ସମୀକ୍ଷା ବ୍ୟୁରୋ ଘଟଣାଟି ଯେ କେହି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ହେଲେ ଏପରି ଅବିଶ୍ବାସନୀୟ ଘଟଣାଟି ସଂପୂର୍ଣ୍ଣ ସତକଥା। 74 ବର୍ଷ ବୟସରେ ଜଣେ ମହିଳା ଗର୍ଭବତୀ ହୋଇ ଜନ୍ମ ଦେଇଛନ୍ତି ଏକାଥରେ ଜାଆଁଳା ଛୁଆ। ବାହାଘରର 52 ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ କୋଳକୁ ଶିଶୁଟିଏ ଆସିପାରି ନ ଥିଲା। ସେଥିପାଇଁ ଉଭୟ ସ୍ବାମୀସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିଲେ। ମାତ୍ର ଭଗବାନଙ୍କ ଆର୍ଶିବାଦରୁ ଏବେ ସ୍ବାମୀସ୍ତ୍ରୀଙ୍କ କୋଳକୁ ବୁଢା ବୟସରେ ମିଳିପାରିଛି ଛୁଆ। ତାପୁଣି ଦୁଇଟି ଛୁଆ। ଏପରି ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଠର ଜିଲ୍ଲାରେ। ମହିଳାଙ୍କ ନାମ ହେଉଛି ମାଙ୍ଗାୟାମ୍ମା ଏବଂ ସ୍ବାମୀଙ୍କ ନାମ ହେଉଛି ୟାରାମ୍ମାଟ୍ଟି ରାଜା ରାଓ। ଉଭୟ 1962 ମସିହା ମାର୍ଚ୍ଚ 22 ତାରିଖରେ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ କୋଳରେ ଛୁଆଟିଏ ନ ଥିବାରୁ, ପରିବାରର ଭବିଷ୍ୟତ ଚିନ୍ତା କରି ସେମାନେ ଦୁଃଖରେ ଥିଲେ।…
Author: Samikhsya Bureau
ସେପ୍ଟେମ୍ବର ୧ ତାରିଖରୁ ଦେଶରେ ନୂଆ ନୂତନ ମୋଟର ଯାନ ସଂଶୋଧିତ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଏନେଇ ବେଶ୍ କଡ଼ାକଡ଼ି ନିୟମ ପାଳନ କରାଯାଉଛି । ନୂତନ ନିୟମ ଅନୁସାରେ ଧରପଗଡ଼ ଜୋରଦାର୍ ଚାଲିଥିବାବେଳେ ୧୦ ଗୁଣା ଜରିମାନା ଆଦାୟ ସାଧାରଣ ପକେଟକୁ ଭାରି ବାଧୁଛି । ଏହାକୁ ନେଇ ସାଧାରଣରେ ଏକ ଭୟ ବାତାବରଣ ଦେଖାଦେଇଛି । ତେବେ ନୂଆ ସଡକ ସୁରକ୍ଷା ଆଇନ୍ ନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇ କହିଛନ୍ତି ଯେ ଏନେଇ କେହି ଭୟଭୀତ ହେବା ଦରକାର ନାହିଁ । ଯେଉଁମାନେ କାଗଜପତ୍ର କରିନାହାନ୍ତି, ସେମାନେ କରିନିଅନ୍ତୁ । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସେଣ୍ଟ୍ରାଲ୍ ଆକ୍ଟରେ ଆଇନ୍ ହେଉଛି । ସବୁ ରାଜ୍ୟ ଏହି ସେଣ୍ଟ୍ରାଲ୍ ଆକ୍ଟକୁ ଲାଗୁ କରୁଛନ୍ତି । କର୍ମଚାରୀ ନିୟମ ବାହାରେ କାମ କଲେ ଦଣ୍ଡିତ ହେବେ । ସେହିପରି ଲୋକମାନଙ୍କୁ ହଇରାଣ ନ କରିବାକୁ…
ଭାରତୀୟ ଦଳରେ ଚାରି ନମ୍ବର ସ୍ଥାନକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଏହି ସ୍ଥାନ ପାଇଁ ସଞ୍ଜୁ ସାମସନଙ୍କ ନାମ ସୁପାରିଶ କରିଛନ୍ତି ହରଭଜନ ସିଂ । ଗତକାଲି ସାମ୍ସନ୍ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ 48 ବଲ୍ରୁ 91 ରନ୍ ସଂଗ୍ରହ କରିଥିଲେ । ଆଇପିଏଲ୍ର ଅନ୍ୟତମ ସଫଳ ଖେଳାଳି ସାମ୍ସନ୍ ଘରୋଇ ସର୍କିଟ୍ରେ ସଫଳ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ରେ ତାଙ୍କୁ ପ୍ରଚୁର ସୁଯୋଗ ମିଳୁନାହିଁ । ସାମ୍ସନ୍ଙ୍କୁ ଗୋଟିଏ ଟି20 ମ୍ୟାଚ୍ରେ ସୁଯୋଗ ମିଳିଥିବା ବେଳେ ଦିନିକିଆରେ ପଦାର୍ପଣର ସୁଯୋଗ ମିଳିନାହିଁ । ଭାରତ ଯଦି ଭବିଷ୍ୟତ ପାଇଁ ଟିମ୍ ଗଠନ କରିବାକୁ ଚାହୁଁଥାଏ ତେବେ ସଞ୍ଜୁ ସାମ୍ସନ୍ଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯିବା ଉଚିତ୍ ବୋଲି ହରଭଜନ ଟ୍ବିଟ୍ କରିଛନ୍ତି । ଏହାକୁ ଥଟ୍ଟା କରି ଯୁବରାଜ ସିଂ ଲେଖିଥିଲେ ’ଦଳରେ ଚାରି ନମ୍ବର ବ୍ୟାଟ୍ସ ମ୍ୟାନ୍ଙ୍କ ଆବଶ୍ୟକତା ନାହିଁ, ଦଳର…
ଚଳିତ ବର୍ଷ ଶଷକୁ ଲିଓନେଲ ମେସି ବାର୍ସେଲୋନା ଛାଡିବେ ବୋଲି ଜଣାପଡିଛି । ବାର୍ସେଲୋନା ସଭାପତି ଜୋସେପ୍ ମାରିଆ ବାର୍ଟୋମ୍ୟୁ ଏକ ଟିଭି ସାକ୍ଷାତକାର ଜରିଆରେ ଏହି ସୂଚନା ଦେଇଛନ୍ତି । ମେସି 2017-2021 ପର୍ଯ୍ୟନ୍ତ ବାର୍ସେଲୋନା ସହିତ ଅନୁବନ୍ଧିତ ହୋଇଥିବା ବେଳେ 2019-20 ସିଜିନ୍ ପରେ ମେସି ଦଳ ଛାଡିବାରେ କୌଣସି ଅସୁବିଧା ନାହିଁ ବୋଲି ଜୋସେପ୍ ମାରିଆ ପ୍ରକାଶ କରିଛନ୍ତି । ପୂର୍ବରୁ ଜାଭି ହର୍ଣ୍ଣାଣ୍ଡେଜ୍, କାର୍ଲୋସ୍ ପାୟୋଲ୍ ଏବଂ ଆନ୍ଦ୍ରେସ୍ ଇନିଏଷ୍ଟା ମଧ୍ୟ ସମୟ ପୂର୍ବରୁ ଦଳ ପରିତ୍ୟାଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବାର୍ସେଲୋନା ପକ୍ଷରୁ ଖେଳୁଥିବା ସମୟରେ ମେସି 5 ଥର ବାଲନ୍ ଡି ଓର୍ ହାସଲ କରିଛନ୍ତି ।
ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଛେଦ ପ୍ରସଙ୍ଗ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ଆମିକସ୍ କ୍ୟୁରି। ପୁରୀକୁ ବିଶ୍ୱ ଐତିହ୍ୟରେ ସାମିଲ କରିବା ସହ ସୁରକ୍ଷା ଓ ସୈାନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିରରୁ ୭୫ମିଟର ଚାରିପାର୍ଶ୍ବ ଉଚ୍ଛେଦ କାର୍ଯ୍ୟ ଅନୁଧ୍ୟାନ କରି ସରକାରଙ୍କ ନିଷ୍ପତ୍ତି ଠିକ୍ ରହିଛି ବୋଲି ଆମିକସ କ୍ୟୁରୀ କହିଛନ୍ତି। ଆଜି ବୈଠକରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ସହ ଆମିକସ୍ କ୍ୟୁରୀ ଆଲୋଚନା କରିଥିଲେ। ଏହା ସହ ସେ କହିଛନ୍ତି ଯେ, ଏହା ଆଲୋଚନା ଓ ସହମତି ଭିତ୍ତିରେ ଉଚ୍ଛେଦ ହେଉଛି । ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବ। ୨୫ ବର୍ଷରେ ଥରେ ନାଗାର୍ଜୁନ ବେଶ ହୁଏ। ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ରହିଛି ବୋଲି କହିବା ସହିତ ପ୍ରଶାସନର ଆଗାମୀ ଯୋଜନାର ବ୍ଲୁପ୍ରିଣ୍ଟ ଦେଖିଛନ୍ତି। ପୁରୀର ବିକାଶ ହେଲେ…
ଆଜି ହୀରାକୁଦ ଡ୍ୟାମର 6ଟି ଗେଟ୍ ବନ୍ଦ କରାଯାଇଛି । ପୂର୍ବରୁ 12ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ଏବେ 6ଟି ଗେଟ୍ ବନ୍ଦ ହେବା ପରେ ଏବେ 6ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ମହାନଦୀ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଏହାର ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଆଜି ଦିନ ସାଢେ ଦଶଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 624.29 ଫୁଟ ରହିଥିଲା। ତେବେ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 171453 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 117762 କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।
କାର୍ଯ୍ୟରେ ଅବହେଳା ଅଭିଯୋଗରେ 10 ଜଣ ପଞ୍ଚାୟତ ଅଧିକାରୀଙ୍କୁ ନିଲମ୍ଵନ କରିଛନ୍ତି ଯାଜପୁର ଜିଲ୍ଲାପାଳ । ତେବେ ଆଗକୁ ଜିଲ୍ଲାର ବିଭିନ୍ନ ବିଭାଗରେ କାମ କରୁଥିବା କର୍ମଚାରୀ କାମରେ ଅବହେଳା କଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏନେଇ ଜିଲ୍ଲାପାଳ କହିଛନ୍ତି କି, ପଞ୍ଚାୟତିରାଜ ବିଭାଗ ଓ ରାଜସ୍ଵ ବିଭାଗର 30 ଜଣ ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା କରିବା ନେଇ ତାଗିଦ୍ କରିଥିଲେ । ବିଭିନ୍ନ ବୈଠକରେ ମଧ୍ୟ ସେମାନଙ୍କର ବେପରୁଆ ମନୋଭାବ ପାଇଁ ଚେତାବନୀ ଦିଆଯାଇଥିଲା । ଏହା ସତ୍ତ୍ଵେ ମଧ୍ୟ 10 ଜଣ ଅଧିକାରୀ ନିଜକୁ ସୁଧାରି ନଥିଲେ। ଯାହା ଫଳରେ ଆଜି ସେମାନଙ୍କୁ ନିଲମ୍ବିତ କରାଯାଇଛି ।
ଇସ୍ରୋର ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଭାରତର ଚନ୍ଦ୍ରଯାନ ମିଶନ ଆଂଶିକ ଭାବରେ ବିଫଳ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାରତ ଇସ୍ରୋର ବୈଜ୍ଞାନିକଙ୍କ ପାଇଁ ଗର୍ବିତ । ଆମର ବୈଜ୍ଞାନିକ ମାନେ ବହୁତ ବଢିଆ କାମ କରି ଇତିହାସ ବକ୍ଷରେ ନିଜର ନାମ ଲିପିବଦ୍ଧ କରିଛନ୍ତି । ଆଜି ଆମେ ଚନ୍ଦ୍ରର କବାଟ ବାଡେଇଛୁ ଏବଂ ଆସନ୍ତା କାଲି ଚନ୍ଦ୍ରରେ ପହଞ୍ଚିବୁ ବୋଲି ଟ୍ବିଟ୍ କରିଛନ୍ତି କେଜ୍ରିଓ୍ବାଲ । ଉଲ୍ଲେଖଯୋଗ୍ୟ ଯେ, ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର 2.1 କିମି ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସହିତ ଇସ୍ରୋର ଯୋଗାଯୋଗ ବିଛିନ୍ନ ହୋଇଥିଲା ।
ବାହାମାସ୍ରେ ତିନିଦିନ ଧରି ତାଣ୍ଡବ ମଚାଇଥିବା ସାମୁଦ୍ରିକ ଝଡ ହରିକେନ୍ରେ ମୃତ୍ୟୁ ସଂଖ୍ୟା ୪୩ ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ହ୍ୟୁବର୍ଟ ମିନ୍ନିସ୍ ଏହି ସୂଚନା ପ୍ରଦାନ କରିଛନ୍ତି। ଗୁରୁବାର ଏହି ମୃତ୍ୟୁ ସଂଖ୍ୟା ୩୦ ରହିଥିଲା। ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର ଏରିକା ଓ୍ବେଲ୍ସ କକ୍ସଙ୍କ ସୂଚନା ଅନୁଯାୟୀ ସରକାରୀ ତଥ୍ୟ ଅନୁସାରେ ୪୩ ଜଣଙ୍କ ପ୍ରାଣ ହାନି ଘଟିଛି ମାତ୍ର ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ନିଖୋଜ ଅଛନ୍ତି ତେଣୁ ଏହି ସଂଖ୍ୟାରେ ବୃଦ୍ଧି ଘଟିପାରେ। ବାହମାସରୁ ଆମେରିକା ଅଭିମୁକ୍ଷେ ଯାଉଥିବା ଏହି ସାମୁଦ୍ରିକ ଝଡ ଉତ୍ତର କାରୋଲିନା ଆଡକୁ ମୁହାଁଇଛି। ଶନିବାର ସକାଳୁ ଉତ୍ତର କାରୋଲିନାରେ ୧୫୦ କିମି ବେଗରେ ପବନ ବୋହୁଛି। ଏହି ଝଡ ପ୍ରଭାବରେ ସହରରେ ଘର ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି ବୋଲି ଉତ୍ତର କାରୋଲିନା ଗଭର୍ଣ୍ଣର ରେ କୁପର୍ ପ୍ରକାଶ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଗତକାଲି ବିଳମ୍ବିତ ରାତ୍ରିରେ ଭାରତର ଚନ୍ଦ୍ରଯାନ ମିଶନ ବିଫଳ ହୋଇଛି। ଏହାକୁ ନେଇ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରୁ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇସ୍ରୋର ବୈଜ୍ଞାନିକଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ବିଜ୍ଞାନରେ ବିଫଳତା ବୋଲି କିଛି ଜିନିଷ ନଥାଏ। ବିଫଳତା ସର୍ବଦା ସଫଳତାର ଉତ୍ସ ହୋଇଥାଏ। ଇସ୍ରୋର ବୈଜ୍ଞାନିକ ମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣଙ୍କ ପାଇଁ ଦେଶବାସୀ ଗର୍ବିତ, ଆପଣ ମାନେ ଦେଶର ମସ୍ତକ ଉଚ୍ଚରେ ରଖିବା ପାଇଁ ସର୍ବଦା ନିଜର ସ୍ବପ୍ନ ସହିତ ସାଲିସ କରିଥାନ୍ତି, ତେଣୁ ଏହି ବିଫଳତାରେ ବୈଜ୍ଞାନିକ ମାନେ ନିରାଶ ନହୋଇ ଆଗକୁ ବଢିବା ଉଚିତ୍ ବୋଲି ମୋଦି କହିଥିଲେ। ନିଜର ୩୦ ମିନିଟର ଅଭିଭାଷଣ ପରେ ଇସ୍ରୋ ଚେୟାରମ୍ୟାନ୍ କେ ଶିବନଙ୍କୁ ଆଲିଙ୍ଗନ କରି ସାନ୍ତ୍ବନା ପ୍ରଦାନ କରିଥିଲେ ମୋଦି। ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ହାସଲ କରିବା ଆମେ ଭଲଭାବରେ ଜାଣିଛେ…
ୟୁଏସ୍ ଓପନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି ରାଫେଲ ନାଦାଲ ଏବଂ ଡାନିଲ୍ ମେଦେଭେଦେଭ । ନାଦାଲ ନିଜ କ୍ୟାରିୟରର 19 ତମ ଗ୍ରାଣ୍ଡଗସ୍ଲାମ୍ ହାସଲ ଲକ୍ଷ୍ୟରେ ରହିଥିବା ବେଳେ ମେଦଭେଦେଭ୍ଙ୍କର ଏହା ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲ୍ । ଶନିବାର ଅନୁଷ୍ଠିତ ସେମି ଫାଇନାଲ୍ ମ୍ୟାଚ୍ରେ ନାଦାଲ ଇଟାଲୀର ମାଟେଓ ବେରେଟ୍ଟିନୀଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ନାଦାଲ 7-6(6), 6-4 ଏବଂ 6-1 ସେଟ୍ରେ ବେରେଟ୍ଟିନୀଙ୍କୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛନ୍ତି । ସେହିପରି ଶୁକ୍ରବାର ଅନୁଷ୍ଠିତ ଅନ୍ୟ ଏକ ସେମିରେ ମେଦଭେଦେଭ୍ ଅନ୍ୟତମ ଋଷ ଖେଳାଳି ଗ୍ରିଗୋରୀ ଦିମିତ୍ରୋଭଙ୍କୁ 7-6(5), 6-4 ଏବଂ 6-3 ସେଟ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛନ୍ତି । 2005 ପରେ ପ୍ରଥମ ଋଷ ଖେଳାଳି ଭାବରେ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲ୍ରେ ପହଞ୍ଚିଛନ୍ତି ମେଦଭେଦେଭ ।
ଗତକାଲି ବିଳମ୍ବିତ ରାତ୍ରିରେ ଭାରତର ଚନ୍ଦ୍ରଯାନ ମିଶନ ବିଫଳ ହୋଇଥିଲା। ଏହାକୁ ନେଇ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରୁ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ବିଜ୍ଞାନରେ ବିଫଳତା ବୋଲି କିଛି ଜିନିଷ ନଥାଏ। ବିଫଳତା ସର୍ବଦା ସଫଳତାର ଉତ୍ସ ହୋଇଥାଏ ବୋଲି ମୋଦି ନିଜ ବକ୍ତବ୍ୟରେ କହିଥିଲେ। ଇସ୍ରୋର ବୈଜ୍ଞାନିକ ମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣଙ୍କ ପାଇଁ ଦେଶବାସୀ ଗର୍ବିତ, ଆପଣ ମାନେ ଦେଶର ମସ୍ତକ ଉଚ୍ଚରେ ରଖିବା ପାଇଁ ସର୍ବଦା ନିଜର ସ୍ବପ୍ନ ସହିତ ସାଲିସ କରିଥାନ୍ତି, ତେଣୁ ଏହି ବିଫଳତାରେ ବୈଜ୍ଞାନିକ ମାନେ ନିରାଶ ନହୋଇ ଆଗକୁ ବଢିବା ଉଚିତ୍ ବୋଲି ମୋଦି କହିଥିଲେ। ନିଜର ୩୦ ମିନିଟର ଅଭିଭାଷଣ ପରେ ଇସ୍ରୋ ଚେୟାରମ୍ୟାନ୍ କେ ଶିବନଙ୍କୁ ଆଲିଙ୍ଗନ କରି ସାନ୍ତ୍ବନା ପ୍ରଦାନ କରିଥିଲେ ମୋଦି। ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ହାସଲ କରିବା ଆମେ ଭଲଭାବରେ ଜାଣିଛେ ଏବଂ…
ସମୀକ୍ଷା ବ୍ୟୁରୋ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-2 ସଫଳତାର ଗୋଟିଏ ପାଦ ଦୂରରୁ ଅଟକି ଯାଇଛି । ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର 2.1 କିମି ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସହିତ ଇସ୍ରୋର ଯୋଗାଯୋଗ ବିଛିନ୍ନ ହୋଇଛି । ଗତାକିଲ ରାତି 1.55 ସମୟରେ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପୂର୍ବାନୁମାନ ଲଗାଯାଇଥିଲା । ମାତ୍ର ଲ୍ୟାଣ୍ଡର ଏବଂ ରୋଭର ସହିତ ସମ୍ପର୍କ ବିଛିନ୍ନ ହେବା ପରେ ମିଶନ ବିଫଳ ହୋଇଥିବା ନେଇ ଇସ୍ରୋ ମୁଖ୍ୟ କେ ଶିବନ ଘୋଷଣା କରିଥିଲେ । ଏହି ମିଶନ ବିଫଳ ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବରେ ବିଫଳତା ବୋଲି କୁହାଯାଇପାରିବ ନାହିଁ କାରଣ ଚନ୍ଦ୍ରର କକ୍ଷପଥରେ ଅର୍ବିଟର ସଫଳତାର ସହ ଅବତରଣ କରି ସାରିଛି । ଏହା ଦୂରରୁ ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅନୁଧ୍ୟାନ କରିପାରିବ । ଏହି ମିଶନର ମାତ୍ର 5 ପ୍ରତିଶତ ବିଫଳ…
କେଦାର ମିଶ୍ର ଯେତେବେଳେ ଦେଶର ଅନ୍ୟତମ ସର୍ବ ପୁରାତନ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି, ସେଠି ଆମେ ଇମର୍ଜେନ୍ସି ବା ଜରୁରୀକାଳୀନ ପରିସ୍ଥିତିର ପାଦଶବ୍ଦ ଶୁଣିପାରୁନୁ କେମିତି? ଏଠି ସୂଚନା ଦେବା ଉଚିତ ହେବ ଯେ, ମାଡ୍ରାସ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଶ୍ରୀମତୀ ବିଜୟା କେ ତାହିଲରମାନୀଙ୍କୁ ମାନ୍ୟବର ସୁପ୍ରିମ କୋର୍ଟର କଲେଜିୟମ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ବଦଳି କରିଛନ୍ତି। ଏହା ପୂର୍ବରୁ ଜଷ୍ଟିସ ତାହିଲରମାନୀ ଦେଶର ଦୁଇ ପୁରୁଣା ଓ ବୃହତ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ଵ ତୁଲାଇଛନ୍ତି। ସେ ୨୦୧୫ ରୁ ୨୦୧୮, ତିନିବର୍ଷ ଭିତରେ ତିନିଥର ବମ୍ବେ ହାଇକୋର୍ଟର କାର୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ଵ ନିର୍ବାହ କରିବା ପରେ ୧୨, ଅଗଷ୍ଟ ୨୦୧୮ରେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ମାଡ୍ରାସ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ହେଉଛି ୭୫। ଏତେ ବଡ…
କଟକ ରେଭେନ୍ସା କଲେଜ ଛାତ୍ରୀ ଦୁର୍ଘଟଣା ମାମଲାରେ ୨ଜଣ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ପୋଲିସ୍ କର୍ମଚାରୀ ଦ୍ବୟ ହେଲେ ହାବିଲଦାର୍ ସୂର୍ଯ୍ୟନାରାୟଣ ସାହୁ, କନେଷ୍ଟବଳ ଜଗବନ୍ଧୁ ଓ୍ବାଡେକା । ଗତକାଲି ରେଭେନ୍ସା କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ପ୍ରାଣହାନୀ ହୋଇଥିଲା । ଟ୍ରକଟି ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା । ଯାହାକୁ ନେଇ ରେଭେନ୍ସା ଛାତ୍ରଛାତ୍ରୀମାନେ ରାସ୍ତା ରୋକ କରିବା ସହ କିପରି ଭାବେ ସହର ମଧ୍ୟରେ ଭାରିଯାନ ଚଳାଚଳକୁ ନେଇ ପ୍ରଶ୍ନ କରିଥିଲେ । ଗୋଟିଏ ପଟେ ଟ୍ରାଫିକ ନିୟମ କଡାକଡି ପାଳନ କରାଯାଉଥିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଏପରି ସ୍ଥଳେ ଟ୍ରକକୁ କିପରି କମିଶନରେଟ ପୋଲିସ ସହର ମଧ୍ୟକୁ ଛାଡିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏହି ଘଟଣାପରେ ଆଜି ପୋଲିସ…
ଶହୀଦ୍ କୃତିବାସ ପାଟ୍ଟଶାଣୀଙ୍କ ସ୍ମୃତିରେ ବିଗତ ୩୩ ବର୍ଷ ଧରି ବାଣପୁର ପାଇକ ସାହିଠାରେ ଅଗ୍ରପୂଜ୍ୟ ଶ୍ରୀଗଣେଣଙ୍କ ପୂଜା ମହାସମାରୋହରେ ପାଳନ ହୋଇ ଆସୁଛି । ଏହି ପୂଜାକୁ ପ୍ରତିବର୍ଷ ଶହୀଦ୍ କୃତିବାସ କ୍ଲବ୍ ଆୟୋଜନ କରୁଛନ୍ତି । ଚଳିତ ବର୍ଷ ମଧ୍ୟ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ଗଜାନନଙ୍କ ପୂଜା ପାଳିତ ହୋଇଛି । କୃତିବାସ କ୍ଲବ୍ ତରଫରୁ ୧୦ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି । ସେହିପରି ଭାବରେ ଗଣେଣ ଭସାଣୀକୁ ମଧ୍ୟ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଏହି କ୍ଲବ ତରଫରୁ ଉଦ୍ୟମ କରାଯାଉଛି । ଏହି ଗଣେଣ ପୂଜା କମିଟିର ସଭାପତି ଶିବ ଶଙ୍କର ସାହୁ, ସମ୍ପାଦକ ଜୟକୃଷ୍ଣ ମାର୍ଥା, ସନ୍ତୋଷ ପଣ୍ଡା ଓ କ୍ଲବର ସମସ୍ତ ସଦସ୍ୟବୃନ୍ଦ ଏବଂ ପାଇକସାହି ଗ୍ରାମବାସୀବୃନ୍ଦ ଚଳିତଥର ପୂଜାକୁ ସ୍ବଚ୍ଛ ତଥା ଆକର୍ଷଣୀୟ କରିବାରେ ବିଶେଷ ଯୋଗଦାନ ଦେଇଛନ୍ତି । ଚଳିତ ଥର ତୋରଣରେ…
ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଓଡ଼ିଶାରେ ମଧ୍ୟ ଏହି ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଛିା ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି ଟ୍ରାଫିକ ଧରପଗଡ଼ । ଟ୍ରାଫିକ ନିୟମ ଉଲଂଘନ କରିବା ଫଳରେ ମୋଟା ଅଙ୍କର ଫାଇନ ଗଣୁଛନ୍ତି ଗାଡ଼ିଚାଳକ । ଆଜି କମିଶନରେଟ ପୋଲିସ ଅଫିସରେ ଟ୍ରାଫିକ ଭିତ୍ତିଭୂମି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୨ଜଣ ଆରଟିଓ, ଟ୍ରାଫିକ ଆଡିସନାଲ ଡିସିପି ଓ ଉଚ୍ଚ ଅଧିକାରୀ ସାମିଲ ଥିଲେ । ଏହି ବୈଠକରେ ଜରିମାନା ଆଦାୟ ନେଇ ପୋଲିସ କମିସନରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଟ୍ବିନ୍ ସିଟିରେ ଜରିମାନା ହଜାରେ ଟଙ୍କାରେ ସୀମିତ ରହିଛି । ୩ଦିନରେ କଟକରେ ୪ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ଅଟୋ ଚାଳକଙ୍କୁ ୪୭ହଜାର ୫୦୦ଟଙ୍କା…
ପୁରୀରେ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଗଠନ ହେବ ଉପ-ସମିତି। ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର। ମଠ ସଂସ୍କୃତିକୁ ଆଗକୁ ନେବା ପାଇଁ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ମଠଗୁଡ଼ିକର ପୁର୍ନଗଠନ, ମଠର ସଂସ୍କୃତିର ବିକାଶ ଓ ଉନ୍ନତି ପାଇଁ ଉକ୍ତ କମିଟି କାମ କରିବ । ଏ ନେଇ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହିତ ସେବାୟତମାନଙ୍କ ଶିକ୍ଷାଦାନ ପାଇଁ ଏକ ଗୁରୁକୂଳ ପ୍ରତିଷ୍ଠା କରାଯିବାକୁ ଯୋଜନା କରାଯାଉଛି ସୂଚନା ରହିଛି । ମଠ ଉଚ୍ଛେଦ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁସବୁ ମଠ ଗୁଡ଼ିକୁ ଭଙ୍ଗାଯାଇଛି ତାହାର ପୁନର୍ଗଠନ ପାଇଁ ଉପ କମିଟି ଗଠନ କରାଯିବ…
ଲଗାଣ ବର୍ଷା ଯୋଗୁ ଜଲାପୁଟ ଓ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଜଲାପୁଟ ଜଳ ଭଣ୍ଡାରରୁ ୫ଟି ଗେଟ୍ ଖୋଲା ଯାଇଥିବା ବେଳେ ମାଛକୁଣ୍ଡ ଜଳ ଭଣ୍ଡାରରୁ ୪ଟି ଗେଟ୍ ଖୋଲାଯାଇଛି। ଜଲାପୁଟ୍ ଜଳଭଣ୍ଡାରର ବିପଦ ସଙ୍କେତ ୨୭୫୦ ଫୁଟ୍ ରହିଥିବା ବେଳେ ୨୭୪୯.୧୦ ଫୁଟ୍ ଜଳ ପ୍ରବାହିତ ହେଉଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡକୁ ୨୪ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୫ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ସେହିପରି ମାଛକୁଣ୍ଡ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଜଳଭଣ୍ଡାର ୮ଟି ଗେଟ୍ରୁ ୪ଟି ଗେଟ୍ ଖୋଲାଯାଇଛି। ମାଛକୁଣ୍ଡ ଜଳ ଭଣ୍ଡାରର ବିପଦ ସଙ୍କେତ୨୫୯୦ ଫୁଟ୍ ରହିଥିବା ବେଳେ ବର୍ତ୍ତମାନ ୨୫୮୯ ଫୁଟ୍ ଜଳ ପ୍ରବାହିତ ହେଉଛି। ପ୍ରତି ସେକେଣ୍ଡକୁ ଜଳ ଭଣ୍ଡାରରୁ ୨୪ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।
ଆୟୁଷ୍ମାନ ଖୁରାନା ଅଭିନୀତ ସୁପରହିଟ ବଲିଉଡ ଫିଲ୍ମ ଆର୍ଟିକିଲ୍ 15ର ତାମିଲ୍ ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି ସୁପରଷ୍ଟାର ଥାଲା ଅଜିତ୍ କୁମାର । ନିକଟରେ ବଲିଉଡ୍ ଫିଲ୍ମ ପିଙ୍କର ତାମିଲ୍ ରିମେକ୍ ନେରକୋଣ୍ଡା ପାରାବିରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ନଜର ଆସିଥିଲେ ଅଜିତ୍ । ଏହି ଫିଲ୍ମର ସଫଳତା ପରେ ନେରକୋଣ୍ଡା ପାରାବିର ନିର୍ଦ୍ଦେଶକଙ୍କ ସହିତ ଆର୍ଟିକିଲ୍ 15 ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି ଅଜିତ୍ । ଏହା ସହିତ ନେରକୋଣ୍ଡା ପାରାବିର ପ୍ରଯୋଜକ ବୋନି କପୁର ମଧ୍ୟ ଏହି ଫିଲ୍ମର ପ୍ରଯୋଜନା କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ଫିଲ୍ମ ବ୍ୟତୀତ ଶିବାଙ୍କ ସହିତ ନିଜର 61 ତମ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ଅଜିତ୍ କୁମାର ।
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଶୁକ୍ରବାର ଦିନ ପ୍ରାୟ ୨ଟା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଚଣ୍ଡିଗଡ-କୋଚିବେଲୀ ଏକ୍ସପ୍ରେସ୍ରେ ହଠାତ ନିଆଁ ଲାଗିଯାଇଥିଲା । ଖବର ପାଇବା ପରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନଟି ୮ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବାବେଳେ ହଠାତ୍ ସେହି ଟ୍ରେନ୍ର ବଗିରେ ନିଆଁ ଲାଗିଯାଇଥିଲେ । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ନିଆଁ ଲାଗିଯିବା ପରେ ତୁରନ୍ତ ଯାତ୍ରୀଙ୍କୁ ଟ୍ରେନରୁ ସୁରକ୍ଷିତ ଭାବେ ବାହାରକୁ ବାହାର କରି ଦିଆଯାଇଥିଲା । ଏହି ନିଆଁଲିଭା କାର୍ଯ୍ୟରେ ୧୨ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି । ଏହାସହ ପ୍ଲାଟଫର୍ମକୁ ଖାଲି କରି ଦିଆଯାଇଛି ।