Author: Samikhsya Bureau

ନୂଆଦିଲ୍ଲୀ,୨୫/୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ବିଚାର ସରିଛି। ଆସନ୍ତାକାଲି ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ଶିବସେନା-କଂଗ୍ରେସ-ଏନସିପି ପକ୍ଷରୁ ଦାୟର କରାଯାଇଥିବା ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ମାମଲାର ବିଚାର ଶେଷ କରିବା ସହିତ ରାୟ ସଂରକ୍ଷଣ କରିଛନ୍ତି। ଆସନ୍ତା କାଲି ସକାଳ ୧୦. ଏହି ମାମଲାର ରାୟ ପ୍ରକାଶ ପାଇବ। ଶିବସେନା ପାଇଁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ୁଥିବାବେଳେ କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମକଦ୍ଦମା ଲଢିଥିଲେ। ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖୁଛନ୍ତି। (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ,25/11 : ପ୍ରାୟ 50 ମାମଲାରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ରାୟଗଡ଼ା ଟାଉନ ପୁଲିସ ଏନକାଉଣ୍ଟର କରିଛି । ପୁଲିସ ସହିତ ଗୁଳିବିନିମୟ ବେଳେ ଶିବା ନାମକ ଅପରାଧୀ ଜଣକ ଧରାପଡ଼ିଛି । ସହରରେ ସୋମବାର ଭୋର ସମୟରେ ଏହି ଏନକାଉଣ୍ଟର ହୋଇଛି । ଶିବାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ତା’କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିବିନିମୟ ସମୟରେ 2 ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଶିବା ନିକଟରୁ ପୋଲିସ ଏକ ବାଇକ ଏବଂ ବନ୍ଧୁକ ଜବତ କରିଛି ।

Read More

ମୁମ୍ବାଇ,୨୫/୧୧ : ମହାରାଷ୍ଟ୍ର ରାଜନୀତିରେ ଦେଖାଯାଇଥିବା ସଙ୍କଟ ପାଇଁ ଶିବସେନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଶିବସେନା-କଂଗ୍ରେସ-ଏନସିପି ବିଧାୟକ ଦଳ ନେତା ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି। ସରକାର ଗଢ଼ିବାକୁ ବହୁମତ ପରୀକ୍ଷଣ ଲାଗି ଏହି ୩ ଦଳ ଦାବି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗ ଉପରେ ଶୁଣାଣି କରୁଛନ୍ତି। ଶିବସେନା ପାଇଁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ୁଥିବାବେଳେ କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମକଦ୍ଦମା ଲଢ଼ୁଛନ୍ତି। ସେହିପରି ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖୁଛନ୍ତି। (ଏଜେନ୍ସୀ)

Read More

ମୁମ୍ବାଇ,26/11 : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗତକାଲିର ଟ୍ବିଟ୍‌ ବିବାଦ ପରେ ଆଜି ସକାଳୁ ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲ୍ଲିକଙ୍କ ମନ୍ତବ୍ୟ ନୂତନ ଟ୍ବିଷ୍ଟ ଆଣିଛି । ଏନ୍‌ସିପି ନିକଟରେ 53 ବିଧାୟକଙ୍କ ସମର୍ଥନ ରହିଛି । 53 ଜଣଙ୍କ ମଧ୍ୟରୁ 52 ଜଣ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ବିଧାୟକଙ୍କ ସହିତ ସମ୍ପର୍କରେ ଦଳ ରହିଛି । ଏବଂ ସେ ଖୁବ୍‌ ଶୀଘ୍ର ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଅଜିତ ଶରଦ ପଓ୍ବାରଙ୍କୁ ପ୍ରଶଂସା କରି ଏକ ଟ୍ବିଟ୍ କରିବା ସହିତ ବିଜେପି ସହିତ ମେଣ୍ଟର ଇସାରା ଦେଇଥିଲେ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ,25/11 : କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଅଟୋ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି 7 ଜଣ ଗୁରୁତର ଆହତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଏକ ଅଟୋରେ ଡ୍ରାଇଭର ସମେତ 5 ଜଣ ଯାଉଥିଲେ ।ପଛରୁ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅଟୋକୁ ଧକ୍କା ଦେବା ଫଳରେ । କାର୍‌ରେ ଡ୍ରାଇଭରଙ୍କ ସମେତ 2 ଜଣ ବ୍ୟକ୍ତି ରହିଥିଲେ । ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ 2 ଜଣ ଶିଶୁ ଅଛନ୍ତି ।

Read More

 କେଦାର ମିଶ୍ର   ଇଲେକ୍ଟୋରାଲ ବଣ୍ଡ ମାନେ କଣ? ଏହାର ଉତ୍ତର ଖୋଜିବା ପୃଥିବୀର ସବୁଠୁ କଠିନ କାମ। କିଏ, କାହିଁକି ଓ କାହାପାଇଁ ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେଉଛି, ତାହା ମହାନ ଭାରତୀୟ ଗଣତନ୍ତ୍ରରେ ଗୋପନ ହୋଇ ରହୁ ବୋଲି ବ୍ୟବସ୍ଥା କରାଯାଇଛି ଓ ତାହାର ନାଁ ରଖା ଯାଇଛି ଇଲେକ୍ଟୋରାଲ ବଣ୍ଡ। ଆମ ଦେଶରେ ନାଗରିକ ଟଙ୍କାଟିଏ ଯେମିତି ଗୋପନ ରଖିନପାରେ ସେଥିଲାଗି ଆଧାର କାର୍ଡକୁ ବ୍ୟାଙ୍କ ଏକାଉଣ୍ଟ ସହିତ ଯୋଡିବା ଲାଗି ଜିଦ କରୁଥିବା ସରକାର, ରାଜନୈତିକ ଦଳକୁ ମିଳୁଥିବା କୋଟି କୋଟି ଟଙ୍କାର ଚାନ୍ଦାକୁ ଗୋପନୀୟ ରଖିବାକୁ ଚାହୁଁଛି କାହିଁକି? ୨୦୧୭-୧୮ବର୍ଷରେ ୬୦୦୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଛି ଓ ଏହାର ୯୫% ବିଜେପି ଖାତାକୁ ଆସିଛି। ତେବେ କିଏ ଓ କାହିଁକି ଏ ଚାନ୍ଦା କେଉଁ ସୂତ୍ରରୁ ଦେଇଛି, ତାହା ଜାଣିବାର ବାଟ ନାହିଁ। ବିଚକ୍ଷଣ ଓକିଲ ସ୍ଵର୍ଗତ ଅରୁଣ ଜେଟଲି ଅର୍ଥମନ୍ତ୍ରୀ…

Read More

କୋଲକାତା, ୨୪/୧୧: ଭାରତ ଲଗାତାର ଚତୁର୍ଥ ଥର ଇନିଂସ ବିଜୟୀ ହୋଇ ଟେଷ୍ଟ କ୍ରିକେଟର ୧୪୨ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତ ବାଂଲାଦେଶକୁ ଲଗାତାର ୨ଟି ଟେଷ୍ଟରେ ଇନିଂସ ବ୍ୟବଧାନରେ ପରାସ୍ତ କରିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ୨ଟି ଟେଷ୍ଟରେ ଭାରତର ଇନିଂସ ବିଜୟ ହୋଇଥିଲା। ଏହା ସହିତ ଭାରତ ଲଗାତାର ଭାବେ ୭ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ରେକର୍ଡ ଭାଙ୍ଗିଛି। କୋଲକାତା ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ୧୯ଟି ୱିକେଟ୍ ନେଇଛନ୍ତି। ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଦଳର ପେସର ୧୭ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ। (ଏଜେନ୍ସୀ)

Read More

ମୁମ୍ବାଇ,24/11 : ଏନ୍‌ସିପି, କଂଗ୍ରେସ ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ସମୟରେ ଅଜିତ୍ ପଓ୍ଵାରଙ୍କ ଟ୍ବିଟ୍‌ ନୂଆ ଟ୍ବିଷ୍ଟ ଆଣିଛି । ଅଜିତ୍ ପଓ୍ଵାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନ୍‌ସିପି-ଶିବସେନା ପକ୍ଷରୁ ମିଳିତ ଭାବରେ ପ୍ରେସ୍‌ମିଟ୍‌ କରାଯାଇଥିଲା । ସମସ୍ତ ଏନ୍‌ସିପି ବିଧାୟକ ଶରଦ ପଓ୍ବାରଙ୍କ ପ୍ରତି ନିଜର ସମର୍ଥନ ଜାହିର କରିଥିଲେ । ଏହାପରେ ବିଜେପିର ସଂଖ୍ୟା ଗରିଷ୍ଠତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାତ୍ର ଆଜି ଅଜିତ ପଓ୍ବାରଙ୍କ ଏକ ଟ୍ବିଟ୍‌ ଏବେ ନୂତନ ଟ୍ବିଷ୍ଟ ଆଣିଛି । ଟ୍ବିଟ୍‌ରେ ଶରଦ ପଓ୍ବାରଙ୍କୁ ଏନ୍‌ସିପି ଦଳର ନେତା ବୋଲି କହିବା ସହିତ ସେ ଏନ୍‌ସିପିର ସଦସ୍ୟ ଅଛନ୍ତି ବୋଲି ଅଜିତ ପଓ୍ବାର ସ୍ପଷ୍ଟ କରିଛନ୍ତି । ଏହା ସହିତ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ଏକ ସ୍ଥିର ସରକାର ପାଇଁ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅଜିତ…

Read More

ମୁମ୍ବାଇ, 24/11 : 2005ର ବଲିଉଡ ବ୍ଲକ୍‌ବଷ୍ଟର ବଣ୍ଟି ଔର ବବ୍‌ଲୀର ରିମେକ୍‌ରେ ଏକତ୍ର ଦେଖିବାକୁ ମିଳିବ ସୈଫ୍‌-ରାଣୀଙ୍କ ଯୋଡି । ପୂର୍ବରୁ ରାଣୀ ମୁଖାର୍ଜୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଏହି ଫିଲ୍ମ ପାଇଁ ସମ୍ମତି ପ୍ରଦାନ କରିଥିବା ବେଳେ ଶନିବାର ଏହି ଫିଲ୍ମ ପାଇଁ ନିଜର ସମ୍ମତି ପ୍ରଦାନ କରିଛନ୍ତି । ସାଦ୍‌ ଅଲୀ ପ୍ରଥମ ଭାଗର ନିର୍ଦ୍ଦେଶନା ଦେଇଥିବା ବେଳେ ବରୁଣ ଭି ଶର୍ମା ଏହି ଭାଗର ନିର୍ଦ୍ଦେଶନା ଦେଉଛନ୍ତି । ବରୁଣ ପୂର୍ବରୁ ସୁଲତାନରେ ଲେଖକ ଭାବରେ କାମ କରିଛନ୍ତି । ସୈଫ୍‌ଙ୍କ ଅଭିନୀତ ତାନାଜୀ ଜାନୁୟାରୀ 11ରେ ରିଲିଜ୍‌ ହେବାକୁ ଯାଉଥିବାବେଳେ ଆସନ୍ତା ଫେବୃୟାରୀରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ପୂର୍ବରୁ ସୈଫ୍‌-ରାଣୀ ଏକତ୍ର ହମ୍‌ତୁମ୍‌ ଏବଂ ତାରା ରମ୍‌ ପମ୍‌ରେ ନଜର ଆସିଥିବା ବେଳେ ଦର୍ଶକ ଉଭୟଙ୍କୁ ବହୁତ ପସନ୍ଦ କରିଥିଲେ । 2007 ପରେ ଉଭୟ ଏକତ୍ର…

Read More

ପଟ୍ଟାମୁଣ୍ଡାଇ, ୨୪/୧୧(ସମୀକ୍ଷା ବ୍ୟୁରୋ) ଲଙ୍କାଗୁଣ୍ଡ ପକାଇ ୨ ଲକ୍ଷ ୮୭ ହଜାର ଲୁଟିନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଇଚ୍ଛାପୁର ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ପଟ୍ଟାମୁଣ୍ଡାଇ ଇଚ୍ଛାପୁର ଛକ ନିକଟରେ ଲୁଟ ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ମଦ ଦୋକାନରୁ ଟଙ୍କା ଧରି ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଲଙ୍କାଗୁଣ୍ଡ ପକାଇ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ। ବ୍ୟକ୍ତି ଜଣକ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Read More

କଳାହାଣ୍ଡି ୨୪/୧୧ (କ୍ଷୀରୋଦ ସାହୁ) : କଳାହାଣ୍ଡି ଜିଲ୍ଲାସ୍ତରୀୟ ଶିକ୍ଷକ କମିଟିର ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୌରହରି ନାୟକଙ୍କ ସଭାପତିତ୍ବରେ ନିର୍ବାଚିତ କର୍ମକର୍ତ୍ତା ମାନେ ଶପଥ ଗ୍ରହଣ କରିଥିଲେ। ବେଳଖଣ୍ଡି ଶିବ ମନ୍ଦିର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଟି ସଂଘ ଓଡିଶା ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବରେ କର୍ଲାମୁଣ୍ଡା ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ରାଧାମୋହନ ପାଢୀ, ସମ୍ମାନିତ ଅତିଥି ସିଟି ସଂଘ ସମ୍ପାଦକ ସୁଶୀଲ କୁମାର ପଧାନ, ଶିକ୍ଷାବିତ ମୋହନଲାଲ ରଣା, ସତ୍ୟନାରାୟଣ ରାଜପୁତ, ଦୀନବନ୍ଧୁ ନାଗ, ସଚ୍ଚିଦାନନ୍ଦ କୁମାର(ଲାଞ୍ଜିଗଡବ୍ଲକ), ମୋହନ ଭୋଇ (ଗୁଡଭେଲାବ୍ଲକ), ହର୍ଷବର୍ଦନ ଭୋଇ(କେସିଙ୍ଗା ବ୍ଲକ), ଶ୍ରୀଧର ସାହୁ(ଏମ ରାମପୁର), ସୁଧିର ମହାନନ୍ଦ,ଆଶିଷ କୁମାର ପାଢୀ ପ୍ରମୁଖ ଯୋଗ ଦେଇଥିଲେ। ଠିକା ଶିକ୍ଷକଙ୍କୁ ନିୟମିତ କରାଯିବା ଉପରେ ସମସ୍ତ ନିର୍ବାଚିତ ସଦସ୍ୟ ଗୁରୁତ୍ବାରୋପ କରିଥିଲେ।

Read More

ହଲିଉଡ୍‌ର ହଟ୍‌ ଅଭିନେତା ତଥା ଗାୟକ ଜଷ୍ଟିନ୍‌ ଟିମ୍ବରଲେକ୍‌ ଏବଂ ଅଭିନେତ୍ରୀ ଆଲିସା ଓ୍ବେନ୍‌ରାଇଟ୍‌ ପରସ୍ପରକୁ ଡେଟ୍‌ କରୁଥିବା ନେଇ ସୂଚନା ମିଳିଛି । 2012ରେ ଟିମ୍ବରଲେକ୍‌ ଜେସିକା ବେଲଙ୍କୁ ବିବାହ କରିଥିବା ବେଳେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ଫାଟ ପାଇଁ ଆଲିସାଙ୍କୁ ଦାୟୀ କରାଯାଉଥିବା ବେଳେ ଗତ ସପ୍ତାହରେ ଆଲିସା ଏବଂ ଜଷ୍ଟିନ୍‌ଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା । ଉଭୟ ନ୍ୟୁ ଅର୍‌ଲିନ୍‌ସରେ ହାତ ଧରାଧରି ହୋଇ ବୁଲୁଥିବା ବେଳେ ଏକ କଫି ସପ୍‌ରେ ଏକତ୍ର କଫି ପିଉଥିବାର ଫଟୋ ଦେଖିବାକୁ ମିଳିଥିଲା । ଏହି ଖବରକୁ ନେଇ ଆଲିସାଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଦୁଇ ଥର ଗ୍ରାମୀ ପୁରସ୍କାର ବିଜୟୀ ଜଷ୍ଟିନ୍‌ ଉଭୟ ଭଲ ବନ୍ଧୁ ବୋଲି କହିଥିଲେ ।

Read More

ବାଣପୁର, ୨୪/୧୧: (ସମୀକ୍ଷା ବ୍ୟୁରୋ) ବାଣପୁରରେ ଏବେ ବେଆଇନ ମଦ କାରବାରରେ ବୃଦ୍ଧି ଘଟିଛି। ଗତ ଦୁଇ ଦିନ ଭିତରେ ତିନିଜ ଜଣ ବେଆଇନ ମଦ ବେପାରୀ ଗିରଫ ହୋଇଛନ୍ତି। ଏହି ମାମଲରେ ଆଜି ଏଏସଆଇ ବସନ୍ତ ପଟ୍ଟନାୟକ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବିଶ୍ବନାଥ ସ୍ବାଇଁ। ୫୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ସ୍ଥାନୀୟ ଭଗବତୀ ମନ୍ଦିର ପଛପଟେ ନିଜ ଘରେ ଭିତରେ ଏହି କାରବାର ଚାଲୁ ରଖିଥିଲେ। ତାଙ୍କ ନିକଟରୁ ୧୭ ଲିଟର ଆସ୍କା୪୦ ଜବତ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ପୋଲିସ୍‌ ୩୨୭/୧୯ କେସ୍‌ ନମ୍ବରରେ ମାମଲା ରୁଜୁ କରିଛି। ଗତକାଲି ପୁଲିସ୍‌ ଗମ୍ଭାରୀମୁଣ୍ଡା ବଜାରରେ ଥିବା ଏକ ଦୋକାନରୁ ଜଣେ ବେଆଇନ ମଦ ବିକ୍ରେତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶରତ ଚନ୍ଦ୍ର ବରାଳ। ଏଏସଆଇ ମୁରଲୀଧର ବଳିଆର ସିଂହ ସମ୍ପୃକ୍ତ ବ୍ୟକ୍ତି ନାମରେ ୩୨୯/୧୯ କେସ ନମ୍ବରରେ…

Read More

ନୂଆଦିଲ୍ଲୀ, 24/11 : ଉତ୍ତରାଖଣ୍ଡରେ ଏକ ମୃଦୁ ଭୂମିକମ୍ପ ଅନୁଷ୍ଠିତ ହୋଇଛି । ରବିବାର ଉତ୍ତରାଖଣ୍ଡର କମୋଲି ଜିଲ୍ଲାରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଅପରାହ୍ନ 1.20 ମିନିଟ୍‌ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା 3.4 ରହିଥିଲା । ଭୂପୃଷ୍ଠରୁ 10 କିମି ଗଭୀରତାରେ ଅନୁଭୂତ ଭୂକମ୍ପ 30.4 ଡିଗ୍ରୀ ଅକ୍ଷାଂଶ ଏବଂ 79.73 ଡିଗ୍ରୀ ଦ୍ରାଘିମାରେ ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ଏହି ଭୂକମ୍ପର ପ୍ରଭାବ ମାତ୍ର 20ରୁ 25 ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ବେଳେ କୌଣସି ସମ୍ପତ୍ତି କିମ୍ବା ଜୀବନ ହାନି ହୋଇନଥିବା ପ୍ରକାଶ । (ଏଜେନ୍ସୀ)

Read More