ସମୀକ୍ଷା ବ୍ୟୁରୋ ଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇଦିନିଆ ଲଗାଣ ବର୍ଷା ଯୋଗୁଁ ଶାଳିଆ ଡ୍ୟାମର ଜଳସ୍ତରରେ ବୃଦ୍ଧି ହୋଇଥିବାର ସୂଚନା ରହିଛି ଏହା ଦ୍ୱାରା ଶାଳିଆ ନଦୀ ତଟରେ ଥିବା ଗାଁଗୁଡ଼ିକରେ ପାଣି ପସିବା ଆରମ୍ଭ ହୋଇଯାଇଛି। ଏପରିକି ବାଣପୁର ଏନଏସିର ଓ୍ବାର୍ଡ ନଂ ୧, ୨, ୩,୪,୧୧,୧୨,୧୩,୧୪ରେ ଘର ଭିତରେ ପାଣି ପସିଥିବାର ଖବର ମିଳିଛି । ବାଣପୁର ଠାରୁ ବାଲୁଗାଁ ମଧ୍ୟରେ ମା ମେଘାମ୍ବରୀ ରାସ୍ତାରେ ଗତ ରାତିରୁ ପାଣି ରାସ୍ତା ଉପରେ ଅତିକ୍ରମ କରୁଛି। ତେଣୁ ଏହି ମୁଖ୍ୟ ରାସ୍ତାରେ ଯାତାୟାତ କରିବାରେ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ମିଳିଥିବା ସୂଚନା ଅନୁସାରେ ପୂର୍ବପଟୁ ବାଣପୁର ବାଲୁଗାଁ ରାସ୍ତା, ପଶ୍ଚିମରେ ଭେଟେଶ୍ବର ରାସ୍ତା, ଉତ୍ତରରେ ସାନ ହନ୍ତୁଆଡ଼ ରାସ୍ତାରେ ପାଣି ଅତିକ୍ରମ କରିବାକୁ ଆରମ୍ଭ କରିଛି। ଆଉ କିଛି ସମୟ ପରେ ଏହି ରାସ୍ତାରେ ଯାତାୟାତ କରିବା…
Author: Samikhsya Bureau
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ତେବେ ଉଭୟ ରାଜ୍ୟରେ ବିଜେପି ଆଗୁଆ ରହିଥିବା ଜଣାପଡ଼ିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଲାଟେଷ୍ଟ୍ ଟ୍ରେଣ୍ଡ୍ ଅନୁଯାୟୀ ବିଜେପି ଆଗୁଆ ରହିଛି । ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରୁ ବିଜେପି-ଶିବସେନା ମେଣ୍ଟ ୧୬୬ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ-ଏନ୍ସିପି ମେଣ୍ଟ ୮୫ଟି ଆସନରେ ଓ ଅନ୍ୟାନ୍ୟ ଦଳ ୩୮ଟି ଆସନରେ ଆଗରେ ରହିଛନ୍ତି। ଫଳରେ ଏଠାରେ ପୁଣିଥରେ ବିଜେପି-ଶିବସେନା ମେଣ୍ଟ ବାଜିମାତ୍ କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେହିପରି ହରିଆଣାରେ ୯୦ଟି ଆସନରୁ ବିଜେପି ୩୯ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୯ଟି ଆସନ, ଜନନାୟକ ଜନତା ପାର୍ଟି(ଜେଜେପି) ୧୨ଟି ଆସନ, ଓ ଅନ୍ୟାନ୍ୟ ଦଳ ୧୧ଟି ଆସନରେ ଆଗୁଆ ରହିଛି। ତେବେ ହରିୟାଣାରେ ଜେଜେପି କିଙ୍ଗମେକର୍ ସାଜିବ । କଂଗ୍ରେସ…
ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳ ସେବା ବାଧାପ୍ରାପ୍ତ ହୋଇଛି । ବର୍ଷା ପାଣି ଜମି ରହିବା କାରଣରୁ ପଲାସା ଓ ବିଜୟନଗରମ୍ରେ ବହୁ ଟ୍ରେନ୍ ବିଳମ୍ବରେ ଚାଲୁଛି । ସେହିପରି କିଛି ଟ୍ରେନ୍ର ଗତିପଥକୁ ବଦଳାଯାଇଥିବାବେଳେ ବାତିଲ ମଧ୍ୟ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ପଲାସା ଓ ବିଜିୟନଗରମ୍ ଷ୍ଟେସନ୍ ମଧ୍ୟରେ ଟ୍ରାକ୍ ଉପରେ ପାଣି ଜମି ରହିଛି । ଫଳରେ ବହୁ ଟ୍ରେନ୍ ବିଳମ୍ବରେ ଚାଲୁଛି । ସେହିପରି ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସର ଗତିପଥକୁ ବଦଳାଯାଇଛି । ଏହା ଶ୍ରୀକାକୁଲମ ନିକଟରେ ଗତି ପଥ ବଦଳାଇ ବିଶାଖାପାଟଣା ଯିବ । ସେହିପରି ଫେରିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ କରାଯାଇଛି । ସେହିପରି ବିଶାଖାପାଟଣା-ବ୍ରହ୍ମପୁର ଏବଂ ଆସନ୍ତାକାଲି ଛାଡ଼ିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ଓ୍ବାନ୍ ପେୟାର ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି । ଏହା ସହିତ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଟ୍ରେନ୍ ବାତିଲ ହୋଇଥିବା ପୂର୍ବତଟ ରେଳ ବିଭାଗ…
ଆଜି ରାଜ୍ୟର ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଛି । ମିଳିଥିବା ଖବର ଅନୁଯାୟୀ ପଞ୍ଚମ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ଅଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କରଠାରୁ ପ୍ରାୟ ୨୮,୮୧୧ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ବିଜେପୁର ଫଳାଫଳ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି । ପଦ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ଅଛନ୍ତି । ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସନତ ଗଡତିଆଙ୍କଠାରୁ ୪୭୮୮ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ରୀତାଙ୍କୁ ୩୮,୩୧୮ ଭୋଟ ପାଇଥିବା ବେଳେ ସନତଙ୍କୁ ୯୫୦୭ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୧୪୩୫ ଖଣ୍ଡ ଭୋଟ୍ ମିଳିଛି।
ଆଜି ରାଜ୍ୟର ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଛି । ମିଳିଥିବା ଖବର ଅନୁଯାୟୀ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ଅଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କରଠାରୁ ପ୍ରାୟ ୪୭୮୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ବିଜେପୁର ଫଳାଫଳ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି । ପଦ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ଅଛନ୍ତି । ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସନତ ଗଡତିଆଙ୍କଠାରୁ ୪୭୮୮ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ରୀତାଙ୍କୁ ୭୦୦୫ ଖଣ୍ଡ ଭୋଟ ପାଇଥିବା ବେଳେ ସନତଙ୍କୁ ୨୨୧୭ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ ଖଣ୍ଡ ଭୋଟ୍ ମିଳିଛି।
ସମୀକ୍ଷା ବ୍ୟୁରୋ ବରଗଡ-ବିଜେପୁର ଉପନିର୍ବାଚନର ଭୋଟ ଗଣତି କାମ ସୁରୁଖୁରରେ ସକାଳ ୮ଟାରୁ ଆରମ୍ଭ ହୋଇଛି। ପଦ୍ଣପୁରରେ ଚାଲିଥିବା ଏହି ଗଣତିରେ ବର୍ତ୍ତମାନ ସୁଦ୍ଧା ଦୁଇ ରାଉଣ୍ଡ ଶେଷ ହୋଇଛି। ଏହି ଦୁଇ ରାଉଣ୍ଡରେ ବିଜେଡି ଢେର ଆଗରେ ରହିଛି। ବିଜେଡିକୁ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ୭ ହଜାର ୨୭୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୨ହଜାର ୧୬୧ ଖଣ୍ଡ ଭୋଟ। ତେବେ କଂଗ୍ରେସ ଏହି ଦୁଇ ଦଳରୁ ଢେରେ ପଛରେ ପଡିଯାଇଛି। ଦ୍ବିତୀୟ ରାଉଣ୍ଡ ସୁଦ୍ଧା କଂଗ୍ରେସକୁ ମିଳିଛି ମାତ୍ର ୨୫୨ ଖଣ୍ଡ ଭୋଟ।
Bollywood actors Salman Khan, Sonakshi Sinha and Saiee Manjrekar at the Trailer launch of film Dabangg 3
କେଦାର ମିଶ୍ର ଯେ କୌଣସି ଟିଭି ଚାନେଲ, ଯେ କୌଣସି ଭାଷାରେ ଖୋଲିଲେ, ସେଥିରେ ମୋଦୀ ବନ୍ଦନା ବାଜୁଛି। ପ୍ରଧାନମନ୍ତ୍ରୀ କଣ କହିଲେ, କଣ ପିନ୍ଧିଲେ, କେମିତି ଚାଲିଲେ, ତପସ୍ୟା କଲା ବେଳେ ତାଙ୍କ ଦେହରୁ କେମିତି ଜ୍ୟୋତି ବାହାରୁଥିଲା, ସେ କେମିତି ପାକିସ୍ତାନକୁ ଛାନିଆ କରି ରଖିଛନ୍ତି ଇତ୍ୟାଦି ଇତ୍ୟାଦିର ଟିକିନିକି ଖବର ଆମେ ଦେଖାଇ ଚାଲିଛୁ। ପ୍ରଧାନମନ୍ତ୍ରୀଙ୍କୁ ଯଦି ବିରୋଧୀ ଦଳ ସମାଲୋଚନା କଲେ (ଯାହାକି ବିରୋଧୀ ଦଳର ସାମ୍ବିଧାନିକ ଓ ନୈତିକ ଦାୟିତ୍ଵ) ତାଙ୍କ ଉପରେ ମାଡି ବସି ଆମେ ତାଙ୍କ ଗଳା ବନ୍ଦ କରି ଦେଉଛୁ। ମୋଦୀ ଖେଳୁଥିବା ପ୍ରତି ବଲ କୁ ମାଷ୍ଟର ଷ୍ଟୋକ ବୋଲି କହି ଷ୍ଟାଡିୟମ ବାହାରେ ଆମେ “ଚିୟର ଲିଡର” ର ଭୂମିକା ତୁଲାଉଛୁ। ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ଏ ଦେଶର ତ୍ରାଣକର୍ତ୍ତା ବୋଲି କହି ଆମର ବନ୍ଦନା ଗାନ ଶୁଣି ପୃଥିବୀର ଗଣମାଧ୍ୟମରେ ଭାରତର ଗଣମାଧ୍ୟମକୁ ସରକାରଙ୍କ ବୋଲକରା…
ଲଗାଣ ବର୍ଷା ପାଇଁ ସ୍କୁଲ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ଭଦ୍ରକ ଜିଲ୍ଲା ରେ ସବୁ ସ୍କୁଲ ଓ ଅଙ୍ଗନବାଡି ସବୁ କୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣ ରୁ ଏହାର ପ୍ରଭାବରେ ଗତ କାଲିଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ଦୁଇ ଦିନ ଯାଏଁ ସାରା ରାଜ୍ୟ ପୁଣି ବର୍ଷାରେ ଭିଜିବ । ଏହି ଲଘୁଚାପ ଫଳରେ ଅକ୍ଟୋବର ୨୩ରୁ ୨୫ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ 1997 ବ୍ୟାଚ ଆଇପିଏସ ଅଧିକାରୀ ଧିରେନ୍ଦ୍ର ସାଂଭାଜୀ କୁଟ୍ଟେ ବା ଡି.ଏସ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିଲେ। ସେ 2017 ମସିହାରୁ ଏହି ଦାୟିତ୍ବରେ ରହିଛନ୍ତି। ଏହି ଆଇପିଏସ ଅଧିକାରୀ ପୂର୍ବରୁ ଓଡିଶା ପରିବହନ ବିଭାଗର କମିଶନର ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ଆଇଜି ଅପରେସନ ଭାବେ ମଧ୍ୟ ଗୁରୁ ଦାୟିତ୍ବ ତୁଲାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ସେ ନିଜର ଦକ୍ଷତା ମଧ୍ୟ ପ୍ରତିପାଦନ କରାଇପାରିଛନ୍ତି। ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ବେଶ ରହିଛି। ବିଭିନ୍ନ ଯୋଜନାରେ କାଯ୍ୟକାରିତା ପାଇଁ ସେ ମୁଖ୍ୟମନ୍ତ୍ରଙ୍କ ଶୁଭ ଦୃଷ୍ଟିରେ ରହି ଆସିଛନ୍ତି। ଯାହା ଫଳରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ପୁଣି ଥରେ ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରଙ୍ଗ ତହସିଲ୍, ବାଙ୍କୀ ତହସିଲ୍, ମୁଣ୍ଡୁ ମୁହାଣ ନୋଡାଲ୍ ସ୍କୁଲ ଓ ବାଙ୍କୀସ୍ଥିତ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀମାନଙ୍କୁ ଅଚାନକ ପରିଦର୍ଶନ କରିବାକୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରୀ ମାର୍ଣ୍ଡି କଟକ ଜିଲ୍ଲାର ବାରଙ୍ଗ ଓ ବାଙ୍କୀ ତହସିଲ୍ ପରିଦର୍ଶନ କରି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ। ବସୁନ୍ଧରା ଅନ୍ତର୍ଗତ ଘରଡିହ ପଟ୍ଟା ଆବଣ୍ଟନ, ମୁ୍ୟଟେସନ୍ କେସ୍ ଫଇସଲା, ବିଭିନ୍ନ ପ୍ରମାଣ ପତ୍ର ଯୋଗାଇ ଦେବା, ସରକାରୀ ଜମି ସୁରକ୍ଷା ଆଦି କାଯ୍ୟର ୫ ‘ଟି’ ଆଧାରରେ ସଂ ପାଦନ ଉ ପରେ ମନ୍ତ୍ରୀ ଗୁରୁତ୍ୱ ଆରୋ ପ କରିଥିଲେ। ତହସିଲ୍ଦାର ଓ ଅନ୍ୟ କର୍ମଚାରୀମାନଙ୍କୁ ମନ୍ତ୍ରୀ ମାର୍ଣ୍ଡି ନିଷ୍ଠା ଓ ସ୍ୱଚ୍ଛତାର ସହ କାଯ୍ୟ କରିବା ପାଇଁ କହିଥିଲେ। ଏଥିସହିତ ସମୟାନୁବର୍ତ୍ତୀ ସେବା ପ୍ରଦାନ ପୂର୍ବକ ଓଡ଼ିଶା…
AHMEDABAD, OCT 23 (UNI) Temple illuminated with colourful lights ahead of the Diwali festival, in Ahmedabad on Wednesday.UNI PHOTO-49u
NEW DLEHI,:-Bollywood actor Bhumi Pednekar during the promotion of her upcoming movie Saand Ki Aankh, in new Delhi on Wednesday.
ସମୀକ୍ଷା ବ୍ୟୁରୋ • ଉଭୟ କମ୍ପାନୀକୁ ମିଳିବ ୪ଜି ସ୍ପେକ୍ଟ୍ରମ • ୨୦ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ପୁଞ୍ଜି ବିନିଯୋଗ ପ୍ରସ୍ତାବ • ୧୫ ହଜାର କୋଟି ଟଙ୍କାର ଦୀର୍ଘସ୍ଥାୟୀ ସୋଭରେନ ବଣ୍ଡ ଗ୍ୟାରେଂଟି • କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର ଯୋଜନା ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ଲାଗି କେନ୍ଦ୍ର କ୍ୟାବିନେଟ ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ବିଏସଏନଏଲ ଓ ଏମଟିଏନଏଲର ସମ୍ମିଶ୍ରଣକୁ ନୀତିଗତ ମଞ୍ଜୁରି ମିଳିଛି। ଏହି ଦୁଇଟି ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ପାଇଁ ୪ଜି ସ୍ପେକ୍ଟ୍ରମ ସେବାର ପ୍ରଶାସନିକ ଆବଂଟନ କରାଯିବ। ଏତଦବ୍ୟତୀତ ସୋଭରେନ ଗ୍ୟାରେଂଟି ବଣ୍ଡ ଜରିଆରେ ଋଣ ପରିଶୋଧ, କର୍ମଚାରୀଙ୍କ ଖର୍ଚ୍ଚ କାଟ, ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ ଆଦି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। କ୍ୟାବିନେଟ ଦ୍ୱାରା ନିମ୍ନୋକ୍ତ ନିଷ୍ପତି ନିଆଯାଇଛି :- ବିଏସଏନଏଲ ଏବଂ ଏମଟିଏନଏଲକୁ ୪-ଜି ସେବାର ପ୍ରଶାସନିକ ଆବଂଟନ କରାଯିବ। ଫଳରେ…
କେନ୍ଦ୍ର ସରକାର ଚଳିତ ବର୍ଷ ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଏଥରେ ଖାଦ୍ୟଶସ୍ୟର ଏମ୍ଏସ୍ପି ଅର୍ଥାତ୍ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଥିବାବେଳେ କେବଳ ଧାନ ଉପରେ ଏମ୍ଏସ୍ପି ବୃଦ୍ଧି ହୋଇନାହିଁ । ଗହମର ଏମଏସପି ୮୫ଟଙ୍କା ପ୍ରତି କ୍ୱିଣ୍ଟାଲ ବୃଦ୍ଧି ହୋଇଛି । ସେହିପରି ଡାଲିର ଏମଏସପିରେ ସରକାର ୩୨୫ ଟଙ୍କା ବୃଦ୍ଧି କରିଛନ୍ତି । ଗହମର ଏମଏସପିରେ ୮୫ ଟଙ୍କା ବୃଦ୍ଧି ହୋଇ ଏହା ୧୮୪୦ କ୍ୱିଣ୍ଟାଲରୁ ବୃଦ୍ଧି ହୋଇ ୧୯୨୫ ଟଙ୍କା ହୋଇଛି । ବାର୍ଲିରେ ମଧ୍ୟ ଏମଏସପିରେ ୮୫ ଟଙ୍କା ପ୍ରତି କ୍ୱିଣ୍ଟାଲ ପିଛା ବୃଦ୍ଧି ହୋଇଛି । ପୂର୍ବରୁ କ୍ୱିଣ୍ଟାଲ ପିଛା ୧,୪୪୦ଟଙ୍କା ଥିବାବେଳେ ଏବେ ଏହା ୧,୫୨୫ ଟଙ୍କା ପ୍ରତି କ୍ୱିଣ୍ଟାଲ ହୋଇଛି । ସେହିପରି ଡାଲିରେ ଏମଏସପିରେ ୩୨୫ଟଙ୍କା ପ୍ରତି କ୍ୱିଣ୍ଟାଲ ବୃଦ୍ଧି ହୋଇଛି, ପୂର୍ବରୁ ଏହା ୪,୪୭୫ ଥିବାବେଳେ ବର୍ତ୍ତମାନ…
ମନି ଲଣ୍ଡ୍ରିଂ ମାମଲାରେ କର୍ଣ୍ଣାଟକ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କୁ ବୁଧବାର ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି। ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ସାକ୍ଷୀଙ୍କୁ ପ୍ରଭାବିତ କରିବା ଅବା କୌଣସି ପ୍ରମାଣ ନଷ୍ଟ ଯେପରି ନ କରିବେ ସେଥିପାଇଁ ତାଙ୍କୁ ସତର୍କ କରାଯାଇଛି। ଯାଞ୍ଚ୍ରେ ସହଯୋଗ କରିବାକୁ ତାଙ୍କୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କୁ ବ୍ୟକ୍ତିଗତ ୨୫ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ଦିଆଯାଇଛି। ଆଜି ସକାଳ ସମୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ତାଙ୍କୁ ତିହାର ଜେଲ୍ରେ ସାକ୍ଷାତ କରିଥିଲେ ।
ସମୀକ୍ଷା ବ୍ୟୁରୋ ଆଉ ଦିନ କେଇଟା ପରେ ଦିପାବଳୀ । ଆଲୋକର ପର୍ବକୁ ସମେସ୍ତ ଜାକଜମକରେ ପାଳନ କରିବାକୁ ପ୍ରସ୍ତୁତ । କିନ୍ତୁ ଆପଣ ଜାଣିଛନ୍ତି ଏହି ପର୍ବରେ ଆପଣ ଯଦି ବାଣ ଫୁଟାଇବାକୁ ଚାହୁଁଛନ୍ତି, ତା’ହେଲେ ସାବଧାନ ହୋଇଯା‘ନ୍ତୁ, ନହେଲେ ଜରିମାନା ସହିତ ଜେଲ୍ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିପାରେ । ବାଣ ଫୁଟାଇବା ଦ୍ଵାରା ବାୟୁ ପ୍ରଦୂଷଣ ହୁଏ । ଏଥିରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ବାଣ ଦ୍ଵାରା ବାୟୁ ପ୍ରଦୂଷଣ ହେଲେ ହୋଇପାରେ ୭ ବର୍ଷ ଜେଲ । ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି ଏବଂ ବାଣ ଫୁଟାଇବାକୁ ଚିନ୍ତା କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ଜେଲ ଯିବାକୁ ପଡିପାରେ ଏହା ସହିତ ମୋଟାରକମର ଜୋରିମାନା ମଧ୍ୟ ଦେବାକୁ ପଡିପାରେ । ପରିବେଶ ସଂରକ୍ଷଣ ଆଇନ ଅନୁସାରେ ପ୍ରଦୂଷଣ କରୁଥିବା ଲୋକଙ୍କୁ ପାଞ୍ଚରୁ ସାତ ବର୍ଷର ଜେଲ ଦଣ୍ଡର…
ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ଟ୍ରେନ ଯାତ୍ରୀଙ୍କୁ ଯାତ୍ରା ସମୟରେ ଫ୍ରି ୱାଇ ଫାଇର ସୁବିଧା ମିଳିବ । ରେଳବାଇ ଏହି ପରିଯୋଜନା ପାଇଁ କାମ ଆରମ୍ଭ କରିଦେଇଛି । ବର୍ତ୍ତମାନ ଦେଶର ୫୧୫୦ ଷ୍ଟେସନରେ ମାଗଣା ୱାଇ ଫାଇ ସୁବିଧା ମିଳୁଛି । ସ୍ୱିଡେନରେ ଖବର ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ ଆଗାମୀ ବର୍ଷ ଶେଷ ସୁଦ୍ଧା ସମସ୍ତ ୬୫୦୦ ଷ୍ଟେସନରେ ୱାଇ ଫାଇର ସୁବିଧା ମିଳିବ । ସେହିପରି ସୁରକ୍ଷିତ ଯାତ୍ରା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହା ହେବା ଦ୍ୱାରା ସୁରକ୍ଷା ଆହୁରି କଡାକଡି ହୋଇପାରିବା ପ୍ରତି କୋଚରେ ଲାଗିଥିବା ସିସିଟିଭିର ଲାଇଭ ଫିଡ୍ ନିକଟସ୍ଥ ଥାନାକୁ ଯିବ । ଟ୍ରେନର ପରିଚାଳନାରେ ବ୍ୟବହୃତ ସିଗନାଲ ସିଷ୍ଟମକୁ ୱାଇଫାଇ ସହ ଯୋଡାଯିବ।