NEW DELHI, NOV 2 (UNI):- Devotees offering prayer to Sun God on the occasion of Chhath puja at India Gate, in New Delhi on Saturday. UNI PHOTO-DK10U
Author: Samikhsya Bureau
LUCKNOW, NOV 2 (UNI):- A Nagar Nigam employee sprinkers water on trees to reduce air pollution in city near Vidhan Bhawan in Lucknow on Saturday. UNI PHOTO-LKWPC2U
Hindu devotees offering prayers to Sun God on the occasion of Chhath Puja festival, in Ranchi on Saturday. UNI PHOTO-16U
Prime Minister, Narendra Modi receives a warm welcome by Indian community, in Bangkok, Thailand on Saturday.
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ଦିଲ୍ଲୀର ପ୍ରଦୂଷଣ ସମସ୍ୟାକୁ ନେଇ କେନ୍ଦ୍ରୀୟ ପର୍ଯ୍ୟାବରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖିଛନ୍ତି। ସିଏମ୍ କେଜରୀଓ୍ବାଲା ଉତ୍ତର ଭାରତରେ ପ୍ରଦୂଷଣ ଜନିତ ଗମ୍ଭୀର ସମସ୍ୟାର ସମାଧାନ ପାଇଁ କେନ୍ଦ୍ରର ସହାୟତା ମାଗିଛନ୍ତି। ପ୍ରଦୂଷଣ ସମସ୍ୟାରୁ ମୁକ୍ତି ପାଇଁ କେନ୍ଦ୍ର ଯେଉଁ ବ୍ୟବସ୍ଥା ତଥା ପଦକ୍ଷେପ ନେବ, ତାହାକୁ ଦିଲ୍ଲୀ ସରକାର ସମର୍ଥନ କରିବ ବୋଲି କେଜ୍ରୀଓ୍ବାଲା ସୂଚନା ଦେଇଛନ୍ତି। ଦୀପାବଳି ପରେ ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅତ୍ୟଧିକ ବଢି ଯାଇଛି।
ଦିଲ୍ଲୀର ତିସହଜାରୀ କୋର୍ଟ ପରିସରରେ ପାର୍କିଂକୁ ନେଇ ପୋଲିସ ଓ ଓକିଲ ମୁହାଁମୁହିଁ ହୋଇଛନ୍ତି। ଓକିଲମାନେ ପୋଲିସ୍ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ କିଛି ପୋଲିସ ଅଧିକାରୀଙ୍କୁ ମଧ୍ୟ ମାଡ ମାରିଛନ୍ତି। ଏହି ଘଟଣାରେ ପୋଲିସ ଗାଡ଼ି ପୋଡାଜଳା ହୋଇଥିବାବେଳେ କିଛି ଓକିଲାମାନେ ମଧ୍ୟ ଆହତ ହୋଇଛନ୍ତି।
ଶନିବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ସେ ହରିୟାଣା ବିଧାନସଭାର ବିରୋଧୀ ଦଳ ନେତା ରହିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଲୋକ ସଭା ନିର୍ବାଚନଠାରୁ ଭଲ ପ୍ରଦର୍ଶନ କରିଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ଆସନରେ ବିଜେପି ୪୦ଟି ଆସନ ଜିତିଥିବାବେଳେ ଜେଜେପି ୧୦ଟି କଂଗ୍ରେସ ୩୧ଟି, ଆଇଏନ୍ଏଲ୍ଡି ଗୋଟିଏ, ହରିୟାଣା ଲୋଖିତ ପାର୍ଟି ଗୋଟିଏ ଓ ସ୍ବାଧୀନ ୭ଟି ଆସନ ହାତେଇଥିଲା।
ସମୀକ୍ଷା ବ୍ୟୁରୋ କର୍ଣ୍ଣାଟକରେ ବିଜେପି ସରକାର ଗଢିବା ଲାଗି ଓ କୁମାରସ୍ଵାମୀ ସରକାରର ପତନ ଲାଗି ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିଲେ ଓ ତାଙ୍କର ନିର୍ଦ୍ଦେଶରେ ହିଁ କଂଗ୍ରେସ ଓ ଜେଡିଏସର ବିଧାୟକମାନେ ଦଳବଦଳ କରିଥିଲେ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦିୟୁରାପ୍ପା ସ୍ଵୀକାର କରିଛନ୍ତି। ଏବେ ପ୍ରଘଟ ହୋଇଥିବା ଏକ ଭିଡିଓ କ୍ଲିପ ରେ ଶୁଣିବାକୁ ମିଳୁଛି ଯେ ୟେଦିୟୁରାପ୍ପା ଏହି ସମଗ୍ର କାଣ୍ଡ ପଛରେ ଅମିତ ଶାହ ରହିଛନ୍ତି ବୋଲି ତାଙ୍କ କର୍ମୀମାନଙ୍କୁ କହୁଛନ୍ତି। ଯେ କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ସାଂଘାତିକ ଅଭିଯୋଗ। ପୂର୍ବରୁ ଏ ପ୍ରକାର ଅଭିଯୋଗ କାରଣରୁ ଅନେକ ନେତା ଜେଲ ମଧ୍ୟ ଯାଇଛନ୍ତି।ହେଲେ ବିଜେପି ସରକାର ଅମଳରେ ଏ ପ୍ରକାର ଅନୈତିକ ବ୍ୟବସ୍ଥା ଗ୍ରହଣୀୟ ହୋଇ ଯାଇଛି। ଏ ପ୍ରସଙ୍ଗରେ ସବୁଠୁ ବଡ ପ୍ରଶ୍ନ ହେଉଛି, ଦେଶର ଗୃହମନ୍ତ୍ରୀ ଥିବା ବ୍ୟକ୍ତି ଦଳବଦଳକୁ ପ୍ରୋତ୍ସାହନ ଦେବା ଓ…
ସମୀକ୍ଷା ବ୍ୟୁରୋ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଭିନ୍ନ ଜିଲ୍ଲାର ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷା ବ୍ୟବସ୍ଥାର ଅନିୟମିତତା ନେଇ କତ୍ତୃପକ୍ଷଙ୍କୁ ତାଗିଦ୍ କରୁଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ନିକଟରେ ସମୀର ଦାଶ ମାଲକାନାଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳ ସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ସରକାରୀ ସ୍କୁଲ ଓ ଶିକ୍ଷକମାନଙ୍କ ନାନା ସମସ୍ୟା ପରିଲକ୍ଷିତ କରି ବିଚ୍ଛିନ୍ନାଞ୍ଚଳରେ ଚିତ୍ରକୋଣ୍ଡା ଅଞ୍ଚଳରେ କ୍ଲଷ୍ଟର ତିଆରି ହେବ ବୋଲି ଘୋଷଣା କରିଛନ୍ତି। ସମୀର ଦାଶ କହିଛନ୍ତି ଯେ, ସ୍ଵାଭିମାନ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଘୋଷଣା କରିଥିଲେ। ସେଥିରୁ ଶିକ୍ଷାର ବିକାଶ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଆଧାରରେ ଶିକ୍ଷକଙ୍କ ପାଇଁ କ୍ଲଷ୍ଟର ତିଆରି ହେବ। ଶିକ୍ଷକମାନଙ୍କୁ ଯିବା ଆସିବାରେ ୬ ଘଣ୍ଟା ସମୟ ଲାଗୁଛି। ସେମାନଙ୍କୁ ରହିବା ପାଇଁ ସରକାରୀ କ୍ଵାର୍ଟର ଯୋଗାଇ ଦିଆଯିବ। ଗମନାଗମନରେ ଶିକ୍ଷକଙ୍କ ସମୟ…
ସମୀକ୍ଷା ବ୍ୟୁରୋ ରାୟଗଡ଼ା କଲ୍ୟାଣସିଂହପୁରରେ ଏକ ଅଘଟଣ ଘଟିଛି। ଦେଶୀ ମଦ ପିଇ ଜଣେ ବ୍ୟକ୍ତି ପ୍ରାଣ ହରାଇ ଥିବା ବେଳେ୨୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ତେବେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ସୂଚନାନୁସାରେ, ରାୟଗଡ଼ା ଜିଲ୍ଲା କଲ୍ୟାଣସିହପୁର କତାଗୁଡ଼ା ଗାଁରେ ଗତକାଲି ରାତିରେ କିଛି ବ୍ୟକ୍ତି ଏକ ମଦ ଦୋକାନରୁ ଦେଶୀ ମଦ ପିଇଥିଲେ। ସେଠାରେ ଦେଶୀ ମଦ ପିଇ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ମୃତକ ଜଣକ ହେଲେ ଢେପାଗୁଡ଼ା ଗାଁର। ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ ବେହେରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
କେଦାର ମିଶ୍ର (ଆଜି ଓଡିଆ ଭଜନ ଓ ଜଣାଣ ଗାୟନ ପରମ୍ପରାର ମହାନାୟକ ଭିକାରି ବଳ(୨୫,ମଇ,୧୯୨୯-୨, ନଭେମ୍ବର, ୨୦୧୦)ଙ୍କର ଦଶମ ଶ୍ରାଦ୍ଧ ତିଥି। ଓଡିଶାର ଭାବ ଓ ଭକ୍ତିକୁ ଚିରନ୍ତନ ମାଧୁର୍ୟ ପ୍ରଦାନ କରିଥିବା ଏ ମହାନ ଗାୟକଙ୍କୁ ଆମର ବିନମ୍ର ଶ୍ରଦ୍ଧାଞ୍ଜଳି।) ”ଦିବସେ ମରଣ ହେବ, ଯମ ଦଣ୍ଡ ଆଉ ମୋତେ ନଥିବ, ହେ ରାଧାଗୋବିନ୍ଦ” ବୋଲି ଗାଇଲା ବେଳେ ତାଙ୍କ କଣ୍ଠରୁ ଯେଉଁ ଆକୁଳ ଅଧିରତା ତାହା ଆଜି ବି ତନ୍ମୟ କରିପକାଏ । ଅଥଚ ତାଙ୍କ ମରଣ ହେଲା ରାତି ଦଶଟା ପରେ । ଯିବା ସମୟ ହୋଇଯାଇଥିଲା, ସେ ଗଲେ । ଦିବସରେ ବା ରାତ୍ରିରେ ମରଣ ହେବା ସହ ଯମ ଦଣ୍ଡର ଯେ କୌଣସି ସମ୍ପର୍କ ନାହିଁ, ତାହା ପ୍ରମାଣିତ ହୋଇଗଲା । ତାଙ୍କ ମୃତ୍ୟୁ ପରେ ଯେଉଁ ବିଶାଳ ଶୋଭାଯାତ୍ରା କଟକରୁ ପୁରୀ ଯାଏ ଲମ୍ବି ଥିଲା, ତାହା ପ୍ରମାଣିତ କରୁଥିଲା କେତେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବରରୁ ସିକନ୍ଦରାବାଦ ଯିବାବେଳେ ଦୁଇ ଭାଗ ହେଲା ଟ୍ରେନ୍। ଖୋର୍ଦ୍ଧା ବାଲୁଗାଁ ନିକଟରେ ବିଶାଖା ଏକ୍ସପ୍ରେସରୁ ଅଲଗା ହେଲା ଇଞ୍ଜିନ। ବଗି ସହ ଇଞ୍ଜିନ ଯୋଡ଼ାହେବା ପରେ ଘଣ୍ଟାଏ ବିଳମ୍ବରେ ଛାଡ଼ିଲା ଟ୍ରେନ୍। ପୁଣି ସୁବୁଦ୍ଧିପାଟଣା ଛକରେ ବଗିରୁ ଅଲଗା ହେଲା ଇଞ୍ଜିନ, ବଗି ସହ ଇଞ୍ଜିନ ଯୋଡ଼ାହେବା ପରେ ଛାଡ଼ିଲା ଟ୍ରେନ୍। ଏହି ଘଟଣାକୁ ସ୍ବୀକାର କରିଛନ୍ତି ପୂର୍ବତଟ ରେଲଓ୍ବେ କର୍ତ୍ତୃପକ୍ଷ। ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଇଞ୍ଜିନ୍ ଅଲଗା ହୋଇଯାଇଥିବାର ରେଲ୍ଓ୍ବ କହିଛି। ତେବେ ଯାତ୍ରୀ ସୁରକ୍ଷିତ ରହିଛନ୍ତି, କାହାରି କିଛି କ୍ଷତି ହୋଇନଥିବାର ସୂଚନା ଦେଇଛି ରେଲ୍ଓ୍ବେ।
୫୪ ବର୍ଷରେ ପଦାର୍ପଣ କଲେ ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖ୍ । ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ର ସୁପରଷ୍ଟାର୍ ହିସାବରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ଗୁଡ଼ିଏ ସୁପରହିଟ୍ ଫିଲ୍ମ । ଟିଭି ସିରିଏଲ୍ ସର୍କସରେ ଅଭିନୟ କରିବା ପରେ ଶାହରୁଖ ବଲିଉଡ୍ରେ ପାଦ ଥାପିଥିଲେ । ’ଦିଲ୍ ଆସାନ୍ ହୈ’ ଜରିଆରେ ବଲିଉଡ୍ରେ ପାଦ ଥାପିଥିବାବେଳେ ‘ଦିଓ୍ବାନା’ ତାଙ୍କର ସୁପରହିଟ୍ ଫିଲ୍ମ ରହିଥିଲା । ଏହି ଫିଲ୍ମରେ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତାର ସମ୍ମାନ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ‘ଡର୍’, ‘ବାଜିଗର୍’, ‘ଅଞ୍ଜାମ’ ଆଦି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ‘ଦିଲ୍ଓ୍ବାଲେ ଦୁଲ୍ହନିଆ ଲେ ଜାଏଙ୍ଗେ, ’ ଦିଲ୍ ତୋ ପାଗଲ୍ ହୈ’, ‘କୁଛ କୁଛ୍ ହୋତା ହୈ’ ପରି ରୋମାଣ୍ଟିକ୍ ଫିଲ୍ମ ଦେଇ ବଲିଉଡ୍ର ରୋମାଣ୍ଟିକ କିଙ୍ଗ୍ ପାଲଟିଥିଲେ ଶାହରୁଖ୍ । ପରବର୍ତ୍ତୀ ସମୟରେ…
ସମୀକ୍ଷା ବ୍ୟୁରୋ ଦୁଇ ଦିନିଆ କୋରାପୁଟ ଗସ୍ତରେ ପୋଲିସ ଡିଜି ବି.କେ ଶର୍ମା। ଅପରାଧ ତଥା ମାଓ ପ୍ରଭାବିତ ଅଂଚଳ କୋରାପୁଟ ଓ ମାଲକାନଗିରିରେ ଜିଲ୍ଲାରେ ଆଇନ ଶୃଙ୍ଖଳା କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସ୍ଥିତି ସମୀକ୍ଷା କରାଯିବ। କୋରାପୁଟରେ ଡିଆଇଜିଙ୍କ କାର୍ଯ୍ୟାଳୟରେ ଡିଜିଙ୍କ ଅଧ୍ୟକ୍ଷତାରେ ଏହି ବୈଠକର ଆଇନ ଶୃଙ୍ଖଳା, ଅପରାଧ, ମାଓ ମୁକାବିଲା ନେଇ ସ୍ଥିତି ସମୀକ୍ଷା କରାଯିବ। ଦକ୍ଷିଣ ପଞ୍ଚିମାଞ୍ଚଳ ରେଞ୍ଜର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିଛି। ମାଓ ଦମନ ଓ ଅପରାଧ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି। ଏହି ବୈଠକରେ କୋବ୍ରା, ବିଏସଏଫ, ସିଆରପିଏଫ ଓ ଓଡ଼ିଶା ପୋଲିସ ସାମିଲ ଅଛନ୍ତି।
ମହାରାଷ୍ଟ୍ର ସରକାର ଗଠନ ତଥା ସରକାରରେ ଭାଗିଦାରୀକୁ ନେଇ ଏବେବି ଛକାପଞ୍ଝା ଲାଗି ରହିଛି । ବିଜେପି ଓ ଶିବସେନା ମଧ୍ୟରେ ରହିଥିବା ଦ୍ବନ୍ଦ୍ବ ଅବସାନ ଘଟୁନଥିବାବେଳେ ଇତି ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ମହାରାଷ୍ଟ୍ର କଂଗ୍ରେସର ନେତା ଓ ସାଂସଦ ହୁସୈନ ଦଲବଇ ପାର୍ଟିର କାମଚଳା ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିବାକୁ ନେଇ ଚିଠି ଲେଖିଛନ୍ତି । ହୁସୈନ୍ ସୋନିଆ ଗାନ୍ଧିଙ୍କୁ ଅପିଲ୍ କରି କହିଛନ୍ତି ଯେ, ରାଷ୍ଟ୍ରବାଦୀ କଂଗ୍ରେସ (ଏନ୍ସିପି), କଂଗ୍ରେସ ଓ ଶିବସେନା ମିଳିତ ଭାବରେ ସରକାର ଗଠନ କରିବା ଦରକାର । ମହାରାଷ୍ଟ୍ରର ବିଜେପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ସହମତି ସ୍ଥାପନ ହୋଇପାରୁନାହିଁ । ଯଦି ଏହି ସମୟରେ ମେଣ୍ଟ ଗଠନ କରାଯାଇ ଶିବସେନା ସହିତ ସରକାର ଗଠନ କରିହେବ । କଂଗ୍ରେସ ସାଂସଦ ଆହୁରି ମଧ୍ୟ କହିଛନ୍ତି…
ସମୀକ୍ଷା ବ୍ୟୁରୋ ପ୍ରଧାନଶିକ୍ଷକଙ୍କୁ ପ୍ରବଳ ଛେଚିଲେ ଅଭିଭାବକ। ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ହସନପୁର ସେବାଶ୍ରମ ସ୍କୁଲରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଧାନଶିକ୍ଷକଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗକୁ ନେଇ ନିସ୍ତୁକ ମାରିଲେ ଛାତ୍ରଛାତ୍ରୀଙ୍କ ଅଭିଭାବକ। ଏହାପରେ ସମସ୍ତ ଛାତ୍ରଛାତ୍ରୀ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲସାମ୍ନାରେ ଧାରଣାରେ ବସିଥିଲେ। ତୁରନ୍ତ ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ତଦାରଖ କରିଥିଲେ।। ଏବଂ ସେଠାରେ ସେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ବୁଝାସୁଝା କରିବା ସହ ଧାରଣରୁ ଓହୋରିବା ପାଇଁ ଅନୁରୋଧ କରିଥିଲେ। ଅଧିକାରୀ ଜଣଙ୍କ ଅଭିଯୁକ୍ତ ପ୍ରଧାନ ଶିକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିଶୃତି ଦେଇଥିବାର ସୂଚନା ରହିଛି। ଏହା ସହିତ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି।
ସମୀକ୍ଷା ବ୍ୟୁରୋ ବଡଭାଇର ମୃତ୍ୟୁକୁ ସହ୍ୟ କରିନପାରି ସାନଭାଇର ମୃତ୍ୟୁ ହୋଇଥିବା ଏକ ଦୁଃଖଦ ଖବର ମିଳିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ସିଡିଙ୍ଗି ଗାଁରେ। ଏହି ଘଟଣାରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉଲ୍ଲେଖ୍ୟଯୋଗ୍ୟ ଯେ, ଗତ କିଛିଦିନ ତଳେ ବଡ ଭାଇ କ୍ୟାନ୍ସରରେ ପୀଡିତ ଥିଲେ। ସେ କଟକ ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିଲାବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ସାନଭାଇ ଏହି ଦୁଃଖଦ ଘଟଣାରେ ମ୍ରିୟମ୍ରାଣ ହୋଇ ହଠାତ ଘଟଣା ସ୍ଥଳରେ ଟଳିପଡିଲେ। ତାଙ୍କୁ ତୁରନ୍ତ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି।
କେଦାର ମିଶ୍ର କିଛି ମାସ ଆଗରୁ ଯେତେବେଳେ ବିଶିଷ୍ଟ ସାମ୍ବାଦିକ ରବିଶ କୁମାର କହିଥିଲେ – ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁଛନ୍ତି ଯଦି ଟେଲିଭିଜନରେ ଖବର ଦେଖିବା ବନ୍ଦ କରିଦିଅନ୍ତୁ, ସେତେବେଳେ ମୁଁ ଭାବିଥିଲି ଏହା ଟିକେ ମାତ୍ରାଧିକ ପ୍ରତିକ୍ରିୟା। ଟେଲିଭିଜନ ସାମ୍ବାଦିକତା ସମୂଳେ ଖରାପ ବା ବିଭ୍ରାନ୍ତିକର ବୋଲି କହିବା ହୁଏତ ଠିକ ନୁହେଁ। ତେବେ ସମୟ କ୍ରମେ ମୋତେ ଲାଗୁଛି, ଅନ୍ତତଃ ଜାତୀୟ ବା ଆନ୍ତର୍ଜାତିକ ଖବର ଜାଣିବା ଲାଗି ଏବେ ମଧ୍ୟ କିଛି ବିଶ୍ୱାସଯୋଗ୍ୟ ଗଣମାଧ୍ୟମ ସଂସ୍ଥା ବଞ୍ଚି ରହିଛନ୍ତି। ହେଲେ ଓଡିଶାରେ ଆପଣ ଯଦି ଟେଲିଭିଜନ ଦେଖି ଖବର ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଗୁଡାଏ ଅଖବର ଓ ଗାଲୁଗପ ହିଁ ଶୁଣିବାକୁ ମିଳିବ। ଟେଲିଭିଜନ ସାମ୍ବାଦିକତା ଏତେ ମାତ୍ରାରେ ରାଜନୈତିକ ନିରକ୍ଷରତାର ଶିକାର ଯେ ସେଠି ଯେ କୌଣସି ଆବର୍ଜନା ବି ମୁଖ୍ୟ ଖବର ପାଲଟି ଯାଇପାରେ। ଏକଥା କହିଲେ, ଆମର କିଛି ବନ୍ଧୁ କ୍ଷୁବ୍ଧ…
Devotees purchasing puja material on eve of Chhath puja festival in Lucknow on Friday. UNI PHOTO-LKWPC3U
VIJAYAWADA, NOV 1 (UNI) – Andhra Pradesh Governor Biswabhushan Harichandan and Chief Minister Y S Jagan Mohan Reddy felicitating to Familys of Poti Sreeramulu, Alluri Sitharama Raju and other freedom fighters, on the occasion of AP formation day Celebrations at IGMC Stadium in Vijayawada on Friday. UNI PHOTO-104U

