Author: Samikhsya Bureau

ଭୁବନେଶ୍ବର: ବିଜୁ ଜନତା ଦଳ ଦୁଇଟି ବିଧାନସଭା ଆସନ ପାଇଁ ନୂଆ ପର୍ଯ୍ୟବେକ୍ଷକ ଘୋଷଣା କରିଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ବିଧାନସଭା ସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ସଂଗଠନକୁ ସୁଦୃଢ କରିବାକୁ ନିଷ୍ପତି କରିଛି। ସେହି ଅନୁସାରେ ବରଗଡ ଜିଲ୍ଲା ଅତାବିରା ଏବଂ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ନୂଆ ପର୍ଯ୍ୟବେକ୍ଷକ ଘୋଷଣା କରିଛି। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ଘୋଷଣା କରାଯାଇଛି। ଯାହାକୁ ନିଯୁକ୍ତି କରାଯାଇଛି ସେ ହେଉଛନ୍ତି ଡି ବିଶ୍ବନାଥ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ BMRC କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ ହେଉଛି ରୋଗୀଙ୍କ ସୁବିଧା ଓ ସେମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବ। ସରକାରୀ ହସ୍ପିଟାଲ ଗୁଡିକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ…

Read More

ଭୁବନେଶ୍ବର: ଶେଷରେ ବିଜେପିରେ ମିଶିବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ବିଧାୟକ ଥିବା ଏହି ନେତାଙ୍କୁ ବିଜେପି ସାମିଲ କରିବ ବୋଲି ଦିଲ୍ଲୀ ନେତୃବୃନ୍ଦ ସବୁଜ ସଙ୍କେତ ଦେଇସାରିଛନ୍ତି। ଏ ନେଇ ରାଜ୍ୟ ବିଜେପି ନେତାମାନଙ୍କ ପାଖକୁ ସୂଚନା ପ୍ରଦାନ କରାଯାଇଛି। କେବଳ ଦିନ ଧାର୍ଯ୍ୟ କରି ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମିଲ ହେବେ ବୋଲି ଜଣାପଡିଛି। ପ୍ରଶାନ୍ତ ଜଗଦ୍ଦେବଙ୍କର ପୁରା ଖୋର୍ଦ୍ଧା ଜିଲ୍ଲାରେ ରହିଛି ଭଲ ଲୋକ ସଂପର୍କ। ସେଥିପାଇଁ ସେ ବିଜେପିରେ ମିଶିଲେ ଏହି ଜିଲ୍ଲାରେ ଦଳର ସଂଗଠନ ବେଶ ମଜବୁତ ହେବ। ସେଥିପାଇଁ ଦିଲ୍ଲୀ ନେତୃତ୍ୟ ତାଙ୍କୁ ନେବା ପାଇଁ ନିଷ୍ପତି କରିଥିବାର ଜଣାପଡିଛି। ତେବେ ବହୁ ପୂର୍ବରୁ ପ୍ରଶାନ୍ତ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ କୌଣସି କାରଣରୁ ତାହା ହୋଇପାରୁ ନ ଥିଲା। ଏବେ ରାସ୍ତା ସଫା ହେଲା ବୋଲି ଜଣାପଡିଛି। ଖୋର୍ଦ୍ଧା ନିକଟସ୍ଥ ବଡପୋଖରୀଆରେ ଜନ୍ମିତ ପ୍ରଶାନ ଜଗଦ୍ଦେବଙ୍କୁ…

Read More

ନୂଆଦିଲ୍ଲୀ: କିମ୍ବଦନ୍ତୀ ଗଜଲ ଗାୟକ ପଙ୍କଜ ଉଦାସଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ଆଜି ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପରିବାର ତରଫରୁ ଆଜି ସୂଚନା ଦିଆଯାଇଛି। ପଙ୍କଜ ଉଦାସ ‘ଚିଠି ଆଇ ହେ’ ଭଳି ସ୍ମରଣୀୟ ହିଟ୍ ଗୀତ ଦେଇଥିଲେ। ସେ “ନାମ”, “ସାଜନ” ଏବଂ “ମୋହରା” ସମେତ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଭାବରେ ପରିଚିତ। ତାଙ୍କର ଚିର ସବୁଜ ଗଜଲ ମଧ୍ୟରେ ‘ଚନ୍ଦାନୀ ରାତ ମେନ୍’, ‘ନା କାଜ୍ରେ କି ଧର’, ‘ଅର ଅହିସ୍ତା କିଜିୟେ ବାତେଁ’, ‘ଏକ ତରଫ ଉସ୍କା ଘର’ ଏବଂ ‘ଥୋଡି ଥୋଡି ପିୟା କରୋ’ ଅନ୍ୟତମ। ମଙ୍ଗଳବାର ଦିନ ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ନିକଟରେ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ସୂଚନାଯୋଗ୍ୟ ଯେ 5T ଉପକ୍ରମରେ ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ ଶୀଘ୍ର ଏହା ଲୋକାର୍ପିତ ହେବ। ଏଠାକୁ ଦୈନିକ ୭୦୦ ରୁ ୮୦୦ ବସ୍‌ ଯାତାୟତ କରିବ। ଭବିଷ୍ୟତରେ ବସ୍‌ ସଂଖ୍ୟା ୧୭୦୦ ରୁ ୧୮୦୦କୁ ବୃଦ୍ଧି ପାଇପାରେ। ତା ସହିତ ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି । 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିବା ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ…

Read More

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଅଧିକାରୀମାନଙ୍କ ବଦଳୀ ଉପରେ ନିର୍ବାଚନ ଆୟୋଗ ରାଜ୍ୟମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟମାନଙ୍କ ଦ୍ୱାରା ଯେଉଁ ଅଧିକାରୀମାନଙ୍କୁ ବଦଳୀ କରାଯାଉଛି ଯେପରି ସମାନ ସଂସଦୀୟ କ୍ଷେତ୍ରରେ ଥିବା ଗୋଟିଏ ଜିଲ୍ଲାରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ଅଧିକାରୀଙ୍କ ବଦଳୀ ନ ହୁଏ। ସେଥିପ୍ରତି ସଂପୃକ୍ତ ରାଜ୍ୟ ସରକାର ନଜର ରଖିବା ଦରକାର ଓ ଏହି ନିର୍ଦ୍ଦେଶାବଳୀକୁ ଠିକ୍‌ ଭାବେ ପାଳନ କରିବା ପାଇଁ ନିର୍ବାଚନ ଆୟୋଗ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ପ୍ରଚଳିତ ନିୟମାନୁସାରେ ଜଣେ ଅଧିକାରୀ ନିଜ ଗୃହ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି କିମ୍ବା ତିନିବର୍ଷରୁ ଅଧିକ ଦିନ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସେମାନଙ୍କୁ ଅନ୍ୟତ୍ର ବଦଳୀ କରାଯାଉଛି। ନିର୍ବାଚନ ଆୟୋଗଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ ପୂର୍ବରୁ…

Read More

ଭୁବନେଶ୍ବର: ନିର୍ବାଚନ ପାଖେଇଲେ ଦଳବଦଳ ହେବା ଏକ ଚିରାଚରିତ ପ୍ରଥା ହୋଇ ସାରିଲାଣି। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଦଳ ବଦଳ ପକ୍ରିୟା ଜୋରଦାର ଚାଲିଛି। ତେବେ ସବୁଠାରୁ ଚର୍ଚ୍ଚାର ପରିସରକୁ ଯାହା ଆସିଛି ତାହା ହେଲା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ଭାଗ୍ୟ। କାରଣ ନିକଟରେ ବିଜେଡିରୁ ବହିସ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେପିରେ ଯୋଗ ଦେଇଛନ୍ତି। ଏକଦା ଏହି ଦୁଇ ନେତା ବିଜେଡିରେ ବେଶ ପ୍ରଭାବଶାଳି ଥିଲେ। ଉଭୟ ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ରହୁଥିଲେ। ନବୀନ ରାଜନୀତିକୁ ଆସିବା ସମୟରୁ ଦେବାଶିଷ ତାଙ୍କର ଅତି ଘନିଷ୍ଠ ଥିଲେ। ସେହିପରି ପ୍ରଦୀପ ମଧ୍ୟ ନବୀନଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳି ଦାୟିତ୍ବ ନେଇ ଥିଲେ। ହେଲେ ସମୟ ଚକ୍ରରେ ଉଭୟଙ୍କୁ ବିଜେଡି ବହିସ୍କୃତ କରିଛି। ଏବେ ନିର୍ବାଚନ ଆସୁଥିବାରୁ ସେମାନେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ଗତ 2019…

Read More

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବରୀ ବିଧାୟକ ଶ୍ରୀ ଦେବାଶିଷ ନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ରବିନ୍ଦ୍ର କୁମାର ବାରିକ, ଶିବପ୍ରସାଦ ବେହେରା, ପ୍ରଫୁଲ୍ଲ ସାମଲ, ଦାମୋଦର ସ୍ୱାଇଁ, କାଳନ୍ଦୀ ଲେଙ୍କା, କମଳାକାନ୍ତ ଜେନା, ମାନସ ସାହୁ, ପ୍ରଭାତ ମହାନ୍ତି, ସୁଶିଲ କୁମାର ଜେନା, ପ୍ରଶାନ୍ତ ତ୍ରିପାଠୀ, ମହେଶ୍ୱର ଭ୍ରଦ୍ରା, ନିହାର ରଞ୍ଜନ ସାହୁ, ଆଲୋକ ସେଠୀ, ଗୌତମ ପ୍ରଧାନ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି। ସେହିପରି ପୂର୍ବତନ ଅତାବିରା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନିହାର ରଞ୍ଜନ ମହାନନ୍ଦ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି। ତାଙ୍କ ସହ ବରଗଡ ଜିଲ୍ଲା କଂଗ୍ରେସର ପୂର୍ବତନ ଯୁବ ସଭାପତି ସ୍ୱାଧୀନ ରଥ, ସୌମ୍ୟକାନ୍ତ ଦାଶ, ଯୁବ କଂଗ୍ରେସ ନେତା ଉଦେଶ ପ୍ରଧାନ, ରାମୁ ରେଡ୍ଡି, ଜିତୁ…

Read More

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅର୍ନ୍ତଗତ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୧୬ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍‌ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ପାତ୍ର, ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି କଳାହାଣ୍ଡି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀପାତ୍ର, ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଆଜି ପ୍ରଧାନମନ୍ତ୍ରୀ ସମୁଦ୍ର ବୁଡାଳି ପୋଷାକ ପିନ୍ଧି ଗଭୀର ସମୁଦ୍ର ଭିତରକୁ ବୁଡିଥିଲେ। ଆଉ ସେହି ଭିତରେ ବେଶ କିଛି ସମୟ ମଧ୍ୟ ରହିଲେ। ତାଙ୍କ ସହିତ ତଟରକ୍ଷୀ ବାହିନୀ ମଧ୍ୟ ଥିଲେ। ହେଲେ ପ୍ରଶ୍ନ ଉଠୁଛି ଯେ ସମୁଦ୍ର ଭିତରେ ବୁଡିବା ପ୍ରଧାନମନ୍ତ୍ରୀଙ୍କ କଣ ଆବଶ୍ୟକ ପଡିଲା। ଏହାର ଉତ୍ତର ହେଉଛି ଯେ, ଆଜି ପ୍ରଧାନମନ୍ତ୍ରୀ ଗଭୀର ସମୁଦ୍ରରେ ବୁଡି ଦ୍ବାରକା ଦର୍ଶନ କରିଛନ୍ତି। ଦ୍ବାରକା ହେଉଛି ପ୍ରାଚୀନ ଯୁଗର ଏକ ସହର ଯାହାର ଶାସକ ଥିଲେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ। ତେବେ ସେହି ସହର କୃଷ୍ଣଙ୍କ ଦେହାବସାନ ପରେ କାଳକ୍ରମେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି ବୋଲି କୁହାଯାଉଛି। ଆଉ ସେହି ଦ୍ବାରକାକୁ ପ୍ରତ୍ନତତ୍ବବିତମାନେ ପରବର୍ତ୍ତି ସମୟରେ ସମୁଦ୍ର ଗର୍ଭରୁ ଠାବ କରିଛନ୍ତି। ପ୍ରଧାନମନ୍ତ୍ରୀ ଦୁଇଦିନିଆ ଗୁଜୁରାଟ ଗସ୍ତ ବେଳେ…

Read More

ନୂଆଦିଲ୍ଲୀ: ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳ ସେମାନଙ୍କର ଥିମ ସଂଗୀତ ବା ପ୍ରଚାର ସଂଗୀତ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ସେହିପରି ଶାସକ ବିଜେପି ଦଳ ତାହାର ପ୍ରଚାର ସଂଗୀତ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡି ସାରିଲାଣି। ଯାହାର ଶୀର୍ଷକ ହେଉଛି “ଫିର ଆୟେଗା ମୋଦି”। ଏହି ଗୀତଟି ରିଲିଜ ହେବା ପରେ ଖୋଦ ପ୍ରଧାନମନ୍ତ୍ରୀ ତାଙ୍କର ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏପରିକି ବିଜେପିର ଅଫିସିଆଲ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟିଂ ହୋଇଛି। ଏହାକୁ ଲୋକେ ଦେଖି ବେଶ ପସନ୍ଦ କରିବା ସହିତ ହଜାରହଜାର ଲୋକ ଲାଇକ ମଧ୍ୟ କରିଛନ୍ତି। ଏହି ଗୀତଟି ଚଳିତ ନିର୍ବାଚନରେ ପ୍ରଚାରର ପ୍ରମୁଖ ମାଧ୍ୟମ ହେବ ବୋଲି ଜଣାପଡିଛି। ତେବେ ଏହି ଗୀତ ପଛରେ ଯେ ଅଛନ୍ତି ସେ ହେଉଛନ୍ତି ଜଣେ ଓଡିଆ ପୁଅ। ଏହି ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓଡିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ପ୍ରେମଆନନ୍ଦ। ସେ ପୂର୍ବରୁ…

Read More

ଭୁବନେଶ୍ବର: ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିର ପୂର୍ବତନ ବିଧାୟକ ଦେବାଶିଷ ନାୟକ। ସେ ଆଜି ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ତେବେ ସେଥିରେ ସେ କୌଣସି କାରଣ ଉଲ୍ଲେଖ କରି ନାହାଁନ୍ତି। ତେବେ ପୂର୍ବରୁ ଦେବାଶିଷ ଦଳ ଛାଡିବେ ବୋଲି ଜଣାପଡିଥିଲା। ଦେବାଶିଷଙ୍କୁ ଦଳ ପ୍ରାୟ ଏକ ଘରକିଆ କରି ରଖିଛି। ଗତ ନିର୍ବାଚନରେ ବରୀରୁ ଦଳ ଟିକେଟ ଦେଇ ନ ଥିଲା। ହେଲେ ସୁନନ୍ଦା ଦାସ ବିଜେଡିରୁ ଛିଡା ହୋଇ ଜିତିଥିଲେ। ଦଳ ଏଥର ପୁଣି ଥରେ ତାଙ୍କୁ ଟିକେଟ ଦେବାର ସମ୍ଭାବନା ରହିଛି। ତେବେ ଦେବାଶିଷଙ୍କୁ ଦଳ କୌଣସି ସ୍ଥାନରେ ଥଇଥାନ କଲା ନାହିଁ। ଫଳରେ ସେ ଅସନ୍ତୋଷ ହୋଇ ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି। ତେବେ ସେ ଖୁବ ଶିଘ୍ର ବିଜେପିରେ ମିଶିବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂକୁ ନେଇ ଓଡିଶା ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଯେଉଁଥିରେ ସେ କହିଛନ୍ତି ଯେ, ବିଜେଡି ଟିକେଟ ପାଇବା ପାଇଁ ଜାତୀୟ ଦଳର ନେତାମାନେ ଆବେଦନ କରିଛନ୍ତି। ଏଥିସହିତ ୧୦ ହଜାରରୁ ଉର୍ଦ୍ଧ ବ୍ୟକ୍ତି ବିଜେଡି ଟିକେଟ ପାଇଁ ଆବେଦନ କରିଛନ୍ତି। ଯାହାକୁ ନେଇ ଜାତୀୟ ଦଳ ଭିତରେ ଆଲୋଡନ ସୃଷ୍ଟି ହୋଇଛି। ସେ ତାଙ୍କ ଏକ୍ସରେ ଯାହା ଲେଖିଛନ୍ତି ତାହା ହେଲା “ବିଗତ କିଛି ବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୈାରବ ପ୍ରଦାନ କରିଛି। ସେହିଭଳି ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ ରୁ ୩୦ ଜିଲ୍ଲା ପରିଷଦରେ ଜିତାଇ, ବିଜୁ ଜନତା ଦଳ ଯେ ଓଡ଼ିଶାର ୧ ନମ୍ବର ରାଜନୈତିକ…

Read More

ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶା ତଥା 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାଇକ ଚଳାଇ ଲୋକଙ୍କ ସମସ୍ୟା ବୁଝିଛନ୍ତି। ସେ ଶନିବାର ଦିନ ଭଣ୍ଡାରୀପୋଖରୀ ଏବଂ ଧାମନଗର ଉନ୍ନୟନ କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ସେଠାରେ ସେ ନଦୀବନ୍ଧ କାର୍ଯ୍ୟ ଦେଖିବାକୁ ଚାହିଁଲେ। ସେଥିପାଇଁ ସେ ବାଇକ ଚଳାଇ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ତାଙ୍କ ସାଥୀରେ ଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ। ପାଣ୍ଡିଆନ ସେହି ଅଞ୍ଚଳର ବିକାଶ କାର୍ଯ୍ୟ ଦେଖିବା ସହିତ ଜନସମାଗମକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ, ପୂର୍ବରୁ ଭଦ୍ରକ ଆସିଥିବା ବେଳେ ଆପଣମାନେ ମୋତେ ଅଭିଯୋଗ ପତ୍ର ଦେଇଥିଲେ। ୮ ମାସ ମଧ୍ୟରେ ୨୨୭ଟି ଦାବିରୁ ୧୯୦ଟି ପୂରଣ କରାଯାଇଛି ବୋଲି ପାଣ୍ଡିଆନ କହିଥିଲେ। ଏହି ଗସ୍ତ ବେଳେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜେଡି ଜିଲା ପର୍ଯ୍ୟବେକ୍ଷକ…

Read More

ଭୁବନେଶ୍ବର: ଡ. ସୁନୀତ ମୁଣ୍ଡ, ଭୁବନେଶ୍ବର ମହାନଗର ପାଇଁ ବିଜେପିର ମେୟର ପ୍ରାର୍ଥୀ ହୋଇ ଚର୍ଚ୍ଚାକୁ ଆସିଥିଲେ। କାରଣ ସେତେବେଳେ ସୁନୀତ ବିଜେପି ଦଳରେ ନ ଥିଲେ। ଉଚ୍ଚ ଶିକ୍ଷିତା ତଥା ସାମ୍ବାଦିକା ଥିବାରୁ ତାଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମେୟର ପ୍ରାର୍ଥୀ କରିଥିଲେ। ହାରିଥିଲେ ମଧ୍ୟ ସେ ସେତେବେଳେ ବିଜେଡିର ସୁଲୋଚନା ଦାସଙ୍କୁ ବେଶ ଭଲ ଟକ୍କର ଦେଇଥିଲେ। ଏହାପରେ ସୁନୀତ ମୁଣ୍ଡ ନା ଆଉ ରାଜନୀତିରେ ନା ଭୁବନେଶ୍ବରରେ ଦେଖା ମିଳିଲା। କାଁ ଭାଁ କେଉଁଠି କେତେବେଳେ ବିଜେପି ସଂଗଠନରେ ଦେଖିବାକୁ ମିଳିଥିଲା। ତେବେ ଦୀର୍ଘ ଦିନ ନିରବତା ପରେ ଏବେ ସେ କଳାହାଣ୍ଡିରେ ଆର୍ବିଭାବ ହୋଇଛନ୍ତି। ଆର୍ବିଭାବ କହିଲେ ଭୁଲ ହେବ ସେଠାରେ ସେ ବିରାଜମାନ କରିଛନ୍ତି। ଦୀର୍ଘ ମାସ ଧରି ସେ ସେଠାରେ ବିଭିନ୍ନ ରାଜନୈତିକ କାର୍ଯ୍ୟରେ ନିଜକୁ ଜଡିତ ରଖିଛନ୍ତି। ତେବେ କଣ ପାଇଁ ସେ କଳାହାଣ୍ଡିରେ ଡେରା ପକାଇଛନ୍ତି ତାହାକୁ ନେଇ…

Read More

ଭୁବନେଶ୍ବର: ବିଏମସି କମିଶନର ଭାବେ ଅତିରିକ୍ତ ଦାୟିତ୍ବ ନେବା ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଦାୟିତ୍ବ ନେଇଛନ୍ତି ରାଜେଶ ପ୍ରଭାକର ପାଟିଲ। ସେ ଆଜି ଅପରାହ୍ନରେ ବିଏମସି ଅଫିସରେ ପ୍ରବେଶ କରି କମିଶରଙ୍କ ଚଉକିରେ ବସିଥିଲେ। କର୍ମଚାରୀମାନେ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ବିଏମସି କମିସନର ବିଜୟ ଅମୃତ କୁଳାଙ୍ଗେ ଗତକାଲି କରର୍ପୋରେଟ ଏବଂ ମେୟରଙ୍କ ବୈଠକ ଭତ୍ତା ବୃଦ୍ଧି କରି ବିବାଦୀୟ ହୋଇପଡିଥିଲେ। ସକାଳେ ସେ ଏ ସଂପର୍କରେ ଘୋଷଣା କରିବା ପରେ ସଂଧ୍ୟାରେ ତାହାକୁ ପ୍ରତ୍ୟାହାର କରିଥିଲେ। ଏହାପରେ ସେ ଏକ ମାସ ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଆଜି ତାଙ୍କର ଛୁଟି ମଂଜୁରୀ ହେବା ସହିତ ନୂଆ ଅତିରିକ୍ତ କମିଶନରଙ୍କୁ ତୁରନ୍ତ ଦାୟିତ୍ବ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Read More

ଭୁବନେଶ୍ବର: ଗତକାଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ବିବାଦୀୟ ହୋଇ ପଡିବା ପରେ ଆଜି ଏକ ଲମ୍ବା ଛୁଟିରେ ଯାଇଛନ୍ତି। ଫଳରେ ତାଙ୍କ ସ୍ଥାନରେ ଅନ୍ୟତମ ଆଇଏଏସ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ବ ଦିଆଯାଇଛି। ଏପରି ପରିସ୍ଥିତିକୁ ନେଇ ବର୍ତ୍ତମାନ ଭୁବନେଶ୍ବରରେ ବେଶ ଚର୍ଚ୍ଚା ଜାରୀ ରହିଛି। ଗତକାଲି କୁଲାଙ୍ଗେ ଭୁବନେଶ୍ବରର କରର୍ପୋରେଟର, ଡେପୁଟି ମେୟର ଏବଂ ମେୟରଙ୍କ ବୈଠକ ଖର୍ଚ୍ଚ ବୃଦ୍ଧି କରିଥିଲେ। ସେହି ଅନୁସାରେ କର୍ରପୋରେଟରମାନେ ପୂର୍ବରୁ ଗୋଟିଏ ବୈଠକରେ ଯୋଗଦେବା ପାଇଁ 700 ପାଉଥିବା ବେଳେ ଗତକାଲି ତାହାକୁ  10 ହଜାରକୁ ବୃଦ୍ଧି କରିଥିଲେ। ସେହିପରି ଡେପୁଟି ମେୟରଙ୍କର 25 ହଜାର ଏବଂ ମେୟରଙ୍କର 50 ହଜାର ବୃଦ୍ଧି କରାଯାଇଥିଲା। ହେଲେ ସଂଧ୍ୟାରେ ନିଜେ ବିଏମସି କମିଶନର କୁଲାଙ୍ଗେ ଏହା ପ୍ରତ୍ୟାହାର ହେଲା ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ, ଏହା ବିଏମସିର ଏକ ପ୍ରସ୍ତାବ ଥିଲା। ସରକାରଙ୍କ ଅନୁମୋଦନ ପରେ ଘୋଷଣା କରାଯିବ।…

Read More

ଭୁବନେଶ୍ବର: ବର୍ତ୍ତମାନ ପରୀକ୍ଷା ଋତୁ ଚାଲିଛି। ବିଭିନ୍ନ ପରୀକ୍ଷା ବର୍ତ୍ତମାନ ଚାଲିଛି। ତେବେ ସବୁଠାରୁ ବଡ ପରୀକ୍ଷା ହେଉଛି ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ବେଶ ଚାପଗସ୍ତ ହୋଇଥାନ୍ତି। ଏପରିକି କେତେକ ଶିକ୍ଷାର୍ଥୀ ମାନସିକ ଭାରସାମ୍ୟ ମଧ୍ୟ ହରାଇ ପକାନ୍ତି। ତେବେ ଏହି ଚାପରୁ ମୁକ୍ତ କରିବା ପାଇଁ ରାଜ୍ୟ ସ୍କୁଲ ଓ ଗଣିଶିକ୍ଷା ବିଭାଗ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି। ଯାହାର ନାମ ହେଉଛି ଟେଲି ମାନସ। ଅର୍ଥାତ ଛାତ୍ରଛାତ୍ରୀ କିମ୍ବା ଅଭିବାକମାନେ 14416 କୁ ଫୋନ କରି ପରାମର୍ଶ ନେଇପାରିବେ। ସେଠାରେ ବସିଥିବା ବିଶେଷଜ୍ଞମାନେ କିପରି ସହଜରେ ଛାତ୍ରାଛାତ୍ରୀ ପରୀକ୍ଷା ଦେବେ ତାହାର ଟିପ୍ସ ଦେବେ।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ସେଗୁଡିକ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ସହରକୁ ଏନଏସି ମାନ୍ୟତା ପ୍ରଦାନ ପାଇଛି। ସେହି ଦୁଇଟି ହେଲା ଟାଙ୍ଗି ଏବଂ ବେଗୁନିଆ। ପଢନ୍ତୁ: ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

Read More

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ ଅନେଇ ରହିଛି କେବେ ନିର୍ବାଚନ ହେବ। ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି, ସେଠାକାର ଲୋକେ ଆହୁରି ଉତ୍ସୁକୁତ। ସମସ୍ତେ ବର୍ତ୍ତମାନ ଟିଭି, ଖବର କାଗଜ ତଥା ଡିଜିଟାଲ ମିଡିଆକୁ ଅନେଇ ରହିଛନ୍ତି। କେବେ ନିର୍ବାଚନ ହେବ ତାହା ତ ଦୂରର କଥାନ ହେଲେ କେବେ ଘୋଷଣା ହେବ ତାହାକୁ ନେଇ ମଧ୍ୟ ସମସ୍ତେ ଅପେକ୍ଷାରେ ଅଛନ୍ତି। ତେବେ ଲୋକଙ୍କ ଭିତରେ ଏପରି ଆଗ୍ରହକୁ ଦେଖି କେତେକ ସାଇବର ଦଲାଲ ଆରମ୍ଭ କରିଦେଇଛନ୍ତି ବେପାର। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ କେବେ ନିର୍ବାଚନ ହେବ ତାହାର ଏକ ଲିଷ୍ଟ ଭାଇରାଲା ହେବାରେ ଲାଗିଛି। ଏଥିରେ ଭାରତ ନିର୍ବାଚନ କମିଶନରଙ୍କ ଲୋଗୋ ସହିତ ଏହି ତାଲିକା ପ୍ରକାଶ ପାଇଛି। ଯାହାକୁ ନେଇ ଭାରତୀୟ ନିର୍ବାଚନ କମିଶନର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ ବିଜ୍ଞପ୍ତି ମାଧ୍ୟମରେ କମିଶନର ଅଫିସରୁ ଏହା ଫେକ୍ ବୋଲି କୁହାଯାଇଛି। ତେବେ ଏପରି ବିଭ୍ରାନ୍ତ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୁରଭଞ୍ଜର କରଞ୍ଜିଆ, ବଲାଙ୍ଗିରର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯାଇଛି। 5T ଅଧ୍ୟକ୍ଷଙ୍କ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣ ଙ୍କ ପ୍ରସ୍ତାବ ଏବଂ ବିକାଶ ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ…

Read More