ଭୁବନେଶ୍ୱର: ରାଜ୍ୟର ୭୦ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସଏଚଜି ସାରା ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟମାନଙ୍କର କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରୀୟ ବ୍ୟବସାୟ ପରିଦର୍ଶନ ଓ ଦୂରଦୃଷ୍ଟି ରହିବା ଆବଶ୍ୟକ ବୋଲି ଅନୁଭବ କରିଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଶ୍ରୀମତୀ ଦେଓ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଆନ୍ତର୍ଜାତିକ ବାଣିଜ୍ୟିକ ଜ୍ଞାନ ଆହରଣ ଓ ବ୍ୟବସାୟ କୌଶଳ ସମ୍ପର୍କରେ ଅଧ୍ୟୟନ ସହ ଓଡ଼ିଶାରେ ନିଜ ନିଜ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଏହାକୁ କାର୍ଯ୍ୟକାରୀ କରି ସେମାନଙ୍କୁ ବିଶ୍ୱସ୍ତରୀୟ ମାନଦଣ୍ଡ ସହ ସମକକ୍ଷ କରିବା, ଏଚଏଚଜିଗୁଡିକୁ ଏମ୍ଏସ୍ଏମ୍ଇରେ ପରିଣତ କରିବା ପାଇଁ ତୃଣମୂଳସ୍ତରର ମିଶନଶକ୍ତି ମହିଳାଙ୍କ ନେତୃତ୍ୱର ଅନେକ ପ୍ରତିନିଧିଙ୍କୁ ଦୁବାଇ ପଠାଯାଇଥିଲା। ତେବେ ମିଶନ ଶକ୍ତିର…
Author: Samikhsya Bureau
ଭୁବନେଶ୍ବର: ବଡଚଣା ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ଚିନ୍ତାରେ ବିଜେଡି। କାରଣ ବର୍ଷା ସେହି ଅଞ୍ଚଳର ହୋଇ ନ ଥିବା ବେଳେ ଅମର ଶତପଥୀଙ୍କ ପରି ଟାଣୁଆ ନେତାଙ୍କ ଟିକେଟ କଟିଛି। ଯାହାକୁ ନେଇ ଅମରଙ୍କ ସମର୍ଥକମାନେ ବେଶ ଅସନ୍ତୁଷ୍ଠ ହୋଇପଡିଛନ୍ତି। ତେବେ ସେଥିରେ ତାଳି ପକାଇବା ପାଇଁ ଆଜି ବିଜେଡି ଶଙ୍ଖ ଭବନରେ ଏକ ରୁଦ୍ଧ ଦ୍ବାର ବୈଠକ କରିଛି। ସେଥିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା, ବଡଚଣାର ଅନ୍ୟତମ ଆଶାୟୀ ରାଜନାରାୟଣ ମହାପାତ୍ର ଉପସ୍ଥିତ ଥିଲେ। ଏଥିରେ ବର୍ଷା କିପରି ଅଧିକ ଭୋଟରେ ବିଜୟ ଲାଭ କରିବେ ସେ ନେଇ ଆଲୋଚନା ହୋଇଥିଲା।
ଭୁବନେଶ୍ବର: ଆଜି ବିଜେଡି ଛାଡିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ। ସେ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେଥିରେ ସେ ଦଳର ପ୍ରାଥମିକ ସଦସ୍ୟ ସହିତ ସମସ୍ତ ପଦପଦବୀରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛନ୍ତି। ରାସେଶ୍ବରୀ ସମ୍ବଲପୁରର ଏଥର ଟିକେଟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ତାହାକୁ ଦଳ ଗ୍ରହଣ କଲା ନାହିଁ। ତାଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟା ଏବଂ ପରବର୍ତ୍ତି ସମୟରେ ପ୍ରାର୍ଥୀ ବଦଳାଇ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଯାହାକୁ ନେଇ ସେ ଅସନ୍ତୁଷ୍ଠ ବୋଲି ଜଣାପଡିଛି। ରାସେଶ୍ବରୀ 2014 ରୁ 2019 ପର୍ଯ୍ୟନ୍ତ ସମ୍ବଲପୁରର ବିଜେଡି ବିଧାୟିକା ଥିଲେ। ହେଲେ 2019 ରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କଠାରୁ ହାରିଯାଇଥିଲେ। ଏଥର ସେ ଜୟନାରାୟଣଙ୍କୁ ପୁଣି ଟକ୍କର ଦେଇଥାଆନ୍ତେ ବୋଲି ଭାବି ଥିଲେ। ହେଲେ ବିଜେଡି ତାଙ୍କୁ ଟିକେଟ ନ ଦେଇ ରୋହିତଙ୍କୁ ପ୍ରାର୍ଥୀ…
ଭୁବନେଶ୍ବର: ଦୀର୍ଘ ପଚିଶ ବର୍ଷ ଧରି ରାଜ୍ୟସରକାର କେବଳ ଏଲୋପାଠୀକ ସ୍ୱାସ୍ଥ୍ୟ ଓ ଶିକ୍ଷାର ଉର୍ଣ୍ଣତି ପାଇଁ ଉଦ୍ୟମ କରୁଥିବା ବେଳେ ରାଜ୍ୟରେ ଥିବା ଚାରୋଟି ସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।ସମସ୍ତ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଗୁଡିକରେ ସ୍ନାତକୋତ୍ତର ଡିଗ୍ରୀ କୋର୍ସ ନଥିବା ଏବଂ ଏହାର ଅଭାବ ଯୋଗୁଁ ରାଜ୍ୟରେ ସ୍ନାତକୋତ୍ତର ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥା ରେ ଅଧପତନ ସହିତ ବାରମ୍ବାର ସ୍ନାତକ ଶିକ୍ଷା ବିପର୍ଯ୍ୟସ୍ତ ହୋଇଛି । ରାଜ୍ୟରେ ପ୍ରତିବର୍ଷ ଦୁଇଶହ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ହୋମିଓପ୍ୟାଥିକ ସ୍ନାତକ ଡିଗ୍ରୀ ହାସଲ କରୁଥିଲେ ସୁଦ୍ଧା ସେମାନଙ୍କ ପାଇଁ ରାଜ୍ୟରେ ପିଜି ପଢିବା ପାଇଁ ରାଜ୍ୟ ରେ ସୁଯୋଗ ସୃଷ୍ଟି କରାଯାଇନାହିଁ।ଅନ୍ୟାନ୍ୟ ରାଜ୍ୟରେ ଆୟୁଷସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ର ଉର୍ଣ୍ଣତି ପରିଲକ୍ଷିତ ହେଉଥିବା ବେଳେ ଆମ ରାଜ୍ୟ ସରକାର ପ୍ରଚେଷ୍ଟା କରୁନଥିବା ଅଭିଯୋଗ କରି ଓଡ଼ିଶା ଆୟୁଷ ବିକାଶ ପରିଷଦ…
ଭୁବନେଶ୍ବର: ଏଥର ଯୋଡି ଶଙ୍ଖ। ଗୋଟିଏ ଏମପି ପାଇଁ ଗୋଟିଏ ଏମଏଲଏ ପାଇଁ। ଆପଣମାନେ ଆର୍ଶିବାଦ କରନ୍ତୁ। ଧନ୍ୟବାଦ। ଏହା କହି ହାତରେ ଧରିଥିବା ଦୁଇଟି ଶଙ୍ଖ ଚିତ୍ରକୁ ଉପରକୁ ଟେକି ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଖେଇ ଆସିବା ଏବଂ ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ତ୍ତମାନ ନବୀନ ଡିଜିଟାଲ ପ୍ରଚାର ଆରମ୍ଭ କରିଦେଲେଣି। ସେହିପରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ନବୀନଙ୍କ ସ୍ବର ସହିତ ସ୍ବର ମିଳାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେ ପ୍ରଥମେ ଜୟ ଜଗନ୍ନାଥ କହିଛନ୍ତି। ଏହାପରେ ସେ କହୁଛନ୍ତି ଯେ, ଆସନ୍ତା 24 ତାରିଖରେ ନବୀନବାବୁ ପ୍ରଚାରରେ ହିଞ୍ଜିଳି ଆସୁଛନ୍ତି। ଏଥର ଯୋଡି ଶଙ୍ଖ, ଥରେ ଏମପି ପାଇଁ ଥରେ ଏମଏଲଏ ପାଇଁ, ଆର୍ଶିବାଦ କରନ୍ତୁ। ଆସନ୍ତାକାଲି ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକୁ ପ୍ରଚାର କରିବାକୁ ଯିବେ। ସେଠାରେ ସେ ଏକ ବଡ ଜନସମାବେଶକୁ ସମ୍ବୋଧନ କରିବେ।…
ଭୁବନେଶ୍ବର: ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ଏହି ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ୪ ଜଣ ବିଧାୟକଙ୍କ ଟିକେଟ କାଟିବା ସହିତ ୫ ଜଣ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛନ୍ତି। ତେବେ ଏହି ସପ୍ତମ ତାଲିକାରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ହେଉଛନ୍ତି ଏକମାତ୍ର ବିଧାୟକ ଯାହାର ଟିକେଟ କଟି ନାହିଁ। ତାଙ୍କୁ ଛାଡିଦେଲେ ଏଥର ବିଜେଡି ୫ ଜଣ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି। ଯେଉଁମାନଙ୍କର ଟିକେଟ କଟିଛି ସେମାନେ ହେଲେ ବରୀ ବିଧାୟିକା ସୁନନ୍ଦା ଦାସ, ବାଲିକୂଦା ଏରସମାର ରଘୁନନ୍ଦନ ଦାସ, ହିନ୍ଦୋଳରୁ ସୀମାରାଣୀ ନାୟକ ଏବଂ ବାଙ୍ଗିରୀପୋଷିର ବିଧାୟକ ସୁଦାମ ମାରଣ୍ଡି। ତେବେ ସୁଦାମ ମାରାଣ୍ଡିଙ୍କୁ ଦଳ ଏଥର ଟିକେଟ ନ ଦେଇ ତାଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି। ହେଲେ ଅନ୍ୟମାନଙ୍କ ସଂପୂର୍ଣ୍ଣ ରୂପେ ନିର୍ବାଚନ ମଇଦାନରୁ ଦୂରେଇ ଦିଆଯାଇଛି। ତେବେ…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ସପ୍ତମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି। ସେହି ଅନୁସାରେ ନବୀନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରେ ଭରସା କରି କାକଟପୁରରୁ ପ୍ରାର୍ଥୀ କରିଛନ୍ତିଯ ଏଥର ମାତ୍ର ଛଅଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ସେମାନେ ହେଲେ ହିନ୍ଦୋଳ- ମହେଶ ସାହୁ ରଘୁନାଥପଲ୍ଲୀ- ଅର୍ଚ୍ଚନା ବେହେରା ବାଲିକୁଦା ଏରସମା- ସାରଦା ପ୍ରସନ୍ନ ଜେନା କାକଟପୁର- ତୁଷାରକାନ୍ତି ବେହେରା ବାଙ୍ଗିରପୋଷି- ରଂଜିତା ମାରାଣ୍ଡି ବରୀ- ବିଶ୍ବରଂଜନ ମଲ୍ଲିକ
ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ପହଞ୍ଚିଲା ପ୍ରାର୍ଥୀ ଘୋଷଣା, ଆରମ୍ଭ ହେବ ପ୍ରଚାର। ସେଥିପାଇଁ ସବୁ ଦଳ ବର୍ତ୍ତମାନ ପ୍ରଚାର ମଇଦାନକୁ ଓହ୍ଲାଇବେ। ସେଥିପାଇଁ ବିଜୁ ଜନତା ଦଳ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇବେ ମଇଦାନକୁ। ଆସନ୍ତା 24 ତାରିଖରେ ନବୀନ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ପ୍ରଚାର କରିବେ। ଏହି ପ୍ରଚାର ବେଳେ ନବୀନ ଆସ୍କା ଲୋକସଭା ଏବଂ ଏହାର ଅଧିନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ନବୀନ 25 ତାରିଖରେ ରାୟଗଡାରେ ପ୍ରଚାର କରିବେ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳି ଏବଂ ଏହା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ। ଏଥିପାଇଁ ଦଳ ତରଫରୁ ବଡ ପ୍ରସ୍ତୁତି କରାଯାଇଛି।
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ…
ଭୁବନେଶ୍ୱର: ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖ ଦିନ ସୋନପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୨୫ ତାରିଖ ଅପରାହ୍ନରେ ସୋନପୁର ଜନସଭାକୁ ସମ୍ଭୋଧନ କରିବା ପରେ ସଂଧ୍ୟାରେ ଭୁବନେଶ୍ୱର ପହଂଚି ରାତ୍ରିଯାପନ କରିବେ। ଏହି ଅବସରରେ ଶ୍ରୀ ଶାହା ଦଳୀୟ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ମାତା ଶ୍ରୀମତୀ ନଳିନୀ ପ୍ରଭା ଷଡଙ୍ଗୀଙ୍କ ଗତକାଲି ରାତ୍ରିରେ ୮୪ ବର୍ଷ ବୟସରେ ଦେହାନ୍ତ ଘଟିଛି । ସ୍ୱର୍ଗତଃ ନଳିନୀ ପ୍ରଭା ଷଡଙ୍ଗୀ ଜଣେ ସରଳ, ମେଳାପୀ ଓ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତଃ ନଳିନୀ ପ୍ରଭା ଷଡଙ୍ଗୀଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।
ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ କ୍ୟାପିଟାଲ ହସ୍ପିଟାଲ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ବର୍ଗତ ତ୍ରିପାଠୀଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଶବରୀ ସାଂସ୍କୃତିକ ସଂସଦର ହୃଦୟ ରଞ୍ଜନ ଶତପଥୀ, ଯୁଗ୍ମ ସମ୍ପାଦକ ଶ୍ରୀ ନୀଳମାଧଵ ଦାସ, କୋଷାଧ୍ୟକ୍ଷ ଶ୍ରୀ ଯଶୋବନ୍ତ ଜେନା, ଆଚାର୍ଯ୍ୟ…
ଭୁବନେଶ୍ବର: ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଅଭିଯୋଗ କରିଛିନ୍ତି। ତାହା ହେଲା ଯେ, ସମ୍ବଲପୁର ବିଧାନସଭାର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ। ବିଜେଡି କହିଛି ଯେ, ଜୟନାରାୟଣ ତାଙ୍କ ନିର୍ବାଚନ ସଭାରେ ପିଲାମାନଙ୍କୁ ବ୍ୟବହାର କରିଛନ୍ତି। ଗତକାଲି ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଜୟନାରାୟଣ ଏକ ବୈଠକ ଡାକିଥିଲେ। ସେଥିରେ ଲୋକ ନ ହେବାରୁ କେତେକ ପିଲାଙ୍କୁ ଡାକି ଚଉକି ଭର୍ତ୍ତି କରିଥିଲେ। ବର୍ତ୍ତମାନ ପ୍ରବଳ ତାତି ପ୍ରବାହିତ ହେଉଥିବା ବେଳେ ପିଲାମାନଙ୍କୁ ଜୟନାରାୟଣ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରିବା ଆଚରଣ ବିଧି ଉଲ୍ଲଘଂନ ବୋଲି ଦଳ କହିଛି। ଏ ନେଇ ଦଳ ଏକ ଫଟୋ ମଧ୍ୟ ଅଭିଯୋଗ ପତ୍ର ସହିତ ଦାଖଲ କରିଛି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛି।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଗ୍ରୀଷ୍ଣ ଛୁଟି ଘୋଷଣା କରିଛନ୍ତି। ସେହି ଅନୁସାରେ ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ତେବେ ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ତେବେ ଗ୍ରୀଷ୍ମ ଛୁଟିରେ ଶିକ୍ଷକ ଓ ଅଧିକାରୀମାନେ ଆସିବା ପାଇଁ କୁହାଯାଇଛି। ବର୍ତ୍ତମାନ ସାରା ରାଜ୍ୟରେ ଯେପରି ଗ୍ରୀଷ୍ମ ପ୍ରବାହ ହେଉଛି ସେଥିରେ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଗତକାଲି ତାପମାତ୍ରା ୪୫ ଡିଗ୍ରୀ ପାର ହୋଇଯାଇଛି। ତାହାକୁ ଦୃଷ୍ଟିରେ ରକି ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି।
ଭୁବନେଶ୍ବର: ନିର୍ବାଚନ ପାଖେଇ ଆସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରମୁଖ ତିନି ଦଳ ସେମାନଙ୍କର ସଂପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରିପାରି ନାହାଁନ୍ତି। ତେବେ ମୁଖ୍ୟ ବିଜେଡି ଓ ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ଦୁଇଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇପାରି ନାହିଁ। ସେହି ଦୁଇଟି ଆସନ ହେଲା କଟକ ଓ ମୟୁରଭଂଜ। ତେବେ ବିଧାନସଭା ଆସନରେ କୌଣସି ଦଳ ସଂପୂର୍ଣ୍ଣ ପ୍ରାର୍ଥୀ ଦେଇପାରି ନାହାଁନ୍ତି। ହିସାବ ଅନୁସାରେ ତିନି ଦଳର ଯେଉଁ ଆସନ ସଂଖ୍ୟା ବାକି ରହିଛି ତାହା ହେଲା ବିଜେଡି-12 ବିଜେପି- 16 କଂଗ୍ରେସ- 09 ତେବେ ମୁଖ୍ୟ ବିଜେଡି ଓ ବିଜେପି ପାଇଁ ଦୁଇଟି ଆସନରେ ବିବାଦ ତୀବ୍ର ହୋଇଛି। ସେହିଦୁଇଟି ଆସନ ହେଲା ଖୋର୍ଦ୍ଧା ଏବଂ ବେଗୁନିଆ। ଏହି ଦୁଇ ଆସନ ମଧ୍ୟରୁ ପ୍ରଶାନ୍ତ ଜଗଦ୍ଦେବ କୌଣସି ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ସେଥିପାଇଁ ଛକାଛକି ହୋଇ…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ତାହା ହେଲା ଭୋଟ ଗ୍ରହଣ ସରିବା ପରେ ବିଜେପିର ଲୋକସଭା ପ୍ରାର୍ଥୀଙ୍କର ପରଲୋକ ଘଟିଗଲା। ତାଙ୍କ ନାମ ହେଉଛି କନୱର ସର୍ବେଶ ସିଂ। ତାଙ୍କର ବୟସ 71 ବର୍ଷ ହେବ। ମୋରଦାବାଦରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯାଇଥିଲା। ସେଥିରେ ବିଜେପି କନୱରଙ୍କୁ ପ୍ରାର୍ଥୀ କରିଥିଲା। ଭୋଟ ଗ୍ରହଣ ଦିନ ତାଙ୍କର ଦେହ ଖରାପ ହେଲା। ଫଳରେ ସେ ନିଜ ଭୋଟ ନ ଦେଇପାରି ନୂଆଦିଲ୍ଲୀର ଏମସରେ ଭର୍ତ୍ତି ହେଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଗଲା। ବର୍ତ୍ତମାନ ସେଠାରେ ଉପନିର୍ବାଚନ ହେବ ନା କଣ କରାଯିବ ସେ ନେଇ ସମସ୍ତେ ଦ୍ବନ୍ଦରରେ ରହିଲେ। ପରବର୍ତ୍ତି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଲେ ଯେ, ମୋରାଦାବାଦ ମତଦାନ ସଂରକ୍ଷଣ କରି ରଖାଯାଇଛି। ଯେଉଁ ଦିନ ଗଣତି ତାରିଖ ରହିଛି ସେହିଦିନ ଗଣତି ହେବ।…
ଭୁବନେଶ୍ବର: ଆଜି ବିଜେଡି ତାହାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ପରେ ଚାଳିଶ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରୀ କରିଛି। ଏଥିରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ରହିଥିବା ବେଳେ ଦ୍ବିତୀୟରେ ଅଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେହିପରି ତୃତୀୟରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ। ସେହିପରି ଏହି ତାଲିକାରେ ଦେବୀ ମିଶ୍ର ଏବଂ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପରି ବହୁ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି। ସେହିପରି ସ୍ନେହାଙ୍ଗିନୀ ଛୁରିଆ, ସୁଲତା ଦେଓ ଏବଂ ଶ୍ରୀମୟି ମିଶ୍ରଙ୍କ ପରି ପାଞ୍ଚ ଜଣ ମହିଳାଙ୍କୁ ଦଳ ଷ୍ଟାର ପ୍ରଚାରକ ଭାବେ ଗ୍ରହଣ କରିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଯେଉଁ ତାପମାତ୍ର ଅନୁଭୂତ ହୋଇଛି ତାହା ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଆଜି ଓଡିଶାର ତାପମାତ୍ରା 45 ଡିଗ୍ରୀ ପାର ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ବାରିପଦା ଏବଂ ବୌଦ୍ଧରେ 45.2 ଡିଗ୍ରୀ ଲେଖାଏଁ ତାତି ଅନୁଭୂତ ହୋଇଛି। ଚଳିଚ ବର୍ଷ ପୂର୍ବରୁ ଏପରି ତାପମାତ୍ର ଅନୁଭୂତ ହୋଇ ନ ଥିଲା। ଆଜି ରାଜ୍ୟର 13 ସହର ରେ ତାପମାତ୍ରା 43 ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ସେହିପରି 30 ସହରରେ ତାପମାତ୍ରା 40 ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି।
ଭୁବନେଶ୍ବର: ଦିଗପହଣ୍ଡି ନିର୍ବାଚନ ମଣ୍ଡଳିରେ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀତ୍ବକୁ ନେଇ ବଢୁଛି ଅଡୁଆ। ସେଠାରେ ବିଜେପି ନେତା ଥିବା ବେଳେ ସିଦ୍ଧାନ୍ତ ମହାପାତ୍ରଙ୍କୁ କଣ ପାଇଁ ବିଜେପି ପ୍ରାର୍ଥୀ କଲା ତାହାକୁ ବିରୋଧ କରାଯାଉଛି। ଫଳରେ ସିଦ୍ଧାନ୍ତ ମହାପାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଓହ୍ଲାଇ ପାରୁ ନାହାଁନ୍ତି। ଦିଗପହଣ୍ଡି ହେଉଛି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦବଦବା ଥିବା ନିର୍ବାଚନ ମଣ୍ଡଳି। ତାଙ୍କ ପରଲୋକରେ ବିଜେଡି ସେଠାରେ ତାଙ୍କ ପୁତ୍ର ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ସେଠାରେ ଦବଦବା ରଖିଥିବା ନେତା ବିପିନ ପ୍ରଧାନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଆଶା ଥିଲା ତାଙ୍କୁ ବିଜେପି ଟିକେଟ ଦେବ। ହେଲେ ତାହା ନ ହେବାରୁ ସେ ଏବଂ ତାଙ୍କ କର୍ମି ଉତକ୍ଷିପ୍ତ ହୋଇପଡିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସିଦ୍ଧାନ୍ତ ମହାପାତ୍ରଙ୍କୁ କେହି ସହଯୋଗ କରୁ ନାହାଁନ୍ତି।…
ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ର ଅର୍ନ୍ତଗତ କୁଚିଣ୍ଡା ବିଧାନସଭା ମଣ୍ଡଳୀ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ସ୍ଥାନୀୟ ସିନେମା ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ୱଲପୁର ଲୋକସଭା ପ୍ରାର୍ଥୀ ତଥା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କର୍ମକର୍ତ୍ତା ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ। ପ୍ରଣବ ପ୍ରକାଶ ଦାସଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା କରିଥିବାରୁ କୁଚିଣ୍ଡାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିଜୁ ଜନତା ଦଳ ଲୋକଙ୍କ ଦଳ। ନେତାଙ୍କୁ ଜନତା ଦରକାର, ଜନତା ଙ୍କୁ ନେତା ନୁହେଁ। ତେଣୁକରି ଆମେ ସମସ୍ତେ ସମାନ ବୋଲି କହି ପ୍ରଣବ ପ୍ରକାଶ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ପ୍ରାର୍ଥୀ କରିଛନ୍ତି। ଏଣୁ ସମସ୍ତ ମତଭେଦ ଦୂର କରି ସମସ୍ତେ ଏକ ହୋଇ ଦଳ ପାଇଁ କାମ କରିବା ସହିତ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ…
ଭୁବନେଶ୍ବର: ଶେଷରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିଜେଡି ଟିକେଟ ଦେଇଛି। ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ବହୁ ଆଶାୟୀ ରହିଥିଲେ। ସେମାନଙ୍କ ମଧ୍ୟରେ ଥିଲେ 4ଥର ବିଧାୟକ ଏବଂ 5 ଥର ସାଂସଦ ହୋଇଥିବା ବାବ ପ୍ରସନ୍ନ ପାଟ୍ଟଶାଣୀ। ସେ ଦୁଇ ତିନିଥର ନବୀନ ନିବାସ ଆସି କଥାବାର୍ତ୍ତା କରିଥିଲେ। ହେଲେ ଶେଷରେ ମାରିନେଲେ ରଘୁନାଥ। ତେବେ ଏହି ଖବର ପାଇବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛିନ୍ତି ଯେ, ପରବର୍ତ୍ତି ଅଭିମୁଖ୍ୟ କଣ ହେବ ତାହା ପରେ ଜଣାପଡିବ। ବର୍ତ୍ତମାନ ମୁଁ ବିଜେଡିରେ ଅଛି। ମୋ ପାଇଁ ପଦବୀ ବଡ ନୁହେଁ, ମାନ ସମ୍ମାନ ହେଉଛି ବଡ। ଦଳର ଜଣେ ଶୃଙ୍ଖଳିତ କର୍ମି ଭାବରେ କାର୍ଯ୍ୟ କରୁଛି। ହେଲେ ରାଜନୀତିରେ ସମୟ ବଡ ବଳବାନ। କିଏ ରହିବ କିଏ ଯିବ ତାହା କହିବା ମୁସ୍କିଲ, ତାହା ସମୟ କେବଳ କହିବ ବୋଲି…

