Author: Samikhsya Bureau

ମୁମ୍ବାଇ : ବ୍ୟାଟମ୍ୟାନ୍‌ ଚରିତ୍ରରେ ଅଭିନୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହଲିଉଡ୍‌ ଅଭିନେତା କ୍ରିଷ୍ଟିଆନ୍‌ ବେଲ୍‌ 46 ବର୍ଷରେ ପଦାର୍ପଣ କରିଛନ୍ତି । 30 ଜାନୁୟାରୀ 1974ରେ ଜନ୍ମିତ କ୍ରିଷ୍ଟିଆନ୍‌ 16 ବର୍ଷ ବୟସରୁ ଅଭିନୟ ଜଗତରେ ପାଦ ଦେଇଥିଲେ । 2010ରେ ଫିଲ୍ମ ଫାଇଟର୍‌ ପାଇଁ ଶ୍ରେଷ୍ଠ ସହ ଅଭିନେତା ବର୍ଗରେ ଓସ୍କାର ହାସଲ କରିଥିବା ବେଳେ ବେଲ୍‌ଙ୍କୁ ଦର୍ଶକୀୟ ଆଦୃତି ଦେଇଥିଲା ଡିସି କମିକ୍‌ର ବ୍ୟାଟମ୍ୟାନ୍‌ । ବ୍ୟାଟ୍‌ମ୍ୟାନ୍‌/ବ୍ରୁସ୍‌ ଓ୍ବେନ୍‌ ଚରିତ୍ରରେ ପରିଚୟ ହାସଲ କରିଥିବା ବେଲ୍‌ ଦୁଇଥର ଗୋଲ୍ଡେନ୍‌ ଗ୍ଲୋବ ମଧ୍ୟ ହାସଲ କରିଛନ୍ତି । ଆଗାମୀ ଦିନରେ ବେଲ୍‌ ମାର୍ଭେଲ୍‌ର ଥର : ଲଭ୍‌ ଆଣ୍ଡ ଥଣ୍ଡରରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ବେଲ୍‌ଙ୍କ ବ୍ୟତିତ କ୍ରିସ୍‌ ହେମ୍‌ସଓ୍ବର୍ଥ ଏବଂ ନାତାଲି ପୋର୍ଟମ୍ୟାନ୍‌ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ।

Read More

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଅନ୍ୟତମ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜାମିଆ ମାଲିଆ ଇସ୍‌ଲାମିଆରେ ଗୁଳିଚାଳନା ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏକ ବୈଠକ ଡକାଇଛନ୍ତି । ଦିଲ୍ଲୀ ପୋଲିସ୍‌ର ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ଗୁଳିଚାଳନାକୁ ନେଇ ଉଭୟ ବିଜେପି ଏବଂ ଆପ୍‌ କାଦୁଅ ଫିଙ୍ଗା ରାଜନୀତି କରୁଥିବା ବେଳେ ନିର୍ବାଚନ କମିଶନ ବୈଠକ ଡକାଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଗୁଳି ଚଳାଇବାର କିଛି ସମୟ ପୂର୍ବରୁ ଫେସ୍‌ବୁକ୍‌ରେ ଲାଇଭ୍‌ ଯାଇ ଗୁଳି ମାରିବା ନେଇ ଘୋଷଣା କରିଥିଲେ । (ଏଜେନ୍ସୀ)

Read More

ରଞ୍ଜିତ ପଣ୍ଡା ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବତିମିରା ଠାରେ ଅଭିଭାବକ ତଥା ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ନାରୀନେତ୍ରୀ ତଥା ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର । ଶିଶୁମାନେ ଦେଶର ଭବିଷ୍ୟତ । ସୁନ୍ଦର ଭାରତ ଗଠନରେ ଏହି ଶିଶୁମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ ରହିବ । ମୁଖ୍ୟମନ୍ତ୍ରୀ ଶିଶୁଙ୍କ ପାଇଁ ବହୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି । ରାଜ୍ୟରେ ଯେ କୌଣସି ଜାଗାରେ ଶିଶୁ ମାନଙ୍କୁ ଅତ୍ୟାଚାର ହେଉଥିବ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଯଦି ରାଜ୍ୟରେ କେଉଁଠି ଶିଶୁ ନିର୍ଯାତନା ହେଉଛି କିମ୍ବା ଶିଶୁଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି ତେବେ ଦେୟମୁକ୍ତ ନମ୍ବର 1098ରେ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା : ଆରଏସଏସ୍‌ ପକ୍ଷରୁ ଚିଲିକାରେ ଏକ ନୂତନ ଗୋଶାଳା ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶ୍ରୀପଞ୍ଚମୀ ଅବସରରେ ସୋରଣ ଗ୍ରାମର ଆରଏସ୍‌ଏସ୍‌ ସଂସ୍କୃତି ଭବନ ପରିସରରେ ନୂତନ ଗୋଶାଳା ପ୍ରତିଷ୍ଠାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର ମହାନଗର ସଙ୍ଘ ସହ କାର୍ଯ୍ୟବାହ ସୁବ୍ରତ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ଏବଂ ଖୋର୍ଦ୍ଧା ଜିଲ୍ଲାର ବହୁ ସ୍ବୟଂସେବକଙ୍କ ସହିତ ସୋରଣ ଗ୍ରାମବାସୀ ଯୋଗ ଦେଇଥିଲେ । ଭୂମିପୂଜନ ପରେ ସଂଘ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ଗ୍ରାମ ବିକାଶ ପ୍ରମୁଖ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଗର ଭାରତୀ ଖୋର୍ଦ୍ଧା ଜିଲ୍ଲା ସଞ୍ଜୋଜକ ଅନନ୍ତ ସେଠୀ, ସ୍ବୟଂସେବକ ସୁଧୀର କୁମାର ପାତ୍ର ଏବଂ ଅନ୍ୟାନ୍ୟ ସ୍ବୟଂସେବକ…

Read More

ନୂଆଦିଲ୍ଲୀ : 2013 ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ଗୁରୁବାର ଦିଲ୍ଲୀର ଏକ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । 2013ରେ ପୂର୍ବ ଦିଲ୍ଲୀର ଗାନ୍ଧୀନଗରରେ 5 ବର୍ଷୀୟ ବାଳିକାର ଦୁଷ୍କର୍ମ କରିଥିଲେ ଏହି ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ମନୋଜ ଶାହ ଏବଂ ପ୍ରଦୀପ କୁମାରଙ୍କୁ 20 ବର୍ଷର କାରାଦଣ୍ଡ ସହିତ 5 ଲକ୍ଷ ଲେଖାଏଁ ଅର୍ଥ ଦଣ୍ଡ ମଧ୍ୟ ପ୍ରଦାନ କରାଯାଇଛି । ଏହି ଅର୍ଥ ପୀଡିତାଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Read More

ନୂଆଦିଲ୍ଲୀ : ଡିଫେଣ୍ଡି ଚାମ୍ପିୟନ୍‌ ନୋଭାକ୍‌ ଜୋକୋଭିକ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ତୃତୀୟ ସିଡ୍‌ ରୋଜର ଫେଡେରରଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ଜୋକୋଭିକ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ମେଲବୋର୍ଣ୍ଣରେ ଅନୁଷ୍ଠିତ ସେମିଫାଇନାଲ୍‌ରେ ସ୍ବିସ୍‌ ତାରକା ଫେଡେରରଙ୍କୁ ଜୋକୋଭିକ୍‌ 7-6, 6-4 ଏବଂ 6-3 ସେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ସର୍ବିଆ ତାରକା ଜୋକୋଭିକ୍‌ ଏହି ମ୍ୟାଚ୍‌ରେ ଫେଡେରରଙ୍କୁ ସବୁ ବିଭାଗରେ ମାତ୍‌ ଦେଇଥିଲେ । 7 ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଚାମ୍ପିୟନ୍‌ ଜୋକୋଭିକ୍‌ ଫାଇନାଲ୍‌ରେ ଡୋମିନିକ୍‌ ଥିମ୍‌ ଏବଂ ଆଲେକଜାଣ୍ଡାର ଜେଭ୍‌ରେଭ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ । (ଏଜେନ୍ସୀ)

Read More

ହାଇଦ୍ରାବାଦ : ଦୁଇ ପୁଅଙ୍କୁ ଗିରଫ କରାଯିବା ପରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି ପିତା ମାତା । ତେଲେଙ୍ଗାନାର ଭାଁସିଆ ସହରରେ ସଙ୍ଗଠିତ ସିଏଏ ଆନ୍ଦୋଳନରେ ଦମ୍ପତ୍ତିଙ୍କ ଦୁଇ ପୁଅଙ୍କୁ ଗିରଫ କରାଯାଇଥିଲା । ଗୁରୁବାର 73 ବର୍ଷୀୟ ଦମ୍ପତ୍ତି ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । 73 ବର୍ଷୀୟ ଅବ୍‌ଦୁଲ୍‌ ଆହାଡ ବନାରସୀ ପ୍ରଥମେ ପ୍ରାଣ ହରାଇଥିବା ବେଳେ ତାଙ୍କ ପତ୍ନୀ ଅହମଦୀ ବେଗମ୍‌(65) ମଧ୍ୟ ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ସିଏଏ ବିରୋଧୀ ଆନ୍ଦୋଳନ କାରଣରୁ ଉଭୟଙ୍କ ଦୁଇ ପୁଅ ଅବ୍‌ଦୁଲ୍‌ କାଶିଫ୍‌(24) ଏବଂ ଅବ୍‌ଦୁଲ୍‌ ଆସିଫ୍‌(21)ଙ୍କମୁ ଜାନୁୟାରୀ 13 ତାରିଖରେ ଗିରଫ କରାଯାଇଥିଲା । ଉଭୟଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଥିବା ବେଳେ ହାତକଡିରେ ଦେଖି ପିତାମାତା ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଇଥିଲେ । (ଏଜେନ୍ସୀ)

Read More

ବେଜିଂ : କୋରୋନା ଭାଇରସ୍‌ ସମ୍ପର୍କରେ ଅଧିକ ଅଧ୍ୟୟନ ନିମନ୍ତେ ଅଲୀବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା 100 ମିଲିଅନ୍‌ ୟୁଆନ୍‌ ପ୍ରଦାନ କରିଛନ୍ତି । ଚୀନ୍‌ରେ କୋରୋନା ଭାଇରସ୍‌ ପ୍ରଭାବରେ 132 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 6 ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ର ସର୍ବବୃହତ କମ୍ପାନୀ ଅଲୀବାବାର ମୁଖ୍ୟ ଜ୍ୟାକ୍‌ ମା ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି । ଅଲୀବାବାକୁ ଏକ ନମ୍ବର କମ୍ପାନୀ ଭାବରେ ପ୍ରତିଷ୍ଠିତ କରିବାରେ ଚୀନ୍‌ ବାସୀଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ତେଣୁ ଏପରି ସମୟରେ ଚୀନ୍‌ବାସୀଙ୍କ ସହାୟତା କରିବା ଅଲୀବାବାର ଦାୟିତ୍ବ ବୋଲି ଜ୍ୟାକ୍‌ ମା କହିଛନ୍ତି । (ଏଜେନ୍ସୀ)

Read More

ମୁମ୍ବାଇ : ଏକତ୍ର ନଜର ଆସିବାକୁ ଯାଉଛନ୍ତି ଖିଲାଡୀ ଅକ୍ଷୟ କୁମାର, ସାଉଥ୍‌ ସେନ୍‌ସେସନ୍‌ ଧନୁଷ ଏବଂ ସାରା ଅଲୀ ଖାନ୍‌ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଆନନ୍ଦ ଏଲ୍‌ ରାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତିନି କଳାକାରଙ୍କ ଫଟୋ ଗୁରୁବାର ଅକ୍ଷୟ କୁମାର ସେୟାର କରିଛନ୍ତି । ଫିଲ୍ମର ନାମ ଅତରଙ୍ଗୀ ରେ ରହିଥିବା ବେଳେ ଫିଲ୍ମଟି ଏକ ମ୍ୟୁଜିକାଲ୍‌ ଲଭ୍‌ଷ୍ଟୋରୀ ରହିଛି । ଫିଲ୍ମର କାହାଣୀ ସମ୍ପର୍କରେ ଅନ୍ୟ କୌଣସି ସୂଚନା ମିଳିନଥିବା ବେଳେ ତ୍ରିକୋଣୀୟ ପ୍ରେମ କାହାଣୀ ରହିବାର ଆଶା କରାଯାଉଛି । ଫିଲ୍ମଟି 2021 ଭାଲେଣ୍ଟାଇନ୍ସ ଡେ ଅବସରରେ ରିଲିଜ୍‌ ହେବା ନେଇ ଘୋଷଣା କରାଯାଇଛି । ଫିଲ୍ମରେ ଏକାଧିକ ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଜଡିତ ଥିବା କାରଣରୁ ସୋସିଆଲ ମିଡିଆରେ ଫିଲ୍ମକୁ ପ୍ରଶଂସା କରାଯାଇଛି । ଜାତୀୟ ପୁରସ୍କାର ପ୍ରାପ୍ତ ଆନନ୍ଦ ଏଲ୍‌ ରାଇ (ନିର୍ଦ୍ଦେଶକ), ଅକ୍ଷୟ କୁମାର(ଅଭିନେତା), ଧନୁଷ(ଅଭିନେତା), ହିମାଂଶୁ(କାହାଣୀ)…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ନିର୍ବାଚନ କମିଶନଙ୍କ ଝଟ୍‌କା । ଆଦର୍ଶ ଆଚରଣବିଧି ଉଲ୍ଲଂଘନ କାରଣରୁ ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କ ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବାସନ୍ଦାଦେଶ ଜାରି କରାଯାଇଛି । ଅନୁରାଗଙ୍କୁ 72 ଘଣ୍ଟା ପାଇଁ ବାସନ୍ଦ କରାଯାଇଥିବା ବେଳେ ପ୍ରବେଶ ବର୍ମାଙ୍କୁ 96 ଘଣ୍ଟା ପାଇଁ ବାସନ୍ଦ କରାଯାଇଛି । ଫଳରେ ଉଭୟ ସମାନ ସମୟରେ ପ୍ରଚାରରୁ ଦୂରେଇ ରହିବେ । ଉଲ୍ଲେଖଯୋଗ୍ୟ ଯେ, ଅନୁରାଗ ଠାକୁର ଏକ ରାଲିରେ ଦେଶ କେ ଗଦ୍ଦାରୋ ନାରା ବାଜି କରିଥିବା ବେଳେ ପ୍ରବେଶ ବର୍ମା ଶାହିନ୍‌ବାଗ୍‌କୁ ନେଇ ଏକ ଧାର୍ମିକ ଟ୍ବିଟ୍‌ କରିଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ଜଣେ ଅଜଣା ବ୍ୟକ୍ତି ଗୁଳିଚାଳନା କରିଛି । ଏହି ଗୁଳିଚାଳନାରେ ଜଣେ ବିକ୍ଷୋଭକାରୀ ଛାତ୍ର ଆହତ ହୋଇଥିବା ବେଳେ ଅଜଣା ଆତତାୟୀକୁ ପୋଲିସ୍‌ ଗିରଫ କରିଛି । ଏକ କଳା ଜ୍ୟାକେଟ୍‌ ଏବଂ ଜିନ୍ସ ପିନ୍ଧିଥିବା ଅଭିଯୁକ୍ତ ଜଣକ ୟେ ଲୋ ଆଜାଦୀ ବୋଲି ଚିତ୍କାର କରି ଛାତ୍ରଛାତ୍ରୀଙ୍କୁ ଉପରକୁ ଗୁଳି ଚଳାଉଥିବାର ନଜର ଆସିଛି । ବନ୍ଧୁକଧାରୀ ଆତତାୟୀ ଜଣକ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ ଆଡକୁ ଦୌଡି ଆସୁଥିବା ବେଳେ କାବୁ କରିବାକୁ ଯାଇ ଜଣେ ଛାତ୍ରଙ୍କୁ ଗୁଳି ଲାଗିଥିବା ନେଇ ଜଣେ ଛାତ୍ରୀ ଆମ୍‌ନା ଆସିଫ୍‌ ପ୍ରକାଶ କରିଛନ୍ତି । ଆତତାୟୀ ଜଣଙ୍କ ବିକ୍ଷୋଭକାରୀ ନଥିଲେ ଏବଂ ବାହାରୁ ଆସିଥିବା ନେଇ ଉପସ୍ଥିତ ଛାତ୍ରଛାତ୍ରୀ ମତ ଦେଇଥିଲେ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ କଟକ : ଓଡିଶା ଏବଂ ଆସାମ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାର ଅନ୍ତିମ ଦିବସରେ ମ୍ୟାଚ୍‌ ଜତିନେଇଛି ଓଡିଶା । ଆସାମକୁ ଏକ ଇନିଂସ ଓ 3 ରନ୍‌ରେ ପରାସ୍ତ କରି ଓଡିଶା ପୁନର୍ବାର ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଥମ ଇନିଂସରେ ଓଡିଶା 436 ରନ୍‌ କରିଥିବା ବେଳେ ଆସାମ 238 ରନ୍‌ରେ ସମସ୍ତ ଓ୍ବିକେଟ ହରାଇ ଫଲୋଅନ୍‌ ଡାକରା ପାଇଥିଲା । ଦ୍ବତୀୟ ଇନିଂସରେ ଆସାମର ଦୁଇ ଓପନର ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲେ । 198 ରନ୍‌ ପଛରେ ରହିଥିବା ଆସାମ ପକ୍ଷରୁ ଦୁଇ ଓପ୍‌ନର କୁନାଲ ସାଇକିଆ(74) ଏବଂ ଶୁଭମ ମଣ୍ଡଳ(72) ପ୍ରଥମ ଓ୍ବିକେଟରେ 124 ରନ୍‌ ଯୋଡିଥିଲେ । ପ୍ରଥମ ଓ୍ବିକେଟର ପତନ ପରେ ଆସାମ ଇନିଂସ ତାସ ପତା ପରି ଭୁଷୁଡି ପଡିଥିଲା । ଦୁଇ ଜଣଙ୍କ ବ୍ୟତିତ 11 ନମ୍ବର ବ୍ୟାଟ୍ସମ୍ୟାନ୍‌…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଅକ୍ଷୟ କୁମାର ସିଂର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ସିଂ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍‌କୁ ଗୁରୁବାର ଖାରଜ କକରି ଦିଆଯାଇଛି । ସେହିପରି ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ନିମନ୍ତେ ଏପି ସିଂଙ୍କ ପକ୍ଷରୁ ପଟିଆଲା ହାଉସ କୋର୍ଟରେ ଦାଖଲ କରାଯାଇଥିବା ଯାଚିକାର ବିଚାର ଚାଲିଥିବା ବେଳେ କୋର୍ଟଙ୍କ ପକ୍ଷରୁ ଏହି ରାୟ ପ୍ରକାଶ ପାଇଛି । ପୂର୍ବରୁ ବୁଧବାର ଦିନ ଅନ୍ୟତମ ଅଭିଯୁକ୍ତ ବିନୟ କୁମାର ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ଦୟା ଯାଚିକା ଦାଖଲ କରିଛି । (ଏଜେନ୍ସୀ)

Read More

ସିଏଏ ଓ ପ୍ରସ୍ତାବିତ ଏନଆରସିକୁ ବିରୋଧ କରି ଆଜି ଦିନ ୧୦ଟାରେ ଭୁବନେଶ୍ବର ଶହୀଦ ନଗର ପୂଜା ମଣ୍ଡପରୁ ଏକ ବିଶାଳ ରାଲି ବାହାରିଥିଲା। ହଜାର ହଜାର ଲୋକ ଏହି ରାଲିରେ ତ୍ରିରଙ୍ଗା ପତାକା ସହିତ ଯୋଗଦାନ କରିଥିଲେ। ମହାତ୍ମା ଗାନ୍ଧୀ ମାର୍ଗରେ ଏହି ରାଲି ପହଞ୍ଚିଲା ପରେ କଂଗ୍ରେସ, ସିପିଆଇ, ସିପିଆଇଏମ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ସିପିଆଇ-ଏମଏଲ ଇତ୍ୟାଦି ରାଜନୈତିକ ଦଳର ପ୍ରତିନିଧି ତଥା ଅନ୍ୟାନ୍ୟ ନାଗରିକ ସଂଗଠନର କର୍ମକର୍ତ୍ତାମାନେ ଏହି ରାଲିକୁ ସମ୍ବୋଧିତ କରିଥିଲେ। (ସମୀକ୍ଷା ବ୍ୟୁରୋ)

Read More

ନୂଆଦିଲ୍ଲୀ : ଭାରତର ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳର ଜଣେ ଛାତ୍ର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି । ସମ୍ପୃକ୍ତ ଛାତ୍ର ଜଣକ ଚୀନର ୟୁହାନ ବିଶ୍ବବିଦ୍ୟାଳୟର ଅଧ୍ୟୟନ କରୁଥିଲେ ।  ଚୀନ୍‌ରୁ ଆକ୍ରାନ୍ତ ହୋଇ କେରଳ ଫେରିଥିବାର ସୂଚନା ରହିଛି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେହିପରି ତ୍ରିପୁରାର ଜଣେ ବ୍ୟକ୍ତି କରୋନା ଭାଇରସ୍‌ରେ ମୁତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି । କରୋନା ଭାଇସର୍‌ କାରଣରୁ ତ୍ରିପୁରାରେ ରହୁଥିବା 23 ବର୍ଷୀୟ ଜଣେ ବ୍ୟକ୍ତି ମାଲେସିଆ ହସ୍ପିଟାଲରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକଙ୍କ ଜେଜେବାପା ଅବଦୁଲ୍‌ ରହୀମ୍‌ ଏ ସମ୍ପର୍କରେ ଜଣାଇଛନ୍ତି । ସୂଚନାଯୋଗ୍ୟ, ଚୀନ୍‌ରେ କରୋନା ଭାଇରସ୍‌ର ପ୍ରକୋପ ଏତେ ବଢିଛି ଯେ, ଏଥିରେ ମୃତକ ସଂଖ୍ୟା ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି ।…

Read More

କରାଚୀ : ପାକିସ୍ତାନରେ ଦୁଇ ପୃଥକ ଏନକାଉଣ୍ଟରରେ 10 ଜଣ ଆତଙ୍କୀ ନିହତ ହୋଇଛନ୍ତି । ସ୍ଥାନୀୟ ମିଡିଆ ଏବଂ ସେନାବାହିନୀ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବୁଧବାର ରାତିରେ ଏହି ଦୁଇ ଏନକାଉଣ୍ଟର ସଙ୍ଗଠିତ ହୋଇଥିଲେ । ପାକିସ୍ତାନର ଦତା ଖେଲ ଏବଂ ଉତ୍ତର ଓ୍ବଜିରସ୍ତାନରେ ଏହି ଦୁଇ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଓ୍ବଜିରସ୍ତାନର ଖାଇବର୍‌ ପ୍ରଦେଶରେ ସଙ୍ଗଠିତ ଏନକାଉଣ୍ଟରରେ 6 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ସୁରକ୍ଷା ଅଧିକାରୀ ପ୍ରାଣ ହରାଇଥିଲେ । ସେହିପରି ଦତା ଖେଲରେ ସଙ୍ଗଠିତ ଏନ୍‌କାଉଣ୍ଟରରେ 4 ଆତଙ୍କୀ ପ୍ରାଣ ହରାଇଛନ୍ତି । (ଏଜେନ୍ସୀ)

Read More

କେଦାର ମିଶ୍ର ‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ ସ୍ମୃତିକଥା। ୩୦, ଜାନୁଆରୀ, ୧୯୪୮ ସନ୍ଧ୍ୟାରେ ବାପୁଙ୍କୁ ଗୁଳି କରି ହତ୍ୟା କରିବାପରେ ତାଙ୍କର ମୃତ ଶରୀରକୁ ଗାଧେଇ ନୂଆ ଲୁଗା ପିନ୍ଧେଇବାର ଦାୟିତ୍ଵ ବୃଜଲାଲ ନିର୍ବାହ କରିଥିଲେ। ଭାରତ ସ୍ଵାଧୀନତା ପାଇବାର ମାତ୍ର ପାଞ୍ଚ ମାସ ପନ୍ଦର ଦିନ ପରେ ଗାନ୍ଧୀଙ୍କ ହତ୍ୟା ସାରା ଦେଶ ପାଇଁ ଏକ ବିଶାଳ ଧକ୍କା ଥିଲା। ସେଇ ସନ୍ଧ୍ୟାରେ ସେତେବଳର ବଡଲାଟ ଲର୍ଡ ମାଉଣ୍ଟବ୍ୟାଟେନ କହିଥିଲେ, “ଆଜି କେବଳ ଭାରତ ନୁହଁ, ପୂରା ପୃଥିବୀ ଆଜି ଶୋକାକୁଳ।“ ବାପୁଙ୍କ ସହିଦ ହେବାର ପୀଡା ବିଷୟରେ ଶତୃ…

Read More

ଦେବ ରଞ୍ଜନ ଆଜି  କେନ୍ଦ୍ର ସରକାର ଯେଉଁ ଭଳି ସମସ୍ତ ନାଗରିକଙ୍କ ନାଗରିକତାକୁ ନେଇଯିବା ଓ ସେମାନଙ୍କୁ ନିଜର ଦୟାର ପାତ୍ର ସଜେଇଦେବାର ଯେଉଁ ହୀନ ଉଦ୍ୟମ କରୁଛନ୍ତି ଏହାର ପ୍ରତିବାଦ ତ ଦେଶସାରା ହେବାରେ ଲାଗିଛି । ସରକାର ଆଗ ନା ନାଗରିକ ? ଏବେ ଅତିଥି ଜଣକ ଘରେ ପଶି ଘର ମାଲିକକୁ ଯଦି ମାଗେ ଘରର ମାଲିକାନାସତ୍ଵର ପ୍ରମାଣ ତେବେ ଏହାକୁ କ’ଣ କୁହାଯିବ ଗଣତନ୍ତ୍ର? ଦୀର୍ଘ ସତୁରୀ ବର୍ଷ ପରେ ଆଜି ଆମେ ଏକ ନୂତନ ଲଢେଇର ଆରମ୍ଭ ଦେଖୁଛେ । ଆମେ ଆଗରୁ ଚାଷୀ, ଶ୍ରମିକ, ଦଳିତ ଅଥବା ମହିଳା ଓ ଆଦିବାସୀଙ୍କ ଆନ୍ଦୋଳନ ଦେଖିଆସିଥିଲୁ । ସମସ୍ତେ ନିଜ ନିଜ ଅଧିକାର ପାଇଁ କିନ୍ତୁ ଅଲଗା ଅଲଗା ଲଢେଇ କରୁଥିଲେ । ଏହି ଏନଆରସି ଓ ଏନପିଆର ବିରୋଧୀ ଅଭିଯାନର ଏକ ଅବଦାନ ହେଲା ଯେ ଆଜି ଏହି ସମସ୍ତ ଚାଷୀ, ଶ୍ରମିକ,…

Read More

ନୂଆଦିଲ୍ଲୀ : ଗତ ସାତ ବର୍ଷ ପରେ ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଫାଶୀ ଦଣ୍ଡାଦେଶ ଆସିଥିବାବେଳେ ଏହା କବଳରୁ ମୁକ୍ତି ପାଇବା ପାଇଁ ଅପରାଧୀମାନେ ଚାଲ୍‌ ପକାଇ ଚାଲିଛନ୍ତି । ପ୍ରଥମେ ଅଭିଯୁକ୍ତଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦିଆଯିବା ନେଇ ତାରିଖ ଘୋଷଣା କରାଯାଇଥିବାବେଳେ ଦୋଷୀମାନେ ଦୟାଯାଚିକାର ବ୍ୟବହାର କରି ଏହାକୁ ଫେବୃଆରୀ 1 ତାରିଖକୁ ଘୁଞ୍ଚାଇ ଦେଇଥିଲେ । ପୁନର୍ବାର ଫେବୃଆରୀ 1 ତାରିଖ ନିକଟତର ହେଉଥିବାରୁ ଏହାକୁ ଘୁଞ୍ଚାଇ ଦେବା ପାଇଁ ଚାଲ୍‌ ଚଳାଇଛନ୍ତି । ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ନ୍ୟାୟ ମିଳିବା ନେଇ କେବଳ ତାରିଖ ହିଁ ମିଳୁଛି । ଦାମିନୀ ଫିଲ୍ମର ଲୋକପ୍ରିୟ ସଂଳାପ ‘ତାରିଖ୍‌ ପେ ତାରିଖ୍‌’ ପରି ନିର୍ଭୟା ପୀଡ଼ିତାଙ୍କୁ କେବଳ ତାରିଖ ପରେ ତାରିଖ ହିଁ  ମିଳୁଛି । ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ…

Read More