Author: Samikhsya Bureau

ପୁନେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ ଆଜି ପୁନେରେ ଖେଳାଯିବ । ଭାରତ ଏହି ମ୍ୟାଚ୍‌ ଜିତି ସିରିଜ୍‌ ବିଜୟର ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ସିରିଜ୍‌ ବରାବର ଲକ୍ଷ୍ୟରେ ରହିବ । ସନ୍ଧ୍ୟା 7ଟାରେ ଆରମ୍ଭ ହେବାକୁ ଥିବା ମ୍ୟାଚ୍‌ରେ ଭାରତ ସମାନ ଏକାଦଶ ସହିତ ଖେଳିବ ବୋଲି କୋହଲି ସୂଚନା ଦେଇଛନ୍ତି । ଅପର ପକ୍ଷରେ ଇସୁରୁ ଉଡାନା ଶ୍ରୀଲଙ୍କା ପକ୍ଷରୁ ପ୍ରତ୍ୟାବର୍ତ୍ତନ କରିବେ । ଉଲ୍ଲେଖଯୋଗ୍ୟ ଯେ, ଗୌହାଟୀରେ ଅନୁଷ୍ଠିତ ପ୍ରଥମ ଟି 20 ବର୍ଷାରେ ଧୋଇଯିବା ପରେ ଇନ୍ଦୋରରେ ମୁକାବିଲାକୁ ଭାରତ ଅନାୟାସରେ ଜିତି ନେଇଥିଲା । (ଏଜେନ୍ସୀ)

Read More

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଛାତ୍ରୀଙ୍କ ପାଇଁ ଏକ ନୂତନ ଯୋଜନା ଆଣିଛନ୍ତି । ଏହି ଯୋଜନାରେ ସ୍କୁଲ ଯାଉଥିବା ଛାତ୍ରୀଙ୍କ ପରିବାରକୁ ବାର୍ଷିକ 15 ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଝିଅ ଏବଂ ମାଙ୍କୁ ଏହି ଯୋଜନାର ସୁବିଧା ମିଳିବ । ଆମ୍ମା ଭୋଡି ଯୋଜନାରେ ମିଳିବାକୁ ଥିବା ଏହି ସୁବିଧାରେ ପ୍ରତ୍ୟୋକ ବର୍ଷର ଜାନୁୟାରୀ ମାସ ଶେଷ ସୁଦ୍ଧା ଅର୍ଥ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି ଯୋଜନାରେ 43 ଲକ୍ଷ ପରିବାର ଉପକୃତ ହେବେ ବୋଲି ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି ଛାତ୍ରୀଙ୍କ ସ୍କୁଲ ଉପସ୍ଥାନ ସର୍ବନିମ୍ନ 75 ପ୍ରତିଶତ ଉପସ୍ଥାନ ରହିବା ଆବଶ୍ୟକ ବୋଲି ଜଣାପଡିଛି । (ଏଜେନ୍ସୀ)

Read More

ତେହେରାନ୍‌ : ଦୁଇ ଦିନ ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ୟୁକ୍ରେନ୍‌ ଏୟାରଲାଇନ୍ସ ବିମାନର ସତ୍ୟତା ସମ୍ମୁଖକୁ ଆସିଛି । ଇରାନ୍‌ର ଏକ ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ୍‌ ବିମାନ ଧ୍ବଂସର କାରଣ ବୋଲି ଜଣାପଡିଛି । ବୁଧବାର ଘଟିଥିବା ବିମାନ ଦୁର୍ଘଟଣାରେ 176 ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା । ପେଣ୍ଟାଗନ୍‌ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଋଷିଆରେ ନିର୍ମିତ ଟୋର୍‌-ଏମ୍‌1 କ୍ଷେପଣାସ୍ତ୍ର ଦ୍ବାରା ବିମାନଟିକୁ ଆକ୍ରମଣ କରାଯାଇଥିବା ନେଇ ପେଣ୍ଟାଗନ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଇରାନ ସେନାଧ୍ୟକ୍ଷ ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ୍‌ ପକ୍ଷରୁ ଏହି ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ ତୟାର ରଖାଯାଇଥିଲା । ଇରାନ୍‌ ସୀମାରେ ୟୁକ୍ରେନୀୟ ବିମାନ ଦେଖାଦେବା ପରେ ଏହାକୁ ଇରାନ ପକ୍ଷରୁ ଖସାଇ ଦିଆଯାଇଥିଲା । ଏହି ଆକ୍ରମଣ ପରେ ହସନ ରୁହାନୀଙ୍କ ଟ୍ବିଟ୍‌ ପରେ ଇରାନ୍‌ ଏହି ଆକ୍ରମଣରେ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଥିଲା । (ଏଜେନ୍ସୀ)

Read More

କେଦାର ମିଶ୍ର ଆସନ୍ତା ଫେବୃଆରି ୧ ତାରିଖ ଦିନ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ବଦଳରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ଷିକ ବଜେଟ ଉପସ୍ଥାପନ କରିବେ କି? ଏମିତି ଏକ ପ୍ରଶ୍ନକୁ କେହି କେହି ଅବାନ୍ତର ବୋଲି  କହିପାରନ୍ତି। ଇତିମଧ୍ୟରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପାଇଁ ନୋଟିସ ଆସିଗଲାଣି। ଅର୍ଥମନ୍ତ୍ରୀ ତାଙ୍କ ବିଭାଗରେ ହାଲୁଆ ତିଆରି କରି ବଜେଟ ପ୍ରସ୍ତୁତି ଆରମ୍ଭ କଲେଣି। ତା ପରେ ବି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ କି ନାହିଁ ବୋଲି ସନ୍ଦେହର କାରଣ କଣ? ଏହି ସନ୍ଦେହର ଏକମାତ୍ର କାରଣ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ବାର୍ତ୍ତା। ଗତ ଦୁଇଦିନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବଡ ବଡ ଶିଲ୍ପପତି, ବ୍ୟବସାୟୀ, ଅର୍ଥନୀତିଜ୍ଞ ଓ ଶିଳ୍ପ ବିଶାରଦମାନଙ୍କ ସହିତ ଆଲୋଚନା କରୁଛନ୍ତି। ବଜେଟ ପ୍ରସ୍ତୁତି ପୂର୍ବରୁ ଅର୍ଥ ମନ୍ତ୍ରୀ ଦେଶର ବିଭିନ୍ନ ବରଗଡ଼ ଲୋକଙ୍କ ସହିତ ଏ ବିଷୟରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂର କରି ଉପଯୁକ୍ତ ସମୟରେ ଯେପରି ପଦୋନ୍ନତି ପାଇପାରିବେ ସେଥିପାଇଁ ଡିସେମ୍ବର ୩୧ ସୁଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ତଦନୁଯାଇ ୨୦୧୯ ଡିସେମ୍ବର ୨୦୧୯ ସୁଧା ୩୧୬୬ଜଣ କର୍ମଚାରୀ ପଦୋନ୍ନତି ପାଇଥିଲେ। ଏହି ସମୟ ମଧ୍ୟରେ ଯେଉଁ କର୍ମଚାରୀ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରି ନାହାନ୍ତି, ସେମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ଵରଵନତି  କରିବା ପାଇଁ ପଦୋନ୍ନତି ଅଦାଲତ ଗଠନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଭିନ୍ନ ବିଭାଗର ପ୍ରଶାସନିକ ଦ୍ଵାୟିତ୍ଵରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମାନଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ କରାଯିବ। ପ୍ରତିବର୍ଷ ଜାନୁୟାରୀ ମାସ ଚତୁର୍ଥ ସପ୍ତାହରେ ପଦୋନ୍ନତି ଅଦାଲତର ବୈଠକ ବସିବ ଏବଂ କୌଣସି କାରଣରୁ ପଦୋନ୍ନତି ପାଇପାରି ନଥିବା କର୍ମଚାରୀମାନଙ୍କ ସମସ୍ୟାର ସମାଧାନ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଭୁବନେଶ୍ୱରରେ ଜାନୁଆରୀ ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ଟି ବୁଥ୍‌ରେ ୪୯୮ଟି ଦଳ ଅନ୍ତର୍ଭୁକ୍ତ ୯୯୬ଟି ଟୀକାଦାନକାରୀ ଏହି ବ୍ୟାପକ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ରେଲେୱ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ ଓ ହାଟ ପ୍ରଭୃତି ଗହଳି ସ୍ଥାନମାନଙ୍କରେ ବହିରାଗତ ଶିଶୁମାନଙ୍କୁ ପୋଲିଓ ଟୀକା ଦେବା ପାଇଁ ୩୦ଟି ଅସ୍ଥାୟୀ ଦଳ ଗଠନ କରାଯାଇଛି। ୫ଟି ଭ୍ରମ୍ୟମାଣ ଦଳ ମୁତୟନ ହୋଇ ସମସ୍ତ ନିର୍ମାଣାଧିନ ସ୍ଥଳୀଗୁଡ଼ିକରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ସମାହିତ ହେବ। ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଲସ୍‌ ପୋଲିଓ ଟୀକାକରଣ-୨୦୨୦ର ସିଟି ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନର୍‌ କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ କହିଲେ ଯେ, ୫ ବର୍ଷରୁ କମ୍‌ ସମସ୍ତ ଶିଶୁଙ୍କୁ…

Read More

ଭୁବନେଶ୍ୱର : ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ବାବୁଲ ସୁପ୍ରିୟୋ । କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ୯.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ବ୍ରହ୍ମପୁର ଅଭିମୁଖେ ଗସ୍ତ କରିବେ। ସେ ମଧ୍ୟାହ୍ନ ୧୨ ଟାରେ ବ୍ରହ୍ମପୁର ସିଟି ହାଇସ୍କୁଲ ପଡିଆଠାରେ ପହଂଚି ନାଗରିକତା ସଂଶୋଧନ ଆଇନ ସଂପର୍କରେ ସାଧାରଣ ସଭାରେ ଉଦବୋଧନ ଦେବେ। ଏନେଇ ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି…

Read More

ଭୁବନେଶ୍ୱର: ଲକ୍ଷ୍ମୀସାଗର କେନାଲ ରୋଡ଼ ନିକଟରେ ଥିବା ଓସ୍କାର ସିଟି ପରିସରରେ ଥିବା ପ୍ରତିମା କଲ୍ୟାଣ ମଣ୍ଡପରେ ଦ୍ୱିତୀୟ ପ୍ରତିମା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ୮ଟି ଦଳ ମଧ୍ୟରୁ ଭୁବନେଶ୍ୱରର ଓସ୍କାର କ୍ରିକେଟ କ୍ଲବ ଓ ଲାଇଫ୍ ଲାଇନ୍ ଫାଇନାଲକୁ ପ୍ରବେଶ କରିଥିଲେ । କଡ଼ା ସଂଘର୍ଷ ମଧ୍ୟରେ ଲାଇଫ୍ ଲାଇନ୍ ମାତ୍ର ୬ ଓଭରରେ ୬୫ ରନ ସଂଗ୍ରହ କରିଥିଲା । ଜବାବରେ ଓସ୍କାର କ୍ରିକେଟ କ୍ଲବ ସୀମିତ ୬ ଓଭରରେ ୬୬ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଓସ୍କାର କ୍ରିକେଟ କ୍ଲବର ଅଧିନାୟକ ବିକ୍ରମ ପ୍ରଧାନ ଟ୍ରଫି ସଂଗ୍ରହ କରିଥିବା ବେଳେ ମ୍ୟାନ୍ ଅଫ ଦ ମ୍ୟାଚ୍ ଓ ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ ହୋଇଥିଲେ । ଓସ୍କାର କ୍ରିକେଟ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ…

Read More

ଭୁବନେଶ୍ବର- ତିବ୍ବତୀୟ ଚିକିତ୍ସା ହେଉଛି ଭାରତ ଚିକିତ୍ସା ବିଜ୍ଞାନର ଏକ ପ୍ରାଚୀନ ଚିକିତ୍ସା। ଏହି ଚିକିତ୍ସା ତିବ୍ବତୀୟ ଅଞ୍ଚଳରେ ବହୁଳ ଭାବେ ପରିଲକ୍ଷିତ ହୁଏ। ତେବେ ଏହି ଚିକିତ୍ସା ମାଗଣାରେ ଭୁବନେଶ୍ବର ବାସୀଙ୍କୁ ଦେବା ପାଇଁ ନିଆଯାଇଛି ଏକ ପଦକ୍ଷେପ। ଭୁବନେଶ୍ବରରେ ଆସନ୍ତା କାଲିଠାରୁ 13 ତାରିଖ ପର୍ଯ୍ୟନ୍ତ ଏହି ଚିକିତ୍ସା ତିବ୍ବତୀୟ ଚିକିତ୍ସକଙ୍କ ଦ୍ବାରା ଯୋଗାଇ ଦିଆଯିବ। ସବୁଠାରୁ ବଡ କଥା ହେଲା ଏଥିରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ବ୍ୟକ୍ତଗତ ଚିକିତ୍ସକ ଡା. ସେୱାଙ୍ଗା ତାମଦନ୍ ଯୋଗଦେବେ। ଏଥିରେ ଚିକିତ୍ସକଙ୍କ ସହିତ ତିବ୍ବତୀୟ ଜ୍ୟୋର୍ତିବିତ୍ ମଧ୍ୟ ଯୋଗଦେଇ ଲୋକଙ୍କୁ ପରାମର୍ଶ ଦେବେ। ଏହି ଚିକିତ୍ସା ସ୍ଥାନରେ ତିବ୍ବତୀୟ ଧର୍ମଗୁରୁଙ୍କୁ ବିଭିନ୍ନ ପୁସ୍ତକ, ତିବ୍ବତୀୟ ଔଷଧ ଏବଂ ଆର୍ଯୁବେଦ ଔଷଧ ବିକ୍ରି କରାଯିବ ବୋଲି ଭୁବନେଶ୍ବରରେ ଥିବା ତିବ୍ବତୀୟ ଚିକିତ୍ସାଳୟ ତରଫରୁ କୁହାଯାଇଛି।

Read More

ବାଣପୁର : ଖୋର୍ଦ୍ଧା ଜିଲ୍ଲାର ସର୍ବପୁରାତନ ବିଦ୍ୟାପୀଠ ଗୋଦାବରୀଶ ବିଦ୍ୟାପୀଠର ଆଜି ନବେତମ ଜନ୍ମୋତ୍ସବ  ଓ ବାର୍ଷିକ ପୁରସ୍କାର ବିତରଣୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ଗୋଦାବରୀଶ ମହାବିଦ୍ୟାଳୟର ଅବସପରପ୍ରାପ୍ତ ଅଧ୍ୟକ୍ଷ ଡ. ନୃସିଂହଚରଣ ପ୍ରଧାନ।  ସନାତନ ଢାଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ତଥା ସାହିତ୍ୟିକ ଦେବେନ୍ଦ୍ର ନାଥ ମାନସିଂହ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭଞ୍ଜକିଶୋର ସାହୁ, ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ପ୍ରମୁଖ। ସକାଳ ୧୧ ଘଟିକା ସମୟରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ଶ୍ରେଣୀ ଗୃହ ପରିଦର୍ଶନ କରାଯାଇଥିବାବେଳେ ବିଜ୍ଞାନ…

Read More

BAGHDAD, Jan. 7, 2020 (Xinhua) — Photo taken on Jan. 7, 2020 shows the skyline in Baghdad, capital city of Iraq. Baghdad is under the spotlight after Iranian general Qassem Soleimani, former commander of the Quds Force of Iran’s Islamic Revolution Guards Corps, was killed in a U.S. airstrike near Baghdad International Airport on Jan. 3. (Xinhua/Zhang Miao/IANS)

Read More

XICHANG, Jan. 7, 2020 (Xinhua) — A new communication technology experiment satellite is launched by a Long March-3B carrier rocket at the Xichang Satellite Launch Center in Xichang, southwest China’s Sichuan Province, Jan. 7, 2020. The satellite will be used in communication, radio, television and data transmission, as well as high throughput technology test. (Photo by Guo Wenbin/Xinhua/IANS)

Read More

ଭୁବନେଶ୍ବର-ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇ-ଲେବୁଲ କ୍ଲିୟରାନ୍ସ କମିଟ ବୈଠକରେ ଏକ ବଡ ପୁଞ୍ଜି ନିବେଶ ପାଇଁ ଅନୁମୋଦ କରାଯାଇଛି। ଏଥିରେ ମୋଟ ତିନୋଟି କଂପାନୀ ୧୭ ହଜାର ୮ ଶହ ୩୩ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ। ଏହା କାର୍ଯ୍ୟକାରୀ ହେଲେ ଏଥିରେ ୪ ହଜାର ୨ ଶହ ୫୦ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି। ଯେଉଁ ତିନୋଟି କଂପାନୀକୁ ଅନୁମୋଦନ ମିଳିଛି ସେଗୁଡିକ ହେଲା ୧-ହିଣ୍ଡାଲକୋ ରାୟଗଡ଼ା ଜିଲ୍ଲାର କାନସାରିଗୁଡ଼ାରେ ବର୍ଷକୁ ୨୦ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ପ୍ରକଳ୍ପ କରିବ। ଏଥିରେ ୮ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହେବ ଏବଂ ୪ହଜାର ୨୫୦ଜଣଙ୍କୁ ନିଯୁକ୍ତି ମିଳିବ। ୨- ଏନଟିପିସି ତାଳଚେରରେ ଥିବା ଏନଟିପିସିର ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ସଂପ୍ରସାରଣ ହେବ। ଏଥିରେ ୭ହଜାର ୬୯୮କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। କଂପାନୀ ୧୬୦୦ ୟୁନିଟ…

Read More

SINGAPORE, Jan. 7, 2020 (Xinhua) — People view the light projections and art installations during the media preview of the Light to Night Festival held in Singapore on Jan. 7, 2020. The Light to Night Festival will be held from Jan. 10 to 19 in Singapore. (Xinhua/Then Chih Wey/IANS)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତା ଶୁକ୍ରବାର ଓ ଶନିବାର କଟକ, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ନିମାପଡା  ଜିଲ୍ଲାର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବ ନେଇ ଗୁରୁବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି। ଜରୁରୀକାଳୀନ ମରାମତି କାର୍ଯ୍ୟପାଇଁ  ଶୁକ୍ରବାର  ଓ ଶନିବାର ଦିନ ଏହିସବୁ ସ୍ଥାନର ବିଦ୍ୟୁତ ସରବରାହ ବନ୍ଦ ରହିବ। ଶୁକ୍ରବାର ଦିନ ନିମ୍ନ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସରବରାହ ୧. ଭୁବନେଶ୍ବର (ସହରାଞ୍ଚଳ) –  ଦାରୁଠେଙ୍ଗ, କୃଷ୍ଣନଗର, ଚନ୍ଦକା, ପଥରଗାଡିଆ, ସୁନ୍ଦରପଦା, କୁଜିମହଲ, ବାରିକ୍‌ ସାହି, ମାଉସୀମାଛକ ବିଶୋଇସାହି, ସାମନ୍ତରାପୁର, ଦିବ୍ୟବିହାର, ସୂର୍ଯ୍ୟବିହାର ଆଦି ଅଞ୍ଚଳରେ ସକାଳ 9 ଘଟିକାରୁ ଅପରାହ୍ନ 1 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ । ୨. କଟକ (ସହରାଞ୍ଚଳ) – ମତଗଜପୁର, ଚାଉଳିଆଗଞ୍ଜ, ମାଲଗୋଦାମ ଓ ଓମ୍‌ପି ଅଞ୍ଚଳରେ ଦିନ 10ଘଟିକାଠାରୁ ଅପରାହ୍ନ 2 ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରାବରାହ ବନ୍ଦ ରହିବ…

Read More

ମୁମ୍ବାଇ : ସୈଫ୍‌ ଅଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଜଓ୍ବାନୀ ଜାନେମନ୍‌ର ଟ୍ରେଲର ରିଲିଜ୍‌ ହୋଇଛି । ସୈଫଙ୍କ ସହିତ ଏହି ଫିଲ୍ମରେ ତବୁ ମୁଖ୍ୟ ଭୂମିକାରେ ରହିଥିବା ବେଳେ ଆଲିଆ ଫର୍ଣ୍ଣିଚରଓ୍ବାଲା ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି । ଟ୍ରେଲରରେ ସୈଫ୍‌ ଜଣେ 40 ବର୍ଷୀୟ ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି ଯିଏକି ବିବାହ କରିବାକୁ ଚାହୁଁ ନାହାନ୍ତି । ଏହି ସମୟରେ ସୈଫ୍‌ଙ୍କ ଜୀବନରେ ପ୍ରବେଶ କରନ୍ତି ଆଲିଆ ଫର୍ଣ୍ଣିଚରଓ୍ବାଲା । ଆଲିଆ ନିଜକୁ ସୈଫ୍‌ଙ୍କ ଝିଅ ବୋଲି କହିଛନ୍ତି । ପରେ ଜଣାପଡେ ସୈଫ୍‌ ଏବଂ ତବୁଙ୍କ ସନ୍ତାନ ହେଉଛନ୍ତି ଆଲିଆ । ଆଲିଆ ଏହି ଫିଲ୍ମରେ ନିଜର ବଲିଉଡ୍‌ ପଦାର୍ପଣ କରୁଛନ୍ତି । ଟ୍ରେଲର ପରେ ସୈଫ୍‌ଙ୍କ ଅଭିନୀତ କକ୍‌ଟେଲ ସହିତ ଏହି ଫିଲ୍ମର ତୁଳନା କରାଯାଉଛି । ହୁସେନ୍‌ ଏବଂ ଆବ୍ବାସ ଦଲାଲ କାହାଣୀ ଲେଖିଥିବା ବେଳେ ନୀତିନ କକ୍କଡ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି…

Read More

ନୂଆଦିଲ୍ଲୀ : ଦିଲ୍ଲୀ ଜବାହରଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟ ପରିସରରେ ହୋଇଥିବା ହିଂସା ବିରୋଧରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ଏବେ ବିରୋଧୀ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିଛି। ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଜୟରାମ ରମେଶ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ହିଂସାକାଣ୍ଡ ପଛରେ ଗୃହମନ୍ତ୍ରୀ – ମାନବ ସମ୍ବଳ ବିକାଶ ମନ୍ତ୍ରୀ ରହିଛନ୍ତି । ଜୟରାମ ରମେଶ କହିଛନ୍ତି ଯେ, ଯେଉଁ ମୁଖାପିନ୍ଧା ଦୁବୃର୍ତ୍ତମାନେ ଏପରି କାଣ୍ଡ କରିଛନ୍ତି, ତାଙ୍କୁ ତୁରନ୍ତ ଗିରଫ କରିବା ଆବଶ୍ୟକ। ଏହି ଘଟଣା ପାଇଁ ବିଶ୍ବବିଦ୍ୟାଳୟର କୁଳପତି ତୁରନ୍ତ ଇସ୍ତଫା ପତ୍ର ଦେବା ଉଚିତ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଆକ୍ରମଣ କରି ରମେଶ କହିଛନ୍ତି ଯେ, ପିଏମ୍‌ 2.,0 ଆଜି ପିଏମ୍‌2.5ଠାରୁ ଅଧିକ ବିପଜ୍ଜନକ । ସୂଚନାଯୋଗ୍ୟ, ଜେଏନ୍‌ୟୁର ଛାତ୍ରମାନେ ଦିଲ୍ଲୀରେ ରାଲି ବାହାର କରିବା ସହିତ ଏହି ରାଲିରେ ଭିସିଙ୍କ ଇସ୍ତଫା ଦାବି…

Read More

ନୂଆଦିଲ୍ଲୀ- ଓଡିଶାର ପୂର୍ବତ୍ତନ ମୁଖ୍ୟ ବିଚାରପତି ତଥା ଅବସରପ୍ରାପ୍ତ ବିଚାରପତି ଆଇ ଏମ କୁଦ୍ଦସୀ ସିବିଆଇର ସ୍ବତନ୍ତ୍ର କୋର୍ଟରେ ହାଜରେ ହେବେ। ଏ ନେଇ ସିବିଆଇ କୋର୍ଟ ତରଫରୁ ତାଙ୍କୁ ସମନ କରାଯାଇଛି। ଦୁଇ ବର୍ଷ ତଳେ ମେଡିକାଲ କଲେଜରେ ନାମଲେଖା ରେ ହୋଇଥିବା ଦୁର୍ନିତିରେ ସେ ଅନ୍ୟତମ ଅଭିଯୁକ୍ତ ଅଛନ୍ତି। ତାଙ୍କ ସହିତ ସ୍ବତନ୍ତ୍ର କୋର୍ଟ ଆଉ ଛଅ ଜଣଙ୍କୁ ମଧ୍ୟ କୋର୍ଟରେ ହାଜର ହେବା ପାଇଁ ସମନ କରାଯାଇଛି। ସେମାନେ ହେଲେ ପ୍ରସାଦ ଏଡୁକେସନ ଟ୍ରଷ୍ଟର ବିପି ଯାଦବ, ପଳାସ ଯାଦବ, ବିଶ୍ବନାଥ ଅଗ୍ରୱାଲା, ରାମଦେବ ସରସ୍ବତୀ, ଭାବନା ପାଣ୍ଡେ ଏବଂ ସୁଧୀର ଗିରି। ପ୍ରସାଦ ଏଡୁକେସନ ଟ୍ରଷ୍ଟ ଅଦିନରେ ଚାଲିଥିଲା ପ୍ରସାଦ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସ। ଏହି ଇନଷ୍ଟିଚ୍ୟୁଟ ସେତେବେଳେ 46 କଲେଜକୁ ପରିଚାଳନା କରୁଥିଲା। ଏଥିରେ ନାମଲେଖାଇବା ପାଇଁ 2017-2018 ଏବଂ 2018-2019 ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କଠାରୁ ଧାର୍ଯ୍ୟ ଫି ଠାରୁ ଅଧିକା ନେଇଥିଲେ।…

Read More

ମଧ୍ୟପ୍ରଦେଶ : ଦୀପିକା ପାଦୁକୋନ୍‌ ଓ ତାଙ୍କ ଅଭିନୀତ ଫିଲ୍ମ ‘ଛପା୍କ୍‌’ ଏବେ ଚର୍ଚ୍ଚାରେ ରହିଛି।  ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସୋସିଆଲ ମିଡିଆରେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ଏସିଡ୍‌ ପୀଡ଼ିତାଙ୍କ ଉପରେ ନିର୍ମିତ ଫିଲ୍ମ ଛପାକ୍‌, ଜାନୁଆରୀ 10 ତାରିଖରେ ପରଦା ଉପରେ ପ୍ରଦର୍ଶିତ ହେବାକୁ ରହିଛି।  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଟୁଇଟ୍‌ରେ ଏହି ଫିଲ୍ମର ଟ୍ୟାକ୍ସ ଫ୍ରି କରିବା ନେଇ ସୂଚନା ଦେବା କହିଛନ୍ତି କହିଛନ୍ତି ଯେ, ଏହି ଫିଲ୍ମ ସମାଜରେ ଏସିଡ୍‌ ପୀଡ଼ିତାଙ୍କ ମହିଳାଙ୍କୁ ନେଇ ଏକ ସକାରାତ୍ମକ ବାର୍ତ୍ତା ଦେବା ସହିତ  ପୀଡ଼ିତାଙ୍କ ପୀଡ଼ା ସହିତ ଆତ୍ମବିଶ୍ବାସ, ସଂଘର୍ଷ, ଚେଷ୍ଟା, ଆଶା, ଓ ଜୀଇଁବାର ଇଚ୍ଛାକୁ ନେଇ କାହାଣୀ ଗତିଶୀଳ। ଏହା ସମାଜରେ ବିଚାରାଧାରାକୁ ପରିବତ୍ତର୍ନ ଦେବାରେ ବେଶ୍‌ ବଳିଷ୍ଠ ଭୂମିକା ଗ୍ରହଣ କରିବ। ସୂଚନାଯୋଗ୍ୟ, ଜେଏନ୍‌ୟୁରେ ଚାଲିଥିବା ବିରୋଧ ପ୍ରଦର୍ଶନରେ ଦୀପିକା ନୀରବ ପ୍ରତିବାଦ ଜଣାଇବା…

Read More