ସମାଜବାଦୀ ପାର୍ଟି ଗତକାଲି ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଚଳିତ ଥର ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂ ଯାଦବଙ୍କୁ ଏହି ତାଲିକାରୁ ବାଦ୍ ଦିଆ ଯାଇଛି। ଏହା ପୂର୍ବରୁ ଏସପି ଲୋକସଭା ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏସପି ଦ୍ୱାରା ଜାରି କରାଯାଇଥିବା ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଅଖିଲେଶ ଯାଦବ, ଡିମ୍ପଲ ଯାଦବ, ଜୟା ବଚନ, ରାମ ଗୋପଳ ଯାଦବ, ରାଜେନ୍ଦ୍ର ଚୌଧରୀ, ଆଜମ ଖାନ ଆଦି ସାମିଲ ଅଛନ୍ତି। ସୂଚନାଯୋଗ୍ୟ କି, ଏସପି ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ ଜାରି କରିଛି। ଏଥିରେ ମୁଲାୟମଙ୍କ ନାମ ନାହିଁ। ସେ ମେନପୁରୀ ଆସନରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ଅଖିଳେଶ ଯାଦବ ଆଜମଗଡ଼ରୁ ନିର୍ବାଚନ ଲଢିବାକୁ ଥିବାବେଳେ ବରିଷ୍ଠ ନେତା ଆଜମ୍ ଖାନ୍ ରାମପୁର୍ ସିଟ୍ରୁ ନିର୍ବାଚନ ଲଢିବେ। ଚଳିତ ଥର ଉତ୍ତରପ୍ରଦେଶରେ ଏସ୍ପି-ବିଏସ୍ପି–ଆର୍ଏଲ୍ଡି ମିଳିତ ଭାବରେ ନିର୍ବାଚନ ଲଢିବାକୁ…
Author: Samikhsya Bureau
ନୟାଗଡ଼ରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବିଜେଡ଼ି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିବାବେଳ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ରହିଛି। ଏହି ସମୟରେ ଦଳ ଏନେଇ ପୂର୍ବରୁ ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ପ୍ରଥମ ୨ଟି ପର୍ଯ୍ୟାୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଛନ୍ତି। ଏହି ତାଲିକାରେ ଅନେକ ନୂଆ ଓ ପୁରୁଣା ନେତାଙ୍କୁ ସାମିଲ୍ କରାଯାଇଛି। ନବୀନଙ୍କ ବ୍ୟତୀତ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଷ୍ଟାର ପ୍ରଚାରକର ଟ୍ୟାଗ୍ ଦେଇଛି। ସେହିଭଳି ସେଲିବ୍ରିଟି ଭାବେ ରାଜ୍ୟସଭା ସାଂସଦ ଅନୁଭବ ପଟ୍ଟନାୟକ, ଟିକେଟ ରେସରୁ ବାଦ ପଡିଥିବା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଆକାଶ ଦାଶ ନାୟକ, ଅରିନ୍ଦମ ରାୟ ପ୍ରମୁଖଙ୍କୁ ଏହି ତାଲିକାରେ ସାମିଲ୍ କରାଯାଇଛି।…
୬୪ତମ ଫିଲ୍ମଫେୟାର୍ ଆଓ୍ବାର୍ଡରେ ରାଜି, ଅନ୍ଧାଧୁନ୍, ପଦ୍ମାବତ୍ ବାଜି ମାରିନେଇଛନ୍ତି। ପଦ୍ମାବତ୍ ୧୭ଟି ଶ୍ରେଣୀରେ ମନୋନୀତ ହୋଇଥିବାବେଳେ ୪ଟି ଆଓ୍ବାର୍ଡ ଜିତିଛି। ସେହିପରି ଆଲିଆ ଭଟ୍ଟଙ୍କ ଅଭିନୀତ ‘ରାଜି’ ଫିଲ୍ମଟି ସର୍ବାଧିକ ୫ଟି ବିଭାଗରେ ପୁରସ୍କାର ହାତେଇଛି। ମୁମ୍ବାଇଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ବଲିଉଡ୍ ଷ୍ଟାରମାନଙ୍କର ଜଲ୍ଓ୍ବା ଦେଖିବାକୁ ମିଳିଥିଲା। ଫିଲ୍ମଫେୟାର୍ ପୁରସ୍କାର ତାଲିକା ଶ୍ରେଷ୍ଠ ଫିଲ୍ମ : ରାଜି ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍) : ଅନ୍ଧାଧୁନ୍ ଶ୍ରେଷ୍ଠ ଅଭିନେତା : ରଣବୀର କପୁର୍ (ସଂଜୁ) ଶ୍ରେଷ୍ଠ ଅଭିନେତ୍ରୀ : ଆଲିଆ ଭଟ୍ଟ (ରାଜି) ଶ୍ରେଷ୍ଠ ଅଭିନେତା (କ୍ରିଟିକ୍) ରଣବୀର ସିଂହ (ପଦ୍ମାବତ), ଆୟୁଷ୍ମାନ ଖୁରାନା (ଅନ୍ଧାଧୁନ୍) ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ) : ନୀନା ଗୁପ୍ତା (ବଧାଇ ହୋ) ଶ୍ରେଷ୍ଠ ନବାଗତ : ଈଶାନ୍ ଖଟ୍ଟର (ବିୟଣ୍ଡ୍ ଦ କ୍ଲାଉଡ୍) ଶ୍ରେଷ୍ଠ ନବାଗତା : ସାରା ଅଲ୍ଲୀ ଖାନ୍ (କେଦାରନାଥ) ଶ୍ରେଷ୍ଠ ନିର୍ଦ୍ଦେଶକ : ମେଘନା ଗୁଲ୍ଜାର୍ (ରାଜି) ଶ୍ରେଷ୍ଠ…
ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିବା ପରେ ଓଡିଶାରେ ଦଳବଦଳ ଓ କାଦୁଅ ଫିଙ୍ଗା ରାଜନୀତି ଜୋର୍ସୋର୍ରେ ଚାଲିଛି। ଟିକେଟ୍ ପାଇନଥିବା ଆଶାୟୀ ପ୍ରାର୍ଥୀମାନେ ଦଳ ବଳଦ କରୁଛନ୍ତି ତ ପୁଣି କେତେକ ଦଳରୁ ଇସ୍ତଫା ପ୍ରଦାନ କରୁଛନ୍ତି। ଗତକାଲି ବିଜେପିରୁ ଇସ୍ତଫା ପ୍ରଦାନ କରିଥିବା ଉପସଭାପତି ରାଜକିଶୋର ଦାଶ ଆଜି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ସମାଲୋଚନା କରି ଔରଙ୍ଗଜେବଙ୍କ ସହିତ ତୁଳନା କରିଛନ୍ତି ରାଜକିଶୋର। ସ୍ବାର୍ଥ ପାଇଁ ବରିଷ୍ଠଙ୍କୁ ଧର୍ମନ୍ଦ୍ରେ ହତ୍ୟା କରୁଛନ୍ତି କହିବା ସହିତ ତାଙ୍କୁ ଗୁଣ୍ଡା ଲଗାଇ ହଇରାଣ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି। ରାଜକିଶୋର ବହୁ ସମୟ ଧରି ମୟୂରଭଞ୍ଜରେ ବିଜେପି ପାଇଁ କାର୍ଯ୍ୟ କରିଥିବାବେଳେ ସେ ମୟୂରଭଞ୍ଜର ମୋରଣା ଆସନ ପାଇଁ ଆଶାୟୀ ଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପି…
ବିଜୟରୁ ଅଭିଯାନ ଆରମ୍ଭ କରିଛି ୨୦୧୮ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ (ସିଏସ୍କେ)। ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ସିଏସ୍କେ ପ୍ରତିପକ୍ଷ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଏକପାଖିଆ ଭାବେ ୭ ୱିକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ମାତ୍ର ୧୭.୧ ଓଭର୍ରେ ୭୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାର ଜବାବ୍ରେ ସିଏସ୍କେ ୧୭.୪ ଓଭର୍ରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଧୋନି ଟସ୍ ଜିତି ଆରସିବିକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ୍ ତାହିରଙ୍କ ଯାଦୁ ଆଗରେ ପୂରା ଆରସିବି ଟିମ୍ ଆତ୍ମସମର୍ପଣ କରିଦେଇଥିଲା। ହରଭଜନ ବିରାଟ୍ କୋହଲି(୬)ଙ୍କୁ ଆଉଟ୍ କରି ଆରସିବିକୁ ଶକ୍ତ ଝଟ୍କା ଦେଇଥିଲେ। ଏହାପରେ ଭଜି ମୋଇନ୍ ଅଲ୍ଲୀ(୯) ଓ ବିସ୍ଫୋରକ ଏବି ଡିଭିଲିୟର୍ସ(୯)ଙ୍କୁ…
କେଦାର ମିଶ୍ର ବିଜେପିରେ ନୂଆ କରି ଯୋଗଦେଇଥିବା ବିଜୁ ଜନତା ଦଳର ବହିଷ୍କୃତ ନେତାମାନେ ବିଜେପିର ଓଡିଶା ସଙ୍ଗଠନକୁ ଏକପ୍ରକାର କରାୟତ୍ତ କରିନେବା ପରେ ଏହାକୁ ନେଇ ଏବେ ସାରା ରାଜ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି। ବିଜେପି ରାଜ୍ୟ କାର୍ୟାଳୟରେ ଦୁଇ ଦିନ ଧରି ତାଲା ପଡିବା ପରେ ବିଭିନ୍ନ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ କାର୍ୟାଳୟ ସବୁକୁ ବିଜେପି କର୍ମୀମାନେ ପୋଡି ଦେଇଛନ୍ତି। ଦଳର ବହୁ ପୁରୁଖା ନେତା ଏବେ ଦଳ ଛାଡି ଚାଲି ଯାଉଛନ୍ତି। ତେବେ ଏହି ଘଟଣା ଲାଗି ବିଜେପି ଅନ୍ୟ କାହାକୁ ଦାୟୀ କରିବା ଅପେକ୍ଷା ନିଜର ଆତ୍ମା ସମୀକ୍ଷା କରିବା ଜରୁରୀ। ଦଳ ନିଜ ଦମ୍ଭରେ ନିର୍ବାଚନ ନ ଲଢି ଅନ୍ୟ ଦଳର ଆମଦାନୀ କରା ନେତାଙ୍କ ଉପରେ ଏତେ ନିର୍ଭରଶୀଳ ହୋଇ ପଡିଛି ଯେ, ଗୋଟେ ଗୋଟେ ଲୋକସଭା କ୍ଷେତ୍ରରେ ବିଜେପିର ଜଣେ ବି ପୁରୁଣା ନେତା ବା କର୍ମୀ ଟିକଟ ପାଇନାହାନ୍ତି। ଯାଜପୁରର…
ଲୋକସଭା ନିର୍ବାଚନ ପାଇଁ ସରଗରମ ରାଜନୀତି। ସବୁ ରାଜନୈତିକ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସରିଲେଣି। ଆସନ୍ତା ଲୋକସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସ ମହଲରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାହୁଲ ପାରମ୍ପରିକ ଆମେଥି ସହିତ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢିପାରନ୍ତି। କେରଳ କଂଗ୍ରେସ ପକ୍ଷରୁ ରାହୁଲ୍ଙ୍କୁ ଏହି ଆସନରୁ ଲଢିବା ପାଇଁ ଅନୁରୋଧ କରାଯାଇଛି। ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେଥିରୁ ସାଂସଦ ଅଛନ୍ତି। ଆସନ୍ତା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚନରେ ମୈଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ନେତା ଓମାନ ଚଣ୍ଡୀ କହିଛନ୍ତି କେରଳ କଂଗ୍ରେସ କମିଟି ରାହୁଲ ଗାନ୍ଧୀଙ୍କୁ ନିବେଦନ କରିଛି ଯେ ସେ କେରଳର ଗୋଟିଏ ଆସନରୁ ନିର୍ବାଚନ ଲଢନ୍ତୁ। ରାହୁଲ କେରଳର ଓ୍ବୟାନାଡରୁ ନିର୍ବାଚନ ଲଢିପାରନ୍ତି। ଏନେଇ ରାହୁଲ ଗାନ୍ଧୀ ନିଜର ପକ୍ଷ ରଖିନାହାନ୍ତି। ତେବେ…
ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ଭାବନାକୁ ଦୃଷ୍ଟିରେ ରଖିଏପ୍ରିଲ ୨ତାରିଖରୁ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ସକାଳୁଆ ହେବ। ମାର୍ଚ୍ଚ ୩୦ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୨ତାରିଖରୁ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ। କୌଣସି ପରିସ୍ଥିତିରେ ବି ଦିନ ୧୧ଟା ପରେ ସ୍କୁଲଗୁଡ଼ିକ ଖୋଲା ରହିବ ନାହିଁ। ଏପ୍ରିଲ୍ ୩ରୁ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ପାଠପଢା ଆରମ୍ଭ କରାଯିବ। ମେ ୬ ତାରିଖରୁ ଖରାଛୁଟି ଦିଆଯିବ ବୋଲି ଶିକ୍ଷାବିଭାଗ ନିର୍ଦ୍ଦେଶ ଦେଇଛି।
ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝୀ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଶ୍ରୀ ମାଝୀ ଏବେ ଖଡ଼ିଆଳ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ୨୦୧୪ ମସିହାରେ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ଚଳିତ ଥର ବିଧାୟକ ଶ୍ରୀ ମାଝୀଙ୍କ ବଦଳରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀଙ୍କ ପତ୍ନୀ ରୀତାରାଣୀଙ୍କୁ ବିଜେପି ତରଫରୁ ପ୍ରାର୍ଥୀ କରାଯାଇଛି। ଏହାକୁ ବିରୋଧ କରି ଦଳରୁ ଶ୍ରୀମାଝୀ ଇସ୍ତଫା ଦେଇଛନ୍ତି। ଶ୍ରୀ ମାଝୀ ଏଥର ନିଜ ପୁଅଙ୍କୁ ବିଜେପିରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ତେବେ ଦୁର୍ଯ୍ୟୋଧନଙ୍କୁ ଟିକେଟ ନ ଦେବା ପ୍ରସଙ୍ଗରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ଦଳ ତରଫରୁ ୮୦ ବୟସରୁ ଅଧିକ ବୟସ୍କଙ୍କୁ ଟିକେଟ ନ ଦେବାର ନିଷ୍ପତ୍ତି କରାଯାଇଛି ।
ସୁଲତାନ ଆଜଲାନ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ମୁକାବିଲା ବିଜୟ ସହିତ ଆରମ୍ଭ କରିଛି। ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଜାପାନକୁ ୨-୦ରେ ପରାସ୍ତ କରି ଭାରତ ନିଜର ଅଭିଯାନ ଆରମ୍ଭ କରିଛି। ମାଲେସିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମଣ୍ଟରେ ଭାରତ ପକ୍ଷରୁ ମ୍ୟାଚ୍ର ୨୪ ତମ ମିନିଟ୍ରେ ପ୍ରଥମ ଗାେଲ୍ ସ୍କାେର କରିଥିଲେ ବରୁଣ କୁମାର। ପେନାଲ୍ଟି କର୍ଣ୍ଣରରୁ ଭାରତକୁ ଏହି ଗୋଲ୍ ମିଳିଥିଲା। ମ୍ୟାଚ୍ର ୫୬ ତମ ମିନିଟ୍ରେ ସିମ୍ରନ୍ଜିତ୍ ସିଂ ଦ୍ବିତୀୟ ଗାେଲ୍ ସ୍କାେର କରିବା ସହିତ ଦଳର ଅଗ୍ରଣୀକୁ ୨-୦କୁ ବଢାଇଥିଲେ। ଜାପାନ ପକ୍ଷରୁ ଗୋଲ ଶୁଝିବା ନିମନ୍ତେ ଆପ୍ରାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ସମସ୍ତ ଉଦ୍ୟମ ପଣ୍ଡ କରି ଦେଇଥିଲେ। ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମନ୍ପ୍ରୀତ୍ ସିଂ ଦଳର ନେତୃତ୍ବ ନେଉଛନ୍ତି। ବରୁଣ କୁମାରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ରବିବାର…
ଭିଏଚ୍ପିର ପୂର୍ବତନ ନେତା ପ୍ରବୀଣ ତୋଗାଡିଆ ନିଜର ନବଗଠିତ ପାର୍ଟି ହିନ୍ଦୁସ୍ତାନ ନିର୍ମାଣ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ୧୦୦ ଆସନରେ ପ୍ରତିଦ୍ବନ୍ଦିତା କରିବ ବୋଲି ଘୋଷଣା କରିଛନ୍ତି। ନିକଟରେ ନିଜର ୪୧ଲାେକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ସହିତ ନିଜେ ତୋଗାଡିଆ ବାରଣାସୀ, ମଥୁରା କିମ୍ବା ଅଯେଧ୍ୟାରୁ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି। ବାରଣାସୀରୁ ମୋଦି ପ୍ରତିଦ୍ବନ୍ଦିତା କରୁଥିବା ବେଳେ ପରୋକ୍ଷରେ ମୋଦିଙ୍କ ବିପକ୍ଷରେ ଲଢିବା ନେଇ ସୂଚନା ଦେଇଛନ୍ତି ତୋଗାଡିଆ। ୧୦୦ ଆସନରେ ଏଚ୍ଏନ୍ଡି ପ୍ରତିଦ୍ବନ୍ଦିତା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ତନ୍ମଧ୍ୟରୁ ଗୁଜୁରାଟରେ ୧୫ଆସନ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, କୃଷି ଉତ୍ପାଦର ଉନ୍ନତ ମୂଲ୍ୟ ଏବଂ କୃଷି ଜନିତ ରାେଜଗାର ପ୍ରଦାନ ଏହି ଦଳର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ରହିବ ବୋଲି ତୋଗାଡିଆ ପ୍ରକାଶ କରିଛନ୍ତି। ରାମମନ୍ଦିର ମାମଲାରେ ମୋଦି ସରକାର ଲାେକଙ୍କ ପ୍ରତି ବିଶ୍ବାସାଘାତ କରିଥିବା କହିଛନ୍ତି ତୋଗାଡିଆ। ଦେଶରେ ରାମ…
ବୋହୂକୁ ନେଇ ଉତ୍ତେଜନା । ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ପଶି ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିଛନ୍ତି। ସେମାନେ ପୁଲିସ୍ର ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଏହାସହ ଥାନା ଭିତରେ ଥିବା ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର ଓ କମ୍ପ୍ୟୁଟର ଫିଙ୍ଗା ଫୋଫଡ଼ା କରିଛନ୍ତି। ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ଗତ ଛଅ ମାସ ତଳେ ପାରାପୋଖରୀ ଗାଁର ଝିଅ ବିନୋବାଭାବେ ନଗରର ଜଣେ ପୁଅକୁ ପ୍ରେମ ବିବାହ କରିଥିଲେ। ଏହି ପ୍ରେମ ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସର ମଧ୍ୟସ୍ଥତାରେ ଦୁଇ ଗାଁର ଗଣ୍ଡଗୋଳ ଥାନାରେ ସମାଧାନ ହୋଇଥିଲା। ଗତକାଲି ଝିଅ ବାପ ଘର(ପାରାପୋଖରୀ)କୁ ଯାଇଥିଲା। ହେଲେ ରାତିରେ ଶ୍ଵଶୁର ଘରକୁ ଫେରିଲା ବେଳେ ବିଳମ୍ବ ହୋଇଥିଲା। ଏହାକୁ ନେଇ ଶଶୁର ଘର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କଥାକୁ ଉଭୟଙ୍କ ମଧ୍ୟରେ…
ସୀମିତ ଓଭର କ୍ରିକେଟ୍ରେ ଗତ କିଛି ବର୍ଷ ଧରି ପ୍ରଭାବ ବିସ୍ତାର କରିଆସିଥିବା ଶ୍ରୀଲଙ୍କା ଦ୍ରୁତ ବୋଲର ଲାସିଥ୍ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବେ। ସେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପରେ ଯାଇ ଅବସର ନେବେ ବୋଲି ସୂଚନା ମିଳିଛି। ମାଲିଙ୍ଗା କହିଛନ୍ତି, ଚଳିତବର୍ଷ ଇଂଲଣ୍ଡରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପରେ ସେ ଦିନିକିଆରୁ ଅବସର ନେବେ ଏବଂ ୨୦୨୦ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ସମ୍ପୂର୍ଣ୍ଣ ବିଦାୟ ଜଣାଇବେ। ଏହା ସହିତ ଚଳିତ ବର୍ଷ ଆଇପିଏଲ୍ର ପ୍ରଥମ ୬ଟି ମ୍ୟାଚ୍ ନିମନ୍ତେ ସେ ଉପଲବ୍ଧ ହେବେ ନାହିଁ ବାେଲି ଜଣାପଡିଛି। ଶ୍ରୀଲଙ୍କାର ଘରୋଇ ଟୁର୍ଣ୍ଣାମେଣ୍ଟସୁପର ପ୍ରାଭିନ୍ସିଆଲ୍ କପ୍ରେ ଖେଳିବା ନିମନ୍ତେ ସେ ପ୍ରଥମ ୬ ମ୍ୟାଚ୍ ନିମନ୍ତେ ଉପଲବ୍ଧ ରହିବେ ନାହିଁ। ବିଶ୍ବକପ୍ ମନୋନୟନ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସ୍ପଷ୍ଟ କରିଛନ୍ତି ମାଲିଙ୍ଗା। ଶୁକ୍ରବାର…
ବେଜିଂରେ ପର୍ଯ୍ୟଟକଙ୍କ ଏକ ବସ୍ରେ ଅଗ୍ନିକାଣ୍ଡ ଘଟି ୨୬ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୮ ଜଣ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତନ୍ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ରହିଥିବା ଜଣାପଡିଛି। ବେଜିଂର ହ୍ୟୁନାନ୍ ପ୍ରଦେଶରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ୫୯ ସିଟ୍ର ଏହି ବସ୍ରେ ୫୩ ଜଣ ଯାତ୍ରୀ ଏବଂ ୨ ଜଣ ଡ୍ରାଇଭର ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲାେ। ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବିଦେଶୀ ନାଗରିକ ରହିଥିବା ଜଣାପଡିଛି। ଦୁଇ ଡ୍ରାଇଭରଙ୍କୁ ଗିରଫ କରାଯାଇ ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଘଟିଥିବା ବିସ୍ଫୋରଣରେ ୬୪ ଲୋକ ମୃତାହତ ହେବା ସହିତ ୬୪୦ରୁ ଅଧିକ ଲୋକ ଆହତ ହାେଇଥିଲେ।
ଆସନ୍ତା ନିର୍ବାଚନ ପାଇଁ ପ୍ରାୟ ସବୁ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଲାଣି। ଏହି ପ୍ରାର୍ଥୀ ତାଲିକା ପ୍ରକାଶିତ ହେବା ପରେ ଦଳୀୟ ଅସନ୍ତୋଷ ବଢିବାରେ ଲାଗିଛି। କେଉଁଠି ନେତାମାନେ ଟିକେଟ ନ ପାଇ କ୍ଷୋଭ ପ୍ରକାଶ କରି ଦଳ ପରିବର୍ତ୍ତନ କରୁଛନ୍ତି ତ ଆଉ କେଉଁଠି ମୁହାମୁହିଁ ହେଉଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରିରେ କଂଗ୍ରେସ ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀଙ୍କୁ ବିରୋଧ କରାଯାଇଛି। ଏହି ଆସନ ପାଇଁ ଆଶାୟୀ ପ୍ରାର୍ଥୀ ପିସିସି ସଦସ୍ୟ ଚିତ୍ତରଞ୍ଜନ ଷଡଙ୍ଗୀଙ୍କ ସମର୍ଥକମାନେ ମନୋଜାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିବା ସହ ଉଭୟ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି। ଗତକାଲି ପ୍ରକାଶିତ କଂଗ୍ରେସ ପ୍ରାର୍ଥୀ ତାଲିକାରେ ନୀଳଗିରି ରାଜ ପରିବାରର ମନୋଜା ମଞ୍ଜରୀ ଦେବୀଙ୍କୁ ଦଳ ଟିକେଟ ଦେଇଛି। ଏହି ଟିକେଟ ପାଇବା ପରେ ମନୋଜା ମଞ୍ଜରୀ ଚିତ୍ତରଞ୍ଜନ ତାଙ୍କୁ ସମର୍ଥନ କରୁଛନ୍ତି ଓ ତାଙ୍କ ନିର୍ବାଚନରେ ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ ଆଜି ଏଠାରେ…
ନିର୍ବାଚନୀ ମଇଦାନରେ ଦୁଇ ଭଉଣୀ। ଜଣେ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ଆଉ ଜଣେ ବିଧାନସଭା ପ୍ରାର୍ଥୀ। ତେବେ ଦୁହେଁ ଗୋଟିଏ ଦଳରୁ ପ୍ରାର୍ଥୀ ନୁହଁନ୍ତି ବରଂ ଦୁହେଁ ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ସୁନୀତା ବିଶ୍ୱାଳ ବିଜେଡ଼ି ତରଫରୁ ସୁନ୍ଦରଗଡ଼ର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ଓ ଅମିତା ବିଶ୍ୱାଳ କଂଗ୍ରେସ ତରଫରୁ ସୁନ୍ଦରଗଡର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି । ଏ ଦୁହେଁ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ଏଥର ସୁନୀତା କଂଗ୍ରେସ ଟିକେଟ୍ରେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ଶୁଣା ଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ସେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଓ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ବିରୋଧରେ ଲଢ଼ିବେ। ଅନ୍ୟପକ୍ଷରେ କଂଗ୍ରେସ ଅମିତାଙ୍କୁ ସୁନ୍ଦରଗଡ଼ରୁ ବିଧାନସଭା ପ୍ରାର୍ଥୀ କରିଛି। କଂଗ୍ରେସରୁ ଟିକେଟ ପାଇ ଅମିତା ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି,…
୨୦୨୦ରେ ଆୟୋଜିତ ହେବାକୁ ଥିବା ୟୁରାେପ ଫୁଟ୍ବଲ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ପ୍ରଥମ ଦିନରେ ଇଂଲଣ୍ଡ ଏବଂ ଫ୍ରାନ୍ସ ବୃହତ ବିଜୟ ହାସଲ କରିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ୍ ପର୍ତ୍ତୁଗାଲ୍ ନିଜ ମ୍ୟାଚ୍ ଅମୀମାଂସିତ ରଖିଛି। ଫ୍ରାନ୍ସ ୪-୧ ବ୍ୟବଧାନରେ ମଲଡୋଭାକୁ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ୫-୦ରେ ଚେକ୍ ରିପବ୍ଲିକ୍କୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି। ଡିଫେଣ୍ଡିଂ ଚାମ୍ପିଅନ୍ ପର୍ତ୍ତୁଗାଲ ୟୁକ୍ରେନ୍ ବିପକ୍ଷ ମୁକାବିଲାକୁ 0-0ରେ ଅମୀମାଂସିତ ରଖିବାରେ ସକ୍ଷମ ରହିଛି । ଫ୍ରାନ୍ସ-ମଲଡୋଭା ମୁକାବିଲାରେ ମ୍ୟାଚ୍ର ୨୪ ତମ ମିନିଟ୍ରେ ଆଣ୍ଟୋନିଓ ଗ୍ରୀଜ୍ମ୍ୟାନ ପ୍ରଥମ ଗାେଲ ସ୍କାେର କରିଥିଲେ। ତିନି ମିନିଟ ପରେ ରାଫାଲେ ବାରାନେ ଦ୍ବିତୀୟ ଗାେଲ୍ କରିବା ପରେ ଅଲିଭର ଜିରୁଡ୍ ମ୍ୟାଚ୍ର ୩୬ ତମ ମିନିଟ୍ରେ ତୃତୀୟ ଗାଲ୍ ସ୍କାେର କରିଥିଲେ। ମ୍ୟାଚ୍ ଶେଷ ହେବାର ୩ମିନିଟ୍ ପୂର୍ବରୁ ଏମ୍ବାପେ ଫ୍ରାନ୍ସ ପକ୍ଷରୁ ଅନ୍ତିମ ଗାେଲ୍ ସ୍କୋର କରିଥିଲେ।…
ସିରିଆରେ ଇସ୍ଲାମିକ୍ ଷ୍ଟେଟ୍ ବିପକ୍ଷରେ ବିଜୟ ଘୋଷଣା କରିଛି ସିରିଆନ୍ ଡେମେକ୍ରାଟିକ୍ ଫୋର୍ସ। ଆମେରିକା ସହାୟତାରେ ଯୁଦ୍ଧ ଲଢୁଥିବା ଏହି ବାହିନୀ ଦୀର୍ଘ ୪ ବର୍ଷର ଲଢେଇ ପରେ ବିଜୟ ହାସଲ କରିବା ନେଇ ସୂଚନା ମିଳିଛି। ସିରିଆ ଏବଂ ଇରାକ୍ର ଏକ ତୃତୀୟଂଶ ଅଞ୍ଚଳ ଅଧିକାର କରିଥିବା ଇସ୍ଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ଦ ଲେଭାଣ୍ଟ (ଆଇଏସ୍ଆଇଏଲ୍) ପରାଜୟ ବରଣ କରିବା ସହିତ ଏହି ଅଞ୍ଚଳ ଆତଙ୍କବାଦ ମୁକ୍ତ ହୋଇଥିବା ଏସ୍ଡିଏଫ୍ ପକ୍ଷରୁ କୁହାଯାଇଛି। ଏସ୍ଡିଏଫ୍ର ମୁଖପାତ୍ର ମୁସ୍ତାଫା ବାଲି ଟ୍ବିଟ୍ଟର ଜରିଆରେ ଏହି ଘୋଷଣା କରିବା ସହିତ ଏହି ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଇସ୍ଲାମିକ୍ ଷ୍ଟେଟ୍ ବିପକ୍ଷରେ ଏହା ଦଳର ଦ୍ବିତୀୟ ବିଜୟ। ପୂର୍ବରୁ ଦକ୍ଷିଣ ପୂର୍ବ ଇଲାକାର ବାଘୌଜ୍ରେ ମଧ୍ୟ ଏସ୍ଡିଏଫ୍ ବିଜୟ ହାସଲ କରିଥିଲା।
ଭାଇସ୍ ଆଡ୍ମିରାଲ୍ କରମବୀର ସିଂ ଆସନ୍ତା ନୌସେନା ମୁଖ୍ୟ ହେବେ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ମୁତାବକ ମୋଦି ସରକାର ଦ୍ବାରା ଶ୍ରୀ ସିଂ ଆସନ୍ତା ନୌସେନା ମୁଖ୍ୟ ଭାବେ ଚୟନ ହାେଇଛନ୍ତି। ବର୍ତ୍ତମାନର ନୌସେନା ମୁଖ୍ୟ ସୁନୀଲ ଲାମ୍ବାଙ୍କ କାର୍ଯ୍ୟକାଳ ଆସନ୍ତା ମେ ୩୧, ୨୦୧୯ରେ ଶେଷ ହେବାକୁ ଯାଉଛି। ଭାରତୀୟ ନୌସେନା ଅଧୀନରେ ୭୦୦୦ କିମିର ସମୁଦ୍ରତଟ ରହିଥିଲେ ମଧ୍ୟ ଚୀନ ନିକଟରୁ ଦେଶକୁ ସୁରକ୍ଷା ପ୍ରଦାନ କରିବା ନୌସେନା ପାଇଁ ବଡ ଚ୍ୟାଲେ୍ଞ୍ଜ ରହିବ ବୋଲି ବର୍ତ୍ତମାନର ମୁଖ୍ୟ ଲାମ୍ବା ପ୍ରକାଶ କରିଛନ୍ତି। ନ୍ୟାସ୍ନାଲ ଡିଫେନ୍ସ ଏକାଡେମୀ (ଏନ୍ଡିଏ)ରୁ ପାଶ୍ କରିଥିବା କରମବୀର ସିଂ ୧୯୮୦ରେ ନୌସେନାରେ ଯୋଗ ଦେଇଥିଲେ। ୧୯୮୨ରେ ହେଲିକପ୍ଟର ପାଇଲଟ୍ ଭାବରେ କାର୍ଯ୍ୟ କରିଛନ୍ତି କରମବୀର।
ଚଳିତ ଲାେକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁନର୍ବାର ଆକ୍ରମଣ କରିଛନ୍ତି। ମୋଦି ଜର୍ମାନର ଏକଛତ୍ରବାଦୀ ନେତା ଆଡଲ୍ଫ ହିଟ୍ଲର୍ଙ୍କ ରାସ୍ତାରେ ଯାତ୍ରା କରୁଛନ୍ତି ବୋଲି ସମାଲୋଚନା କରିଛନ୍ତି କେଜ୍ରିଓ୍ବାଲ। ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏକ ଖବରକୁ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି କେଜ୍ରିଓ୍ବାଲ। ଏହି ଖବର ଅନୁଯାୟୀ ହୋଲି ସନ୍ଧ୍ୟାରେ ମୁସଲିମ୍ ପରିବାର ଉପରେ ୨୦-୨୫ ଜଣ ଲୋକ ଆକ୍ରମଣ କରିଥିଲେ ଏବଂ ପାକିସ୍ତାନ ଫେରିଯାଅ ନାରା ଲଗାଇଥିଲେ। କେଜ୍ରିଓ୍ବାଲ କହିଛନ୍ତି ହିଟ୍ଲର ମଧ୍ୟ ନରସଂହାର ଏବଂ ଲୋକଙ୍କୁ ଆକ୍ରମଣ କରି ସତ୍ତାରେ ରହିଥିଲେ। କ୍ଷମତାରେ ରହିବା ପାଇଁ ମୋଦି ମଧ୍ୟ ସମାନ ରଣନୀତି ଆପଣାଇଛନ୍ତି। ଏହି ଟ୍ବିଟ୍ରେ ବିଜେପିରେ ଯୋଗ ଦେଇଥିବା ଗୌତମ ଗମ୍ଭୀରଙ୍କୁ ସ୍ବାଗତ କରିଛନ୍ତି କେଜ୍ରିଓ୍ବାଲ।
ଚଳିତ ଲୋକସଭା ନିର୍ବାଚନ ପାଇଁ ବିହାରରେ ଏନ୍ଡିଏ ପ୍ରାର୍ଥୀ ଘୋଷଣା କରିଛି। ପାଟନାସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିହାର ୪୦ଟି ଲୋକସଭା ସିଟ୍ ମଧ୍ୟରୁ ୩୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଓ ଶାହାନବାଜ ହୁସେନ୍ଙ୍କ ଟିକେଟ୍ କଟାଯାଇଥିବାବେଳେ ଗିରିରାଜ ସିଂହ ଆସନ ପରିବର୍ତ୍ତନ ହୋଇଛି। ଶତ୍ରୁଘ୍ନଙ୍କ ସିଟ୍ ପାଟାନାସାହିବରୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଗିରିରାଜ ସିଂହ ନବାଦା ଆସନରୁ ଲଢ଼ିବାକୁ ପୂର୍ବରୁ ଦାବି କରି ଆସୁଥିବାବେଳେ ତାଙ୍କୁ ବେଗସରାୟରୁ ପ୍ରାର୍ଥୀ କରାଯାଇଛି। ବିଜେପି ପକ୍ଷରୁ ପାଟନା ସାହିବରୁ ରବିଶଙ୍କର ପ୍ରସାଦ, ପାଟଳୀପୁତ୍ରରୁ ରାମକୃପାଳ ଯାଦବ, ଆାରାରୁ ରାଜକୁମାର ସିଂହ, ବକସାରରୁ ଅଶ୍ବିନୀ କୁମାର ଚୌବେ, ସାସାରାମରୁ ଛେଦି ପାଶଓ୍ବାନ, ପଶ୍ଚିମ ଚମ୍ପାରଣରୁ ସଂଜୟ ଜୟସଓ୍ବାଲ, ପୂର୍ବ ଚମ୍ପାରଣରୁ ରାଧାମୋହନ ସିଂ, ଶିବହରରୁ ରମା ଦେବୀ, ମଧୁବନୀରୁ ଅଶୋକ କୁମାର ଯାଦବ, ଅରରିଆରୁ ପ୍ରଦୀପ ସିଂ, ଦରଭଙ୍ଗାରୁ ଗୋପାଲଜୀ…

