କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ମନୋରଞ୍ଜନ ଚାନେଲ୍ ‘ଷ୍ଟାର୍ ପ୍ଲସ୍’ରେ ପ୍ରସାରିତ ହେଉଥିବା ରିୟଲିଟି କୁକ୍ ସୋ’ ‘ମାଷ୍ଟର୍ ସେଫ୍’ର ସିଜିନ୍-୬ର ଫାଇନାଲ୍ ରାଉଣ୍ଡ୍ରେ ପହଞ୍ଚିଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ । ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ କାଳଷଣ୍ଡପୁର ଗାଁର ଅବିନାଶ ପ୍ରାରମ୍ଭରୁ ଇନ୍ଫୋସିସ୍ରେ ଇଞ୍ଜିନିୟର ଭାବେ ଚାକିରି କରିଥିଲେ । ଅବିନାଶ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କ୍ରମାଗତ ଭାବେ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ବିଚାରକଙ୍କ ମନ ଜିଣିବା ସହିତ ଫାଇନାଲ୍ ରାଉଣ୍ଡ୍ରେ ପହଞ୍ଚିଛନ୍ତି । ମାଷ୍ଟରସେଫ୍ରେ ସେ ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ଖେଚୁଡ଼ି, ମୁଗ ଓ ମାଛ ତରକାରୀ ରୋଷେଇ କରି ବିଚାରକଙ୍କର ମନ ଜିଣିଥିଲେ । ଜାତୀୟ ସ୍ତରରେ ଅବିନାଶଙ୍କ ଏଭଳି ଯାତ୍ରା ପାଇଁ ନିଜ ଜନ୍ମ ମାଟିରୁ ଆରମ୍ଭ କରି ସମଗ୍ର ଓଡିଶାବାସୀଙ୍କ ପ୍ରଂଶସାର ସୁଅ ଛୁଟୁଛି । ଫାଇନାଲରେ ବିଜୟ ହେବା ପାଇଁ ସମସ୍ତେ ଶୁଭକାମନା ଜଣାଉଥିବା ଦେଖିବାକୁ ମିଳୁଛି ।
Author: Samikhsya Bureau
ରଞ୍ଜିତ ପଣ୍ଡା କୁଜଙ୍ଗ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୁଜଙ୍ଗ ଥାନାର ପଙ୍କପାଳ ଅଂଚଳର ଜନୈକ ଯୁବକ ସ୍ଥାନୀୟ ପାଇକସ୍ତା ଗ୍ରାମର ଜଣେ ନାବାଳିକାକୁ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବାବେଳେ କୁଜଙ୍ଗ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ ୧୦ ତାରିଖରେ ପଙ୍କପାଳ ଅଂଚଳର ଜିତୁ ସେଠୀ(୨୫) ନିକଟସ୍ଥ ପାଇକସ୍ତା ଅଂଚଳର ଜନୈକା ନାବାଳିକାଙ୍କୁ ରାହାମା ମକର ଦେଖାଇବାକୁ ନେଇଥିଲେ। ସେଠାରେ ତାକୁ ମକର ବୁଲାଇବା ବାହାନାରେ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିଲା। ଅଶ୍ଲୀଳ ଚିତ୍ରକୁ ମୋବାଇଲରେ ରେକର୍ଡ଼ କରିଥିବା ନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାରର ପକ୍ଷରୁ କୁଜଙ୍ଗ ଥାନାରେ ହୋଇଥିବା ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ କୁଜଙ୍ଗ ଥାନା ପକ୍ଷରୁ ଚଢାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏନେଇ ଥାନାରେ କେସ୍ ନମ୍ବର ୪୧/୨୦୨୦ ଅନୁଯାୟୀ ୩୬୫, ୩୭୬(ଏ), ୫୦୬, ୩୨୮,…
ଫିରୋଜାବାଦ : ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 13 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 31 ଜଣ ଆହତ ହୋଇଛନ୍ତି । ବୁଧବାର ରାତିରେ ଉତ୍ତର ପ୍ରଦେଶର ଫିରୋଜାବାଦରେ ଏହି ଦୁର୍ଘଟଣା ଘଟିଛି । ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିବାରୁ ଏହି ପ୍ରାଣହାନି ଘଟିଛି । ସମସ୍ତ ଆହତ ମାନଙ୍କୁ ସ୍ଥାନୀୟୂ ଶେଫାଳୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆହତ ମାନଙ୍କର ମାଗଣା ଚିକିତ୍ସା ପାଇଁ ମଧ୍ୟ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।
ବେଜିଂ : କୋରୋନା ଭାଇକରସ୍ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବୁଧବାର ସୁଦ୍ଧା ଏହି ଭାଇରସ୍ ପ୍ରଭାବରେ ମୃତକଙ୍କ ସଂଖ୍ୟା 1357ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାରରେ ପହଞ୍ଚିଛି । ଚୀନ୍ର ହୁବେଇ ପ୍ରଦେଶରେ ନୂତନ ଭାବରେ 242 ଜଣ ପ୍ରାଣ ହରାଇଛନ୍ତି । ବୁଧବାର 13332 ଜଣ ନୂତନ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଶ୍ବର 20 ଟି ରାଷ୍ଟ୍ର ଏହି ଭାଇରସ୍ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ଭାଇରସ୍ ପ୍ରଭାବରେ ବିଶ୍ବ ମୋବାଇଲ୍ କଂଗ୍ରେସକୁ ବାତିଲ କରାଯାଇଛି । (ଏଜେନ୍ସି)
କେଦାର ମିଶ୍ର ପୋଲାରାଇଜେସନ ବା ଧୃବୀକରଣ ଭାରତୀୟ ରାଜନୀତିରେ କିଛି ନୂଆ କଥା ନୁହେଁ। ସଂସଦୀୟ ରାଜନୀତିରେ ଯେହେତୁ ବହୁମତର ଅର୍ଥ ହେଉଛି ସାଧାରଣ ସଂଖ୍ୟା ଗରିଷ୍ଠତା, ସେହି କାରଣରୁ ସାମାଜିକ ବିଭାଜନ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବର୍ଗର ସମର୍ଥନରେ ସରକାର ଗଢିବା ସହଜ। ଗୋଟେ ସମୟରେ ଜାତି ଆଧାରିତ ଧୃବୀକରଣ ଆମ ରାଜନୀତିର ଏକ ଗ୍ରହଣୀୟ ବାସ୍ତବତା ଥିଲା। ଜାତି ଆଧାରରେ ଉଚ୍ଚ ବର୍ଣ୍ଣ ପାଖରୁ କ୍ଷମତା ଛଡାଇ ଆଣିବା ସାମାଜିକ ନ୍ୟାୟ ପାଇଁ ଏକ ଆବଶ୍ୟକତା ଥିଲା। ତେବେ ସେ ପ୍ରକାର ଆବଶ୍ୟକତା ପରବର୍ତ୍ତୀ ସମୟରେ ଲୋଭ ପାଲଟି ଯାଇଛି ଓ କ୍ଷମତା ଦଖଲ ଲାଗି ଆଜି ଜାତି, ଏକମାତ୍ର ଲକ୍ଷ୍ୟ ହୋଇ ରହିନାଇଁ। ନବେ ଦଶକରେ ଭି.ପି.ସିଂ ସରକାର ଅମଳରେ ଯେଉଁ “ମଣ୍ଡଳ ବନାମ କମଣ୍ଡଳ” ରାଜନୀତି ଆରମ୍ଭ ହୋଇଥିଲା, ତାର ଦୁଇ ପ୍ରକାର ଫଳ ଆମେ ଦେଖିଛୁ। ୧୯୯୦ ରୁ ୨୦୨୦- ଏଇ ତିରିଶ ବର୍ଷରେ…
କୋଣାର୍କ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ), ଅନ୍ୟ ଅର୍ଦ୍ଧସାମରିକ ବାହିନୀ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଆଜି କୋଣାର୍କର ରାମଚଣ୍ଡି ବେଳାଭୂମିରେ ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ । ଏଥିରେ ଭାରତ ସମେତ ନେପାଳ, ମିଆଁମାର, ବାଂଲାଦେଶ, ଶ୍ରୀଲଙ୍କାର ଉଦ୍ଧାରକାରୀ ଦଳ ତଥା ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମନ୍ତ୍ରୀ କହିଥିଲେ ଯେ, ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଭାରତର ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିମଷ୍ଟେକରେ ସାମିଲ ୭ଟି ଦେଶରେ ପ୍ରାୟ ୬୦ଟି ବିରଳ ଐତିହାସିକ କୀର୍ତୀରାଜି ରହିଛି । ବିପର୍ଯ୍ୟୟ କାଳରେ କିପରି ସେଗୁଡିକୁ ସୁରକ୍ଷିତ ରଖାଯାଇପାରିବ ତା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ । ଓଡ଼ିଶାରେ ହେଉଥିବା ଏହି ଦ୍ୱିତୀୟ ବିମଷ୍ଟେକ ସମ୍ମିଳନୀ ଅନ୍ୟାନ୍ୟ…
ସମୀକ୍ଷା ବ୍ୟରୋ ଭୁବନେଶ୍ବର : ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ରଘୁନାଥ ବିଶ୍ବାଳଙ୍କ ନେତୃତ୍ବରେ ପଛୁଆ ବର୍ଗଙ୍କ ପାଇଁ କମିଶନ ଗଠନ କରିଛନ୍ତି ରାଜ୍ୟ ସରକାର । ଏହି ପାଞ୍ଚ ଜଣିଆ କମିଟିରେ ରହିଥିବା ଅନ୍ୟ ସଦସ୍ୟ ହେଉଛନ୍ତି ପ୍ରଫେସର ନବନୀତା ରଥ, ପ୍ରଫେସର ଡ. ମିତାଲୀ ଚିନରା, ଏବଂ ଡ. ପ୍ରସନ୍ନ କୁମାର ପାତ୍ର ଏହି କମିଟିର ସଦସ୍ୟ ରହିଛନ୍ତି । ଆଇଏଏସ୍ ବୀର ବିକ୍ରମ ଯାଦବ ଏହି କମିଶନର ସଚିବ ରହିଛନ୍ତି । ପଛୁଆ ବର୍ଗ ଧାରା 1993 ଅନୁଯାୟୀ ଏହି କମିଟି ଗଠନ କରାଯାଇଛି । ଜଷ୍ଟିସ୍ ରଘୁନାଥ ବିଶ୍ବାଳ ପୂର୍ବରୁ ନଭେମ୍ବର 2012ରୁ 2017 ପର୍ଯ୍ୟନ୍ତ ଖାଉଟି କମିଶନର ମୁଖ୍ୟ ରହିଥିଲେ । ପ୍ରଫେସର ନବନୀତା ରଥ ସାମାଜିକ ବିଜ୍ଞାନ ବିଭାଗର ପ୍ରଫେସର ରହିଥିବା ବେଳେ ମିତାଲି ଚିନରା ଅର୍ଥନୀତିରେ ପ୍ରଫେସର ରହିଛନ୍ତି । କମିଟିର ଅନ୍ୟତମ ସଦସ୍ୟ ଡ. ପ୍ରସନ୍ନ କୁମାର ପାତ୍ର ଆନ୍ଥ୍ରୋପୋଲୋଜି…
ମୁମ୍ବାଇ : ଦୀର୍ଘ ଦେଢ ବର୍ଷ ପରେ ସିଲ୍ଭର ସ୍କ୍ରିନ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଇର୍ଫାନ୍ ଖାନ୍ । ଅଙ୍ଗ୍ରେଜୀ ମିଡିୟମ୍ ଜରିଆରେ ଇର୍ଫାନ୍ ବଲିଉଡ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । 2018ରେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର୍ ପାଇଁ ଦେଢ ବର୍ଷ ଧରି ସ୍କ୍ରିନ୍ରୁ ଦୂରେଇ ରହିଥିବା ଇର୍ଫାନ୍ ହିନ୍ଦି ମିଡିୟମ୍ରେ କରୀନା କପୁର୍ ଖାନ୍ଙ୍କ ସହିତ ଫେରୁଛନ୍ତି । ଏହି ଫିଲ୍ମରେ ରାଧିକା ମଦନ ଏବଂ ଦୀପକ ଡୋବ୍ରିୟାଲ୍ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଆକର୍ଶ ଖୁରାନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମାର୍ଚ୍ଚ 20, 2020ରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । (ଏଜେନ୍ସି)
ଭୁବନେଶ୍ବର, ଆଜି ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହୋଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଫଳରେ ଏଣିକି ଏହି ବିଭାଗ ତାହାର କାର୍ଯ୍ୟ ତ୍ବରାନିତ କରିବ ବୋଲି ଆଶା କରାଯାଉଛି। ମୋ ସରକାର କାର୍ଯ୍ୟକ୍ରମରେ କୌଣସି ବିଭାଗ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନିଜେ ବିଭାଗର ହିତାଧିକାରୀଙ୍କୁ ଫୋନ କରି ସେମାନେ ସୁବିଧା ସୁଯୋଗ ହାସଲ କରୁଛନ୍ତି କି ନାହିଁ ପଚାରି ବୁଝିବେ। ଯଦି କୌଣସି ଅସୁବିଧା ରହିଛି ତେବେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିପାରିବେ। ଫଳରେ ତୃଣମୂଳ ସ୍ତରରେ ଥିବା ଅଧିକାରୀମାନେ ଏହା ଦ୍ବାରା ସବୁ କାମକୁ ତ୍ବରାନିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି। ପୂର୍ବରୁ ମୋ ସରକାରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ବିଭାଗ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ନଗର ଉନ୍ନୟନ ବିଭାଗ, ଏସସି…
Mumbai: Actress Janhvi Kapoor seen at a Bandra cafe, in Mumbai on Feb 11, 2020. (Photo: IANS)
Mumbai: Actress Elli Avram at Dadasaheb Phalke International Film Festival Award 2020 in Mumbai on Feb 11, 2020. (Photo: IANS)
Mumbai: Actress Disha Patani seen at a Bandra Salon, in Mumbai on Feb 11, 2020. (Photo: IANS)
Mumbai: Actress Bhagyashree at the screening of the upcoming Marathi film “Prawaas” in Mumbai on Feb 11, 2020. (Photo: IANS)
Mumbai: Actress Shraddha Kapoor at the screening of the upcoming Marathi film “Prawaas” in Mumbai on Feb 11, 2020. (Photo: IANS)
ନୂଆଦିଲ୍ଲୀ : 2019ରେ ସମୁଦାୟ 1.22 କୋଟିଟି ପାସପୋର୍ଟ ଜାରି କରାଯାଇଛି । ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସଚିବ ସଞ୍ଜୟ ଭଟ୍ଟାଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ଏମ୍ଇଏ ପକ୍ଷରୁ ଆୟୋଜିତ ଇ ଅଫିସ୍ ଓ୍ବାର୍କସପ୍ ସମୟରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଇ ଗର୍ଭନାନ୍ସ ବ୍ୟବସ୍ଥାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି ଏବଂ ଆଗାମୀ ଦିନରେ ପାସପୋର୍ଟ ପ୍ରଦାନର ବ୍ୟବସ୍ଥାକୁ ସରଳ କରାଯିବ ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି । (ଏଜେନ୍ସି)
ଭୁବନେଶ୍ବର, କେନ୍ଦ୍ର ସରକାର ଅଣସବସିଡ୍ ଗ୍ୟାସ ସିଲିଣ୍ଡର ପିଛା 149 ଟଙ୍କା ବୃଦ୍ଧି କରିଛନ୍ତି। ଏପରି ବୃଦ୍ଧି ଦେଶର ଜନସଧାରଣଙ୍କ ରୋଷେଇ ଘରେ ମାଡ ସଦୃଶ୍ୟ। ଏହି ଦର ବୃଦ୍ଧିକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଦାବୀ କରି ଓଡିଶା ସମାଦବାଦୀ ପାର୍ଟି ତରଫରୁ ବିକ୍ଷୋଭ କରାଯାଇଥିଲା। ରାଜଧାନୀରେ କର୍ମିମାନେ କାନ୍ଧରେ ଗ୍ୟାସ ସିଲିଣ୍ଡର ଧରି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଆଚ୍ଛା ଦିନ ଆୟେଗା ନାରା ଦେଇ ଭୋଟ ପାଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଦେଶର ଜନସାଧାରଣ ଆଚ୍ଛା ଦିନ ଦେଖିପାରିଲେ ନାହିଁ ବୋଲି ପାର୍ଟି ଅଭିଯୋଗ କରିଛି। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୟରେ କର୍ମିମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଭୁବନେଶ୍ବର, ଖୁବ ଶିଘ୍ର ରାଉରକେଲାରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଟୁଲରୁମ ଏବଂ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ପ୍ରାୟ 200 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଜମି ଯୋଗାଇଦେଲେ ଏହାର କାମ ଆରମ୍ଭ ହେବ। ଆଜି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ରାଉରକେଲାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ସହଯୋଗରେ ହେବ। ରାଜ୍ୟ ସରକାର କେବଳ ଜମି ଯୋଗାଇଦେବେ। ଏଥିସହିତ ଓଡିଶାରେ 4ଟି ଟୁଲରୁମର ସଂପ୍ରସାରିତ ଶାଖା ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି 4ଟି ଶାଖା ବ୍ରହ୍ମପୁର, କେଉଁଝର, କଳାହାଣ୍ଡି ଏବଂ ବାଲେଶ୍ବରରେ ପ୍ରତିଷ୍ଠା କରାଯିବ। ଏଥିପାଇଁ 20 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଓଡିଶାକୁ 45ଟି ଏମଏସଏମଇ କ୍ଲଷ୍ଟର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ…
ନୂଆଦିଲ୍ଲୀ : ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଥିଲେ ମଧ୍ୟ ଏହା ସୁଧାରିବାର ନାମ ନେଉନାହିଁ । ଡିସେମ୍ବରରେ ପ୍ରକାଶିତ ଅର୍ଥନୈତିକ ରିପୋର୍ଟ ଅନୁଯାୟୀ ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଜାରି ରହିଛି । ଡିସେମ୍ବରରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି 0.3 ପ୍ରତିଶତ ହ୍ରାସ ପାଇଛି । 2018ରେ ଶିଳ୍ପ ଅଭିବୃଦ୍ଧି 2.5 ପ୍ରତିଶତ ରହିଥିବା ବେଳେ 2019ରେ ଏହି 1.2 ପ୍ରତିଶତ ରହିଥିଲା । ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ 0.1 ପ୍ରତିଶତ ହ୍ରାସ ପାଇ 4.4ରେ ପହଞ୍ଚିଛି । 2019ରେ ଏହି ହାର 4.5 ପହଞ୍ଚିଥିଲା । ସେହିପରି ମାନ୍ଦାବସ୍ଥା ବୃଦ୍ଧି ପାଇ 7.5 ପ୍ରତିଶତରେ ପହଞ୍ଚିଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ରହିଥିବା ବିଭିନ୍ନ ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ ପାଇଁ 16 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏଥିରେ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ବିକାଶ କରାଯିବା ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ । ଏହି ନିଷ୍ପତ୍ତି ଅନୁଯାୟୀ ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରୀ ଭୁବନେଶ୍ବର କ୍ୟାଥ୍ଲିକ୍ ଚର୍ଚ୍ଚକୁ ଦୁଇ କୋଟି ଟଙ୍କା ଓ ଭୁବନେଶ୍ବର ୟୁନିଟ୍-4 କ୍ୟାପିଟାଲ୍ ମସ୍ଜିଦ୍କୁ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମିଶନ ରୋଡସ୍ଥିତ କଟକ ଓଡିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମ୍ ଇ ରସୁଲ୍ ମସ୍ଜିଦ୍କୁ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି କେନ୍ଦ୍ରାପଡାର ଫକୀରବାଦ ମରକାଡି ମସ୍ଜିଦ୍, ଭଦ୍ରକ ପୁରୁଣା ବଜାର ଜାମା ମସ୍ଜିଦ୍, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟନ୍…
ଲାହୋର : ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍ ସଇଦ୍କୁ ପାକିସ୍ତାନରର ଏକ କୋର୍ଟ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନୀ କୋର୍ଟ ହାଫିଜ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ 5 ବର୍ଷ ପାଇଁ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଲସ୍କର ଏ ତୋଏବା ଏବଂ ଜମାତ ଉଦ୍ ଦାଓ୍ବାକୁ ଅର୍ଥଯୋଗାଣ ଅଭିଯୋଗରେ ଦାୟର କରାଯାଇଥିବା ଦୁଇଟି ମାମଲାରେ ବିଚାର କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ କୋର୍ଟ ହଫିଜ୍ଙ୍କୁ ଦଣ୍ଡାଦେଶ ଶୁଣାଇଛି । ଏହା ସହିତ ଉଭୟ ମାମଲାରେ ହଫିଜ୍ଙ୍କୁ 15 ହଜାର ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।(ଏଜେନ୍ସି)

