ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନର ବୀରମିତ୍ରପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ସାରଦା ନାୟକ ଓ ପ୍ରୀତିରଞ୍ଜନ ଘଡ଼ାଇ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀଙ୍କୁ ଶ୍ରୀ ନାୟକ, ଶ୍ରୀ ଘଡ଼ାଇ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଯୋଶେଫ ତିର୍କୀଙ୍କ ଯୋଗଦାନ ଫଳରେ ବିଶେଷକରି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ, ଶ୍ରୀ ଘଡ଼ାଇ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାଥୀଁ ରୋହିତ ଯୋଶେଫ ତିର୍କୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ…
Author: Samikhsya Bureau
ଭୁବନେଶ୍ବର: ଆଜି ବିଜେଡି ତାହାର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁରୁଣା ମୁହଁ ଉପରେ ଗୁରୁତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଝାରସୁଗୁଡା ବିଧାନସଭା ଆସନ ପାଇଁ ନବୀନ ପୁଣି ଥରେ ଦୀପାଳି ଦାସଙ୍କ ଉପରେ ଭରସା କରିଛି। ଦୀପାଳି ଗତ ବର୍ଷ ମଇ ମାସରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ଭୋଟରେ ହରାଇଥିଲେ। ଦୀପାଳି 1 ଲକ୍ଷ 7 ହଜାର ଭୋଟ ପାଇଥିବା ବେଳେ ଟଙ୍କଧରଙ୍କୁ ମିଳିଥିଲା ମାତ୍ର 58 ହଜାର ଭୋଟ। ଦୀପାଳିଙ୍କ ବାପା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ଏଥର ମଧ୍ୟ ଦୀପାଳି ବହୁ ଭୋଟରେ ଜିତିବେ ବୋଲି ଦଳ ଆଶା ରଖିଛି।
ଭୁବନେଶ୍ବର: ଆଜି ବିଜେଡି ତାହାର ବାକିଥିବା ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ବ୍ରହ୍ମପୁର ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ଗତଥର ସେ ବିଜେପି ଟିକେଟରେ ଚନ୍ଦ୍ରଶେଖର ସାହୁଙ୍କ ବିପକ୍ଷରେ ଲଢେଇ କରିଥିଲେ। ବର୍ତ୍ତମାନ ଭୃଗୁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଟକ୍କର ଦେବେ। ଆଜି ମଧ୍ୟାହ୍ନରେ ଭୃଗୁ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। ଏହାପରେ ସଂଧ୍ୟାରେ ତାଙ୍କର ଟିକେଟ ଘୋଷଣା କରାଯାଇଥିଲା। ଏହାପରେ ଭୃଗୁ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହିତ ସାକ୍ଷାତ କରିଛନ୍ତି। ସେଠାରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବର: ଶେଷରେ ବିଜେଡି ପ୍ରତାପ ଜେନାଙ୍କୁ ଆଉ ମାହାଙ୍ଗା ବିଧାନସଭା ପାଇଁ ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ ଦଳ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି। ପ୍ରତାପ ଜେନା ବହୁ ବିବାଦୀୟ ତଥା କୋର୍ଟ ମାମଲାରେ ଛନ୍ଦି ହୋଇପଡିଥିବାରୁ ଦଳ ତାଙ୍କୁ ବାଦ ଦେଇଛି। ତେବେ ଅଙ୍କିର ଯୁବ ଚେହେରା ହୋଇଥିବାରୁ ସେ ବିଜୟ ଲାଭ କରିବେ ବୋଲି ଦଳ ଆଶା କରିଛି। ପ୍ରତାପ ମାହାଙ୍ଗାରୁ ଲଗାତର ୫ ଥର ଧରି ବିଜୟ ଲାଭ କରି ଆସୁଛନ୍ତି। ବର୍ତ୍ତମାନ ମଧ୍ୟ ସେ ମାହାଙ୍ଗାର ବିଧାୟକ ଅଛନ୍ତି। ସେ ପୂର୍ବରୁ ନବୀନ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ଆଜି ବିଜେଡି ବିଧାନସଭାର ଦ୍ବିତୀୟ ତାଲିକାରେ ୨୭ ବିଧାନସଭା ଆସନ ଏବଂ ୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଦ୍ବିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସେଗୁଡିକ ହେଲା.. ତଳସରା- ବିନୟ କୁମାର ଟପୋ ସୁନ୍ଦରଗଡ- ଯୋଗୋଶ ସିଂ ରାଜଗାଙ୍ଗପୁର- ଅନିଲ ବର୍ବା ବଣାଇ- ଭୀନସେନ ଚୌଧୁରୀ ଯଶିପୁର ଚକ୍ରଧର ହେମ୍ରମ ଉଦଳା- ତ୍ରିନାଥ ସୋରେନ ବାରିପଦା- ସନନ୍ଦ ମାରାଣ୍ଡି ତଳସାହି ଅନୁସୂୟା ପାତ୍ର ମୋରଡା- ପ୍ରୀତିନନ୍ଦ କାନନଗୋ ସୋରୋ- ମାଧବ ଦାଦା ଆଠମଲ୍ଲିକ- ନଳୀନିକାନ୍ତ ପ୍ରଧାନ ବୀର ମହାରାଜପୁର- ପଦ୍ମନାଭ ବେହେରା ଖଡିଆଳ- ଅଧିରାଜ ପାଣିଗ୍ରାହୀ ଫୁଲବାଣୀ- ଜୟଶ୍ରୀ କହଁର ମାମାଙ୍ଗା- ଅଙ୍କିତ ପ୍ରତାପ ଜେନା ତିର୍ତୋଲ ରମାକାନ୍ତ ଭୋଇ ଜଗତସିଂହପୁର- ପ୍ରଶାନ୍ତ କୁମାର ମୁଦୁଲି ଭୁବନେଶ୍ବର ଉତ୍ତର – ସୁଶାନ୍ତ ରାଉତ ଏକାମ୍ର ଅଶୋକ ଚନ୍ଦ୍ର ପଣ୍ଡା ଖଲ୍ଲିକୋଟ – ସୂର୍ଯ୍ୟମଣୀ ବୈଦ ଆସିକା-ମଞ୍ଜୁଳା ସ୍ବାଇଁ ବ୍ରହ୍ମପୁର ରମେଶ ଚନ୍ଦ୍ରଚାଉ ପଟ୍ଟନାୟକ ପାରଲାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ ମୋହନା – ଅନ୍ତର୍ଯ୍ୟାମୀ ଗଙ୍ଗାମ ପଟ୍ଟାଙ୍ଗୀ- ପ୍ରଫୁଲ ପାଙ୍ଗୀ ଝାରସୁଗୁଡା- ଦୀପାଳି…
ଭୁବନେଶ୍ବର: ଆଜି ବିଜେଡି ଘୋଷଣା କଲା ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀଙ୍କ ନାମ। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି। ଲୋକସଭା ପାଇଁ ଯେଉଁ ବାକିଥିବା ତାଲିକା ପ୍ରକାଶ ପାଇଛି ତାହା ହେଲା ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର ବଲାଙ୍ଗୀର- ସୁରେନ୍ଦ୍ର ସିଂ ଭୋଇ ଭଦ୍ରକ- ମଂଜୁଲତା ମଣ୍ଡଳ ବରଗଡ- ପରିନିତି ମିଶ୍ର କେଉଁଝର- ଧନଞ୍ଜୟ ସିନ୍ଧୁ
ଭୁବନେଶ୍ବର: କଂଗ୍ରେସ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ କୋରାପୁଟ ଓ ନବରଂଗପୁର ସବୁ ଆସନରେ ଦଳ ପ୍ରାର୍ଥୀ ଦେଇସାରିଛି। ହେଲେ ସେହି ଅଞ୍ଚଳରେ ଟିକେଟ ଆଶାୟୀ ଥିବା ଗିରିଧର ଗମାଙ୍ଗ ପରିବାର କିମ୍ବା ଜୟରାମ ପାଙ୍ଗିଙ୍କୁ କୌଣସି ସ୍ଥାନରେ ଟିକେଟ ମିଳି ନାହିଁ। ଏହାକୁ ନେଇ ଖପ୍ପା ହୋଇଛନ୍ତି ଗମାଙ୍ଗ ପରିବାର ଏବଂ ପାଙ୍ଗୀ। ଏକ ଅଭିଯୋଗ କରି ଗିରିଧର ଗମାଙ୍କଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ସଭାପତିଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହାରିବା ପାଇଁ ସଭାପତି ବଡ ଡିଲ କରିଛନ୍ତି। ସେଥିପାଇଁ ଆମକୁ ଟିକେଟ ମିଳିଲା ନାହିଁ ବୋଲି ଶିଶିର କହିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ନିଜେ ସଭାପତି ଶରତ ପଟ୍ଟନାୟକ। ଶିଶିର ନବରଂଗପୁର ଲୋକସଭା ପାଇଁ ଆଶାୟୀ ଥିବା ବେଳେ କୋରାପୁଟର କୌଣସି ବିଧାନସଭା ଆସନରୁ ଗିରିଧର ଗମାଙ୍ଗ ଆଶାୟୀ ଥିଲେ। ସେହିପରି ଜୟରାମ ପାଙ୍ଗି…
ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେପିର ବରିଷ୍ଠ ନେତା ତଥା ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେଡିରେ ସାମିଲ ହୋଇଛନ୍ତି। ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେବାର କିଛି ସମୟ ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏଥିରେ ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ର ଏବଂ ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ। ଭୃଗୁ ଗତଥର ବ୍ରହ୍ମପୁର ଲୋକସଭା ଆସନରେ ଲଢେଇ କରି ଚନ୍ଦ୍ରଶେଖର ସାହୁଙ୍କଠାରୁ ହାରି ଯାଇଥିଲେ। ହେଲେ ସେ ସେତେବେଳେ ଭଲ ଟକ୍କର ଦେଇଥିଲେ। ବର୍ତ୍ତମାନ ବିଜେଡିରେ ମିଶିବା ପରେ ତାଙ୍କୁ ଟିକେଟ ମିଳିବ ବୋଲି ଜଣାପଡିଛି। ଯଦି ବିଜେଡି ଟିକେଟ ଦିଏ ତେବେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଟକ୍କର ଦେବେ।
ଭୁବନେଶ୍ବର: ଆଜି ନିଜ ସମର୍ଥକଙ୍କ ଗହଣରେ ଆସି ବିଜେଡିରେ ସାମିଲ ହୋଇଛନ୍ତି ସାଲେପୁରର ପୂର୍ବତନ ବିଜେପି ବିଧାୟକ ପ୍ରକାଶ ବେହେରା। ସେ କିଛିଦିନ ତଳେ ବିଜେପିରୁ ଇସ୍ତଫା ପ୍ରଦାନ କରିଥିଲେ। ସେତେବେଳେ ସେ ବିଜେଡିରେ ମିଶିବେ ବୋଲି ଜଣାପଡିଥିଲା। ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଉପସ୍ଥିତ ଥିଲେ।
ଭୁବନେଶ୍ବର: ଆଜି ବ୍ରହ୍ମପୁର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଗୋଟିଏ ପଟେ ବିଜେପିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେପି ଛାଡିଛନ୍ତି। ଅନ୍ୟପଟେ ବିଜେଡି ବ୍ରହ୍ମପୁର ସାଂସଦଙ୍କୁ ଦଳର ଉପସଭାପତି କରିବା ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ କରିଛି। ଏହି ଗଣିତକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସାଧାରଣରେ ଆଲୋଚନା ହେଉଛି ଯେ, ଭୃଗୁ ବିଜେପି ଛାଡି ବିଜେଡିରେ ସାମିଲ ହେବେ। ଏ ନେଇ କୁଆଡେ ବିଜେଡି ଉଚ୍ଚ ନେନତୃତ୍ବଙ୍କ ସହିତ କଥାବାର୍ତ୍ତା ସରିଛି। ବିଜେଡିରେ ମିଶିବା ପରେ ସେ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହେବେ। କାରଣ ବର୍ତ୍ତମାନ ସୁଦ୍ଧା ବିଜେଡି ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଭୃଗୁ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ। ଭୃଗୁଙ୍କୁ ଟିକେଟ ଦେବା ପରେ କାଳେ ଚନ୍ଦ୍ରଶେଖର ସାହୁ…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବଡ ପଦବୀ ପ୍ରଦାନ କରିଛି। ତାଙ୍କୁ ଦଳର ଉପସଭାପତି କରିବା ସହିତ ଦଳର ଇସ୍ତାହାର କମିଟର ଅଧ୍ୟକ୍ଷ କରାଯାଇଛି। ଏ ନେଇ ଦଳତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଦାୟିତ୍ବ ପ୍ରଦାନ କାରଯାଇଛି। ଏଥିସହିତ ତାଙ୍କୁ ଦଳର ଇସ୍ତାହାର କମିଟ ଅଧ୍ୟକ୍ଷ ମଧ୍ୟ କରାଯାଇଛି।
ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ଏକ କାରଣଦର୍ଶା ନୋଟିସ ଜାରୀ କରିଛି। ଏଥିରେ କଂଗ୍ରେସ ବିରୋଧରେ କାର୍ଯ୍ୟକରୁଥିବାର ଉଲ୍ଲେଖ କରାଯାଇଛି। ସେ ସଂପର୍କରେ ଉଚିତ କାରଣ ଲେଥିବା ପାଇଁ ଦଳ ନୋଟିସ କରିଛି। ଏପରିକି ଏହି ନୋଟିସରେ କାହିଁକି ତୁମ ବିରୋଧରେ ପଦକ୍ଷେପ ନିଆ ନ ଯିବ ସେ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ଘଟଣାଟି ହେଉଛି ଯେ, ମଙ୍ଗଳବାର ଦିନ ଶ୍ରୀ ରାଉତରାୟ ଉତ୍ତର ଭୁବନେଶ୍ବରରେ ଏକ କ୍ରିକେଟ ମ୍ୟାଚ ଉଦଘାଟନକୁ ଯାଇଥିଲେ। ସେଠାରେ ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ଆୟୋଜିତ ଏକ ସଭାରେ ଶ୍ରୀ ରାଉତରାୟ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ଭୋଟ ଦିଅ ବୋଲି ଅନୁରୋଧ କରିଥିଲେ। ଏହାକୁ ନେଇ କଂଗ୍ରେସ ଶ୍ରୀ ରାଉତରାୟଙ୍କ ଉପରେ ଖପ୍ପା ହୋଇ ଉଠିଛି। ସେଥିପାଇଁ ତାଙ୍କୁ କାରଣଦର୍ଶା ନୋଟିସ ପଠାଯାଇଛି। ତେବେ ଏହାକୁ ନେଇ ଶ୍ରୀ ରାଉତରାୟ…
ଭୁବନେଶ୍ବର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ସାଧାରଣ ନିର୍ବାଚନ -୨୦୨୪ ପରିପ୍ରେକ୍ଷୀରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି। ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀମାନେ ନିର୍ବାହ କରୁଥିବା କାର୍ଯ୍ୟ କଷ୍ଟକର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ,୨୦୨୪ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ। ସେମାନଙ୍କୁ କ୍ୟାଲେଣ୍ଡର ବର୍ଷରେ ସାଧାରଣତଃ ଗ୍ରହଣୀୟ ସାମୟିକ ଛୁଟି(କାଜୁଆଲ ଲିଭ୍) ଏବଂ ସ୍ୱତନ୍ତ୍ର ଛୁଟି (ସ୍ପେସାଲ ସିଏଲ) ବ୍ୟତୀତ ଏହି ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବା ପାଇଁ ସରକାରଙ୍କ ତରଫରୁ ଅନୁମତି ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପତ୍ର ମାଧ୍ୟମରେ ସମସ୍ତ ବିଭାଗ ତଥା ବିଭାଗୀୟ ମୁଖ୍ୟମାନଙ୍କୁ ଜଣାଇଛନ୍ତି। ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ପୂର୍ବତନ ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ ସୁଷମା ସେଠୀ, ଭାଇସ ଚେୟାରମ୍ୟାନ ରମାମଣୀ ପ୍ରଧାନ, ପୂର୍ବତନ ସରପଂଚ କେଳୁଚରଣ ସେଠୀ, ଗୋପିନାଥ ବେହେରା, ପୂର୍ବତନ ୱାର୍ଡମେମ୍ବର ହରମୋହନ ପ୍ରଧାନ, ସନ୍ଧ୍ୟାରାଣୀ ମହାପାତ୍ର, ରିଜା କିଶୋର ଶିକ୍ଷା ପ୍ରମୁଖ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲିଙ୍କନ ସୁବୁଦ୍ଧିଙ୍କ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀମତୀ ସୁବୁଦ୍ଧି କହିଛନ୍ତି ଯେ, ମୋଦିଜୀଙ୍କ ଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି। ମୋଦିଜୀ ସର୍ବଦା ନାରୀଙ୍କ ସମ୍ମାନ ପାଇଁ ଚିନ୍ତା…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ କର୍ମକର୍ତ୍ତାଙ୍କ ନୂଆ ପଦପଦବୀ ଘୋଷଣା କରିଛି। ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ଚିଲିକା ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଠା କରିଛି। ଏ ନେଇ ଦଳ ତରଫରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଉତ୍ପଳ ପାଇକରାୟ- ରାଜ୍ୟ ସଂପାଦକ, ବିଜୁ ଜନତା ଦଳ ରାକେଶ କୁମାର ସେନ, ନାଚୁଣୀ ବାଣପୁର ବ୍ଲକ- ରାଜ୍ୟ ସଂପାଦକ, ବିଜୁ ଯୁବ ଜନତା ଦଳ ମିକୁନ ସାହୁ, ଆୟତପୁର, ବାଣପୁର ବ୍ଲକ- ଖୋର୍ଦ୍ଧା ଜିଲ୍ଲା ଉପସଭାପତି, ବିଜୁ ଯୁବ ଜନତା ଦଳ ଅସୀତ କୁମାର ନାଥ, ରାଜେନ୍ଦ୍ରପୁର ଚିଲିକା ବ୍ଲକ- ବିଜେଡି ସାଧାରଣ ସଂପାଦକ, ଖୋର୍ଦ୍ଧା ଜିଲ୍ଲା ଏହି ପଦପଦବୀ ତୁରନ୍ତ ଲାଗୁ କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବର: ଆଜି ଓଡିଶାରେ ନାହିଁ ନ ଥିବା ତାତି ଅନୁଭୂତ ହୋଇଛି। ଯାହା ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସର୍ବାଧିକ ତାତି ବୋଲି କୁହାଯାଇଛି। ଆଜି ରାଜ୍ୟର ୭ ଟି ସହର ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ବା ତାଠାରୁ ଅଧିକ ହୋଇଛି ପହଁଚିଛି। ଆଜି ମାଲକାନଗିରିରେ ଏହି ତାପମାତ୍ରା ସର୍ବାଧିକ ୪୧.୭ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନ୍ୟାନ୍ୟ ସହରରେ ଯେଉଁ ତାପମାତ୍ରା ୪୧ ଡ଼ିଗ୍ରୀ ଉପରକୁ ରହିଛି ସେଗୁଡିକ ହେଲା ମାଲକାନଗିରି, ଟିଟିଲାଗଡ, ବୌଦ୍ଧ, ଭବାନୀପାଟଣା, ନୟାଗଡ, ବଲାଙ୍ଗିର ଏବଂ ତାଳଚେର। ଏଥିସହିତ ଅନ୍ୟାନ୍ୟ ସହରର ତାପମାତ୍ରା ହେଲା ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଭୁବନେଶ୍ୱର: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମାନ୍ୟବର ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ନାୟକ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ମୋହନା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ…
ଭୁବନେଶ୍ବର: ଆଜି ବିଜେପି ପରି କଂଗ୍ରେସ ମଧ୍ୟ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ଦଳ ଆଠଟି ଲୋକସଭା ଏବଂ ୪୯ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ। ତେବେ ଖୁବ ଶିଘ୍ର ଅନ୍ୟ ଆସାନର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ଦଳ ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
ନୂଆଦିଲ୍ଲୀ: ଆଜି କଂଗ୍ରେସ ଦଳ ତରଫରୁ ମଧ୍ୟ ଓଡିଶାର ଆଠଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ ଏଥିରେ କଂଗ୍ରେସ ମଧ୍ୟ ପୁରୁଣା ଚେହେରାକୁ ଗୁରୁତ୍ବ ଦେଇଥିବାର ପରିଲକ୍ଷିତ ହୋଇଛି।
ଭୁବନେଶ୍ବର: ଆଜି ଭାରତ ମୁଖ୍ୟ ନିର୍ବାଚନ କମିଶନର ଓଡିଶାର ପାଞ୍ଚ ଜଣ ଏସପି, ଦୁଇଜଣ ଜିଲ୍ଲାପାଳ ଏବଂ ଜଣେ ଆଇଜିଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କୁ ସମସ୍ତ ନିର୍ବାଚନ ସଂପର୍କିତ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏମାନଙ୍କ ବିରୋଧରେ ଅଭିଯୋଗ ହେବା ପରେ ନିର୍ବାଚନ କମିଶନର ଏହି ନିଷ୍ପତି କରିଛି। ଏ ନେଇ କମିଶନର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଯେଉଁ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଆସିଛି ସେମାନେ ହେଲେ କଟକ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜଗତସିଂହପୁର ଜିଲ୍ଲାପାଳ ପରୁଳ ପତୱରୀଙ୍କ ନାମ ରହିଛି। ସେହିପରି ଖୋର୍ଦ୍ଧା ଏସପି ଯୁଗଳ କିଶୋର, ଅନୁଗୁଳ ସୁଧାଂଶୁ ମିଶ୍ର, ବ୍ରହ୍ମପୁର ଶ୍ରବଣ ବିବେକ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ ଏସପି କେ ଭି ସିଂ। ସେହିପରି କେନ୍ଦ୍ରାଞ୍ଚଳ ଆଇଜି ଆଶୀଷ ସିଂଙ୍କୁ ବଦଳି କରାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବର: ଆଜି ବିଜେପି ଓଡିଶା ବିଧାନସଭାର ପୁରା 112 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ନିର୍ବାଚନ ମଣ୍ଡଳୀରେ କିଏ ହେଲେ ପ୍ରାର୍ଥୀ ପଦ୍ମପୁର- ଗୋବର୍ଦ୍ଧନ ଭୋଇ ବିଜେପୁର- ସନତ କୁମାର ଗର୍ତ୍ତିଆ ବରଗଡ଼- ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଅତାବିରା- ନିହାର ରଞ୍ଜନ ମହାନନ୍ଦ ଭଟଲି- ଇରାଶିଷ ଆଚାର୍ଯ୍ୟ ବ୍ରଜରାଜ ନଗର- ସୁରେଶ ପୂଜାରୀ ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ ତଳସରା- ଭବାନୀ ଶଙ୍କର ଭୋଇ ସୁନ୍ଦରଗଡ଼- ଶ୍ରୀମତୀ କୁସୁମ ଟେଟେ ବୀରମିତ୍ରପୁର- ଶଙ୍କର ଓରାମ ରଘୁନାଥପଲ୍ଲୀ- ଦୁର୍ଗାଚରଣ ତନ୍ତୀ ରାଜଗାଙ୍ଗପୁର- ନରସିଂହ ମିଞ୍ଜ୍ ବଣାଇ- ଶ୍ରୀମତୀ ସେବତୀ ନାୟକ କୁଚିଣ୍ଡା- ରବିନାରାୟଣ ନାଏକ ରେଙ୍ଗାଲି- ନାଉରି ନାୟକ ସମ୍ବଲପୁର- ଜୟନାରାୟଣ ମିଶ୍ର ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର ଦେବଗଡ଼- ସୁବାସ ଚନ୍ଦ୍ର ପାଣିଗ୍ରାହୀ ଆନନ୍ଦପୁର- ଆଲୋକ କୁମାର ସେଠୀ କେନ୍ଦୁଝର- ମୋହନ ଚରଣ ମାଝୀ ଯଶୀପୁର- ଗଣେଶ ରାମ ସିଂହ ଖୁଣ୍ଟିଆ ଉଦଳା- ଭାସ୍କର ମଢ଼େଇ ବଡ଼ସାହି-…

