୀୟ ଅଧିନାୟିକାଙ୍କ ନେତୃତ୍ବ ନେବା ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ସିଓଏ ସଦସ୍ୟ…
ନୂଆଦିଲ୍ଲୀ : ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ । ଉଭୟ ରାଜନାଥ ସିଂ ଏବଂ ଅମିତ ଶାହା ଟ୍ବିଟ୍ଟର ଜରିଆରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୁଲଓ୍ବାମାର ଲେଥପୋରା କ୍ୟାମ୍ପରେ ଏକ ଶହୀଦ ସ୍ତମ୍ଭର ମଧ୍ୟ ଉନ୍ମୋଚନ କରାଯିବ । ଏହି ସ୍ତମ୍ଭରେ 40 ଜଣ ଶହୀଦ ଯବାନଙ୍କ ନାମ ଏବଂ ଫଟୋ ରହିବ । ଦେଶର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନର ଏହା ଏକ ପ୍ରୟାସ ବୋଲି ସିଆରପିଏଫ୍ର ଉପ ମୁଖ୍ୟ ଜୁଲଫିକର ହସନ୍ ପ୍ରକାଶ କରିଛନ୍ତି । ଭାରତ ମାତାର ସୁରକ୍ଷା ଏବଂ ଅଖଣ୍ଡତା ପ୍ରୟାସରେ ପ୍ରାଣ ହରାଇଥିବା ଶହୀଦ ଯବାନ ମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ଶାହା ଟ୍ବିଟ୍ କରିଛନ୍ତି । ଆତଙ୍କବାଦ ବିରୋଧରେ ସମ୍ପୂର୍ଣ୍ଣ ଦେଶ ଏକ ହୋଇ ଛିଡା ହୋଇଛି ଏବଂ 2019ରେ ଶହୀଦ ହୋଇଥିବା…
ବେଜିଂ : କୋରୋନା ଭାଇକରସ୍ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସୁଦ୍ଧା ଏହି ଭାଇରସ୍ ପ୍ରଭାବରେ ମୃତକଙ୍କ ସଂଖ୍ୟା 1477ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 65 ହଜାରରେ ପହଞ୍ଚିଛି । ହୁବେଇ ଏବଂ ଉହାନ୍ ପ୍ରଦେଶରେ ଏହି ଭାଇରସ୍ ନିଜର ତାଣ୍ଡବ ମଚାଇଛି । ଗୁରୁବାର ଦିନ ନୂତନ ଭାବରେ 120 ଜଣଙ୍କର ପ୍ରାଣହାନି ଘଟିଛି । ଗୁରୁବାର ଦିନ ହୁବେଇ ପ୍ରଦେଶରେ 4823 ଜଣ ନୂତନ ଭାବରେ ଆକ୍ରାନ୍ତ ହୋଇଥିବା ବେଳେ ଉହାନ୍ ପ୍ରଦେଶରେ ନୂତନ ଭାବରେ 1486 ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ଜାପାନ କୋରୋନା ଭାଇରସ୍ ମୁକାବିଲା ପାଇଁ 140 ମିଲିୟନ୍ ଡଲାରର ସହାୟତା ରାଶି ଘୋଷଣା କରିଛି । (ଏଜେନ୍ସି)
ଭୁବନେଶ୍ବର,ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ। ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ପରଂପରା ଅନୁସାରେ ବଜେଟ ଅଧିବେସନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ। ସେହି ଅନୁସାରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଗୃହରେ ନିଜର ଅଭିଭାଷଣ ରଖିବେ। ସେଥିପାଇଁ ବିଧାନସଭାର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜ୍ୟପାଳ ବିଧାନସଭାରେ ପହଁଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ତାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଗୃହ ଭିତରକୁ ପାଛୋଟି ନେବେ। ଏହାପରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ରଖିବେ। ଆସନ୍ତା 18 ତାରିଖ ଦିନ ଅର୍ଥମନ୍ତ୍ରୀ ନିରଂଜନ ପୂଜାର ଚଳିତ 2020-21 ବର୍ଷ ପାଇଁ ବଜେଟ ଉପସ୍ଥାପାନ କରିବେ। ଗୃହରେ କିପରି ଶାନ୍ତି ଶୃଙ୍ଖଳା ବଜାଇ ରହିବ ସେ ନେଇ ବାଚସ୍ପତି ଗତକାଲି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ସଭ୍ୟମାନେ ଗୃହ ମଧ୍ୟଭାଗକୁ ନ ଆସି ନିଜନିଜ ଆସନରେ…
କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟ ବିଭିନ୍ନ ସମୟରେ ନିର୍ବାଚନକୁ ଅପରାଧମୁକ୍ତ କରିବାଲାଗି ନିର୍ଦ୍ଦେଶ ଦେଇ ଆସୁଛନ୍ତି। ହେଲେ ସୁପ୍ରିମ କୋର୍ଟଙ୍କ ଆଦେଶ ଶୁଣୁଛି କିଏ ବା ମାନୁଛି କିଏ? ଦେଶର ରାଜନୈତିକ ଦଳଗୁଡିକ ଅନେକ ସମୟରେ ଆଇନର ଶାସନକୁ ନିଜର ପୈତୃକ ସମ୍ପତ୍ତି ବୋଲି ଭାବନ୍ତି ଓ ନିଜକୁ ସୁହାଇଲା ଭଳି ଆଇନର ବ୍ୟବହାର କରିଥାନ୍ତି। ଗତକାଲି ଆଉ ଏକ ବିଶେଷ ନିର୍ଦ୍ଦେଶ ଦେଇ ସୁପ୍ରିମ କୋର୍ଟ କହିଛନ୍ତି ଯେ ଏଣିକି ରାଜନୈତିକ ଦଳମାନେ ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ ଟିକଟ ଦିଅନ୍ତି, ତାହେଲେ ସେମାନଙ୍କ ଅପରାଧ ସମ୍ପର୍କରେ ନିଜ ୱେବ ସାଇଟ, ସୋସିଆଲ ମିଡିଆ ଯଥା ଫେସବୁକ ଓ ଟ୍ଵିଟର ଏବଂ ଖବର କାଗଜରେ ସ୍ପଷ୍ଟ ସୂଚନା ଦେବେ। ପୂର୍ବରୁ ମଧ୍ୟ ରାଜନୈତିକ ଦଳମାନଙ୍କୁ ଏହି ଅପରାଧ ପୃଷ୍ଠଭୂମି ସମ୍ପର୍କରେ ଖବର କାଗଜରେ ସ୍ପଷ୍ଟ ସୂଚନା ଦେବାକୁ କୁହାଯାଇଥିଲା। ଏ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ କୌଣସି ରାଜନୈତିକ ଦଳ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତାକାଲି ଠାରୁ ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଇଛି । ଶୁକ୍ରବାର ଠାରୁ ଏହି ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ 18 ତାରିଖରେ ବଜେଟ ଉପସ୍ଥାପନ କରାଯିବ । ଚଳିତ ବିଧାନସଭାରେ 31ଟି କାର୍ଯ୍ୟଦିବସ ରହିଥିବା ବେଳେ 2ଟି ପର୍ଯ୍ୟାୟରେ ଏହି ଅଧିବେଶନ ସମାପ୍ତ ହେବ । ବଜେଟ୍ ଉପରେ 14 ଦିନ ଆଲୋଚନା କରାଯିବ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆସନ୍ତା କାଲିର ଅଧିବେଶନ ଆରମ୍ଭ ହେବ । ଅଧିବେଶନରେ କେନ୍ଦ୍ରୀୟ ଅନୁଦାନ କମିବା, ଜନଗଣନାରେ ପଛୁଆବର୍ଗକୁ ସାମିଲ ପାଇଁ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସୂଚନା ଦେଇଛନ୍ତି ।
Mumbai: Actress Ananya Panday discussion with fashion designer Anaita Shroff on the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)
ମୁମ୍ବାଇ : 3 ମାସରେ 6 ହଜାର କୋଟିର କ୍ଷତି ସହିଛି ଏହି କମ୍ପାନୀ । ଭାରତୀୟ ଟେଲିକମ୍ କମ୍ପାନୀ ଆଇଡିଆ-ଭୋଡାଫୋନ୍ ବିଗତ ତିନିମାସରେ 6 ହଜାର କୋଟି ହରାଇଛନ୍ତି । ଗୁରୁବାର ଦିନ ପ୍ରକାଶିତ ଅର୍ଥନୈତିକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଗୁରୁବାର ପ୍ରକାଶିତ ରିପୋର୍ଟରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କମ୍ପାନୀ 6438.4 କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି । 2019ର ସମାନ ସମୟରେ କମ୍ପାନୀ 5004.6 କୋଟି ଟଙ୍କାର କ୍ଷତି ସହିଥିଲା । ଏହା ସହିତ ଭୋଡାଫୋନ୍-ଆଇଡିଆର ସମୁଦାୟ ଆୟ 11380.5 କୋଟି ଟଙ୍କାକୁ ହ୍ରାସ ପାଇଛି । (ଏଜେନ୍ସି)
ଭୁବନେଶ୍ୱର: ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରୀ ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବିଟ (ଏମବିପିଏସ) ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଅନ୍ୟ ସମସ୍ତ ଟେଲିକମ ଅପରେଟରମାନଙ୍କ ଠାରୁ ଯଥେଷ୍ଟ ଆଗରେ ରାହିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି। ଏହି ତଥ୍ୟ ଅନୁସାରେ ସର୍ବଭାରତୀୟ ସ୍ତରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ ଜିଓ ସର୍ବାଗ୍ରେ ରହିଥିବା ବେଳେ ଅପ୍ଲୋଡ ସ୍ପିଡ଼ରେ ଭୋଡାଫୋନ ଆଗରେ ରହିଛି। ଜାନୁୟାରୀ ମାସ ପାଇଁ ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ ୨୦.୯ ଏମବିପିଏସ ରହିଥିବା ବେଳେ ଏହି ଅବଧିରେ ଭାରତୀ ଏୟାରଟେଲର ହାରାହାରି ଡାଉନଲୋଡ ସ୍ପିଡ଼ ୭.୯ ଏମବିପିଏସ , ଭୋଡାଫୋନର ୭.୬ ଏମବିପିଏସ ଏବଂ ଆଇଡ଼ିଆର ୬.୫ ଏମବିପିଏସ ରହିଥିଲା। ଟ୍ରାଇ ଦ୍ୱାରା ଏହି ହାରାହାରି ସ୍ପୀଡ଼…
ଲଣ୍ଡନ : ୟୁକେର ନୂତନ ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ବଂଶଜ ଭାରତୀୟ ରିଶି ସୁନାକ୍ । ସୁନାକ୍ ହେଉଛନ୍ତି ଭାରତୀୟ ଶିଳ୍ପପତି ଇନ୍ଫୋସିସ୍ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ଗୁରୁବାର ସୁନାକ୍ଙ୍କୁ ବୋରିସ୍ ଜନ୍ସନ୍ଙ୍କ କ୍ୟାବିନେଟ୍ର ଅର୍ଥମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି । ବୋରିସ୍ ଜନ୍ସନ୍ ନିଜର କ୍ୟାବିନେଟ୍ ସମ୍ପ୍ରସାରଣ କରିଥିବା ବେଳେ ସୁନାକ୍ଙ୍କୁ ଅର୍ଥମନ୍ତ୍ରୀ ଭାବରେ ଚୟନ କରିଛନ୍ତି । ଏହା ସହିତ ପ୍ରିତୀ ପଟେଲଙ୍କ ପରେ ଦ୍ବିତୀୟ ବଂଶଜ ଭାରତୀୟ ଭାବରେ ଜନ୍ସନ୍ କ୍ୟାବିନେଟ୍ରେ ଯୋଗ ଦେଇଛନ୍ତି । ପାକିସ୍ତାନୀ ବଂଶୋଦ୍ଭବ ସାଜିଦ୍ ଜାଭିଦ୍ଙ୍କ ଇସ୍ତଫା ପରେ ରିଶି ସୁନାକ୍ ଅର୍ଥମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି । (ଏଜେନ୍ସି)
ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ତିନି ହିଜବୁଲ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜମ୍ମୁ କାଶ୍ମୀର ପୋଲିସକୁ ଏହି ସଫଳତା ମିଳିଛି । ତିନି ଆତଙ୍କୀଙ୍କୁ ଗିରଫ କରିବା ସହିତ ଜମ୍ମୁ କାଶ୍ମୀର ପୋଲିସ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ତିନି ଗିରଫ ଆତଙ୍କବାଦୀ ହେଉଛନ୍ତି ଆଦିଲ ଅହମ୍ମଦ ଦର୍, ଆକିବ୍ ଫୟାଜ୍ ମକ୍ରୁ ଏବଂ ଏଜାଜ୍ ଅହମଦ୍ । ତିନି ଆତଙ୍କୀ ହିଜବୁଲ୍ ମୁଜାହିଦ୍ଦିନିର ସଦସ୍ୟ ବୋଲି ଜଣାପଡିଛି । ଏହି ତିନି ଆତଙ୍କୀ ଅନ୍ୟ ଆତଙ୍କୀଙ୍କୁ ଯାତ୍ରା କରିବା ଏବଂ ଯୁବକଙ୍କୁ ଆତଙ୍କୀ ସଙ୍ଗଠନରେ ଯୋଗ ଦେବାପାଇଁ ପ୍ରବର୍ତ୍ତାଉଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ଶହିନବାଗକୁ ନେଇ ମୁହଁ ଖୋଲିଛନ୍ତି ଆପ୍ ନେତା ରାଘବ ଚଢ୍ଢା । ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ କରାଯାଇଥିବା ପ୍ରଶ୍ନରେ ରାଘବ ଏହି ଉତ୍ତର ଦେଇଥିଲେ । ଦିଲ୍ଲୀର ଆଇନ ଶୃଙ୍ଖଳା ପରସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି । ତେଣୁ ଶାହିନବାଗରୁ ଆନ୍ଦୋଳନ ହଟାଇବା ଦାୟିତ୍ବ କେନ୍ଦ୍ର ସରକାରଙ୍କର ବୋଲି ରାଘବ ପ୍ରକାଶ କରିଛନ୍ତି । ଆପ୍ ଏକ କ୍ଷୁଦ୍ର ରାଜନୈତିକ ଦଳ ଯାହାକି ସାଧାରଣ ଜନତାଙ୍କ ବିଭିନ୍ନ ଅସୁବିଧା, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପ୍ରଦୂଷଣକୁ ନେଇ ରହିଥିବା ସମସ୍ୟା ଦୂର କରିବା ଏହାର ଦାୟିତ୍ବ । ସିଏଏ ଏବଂ ଏହାକୁ ନେଇ ରହିଥିବା ସମସ୍ୟା ସହିତ ଆପ୍ର କୌଣସି ସମ୍ପର୍କ ନାହିଁ ବୋଲି ରାଘବ ପ୍ରକାଶ କରିଥିଲେ । (ଏଜେନ୍ସି)
କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ବଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପଡିଆରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଥିବା ନେହୁର ଯୁବକେନ୍ଦ୍ର ପକ୍ଷରୁ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହାକୁ ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ବେଚ୍ଛାସେବୀ ପ୍ରତିନିଧି ନୀଳ ଭଉଳ, ଲକ୍ଷ୍ମୀ ପ୍ରତିମା ଦଳାଇ ଏବଂ ପାଠାଗାର ସଭାପତି ଦୀପକ କୁମାର ପରିଡ଼ାଙ୍କ ପୌରହିତ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ହିଞ୍ଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଅକ୍ଷୟ ଭାସ୍କର ନିପାଣେ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ମିଶ୍ର, ତ୍ରିରଙ୍ଗା ସେବା ସଂଘର ସଭାପତି ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୯ଟି ବିଭାଗର ପ୍ରତିଯୋଗିତାରେ ପ୍ରାୟ ୧୫୦ରୁ…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁରର ସାନହନ୍ତୁଆଡରେ ୧୦୮ ହନୁମାନ ଚାଳିଶା ସାମୂହିକ ପଠନ ଓ ଯଜ୍ଞ ଅନୁଷ୍ଠିତ ହୋଇଛି। ୭ ତାରିଖରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିଥିଲା। ଶ୍ର ହନୁମନ୍ତ ଲାଲଜୀ ମହାରାଜ ଓ ଶ୍ରୀରାମଚରିତ ମାନସ କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ବାଲ୍ୟସନ୍ଥ ଶ୍ରୀ ପ୍ରେମାନନ୍ଦ ଦାସ ମହାରାଜ ହନୁମାନ ଚାଳିଶା ପାଠ କରିଥିଲେ। ଗୁରୁବାର ପୂର୍ଣ୍ଣାହୂତି ପରେ ଅପରାହ୍ନ ୫ଟାରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଜେଡିର ପୂର୍ବତନ ବିଧାୟକ ତଥା ପଣ୍ୟାଗାର ନିଗମ ଅଧ୍ୟକ୍ଷ ରହିଥିବା ଅନୁପ ସାଏଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି । ଏକ ହତ୍ୟା ମାମଲାରେ ଛତିଶଗଡ ପୋଲିସ୍ ଦ୍ବାରା ଗିରଫ ହେବା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । କେବଳ ବିଜେଡିରୁ ନୁହେଁ ଅନୁପଙ୍କୁ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ । ଉଲ୍ଲେଖଯୋଗ୍ୟ ଯେ, 2016 ମସିହାରେ ଡବଲ ମର୍ଡର ଅଭିଯୋଗରେ ସାଏଙ୍କୁ ଛତିଶଗଡଗର ଚକ୍ରଧରପୁର ପୋଲିସ୍ ଗିରଫ କରିଛି ।
ରମେଶ ମହାନ୍ତି ଜଗତସିଂହପୁର: ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ କରି ଏରସମାରେ ଚାଲିଥିବା ଆନ୍ଦୋଳନ ୨୪ ଦିନରେ ପହଞ୍ଚିଛି। ପ୍ଲାଣ୍ଟକୁ ବିରୋଧ କରି ଏରସମା ବ୍ଲକ୍ ଜିରାଇଲୋ ଭିଟାମାଟି ସୁରକ୍ଷା ସମିତି ପକ୍ଷରୁ ନଅ ମୌଜି ହାଇସ୍କୁଲ ଫାଟକ ଆଗରେ ଏହି ଆନ୍ଦୋଳନ ହୋଇଛି। ଏହି ଗଣଧାରଣା ୨୩ ଦିନରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଥିଲା। କିଛି ଦିନ ମଧ୍ୟରେ ମେଟ୍ରିକ୍ ପରୀକ୍ଷା ଥିବାରୁ ସ୍କୁଲ ସମ୍ମୁଖରୁ ଏହି ଆନ୍ଦୋଳନ ହଟିବା ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି। ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ବିଜେପି ଉପସଭାପତି ଭୁବନ ମୋହନ ଜେନାଙ୍କ ନେତୃତ୍ୱରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରକଳ୍ପ ସ୍ଥାନାନ୍ତର ପାଇଁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କିମିଲୋ ରାଜସ୍ୱ ଗ୍ରାମର ସୀମାରେ ପ୍ରସ୍ତାବିତ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ 16ତମ ଧଉଳି କଳିଙ୍ଗ ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ । ପ୍ରତିବର୍ଷ ପରି ଏ ବର୍ଷ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ୍ତ ରୁଚି ବୁଦ୍ଧ ସମ୍ମାନ ବିଖ୍ୟାତ ଓଡ଼ିଶୀ ଗୁରୁ ମାୟାଧର ରାଉତ ଏବଂ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ବିଖ୍ୟାତ ଓଡ଼ିଶୀ ସଙ୍ଗୀତ ଗାୟକ ଗୁରୁ ଘନଶ୍ୟାମ ପଣ୍ଡା, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଅଳକା କାନୁନଗୋ, ଆମେରିକାର ଆନ୍ତର୍ଜାତିୟ ଓୌଷଧ ଓ ଛାତି ରୋଗ ବିଶେଷଜ୍ଞ ଡ଼ାକ୍ତର ଦେବୀ ମିଶ୍ର, ଆମେରିକାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରୁଥିବା ନିରଞ୍ଜନ ତ୍ରିପାଠୀ ଓ ସ୍ୱାତି ତ୍ରିପାଠୀ ଏବଂ ପ୍ରସିଦ୍ଧ ଲାଇଟ…
କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଳକର ମୁଣ୍ଡମରାଇର ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 27 ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦିଗାମ୍ବର ବିଷୋୟୀ ଅଧ୍ଯକ୍ଷତା କରିବା ବେଳେ ଯୁକ୍ତଦୁଇ ପରିଷଦ ଉପସଚିବ ଡ.କୁଳମଣି ଓଝା ମୁଖ୍ୟ ଅତିଥି, ଧରାକୋଟ ବିଡିଓ ବିଭୁଧ ଗଡନାୟକ ମୁଖ୍ୟ ବକ୍ତା ଏବଂ ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ଧରାକୋଟ ବ୍ଳକ ଅଧ୍ୟକ୍ଷା ରୀନା ଗୌଡ, ସମିତି ସଭ୍ୟା ସୁନିତା କୁମାରୀ ଗୌଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ମାନେ ନିଜର ଚରିତ୍ର ଗଠନକୁ ଗୁରୁତ୍ବ ଦେଇ ସମାଜ, ଶିକ୍ଷାନୁଷ୍ଠାନର ସୁନାମକୁ ଦ୍ବିଗୁଣିତ କରିବା ଉପରେ ଅତିଥିଗଣ ଆଲୋକପାତ କରିଥିବା ସମୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଉପସ୍ଥିତିରେ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ…
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗବ୍ଳକ ଅନ୍ତର୍ଗତ ବାଗୋଇ ପଂଚାୟତର ପରଲୋକଗତ ସରପଂଚ ଅଧୀର ପ୍ରଧାନଙ୍କର ଏକାଦଶାହ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ସରପଂଚ ବିଜୟ କୁମାର ଖଟେଇଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, କଂଗ୍ରେସ ନେତା ଡ଼କ୍ଟର ଲଲାଟେନ୍ଦୁ ମହାପାତ୍ର, ଅରିନ୍ଦମ ସାର୍କେଲ, କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗବ୍ଳକ କଂଗ୍ରେସର ଆବାହକ ଏଏନଡ଼ି ଯାଦବ, ଆଇନଜିବୀ ରମେଶଚନ୍ଦ୍ର ଦାସ, ପ୍ରଶାନ୍ତ ପଟ୍ଟନାୟକ, କୁଜଙ୍ଗ ସରପଂଚ ଭାରତଭୂଷଣ ନାୟକ, ଜିଲ୍ଲାନାସୀ ସରପଂଚ ପ୍ରମୋଦ ସ୍ୱାଇଁ, ସାଇଲୋ ସରପଂଚ ରୋଜାଲିନ ମହାପାତ୍ର, ହଂସୁରା ସରପଂଚ ସ୍ମୃତିରେଖା ସ୍ୱାଇଁ, ପୋତାନଇ ସରପଂଚ ସଞ୍ଜୟ ଷଡ଼ଙ୍ଗୀ, ମଙ୍ଗରାଜପୁର ସରପଂଚଙ୍କ ପ୍ରତିନିଧ ବିପିନ କୁମାର ତ୍ରିପାଠୀ, ପାଟପୁର ସରପଂଚ ଲକ୍ଷ୍ମୀକାନ୍ତ ସ୍ୱାଇଁ, ପାରାଦୀପଗଡ଼ ସରପଂଚ ମିହିର ରଞ୍ଜନ ସାହୁ, ବିଧାୟକଙ୍କ…

