କେରଳ : କେରଳରେ କରୋନା ଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର ଏବେ ଆଇସୋଲେଶନ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ତୃତୀୟ ବ୍ୟକ୍ତି ଜଣଙ୍କ କାସରାଗଡ ଅଞ୍ଚଳର ହୋଇଥିବା ବେଳେ ଏବେ ସେ କନଜାନଗଡ ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ, ଚାଇନାରେ କରୋନା ଭାଇରସ ମହାମାରୀର ରୂପ ନେଇଛି । ଏଥିରେ ମୃତ୍ୟୁ ସଂଖ୍ୟା 300ରୁ ଉର୍ଦ୍ଧ୍ବରେ ପହଞ୍ଚିଥିବାବେଳେ ଏଥିରେ 17ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ସଂକ୍ରମିତ ହୋଇଥିବା ସୂଚନା ରହିଛି । (ଏଜେନ୍ସି)
Author: Samikhsya Bureau
ଅଙ୍ଗୋଲା : ପେଟର ଭୋକ ମେଣ୍ଟାଇବା ପାଇଁ ମଣିଷ ଯେକୌଣସି କର୍ମ କରିବାକୁ ବି ପଛାଏ ନାହିଁ । କିନ୍ତୁ ପେଟର ଭୋକ ପାଇଁ ଦେହକୁ ବିକ୍ରି କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଳ୍ପ ବୟସର ଝିଅମାନେ ଖାଦ୍ୟ ସାମଗ୍ରୀ ପାଇଁ ମାତ୍ର କେଇଟି ଟଙ୍କାରେ ନିଜକୁ ଦେହକୁ ନିଲାମ କରିଦେଉଥିବାର ଏକ ଜଘନ୍ୟ ସତ୍ୟ ସାମ୍ନାକୁ ଆସିଛି । ଏହିପରି କିଛି ଘଟଣା ଆଫ୍ରିକାର ଅଙ୍ଗୋଲା ଅଞ୍ଚଳରେ ହେଉଥିବାର ସୂଚନା ମିଳିଛି । ଜଣେ ଝିଅ ନିଜ ପରିବାରକୁ ମୁଠାଏ ଦାନା ଦେବା ପାଇଁ ନିଜକୁ ମାତ୍ର 22 ଟଙ୍କାରେ ବିକ୍ରି କରିଦେଉଛି । କ୍ଷୁଧାର୍ତ୍ତ ଓ ସଂଘର୍ଷର ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଆଫ୍ରିକାର କିଛି ଅଞ୍ଚଳରେ । ଖାଦ୍ୟ ସାମଗ୍ରୀ ଜୁଟେଇବା ପାଇଁ ଅଳ୍ପବୟସ୍କା ଝିଅମାନେ ମାତ୍ର 22 ଟଙ୍କାରେ ଦେହ ବିକ୍ରି କରୁଛନ୍ତି । ଏପରି କାମ ପାଇଁ…
ସମୀକ୍ଷା ବ୍ୟରୋ ବରଗଡ : ସିଟି ହସ୍ପିଟାଲ ଦାବି ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ଜନସାଧାରଣ ସ୍ବତସ୍ଫୂର୍ତ୍ତ ଭାବରେ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖିଛନ୍ତି । ସହର ମଧ୍ୟରେ ଗମନା ଗମନ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ଉଭୟ ବିଜେପି ଓ କଂଗ୍ରେସ ଦଳ ଏହି ବନ୍ଦକୁ ସମର୍ଥନ କରିଛନ୍ତି । ସହରରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ, ବରଗଡ଼ରେ ଭଟଲି ବ୍ଲକର ଟୁକୁର୍ଲାକୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ପରେ ବରଗଡ଼ ସହର ଲୋକ ଏହାକୁ ତୀବ୍ର ବିରୋଧ କରିଛନ୍ତି । ସହରରେ ସେଭଳି କୌଣସି ଭଲ ସରକାରୀ ହସପିଟାଲ ନଥବାରୁ ବରଗଡ ସହରରେ ଏକ ସିଟି ହସ୍ପିଟାଲ ନିର୍ମାଣ କରାଯାଉ ବୋଲି ବରଗଡ଼ବାସୀ ଦାବି ଜଣାଇଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜିଠୁ ଭୁବନେଶ୍ୱରରେ ସିଲ ହେବ ବେଆଇନ କଲ୍ୟାଣ ମଣ୍ଡପ । ଏହି କ୍ରମରେ ଆଜି ପ୍ରଥମ ଦିନରେ ୫ଟି କଲ୍ୟାଣ ମଣ୍ଡପ ସିଲ କରାଯିବ । ରାଜଧାନୀ ଭୁବନେଶ୍ୱରରେ ଥିବା କିଛି କଲ୍ୟାଣ ମଣ୍ଡପ ହୋଲ୍ଡିଂ ଟିକସ୍ ଦେଉନଥିବା, ବିଲ୍ଡିଂ ପ୍ଲାନିଂ ଅନୁମୋଦନ ହୋଇନଥିବା ଓ ମଣ୍ଡପରେ ପାର୍କିଂ ସୁବିଧା ନଥିବା ଜଣାପଡ଼ିଛି। ତେବେ ଏହି କାରଣରୁ ଭୁବନେଶ୍ୱରରେ ୩ଟି ଜୋନରେ ଥିବା ୮୦ଟି କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ଚିହ୍ନଟ କରାଯାଇଛି । ଗତ ଜାନୁଆରୀ ୩୧ ଯାଏଁ ଡେଡ଼ଲାଇନ ଥିଲା । ଡେଡଲାଇନ ସରିଥିବାରୁ ଆଜିଠାରୁ ପର୍ଯ୍ୟାୟ କ୍ରମେ ଏହି ସବୁ ମଣ୍ଡପ ସିଲ୍ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ବିଡ଼ିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଏହି କାର୍ଯ୍ୟ କରିବେ । ପ୍ରାପ୍ତ ସୂଚନା ଅନୁସାରେ ଶହୀଦ୍ ନଗରଠାରେ ଥିବା ବେଆଇନ କଲ୍ୟାଣ ମଣ୍ଡପକୁ ସିଲ୍ କରିବା ଲାଗି…
କର୍ଣ୍ଣାଟକ : କର୍ଣ୍ଣାଟକ ରାଜନୀତିରେ ସବୁବେଳେ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳୁଛି। କିଛି ଦିନର ଶାନ୍ତ ପରେ ପୁଣି ଥରେ ନାଟକ ଆରମ୍ଭ ହେଲାଣି । ପୁଣି ଥରେ ଦେଖିବାକୁ ମିଳିବ ଇସ୍ତଫାର ପର୍ବ । ବିଜେପି ବିଧାୟକମାନେ ଇସ୍ତଫା ଦେବା ନେଇ ଧମକ ଦେଇଥିବାର ଶୁଣିବାକୁ ମିଳିଛି । କର୍ଣ୍ଣାଟକରେ ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ପୁଣି ଥରେ କେଁ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଦଳର ହାଇକମାଣ୍ଡଙ୍କ ନିକଟରୁ ଯେଉଁ ଲିଷ୍ଟ୍ ପଠାଇଛନ୍ତି, ସେଥିରେ ସିପି ଯୋଗେଶ୍ବରଙ୍କ ନାମ ରହିଛି । ସିପି ଯୋଗେଶ୍ବର ବିଧାୟକ ନଥିବାବେଳେ ବିଧାନ ପରିଷଦର ସଦସ୍ୟ ମଧ୍ୟ ନୁହଁନ୍ତି । କିନ୍ତୁ ସିପି ଯୋଗେଶ୍ବରଙ୍କୁ ମନ୍ତ୍ରୀ କରିବା ନେଇ କିଛି ବିଜେପି ବିଧାୟକ ନାରାଜ ରହିବା ସହିତ ଇସ୍ତଫା ଦେବାର ଧମକ ମଧ୍ୟ ଦେଇଛନ୍ତି । ତେବେ ନେତାମାନେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । କର୍ଣ୍ଣାଟକରେ…
ରଞ୍ଜିତ ପଣ୍ଡା ପାରାଦୀପ: ଗତକାଲି ପାରାଦ୍ବୀପଠାରେ ବିଳମ୍ବିତ ରାତ୍ରିରେ ଜଣେ ସାମ୍ବାଦିକଙ୍କ ଅମାନବୀୟ କାର୍ଯ୍ୟ ସାମ୍ନାକୁ ଆସିଛି। ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମାଡ ଖାଇଥିବାର ଖବର ଶୁଣିବାକୁ ମିଳିଛି। ବ୍ୟକ୍ତି ଜଣକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିବାବେଳେ ବଳପୂର୍ବକ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିଥିବାର ମହିଳାଜଣକ ଅଭିଯୋଗ କରିଛନ୍ତି। ତେବେ ମହିଳା ଜଣକ ବ୍ୟକ୍ତିଙ୍କୁ ଦେଖି ଚିତ୍କାର କରିବାରୁ ପାଖ ପଡୋଶୀର ମହିଳାମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିବା ସହିତ ନିସ୍ତୁକ ମାଡ଼ ମାରିଛନ୍ତି। ପୂର୍ବରୁ ଏହି ସାମ୍ବାଦିକ ଜଣକ ଅନେକ ଠକେଇ ମାମଲା ସହିତ ଦୁଷ୍କର୍ମ ମାମଲାରେ ମଧ୍ୟ ଜଡିତ ରହିଥିଲେ। ୨୦୧୪ରେ ସମ୍ପୃକ୍ତ ସାମ୍ବାଦିକ ଜଣକ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ରହିଥିଲା। ସାମ୍ବାଦିକଙ୍କୁ ନାମରେ ପାରଦୀପ ଥାନାରେ କେଶ ନଂ ୩୯/୧୭ ଜରିଆରେ ୧୬୨/୨୦୧୪ ଦଫା ୩୫୪(କ)୧, ୩୨୩, ୩୯୪, ୫୦୬ରେ ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତ…
ନୂଆଦିଲ୍ଲୀ : ଆଉ ଚାରିଦିନ ପରେ ଦିଲ୍ଲୀ ନିର୍ବାଚନ । ସମସ୍ତ ରାଜନୈତିକ ଦଳମାନେ ଜୋର୍ସୋର୍ରେ ପ୍ରସ୍ତୁତି କରିଥିବାବେଳେ ବିଭିନ୍ନ ନେତାମାନଙ୍କର ବିବାଦୀୟ ବୟାନ ଶୁଣିବାକୁ ମିଳିଛି । ଦିଲ୍ଲୀର ମଡେଲ୍ ଟାଉନ୍ ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା କପିଲ୍ ମିଶ୍ରା ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । କପିଲ୍ ଆମ୍ ଆଦ୍ମୀ ପାର୍ଟିକୁ ମୁସଲିମ୍ ଲିଗ୍ ବୋଲି କହିଛନ୍ତି । କପିଲ୍ ଟୁଇଟ୍ କରି କହିଛନ୍ତି ଯେ, ’ଆମ୍ ଆଦ୍ମୀ ପର୍ଟିର ନୂତନ ନାମ ମୁସଲିମ୍ ଲିଗ୍ ହେବା ଦରକାର । ଓମର୍ ଖାଲିଦ୍, ଅଫଜଲ୍ ଗୁରୁ, ବୁରହାନ୍ ବାନି ପରି ଆତଙ୍କବାଦୀମାନଙ୍କୁ ନିଜର ବାପ ଭାବୁଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କୁ ଡରୁଛନ୍ତି । ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଦେଇଥିବାରୁ ନିର୍ବାଚନ ଆୟୋଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ 48 ଘଣ୍ଟାର ପ୍ରଚାର ପ୍ରତିବନ୍ଧକ ଲଗାଇଥିଲେ । କପିଲ୍ ଆସନ୍ତା 8 ତାରିଖରେ ହେବାକୁ…
ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ୫ ନମ୍ବର ଗେଟରେ ରବିବାର ରାତି ପ୍ରାୟ ୧୨ଟାରେ ଫାଇରିଂ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଅଜ୍ଞାତ ଲୋକମାନେ ୟୁନିର୍ଭସିଟି ଗେଟ୍ ସମ୍ମୁଖରେ ଗୁଳି ମାଡ କରି ଫେରାର୍ ହୋଇଟାଇଛନ୍ତି । ତେବେ ଏହି ଗୁଳିମାଡରେ କେହି ଆହତ ହୋଇଥିବାର ଖବର ମିଳିପାରିନାହିଁ। ରବିବାର ରାତି ଫାଇରିଂ ଘଟଣା ପରେ ପ୍ରତକ୍ଷ୍ୟଦର୍ଶୀମାନେ କହିଛନ୍ତି, ଫାଇରିଂ କରିଥିବା ଦୁର୍ବୃତ୍ତମାନେ ଲାଲ ରଙ୍ଗର ଏକ ସ୍କୁଟିରେ ଆସିଥିଲେ। ଜଣେ ଦୁବୃର୍ତ୍ତ ଲାଲ୍ ଜ୍ୟାକେଟ୍ ପିନ୍ଧିଥିବାର ସୂଚନା ରହିଛି। ଗୁଳିକାଣ୍ଡ ପରେ ସେଠାରେ ପୋଲିସ୍ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସେଠାରେ ପୋଲିସ୍ ରହିଥିବାସ୍ଥଳେ ଏପରି ଘଟଣା କିପରି ଘଟୁଛି ବୋଲି ପ୍ରଶ୍ନ କରାଯାଉଛି। ତେବେ ଜାମିଆଠାରେ ଏହା ତୃତୀୟ ଗୁଳିକାଣ୍ଡ ଘଟଣା। ଅପରପକ୍ଷରେ ରବିବାର ଦିଲ୍ଲୀ ପୁଲିସ୍ ଡିସିପି ଚିନ୍ମୟ ବିଶ୍ବାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଶହୀନ୍…
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଛି ମାତ୍ର ଚାରି ଦିନ। ସମସ୍ତ ରାଜନୈତିକ ଦଳମାନେ ଜୋରସୋର୍ରେ ପ୍ରଚାର ପ୍ରସାର କରୁଥିବାବେଳେ ବିଜେପିର ମଧ୍ୟ ଦଳୀୟ ତୁଙ୍ଗ ନେତୃବୃନ୍ଦମାନେ ତୁଫାନୀ ଗସ୍ତ କରି ଆକ୍ରମକ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ତରଫରୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି। ସେ କଡ଼କଡ଼ଡୁମାର ସିବିଡି ପଡ଼ିଆରେ ନିର୍ବାଚନ ରାଲିକୁ ସମ୍ବୋଧନ କରିବେ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦୀଙ୍କ ପ୍ରଥମ ପ୍ରଚାର ରାଲି। ଦିଲ୍ଲୀ ଓ ଉତ୍ତର ପୂର୍ବ ଲୋକସଭା ଅନ୍ତର୍ଗତ ଲୋକସଭାର ପ୍ରାୟ ୨୦ଟି ବିଧାନସଭାର ପ୍ରାର୍ଥୀ ଏହି ରାଲିରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ରାଲି ଫେବୃଆରୀ ୪ରେ ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଅନୁଷ୍ଠିତ ହେବ । ଦିଲ୍ଲୀରେ ୨୦ରୁ ଅଧିକ ଷ୍ଟାର ପ୍ରଚାରକଙ୍କୁ ନିୟୋଜିତ କରିଛି। ରବିବାର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି…
ରମେଶ ମହାନ୍ତି ଜଗତସିଂହପୁର:ମଣିଷ ତିଆରି କାରଖାନାରେ ଦିର୍ଘ ୩୪ବର୍ଷର କର୍ମମୟ ଜୀବନରୁ ଜଣେ ଶିକ୍ଷକ ଅବସର ଗ୍ରହଣ କରିବାର ଏକ ଭାବବିହ୍ୱଳିତ ପରିବେଶ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଭିତର ଅନ୍ଧାରି ପଞ୍ଚାୟତ ଉଚ୍ଚନୂଆଗାଁ ଶାରଳା ବିଦ୍ୟାପୀଠରେ। ଉଚ୍ଚ ନୂଆଗାଁ ଶାରଳା ବିଦ୍ୟାପୀଠରେ ଦୀର୍ଘ ୩୪ ବର୍ଷ ଶିକ୍ଷକତା କରି ଅବସର ଗ୍ରହଣ କରିଛନ୍ତି ପ୍ରଧାନଶିକ୍ଷକ ବିଜୟ କେତନ ପରିଡା। ଶ୍ରୀ ପରିଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ମହାଆଡମ୍ବରରେ ଉତ୍ସବ। ବିଦାୟୀ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁ ମାନେ ବାଜାବାଣ ରୋସଣିରେ ବିଦ୍ୟାଳୟକୁ ପାଛୋଟି ଆଣିଥିଲେ । ପୂଜ୍ୟପୂଜା ପରମ୍ପରାରେ ବିଦ୍ୟାଳୟ ଫାଟକ ଆଗରେ ବନ୍ଦାପନା କରାଯାଇଥିଲା। ଅଭିଭାବକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ଆଖିରେ ଆଖିଏ ଲେଖାଏଁ ଲୁହ। ଜଣେ ଭାବବିହ୍ୱଳିତ ସହକର୍ମୀ ଶିକ୍ଷୟତ୍ରୀ ମୂର୍ଛା ହୋଇପଡିବା ଦେଖିବାକୁ ମିଳିବା ବିଦାୟୀ ଶିକ୍ଷକଙ୍କ ଲୋକପ୍ରିୟତା ଓ…
କେଦାର ମିଶ୍ର ବିଜୁ ଜନତା ଦଳ ଭିତରେ ବିଜେପିକୁ ସମର୍ଥନ କରୁଥିବା ଓ ଦରକାର ପଡିଲେ ବିଜେପିକୁ ଡେଇଁ ପଡିବା ଭଳି ନେତାଙ୍କର ଅଭାବ ନାହିଁ। ତାର ଏକ ବଡ ଉଦାହରଣ ହେଉଛନ୍ତି କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ। ସେ ବିଜେପି କୁ କେବଳ ପରୋକ୍ଷ ସମର୍ଥନ ଦେଉନାହାନ୍ତି, ବରଂ ସେ ସିଧାସଳଖ ବିଜେପିର ମୁଖପାତ୍ର ଭଳି କଥାବାର୍ତ୍ତା କରୁଛନ୍ତି। ବିଜେପି ଓ ବିଜେଡି ଭିତରେ ଏକ ପ୍ରକାର ଆବଶ୍ୟକତା-ଧର୍ମୀ ବୁଝାମଣା ଅଛି ବୋଲି ନବୀନ ପଟ୍ଟନାୟକଙ୍କ ତରଫରୁ କୁହା ଯାଉଥିବା ବେଳେ ଭର୍ତ୍ତୃହରି ବିଜେପିର ନିଃସର୍ତ୍ତ ସମର୍ଥନରେ ବାହାରିଛନ୍ତି। ବିଜେଡି ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ନାଗରିକତା ପଞ୍ଜିକାକୁ ବିରୋଧ କରୁଥିବା ବେଳେ ଭର୍ତ୍ତୃହରି ଖୋଲାଖୋଲି ବିଜେପିର ସବୁ ପ୍ରସ୍ତାବର ସ୍ତାବକ ହେବାକୁ ଉଚିତ ମଣିଛନ୍ତି। ତେବେ ଭର୍ତ୍ତୃହରିଙ୍କ ଏ ପ୍ରକାର ମତ ପଛରେ କି କାରଣ ରହିଛି? ସେ ଭବିଷ୍ୟତରେ ବିଜେଡ଼ିର ଦ୍ଵିତୀୟ ବୈଜୟନ୍ତ ପଣ୍ଡା…
ନୂଆଦିଲ୍ଲୀ : ନିର୍ଭୟା ମାମଲାରେ କେନ୍ଦ୍ର ସରକାରଙ୍କ ଯାଚିକା ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି। ଅଦାଲତ ସରକାର ଓ ଦୋଷୀଙ୍କ ପକ୍ଷକୁ ଶୁଣିବା ପରେ ଚାରି ଦୋଷୀଙ୍କ ଫାଶି ରହିତାଦେଶ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ନିର୍ଭୟା ଦୋଷୀଙ୍କ ଫାଶି ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର। ତିହାର ଜେଲ୍ କର୍ତ୍ତୃପକ୍ଷ ମଧ୍ୟ ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ। ସୂଚନାଯୋଗ୍ୟ, ପଟିଆଲା ହାଉସ କୋର୍ଟ ଫାଶି ଉପରେ ରହିତାଦେଶ ଜାରି କରିଥିଲେ। ସୂଚନାଯୋଗ୍ୟ, ନିର୍ଭୟା ଦୋଷୀଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦିଆଯିବା ନେଇ ଡେଥ୍ ଓ୍ବାରେଣ୍ଟି ଜାରି ହୋଇଥିବାବେଳେ ଦୋଷୀମାନେ ଦୟାଯାଚିକା, କ୍ୟୁରେଟିଭ୍ ପିଟିସନ ଦାୟର କରି ଏହାକୁ ଗଡେଇ ଚାଲିଛନ୍ତି। ସମାଜର ହିତ ସହ ନ୍ୟାୟ ବ୍ୟବସ୍ଥାର ହିତ ପାଇଁ ନିର୍ଭୟା ଦୋଷୀଙ୍କ ଫାଶୀକୁ ଆଉ ବିଳମ୍ବ କରାଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ତୁଷାର ମେହେଟ୍ଟା। ସେହିପରି ଯେଉଁ ଦୋଷୀଙ୍କ ପାଖରେ ଆଉ କୌଣସି ପ୍ରକାରର…
Mumbai: Actress Shilpa Shetty and her sister Shamita Shetty at the latter’s birthday bash, in Mumbai on Feb 1, 2020. (Photo: IANS)
Mumbai: Actor Shah Rukh Khan with his wife Gauri Khan at her party in Mumbai on Feb 1, 2020. (Photo: IANS)
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ଚିଲିକାରେ ପୁଣି ଡଙ୍ଗା ବୁଡି ଅଘଟଣର ସୂଚନା ମିଳିଛି। ଚିଲିକାରେ ଡଙ୍ଗା ବୁଡି ଛଅ ଜଣ ଗୁରୁତର ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। କାଲିଜାଇର ପିକ୍ନିକ୍ ସାରି ଫେରୁଥିବାବେଳେ ଏହି ଅଘଟଣ ଘଟିଛି। ଚିଲିକା ମଝିରେ ଡଙ୍ଗା ବୁଡିଯିବାରୁ ଛଅ ଜଣ ଗୁରୁତର ହୋଇଛନ୍ତି। ତେବେ ପଛରେ ଆସୁଥିବା ଡଙ୍ଗା ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛି। ବୁଡିଥିବା ଡଙ୍ଗାରେ ପ୍ରାୟ ୧୫ରୁ ୧୭ ଜଣ ଲୋକ ରହିଥିବାର ସୂଚନା ରହିଛି। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଗୁରୁତରଥିବା ଯାତ୍ରୀଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୁବୁଦ୍ଧିପାଟଣା, ବଡକୁଳ ଏବଂ ଚନ୍ଦ୍ରାପୁଟ ଅଞ୍ଚଳର କିଛି ଲୋକ ତିନୋଟି ଡଙ୍ଗା ସାହାଯ୍ୟରେ ବଣଭୋଜି କରିବାକୁ କାଳିଜାଇ ଯାଇଥିବାବେଳେ ପ୍ରଥମ ଦୁଇଟି ଡଙ୍ଗାର ଯାତ୍ରୀମାନେ ସୁରକ୍ଷିତ ଭାବେ ଫେରି ଆସିଥିବାବେଳେ ତୃତୀୟ ଡଙ୍ଗାରେ ଅଧିକ ଯାତ୍ରୀ ରହିଯାଇଥିଲେ। ଅଧିକ ଯାତ୍ରୀ ରହିଥିବାରୁ ଚିଲିକା ମଝିରେ ଡଙ୍ଗାଟି ଭାରସାମ୍ୟ…
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ୍ ବାଗୋଇ ଗ୍ରାମପଞ୍ଚାୟତର ସରପଞ୍ଚ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀ ଅଧିର୍ କୁମାର ପ୍ରଧାନ ଆଜି ତାଙ୍କ ଜନ୍ମମାଟି ବାଗୋଇ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା ବୋଲି ସୂଚନା ରହିଛି। ସେ ଅନେକ ଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ, କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ୍, ବିଜେପି ନେତା ସମ୍ପଦ ସ୍ୱାଇଁ, ଶ୍ରମିକ ନେତା ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରେସ କ୍ଲବ ସଭାପତି ରଘୁନାଥ ସାହୁ, ସମ୍ପାଦକ ଦୁଷ୍ମନ୍ତ ମାଝି, ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ମେମ୍ବର, କୁଜଙ୍ଗ ବ୍ଲକ୍ର ବିଜେଡିର ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର୍ ତପନ କୁମାର ସାମନ୍ତରାୟ, କଂଗ୍ରେସର ବରିଷ୍ଠ ନେତା ଏନ୍ଡି ଯାଦବ, ପଞ୍ଚାୟତ ସମିତି…
ଇଜିପ୍ଟ : ପ୍ରେମ ଏକ ଅନ୍ଧ । ପ୍ରେମ ପାଇଁ ନଥାଏ ବୟସର ବନ୍ଧବାଡ଼ । ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ବୟସକୁ ଖାତିର୍ ନ କରି ଜଣେ 35 ବର୍ଷୀୟ ଯୁବକ 80 ବର୍ଷୀୟା ବୃଦ୍ଧାଙ୍କୁ ପ୍ରେମ କରିବା ସହ ବିବାହ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ 35 ବର୍ଷୀୟ ମହମ୍ମଦ ଅହମ୍ମଦ ଓ ତାଙ୍କ ପ୍ରେମିକା 80 ବର୍ଷୀୟା ଆଇରିସ୍ ଜୋନ୍ସଙ୍କ ସମ୍ପର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଇଜିପ୍ଟର ମୋହମ୍ମଦ ଅମହଦ୍ ନିକଟରେ ବ୍ରିଟିଶ୍ ସରକାରଙ୍କଠାରୁ ପେନସନ୍ର ଲାଭ ଉଠାଉଥିବା 80 ବର୍ଷୀୟ ବୃଦ୍ଧାଙ୍କୁ ସହିତ ତାଙ୍କ ସମ୍ପର୍କକୁ ସ୍ବୀକାର କରିବା ସହିତ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବାର କହିଛନ୍ତି । ତେବେ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମିଳିଛି । ତେବେ ଦୁହେଁ ଏସବୁ ଖାତିର୍ ନ କରି ଡେଟ୍ରେ ବ୍ୟସ୍ତ…
ନୂଆଦିଲ୍ଲୀ : ଅଭିନେତ୍ରୀ ପାମେଲା ଏଣ୍ଡରସନ୍ ଓ ନିର୍ମାତା ଜନ୍ ପିଟର୍ସ ନିଜ ବୈବାହିକ ସମ୍ପର୍କର ମାତ୍ର 12 ଦିନ ପରେ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।ଅଭିନେତ୍ରୀ ପାମେଲା କିଛି ଦିନ ତଳେ ପଞ୍ଚମ ଥର ପାଇଁ ବିବାହ କରିଥିବାବେଳେ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀ ପାମେଲା କହିଛନ୍ତି ଯେ, ଆମେ ଆମ ଜୀବନରେ ଜଣେ ଅନ୍ୟଜଣଙ୍କଠାରୁ କ’ଣ ଚାହୁଁଛୁ, ତାହାର ପୁର୍ନମୂଲ୍ୟାୟନ ନିମେନ୍ତ କିଛି ସମୟ ଅଲଗା ରହିବାକୁ ଚାହୁଁଛୁ । ଏହା ସହିତ ଅଭିନେତ୍ରୀ ଜଣକ କହିଛନ୍ତି ଯେ, ଜୀବନ ଏକ ଯାତ୍ରା ଅଟେ ଏବଂ ପ୍ରେମ ଏକ ପ୍ରକ୍ରିୟା । ଯଦିଓ ପିଟର୍ସଙ୍କ ବହୁତ ପୂର୍ବରୁ ଜାଣିଛନ୍ତି ,ତେବେ ତାଙ୍କ ସହିତ ସମସ୍ତ ସମୟ କାଟିବା ପାଇଁ ଆଉ ଟିକେ ଭାବିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଅଭିନେତ୍ରୀ ଜଣକ । 52 ବର୍ଷୀୟା ଏହି ଅଭିନେତ୍ରୀଜଣକ ନିଜଠାରୁ 20 ବର୍ଷ ବଡ…
ଗ୍ରେଟର ନୋଏଡା : ଗ୍ରେଟର ନୋଏଡାଠାରେ ରବିବାର ଦିନ ଏକ ବଡଧରଣର ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ ମଲ୍ରୁ ଚାରିଜଣ ଶ୍ରମିକ ଖସି ପଡିଛନ୍ତି, ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ମଲ୍ରେ ନିରାପଦ ଉପକରଣଗୁଡିକର ଅଣଦେଖା କାରଣରୁ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ସୂଚନାଯୋଗ୍ୟ, ଗତ ଚାରି ତାରିଖରେ ଉତ୍ତରପ୍ରଦେଶର ଝାଁସୀ ଠାରେ ପାଚେରୀ ଭୁଶୁଡି ପଡିବାର ପାଚେରୀ ତଳେ 5ଜଣ ଶ୍ରମିକ ଦବି କରି ମୃତ୍ୟୁବରଣ କରିଥିଲେ। (ଏଜେନ୍ସି)
ମଧ୍ୟପ୍ରଦେଶ : ବିବାହ ପରେ ବର କନ୍ୟାକୁ ନେଇ ନିଜ ଘରକୁ ଯାଇଥାଏ । କିନ୍ତୁ ବିବାହ ପରେ ବର ଥାନାରେ ପହଞ୍ଚିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭିଣ୍ଡ୍ ଅଞ୍ଚଳରେ । କନ୍ୟା ବଦଳ ନେଇ ବର ଜଣକ ବିବାହ ପରେ ଥାନାରେ ଯାଇ ଅଭିଯୋଗ କରିଛନ୍ତି ।ମଧ୍ୟପ୍ରଦେଶ ଭିଣ୍ଡ୍ ଜିଲ୍ଲାରେ ବିବାହରେ କନ୍ୟା ବଦଳ କରାଯାଇଥିବା ନେଇ ଏକ ମାମଲା ସାମ୍ନାକୁ ଆସିଛି । ବିବାହ ପରେ ବର ଓ ତାଙ୍କ ପରିବାର ପୋଲିସ୍ରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ୍ ଏହି ମାମଲାର ତଦନ୍ତ ଜାରି ରଖିଛି । ଭିଣ୍ଡ୍ ଜିଲ୍ଲାର ଗୋହଦ୍ ବିକାଶଖଣ୍ଡ କ୍ଷେତ୍ରରେ ଜାନୁଆରୀ 16ତାରିଖରେ ଏକ ବିବାହ ହୋଇଥିଲା । ଏହି ବିବାହରେ ବର ତଥା ବରଘରର ପରିବାର କନ୍ୟା ବଦଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ବିବାହ ପୂର୍ବରୁ ଯେଉଁ ଝିଅକୁ ସେମାନେ ପସନ୍ଦ କରିଥିଲେ,…
ବେ ଓଭାଲ୍ : ଭାରତ ବିଦେଶୀ ମାଟିରେ ନ୍ୟୁଜିଲାଣ୍ଡ ବନାମ ଭାରତର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ କ୍ଲିନ ସୁଇପ କରି ଇତିହାସ ରଚିଛି । ନ୍ୟୁଜିଲାଣ୍ଡର ମାଉଣ୍ଟ ମାଉଙ୍ଗାନୁଇଠାରେ ଖେଳାଯାଇଥିବା ଟିଟ୍ବେଣ୍ଟି ସିରିଜ୍ରେ ଅନ୍ତିମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୭ ରନ୍ରେ ହରାଇଛି । ଆଜି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୬ ରନ୍ କରି ପରାସ୍ତ ହୋଇଛି। ଚଳିତ ମ୍ୟାଚ୍ରେ ଭାରତ ତରଫରୁ ଅଧିନାୟକ ରୋହିତ୍ ଶର୍ମା (୬୦) ରନ୍ କରିଥିବାବେଳେ ଲୋକେଶ ରାହୁଲ୍ ୪୫ ଓ ଶ୍ରେୟସ୍ ୩୩ ରନ୍ କରିଛନ୍ତି । ସେହିପରି ନ୍ୟୁଜିଲାଣ୍ଡ ତରଫରୁ ରସ୍ ଟେଲର୍ (୫୩) ଓ ଟିମ୍ ଶିର୍ଫଟ୍ ୫୦ ରନ୍ କରିଛନ୍ତି । ଏହି ମ୍ୟାଚ୍ରେ ଭାରତୀୟ ବୋଲର୍ ବୁମରାହ ମାତ୍ର…

