Author: Samikhsya Bureau

ନୂଆଦିଲ୍ଲୀ, ୪/୧୨: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ବୁଧବାର ଏକ ଘୋଷଣା କରିଛନ୍ତି । ଆମ୍‌ ଆଦ୍‌ମୀ ପାର୍ଟି ତରଫରୁ ପ୍ରି ଓ୍ବାଇଫାଇର ଘୋଷଣା କରାଯାଇଛି।  ପ୍ରଥମ ପର୍ଯ୍ୟାୟରେ ସମସ୍ତ ବସ୍‌ ଷ୍ଟାଣ୍ଟ୍‌ରେ ୩୦୦୦ ଓ୍ବାଇଫାଇ ହଟ୍‌ସ୍ପଟ୍‌ ଲାଗିବ । ପୂରା ଦିଲ୍ଲୀ ସହରରେ ମୋଟ୍‌ ୧୧୦୦୦ ହଟ୍‌ସ୍ପଟ୍‌ ଲାଗିବ । ପ୍ରତି ୟୁର୍ଜସକୁ ପ୍ରତି ମାସ ୧୫ ଜିବି ଫ୍ରି ଡାଟା ମିଳିବ ବୋଲି ଘୋଷଣା କରାଯାଇଛି । ଏହି ଯୋଜନା ଆସନ୍ତା ଡିସେମ୍ବର ୧୬ ତାରିଖରୁ ଆରମ୍ଭ କରାଯିବ । ଫ୍ରି ଓ୍ବାଇଫାଇ ସେବାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିସାରିଥିବାବେଳେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଲାଣି । କ୍ୟାବିନେଟ୍‌ ଅଗଷ୍ଟ ୮ ତାରିଖରେ ୪୦୦୦ ବସଷ୍ଟାଣ୍ଡ ଓ ବିଧାନସଭାରେ ୧୦୦ ହଟ୍‌ସ୍ପଟ୍‌ ଲଗାଇବା ନେଇ ମଞ୍ଜୁରୀ ଦେଇଛି । ହଟ୍‌ସ୍ପଟ୍‌ରୁ ୫୦ ମିଟର ଦୂର ମଧ୍ୟରେ ମହଜୁଦ ଲୋକେ ଏହି ଫ୍ରି ଓ୍ବାଇଫାଇ…

Read More

ନ୍ୟୁୟର୍କ,4/12: ଆଲ୍ଫାବେଟ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ । ମଙ୍ଗଳବାର ଆଲ୍ଫାବେଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପିଚାଇ ଆସନ୍ତା ସିଇଓ ଭାବରେ ଉଭୟ ଆଲ୍ଫାବେଟ ଏବଂ ଗୁଗୁଲର ଦାୟିତ୍ବ ନିର୍ବାହ କରିବେ । ଗୁଗୁଲର ମୂଳ କମ୍ପାନୀ ରହିଥିବା ଆଲ୍ଫାବେଟ୍‌ର ସହ ପ୍ରତିଷ୍ଠାତା ଲାରି ପେଜ୍‌ ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ସିଇଓ ରହିଥିବା ପେଜ୍‌ ନିଜ ଦାୟିତ୍ବରୁ ଅବ୍ୟାହତି ନେଉଥିବା ନେଇ ସୂଚନା ଦେଇଛନ୍ତି । ଆଲ୍ଫାବେଟ ଆଗାମୀ ଦିନରେ ସ୍ବୟଂଚାଳିତ କାର ଏବଂ ଅନ୍ୟାନ୍ୟ ଉଦ୍ଭାବନ ଉପରେ ଗୁରୁତ୍ବ ଦେବାକୁ ଯାଉଥିବାରୁ ସୁନ୍ଦର ଏହି ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରିପାରିବେ ବୋଲି କମ୍ପାନୀର ଅନ୍ୟତମ ସହ ପ୍ରତିଷ୍ଠାତା ସର୍ଜି ବ୍ରିନ୍‌ । ଉଭୟ ପେଜ୍‌ ଏବଂ ବ୍ରିନ୍‌ ପରିଚାଳନା ଦାୟିତ୍ବରୁ ଅବ୍ୟାହତି ନେଉଥିଲେ ମଧ୍ୟ ବୋର୍ଡ ନିର୍ଦ୍ଦେଶକ ଏବଂ ସେୟାର…

Read More

BARA, Dec. 3 (Xinhua) — People bring a goat to the sacrificial ceremony of Gadhimai festival near a temple in Bariyapur, Bara, Nepal, Dec. 3, 2019. Hindu devotees celebrate the Gadhimai festival, which takes place once in every five years, with the blood of freshly slain animals as the ritual sacrifice to Gadhimai, the goddess of power. Xinhua/UNI PHOTO-11F

Read More

ସମୀକ୍ଷା ବ୍ୟୁରୋ ମୁମ୍ବାଇ, ୪/୧୨: ରଣବୀର ସିଂଙ୍କ ଆଗାମୀ ଫିଲ୍ମ ‘ଜୟେଶ ଭାଇ’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ରଣବୀର୍‌ ସିଂହ ଗୁଜୁରାଟୀ ଟୋକା ଚରିତ୍ରରେ ନଜର ଆସିବେ । ଗୁଜୁରାତୀ ପୁଅ ଚରିତ୍ରରେ ରଣବୀର ସିଂ ବେଶ୍‌ ଆକର୍ଷକ ଲାଗୁଛନ୍ତି । ଏହି ପୋଷ୍ଟରରେ ରଣବୀର ସିଂ ପୋଲକା ଡଟସ୍‌ ଥିବା କମଳା ରଙ୍ଗର ଟି ସାର୍ଟ ସାଙ୍ଗକୁ ଫେଡ୍ଡ୍‌ ପ୍ୟାଣ୍ଟରେ ବେଶ୍‌ ସ୍ମାର୍ଟ ଲାଗୁଛନ୍ତି । ଏବଂ ରଣବୀର୍‌ ପଛ ପଟେ ବହୁତ ସାରା ମହିଳା ମୁଣ୍ଡରେ ଓଢଣା ଟାଣି ଛିଡ଼ା ହୋଇଛନ୍ତି । ରଣବୀର୍‌ ସିଂଙ୍କ ଆଗାମୀ ଫିଲ୍ମ ତଥା କବୀର୍‌ ଖାନ୍‌ଙ୍କ ନିର୍ଦ୍ଦେଶିତ ‘୮୩’ରେ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି । ଏହି ଫିଲ୍ମଟି ଭାରତୀୟ କ୍ରିକେଟିୟର୍‌ କପିଲ୍‌ ଦେବଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି। ଏଥିରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ନଜର ଆସିବେ ।…

Read More

କଲିକତା,୪/୧୨: ଚଳିତ ବର୍ଷ ପଶ୍ଚିମବଙ୍ଗରେ ଡେଙ୍ଗୁ ପରସ୍ଥିତିରେ ସୁଧାର ଆସିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭ ଜଣ ବ୍ୟକ୍ତି ପ୍ରାଣ ହରଇଛନ୍ତି। ୨୦୧୮ରେ ଡେଙ୍ଗୁରେ ୮୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟାକୁ ସରକାର ୨୭କୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସମୁଦାୟ ୪୪ ହଜାର ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଡେଙ୍ଗୁ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ୩ ହଜାର ଡାକ୍ତର ଏବଂ ୪ ହଜାର ନର୍ସଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସମୁଦାୟ ୪୭୫ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ମମତା ସୂଚନା ଦେଇଛନ୍ତି। (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ କୋଣାର୍କ, ୪/୧୨: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା । ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଂଚରୁ ଓଡିଶୀ ଏବଂ ମୋହିନୀ ଆଟ୍ଟମ୍ ନୃତ୍ୟାୟିତ ଛନ୍ଦ ସହ ନୂପୁରର ଝଙ୍କାର ଝରି ଆସିଥିଲା । ଗୁରୁ ସ୍ୱପ୍ନାରାଣୀ ସିହ୍ନା ଓ ନୃତ୍ୟନିଳୟ ଅନୁଷ୍ଠାନର ଶିଳ୍ପୀଗଣ ମଂଚ ପ୍ରବେଶ କରିଥିଲେ ବେଦର ଅଗ୍ନିସୁକ୍ତ ଆଧାରିତ ଅଗ୍ନିସ୍ତୁତିକୁ ନେଇ । ପରେ ପରେ ନୃତ୍ୟ ନାଟିକା ତ୍ରିବେଣୀ ସଂଗମ ପବିତ୍ର ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ମହିମା ସହ ଆଧ୍ୟାତ୍ମିକ ପୃଷ୍ଠଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ତୋଳି ଧରିଥିଲେ । ଗୁରୁ ରାମହରି ଦାସଙ୍କ ରଚନା ଓ ସଂଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ତ୍ରିବେଣୀ ସଂଗମରେ ଗୀତ-ବାଦ୍ୟ ଓ ନୃତ୍ୟର…

Read More

ସୁଦାନ,4/12: ସୁଦାନର ଏକ ଟାଇଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ଘଟି 23 ଜଣଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ଘଟିଥିବା ଏହି ବିସ୍ଫୋରଣରେ ଅନ୍ୟ 130 ଜଣ ଆହତ ହୋଇଛନ୍ତି । ଏକ ତୈଳବାହୀ ଟ୍ୟାଙ୍କର ଫ୍ୟାକ୍ଟ୍ରିକୁ ଧକ୍କା ଦେବାରୁ ଏହି ବିସ୍ଫୋରଣ ଘଟିଥିଲା । ସୁଦାନର ରାଜଧାନୀ ଖାରତୌମ୍‌ରେ ମଙ୍ଗଳବାର ଏହି ଘଟଣା ଘଟିଥିଲା । ଗ୍ୟାସ୍‌ ଟ୍ୟାଙ୍କରଟି ଗ୍ୟାସ୍‌ ଅନଲୋଡ୍‌ କରୁ୍ଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଖରତୌମ୍‌ରେ ରହିଥିବା 5ଟି ଡାକ୍ତରଖାନାରେ ସମସ୍ତ ଆହତ ମାନଙ୍କୁ ଭର୍ତ୍ତି କରାଯାଇଛି । ବିସ୍ଫୋରଣର କାରଣ ଜାଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ,୦୪/୧୨: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ସ୍ବେଚ୍ଛାସେବୀ ସଙ୍ଗଠନ ଗଞ୍ଜାମର ହିଞ୍ଜିଳିକାଟୁରେ ଏକ ରାଲି ଅନୁଷ୍ଠିତ ହେବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ ତ୍ରିରଙ୍ଗା ସେବା ସଙ୍ଘ ଏବଂ କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ବାହାରିଥିଲା। ଶତାଧିକ ସ୍ବେଚ୍ଛାସେବୀ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ପରେ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ, ଧାରା ୩୭୬ ରେ ସଂଶୋଧନ, ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ, ପୀଡିତ ପରିବାରକୁ ନ୍ୟାୟ ଏବଂ ସୁରକ୍ଷା, ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର, ପର୍ଣ୍ଣୋଗ୍ରାଫି, ପର୍ଣ୍ଣୋଗ୍ରାଫି ଚଳଚିତ୍ର, ଓ୍ବେବ୍‌ସାଇଟ୍‌ ଉପରେ ରୋକ୍‌ ଏବଂ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତ୍ରିରଙ୍ଗ ସେବା ସଙ୍ଘ ସଭାପତି ରଞ୍ଜନ ସାହୁ ଏବଂ କଳିଙ୍ଗ…

Read More

ନୂଆଦିଲ୍ଲୀ,4/12: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ରିହାତି ମିଳିଛି । ବୁଧବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଜାମିନ ଆବେଦନ ଖାରଜ କରିଥିଲେ । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗଠିତ ତିନି ଜଣିଆ ଖଣ୍ଡପୀଠ ସକାଳ 10.40 ମିନିଟରେ ଚିଦାମ୍ବରମଙ୍କ ଜାମିନ ରାୟ ଶୁଣାଇଥିଲେ । ଜଷ୍ଟିସ୍‌ ଆର ଭାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର 15ରେ ଚିଦାମ୍ବରମଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ବେଳେ ନଭେମ୍ବର 28ରେ ରାୟ ସଂରକ୍ଷିତ ରଖାଯାଇଥିଲା । ମାମଲାର ରାୟ ପ୍ରକାଶ ପରେ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ କର୍ତ୍ତୀ ଚିଦାମ୍ବରମ ଧନ୍ୟବାଦ ଜଣାଇଛନ୍ତି । 106 ଦିନର ଲଢେଇ ପରେ ସତ୍ୟର ବିଜୟ ହେଲା ବୋଲି କର୍ତ୍ତୀ ଟ୍ବିଟ୍‌ କରିଛନ୍ତି ।…

Read More

ନୂଆଦିଲ୍ଲୀ,4/12: ଆଇଏନଏକ୍ସ ମିଡିଆ ମାମଲାରେ ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ମାମଲାର ଆଜି ଶୁଣାଣି ହେବାକୁ ଯାଉଛି । ଆଇଏନଏକ୍ସ ମିଡିଆ ମାମଲାରେ ଇଡି ପକ୍ଷରୁ ଦାୟର କରାଯାଇଥିବା ମାମଲାର ଆଜି ଜାମିନ ଆବେଦନର ଶୁଣାଣି ହେବ । ସକାଳ 10.30ରେ ସୁପ୍ରିମକୋର୍ଟରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଜଷ୍ଟିସ୍‌ ଆର ଭାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଖଣ୍ଡପୀଠ ନଭେମ୍ବର 15ରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ପ୍ରକାଶ ପାଇବ । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ 21 ତାରିଖରେ ସିବିଆଇ ପକ୍ଷରୁ ଚିଦାମ୍ବରମଙ୍କୁ ଗିରଫ କରିଥିଲା । (ଏଜେନ୍ସୀ)

Read More

ନ୍ୟୁୟର୍କ,4/12: ଭରତୀୟ ବଂଶୋଦ୍ଭବ ଆମେରିକୀୟ ସିନେଟର କମଳା ହ୍ୟାରିସ୍‌ ଆମେରିକୀୟ ରାଷ୍ଟ୍ରପତି ଦୌଡରୁ ଓହରି ଯାଇଛନ୍ତି । ମଙ୍ଗଳବାର 55 ବର୍ଷୀୟ ହ୍ୟାରିସ୍‌ ଆଶ୍ଚର୍ଯ୍ୟଜନକ ଭାବେ ଓହରିଥିବା ନେଇ ସୂଚନା ଦେଇଛନ୍ତି । ଡେମୋକ୍ରାଟିକ୍‌ ଦଳର ଅନ୍ୟତମ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ଦୌଡରେ ରହିଥିବା ହ୍ୟାରିସ୍‌ଙ୍କ ଲୋକପ୍ରିୟତା ଗତ ସପ୍ତାହରେ 3 ପ୍ରତିଶତକୁ ଖସି ଆସିବା ପରେ କମଳା ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ କମଲା ଏହି ଘୋଷଣା କରିଥିଲେ । ଏହା ମୋ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ଥିଲା ବୋଲି ହ୍ୟାରିସ୍‌ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିଜର ପ୍ରଥମ ବିତର୍କରେ ପୂର୍ବତନ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କର ଲୋକପ୍ରିୟତା ହ୍ରାସ ପାଇଥିଲା । (ଏଜେନ୍ସୀ)

Read More

କେଦାର ମିଶ୍ର ଦୁଇ ଦିନ ତଳେ ଆମର ସଂସଦରେ ଦେଶର ମାନ୍ୟବର ଲୋକ ପ୍ରତିନିଧିମାନେ ଦେଶରେ ବଢି ଚାଲିଥିବା ଗଣ ଧର୍ଷଣ ଓ ମହିଳାଙ୍କ ଉପରେ ହେଉଥିବା ବର୍ବରୋଚିତ ହିଂସାକାଣ୍ଡ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି। ସେମାନଙ୍କ କ୍ରୋଧ ଓ ଉଦବେଗ ସହିତ ସାରା ଦେଶବାସୀଙ୍କର ଭାବନା ଜଡିତ ରହିଛି। ହାଇଦ୍ରାବାଦରେ ଡାକ୍ତର ପ୍ରିୟାଙ୍କା ରେଡ୍ଡୀଙ୍କୁ ଯେଉଁ ପ୍ରକାର ନୃଶଂସ ଗଣ ଧର୍ଷଣ ପୂର୍ବକ ଜୀଅନ୍ତା ପୋଡି ମାରି ଦିଆଗଲା, ତାହା ଅତ୍ୟନ୍ତ ଅମାନବୀୟ। ଏମିତି ଆହୁରି ଘଟଣା ଇତି ମଧ୍ୟରେ ଖବରର କେନ୍ଦ୍ରରେ ରହିଛି। ଓଡିଶାର ପୁରୀ ସହରରେ ମଧ୍ୟ ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି ଓ ଏହା ଆମର ବିବେକକୁ ବିଚଳିତ କରିଛି। କୌଣସି ସଭ୍ୟ ସମାଜ ଅମାନବୀୟ ଅପରାଧକୁ ଦେଖି ବିଚଳିତ ଓ କ୍ରୋଧିତ ହେବା ସ୍ଵାଭାବିକ। ତେବେ ଅପରାଧକୁ ନିୟନ୍ତ୍ରଣରେ ରଖିବାକୁ ରାଷ୍ଟ୍ର ଓ ବିଚାର ବ୍ୟବସ୍ଥା ମଧ୍ୟ ଅମାନବୀୟ ଓ ମଧ୍ୟଯୁଗୀୟ ହେଉ…

Read More

ମୁମ୍ବାଇ,4/12: ଭାରତୀୟ ନୌସେନାର ବୀରତ୍ବକୁ ମନେ ପକାଇବା ପାଇଁ ମୁମ୍ବାଇର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ନୌସେନା ଦିବସ ପାଳିତ ହୋଇଯାଇଛି । ନୌସେନାର ବୀରତ୍ବକୁ ମନେ ପକାଇବା ଲାଗି ନୌସେନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛନ୍ତି । ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଆକାଶ ବାହିନୀ, ସ୍ଥଳ ବାହିନୀ ଏବଂ ନୌସେନା ପକ୍ଷରୁ ଅଦ୍ଭୂତପୂର୍ବ ଷ୍ଟଣ୍ଟ ଦେଖିଆଯାଇଥିଲା । 1971 ମସିହାର ଆଜିର ଦିନରେ ଭାରତୀୟ ନୌସେନା ପାକିସ୍ତାନକୁ ପରାସ୍ତ କରିଥିଲା । ଏହି ସ୍ମୃତିକୁ ମନେ ପକାଇବା ପାଇଁ ଆଜିର ଦିନକୁ ପାଳନ କରାଯାଇଥିାଏ । ଦେଶକୁ ଲାଗି ରହିଥିବା ବିଶାଳ ସମୁଦ୍ର ଉପକୁଳ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷା ପାଇଁ ଭାରତୀୟ ନୌସେନା ସର୍ବଦା ତତ୍ପର ବୋଲି ନୌସେନା ମୁଖ୍ୟ କରମବୀର ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ, ପୁରୀ,4/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଚାରିଟାରୁ ରାତି ଆଠଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Read More