Author: Samikhsya Bureau

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୭ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ସିରିଆ, ଇଥିଓପିଆ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ସିଭିଲ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟ୍‌ର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର କନ୍‌ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍…

Read More

ଭୁବନେଶ୍ଵର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ମିଶନ ଲାଇଫ, ଜଳ ଶକ୍ତି ଅଭିଯାନ ଏବଂ ହର୍‌ ଘର୍‌ ଜଲ୍‌ ଉପରେ ଏକ ସଚେତନତା କର୍ମଶାଳା ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ସ୍ଥିତ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ପ୍ରମିଳା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ଅତିଥି ବକ୍ତା ଭାବେ ପରିବେଶବିତ୍‌ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବେତନଟୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ମୁଣ୍ଡା ଯୋଗ ଦେଇଥିଲେ। ବିଦ୍ୟାଳୟର ଦର୍ଶନ ଶାସ୍ତ୍ର ଅଧ୍ୟାପକ ଡ. ପର୍ଶୁରାମ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଦୈନନ୍ଦିନ ଅଭ୍ୟାସରେ ସୁଧାର ଅଣାଯାଇ କିପରି ପରିବେଶ ସୁରକ୍ଷା…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ରେଞ୍ଜ ଜଗନ୍ନାଥପ୍ରସାଦ ଗ୍ରାମରେ ଏକ ହରିଣକୁ କୁକୁର କାମୁଡ଼ିବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ଅପରାହ୍ନ ଅପରାହ୍ନ ୪.୩୦ ସମୟରେ ଜଗନ୍ନାଥପ୍ରସାଦ ଶବରପଡ଼ା ଠାରେ ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିବା ହରିଣକୁ କୁକୁର ଆକ୍ରମଣ କରିଥିଲା। କୁକୁରଟି ହରିଣର ପାଟିରେ କାମୁଡ଼ିଦେଇଥିବାରୁ ହରିଣଟି ମୃତ୍ୟୁବରଣ କରିଥିଲା। ଏସିଏଫ୍ ଅଶ୍ବିନୀ କୁମାର ବେହେରା, ଫରେଷ୍ଟର ଅରୁଣ କୁମାର ବେହେରା, ଫରେଷ୍ଟଗାର୍ଡ ସୁଭଦ୍ରା ରାଉଳ ତଥା ବନବିଭାଗର ଅନ୍ୟକର୍ମଚାରୀମାନେ ହରିଣକୁ ଉଦ୍ଧାର କରିଥିଲେ ମଧ୍ୟ ବଂଚାଇପାରି ନ ଥିଲେ।

Read More

ମେଷ: ଛାତ୍ର ଶ୍ରେଣୀ ସଫଳତା ପାଇବେ। ବ୍ୟବସାୟ ଅନୁକୂଳ ହେବ। ଚାକିରିରେ କାମକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରଲୋଭିତ ହୁଅ ନାହିଁ । ଏକ କାର୍ନିଭାଲରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଭ୍ରମଣ ଲାଭଦାୟକ ହେବ। ବୃଷ :ଅଧିକ ପ୍ରୟାସ କରିବାକୁ ପଡିବ। ବ୍ୟବସାୟ ଭଲ ହେବ। ଆୟ ହ୍ରାସ ହୋଇପାରେ। ଦୁଃଖଦ ଖବର ଗ୍ରହଣ କରିବା ସମ୍ଭବ। ବୃଥା ପରିଶ୍ରମ ଚାଲିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ଅନାବଶ୍ୟକ ବିବାଦ ଉପୁଜିପାରେ। ନିଜେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅ, ଅନ୍ୟମାନଙ୍କ ଦ୍ୱାରା ଉତ୍ତେଜିତ ନ ହେଲେ ଏହା ଲାଭଦାୟକ ହେବ। ମିଥୁନ : କୁମାରୀମାନେ ବିବାହ ପ୍ରସ୍ତାବ ପାଇପାରିବେ। ପ୍ରୟାସ ସଫଳ ହେବ। ବିନିଯୋଗ ଭଲ ହେବ। ଚାକିରିରେ ଅଗ୍ରଗତି ହେବ। ବ୍ୟବସାୟ ଲାଭଦାୟକ ହେବ। ପ୍ରଲୋଭିତ ହୁଅ ନାହିଁ। ଶୀଘ୍ର କିଛି କର ନାହିଁ । କ୍ରନିକ ରୋଗ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଦେଶରେ ଶ୍ରମିକ ଭାବରେ କାର୍ଯ୍ୟରତ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଥାଉକି ବାଣପୁର ଏନଏସି ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ସୁମନ୍ତ ଦଣ୍ଡସେଣା ନାମକ ଯୁବକ ପରିବାର ପ୍ରତିପୋଷଣ ନିମନ୍ତେ ସୁଦୂର ଆବୁଧାବିକୁ ଶ୍ରମିକ ଭାବରେ ମାତ୍ର ଛଅମାସ ତଳେ କାର୍ଯ୍ୟ କରିବାକୁ ଯାଇଥିଲେ। ଗଲ୍ଫ ଏସିଆ ନାମକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟବରଣ କରିଥିବା ଗତ ସାତଦିନ ତଳେ କମ୍ପାନୀ ତରଫରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଶବ ହସ୍ତାନ୍ତର କରିବାକୁ ପରିବାର ଲୋକ ଆକୁଳ ନିବେଦନ କରିବାରେ ଉକ୍ତ କମ୍ପାନୀ ଶବକୁ ବିଶାଖାପାଟଣା ପର୍ଯ୍ୟନ୍ତ ପଠାଇଥିଲେ। ସେଠାରୁ ନିଜ ଖର୍ଚ୍ଚରେ ଆଜି ସନ୍ଧ୍ୟାରେ ପରିବାର ଲୋକ ମୃତଦେହକୁ ଗ୍ରହଣ କରି ନିଜ ଗ୍ରାମକୁ ଆଣିଥିଲେ। ଗ୍ରାମରେ ମୃତଦେହ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ…

Read More

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଗତକାଲି, ଜୁଲାଇ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି’।

Read More

ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିକର ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ‘ଶ୍ରୀ ଅଶୋକ ଗେହଲଟ୍ ଜୀ, ପ୍ରୋଟୋକଲ ଅନୁଯାୟୀ ଆପଣଙ୍କୁ ଉପଯୁକ୍ତ ଭାବେ ନିମନ୍ତ୍ରଣ କରାଯାଇଛି ଏବଂ ଆପଣଙ୍କ ଭାଷଣ ମଧ୍ୟ ନିର୍ଦ୍ଧାରିତ ହୋଇଛି। କିନ୍ତୁ ଆପଣଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆପଣ ସାମିଲ ହୋଇପାରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଆପଣଙ୍କୁ ସର୍ବଦା ନିମନ୍ତ୍ରଣ କରାଯାଇଛି ଏବଂ ଆପଣ ଉପସ୍ଥିତ ରହି ସେହି କାର୍ଯ୍ୟକ୍ରମଗୁଡ଼ିକର ଶୋଭା ବଢ଼ାଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ନିମନ୍ତେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ କରାଯାଉଛି। ବିକାଶର ଅନେକ କାର୍ଯ୍ୟ ଫଳକରେ ମଧ୍ୟ ଆପଣଙ୍କ ନାଁ ରହିଛି। ଯଦି ଶାରୀରିକ ଭାବେ ଆପଣଙ୍କୁ କୌଣସି ଅସୁବିଧା ନ ଥାଏ ତେବେ ଆପଣଙ୍କ…

Read More

ନୂଆଦିଲ୍ଲୀ: ୧୯୯୦ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି। ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର ତଦନ୍ତ ନିର୍ଦ୍ଦେଶାଳୟରେ ପ୍ରମୁଖ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ ତାଙ୍କ ପଦୋନ୍ନତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଜେ କ୍ରିଷ୍ଣା କିଶୋରଙ୍କର ଆୟକର କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ରହିଛି। ସେ ଜଣେ ସଚ୍ଚୋଟ ଅଧିକାରୀ ଭାବେ ପରିଚିତ। ଓଡ଼ିଶାରେ ତାଙ୍କର କାର୍ଯ୍ୟକାଳ ସମୟରେ ଆୟକର ତଦନ୍ତ ନିର୍ଦ୍ଦେଶାଳୟ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ତାଙ୍କର ତତ୍ତ୍ୱାବଧାନରେ ସବୁଠୁ ଅଧିକ ନଗଦ ଟଙ୍କା ଜବତ କରାଯିବା ସହିତ ସର୍ବାଧିକ ଗୋପନୀୟ ଆୟ ଠାବ କରାଯିବା କ୍ଷେତ୍ରରେ ସଫଳତା ମିଳିଛି।

Read More

ଭୁବନେଶ୍ୱର: ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଦିଗ ଯେପରିକି ଆଡଭାନ୍ସଡ ମାଟେରିଆଲ୍ ସାଇନ୍ସ ଇଞ୍ଜିନିୟରିଂ, ଆଡଭାନ୍ସମେଂଟ ଇନ୍ ସ୍ମାର୍ଟ ମାନୁଫ୍ୟାକ୍‌ଚରିଂ ଏବଂ ଆପ୍ଲିକେସନ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ରୋବୋଟିକ୍ସ ସମ୍ପର୍କରେ ଆଲୋଚନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ‘ରିସେଂଟ ଆଡଭାନ୍‌ସେସ୍ ଇନ୍ ମେକାନିକାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ’ (ଆଇସିଆର୍‌ଏଏମ୍‌ଇଆର୍‌ଡି) ଶୀର୍ଷକ ୩ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷା, ଗବେଷଣା ଓ ଶିଳ୍ପ କ୍ଷେତ୍ରରୁ ୨୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଶିକ୍ଷାବିତ୍‌, ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଯୋଗ ଦେଇ ନିଜର ପାରଦର୍ଶିତା ଓ ଅଭିଜ୍ଞତା ବଖାଣି ଥିଲେ। ଏହି ସମ୍ମିଳନୀରେ ଏନର୍ଜି ଷ୍ଟୋରେଜ୍ ଆଣ୍ଡ କନ୍‌ଭର୍ସନ୍‌, ପାୱାର ସିଷ୍ଟମ ଇଞ୍ଜିନିୟରିଂ ସମେତ ନଭେଲ୍ ମାଟେରିଆଲ୍‌ସର ଅତ୍ୟାଧୁନିକ ଗବେଷଣା, ମେସିନ୍ ଲର୍ଣ୍ଣିଂ କ୍ଷେତ୍ରର ନୂତନ ଦିଗ…

Read More

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି। ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ସହ କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ ଆଲୋଚନା ହୋଇଛି। କୋଷ୍ଟାଲ ହାଇଓ୍ୱେ, ସମ୍ବଲପୁର ରିଙ୍ଗ୍ ରୋଡ, କ୍ୟାପିଟାଲ ରିଙ୍ଗ୍ ରୋଡ୍ କାର୍ଯ୍ୟର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲାର ଭୁବନ ଓ କାମାକ୍ଷାନଗର ଦେଇ ଯାଇଥିବା ଡୁବୁରିରୁ ବହ୍ଲର ଛକ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ, ଗୋଡିବନ୍ଧରୁ ବଅଁରପାଳ ପର୍ଯ୍ୟନ୍ତ ରାଜପଥର ପ୍ରଶସ୍ତିକରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଛି। ଶ୍ରୀ ପ୍ରଧାନ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଉପେକ୍ଷିତ ହେବା ଯୋଗୁଁ ଶିଳ୍ପ କ୍ଷେତ୍ରରେ ଅବହେଳିତ ହୋଇଛି। ଏଥି ପାଇଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ସୃଷ୍ଟି ହେଉଥିବା ନେଇ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଡକ୍ଟର ସୁନୀତି ମୁଣ୍ଡ୍ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଛନ୍ତି। ଏବେ ମଧ୍ୟ ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଂଚିତ ରହିଛନ୍ତି। ସୂଚନାଯୋଗ୍ୟ ଯେ ଆଧାର ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୨,୧୯୧,୮୪୮ ରହିଛି। ୭୯୨୦ ବର୍ଗକିଲୋମିଟର ପରିମିତ ଅଂଚଳରେ ଏହି ଜିଲ୍ଲା ପରିବ୍ୟାପ୍ତ ହୋଇଥିବାବେଳେ ଏଠାରେ ଥିବା ୧୯ଟି ପ୍ରମୁଖ ଧର୍ମୀୟ ସ୍ଥଳ, ବାଣିଜ୍ୟ କେନ୍ଦ୍ର, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଅଭୟାରଣ୍ୟ ମଧ୍ୟରୁ କେବଳ ଜୁନାଗଡ, ଭବାନିପାଟଣାକୁ ରେଳ ସଂଯୋଗ ରହିଛି। ଅନ୍ୟ ପ୍ରମୁଖ ସ୍ଥାନଗୁଡିକ ଏଥିରୁ ବଂଚିତ ରହିଛି। ବୁଧବାର…

Read More

ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଆଜି ଆସିକା ଓକିଲ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ନୂତନ ଜିଲ୍ଲା ଗଠନ ସମ୍ପର୍କରେ ଆଲୋକପାତ କରାଯାଇଛି। ତେବେ ଏହି ସମୟରେ ଆସିକା ଓକିଲ ସଂଘ ଏକ ବଡ ଦାବି ଉପସ୍ଥାପନ କରିଛି। ଓଡିଶାରେ ନୂତନ ଜିଲ୍ଲା ଗଠନ ବେଳେ ଋଷିକୁଲ୍ୟା ଜିଲ୍ଲା ଗଠନ କରିବାକୁ ଦାବି କରାଯାଇଛି। ଯଦି ନୂତନ ଜିଲ୍ଲାର ନାମ ଋଷିକୁଲ୍ୟା ଘୋଷଣା କରାନଯାଏ, ତେବେ ଓକିଲ ସଂଘ ଭୋଟ ବର୍ଜ୍ଜନ କରିବ ବୋଲି ଘୋଷଣା କରିଛି। ଏହା ସହିତ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଭୋଟରଙ୍କୁ ସଚେତନ କରାଯିବ ବୋଲି ଓକିଲ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଆସିକା ଓକିଲ ସଂଘ ତରଫରୁ ସଭାପତି ରବୀନ୍ଦ୍ର ନାଥ ଶର୍ମା, ସମ୍ପାଦକ ନାରାୟଣ ମୁନି, ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଉପ ସଭାପତି ଛବିଳ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଆଜି ବନମହୋତ୍ସବ ପାଳନ ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶିକ୍ଷାର୍ଥୀ ମାନଙ୍କୁ ଟ୍ରାଫିକ ନିୟମ, ଶଦ୍ଦ ପ୍ରଦ୍ୟୁଷଣ, ବୃକ୍ଷ ରୋପଣ ଓ ସୁସ୍ଥ ପରିବେଶ ବିଷୟରେ ସଚେତନତା ସୁଚନା ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ସହଯୋଗ କରିଥିଲେ।

Read More

ଭୁବନେଶ୍ୱର / ପିପିଲି:  ଆଜି ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀନାରାୟଣପୁରଠାରେ ରାଜ୍ୟ ସଭାପତି ମନମୋହନ ସାମଲ “ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ)” ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାଷୀଙ୍କୁ ଉତ୍ସାହିତ କରିଥିଲେ। ରାଜସ୍ଥାନର ଶିକରଠାରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ଦେଶରେ ସମୁଦାୟ ୨.୫ ଲକ୍ଷ “କିଷାନ ସମୃଦ୍ଧି କେନ୍ଦ୍ର” ଖୋଲାଯିବର ଲକ୍ଷ୍ୟ ରଖାଯାଇଛି। ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡିଶାର ପାଖାପାଖି ୫ ହଜାର “କିଷାନ ସମୃଦ୍ଧି କେନ୍ଦ୍ର” ସାମିଲ ଅଛି। ଆଜି କିଷାନ ସମ୍ମାନ ଯୋଜନାର ୧୪ତମ କିସ୍ତି ବାବଦରେ ୮.୫ କୋଟି ଚାଷୀଙ୍କୁ ୨ ହଜାର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଂକ ଖାତାକୁ ମଧ୍ୟ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Read More

ଭୁବନେଶ୍ୱର:  ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ। ଲୋକ ସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଅଧ୍ୟକ୍ଷତା କରି କହିଲେ ଯେ ଗ୍ରାମାଞ୍ଚଳର ସଫଳତା ଏହାର ଭିତ୍ତିଭୂମୀ ବିକାଶ ଉପରେ ପର୍ଯ୍ୟବେଶିତ। ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁ ଦାୟିତ୍ୱ। ପ୍ରକଳ୍ପ ସମ୍ପୁର୍ଣ୍ଣ ପାଇଁ ଡିଭିଜନମାନେ ବିଭାଗକୁ ଦେଉଥିବା ସମୟ ସୀମା ଉପରେ ଧ୍ୟାନ ଦେବା ଜରୁରୀ। ଏଣୁ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆ ଯାଇଥିବା ଅନୁଦାନ ରାଶି ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ ହେବା ଜରୁରୀ। ବିଭାଗ ଦ୍ୱାରା ପ୍ରଥମ ତ୍ରୈମାସିକରେ ୩୦% ଓ ଦ୍ୱିତୀୟ ତ୍ରୈମାସିକ ପାଇଁ ୨୦% ବଜେଟ ଅନୁଦାନ ଡିଭିଜନମାନଙ୍କୁ ପ୍ରଦାନ କରାଯାଇଛି। ବରଗଡ,…

Read More

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ପୂର୍ବରୁ ଖବର ଆସିଛି ​​ଯେ, ମହମ୍ମଦ ସିରାଜ ଏକଦିବସୀୟ ସିରିଜରେ ଖେଳିବେ ନାହିଁ। ସେ ଭାରତ ଫେରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, କାର୍ଯ୍ୟ ଭାର କାରଣରୁ ସିରାଜଙ୍କୁ ଦିନିକିଆ ସିରିଜରେ ବିଶ୍ରାମ ଦିଆଯାଇଛି। ତେବେ ଏବେ ବିସିସିଆଇ ନିଜେ ସିରାଜଙ୍କୁ ଦିନିକିଆ ସିରିଜରୁ ବାଦ ଦେବାର କାରଣ କହିଛି। ବିସିସିଆଇ ଅନୁଯାୟୀ ମହମ୍ମଦ ସିରାଜ ପ୍ରଥମ ଦିନିକିଆ ପୂର୍ବରୁ ଗୋଡରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ଦିନିକିଆ ସିରିଜରୁ ବାଦ ଦିଆଯାଇଛି। ତେବେ ତାଙ୍କ ବଦଳି ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ବିସିସିଆଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ମୁକ୍ତ କରାଯାଇଛି। ସିରାଜଙ୍କ ଗୋଡରେ ଯନ୍ତ୍ରଣା ହେଉଛି ଏବଂ ସତର୍କତା ଅନୁଯାୟୀ…

Read More

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଦଶବାଟିଆ ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ‘‘ଡିଭାଇନ୍‌ ଲାଇଟ୍‌ ହାଉସ’’ ବା ଦୈବିକ ଆଲୋକ ଭବନ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ସେମିନାର ଓ ସମ୍ମିଳନୀ ଆୟୋଜନ କରିବା ଲାଗି ଚଳିତ ବର୍ଷର ବିଷୟବସ୍ତୁ ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରପତି କାର୍ଯ୍ୟକ୍ରମ ଅବସରରେ ଉଦବୋଧନ ଦେଇ କହିଥିଲେ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ ବରଂ ଏହା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ। ମାନବ ଜଗତ ପାଇଁ ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ବିକାଶ ଜରୁରୀ। ସେ ଆହୁରି କହିଥିଲେ ଯେ, ପ୍ରଯୁକ୍ତି ପରିବର୍ତ୍ତନର ବାହକ ଏବଂ ସେହି ପରିବର୍ତ୍ତନକୁ ଅଣଦେଖା କରାଯାଇପାରିବ ନାହିଁ, କାରଣ ବିକାଶ ପାଇଁ ଏହା ଜରୁରୀ। ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଭୌତିକ ପରିବର୍ତ୍ତନ ଆମକୁ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ରମେଶ ନଗରୀ ବ୍ରହ୍ମପୁର ସହରରେ ଗତ କିଛି ମାସ ହେଲା ତାଲା ପଡ଼ିଥିବା ଘରୁ ଚୋରି, ରାହାଜାନୀ, ଛିନତାଇ ଓ ଲୁଟପାଟ୍ କାର୍ଯ୍ୟ ପାଇଁ ସହରବାସୀ ଅତିଷ୍ଠ ଓ ଚିନ୍ତାଗ୍ରସ୍ତ ଥିଲା ବେଳେ ବ୍ରହ୍ମପୁର ଏସ୍ ପି ଙ୍କ ସୁଚିନ୍ତିତ ଯୋଜନା ଅନୁସାରେ ଚୋରି ଓ ରାହାଜାନୀ କରୁଥିବା କିଛି ଅସାମାଜିକ ଯୁବକଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଗତ ଦୁଇ ଦିନ ତଳେ ୬ ଯୁବକ ହତ୍ୟା କରିବା ପାଇଁ ଯୋଜନା କରୁଥିବା ବେଳେ ସେମାନଙ୍କୁ ଉଠାଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଗତକାଲି ଠୀକ ସେହି ଭଳି ଯାନବାହାନ ଯାଞ୍ଚ କରିବା ବେଳେ ୩ ଜଣ ଆନ୍ତଃ ରାଜ୍ୟ ଲୁଟେରା (ବିହାରୀ ଯୁବକ)କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଉକ୍ତ ତିନିଜଣ ଯୁବକ ଗତ ଦୁଇ ମାସ ହେଲା ସହର ରେ ବିଭିନ୍ନ ସ୍ଥାନରେ ସାଧାରଣ ନୀରିହ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ଆନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ଵ ଡକାୟତିରେ ସାମିଲ ଥିବା ପୋଲିସ କହିଛି। ଉକ୍ତ ଗ୍ୟାଙ୍ଗ ବେଆଇନ ବନ୍ୟଜନ୍ତୁ ଶିକାରରେ ମଧ୍ୟ ସାମିଲ ଥିବା ଜଣାପଡିଛି। ଆଜି ଏହି ଗ୍ୟାଙ୍ଗର ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି। ଏସପି ଙ୍କ ସୂଚନା ମୁତାବକ ଗତ ୧୯ ତାରିଖରେ ବୋଲଗଡ ଥାନା ମାଣିକଗୋଡ଼ା କୁମୁଟି ସାହି ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବୋଲଗଡ଼ ଥାନାରେ କେସ ନମ୍ବର ୧୯୪/୨୩ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ବେଳେ ତିନି ଅଭିଯୁକ୍ତ ଗିରଫ…

Read More

ଆସିକା: ଧରାକୋଟ ଥାନା ବରଡ଼ାବିଲିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ବସ୍‌ ଧକ୍କାରେ ଭାରତୀୟ ଯବାନଙ୍କ ମୃତ ହୋଇଛି। ମୃତ ଯବାନଙ୍କ ନାମ ଜିତେନ୍ଦ୍ର ପାଢ଼ୀ ବୋଲି ଜଣାପଡିଛି। ସେ ପଞ୍ଜାବରେ ବିଏସଏଫ ଯବାନ ଭାବେ କାର୍ଯ୍ୟକରୁଥିଲେ। ସୂଚନା ଅନୁଯାୟୀ, ଜିତେନ୍ଦ୍ର ବାଇକ ଯୋଗେ ସୋରଡ଼ାରୁ ନିଜ ଗ୍ରାମ କୁଶରାବ ଯିବା ବେଳେ ଆସ୍କା ପଟରୁ ଆସୁଥିବା ସାଇକ୍ରିଷ୍ଣା ନାମକ ବସ୍ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବର୍ତ୍ତମାନ ଧରାକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ନୂଆଦିଲ୍ଲୀ: ଆଜି ରାଜସ୍ଥାନର ସିକରରେ ଏକ ରାଲିକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସିକର ଗସ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। ଏହି ସମୟରେ ସେ କୃଷକମାନଙ୍କ ପାଇଁ କିଷାନ ସମ୍ମାନ ନିଧିର ୧୪ ତମ କିସ୍ତି ଜାରି କରିବାକୁ ଘୋଷଣା କରିଛନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କୃଷକଙ୍କ ପାଇଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର କୃଷକମାନଙ୍କ ପାଇଁ ଉପଲବ୍ଧ ୟୁରିଆ ଏବଂ ଏହାର ମୂଲ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଭାରତର କୃଷକ ଆମେରିକା, ଚୀନ୍, ପାକିସ୍ଥାନ ଏବଂ ବାଂଲାଦେଶ ତୁଳନାରେ ଶସ୍ତା ୟୁରିଆ ପାଉଛନ୍ତି। ସେ କହିଛନ୍ତି ଯେ, ୟୁରିଆର ମୂଲ୍ୟ ହ୍ରାସ କରି ଆମ ସରକାର ଚାଷୀଙ୍କ ଟଙ୍କା ସଞ୍ଚୟ କରିଛନ୍ତି।…

Read More