ବେଜିଂ : କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ସୋମବାର 108 ଜଣଙ୍କ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1016 ରେ ପହଞ୍ଚିଛି । ଏହି ଭାଇରସ୍ ଦ୍ବାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 42638ରେ ପହଞ୍ଚିଛି । ଚୀନ୍ର ଜାତୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 7333 ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ସୋମବାର ଦିନ 3996 ଜଣ ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏହି ଭାଇରସ୍ ସଂସ୍ପର୍ଶରେ ଆସିଥିବା 428438 ଜଣଙ୍କ ମଧ୍ୟରୁ 187728 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଚୀନ୍ ସ୍ବାସ୍ଥ୍ୟ ବିଭାଗ । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଗୋଟିଏ ଦିନରେ ଏହ ସର୍ବାଧିକ ମୃତ୍ୟୁ । (ଏଜେନ୍ସି)
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାସ୍ତା ଜାମ୍ ପାଇଁ ଶିଶୁ ପୁତ୍ରକୁ ଜୀବନ ହରାଇବାକୁ ପଡିଛି । ଆମ୍ବୁଲାନ୍ସ ଭିଡରେ ଫସିବାରୁ ପ୍ରାଣ ହରାଇଲା ଶିଶୁ ପୁତ୍ର । ପାଞ୍ଚ ବର୍ଷର ବାଳକର ପ୍ରବଳ ବାନ୍ତି ହେବାରୁ ମେଡ଼ିକାଲ ଆସିଥିଲା । କ୍ୟାପିଟାଲ୍ ହସ୍ପିଟାଲରୁ କଟକ ଏସ୍ସିବିକୁ ରେଫର କରିଥିଲେ ଡାକ୍ତର । ପରିବାର ଲୋକେ ଏସସିବି ନନେଇ ଘରୋଇ ହସ୍ପିଟାଲକୁ ଆଣୁଥିଲେ । ପଟିଆ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲ ଆଣୁଥିଲେ ସମ୍ପର୍କୀୟ । ତେବେ ରାସ୍ତା ଜାମ୍ ଯୋଗୁଁ ସହଜରେ ଆସିପାରିନଥିଲା ଆମ୍ବୁଲାନ୍ସ । ରାସ୍ତାର ବିଭିନ୍ନ ଜାଗାରେ ଜାମ୍ ଥିବାରୁ ଆମ୍ବୁଲାନ୍ସ ଫସି ଯାଇଥିଲା । ପଟିଆ ଘରୋଇ ହସ୍ପିଟାଲ୍ରେ ପହଞ୍ଚିବାକୁ ପ୍ରାୟ 1 ଘଣ୍ଟା ଲାଗିଥିଲା । ବିଳମ୍ବ ଯୋଗୁଁ ରାସ୍ତାରେ ଶିଶୁଟିର ମୃତ୍ୟୁ ଘଟିଥିବା କହିଛନ୍ତି ସମ୍ପର୍କୀୟ । ଆମ୍ବୁଲାନ୍ସ ପାଇଁ ଟ୍ରାଫିକ୍ ନିୟମରେ ଅନେକ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଭିଡରେ ଆମ୍ବୁଲାନ୍ସ ଫଶି…
ନୂଆଦିଲ୍ଲୀ : ସମସ୍ତ ରାଜ୍ୟସଭା ସାଂସଦଙ୍କ ପାଇଁ ବିଜେପି ପକ୍ଷରୁ ହ୍ବିପ୍ ଜାରି କରାଯାଇଛି । ବଜେଟ୍ ଅଧିବେଶନ ପୂର୍ବରୁ ଆଜି ଅନ୍ତିମ କାର୍ଯ୍ୟଦିବସ ହୋଇଥିବାରୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତି ପାଇଁ ହ୍ବିପ୍ ଜାରି କରାଯାଇଛି । ବିଜେପି ପକ୍ଷରୁ ଏହି ହ୍ବିପ୍ ଜାରି କରାଯିବା ପରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରାଯିବାର ସମ୍ଭାବନା ଦେଖାଦେଇଛି । ଏହି ବିଲ୍ ନେଇ ଆଲୋଚନା ହେଉଥିଲେ ମଧ୍ୟ ରାଜ୍ୟସଭାର ବରିଷ୍ଠ ସଦସ୍ୟଙ୍କ ପକ୍ଷରୁ କୌଣସି ନୂତନ ବିଲ୍ ନେଇ ଆଲୋଚନା ହୋଇନଥିବା ସ୍ପଷ୍ଟ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରାଗଲେ ସମଗ୍ର ଦେଶରେ ଏକ ପ୍ରକାର ଆଇନ୍ ଲାଗୁ ହେବ । ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏକ ପ୍ରକାରର ନିୟମ ଲାଗୁ କରାଯିବ । ବର୍ତ୍ତମାନ ଦେଶରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ପାଇଁ ପର୍ସନାଲ ଓ୍ବାକଫ୍ ବୋର୍ଡ ରହିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଥିବାବେଳେ ଆମ୍ ଆଦ୍ମୀ ପାର୍ଟି ପୁଣିଥରେ ବହୁମତ ନେଇ ବାଜିମାତ୍ ହାସଲ କରୁଥିବାର ସୂଚନା ମିଳୁଛି । ଦିଲ୍ଲୀରେ କ୍ଷମତାଧାରୀ ଦଳ ଆପ୍ 55ରୁ ଅଧିକ ଆସନରେ ଆଗେଇ ଥିବାବେଳେ ସେହିପରି ବିଜେପି 12ଟି ଆସନରେ ରହିଛି । ସେହିପରି କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ । ତେବେ ନିର୍ବାଚନୀ ପରିଣାମର ଫଳାଫଳକୁ ଦେଖି ଆପ୍ର ରଣନୀତିକାର ପ୍ରଶାନ୍ତ କିଶୋର୍ ଟୁଇଟ୍ କରି ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ପ୍ରଶାନ୍ତ କିଶୋର ଲେଖିଛନ୍ତି ଯେ, ଭାରତର ଆତ୍ମାକୁ ରକ୍ଷା କରିବା ପାଇଁ ସାଥ୍ ଦେଇଥିବାର ଦିଲ୍ଲୀବାସୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ, ପରାଜୟର ସମୀକ୍ଷା କରାଯିବ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଜଳେଶ୍ବର: ଜଳେଶ୍ବରଠାରେ ରାଇବଣିଆ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯୁବକଙ୍କୁ କୁରାଢିରେ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ସ୍ବାମୀ । ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀର ପ୍ରେମିକକୁ କୁରାଢିରେ ହାଣିଛନ୍ତି ସ୍ବାମୀ । ଘରେ ଯୁବକ ଜଣକ ଶୋଇଥିବା ଅବସ୍ଥାରେ ହାଣିଦେଇଛନ୍ତି ସ୍ବାମୀ ।
ମୁମ୍ବାଇ : ଦବଙ୍ଗ ଥ୍ରୀ ପରେ ପୁଣି ଥରେ ସଲମାନ ଖାନ୍ ଆଗାମୀ ଇଦ୍ ଫିଲ୍ମକୁ ନେଇ ପ୍ରସ୍ତୁତ ହେଉଛନ୍ତି । ତେବେ ଚଳିତ ଥର ସଲମାନ୍ଙ୍କ ସହ ଇଦ୍ ଅବସରରେ ପୂଜା ହେଗେଡଙ୍କୁ ଦେଖିବାକୁ ମିଳିବ । ସାଜିଦ୍ ନାଦଆଦ୍ଓ୍ବାଲାଙ୍କ ପ୍ରଯୋଜିତ ଅପ୍କମିଙ୍ଗ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲୀ’ ଜରିଆରେ ସଲମାନଙ୍କ ହିରୋଇନ୍ ସାଜିବେ ପୂଜା ହେଗେଡ୍ । ଏହି ଫିଲ୍ମରେ ପୂଜା ଗୋଟେ ଛୋଟ ସହରର ଯୁବତୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଫରହାଦ୍ ସମ୍ଜୀ । ଇଦ୍ ଅବସରରେ ଭାଇଜାନ୍ଙ୍କ ଫିଲ୍ମକୁ ଦର୍ଶକଙ୍କ କ୍ରେଜ୍ ରହିଥିବାବେଳେ ଚଳିତ ଥର ସଲମାନ୍ଙ୍କ ସହ ପ୍ରଥମ ଥର ପାଇଁ ପୂଜା ନଜର ଆସିବେ । ପୂଜା ଏହା ପୂର୍ବରୁ ‘ମହେଞ୍ଜେଦାରୋ’, ‘ହାଉସ୍ଫୁଲ୍-4’ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀର ନାଉଗାଁ ବ୍ଲକ୍ ଅନ୍ତର୍ଗତ ରୋହିଆ ପଂଚାୟତରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନାଉଗାଁ ବ୍ଲକ୍ ସଭାପତି ସୁଜିତ୍ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଯୋଗଦେଇଥିବା ଶତାଧିକ ଲୋକ ମୁଖ୍ୟଅତିଥି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନେଇଥିଲେ। ବିଧାୟକ ସଭାସ୍ଥଳରେ ପହଂଚିବା ପରେ ତାଙ୍କୁ ନାରୀନେତ୍ରୀ ମଞ୍ଜୁଲତା ମହାନ୍ତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଉକ୍ତ ସମ୍ମିଳନୀରେ ପଂଚାୟତର ନାଏବ ସରପଂଚ ପୁଷ୍ପଲତା ଦେଈଙ୍କ ସମେତ ଅନେକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ପ୍ରଶାନ୍ତ ନାୟକ,ଜଟାଧାରୀ ସ୍ୱାଇଁ,ଦେବେନ୍ଦ୍ର ମଲିକ,ବାବୁଲି ରାଉତ,ପ୍ରମୂଖ ବିଜେଡି ଦଳରେ ସାମିଲ ହୋଇଥିଲେ। ଏଥିସହିତ ରୋହିଆ ପଂଚାୟତରେ ୨କୋଟିର ଅନୁଦାନ ରାଶି ପଡିରହିଥିବା ସମସ୍ୟାକୁ ସମାଧାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ବିଧାୟକ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସମ୍ମିଳନୀରେ ବ୍ଲକ୍ ଅଧ୍ୟକ୍ଷ…
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଆପ୍ ଲଗାତାର ଭାବରେ 50ଟି ଆସନରେ ଆଗୁଆ ରହିଛି । ସେହିପରି ବିଜେପି 20ଟି ଆସନରେ ଆଗୁଆ ଅଛି । ଏହି ରେଜଲ୍ଟ ଆଧାରରେ ତୃତୀୟ ଥର ପାଇଁ ଦିଲ୍ଲୀରେ ପୁଣି ଥରେ କେଜରୀଓ୍ବାଲ ସରକାର ସରକାର ଗଢିବ । ଆପ୍ କାର୍ଯ୍ୟାଳୟରେ ଉତ୍ସାହର ମାହୋଲ୍ ରହିଛି । ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଥିବାବେଳେ ଆପ୍ ତରଫରୁ ଏକ କ୍ୟାମ୍ପେନ୍ର ଆରମ୍ଭ କରାଯାଇଛି । ‘ରାଷ୍ଟ୍ର ନିର୍ମାଣ’ର ଏକ କ୍ୟାମ୍ପେନ୍ ଆରମ୍ଭ କରିଛି ଆପ୍ । ଆମ୍ ଆଦ୍ମୀ ପାର୍ଟି ତରଫରୁ ମଙ୍ଗଳବାର ଦିନ ଏକ ନୂତନ ପୋଷ୍ଟର ଲାଗିଛି । ଏହି ପୋଷ୍ଟରରେ ’ରାଷ୍ଟ୍ର ନିର୍ମାଣ ପାଇଁ ଆପ୍ ସେ ଯୋଡି ହୁଅନ୍ତି ବୋଲି ଲେଖାଯିବା ସହିତ ଏଥିରେ ଯୋଡ଼ି ହେବା ପାଇଁ 9871010101 ନମ୍ବରରେ…
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଚତୁର୍ଥ ରାଉଣ୍ଡ ଗଣନା ସୁଦ୍ଧା ବି ଆପ୍ ଆଗୁଆ ରହିଛି । ଦିଲ୍ଲୀରେ ପୁଣିଥରେ ଆପ୍ ବହୁମତ ହାସଲ କରି ଶାସନ କରିବ । ମିଳିଥିବା ସୂଚନା ଅନୁସାରେ ଆପ୍ 50ଟି ଆସନରେ ଆଗୁଆ ରହିଥିବାବେଳେ ବିଜେପି 18ଟି ଆସନରେ ଆଗୁଆ ରହିଛି । ତେବେ ନିର୍ବାଚନ ପରେ ବିଜେପି ବିଜୟୀକୁ ନେଇ ବେଶ୍ ଦୃଢୋକ୍ତି ରହିଥିବାବେଳେ ଏହାର ରେଜଲ୍ଟ କିଛି ଅଲଗା ଦେଖାଯାଉଛି । ତେବେ ଦିଲ୍ଲୀ ନିର୍ବାଚନୀ ଫଳାଫଳକୁ ନେଇ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି ଯେ, ଦିଲ୍ଲୀରେ ଯାହା ବି ଫଳାଫଳ ହେବ, ତା’ର ଉତ୍ତରଦାୟୀ କେବଳ ସେ ହିଁ ରହିବେ । ତଥାପି ବି ବିଜେପି ଜିତିବା ନେଇ ଆଶାବାଦୀ ରହିଛନ୍ତି ମନୋଜ ତିଓ୍ବାରୀ । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ନିର୍ବାଚନ ପରେ ଏକଜିଟ୍ ପୋଲ୍ ରେଜଲ୍ଟରେ ମଧ୍ୟ ଆପ୍କୁ ବହୁମତ ମିଳିଥିଲା । ଏହାକୁ…
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଚଳିତ ମାସ ୨୪ ଓ ୨୫ ତାରିଖରେ ଭାରତ ଆସିବେ। ଏନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଟ୍ରମ୍ପ୍ଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ ବୋଲି ଜଣାପଡିଛି । ଗତ ସେପ୍ଟେମ୍ବରରେ ଟେକ୍ସାସରେ ହାଓଡ଼ି ମୋଦି ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ୍ଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଆସିବା ଚର୍ଚ୍ଚା ସହିତ ଗୁଜୁରାଟ ମଧ୍ୟ ଯିବେ ବୋଲି ଚର୍ଚ୍ଚା ରହିଛି । ଟ୍ରମ୍ପ୍ ଏହି ଗସ୍ତ କାଳରେ ଅହମ୍ମଦାବାଦ ସ୍ଥିତ ମୋଟେରା ଇଲାକାରେ ପ୍ରସ୍ତୁତ ହେଉଥିବା ସର୍ଦ୍ଦାର…
ସୀତାରାମ ଅଗ୍ରଓ୍ବାଲ ଗମ୍ଭାରୀମୁଣ୍ଡା: ଗମ୍ଭାରୀମୁଣ୍ଡା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସାମ୍ନାରେ ରହିଥିବା ଏକ ଭେରାଇଟ୍ ଷ୍ଟୋର୍ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଛି। ଗତକାଲି ମଧ୍ୟ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଭେରାଇଟ୍ ଷ୍ଟୋରର ମାଲିକ ହେଉଛନ୍ତି ସମୀର ବାରିକ୍। ସମୀର ଗମ୍ଭାରୀମୁଣ୍ଡାର ଖଜୁରିଆ ଗ୍ରାମରେ ରହୁଥିବାବେଳେ ତାଙ୍କ ଦୋକାନ ପୋଡ଼ି ଯାଇଥିବା ନେଇ ଗମ୍ଭାରୀମୁଣ୍ଡା ଫାଣ୍ଠିରେ ଅଭିଯୋଗ କରିଛନ୍ତି। କେହି ଦୁର୍ବୃତ୍ତ ଉଦ୍ଦେଶ୍ୟମୂଳକ ଭାବରେ ଏପରି କାମ କରିଥିବାର ସେ ଅଭିଯୋଗ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଗୋଟେ ଫ୍ରିଜ୍ ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଓ ଦୋକାନରେ ରଖିଥିବା ସାତ ହଜାର ଟଙ୍କା ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଦୋକାନର ମାଲିକଙ୍କ କହିବାନୁସାରେ ଗତକାଲି ରାତ୍ରି ୧୦ଟା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ରାତ୍ରି ୧ଟାରେ ତାଙ୍କ ଦୋକାନରେ ନିଆଁ ଲାଗିଥିଲା। ନିଆଁ ଲଗାଇଥିବା ଦୁର୍ବୃ୍ତ୍ତଜଣଙ୍କୁ ଗିରଫ କରିବା ସହିତ…
ବବୁଲ ସାହୁ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକୋମୁଣ୍ଡଠାରେ ବାଇକ୍ ସହ କାର୍ର ସାମ୍ନାସାମ୍ନି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଜଣକ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକର ଜଣେ ଫଟୋ ଷ୍ଟୁଡିଓର ମାଲିକ ମାର୍କଣ୍ଡ ବାଗ୍। ୪୩ ବର୍ଷୀୟ ମାର୍କଣ୍ଡ ତାଙ୍କ ଝିଅ ସହ ଗତକାଲି ସନ୍ଧ୍ୟାରେ ବାଇକ୍ରେ ଭବାନୀପାଟଣାସ୍ଥିତ ଶୁଶୁର ଘରକୁ ଯାଉଥିବାବେଳେ କୋକୋମୁଣ୍ଡଠାରେ ସଡକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ବିପରୀତ ଦିଗରୁ ଆସୁଥିବା ଏକ କାର୍ ସହିତ ତାଙ୍କ ବାଇକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ଝିଅ ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଝିଅ ଜଣକ ଡାକ୍ତରଖାନାରେ ଏବେବି ଚିକିତ୍ସାଧୀନ ରହିଛନ୍ତି। ମୃତ ମାର୍କଣ୍ଡ ଜଣେ ମିଷ୍ଟଭାଷୀ କୀର୍ତ୍ତନ ଗାୟକ ଭାବେ ସମଗ୍ର ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିବାବେଳେ ତାଙ୍କର ଅକାଳ ମୃତ୍ୟୁ ଯୋଗୁଁ କର୍ଲାମୁଣ୍ଡ ପ୍ରେସ୍ କ୍ଲବ ତରଫରୁ ଶୋକ ପାଳନ କରାଯାଇଛି।
ରଞ୍ଜିତ ପଣ୍ଡା କୁଜଙ୍ଗ: ବ୍ରହ୍ମପୁରଠାରେ ୧୧ କେଭି ବିଦ୍ୟୁତ ତାର ଜନିତ ବସ୍ ଟ୍ରାଜେଡି ଘଟି ୧୦ ଜଣ ମୃତ୍ୟୁବରଣ କରିଥିବା ଘଟଣା ସାରା ରାଜ୍ୟବାସୀଙ୍କୁ ସମ୍ଭୀଭୂତ କରିଥିବାବେଳେ ବିପଦ ଶଙ୍କୁଳ ବିଦ୍ୟୁତ୍ ତାରକୁ ନେଇ ଏବେ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ତେବେ ରାଜ୍ୟରେ ବହୁ ସ୍ଥାନରେ ବିପଦ ସଙ୍କୁଳ ୧୧ କେଭି ବିଦ୍ୟୁତ୍ ତାର ଓହଳିଥିବାର ନଜର ଆସିଛି । କୁଜଙ୍ଗ ଅଂଚଳରେ ବହୁ ସ୍ଥାନରେ ବିପଦ ଶଙ୍କୁଳ ୧୧ କେଭି ବିଦ୍ୟୁତ୍ ତାରକୁ ନେଇ ଛନକା ପଶିଛି । କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ-ବାଲିତୁଠ ରାସ୍ତାର ବିଜିପୁରର ବିଦ୍ୟାଧର ପୁର ଛକ କିଛିଦିନ ତଳେ ୧୧ କେଭି ତାର ଛିଡି ପଡିଥିଲା । ଏହି ସମୟରେ ଏକ ବସ୍ ଆସୁଥିବା ବେଳେ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିଲା । ମାତ୍ର ଏହି ସମୟରେ କୁଜଙ୍ଗ ଥାନା ବନାପାଟ ଗ୍ରାମର ପର୍ଶୁରାମ ରାଉତ ସେହି…
ନୂଆଦିଲ୍ଲୀ : ସତୁରୀ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଜାରି ରହିଛି। ତେବେ ଆରମ୍ଭରୁ ଆପ୍ ଆଗୁଆ ରହିଥିବାର ସୂଚନା ମିଳିଛି । ଚଳିତ ବିଧାନସଭା ନିର୍ବାଚନରେ ମୋଟ 672 ଜଣ ପ୍ରାର୍ଥୀ ରହିଥିବାବେଳେ ଏଥିରେ 593ଜଣ ପୁରୁଷ ଓ 79ଜଣ ମହିଳା ରହିଛନ୍ତି। ମୁଖ୍ୟ ରୂପରେ ଏଠାରେ ଆପ୍ ଓ ବିଜେପି ସହିତ ଲଢେଇ ଚାଲିଛି। ତେବେ ମିଳିଥିବା ସୂଚନା ଅନୁସାରେ ଆପ୍ 39ଟି ଆସନରେ ଆଗୁଆ ରହିଥିବାବେଳେ ବିଜେପି 12ଟି ଓ କଂଗ୍ରେସ 2ଟି ଆସନରେ ଆଗୁଆ ରହିଛି । ସେହିପରି ଆପ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଗୁଆ ରହିଛନ୍ତି ।
କନ୍ଦର୍ପ ବେହେରା ରେଢାଖୋଲ: ଅନୁଗୋଳରୁ ସମ୍ବଲପୁର ଯାଉଥିବା ଗରୁଡ ବସ୍ ସହ ସମ୍ବଲପୁରରୁ କଟକ ଆସୁଥିବା ଡାଲି ବୋଝଇ ଟ୍ରକ୍ ସହ ମୁହାଁ ମୁହିଁ ଧକ୍କା ହେବାଫଳରେ ୧୦ ଜଣ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ଗତକାଲି ୬ ଘ. ସମୟରେ ଅନୁଗୋଳରୁ ସମ୍ବଲପୁର ଯାଉଥିବା ଯାତ୍ରୀବାହୀ ଗରୁଡ ବସ୍ ମୋଚିବାହାଳ ନିକଟରେ ସମ୍ବଲପୁରରୁ କଟକ ଅଭିମୁଖେ ଆସୁଥିବା ଡାଲି ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସ୍ ଯାତ୍ରୀ ୧୬ ଜଣ ହୋଇଛନ୍ତି। ୧୦ ଜଣ ଆହତଙ୍କୁ ୨ ଟି ଆମ୍ବୁଲାନସରେ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିବା ବେଳେ ୩ ଜଣଙ୍କୁ ଚାରମାଳ ଏବଂ ଆଉ ୩ ଜଣଙ୍କୁ ରେଢାଖୋଲ ଡାକ୍ତରଖାନାକୁ ପଠାଯାଇଛି ବୋଲି ଚାରମାଳ ପୋଲିସ୍ ସୂତ୍ରରୁ ପ୍ରକାଶ।
କେଦାର ମିଶ୍ର ନିର୍ବାଚନ ସରିବାର କେତେ ସମୟ ପରେ ଭୋଟଦାତାଙ୍କର ସଂଖ୍ୟା ଜଣା ପଡିବା ଉଚିତ? ଆମେ ବର୍ଷ ବର୍ଷ ଧରି ଦେଖି ଆସିଛୁ, ନିର୍ବାଚନ ସରିବାର ମାତ୍ର ଘଣ୍ଟେ ଦୁଇ ଘଣ୍ଟା ଭିତରେ ଏହି ପରିସଙ୍ଖ୍ୟାନ ଜଣା ପଡିଯାଏ। ଏପରିକି ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଏକଥା ସମ୍ଭବ ହୋଇ ପାରିଥିଲା। ଯେଉଁ ରାଜ୍ୟରେ ଦୁର୍ଗମ ଅଞ୍ଚଳ ରହିଛି ଓ ନିର୍ବାଚନ ଅଧିକାରୀମାନେ ଶୀଘ୍ର ବୁଥରୁ ଫେରିବାର ଅସୁବିଧା ଅଛି, ସେହି ଜାଗାରେ ହୁଏତ ଏ ସଂଖ୍ୟା ଗଣନା ବିଳମ୍ବିତ ହୋଇଥାଏ। ହେଲେ ଦିଲ୍ଲୀ ଭଳି ଏକ ଛୋଟିଆ, ପୂରା ସହରୀ ରାଜ୍ୟର ନିର୍ବାଚନରେ କେତେ ପ୍ରତିଶତ ଭୋଟର ଭୋଟ ଦେଇଛନ୍ତି, ସେକଥା ଜଣାଇବାକୁ ନିର୍ବାଚନ କମିଶନଙ୍କୁ ପାଖାପାଖି ୩୦ ଘଣ୍ଟା ସମୟ ଲାଗିଲା କାହିଁକି? ସେହି ସମୟ ଭିତରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ନିଜର ଏଗଜିଟ ପୋଲ ଫଳ ପ୍ରକାଶ କରିଥିଲେ। ନିର୍ବାଚନ କମିଶନ ଏହି ସଂଖ୍ୟା ଜଣାଇବାରେ…
ନୂଆଦିଲ୍ଲୀ, ଦିଲ୍ଲୀର 70ଟି ବିଧାନସଭା ପାଇଁ ଆସନ୍ତାକାଲି ହେବ ଭୋଟ ଗଣତି। ଏହି ଗଣତି ସକାଳ 8ଟାରୁ ଆରମ୍ଭ ହେବ ବୋଲି ଜଣାପଡିଛି। ସେଥିପାଇଁ ଦିଲ୍ଲୀରେ 21 ଟି ଭୋଟ ଗଣତି କେନ୍ଦ୍ର କରାଯାଇଛି। ଏଥିପାଇଁ 33 ଜଣ ଗଣତି ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପୂର୍ବ ଦିଲ୍ଲୀ ପାଇଁ ସିଡବ୍ଲୁଜି ସ୍ପୋର୍ଟସ କଂପ୍ଲେକ୍ସ, ପଶ୍ଚିମ ଦିଲ୍ଲୀ ପାଇଁ ଏନଏସଆଇଟି ଦ୍ବାରିକା, ଦକ୍ଷିଣ ଦିଲ୍ଲୀ ପାଇଁ ମିରାବାଇ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜି, ଜିବି ପନ୍ଥ ଇନଷ୍ଟିଚ୍ୟୁଟ, କେନ୍ଦ୍ରୀୟ ଦିଲ୍ଲୀ ପାଇଁ ସିଭି ରମଣ ଆଇଟିଆଇଏବଂ ଉତ୍ତର ଦିଲ୍ଲୀ ପାଇଁ ରାଜୀବ ଗାନ୍ଧୀ ଷ୍ଟାଡିୟମ ପ୍ରଭୃତି ସ୍ଥାନରେ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀରେ ମୁଖ୍ୟତଃ ଆମ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଏଥର ନିର୍ବାଚନରେ 672 ଜଣ ପ୍ରାର୍ଥି ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ 593 ଜଣ ପୁରଷ ଥିବା ବେଳେ 79 ଜଣ ମହିଳା ପ୍ରାର୍ଥି…
ନୂଆଦିଲ୍ଲୀ : ପାକିସ୍ତାନରେ ଅନୁଷ୍ଠିତ କବାଡି ବିଶ୍ବ ଚାମ୍ପିୟନ୍ସିପ୍ ପାଇଁ ଭାରତୀୟ ଦଳ ଯାଇଥିବା ନେଇ ଏକ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ଭାରତୀୟ ଅଲମ୍ପିକ୍ ସଙ୍ଘ (ଆଇଓଏ) ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଭାରତ ତରଫରୁ କୌଣସି ଦଳକୁ ପାକିସ୍ତାନ ପଠାଯାଇ ନଥିବା ଆଇଓଏ ମୁଖ୍ୟ ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି । ସୋମବାର ବାତ୍ରା ସ୍ପଷ୍ଟୀକରଣ ଦେଇ କହିଛନ୍ତି କବାଡି ଦଳକୁ ଗସ୍ତ କରିବା ପୂର୍ବରୁ ଆମେଚ୍ୟୁର କବାଡି ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁମତି ନେବାକୁ ପଡିଥାଏ । ଏପରି କୌଣସି ଅନୁମତି ପ୍ରଦାନ କରାଯାଇନଥିବାରୁ ଭାରତୀୟ ଦଳ ଯାଇନଥିବା କହିଛନ୍ତି ବାତ୍ରା । କବାଡି ଫେଡେରେସନ୍ ଏବଂ କ୍ରୀଡା ମନ୍ତ୍ରାଳୟ ମଧ୍ୟରୁ ଏହି ଖବରକୁ ଅସ୍ବୀକାର କରାଯାଇଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର ଜନ୍ମମାଟିକୁ ଅଣାଯାଇଛି । ଗଜପତି ଜିଲ୍ଲା ଘୋରଣୀ ଅନ୍ତର୍ଗତ ଲାଲୁସାହିର ଅଭିମନ୍ୟୁ ଦୋରା(25) ନାମକ ଜଣେ ଯୁବକ ଶନିବାର ହୃଦଘାତରେ ପ୍ରାଣ ହରାଇଥିଲେ । ଗରିବ ପରିବାର ପକ୍ଷରେ ଶବ ଆଣିବା ସମ୍ଭବ ନଥିଲା ମାତ୍ର ‘ଓଡ଼ିଶା-ମୋ ପରିବାର’ ସହାୟତାରେ ଜାପାନରୁ ଶବ ନୋଇଡାରେ ପହଞ୍ଚିଥିଲା । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏୟାର ଇଣ୍ଡିଆର ବିମାନରେ ଅଭିମନ୍ୟୁଙ୍କ ଶବ ଅଣାଯାଇଥିଲା । ‘ଓଡ଼ିଶା-ମୋ ପରିବାର’ ର ଆବାହକ ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିମନ୍ୟୁଙ୍କ ଶବ ଅଣାଯାଇଥିଲା । ‘ଓଡ଼ିଶା-ମୋ ପରିବାର’ ର ଉପଦେଷ୍ଟା ବିବେକ ପଟ୍ଟନାୟକ, ସଭ୍ୟ ତଥା…
ସମୀକ୍ଷା ବ୍ୟୁରୋ ଶେରଗଡ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଭାଗିରଥି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତହସିଲଦାର ଡ.ଦୟାସିନ୍ଧୁ ତ୍ରୀପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ତହସିଲଦାର ମହୋଦୟ କବିତା ମାଧ୍ୟମରେ ବିଭିନ୍ନ ଦିଗରେ ବର୍ତ୍ତମାନ ସମୟରେ ଦେଖାଯାଉଥିବା ପରିବର୍ତ୍ତନକୁ କଠୋର ସମାଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ଭାଗିରଥି ପ୍ରଧାନ ଶିକ୍ଷା ଦ୍ୱାରା ସମସ୍ତ ଅନ୍ଧକାର ଦୁରୀଭୂତ ହୋଇପାରିବ ଓ ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟରେ ଶୈକ୍ଷିକ ବ୍ୟବସ୍ଥା ସ୍ଥାପନ ସକାଶେ ସହଯୋଗ ଲୋଡିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ…
ରମେଶ ମହାନ୍ତି ଜଗତସିଂହପୁର : ସୋମବାର ପୂର୍ବାହ୍ନରେ ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ କୃମି ନାଶକ ଦିବସ,ଫେବୃୟାରୀ-୨୦୨୦ର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ବଣ୍ଟନ କରିଥିଲେ । କୃମି ସଂକ୍ରମିତ ନହେଉଥିବା ପିଲାମାନେ ଅଧିକ ସ୍ୱାସ୍ଥ୍ୟବାନ୍ ହୁଅନ୍ତି ଏହାଦ୍ବାରା ସେମାନଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । ସମସ୍ତ 1ରୁ15 ବର୍ଷର ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ବଟିକା ଚୋବାଇ ଖାଆନ୍ତୁ । ଅଣ ପଂଜିକୃତ ଓ ବିଦ୍ୟାଳୟ ଯାଉନଥିବା ପିଲାମାନେ ଅଙ୍ଗନବାଡୀ କେନ୍ଦ୍ରରେ ଏହି ଔଷଧ ଖାଇ ପାରିବେ । ଏହି ଔଷଧ ପ୍ରଭାବରେ ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । ଏପରି ହେଲେ ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଜଗତସିଂହପୁର ଜିଲ୍ଲାରେ ମୋଟ 229366…

