Author: Samikhsya Bureau

ୟେମେନ୍‌ : ୟେମେନ୍‌ ଉପରେ ହାଉଥି ଆତଙ୍କୀ ଗୋଷ୍ଠୀଙ୍କ ପକ୍ଷରୁ ପୁନର୍ବାର କ୍ଷେପଣାସ୍ତ୍ର ମାଡ କରାଯାଇଛି ।ଶୁକ୍ରବାର ସଙ୍ଗଠିତ ଆକ୍ରମଣରେ 70ରୁ ଅଧିକ ସୈନ୍ୟ ନିହତ ହୋଇଥିବା ବେଳେ ବୁଧବାର ଦିନ ପୁନର୍ବାର ଆକ୍ରମଣ କରାଯାଇଛି । ବୁଧବାର ବିଳମ୍ବିତ ରାତିରେ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ 2 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 50ରୁ ଅଧିକ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଏକ କୋଠା ଉପରକୁ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ 20 ଜଣଙ୍କ ସ୍ଥିତି ଗୁରୁତର ରହିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଶିଶୁ ରହିଥିବା ବେଳେ ଆହତଙ୍କ ମଧ୍ୟରେ 6 ଜଣ ଶିଶୁ ରହିଛନ୍ତି । (ଏଜେନ୍ସୀ)

Read More

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ଏବେ ଟିକେ ବଦଳିବା ପରି ଲାଗୁଛି । ଶିବସେନାର ପୁରୁଣା ମିତ୍ର ବିଜେପି ଏବେ ରାଜନୈତିକ ଶତୁ ପାଲଟି ଯାଇଥିବାବେଳେ ବୈଚାରିକ ବିରୋଧୀ ରହିଥିବା କଂଗ୍ରେସ ଓ ଶିବସେନା ଆଜି ତା‘ର ସାରଥୀ ସାଜିଛନ୍ତି । ଏପରି ସମୟରେ ଶିବସେନାର ସଂସ୍ଥାପକ ବାଲ୍‌ ଠାକ୍‌ରେଙ୍କ ରାଜନୈତିକ ଦାୟାଦକୁ ନେଇ ପୁଣି ଥରେ ଚର୍ଚ୍ଚା ଉଠିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅଯୋଧ୍ୟା ରାମ ମନ୍ଦିର ଯାଇ ସନ୍ଦେଶ ଦେବାକୁ ତୟାର ହେଉଥିବାବେଳେ ଅପରପଟେ ମହାରାଷ୍ଟ୍ରର ନବ ନିର୍ମାଣ ପାର୍ଟି (ଏମ୍‌ଏନ୍‌ଏସ୍‌)ର ପ୍ରମୁଖ ରାଜ ଠାକ୍‌ରେ ବାଲ୍‌ ଠାକ୍‌ରେଙ୍କ ଜନ୍ମଜୟନ୍ତୀ ଦିନ ନିଜ ବିଚାରାଧାରା ‘ମରାଠୀ ମାନୁଷ’ରୁ ‘ହିନ୍ଦୁତ୍ବ’ର ବାର୍ତ୍ତା ଦେଇଛନ୍ତି। ବାଲ୍‌ଠାକ୍‌ରେ ଜନ୍ମଜୟନ୍ତୀ ଅବସରରେ ଏମଏନ୍‌ଏସ୍‌ ନୂତନ ନାରା ଦେଇ ଦଳର ପତାକାକୁ  ମଧ୍ୟ ପରିବର୍ତ୍ତନ କରିଛନ୍ତି । ଶିବସେନାଠାରୁ ସମ୍ପର୍କ ଛିନ୍ନ କରିବା ପରେ ରାଜ୍‌ ଠାକ୍‌ରେ ପ୍ରଥମ ଥର ବାଲାସାହେବ ଠାକରେଙ୍କ…

Read More

ମେଲବୋର୍ଣ୍ଣ : ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରି ଯାଇଛନ୍ତି । ଆଘାତ ଜନିତ ସମସ୍ୟା କାରଣରୁ ସାନିଆ ମହିଳା ଯୁଗଳ ବର୍ଗରୁ ଓହରିଛନ୍ତି । ଗତକାଲି ମିକ୍ସଡ୍‌ ଡବଲ୍ସରୁ ଓହରିଥିବା ସାନିଆ ଯୁଗଳ ବର୍ଗ ମ୍ୟାଚ୍‌ ଅଧାରୁ ଓହରି ଯାଇଥିଲେ । ପ୍ରଥମ ରାଉଣ୍ଡରେ ସାନିଆ ଏବଂ ୟୁକ୍ରେନ୍‌ର ନାଦିଆ କିଚେନକ୍‌ଙ୍କ ଯୋଡି 2-6ରେ ପଛୁଆ ରହିଥିବା ବେଳେ ଆଘାତ ସମସ୍ୟା କାରଣରୁ ସାନିଆ ଓହରି ଯାଇଥିଲେ । ହୋବାର୍ଟ ଇଣ୍ଟରନ୍ୟାସନାଲ ବିଜୟୀ ହୋଇଥିବା ସାନିଆଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ଆଘାତ କାରଣରୁ ପ୍ରଥମେ ମିକ୍ସଡ୍‌ ଡବଲ୍ସରୁ ସାନିଆ ଓହରିଥିବା ବେଳେ ଆଜି ମହିଳା ଡବଲ୍ସରୁ ଓହରିବା ସହିତ ଅଷ୍ଟ୍ରେଲିଆ ଓପନ୍‌ ଅଭିଯାନ ଶେଷ ହୋଇଛି । (ଏଜେନ୍ସୀ)

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ବଜାରରେ ଦୀର୍ଘଦିନ ହେବ ଓ୍ବେଲ୍ଡିଂ ଦୋକାନ କରିଥିବା ହେମନ୍ତ ପାତ୍ର(୫୬)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେମନ୍ତଙ୍କ ଘର କୁଜଙ୍ଗ ବ୍ଲକ୍‌ର ବାଲିଆ ଗ୍ରାମରେ ବୋଲି ଜଣାପଡିଛି । ବୁଧବାର ଅପରାହ୍ନ ଗୋଟାଏ ସମୟରେ ଏହି ଅଘଟଣ ଘଟିଥିଲା । ଦୋକାନ ମଧ୍ୟରେ ଥିବାବେଳେ କୌଣସି କାରଣରୁ ହେମନ୍ତଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ସେ ସଜ୍ଞାହୀନ ହୋଇସେଠାରେ ପଡ଼ିଯାଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକମାନେ କୁଜଙ୍ଗ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।

Read More

ରମେଶ ମହାନ୍ତି ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଜଳସମ୍ପଦ କାର୍ଯାଳୟ ନିକଟସ୍ଥ ଡାକବଙ୍ଗଳା ପରିସରରେ ବୁଧବାର ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ବେଳେ ହଟ୍ଟଗୋଳ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ବିଭାୟୀୟ ମନ୍ତ୍ରୀ କିମ୍ବା ଜିଲ୍ଲାର କୌଣସି ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା। ଏଥିରେ ବାଲିକୁଦା-ଏରସମା ବିଧାୟକ ତଥା ବିଭାଗୀୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କୁ ନିମନ୍ତ୍ରଣ ହୋଇଥିବା ବେଳେ ସେମାନେ କେହି ଏଥିରେ ଯୋଗଦେଇନଥିଲେ। ଜିଲ୍ଲାପାଳ ଓ ଅତିଥି ମାନେ ଫିତା କାଟି ଉତ୍ସବକୁ ଉଦ୍‌ଘାଟନ କରିଦେଇଥିବାରୁ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଉତ୍ସବକୁ ନଆସି ବାଟରୁ ଫେରିଯାଇଥିଲେ। ଏହାକୁ ନେଇ ବିଧାୟକ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଉଦ୍‌ଘାଟନ ଓ ସଭା କାର୍ଯ୍ୟ କାହିକିଁ ଆରମ୍ଭ କରାଗଲା ବୋଲି ବିଧାୟକଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ କରି ସଭା…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର :ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କଟକ ଗସ୍ତ କରିଛନ୍ତି ।  କଟକସ୍ଥିତ ହାଡ଼ିଆପଠାଠାରେ ହେବାକୁ ଥିବା ଏସ୍‌ସିବିର ଦ୍ଵିତୀୟ କ୍ୟାମ୍ପସ୍‌ର ଭିତ୍ତିଭୂମି ପରିଦର୍ଶନ କରିଥିଲେ। ସେ ପ୍ରସ୍ତାବିତ ଏସ୍‌ସିବି ଦ୍ୱିତୀୟ କ୍ୟାମ୍ପସ୍‌ର ନକ୍ସା ମଧ୍ୟ ସମୀକ୍ଷା କରିଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ବଡ଼ ମେଡିକାଲ ତଥା କଟକବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କଟକ ସହର ଚତୁଃପାଶ୍ୱର୍ ରିଂ ରୋଡ଼ ୬ ଲେନ ବିଶିଷ୍ଟ କରାଯିବା ପାଇଁ ଘୋଷଣା କରିଛନ୍ତି । ଏସ୍‌ସିବିର ନବକଳେବର କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ମହାନଦୀ ପଠାରେ ୪୨୧ ଏକର ଜମିରେ ବିଭିନ୍ନ ପ୍ରକଳ୍ପ ହେବ । କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ପ୍ରକଳ୍ପ ହେବ । ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜ କରଣ ଓ ପାର୍କିଂକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ରହିଛି । ଗତକାଲି ଫାଇଭ୍‌…

Read More

ଆସାମ: ଆଜି ୬୪୪ଜଣ ଉଗ୍ରବାଦୀ ୧୭୭ଟି ଅସ୍ତ୍ରଶସ୍ତ୍ର ସହ ଆତ୍ମସମପର୍ଣ କରିଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କୁ ଏକ ସଫଳତା ମିଳିଛି। ୬୪୪ଜଣ ଉଗ୍ରବାଦୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ଉଗ୍ରବାଦୀ ପ୍ରତିବନ୍ଧିତ ସଙ୍ଗଠନ ଦଳ ଉଲ୍‌ଫା (ଆଇ), ଏନ୍‌ଡିଏଫବି, ଆରଏନଏଲ୍‌ଏଫ, କେଏଲଓ, ସିପିଆଇ (ମାଓବାଦୀ), ଏନଏସ୍‌ଏଲ୍‌ଏ ଓ ଏଡିଏଫ୍‌ରେ ସାମିଲ୍‌ ରହିଥିଲେ। ରାଜ୍ୟ ତଥା ଆସାମ ପୋଲିସ୍‌ ପାଇଁ ଆଜିର ଦିନ ଐତିହାସିକ ଦିନ ବୋଲି କହିଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତା। (ଏଜେନ୍ସି)

Read More

ପାଟନା :  ବିହାରର ମୁଖ୍ୟମନ୍ତ୍ରୀ ଓ ଜନତା ଦଳ ୟୁନାଇଟେଡ୍‌(ଜେଡେୟୁ) ଅଧ୍ୟକ୍ଷ ନୀତିଶ୍‌ କୁମାର ଦଳର ନେତା ପଓ୍ବନ ବର୍ମାଙ୍କ କଡା ଜବାବ ଦେଇଛନ୍ତି । ପଓ୍ବନ ବର୍ମାଙ୍କ ଚିଠି ଉପରେ ଗୁରୁବାର ନୀତିଶ ଉତ୍ତର ରଖିଛନ୍ତି । ଜେଡେୟୁ ଅଧ୍ୟକ୍ଷ ନୀତିଶ୍‌ କୁମାର ଦଳର ପଓ୍ବନ ବର୍ମାଙ୍କ କଡା ଜବାବ ଦେଇଛନ୍ତି । ପଓ୍ବନ ବର୍ମାଙ୍କ ଚିଠି ଉପରେ ନୀତିଶ୍‌ ଉତ୍ତର ରଖି କହିଛନ୍ତି ଯେ, ପଓ୍ବନ୍‌ ଯେକୌଣସି ଦଳଙ୍କୁ ପସନ୍ଦ କରୁଛନ୍ତି, ସେହି ଦଳରେ ଆରାମରେ ସାମିଲ୍‌ ହୋଇପାରିବେ । ପଓ୍ବନ ବର୍ମା ଜେଡିୟୁ ଓ ବିଜେପିର ମହାମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଦେଶସାରା ସିଏଏକୁ ନେଇ ବିଜେପି ବିରୋଧ ପ୍ରଦର୍ଶନ କରୁଥିବାବେଳେ ଜେଡିୟୁ ଉଭୟ ସିଏଏ ଓ ଏନ୍‌ଆରସି ବିରୋଧ କରୁଥିଲେ ମଧ୍ୟ  ଦିଲ୍ଲୀ ନିର୍ବାଚନରେ ଜେଡିୟୁ ବିଜେପି ସହିତ ମେଣ୍ଟ କରିଛି । ନୀତିଶ୍‌ କହିଛନ୍ତି ଯେ, କିଛି ଲୋକଙ୍କ ବୟାନ ଆଧାରରେ ଜେଡିୟୁକୁ…

Read More

ସମୀକ୍ଷା ବ୍ୟୁରୋ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମତିଥି ଉପଲକ୍ଷେ କେନ୍ଦ୍ରାପଡା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନେତାଜୀ ମଡେଲ ସ୍କୁଲ ତରଫରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଟି ନେତାଜୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସହର ପରିକ୍ରମା କରି ନେତାଜୀଙ୍କ ଜୟଜୟକାର କରିଥିଲେ। ଏହି ଅବସରରେ ସହରର ପୁରୁଣା ମଟର ଷ୍ଟାଣ୍ଡ ଠାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read More

ଉତ୍ତରପ୍ରଦେଶ : ସମ୍ପ୍ରତି ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍‌ଆରସି)କୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବାବେଳେ ୟୁପିର ଏକ ଜିଲ୍ଲାର ଏହି ଦୁଇ ସମ୍ପ୍ରଦାୟ ଏକ ଭିନ୍ନ କାହାଣୀ ଲେଖିଛନ୍ତି । ଏଠାରେ ରହିଥିବା ଏକ ମଦ୍ରାସାରେ ହିନ୍ଦୁପିଲାମାନେ ଉର୍ଦ୍ଦୁ ଭାଷାର ତାଲିମ୍‌ ନେଉଥିବାବେଳେ ମୁସଲମାନ୍‌ ପିଲାଙ୍କ କଣ୍ଠରୁ ବାହାରୁଛି ସଂସ୍କୃତ ଶ୍ଲୋକ । ମଦ୍ରାସା ଏଠାରେ ହିନ୍ଦୁ ସଂସ୍କୃତ ଶ୍ଲୋକରେ ଝଙ୍କୃତ ହେଉଛି । ସଂସ୍କୃତ ଓ ଉର୍ଦ୍ଦୁରେ ତାଲିମ୍‌ ହାସଲ ପାଇଁ ସରକାର ଓ ବିଭିନ୍ନ ସଂସ୍ଥା ସଚେତନତା କରୁଛନ୍ତି । କିନ୍ତୁ ବଜରୀଗଞ୍ଜର ଏକ ମଦ୍ରାସା ଏପରି ଅଭିନବ କାର୍ଯ୍ୟ କରି ଚର୍ଚ୍ଚାରେ ରହିଛି । ଏଠାରେ ଅଧିକ ସଂଖ୍ୟକ ହିନ୍ଦୁ ଛାତ୍ର ରହିଛନ୍ତି । ଧାର୍ମିକ କଠୋରତା ଉପରେ ଏହି ମାଦ୍ରାସା ନିଜର ଏକ ଅଲଗା ପରିଚୟ ତିଆରି କରିଛି । ଏହି…

Read More

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତିହାଡ ଜେଲ ପ୍ରଶାସନ ଦୋଷୀଙ୍କୁ ନୋଟିସ୍‌ ଜାରି କରି ତାଙ୍କର ଅନ୍ତିମ ଇଚ୍ଛା ସମ୍ପର୍କରେ ପଚାରିଛନ୍ତି । ଏହାସହିତ ଏହି ଦୋଷୀମାନଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚରାଯାଇଛି । ଜେଲ୍‌ ମାନୁଆଲ୍‌ ଅନୁସାରେ ମୃତ୍ୟୁର ସଜ୍ଜା ପାଇଥିବା କଏଦୀଙ୍କୁ ଫାଶୀ ପୂର୍ବରୁ ତାଙ୍କର ଅନ୍ତିମ ଇଚ୍ଛା ସମ୍ପର୍କରେ ପଚରାଯାଇଥାଏ, ଏବଂ ପୂରଣ କରାଯାଇଥାଏ ।  ପ୍ରଶାସନ 1 ତାରିଖରେ ନିର୍ଘଣ୍ଟ ହୋଇଥିବା ଫାଶୀ ପୂର୍ବରୁ ଶେଷ ସାକ୍ଷାତ କାହାକୁ କରିବାକୁ ଚାହାଁନ୍ତି? ଯଦି ନାମରେ କିଛି ସମ୍ପତ୍ତି ବା ବ୍ୟାଙ୍କ ଖାତାରେ  କିଛି ଜମା ପୁଞ୍ଜି ରହିଛି, ତେବେ ତାହାକୁ କାହାକୁ ଟ୍ରାନ୍ସଫର୍‌ କରିବାକୁ ଚାହୁଁଛନ୍ତି ବା କାହାକୁ ନୋମିନି  ରଖିବାକୁ ଚାହୁଁଛନ୍ତି । କୌଣସି ଧାର୍ମିକ ତଥା ମନପସନ୍ଦ ପୁସ୍ତକ ପଢିବାକୁ ଚାହୁଁଛନ୍ତି ବୋଲି…

Read More

ସମୀକ୍ଷା ବ୍ୟୁରୋ କୋଣାର୍କ : ଆଜିଠାରୁ କୋଣାର୍କରେ ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହେଉଛି ।  ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନଙ୍କ ସମ୍ମିଳନୀ ଗୁରୁବାରଠାରୁ ମେରାଇନ୍ ଡ୍ରାଇଭ୍‌ର ଇକୋ ରିଟ୍ରିଟ୍‌ ପରିସରରେ ଆରମ୍ଭ ହେଉଛି। ଏଥିରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗଦେବେ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବି ଯୋଗଦେବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ସାରା ଦେଶରେ ପର୍ଯ୍ୟଟନର ବିକାଶ ନେଇ ହେବ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମକୁ ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ ଏହା ଦ୍ବାରା ରାଜ୍ୟର ପର୍ଯ୍ୟଟନକୁ ଏନ ନୂତନ ପରିଚୟ ମିଳିପାରିବ । ପ୍ରଥମ ଥର ପାଇଁ ପୁରୀ ଚନ୍ଦ୍ରଭାଗା ଇକୋ-ରିଟ୍ରିଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସମ୍ମିଳନୀ ହେଉଥିବାରୁ…

Read More

ଇସଲାମ୍‌ବାଦ : ଭାରତ-ପାକିସ୍ତାନକୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଲାଗି ରହିଥାଏ । ରାଜନୀତି ହେଉ ଅବା ଯୁଦ୍ଧ କିମ୍ବା କ୍ରିକେଟ୍‌ ପଡ଼ିଆ । ସବୁଠୁ ଏହି ଦୁଇ ଦେଶଙ୍କ ପ୍ରତିଦ୍ବନ୍ଦ୍ବିତାକୁ ନେଇ ଲାଗି ରହିଥାଏ ଚର୍ଚ୍ଚା ।  ଦୁଇ ପଡୋଶୀ ରାଷ୍ଟ୍ରଙ୍କ ଭିତରେ ସମ୍ପର୍କ ଏକ ଅଛିଣ୍ଡା ଅଙ୍କ ଭଳି । ଏବେ ପାକିସ୍ତାନର ଜଣେ କ୍ରିକେଟିୟର୍‌ଙ୍କ ବୟାନକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି । ରାଓ୍ବଲପିଣ୍ଡି ଏକ୍ସପ୍ରେସ୍‌ ନାମରେ ଲୋକପ୍ରିୟ ପାକିସ୍ତାନୀ କ୍ରିକେଟିୟର ସୋଏବ ଅଖତର୍‌ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର  ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ଯେତିକି ତୁମ ମୁଣ୍ଡରେ କେଶ ନାହିଁ, ତାଠାରୁ ଅଧିକ ମାଲ ଅଛି। ଅର୍ଥାତ୍‌ ମୋ ପାଖରେ ଆପଣଙ୍କ ମୁଣ୍ଡରେ ଥିବା କେଶ ତୁଳନାରୁ ଅଧିକ ମାଲ୍‌ (ପଇସା)’ ଅଛି। ଯଦି ଆପଣ ଏହି କଥାକୁ ସ୍ବୀକାର କରୁନାହାନ୍ତି ଯେ, ମୋ’ ପାଖରେ ଏତେ ଫଲୋଅର୍ସ ଅଛନ୍ତି,…

Read More

ସମୀକ୍ଷା ବ୍ୟୁରୋ କରଞ୍ଜିଆ : ଅସୁସ୍ଥ ପିତାଙ୍କୁ  ପୁଅ କଟକ ନେଇ ଯାଉଥିବାବେଳେ ଏକ ଦୁର୍ଘଟଣାର ଶିକାର ହୋଇ ସ୍ତ୍ରୀ ଓ ପୁଅଜଣକ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କରଞ୍ଜିଆଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଡ୍ରାଇଭରଙ୍କ ସହ ପରିବାରର ଅନ୍ୟ ଜଣେ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। କୁଡୁମା ଛକ ନିକଟରେ ଗଛକୁ ବୋଲେରୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ମୟୁରଭଞ୍ଜ ଝରାଡିରୁ ଅସୁସ୍ଥ ବାପାଙ୍କୁ ପୁଅ ଓ ସ୍ତ୍ରୀ କଟକ ମେଡିକାଲ ଆଣୁଥିବାର ସୂଚନା ରହିଛି। ଏହି ଦୁର୍ଘଟଣାରେ ଅସୁସ୍ଥ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ପୁଅ ଓ ସ୍ତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Read More

ସମୀକ୍ଷା ବ୍ୟୁରୋ ପୁରୀ : ପୁରୀଠାରେ ଏକ ମିନି ମାରଥାନ ଆରମ୍ଭ ହୋଇଯାଇଛି। ଏହି ମାରାଥନ କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ ।  ଏନ୍‌ଡିଆରଏଫ୍‌, ଓଏସ୍‌ଡିଏମ୍‌ଏ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଐତିହ୍ୟର ସୁରକ୍ଷା ବାର୍ତ୍ତା ନେଇ ଏହି ମାରାଥନ ଆୟୋଜନ କରାଯାଇଥିଲା । ଇଣ୍ଡୋର ଷ୍ଟାଡିୟମ୍‌ଠାରୁ ମଙ୍ଗଳା ନଦୀ ମୁହାଣ ପର୍ଯ୍ୟନ୍ତ ମିନି ମାରାଥନ କରାଯାଇଥିଲା । ପ୍ରାୟ ତିନି ହଜାର ପ୍ରତିଯୋଗୀ ଏହି ମାରାଥନ୍‌ରେ ସାମିଲ୍‌ ହୋଇଥିଲେ ।

Read More

କେଦାର ମିଶ୍ର ପ୍ରଶାସନର ସବୁ ଘଟନା ଓ ପ୍ରସଙ୍ଗ ପଛରେ ଗୋଟେ ରାଜନୀତି ଥାଏ ଓ ଏହାକୁ ଯେତେ ଅସ୍ଵୀକାର କାଲେ ମଧ୍ୟ ତାହା ସତ୍ୟ। ନବୀନ ପଟ୍ଟନାୟକ ଯେତେବେଳେ ତାଙ୍କର ପଞ୍ଚମ ପାଳିର ସରକାର ଆରମ୍ଭ କଲେ, ସେତେବେଳେ ହଠାତ ପ୍ରଶାସନର ଉଦ୍ଦେଶ୍ୟ ବଦଳିଗଲା। ଆଗରୁ ଲୋକପ୍ରିୟ ଯୋଜନା ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିବା ଓଡିଶା ସରକାର, ହଠାତ ରାଜ୍ୟର ପୁରୁଣା ମନ୍ଦିର ତଥା ଧର୍ମସ୍ଥଳୀ ଗୁଡିକର ବିକାଶ ଉପରେ ଗୁରୁତ୍ଵ ଦେବା ଆରମ୍ଭ କଲେ। ଓଡିଶାର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର ପୁରୀ ସହରର ଚେହେରା ବଦଳାଇଦେବାକୁ ଏକ ବଡ ଯୋଜନା ଇତିମଧ୍ୟରେ ଆରମ୍ଭ ହୋଇ ସାରିଛି ଓ ପୁରୀର ଚେହେରା ବଦଳିବା ଆରମ୍ଭ କରିଛି। ପୁରୀ ସହିତ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିରର ବିକାଶ ଲାଗି ନିର୍ଦ୍ଦିଷ୍ଟ ଯୋଜନା କଥା ଏବେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏହା ସହିତ ଗତକାଲି ସମ୍ବଲପୁର ଗସ୍ତରେ…

Read More

ନୂଆଦିଲ୍ଲୀ : ମୋଦି ସରକାର ଜମ୍ମୁ ଓ କଶ୍ମୀର ଲାଗି ୮୦, ୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବୁଧବାର ଦିନ କାଶ୍ମୀର ବିକାଶ ପାଇଁ ଏହି ମଞ୍ଜୁରି ଦିଆଯାଇଥିବାର ମାନବ ସମ୍ବଳ ବିକାଶ ସୂଚନା ଦେଇଛି । କେନ୍ଦ୍ର ସରକାରଙ୍କ କିଛି ମନ୍ତ୍ରୀ କାଶ୍ମୀର ଗସ୍ତରେ ରହିଛନ୍ତି । ନିକଟରେ ପିୟୁଷ ଗୋଏଲ ଓ ସ୍ମୁତି ଇରାନୀ ସମେତ ଅନେକ ମନ୍ତ୍ରୀ ଉପତ୍ୟକା ଗସ୍ତ କରି ବିକାଶମୂଳକ କାମର ସ୍ଥିତି କୁ ନେଇ ସମୀକ୍ଷା କରିଥିଲେ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‌ ବୈଠକରେ କାଶ୍ମୀର ସମ୍ପର୍କରେ ପ୍ରତିକ୍ରିୟା ସଂଗ୍ରହ କରାଯାଇ କାଶ୍ମୀରର ବିକାଶ ପାଇଁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : ହଲିଉଡ୍‌ର ତିନି ସୁପରଷ୍ଟାର ଡ୍ବେନ୍‌ ଜନସନ୍‌, ଗାଲ୍‌ ଗାଡୋଟ୍‌ ଏବଂ ରାନ୍‌ ରୋନାଲ୍ଡସ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ତିନି ଜଣଙ୍କ ଅଭିନୀତ ନେଟ୍‌ଫ୍ଲିକ୍ସ ଫିଲ୍ମ ରେଡ୍‌ ନୋଟିସ୍‌ର ସୁଟିଂ ମଙ୍ଗଳବାର ଆରମ୍ଭ ହୋଇଛି । ରକ୍‌ ବା ଅଭିନେତା ଡ୍ବେନ୍‌ ଜନ୍‌ସନ୍‌ ଫିଲ୍ମ ସୁଟିଂ ହେଇଥିବା ନେଇ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ଡ୍ବେନ୍‌ ଜନସନ୍‌, ଗାଲ୍‌ ଗାଡୋଟ୍‌ ଏବଂ ରାନ୍‌ ରୋନାଲ୍ଡସ ଇଣ୍ଟରପୋଲ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବାର ନଜର ଆସିଛନ୍ତି । ଇଣ୍ଟରପୋଲ ପକ୍ଷରୁ ଜାରି କରାଯାଉଥିବା ରେଡ କର୍ଣ୍ଣର ନୋଟିସ୍‌ ଉପରେ ଫିଲ୍ମଟି ପର୍ଯ୍ୟବେସିତ । ଫିଲ୍ମରେ ଭରପୁର ଆକ୍ସନ ରହିଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରସନ୍‌ ମାର୍ସାଲ୍‌ ଥର୍ବର ।

Read More