Author: Samikhsya Bureau

ଭୁବନେଶ୍ବର: ଆଜି ଭୁବନେଶ୍ବରସ୍ଥିତ ଇଣ୍ଟରନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକନୋଲୋଜିର ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ହେଲେ ଡ. ଆସୀଷ ଘୋଷ। ତାଙ୍କୁ ପାଞ୍ଚ ବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଡ ଘୋଷ ବର୍ତ୍ତମାନ କୋଲକାତାର ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟର ପ୍ରୋଜେକ୍ଟ ଡାଇରେକ୍ଟର ଅଛନ୍ତି। ଏହା ଅଧିନରେ ଥିବା ଟେକନୋଲୋଜି ଇନଭେସନ ହବ ର ପ୍ରୋଜେଟ ଡାଇରେକ୍ଟର ଅଛନ୍ତି। ତାଙ୍କର 28 ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି। ଏଥିସହିତ ସେ ପ୍ରାୟ 10ଟି ପୁସ୍ତକର ଲେଖକ ଅଛନ୍ତି।

Read More

କୁଜଙ୍ଗ: ବନ୍ୟା ଦାଉରୁ ସୁରକ୍ଷା ଓ ଲୋକଙ୍କ ଯାତାୟତ ପାଇଁ ସରକାର ନଦୀବନ୍ଧକୁ ସୁଦୃଢିକରଣ ଓ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର ମାଲାମାଲ ହେଉଥିବା ବେଳେ ସରକାରଙ୍କ ଯୋଜନା ଫସର ଫାଟୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା ଜଳସମ୍ପଦ ବିଭାଗ ସାଉଥ୍ ଡିଭିଜନ ଅଧୀନରେ ଥିବା ମହାନଦୀ ବନ୍ଧ ସୁଦୃଢିକରଣ ଓ ରାସ୍ତା ନିର୍ମାଣ କାର୍ଯ୍ୟରେ। ମଣିଜଙ୍ଗା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଅଧିନ ମହାନଦୀ ବାମପାର୍ଶ୍ୱ ନଦୀବନ୍ଧର ତାର୍ତ୍ତୋଲ ଠାରୁ ବାଲିକଣୀ ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢିକରଣ ଓ ପିଚୁରାସ୍ତା ନିର୍ମାଣ ପାଇଁ ୩କୋଟି ୮୭ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ନଦୀବନ୍ଧରେ ମାଟି ମେଟାଲ-ମୋରମ ପକାଇ ରୋଲିଂ କରିବା ପରେ ଡଷ୍ଟ ପକାଇ ପିଚୁରାସ୍ତା ନିର୍ମାଣ କରିବା କଥା। ମାତ୍ର ନଦୀବନ୍ଧରେ ମାଟି ବଦଳରେ ବାଲି ପକାଯାଇଥିବା ଦେଖିବାକୁ ମିଳିଛି।…

Read More

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗମା ଜାରି ରହିଛି। ଆଜି ବି ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି, ଯେଉଁଥିପାଇଁ ଲୋକସଭାର ପ୍ରକ୍ରିୟା ରାତି ୧୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ହଙ୍ଗମା ସୃଷ୍ଟି କରିବା ଆରମ୍ଭ କରିଥିଲେ, ଯାହାକୁ ଦୃଷ୍ଟିରେ ରଖି ରାଜ୍ୟସଭାର ପ୍ରକ୍ରିୟା ସୋମବାର ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ପ୍ରକାଶ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନରେ ଗୋଟିଏ ଦିନ ବି ହୋଇ ନାହିଁ ଯେତେବେଳେ ବିରୋଧୀ ଦଳର ହଟ୍ଟଗୋଳ ହେତୁ ଉଭୟ ଗୃହର ପ୍ରକ୍ରିୟା ମୁଲତବୀ ରଖିବାକୁ ପଡି ନାହିଁ। ମଣିପୁର ହିଂସା ସମ୍ପର୍କରେ ବିରୋଧୀ ପିଏମ ମୋଦୀଙ୍କ ବିବୃତ୍ତି ଦାବି କରୁଥିବାବେଳେ ଶାସକ ଦଳ ଗୃହରେ ସମଗ୍ର ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। କିଛି ଦିନ ପୂର୍ବରୁ ସରକାର ବିରୋଧୀଙ୍କୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ନିମନ୍ତ୍ରଣ…

Read More

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ବାସ୍ତବରେ ଲକ୍ଷ୍ୟ ସେନ୍ ଜାପାନ ଓପନ୍ ସୁପର ୭୫୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ଖେଳାଳି ସିଧାସଳଖ ଖେଳରେ ଜାପାନର କୋକି ୱାତାନାବେଙ୍କୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପାଇଛନ୍ତି। ଉଭୟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ ବିଷୟରେ କହିବାକୁ ଗଲେ ବିଶ୍ୱ ଚାମ୍ପିଅନସିପ୍ ୨୦୨୧ ରେ ବ୍ରୋଞ୍ଜ ପଦକ ଜିତିଥିବା ଲକ୍ଷ୍ୟ ସେନ୍ ୧୩ ନମ୍ବରରେ ଅଛନ୍ତି। ଜାପାନର ଖେଳାଳି କୋକି ୱାତାନାବେଙ୍କ ର଼୍ୟାଙ୍କିଙ୍ଗ ୩୩ ତମ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ରେ ଲକ୍ଷ୍ୟ ସେନ୍ କୋକି ୱାତାନାବେଙ୍କୁ ୨୧-୧୫, ୨୧-୧୯ ରେ ପରାସ୍ତ କରିଛନ୍ତି।

Read More

ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ଅତିରିକ୍ତ ତହସିଲଦାର। ସେ ଜବତ ହୋଇଥିବା ଏକ ବାଲି ବୋଝେଇ ହାୱାଇ ଗାଡିକୁ ଛାଡି ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ। ଏଥିପାଇଁ ସେ ମୋଟ 13 ହଜାର ଟଙ୍କା ନେବେ ବୋଲି ଦର ଛିଣ୍ଡିଥିଲା। ପ୍ରଥମ କିସ୍ତିରେ ସେ 10 ହଜାର ଟଙ୍କା ନେଇ ସାରିଥିଲେ। ହେଲେ ବାକି 3 ହଜାର ଟଙ୍କା ନେବା ବେଳେ ଭଜିଲାନ୍ସ ମାଡି ବସିଥିଲେ। ସେ ହେଉଛନ୍ତି ନୟାଗଡ ଜିଲ୍ଲା ଗଣିଆ ତହସଲିର ଅତିରିକ୍ତ ତହସିଲଦାର ବନମାଳି ପରିଡା। ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଅଭିଯୋଗକାରୀଙ୍କୁ ରାସାୟନିକ ବୋଳା ଟଙ୍କା ଦେଇ ସେଠାରେ ଛକି ବସିଥିଲା। ଲାଞ୍ଚ ଦେବା ପରେ ତାଙ୍କୁ ରଙ୍ଗେ ହାତେ ଧରାଯାଇ ସେହି ଟଙ୍କା ଜବତ କରାଯାଇଥିଲା। ତାଙ୍କ ବିରୋଧରେ ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ବିଭାଗ ତରଫରୁ କୁହାଯାଇଛି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ୨୦୨୦ ମସିହା ଜାନୁଆରୀ ୨୨ ତାରିଖରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଳନ୍ଥରା ଅଞ୍ଚଳର ୩ ଭାଇ ବିଜୟ ନାଇକ, ଅଜୟ ନାଇକ ଓ ବିଶିକେଶନ ନାଇକ ଜନୈକା ମହିଳାଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିବା ମହିଳାଙ୍କ ତରଫରୁ ଗୋଳନ୍ଥରା ଥାନାରେ ଏକ ଅଭିଯୋଗ ଦାଖଲ ହୋଇଥିଲା। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୨୯୪/୨୦ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରିଥିଲେ ଓ ତଦନ୍ତ ପରେ ଉକ୍ତ ୩ ଭାଇଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ମାନ୍ୟବର ଅଦାଲତ ଜେ ଏମ୍ ଏଫ୍ ସି ଜୁଏଲ ପଟ୍ଟନାୟକ ଉକ୍ତ ଅଭିଯୁକ୍ତଙ୍କ ଉପସ୍ଥିତିରେ ଦୋଷୀ ସାବ୍ୟସ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାରେ ସରକାରୀ ଏପିପି ମକଦ୍ଦମା ପରିଚାଳନା କରୁଥିଲେ।

Read More

ଗଜପତି: ଦେବେନ୍ଦ୍ର ମାଳି ନାମକ ଜଣେ ଶିକ୍ଷକ ସ୍ବାମୀଙ୍କ ବିରୋଧରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ରଶ୍ମି ବେହେରା ନାମ୍ନୀ ଜଣେ ମହିଳା ନିମଖଣ୍ଡି ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଦାଖଲ କରିଛନ୍ତି। ରଶ୍ମି ବେହେରାଙ୍କ ଏତଲା ଅନୁଯାୟୀ ସେ ଦେବେନ୍ଦ୍ର ମାଳିଙ୍କୁ ବିବାହ କରିଛନ୍ତି। ବାହାଘର ବେଳେ ଦାବି ମୁତାବକ ୪୦ ଭରି ସୁନା, ନଗଦ ୫ ଲକ୍ଷ ଟଙ୍କା ସମେତ ବହୁ ଗୃହ ଉପକରଣ ସାମାନ ଓ ଆସବାବପତ୍ର ଇତ୍ୟାଦି ଦେବେନ୍ଦ୍ରଙ୍କୁ ତାଙ୍କ ବାପା ଦେଇଥିଲେ। ଏତଦବ୍ୟତୀତ ଆହୁରି ଅଧିକ ଯୌତୁକ ଆଣିବା ପାଇଁ ମୋତେ ଚାପ ପ୍ରୟୋଗ ସହ ମାରପିଟ୍ କରୁଛନ୍ତି। ଏହି କିଛି ଦିନ ପୁର୍ବରୁ ମୁଁ ଶୁଣିବାକୁ ପାଇଲି ମୋତେ ବାହା ହେବା ପୁର୍ବରୁ ଦେବେନ୍ଦ୍ର ଆଉ ଜଣଙ୍କୁ ବିବାହ କରିଛନ୍ତି। ଏହି ବିଷୟରେ ଆଲୋଚନା କରିବାରୁ ମୋତେ ଜୀବନରୁ ମାରିଦେବାକୁ ଧମକ ସହ ମୁଁ ଅତ୍ୟଧିକ ଶାରୀରିକ ଓ…

Read More

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳର ଜନୈକା ନବମ ଶ୍ରେଣୀ ଛାତ୍ରୀକୁ ଏସିଡ ପକାଇ ମାରିଦେବା ଧମକ ହୋଇଛି। ଏହି ଘଟଣାରେ ମଙ୍ଗରାଜପୁର ଗ୍ରାମର ଜନୈକ ଯୁବକ ଗିରଫ ହୋଇଛି। ସେହିଭଳି ଅନ୍ୟ ଏକ ଘଟଣାରେ ଜନୈକା ନାବାଳିକାକୁ ଅପହରଣ ଅଭିଯୋଗରେ ଆଉ ଜଣେ ଯୁବକକୁ କୁଜଙ୍ଗ ପୋଲିସ ଗିରଫ କରିଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ଥାନା ଅଂଚଳର ଜନୈକା ଛାତ୍ରୀକୁ ବଳପୂର୍ବକଭାବେ ବାହାହେବାପାଇଁ କହିବା, ମୋବାଇଲକୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଓ ଶେଷରେ ଏସିଡ ପକାଇ ମାରିଦେବା ପାଇଁ ଧମକ ଦେଇଚାଲିଥିଲା। ଏହି ପ୍ରରିପ୍ରେକ୍ଷୀରେ ନାବାଳିକାଜଣଙ୍କ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତତ୍ପର ହୋଇ ମଙ୍ଗରାଜପୁର ଗ୍ରାମର ଅଭିଯୁକ୍ତ ବାଦଲ ସାମଲ (୩୬)କୁ ଗିରଫ କରିଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ କେସ ନଂ୨୧୨/୨୩ରେ ମୋକଦ୍ଦମା ରୁଜୁ କରିଥିଲା। ବାଦଲ ଫେରାର ଥିବା ସମୟରେ କୁଜଙ୍ଗ ପୋଲସି ପାରାଦ୍ୱିପରୁ ଗିରଫ କରିବାରେ ସକ୍ଷମ…

Read More

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଦାବିରେ ବିରୋଧୀ ଦଳ ଜିଦ୍ ଧରିଛନ୍ତି। ଲୋକସଭାର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ସ୍ଲୋଗାନ ଦେବା ସହ ହଙ୍ଗମା କରିବା ଆରମ୍ଭ କରିଛନ୍ତି। ଏହା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଲୋକସଭାର ପ୍ରକ୍ରିୟାକୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

Read More

ନୂଆଦିଲ୍ଲୀ: ନାସା X-59 ନାମକ ଏକ ସୁପରସୋନିକ୍ ବିମାନ ତିଆରି କରିଛି, ଯାହା ଉଡ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନାସା ଦାବି କରିଛି ଯେ, X-59 ପୃଥିବୀର ଯେକୌଣସି ଦୁଇଟି ପଏଣ୍ଟ ମଧ୍ୟରେ ପ୍ରାୟ 2 ଘଣ୍ଟା ମଧ୍ୟରେ ଯାତ୍ରା କରିପାରିବ। ଏପରି ପରିସ୍ଥିତିରେ ଏହି ଦାବି ଦର୍ଶାଏ ଯେ ଏହାର ଗତି ଆଶ୍ଚର୍ଯ୍ୟଜନକ ହେବ। ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ଲକ୍ହିଡ୍ ମାର୍ଟିନ୍ ନାସା ପାଇଁ X-59 କ୍ୱିଟ୍ ସୁପରସୋନିକ୍ ଟେକ୍ନୋଲୋଜି ବିମାନ ନିର୍ମାଣ କାର୍ଯ୍ୟ ଶେଷ କରିଛି। ସୁପରସୋନିକ୍ ବିମାନ X-59 କୁ ‘ସନ ଅଫ୍ କନକର୍ଡ’ କୁହାଯାଉଛି। କୋଡିଏ ବର୍ଷ ପୂର୍ବରୁ କନକର୍ଡ ଲଞ୍ଚ କରାଯାଇଥିଲା: ଉଲ୍ଲେଖନୀୟ କଥା ହେଉଛି, କୋଡିଏ ବର୍ଷ ପୂର୍ବେ ଦୁନିଆର ପ୍ରଥମ ‘ସୁପରସୋନିକ୍ ବିମାନ କନକର୍ଡ’ ଲଞ୍ଚ କରାଯାଇଥିଲା, ଯାହା ନ୍ୟୁୟର୍କରୁ ଲଣ୍ଡନକୁ 3 ଘଣ୍ଟାରୁ କମ୍ ସମୟ ମଧ୍ୟରେ ଯାଇପାରିଥାନ୍ତା। ଏହି ସୁପରସୋନିକ୍ ବିମାନର ଗତି ଘଣ୍ଟା ପ୍ରତି 2172 କିଲୋମିଟର…

Read More

ନୂଆଦିଲ୍ଲୀ: ରାଜସ୍ଥାନ ନିର୍ବାଚନ ସମୟ ଯେତିକି ପାଖେଉଛି ସେଠାକାର ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଉଭୟ ବିଜେପି କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଚା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତ ପରେ ସେଠାକାର ରାଜନୀତି ଆହୁରି ଗମ୍ଭିର ହେବାରେ ଲାଗିଛି। ମୋଦି ରାଜସ୍ଥାନର ସୀକାରରେ ଏକ ରାଲିକୁ ଉଦବୋଧନ ଦେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ମୋଦି କହିଥିଲେ ଯେ, ନାଲି ଡାଇରୀ କଂଗ୍ରେସର ପେଡି ଖୋଲିବ। ସେହି ଡାଇରୀ ପୃଷ୍ଠା ଖୋଲିଲେ କଂଗ୍ରେସର ବଡବଡ ନେତା ଓଲଟି ପଡିବେ। ନାଲି ଡାଇରୀକୁ ନେଇ ରାଜ୍ୟର କଂଗ୍ରେସ ସରକାର ବିଚଳିତ ହୋଇପଡିଛି। ଏଥର ରାଜସ୍ଥାନ ନିର୍ବାଚନରେ କଂଗ୍ରେସକୁ ଏହି ନାଲି ଡାଇରୀ ଖାଇବ ବୋଲି ମୋଦି ଜନସମାଗମକୁ ଉଦବୋଧନ ଦେଇ କହିଥିଲେ। ବର୍ତ୍ତମାନ ରାଜସ୍ଥାନରେ ନାଲି ଡାଇରୀକୁ ନେଇ ବେଶ ଚର୍ଚ୍ଚା ଚାଲିଛି। କାରଣ ମୁଖ୍ୟମନ୍ତ୍ରୀ ଗେହେଲଟ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୋଧାଙ୍କୁ  ମନ୍ତ୍ରୀପଦରୁ ବହିସ୍କୃତ କରିଛନ୍ତି। ଏହାପରେ ସେ…

Read More

ନିରାକାରପୁର: ୧୬ନମ୍ବର ଜାତୀୟ ରାଜପଥ ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଏକ ବସକୁ ଅଟକାଇ ଦୁଇ ଜଣ ଯୁବକ ଚୋରି ଉଦ୍ୟମ ସହିତ ବସରେ ଥିବା ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣା ନିରାକାରପୁର ଥାନାରେ ଅଭିଯୋଗ ହୋଇଛି। ସୂଚନାରୁ ଜଣାପଡିଛି ଭୂବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ସିୟାରାମ ବସ ନଂ ଓଡି-୦୨ ଏଭି ୩୨୬୬ ନାମକ ଏକ ବସ ଯାଉଥିବା ବେଳେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଗୋଡିପଡା ଛକ ଠାରୁ ଅନୁସରଣ କରି ରାମେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ବସକୁ ଅଟକାଇ ଡ୍ରାଇଭରକୁ ଗାଳିଗୁଲଜ କରିଥିଲେ। ଏହା ସହିତ କେତେକ ମହିଳା ମାନଙ୍କୁ ମାଡମାରି ସୁନାଚେନ ଓ ଟଙ୍କା ଲୁଟପାଟ କରିଥିଲେ। ବସରେ ଥିବା ଯାତ୍ରୀମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ଧମକ ଚମକ ଦେଇଥିଲେ।କିଛିସମୟ ଧରି ବସ ଯାତ୍ରୀଙ୍କ ସହିତ ପାଟିତୁଣ୍ଡ ହେବା ସମୟରେ ବସରେ ଥିବା ଯାତ୍ରୀମାନେ ଲୁଟପାଟ କରୁଥିବା ଯୁବକ ଜଣଙ୍କୁ ଅଟକାଇ ନିରାକାରପୁର…

Read More

କୁଜଙ୍ଗ: ଜଗତ୍‌ସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍‌.ଙ୍କ ନିର୍ଦ୍ଧେଶକ୍ରମେ କୁଜଙ୍ଗ ପୋଲିସ ଆଜି ଦିନ ତମାମ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଅସାମାଜିକ ଯୁବକଙ୍କୁ ସାବାଡ଼ କରିବା ସହିତ ଗାଡିରୁ ଜୋରିମାନା ଆଦାୟ କରିଥିଲେ। ପ୍ରକାଶ ଯେ, ଗୁରୁବାର ଦିନ କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ତତ୍ୱାବଧାନରେ ୩ଟି ଟିମ୍‌ରେ ବିଭକ୍ତ ହୋଇ କୁଜଙ୍ଗ ପୁଲିସ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌, ଇଣ୍ଡିଆନ୍‌, କାନାରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, କଟକ କେନ୍ଦ୍ର କୋ ଅପରେଟିଭ୍ ବ୍ୟାଙ୍କ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ୍ ସମ୍ମୁଖରେ ଆଜି ଦିନ ତମାମ ପଇଁତରା ମାରିବା ସହ ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡି ଉପରେ କଡା ନଜର ରଖିଥିଲା। ଏପରିକି କେତେକ ଗାଡ଼ିରୁ ବେଆଈନ ପାର୍କିଂ କରିଥିବା ଅଭିଯୋଗରେ କୁଜଙ୍ଗ ପୁଲିସ ଜରିମାନା ଆଦାୟ କରିଥିଲା। ଏପରିକି ବ୍ୟାଙ୍କ୍ ସମ୍ମୁଖରେ ଖଟି କରୁଥିବା କିଛି ଅସାମାଜିକ ଯୁବକ ମାନଙ୍କୁ ପୋଲିସ ଏପରି ନକରିବାକୁ ଦାଗିଦ୍ କରିଥିବା…

Read More

ନୂଆଦିଲ୍ଲୀ: ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି। ଏହି କଥାକୁ ନୂଆପିଢି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟ ଗୁଡିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର ନୂଆଦିଲ୍ଲୀ ଠାରେ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କ ଲିଖିତ ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଭାଷାର ଦ୍ୱିତୀୟ ସଂସ୍କରଣ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ସଙ୍ଗୀତ ନାଟ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ଦୁଇ ଦିବସୀୟ ‘ଯାଜ୍ଞସେନୀ ଜାତୀୟ ସମ୍ମିଳନୀ’ରେ ପୁସ୍ତକ ଉନ୍ମୋଚନ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନାଦି ଅନନ୍ତ କାଳରୁ ଆମର ସଭ୍ୟତା ସମସ୍ତଙ୍କୁ ଜୀବନ୍ତ ରୂପରେ ଦେଖିଛି।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦର ଏବଂ ଗୁଜରାଟର ରାଜକୋଟ ଠାରେ ୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ସାଉନି ଯୋଜନା ଲିଙ୍କ୍ ୩ ପ୍ୟାକେଜ୍ ୮ ଏବଂ ୯, ଦ୍ୱାରକା ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ର ଅଧିକ ଉନ୍ନତିକରଣ, ଉପରକୋଟ ଦୁର୍ଗର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ସଂରକ୍ଷଣ, ପୁନରୁଦ୍ଧାର ଏବଂ ବିକାଶ; ଏକ ଜଳ ବିଶୋଧନ କାରଖାନା, ମଇଳା ନିଷ୍କାସନ କାରଖାନା ଏବଂ ଅନ୍ୟାନ୍ୟଗୁଡ଼ିକ ମଧ୍ୟରେ ଏକ ଫ୍ଲାଇ ଓଭର ପୋଲ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ନବ ଉଦଘାଟିତ ରାଜକୋଟ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ ଗୃହରେ ଏକ ପଦଯାତ୍ରା କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେବଳ ରାଜକୋଟ ନୁହେଁ, ସମଗ୍ର ସୌରାଷ୍ଟ୍ର ଅଂଚଳ ପାଇଁ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୭ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ସିରିଆ, ଇଥିଓପିଆ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ସିଭିଲ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟ୍‌ର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର କନ୍‌ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍…

Read More

ଭୁବନେଶ୍ଵର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ମିଶନ ଲାଇଫ, ଜଳ ଶକ୍ତି ଅଭିଯାନ ଏବଂ ହର୍‌ ଘର୍‌ ଜଲ୍‌ ଉପରେ ଏକ ସଚେତନତା କର୍ମଶାଳା ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ସ୍ଥିତ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ପ୍ରମିଳା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ଅତିଥି ବକ୍ତା ଭାବେ ପରିବେଶବିତ୍‌ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବେତନଟୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ମୁଣ୍ଡା ଯୋଗ ଦେଇଥିଲେ। ବିଦ୍ୟାଳୟର ଦର୍ଶନ ଶାସ୍ତ୍ର ଅଧ୍ୟାପକ ଡ. ପର୍ଶୁରାମ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଦୈନନ୍ଦିନ ଅଭ୍ୟାସରେ ସୁଧାର ଅଣାଯାଇ କିପରି ପରିବେଶ ସୁରକ୍ଷା…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ରେଞ୍ଜ ଜଗନ୍ନାଥପ୍ରସାଦ ଗ୍ରାମରେ ଏକ ହରିଣକୁ କୁକୁର କାମୁଡ଼ିବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ଅପରାହ୍ନ ଅପରାହ୍ନ ୪.୩୦ ସମୟରେ ଜଗନ୍ନାଥପ୍ରସାଦ ଶବରପଡ଼ା ଠାରେ ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିବା ହରିଣକୁ କୁକୁର ଆକ୍ରମଣ କରିଥିଲା। କୁକୁରଟି ହରିଣର ପାଟିରେ କାମୁଡ଼ିଦେଇଥିବାରୁ ହରିଣଟି ମୃତ୍ୟୁବରଣ କରିଥିଲା। ଏସିଏଫ୍ ଅଶ୍ବିନୀ କୁମାର ବେହେରା, ଫରେଷ୍ଟର ଅରୁଣ କୁମାର ବେହେରା, ଫରେଷ୍ଟଗାର୍ଡ ସୁଭଦ୍ରା ରାଉଳ ତଥା ବନବିଭାଗର ଅନ୍ୟକର୍ମଚାରୀମାନେ ହରିଣକୁ ଉଦ୍ଧାର କରିଥିଲେ ମଧ୍ୟ ବଂଚାଇପାରି ନ ଥିଲେ।

Read More

ମେଷ: ଛାତ୍ର ଶ୍ରେଣୀ ସଫଳତା ପାଇବେ। ବ୍ୟବସାୟ ଅନୁକୂଳ ହେବ। ଚାକିରିରେ କାମକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରଲୋଭିତ ହୁଅ ନାହିଁ । ଏକ କାର୍ନିଭାଲରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଭ୍ରମଣ ଲାଭଦାୟକ ହେବ। ବୃଷ :ଅଧିକ ପ୍ରୟାସ କରିବାକୁ ପଡିବ। ବ୍ୟବସାୟ ଭଲ ହେବ। ଆୟ ହ୍ରାସ ହୋଇପାରେ। ଦୁଃଖଦ ଖବର ଗ୍ରହଣ କରିବା ସମ୍ଭବ। ବୃଥା ପରିଶ୍ରମ ଚାଲିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ଅନାବଶ୍ୟକ ବିବାଦ ଉପୁଜିପାରେ। ନିଜେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅ, ଅନ୍ୟମାନଙ୍କ ଦ୍ୱାରା ଉତ୍ତେଜିତ ନ ହେଲେ ଏହା ଲାଭଦାୟକ ହେବ। ମିଥୁନ : କୁମାରୀମାନେ ବିବାହ ପ୍ରସ୍ତାବ ପାଇପାରିବେ। ପ୍ରୟାସ ସଫଳ ହେବ। ବିନିଯୋଗ ଭଲ ହେବ। ଚାକିରିରେ ଅଗ୍ରଗତି ହେବ। ବ୍ୟବସାୟ ଲାଭଦାୟକ ହେବ। ପ୍ରଲୋଭିତ ହୁଅ ନାହିଁ। ଶୀଘ୍ର କିଛି କର ନାହିଁ । କ୍ରନିକ ରୋଗ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଦେଶରେ ଶ୍ରମିକ ଭାବରେ କାର୍ଯ୍ୟରତ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଥାଉକି ବାଣପୁର ଏନଏସି ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ସୁମନ୍ତ ଦଣ୍ଡସେଣା ନାମକ ଯୁବକ ପରିବାର ପ୍ରତିପୋଷଣ ନିମନ୍ତେ ସୁଦୂର ଆବୁଧାବିକୁ ଶ୍ରମିକ ଭାବରେ ମାତ୍ର ଛଅମାସ ତଳେ କାର୍ଯ୍ୟ କରିବାକୁ ଯାଇଥିଲେ। ଗଲ୍ଫ ଏସିଆ ନାମକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟବରଣ କରିଥିବା ଗତ ସାତଦିନ ତଳେ କମ୍ପାନୀ ତରଫରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଶବ ହସ୍ତାନ୍ତର କରିବାକୁ ପରିବାର ଲୋକ ଆକୁଳ ନିବେଦନ କରିବାରେ ଉକ୍ତ କମ୍ପାନୀ ଶବକୁ ବିଶାଖାପାଟଣା ପର୍ଯ୍ୟନ୍ତ ପଠାଇଥିଲେ। ସେଠାରୁ ନିଜ ଖର୍ଚ୍ଚରେ ଆଜି ସନ୍ଧ୍ୟାରେ ପରିବାର ଲୋକ ମୃତଦେହକୁ ଗ୍ରହଣ କରି ନିଜ ଗ୍ରାମକୁ ଆଣିଥିଲେ। ଗ୍ରାମରେ ମୃତଦେହ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ…

Read More

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଗତକାଲି, ଜୁଲାଇ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି’।

Read More