ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡିଶା ରାଜନୀତିରେ ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ସେହିପରି ଏକ ବଡ ଚର୍ଚ୍ଚା ପଦାକୁ ଆସିଛି। ତାହା ହେଲା ଯେ, ବିଜେପି ସାଂସଦ ଜୁଏଲ ଓରାମ ଏଥର ଲୋକସଭା ନିର୍ବାଚନ ଲଢିବେ ନାହିଁ। ତାଙ୍କୁ ବିଧାନସଭା ମଇଦାନକୁ ଛଡା ଯିବ ବୋଲି ଚର୍ଚ୍ଚା ଚାଲିଛି। ଏହାର କାରଣରେ କୁହାଯାଇଛି ଯେ, ବର୍ତ୍ତମାନ ଓଡିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କେହି ହୋଇପାରୁ ନାହାଁନ୍ତି। ଦୀର୍ଘ ସମୟ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ର ଓଡିଶାରେ ମୁଖ୍ୟମନ୍ତ୍ରୀ ଚେହେରା ବନିବା ପାଇଁ ପ୍ରଚେଷ୍ଠା କରିଥିଲା। ହେଲେ ସେ ଓଡିଶା ଲୋକଙ୍କର ପ୍ରିୟପାତ୍ର ହୋଇପାରିଲେ ନାହିଁ। ତେଣୁ ଏଥର ନିର୍ବାଚନରେ ଆଉ ଧର୍ମେନ୍ଦ୍ରଙ୍କ ନେତୃତ୍ବ ଉପରେ କେନ୍ଦ୍ର ବିଶ୍ବାସ କରୁ ନାହିଁ। ଏହି କାରଣରୁ ବର୍ତ୍ତମାନ ରାଜ୍ୟ ରାଜନୀତିରୁ ଦୂରେଇ ରହିଥିବା ସାଂସଦ ଜୁଏଲ ଓରାମଙ୍କୁ ଦଳ ଆଗକୁ ଆଣିବ ବୋଲି ଅନୁମାନ କରାଯାଉଛି।…
Author: Samikhsya Bureau
ଭୁବନେଶ୍ବର: ଆଜି ବରିଷ୍ଠ କଂଗ୍ରେସ ନେତା ଡ ବିଶ୍ବରଂଜନ ମହାନ୍ତିଙ୍କ ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସ ମିଡିଆ କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦିଆଯାଇଛି। ଏହି ପଦବୀରେ ବରିଷ୍ଠ ନେତା ଗଣେଶ୍ବର ବେହେରା କାର୍ଯ୍ୟ କରୁଥିଲେ। ବିଶ୍ବରଂଜନ ହେଉଛନ୍ତି ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖପାତ୍ର ତଥା ସାଧାରଣ ସଂପାଦକ। ବିଶ୍ବରଂଜନ ପୂର୍ବରୁ ଗୁଜୁରାଟର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ଦଳର ଜଣେ ବେଶ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ଏଥିସହିତ ସେ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିତ୍ବ। ତାଙ୍କର ଯୋଗଦାନ ଫଳରେ କଂଗ୍ରେସ ଆଗାମୀ ଦିନରେ ମିଡିଆ କ୍ଷେତ୍ରରେ ବେଶ ଭଲ କରିବ ବୋଲି ଆଶା କରିଛି।
ଭୁବନେଶ୍ୱର: ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଳିପଡ଼ା, ନପୁଟ ଓ ନରସିଂହପୁର ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ସାଂସଦ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା ଏବଂ ଜିଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି…
ନବରଙ୍ଗପୁର: ଆଜି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନବରଂଗପୁର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହିତ ସେ ଏକ ବିଶାଳ ଜନସମାଜକୁ ସମ୍ବୋଧିତ ମଧ୍ୟ କରିଛନ୍ତି। ଏହି ସମୟରେ ସେ ରାଇଘର ଏକ କାର୍ଯ୍ୟକ୍ରମରେ ଏକ ବଡ ସୂଚନା ଦେଇଛନ୍ତି। ତାହା ହେଲା ଅଙ୍ଗନବାଡି ଏବଂ ଆଶା କର୍ମିଙ୍କର ଦରମା ବଢିବ। ଏପରିକି କମ୍ୟୁନିଣ୍ଟ ସେଣ୍ଟର କର୍ମଚାରୀଙ୍କ ମଧ୍ୟ ଦରମା ବଢିବ। ସେ ସୂଚନା ଦେଇ କହିଥିଲେ ଯେ, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଏକ ଖୁସିଖବର ଦେବେ। ତାହା ହେଲା ଅଙ୍ଗନବାଡି ଏବଂ ଆଶାକର୍ମିଙ୍କ ଦରମା ବୃଦ୍ଧି। ଆପଣମାନେ କିଛିଦିନ ପରେ ଏହି ଖୁସି ଖବର ଶୁଣିବେ ବୋଲି ପାଣ୍ଡିଆନ କହିଥିଲେ। ଏହି ସୂଚନା ଦେବାପରେ ସେଠାରେ ଥିବା ଜନ ସମାଜ ବେଶ ତାଳିମାରି ଖୁସି ପ୍ରକଟ କରିଥିଲେ।
ଭୁବନେଶ୍ୱର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ) ଲୋକଙ୍କ ମନରେ ଆଣିଛି ବଞ୍ଚିବାର ନୂଆ ଆଶା ଓ ଭରସା। ଏହି କାର୍ଡ ବଳରେ ରାଜ୍ୟର ଦୂରଦୂରାନ୍ତ ଶ୍ରମଜୀବୀ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ନିସହାୟ ଲୋକ ଘରୋଇ ସୂପରସ୍ପେସିଆଲିଟି ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇ ପାରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନାଚୁଣୀ ଗ୍ରାମ ପଞ୍ଚାୟତର ଗୋରଡ଼ାଝରି ଗ୍ରାମବାସୀ ବାନାମ୍ବର ଦାଶ କୁହନ୍ତି – ” ସରକାର ବିଜୁ ସ୍ଵାସ୍ଥ୍ୟ କାର୍ଡ ଜରିଆରେ ମୋତେ ନୂଆ ଜୀବନ ଦେଲେ। ମୁଁ ଜଣେ ଦିନ ମଜୁରିଆ ଭାବେ କାମ କରେ। ମୋର ତିନି ଝିଅ। ଯାହା ରୋଜଗାର କରିଥିଲି ସେ ସବୁକୁ ଝିଅମାନଙ୍କ ଲାଳନ ପାଳନ ଓ ବାହାଘରରେ ଖର୍ଚ୍ଚ କରିଦେଇଥିଲି। ମୁଁ କିଛି ସଞ୍ଚୟ କରିପାରିନଥିଲି। ଆଉ ଏଇ ବୟସରେ ମଧ୍ୟ ମୁଁ କୋଉଠୁ ପଇସା ଯୋଗାଡ କରିପାରିନଥାନ୍ତି। ମୋ ପାଖରେ ଆଉ କିଛି…
ଚିଲିକା( ସୀତାରାମ ଅଗ୍ରୱାଲ): ବେଶ କିଛିଦିନ ନିରବତା ପରେ ଏବେ ଚିଲିକା ରାଜନୀତି ବେଶ ସରଗରମ ହୋଇପଡିଛି। ବିଶେଷ କରି ଚିଲିକା ବିଜେଡି ଶିବିରରେ ଉତ୍ସହ ଭରିଯାଇଥିବାର ପରିଲକ୍ଷିତ ହୋଇଛି। ଏହାର କାରଣ ହେଲା ଆସନ୍ତାକାଲି ବୁଧବାର ଦିନ ଚିଲିକା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସୁଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ ଆସନ୍ତାକାଲି ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ଗସ୍ତ କରିବେ। ସେ ପ୍ରଥମେ ଭୁବନେଶ୍ବରରୁ ବାହାରି ଖୋର୍ଦ୍ଧା ହାବେଳି ପଡିଆରେ କାର୍ଯ୍ୟକ୍ରମ କରିବେ। ସେଠାରୁ ଗସ୍ତ ଶେଷ କରି ସେ ବାଣପୁର ଆସିବେ। ଏଥିପାଇଁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଛି। ସେହି ଅନୁସାରେ ସେ ଆସନ୍ତାକାଲି ଦିନ ୧୨ ଟାରରୁ ଖୋର୍ଦ୍ଧାରୁ ବାହାରି ଜାତୀୟ ରାଜପଥରେ ବାଣପୁର ଆସିବେ। ସେଠାରେ ସେ ଦିନ ଗୋଟାଏ ବେଳେ ମା ଭଗବତୀଙ୍କୁ ଦର୍ଶନ କରିବେ। ଏଥିସହିତ ମା ଭଗବତୀ ଉନ୍ନୟନ କାର୍ଯ୍ୟ ତଦାରଖ କରିବେ। ଏହାପରେ…
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ୫-‘ଟି’ ଉପକ୍ରମରେ ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓ ଇ.ଏନ୍.ଟି.ଭି ଟିକାର ଉତ୍ପାଦନ ନିମନ୍ତେ ଏକ ଅତ୍ୟାଧୁନିକ ଜି.ଏମ୍.ପି (ଗୁଡ଼୍ ମୁନୁଫାକ୍ଚରିଂ ପ୍ରାକଫିସେସ୍) ଲାବୋରେଟୋରୀ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରାଣୀସଂପଦ ବିକାଶ ବିଭାଗ ଏବଂ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ମଧ୍ୟରେ ଏହି ଚୁକ୍ତିନାମା ସମ୍ବଳିତ ନଥିପତ୍ର ବିନିମୟ ହୋଇଛି। ୩୬ ମାସ ମଧ୍ୟରେ ୫୨.୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଲାବୋରେଟୋରୀରେ ବାର୍ଷିକ ୫୦ ଲକ୍ଷ ଆନ୍ଥ୍ରାକ୍ସ ଓ ୨ କୋଟି ଇ.ଏନ୍.ଟି.ଭି ବିଜାଣୁ ଟିକା ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମାରେ ପ୍ରାଣୀପାଳନ ଓ ପାଣୀଚିକିତ୍ସା…
ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି (GEF) ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର ଏକ ସ୍ଥିତି ସମୀକ୍ଷା କର୍ମଶାଳା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ପ୍ରକଳ୍ପ ଲକ୍ଷ୍ୟ ହାସଲ ସହିତ ଏହାର ସଫଳ ରୂପାୟନ ପାଇଁ ଆନ୍ତଃବିଭାଗୀୟ ସହଯୋଗକୁ ସୁଦୃଢ଼ କରିବାକୁ ଅଧିକାରୀମାନଙ୍କୁ ଡ. ପାଢ଼ୀ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଗ୍ରୀନ୍-ଏଜି ପ୍ରକଳ୍ପ ଏବଂ ସୁସ୍ଥାୟୀ ଧାନ ଓ ଗହମ ଚାଷ ପ୍ରଣାଳୀ ପ୍ରକଳ୍ପର ଅଦ୍ୟାବଧି କାର୍ଯ୍ୟକାରିତା ସ୍ଥିତି ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ଏଥିସହିତ ପ୍ରକଳ୍ପର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ଏବଂ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା/ ରଣନୀତି ଉପରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରାଯାଇଥିଲା। ଏହି କର୍ମଶାଳାରେ ବିଭିନ୍ନ ସରକାରୀ ବିଭାଗର ନିର୍ଦ୍ଦେଶକ, ମୁଖ୍ୟ ବନ ସଂରକ୍ଷକ, ବନ୍ୟପ୍ରାଣୀ ଓ ଯୋଜନା ଅଧିକାରୀମାନେ…
ଚିଲିକା( ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ମଙ୍ଗଳବାର ଦିନ ଚିଲିକା ନିର୍ବାଚନମଣ୍ଡଳୀରେ ନଅ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ ନାଭାଲ ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ଶ୍ରୀ ଦଳେଇ ନିବେଦନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍ର ସୋରଣ, ଜରିପଡ଼ା ଏବଂ କଳକଳେଶ୍ଵର ପଞ୍ଚାୟତକୁ ବାଦ୍ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍…
ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଦେଶ କଂଗ୍ରେସ ବେଶ ଚଳଚଞ୍ଚଳ ହୋଇପଡିଛି। ଆଜି ଓଡିଶାର ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳି ପାଇଁ ଏଆଇସିସି ତରଫରୁ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ଏମାନେ ସେହି ନିର୍ବାଚନ ମଣ୍ଡଳିର ସଂଗଠନ ଦାୟିତ୍ବରେ ରହିବେ। ଏଥିରେ ଯେଉଁମାନଙ୍କ ନାମ ଅଛି ସେମାନେ ହେଲେ.. ଆଜି ଏଆଇସିସି ତରଫରୁ ବିଭିନ୍ନ ରାଜ୍ୟର ଲୋକସଭା ପାଇଁ ଏହି ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ଓଡିଶାର 21ଟି ନିର୍ବାଚନ ମଣ୍ଡଳି ପାଇଁ ନୂଆଦିଲ୍ଲୀରୁ ଏହି ତାଲିକା ପ୍ରକାଶ କରାଯାଇଛି।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 504 ଜଣଙ୍କୁ ଦେବେ ନିଯୁକ୍ତି। ଓଡିଶା ସରକାରଙ୍କ ଚାଲିଥିବା ନିଯୁକ୍ତି ପର୍ବରେ ଏମାନଙ୍କୁ ପ୍ରଦାନ କରାଯିବ ନିଯୁକ୍ତି ପତ୍ର। ଭୁବନେଶ୍ବରର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ପର୍ବର ଆୟୋଜନ କରାଯାଇଛି। ଏଥର ଯେଉଁମାନେ ନିଯୁକ୍ତି ହେବେ ସେମାନଙ୍କ ମଧ୍ୟରେ 398 ଜଣ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଇଂଜିନୟର ଅଛନ୍ତି। ଏମାନେ ଓଡିଶା ଡିପ୍ଲୋମା ଇଂଜିନିୟର କ୍ୟାଡରରେ ନିଯୁକ୍ତି ହେବେ। ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗରେ 106 ଜଣ ଇଂଜିନିୟର ନିଯୁକ୍ତି ହେବେ। ଏମାନେ ଓଡିଶା ଡିପ୍ଲୋମା ଇଂଜିନିୟରସ ସେବା ଜନସ୍ବାସ୍ଥ୍ୟ କ୍ୟାଡରେ ଯୋଗଦେବେ।
ଭୁବନେଶ୍ବର: ଧୀରେ ଧୀରେ ଭୁବନେଶ୍ବରର ବରମୁଣ୍ଡା ପଡିଆରେ ଆୟୋଜିତ ଶିଶର ସରସ ମେଳାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ଗତକାଲି ରବିବାର ଥିବାରୁ ଏହି ଭିଡ ବେଶ ଜମିଥିଲା। ମେଳା ସକାଳ ୧୧ଟା ୩୦ରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଓରମାସ ପକ୍ଷରୁ ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪୦୦ ଷ୍ଟଲ ଖୋଲାଯାଇଛି। ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ଏସଏଚଜି ମହିଳା ନିଜ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ସାମଗ୍ରୀ ବିକ୍ରୟ କରିବେ। ଏହାସହ ୨୬ଟି ରାଜ୍ୟର ଏସଏଚଜି ମହିଳା ମଧ୍ୟ ନିଜ ଉତ୍ପାଦକ ବିକ୍ରି କରିବେ। ସେହିପରି ୨୦ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଲାଇଭଲି ହୁଡସ୍ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଭୁବନେଶ୍ବର: ଚୋର ଧରାଇ ଦେଲେ ମିଳିବ ଦଶ ହଜାର ଟଙ୍କା। ଏହିପରି ଏକ ଲୋଭନୀୟ ପୁରସ୍କାର ଘୋଷଣା କରିଛି ଭୁବନେଶ୍ବର କମିଶନରେଟ ପୋଲିସ। ଜନସାଧାରଣ ଚୋର ଧରିବାରେ ସାହାଯ୍ୟ କରିବା ପାଇଁ ନିବେଦନ କରିଛି ପୋଲିସ। ବିଭିନ୍ନ ଥାନାରେ ଚୋରୀ ଅଭିଯୋଗରେ ମାମଲା ଥିବା ଚୋରମାନଙ୍କ ଫଟୋ ସଂଗ୍ରହ କରାଯାଇ ବିଭିନ୍ନ ସ୍ଥାନରେ ମରାଯାଇଛି। ଯଦି କେହି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରାଇ ଦିଏ ତେବେ ତାଙ୍କୁ ଦଶ ହଜାର ଟଙ୍କା ପୁରସ୍କାର ଦିଆଯିବ। ଏପରିକି ତାଙ୍କ ନାମ ଗୋପନ ରଖାଯିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି। ଦୀର୍ଘଦିନ ଧରି ଭୁବନେଶ୍ବରେ ଚୋରୀ କରି ପୋଲିସ ହାତରୁ ଖସି ପଳାଇବା ସଂଖ୍ୟା ବେଶ ଅଧିକ। ହେଲେ ସେମାନଙ୍କ ପଛରେ ଲାଗି ଧରିବା ପୋଲିସ ପାଖରେ ସମ୍ଭବ ହୋଇପାରୁ ନାହିଁ। ସେଥିପାଇଁ ଏ କ୍ଷେତ୍ରରେ ଜନ ସହଯୋଗ ପାଇଁ ଚେଷ୍ଠା କରିଛନ୍ତି ଭୁବନେଶ୍ବର ପୋଲିସ।
ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଉପସ୍ଥିତ ଥିବା ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କୁ ସେମାନଙ୍କର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବା ସହ ସେମାନେ ଜିଲ୍ଲା ଠାରୁ ବୁଥସ୍ତରରେ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟକ୍ରମ ସବୁ ସମ୍ପନ୍ନ କରିଛନ୍ତି ସେ ବିଷୟରେ ସବିଶେଷ ତଥ୍ୟ ଦେବାକୁ କହିଥିଲେ। ଯଥାଶୀଘ୍ର ଜିଲ୍ଳାଠାରୁ ବୁଥ ସ୍ତର ପର୍ଯ୍ୟନ୍ତ କମିଟିର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ସେ କହିଥିଲେ। “ଦେଶପାଇଁ ଦାନ” କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ ଯେପରି ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଏକ ୨୦ ଦିନିଆ ଜନସମ୍ପର୍କ ଯାତ୍ରା କରାଯିବ। ଏକ ସ୍ୱତନ୍ତ୍ର ବସ ଯୋଗେ କଂଗ୍ରେସର ବରିଷ୍ଠ ନେତୃବର୍ଗ ଯାଇ ତୃଣମୂଳ ସ୍ତରର କର୍ମୀମାନଙ୍କ ସହ ଆଲୋଚନା କରିବେ ଏବଂ ମୋଦି ଓ ନବୀନ ସରକାରର…
ଭୁବନେଶ୍ବର: କେହି ଜଣେ ବ୍ୟକ୍ତି ବିଦ୍ୱାନ ଚାଣକ୍ୟଙ୍କୁ ପ୍ରଶ୍ନ କଲେ ମହାଭାଗ! ବିଷ କ’ଣ? ଚାଣକ୍ୟ ଚମତ୍କାର ଉତ୍ତରଟିଏ ଦେଲେ। ଆବଶ୍ୟକତାଠାରୁ ଅଧିକ ମିଳିଥିବା ପ୍ରତ୍ୟେକ ଜିନିଷ ବିଷ।ଏହା କ୍ଷମତା, ସ୍ବାଭିମାନ, ଧନ, କ୍ଷୁଧା, ଲୋଭ, ଆଳସ୍ୟ, ପ୍ରେମ, ଘୃଣା ବା ଅନ୍ୟ କିଛି ବି ହୋଇପାରେ। ମହାନ୍ ଦାର୍ଶନିକ ପ୍ଲାଟୋ ମଧ୍ୟ ଏକଦା କହିଥିଲେ- ‘The greatest wealth is to live content with little. ଅର୍ଥାତ୍ ଅଳ୍ପରେ ସନ୍ତୁଷ୍ଟ ରହିବା ହେଉଛି ସର୍ବଶ୍ରେଷ୍ଠ ସମ୍ପତ୍ତି। କିନ୍ତୁ ମଣିଷ ଜାତିର ଚରମ ଦୁର୍ଭାଗ୍ୟ ହେଉଛି ଏହା ଯେ, ମଣିଷ ଚିରକାଳ ଏହି ବିଷ ପଛରେ ହିଁ ଧାଇଁଛି। କ୍ଷୁଦ୍ର ମାସିଡୋନିଆ ରାଜ୍ୟର ରାଜା ଆଲେକ୍ଜାଣ୍ଡାର। ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲିଛନ୍ତି। ତଥାପି ରାଜ୍ୟ ଜୟର ପିପାସା ମେଣ୍ଟୁନି। ଶେଷରେ ସ୍ବର୍ଣ୍ଣପ୍ରସୂ ଭାରତବର୍ଷ ଆକ୍ରମଣ କରିବାକୁ ବାହାରିଛନ୍ତି। ସାଥିରେ ଅଛନ୍ତି ସୈନ୍ୟସାମନ୍ତଙ୍କ ବିଶାଳ ପଟୁଆର। କୋଳାହଳରେ ଫାଟିପଡୁଛି…
ଚିଲିକା: ଆଜି ଅପରାହ୍ନରେ ବଡ଼କୁଳ ଠାରୁ ସାତପଡ଼ା ବୋଟରେ ଯାଉଥିବା ସମୟରେ ଚିଲିକାରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ବୋଟଟି ଦୀର୍ଘସମୟ ଧରି ଫସି ଯାଇଥିବା ସୂଚନା ମିଳିଛି। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ପାଖାପାଖି ଦୀର୍ଘ ଦୁଇ ଘଣ୍ଟା ଧରି କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତା ସମ୍ବିତ ପାତ୍ରଙ୍କ ଦୁଇ ଗୋଟି ବୋଟ ଚିଲିକା ଜଳ ମଧ୍ୟରେ ଫସି ରହିଥିବା ଜଣାପଡିଛି। ପରିଶେଷରେ ଅନ୍ୟ ଦୁଇ ଗୋଟି ବୋଟ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ତେବେ ବୋଟ ମେସିନ ରେ ଦଳ ଫସିଯାଇଥିବାରୁ ଏପରି ହୋଇଥିବା ଶୁଣିବାକୁ ମିଳିଛି।
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା 16 ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନା ମୁତାବକ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳରୁ 10 ଜଣ ସାଙ୍ଗ ଏକାଠି ହୋଇ ଏକ ବୋଲେରୋ ଯୋଗେ ଗଞ୍ଜାମ ତାରାତାରିଣୀ ମନ୍ଦିର ଦର୍ଶନ ପାଇଁ ଗତକାଲି ରାତିରେ ବାହାରିଥିଲେ l ତେବେ କୌଣସି କାରଣବଶତଃ ଆଜି ବଡ଼ି ଭୋରରୁ ନାଚୁଣୀ ବରଡ଼ି ଛକରେ ବୋଲେରୋ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ନଅ ଜଣ ଏବଂ ଡ୍ରାଇଭରଙ୍କୁ ମିଶାଇ ସମୁଦାୟ 10 ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ପୁତ୍ର ଯଯାତି କେଶରୀ ଜେନା(33) ବୋଲି ଜଣାପଡିଛି। ଆହତମାନଙ୍କୁ ପ୍ରଥମେ ବାଲୁଗାଁ ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ…
ଭୁବନେଶ୍ୱର: ଆଜି କଂଗ୍ରେସ ସମେତ ରାଜ୍ୟର ୧୭ ଗୋଟି ସମଭାବାପନ୍ନ ରାଜନୈତିକ ଦଳ (ବିଜେଡ଼ି ଓ ବିଜେପି ବ୍ୟତୀତ) ମୁଖ୍ୟମାନଙ୍କର ଏକ ବୈଠକ ରାଜ୍ୟ ଅତିଥି ଭବନ ଭୁବନେଶ୍ୱର ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଯୋଗଦେଇ ଥିଲେ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ମେଂଟର ଅଧ୍ୟକ୍ଷ ଏବଂ ଶ୍ରୀ ପ୍ରସାଦ ହରିଚନ୍ଦନ ଇଣ୍ଡିଆମେଂଟ ଓଡ଼ିଶାର ଆବାହକ ଏବଂ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ନେଇ ଏକ ତିନିଜଣିଆ କମିଟି ସର୍ବସମ୍ମତିକ୍ରମେ ଗଠନ କରାଗଲା। ଉକ୍ତ କମିଟି ଅନ୍ୟ ରାଜନୈତିକ ଦଳମାନଙ୍କ ସହ ଏ ସମ୍ପର୍କରେ ଆସନ୍ତା ନିର୍ବାଚନ ପାଇଁ ଆସନ ବୁଝାମଣା ସଂପର୍କରେ ଆଲୋଚନା କରିବେ। ଆସନ୍ତା ଜାନୁଆରୀ ମାସ ୧୭ ତାରିଖ…
ଭୁବନେଶ୍ୱର: ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଜାନୁଆରୀ ୪ ରୁ ୬ ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ଉପରେ ଏକ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପୌର ପରିଷଦର ସିଟି ମିଶନ୍ ମ୍ୟାନେଜର୍ ଏବଂ କମ୍ୟୁନିଟି ଅର୍ଗାନାଇଜର୍ସ ଭୁବନେଶ୍ୱରରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିପର୍ଯ୍ୟୟ ପରିସ୍ଥିତିକୁ ସଫଳତାର ସହ ପରିଚାଳନା କରିବା ପାଇଁ ସିଟି ମ୍ୟାନେଜର୍ ଏବଂ କମ୍ୟୁନିଟି ସଂଗଠକଙ୍କ ଦକ୍ଷତା ବୃଦ୍ଧି କରିବାର ଲକ୍ଷ୍ୟ ଥିଲା l ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ସମୟରେ ପ୍ରମୁଖ ସମସ୍ୟାଗୁଡିକ ପରିଚାଳନା ପାଇଁ ରଣନୀତି ଉପରେ ଧ୍ୟାନ ଦିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ସହରୀ ଓଡିଶା ପାଇଁ ମାଷ୍ଟର ଟ୍ରେନର ସୃଷ୍ଟି କରିବା। ମୁଖ୍ୟ ବକ୍ତା ଭାବରେ ମୁନିସିପାଲ ପ୍ରଶାସନ ନିର୍ଦ୍ଦେଶକ ( DMA) ଶ୍ରୀ ସଂଗ୍ରାମଜିତ ନାୟକ, ,ଯୁଗ୍ମ ସଚିବ ତଥା ନିର୍ଦ୍ଦେଶକ ରାଜ୍ୟ ସହରାଞ୍ଚଳ ବିକାଶ…
ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଶ୍ରୀ ରାଉତରାଏ ପାଠକ ପାଠିକା ନିମନ୍ତେ ବିଭିନ୍ନ ଉଦାହରଣ ଦେଇ ଜୀବନ ରେ କିପରି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ତାର ମୂଳମନ୍ତ୍ର ପ୍ରଦାନ କରିଥିଲେ। ମୁଖ୍ୟବକ୍ତାଭାବେ ଶ୍ରୀ ସ୍ୱାଇଁ ଛାତ୍ରଛାତ୍ରୀ ମାନେ କିପରି ଆଗାମୀ ପ୍ରତିଯୋଗିତା ମୂଳକ ପରୀକ୍ଷା ଗୁଡ଼ିକରେ କିପରି ପ୍ରସ୍ତୁତ ହୋଇ କୃତକାର୍ଯ୍ୟ ହେବେ, ୫-ଟିକୁ ନିଜ ଜୀବନରେ ପ୍ରୟୋଗ କରିବେ ଓ ବୈଷୟିକ କୌଶଳକୁ ନିଜ ପ୍ରସ୍ତୁତିରେ ଉପଯୋଗ କରିବେ ଏ ସମ୍ପର୍କରେ ପରାମର୍ଶ ଦେଇଥିଲେ। ପାଠକ ପାଠିକା ମାନଙ୍କ ସହ ବାର୍ତ୍ତଳାପ ମାଧ୍ୟମରେ ସେମାନଙ୍କ ପ୍ରସ୍ତୁତିରେ ଥିବା ସମସ୍ୟା…
ଭୁବନେଶ୍ୱର: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଧାମରାଇ ମଣ୍ଡଳ ଅନ୍ତର୍ଗତ ଧାମରା, ଜାଗୁଳା, କରଞ୍ଜମାଳ ପଂଚାୟତରୁ ଶତାଧିକ ନେତା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେଡି ଦଳ ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ। ଓଡିଶାରେ ଯେଉଁ ବିଜେଡି ଶାସନରେ ଦୁର୍ନୀତି, ଭ୍ରଷ୍ଟାଚାର ଚାଲିଛି ତାହା ସମାପ୍ତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ଏହି ମିଶ୍ରଣ ପର୍ବ ଅବସରରେ କୃଷକମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ…

