ନୂଆଦିଲ୍ଲୀ : ୬ ଫେବୃଆରୀ ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ । ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ ରକ୍ତନମୁନା ନେଗେଟିଭ ବାହାରିଛି । ସେମାନେ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ଥିବା ସ୍ପଷ୍ଟ ହୋଇଛି। ଏହାବାଦ ୫୧୦ଟି ନମୁନା ଆଇସିଏମଆରର ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିବା ବେଳେ କେବଳ ତିନୋଟି ପଜିଟିଭକୁ ବାଦ ଦେଲେ ଅନ୍ୟସବୁ ନେଗେଟିଭ ଆସିଛି । ତିନି ସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଜରିଆରେ ୬୫୫୮ ଲୋକଙ୍କର ଗୋଷ୍ଠୀ ନିରୀକ୍ଷଣ ଓ ଯାଂଚ କରାଯାଇଛି । ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୬ ଫେବୃଆରୀ, ୨୦୨୦ରେ ଯୁଗ୍ମ…
Author: Samikhsya Bureau
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ 2020 ପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇସାରିଛି। ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନୋଟିସ୍ ଜାରି କରିଛନ୍ତି । ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫେବୃଆରୀ 1 ତାରିଖରେ କରାଓ୍ବଲ୍ ନଗରରେ ଦେଇଥିବା ବିବାଦୀୟ ଭାଷଣ ପାଇଁ ନୋଟିସ୍ ପଠାଇଛନ୍ତି । ନିର୍ବାଚନ ଆୟୋଗ ଏନେଇ ଆସନ୍ତା ଫେବୃଆରୀ ସାତ ତାରିଖ ସନ୍ଧ୍ୟା 5ଟା ସୁଦ୍ଧା ଜବାବ ମାଗିଛନ୍ତି । ସୂଚନାଯାେଗ୍ୟ, ଯୋଗୀ ଆଦିତ୍ୟନାଥ କରାଓ୍ବଲ ନଗରରେ ଭାଷଣ ଦେଇ କହିଥିଲେ, ଯେ ଅରବିନ୍ଦ କେଜରୀଓ୍ବାଲା ଶାହିନ୍ବାଗ୍ ପ୍ରତିବାଦକାରୀଙ୍କୁ ବିରିଆନୀ ଖୁଆଉଛନ୍ତି ।
ମୁମ୍ବାଇ : ବଲିଉଡ୍ରେ ଗ୍ୟାଙ୍ଗଷ୍ଟର ଫିଲ୍ମକୁ ଷ୍ଟାଇଲିଶ୍ ଅନ୍ଦାଜ୍ରେ ପ୍ରସ୍ତୁତ କରୁଥିବା ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଅପକିମଙ୍ଗ୍ ଫିଲ୍ମ ’ମୁମ୍ବାଇ ସାଗା’କୁ ଏବେ ବେଶ୍ ଚର୍ଚ୍ଚାରେ ରହିଛି । କିଛି ଦିନ ପୂର୍ବେ ଏହି ଫିଲ୍ମର ଜନ୍ ଆବ୍ରାହମ୍ଙ୍କ ଲୁକ୍କୁ ସେୟାର କରିଥିଲେ । ଏଥିରେ ଜନ୍ ଗ୍ରେ କୁର୍ତ୍ତା ସହିତ ହ୍ବାଇଟ୍ ପାଇଜାମାରେ ନଜର ଆସିଥିଲେ । ବେକରେ ସୁନାର ମୋଟା ଚେନ୍ ସହିତ ମଥାରେ ତିଲକ୍ରେ ବେଶ୍ ଆକର୍ଷଣୀୟ ଲାଗୁଥିଲେ । ଏହି ଫିଲ୍ମରେ ଜନ୍ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ଅଭିନୟ କରୁଛନ୍ତି । ଏବେ ସଞ୍ଜୟ ଏହି ଫିଲ୍ମର ଆଉ ଜଣେ ମୁଖ୍ୟ କଳାକାରଙ୍କ ଫାଷ୍ଟ ଲୁକ୍କୁ ସେୟାର କରିଛନ୍ତି । ସଞ୍ଜୟ ଏହି ଫିଲ୍ମରେ ଇମ୍ରାନ୍ ହାସମୀଙ୍କ ଲୁକ୍କୁ ସେୟାର କରିଛନ୍ତି । ଇମ୍ରାନ୍ ଏହି ଫିଲ୍ମରେ ଜଣେ ପୋଲିସ୍ ଭୂମିକାରେ ନଜର ଆସିବେ । ସଞ୍ଜୟ ଟୁଇଟର୍ରେ ଇମ୍ରାନ୍ଙ୍କ ଏହି ଲୁକ୍କୁ ସେୟାର କରି କରିଛନ୍ତି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବ ବିଜେପି କାର୍ଯ୍ୟକର୍ତ୍ତାମାନେ । ରାଜ୍ୟର 1004 ମଣ୍ଡଳର 37000 ବୁଥ୍ରୁ ସର୍ବନିମ୍ନ 50 ଜଣ କାର୍ଯ୍ୟକର୍ତ୍ତା ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ସମୀର ମହାନ୍ତି କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ୍ ସମ୍ପର୍କରେ ସଚେତନତା ରାଲି ଏବଂ ବିଶାଳ ଜନ ସମାବେଶ କରାଯାଉଛି । ଏହି ଆଇନକୁ ସମର୍ଥନ କରି ପ୍ରତ୍ୟେକ ସ୍ଥାନରେ ଜନ ଜାଗରଣ କାର୍ଯ୍ୟକ୍ରମ, ଜନସଭା, ସଚେତନତା ସମାବେଶ ଆଦି କରାଯାଉଛି । ଏହା ସହ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ, ପଦଯାତ୍ରା ଘରକୁ ଘର ଯାଇ ସିଏଏ ସମ୍ପର୍କିତ ତଥ୍ୟ ପ୍ରଦାନ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦଶ ଦିନ ପାଇଁ ବିଦ୍ୟୁତ ଦେୟ ଖିଲାପକାରୀଙ୍କୁ ମହଲତ ଦେଲା ସେସୁ । ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ୍ କାଟ ହେବନି । ଏହି ସମୟ ମଧ୍ୟରେ ଦେୟ ପୈଠ ନ କଲେ ପୁଣି ବିଦ୍ୟୁତ କାଟ ହେବ। ବର୍ତ୍ତମାନ ସୁଦ୍ଧା 72 କୋଟି 76 ଲକ୍ଷ ବକେୟା ଆଦାୟ ହୋଇଛି । 21 ହଜାର 339 ଜଣ ଦେୟ ଖିଲାପକାରୀଙ୍କ ବିଦ୍ୟୁତ କଟାଯାଇଛି । ମୋଟ 7 ଲକ୍ଷ ଲୋକଙ୍କ ଉପରେ ବକେୟା ରହିଛି ବୋଲି କହିଛନ୍ତି ଅରୁଣ ବୋଥ୍ରା । ପୂର୍ବରୁ ସେସୁ ତରଫରୁ ଏନେଇ ଘୋଷଣା କରାଯାଇଥିଲା । ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବାରୁ ବଞ୍ଚିତ କରାଯିବ ବୋଲି ସେସୁ ତରଫରୁ ଘୋଷଣା କରାଯାଇଥିଲା । ଏନେଇ ଜାନୁଆରୀ 15 ତାରିଖ ପରଠାରୁ ବିଦ୍ୟୁତ୍ କାଟ୍ ମଧ୍ୟ କରାଯାଇଥିଲା । ଏହା…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତ୍ତି ରଖିଛନ୍ତି ।ନାଗରିକତା ସଂଶୋଧନ ଆଇନ ସଂକ୍ରାନ୍ତରେ ବିସ୍ତୃତ ବିବୃତ୍ତି ରଖି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ ଯେ ଏହି ଆଇନ ଦ୍ୱାରା କେହି ଜଣେ ହେଲେ ଭାରତୀୟ ନାଗରିକ ପ୍ରଭାବିତ ହେବେ ନାହିଁ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପୂର୍ବ ସରକାରଗୁଡ଼ିକର କାର୍ଯ୍ୟ ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ଏହି ସମାନ ମାର୍ଗରେ ହିଁ ଚାଲିଥିଲେ । ମୋଦୀ କହିଥିଲେ ଯେ, ପଡ଼ୋଶୀ ଦେଶରେ ଉତ୍ପୀଡ଼ନର ଶିକାର ହେଉଥିବା ଶରଣାର୍ଥୀମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଆବଶ୍ୟକ ହେଲେ ଆଇନରେ ସଂଶୋଧନ ଆଣିବା ଲାଗି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମଧ୍ୟ ଚାହୁଁଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ରାଜନୈତିକ ଦଳ ଭାରତକୁ ଭାଗ ଭାଗ କରିବା ଲାଗି ପାକିସ୍ତାନର ଏଜେଣ୍ଡାକୁ ଆଗେଇ ନେବାର କାର୍ଯ୍ୟ କରୁଛନ୍ତି ।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟରେ ସବୁଠାରୁ କମ୍ ରେଳଲାଇନ୍ ଥିବାବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ଓଡିଶାକୁ ଚଳିତ ରେଳ ବଜେଟ୍ରେ ଅନୁଦାନ ପରିମାଣ ଗତବର୍ଷ ଅପେକ୍ଷା ହ୍ରାସ ପାଇଛି । ଏହା ଏବେ ଚିନ୍ତାର କାରଣ ବୋଲି ରେଳ ବଜେଟ୍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଲାଭଜନକ ହେବାକୁ ଥିବା ଗୋପାଳପୁର-ସମ୍ବଲପୁର ପ୍ରସ୍ତାବିତ ରେଳଲାଇନ୍କୁ ଓଡିଶା ପକ୍ଷରୁ ସ୍ୱାଗତ କରିଥିବାବେଳେ ଏହା ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ ସରିବା ଆବଶ୍ୟକ ବୋଲି କହିଛନ୍ତି ସସ୍ମିତ ପାତ୍ର । ରାଜ୍ୟ ସରକାର ଅଂଶଧନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ସ୍ଥାନରେ ନୂତନ ପ୍ରକଳ୍ପ ଘୋଷଣା ହୋଇନାହିଁ ବୋଲି କହିଛନ୍ତି ଡ. ପାତ୍ର । ପୁରୀ-କୋଣାର୍କ, ବରଗଡ-ନୂଆପଡା, ଯାଜପୁର-ଆରଡି-ଧାମରା, ଚକୁଳିଆ-ବୁରାମରା, ଗୁଣୁପୁର-ଥେରୁବାଲି (ନୂଆ ଲାଇନ୍) ଆଦି ପାଇଁ ରାଜ୍ୟ…
ନୂଆଦିଲ୍ଲୀ : ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟା 5ଟାରେ ପ୍ରଚାର ଶେଷ ହୋଇଛି । ଦିଲ୍ଲୀ ନିର୍ବାଚନ ପାଇଁ ଆମ୍ ଆଦ୍ମୀ ପାର୍ଟି ଓ ବିଜେପି ବହୁତ ପରିଶ୍ରମ କରିଛନ୍ତି। କଂଗ୍ରେସ ପ୍ରଚାରର ଅନ୍ତିମ ସମୟରେ ଜୋର୍ସୋର୍ରେ ପ୍ରଚାର ଅଭିଯାନ ଚଳାଇଥିଲା । ଏବେ ଅପେକ୍ଷା ଫେବୃଆରୀ 11କୁ ଅପେକ୍ଷା । ଦିଲ୍ଲୀବାସୀଙ୍କ ଦିଲ୍ରେ କିଏ ରହିବେ, ସେ ନେଇ ଆସିବ ଫଳାଫଳ । ଦିଲ୍ଲୀରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଥିବାବେଳେ ବିଶେଷ କରି ଆପ୍ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବ । ଆମ୍ଆଦ୍ମୀ ତରଫରୁ ପ୍ରଚାରର କମାଣ ରାଜ୍ୟ ମୁଖିଆ ତଥା ଦଳର ସଂଯୋଜକ ଅରବିନ୍ଦ କେଜରୀଓ୍ବାଲ ସମ୍ଭାଳିଥିବାବେଳେ ଅାପ୍ ତରଫରୁ ମନୀଷ୍ ସିସୋଦିଆ, ସଂଜୟ ସିଂହ, ସୌରଭ ଭରଦ୍ବାଜ, ସତ୍ୟେନ୍ଦ୍ର ଜୈନ୍ଙ୍କ ପରି ଆପ୍ର ବହୁ ଲୋକପ୍ରିୟ ନେତା ପ୍ରଚାର କରି ଭୋଟ୍ ମାଗିଛନ୍ତି । ଆପ୍ ନିର୍ବାଚନୀ ପ୍ରଚାର ସର୍ବପ୍ରଥମେ…
ଚୀନ/ନୂଆଦିଲ୍ଲୀ :ଚୀନ୍ରେ କରୋନା ଭାଇରସ୍ କାରଣରୁ ହାହାକାର ମଚିଥିବାବେଳେ ଏଥିରେ 500ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇସାରିଥିବାବେଳେ ସତେଇଶିହଜାରରୁ ଉର୍ଦ୍ଧ୍ବ ଏଥିରେ ସଂକ୍ରମିତ ହୋଇଛନ୍ତି । ଏପରି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓରେ ଚୀନ୍ରେ ରହିଥିବା ପାକିସ୍ତାନୀ ଛାତ୍ର ଭାରତକୁ ସାହାଯ୍ୟ ଭିକ୍ଷା କରୁଛନ୍ତି । ସୋସିଆଲ ମିଡିଆ ଜରିଆରେ ଏହି ଭିଡିଓଟି ଆସିଛି । ତେବେ ଏହି ଭିଡିଓକୁ ନେଇ ଭାରତ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ୍ କୁମାର କହିଛନ୍ତି ଯେ, ଆମକୁ ପାକିସ୍ତାନ ସରକାରଙ୍କଠାରୁ ଏନେଇ କିଛି ଅନୁରୋଧ ମିଳିନାହିଁ । କିନ୍ତୁ ଯଦି ଏପରି କିଛି ପରିସ୍ଥିତି ଉତ୍ପନ୍ନ ହେଉଛି, ତେବେ ଆମ ପାଖରେ ଏହା ସଂସାଧନ ରହିଛି, ଆମେ ଏହା ଉପରେ ବିଚାର କରିବୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଚୀନ୍ରେ ରହିଥିବା ଭାରତୀୟଙ୍କୁ ଭାରତ ସରକାର ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ଡବଲ ଡେକର ବିମାନରେ ସ୍ବଦେଶ ଫେରାଇ ଅଣାଯାଇଥିବାବେଳେ…
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ବେଶ୍ ଚର୍ଚ୍ଚାରେ। ଯେତିକି ଫିଲ୍ମ ପାଇଁ ନୁହଁନ୍ତି, ତା’ଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି ନିଜର ଅନ୍ଦାଜ୍ ପାଇଁ। ନିକଟରେ ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ଇନ୍ଷ୍ଟା୍ଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ତେବେ ତାଙ୍କର ଏହି ଫଟୋକୁ ଦେଖି ଡରି ଯାଇଛନ୍ତି ଲୋକପ୍ରିୟ ଗାୟକ ହନି ସିଂ । ଉର୍ବଶୀ ଇନ୍ଷ୍ଟାଗ୍ରାମ୍ରେ ଅପ୍ଲୋଡ କରିଥିବା ତାଙ୍କର କିଛି ଫଟୋକୁ ଦେଖି ହନି ସିଂ ବେଶ୍ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଏହା ପରେ ସୋସିଆଲ୍ ମିଡିଆରେ ତାଙ୍କର ଏହି ଫଟୋଗୁଡ଼ିକ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଉର୍ବଶୀ ନିଜର ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଥିବା ତିନୋଟି ଫଟୋ ମଧ୍ୟରୁ ଗୋଟିଏରେ ସେ ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ‘ଭୁଲ୍ଭୁଲୈୟା’ର ଚରିତ୍ର ‘ମଞ୍ଜୁଲିକା’ ସହ ମିଶିଯାଉଛି। ଏହି ଫଟୋରେ ଉର୍ବଶୀ ଇଣ୍ଡିଆନ୍ ଆଉଟ୍ଫିଟ୍ରେ ନଜର ଆସିଥିବାବେଳେ ଏଥିରେ ତାଙ୍କର ମେକ୍ଅପ୍ ଖରାପ ହୋଇଯିବା…
ଲକ୍ଷ୍ନୌ :ପରିଶେଷରେ ପୋଲିସ୍ ବିଶ୍ବ ହିନ୍ଦୁ ମହାସଭାର ଅଧ୍ୟକ୍ଷ ରଞ୍ଜିତ୍ ବଚ୍ଚନଙ୍କ ହତ୍ୟାର ଖୁଲାସା କରିଛି । ଏହି ହତ୍ୟା ଘଟଣାର ଷଡଯନ୍ତ୍ର ପଛରେ କେହି ନୁହେଁ ବରଂ ରଞ୍ଜିତ୍ଙ୍କ ଦ୍ବିତୀୟ ପତ୍ନୀ ଓ ତାଙ୍କ ବୟଫ୍ରେଣ୍ଡଙ୍କ ହାଥ ରହିଛି । ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସ୍ମୃତି ରଞ୍ଜିତଙ୍କ ଦ୍ବିତୀୟ ପତ୍ନୀ ଅଟନ୍ତି । ରଞ୍ଜିତ୍ ଓ ସ୍ମୃତିଙ୍କ ମଧ୍ୟରେ ଛାଡପତ୍ରର ମାମଲା ଅମୀମାଂସିତ ହୋଇ ରହିଥିଲା । ସ୍ମୃତି ଏହାକୁ ନେଇ ବେଶ୍ ବିବ୍ରତ ରହୁଥିଲେ । ଏହି ସମୟରେ ସେ ତାଙ୍କ ଏକ ବନ୍ଧୁଙ୍କ ସହ ଏଭଳି ଏକ ଷଡଯନ୍ତ୍ର ରଚନା କରିଥିଲେ । ଲକ୍ଷ୍ନୌ ପୋଲିସ୍ରେ ଏହି ମାମଲାର ଖୁଲାସା କରି କହିଛନ୍ତି ଯେ, ରଞ୍ଜିତ୍ ବଚ୍ଚନଙ୍କ ଦ୍ବିତୀୟ ପତ୍ନୀ ସ୍ମୃତି ବେଶ୍ ବ୍ୟସ୍ତ ରହୁଥିଲେ । ଦୁହେଁ ଅଲଗା ରହୁଥିଲେ । ଦୁହିଁଙ୍କ ଛାଡପତ୍ରର ମାମଲା କୋର୍ଟରେ ଚାଲିଥିବାବେଳେ ଏହାର ସମାଧାନ ହୋଇପାରୁନଥିଲା…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ଭାଷଣ ଦେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ, ଏବେ ରାହୁଲ୍ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଉଛନ୍ତି ବୋଲି କହିଛନ୍ତି ରାହୁଲ୍ । କଂଗ୍ରେସ କଥା କହୁଛନ୍ତି, ଜବାହରଲାଲ ନେହେରୁଙ୍କ କଥା କହୁଛନ୍ତି, ପାକିସ୍ତାନର କଥା କହୁଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟ ପ୍ରସଙ୍ଗ ବିଷୟରେ କିଛି କହୁନାହାନ୍ତି ବୋଲି ଯୁକ୍ତି ବାଢିଛନ୍ତି ରାହୁଲ୍ । ରାହୁଲ୍ କହିଛନ୍ତି ଯେ, ଏବେ ଦେଶର ମୁଖ୍ୟ ସମସ୍ୟା ହେଉଛି ରୋଜଗାର । ଦେଢ ଘଣ୍ଟାର ଲମ୍ବା ଚଉଡା ଭାଷଣରେ ରୋଜଗାର ସମ୍ପର୍କରେ ଗୋଟିଏ ବି ଶବ୍ଦ ବି ପ୍ରଧାନମନ୍ତ୍ରୀ କହିନାହାନ୍ତି । ରାଷ୍ଟ୍ରପତି ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚାର ଜବାବ ଦେଇ ମୋଦି ଲୋକସଭାରେ କଂଗ୍ରେସକୁ କଟାକ୍ଷ କରିଥିଲେ ।
ପ୍ରୟାଗରାଜ : ଗୋମୂତ୍ରକୁ ଏକ ମହୌଷଧୀ ଭାବରେ ବ୍ୟବହାର କରାଯାଉଛି। ଗୋମୂତ୍ରରୁ ନାଇଟ୍ରୋଜେନ୍, କପର, ଫସ୍ଫେଟ୍, ୟୁରିକ୍ ଏସିଡ୍, ପଟାସିୟମ, କ୍ଲୋରାଇଡ୍ ଓ ସୋଡିୟମ ମିଳିଥାଏ। ନିୟମିତ ଗୋ ମୂତ୍ର ସେବନ କରିବା ଦ୍ୱାରା ରକ୍ତହୀନତା ଓ ଏନିମିଆ ସମସ୍ୟା ଦୂର ହୋଇଥାଏ। ଏହା ସହ ରକ୍ତ ପରିଷ୍କାର ମଧ୍ୟ ହୋଇଥାଏ। ଏହାଦ୍ବାରା ଆମ ହାର୍ଟ ଓ ମସ୍ତିଷ୍କକୁ ଶକ୍ତି ମିଳିବା ସହିତ ଏହା ଆମକୁ ଚାପମୁକ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଗୋମୂତ୍ର ବା ଗୋବରରୁ ପ୍ରସ୍ତୁତ ଉତ୍ପାଦଗୁଡ଼ିକ ଏବେ ବେଶ୍ ଲୋକପ୍ରିୟ ହେଲାଣି। ଏଥିରୁ ସାବୁନ୍ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଲାଣି। ନିକଟରେ ପ୍ରୟାଗରାଜଠାରେ ଚାଲିଥିବା ମାଘ ମେଳାରେ ଗୋମୂତ୍ର ବା ଗୋବରରୁ ପ୍ରସ୍ତୁତ ଭିନ୍ନ ଭିନ୍ନ ଉତ୍ପାଦ ବିକ୍ରି ହେଉଛି। ପ୍ରୟାଗରାଜଠାରେ ଚାଲିଥିବା ମାଘ ମେଳାରେ ଏବେ ଗୋମୂତ୍ର ତଥା ଗୋବରରେ ପ୍ରସ୍ତୁତ ସାବୁନ୍, ଟୁଥ୍ପେଷ୍ଟ୍, ରୁମ୍ ଫ୍ରେସ୍ନେଶର୍,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଚଳିତ ମାସ 19 ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ତେବେ ଗତ ଥର ପ୍ରଶ୍ନପତ୍ର ଭାଇରାଲ୍ ବେଶ୍ ମୁଣ୍ଡ ବ୍ୟାଥାର କାରଣ ପାଲଟିଥିଲା । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇଚାଲ୍ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଭାଇରାଲ୍ ହୋଇଥିବା ସମ୍ପୃକ୍ତ ସେଣ୍ଟର ଦାୟିତ୍ବରେ ଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ସହିତ ଭଇରାଲ୍ ନ ହେବା ପାଇଁ କୋଡିଂ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ଚଳିତ ଥର ପ୍ରଶ୍ନପତ୍ର ଭାଇରାଲ୍ ହେବନି ବୋଲି ଗଣିକ୍ଷା ମନ୍ତ୍ରୀ ଆଶା କରିଥିବାର କହିଛନ୍ତି ।
ବେଙ୍ଗାଲୁରୁ : ବର୍ତ୍ତମାନ ଦେଶରେ ଟିକ୍ଟକ୍ ଯୁବପିଢିଙ୍କ ପାଇଁ ମନୋରଞ୍ଜନର ଜରିଆ ହୋଇଥିବା ବେଳେ ଏହାକୁ ନେଇ ବେଙ୍ଗାଲୁରୁର ଏକ ଦମ୍ପତ୍ତି ଅଲଗା ହୋଇଛନ୍ତି । 2008ରେ ବିବାହ କରିଥିବା ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ଅସିମ୍ ଏବଂ ଆୟେଶା (ଉଭୟ ଛଦ୍ମନାମ)ଙ୍କ ବିବାହ ହୋଇଥିବା ବେଳେ ଆୟେଶା ଅସିମ୍ଙ୍କୁ ଛାଡପତ୍ର ଦେଇଛନ୍ତି । ଅସିମଙ୍କୁ ନିଜ ପତ୍ନୀଙ୍କ ଭିଡିଓ ପୋଷ୍ଟ ପସନ୍ଦ ନଥିଲା । ପ୍ରଥମରୁ ଅସିମ ଅସନ୍ତୁଷ୍ଟ ହୋଇଥିବା ବେଳେ ଆୟେଶା ଲୁଚାଇ ଟିକ୍ଟକ୍ରେ ଭିଡିଓ ବନାଉଥିଲେ । ଅସିମ ସାଉଦି ଆରବରେ ନିଜର ଚାକିରି ଛାଡି ବେଙ୍ଗାଲୁରୁ ମଧ୍ୟ ପଳାଇ ଆସିଥିଲେ । ମାତ୍ର ପରେ ନିଜ ଘରେ ତିଆରି କରିଥିବା ଭିଡିଓରୁ ଆୟେଶା ଧରା ପଡିଯାଇଥିଲେ । ଏହାପରେ ଟିକଟକ୍ ଛାଡିବା ପାଇଁ ଆୟେଶାଙ୍କ ଉପରେ ଅସିମ୍ ଚାପ ପକାଇଥିଲେ । ମାତ୍ର ନିଜ ଲକ୍ଷାଧିକ ଟିକ୍ଟକ୍ ଫଲୋଅରଙ୍କୁ ଛାଡିବା ବଦଳରେ…
ଉତ୍ତରପ୍ରଦେଶ : ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ବେଶ୍ ମହଙ୍ଗା ପଡିଲା ଛାତ୍ରଙ୍କୁ । ସମସ୍ତଙ୍କ ସାମ୍ନାରେ ଛାତ୍ରୀ ଜଣକ ଛାତ୍ରଙ୍କୁ ବ୍ଲେଡ୍ରେ ଆକ୍ରମଣ କରିଛନ୍ତି । ବ୍ଲେଡ୍ ଆକ୍ରମଣ କରିବା ପରେ ଯୁବକ ଜଣକ ଲହୁଲୁହାଣ ହୋଇଛନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ ଘଟିଛି । ବରେଲୀର ହାଫିଜ୍ଗଞ୍ଜ ଥାନା କ୍ଷେତ୍ରର ଏକ ଇଣ୍ଟରକଲଜେର ଉଭୟ ପଢୁଥିବାବେଳେ ଛାତ୍ରୀ ଜଣକ ଛାତ୍ରଜଣଙ୍କୁ ଏକତରଫା ପ୍ରେମ କରୁଥିଲେ । କିନ୍ତୁ ଛାତ୍ର ଜଣଙ୍କୁ ସେହି ଝିଅ ପ୍ରତି କିଛି ପ୍ରକାରର ଭାବନା ନଥିବାବେଳେ ସେ ନିଜ ପାଠପଢାରେ ବ୍ୟସ୍ତ ରହୁଥିଲେ । କିନ୍ତୁ ଝିଅଟି ସବୁବେଳେ ବିବାହ ପାଇଁ ଛାତ୍ରଙ୍କ ଉପରେ ଏକପ୍ରକାର ଚାପ ପ୍ରୟୋଗ ମଧ୍ୟ କରୁଥିଲେ । ଯେତେବେଳେ ଛାତ୍ର ଜଣକ ସମ୍ପୃକ୍ତ ଛାତ୍ରୀ ଜଣଙ୍କୁ ପାଠ ପଢା ସମୟରେ ପ୍ରେମ କରିବାକୁ ମନା କରିଦେଲେ, ସେତେବେଳେ ଛାତ୍ରୀ ଜଣକ ରାଗରେ ଏପରି ଏକ କାଣ୍ଡ…
କେରଳ : ପାଠ ପଢିବା ପାଇଁ କୌଣସି ବୟସର ସୀମା ନଥାଏ । କେବଳ ପଢିବା ପାଇଁ ଆଗ୍ରହ ରହିଥିବା ଆବଶ୍ୟକ । ଏହାକଥାକୁ ସତ କରି ଦେଖାଇଛନ୍ତି କୋଲମ୍ର ଜଣେ 105 ବର୍ଷୀୟା ବୃଦ୍ଧା । ବୟସର ସାୟାହ୍ନରେ ବି ବୃଦ୍ଧାଙ୍କର ପାଠ ପଢିବାର ଆଗ୍ରହ ଓ ଉତ୍ସାହ ଏବେ ସେଠାକାର ବିଦ୍ୟାର୍ଥୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି । ଶିକ୍ଷା ଆଗରେ ବୟସ ହାର ମାନିଥାଏ, ଏକଥା ଭାଗିରଥୀଙ୍କ ପାଖରେ ପ୍ରମାଣିତ ହୋଇଛି । 105 ବର୍ଷୀୟା ଭାଗିରଥୀ ଅମ୍ମା କେରଳ ରାଜ୍ୟର ସବୁଠାରୁ ବୟସ୍କ ଛାତ୍ରୀ । ସେ ଚତୁର୍ଥ ଶ୍ରେଣୀ ପରୀକ୍ଷାରେ 74.5 ପ୍ରତିଶତ ନମ୍ବର ରଖି ପାସ୍ ହୋଇଛନ୍ତି । ପରୀକ୍ଷାରେ ପାସ୍ ହେବା ପରେ ବହୁତ ଖୁସି ହୋଇ ଆମ୍ମା କହିଛନ୍ତି ଯେ, ଯଦି ମୋ’ ଶରୀର ମୋତେ ସାଥ୍ ଦେବ, ତେବେ ସେ ଅଉ ଅଧିକ ପାଠ ପଢିବେ ।…
ନୂଆଦିଲ୍ଲୀ : ଅଟୋ ଏକ୍ସପୋ 2020ରେ ଏପ୍ରିଲିଆ ଏସ୍ଏକ୍ସଆର୍ 160 ପ୍ରଦର୍ଶିତ ହୋଇଛି । ଏହି ଇଟାଲିଆନ୍ କମ୍ପାନୀ ପକ୍ଷରୁ ଚଳିତ ଏକ୍ସପୋରେ ଏହି ବାଇକ୍ ପ୍ରଦର୍ଶିତ କରାଯାଇଛି । ପ୍ୟାଜିଓ ଏବଂ ସୁଜୁକି ପରେ ତୃତୀୟ ଦୁଇ ଚକିଆ କମ୍ପାନୀ ଭାବରେ ଏହି ଏକ୍ସ ପୋରେ ଭାଗ ନେଉଛି ଏପ୍ରିଲିଆ । ପ୍ରିମିୟମ୍ ବର୍ଗର ଏହି ସ୍କୁଟରଟି 160 ସିସିର ରହିବ । ପ୍ରଥମ ସ୍କୁଟର ଭାବରେ ଏପ୍ରିଲିଆ ଏହି ବୈଶିଷ୍ଟ୍ୟ ଲଞ୍ଚ କରିବାକୁ ଯାଉଛି । ଏହି ସ୍କୁଟରଟି ଲାଲ,କଳା, ଧଳା ଏବଂ ସବୁଜ ରଙ୍ଗରେ ଉପଲବ୍ଧ ହେବ ।
ସମୀକ୍ଷା ବ୍ୟୁରୋ ଶେରଗଡ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ମା କରଞ୍ଜେଇ ପୀଠରେ ବ୍ଲକ ପ୍ରଶାସନ ଓ ବିଜୁ ଯୁବ ବାହିନୀର ମିଳିତ ଉଦ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ପରିବେଶର ଗନ୍ତାଘର ଓ ଜାତୀୟ ପକ୍ଷୀ ମୟୂର ମାନଙ୍କ ବିହାର ପାଇଁ ଜନମାନସକୁ ଆକ୍ରୁଷ୍ଟ ପାଇଁ ଉକ୍ତ ପୀଠ ବେଶ୍ ପରିଚିତ । ତେଣୁ ଉକ୍ତ ପୀଠର ମୌଳିକ ଅସୁବିଧାକୁ ସମାଧାନ କରିବା ସହିତ ଏକ ତୀର୍ଥସ୍ଥଳୀ ଭାବେ ଏହାକୁ ପ୍ରାଥମିକ ଦେବାକୁ ବହୁବାର ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ ପ୍ରଶାସନ ଓ ବିଜୁ ଯୁବ ବାହିନୀ ତରଫରୁ ସଫେଇ କରାଯାଇଥିଲା । ଏହା ସହିତ ଅଧିକାରୀ ମାନଙ୍କ ଉପସ୍ଥିତରେ କରଞ୍ଜେଇ ପୀଠର ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଶେରଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁଙ୍କ ଆବାହକତ୍ଵରେ ଓ ବ୍ଲକ…

