ଲଣ୍ଡନ, ୧୫/୧୨: ବିଶ୍ବସୁନ୍ଦରୀ – ୨୦୧୯ର ମୁକୁଟ ବିଜୟିନୀ ହୋଇଛନ୍ତି ଜମାଇକାର ଟୋନି ଏନ୍ ସିଂହ। ଲଣ୍ଡନଠାରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାରେ ମିସ୍ ଫ୍ରାନ୍ସ ଓଫେଲ ମେଜିନୋ ଦ୍ବିତୀୟ ରନର୍ସଅପ୍ ହୋଇଥିବାବେଳେ ଭାରତର ସୁମନ ରାଓ ତୃତୀୟ ରନର୍ସ ଅପ୍ ରହିଛନ୍ତି । ଟୋନିଙ୍କୁ ଗୀତ, ବ୍ଲଗିଂ, ସୁଇମିଂ ଆଦି ପସନ୍ଦ ରହିଥିବାବେଳେ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ଟୋନି କ୍ୟାରବିଆନ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ର ଅଧ୍ୟକ୍ଷ ରୂପେ ମଧ୍ୟ କାମ କରି ସାରିଛନ୍ତି। ଜାମାଇକାର ଚତୁର୍ଥ ମହିଳା ଭାବେ ଟୋନି ଏହି ସୁନ୍ଦରୀ ପ୍ରତିଯୋଗିତାରେ ନିଜର ଯୋଗଦାନ ରଖିଛନ୍ତି। ଦୀର୍ଘ ବର୍ଷର ବ୍ୟବଧାନ ପରେ ଜମାଇକା ଏପରି ଏକ ଟାଇଟଲ୍ର ବିଜୟିନୀ ହୋଇଛି । ଶେଷଥର ପାଇଁ ୧୯୯୩ ମସିହାରେ ଲିଜା ହାନ୍ନା ଏହି ଟାଇଟଲ୍ର ବିଜୟିନୀ ହୋଇଥିଲେ । ସେହିପରି ୨୦୧୭ରେ ଭାରତର ମାନୁଷୀ ଚିଲ୍ଲାର ବିଶ୍ବସୁନ୍ଦରୀ ମୁକୁଟ ବିଜୟିନୀ ହୋଇଥିଲେ ।(ଏଜେନ୍ସି)
Author: Samikhsya Bureau
ଭୁବନେଶ୍ବର, ୧୫/୧୨: ବିଶ୍ବର ସବୁଠାରୁ ବହୁଳ ଲୋକପ୍ରିୟ ପାନୀୟ ଭାବେ ପରିଚିତ ‘ଚା’। ସକାଳର ଆରମ୍ଭ ତ ଏହି ଚା’ କପ୍ରୁ ହିଁ ହୋଇଥାଏ। ସକାଳ ଜଳଖିଆ ହେଉ କି ସନ୍ଧ୍ୟା ଭୋଜନରେ ଚା’ର ପ୍ରାଧାନ୍ୟ ବେଶ୍ ସୁସ୍ପଷ୍ଟ। ବର୍ତ୍ତମାନ ୩ହଜାରରୁ ଅଧିକ ପ୍ରକାରର ଚା’ ଉପଲବ୍ଧ ଅଛି, ହେଲେ ୬ ପ୍ରକାରର ଚା’ ସର୍ବାଧିକ ସ୍ତରରେ ଥିବାର ବିକ୍ରି ହେଉଥିବାର ଜଣାପଡିଛି। ଚା’ର ଲୋକପ୍ରିୟତା ବଢ଼ିବା ଦେଖି ବିଶ୍ବ ଖାଦ୍ୟ ଓ କୃଷି ସଂଘ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ’ ପାଳନର ନିଷ୍ପତ୍ତି ନେଇଥିଲା। ୨୦୦୫ରେ ଚା’ ଦିବସ ଡିସେମ୍ବର ୧୫ରେ ଦିଲ୍ଲୀରେ ହିଁ ପାଳିତ ହୋଇଥିଲା। ଭାରତୀୟ ରାଜନୀତିରେ ଚା’ ଏକ ପ୍ରମୁଖ ଭୂମିକା ନେଇଛି। ୨୦୧୪ରେ ପ୍ରଥମଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବା ପଛରେ ରହିଥିଲା ଏହି ଚା’। ଚା’ପେ ଚର୍ଚ୍ଚା କରି ମୋଦି ଲୋକପ୍ରିୟତା ହାସଲ କରିଥିଲେ। ଭାରତୀୟମାନଙ୍କ ଚା’ ଖଟିରେ ହିଁ ତ…
ନୂଆଦିଲ୍ଲୀ, ୧୫/୧୨: ଲାଗୁ ହେଲା ଫାଷ୍ଟ୍ଟ୍ୟାଗ୍।ଟୋଲ ପ୍ଲାଜାରେ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ଏବଂ ଟୋଲ ଟ୍ୟାକ୍ସକୁ ଅତି ସହଜ କରିବା ପାଇଁ ଫାଷ୍ଟ୍ୟାଗ ସିଷ୍ଟମ ରବିବାର-ସୋମବାର ମଧ୍ୟରାତ୍ରୀରୁ ଲାଗୁ କରାଯାଇଛି।ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ୱାରା ଶନିବାର ଏସଂପର୍କିତ ଏକ ବିଜ୍ଞପ୍ତି ଜାରି ହୋଇଥିଲା।ସରକାର ଜାତୀୟ ରାଜପଥ ଉପରେ ଟୋଲ ଦେୟ ପାଇଁ ବାଧ୍ୟତାମୂଳକ ଭାବେ ଫାଷ୍ଟ୍ୟାଗ ଲାଗୁ କରିବାର ଅବଧି ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ।ପୂର୍ବରୁ ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ରହିଥିଲା।ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା ଏନ୍.ଏଚ୍.ଏ.ଆଇ ଦ୍ବାରା ପରିଚାଳିତ ଇଲେଟ୍ରୋନିକ ଟୋଲ୍ କଲେକ୍ସନ୍ ବ୍ୟବସ୍ଥାର ନାଁ ହେଉଛି ଫାଷ୍ଟ ଟ୍ୟାଗ୍।ଏହାରି ମାଧ୍ୟମରେ ଟ୍ରାଫିକ ମୁଭମେଣ୍ଟକୁ ସହଜ କରିବା ଏବଂ ରେଡିଓ ଫ୍ରିକ୍ୟୁଏନ୍ସ ଆଇଡେଣ୍ଟିଫିକେଶନ ଟେକ୍ନୋଲୋଜୀ ମାଧ୍ୟମରେ ଟୋଲ ଆଦାୟ କରାଯାଇଥାଏ।ଏହି ବ୍ୟବସ୍ଥାରେ କୌଣସି ଗାଡ଼ିକୁ ଆଉ ଆଗଭଳି ଟୋଲ୍ ଗେଟ୍ ପାଖରେ ଛିଡ଼ା ହେବାକୁ ପଡ଼ିବ ନାହିଁ, ଅର୍ଥାତ୍…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୧୪/୧୨: ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ।ଖଣି ଓ ଇସ୍ପାତ ବିଭାଗ ଓଡ଼ିଶା ଖଣି ନିଗମକୁ ୬ଟି ଖୋଣ୍ଡାଲାଇଟ ଖଣି ଦେଇଛି। ଏହି ୬ଟି ଖଣି ମଧ୍ୟରେ ଯାଜପୁରରେ ୩, ଖୋର୍ଦ୍ଧାରେ ୨ ଓ କଟକରେ ଗୋଟିଏ ଖୋଣ୍ଡାଲାଇଟ ଖଣି ରହିଛି। ଓଡ଼ିଶା ଖଣି ନିଗମ ମାଧ୍ୟମରେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳିତ ହେବାକୁ ଥିବା ଖଣିଜ ପଦାର୍ଥ ପୂର୍ତ୍ତ ବିଭାଗ କିମ୍ବା ଏହା ଦ୍ୱାରା ମନୋନୀତ ଅନ୍ୟ ଏଜେନ୍ସିକୁ ଯୋଗାଇ ଦିଆଯିବ । ଆଉ ଏହି ଖଣିଜ ପଦାର୍ଥର ସଂଗୃହୀତ ଅର୍ଥକୁ ଅବଢା ଯୋଜନାରେ ଖର୍ଚ୍ଚ କରାଯିବ।
ମହରାଷ୍ଟ୍ର, ୧୪/୧୨:ମହାରାଷ୍ଟ୍ରରେ ଶିବସେନା କଂଗ୍ରେସ ସମର୍ଥନରେ ସରକାର ଗଢିଥିଲେ ମଧ୍ୟ ଏହି ଦୁଇ ପାର୍ଟିଙ୍କ ବୈଚାରିକ ମତଭେଦ ରହିଛି। ଆଜି ଦିଲ୍ଲୀଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଭାରତ ବଞ୍ଚାଅ’ ରାଲିରେ ରାହୁଲ୍ ଦେଇଥିବା ବୟାନକୁ ନେଇ ଶିବସେନା ନାପସନ୍ଦ କରିଛି । ରାହୁଲ୍ ଏହି ରାଲିରେ କହିଥିଲେ ଯେ, ସେ ରାହୁଲ୍ ସବରକର ନୁହଁନ୍ତି, ରାହୁଲ୍ ଗାନ୍ଧି । ଏହି ବୟାନକୁ ନେଇ ଶିବସେନା ନିଜର ଅସନ୍ତୁଷ୍ଟ ପ୍ରକାଶ କରିଛି । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ନେହେରୁ-ଗାନ୍ଧୀଙ୍କ ପରି ସଭରକର ମଧ୍ୟ ଦେଶ ପାଇଁ ବଳିଦାନ ଦେଇଛନ୍ତି। ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ସମସ୍ତ ମହାନାୟକଙ୍କୁ ସମ୍ମାନ ଦେବା ଉଚିତ୍। ସଭରକର କେବଳ ମହାରାଷ୍ଟ୍ର ନୁହଁ ପୂରା ଦେଶ ପାଇଁ ଏକ ବରଦାନ ବୋଲି ସେ କହିଛନ୍ତି। ନେହେରୁ-ଗାନ୍ଧୀଙ୍କ ପରି ସଭରକରଙ୍କ ମଧ୍ୟ ଦେଶ ପାଇଁ ବଳିଦାନ ଦେଇଥିଲେ। ସେ କେବଳ ମହାରାଷ୍ଟ୍ର ନୁହଁ…
https://youtu.be/WwfaOi6bCNA Actor Ajay Devgn has wrapped up the third schedule of Amit Ravindernath Sharma’s “Maidaan” in Kolkata. Sharma’s “Maidaan” is based on the “golden years of Indian Football”. Ajay essays the role of the legendary coach Syed Abdul Rahim, who is said to be the founding father of Indian football
ରାୟଗଡ଼ା, ୧୨/୧୪: ଭିକ୍ଷା ବୃତ୍ତି କରି ବଞ୍ଚୁଥିବା ବ୍ୟକ୍ତିଙ୍କୁ ମିଳିଲା ରାସନ ଚାଉଳ । ସ୍ଥାୟୀ ଲୋକ ଅଦାଲତରେ ୩୦ କିଲୋ ରାସନ ଚାଉଳ ମିଳିଛି । ବିଚାରପତିଙ୍କ ଉପସ୍ଥିତିରେ ଯୋଗାଣ ଅଧିକାରୀ ଚାଉଳ ପ୍ରଦାନ କରିଛନ୍ତି । ଆଧାର କାର୍ଡ ନ ଥିବାରୁ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଥିଲେ। ରାସନ ଚାଉଳ ପାଇଁ ଆଧାର କାର୍ଡ ସଂଯୋଗୀକରଣ ବାଧ୍ୟତାମୂଳକ ହୋଇଯିବା ପରେ ଅସଲ ହିତାଧିକାରୀମାନେ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଭିକ୍ଷା ବୃତ୍ତି କରୁ ବଞ୍ଚୁଥିବା ଏହି ବ୍ୟକ୍ତିମାନଙ୍କ ଆଧାର କାର୍ଡ ନ ଥିବାରୁ ଏମାନେ ସରକାରୀ ଯୋଜନାର ଫାଇଦା ପାଇପାରୁନଥିଲେ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ବାଲିଗୁଡା: ବାଲିଗୁଡା ଥାନା ପାତ୍ର ସାହି ରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡା କୁ ଦୁର୍ବୁର୍ତ୍ତ ଙ୍କ ଗୁଳି କରି ହତ୍ୟା ଘଟଣାରେ ତୁରନ୍ତ ଦୋଷୀ କୁ ଗିରଫ ଦାବି ରେ ରାସ୍ତା ଅବରୋଧ କରାଯାଇଛି। ବାଲିଗୁଡା ଥାନା ବାଟାଗୁଡା ନିକଟରେ ଟାୟାର ଜଳାଇ ଗ୍ରାମବାସି ଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି। NH 59 ବ୍ରହ୍ମପୁର- ବାଲିଗୁଡା-ରାୟପୁର-ରାୟଗଡା କୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗତ ଦଶ ତାରିଖ ଦିନ ଦୁଇ ଦୁର୍ବୁର୍ତ୍ତ ଘରୁ ଡାକି ଅଭିମନ୍ୟୁ ଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ଗୁଳିକାଣ୍ଡ ଓ ହତ୍ୟା ଘଟଣା କୁ ଚାରି ଦିନ ବିତିଯାଇଥିଲେ ବି ପୋଲିସ ଅପରାଧୀ କୁ ଧରିବାରେ ବିଫଳ ହୋଇଛି। ତେଣୁ ଅଭିମନ୍ୟୁଙ୍କ ନିଜ ଗ୍ରାମ ବାଟାଗୁଡା ଠାରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଦୋଷୀ ଧରା ନ ପଡିଛି ସେ ଯାଇଁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୧୪/୧୨: ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳାଯାଇଛି। ଏଣିକି ଏହି ମାର୍ଗର ନାମ ‘ଲୋକସେବା ମାର୍ଗ’ ଭାବେ ପରିଚିତ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହି ମାର୍ଗର ନାମ ସଚିବାଳୟ ମାର୍ଗ ଥିଲା। ଏବେ ଏହାର ନାମ ବଦଳାଯାଇ ‘ଲୋକସେବା ମାର୍ଗ’ କରାଯାଇଛି। ଉଲ୍ଲେଖଯୋଗ୍ୟ, ପଞ୍ଚମ ପାଳିର ସରକାର ଗଠନ ପରେ ବିଜେଡ଼ି ସରକାର ଲୋକଙ୍କ ସେବା ଲାଗି ସଚିବାଳୟର ନାମ ବଦଳାଇ ‘ଲୋକସେବା ଭବନ’ କରିଛନ୍ତି ।
କୋଲକାତା, ୧୪/୧୨: ନାଗରିକତ୍ବ ସଂଶୋଧନ ବିଲ୍କୁ ନେଇ ପୂର୍ବ ଭାରତରେ ବିରୋଧ, ହିଂସା ଓ ଉତ୍ତେଜନା ଲାଗି ରହିଛି। ଦେଶରେ ଅଧିକାଂଶ ଭାଗରେ ଏହାକୁ ବିରୋଧ କରାଯାଉଛି। ପଶ୍ଚିମବଙ୍ଗରେ ମଧ୍ୟ ଏହାକୁ ନେଇ ବିରୋଧ ଦେଖାଦେଇଛି। ଏପରି ପରିସ୍ଥିତିକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ କୌଣସି ପ୍ରକାରର ହିଂସା ସୃଷ୍ଟି ନ କରିବାକୁ ଅନୁରୋଧ କରିଛନ୍ତି। ପଶ୍ଚିମବଙ୍ଗରେ ଏନ୍ଆରସି ଲାଗୁ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ମମତା। ତେଣୁ ଏହି ନିୟମକୁ ବିରୋଧ କରି ଆଇନକୁ ହାତକୁ ନ ନେବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି । ପୁର୍ବ ଭାରତରେ ଦେଖାଦେଇଥିବା ବିରୋଧ ଯୋଗୁଁ ଭାରତୀୟ ଟ୍ରେନ୍ ଚଳାଚଳା ବିଶେଷ ଭାବରେ ବାଧାପ୍ରାପ୍ତ ହୋଇଛି। (ଏଜେନ୍ସି)
ଭୁବନେଶ୍ବର, ୧୪/୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ରାଜ୍ୟରେ ବିରୋଧ ଲାଗି ରହିଥିବାବେଳେ ଏହା ଟ୍ରେନ୍ ଚଳାଚଳକୁ ପ୍ରଭାବିତ କରିଛି। ଓଡ଼ିଶାକୁ ଓ ଓଡ଼ିଶା ମଧ୍ୟ ଦେଇ ଯାତ୍ରା କରୁଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ଅଧିକାଂଶ ଟ୍ରେନ୍ ପ୍ରଭାବିତ ହୋଇଛନ୍ତି। ପଶ୍ଚିମ ବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରା ନୟାଵାଜ ଓ ନଳପୁର ଷ୍ଟେସନ ମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡିଶାକୁ ଓ ଓଡିଶା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ ନିମ୍ନ ଅନୁଯାଇ ପ୍ରଭାବିତ ହୋଇଛି । ଆଜି ହାଓଡ଼ାରୁ ବାତିଲ ହୋଇଥିବା ଟ୍ରେନ – ୧. ୨୦୮୮୯ ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ ୨. ୨୨୮୭୭ ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ ୩. ୧୨୮୪୧ ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ୪. ୧୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ ୫. ୧୮୬୪୫ ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ ୬. ୧୨୮୪୭ ହାଓଡ଼ା-ପୁନେ ଦୁରନ୍ତ…
ରଙ୍ଗାଚରଣ ପ୍ରଧାନ ମୋଟ କଥା ହେଲା ସରକାରଙ୍କ ପାଖରେ ଟଙ୍କା ନାହିଁ। ସେଥିପାଇଁ ସରକାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ଗୋଟିକ ପରେ ଗୋଟିଏ ଖର୍ଚ୍ଚ କାଟିବାରେ ଲାଗିଛନ୍ତି। ଏକ ଇଂରାଜୀ ଅନ୍-ଲାଇନ୍ ପୋର୍ଟାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ସ୍କୁଲଶିକ୍ଷା ପାଇଁ ବଜେଟରେ ହୋଇଥିବା ଅର୍ଥବରାଦରୁ ୩୦୦୦ କୋଟିଟଙ୍କା କାଟିବାକୁ ଯାଉଛନ୍ତି। ଏହା ଦ୍ବାରା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟଗୁଡିକ ପ୍ରଭାବିତ ହେବେ। ଏପର୍ଯ୍ୟନ୍ତ ସେସବୁ ସ୍କୁଲଗୁଡିକରେ ଅଧିକାଂଶ ଶିକ୍ଷକ ଦରମା ପାଇନାହାନ୍ତି ବୋଲି ମାନବ ସମ୍ବଳ ବିକାଶ ବିଭାଗର ସୂତ୍ରକୁ ଉଦ୍ଧାର କରି ପୋର୍ଟାଲଟି ଲେଖିଛି । ଏହା ଦ୍ବାରା ସରକାରଙ୍କର ‘ସମଗ୍ର ଶିକ୍ଷା ଅଭିଯାନ’ ଯୋଜନାଟି ମଧ୍ୟ ଗୁରୁତରଭାବେ ବାଧାପ୍ରାପ୍ତ ହେବ। କେନ୍ଦ୍ର ସରକାର ‘ଭାରତୀୟ ଖାଦ୍ୟ ନିଗମ’କୁ ଧାନ କିଣିବା ପାଇଁ ଟଙ୍କା ଦେଉ ନଥିବାରୁ ନିଜ ଦ୍ବାରା ୠଣ ପରିଶୋଧ କରିବାର ସମ୍ଭାବନା ନଥାଇ ମଧ୍ୟ ନିଗମ ଗତ ଦୁଇ ବର୍ଷ ଧରି…
ଦିଲ୍ଲୀ, ୧୪/୧୨: ଦିଲ୍ଲୀର ରାମଲୀଳା ମୈଦାନଠାରେ ଆୟୋଜିତ କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ରାହୁଲ୍ ଗାନ୍ଧି ବିଜେପିକୁ ଟାର୍ଗେଟ୍ କରିବା ସହିତ ସେ କଦାପି କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି । ‘ରେପ୍ ଇନ୍ ଇଣ୍ଡିଆ’ ଉକ୍ତିକୁ ନେଇ ସେ କେବେବି ଭୁଲ୍ ମାଗିବେ ନାହିଁ ବୋଲି କହିଛନ୍ତି। କାରଣ ଏହା ସତ। ତେଣୁ ସେ ସତ ପାଇଁ କ୍ଷମା ମାଗିବେ ନାହିଁ। ଶୁକ୍ରବାର ରାହୁଲଙ୍କ ଏହି କଥାକୁ ନେଇ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ହଙ୍ଗାମା ହେବା ସହ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଥିଲା। ଆହୁରି ମଧ୍ୟ ସେ ତାଙ୍କ ନାଁ ରାହୁଲ ସାଭରକର ନୁହେଁ ରାହୁଲ ଗାନ୍ଧୀ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି(ଭାଜପା) ନାଗରିକତ୍ୱ ସଂଶୋଧନ ବିଲକୁ ନେଇ ଯେଉଁ ବିରୋଧ ହୋଇଛି ସେଥିରୁ ଜନତାଙ୍କ ଧ୍ୟାନ ହଟାଇବାକୁ ବିଜେପି ଏପରି ଦାବି କରୁଛି । ସାରାଦେଶବାସୀଙ୍କ…
https://youtu.be/jHbFK6seCh4 Bollywood superstar Akshay Kumar surprised his wife and actress Twinkle Khanna by giving her a special gift. Her husband Akshay Kumar, who was recently on The Kapil Sharma Show to promote his film Good Newwz with Kareena Kapoor Khan, brought a pair of onion earrings that were offered to Kareena on the show.
ଭୁବନେଶ୍ଵର, ୧୪/୧୨: ଟ୍ରିବ୍ୟୁନାଲରେ ଆଜି ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ଶୁଣାଣି ହୋଇଛି। ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧କୁ ଟ୍ରିବ୍ୟୁନାଲ୍ ଧାର୍ଯ୍ୟ କରିଛନ୍ତି। ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରି ଟ୍ରିବ୍ୟୁନାଲଙ୍କୁ ୨ ରାଜ୍ୟ ଅବଗତ କରାଇଛନ୍ତି। ଦ୍ଵିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାନୁଆରୀରେ କରାଯିବ ବୋଲି ସୂଚନା ମିଳିଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ପୀଠ ଉଭୟ ଓଡିଶା ଓ ଛତିଶଗଡର ପକ୍ଷ ଶୁଣିଛନ୍ତି । ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଂଚଳ ଅନୁଧ୍ୟାନ କରି ଏ ସଂପର୍କିତ ରିପୋର୍ଟ ଆଜି ଟ୍ରିବ୍ୟୁନାଲରେ ଦାଖଲ କରିଛନ୍ତି । ପ୍ରଥମେ ଅକ୍ଟୋବର ୨୯ରୁ ନଭେମ୍ବର ୩ ଭିତରେ ଓଡିଶା ପ୍ରତିନିଧି ଦଳ ଛତିଶଗଡରେ ଯାଇ ପ୍ରକଳ୍ପ ଗୁଡିକୁ ଅନୁଧ୍ୟାନ କରି ଫେରିଥିଲେ ।(ଏଜେନ୍ସି)
Mumbai: Actors Divyenndu Sharma, Shweta Basu Prasad during the promotions of their upcoming ZEE5 Original film “Shukranu” in Mumbai on Dec 12, 2019. (Photo: IANS)
Mumbai: Director Mohit Suri with actors Anil Kapoor, Disha Patani and Aditya Roy Kapur during the promotions of their upcoming film “Malang” in Mumbai on Dec 12, 2019. (Photo: IANS)
Mumbai: Actress Sunny Leone and filmmaker Ekta Kapoor at the trailer launch of film “Ragini MMS: Returns”, in Mumbai on Dec 12, 2019. (Photo: IANS)
Bengaluru: Actress Kavya Gowda at the inaugural session of inauguration of ‘2020 Women Jewelers Collection’ fair, in Bengaluru on Dec 13, 2019. (Photo: IANS)
Chennai: India’s Rohit Sharma during a practice session ahead of the 1st one-day international (ODI) match against West Indies, at MA Chidambaram Stadium in Chennai on Dec 13, 2019. (Photo: Surjeet Yadav/IANS)
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୧୪/୧୨ : ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଇଞ୍ଜନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଇଏନଏସ୍ ଚିଲିକା ପକ୍ଷରୁ ଏହି ଦେୟମୁକ୍ତ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଆଇଏନଏସ ଚିଲିକାର କମୋଡର ରିତୁରାଜ ସାହୁ, ଏନ୍ଡବ୍ଲ୍ୟୁଡବ୍ଲ୍ୟୁଏର ସଭାପତି ସଂଗୀତା ସାହୁ, ସର୍ଜନ କମାଣ୍ଡର ପ୍ରସନ୍ନଜିତ ପଣ୍ଡା, କମାଣ୍ଡିଙ୍ଗ ଅଫିସର ଜୟଦୀପ ଚୌଧୁରୀ ଏବଂ ଆଇଏନଏସ ଚିଲିକାର ଅନ୍ୟ କର୍ମଚାରୀ ଏହି ସ୍ବାସ୍ଥ୍ୟ ସେବା ଶିବିରରେ ଯୋଗ ଦେଇଥିଲେ। ନୌସେନା ସପ୍ତାହ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାଲୁଗାଁ, ବଡ଼କୁଳ ଏବଂ ଆଇଏନ୍ଏସ୍ ଚିଲିକାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ନିମନ୍ତେ ଏହି ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ପ୍ରାୟ ୮୦୦ ବ୍ୟକ୍ତି ମାଗଣାରେ ଚିକିତ୍ସିତ ହୋଇିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଆଖି, ଚର୍ମ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଇଏନ୍ଟି, ଶଲ୍ୟ ଏବଂ ଔଷଧ…

