ପୋଚେଫ୍ଷ୍ଟ୍ରୁମ୍ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ବିଶ୍ବକପ୍ ସେମି ଫାଇନାଲରେ ଏକପାଖିଆ ବିଜୟ ହାସଲ କରିଛି ଭାରତ। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଥିବା ବେଳେ ଭାରତ ୧୦ ଓ୍ବିକେଟ୍ରେ ବିଜୟୀ ହୋଇଥିଲା। ପ୍ରଥମେ ଭାରତୀୟ ବୋଲରଙ୍କ ସଫଳତା କାରଣରୁ ପାକିସ୍ତାନ ମାତ୍ର ୧୭୨ ରନ୍ରେ ଅଲଆଉଟ ହୋଇଥିଲା। ପାକିସ୍ତାନ ପକ୍ଷରୁ ଅଧିନାୟକ ରୋହେଲ ନାଜିର ୬୨ ସର୍ବାଧିକ ସ୍କୋର କରିଥିବା ବେଳେ ଓପ୍ନର ହାଇଦର ଅଲୀ ୫୬ ରନ୍ ସଂଗ୍ରହ କରିଥିଲେ। ଜବାବରେ ଦୁଇ ଭାରତୀୟ ଓପ୍ନର ଯଶସ୍ବୀ ଏବଂ ଦିବ୍ୟାଂଶ ପାକିସ୍ତାନୀ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୩୫.୨ ଓଭରରେ ଉଭୟ ୧୭୬ରନ୍ ଯୋଗ କରି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ। ଜୟସ୍ବାଲ ୧୧୩ଟି ବଲ୍ର ସମ୍ମୁଖୀନ ହୋଇ ୮ଟି ଚୌକା ଏବଂ ୪ଟି ଛକ୍କା ସହାୟତାରେ ୧୦୫ ରନ୍ ସଂଗ୍ରହ କରିଥିବା ବେଳେ ଦିବ୍ୟାଂଶ ସକ୍ସେନା ୯୯ଟି ବଲ୍ରୁ…
Author: Samikhsya Bureau
ନୂଆଦିଲ୍ଲୀ : ଏକମାସ ମଧ୍ୟରେ 9.6 ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି ଜଣେ ବ୍ୟକ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବର ଏକ ନମ୍ବର ଧନୀ ଜେଫ୍ ବେଜୋସ୍ ଏହି ବ୍ୟକ୍ତି ନୁହନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଟେସ୍ଲାର ପ୍ରତିଷ୍ଠାତା ଏଲନ୍ ମସ୍କ । ଜାନୁୟାରୀ 2020ରେ ମସ୍କ 13.6 ବିଲିୟନ୍ ଡଲାର ବା 9.6 ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି । ଏହିଚ ସମୟରେ ବେଜୋସ୍ 9 ବିଲିୟନ୍ ଡଲାର ଆୟ କରିଛନ୍ତି । ଏହି ଅଭିବୃଦ୍ଧି ସହିତ ମସ୍କ ବିଶ୍ବର ଶ୍ରେଷ୍ଠ ଧନୀଙ୍କ ତାଲିକାରେ 35 ତମ ସ୍ଥାନରୁ 22 ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି । ଏହି ଅଭିବୃଦ୍ଧି ସହିତ ମସ୍କଙ୍କ ସମୁଦାୟ ସମ୍ପତ୍ତି ପରିମାଣ 44.1 ବିଲିୟନ୍ ଡଲାରରେ ପହଞ୍ଚିଛି । ଏହି ସମୟରେ ଟେସ୍ଲାର ଅଂଶଧନ ମୂଲ୍ୟରେ 20 ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ଏହା 780…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜଭବନ ସମ୍ମୁଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 86ତମ ଶ୍ରାଦ୍ଧ ଦିବସ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପାଳିତ ହୋଇଯାଇଛି । ରାଜଭବନ ସମ୍ମୁଖ ପ୍ରତିମୂର୍ତ୍ତିରେ ଅଭିଯାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ ପୂର୍ବକ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା । ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଲେ ଯେ, ମଧୁବାବୁ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ଓଡ଼ିଆ ସ୍ନାତ୍ତକ, ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ବିଶିଷ୍ଟ ଆଇନ ବିଶାରଦ ତଥା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ଯେଉଁ ସଂଗ୍ରାମ ଜାରି ରଖିଥିଲେ ତାହା ଅବିସ୍ମରଣୀୟ । ଏହି କାର୍ଯ୍ୟକ୍ରମରେ ଅଭିଯାନର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ସୀତାବଲ୍ଳଭ ମହାପାତ୍ର, ଗିରିଧାରୀ ପଟ୍ଟନାୟକ, ବ୍ରଜବନ୍ଧୁ ପରିଡ଼ା, ବିଜୟ ପରିଡ଼ା, ନାରାୟଣ ଚନ୍ଦ୍ର ଓଝା, ଉତ୍କଳ ସମ୍ମିଳନୀର ଦିଲ୍ଲୀପ ଦାସଶର୍ମା,…
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଚାରି ଦିନ ପୂର୍ବରୁ ଏକ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାଲିରେ ମୋଦି ବାଟ୍ଲା ହାଉସ୍ ଏନ୍କାଉଣ୍ଟର ନେଇ ବିରୋଧୀ ଆପ୍ ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ । ଭାରତ ମାତା କି ଜୟ ସ୍ଲୋଗାନ୍ରୁ ମୋଦି ନିଜର ଭାଷଣ ଆରମ୍ଭ କରିଥିଲେ । ଦିଲ୍ଲୀର ନିର୍ବାଚନୀ ହାଓ୍ବା ବର୍ତ୍ତମାନ ବିଜେପି ସପକ୍ଷରେ ବହୁଛି ଫେବୃୟାରୀ 8 ତାରିଖରେ ଦିଲ୍ଲୀବାସୀ ଏକତ୍ର ହୋଇ ଏକ ସରକାର ଗଠନ କରିବେ । ଦିଲ୍ଲୀ ବାସୀଙ୍କୁ ଏପରି ଏକ ସରକାର ଆବଶ୍ୟକ ଯିଏକି ଅଭିଯୋଗ କରିବା ପରିବର୍ତ୍ତେ ଦିଲ୍ଲୀକକୁ ବିକାଶ ଦିଗରେ ଆଗେଇ ନେବ । ସେହିପରି ଆପ୍କୁ ଆକ୍ରମଣ କରିବାକୁ ଯାଇ ମୋଦି କହିଥିଲେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାକୁ ଦିଲ୍ଲୀରେ ଆପ୍ ସରକାର ଲାଗୁ କରାଉ ନାହାନ୍ତି ଯାହାକି ଗ୍ରହଣଯୋଗ୍ୟ ନୁହେଁ । ସର୍ଜିକାଲ ଷ୍ଟ୍ରାଇକ୍ର…
ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ 19 ବର୍ଷରୁ କମ୍ ବିଶ୍ବକପ୍ରେ ଭାରତ ସମ୍ମୁଖରେ 173 ରନ୍ର ବିଜୟ ଲକ୍ଷ୍ୟ ରହିଛି । ପାକିସ୍ତାନ ପକ୍ଷରୁ ଅଧିନାୟକ ରୋହେଲ ନାଜିର(62) ସର୍ବାଧିକ ସ୍କୋର କରିଥିବା ବେଳେ ଓପ୍ନର ହାଇଦର ଅଲୀ 56 ରନ୍ ସଂଗ୍ରହ କରିଥିଲେ । ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ ସମ୍ମୁଖରେ 8 ଜଣ ପାକ୍ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ । ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବା ବେଳେ 9 ରନ୍ରେ ପ୍ରଥମ ଏବଂ 34 ରନ୍ରେ ଦ୍ବିତୀୟ ଓ୍ବିକେଟ ହରାଇଥିଲା । ଏହାପରେ ହାଇଦର ଅଲୀ(56) ଏବଂ ରୋହେଲଙ୍କ ମଧ୍ୟରେ 62 ରନ୍ର ଭାଗିଦାରୀ ହୋଇଥିଲା । ଏହି ଭାଗିଦାରୀ ପରେ ଅନ୍ୟ କୌଣସି ପାକ୍ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇନଥିଲେ । ତୃତୀୟ ସର୍ବାଧିକ ଭାବରେ ମହମ୍ମଦ ହାରିସ୍ 21 ରନ୍ ସଂଗ୍ରହ କରିଥିଲେ ।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପୁଣି ଥରେ ଖାକିରେ ଦାଗ । ପ୍ରେମରେ ପ୍ରତାରଣା ମାମଲାରେ ଭୁବନେଶ୍ବର ମହିଳା ଥାନା ପକ୍ଷରୁ ଜନୈକ କନେଷ୍ଟବଳଙ୍କୁ ଗିରଫ କରାଯାଇଛି । ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି । ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ କନେଷ୍ଟବଳଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଏସ୍ଏସ୍ବି କନେଷ୍ଟବଳ ରାଜେଶ ଦାସଙ୍କୁ ଭୁବନେଶ୍ବର ମହିଳା ଥାନା ପକ୍ଷରୁ ଗିରଫ କରାଯାଇଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଦିବାସୀ ମେଳାର ଅଷ୍ଟମ ସନ୍ଧ୍ୟା ବେଶ୍ ଜନଗହଳି ପୂର୍ଣ୍ଣ ରହିଥିଲା । ପ୍ରାୟ ଦୁଇ ଲକ୍ଷ ଲୋକ ମେଳା ବୁଲିବାକୁ ଆସିଥିଲେ । ସମଗ୍ର ମେଳା ପରିସରଟି ସେଲ୍ଫି ଜୋନ୍ ପରି ମନେ ହେଉଥିଲା । ଆବାଳବୃଦ୍ଧ ବନିତା ଦଳ ଦଳ ହୋଇ ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫଟୋ ଉଠାଉଥିବାବେଳେ ମେଳାରେ କାରବାର ଗତ ସାତ ଦିନରେ ରେକର୍ଡ ଭାଙ୍ଗି ଗୋଟିଏ ଦିନରେ 85 ଲକ୍ଷ ଟଙ୍କା ଟପିଯାଇଛି । ମେଳାରେ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବରେ ଶେଷ ରଜନୀ ଥିବାବେଳେ ଗୁଜୁରାଟ, ନାଗାଲାଣ୍ଡ, ମହାରାଷ୍ଟ୍ର, ମଣିପୁର, ସିକିମ୍, ଅରୁଣାଚଳ ପ୍ରଦେଶ, ଆସାମ ସମେତ ଓଡ଼ିଶାର ଗାଦ୍ବା ଜନଜାତିଙ୍କ ନୃତ୍ୟ ପରିବେଷଣ ଖୁବ୍ ଆର୍କଷଣୀୟ ହୋଇଥିଲା । ଲୋକେ ନୃତ୍ୟମଣ୍ଡପ ସମ୍ମୁଖରେ ଛିଡାହୋଇ ନୃତ୍ୟ ଦେଖିବା ସହିତ ମେଳା ପରିସରରେ ଲାଗିଥିବା ବଡ ବଡ ଟିଭି ପରଦାରେ ବି ନୃତ୍ୟକୁ ଉପଭୋଗ କରିଥିଲେ । ସେହିପରି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଶିକ୍ଷାକ୍ଷେତ୍ରରେ ଶତ ପ୍ରତିଶତ ଏଫ୍ଡିଆଇକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଶତ ପ୍ରତିଶତ ଏଫ୍ଡିଆଇ ଦ୍ବାରା ଭାରତୀୟ ଶିକ୍ଷାନୀତି ଏବଂ ଅର୍ଥନୀତି ପ୍ରଭାବିତ ହେବ କି ନାହିଁ ବୋଲି ପାତ୍ର ପ୍ରଶ୍ନ କଗରିଥିବା ବେଳେ ଅନୁରାଗ ଠାକୁର ଏହା ଉପରେ ଉତ୍ତର ରଖିଥିଲେ । ଭାରତୀୟ ଯୁବପିଢି ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ଏହି ନିଷ୍ପତ୍ତି ଦ୍ବାରା ପ୍ରଭାବିତ ହେବ ନାହିଁ । ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସରକାର ଏହା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ।
ସମୀକ୍ଷା ବ୍ୟୁରୋ ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ । ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ, । ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ । ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ । ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି । ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି । ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ? ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ…
ଆଗ୍ରା : ପର୍ଯ୍ୟଟନ ପାଇଁ ବିଖ୍ୟାତ ଆଗ୍ରାରେ ଏକ ସେକ୍ସ ରାକେଟ୍ ଠାବ କରାଯାଇଛି । ଏହି ସେକ୍ସ ରାକେଟ୍ରେ 3 ବିଦେଶିନୀଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତିନି ଜଣ ଉଜ୍ବେକିସ୍ତାନ ମହିଳା ରହିଥିବା ବେଳେ ଦୁଇ ଜଣ ଦିଲ୍ଲୀ ମହିଳା ରହିଛନ୍ତି । ଆଗ୍ରାର ତାଜ ଗଞ୍ଜ ହୋଟେଲରେ ସୋମବାର ରାତିରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଉକ୍ତ ଦଳର ଜଣେ ପୁରୁଷ ସଦସ୍ୟ ଏବଂ ଅନ୍ୟ ତିନି ମହିଳା ସଦସ୍ୟ ଫେରାର ହୋଇଯାଇଥିବା ନେଇ ଆଗ୍ରା ଏସ୍ପି ରୋହନ ବୋତ୍ରେ ପ୍ରମୋଦ ପ୍ରକାଶ କରିଛନ୍ତି । ସେହିପରି ଆଗ୍ରାର 37ଟି ହୋଟେଲରେ ଏପରି ଅବୈଧ ସେକ୍ସ ରାକେଟ ଚାଲୁଥିବା ନେଇ ସୂଚନା ମିଳିଥିବା ନେଇ ଗିରଫ ବ୍ୟକ୍ତିଙ୍କ ଠାରୁ ସୂଚନା ମିଳଛି । (ଏଜେନ୍ସୀ)
ମୁମ୍ବାଇ : ନ୍ୟୁଜିଲାଣ୍ଡ ବାନମ ଭାରତ ମଧ୍ୟରେ ହୋଇଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଟିଟ୍ବେଣ୍ଟି ଶୃଙ୍ଖଳରେ ଭାରତର ଐତିହାସିକ ବିଜୟ ପରେ ନ୍ୟୁଜିଲାଣ୍ଡ୍ ବାନମ ଭାରତ ଟେଷ୍ଟ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଟିଟ୍ବେଣ୍ଟି ସିରିଜ୍ରେ ନ୍ୟୁଜିଲାଣ୍ଡ୍କୁ ଧୂଳି ଚଟାଇଥିବା ଭାରତୀୟ କ୍ରିକେଟ୍ ଦଳକୁ ଓ୍ବାନ୍ଡେ’ ଏବଂ ଟେଷ୍ଟ ସିରିଜ୍ ପୂର୍ବରୁ ବଡ ଝଟ୍କା ଲାଗିଛି । ଏହି ଟେଷ୍ଟ୍ ମ୍ୟାଚ୍ରୁ ବାଦ୍ ପଡିଛନ୍ତି ଭାରତୀୟ ଓପନର୍ ରୋହିତ ଶର୍ମା । ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା କରିଛି ବିସିସିଆଇ । ମଙ୍ଗଳବାର ଘୋଷଣା କରାଯାଇଥିବା ଭାରତୀୟ ଦଳକୁ ଓପ୍ନର ପୃଥ୍ବୀ ଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ଅନ୍ତିମ ଟି 20 ରୋହିତ ଶର୍ମାଙ୍କ ହାର୍ମଷ୍ଟ୍ରିଙ୍ଗ ଟାଣି ହୋଇଯାଇଥିବାରୁ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଥିବା ତିନି ଟିକିଆ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି ମୟଙ୍କ ଅଗ୍ରଓ୍ବାଲ। ସେହିପରି ଦୁଇ ଓପ୍ନର ବ୍ୟାଟ୍ସମ୍ୟାନ୍…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଗତ ଦୁଇ ତାରିଖରେ ପଦାର୍ଥ ବିଜ୍ଞାନ ଓ ଓଡ଼ିଆ ବିଭାଗ ତରଫରୁ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗ ତରଫରୁ ଆୟୋଜିତ ହୋଇଥିବା ବନ୍ଧୁମିଳନ ସମାବେଶକୁ ସଭାପତିତ୍ବ କରିଥିଲେ ପୁରାତନ ଛାତ୍ରୀ ଡ. ଶର୍ମିଷ୍ଠା ମହାପାତ୍ର। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପରେ ଯୋଗଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ। ଏହି ଉତ୍ସବରେ ଓଡ଼ିଆ ବିଭାଗର ପୁରାତନ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଓ ଅଧ୍ୟାପିକା ଶୁଭାକାଂକ୍ଷୀ ଛୋଟରାୟ, ଡ. ଶ୍ରୀଜୟା ଦାସ, ହରପ୍ରିୟା ପଣ୍ଡା ଓ ସୁବାସିନୀ ଦେଈ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟ ସ୍ବାଗତ ଭାଷଣ ପ୍ରଦାନକରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିବିଧ ନାଟକର ଦୃଶ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଲୁମିନି କର୍ମକର୍ତ୍ତା ମନୋନୟନ କରାଯାଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ସର୍ବାଙ୍ଗ ସୁନ୍ଦର…
ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ବିରୋଧୀ ଦଳ କକ୍ଷତ୍ୟାଗ କରିଛନ୍ତି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମାନେ ମଙ୍ଗଳବାର କକ୍ଷତ୍ୟାଗ କରିଛନ୍ତି । ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ନେଇ ହେଗଡେ ଏକ ବିବାଦୀୟ ବୟାନ ଦେଇଥିଲେ । ଗାନ୍ଧିଜୀଙ୍କ ସତ୍ୟାଗ୍ରହ ନୁହେଁ ବରଂ 200 ବର୍ଷରେ ଶାସନରେ ଅତିଷ୍ଠ ହୋଇ ବ୍ରିଟିଶ ମାନେ ଭାରତ ଛାଡିଥିଲେ ବୋଲି ହେଗଡେ ବୟାନ ଦେଇଥିଲେ । ଏହାକୁ ବିରୋଧ କରି ସଂସଦ ପରିସରରେ ରହିଥିବା ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ବିରୋଧୀ ଦଳ ନୀରବ ପ୍ରତିବାଦ କରିଥିଲେ । ବିରୋଧୀ ଦଳଙ୍କ ପ୍ରତିବାଦ ପରେ ଏପରି ମନ୍ତବ୍ୟକୁ ଅସ୍ବୀକାର କରିଛନ୍ତି ହେଗ୍ଡେ । ଗାନ୍ଧୀ କିମ୍ବା ନେହେରୁଙ୍କ ବିରୋଧରେ ସେ ଗୋଟିଏ ବି ଶବ୍ଦ କହି ନାହାନ୍ତି ବୋଲି ହେଗଡେ ମତ ଦେଇଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ କୋଣାର୍କ: କୋଣାର୍କର ଦର୍ଶନ ନାୟକ ଚଳିତଥର ଆରଡିସି ୨୦୨୦ରେ ଯୋଗଦାନ କରି ନିଜ ସ୍କୁଲ ତଥା ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି। କୋଣାର୍କର ଏସ୍ଏସ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ହେଉଛନ୍ତି ଦର୍ଶନ ନାୟକ। ଚଳିତ ୭୧ତମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ଯୋଗଦାନ କରିବା ସହିତ ପ୍ରଧାନମନ୍ତ୍ରୀ, ନୌସେନା ମୁଖ୍ୟ, ବାୟୁସେନା ମୁଖ୍ୟ ଓ ସ୍ଥଳସେନା ମୁଖ୍ୟଙ୍କ ସହିତ ସାକ୍ଷାତ ମଧ୍ୟ କରିଛନ୍ତି। ରାଉଳ ପାଟଣା ୬ ନଂ ଓ୍ବାର୍ଡରେ ରହୁଥିବା ପବିତ୍ର ନାୟକ ଓ ଡଲି ନାୟକଙ୍କ ଜ୍ୟେଷ୍ଠ ସନ୍ତାନ ହେଉଛନ୍ତି ଦର୍ଶନ। ତାଙ୍କର ଆଉ ଜଣେ ସାନ ଭାଇ ମଧ୍ୟ ରହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ଏନ୍ସିସି ସାର୍ ପ୍ରଦୀପ କୁମାର ପଣ୍ଡାଙ୍କୁ ଶ୍ରେୟ ଦେଇଛନ୍ତି। ସାର୍ଙ୍କ ତତ୍ତ୍ବାବଧାନରେ ସେ ଏପରି କୃତିତ୍ବ ଅର୍ଜନ କରିପାରିଥିବାର ପ୍ରକାଶ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅଙ୍ଗଦାନ ପରି ମହତ କାର୍ଯ୍ୟ କରିଥିବା ଗଞ୍ଜାମର ପ୍ରିୟଙ୍କାରାଣୀଙ୍କ ପରିବାର ଓ କଟକ ଏସସିବିରେ ପ୍ରଥମ ଥର ମୃତ୍ୟୁକାଳୀନ କିଡ୍ନୀ ପ୍ରତ୍ୟାରୋପଣ ସଫଳ କରିଥିବା ଡାକ୍ତରୀ ଦଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କାରାଣୀଙ୍କ ପରିବାର ଲୋକଙ୍କ ବଳିଦାନ ଓ ଡାକ୍ତରମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଶାରେ ଅଙ୍ଗଦାନ ଓ ଆଧୁନିକ ଚିକିତ୍ସାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ରାତ୍ରିରେ ଏସ୍ସିବିରେ ଜଣେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କଠାରେ ଭୁବନେଶ୍ବରର ଆପୋଲ୍ରେ ବ୍ରେନ୍ଡେଡ୍ ହୋଇସାରିଥିବା ପ୍ରିୟଙ୍କାରାଣୀଙ୍କ କିଡ୍ନୀଙ୍କୁ ନେଇ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇପାରିଥିଲା ।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଉ ରହିଲା ହାତଗଣତି କେତୋଟି ଦିନ । ଆଜି ରାଜ୍ୟରେ କ୍ଷମତାସୀନ ସରକାର ‘ଆପ୍’ ନିଜର ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଏହି ଅବସରରେ ମନୀଷ୍ ସିସୋଦିଆ କହିଛନ୍ତି ଯେ, ଯେତେବେଳେ ଦେଶରେ ଉତ୍ତମ ସ୍ବାସ୍ଥ୍ୟ ସେବା, ସୁରକ୍ଷା, ସମସ୍ତଙ୍କୁ ଖାଦ୍ୟ ଓ ପାନୀୟର ସୁବିଧା ମିଳିବ, ତେବେ ଦେଶ ଆଗକୁ ବଢିବ । ଆମ୍ ଆଦ୍ମୀ ପାର୍ଟିର ଘୋଷଣା ପତ୍ରରେ ରହିଥିବା ଘୋଷଣାଗୁଡିକ ହେଲା – ଘରେ ଘରେ ସିଧାସଳଖ ଭାବେ ରାସନ୍ କାର୍ଡ ପହଞ୍ଚିବ । ଦିଲ୍ଲୀକୁ ଆଧୁନିକ ସହର କରିବା ସହିତ ପ୍ରଦୂଷଣ କମ୍ କରାଯିବା ଉପରେ କାର୍ଯ୍ୟ କରାଯିବ । 200 ୟୁନିଟି ମାଗଣା ବିଜୁଳି ବ୍ୟବସ୍ଥା ଜାରି ରହିବ । ଗଳି କନ୍ଦିରେ ଷ୍ଟ୍ରିଟ୍…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର ବା ଏନ୍ଆରସିକୁ ନେଇ ଦେଶ ବ୍ୟାପୀ ଭିନ୍ନ ଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଏନ୍ଆରସିକୁ ନେଇ ମୋଦି ସରକାର ବଡ ବୟାନ ଦେଇଛନ୍ତି। ସରକାର ଲୋକସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏନ୍ଆରସି ପ୍ରସ୍ତୁତି ନେଇ କୌଣସି ନିର୍ଣ୍ଣୟ ନିଆଯାଇନାହିଁ। କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏନଆରସି ନେଇ ଲିଖିତ ଉତ୍ତର ରଖିଛନ୍ତି। ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଦନରେ ଚନ୍ଦନ ସିଂହ ଓ ନମା ନାଗେଶ୍ବରଙ୍କ ଏନ୍ଆରସି ସମ୍ପର୍କିତ 5ଟି ପ୍ରଶ୍ନର ଲିଖିତ ଉତ୍ତରରେ ଏହା ସୂଚନା ଦେଇଛନ୍ତି। ରାୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏନ୍ଆରସିକୁ ରାଷ୍ଟ୍ରୀୟ ସ୍ତରରେ ପ୍ରସ୍ତୁତି ପାଇଁ କୌଣସି ପ୍ରକାରର ନିର୍ଣ୍ଣୟ ନିଆଯାଇନାହିଁ। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏନ୍ଆରସି ଲାଗୁ ହୋଇନଥିବାର ବୟାନ ଦେଇଥିଲେ।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିନା ପ୍ଲାନ୍ ଆପ୍ରୁଭାଲରେ ନିର୍ମାଣ ନେଇ ସର୍ବକ୍ଷମା ଯୋଜନା ଅବଧି ବଢିଲା । ଅବଧି ବୃଦ୍ଧି ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଯୋଜନାରୁ ସୁଫଳ ପାଇବାକୁ ଲୋକଙ୍କ ଆଗ୍ରହ ଓ ଭିଡକୁ ଦେଖି ଏହି ଘୋଷଣା କରାଯାଇଛି । ମହଲତ ସରିଲେ, ଆଉ ସୁଯୋଗ ମିଳିବନି, କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ସହରାଞ୍ଚଳରେ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାର ସମୟ ଆସନ୍ତା ଫେବୃଆରୀ 5 ତାରିଖ ଯାଏଁ ଡେଡ୍ଲାଇନ୍ ଦେଇଥିଲେ । ଏବେ ଏହାର ଅବଧିକୁ ଆଉ 15 ଦିନକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଫେବୃଆରୀ 5 ତାରିଖ ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ରହିଥିଲ । ପୂର୍ବରୁ ମଧ୍ୟ ସରକାର ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ପ୍ରକ୍ରିୟା ‘ସର୍ବକ୍ଷମା’ ଆବେଦନର ଅବଧି ବଢ଼ାଇଥିଲେ ।
ଦେବ ରଞ୍ଜନ ଏକ ସ୍ଵାଧୀନ ଦେଶରେ ଆଜି ଆଜାଦୀର ସ୍ଲୋଗାନ କଦାପି ବିଡମ୍ବନା ନୁହେଁ, କି ବ୍ୟତିକ୍ରମ ମଧ୍ୟ ନୁହେଁ । ଏହା ବାସ୍ତବ, ଏହା ସତ୍ୟ ମଧ୍ୟ । ଜାନୁଆରୀ ୩୦ ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଏନଆରସି ଓ ସିଏଏର ପ୍ରତିବାଦର ରାଲି ଏହି ‘ଆଜାଦୀ’ର ସ୍ଲୋଗାନ ସବୁଠାରୁ ଅଧିକ ଶୁଣାଯାଉଥିଲା। ସେ ସମସ୍ତେ ଥିଲେ ଏକ ସ୍ଵାଧୀନ ଦେଶର ନାଗରିକ । ପୃଥିବୀରେ ଏପରି କୌଣସି ଦେଶ ଆଉ ନାହିଁ ଯେଉଁଠି ଶାସକର ଯଥେଛାଚାର ଓ ଦମନର ପ୍ରତିବାଦରେ ଲୋକେ ଏକାଠି ହେଉନାହାନ୍ତି । ଆଜି ସମସ୍ତେ ଚାହୁଁଛନ୍ତି ଆଜାଦୀ। ସେହି ରାଲିର ପଚିଶ ହଜାର ଲୋକ ସମସ୍ତେ ଚାହୁଁଥିଲେ ଆଜାଦୀ । ‘ମନୁବାଦ ସେ ଆଜାଦୀ’, ‘ଜାତିବାଦ ସେ ଆଜାଦୀ’, ‘ଭୁଖମରି ସେ ଆଜାଦୀ’, ‘ବେରୋଜଗାରି ସେ ଆଜାଦୀ’ ରାଲି ଭିତରେ ଶିହରଣ ଖେଳାଇଦେଉଥିଲା । ରାଲିରେ ଚାଲିଲା ବେଳେ ମୁଁ ଭାବୁଥିଲି ଆଜିର ନିର୍ବାଚିତ ଶାସକଙ୍କ…
ସମୀକ୍ଷା ବ୍ୟୁରୋ ସମ୍ବଲପୁର : ଆଜି ସମ୍ବଲପୁର ଜିଲ୍ଲା ବୁର୍ଲାର କଟାପାଲି ଛକରେ ବସ୍ ଓ ଟ୍ରକ୍ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ 5ଜଣ ଆହତ ହୋଇଛନ୍ତି । ଟ୍ରକ୍ ଧକ୍କାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିଲା । ଆହତଙ୍କୁ ବୁର୍ଲା ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର୍ ଓ ହେଲ୍ପର୍ ଅଛନ୍ତି। ବସ୍ଟି ଜୟପୁରରୁ ସମ୍ବଲପୁର ଆସୁଥିଲା। ତେବେ କଟାପାଲି ଛକ ନିକଟରେ ଏକ ଟ୍ରକ୍ ଏହି ବସ୍କୁ ପଛ ପଟୁ ଧକ୍କା ଦେଇଥିଲା। ଏହା ପରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନୀ ପ୍ରଚାରର ଅନ୍ତିମ ସମୟ ଆସି ପହଞ୍ଚିଲାଣି । ମତଦାତାଙ୍କୁ ଆକୃଷ୍ଟ ତଥା ନିଜ ପକ୍ଷ ରଖିବା ପାଇଁ ସମସ୍ତ ରାଜନୈତିକ ଦଳ ପୂରା ପ୍ରସ୍ତୁତି କରିସାରିଛନ୍ତି । ଆଜି ତିନି ପ୍ରମୁଖ ଦଳର ପ୍ରଚାର ବେଶ୍ ଜୋରସୋରରେ ଅନୁଷ୍ଠିତ ହେଉଛି। ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବେ ଗାନ୍ଧି ପରିବାର । ରାହୁଲ୍ ଓ ପ୍ରିୟଙ୍କା ଉଭୟ ନିର୍ବାଚନ ରାଲି କରି ଭୋଟରଙ୍କୁ ଆକୃଷ୍ଟ କରିବେ । ସେହିପରି ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଦ୍ବାରକା ନିର୍ବାଚନ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ କଂଗ୍ରେସ ତରଫରୁ ରାହୁଲ୍ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ । ରାହୁଲ୍ ଓ ପ୍ରିୟଙ୍କା ଆଜି ଜଙ୍ଗାପୁରାରେ ରାଲି କରିବାକୁ ଥିବାବେଳେ ସଙ୍ଗମ ବିହାରରେ ମଧ୍ୟ ଏକ ରାଲିକୁ ସମ୍ବୋଧନ କରିବେ । କଂଗ୍ରେସର ଶୀର୍ଷନେତାଙ୍କୁ ଆଜି ପ୍ରଥମ ରାଲି…

