Author: Samikhsya Bureau

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୪୩୫ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ନୂଆ ମାମଲାରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ, ଯଦି ଆମେ ଦୈନିକ ପଜିଟିଭ ହାର ବିଷୟରେ ଆଲୋଚନା କରିବା, ତେବେ ଏହା ୩.୩୮ ପ୍ରତିଶତ ଅଟେ। ଭାରତରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୨୩,୦୯୧। ଗତ ୨୪ ଘଣ୍ଟା ମଧ୍ୟରେ, କରୋନାରୁ ୨ ହଜାର ୫୦୮ ଲୋକ ଉଦ୍ଧାର ହୋଇଛନ୍ତି। ମୋଟ ପୁନରୁଦ୍ଧାର ସଂଖ୍ୟା ବିଷୟରେ କହିବାବେଳେ ଏହା ୪,୪୧,୭୯,୭୧୨ ଅଟେ।

Read More

ନୂଆଦିଲ୍ଲୀ: ଆର୍ଥିକ ସଶକ୍ତିକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଇ ତୃଣମୂଳସ୍ତରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୫ ଏପ୍ରିଲ ୨୦୧୬ରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଶୁଭାରମ୍ଭ କରାଯାଇଥିଲା।  ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର କାର୍ଯ୍ୟକାଳକୁ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ସମ୍ପ୍ରଦାୟର ଆକାଂକ୍ଷୀ ଉଦ୍ୟୋଗୀମାନେ ସମ୍ମୁଖିନ ହେଉଥିବା ସମସ୍ୟାକୁ ଆଖି ଆଗରେ ରଖି ସେମାନଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ଲାଗି ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ମହିଳା ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ ଉତ୍ପାଦନ, ସେବା କିମ୍ବା ବ୍ୟବସାୟିକ ଏବଂ କୃଷି ଆନୁସଙ୍ଗିକ କାର୍ଯ୍ୟକଳାପ କ୍ଷେତ୍ରରେ ନୂଆ ଉଦ୍ୟୋଗ ପ୍ରତିଷ୍ଠାରେ ସହାୟକ ହୋଇଥାଏ। ଏହି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି…

Read More

ବାଲେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ରେମୁଣା ଓ ସୋରୋ ସହରରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖି କରି ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେସନ ପାଲଟିଛି। ରେମୁଣା ଓ ସୋରୋ ସହରର ନୂଆ ଟ୍ରେଣ୍ଡ୍‌ସ ଷ୍ଟୋରରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି। ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ…

Read More

ଭୁବନେଶ୍ଵର: ଜୀ-ସାର୍ଥକ ବ୍ୟାନରରେ ଆସୁଛି ‘ପାରିକରିବେ ଭୋଳାଶଙ୍କର ୨’ । ‘ପାରିକରିବେ ଭୋଳାଶଙ୍କର’ ର ଅପୂର୍ବ ସଫଳତା ପରେ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ। ଭୁବନେଶ୍ୱରର ଏକ ତାରକା ହୋଟେଲରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବ ରେ ଜୀ ସାର୍ଥକ ଚାନେଲର ଚିଫ୍ ଚାନେଲ୍ ଅଫିସର ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଗୀତିକାର ନିର୍ମଳ ନାୟକ, ଅଭିନେତା ରାକେଶ ଦେଓ, ଅଭିନେତ୍ରୀ ଲିପିକା ସେନାପତି, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ ଉପସ୍ଥିତ ଥିଲେ। ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଛନ୍ତି ଏମିତି ଏକ ଫର୍ମୁଲା ଯାହା ଯେ କୌଣସି ବିଷକୁ କାଟି ପାରିବ କିନ୍ତୁ ସେହି ଫର୍ମୁଲା…

Read More

ଭୁବନେଶ୍ୱର: ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟର କିଛି ଅଞ୍ଚଳରେ ଗୋମହିଷାଦିଙ୍କ ମଧ୍ୟରେ ଦେଖାଦେଇଥିବା ଚର୍ମବିଣ୍ଡି ରୋଗର ବର୍ତ୍ତମାନ ସ୍ଥିତି ଓ ଏ ପରିପ୍ରେକ୍ଷୀରେ ଗୋମହିଷାଦିଙ୍କ କିଣାବିକା ଓ ରାଜ୍ୟ ଭିତରେ ରାଜ୍ୟ ବାହାରେ ଗୋମହିଷାଦିଙ୍କ ପରିବହନ ଉପରେ ଲଗାଯାଇଥିବା କଟକଣା ଉଠାଇବା ସଂପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷିଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କଠାରୁ ଜିଲ୍ଲାର ଚର୍ମବିଣ୍ଡି ରୋଗର ସଦ୍ୟତମ ସ୍ଥିତି ସଂପର୍କରେ ବୁଝିଥିଲେ ଏବଂ କଟକଣା ଉଠାଇବା ଓ ଗୋମହିଷାଦି ହାଟର ଆୟୋଜନ ସଂପର୍କରେ ମତାମତ ଲୋଡ଼ିଥିଲେ। ବୈଠକରେ ସୀମାନ୍ତବର୍ତ୍ତୀ ଜିଲ୍ଲାର ସିଡିଭିଓମାନଙ୍କୁ ପଡ଼ୋଶୀ ଜିଲ୍ଲାରେ ଚର୍ମବିଣ୍ଡି ରୋଗର ସ୍ଥିତି ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ…

Read More

ଭୁବନେଶ୍ୱର : ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ବୈଠକମାନଙ୍କ ଆୟୋଜନ କରାଯାଉଛି। ଚଳିତ ମାସ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଜନଭାଗିଦାରୀ ଜରିଆରେ ଜି-୨୦ କାର‌୍ୟ୍ୟକ୍ରମକୁ ଫଳପ୍ରଦ କରିବା ଲାଗି ବିଭିନ୍ନ କାର‌୍ୟ୍ୟକ୍ରମ ହାତକୁ ନିଆଯାଇଛି । ଓଡ଼ିଶାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସଂଗଠନ ପକ୍ଷରୁ ପ୍ରାୟ ମାସେ ବ୍ୟାପୀ ଜି-୨୦ ଜନଭାଗିଦାରୀ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରତିଷ୍ଠାନର ନିଜସ୍ୱ କ୍ୟାମ୍ପସ ଏବଂ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା କାର‌୍ୟ୍ୟକ୍ରମ…

Read More

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଭାରତର ୬୦% ଗ୍ରାମାଞ୍ଚଳ ପରିବାର ଟ୍ୟାପ ଯୋଗେ ନିଜ ଘରେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ସୁବିଧା ପାଇଛନ୍ତି। ଦେଶର ମୋଟ ଗ୍ରାମର ୨୫% ଅର୍ଥାତ୍ ୧.୫୫ ଲକ୍ଷରୁ ଅଧିକ ଗାଁକୁ “ହର୍ ଘର୍ ଜଲ୍” ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସବୁ ପରିବାରକୁ ଟ୍ୟାପ ଜଳ ଯୋଗାଣ ସୁବିଧା ପ୍ରଦାନ କରାଯାଇଛି। ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଜଳ ଜୀବନ ମିଶନରେ ପ୍ରତି ସେକେଣ୍ଡରେ ଗୋଟିଏ ପାଣି ଟ୍ୟାପ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଛି। ଏହା ଏକ ବିରଳ ସଫଳତା। ୨୦୨୩ର ପ୍ରଥମ ତିନିମାସ ମଧ୍ୟରେ ପ୍ରତ୍ୟେକ ଦିନ ହାରାହାରି ୮୬, ୮୯୪ ନୂଆ ପାଣି ଟ୍ୟାପ ସଂଯୋଗ ଯୋଗାଇବାରେ ସରକାର ସଫଳ ହୋଇଛନ୍ତି। ଜଳ ଜୀବନ ମିଶନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୯ ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିଲା । ଏହି ଯୋଜନାର ଲକ୍ଷ୍ୟ…

Read More

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ନଡ଼ିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଡ଼ିଆ ଦେବତାମାନଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଇଥାଏ। ନଡ଼ିଆ ଭିତରେ ପାଣି ଅଛି, ଯାହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ନଡ଼ିଆ ଜଳର ସ୍ପର୍ଶ ଦ୍ୱାରା ଜିନିଷଗୁଡ଼ିକ ଶୁଦ୍ଧ ହୋଇଥାଏ। ନଡ଼ିଆ ଭିତର ଶସକୁ ମଧ୍ୟ ସଂପୂର୍ଣ୍ଣ ଶୁଦ୍ଧ ବିବେଚନା କରାଯାଏ। ନଡ଼ିଆକୁ ସୁଖ, ଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟ, ବିବାହ, ଲଗ୍ନ, ଧାର୍ମିକ ରୀତିନୀତି, ପ୍ରତିଷ୍ଠା, ଘରର ମୂଳଦୁଆ ପକାଇବା, ଘର ପ୍ରବେଶ ସମୟରେ ନଡ଼ିଆର ବିଶେଷ ମହତ୍ତ୍ୱ ରହିଛି। କିଛି ଲୋକ ଏହାକୁ ଭଗବାନ ଶିବଙ୍କ ରୂପ ଭାବରେ ମଧ୍ୟ ବିବେଚନା କରନ୍ତି। କାରଣ ଏହାର ତିନୋଟି ଆଖି ଅଛି ଯାହାକୁ ଏହାକୁ ତ୍ରିନେତ୍ର ବୋଲି ବିବେଚନା କରାଯାଏ।

Read More

ନୂଆଦିଲ୍ଲୀ: ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲ ପକ୍ଷୀ ସହିତ ଶୁଭ କଥା ମଧ୍ୟ ଜଡିତ ରହିଛି। ହେଲେ ତାହା କ୍ବଚିତ ଦେଖା ଯାଇଥାଏ। କିନ୍ତୁ ଯେତେବେଳେ ମିଳିଲା, ସେଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି। ଆସନ୍ତୁ ବର୍ତ୍ତମାନ ଚିଲ ସହିତ ଜଡିତ ଶୁଭ ଅଶୁଭ ବିଷୟରେ ଆଲୋଚନା କରିବା- ଚିଲ ସହିତ ଜଡିତ ଶୁଭଅଶୁଭ କଥା 1- ଯେଉଁ ବିଲଡିଂରେ ଚିଲ ବସିବା ଆରମ୍ଭ କରନ୍ତି, ସେହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଭାଗ୍ୟ ଖରାପ ହୁଏ । ସେହି ଘରେ ରହୁଥିବା ଲୋକମାନେ ଦୁର୍ଭାଗ୍ୟଜନକ ହୁଅନ୍ତି । ପ୍ରାୟତଃ ଏହିପରି ଅଟ୍ଟାଳିକା ନଷ୍ଟ ହୋଇଯାଏ । 2- ଉଡିବା ସମୟରେ ଯଦି…

Read More

ମେଷ- ଆଜି ଆପଣଙ୍କର ସ୍ଥାନାନ୍ତରଣ ଯୋଗ ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କ କାର୍ଯ୍ୟର ଚତୁରତା ଏବଂ କଳାର ଭାବନା ପ୍ରଦର୍ଶନ କରିବାର ଏକ ସୁଯୋଗ ରହିବ । ଏହି ବ୍ୟକ୍ତିଙ୍କ ଜୀବନରେ ପ୍ରେମ ସାଂଘାତିକ ହୋଇପାରେ। ପାରିବାରିକ ସମ୍ପର୍କରେ ବିରକ୍ତ ହୋଇପାରନ୍ତି। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଖୁସି ରହିବ। ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ । ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କର ପ୍ରକୃତିରେ ଅଧିକ ରହିବ। ତେଣୁ ଆଜି ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ମିଥୁନ- ମନେରଖନ୍ତୁ ଯେ ମାତାର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଏବଂ ପରିବାରର ଅବାଞ୍ଛିତ ପରିବେଶ ଆପଣଙ୍କ…

Read More

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ-ଦିବାକର ସ୍ମୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି। ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଶହୀଦ ରଘୁ-ଦିବାକରଙ୍କ ସାହସ ତଥା ବି୍ରଟିଶ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସେମାନଙ୍କର ସଂଗ୍ରାମ ଭାରତର ଅନ୍ୟ ସ୍ୱାଧୀନଚେତା ସଂଗ୍ରାମୀଙ୍କୁ ପ୍ରେରଣା ଦେଇଥିଲା ବୋଲି ଉଲ୍ଲେଖ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ଏବଂ ଐତିହାସିକ ଶ୍ରୀ ସତ୍ୟବାଦୀ ବଳିୟାରସିଂହ କହିଲେ ଯେ ଅତ୍ୟାଚାରୀ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତାର ଆଶାରେ ରଣପୁରବାସୀ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଆନ୍ଦୋଳନର ପୁରୋଧା ଭାବେ ଗ୍ରହଣ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ…

Read More

ଭୁବନେଶ୍ବର: ଆଜି ଜଳ ସଂପଦ ବିଭାଗରେ ନବ ନିଯୁକ୍ତ ୩୬ ଜଣ ଭୂତତ୍ତ୍ୱବିତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନସ୍ଥିତ ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇ ନବ ନିଯୁକ୍ତ ଭୂତତ୍ତ୍ୱବିତ୍(ଜିଓଲୋଜିଷ୍ଟ) ମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏଥି ସହ ମନ୍ତ୍ରୀ ଭୂତଳ ଜଳର ଉପଯୋଗିତା ଓ ଏହାର ଉପଲବ୍ଧତା ନେଇ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ନ୍ୟାସନାଲ ହାଇଡ୍ରୋଲୋଜି ପ୍ରକଳ୍ପ ଅଧିନରେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ବିକଶିତ ମୋବାଇଲ ଆପ୍ଲିକେସନ “ଗେସ୍” (ଗ୍ରାଉଣ୍ଡ ୱାଟର ୟୂଟିଲିଟି ଆଣ୍ଡ ଏକ୍ସଟ୍ରାସନ ଷ୍ଟ୍ରକ୍ଚର ସର୍ଭେ) ର ଶୁଭ ଉନ୍ମୋଚନ କରିଥିଲେ। ତତ୍ ସହିତ ମନ୍ତ୍ରୀ ଶ୍ରୀମତୀ ସାହୁ ଛାତ ଉପରେ ବର୍ଷା ଜଳ ଅମଳ ବ୍ୟବସ୍ଥା ଓ ଭୂତଳ ଜଳ ପୁନଃ ଭରଣ ପାଇଁ ଉଦ୍ଦିଷ୍ଟ “ଛାତ”…

Read More

ସୀତାରାମ ଅଗ୍ରୱାଲ ବାଣପୁର : ଛାତ୍ରଛାତ୍ରୀ ମାନଙ୍କୁ ଉଚିତ ମାର୍ଗଦର୍ଶନ ନିମନ୍ତେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀ ମାନେ ପାଠ୍ୟପୁସ୍ତକ ବ୍ୟତୀତ ସାମାଜିକ ଗଠନ ମୁଲକ ତତ୍ତ୍ୱ ବିଷୟରେ ଶିକ୍ଷା ଗ୍ରହଣ କରିବା ନିତାନ୍ତ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇଙ୍କ ନିର୍ଦ୍ଦେଶ ମୁତାବକ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ବାଣପୁର ବ୍ଲକର ଗୋଦାବରୀଶ ହାଇସ୍କୁଲ ଏବଂ ନାଚୁଣୀ ହାଇସ୍କୁଲଠାରେ ସାମାଜିକ ବିଜ୍ଞାନ ଏବଂ ଲିଙ୍ଗଗତ ସମାନତା କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଯେଉଁଥିରେ କି 100 ଜଣ ଶିକ୍ଷକ ପ୍ରଶିକ୍ଷିତ ହେବେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ଶିକ୍ଷକ ମାନେ ମୁଖ୍ୟତଃ କିପରି ଛାତ୍ରଛାତ୍ରୀ ମାନେ ସେମାନଙ୍କର ଅଧିକାର, ସୁଯୋଗ ଏବଂ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପ୍ରତିପାଦନ କରିପାରିବେ ଏହାରି ଉପରେ ପ୍ରଶିକ୍ଷିତ ହେବେ। ଯାହାକି ଆଗାମୀ ଦିନରେ ପିଲାମାନେ ଦେଶ ମାତୃକା ପ୍ରତି କର୍ତ୍ତବ୍ୟ, ସେମାନଙ୍କର…

Read More

Naveen In Japan: ଜାପାନରୁ ଆସିଲା ବଡ ଖବର। ତାହା ହେଲା ବିଶ୍ବର ପ୍ରମୁଖ ଇସ୍ପାତ କଂପାନୀ ନିପ୍ପନ ଷ୍ଟିଲ କରପୋରେସନ ଓଡିଶାରେ କରିବ ବଡ କାରଖାନା। ଆଜି ନିପ୍ପନ କଂପାନୀର ମୁଖ୍ୟ ଇଜି ହାସିମୋଟୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ଘୋଷଣା କରିଛନ୍ତି। ବାର୍ଷିକ ୩୦ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ଥିବା କାରଖାନା ପ୍ରତିଷ୍ଠା କରିବ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଅଛନ୍ତି। ଆଜି ଗସ୍ତର ପ୍ରଥମ ଦିନରେ ନିପ୍ପନ ଷ୍ଟିଲ କଂପାନୀର ସଭାପତି ବା ମୁଖ୍ୟ ଇଜି ହାସିମୋଟୋଙ୍କ ସହିତ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ନିପ୍ପନ ଷ୍ଟିଲର ମୁଖ୍ୟ ସହିତ ତାଙ୍କର ପ୍ରତିନିଧୀମାନେ ମଧ୍ୟ ଯୋଗ ଦେଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ ଏବଂ ୫ଟି ସଚିବ ପ୍ରମୁଖ ଉପସ୍ଥିତି ଥିଲେ। ବର୍ତ୍ତମାନ ନିପ୍ପନ ଓଡିଶାରେ ଆର୍ସଲର ମିତ୍ତଲ ସହିତ ମିଶି ଇସ୍ପାତ ପ୍ରକଳ୍ପ…

Read More

ଭୁବନେଶ୍ବର: ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବାରୁ ଆଜି ‘ଡେଲିଭରୀ ବୟ’ ଟିମ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପ୍ରୋତ୍ସାହନ ପାଇଁ ଧନ୍ୟବାଦ ପ୍ରଦାନ କରାଯାଇଛି। ଏଥିସହ ଓଡିଆ ଚଳଚ୍ଚିତ୍ରର ପ୍ରସାର ପାଇଁ ଏଭଳି ସାଧୁ ଉଦ୍ୟମ ର ଭୂୟସୀ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ଏଭଳି ଉଦ୍ୟମ ଫଳରେ ମୋୖଳିକ କାହାଣୀକୁ ନେଇ ପ୍ରଯୋଜକମାନେ ଆଗେଇ ଆସିବେ ଓ ଅଧିକରୁ ଅଧିକ ଦର୍ଶକ ଓଡିଆ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇଵେ ବୋଲି ‘ଡେଲିଭରୀ ବୟ’ ଟିମ୍ ତରଫରୁ ମତ ପ୍ରକାଶ ପାଇଥିଲା। ଏହି ସମ୍ମିଳନୀରେ ଚଳଚ୍ଚିତ୍ରର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଶକ୍ତି ବରାଳ, ସୁଶାନ୍ତ ଦାସ ମହାପାତ୍ର,…

Read More

ଖୋର୍ଦ୍ଧା: ଆଜି ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ -୨୦୨୨-୨୩ ପୂର୍ବାହ୍ନ ୧୧ ଘଟିକା ରେ ଜୟୀ ରାଜଗୁରୁ ଟାଉନ ହଲ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ ମୁଖ୍ୟ ଅତିଥି ଥିବାବେଳେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ସଭାପତି ଥିଲେ। ଡ. ଆର୍ତ୍ତ ବନ୍ଧୁ ନାୟକ ପୌରାହିତ୍ୟ କରିଥିଲେ। ଭାବଗ୍ରାହୀ କଳାନିକେତନ ର ବିମଳ ପ୍ରସାଦ ପରିଡା ମଞ୍ଚକୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସଂଗେ ସଂଗେ ସଭା ପରିଚାଳନା କରଥିଲେ। ଡ଼. ରଘୁନାଥ ନାୟକ ସ୍ୱାଗତ ଭାଷଣ ରଖିଥିଲେ। ପ୍ରଥମେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରତ୍ୟେକ ମା ଜଣେ ଜଣେ ଆଶା ଦିଦି ସଂଗେ ସମାନ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ.ଆଶା ମା ମାନଙ୍କ କାର‌୍ୟ୍ୟ ଶୈଳୀ ବହୁତ ନିଆରା। ସେଥିପାଇଁ ସେମାନଙ୍କୁ ପୁରସ୍କୃତ…

Read More

Naveen In Japan: ଆଜି ଜାପାନ ରାଜଧାନୀ ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନିପ୍ପନ ଷ୍ଟିଲ କଂପାନୀର ସଭାପତି। ସେ ହେଉଛନ୍ତି ଏଇଜି ହାସିମୋତୋ। ତାଙ୍କ ସହିତ କଂପାନୀର ଏକ ପ୍ରତିନିଧୀ ଦଳ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ। ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାସିମୋତାଙ୍କୁ ଓଡିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏଥିରେ ସେ ରାଜି ହୋଇଥିବାର ଜଣାପଡିଛି। ଏହି ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭି କେ ପାଣ୍ଡିଆନ ସାମିଲ ଥିଲେ।

Read More

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ତରଫରୁ କଂଗ୍ରେସ ଭବନଠାରେ ଓଡ଼ିଶାରେ ଶିଳ୍ପ ସ୍ଥିତି ଓ ପ୍ରଗତି ଶୀର୍ଷକରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାଜ୍ୟ ସରକାର “ନାମ ବଡ଼଼ା-ଦର୍ଶନ ଥୋଡା” ଧାରାରେ ଚାଲିଛନ୍ତି । ପୁଞ୍ଜି ନିବେଶ ପାଇଁ ସରକାର ଯାହା ବିନିଯୋଗ କରିଛନ୍ତି ତାର ଆନୁପାତିକ ଫଳ ପାଉ ନାହାନ୍ତି। ଓଡ଼ିଶାରେ ଓଡ଼ିଆ ଉଦ୍ଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ମିଳୁନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶାରୁ କେତେ ଓଡ଼ିଆଙ୍କୁ ଚାକିରି ମିଳିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ମେକ୍‌-ଇନ-ଓଡ଼ିଶା ପ୍ରସଙ୍ଗରେ ଉଦ୍‌ବୋଧନ ଦେଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଅଧିକାର ଆଇନ ତଥ୍ୟ ଉପରେ ଆଧାରିତ କେତେକ ପ୍ରଶ୍ନ…

Read More

କରୋନା ଫେରିଲା: ପୁଣି ଥରେ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟ ବଢିବାରେ ଲାଗିଛି। ଏହିପରି ପରିସ୍ଥିତିରେ ଗୋଟିଏ ରାଜ୍ୟରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଉଭୟ ମଧ୍ୟ ଟୁଇଟ କରି ସେମାନେ କରୋନା ଆକ୍ରାନ୍ତ ବୋଲି ଉଲ୍ଲେଖ କରିଛନ୍ତି। ସେମାନେ ହେଉଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ ଲେଖିଛନ୍ତି ଅସୁସ୍ଥତା ଅନୁଭବ କରିବାରୁ କରୋନା ପରୀକ୍ଷା କରିଥିଲି। ରିପୋର୍ଟ ପଜେଟିଭ ଆସିଛି। ସେଥିପାଇଁ ଘରେ ରହି କାମ କରୁଛି। ସମସ୍ତ ସୁସ୍ଥ ରୁହନ୍ତୁ। ସେହିପରି ବସୁନ୍ଧରା ରାଜ ସିନ୍ଧିଆ ମଧ୍ୟ ସମାନ କଥା ଲେଖିଛନ୍ତି। ତେବେ ସେ ଗତକାଲି ବିଜେପି କୋର କମିଟ ବୈଠକରେ ଯୋଗଦେଇଥିଲେ। ସେଥିପାଇଁ ସମସ୍ତେ ପରୀକ୍ଷା କରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

Read More

ପ୍ରକାଶ ଭୂୟାଁ ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହେବ “ମା କାଳିକା”ଙ୍କର ଓଡିଶା ପ୍ରସିଦ୍ଧ ପଣାଯାତ୍ରା। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ। ଜାତୀୟ ରାଜପଥରୁ ଦକ୍ଷିଣକୁ ମାତ୍ର ପାଞ୍ଚ କିଲୋମିଟର ଗଲେ ପଡେ “ଡିଙ୍ଗର” ଗ୍ରାମ। ପ୍ରତି ବର୍ଷ ଏହି ମହାବିଷୁବ ସଂକ୍ରାନ୍ତି ଦିନରେ ପାଳିତ ହୁଏ, ଏ ଅଞ୍ଚଳର ସବୁଠାରୁ ବଡପର୍ବ ତଥା ଏହି ଗଣପର୍ବ। ଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ପ୍ରଶାସନ ତରଫରୁ ଏହି ଯାତ୍ରାକୁ ବନ୍ଦ କରା ଯାଇଥିଲା। ଯଦିଓ ମା’ଙ୍କର ବିଧି ରକ୍ଷା ପାଇଁ ସ୍ବଳ୍ପ ସଂଖ୍ୟକ ଭକ୍ତଙ୍କୁ ନେଇ ଗତ ଦୁଇ ବର୍ଷ ହେଲା ପାଳନ କରାଯାଇଥିଲା। ଏହି ଗଣପର୍ବକୁ ଏଇଥିପାଇଁ ପଣାଯାତ୍ରା କୁହାଯାଏ ଯେ, ମା “କାଳିକା”ଙ୍କ ନିକଟରେ ପଣା ଲାଗି ହୁଏ। ଯେଉଁମାନେ ମା’ଙ୍କର ସେବା କରନ୍ତି, ସେମାନେ ସଂଧ୍ୟା ସମୟରେ ଥରେ ମାତ୍ର ପଣା ପିଇଥାନ୍ତି ଓ ଅନ୍ୟ ସମୟତକ ନିର୍ଜଳ ଉପବାସରେ ରହିଥାନ୍ତି। କଦଳୀ, ମିଶ୍ରି,…

Read More

ଭୁବନେଶ୍ବର: ଗତକାଲି ଭୁବନେଶ୍ବରର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ସେହି ଅଞ୍ଚଳରେ ଥିବା ସିଅନ ଶ୍ରମିକ ବସ୍ତି ନିକଟରେ ପାଞ୍ଚୋଟି କୁକୁର ମରି ପଡିଥିବାର ଦେଖିବାକୁ ମିଳିଥିଲା। ଗୋଟିଏ ସ୍ଥାନରେ ଏହି କୁକୁର ମରି ପଡିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ମା ଆଉ ଚାରୋଟି ଛୁଆ କୁକୁର। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କିଏ କାହିଁକି ଏପରି କଲା ସେ ନେଇ ତନାଘନା ଚାଲିଛି। ତେବେ ରାତିରେ ଏହି କୁକୁର ଲୋକଙ୍କୁ ଦେଖି ଭୁକୁଥିବାରୁ କେହି ବିଷ ଦେଇ ମା ପିଲାଙ୍କୁ ମାରି ଦେଇଛି ବୋଲି ଅନୁମାନ କରାଯାଇଛି। ଏହାକୁ ନେଇ ଥାନାରେ ଏକ ମାମଲା ଋଜୁ କରାଯାଇଛି।

Read More