Author: Samikhsya Bureau
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ରାଜନୀତି ଏବେ ବେଶ୍ ସରଗରମ। ନିର୍ବାଚନ ଫଳ ବାହାରିବାର ୧୦ ଦିନ ହୋଇଗଲାଣି। କିନ୍ତୁ ଏବେ ସୁଦ୍ଧା ସରକାର ଗଠନ ହୋଇପାରୁନାହିଁ। ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ହେବାକୁ ଥିବାବେଳେ ଏହି ମେଣ୍ଟରେ ଫାଟ ସୃଷ୍ଟି ହୋଇଯାଇଛି। ଶିବସେନା ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବ ପାଇଁ ଅଡି ବସିଥିବାବେଳେ ବିଜେପି ଏକୁଟିଆ ସରକାର ଗଢିବ ବୋଲି ଦାବି କରୁଛି। ମହାରାଷ୍ଟ୍ରର ରାଜନୀତିରେ ଏବେ ବେଶ୍ ଗଣ୍ଡଗୋଳିଆ ରହିଛି। ଶିବସେନା ସହ ଏନ୍ସିପି ଓ କଂଗ୍ରେସ ତଥା ଅନ୍ୟାନ୍ୟ ସ୍ବାଧୀନ ମାନେ ମିଶି ସରକାର ଗଠନ କରିବାକୁ ଶୁଣିବାକୁ ମିଳିଥିବାବେଳେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ମହାରାଷ୍ଟ୍ରରେ ଶିବସେନା ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି। ଶିବସେନାର ସଞ୍ଜୟ ରାଉତ କହିଛନ୍ତି ଯେ, ତାଙ୍କ ଦଳ ନିକଟରେ ବହୁମତ ରହିଛି। ସରକାର ଗଠନ ପାଇଁ ୧୪୫ ମ୍ୟାଜିକ୍…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କକରେ ଆୟୋଜିତ ଆଦିତ୍ୟ ବିର୍ଲାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ବିଷୟରେ ବର୍ଣ୍ଣନା କରିଛନ୍ତି। ମୋଦି କହିଛନ୍ତି ଯେ, ଭାରତ ବର୍ତ୍ତମାନ ୫ ଟ୍ରିଲିୟନ ଆମେରିକା ଡଲାରର ଅର୍ଥବ୍ୟବସ୍ଥାରେ ପହଁଚିବା ପାଇଁ ସ୍ୱପ୍ନ ଦେଖୁଛି। ୨୦୧୪ରେ ଯେତେବେଳେ ବିଜେପି ସରକାର ଆସିଲା ସେତେବେଳେ ଭାରତୀୟ ଅର୍ଥବ୍ୟବସ୍ଥା ୨ ଟ୍ରିଲିୟନ ଡଲାର ଥିଲା। ଗତ ୫ ବର୍ଷରେ ଏହା ୩ ଟ୍ରିଲିୟନ ଡଲାରରେ ପହଁଚିପାରିଛି। ଏହି ବିଶ୍ୱାସକୁ ନେଇ ଦେଶର ସ୍ୱପ୍ନ ପୂରଣ ହେବ। ଭାରତରେ ଏବେ ବାଣିଜ୍ୟ କରିବା ସହଜ ହୋଇଛି। ଏପରିକି ବିଭିନ୍ନ ଟିକସକୁ ମଧ୍ୟ କମ କରାଯାଇଛି। ଦେଶ ଗତ ୫ ବର୍ଷରେ ଅନେକ ସଫଳତା ହାସଲ କରିଛି। ଏବେ ଭଲ ସମୟ ଚାଲିଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେବେଳେ ଭାରତ ଆଗକୁ ବଢେ, ବିଶ୍ୱ ମଧ୍ୟ ଆଗକୁ ବଢିଥାଏ। ଗତ ୫ ବର୍ଷ ମଧ୍ୟରେ ଭାରତ ୨୫୬…
ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ନଡିଆ ଗଛରୁ ଖସି ପଡି ଜଣେ ଲୋକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଅଘଟଣ ମଙ୍ଗରାଜପୁର ଗ୍ରାମରେ ଘଟିଛି। ବାଣପୁର ବ୍ଲକରେ ଜଣେ ସରକାରୀ କର୍ମଚାରୀଙ୍କ ବଗିଚାରେ ଏପରି ଦୟନୀୟ ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମାନିଆ ପରିଡା(୫୭) ନଡିଆ ତୋଳିବା ସମୟରେ ଭାରସାମ୍ୟ ହରାଇ ଗଛରୁ ଖସିପଡିଥିଲେ। ଗ୍ରାମବାସୀଙ୍କ ଦ୍ଵାରା ତାଙ୍କୁ ତୁରନ୍ତ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବଲିଉଡ୍ ଦବଙ୍ଗ ସଲମନ୍ ଖାନ୍ ସବୁବେଳେ ଚର୍ଚ୍ଚାରେ। ଫିଲ୍ମ ହେଉ ଅବା ବ୍ୟକ୍ତିଗତ ଜୀବନକୁ ନେଇ। ବଲିଉଡ୍ର ଏହି ଦବଙ୍ଗ ହିରୋ ଏବେ ଚର୍ଚ୍ଚାରେ ରହିଛନ୍ତି ତାଙ୍କର ନୂଆ ଫିଲ୍ମ ‘ରାଧେ’କୁ ନେଇ। ଏହି ଫିଲ୍ମର ତାଙ୍କ ବିପକ୍ଷରେ ହିରୋଇନ୍ ଭୂମିକାରେ ନଜର ଆସିବେ ଦିଶା ପଟ୍ଟାନୀ। ତେବେ ପୂର୍ବରୁ ଦିଶା ସଲମାନ୍ଙ୍କ ସହ ‘ଭାରତ’ରେ ନଜର ଆସିସାରିଛନ୍ତି। ଏହି ଫିଲ୍ମ ଜରିଆରେ ସଲମାନ୍ ମୋଷ୍ଟ ଓ୍ବାଣ୍ଟେଡ୍ ଭାଇ ଚରିତ୍ରରେ ପରଦାକୁ ଆସିବେ। ଆସନ୍ତା ଇଦ୍ ଅବସରରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଥିବାବେଳେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି କୋରିଓଗ୍ରାଫର୍ ତଥା ଅଭିନେତା ପ୍ରଭୁ ଦେବା। ଏହି ଫିଲ୍ମରେ ଦିଶାଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍, ରଣଦୀପ ହୁଡ୍ଡା ପ୍ରମୁଖ ନଜର ଆସିବେ। ଆସନ୍ତା ଡିସେମ୍ବର ୨୦ ତାରିଖରେ ସଲମାନଙ୍କ ‘ଦବଙ୍ଗ ୩‘ ପରଦା ଉପରକୁ ଆସିବାକୁ ରହିଛି।
ବିହାରର ସମସ୍ତୀପୁରରେ ରବିବାର ଛଟ୍ ପୂଜା ଅବସରରେ ଏକ ବଡ଼ ଅଘଟଣ ଘଟିଯାଇଛି। ସମସ୍ତୀପୁରର ହସନପୁରଠାରେ ଛଟ୍ ପର୍ବ ଅବସରରେ ଏକ ପୋଖରୀରେ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ସମସ୍ତୀପୁରର ହସନପୁର ଥାନା ଅନ୍ତର୍ଗତ ବଡ଼ଗାଓଁ ଗ୍ରାମର ପୁରୁଣା କାଳୀ ମନ୍ଦିରର କାନ୍ଥ ଭୁଶୁଡି ପଡ଼ିବାରୁ ଦୁଇଜଣ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଉଛନ୍ତି ୬୨ ବର୍ଷୀୟ ଶିନାଖତ୍ ଲୀଲା ଦେବୀ ଓ ବ ୬୦ ବର୍ଷୀୟ ବଚ୍ଚି ଦେବୀ। ଏହି ଅଘଟଣ ଘଟିବା ସମୟରେ ମହିଳାମାନେ ମନ୍ଦିର ପାର୍ଶ୍ବରେ ଥିବା ପୋଖରୀରେ ଛଟ୍ ପର୍ବ ପାଳନ କରୁଥିଲେ। କାନ୍ଥଟି ଭୁଶୁଡି ମହିଳାଙ୍କ ଉପରେ ପଡ଼ିଥିଲା। ଏହି ଅଘଟଣ ପରେ ଶ୍ରଦ୍ଧାଳୁ ମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବା ଫଳରେ ୬ ଜଣ ମହିଳା ଗୁରତର ଆହତ ହୋଇନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ପାଟନା- (ୟୁଏନଆଇ/ସମୀକ୍ଷା ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି ସଂଧ୍ୟାରେ ଏକ ସୁଇମିଂ ପୁଲରେ ପାଳନ କରିଛନ୍ତି ଛତ୍ ପୂଜା। ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ସାରା ବିହାର ବିଭିନ୍ନ ନଦୀପଠାରେ ଛତ୍ ପୂଜା କରିଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ କିପରି ସୁଇମିଂ ପୁଲରେ ପୂଜା କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ ବାଚୀ। ମୁଖ୍ୟତଃ ଯେ କୌଣସି ଜଳାଶୟରେ ପୂଜା କରିବାର ବିଧି ରହିଛି। ହେଲେ ଯେଉଁଠାରେ ଏହା ଉପଲବ୍ଧ ନ ଥାଏ ସେଠାରେ କୃତ୍ରିମ ଜଳାଶୟରେ ପୂଜା କରିବାରେ କିଛି ଅସୁବିଧା ନାହିଁ। ହେଲେ ନୀତିଶ ନିଜ ପରିବାର ସହିତ ପାଟନାର ସରକାରୀ ବାସଗୃହର ସୁଇମିଂ ପୁଲରେ ଏହି ପୂଜା କରିଛନ୍ତି। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ବିହାରର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ, କେତେକ ମନ୍ତ୍ରୀ , ସରକାରୀ ଅଧିକାରୀ ପ୍ରମୁଖ ଏହି ପୂଜାରେ ସାମିଲ ହୋଇଥିଲେ।
କରଭଞ୍ଜ ଜିଲ୍ଲା କରଞ୍ଜିଆ ରେଂଜରେ ୨୨ଟିକିଆ ହାତୀପଲର ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଂଚଳରେ ହାତୀପଲ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତ୍ରରେ ୨୨ଟିକିଆ ହାତୀପଲ କରଞ୍ଜିଆ ରେଂଜ ନିକଟବର୍ତୀ କିଛି ଗ୍ରାମରେ ପଶିଥିଲେ। ସେମାନେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏପରିକି ପାଲବଣି ଜଙ୍ଗଲ ନିକଟରେ ଥିବା କିଛି ଚାଷଜମିରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଫଳରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବନ ବିଭାଗ ଏ ଦିଗରେ ଯଥାଶୀଘ୍ର ଦୃଷ୍ଟି ଦେବା ସହ ହାତୀପଲଙ୍କୁ ଘଉଡାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
କେଦାର ମିଶ୍ର ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟେ ସ୍ଲୋଗାନ ଶୁଭୁଥିଲା- ୱାନ ନେସନ, ୱାନ ଇଲେକ୍ସନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିଲାଗି ଖୋଦ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡ଼ାକିଥିଲେ। ତେବେ ସବୁ ବିଧାନସଭା ଓ ଲୋକସଭା ପାଇଁ ଏକତ୍ର ନିର୍ବାଚନ ଅନୁଷ୍ଠିତ କରାଇବା ସମ୍ଭବ ନୁହେଁ ଓ ଏଥିଲାଗି ଅନେକ ସାମ୍ବିଧାନିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।ବିଧାନସଭା ଗଠନ କରିବା ଲୋକଙ୍କ ହାତରେ ରହିଥିବା ବେଳେ ବିଧାନସଭା ଭାଙ୍ଗିବାର କ୍ଷମତା ମୁଖ୍ୟମନ୍ତ୍ରୀମାନଙ୍କ ହାତରେ ରହିଛି। ସାରା ଦେଶର ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକତ୍ର କରାଇବାକୁ ହେଲେ ପୂରା ସମ୍ବିଧାନ ବଦଳାଇବାକୁ ପଡିବ ଓ ଏହା ଆଦୌ ସହଜ କଥା ନୁହେଁ। ତେବେ ବିଭିନ୍ନ ପର୍ୟାୟରେ ହେଉଥିବା ବିଧାନସଭାଗୁଡିକୁ ଏକାଠି କରିବାରେ କୌଣସି ଅସୁବିଧା ନାହିଁ। ନିକଟରେ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସରିଛି। ଏହାର ଫଳାଫଳ ବାହାରିବାର ମାତ୍ର ୧୦ ଦିନ ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି…
MUMBAI, NOV 02 Thousands of deevotees celebrating Chhath Puja festival at Juhu Beach, in Mumbai on Saturday. UNI PHOTO-79U
MUMBAI, NOV 02Police control the crowd during Bollywood actor Shahrukh Khan’s birthday celebration from his residence Mannat in Mumbai on Saturday.
Bollywood actor Shahrukh Khan with his son waving his fans on the occasion of his birthday at his residence Mannat in Mumbai on Saturday.
MUMBAI, NOV 02 (UNI) – Bollywood actor Shahrukh Khan waving his fans on the occasion of his birthday at his residence Mannat in Mumbai on Saturday. UNI PHOTO-74U
ସମୀକ୍ଷା ବ୍ୟୁରୋ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ କୋଣାର୍କଠାରୁ ୮ କିଲୋମିଟର ଦୂରରେ ଡିସେମ୍ବର ୧୪ରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ‘ମେରାଇନ ଡ୍ରାଇଭ୍ ଇକୋ ରିଟ୍ରିଟ୍’ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବ। ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଫେଷ୍ଟିଭାଲକୁ ସଫଳ କରିବା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ତାଙ୍କର ଶ୍ରେଷ୍ଠ ଉଦ୍ୟମ କରିବା ପାଇଁ ପରାମର୍ଶ ଦିଆଯାଇଛି। ପୁରୀ ସହରର ବିକାଶ,ଶାମୁକା ପ୍ରକଳ୍ପ ସହିତ ମେରାଇନ୍ ଡ୍ରାଇଭରେ ଏହି ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମ ପୁରୀ କୋଣାର୍କର ପର୍ଯ୍ୟଟନ ଦକ୍ଷତା ଯଥେଷ୍ଟ ଭାବରେ ବୃଦ୍ଧି କରାଇବା ବୋଲି କୁହାଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ଥ୍ରୀଡି ମାପିଂ, ଫୁଡ୍ ଫେଷ୍ଟିଭାଲ୍, ରୋମାଞ୍ଚକର କ୍ରୀଡ଼ା, ଜଳ କ୍ରୀଡ଼ା (ଆଡଭେଞ୍ଚର, ଓ୍ବାଟର ସ୍ପୋର୍ଟସ୍)…
ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କୁ ୫୦ତମ ଭାରତୀୟ ଅନ୍ତରାର୍ଷ୍ଟ୍ରୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ)ରେ ଆଇକନ ଅଫ୍ ଗୋଲଡେନ ଜୁବୁଲି ଆଓ୍ବାର୍ଡରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି । ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍କର ଏହି ଘୋଷଣା କରିଛନ୍ତି। ଚଳିତ ଫିଲ୍ମ ମହୋତ୍ସବଟି ଗୋଆଠାରେ ଆସନ୍ତା ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ସିନେମାରେ ରଜନୀକାନ୍ତଙ୍କ ଉତ୍କୃଷ୍ଟ ଯୋଗଦାନ ପାଇଁ ରଜନୀକାନ୍ତଙ୍କୁ ଏହି ବିଶେଷ ସମ୍ମାନରେ ଆଇଏଫଏଫଆଇ ୨୦୧୯ରେ ସମ୍ମାନିତ କରାଯିବ। ଜାବେଦକର ଟ୍ଵିଟ୍ କରିବା ପରେ ରଜନୀକାନ୍ତ ରିଟ୍ଵିଟ୍ କରି ଏଥିପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ ଚଳଚ୍ଚିତ୍ର ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଏହି ଅଭିନେତା ଜଣକ। ଫିଲ୍ମ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ ଓ ‘ପଦ୍ମବିଭୂଷଣ’ରେ ସମ୍ମାନିତ ହୋଇଛନ୍ତି ରଜୀନକାନ୍ତ।
ସମୀକ୍ଷା ବ୍ୟୁରୋ ଦୁର୍ନୀତି ଓ ସରକାରୀ କୋଠା ନିର୍ମାଣରେ ଅନିୟମିତତା ଅଭିଯୋଗରେ ରାୟଗଡ଼ା ଡିଏଫ୍ଓ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ସରକାର ଦୁର୍ନୀତିଗସ୍ତ ଅଧିକାରୀଙ୍କ ପ୍ରତି ବେଶ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ରାୟଗଡ଼ ବନଖଣ୍ଡର ଡିଏଫଓ ଦେବାର୍ଚ୍ଚନ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ଡିଏଫ୍ଓ ଅଧିକାରୀଙ୍କ ନାମରେ ଦୁର୍ନୀତି ଓ ଅନିମୟିତତା, ଯୌନ ନିର୍ଯାତନାର ଅଭିଯୋଗ ରହିଥିଲା। ସରକାରୀ କୋଠା, ବାମ୍ବୋ କଟେଜ୍ ନିର୍ମାଣରେ ଟଙ୍କା ହଡପ ଅଭିଯୋଗ, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନ ଆଦି ଅଭିଯୋଗ ରହିଥିଲା। ତାଙ୍କ ନାମରେ ରହିଥିବା ଏହି ସମସ୍ତ ଅଭିଯୋଗର ତଦନ୍ତ ଚାଲିଛି।
Lucknow, Nov 2 (UNI) Devotees offering prayers on the occasion of Chhath puja festival at Gomti river in Lucknow on Saturday.uni photo PC-11U
ସମୀକ୍ଷା ବ୍ୟୁରୋ ଆଜି ବାଣପୁରଠାରେ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ସମାବେଶ ତଥା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ସିଡିପିଓ ବିଦ୍ୟୁତପ୍ରଭା ରଥ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନା, ଏନ୍ଏସି ପୂର୍ବତନ ଉପାଧ୍ୟକ୍ଷ ଦାଶରଥୀ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକକୁ ସଭାପତିତ୍ବ କରିଥିଲେ ପୂର୍ବତନ ଜିଲ୍ଲା ପରିଷଦ ଗୋପୀନାଥ ମହାରଣା। ଏହି ଅବସରରେ ମହିଳା ସଶକ୍ତିକରଣ ଯୋଜନା ଅନ୍ତର୍ଗତ ମହିଳାଙ୍କୁ ସ୍ବାବଲମ୍ବୀ ତଥା ସଶକ୍ତ ହେବା ପାଇଁ ଦିଆଯାଉଥିବା ଋଣ ତଥା ଟ୍ରେନିଂ ସମ୍ପର୍କରେ ଆଲୋକପାତ କରିଥିଲେ ଚିଲିକା ବିଧାୟକ । ନବୀନ ସରକାର ମିଶନ୍ ଶକ୍ତି ଜରିଆରେ ମହିଳାମାନଙ୍କୁ ସଶକ୍ତ ତଥା ସ୍ବାବଲମ୍ବୀ କରିବା ପାଇଁ ଏହି ଯୋଜନା ଜରିଆରେ ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି। ଏହି ଯୋଜନା ଅଧୀନରେ…
NEW DELHI, NOV 2 (UNI):- Devotees offering prayer to Sun God on the occasion of Chhath puja at India Gate, in New Delhi on Saturday. UNI PHOTO-DK10U
LUCKNOW, NOV 2 (UNI):- A Nagar Nigam employee sprinkers water on trees to reduce air pollution in city near Vidhan Bhawan in Lucknow on Saturday. UNI PHOTO-LKWPC2U